Author: Samikhsya Bureau

ସୁନ୍ଦରବନରେ ଲ୍ୟାଣ୍ଡଫଲ୍ କରିବ ବାତ୍ୟା ‘ବୁଲ୍‌ବୁଲ୍‌’। ପାଣିପାଗ ବିଭାଗର ଆକଳନ ଅନୁସାରେ ପଶ୍ଚିମବଙ୍ଗ-ବାଂଲାଦେଶ ମଝିରେ ‘ବୁଲ୍‌ବୁଲ୍‌’ ଅତିକ୍ରମ କରିବ ବୋଲି ଆଇଏମ୍‌ଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ସୂଚନା ଦେଇଛନ୍ତି। ପୂର୍ବାହ୍ନରେ ପାରାଦୀପଠାରୁ ୩୫୦କି.ମି. ଦୂରରେ ଥିଲା ‘ବୁଲ୍‌ବୁଲ୍‌’। ଘଣ୍ଟାକୁ ୧୨ କିମି ବେଗରେ ଉତ୍ତର ଦିଗକୁ ଗତି କରୁଛି ।  ଏହା ପ୍ରଭାବରେ ଉପକୂଳ ଓଡ଼ିଶାରେ ୩୫ରୁ ୪୫ କିମି ବେଗରେ ପବନ ବହୁଛି। କାଲି ସକାଳେ ପବନ ବେଗ ୫୫ରୁ ୭୫ କିମି ପର୍ଯ୍ୟନ୍ତ ବଢ଼ିବ। କାଲି ଦ୍ୱିପ୍ରହରରୁ ସନ୍ଧ୍ୟା ଯାଏ ପବନ ବେଗ ୭୦ରୁ ୯୦ କିମି ଛୁଇଁବ। କେନ୍ଦ୍ରାପଡ଼ା, ଜଗତସିଂହପୁର, ଭଦ୍ରକ, ବାଲେଶ୍ୱର ଜିଲ୍ଲାରେ  ବି ପବନ ହେବ।

Read More

ପାରାଦୀପଠାରୁ ପ୍ରାୟ 350 କିମି ଦୂରରେ ‘ବୁଲ୍‌ବୁଲ୍‌’ କେନ୍ଦ୍ରୀଭୂତ ହୋଇଛି । ପାରାଦୀପଠାରୁ 134 କି.ମି. ଦୂରରୁ ଏହା ଅତିକ୍ରମ କରିବ । ଏହା ପ୍ରଭାବରେ ଉତ୍ତର ଉପକୂଳ ଓଡ଼ିଶାରେ ଆଜିଠୁ ବର୍ଷା ଆରମ୍ଭ ହୋଇଛି । ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା ଓ ଜଗତସିଂହପୁର ଜିଲ୍ଲାରେ ପ୍ରବଳ ବର୍ଷା ହେବ। ମୟୂରଭଞ୍ଜ ଓ ଯାଜପୁର ଜିଲ୍ଲାରେ ମଧ୍ୟମ ଧରଣର ବର୍ଷା ହେବ। ଏହା ସହ ଆଜି ଅପରାହ୍ନରେ ଉପକୂଳ ଓଡ଼ିଶାରେ ପବନର ବେଗ ବଢ଼ିବା ନେଇ ସ୍ୱତନ୍ତ୍ର ରିଲିଫ୍‌ କମିଶନର ପ୍ରଦୀପ ଜେନା ଆଜି ଏକ ସାମ୍ୱାଦିନ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି। ପବନର ବେଗ 65ରୁ 70 କିମି ରହିବା ସହିତ କିଛି ସ୍ଥାନରେ ଏହା 90 ଛୁଇଁବା ନେଇ ଅନୁମାନ ଲଗାଇଛି ପାଣିପାଗ ବିଭାଗ ।

