କାଶ୍ମୀର ପ୍ରସଙ୍ଗରେ ଭାରତକୁ ଅନ୍ତର୍ଜାତୀୟ ସଂଘର ସମର୍ଥନକୁ ନେଇ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ପାକିସ୍ତାନ ବୈଦେଶିକ ମନ୍ତ୍ରାଳୟର ମନ୍ତ୍ରୀଅଲୀ ଅମିନ୍ ଗଣ୍ଡାପୁର । ଜମ୍ମୁ କାଶ୍ମୀର ମାମଲାରେ ଭାରତକୁ ସମର୍ଥନ କରୁଥିବା ରାଷ୍ଟ୍ର ପାକିସ୍ତାନ ମିସାଇଲ ରାଡାରରେ ରହିଛନ୍ତି ବୋଲି ଗଣ୍ଡାପୁର ମତ ଦେଇଛନ୍ତି । ପୂର୍ବରୁ ପାକିସ୍ତାନ ରେଳ ମନ୍ତ୍ରୀ ଏବଂ ସୂଚନା ଓ ପ୍ରସାରଣ ମନ୍ତ୍ରୀ ମଧ୍ୟ ଭାରତ ବିରୋଧୀ ମନ୍ତବ୍ୟ ପ୍ରଦାନ କରିଥିଲେ । ଭାରତକୁ ସମର୍ଥନ କରୁଥିବା ରାଷ୍ଟ୍ର ଇସଲାମାବାଦ ପାଇଁ ଶତ୍ରୁ ସଦୃଶ ବୋଲି ନିଜ ବକ୍ତବ୍ୟରେ କହିଛନ୍ତି ଗଣ୍ଡାପୁର । ଏହି ଭିଡିଓଟି ପାକିସ୍ତାନୀ ସାମ୍ବାଦିକା ନାଇଲା ଇନାୟତ ନିଜ ଟ୍ବିଟ୍ଟର ପେଜ୍ରେ ସେୟାର କରିଥିଲେ ।
Author: Samikhsya Bureau
ଆର୍ଜେଣ୍ଟିନା ଫୁଟବଲ୍ ଷ୍ଟାର ଲିଓନେଲ୍ ମେସି ନିଜର ପାରମ୍ପରିକ ପ୍ରତିଦ୍ବନ୍ଦୀ କ୍ରିଷ୍ଟିଆନୋ ରୋନାଲ୍ଡୋଙ୍କୁ ଅତିକ୍ରମ କରିଛନ୍ତି । ମଙ୍ଗଳବାର ରାତିରେ ବାର୍ସେଲୋନା ଏବଂ ଭାଲ୍ଲାଡଏଡ୍ ମଧ୍ୟରେ ଅନୁଷ୍ଠିତ ମ୍ୟାଚ୍ରେ ବାର୍ସେଲୋନା 5-1ରେ ବିଜୟୀ ହୋଇଥିବା ବେଳେ ମେସି ଦୁଇଟି ଗୋଲ୍ ସ୍କୋର କରିଥିଲେ । ଏହି ମ୍ୟାଚ୍ରେ ଦୁଇଟି ଗୋଲ ସ୍କୋର କରିବା ସହିତ ମେସି ରୋନାଲ୍ଡୋଙ୍କ କ୍ୟାରିୟର ଗୋଲ 606 ଗୋଲ୍କୁ ଅତିକ୍ରମ କରିବାରେ ସକ୍ଷମ ହୋଇଛନ୍ତି । ଏହି ମ୍ୟାଚ୍ ପୂର୍ବରୁ ମେସି 606ଟି ଗୋଲ୍ ସ୍କୋର କରିଥିବା ବେଳେ ବର୍ତ୍ତମାନ ମେସିଙ୍କ ସମୁଦାୟ ଗୋଲ ସଂଖ୍ୟା 608ରେ ପହଞ୍ଚିଛି ।
