ନୂଆଦିଲ୍ଲୀ, 23/12: ଝାଡଖଣ୍ଡ ବିଧାନସଭା ନିର୍ବାଚନରେ କଂଗ୍ରେସ-ଜେଏମଏମ୍-ଆରଜେଡି ମହାମେଣ୍ଟ ରାଜ୍ୟରେ ଥିବା ବିଜେପି ସରକାରକୁ କଡ୍ଡା ଟକ୍କର ଦେଇ ବିଜୟୀ ହୋଇଛନ୍ତି। ନିର୍ବାଚନ ପରିଣାମ ଆସିବା ପରେ ଜେଏମଏମ ନେତା ହେମନ୍ତ ସୋରେନ୍ ମୁଖ୍ୟମନ୍ତ୍ରୀ ପଦ ସମ୍ଭାଳିବା ନେଇ ସ୍ପଷ୍ଟ ହୋଇଛି। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟୁଇଟ୍ କରି ସୋରେନ୍ଙ୍କୁ ଶୁଭକାମନା ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ ଟୁଇଟ୍ କରି କହିଛନ୍ତି ଯେ, ଝାଡଖଣ୍ଡ ବିଧାନସଭା ନିର୍ବାଚନ ବିଜୟ ପାଇଁ ହେମନ୍ତ ସୋରନେ୍ ଓ ଜେଏମ୍ଏମ୍ର ନେତୃତ୍ବ ନେଉଥିବା ସମସ୍ତ ମହାମେଣ୍ଟକୁ ଶୁଭକାମନା। ରାଜ୍ୟରେ ସେବା କରିବା ନିମେନ୍ତ ଶୁଭକାମନା। ଆଉ ଏକ ଟୁଇଟ୍ରେ କହିଛନ୍ତି ଯେ, ଝାଡଖଣ୍ଡ ଲୋକଙ୍କୁ ଧନ୍ୟବାଦ ଯେ, ବିଜେପିକୁ କିଛି ବର୍ଷ ସେବା କରିବାକୁ ସୁଯୋଗ ଦେଇଥିବାରୁ। ବିଜେପି ଆଗାମୀ ସମୟରେ ମଧ୍ୟ ଝାଡଖଣ୍ଡର ସେବା କରିବା ସହିତ ଜନତାଙ୍କ ହିତ ପାଇଁ କାର୍ଯ୍ୟ ଜାରି ରଖିବ। (ଏଜେନ୍ସି)
Author: Samikhsya Bureau
ଝାଡଖଣ୍ଡ, 23/12: ଝାଡଖଣ୍ଡ ବିଧାନସଭା ନିର୍ବାଚନରେ ମହାମେଣ୍ଟ ଜିତିବା ପରେ ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚା (ଜେଏମ୍ଏମ୍)ର କାର୍ଯ୍ୟକାରୀ ଅଧ୍ୟକ୍ଷ ହେମନ୍ତ ସୋରେନ୍ ଖୁସି ବ୍ୟକ୍ତ କରିଛନ୍ତି। ସୋମବାର ଦିନ ହେମନ୍ତ ସୋରେନ୍ କହିଛନ୍ତି ଯେ, ଝାଡଖଣ୍ଡ ଜନତାଙ୍କ ସ୍ପଷ୍ଟ ଜନାଦେଶ ପାଇ, ଜନତାଙ୍କ ନିକଟରେ ଋଣୀ ବୋଲି କହିଛନ୍ତି। ଆଜି ଦିନଟି ତାଙ୍କ ପାଇଁ ସଂକଳ୍ପର ଦିନ। ଲୋକଙ୍କ ଆକାଂକ୍ଷାକୁ ପୂରା କରିବାର ଦିନ ଆସିଛି। ଏହି ଜନାଦେଶକୁ ଶିବୁ ସୋରେନ୍ଙ୍କ ପରିଶ୍ରମ ଓ ତ୍ୟାଗର ପରିଣାମ ବୋଲି କହିଛନ୍ତି ହେମନ୍ତ। ଝାଡଖଣ୍ଡରେ ଏକ ନୂତନ ଅଧ୍ୟାୟ ଆରମ୍ଭ ହେବ ବୋଲି କହିଛନ୍ତି ହେମନ୍ତ। ଜେଏମଏମ୍ର ସହିତ ମେଣ୍ଟରେ ରହିଥିବା କଂଗ୍ରେସ ଓ ଆରଜେଡିଙ୍କୁ ମଧ୍ୟ କୃତଜ୍ଞତା ଜ୍ଞାପନ କରିଛନ୍ତି ହେମନ୍ତ ସୋରେନ୍। ଏହି ଅବସରରେ ଲାଲୁ ପ୍ରସାଦ ଯାଦବ, ସୋନିଆ ଗାନ୍ଧି, ପ୍ରିୟଙ୍କା ଗାନ୍ଧି ଓ ରାହୁଲ୍ ଗାନ୍ଧିଙ୍କୁ ମଧ୍ୟ ଧନ୍ୟବାଦ ଜଣାଇଛନ୍ତି। (ଏଜେନ୍ସି)
