Author: Samikhsya Bureau

କେନ୍ଦୁଝର ଜିଲ୍ଲା ଟାଉନ୍ ଥାନା ଅନ୍ତର୍ଗତ ନେଙ୍କଡ଼ାଘର ନିକଟରେ ଗତକାଲି ବିଳମ୍ବିତ ରାତିରେ ଏକ ଦୁର୍ଘଟଣା ଘଟିଛି । ଏକ ଟ୍ରକ୍‌କୁ ଯାତ୍ରୀବାହୀ ବସ୍ ପଛରୁ ପିଟି ଦେବାରୁ 8 ଜଣ ଗୁରୁତର ଆହତ ହୋଇଛନ୍ତି । ଆହତଙ୍କ ମଧ୍ୟରେ ବସ୍ ଡ୍ରାଇଭର୍ ଓ ହେଲ୍‌ପର୍ ବି ଅଛନ୍ତି। ସେମାନଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ଜଣାପଡ଼ିଛି । ‘ଶ୍ରୀରାମ’ ନାମକ ଏହି ଘରୋଇ ବସ୍‌ଟି ବଡ଼ବିଲ୍‌ରୁ ଭୁବନେଶ୍ୱର ଯାଉଥିବା ବେଳେ ଏ ଦୁର୍ଘଟଣା ଘଟିଥିଲା । ଟାଉନ ଥାନା ପୁଲିସ୍‌ ଓ ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ସମସ୍ତ ଯାତ୍ରୀଙ୍କୁ ଉଦ୍ଧାର କରିଥିଲେ ଓ ଆହତମାନଙ୍କୁ ଡାକ୍ତରଖାନା ପଠାଇଥିଲେ । ସମସ୍ତ ଆହତ ଯାତ୍ରୀଙ୍କୁ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।

Read More

କେଦାର ମିଶ୍ର ଗତକାଲି ଓଡିଶାର ଏକ ପ୍ରମୁଖ ଟେଲିଭିଜନ ଚାନେଲର ଖବର ଥିଲା- ପାକିସ୍ତାନ ଓ ବାଂଲାଦେଶକୁ ପିଆଜ ଚିନ୍ତା। ବଡ ବିଚିତ୍ର ଖବର। ଯେତେବେଳେ ଆମ ନିଜ ଦେଶରେ ପିଆଜ ଉତ୍ପାଦନ, ବିତରଣ ଓ ବଜାରର ସ୍ଥିତି ଅତ୍ୟନ୍ତ ଖରାପ ଅବସ୍ଥାରେ ରହିଛି, ସେତେବେଳେ ପାକିସ୍ତାନ ଓ ବାଂଲାଦେଶର ଚିନ୍ତା ଆମକୁ ଏତେ ପାଗଳ କରୁଛି କାହିଁକି? ଏ ପ୍ରକାର ଖବର ପଛରେ କି ଉଦ୍ଦେଶ୍ୟ ଥାଇପାରେ? ଆମ ଦେଶରେ ପିଆଜ ମହଙ୍ଗା ହେବା ଏକ ସାଧାରଣ ଘଟନା, ହେଲେ ପାକିସ୍ତାନରେ ପିଆଜ ମହଙ୍ଗା ହେବା ଅସ୍ଵାଭାବିକ ବୋଲି ଆମର ଗଣମାଧ୍ୟମ ଭାବୁଛି କି? ପାକିସ୍ତାନର ପିଆଜ ଦରକୁ ନେଇ ପଞ୍ଜାବ, କାଶ୍ମୀର,ରାଜସ୍ଥାନ ବା ଗୁଜରାଟ ଗଣମାଧ୍ୟମରେ ଚର୍ଚ୍ଚା ହେଲେ, ତାର କିଛି କାରଣ ଅଛି ବୋଲି ଆମେ ବୁଝିବା। ଏ ସବୁ ରାଜ୍ୟ ପାକିସ୍ତାନକୁ ଲାଗିକି ଅଛନ୍ତି ଓ ପାକିସ୍ତାନର ବଜାର ମୂଲ୍ୟ ସହିତ ଏମାନେ କିଛିଟା ପ୍ରଭାବିତ…