କୋରାପୁଟ ଜିଲ୍ଲା ପଟ୍ଟାଙ୍ଗୀ ବ୍ଲକର ଚନ୍ଦକା ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି । ଜଣେ ମହିଳା ନଦୀରେ ଭାସିଯାଇ ପ୍ରାଣ ହରାଇଛନ୍ତି । ଯମୁନା ଗୁଣ୍ଠା ନାମକ ଏହି ମହିଳା ଆଜି ସକାଳେ ଗାଁରେ ପ୍ରବାହିତ ହେଉଥିବା ନଦୀକୁ ଗାଧୋଇବା ପାଇଁ ଯାଇଥିଲେ । ତେବେ ଗତ କିଛିଦିନର ବର୍ଷା ହେତୁ ନଦୀର ଜଳସ୍ତର ଅଧିକ ରହିଥିଲା । ଗାଧୋଇବା ବେଳେ ଅସାବଧାନତା ବଶତଃ ତାଙ୍କ ଗୋଡ ଖସି ଯାଇଥିଲା । ଫଳରେ ସେ ବୁଡି ଯାଇ ପ୍ରାଣ ହରାଇଥିଲେ । ଖବର ପାଇ ଦମକଳ ବାହିନୀ ଗ୍ରାମରେ ପହଞ୍ଚି ମୃତଦେହ ଉଦ୍ଧାର କରିଛନ୍ତି ।
ଜାମ୍ମୁ କାଶ୍ମରର କୁଲଗାମରେ 5 ଜଣ ଅଣ କାଶ୍ମୀରି ଶ୍ରମିକଙ୍କୁ ଆତଙ୍କବାଦୀ ମାନେ ହତ୍ୟା କରିଛନ୍ତି । 5 ଜଣ ଶ୍ରମିକଙ୍କୁ ହତ୍ୟା କରାଯାଇଥିବା ବେଳେ ଜଣେ ଶ୍ରମିକ ଗୁରୁତର ଭାବରେ ଆହତ ହୋଇଛନ୍ତି । ସମସ୍ତ ଶ୍ରମିକ ମାନେ ପଶ୍ଚିମବଙ୍ଗର ବୋଲି ଜଣାପଡିଛି । ମଙ୍ଗଳବାର ଦିନ ସନ୍ଧ୍ୟାରେ ଏହି ଘଟଣା ଘଟିଥିବା ନେଇ ଜମ୍ମୁ କାଶ୍ମୀର ଡିଜିପି ଦିଲବାଗ ସିଂ ପ୍ରକାଶ କରିଛନ୍ତି । ଏହା ସହିତ ପୁଲଓ୍ବାମାରେ ଏକ ସ୍କୁଲରେ ମୁତୟନ ଥିବା ଅର୍ଦ୍ଧ ସାମରିକ ବାହିନୀର ଯବାନଙ୍କ ଉପରକୁ ମଧ୍ୟ ଆତଙ୍କକୀ ମାନେ ଗୁଳି ଚଳାଇଥିବା ଜଣାପଡିଛି । ଏହି ଘଟଣା ଅତ୍ୟନ୍ତ ଦୁଃଖଦାୟକ ଏବଂ ନିହତ ଶ୍ରମିକଙ୍କ ପରିବାରକୁ ସମ୍ପୂର୍ଣ୍ଣ ସହାୟତା ପ୍ରଦାନ କରାଯିବ ବୋଲି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପ୍ରକାଶ କରିଛନ୍ତି ।
Depositors of PMC Bank protest outside the Reserve Bank of India, at BKC in Mumbai on Tuesday.