Read More

ଦିଲ୍ଲୀର ତିସ୍‌ ହଜାରୀ କୋର୍ଟ ପରିସରରେ ପୋଲିସ୍‌ ଏବଂ ଓକିଲଙ୍କ ମଧ୍ୟରେ ସଙ୍ଗଠିତ ଝଗଡା ନୂତନ ମୋଡ ନେଇଛି । ଏହି ଘଟଣାରେ ଦୁଇ ଜଣ ପୋଲିସ୍‌ ଅଧିକାରୀଙ୍କ ବଦଳି ପାଇଁ ତିସ୍‌ ହଜାରୀ କୋର୍ଟଙ୍କ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ଆଇନ ଶୃଙ୍ଖଳା ଦାୟିତ୍ବରେ ରହିଥିବା ସ୍ବତନ୍ତ୍ର ପୋଲିସ୍‌ କମିସନର ସଞ୍ଜୟ ସିଂଙ୍କୁ ଲାଇସେନ୍ସ ଏବଂ ପରିବହନ ବିଭାଗକୁ ବଦଳି କରାଯାଇଥିବା ବେଳେ ସହକାରୀ କମିଶନର ହରେନ୍ଦ୍ର ସିଂଙ୍କୁ ରେଳବାଇ ପୁଲିସ କମିସନର ଭାବେ ବଦଳି କରାଯାଇଛି । ହରେନ୍ଦ୍ର କୁମାରଙ୍କ ସ୍ଥାନରେ ରେଳବାଇ ଡିସିପି ଦୀନେଶ କୁମାର ଗୁପ୍ତା ଦାୟିତ୍ବ ଗ୍ରହଣ କରିଛନ୍ତି । ଏହା ସହିତ ଓକିଲଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରିବାକୁ ଦିଲ୍ଲୀ ପୋଲିସ କମିସନର ଅମୂଲ୍ୟ ପଟ୍ଟନାୟକଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

Read More

ଇରାନ୍‌ରେ ଏକ 5.9 ତୀବ୍ରତାର ଭୂକମ୍ପ ଅନୁଭୂତ ହୋଇଛି । ଏହି ଭୂକମ୍ପରେ 5 ଜଣଙ୍କ ପ୍ରାଣହାନି ଘଟିଥିବା ବେଳେ ଶତାଧିକ ବ୍ୟକ୍ତି ଆହତ ହୋଇଛନ୍ତି । ଇରାନ୍‌ର ଦକ୍ଷିଣ ପଶ୍ଚିମ ଅଞ୍ଚଳରେ ଏହି ଭୂକମ୍ପ ସଙ୍ଗଠିତ ହୋଇଥିଲା । ଆଜରବୈଜାନ୍‌ରୁ 118 କିମି ଦୂର ତାବ୍ରିଜ୍‌ ସହରରେ ସକାଳେ ଏହି ଭୂକମ୍ପ ଅନୁଷ୍ଠିତ ହୋଇଥିଲା । ପ୍ରାରମ୍ଭିକ ଭୂକମ୍ପର ତୀବ୍ରତା 4.1ରୁ 4.8 ମଧ୍ୟରେ ରହିଥିଲା । ଏକାଧିକ ଘର ଭୁଷୁଡି ପଡିଥିବା ବେଳେ ଆହତ ଏବଂ ମୃତକଙ୍କ ସଂଖ୍ୟ ବୃଦ୍ଧି ପାଇବାର ସମ୍ଭାବନା ରହିଛି । ଇରାନ୍‌ ସରକାରଙ୍କ ପକ୍ଷରୁ 8ଟି ସହାୟତା କେନ୍ଦ୍ର ସ୍ଥାପନ କରାଯାଇ ଆହତ ମାନଙ୍କ ସହାୟତା କରାଯାଉଛି ।

Read More

ନିୟନ୍ତ୍ରଣ ରେଖାରେ ପାକିସ୍ତାନ ପକ୍ଷରୁ ପୁନର୍ବାର ଅସ୍ତ୍ରବିରତି ଉଲ୍ଲଂଘନ କରାଯାଇଛି । ଏହି ଘଟଣାରେ ଜଣl ଯବାନ ଶହୀଦ ହୋଇଥିବା ବେଳେ ଜଣେ ସାଧାରଣ ନାଗରିକ ପ୍ରାଣ ହରାଇଛନ୍ତି । ପୁଞ୍ଚ ଜିଲ୍ଲାରେ କ୍ରିଷ୍ଣାଘାଟି ଅଞ୍ଚଳରେ ପାକିସ୍ତାନ ପକ୍ଷରୁ ଅଚାନକ ଗୁଳିମାଡ ଏବଂ ମୋର୍ଟାର ମାଡ କରାଯିବା କାରଣରୁ ଜଣେ ଯବାନ ଶହିଦ ହୋଇଥିବା ନେଇ ଶୁକ୍ରବାର ସେନା ପକ୍ଷରୁ ସ୍ପଷ୍ଟ କରାଯାଇଛି । ଶୁକ୍ରବାର ରାତି 2.30 ମିନିଟ୍‌ ସମୟରେ ଗୁଳିଚାଳନା କରାଯାଇଥିବା ଜଣାପଡିଛି । 2019 ରେ ବର୍ତ୍ତମାନ ସୁଦ୍ଧା 2000 ଥର ପାକିସ୍ତାନ ପକ୍ଷରୁ ଅସ୍ତ୍ରବିରତି ଉଲ୍ଲଂଘନ କରାଯାଇଥିବା ବେଳେ 21 ଜଣ ଯବାନ ଶହୀଦ ହୋଇଛନ୍ତି ।

