Author: Samikhsya Bureau

ସମୀକ୍ଷା ବ୍ୟୁରୋଭଦ୍ରକ, ୩/୧:  ଭଦ୍ରକ ଜିଲ୍ଲା ବନ୍ତ ଛକଠାରେ ଏକ ଯାତ୍ରୀ ବସ ଓ ଟ୍ରକ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି। ଏହି ଦୁର୍ଘଟଣାରେ ୨ ଜଣ ଯାତ୍ରୀଙ୍କର ମୃତ୍ୟୁ ଘଟିଥିବା ବେଳେ ପ୍ରାୟ ୨୮ ଜଣ ଯାତ୍ରୀ ଆହତ ହୋଇଛନ୍ତି। ଆହତମାନଙ୍କ ମଧ୍ୟରେ ୭ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ସେମାନଙ୍କୁ କଟକ ବଡ଼ଡାକ୍ତରଖାନା ସ୍ଥାନାନ୍ତରିତ କରାଯାଇଛି।  ଆଜି ଭୋର ପ୍ରାୟ ୪ଟା ବେଳେ ବାସୁଦେବପୁର ଅଭିମୁଖେ ଯାଉଥିବା ଯାତ୍ରୀବାହୀ ବସ୍‌ଟି ବନ୍ତ ଛକରେ ଏକ ଟ୍ରକ୍‌ ସହ ମୁହାଁମୁହିଁ ଧକ୍କା ହୋଇଥିଲା। ଫଳରେ ୨ ଜଣ ଯାତ୍ରୀଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବା ବେଳେ ୨୮ଜଣ ଆହତ ହୋଇଛନ୍ତି।  ପ୍ରାୟ ୫୦ ଜଣ ଯାତ୍ରୀଙ୍କ ଏହି ବସ୍‌ରେ ରହିଥିଲେ।

Read More

କେଦାର ମିଶ୍ର ଦୁର୍ନୀତି ନିବାରଣ ବିଭାଗ ଯଦି କେଉଁ ଛୋଟିଆ କର୍ମଚାରୀଙ୍କୁ ଧରିପକାଏ, ତାହେଲେ ଆମର ଗଣମାଧ୍ୟମ ସେମାନଙ୍କ ବିରୋଧରେ ଲମ୍ବା ଅଭିଯୋଗର ଫର୍ଦ୍ଦ ପ୍ରସ୍ତୁତ କରିପକାଏ। କୋଟିପତି କିରାଣୀ ବା ପିଅନଙ୍କ ବିଳାସପୂର୍ଣ୍ଣ ପ୍ରାସାଦ ଭଳି ଅପେରା ମାର୍କା ଶୀର୍ଷକ ଲେଖିବାରେ ଆମ ସାମ୍ବାଦିକତାର ହାତ ଥକି ପଡେ ନାହିଁ। ହେଲେ ଦୁର୍ନୀତି ନିବାରଣ ବିଭାଗ ଯଦି କୌଣସି ବଡ ଅମଲାଙ୍କୁ କାବୁ କରେ, ତାହେଲେ ସେଠି ସାଙ୍ଗେ ସାଙ୍ଗେ ଆମର ଶୀର୍ଷକ ବଦଳି ଯାଏ। କିରାଣୀ ଓ ପିଅନଙ୍କ ଦୁର୍ନୀତି ବିରୋଧରେ ଆମେ ଯେଉଁ ଭାଷା ପ୍ରୟୋଗ କରୁ, ଆଇଏଏସଙ୍କ କ୍ଷେତ୍ରରେ ସେ ଭାଷା ବଦଳିଯାଏ। ସାଙ୍ଗେ ସାଙ୍ଗେ ଆମର ଶୀର୍ଷକ ହୋଇଯାଏ- “ଅଧିକାରୀଙ୍କୁ ଫସେଇଦେବାକୁ ଉଚ୍ଚ ସ୍ତରୀୟ ଷଡଯନ୍ତ୍ର” କିମ୍ବା “ନିଜ ପତିଆରା ଜାହିର କରିବାକୁ ଅମୁକ ଅଧିକାରୀଙ୍କୁ ଫସେଇ ଦେଇଛନ୍ତି ସମୁକ ଅଧିକାରୀ”। ବଡ ବିଚିତ୍ର ଯୁକ୍ତି! ଗଣମାଧ୍ୟମର ପାତର ଅନ୍ତର ନୀତିର ଗୋଟେ ବଢିଆ ନମୂନା ଆମେ ଏବେ…