Read More

ଆଜି ରାଜ୍ୟରେ କିଛି ଜିଲ୍ଲାରେ ଝଡ଼ବର୍ଷା ସହିତ ଘଡ଼ଘଡ଼ି ହେବା ନେଇ ସତର୍କ ସୂଚନା ଜାରି କରାଯାଇଛି । ଏନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି ।ପାଣିପାଗ ବିଭାଗ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ 10ଟି ଜିଲ୍ଲାରେ ଘଡ଼ଘଡ଼ି ସହ ଝଡ଼ବର୍ଷା ହେବ । ସେଥିପାଇଁ ସକାଳ 10.15 ପର୍ଯ୍ୟନ୍ତ ସତର୍କ ରହିବାକୁ କୁହାଯାଇଛି । ମୟୂରଭଞ୍ଜ, ବାଲେଶ୍ୱର, କଟକ, ଖୋର୍ଦ୍ଧା, ଗଞ୍ଜାମ, ଗଜପତି, କେନ୍ଦ୍ରାପଡ଼ା, ଜଗତସିଂହପୁର, ଯାଜପୁର ଓ ପୁରୀ ଜିଲ୍ଲା ନିମନ୍ତେ ଏହି ସତର୍କ ସୂଚନା ଜାରି କରାଯାଇଛି ।

Read More

ସମୀକ୍ଷା ବ୍ୟୁରୋ ଗୃହ ନିର୍ମାଣ ଅଗ୍ରୀମ ସୁଧ ହାର ୭.୯ ପ୍ରତିଶତକୁ ହ୍ରାସ କରାଯାଇଛି। ଗୋଟିଏ ବର୍ଷ ଅବଧି ଲାଗି ଗୃହ ନିର୍ମାଣ ଅଗ୍ରୀମ (ଏଚବିଏ) ଉପରେ ସୁଧ ହାର ୭.୯ ପ୍ରତିଶତକୁ ହ୍ରାସ ପାଇଛି । ପୂର୍ବରୁ ଏହି ହାର ୮.୫ ପ୍ରତିଶତ ଥିଲା । ଯେ କୌଣସି ପରିମାଣର ଏଚବିଏ ଋଣ ରାଶି ପାଇଁ ଏହି ସୁଧ ହାର ଲାଗୁ ହେବ। ହ୍ରାସ ପାଇଥିବା ସୁଧ ହାର ୧ ଅକ୍ଟୋବର, ୨୦୧୯ ଠାରୁ ଲାଗୁ ହୋଇଛି । ସ୍ଥାୟୀ ସରକାରୀ କର୍ମଚାରୀଙ୍କ ସହିତ ୫ ବର୍ଷ ଲଗାତାର ସେବା ପ୍ରଦାନ କରିଥିବା ଅସ୍ଥାୟୀ କର୍ମଚାରୀଙ୍କ ପାଇଁ ମଧ୍ୟ ଏଚବିଏ ଲାଗୁ ହେବ। ମନ୍ତ୍ରଣାଳୟ କିମ୍ବା ବିଭାଗଗୁଡ଼ିକୁ ଏଚବିଏ ନିୟମ ଅନୁଯାୟୀ ନିଜ କର୍ମଚାରୀଙ୍କ ଲାଗି ଗୃହ ନିର୍ମାଣ ଅଗ୍ରୀମ (ଏଚବିଏ) ମଞ୍ଜୁର କରିବା ଲାଗି କ୍ଷମତା ପ୍ରଦାନ କରାଯାଇଛି । ଏଚବିଏ କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ଏକ…

Read More

ଉତ୍ତର ପ୍ରଦେଶର କଂଗ୍ରେସ ବିଧାୟିକା ଅଦିତି ସିଂ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀଙ୍କ ଧାରଣାସଭାକୁ ପ୍ରତ୍ୟାଖ୍ୟାନ କରିଛନ୍ତି । ଗାନ୍ଧୀଜିଙ୍କ 150 ତମ ଜନ୍ମ ଦିବସ ଅବସରରେ ଏହି ପଦଯାତ୍ରା ଅନୁଷ୍ଠିତ ହୋଇଥିଲା । ରାଏବରେଲୀରୁ ବିଧାୟିକା ରହିଥିବା ଅଦିତି ବିଧାନସଭା ଅଧିବେଶନରେ ଯୋଗ ଦେବା ପାଇଁ ଏହି ଧାରଣା ବର୍ଜନ କରିଥିବା କହିଛନ୍ତି । ବିକାଶ ସମ୍ବନ୍ଧିତ 17ଟି ବିଲ୍‌ ଉପରେ ଆଲୋଚନା ହେବାର ଥିଲା ତେଣୁ ବିଲ୍‌ ଅପେକ୍ଷା ଧାରଣା ଅଧିକ ଜରୁରୀ ନଥିଲା ବୋଲି ବିଧାୟିକା ପ୍ରକାଶ କରିଛନ୍ତି । ବିଧାୟିକାଙ୍କ ଏହି ଧାରଣା ବର୍ଜନ ପରେ ସେ ବିଜେପିରେ ଯୋଗ ଦେବାର ଆଶଙ୍କା ଦେଖାଦେଇଛି ।

