ସମୀକ୍ଷା ବ୍ୟୁରୋ ଭୁବନେଶ୍ବର,31/12 : ଭୁବନେଶ୍ବର ଟ୍ରାଫିକ୍ କମିଶନରେଟ ପକ୍ଷରୁ ବିଜେଡି କର୍ମୀଙ୍କୁ 25 ହଜାର ଟଙ୍କା ଜରିମାନା କରାଯାଇଛି । ବିଜୁ ଜନତା ଦଳର 23 ତମ ପ୍ରତିଷ୍ଠା ଦିବସରେ ବିନା ହେଲମେଟ୍ରେ 25 ଜଣ ଲୋକ ଶୋଭାଯାତ୍ରା କରୁଥିଲେ । ଏହା ପରେ କାର୍ଯ୍ୟାନୁଷ୍ଠାନ ପାଇଁ କମିଶନରେଟ ପୋଲିସ୍ ପକ୍ଷରୁ ଘୋଷଣା କରାଯାଇଥିଲା । ମଙ୍ଗଳବାର ଦିନ ଟ୍ରାଫିକ୍ ବିଭାଗ ପକ୍ଷରୁ ଏହି ଜରିମାନା ଘୋଷଣା କରାଯାଇଛି । ଜଣେ ବ୍ୟକ୍ତି ପିଛା ହଜାରେ ଟଙ୍କା ହିସାବରେ ଏହି ଜରିମାନା ଆଦାୟ କରାଯାଇଥିବା ଟ୍ରାଫିକ୍ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
Author: Samikhsya Bureau
ସମୀକ୍ଷା ବ୍ୟୁରୋ ବାଲୁଗାଁ: ବାଲୁଗାଁ ଅଞ୍ଚଳରେ ଏକ ଅପ୍ରୀତିକର ଘଟଣା ଘଟିଯାଇଛି। ଶିବଶକ୍ତି ମହାସଂଘ ନାମକ ଏକ ମହିଳା ସଙ୍ଗଠନର ମହିଳାମାନେ ବାଲୁଗାଁ ବିଜ୍ଞାପିତ ଅଞ୍ଚଳର ଦୁଇ କର୍ମଚାରୀଙ୍କ ଉପରେ ମାନସିକ ଶାରିରୀକ ନିର୍ଯାତନା ଦେବାର ଅଭିଯୋଗ ଆଣିଛନ୍ତି। ବାଲୁଗାଁ ବିଜ୍ଞାପିତ ଅଞ୍ଚଳ ନିର୍ଦ୍ଦେଶକ୍ରମେ ଉକ୍ତ ମହିଳା ସଙ୍ଗଠନର ଦୁଇ ମହିଳାଙ୍କୁ ଗତ ତିନି ମାସ ହେବ ସ୍ବଚ୍ଛ ସାଥୀ ଭାବରେ ନିଯୁକ୍ତି ଦିଆଯାଇଥିଲା। କିନ୍ତୁ ବିଜ୍ଞାପିତ ଅଞ୍ଚଳର ଦୁଇ କର୍ମଚାରୀ ମହିଳାଙ୍କ ଦରମା ନ ଦେଇ ମିଛ ବାହନା ଦେଖାଇ ଚାକିରିରୁ କାଢି ଦେବାର ଧମକ ଦେଇଥିବାର ଅଭିଯୋଗ ହୋଇଛି। ତେବେ ଏ ବାବଦରେ ସମ୍ପୃକ୍ତ ବିଜ୍ଞାପିତ ଅଞ୍ଚଳ ପରିଷଦର କର୍ମଚାରୀଙ୍କୁ ପଚାରିବାରୁ ସେ ତାଙ୍କ ଉପରିସ୍ଥ ଅଫିସର ଆସିଲେ ଘଟଣାର ସତ୍ୟାସତ୍ୟ ଜଣାପଡ଼ିବ ବୋଲି ଉତ୍ତର ଦେଇଛନ୍ତି। ଏହାକୁ ନେଇ ସମ୍ପୃ୍କ୍ତ ଦୁଇ ଅଧିକାରୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ କରାଯାଇ ତାଙ୍କୁ ତାଙ୍କର ଉଚିତ୍ ପ୍ରାପ୍ୟ ଓ ଅଧିକାର…
