Author: Samikhsya Bureau

ରଙ୍ଗାଚରଣ ପ୍ରଧାନ ଗତକାଲି ପ୍ରୀୟା ରେଷ୍ଟୁରାଣ୍ଟ ଯାଇଥିଲି ଖାଇବାକୁ । ସେଠାରେ ଏତେ ଭିଡ ଥିଲା ଯେ ବସିବାକୁ ସିଟ୍ ମିଳିଲାନି । ଫେରିଆସିଲି । ରେଷ୍ଟୁରାଣ୍ଟ ବାହାରେ କାର୍ ଓ ବାଇକ୍ ରଖିବା ମୁସ୍କିଲ୍ ଥିଲା। ମୁଁ ଭାବିଲି ସତରେ ଯଦି ଆର୍ଥିକ ମାନ୍ଦାବସ୍ଥା ଚାଲିଛି ତାହେଲେ ଏତେ ଲୋକ ରେଷ୍ଟୁରାଣ୍ଟକୁ ଖାଇବାକୁ କେମିତି ଆସୁଛନ୍ତି ? କିଛି ଦିନ ପୁର୍ବେ କେନ୍ଦ୍ର ଆଇନ୍ ମନ୍ତ୍ରୀ ରବିଶଙ୍କର ପ୍ରସାଦ କହିଥିଲେ ଯେ ଦୁଇଟା ଫିଲିମ୍ ରିଲିଜ୍ ହେବାର ଅଳ୍ପଦିନ ମଧ୍ୟରେ ୨୦୦ କୋଟି ଟଙ୍କାର ବ୍ୟବସାୟ କରିଛନ୍ତି । ତାଙ୍କ କହିବା ଅନୁଯାୟୀ ଲୋକେ ଯଦି ଫିଲିମ୍ ଦେଖିବା ଛାଡି ନାହାନ୍ତି ତେବେ ମାନ୍ଦାବସ୍ଥା କୁଆଡୁ ଆସିଲା ? ସେମିତି ରେଳମନ୍ତ୍ରୀ କହିଲେଣି ଯେ ଟ୍ରେନ୍ ଓ ବିମାନବନ୍ଦରରେ ବହୁତ ଲୋକ ଗହଳି ରହୁଛି ଏବଂ ଲୋକମାନେ ବାହା ବି ହେଉଛନ୍ତି ତେଣୁ ଅଯଥା ମାନ୍ଦାବସ୍ଥା କଥା କହି ପ୍ରଧାନମନ୍ତ୍ରୀଙ୍କର…

Read More

ଦୁନିଆର ବିଶ୍ବସ୍ତ ପ୍ରାଣୀ କୁକୁର ହୋଇଥାଏ। ତେବେ କୁକୁରଙ୍କ ବିଶ୍ବସ୍ତତାର ଏକ ଅଲଗା ନଜର ଚେନ୍ନାଇଠାରେ ଦେଖିବାକୁ ମିଳିଛି । ଚେନ୍ନାଇର ପାର୍କ ଟାଉନ୍‌ ଷ୍ଟେସନ୍‌ଠାରେ ପଡି ରହୁଥିବା ବୁଲା କୁକୁର ଏବେ ଯାତ୍ରୀଙ୍କ ମଧ୍ୟରେ ଏକ କୌତହଳର ବିଷୟ ପାଲଟିଛନ୍ତି । ଷ୍ଟେସନରେ ରହୁଥିବା ବୁଲା କୁକୁର ସେହି ଯାତ୍ରୀମାନଙ୍କ ଉପରେ ଭୋକିଥା’ନ୍ତି, ଯେଉଁମାନେ ଷ୍ଟେସନରେ ପ୍ଲାଟର୍ଫମ ବଦଳିବା ସମୟରେ ରେଲ୍‌ଧାରଣା ପାର୍‌ କରିଥାନ୍ତି । ଏହି କୁକୁରମାନେ ସେହି ଯାତ୍ରୀମାନଙ୍କୁ ଉପରେ ଭୋକିଥା’ନ୍ତି, ଯେଉଁ ମାନେ ଟ୍ରେନ୍‌ରେ ଚଢିବା ବା ଉତ୍ତାରିବା ପାଇଁ ପ୍ଲାଟଫର୍ମରେ ସଠିକ୍‌ ରାସ୍ତାରେ ନ ଆସି ରେଳଧାରଣାକୁ ପାର୍‌ ହୋଇଥା’ନ୍ତି । ଏହି କୁକୁରମାନେ ଯାତ୍ରୀମାନଙ୍କର କୌଣସି କ୍ଷତି ପହଞ୍ଚାଇନଥା’ନ୍ତି ବରଂ ସେମାନଙ୍କୁ ସଚେତନ କରାଇଥାନ୍ତି । ଏହି କୁକୁର ରେଳବାଇ ପୋଲିସ୍‌ ସହିତ ମଧ୍ୟ ଯାତ୍ରା କରିଥା’ନ୍ତି ।