Read More

ବିଜେଡିରୁ ବହିଷ୍କୃତ ତଥା ବରିଷ୍ଠ ବିଜେପି ନେତା ଦାମୋଦର ରାଉତ ନିର୍ବାଚନ ନ ଲଢିବା ସମ୍ପର୍କରେ ଘୋଷଣା କରିଛନ୍ତି । ଏକ ସାକ୍ଷାତକାର ଅବସରରେ ଦାମ ଏହି ସୂଚନା ଦେଇଛନ୍ତି । ଦଳରେ ତାଙ୍କୁ ଉପେକ୍ଷା କରାଯାଉଛି । ନିର୍ବାଚନ ପୂର୍ବର ଏବଂ ପରର ପରସ୍ଥିତିରେ ଅନେକ ଫରକ ରହିଛି । ବିଜେପୁର ନିର୍ବାଚନ ସମ୍ପର୍କରେ କୌଣସି ସୂଚନା ନଥିଲା ଗଣମାଧ୍ୟମରୁ ଏ ସମ୍ପର୍କରେ ମିଳିଥିଲା ବୋଲି ଦାମ କହିଛନ୍ତି । ବର୍ତ୍ତମାନ ବୟସ ଅଧିକ କାରଣରୁ ବର୍ତ୍ତମାନ ନିର୍ବାଚନ ଲଢିବା ସମ୍ଭବ ନୁହେଁ ବୋଲି ଦାମ କହିଛନ୍ତି । ସେଥିପାଇଁ ସେ ରାଜନୀତିରୁ ସନ୍ୟାସ ନେବେ ବୋଲି ଆଜି ଘୋଷଣା କରିଛନ୍ତି।

Read More

ଆସନ୍ତା 18 ତାରିଖରେ ବିଜେପୁରରେ ଉପ ନିର୍ବାଚନ ଅନୁଷ୍ଠିତ ହେବାକୁ ଥିବା ବେଳେ ନିର୍ବାଚନ ପୂର୍ବରୁ ଦୁଇ ପ୍ରମୁଖ ରାଜନୈତିକ ଦଳ ବିଜେପି ଏବଂ ବିଜେଡି ନିଜର ଷ୍ଟାର ପ୍ରଚାରକ ତାଲିକା ଘୋଷଣା କରିଛନ୍ତି । ନିର୍ବାଚନ ପାଇଁ ପ୍ରତ୍ୟୋକ ଦଳ ପକ୍ଷରୁ ଏହାର ଷ୍ଟାର ପ୍ରଚାରକ ତାଲିକା ପ୍ରକାଶ ପାଇଛି । ନବୀନ ପଟ୍ଟନାୟକ ବିଜେପୁର ଉପନିର୍ବାଚନ ପାଇଁ ବିଜେଡିର ଷ୍ଟାର ପ୍ରଚାରକ ତାଲିକାରେ ଏକ ନମ୍ବର ସ୍ଥାନରେ ରହିଥିବା ବେଳେ ନବୀନଙ୍କ ସହିତ ଅନଙ୍ଗ ଉଦୟ ସିଂଦେଓ, ପ୍ରସନ୍ନ ଆଚାର୍ଯ୍ୟ, ପ୍ରଫୁଲ୍ଲ ମଲ୍ଲିକ, ପଦ୍ମନାଭ ବେହେରା, ଦେବୀ ମିଶ୍ର, ନବଦାସ , ବିକ୍ରମ ଆରୁଖ ଏବଂ ନିରଞ୍ଜନ ପୂଜାରୀ ପ୍ରମୁଖ ଏହି ତାଲିକାରେ ରହିଛନ୍ତି । ସେହିପରି ବିଜେପିର 24 ଜଣିଆ ଷ୍ଟାର ପ୍ରଚାରକ ତାଲିକାରେ ରହିଛନ୍ତି ଅନେକ ଜାତୀୟ ସ୍ତରୀୟ ନେତା । ବିଜେପିର ଜାତୀୟ କାର୍ଯ୍ୟକାରୀ ଅଧ୍ୟକ୍ଷ ଜେପି ନଡ୍ଡା, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ସ୍ମୃତି…