Read More

ବରିଷ୍ଠ ବିଜେପି ନେତା ତଥା ପୂର୍ବତନ ଉପ ପ୍ରଧାନମନ୍ତ୍ରୀ ଲାଲକୃଷ୍ଣ ଆଡଭାନୀଙ୍କ ୯୨ତମ ଜୟନ୍ତୀ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଟ୍ବିଟ୍ଟର୍ ଜରିଆରେ ପ୍ରଧାନମନ୍ତ୍ରୀ ମୋଦି ଏହି ବର୍ଷିୟାନ୍ ନେତାଙ୍କୁ ନିସ୍ୱାର୍ଥ ଏବଂ ପରିଶ୍ରମୀ କହି ପ୍ରଶଂସା କରି କହିଛନ୍ତି କି, ଦେଶର ରାଜନୀତିରେ ତାଙ୍କ ପ୍ରଭାବ ଅମାପ । ନିଜର ଆଦର୍ଶ ସହତ ଆଡଭାନୀ କଦାପି ସାଲିସ କରି ନାହାନ୍ତି ବୋଲି ପ୍ରଧାନମନ୍ତ୍ରୀ ଟ୍ବିଟ୍‌ କରିଛନ୍ତି । ଏହା ସହିତ ମୋଦି ପୂର୍ବତନ ଉପ ପ୍ରଧାନମନ୍ତ୍ରୀଙ୍କ ଉତ୍ତମ ସ୍ୱାସ୍ଥ୍ୟ ଏବଂ ଦୀର୍ଘ ଜୀବନ କାମନା କରିଛନ୍ତି । ନଭେମ୍ବର ୮ ତାରିଖ ୧୯୨୭ରେ ଜନ୍ମିତ ଲାଲକୃଷ୍ଣ ଆଡଭାନୀ ହେଉଛନ୍ତି ଭାତରୀୟ ଜନତା ପାର୍ଟିର ଅନ୍ୟତମ ସହ-ସଂସ୍ଥାପକ ଏବଂ ବରିଷ୍ଠ ନେତା । ପ୍ରଧାନମନ୍ତ୍ରୀ ଅଟଳ ବିହାରି ବାଜପେୟୀଙ୍କ ଅଧୀନରେ ୨୦୦୨ ରୁ ୨୦୦୪ ଯାଏଁ ସେ ଉପ ପ୍ରଧାନମନ୍ତ୍ରୀ ଥିଲେ । ୨୦୧୫ରେ ତାଙ୍କୁ…

Read More

ଭୟଙ୍କର ରୂପ ନେଉଛି ବାତ୍ୟା ‘ବୁଲ୍‌ବୁଲ୍‌’ । ଆଜି ସକାଳ 5.30ରୁ ଏହା ଭେରି ସିଭିୟର ସାଇକ୍ଲୋନିକ୍‌ ଷ୍ଟର୍ମର ରୂପ ନେଇଥିବା ଭାରତୀୟ ପାଣିପାଗ ବିଭାଗ ତରଫରୁ ସୂଚନା ଦିଆଯାଇଛି । ପାରାଦୀପଠାରୁ ପ୍ରାୟ 390 କିମି ଦୂରରେ କେନ୍ଦ୍ରୀଭୂତ ‘ବୁଲ୍‌ବୁଲ୍‌’ ଏବେ ଘଣ୍ଟା ପ୍ରତି 10 କିଲୋମିଟର ବେଗରେ ଗତି କରୁଛି । 10 ତାରିଖରେ ଏହା ପଶ୍ଚିମବଙ୍ଗ ଓ ବାଂଲାଦେଶ ଉପକୂଳ ଅତିକ୍ରମ କରିବ। ଏହି ସମୟରେ ପବନର ବେଗ ଘଣ୍ଟାପ୍ରତି 100ରୁ 110 କି.ମି. ରହିବ ବୋଲି ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ଅନ୍ୟପକ୍ଷରେ ବାତ୍ୟା ‘ବୁଲ୍‌ବୁଲ୍‌’ ପ୍ରଭାବରେ ଆଜିଠୁ ଉପକୂଳ ଓଡ଼ିଶାର କିଛି ଅଂଶରେ ବର୍ଷା ଆରମ୍ଭ ହୋଇଯାଇଛି ।