Read More

ସମୀକ୍ଷା ବ୍ୟୁରୋ ବାଣପୁର – ବାଲୁଗାଁ ମୁଖ୍ୟ ରାସ୍ତା ପାରିନୂଆଗାଁ ଛକ ନିକଟରେ ଜଣେ ଅଜଣା ମହିଳାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଛି। ମହିଳା ଜଣକ ଅଚେତ ଅବସ୍ଥାରେ ରାସ୍ତା ଉପରେ ପଡିଥିବାବେଳେ ତାଙ୍କ ମୁଖରୁ ରକ୍ତସ୍ରାବ ହେଉଥିବାର ଦେଖାଯାଇଥିଲା। ଘଟଣାସ୍ଥଳରୁ ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରିଥିବାବେଳେ ଗୋଦାବରୀଶ ମହାବିଦ୍ୟାଳୟ ଛାତ୍ରମାନେ ତାଙ୍କୁ ବାଣପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା ନିମନ୍ତେ ଭର୍ତ୍ତି କରାଇଥିଲେ। ମହିଳାଜଣକ ମୁଣ୍ଡରେ ଗଭୀର ଆଘାତ ଲାଗିଛି । ତାଙ୍କ ସ୍ବାସ୍ଥ୍ୟବସ୍ଥା ବେଶ୍‌ ଉଦ୍‌ବେଗଜନକ ରହିଥିବାରୁ ଡ. ସ୍ବାଇଁ ତାଙ୍କୁ କ୍ୟାପିଟାଲ୍‌ ହସ୍ପିଟାଲକୁ ସ୍ଥାନାନ୍ତର କରିଛନ୍ତି। ସମ୍ପୃକ୍ତ ମହିଳା ଜଣକ ଅଚେତ ରହିଥିବାରୁ ତାଙ୍କ ସମ୍ପର୍କରେ କୌଣସି ସୂଚନା ମିଳିପାରିନାହିଁ। ତେବେ ନିଛାଟିଆ ରାସ୍ତାରେ ଯାଉଥିବା ସମୟରେ କୌଣସି ଏକ ଗାଡ଼ି ତାଙ୍କୁ ଧକ୍କା ଦେଇଥିବାର ଅନୁମାନ କରାଯାଉଛି। ପୋଲିସ୍‌ ଏହି ଘଟଣାର ତଦନ୍ତ କରୁଥିବାବେଳେ ମହିଳା ଜଣକ ପରିଚୟ ସମ୍ପର୍କରେ କିଛି ସୂଚନା ପାଇପାରି ନାହିଁ।

Read More

ରାଜ୍ୟ ସରକାର ଗଞ୍ଜେଇ ଚାଷକୁ ବେଆଇନ ଘୋଷଣା କରିଥିବା ବେଳେ ପୂର୍ବତନ ବିଜେଡି ସାଂସଦ ତଥାଗତ ଶତପଥୀ ଏହା ସମ୍ପର୍କରେ ମତ ରଖିଛନ୍ତି । ଗଞ୍ଜେଇର ଅନେକ ଔଷଧୀୟ ଗୁଣ ରହିଛି । କ୍ୟାନ୍‌ସର ଏବଂ ଶ୍ବାସ ରୋଗର ଔଷଧ ପ୍ରସ୍ତୁତି ପାଇଁ ଗଞ୍ଜେଇ ବ୍ୟବହାର କରାଯାଉଥିବାରୁ ଏହାର ଚାଷକୁ ସମର୍ଥନ କରିଛନ୍ତି ତଥାଗତ । ଗଞ୍ଜେଇ ଚାଷର ଆଇନକରଣକୁ ବିରୋଧ କରି ତଥାଗତ କହିଛନ୍ତି କ୍ଷୁଦ୍ର ଚାଷୀଙ୍କୁ ସରକାର ଏହାର ଉତ୍ପାଦନ ପାଇଁ ଅନୁମତି ପ୍ରଦାନ କରିବା ଉଚିତ୍‌ ବୋଲି ତଥାଗତ କହିଛନ୍ତି । ଗଞ୍ଜେଇ ଚାଷ ପାଇଁ ଅଳ୍ପ ପାଣି, ଖତ ଏବଂ ସାର ଆବଶ୍ୟକ ପଡୁଥିବାରୁ କ୍ଷୁଦ୍ର ଚାଷୀ ମାନେ ଏହି ଚାଷରୁ ଲାଭବାନ ହୋଇ ପାରିବେ ବୋଲି ତଥାଗତ କହିଛନ୍ତି । ଦେଶରେ ଉତ୍ତରାଖଣ୍ଡ ସରକାର ଗଞ୍ଜେଇ ଚାଷକୁ ଅନୁମତି ପ୍ରଦାନ କରିଥିବାରୁ ସରକାର କ୍ଷୁଦ୍ର ଚାଷୀଙ୍କୁ ଅନୁମତି ପ୍ରଦାନ କରିବା ଉଚିତ୍‌ ବୋଲି ତଥାଗତ…