Read More

ସମୀକ୍ଷା ବ୍ୟୁରୋ ଭୁବନେଶ୍ୱର- ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ କାର୍ଯ୍ୟ କରୁଥିବା ନିରଞ୍ଜନ ସେଠୀ ବୈଷୟିକ ନିର୍ଦ୍ଦେଶକ ଭାବେ ପଦନ୍ନୋତି ପାଇଛନ୍ତି।ବର୍ତ୍ତମାନ ସେ ଏହି ବିଭାଗରେ ଅତିରିକ୍ତ ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରୁଛନ୍ତି। ତାଙ୍କର ୩୦ ବର୍ଷ କାର୍ଯ୍ୟକାଳ ମଧ୍ୟରେ ବିଭିନ୍ନ ସମୟରେ ସେ ରାଜ୍ୟପାଳ ଏବଂ ମୁଖ୍ୟମନ୍ତ୍ରୀଙ୍କ ଲୋକ ସଂପର୍କ ଅଧିକାରୀ, ବିଭିନ୍ନ ଜିଲ୍ଲାରେ ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ, ଉତରାଂଚଳ ଉପ ନିର୍ଦ୍ଦେଶ ଭାବେ କାର୍ଯ୍ୟ କରିଛନ୍ତି । ଗତ ୨୦୧୯ ସାଧାରଣ ନିର୍ବାଚନ ବେଳେ ନିର୍ବାଚନ ଆୟୋଗଙ୍କ ସୁପାରିଶରେ ଓଡିଶା ମୁଖ୍ୟ ନିର୍ବାଚନ କାର୍ଯ୍ୟାଳୟରେ ସେ ମିଡିଆ ମ୍ୟାନେଜମେଣ୍ଟ ଓ ସୋସିଆଲ ମିଡିଆର ନୋଡାଲ ଅଫିସର ଭାବେ ସେ କାର୍ଯ୍ୟ କରିଥିଲେ। ମିଡିଆ ମ୍ୟାନେଜମେଣ୍ଟ କ୍ଷେତ୍ରରେ ଅନେକ ପ୍ରତିକୂଳ ପରିସ୍ଥିତିରେ କାର୍ଯ୍ୟକରି ସେ ଗଣମାଧ୍ୟମ ଜଗତରେ ବେଶ ପରିଚିତ ହୋଇ ପାରିଛନ୍ତି । ରାଜ୍ୟ ସରକାରଙ୍କ ୫ଟି ପ୍ରକ୍ରିୟା ତ୍ୱରାନ୍ୱିତ ହେବା…

Read More

ଓଡିଶାକୁ ପୁଣି ମିଳିଲା ଜାତୀୟ କୃଷି କର୍ମଣ ପୁରସ୍କାର, ପ୍ରଧାନମନ୍ତ୍ରଙ୍କ ଠାରୁ ପୁରସ୍କାର ନେଉଛନ୍ତି କୃଷିମନ୍ତ୍ରୀ ଅରୁଣ ସାହୁ