Read More

କେଦାର ମିଶ୍ର  ଗଣତନ୍ତ୍ରର ଶେଷ ଆଶା ହେଉଛି ବିଚାର ବିଭାଗ। ଗଣତନ୍ତ୍ରକୁ ଆଘାତ ଦେବାଲାଗି ଯଦି ବିଧାନପାଳିକା ଓ କାର୍ୟପାଳିକା ପ୍ରଚେଷ୍ଟା କରନ୍ତି, ସେଠି ନ୍ୟାୟପାଳିକା ଗଣତନ୍ତ୍ରକୁ ବଞ୍ଚାଇବାର ଗୁରୁ ଦାୟିତ୍ଵ ତୁଲାଇଥାନ୍ତି। ତେବେ ଅନେକ ସମୟରେ ଦେଖାଯାଇଛି, ନ୍ୟାୟପାଳିକା ଏହି ଦାୟିତ୍ଵ ତୁଲାଇବାକୁ ଜାଣିଶୁଣି ଉଦାସୀନ ରହିଛନ୍ତି। ତାହାର ଏକ ବଡ ଉଦାହରଣ ଆମେ ଦେଖିଛୁ  ଜରୁରୀ କାଳୀନ ପରିସ୍ଥିତିରେ ଏଡିଏମ ଜବଲପୁର ରାୟରେ। ୧୯୭୫ ମସିହା ଡିସେମ୍ବର ମାସରୁ ୧୯୭୬ ଫେବୃଆରୀ, ପ୍ରାୟ ୩୭ ଦିନର ମାରାଥନ ଶୁଣାଣୀ ପରେ ଭାରତର ମାନ୍ୟବର ସୁପ୍ରିମ କୋର୍ଟ ରାୟ ଦେଇଥିଲେ ଯେ, ଜରୁରୀକାଳୀନ ପରିସ୍ଥିତିରେ ନାଗରିକର ମୌଳିକ ଅଧିକାର କ୍ଷୁଣ୍ଣ କରିବାର ଅଧିକାର ସରକାରର ରହିଛି। ଏହି ରାୟକୁ ଭାରତୀୟ ସୁପ୍ରିମ କୋର୍ଟର ଇତିହାସରେ ସବୁଠୁ କଳଙ୍କିତ ରାୟ ବୋଲି କୁହାଯାଇଥାଏ। ନାଗରିକର ଅଧିକାର ବିରୋଧରେ ସରକାରକୁ ପ୍ରବଳ କ୍ଷମତା ଦେଇଥିବା ଏହି ରାୟକୁ ସେତେବେଳେ ଚାରିଜଣ ବିଚାରପତି ସମର୍ଥନ…

Read More

ଭୁବନେଶ୍ବର ଉପକଣ୍ଠ ସରକନ୍ତରାରେ  ବାପ ପୁଅଙ୍କ ଉପରେ ଗୁଳିମାଡ ହୋଇଛି । ଜମିବାଡି ଓ ଡ୍ରଗ୍ସ କାରବାରକୁ ନେଇ ଏହି ଗୁଳିକାଣ୍ଡ ହୋଇଥିବାର ସନ୍ଦେହ କରାଯାଉଛି ।  ଏହି ଘଟଣାରେ ପୁଅ ଅନିଲ୍‌ ଜେନାଙ୍କ ମୃତ୍ୟୁ ହୋଇଥିବାବେଳେ ଗୁରୁତର ବାପା ଅଭିମନ୍ୟୁ ଜେନା ଏମ୍‌ସରେ ଭର୍ତ୍ତି ହୋଇଛନ୍ତି । ଗତକାଲି ଡ୍ରଗ୍ସ ମାଫିଆ ବାପି ଓରଫ ଭରତ ସାହୁ ଧମକ ଦେଇଥିଲା ।