ହାଇଦ୍ରାବାଦ, ୨୩/୧୨: ହାଇଦ୍ରାବାଦ ଏନକାଉଣ୍ଟର ୧୭ ଦିନ ପରେ ସମସ୍ତ ଅଭିଯୁକ୍ତଙ୍କ ଶବକୁ ତାଙ୍କ ପରିଜନକୁ ହସ୍ତାନ୍ତର କରାଯାଇଛି। ମହିଳା ଭେଟେନାରୀ ଡାକ୍ତରଙ୍କ ଗଣଦୁଷ୍କର୍ମ ମାମଲାରେ ଅଭିଯୁକ୍ତ ଚାରି ଅପରାଧୀଙ୍କୁ ପୋଲିସ୍ ଏନକାଉଣ୍ଟର କରିଥିଲା। ଏହି ଘଟଣାକୁ ନେଇ ଦେଶରେ ବେଶ୍ ଚର୍ଚ୍ଚା ସୃଷ୍ଟି ହୋଇଥିବାବେଳେ ହାଇଦ୍ରାବାଦ କୋର୍ଟ ଏହି ଘଟଣାର ନ୍ୟାୟିକ ଯାଞ୍ଚ ପାଇଁ ନିର୍ଦ୍ଦେଶ ଦେଇଥିଲେ। ହାଇଦ୍ରାବାଦ୍ ହାଇକୋର୍ଟଙ୍କ ଆଦେଶାନୁସାରେ ଚାରି ଅଭିଯୁକ୍ତଙ୍କ ଶବକୁ ସୁରକ୍ଷିତ ରଖାଯାଇଥିଲା। ଓ ଏହାକୁ ପୁନଃ ଶବ ବ୍ୟବଚ୍ଛେଦ କରାଯାଇଥିଲା। ଡିସେମ୍ବର ୬ ତାରିଖରେ ଏହି ଅଭିଯୁକ୍ତଙ୍କୁ ଏନକାଉଣ୍ଟର କରାଯାଇଥିଲା। (ଏଜେନ୍ସି)
Designer Anamika Khanna, commenting on the shift in the bridal wears category.
Best getaways for a peaceful New Year’s Eve!
A documentary show titled “India 2050”, which will unravel the potential dangers of uncontrolled environmental degradation and climate change in India, will soon find its way onto the small screen. The show, which gives a sneak peek into the future, will premiere on Discovery Channel on December 29.
The Khelo India Youth Games mascot taken around the city of Guwahati ahead of the third edition of the competition.
Winners of Pune Half Marathon 2019 (Men).