Read More

ରଙ୍ଗାଚରଣ ପ୍ରଧାନ  କଥା କ’ଣ କି, ଗତ ଶନିବାର ସନ୍ଧ୍ୟାରେ ଯେତେବେଳେ ନ୍ୟୁଜ୍ ଦେଖିବାପାଇଁ ଟିଭି ଖୋଲିଲି, ଦେଖିଲି ସବୁ ଚାନେଲରେ ଉତ୍ସବ ପାଳନ ହେଉଛି । ପ୍ରଧାନମନ୍ତ୍ରୀ ମୋଦୀ ଏକ ସପ୍ତାହର ଆମେରିକା ଗସ୍ତ ସାରି ଦିଲ୍ଲୀ ବିମାନବନ୍ଦରରେ ବିମାନରୁ ଓହ୍ଲାଇ ଦୁଇ କିଲୋମିଟର ରାସ୍ତାରେ ହଜାର ହଜାର ଲୋକଙ୍କୁ ହାତ ହଲେଇ ହଲେଇ ଚାଲୁଛନ୍ତି । ନ୍ୟୁଜ୍ ଆଙ୍କରଙ୍କ ଉତ୍ସାହ କହିଲେ ନ ସରେ । ମୋଦୀ ସାରା ବିଶ୍ବରେ ନାଁ କମେଇ ଆସିଛନ୍ତି । କିଏ କହିଲା ବିଶ୍ବବିଜୟୀ । ଆଉ କିଏ କହିଲା ମହାନାୟକ । ସେ ତାଙ୍କ ପାରମ୍ପରିକ ଧଳା କୁର୍ତ୍ତା ପିନ୍ଧିଛନ୍ତି ଓ କୁଆଡେ ପ୍ରଥମଥର ପାଇଁ ଗେରୁଆ କାନ୍ଧପକା ପକେଇଛନ୍ତି ବୋଲି ଜଣେ ଆଙ୍କରଙ୍କର ମନେ ଅଛି । ଧୋନୀ ଟିମ୍ ଯେତେବେଳେ ସାଉଥ୍ ଆଫ୍ରିକାରେ ଟି-୨୦ ବିଶ୍ବକପ୍ ଜିତିକି ଆସିଥିଲା, ସେତେବେଳେ ବି ଏତେବଡ ସମ୍ବର୍ଦ୍ଧନା ଦିଆଯାଇ ନଥିଲା ।…

Read More

ବହୁ ପ୍ରତିକ୍ଷୀତ ବନ୍ଦେ ଭାରତ ଏକ୍ସପ୍ରେସକୁ ଆଜି ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଲୋକାର୍ପିତ କରିଛନ୍ତି । ଏହି ଦ୍ରୁତଗାମୀ ଟ୍ରେନ୍‌ଟି ଦିଲ୍ଲୀରୁ ଜମ୍ମୁ-କଶ୍ମୀର କଠରା ମଧ୍ୟରେ ଯାତାୟାତ କରିବ । ଅମିତ ଶାହଙ୍କ ସହ ପୀୟୂଷ ଗୋଏଲ ବିଧିବଦ୍ଧ ଭାବେ ପତାକା ଦେଖାଇ ଏହି ଟ୍ରେନ୍‌ର ଚଳାଚଳ ଶୁଭାରମ୍ଭ କରିଛନ୍ତି । ଆସନ୍ତା 5 ତାରିଖରୁ ଏହାର ବ୍ୟବସାୟିକ ଯାତାୟାତ ଆରମ୍ଭ ହେବ । ଏହି ଟ୍ରେନରେ ସର୍ବନିମ୍ନ 1630 ଟଙ୍କା ଓ ସର୍ବାଧିକ 3015 ଟଙ୍କା ଭଡ଼ା ରହିଛି । ଟ୍ରେନ୍‌ଟି ସପ୍ତାହରେ 6 ଦିନ ଯାତ୍ରା କରିବ ଏବଂ 8 ଘଣ୍ଟାରେ ଏହା ଦିଲ୍ଲୀରୁ ବୈଷ୍ଣୋଦେବୀ ପହଞ୍ଚିବ ବୋଲି ଜଣାପଡିଛି ।