Read More

ଦକ୍ଷିଣପୂର୍ବ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ“ବୁଲବୁଲ” ବାତ୍ୟାର ରୂପ ନେଇଛି । ଆସନ୍ତା ୨୪ଘଣ୍ଟାରେ ସିଭିୟର ସାଇକ୍ଲୋନ ରୂପ ନେବ ବୁଲବୁଲ । ଭାରତୀୟ ପାଣିପାଗ କେନ୍ଦ୍ର ବିଶେଷଜ୍ଞ ମୃତ୍ୟୁଞ୍ଜୟ ମହାପାତ୍ର ସୂଚନା ଦେଇଛନ୍ତି । ଭାରତୀୟ ପାଣିପାଗ କେନ୍ଦ୍ରର ସୂଚନାନୁସାରେ, ବୁଲବୁଲ ବାତ୍ୟା ଏବେ ଉତ୍ତର ଦିଗକୁ ଗତି କରୁଛି । ୯ତାରିଖରେ ଉତ୍ତର, ଉତ୍ତରପୂର୍ବ ଦିଗକୁ ଗତି କରିବ । କାଳକ୍ରମେ ଏହା ପଶ୍ଚିମବଙ୍ଗ ଓ ବାଂଲାଦେଶ ଆଡ଼କୁ ମୁହାଁଇବା ସମ୍ଭାବନା ରହିଛି । ଏହା ପ୍ରଭାବରେ ୮ତାରିଖ ସକାଳୁ ଓଡ଼ିଶା ଉପକୂଳରେ ସମୁଦ୍ର ଆଶାନ୍ତ ରହିବା ସହ ପ୍ରବଳ ବର୍ଷା ଆରମ୍ଭ ହେବ । ଭଦ୍ରକ, ବାଲେଶ୍ୱର, କେନ୍ଦ୍ରାପଡ଼ା, ଜଗତସିଂହପୁର ଜିଲ୍ଲାରେ ପ୍ରବଳ ବର୍ଷିବ । ସେହିପରି ୯ତାରିଖରେ ଉତ୍ତର ଓଡ଼ିଶା ସହ ମୟୂରଭଞ୍ଜ ଜିଲ୍ଲାରେ ମଧ୍ୟ ବର୍ଷା ହେବ ।  ଏହି ପବନ ବର୍ଷାରେ କଚ୍ଚା ଘର , ବିଦ୍ୟୁତ ଖୁଣ୍ଟି, ଗଛ ଭାଙ୍ଗିବା , ରାସ୍ତା…

Read More

ପଞ୍ଜାବର ପୂର୍ବତନ ମନ୍ତ୍ରୀ ତଥା କଂଗ୍ରେସ ନେତା ନବଜୋତ ସିଂହ ସିଦ୍ଧୁ ପାକିସ୍ତାନ ଯିବା ପାଇଁ ଜିଦ୍‌ ଧରି ବସିଛନ୍ତି । ଏଥିପାଇଁ ଗୁରୁବାର ବିଦେଶ ମନ୍ତ୍ରଣାଳୟକୁ ତୃତୀୟ ଚିଠି ଲେଖିଛନ୍ତି। ଏହି ଚିଠି ମାଧ୍ୟମରେ କରତ୍ତାରପୁର କରିଡର ସମାରୋହରେ ସାମିଲ ହେବାକୁ ପାକିସ୍ତାନ ଯିବା ପାଇଁ ସେ ଅନୁମତି ମାଗିଛନ୍ତି। ସୂଚନାଯୋଗ୍ୟ, କରତ୍ତାରପୁର କରିଡର ସମାରୋହ ପାଇଁ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ସିଦ୍ଧୁଙ୍କୁ ଆମନ୍ତ୍ରଣ କରିଥିଲେ। ପୂର୍ବରୁ ଏନେଇ ବୈଦେଶିକ ମନ୍ତ୍ରୀ ଏ.ସ୍‌ ଜୟଶଙ୍କରଙ୍କୁ ସିଦ୍ଧୁ ଚିଠି ଲେଖିଥିବା ବେଳେ କୌଣସି ଜବାବ ମିଳି ନ ଥିଲା। ତେବେ ତୃତୀୟ ଚିଠିରେ ସେ ଉଲ୍ଲେଖ କରିଛନ୍ତି ଯେ, ଉଦ୍‌ଘାଟନରେ ଯିବା ପାଇଁ ବାରମ୍ବାର ସରକାରଙ୍କୁ ଅବଗତ କରାଇଥିବା ବେଳେ ତାଙ୍କ ପକ୍ଷରୁ କୌଣସି ଜବାବ ଆସୁନାହିଁ। ସେ ଉଦ୍‌ଘାଟନରେ ସାମିଲ ହେବେ ନା ନାହିଁ ସେନେଇ ସରକାର ସ୍ପଷ୍ଟ କରନ୍ତୁ ବୋଲି ସେ ଚିଠିରେ ଉଲ୍ଲେଖ କରିଛନ୍ତି। ଯଦି…