Read More

ସମୀକ୍ଷା ବ୍ୟୁରୋ ବ୍ରହ୍ମପୁର: ଆଜିଥିଲା ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ୫୪ତମ ପ୍ରତିଷ୍ଠା ଦିବସ। ମୁଖ୍ୟ ଆକର୍ଷଣ ଥିଲେ ଦୁଇ ତୁଂଗ ବ୍ୟକ୍ତିତ୍ୱ। ଜଣେ ଓଡ଼ିଆ ଭାଷା ସାହିତ୍ୟର ପ୍ରଖ୍ୟାତ ଔପନ୍ୟାସିକା ପଦ୍ମଶ୍ରୀ ଡ. ପ୍ରତିଭା ରାୟ, ଅନ୍ୟ ଜଣେ ହେଉଛନ୍ତି ଜାତିସଂଘର କାର୍ଯ୍ୟରତ ଗଂଜାମ ମାଟିର ଗର୍ବ ଓ ଗୌରବ ସତ୍ୟସୁନ୍ଦର ତ୍ରିପାଠୀ। ସେ ସଂପ୍ରତି ଜାତିସଂଘର ଉପସଚିବ ଏବଂ ପରିବେଶ ପର୍ଯ୍ୟାବରଣ ପାଇଁ ଜାତିସଂଘରେ ନ୍ୟୁୟର୍କ ଦପ୍ତରରେ କାର୍ଯ୍ୟରତ। ଏଇ ଦୁଇଜଣଙ୍କୁ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ତରଫରୁ ସମ୍ବର୍ଦ୍ଧିତ କରାଯାଇଥିଲା। ପଦ୍ମଶ୍ରୀ ପ୍ରତିଭା ରାୟଙ୍କୁ କବି ସମ୍ରାଟ ଉପେନ୍ଦ୍ରଭଂଜ ଜାତୀୟ ସମ୍ମାନ ଓ ସତ୍ୟସୁନ୍ଦର ତ୍ରିପାଠୀଙ୍କୁ ବିଶ୍ୱବିଦ୍ୟାଳୟର ପୁରାତନ ଛାତ୍ର ଭାବରେ ଭଂଜବିହାର ସମ୍ବର୍ଦ୍ଧନା। ସମ୍ମାନ ଗ୍ରହଣ ଅବସରରେ ପ୍ରତିଭା ରାୟ ଶବ୍ଦ ପ୍ରତି ସମ୍ମାନ ରହି ସଠିକ୍ ସମୟରେ ଠିକଣା ଶବ୍ଦ ବ୍ୟବହାର କରିବାକୁ ଛାତ୍ର ସମାଜକୁ ପରାମର୍ଶ ଦେଇଥିଲେ। କବି ମନସ୍ମ ଯୁବ ଅବସ୍ଥାରେ ପ୍ରତ୍ୟେକ ନିଜର ଶବ୍ଦ ଚାତୁରୀରେ…

Read More

ହାଇଦ୍ରାବାଦ, 02/01: ବ୍ଲକ୍‌ବଷ୍ଟର ତାମିଲ ଫିଲ୍ମ ‘ଅସୁରନ୍‌’ର ତେଲୁଗୁ ରିମେକ୍‌ରେ ପ୍ରିୟାମଣି ନଜର ଆସିବାକୁ ଯାଉଛନ୍ତି । ପୂର୍ବରୁ ଶ୍ରୀୟା ଶରଣ ଏହି ଚରିତ୍ର କରିବା ନେଇ ସୂଚନା ମିଳିଥିଲା ମାତ୍ର ଶ୍ରୀୟା ଏହି ପ୍ରୋଜେକ୍ଟରୁ ଓହରିବା ସହିତ ପ୍ରିୟାମଣୀଙ୍କୁ ଏହି ସୁଯୋଗ ମିଳିଛି । ଫିଲ୍ମରେ ମଞ୍ଜୁ ଓ୍ବାରିୟରଙ୍କ ଭୂମିକାରେ ପ୍ରିୟାମଣି ନଜର ଆସିବାକୁ ଯାଉଛନ୍ତି । ଭେଙ୍କଟେଶ ଧନୁଷଙ୍କ ଭୂମିକାରେ ନଜର ଆସିବାକୁ ଯାଉଛନ୍ତି । ତେଲୁଗୁ ଦର୍ଶକଙ୍କ ପାଇଁ ଫିଲ୍ମର କାହାଣୀରେ ସାମାନ୍ୟ ପରିବର୍ତ୍ତନ ମଧ୍ୟ କରାଯାଇଛି । ମୂଳ ଫିଲ୍ମକୁ ଭେଟ୍ରିମାରନ ନିର୍ଦ୍ଦେଶନା ଦେଉଥିବା ବେଳେ ବାଲାଜୀ ଶକ୍ତିଭେଲ ତେଲୁଗୁ ରିମେକ୍‌ର ନିର୍ଦ୍ଦେଶନା ଦେଉଛନ୍ତି । ଶ୍ରୀକାନ୍ତ ଅଡ୍ଡାଲା ଏହି ଫିଲ୍ମର ପ୍ରଯୋଜକ ରହିଛନ୍ତି । (ଏଜେନ୍ସୀ)