ନୂଆଦିଲ୍ଲୀ,31/12 : ଗେରୁଆ ପୋଷାକକୁ ନେଇ ପ୍ରିୟଙ୍କା ଗାନ୍ଧୀଙ୍କ ମନ୍ତବ୍ୟ ପରେ ବିଜେପି ସାଂସଦ ସାଧ୍ୱୀ ନିରଞ୍ଜନ ଜ୍ୟୋତି ତାଙ୍କୁ ସମାଲୋଚନା କରିଛନ୍ତି । ଗେରୁଆ ରଙ୍ଗକୁ ସମାଲୋଚନା କରୁଥିବା ପ୍ରିୟଙ୍କା ନିଜ ସାଙ୍ଗିଆରୁ ଗାନ୍ଧୀ ହଟାଇ ଫିରୋଜ ଲେଖିବା ଉଚିତ୍ ବୋଲି ସାଧ୍ବୀ ମତ ଦେଇଛନ୍ତି । ସାଧ୍ବୀ କହିଛନ୍ତି ଯେ ପ୍ରିୟଙ୍କା ନକଲି ଗାନ୍ଧୀ ଏବଂ ତାଙ୍କୁ ନିଜ ନାଁ ସହ ନିଜର ଜେଜେ ବାପା ଫିରୋଜ ଗାନ୍ଧୀଙ୍କ ନାଁ ଯୋଡିବା ଦରକାର । ପ୍ରିୟଙ୍କା ଗେରୁଆ ରଙ୍ଗର ମହତ୍ତ୍ବ ନବୁଝି ଏପରି ମନ୍ତବ୍ୟ ଦେଇଥିବାରୁ ସେ ଗାନ୍ଧୀ ସାଙ୍ଗିଆର ହକ୍ଦାର ନୁହନ୍ତି ବୋଲି ସାଧ୍ବୀ କହିଛନ୍ତି । (ଏଜେନ୍ସୀ)
ସମୀକ୍ଷା ବ୍ୟୁରୋ ଭୁବନେଶ୍ବର, 31/12: ନବୀନ ପଟ୍ଟନାୟକ ଆସନ୍ତାକାଲି ନୂଆବର୍ଷ ପାଳିବେ ନାହିଁ। ତାଙ୍କ ବଡ଼ ଭିଣୋଇ ତଥା ଆନ୍ତର୍ଜାତିକ ଖ୍ୟାତିସମ୍ପନ୍ନ ପ୍ରକାଶକ ଓ ସମ୍ପାଦକ ସୋନି ମେହେଟ୍ଟାଙ୍କର ଗତକାଲି ରାତିରେ ନ୍ୟୁୟର୍କରେ ମୃତ୍ୟୁ ହୋଇଥିବାରୁ ସେ ଆସନ୍ତାକାଲି ନବବର୍ଷ ପାଳନ ନକରିବାକୁ ନିଷ୍ପତ୍ତି ନେଇଛନ୍ତି। ମୁଖ୍ୟମନ୍ତ୍ରୀ ବ୍ୟକ୍ତିଗତ ଶୋକ ପାଳନ କରୁଥିବାରୁ ଆସନ୍ତା କାଲି ନୂଆବର୍ଷ ଶୁଭେଛା ଜଣାଇବା ପାଇଁ ନବୀନ ନିବାସ ନ ଆସିବା ପାଇଁ ଶୁଭେଛୁ ମାନଙ୍କୁ ମୁଖ୍ୟମନ୍ତ୍ରୀ ଅନୁରୋଧ କରିଛନ୍ତି। ନିଜର ଭିଣୋଇଙ୍କ ମୃତ୍ୟୁରେ ମୁଖ୍ୟମନ୍ତ୍ରୀ ଗଭୀର ଶୋକ ବ୍ୟକ୍ତ କରିଥିବାବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଟ୍ୱିଟ୍ କରି ସମବେଦନା ଜଣାଇଛନ୍ତି।
ପାଟନା,31/12 : ବିହାରରେ ଦୁଇ ସହଯୋଗୀ ଦଳ ବିଜେପି ଏବଂ ଜେଡିୟୁ ମଧ୍ୟରେ ବାକ୍ଯୁଦ୍ଧ ଆରମ୍ଭ ହୋଇଛି । ବିହାର ଉପ ମୁଖ୍ୟମନ୍ତ୍ରୀ ସୁଶୀଲ ମୋଦି ଏବଂ ପ୍ରଶାନ୍ତ କିଶୋରଙ୍କ ମଧ୍ୟରେ ଏହି ବାକ୍ଯୁଦ୍ଧ ମଙ୍ଗଳବାର ଆରମ୍ଭ ହୋଇଛି । ଉପ ମୁଖ୍ୟମନ୍ତ୍ରୀ ସୁଶୀଲ ମୋଦି ପ୍ରଥମେ କିଶୋରଙ୍କୁ ଆକ୍ରମଣ କରିଥିବା ବେଳେ କିଶୋର ଏହାର ଯବାବ ଦେଇଛନ୍ତି । ଲାଭ ପାଇଁ ରାଜନୀତିର ବ୍ୟବସାୟ କରୁଥିବା ନେତା କେବ ଦେଶର ହିତ ପାଇଁ ଚିନ୍ତା କରିପାରିବେ ନାହିଁ ବୋଲି ମୋଦି ମତ ଦେଇଥିଲେ । ମୋଦି କାହାର ନାମ ନେଇନଥିଲେ ମଧ୍ୟ ପରୋକ୍ଷରେ ପ୍ରଶାନ୍ତ କିଶୋରଙ୍କ ଆଡକୁ ପରୋକ୍ଷରେ ଇଙ୍ଗିତ କରିଥିଲେ । ଏହାପରେ କିଶୋର ଏହାର ଜବାବ ଦେବା ସହିତ ସୁଶୀଲ ମୋଦିଙ୍କୁ ସମାଲୋଚନା କରିଥିଲେ । କିଶୋର କହିଥିଲେ ବିହାରର ଜନତା ଆପଣଙ୍କୁ ପ୍ରତ୍ୟାଖ୍ୟାନ କରିଥିଲେ । ମେଣ୍ଟ ସରକାର ଭାଙ୍ଗିନଥିଲେ ବିଜେପି ସରକାର ଗଠନର ସୁଯୋଗ…