Read More

ଫିଫା 2022 ଯୋଗ୍ୟତା ପର୍ଯ୍ୟାୟ ମୁକାବିଲା ପାଇଁ ଆଜି ଭାରତ ଓମାନର ସମ୍ମୁଖୀନ ହେବ । ଯୋଗ୍ୟତା ପର୍ଯ୍ୟାୟର ପରବର୍ତ୍ତୀ ରାଉଣ୍ଡକୁ ଉନ୍ନୀତ ହେବାକୁ ହେଲେ ଭାରତକୁ ଏହି ମ୍ୟାଚ୍‌ରେ ନିଶ୍ଚିତ ବିଜୟ ଆବଶ୍ୟକ । ପୂର୍ବରୁ ବାଂଲାଦେଶ ଏବଂ ଆଫଗାନିସ୍ତାନ ବିପକ୍ଷରେ ଖରାପ ପ୍ରଦର୍ଶନ କରିଥିବା ଭାରତ ପାଇଁ ଏହି ମ୍ୟାଚ୍‌ରେ ବିଜୟ ହାସଲ ଗୁରୁତ୍ବପୂର୍ଣ୍ଣ ହୋଇପଡିଛି । ଗ୍ରୁପ୍‌ ଇରେ କାତାର ପରେ ଓମାନ୍‌ ଦ୍ବିତୀୟ ସ୍ଥାନରେ ରହିଥିବାରୁ ଏହି ମ୍ୟାଚ୍‌ରେ ବିଜୟୀ ହେଲେ ପରବର୍ତ୍ତୀ ପର୍ଯ୍ୟାୟ ପାଇଁ ଭାରତର ଆଶା ବଳବତ୍ତର ରହିବ । ସୁନୀଲ ଛେତ୍ରୀ ଏବଂ ଜେଜେଙ୍କ ପ୍ରତ୍ୟାବର୍ତ୍ତନ ପରେ ଭାରତୀୟ ଫରଓ୍ବାର୍ଡ ବିଭାଗ ମଜବୁତ ହୋଇଛି । ଅପରପକ୍ଷରେ ଆଇଗର ଷ୍ଟୋମାକଙ୍କ ଦଳ ଗୌହାଟୀରେ ଅନୁଷ୍ଠିତ ମ୍ୟାଚ୍‌ରେ 2-1ରେ ଭାରତକୁ ପରାସ୍ତ କରିଥିବାରୁ ମାନସିକ ଭାବରେ ଦୃଢ ସ୍ଥିତିରେ ରହିଛି । । ଓମାନର ଅଲ୍‌ ସଇବ୍‌ ଷ୍ଟାଡିୟମରେ ମଙ୍ଗଳବାର ସନ୍ଧ୍ୟା 8.30…