Read More

ଭୁବନେଶ୍ବର ୟୁନିଟ୍‌-6 ସ୍ଥିତ ଜନୈକ ଶିକ୍ଷୟିତ୍ରୀ ଭିଜିଲାନ୍ସ ଜାଲରେ ଫସିଛନ୍ତି । ୟୁନିଟ୍‌-6 ସିଟି ସ୍କୁଲର ଶିକ୍ଷୟିତତ୍ରୀ ତିଳୋତ୍ତମା ମହାନ୍ତିଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ରେଡ୍‌ କରାଯାଇଛି । ଆୟ ବହିର୍ଭୂତ ସମ୍ପତ୍ତି ଠୂଳ ଅଭିଯୋଗରେ ଭିଜିଲାନ୍ସ ବିଭାଗ ପକ୍ଷରୁ ଶିକ୍ଷୟିତ୍ରୀଙ୍କ ବାସଭବନ ସମେତ ତିନୋଟି ସ୍ଥାନରେ ଚଢାଉ କରାଯାଇଛି । ଶିକ୍ଷୟିତ୍ରୀଙ୍କ ନାମରେ 9ଟି ପ୍ଲଟ୍‌, 2ଟି ଘର ସହିତ କୋଟିଏ ଟଙ୍କାରୁ ଅଧିକ ସମ୍ପତ୍ତି ରହିଥିବା ଜଣାପଡିଛି ।

Read More

ଦିଲ୍ଲୀରେ ଜୈସ୍‌ ଏ ମହମ୍ମଦ ଆତଙ୍କବାଦୀଙ୍କ ଉପସ୍ଥିତି ନେଇ ଦିଲ୍ଲୀ ପୋଲିସ୍‌ ପକ୍ଷରୁ 7ଟି ସ୍ଥାନରେ ଚଢାଉ କରାଯାଇଛି । ଗୁଇନ୍ଦା ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ନୂଆଦିଲ୍ଲୀରେ କିଛି ଜୈସ୍‌ ଆତଙ୍କବାଦୀଙ୍କ ଉପସ୍ଥିତି ନେଇ ସୂଚନା ମିଳିଥିଲା । ଏହାପରେ ରେଡ ଆଲର୍ଟ ଜାରି କରାଯିବା ସହିତ ଚଢାଉ କରାଯାଇଥିଲା । ବୁଧବାର ବିଳମ୍ବିତ ରାତିରେ ଦିଲ୍ଲୀ ପୋଲିସ୍‌ ପକ୍ଷରୁ ସୀଲାମପୁର, ଉତ୍ତର ପୂର୍ବ ଦିଲ୍ଲୀ, ଜାମିଆ ନଗର, ପାହାଡ ଗଞ୍ଜ ସମେତ ଅନ୍ୟାନ୍ୟ ଅଞ୍ଚଳରେ ଏହି ତଲାସୀ ଅଭିଯାନ କରାଯାଇଥିଲା । ଉଲ୍ଲେଖଯୋଗ୍ୟ ଯେ, ଜମ୍ମୁ କାଶ୍ମୀରରେ ଧାରା 370 ଉଚ୍ଛେଦ ହେବା ପରେ 3ରୁ 4 ଜଣ ଆତଙ୍କୀ ଦିଲ୍ଲୀରେ ପ୍ରବେଶ କରିଥିବା ନେଇ ସୂଚନା ପ୍ରକାଶ ପାଇଥିଲା ।

Read More

ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଅନୁଷ୍ଠିତ ପ୍ରଥମ ଟେଷ୍ଟ ମ୍ୟାଚ୍‌ରେ ମୟଙ୍କ ଅଗ୍ରଓ୍ବାଲ(112*) ଶତକ ହାସଲ କରିଛନ୍ତି । ବର୍ଷା ବାଧାପ୍ରାପ୍ତ ପ୍ରଥମ ଦିନରେ ଭାରତ ପକ୍ଷରୁ ରୋହିତ ଶର୍ମା ଶତକ ହାସଲ କରିଥିବା ବେଳେ ଦ୍ବିତୀୟ ଦିନରେ ମୟଙ୍କ ଅଗ୍ରଓ୍ବାଲ ନିଜର ପ୍ରଥମ ଶତକ ହାସଲ କରିଛନ୍ତି । ନିଜର ପଞ୍ଚମ ଟେଷ୍ଟ ମ୍ୟାଚ୍‌ ଖେଳୁଥିବା ମୟଙ୍କ ତିନୋଟି ଅର୍ଦ୍ଧଶତକ ଏବଂ ଗୋଟିଏ ଶତକ ହାସଲ କରିଛନ୍ତି । ପୂର୍ବରୁ ମୟଙ୍କ ନିଜର ପ୍ରଥମ ଚାରିଟି ଟେଷ୍ଟ ବିଦେଶ ମାଟିରେ ଖେଳିଥିବା ବେଳେ ଘରୋଇ ପଦାର୍ପଣରେ ଶତକ ହାସଲ କରିଛନ୍ତି । ଏହା ସହିତ ରୋହିତ ଶର୍ମା 150 ରନ୍‌ ହାସଲ କରିଛନ୍ତି । ଦୁଇ ଜଣଙ୍କ ଶତକ ସହାୟତାରେ ଭାରତ 77 ଓଭର ଶେଷ ସୁଦ୍ଧା କୌଣସି ଓ୍ବିକେଟ୍‌ ନ ହରାଇ 283 ରନ୍‌ ସଂଗ୍ରହ କରିଛି ।