ନୂଆଦିଲ୍ଲୀ,31/12 : ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପକ୍ଷରୁ ମଙ୍ଗଳବାର ଦିନ 127 କୋଟିର ସମ୍ପତ୍ତି ଜବତ କରାଯାଇଛି । ପିକ୍ସିଅନ୍ ମିଡିଆ ପ୍ରାଇଭେଟ୍ ଲିମିଟେଡ୍ର ମୁମ୍ବାଇ, କୋଲକାତା ଏବଂ ନୋଇଡା ସ୍ଥିତ ସମ୍ପତ୍ତିକୁ ଜବତ କରାଯାଇଛି । ଏକ 26ଶହ କୋଟିର ବ୍ୟାଙ୍କ ଠକେଇ କାରଣରୁ ଇଡି କମ୍ପାନୀର ସମ୍ପତ୍ତି ଜବତ କରିଛି । ସମୁଦାୟ 127.44 କୋଟି ଟଙ୍କାର ସମ୍ପତ୍ତି ଜବତ କରାଯାଇଥିବା ନେଇ ଇଡି ପକ୍ଷରୁ ସୂଚନା ଦିଆଯାଇଛି । ମୁମ୍ବାଇରେ କମ୍ପାନୀର ଦୁଇଟି ବ୍ୟବସାୟିକ ପ୍ଲଟ୍କୁ ଜବତ କରାଯିବା ସହିତ ମୁମ୍ବାଇ, ଚେନ୍ନାଇ, ନୋଇଡା ଏବଂ କୋଲକାତାରେ ଥିବା 9ଟି କାର୍ଯ୍ୟାଳୟକୁ ଜବତ କରାଯାଇଛି । (ଏଜେନ୍ସୀ)
ପୁରୀ, 31/12: ନୂଆବର୍ଷ ପାଇଁ ପୁରୀରେ ବ୍ୟାପକ ବ୍ୟବସ୍ଥା କରାଯାଇଛି । ନୂଆବର୍ଷ ପାଇଁ ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ଉପରେ ଗୁରୁତ୍ବ ଦିଆଯିବା ସହିତ ରାତି ଗୋଟାଏରୁ ଶ୍ରୀମନ୍ଦିର ଖୋଲାଯିବା ନେଇ ସୂଚନା ରହିଛି । ଶ୍ରୀମନ୍ଦିର ସମ୍ମୁଖକୁ ସଜାଯିବସହ ମେଘନାଦ ପାଚେରିର ଚତୁଃପାର୍ଶ୍ୱରେ ଗଛ ଲଗାଯାଇ ରଙ୍ଗବେରଙ୍ଗ ଆଲୋକମାଳାରେ ସାଜସଜ୍ଜା କରାଯାଇଛି। ସୁରକ୍ଷା ଦୃଷ୍ଟିରୁ ୬୫ ପ୍ଲାଟୁନ ପୁଲିସ୍ ଫୋର୍ସ ସହ ୨୭୬ଜଣ ଅଧିକାରୀ ମୁତୟନ ହୋଇଛନ୍ତି।
ନୂଆଦିଲ୍ଲୀ,31/12 : ଲେଫ୍ଟନାଣ୍ଟ ଜେନେରାଲ ମନୋଜ ମୁକୁନ୍ଦ ନରାଓ୍ବଣେ ସ୍ଥଳସେନାର ମୁଖ୍ୟ ଭାବରେ ଦାୟିତ୍ବ ଗ୍ରହଣ କରିଛନ୍ତି । ବିପିନ୍ ରାଓ୍ବତଙ୍କ କାର୍ଯ୍ୟକାଳ ଶେଷ ହେବା ପରେ ମଙ୍ଗଳବାର ଦିନ ନରାଓ୍ବଣେ ଦାୟିତ୍ବ ଗ୍ରହଣ କରିଛନ୍ତି । ଦେଶର 28ତମ ସ୍ଥଳସେନା ମୁଖ୍ୟ ହୋଇଛନ୍ତି ନରାଓ୍ବଣେ । ସେନାର ଉପ ମୁଖ୍ୟ ରହିଥିବା ନରାଓ୍ବଣେ ଉତ୍ତର ପୂର୍ବାଞ୍ଚଳ ଏବଂ ଜମ୍ମୁ କାଶ୍ମୀରରେ ଅବସ୍ଥାପିତ ହୋଇଥିଲେ । ନରାଓ୍ବଣେ ଭାରତୀୟ ସେନାର ଇଷ୍ଟର୍ଣ୍ଣ କମାଣ୍ଡ ମୁଖ୍ୟ ଭାବରେ ଦାୟିତ୍ବ ଗ୍ରହଣ କରିଥିଲେ । ଇଷ୍ଟର୍ଣ୍ଣ କମାଣ୍ଡ ଅଧୀନରେ 4 ହଜାର କିମିର ସୀମା ରହିଥିଲା ଯାହାକି ଚୀନ୍ ସହିତ ସଞ୍ଜୁକ୍ତ । (ଏଜେନ୍ସୀ)