Read More

ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ଆଜି କ୍ଷମା ପ୍ରାର୍ଥନା କରିଛନ୍ତି । ସ୍ମିତାରାଣୀ ପ୍ରସଙ୍ଗରେ ବିରୋଧୀ ଦଳର ନେତା କିଛି କହିବାକୁ ଯାଉଥିବା ବେଳେ ବାଚସ୍ପତି ଗୃହ ମୁଲତବୀ କରିଥିଲେ । ବିରୋଧୀ ଦଳ ନେତା ପ୍ରଦୀପ୍ତ କୁମାର ନାଏକଙ୍କ ନେତୃତ୍ୱରେ ବିଜେପି ବିଧାୟକମାନେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କୁ ଭେଟି ନିଜର ଅଭିଯୋଗ ଜଣାଇଥିଲେ । ଏହାପରେ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ବିରୋଧୀ ଦଳ ନେତାଙ୍କୁ କ୍ଷମା ମାଗିଥିଲେ । ଉଲ୍ଲେଖଯୋଗ୍ୟ ଯେ, ଯାଜପୁର ପିଇଓ ସ୍ମିତାରାଣୀ ବିଶ୍ୱାଳଙ୍କ ହତ୍ୟା ଓ ଦୁର୍ଷ୍କମ ଘଟଣାର ସିବିଆଇ ତଦନ୍ତ ଦାବି ଓ ବିଧାନସଭା ବାଚସ୍ପତିଙ୍କ ପକ୍ଷପାତପୂର୍ଣ୍ଣ ଆଚରଣ ସମ୍ପର୍କରେ ବିଜେପି ବିଧାୟକମାନେ ରାଜ୍ୟପାଳଙ୍କ ଦ୍ୱାରସ୍ଥ ହୋଇଥିଲେ ।

Read More

ସିଆଚେନ୍‌ ଗ୍ଲାସିଅର୍‌ରେ ବରଫ ଝଡରେ 4 ଯବାନଙ୍କ ସମେତ 6 ଜଣଙ୍କ ପ୍ରାଣହାନି ଘଟିଛି । 19 ହଜାର ଫୁଟ ଉପରେ ଅବସ୍ଥାପିତ ବିଶ୍ବର ଏହି ଉଚ୍ଚତମ ସେନା ପୋଷ୍ଟରେ ସୋମବାର ଅପରାହ୍ନ 3.30ରେ ବରଫ ଝଡ ଆଭାଲାଞ୍ଚେ ପ୍ରଭାବରେ ଏହି ଦୁଃଖଦ ଘଟଣା ଘଟିଯାଇଛି । ସେନା ପକ୍ଷରୁ ପ୍ରକାଶିତ ସୂଚନା ଅନୁଯାୟୀ ବରଫ ଝଡ ସମୟରେ ଉକ୍ତ ଅଞ୍ଚଳରେ 8 ଜଣ ଯବାନ ପହରା ଦେଉଥିଲେ । ସେନା ପକ୍ଷରୁ 4 ଜଣ ଯବାନଙ୍କ ସମେତ 2 ଜଣ ସାଧାରଣ ବ୍ୟକ୍ତିଙ୍କ ମରଶରୀର ଉଦ୍ଧାର କରାଯାଇଛି । ନିଖୋଜ ଯବାନଙ୍କୁ ଉଦ୍ଧାର କରାଯାଇଥିଲେ ମଧ୍ୟ କମ ତାପମାତ୍ରାରେ ଦୀର୍ଘସମୟ ବରଫ ମଧ୍ୟରେ ରହିବା କାରଣରୁ ତିନି ଜଣଙ୍କ ଅବସ୍ଥା ଅତ୍ୟନ୍ତ ଗୁରୁତର ରହିଛି ।

Read More

କେଦାର ମିଶ୍ର ଗତକାଲି ରାଜ୍ୟସଭାର ୨୫୦ତମ ଅଧିବେଶନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯେତେବେଳେ ବିଜୁ ଜନତା ଦଳକୁ ସଂସଦୀୟ ଗରିମା ରକ୍ଷା ଲାଗି ଉଚ୍ଛ୍ଵସିତ ପ୍ରଶଂସା କରୁଥିଲେ ଓ ବିଜେଡ଼ିଠୁ ବିଜେପି ଅନେକ କିଛି ଶିଖିବା ଉଚିତ ବୋଲି କହୁଥିଲେ, ସେହି ସମାନ ସମୟରେ ଓଡିଶା ବିଧାନସଭାରେ ବିଜେପି ବିଧାୟକମାନେ ଗୃହକାର୍ୟ ଚଳାଇ ନ ଦେବାକୁ ଉଦ୍ୟମ କରୁଥିଲେ। ଇତିହାସର ବିଡମ୍ବନା ହେଉଛି, ବିଜେପି ଯେତେବେଳେ ଯାହାକୁ ଆଦର୍ଶ ବୋଲି ସ୍ଵୀକାର କରିଛି, ତାକୁ ଭାଙ୍ଗିବାରେ ମଧ୍ୟ ବିଜେପିର ଉତ୍ସାହ କିଛି କମ ନୁହେଁ। ସଂସଦୀୟ ଗରିମା କଥା କହୁଥିବା ପ୍ରଧାନମନ୍ତ୍ରୀ ଖୋଦ ନିର୍ବାଚନୀ ସଭାକୁ ଗଲେ ନିଜ ପଦର ଗରିମା ଭୁଲିଯାଆନ୍ତି।  ଗତକାଲି ସଂସଦରେ ସେ ଶରଦ ପାୱାରଙ୍କ ରାଷ୍ଟ୍ରୀୟ କଂଗ୍ରେସ ପାର୍ଟି ଓ ନବୀନ ପଟ୍ଟନାୟକଙ୍କ ବିଜୁ ଜନତା ଦଳକୁ ପ୍ରଶଂସା କରିବା ପଛରେ ସଂସଦୀୟ ଗରିମା ଅପେକ୍ଷା ବିଜେପିର ରାଜନୈତିକ ଆବଶ୍ୟକତା ମୁଖ୍ୟ କାରଣ ବୋଲି କୁହାଯାଇପାରେ।…