ଆନ୍ଧ୍ରପ୍ରଦେଶ, 23/12: ଏନ୍ଆରସିକୁ ନେଇ ବିରୋଧୀମାନେ ସରକାରକୁ ଘେରିଥିବାବେଳେ ଅନେକ ରାଜ୍ୟ ଏହାକୁ ଲାଗୁ ନ କରିବା ନେଇ ଘୋଷଣା କରିସାରିଛନ୍ତି। ଇତିମଧ୍ୟରେ ଆନ୍ଧ୍ରପ୍ରଦେଶ ଏନ୍ଆରସି ରାଜ୍ୟରେ ଲାଗୁ ନ କରିବା ନେଇ ଘୋଷଣା କରିଛି। ଆନ୍ଧ୍ରପ୍ରଦେଶରେ ରାଷ୍ଟ୍ରୀୟ ନାଗରିକ ରେଜିଷ୍ଟାର୍ (ଏନ୍ଆରସି) ଲାଗୁ ହେବ ନାହିଁ। ମୁଖ୍ୟମନ୍ତ୍ରୀ ଓ୍ବାଇଏସ୍ ଜଗନ ରେଡ୍ଡି କହିଛନ୍ତି ଯେ, ପ୍ରଦେଶରେ ଏନ୍ଆରସି ଲାଗୁ ହେବ ନାହିଁ। ଆନ୍ଧ୍ରପ୍ରଦେଶର ଉପମୁଖ୍ୟମନ୍ତ୍ରୀ ପ୍ରଥମରୁ କହିଥିଲେ ଯେ, ରାଜ୍ୟରେ ରହିଥିବା ସଂଖ୍ୟାଲଘୁକୁ ଏନେଇ ଡରିବାର ଆବଶ୍ୟକତା ନାହିଁ। ଆନ୍ଧ୍ରପ୍ରଦେଶରେ ଏନ୍ଆରସିକୁ ଲାଗୁ ହେବ ନାହିଁ। ଜଗନମୋହନ ରେଡ୍ଡି କହିଛନ୍ତି ଯେ, ତାଙ୍କ ସରକାର ପୂରା ଦେଶରେ ଏନ୍ଆରସିର ବିରୋଧ କରିବେ। ଏନ୍ଆରସିକୁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଜେଡିୟୁର ନୀତିଶ କୁମାର ରାଜ୍ୟରେ ଲାଗୁ କରିବା ପାଇଁ ମନା କରିସାରିଛନ୍ତି।(ଏଜେନ୍ସି)
ନୂଆଦିଲ୍ଲୀ, 23/12: ଝାଡଖଣ୍ଡ ବିଧାନସଭା ନିର୍ବାଚନ ଫଳାଫଳରେ ଜେଏମଏମ୍-କଂଗ୍ରେସ-ଆରଜେଡି ମହାମେଣ୍ଟ ଆଗୁଆ ରହିଥିବାବେଳେ ଗତ ପାଞ୍ଚବର୍ଷ ଧରି ସରକାରରେ ରହିଥିବା ବିଜେପି ପଛୁଆ ରହିଛି। ଝାଡଖଣ୍ଡରେ ବିଜେପିରେ କଡ୍ଡା ପରାଜୟର ଫଳ ଆସିବା ନେଇ ସ୍ପଷ୍ଟ ଦେଖାଯାଉଛି। ଏହି ସମୟରେ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରୀଓ୍ବାଲ ନିଜର ମତ ରଖିଛନ୍ତି। ବିଜେପିର ଅହଂକାରକୁ ଜନତା ପ୍ରତ୍ୟାଖ୍ୟାନ କରିଛନ୍ତି ବୋଲି ଅରବିନ୍ଦ କେଜ୍ରୀଓ୍ବାଲ କହିଛନ୍ତି। ଆମ୍ ଆଦ୍ମୀ ସୁପ୍ରିମୋ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରୀଓ୍ବାଲ ଜେଏମଏମ୍ ନେତା ହେମନ୍ତ ସୋରେନ୍ଙ୍କ ଶୁଭେଚ୍ଛା ଜଣାଇବା ସହ କହିଛନ୍ତି ଯେ, ଜନତା କାମକୁ ଭୋଟ ଦିଅନ୍ତି, ବିଜେପି ଅହଂକାର ଦେଖାଇଛି। ଶେଷ ଦୁଇ ପର୍ଯ୍ୟାୟରେ ସିଏବି ଓ ଏନ୍ଆରସିକୁ ନେଇ ଆକ୍ରମକ ପ୍ରଚାର ମଧ୍ୟ କରିଛି। କିନ୍ତୁ ଫଳରେ ଜନତା ତାଙ୍କୁ ଅଗ୍ରାହ୍ୟ କରିଛି। (ଏଜେନ୍ସି)