ନୂଆଦିଲ୍ଲୀ,31/12 : ଜମ୍ମୁ କାଶ୍ମୀରରେ 4ଟି ମୃଦୁ ଭୂମିକମ୍ପ ସଙ୍ଗଠିତ ହୋଇଛି । ସୋମବାର ରାତି 10.29 ମିନିଟ୍ରୁ 12.40 ମଧ୍ୟରେ ଏହି ଭୂମିକମ୍ପ ଅନୁଷ୍ଠିତ ହୋଇଛି । ଏହି ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲରେ 4.7ରୁ 5.5 ରହିଥିବା ଜଣାପଡିଛି । ସେହିପରି ଆଣ୍ଡାମାନ ନିକୋବରରେ ମଧ୍ୟ ଏହି ଭୂକମ୍ପ ଅନୁଭୂତ ହୋଇଛି । 10.29 ମିନିଟ୍ରେ ପ୍ରଥମ ଭୂକମ୍ପ ଅନୁଭୂତ ହୋଇଥିବା ବେଳେ ଏହାର ତୀବ୍ରତା 4.7 ତୀବ୍ରତା ରହିଥିଲା । ପରବର୍ତ୍ତୀ ଭୂକମ୍ପ ଗୁଡିକ 10.37, 10.58,11.20 ଏବଂ 12.20ରେ ଅନୁଷ୍ଠିତ ହୋଇଥିଲା । ଜମ୍ମୁ କାଶ୍ମୀରର ହୁଞ୍ଜା, ଘଜର, ଗିଲ୍ଗିଟ୍ ଏବଂ ସ୍କାର୍ଡୁରେ ଭୂକମ୍ପର ପ୍ରଭାବ ଅନୁଭୂତ ହୋଇଥିବା ବେଳେ କୌଣସି ଜୀବନହାନି ଘଟିନାହିଁ । (ଏଜେନ୍ସୀ)
ସମୀକ୍ଷା ବ୍ୟୁରୋ ଭୁବନେଶ୍ବର,31/12 : ପୂର୍ବତନ ରାଜ୍ୟସଭା ସାଂସଦ ଏ ଭି ସ୍ବାମୀଙ୍କର ଆଜି ପରଲୋକ ହୋଇଛି। 91 ବର୍ଷ ବୟସରେ ଖରିଆର ରୋଡ ସ୍ଥିତ ବାସଭବନରେ ତାଙ୍କର ପରଲୋକ ହୋଇଥିବା ଜଣାପଡିଛି। ସ୍ବାମୀଙ୍କ ମୃତ୍ୟୁ ନେଇ ତାଙ୍କ ପୁଅ ସୁରେଶ ଆଚାରୀ ସୂଚନା ଦେଇଛନ୍ତି। ଉଲ୍ଲେଖଯୋଗ୍ୟ ଯେ, ସ୍ବାମୀ 4 ଏପ୍ରିଲ୍ 2012ରୁ 3 ଏପ୍ରିଲ 2018 ପର୍ଯ୍ୟନ୍ତ ରାଜ୍ୟସଭା ସାଂସଦ ରହିଥିଲେ।
ସମୀକ୍ଷା ବ୍ୟୁରୋ କଳାହାଣ୍ଡି,31/12 : ଆୟ ବହିର୍ଭୂତ ଠୁଳ ଅଭିଯୋଗରେ କଳାହାଣ୍ଡି ଜିଲା ଡିଆରଡିଏର ବରିଷ୍ଠ କିରାଣୀ ହରପ୍ରସାଦ ଆଚାରୀଙ୍କ ଘରେ ଭିଜିଲାନ୍ସ ଚଢାଉ ହୋଇଛି । ସୋମବାର ଭିଜିଲାନ୍ସ ପକ୍ଷରୁ ହରପ୍ରସାଦଙ୍କ ତିନୋଟି ଘରରେ ଏକକାଳୀନ ଚଢାଉ କରାଯାଇଥିଲା । କୋରାପୁଟ ଭିଜିଲାନ୍ସ ଏସପିଙ୍କ ନିର୍ଦ୍ଦେଶ କ୍ରମେ 3ଟି ଟିମ ଏହି ଚଢାଉ କରିଥିଲେ । ହରପ୍ରସାଦଙ୍କ ରାମନଗର ସ୍ଥିତ ବାସଭବନ, ମନ୍ଦାର ବଗିଚାସ୍ଥିତ ପୈତୃକ ଘର ଓ ଅଫିସରେ ଚଢ଼ଉ କରାଯାଇଛି ।