Read More

ବାଲେଶ୍ୱର ଜିଲ୍ଲା ଶିଳ୍ପାଞ୍ଚଳ ଥାନା ଅନ୍ତର୍ଗତ ଅଚ୍ୟୁତପୁର ଗାଁରେ ଏକ ବିସ୍ଫୋରଣ ଘଟିଛି । କାଳିଚରଣ ମହାପାତ୍ରଙ୍କ ଏକ ତିନି ତାଲା କୋଠାର ଉପର ମହଲାରେ ଗତକାଲି ବିଳମ୍ୱିତ ରାତିରେ ବିସ୍ଫୋରଣ ହୋଇଛି । ଫଳରେ ଉପର ମହଲାର କାନ୍ଥ ଭାଙ୍ଗି ଛିନ୍‌ଛତ୍ର ହୋଇପଡ଼ିଛି । କାଳିଚରଣଙ୍କ ଘରର ଉପର ମହଲାରେ ଜଣେ ମାର୍ବଲ ମିସ୍ତ୍ରୀ ଭଡ଼ାରେ ରହୁଥିଲେ । ବିସ୍ଫୋରଣ ପରଠୁ ତାଙ୍କର ପତ୍ତା ମିଳୁନି । ଅନ୍ୟପକ୍ଷରେ ମଝି ମହଲାରେ ରହୁଥିବା ସୁମିତ ନାମକ ବ୍ୟକ୍ତି ମଧ୍ୟ ନିଖୋଜ ଅଛନ୍ତି । ବିସ୍ଫୋରଣର କାରଣ ଅସ୍ପଷ୍ଟ ଥିବା ବେଳେ ଘଟଣାସ୍ଥଳରେ ପୁଲିସ୍ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

Read More

ବୁଧବାର ଚାମ୍ପିୟନ୍ସ ଲିଗ୍‌ରେ ଏକ ମ୍ୟାଚରେ ବାର୍ସେଲୋନା ଇଣ୍ଟରମିଲାନକୁ ପରାସ୍ତ କରିଛି । ବାର୍ସେଲୋନା ପକ୍ଷରୁ ଲୁଇସ୍‌ ସୁଆରେଜ୍‌ ଦୁଇଟି ଗୋଲ୍‌ ସ୍କୋର କରି ବିଜୟରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ନିଜର ଶେଷ 6ଟି ମ୍ୟାଚ୍‌ରେ ବିଜୟୀ ହୋଇଥିବା ଇଣ୍ଟର ମିଲାନ୍‌ ଏହି ମ୍ୟାଚ୍‌ର ପ୍ରଥମାର୍ଦ୍ଧର ଦ୍ବିତୀୟ ମିନିଟ୍‌ରେ ଗୋଲ୍‌ ସ୍କୋର କରିଥିଲା । ଆର୍ଜେଣ୍ଟିନା ଫରଓ୍ବାର୍ଡ ଲାଟୁରାଓ ମାର୍ଟିନେଜ୍‌ ଏକ ମାତ୍ର ଗୋଲ ସ୍କୋର କରିଥିଲେ । ମାତ୍ର ଦ୍ବିତିୟାର୍ଦ୍ଧରେ ଚିଲି ଷ୍ଟ୍ରାଇକର୍‌ ଲୁଇସ୍‌ ସୁଆରେଜ୍‌ ଦୁଇଟି ଗୋଲ୍‌ ସ୍କୋର୍‌ କରି ଦଳକୁ ବିଜୟୀ କରାଇଥିଲେ । ଆଣ୍ଟୋନିଓ କୋଣ୍ଟା ଇଣ୍ଟର ମିଲାନର ନେତୃତ୍ବ ନେବା ପରେ ଏହା ଦଳର ପ୍ରଥମ ପରାଜୟ ।

Read More