Read More

ସମୀକ୍ଷା ବ୍ୟୁରୋ ଭୁବନେଶ୍ବର, ୦୨/୧: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲୋକସେବା ଭବନରୁ ଭିଡିଓ କନ୍‌ଫରେନ୍ସିଂ ଜରିଆର ବୌଦ୍ଧ ମହୋତ୍ସବକୁ ଉଦ୍‌ଘାଟନ କରିଛନ୍ତି। କଳାର ପ୍ରସାରରେ ବୌଦ୍ଧ ମହୋତ୍ସବ ରାଜ୍ୟ ତଥା ଦେଶର କଳାକାରଙ୍କ ପାଇଁ ସହାୟକ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଏହା ସହିତ ମୁଖ୍ୟମନ୍ତ୍ରୀ ବୌଦ୍ଧ ଜିଲ୍ଲା ପାଇଁ ୨୭ଟି ନୂତନ ପ୍ରକଳ୍ପର ଘୋଷଣା କରିବା ସହିତ ଏହାର ଉଦ୍‌ଘାଟନ ଏବଂ ଭିତ୍ତି ପ୍ରସ୍ତର ସ୍ଥାପନ କରିଛନ୍ତି। ଏହି ୨୭ଟି ପ୍ରକଳ୍ପରେ ୧୧୪ କୋଟି ଟଙ୍କା ବିନିଯୋଗ ହେବ। ଭିଡିଓ କନ୍‌ଫରେନ୍ସିଂ ଜରିଆରେ ପାନୀୟ ଜଳ ପ୍ରକଳ୍ପର ଉଦ୍‌ଘାଟନ କରିବା ସହିତ ବୌଦ୍ଧ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଭିତ୍ତି ପ୍ରସ୍ତର କରିଛନ୍ତି। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ନିର୍ମାଣ ପାଇଁ ସରକାରଙ୍କ ପକ୍ଷରୁ ୬୦କୋଟି ଟଙ୍କା ମଞ୍ଜୁର କରାଯାଇଛି। ଏହା ସହିତ ସରକାରଙ୍କ ପକ୍ଷରୁ ସଡକ ପ୍ରକଳ୍ପ, ସ୍ପୋର୍ଟସ୍‌, ଛାତ୍ରୀ ନିବାସ ଏବଂ ଅନ୍ୟାନ୍ୟ ପ୍ରକଳ୍ପ ସମ୍ପର୍କରେ ଘୋଷଣା କରାଯାଇଛି। ଏହି…

Read More

ପାଣାଜୀ,02/01 : 50 ଲକ୍ଷ ଟଙ୍କାର ଡ୍ରଗ୍ସ ସହିତ ଜଣେ ନାଇଜେରିଆ ନାଗରିକଙ୍କୁ ଗୋଆରୁ ଗିରଫ କରାଯାଇଛି । ଗୁରୁବାର ଗିରଫ ବ୍ୟକ୍ତିଙ୍କ ନିକଟରୁ 309 ଗ୍ରାମର କୋକେନ୍‌ ଏବଂ 200 ଗ୍ରାମର ଏମ୍‌ଡିଏମ୍‌ଏ ଜବତ କରାଯାଇଛି । ଗିରଫ ବ୍ୟକ୍ତିଙ୍କ ନାମ ଫେଚ୍‌କ୍ୟୁ ଡେଭିଡ୍‌ ମାଡୁକ୍ବେ ବୋଲି ଜଣାପଡିଛି । ଗୋଆ ପୋଲିସ୍‌ ସର୍ବଦା ଜିରୋ ଡ୍ରଗ୍‌ ପଲିସିକୁ ପ୍ରାଧାନ୍ୟ ଦେଇଛି ଏବଂ ଆଗାମୀ ଦିନରେ ଗୋଆକୁ ଡ୍ରଗ୍ସମୁକ୍ତ କରାଯିବ ବୋଲି ଗୋଆ ପୋଲିସ୍‌ ପକ୍ଷରୁ ଟ୍ବିଟ୍‌ କରାଯାଇଛି । ଅକ୍ଟୋବରରୁ ଡିସେମ୍ବର ମାସ ମଧ୍ୟରେ ଗୋଆରୁ 3 କୋଟିରୁ ଅଧିକ ଟଙ୍କାର ଡ୍ରଗ୍ସ ଜବତ କରାଯାଇଥିବା ପୋଲିସ୍‌ ପକ୍ଷରୁ କୁହାଯାଇଛି । (ଏଜେନ୍ସୀ)