ସମୀକ୍ଷା ବ୍ୟୁରୋ ଭୁବନେଶ୍ବର, 31/12: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଭିଣୋଇ ତଥା ଗୀତା ମେହେଟ୍ଟାଙ୍କ ସ୍ୱାମୀ ସୋନି ମେହେଟ୍ଟାଙ୍କର ପରଲୋକ ହୋଇଯାଇଛି। ତାଙ୍କ ପରଲୋକରେ ଦୁଃଖ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ। ସୋସିଆଲ ମିଡିଆ ଟ୍ବିଟ୍ଟର ଜରିଆରେ ନବୀନ ଶୋକ ପ୍ରକାଶ କରିଛନ୍ତି। ଟ୍ବିଟ୍ ଜରିଆରେ ଦୁଃଖ ପ୍ରକାଶ କରିବା ସହିତ ତାଙ୍କ ଆତ୍ମାର ସଦ୍ଗତି କାମନା କରିଛନ୍ତି ନବୀନ। ସୋନି ଜଣେ ଉତ୍ତମ ସମ୍ପାଦକ ଏବଂ ଭଲ ମଣିଷ ଥିଲେ ଭଗବାନ ତାଙ୍କ ଆତ୍ମାକୁ ସଦ୍ଗତି ପ୍ରଦାନ କରନ୍ତୁ ବୋଲି ନବୀନ ଟ୍ବିଟ୍ କରିଛନ୍ତି।
ଗୌହାଟୀ, 31/12 : ଆସନ୍ତା ଜାନୁୟାରୀ 1 ତାରିଖ,2020ରୁ ଆସାମ ସରକାର ଏକ ନୂତନ ଯୋଜନା ପ୍ରଣୟନ କରିବାକୁ ଯାଉଛନ୍ତି। ଅରୁନ୍ଧତୀ ଯୋଜନା ନାମକ ଏହି ଯୋଜନା ଅନୁସାରେ ବିବାହ କରୁଥିବା କନ୍ୟାଙ୍କୁ 10 ଗ୍ରାମର ସୁନା ପ୍ରଦାନ କରିବେ। ସରକାରଙ୍କ ପକ୍ଷରୁ ଏହି ଯୋଜନା ଅନୁଯାୟୀ କନ୍ୟାଙ୍କୁ 10 ଗ୍ରାମ୍ ସୁନା ଅଥବା 30 ହଜାର ଟଙ୍କା ପ୍ରଦାନ କରାଯିବ। ଏହି ଯୋଜନାରେ ସରକାରଙ୍କୁ ବାର୍ଷିକ 30 ହଜାର କୋଟିର ଅର୍ଥ ଖର୍ଚ୍ଚ କରିବାକୁ ପଡିବ ବୋଲି ଜଣାପଡିଛି। ତେବେ ଏହି ନିୟମ ଅନୁଯାୟୀ ବିବାହ ପାଇଁ ସର୍ବାଧିକ ବୟସ ସୀମାର କୌଣସି ସୀମା ରଖାଯାଇନଥିବା ବେଳେ ସର୍ବନିମ୍ନ ବୟସ ଝିଅଙ୍କ ପାଇଁ 18 ଏବଂ ପୁଅଙ୍କ ପାଇଁ 21 ରହିଛି। ଏହା ସହିତ କେବଳ ଝିଅର ପ୍ରଥମ ବିବାହରେ ଏହି ଅର୍ଥ ପ୍ରଦାନ କରାଯିବ। ବିବାହ ଅଧିନିୟମ ଧାରା 1954 ଅନୁଯାୟୀ ବିବାହ ପଞ୍ଜୀକୃତ ହୋଇଥିଲେ ଏହି ଅର୍ଥ…
ଇସଲାମାବାଦ,31/12 : କିନ୍ନରଙ୍କ ସ୍ବାସ୍ଥ୍ୟ ସେବା ପାଇଁ ପାକିସ୍ତାନ ସରକାରଙ୍କ ପକ୍ଷରୁ ସ୍ବାସ୍ଥ୍ୟକାର୍ଡ ଲଞ୍ଚ କରାଯାଇଛି । ‘ସେହତ୍ ଇନ୍ସାଫ୍’ ନାମକ ଏହି କାର୍ଯ୍ୟକ୍ରମକୁ ସୋମବାର ଦିନ ଲଞ୍ଚ କରାଯାଇଛି । ଇସଲାମାବାଦରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ ଏହି କାର୍ଯ୍ୟକ୍ରମକୁ ଲଞ୍ଚ କରିଛନ୍ତି । କିନ୍ନର ମାନଙ୍କୁ ସୁରକ୍ଷା ପାଇଁ ପାକିସ୍ତାନ ସରକାର ପ୍ରତିବଦ୍ଧ ବୋଲି ଇମ୍ରାନ କହିଛନ୍ତି । 