Kolkata: People warm themselves around the fire on a chilly winter evening in Kolkata on Dec 22, 2019. (Photo: Kuntal Chakrabarty/IANS)
Kolkata: Sikh devotees participate in a rally to mark the beginning of the Prakashotsava, the 353rd birth anniversary celebrations of Guru Gobind Singh (the tenth and last Sikh guru) in Kolkata, on Dec 22, 2019. (Photo: Kuntal Chakrabarty/IANS)
Cuttack: Indian team with the Trophy after winning the three-match one day international (ODI) series against West Indies 2-1 at the Barabati Stadium in Cuttack, Odisha, on Dec 22, 2019. (Photo: Surjeet Yadav/IANS)
New Delhi: Actors Keerthy Suresh, Ayushmann Khurrana, Vicky Kaushal and Akshay Kumar during 66th National Film Awards in New Delhi on Dec 23, 2019. (Photo: IANS)
Mumbai: Actress Tara Sutaria seen at Bandra, in Mumbai on Dec 22, 2019. (Photo: IANS)
New Delhi: Filmmaker Sanjay Leela Bhansali and actress Keerthy Suresh during 66th National Film Awards in New Delhi on Dec 23, 2019. (Photo: Amlan Paliwal/IANS)
ଝାଡଖଣ୍ଡ, 23/12: ଝାଡଖଣ୍ଡ ବିଧାନସଭା ନିର୍ବାଚନ ପରିଣାମକୁ ଦେଖି ଭାରତୀୟ ଜନତା ପାର୍ଟିର ହାର ବେଶ୍ ସ୍ପଷ୍ଟ ଦେଖାଯାଉଛି। ଝାଡଖଣ୍ଡର ମୁଖ୍ୟମନ୍ତ୍ରୀ ରଘୁବର ଦାସ ଦଳର ଖରାପ ପ୍ରଦର୍ଶନକୁ ନେଇ କହିଛନ୍ତି ଯେ, ଏହା ମୋର ପରାଜୟ ଅଟେ, ଦଳର ନୁହେଁ। ମୁଁ ଝାଡଖଣ୍ଡର ସ୍ବାର୍ଥ ପାଇଁ କାମ କରିଛି। ଏହାର ପରିଣାମକୁ ସ୍ବାଗତ କରୁଛି। ସୂଚନାଯୋଗ୍ୟ, ଝାଡଖଣ୍ଡରେ 81ଟି ବିଧାନସଭା ଆସନ ପାଇଁ 5ଟି ପର୍ଯ୍ୟାୟରେ ଭୋଟ୍ ଗ୍ରହଣ ହୋଇଥିଲା। ସର୍ବତମ ସୂଚନା ଅନୁସାରେ ଜେଏମ୍ଏମ୍ ମେଣ୍ଟ 45ଟି ଆସନ ପାଇଥିବାବେଳେ ବିଜେପି 26ଟି ଆସନରେ ରହିଛି। (ଏଜେନ୍ସି)