Read More

ମୁମ୍ବାଇ,02/01 : ବଲିଉଡ୍‌ ଅଭିନେତ୍ରୀ ନୀନା ଗୁପ୍ତା କବୀର ଖାନ୍‌ଙ୍କ ଅପ୍‌କମିଙ୍ଗ ଫିଲ୍ମ 83ରେ ନଜର ଆସିବାକୁ ଯାଉଛନ୍ତି । ଏହି ଫିଲ୍ମରେ ନୀନା ରଣବୀରଙ୍କ ମା‘ ଚରିତ୍ରରେ ଦେଖାଦେବେ । ଫିଲ୍ମରେ ରଣବୀର କପିଳ ଦେବଙ୍କ ଭୂମିକାରେ ନଜର ଆସୁଥିବା ବେଳେ ନୀନା କପିଳଙ୍କ ମାଙ୍କ ଚରିତ୍ରରେ ପରଦାକୁ ଆସୁଛନ୍ତି । ଏହା ବ୍ୟତିତ ନୀନା ଆହୁରି ଦୁଇଟି ଫିଲ୍ମର ସୁଟିଂ ମଧ୍ୟ ଶେଷ କରିଛନ୍ତି । କଙ୍ଗନା ରଣାଓ୍ବତ ଅଭିନୀତ ପଙ୍ଗା ଆସନ୍ତା ମାସରେ ରିଲିଜ୍‌ ହେବାକୁ ଯାଉଥିବା ବେଳେ ଆୟୁଷ୍ମାନ ଖୁରାନାଙ୍କ ସହିତ ଶୁଭ ମଙ୍ଗଲ ଜାଦା ସାବଧାନରେ ନଜର ଆସିବାକୁ ଯାଉଛନ୍ତି । ଏହି ଦୁଇ ଫିଲ୍ମ ବ୍ୟତୀତ ନିଖିଲ ଆଡଭାନୀଙ୍କ ଏକ ଅନ୍‌ଟାଇଟ୍ଲ୍‌ଡ ଆକ୍ସନ୍‌ କମେଡିରେ ନୀନା ନଜର ଆସିବାକୁ ଯାଉଛନ୍ତି । ଏହି ଫିଲ୍ମରେ ଅର୍ଜୁନ୍‌ କପୁର ଏବଂ ରକୁଲ ପ୍ରୀତ ସିଂ ମଧ୍ୟ ନଜର ଆସିବେ । 83ର କାହାଣୀ ଭାରତର…

Read More

ପାଣାଜୀ,02/01 : ନାଗରିକତ୍ବ ସଂଶୋଧନ ଆଇନ୍‌ ପ୍ରତି ସମର୍ଥନ ଜାହିର କରି ଗୋଆର 4 କଂଗ୍ରେସ ନେତା ଦଳରୁ ଇସ୍ତଫା ପ୍ରଦାନ କରିଛନ୍ତି । ପାଣାଜୀ କଂଗ୍ରେସ ବ୍ଲକ୍‌ କମିଟି ଅଧ୍ୟକ୍ଷ ରହିଥିବା ପ୍ରସାଦ ଆମୋନକର, ଉତ୍ତର ଗୋଆ ସଂଖ୍ୟାଲଘୁ ସଂଘ ମୁଖ୍ୟ ଜାଭେଦ୍‌ ଶେଖ୍‌, ବ୍ଲକ୍‌ କମିଟି ସମ୍ପାଦକ ଦୀନେଶ କାବୁଲ ଏବଂ ଯୁବ ନେତା ଶିବରାଜ ଟରକାର ଗୁରୁବାର ଦଳରୁ ଇସ୍ତଫା ପ୍ରଦାନ କରିଛନ୍ତି । ସିଏଏ ଏବଂ ଏନ୍‌ଆରସିକୁ ଦଳ ବିରୋଧ କରିବା ସହିତ ସଂଖ୍ୟାଲଘୁ ସମ୍ପ୍ରଦାୟଙ୍କ ନିକଟକୁ ଭୁଲ ବାର୍ତ୍ତା ପ୍ରେରଣ କରୁଥିବାରୁ ଏହି 4 ନେତା ଇସ୍ତଫା ପ୍ରଦାନ କରିଥିବା ଜଣାପଡିଛି । ଉତ୍ତେଜକ ଭାଷଣ ଜରିଆରେ ସଂଖ୍ୟାଲଘୁ ସମ୍ପ୍ରଦାୟଙ୍କ ମନରେ ଭୟ ସୃଷ୍ଟି କରିବାର ଚେଷ୍ଟା କରାଯାଉଛି ବୋଲି ସଂଖ୍ୟାଲଘୁ ସଂଘ ମୁଖ୍ୟ ଜାଭେଦ୍‌ ଶେଖ୍‌ ପ୍ରକାଶ କରିଥିଲେ । (ଏଜେନ୍ସୀ)