2009ରୁ ପାକିସ୍ତାନ ସରକାର ଦେଶରେ କିନ୍ନରଙ୍କୁ ମାନ୍ୟତା ପ୍ରଦାନ କରିଥିଲେ । 2017 ଜନଗଣନା ଅନୁସାରେ ପାକିସ୍ତାନରେ 10418 ଜଣ କିନ୍ନର ରହିଛନ୍ତି । ପାକିସ୍ତାନର ପଞ୍ଜାବ ପ୍ରଦେଶରେ ସର୍ବାଧିକ 64.4 ପ୍ରତିଶତ କିନ୍ନର ରହିଥିବା ବେଳେ ସିନ୍ଧ ପ୍ରଦେଶରେ 24 ପ୍ରତିଶତ କିନ୍ନର ରହିଛନ୍ତି । (ଏଜେନ୍ସୀ)
ସମୀକ୍ଷା ବ୍ୟୁରୋ ଭୁବନେଶ୍ବର, 31/12 : ନନ୍ଦନକାନନରେ ପୁଣି ଏକ ବାଘୁଣୀର ମୃତ ଘଟିଛି । ସୋମବାର ଦିନ କଲରାପତରିଆ ବାଘୁଣୀ ବର୍ଷାର ମୃତ୍ୟୁ ଘଟିଛି । ଚିକିତ୍ସାଧୀନ ଅବସ୍ଥାରେ ବର୍ଷାର ଗତକାଲି ମୃତ୍ୟୁ ଘଟିଛି । ବର୍ଷାର ଗର୍ଭାଶୟ ସମସ୍ୟା ଦେଖାଦେବାରୁ ଜୁଲାଇ ମାସରେ ତା’ର ଅସ୍ତ୍ରୋପଚାର ହୋଇଥିଲା । ଏହାପରେ ସେ ଚିକିତ୍ସାଧୀନ ଅବସ୍ଥାରେ ଥିଲା । ହେଲେ ସୋମବାର ସକାଳୁ ସେ ଅଧିକ ଅସୁସ୍ଥ ହୋଇପଡ଼ିଥିଲା । ପ୍ରାଣୀଉଦ୍ୟାନରେ ଥିବା ଚିକିତ୍ସା କେନ୍ଦ୍ରରେ ତାକୁ ଭର୍ତ୍ତି କରାଯାଇଥିଲା । ମୃତ୍ୟୁ ବେଳକୁ ତାକୁ ବର୍ଷାକୁ 14 ବର୍ଷ ହୋଇଥିଲା । ବର୍ଷାର ମୃତ୍ୟୁ ପରେ କଲରାପତରିଆ ବାଘ ସଂଖ୍ୟା 6କୁ ହ୍ରାସ ପାଇଛି ।
କେଦାର ମିଶ୍ର ୨୦୧୯ ବର୍ଷର ଅନ୍ତିମ ଖବର ଭାବେ ନାଗରିକତା ସଂଶୋଧନ ଆଇନ ଓ ତାକୁ ନେଇ ଶାସକ ବିଜେପିର ଭୟକୁ ହିଁ ଆମେ ଗ୍ରହଣ କରିବାକୁ ବାଧ୍ୟ। ଆଜି ପର୍ୟନ୍ତ ସବୁ ନିଷ୍ପତ୍ତିକୁ ଲୋକଙ୍କ ଉପରେ ଲଦିଦେବାକୁ ଚାହୁଁ ଥିବା ବିଜେପି ନାଗରିକତା ପ୍ରସଙ୍ଗ ଓ ଏହାର ପରବର୍ତ୍ତୀ ନାଗରିକ ପଞ୍ଜୀକରଣ ପ୍ରସଙ୍ଗକୁ ନେଇ ହରଡଘଣା ରେ ପଡିଛି। ସଂସଦରେ ବିଜୁ ଜନତା ଦଳ, ସଂଯୁକ୍ତ ଜନତା ଦଳ ଓ ଆନ୍ନା ଡିଏମକେ ଭଳି ଦଳର ସମର୍ଥନରେ ନାଗରିକତା ବିଲ ଆଇନରେ ସିନା ପରିଣତ ହୋଇଗଲା, ହେଲେ ଲୋକେ ଏହାକୁ ଗ୍ରହଣ କଲେନାହିଁ। ସାରା ଦେଶରେ ଏହା ବିରୋଧରେ ବ୍ୟାପକ ପ୍ରତିବାଦ ହେଲା ଓ ସେ ପ୍ରତିବାଦକୁ ଦମନ କରିବାକୁ ଯାଇ ବିଜେପି ସରକାର ଆହୁରି ବଦନାମ ହେଲା। ଉତ୍ତରପ୍ରଦେଶରେ ଏହି ଆନ୍ଦୋଳନକୁ ଦମନ କରିବାକୁ ଯାଇ ପୋଲିସ ଗୁଣ୍ଡାବାହିନୀ ଭଳି ବ୍ୟବହାର କରିବାର ଦୃଶ୍ୟ ଦେଶବାସୀ ଦେଖିଲେ। ସଂସଦରେ…