Read More

ସମୀକ୍ଷା ବ୍ୟୁରୋ ମିସ୍‌ ୟୁନିଭର୍ସ ସୁସ୍ମିତା ସେନ୍‌ଙ୍କ ଆଜି ହେଉଛି ୪୪ତମ ଜନ୍ମଦିବସ ।  ୧୯୭୫ ମସିହାର ଆଜିର ଦିନରେ ହାଇଦ୍ରାବାଦଠାରେ ଜନ୍ମଗ୍ରହଣ କରିଥିଲେ ସୁସ୍ମିତା । ୪୪ ବର୍ଷରେ ପାଦ ଦେଇଥିଲେ ବି ଆଜି ଯାଏଁ କୁଆଁରୀ ରହିଛନ୍ତି ।  ବିବାହ କରିନଥିଲେବେଳେ ଦୁଇଟି କନ୍ୟା ସନ୍ତାନର ମା’ ହେଉଛନ୍ତି ସୁସ୍ମିତା। ବଲିଉଡ୍‌ର ସିଙ୍ଗଲ୍‌ ମଦର୍‌ ଭାବରେ ସୁସ୍ମିତା ବେଶ୍‌ ପରିଚିତା । ନିଜ ହିସାବରେ ନିଜ ଜୀବନକୁ ଜୀଇଁବାରେ ବିଶ୍ବାସ କରନ୍ତି ସୁସ୍ମିତା ।  ୧୯୯୪ ମସିହାରେ ଭାରତର ପ୍ରଥମ ସୁନ୍ଦରୀ ଭାବେ ବ୍ରହ୍ମାଣ୍ଡ ସୁନ୍ଦରୀର ମୁକୁଟ ଜିିତିଥିଲେ । ମାତ୍ର ୧୮ ବର୍ଷ ବୟସରେ ସୁସ୍ମିତା ଏହି ଟାଇଟଲର ବିଜୟିନୀ ହୋଇଥିଲେ । ଏହାପରେ ସେ ବଲିଉଡ୍‌ର ଏଣ୍ଟ୍ରି କରିଥିଲେ ।କିନ୍ତୁ ଦୀର୍ଘ ସମୟ ଧରି ଏହି ଅଭିନେତ୍ରୀ ଜଣକ ରୂପେଲି ପରଦାରୁ ଦୂରରେ ରହିଛନ୍ତି । ରୂପେଲି ପରଦାଠୁ ଦୂରରେ ରହିଲେ ମଧ୍ୟ ସେ ତାଙ୍କ…

Read More

ରାଉକେଲାଠାରେ ଆଜି ସ୍କର୍ପିଓ ଧକ୍କାରେ ଡ୍ରାଇଭର ମୃତବରଣ କରିଥିବାବେଳେ  ୭ଜଣ ଗୁରୁତର ହୋଇଛନ୍ତି । ବୀରମିତ୍ରପୁର ଥାନା କାଲସେରିଆଠାରେ ଗଛକୁ ପିଟିଛି ସ୍କର୍ପିଓଟି । ଦୁର୍ଘଟଣାରେ ସମସ୍ତ ଗୁରୁତରଙ୍କୁ ସରକାରୀ ମେଡ଼ିକାଲରେ ଭର୍ତ୍ତି କରାଯାଇଛି ।