ଚୋରା ଲୁହାପଥର କିଣିବା ଅଭିଯୋଗରେ ଯାଜପୁରରେ ଜଣେ ଶିଳ୍ପପତି, ମ୍ୟାନେଜର ଏବଂ କର୍ମଚାରୀ ଗିରଫ ହୋଇଛନ୍ତି । ଛତିଶଗଡ଼ର ଏକ କାରଖାନାକୁ ଯାଉଥିବା ପିଗ୍ ଆଇରନ୍କୁ ବାଟରେ ଚୋରି କରିଥିବା ଅଭିଯୋଗରେ ରାଉରକେଲାର 3 ଜଣ ବ୍ୟକ୍ତି ଗିରଫ ହୋଇଛନ୍ତି । ଗିରଫଙ୍କ ମଧ୍ୟରେ ବିଶିଷ୍ଟ ଶିଳ୍ପପତି ହନୁମାନ ଗୋଏଲ, ତାଙ୍କ ମ୍ୟାନେଜର ଓ ଜଣେ କର୍ମଚାରୀ ଅଛନ୍ତି । ଯାଜପୁର ଜିଲ୍ଲା କଳିଙ୍ଗନଗର ପୁଲିସ୍ ଗତକାଲି ବିଳମ୍ବିତ ରାତିରେ ରାଉରକେଲାରେ ପହଞ୍ଚି ସେମାନଙ୍କୁ ଗିରଫ କରିଛି ।
RIYADH, OCT 29 (UNI):-Prime Minister, Narendra Modi meeting the Minister of Energy, Prince Abdulaziz bin Salman Al Saud, in Riyadh, Saudi Arabia on Tuesday.UNI PHOTO-8F
Women perform rituals during ‘Bhai Dooj’ celebration in Patna on Tuesday.
VIJAYAWADA. OCT 29 (UNI) TDP National President and Andhra Pradesh former Chief Minister N Chadrababu Naidu paying tributes of TDP founder N T Rama Rao bust size statue during TDP activists meeting at Vijayawada on Tuesday. UNI PHOTO-77U
CHENNAI, OCT 29 (UNI):- Minister of State for Youth Affairs and Sports and Minority Affairs, Kiren Rijiju interacting with the students, at the Centre for Sports Science, Sri Ramachandra Institute of Higher Education and Research, Chennai on Tuesday.UNI PHOTO-65U