Read More

ନୂଆଦିଲ୍ଲୀ, 02/01 : ରାଜସ୍ଥାନର କୋଟାରେ 100ରୁ ଅଧିକ ନବଜାତ ଶିଶୁଙ୍କ ମୃତ୍ୟୁକୁ ନେଇ ରାଜନୀତି ନକରିବାକୁ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍‌ ବିରୋଧୀ ଦଳଙ୍କୁ ଅନୁରୋଧ କରିଛନ୍ତି । ବହୁଜନ ସମାଜ ପାର୍ଟି ନେତ୍ରୀ ମାୟାବତୀ କୋଟା ପରିଦର୍ଶନ ପାଇଁ ପ୍ରିୟଙ୍କା ଗାନ୍ଧୀଙ୍କୁ କହିବା ପରେ ଗେହଲଟ୍‌ ଏହି ମନ୍ତବ୍ୟ ଦେଇଛନ୍ତି । ଟ୍ବିଟ୍ଟର ଜରିଆରେ ଗେହଲଟ୍‌ ଦୁଇଟି ଅନୁରୋଧ କରିଛନ୍ତି । ଘଟଣାର ରାଜନୀତି କରଣ ବନ୍ଦ କରିବା ସହିତ କେନ୍ଦ୍ରୀୟ ଡାକ୍ତରୀ ଟିମ୍‌ ପଠାଇ ଘଟଣାର ଅନୁଧ୍ୟାନ ପାଇଁ ଅନୁରୋଧ କରିଛନ୍ତି । ଏହି ଘଟଣା ପରେ ବିଜେପିର ଏକ ଦଳ ଘଟଣା ସମ୍ପର୍କରେ ଅନୁଧ୍ୟାନ କରିବା ପାଇଁ ହସ୍ପିଟାଲରେ ପହଞ୍ଚିଥିଲେ । ରାଜସ୍ଥାନ ସ୍ବାସ୍ଥ୍ୟମନ୍ତ୍ରୀ ରଘୁ ଶର୍ମା ବିଜେପିକୁ ସମାଲୋଚନା କରିଛନ୍ତି । ସିଏଏ ଆନ୍ଦୋଳନ ଉପରୁ ସାଧାରଣ ଜନତାଙ୍କ ଧ୍ୟାନ ହଟାଇବା ପାଇଁ ବିଜେପି ପକ୍ଷରୁ ଏପରି ଲୋକଦେଖାଣିଆ କାମ କରାଯାଉଛି ବୋଲି ଶର୍ମା ଅଭିଯୋଗ…

Read More

ସମୀକ୍ଷା ବ୍ୟୁରୋ ଭୁବନେଶ୍ବର,02/01 : ଓଡିଶାକୁ ପଞ୍ଚମ ଥର ପାଇଁ କୃଷି କର୍ମଣ ପୁରସ୍କାର ମିଳିଛି । କୃଷି କ୍ଷେତ୍ରରେ ଉତ୍କର୍ଷ ପ୍ରଦର୍ଶନ ପାଇଁ ଓଡିଶାକୁ ଏହି ପୁରସ୍କାର ମିଳିଛି । କର୍ଣ୍ଣାଟକ ଟୁମ୍‌କୁରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କୃଷି ମନ୍ତ୍ରୀ ଅରୁଣ ସାହୁଙ୍କୁ ଏହି ପୁରସ୍କାର ପ୍ରଦାନ କରିଛନ୍ତି । 2016-17 ଏବଂ 2017-18 ଆର୍ଥିକ ବର୍ଷରେ କୃଷି କ୍ଷେତ୍ରରେ ସାମଗ୍ରିକ ବିକାଶ ପାଇଁ ଓଡ଼ିଶାକୁ କୃଷି କର୍ମଣ ପୁରସ୍କାର ମିଳିଛି । ଖାଦ୍ୟ ଶସ୍ୟ ଉତ୍ପାଦନ ଏବଂ କୃଷି କ୍ଷେତ୍ରରେ ଉଲ୍ଲେଖନୀୟ ଅଭିବୃଦ୍ଧି ପାଇଁ ଓଡ଼ିଶାକୁ ଏହି ସମ୍ମାନ ମିଳିଥିବା ଜଣାପଡିଛି । ପ୍ରଧାନମନ୍ତ୍ରୀଙ୍କ ସମେତ କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ । ପ୍ରଧାନମନ୍ତ୍ରୀ ମୋଦି ଅରୁଣ ସାହୁଙ୍କୁ ଟ୍ରଫି, ପ୍ରଶଂସାପତ୍ର ଏବଂ ଏକ କୋଟି ଟଙ୍କା ପ୍ରଦାନ କରାଯାଇଛି ।

Read More