କଲିକତା, 23/12: ଭାରତୀୟ ଜନତା ପାର୍ଟି (ବିଜେପି)ର କାର୍ଯ୍ୟକାରୀ ଅଧ୍ୟକ୍ଷ ଜେପି ନଡ୍ଡା କଲିକତାଠାରେ ନାଗରିକତା ସଂଶୋଧନ ଅଧିନିୟମ ସମର୍ଥନରେ ଏକ ରାଲି କରିଛନ୍ତି। ଏହି ଅବସରରେ ଏକ ଜନସଭାକୁ ସମ୍ବୋଧିତ କରି ଜେପି ନଡ୍ଡା କହିଛନ୍ତି ଯେ, ନାଗରିକତା ସଂଶୋଧନ ଅଧିନିୟମ ବିଷୟରେ ମମତା ଦିଦି ଓ ତାଙ୍କର ସମସ୍ତ ନେତା ଦେଶକୁ ଭ୍ରମିତ କରିବା ସହ ରାଜ୍ୟର ଲୋକଙ୍କୁ ଦ୍ବନ୍ଦ୍ବରେ ପକାଇ ବିପଥଗାମୀ କରାଉଛନ୍ତି। ଏହି ଅଧିନିୟମ ନାଗରିକତା ଦେଇଥାଏ, କାହାର ନାଗରିକତା ଛଡାଇବ ନାହିଁ । ଜେପି ନଡ୍ଡା କହିଛନ୍ତି ଯେ, ଭାରତରେ ରହିଥିବା ସମସ୍ତ ମୁସଲମାମାନେ ଆଗକୁ ବଢିଛନ୍ତି । ଆମେ ସମସ୍ତଙ୍କୁ ସମାନ ସୁଯୋଗ ଓ ସମାନ ସମ୍ମାନ ମଧ୍ୟ ଦେଇଛୁ। ମମତା ଭୋଟ୍ ବ୍ୟାଙ୍କ ପାଇଁ ଏହାକୁ ନେଇ ରାଜନୀତି କରୁଛନ୍ତି ବୋଲି କହିଛନ୍ତି ନଡ୍ଡା। (ଏଜେନ୍ସି)
ମୁମ୍ବାଇ, 23/12: ଝାଡଖଣ୍ଡ ବିଧାନସଭା ନିର୍ବାଚନର ପରିଣାମରେ ବିଜେପିର ପରାଜୟକୁ ଦେଖି ଏନ୍ସିପି ପ୍ରମୁଖ ଶରଦ ପାଓ୍ବାର ନରେନ୍ଦ୍ର ମୋଦି ସରକାରଙ୍କ ଅସଫଳ ନୀତିଙ୍କୁ ଦାୟୀ କରିଛନ୍ତି । ଶରଦ ପାଓ୍ବାର କହିଛନ୍ତି ଯେ, ନରେନ୍ଦ୍ର ମୋଦିଙ୍କ ନେତୃତ୍ବକୁ ଝାଡଖଣ୍ଡରେ ଅଗ୍ରାହ୍ୟ କରିଛନ୍ତି। ପଞ୍ଚମ ରାଜ୍ୟ ଭାବେ ବିଜେପି ହାତରୁ ଝାଡଖଣ୍ଡ ଖସି ଯାଇଛି । ବିଜେପି କହୁଥିଲା ଯେ, କିଛି ବି କରିବି ସେ କ୍ଷମତାକୁ ଆସିବ, କିନ୍ତୁ ଝାଡଖଣ୍ଡବାସୀ ଏହାର ଉତ୍ତର ଦେଇ ଦେଇଛନ୍ତି। ଏନ୍ସିପି ପ୍ରମୁଖ ଶରଦ ପାଓ୍ବାର କହିଛନ୍ତି ଯେ, ଦେଶକୁ ଏକ ନୂତନ ରାସ୍ତାରେ ନେବାର ଅୟମାରମ୍ଭ ଆରମ୍ଭ ହୋଇଗଲାଣି। ଝାଡଖଣ୍ଡବାସୀ ଏହି ରାସ୍ତାରେ ପାଦ ବଢାଇସାରିଛନ୍ତି। ମୋଦିଙ୍କୁ ବୁଝିବା ଦରକାର ଯେ, ରାଜସ୍ଥାନ, ମଧ୍ୟପ୍ରଦେଶ, ଛତିଶଗଡ ଓ ମହାରାଷ୍ଟ୍ର ପରେ ଏବେ ଝାଡଖଣ୍ଡ ଏବେ ତାଙ୍କ ହାତରୁ ଚାଲିଯାଇଛି । ମୋଦିଙ୍କ ଭାଷଣକୁ ଝାଡଖଣ୍ଡବାସୀ ନାପସନ୍ଦ କରିଛନ୍ତି । ମୋଦିଙ୍କୁ ଝାଡଖଣ୍ଡବାସୀ ଠିକ୍…