କେଦାର ମିଶ୍ର ଗତ କିଛି ବର୍ଷ ହେଲା ଓଡିଶାରେ ଓକିଲ ମାନଙ୍କର ଅଦାଲତ ବର୍ଜନ ଓ ପ୍ରତିବାଦ ଏକ ସାଧାରଣ ଘଟଣା ପାଲଟି ଯାଇଛି। ଏବେ ମଧ୍ୟ ଓଡିଶା ହାଇ କୋର୍ଟର ମାନ୍ୟବର ଓକିଲମାନେ କାର୍ୟବନ୍ଦ ଆନ୍ଦୋଳନ ଜାରି ରଖିଛନ୍ତି। ଓକିଲଙ୍କ ଆନ୍ଦୋଳନ ପଛରେ ଯେଉଁ କାରଣ କୁହାଯାଉଛି, ତାହା ଅନ୍ତତଃ ଏତେ ବେଶୀ ଗୁରୁତ୍ୱପୂର୍ଣ୍ଣ ନୁହେଁ ଯେ ଏଥିପାଇଁ ଅଦାଲତ ବର୍ଜନ କରିବାକୁ ପଡିବ। ଓଡିଶା ହାଇ କୋର୍ଟ ବାର କାଉନ୍ସିଲ ର ଅଧ୍ୟକ୍ଷ ବିଭିନ୍ନ ଗଣମାଧ୍ୟମରେ କହିଛନ୍ତି ଯେ ବିଚାରପତି ନିଯୁକ୍ତିରେ କଲେଜିୟମ ବ୍ୟବସ୍ଥାର ଉଚ୍ଛେଦ ଓ ଓଡିଶା ହାଇ କୋର୍ଟରେ ଖାଲିଥିବା ବିଚାରପତି ପଦବୀ ପୂରଣ ଲାଗି କୁଆଡେ ଏହି ଆନ୍ଦୋଳନ ଚାଲିଛି। ଆମ ଜାଣିବାରେ ବର୍ତ୍ତମାନ ସମୟର ବିଚାରପତି ନିଯୁକ୍ତି ପ୍ରକ୍ରିୟାକୁ ବଦଳାଇ ଏକ ଜାତୀୟ ବିଚାର ବିଭାଗୀୟ ନିଯୁକ୍ତି କମିଶନ ଗଢିବାକୁ ଭାରତର ସଂସଦ ଯେଉଁ ୯୯ତମ ସମ୍ବିଧାନ ସଂଶୋଧନ ପ୍ରସ୍ତାବ ଗ୍ରହଣ କରିଥିଲେ…
ଆଜି ଭାରତର ପରବର୍ତ୍ତି ମୁଖ୍ୟ ବିଚାରପତି ଭାବେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏସ ଏ ବୋବେଡଙ୍କୁ ନିଯୁକ୍ତ ଦେଇଛନ୍ତି। ସକାଳେ ଏ ନେଇ ରାଷ୍ଟ୍ରପତି ଭନବନରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏହା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରମୁଖ ସଚିବ ପ୍ରମୋଦ କୁମାର ମିଶ୍ର ରାଷ୍ଟ୍ରପତିଙ୍କ ୱାରେଣ୍ଟିକୁ ନୂଆ ମୁଖ୍ୟ ବିଚାରପତି ବୋବେଡଙ୍କୁ ପ୍ରଦାନ କରିଛନ୍ତି। ମିଶ୍ର ବୋବେଡଙ୍କ ବାସଭବନକୁ ଯାଇ ଏହି ୱାରେଣ୍ଟି ପ୍ରଦାନ କରିଛନ୍ତି।
ସମୀକ୍ଷା ବ୍ୟୁରୋ ବାଣପୁର ବ୍ଲକ୍ ଗମ୍ଭାରୀମୁଣ୍ଡା ପଞ୍ଚାୟତର ଖଜୁରିଆ ଗ୍ରାମର ଜଣେ ଅବସରପ୍ରାପ୍ତ ଶିକ୍ଷକଙ୍କଠାରୁ ବ୍ୟାଙ୍କ ଠକେଇ ଅଭିଯୋଗ ହୋଇଛି। ଠକେଇର ଶିକାର ହୋଇଥିବା ଶିକ୍ଷକ ଜଣକ ହେଉଛନ୍ତି କୈଳାସ ଚନ୍ଦ୍ର ସାମନ୍ତସିଂହାର। ମିଳିଥିବା ସୂଚନା ଅନୁସାରେ – ଗତବର୍ଷ ଶିକ୍ଷକତାରୁ ଅବସର ନେଇଛନ୍ତି କୈଳାସ। ତାଙ୍କ ସାଲେରୀ ଆକାଉଣ୍ଟ (ପିଏନ୍ବି)ରୁ ସମୁଦାୟ ୨୭, ୦୦୦ ଟଙ୍କା