Read More

କେଦାର ମିଶ୍ର  ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ ଯେତେବେଳେ କିଛି କହନ୍ତି ବା ଲେଖନ୍ତି, ତାର ଏକ ଭିନ୍ନ ପ୍ରଭାବ ରହିଥାଏ। ଡକ୍ଟର ସିଂ କେବଳ ପୂର୍ବତନ ପ୍ରଧାନମନ୍ତ୍ରୀ ବା ଅର୍ଥମନ୍ତ୍ରୀ ନୁହନ୍ତି, ସେ ପୃଥିବୀର ଜଣେ ବିଖ୍ୟାତ ଅର୍ଥନୀତି ବିଷାରଦ ଓ ତାଙ୍କର ଅର୍ଥନୈତିକ ପ୍ରଜ୍ଞା ଆଗରେ ଅନେକ ବଡ ବଡ ବିଦ୍ଵାନ ମୁଣ୍ଡ ନୁଆଁଇଥାନ୍ତି। ହେଲେ ଆଜିର ସମୟରେ ରାଜନୀତି ଆମର ଏତେ ଭୟଙ୍କର ମାନସିକ ରୋଗଗ୍ରସ୍ତ ଯେ ସେଠାରେ ଜ୍ଞାନୀ ଲୋକେ କିଛି କହିବା ଆଗରୁ ହଜାରଥର ଚିନ୍ତା କରିବାକୁ ବାଧ୍ୟ ହେଉଛନ୍ତି। ବର୍ତ୍ତମାନ ଦେଶରେ ଏକ ଟ୍ରୋଲ ସରକାର ଚାଲିଛି, ତେଣୁ ବିତର୍କ ଅପେକ୍ଷା କୁତ୍ସାରଟନା ଓ ଅପମାନିତ କରିବାର ଦୃଷ୍ଟିଭଙ୍ଗୀ ନେଇ ମନମୋହନ ସିଂଙ୍କ ଲେଖାର ଆକଳନ ଏ ସରକାର କରିବ। ତେଣୁ ଡକ୍ଟର ସିଂ ତାଙ୍କ ଲେଖାର ଆରମ୍ବରୁ ସ୍ପଷ୍ଟ କରିଦେଇଛନ୍ତି ଯେ, ସେ ଲେଖାଟିକୁ ଜଣେ ବିରୋଧୀ ନେତା ଭାବରେ…

Read More

ଅକ୍ଷୟ କୁମାର, କରୀନା କପୁର୍‌, ଦିଲଜିତ୍‌ ଦୋସାଞ୍ଜ ଓ କିଆରା ଆଡଭାନୀଙ୍କ ଅଭିନୀତ ଫିଲ୍ମ ‘ଗୁଡ୍‌ ନ୍ୟୁଜ୍‌’ର ଟ୍ରେଲର୍‌ ରିଲିଜ୍‌ ହୋଇଛି । ଆଇଭିଏଫ୍‌ ଟେକ୍ନୋଲୋଜି ଉପରେ ଆଧାରିତ ଏହି ଫିଲ୍ମଟି ୨୭ ଡିସେମ୍ବରରେ ରିଲିଜ୍‌ ହେବାକୁ ରହିଛି । ଫିଲ୍ମର ଟ୍ରେଲର୍‌ଟି ବେଶ୍‌ ଶାନଦାର ରହିଛି । ଦୁଇ କପଲ୍‌ଙ୍କ କାହାଣୀକୁ ନେଇ ଫିଲ୍ମଟି ଗତିଶୀଳ ହୋଇଥିବାବେଳେ କନ୍‌ଫ୍ୟୁଜନ୍‌ ଭିତରେ କମେଡ଼ିର ଡୋଜ୍‌ ଦର୍ଶକଙ୍କୁ ବେଶ୍‌ ପସନ୍ଦ ଆସିଛି । ୯ ବର୍ଷ ପରେ ପୁଣି ଥରେ ଏହି ଫିଲ୍ମ ଜରିଆରେ ଅକ୍ଷୟ ଓ କରୀନା ପରଦା ଉପରକୁ ଆସୁଛନ୍ତି । ଧର୍ମାପ୍ରଡକ୍ସନ ବ୍ୟାନରରେ ନିର୍ମିତ ଏହି ଫିଲ୍ମର ନିର୍ଦ୍ଦେଶନା ଭାର ସମ୍ଭାଳିଛନ୍ତି ନବାଗତ ରାଜ ମେହେତା ।

Read More