ବେଙ୍ଗାଲୁରୁ, 30/12: ନାଗରିକତା ସଂଶୋଧନ ଆଇନକୁ ନେଇ ଚାଲିଥିବା ଲଢେଇ ମଧ୍ୟରେ ବିଜେପିର ରାଷ୍ଟ୍ରୀୟ ମହାସଚିବ ରାମମାଧବ କହିଛନ୍ତି ଯେ, ଆମେ ଧର୍ମ ଆଧାରରେ ଭେଦଭାବ କରୁନାହୁଁ । କଂଗ୍ରେସର ଅନ୍ତରୀକ୍ଷ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କୁ ଭାରତୀୟଙ୍କୁ ବିବାହ କରିବା ପରେ ନାଗରିକତା ମିଳିଛି । ତାଙ୍କୁ କେହି ତାଙ୍କର ଧର୍ମ ପଚାରି ନାହାନ୍ତି । ଏହି ଆଇନରେ କୌଣସି ପ୍ରକାରର ଦ୍ବନ୍ଦ୍ବ ନାହିଁ କିମ୍ବା ଏହା ଜଟିଳ ମଧ୍ୟ ନୁହେଁ। ଏହାକୁ ନେଇ ବିବାଦ କରାଯାଉଛି । ରାମମାଧବ କହିଛନ୍ତି ଯେ, ଭାରତରେ 4 ପ୍ରକାରରେ ନାଗରିକତା ମିଳିଥାଏ । ଜନ୍ମ ଆଧାରରେ, ଦେଶୀୟ ଆଧାରରେ, ଯିଏ ଭାରତର ଶରରଣ ନେଇଥାନ୍ତି ଓ ଏବେ ନାଗରିକତା ସଂଶୋଧନ ଆଇନ ଆଧାରରେ । ସେ ଆହୁରି ମଧ୍ୟ କହିଛନ୍ତି ଯେ, ଏଥିରେ ରହିଥିବା ତିନି ପଡୋଶୀ ରାଷ୍ଟ୍ରର ଲୋକଙ୍କୁ ମଧ୍ୟ ନାଗରିକତା ମିଳିବ । ଏହା ନାଗରିକତା ଛଡାଇବ ନାହିଁ ।…
https://youtu.be/Gevyc1O91VY
ସମୀକ୍ଷା ବ୍ୟୁରୋ ଭୁବନେଶ୍ବର, ୩୦/୧୨: ଆଜି ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶ୍ରୀଜଗନ୍ନାଥ ହେରଟେଜ୍ କରିଡର ଚିଠା (ଆର୍କିଟେକଚର୍ ପ୍ଲାନ୍) ଓଡ଼ିଶାର ଜନସାଧାରଣଙ୍କ ଉଦ୍ଦେଶ୍ୟରେ ଲୋକାର୍ପିତ କରିଛନ୍ତି। ଏହି ଚିଠା ସମ୍ପର୍କରେ ଜନସାଧାରଣ ସେମାନଙ୍କର ମୂଲ୍ୟବାନ ମତକୁ ଇମେଲ ଜରିଆରେ ୨୦୨୦ ଜାନୁଆରୀ ୧୫ ସୁଦ୍ଧା ଶ୍ରୀମନ୍ଦିରର ପ୍ରଶାସନକୁ ପଠାଇବା ନିମେନ୍ତ ପରାମର୍ଶ ଦେଇଛନ୍ତି। ଜନସାଧାରଣଙ୍କ ପ୍ରସ୍ତାବକୁ ତର୍ଜମା କରାଯାଇ ଚୂଡ଼ାନ୍ତ ସ୍ଥପତି ଶୈଳୀର ରୂପରେଖ ଫେବୃଆରୀ ମାସରେ ପ୍ରକାଶିତ ହେବ। ଏହି କାର୍ଯ୍ୟକ୍ରମରେ ମନ୍ତ୍ରିମଣ୍ଡଳର ସଦସ୍ୟବୃନ୍ଦଙ୍କ ସମେତ ମୁଖ୍ୟଶାସନ ସଚିବ ଓ ବରିଷ୍ଠ ପଦାଧିକାରୀପ୍ରମୁଖ ଉପସ୍ଥିତ ରହିଥିଲେ। ମତାମତା ପଠାଇବା ପାଇଁ ଇମେଲ : Jagannath.or@nic.in ସେହିପରି ଶ୍ରୀଜଗନ୍ନାଥ ମନ୍ଦିରର ଐତିହ୍ୟ କରିଡର ପାଇଁ ଯେଉଁ ମଠ ଓ ବ୍ୟକ୍ତିବିଶେଷମାନେ ଜମି ଦେଇଛନ୍ତି ସେମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଏବଂ ଏହି କାର୍ଯ୍ୟ ପାଇଁ ସମ୍ପୃକ୍ତ ଜମି ଦାନ କରିଥିବା ବ୍ୟକ୍ତବିଶେଷଙ୍କର ନାମ ଐତିହ୍ୟ କରିଡରରେ ଏକ ଫଳରେ ସବୁଦିନ…