ଉଠାଯାଇଥିବା ନେଇ ସେ ବ୍ୟାଙ୍କରେ ସୂଚନା ଦେଇଥିଲେ। ଏନେଇ ସେ ବ୍ୟାଙ୍କ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରିବା ପରେ ବ୍ୟାଙ୍କ କର୍ତ୍ତୃପକ୍ଷ ଉତ୍ତରପ୍ରଦେଶ ସୁଲତାନପୁରର ଷ୍ଟେଟବ୍ୟାଙ୍କ ଏଟିଏମ୍ରୁ ଏହି ଟଙ୍କାକୁ ଉଠାଣ କରାଯାଇଛି ବୋଲି ସୂଚନା ଦେଇଛନ୍ତି। ମୋଟ ୪ଟି ପର୍ଯ୍ୟାୟରେ ଏହି ଟଙ୍କା ଉଠାଯାଇଥିବାର ବ୍ୟାଙ୍କ ସୂଚନା ଦେଇଛି। ସେ ଓଡ଼ିଶାରେ ରହୁଥିବାବେଳେ ଉତ୍ତରପ୍ରଦେଶ ସୁଲତାନପୁରରୁ ତାଙ୍କ ଆକାଉଣ୍ଟରୁ ଟଙ୍କା ଉଠାଇବା କିପରି ସମ୍ଭବ ବୋଲି ବ୍ୟାଙ୍କ ଅଧିକାରୀଙ୍କୁ ସେ ପ୍ରଶ୍ନ କରିଛନ୍ତି। ଏନେଇ ସେ ସମ୍ପୃକ୍ତ ବ୍ୟାଙ୍କ କର୍ତ୍ତୃପକ୍ଷଙ୍କ ଆଗରେ…
କାଳିଆ ସହାୟତା ନେଇ ମୁଖ୍ୟ ଶାସନ ସଚିବଙ୍କ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକ ପରେ କୃଷି ସଚିବ ସୌରଭ ଗର୍ଗଙ୍କ ସୂଚନା ଦେଇ କହିଛନ୍ତି ଯେ, ନଭେମ୍ବରରେ ଯୋଗ୍ୟ ହିତାଧିକାରୀଙ୍କୁ ମିଳିବ ଦ୍ବିତୀୟ ପର୍ଯ୍ୟାୟ କାଳିଆ ଟଙ୍କା ମିଳିବ । କେବଳ ତାଲିକାଭୁକ୍ତ ଯୋଗ୍ୟ ହିତାଧିକାରୀଙ୍କୁ ମିଳିବ ଟଙ୍କା । ଯାଞ୍ଚ ପ୍ରକ୍ରିୟା ସରିଯାଇଛି । ଆସନ୍ତା ମାସରେ ଯୋଗ୍ୟ ହିତାଧୀକାରୀଙ୍କୁ ଏହି ଟଙ୍କା ମିଳିବ । କାଳିଆ ଯାଞ୍ଚ ପ୍ରକ୍ରିୟା ଅଗଷ୍ଟରେ ସରିଥିବାର କହିଛନ୍ତି କୃଷି ସଚିବ ।
ସମୀକ୍ଷା ବ୍ୟୁରୋ ରାଜ୍ୟସରକାର କୃଷି ଓ କୃଷକଙ୍କ ଉନ୍ନତି ନିମେନ୍ତ ଅନେକ ଯୋଜନା ଓ ପ୍ରୋତ୍ସାହନ ଯୋଗାଇ ଦେଉଥିବାବେଳେ ଏହା ଯେପରି ସିଧାସଳଖ ଚାଷୀମାନଙ୍କ ନିକଟରେ ପହଞ୍ଚିପାରିବ ସେଥିନିମେନ୍ତ ଅଧିକ ତତ୍ପରତା ଦେଖାଇବା ପାଇଁ ଚେଷ୍ଟା ଜାରି ରଖିଛନ୍ତି । ରାଜ୍ୟରେ ବିହନର ମୋଟ ଆବଶ୍ୟକତାକୁ ଆକଳନ କରି ଚାଷୀମାନଙ୍କର ବିହନର ଚାହିଦାକୁ ସମ୍ପୂର୍ଣ୍ଣ ରୂପେ ପୂରଣ ଦିଗରେ ଓଡ଼ିଶା ବିହନ ନିଗମ ଏକ ରୋଡ ମ୍ୟାପ୍ ପ୍ରସ୍ତୁତ କରିବା ପାଇଁ କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ , ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ କହିଛନ୍ତି । ଏଥିସହିତ ମୁଖ୍ୟମନ୍ତ୍ରୀଙ୍କ ୫ଟି ଆଧାରେ ଓଡ଼ିଶା ବିହନ ନିଗମକୁ ଅଧିକ କ୍ରିୟାଶୀଳ କରିବା ପାଇଁ ସାହୁ ଗୁରୁତ୍ବାରୋପ କରିଛନ୍ତି। ଆଜି ପୂର୍ବାହ୍ନରେ ଭୁବେନଶ୍ବରସ୍ଥ ଓଡ଼ିଶା ବିହନ ନିଗର କାର୍ଯ୍ୟାଳୟକୁ ଅଚାନକ ଗସ୍ତ କରିଥିଲେ ମନ୍ତ୍ରୀ ଅରୁଣ ସାହୁ । ଏଠାରେ କର୍ମଚାରୀ ଓ ଅଧିକାରୀମାନଙ୍କ ସହିତ ଆଲୋଚନା…
ସମୀକ୍ଷା ବ୍ୟୁରୋ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ କୋରାପୁଟ ଜିଲ୍ଲା ଗସ୍ତରେ ଅଚାନକ ସ୍କୁଲ ପରିଦର୍ଶନ କରିଛନ୍ତି । ସେ ଏହି ଅବସରରେଯାଇ ସ୍ଥାନୀୟ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଏବଂ ପୂଜାରୀପୁଟ ୟୁପି ସ୍କୁଲ ପରିଦର୍ଶନ କରିଥିଲେ । କୋରାପୁଟ ଜିଲ୍ଲା ସଦର ମହକୁମାସ୍ଥ ସଦ୍ଭାବନା ଗୃହଠାରେ ଅନୁଷ୍ଠିତ ହେଉଥିବା ମାଧ୍ୟମିକ ଶିକ୍ଷା ଏବଂ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ସମୀକ୍ଷା ବୈଠକରେ ଯୋଗ ଦାନ କରି ଶିକ୍ଷାର ସୁପରିଚାଳନା, ଧନ୍ଦାମୂଳକ ଶିକ୍ଷା, ଠିକ୍ ସମୟରେ ପରୀକ୍ଷା ଫଳ ପ୍ରକାଶନ ସମ୍ପର୍କରେ ଉପସ୍ଥିତ ବିଭାଗୀୟ କର୍ମକର୍ତ୍ତାକୁ ପରାମର୍ଶ ଦେଇଛନ୍ତି ମନ୍ତ୍ରୀ ସମୀର ଦାଶ । ସେହିପରି ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କୁ ବିଦ୍ୟାଳୟରେ ଠିକ୍ ସମୟରେ ଉପସ୍ଥାନ ରହିବାକୁ ମଧ୍ୟ ପରାମର୍ଶ ଦେଇଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ମନ୍ତ୍ରୀ ପଦ୍ମିନୀ ଦିଆନ, କୋରାପୁଟ ବିଧାୟକ ରଘୁରାମ ପଡାଲ୍, ଚିତ୍ରକୋଣ୍ଡା ବିଧାୟକ ପୂର୍ଣ୍ଣଚନ୍ଦ୍ର ବାରୁ, ଗୁଣୁପୁର…