ସମୀକ୍ଷା ବ୍ୟୁରୋ ନୂଆଦିଲ୍ଲୀ, 23/12: 81 ଆସନ ବିଶିଷ୍ଟ ଝାଡଖଣ୍ଡ ବିଧାନସଭା ନିର୍ବାଚନରେ ପରିଣାମରୁ ଭାରତୀୟ ବିଜେପିର ବିଫଳତା ଜଣାପଡିଯଉଛି। ଭୋଟ ଗଣତି ଚାଲିଥିବାବେଳେ ବିଜେପି ଏହି ରାଜ୍ୟରେ ମାତ୍ର 23 ଆସନ ଜିତିବା ନେଇ ସୂଚନା ରହୁଛି। ଅପରପକ୍ଷରେ ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚାର ନେତୃତ୍ବ ମେଣ୍ଟ ରାଜ୍ୟରେ ସରକାର ଗଢିବା ନେଇ ଆଶା ସ୍ପଷ୍ଟ ହେଉଛି। ଏହି ଅବସରରେ କଂଗ୍ରେସର ବରିଷ୍ଠ ନେତା ପି. ଚିଦାମରମ୍ ବିଜେପି ହାତରୁ ଖସୁଥିବା ରାଜ୍ୟକୁ ନେଇ ଟୁଇଟ୍ କରିଛନ୍ତି। ବିଜେପିକୁ ଟାର୍ଗେଟ୍ କରି ପି. ଚିଦାମ୍ବରମ୍ କହିଛନ୍ତି ଯେ, ହରିୟାଣାରେ ବିଜେପିକୁ ଆଘାତ ଲାଗିଥିଲା, ମହାରାଷ୍ଟ୍ରରେ ବିଜେପି ଖାରଜ୍ ହେଲା ଏବେ ଝାଡଖଣ୍ଡରେ ହାର (ପରାଜୟ) ମିଳିଲା। 2019ର ବିଜେପିର ଏହି କାହାଣୀ। ଅଣ ବିଜେପି ଦଳ କଂଗ୍ରେସ ସହିତ ସମ୍ବିଧାନ ବଞ୍ଚାଇବା ଆଗକୁ ଆସିବା ଦରକାର। (ଏଜେନ୍ସି)
ନୂଆଦିଲ୍ଲୀ, 23/12: ନାଗରିକତା ସଂଶୋଧନ ଆଇନ ବିରୋଧରେ ଆଜି କଂଗ୍ରେସ ଦଳ ତରଫରୁ ରାଜଘାଟ ଠାରେ ସତ୍ୟାଗ୍ରହ ଅନୁଷ୍ଠିତ ହେଉଛି। ସତ୍ୟାଗ୍ରହରେ ଦଳର ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧି, ପୂର୍ବତନ ପ୍ରଧାନମନ୍ତ୍ରୀ ଡ. ମନମୋହନ ସିଂ, ପୂର୍ବତନ ଅଧ୍ୟକ୍ଷ ରାହୁଲ୍ ଗାନ୍ଧି, ମହାସଚିବ ପ୍ରିୟଙ୍କା ଗାନ୍ଧି ଓ କାର୍ଯ୍ୟସମିତିର ସଦସ୍ୟ ସହିତ ଦଳର ଶୀର୍ଷ ନେତାମାନେ ସାମିଲ୍ ରହିଛନ୍ତି। ଏହି ଅବସରରେ ସୋନିଆ ଗାନ୍ଧି, ମନମୋହନ ସିଂ ଓ ରାହୁଲ୍ ଗାନ୍ଧି ସମ୍ବିଧାନର ପ୍ରସ୍ତାବନା ମଧ୍ୟ ପଢିଛନ୍ତି। କଂଗ୍ରେସ ନାଗରିକତା ସଂଶୋଧନ ଆଇନକୁ ଅସାମ୍ବିଧାନିକ କହି ଖୋଲାଖୋଲି ଏହାର ବିରୋଧ କରୁଛି। ଦଳର ମହାସଚିବ ପ୍ରିୟଙ୍କା ଗାନ୍ଧି ଭଦ୍ରା ଶନିବାର ଦିନ ଏନେଇ ଏକ ବୟାନ ଜାରି ନୂତନ ନାଗରିକତା ଆଇନ ଓ ରାଷ୍ଟ୍ରୀୟ ନାଗରିକ ପଞ୍ଜିକରଣ (ଏନ୍ଆରସି) ସମ୍ବିଧାନର ମୂଳ ଆତ୍ମା ବିରେଧରେ କଡା ଟକ୍କର ଦେବା ସହିତ ସାଧାରଣ ଜନତାର ସ୍ବରକୁ ଚପାଇବା ପାଇଁ ସରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ…