ଆଇଏଏସ୍ ଅଫିସର ବିଜୟ କେତନ ଉପାଧ୍ୟାୟଙ୍କୁ ନିଲମ୍ବନ କରିଛନ୍ତି ରାଜ୍ୟ ସରକାର। ୨୦୦୯ ବ୍ୟାଚ୍ର ଆଇଏଏସ୍ ଅଧିକାରୀ ହେଉଛନ୍ତି ବିଜୟ କେତନ। ଲାଞ୍ଚ ନେଉଥିବାବେଳେ ଭିଜିଲାନ୍ସ ଦ୍ବାରା ଗିରଫ ହୋଇଥିଲେ ବିଜୟ। ଉଦ୍ୟାନ କୃଷି ବିଭାଗର ନିର୍ଦ୍ଦେଶକ ରହିଥିବା ବିଜୟ କେତନ ଏକ ଲକ୍ଷ ଟଙ୍କାର ଲାଞ୍ଚ ନେଉଥିବା ବେଳେ ତାଙ୍କୁ ଗିରଫ କରାଯାଇଛି। ଏକ ବିଲ୍ ପାଶ୍ କରାଇବା ପାଇଁ ଉପାଧ୍ୟାୟ ଏହି ଲାଞ୍ଚ ନେଉଥିବା ଜଣାପଡିଛି । ଦୁର୍ନୀତି କ୍ଷେତ୍ରରେ ରାଜ୍ୟ ସରକାର ଜିରୋ ଟରେଲାନ୍ସ ନୀତି ଆପଣାଇଛନ୍ତି । ଚଳିତ ବର୍ଷ ରାଜ୍ୟ ସରକାର ଦୁର୍ନୀତି ଅଭିଯୋଗରେ ବହୁ ସରକାରୀ ଅଧିକାରୀଙ୍କୁ ନିଲମ୍ବିତ କରିଥିବାବେଳେ କିଛିଜଣଙ୍କୁ ବାଧ୍ୟତାମୂଳକ ଅବସର ଦେଇଛନ୍ତି ।
ସମୀକ୍ଷା ବ୍ୟୁରୋ ହିଞ୍ଜିଳିକାଟୁ,୩୦/୧୨:ସମାଜ ଓ ଶାସନତନ୍ତ୍ର ମଧ୍ଯରେ ସେତୁ ଭାବେ ଜନସାଧାରଣଙ୍କ ସ୍ବାର୍ଥ ସାଧନ କରିବା ସକାଶେ ଦେଶର ଚତୁର୍ଥ ସ୍ତମ୍ଭ ଗଣମାଧ୍ୟମ କାର୍ଯ୍ୟ କରିଥାଏ।ନିରପେକ୍ଷ ସମ୍ବାଦ ମାଧ୍ୟମରେ ଶାସନ କଳରେ ସ୍ବଚ୍ଛତା,ସର୍ବ ସ୍ପର୍ଶୀ ତଥା ଜନସାଧାରଣଙ୍କ ପ୍ରତି ଉତ୍ତରଦାୟିତ୍ଵ ବଢାଇଥାଏ।କିନ୍ତୁ ବିଡମ୍ବନାର ବିଷୟ ଭଷ୍ଟାଚାର,ଦୁର୍ନୀତି,ଅବ୍ୟବସ୍ଥାକୁ ଲୋକଲୋଚନକୁ ଆଣିବା ପାଇଁ ମାଧ୍ୟମ ସାଜୁଥିବା ସାମ୍ବାଦିକମାନେ ବର୍ତ୍ତମାନ ଅସୁରକ୍ଷିତ ହେବା ସହିତ ଆକ୍ରମଣର ଶିକାର ହେବାର ବହୁ ଉଦାହରଣ ଦେଖିବାକୁ ମିଳୁଛି। ଏହାର ସଦ୍ୟତମ ଉଦାହରଣ ଦେଖିବାକୁ ମିଳିଛି, ଦ୍ଭୁବନେଶ୍ୱର ସ୍ଥିତ ଏସ୍ପ୍ଲାନେଡ୍ରେ ମହିଳା ସାମ୍ବାଦିକାଙ୍କୁ ଆକ୍ରମଣ । ଏହା ସାମ୍ବାଦିକମାନେ କେତେ ସୁରକ୍ଷିତ ତାହା ପ୍ରମାଣିତ କରୁଛି। ରାଜ୍ୟରେ ଦିନକୁ ଦିନ ସାମ୍ବାଦିକମାନଙ୍କୁ ଆକ୍ରମଣ ଓ ଚତୁର୍ଥ ସ୍ତମ୍ଭକୁ ଅକାମି କରିବାର ଷଡଯନ୍ତ୍ରକୁ ଘୋର ନିନ୍ଦା କରି ତୁରନ୍ତ ଆଗାମୀ ବିଧାନସଭା ଅଧିବେଶନରେ ସାମ୍ବାଦିକ ସୁରକ୍ଷା ଆଇନ ପ୍ରଣୟନ କରିବା ସହିତ ମହିଳା ସାମ୍ବାଦିକାଙ୍କୁ ଆକ୍ରମଣ ଘଟଣାରେ ଜଡିତ ଦୋଷୀଙ୍କ ବିରୋଧରେ…