ସମୀକ୍ଷା ବ୍ୟୁରୋ ଜାତୀୟ ବିପର୍ଯ୍ୟୟ ହ୍ରାସ ଦିବସ ଓ ରାଜ୍ୟ ବିପର୍ଯ୍ୟୟ ପ୍ରସ୍ତୁତି ଦିବସ ଅବସରରେ ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ (ଓସ୍ଡମା) ଏବଂ କ୍ରୀଡ଼ା ଓ ଯୁବସେବା ବିଭାଗର ମିଳିତ ଆନୁକୁଲ୍ୟରେ ମିନି ମାରଥନ୍ ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମ୍ ଗେଟ୍ ନଂ – ୩ରୁ ଆରମ୍ଭ ହୋଇଥିବା ‘ବିପର୍ଯ୍ୟୟ ପ୍ରତିରୋଧ ନିମେନ୍ତ ଗୋଷ୍ଠୀ ସଶକ୍ତିକରଣ’ ଶୀର୍ଷକ ଏହି ମିନି ମାରଥନକୁ ରାଜସ୍ବ ଓ ପରିଚାଳନା ମନ୍ତ୍ରୀ ଶ୍ରୀ ସୁଦାମ ମାର୍ଣ୍ଡି ଏବଂ ଇଲୋକ୍ଟ୍ରୋନିକ୍ସ ଓ ସୂଚନା ମାରାଥନକୁ ପ୍ରଯୁକ୍ତିବିଦ୍ୟା ଏବଂ କ୍ରୀଡ଼ା ଓ ଯୁବସେବା ମନ୍ତ୍ରୀ ଶ୍ରୀ ତୁଷାରକାନ୍ତି ବେହେରା ପତାକା ଦେଖାଇ ଶୁଭାରମ୍ଭ କରିଥିେଲ । ବିପର୍ଯ୍ୟୟକୁ ମୁକାବିଲା କରିବା ପାଇଁ ଲୋଡା ସଚେତନତା । ଆଗୁଆ ସୂଚନା ସହିତ ସାମୂହିକ ଉଦ୍ୟମ ବଳେର ବଡ଼ରୁ ବଡ଼ ବିପର୍ଯ୍ୟୟକୁ ସାମ୍ନା କରିବା ସମ୍ଭବପର । ଏହି ସଚେତନତା ଗଣଦୌଡ଼ ଭବିଷ୍ୟତରେ ବିପର୍ଯ୍ୟୟକୁ ମୁକାବିଲା…
ସମୀକ୍ଷା ବ୍ୟୁରୋ ଆଜିକାଲି ମଣିଷ ଡିଜିଟାଲ୍ ମଣିଷ ହୋଇଗଲାଣି । ଆଜିକାଲି ସୋସିଆଲ୍ ସାଇଟ୍ରେ ପ୍ରାୟ ସମୟ ବିତାଉଛନ୍ତି ଲୋକେ । ଏପରି ସମୟରେ ଜନ୍ମଦିନ ହେଉ ଅଥବା ନିଜ ଜୀବନର ବିଶେଷ କିଛି ଦିନ ଅବା ନିଜ ସ୍ବାସ୍ଥ୍ୟ ପରୀକ୍ଷା ଏସବୁକୁ ମନେ ପକାଇବାକୁ ରିମାଣ୍ଡର୍ ରଖିବାକୁ ପଡୁଛି । ଏବେ ଆପଣଙ୍କୁ ଫେସ୍ବୁକ୍ ବା ସୋସିଆଲ୍ ନେଟ୍ଓ୍ବାର୍କ ଆପଣଙ୍କ ସ୍ବାସ୍ଥ୍ୟ ପରୀକ୍ଷା କଥା ମନେ ପକାଇଦେବ । ଏବେ ସବୁଠୁ ବହୁଳ ଲୋକପ୍ରିୟ ସୋସିଆଲ୍ ନେଟ୍ଓ୍ବାର୍କିଂ ସାଇଟ୍ (ଫେସବୁକ) ଆପଣଙ୍କୁ ଆପଣଙ୍କ ସ୍ବାସ୍ଥ୍ୟ ପରୀକ୍ଷା ସମ୍ପର୍କରେ ମନେପକାଇ ଦେବା ସହିତ ଉତ୍ତମ ପରାମର୍ଶ ମଧ୍ୟ ଦେବ । ଫେସବୁକ୍ ଏବେ ‘ପ୍ରିଭେଟିଂ ହେଲ୍ଥକେୟାର’ ନାମକ ଏକ ନୂଆ ଫିଚର ଲଞ୍ଚ କରିଛି । ଏହି ଫିଚର ସାହାଯ୍ୟରେ ଠିକ୍ ସମୟରେ ସ୍ବାସ୍ଥ୍ୟ ପରୀକ୍ଷା କରିବା ପାଇଁ ନୋଟିଫିକେସନ୍ ମିଳିବ । ଏହି ନୂଆ ଫିଚରଟି ସୋମବାର ଦିନ ଆମେରିକାରେ…