Read More

ଆଜି ବିଧାନସଭା ଗୃହ କମିଟିରେ ପଡ଼ୋଶୀ ରାଜ୍ୟ ସହ ସୀମା ବିବାଦକୁ ନେଇ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ବସିଥିଲା । ଏହି ବୈଠକରେ  ଗୃହବିଭାଗକୁ କହି କୋଟିଆରେ ତୁରନ୍ତ ଥାନା ପ୍ରତିଷ୍ଠା କରାଯିବ । ରାଜ୍ୟ ସୀମାର ୫କିମି ଭିତରେ କୈାଣସି ଅନୁଷ୍ଠାନ ବନ୍ଦ ହେବନି । କୈାଣସି ସ୍କୁଲ, କଲେଜ, ସରକାରୀ କାର୍ଯ୍ୟାଳୟ ବନ୍ଦ କରାଯିବ ନାହିଁ । ସୀମାବର୍ତ୍ତୀ ଅନୁଷ୍ଠାନର ଉନ୍ନତୀକରଣ ପାଇଁ ସରକାର ଚେଷ୍ଟା କରିବେ । ସୀମାନ୍ତ ଅଂଚଳର ଲଘୁ ଖଣିଜ ପଦାର୍ଥର ସୁପରିଚାଳନା କରାଯିବ ବୋଲି ଆଜି ବୈଠକରେ ଆଲୋଚନା ହୋଇଛି । ରାଜସ୍ୱ ବିଭାଗର ବୈଠକ ପରେ ଏନେଇ ପଦକ୍ଷେପ ଗ୍ରହଣ କରାଯିବ । ଗଜପତିର ୧୬ ଏବଂ ଗଞ୍ଜାମର ୧୩ବିବାଦୀୟ ଗାଁ ପାଇଁ ସ୍ୱତନ୍ତ୍ର ପଦକ୍ଷେପ ନିଆଯିବ । ରାସ୍ତାଘାଟ ଓ ଅନ୍ୟ ସମସ୍ୟାର ଆଞ୍ଚଳିକ ସମାଧାନ ପାଇଁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ବୈଠକ ଶେଷ ପରେ ବାଚସ୍ପତି ସୂର୍ଯ୍ୟ ନାରାୟଣ…

Read More

ସମ୍ଭାବ୍ୟ ବାତ୍ୟା ଆଶଙ୍କାରେ ଦୁଇ ଦିନ ସ୍କୁଲ ଛୁଟି ଘୋଷଣା କରିଛନ୍ତି ଜିଲ୍ଲାପାଳ । ସମ୍ଭାବ୍ୟ ବାତ୍ୟା ‘ବୁଲ୍‌ ବୁଲ୍‌’ ପ୍ରଭାବରେ ଜଗତସିଂହପୁର, କେନ୍ଦ୍ରପଡା  ଓ ପୁରୀରେ ଦୁଇଦିନ ଜିଲ୍ଲାର ସବୁ ସ୍କୁଲକୁ ଛୁଟି ଘୋଷଣା କରିଛନ୍ତି ଜିଲ୍ଲାପାଳ ।  ଆସନ୍ତା ୮ ଓ ୯ ତାରିଖ ଦୁଇଦିନକୁ ଛୁଟି ଦିଆଯାଇଛି । ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଡିପ୍ ଡିପ୍ରେସନ୍ ସାଇକ୍ଲୋନିକ୍ ଷ୍ଟର୍ମରେ ପରିଣତ ହୋଇଛି।  ସାଇକ୍ଲୋନିକ ଷ୍ଟର୍ମ ‘ବୁଲବୁଲ୍’ ଏବେ ପାରାଦୀପଠାରୁ ୭୫୦ କିଲୋମିଟର ଦୂରରେ କେନ୍ଦ୍ରୀଭୂତ ହୋଇଛି । ସ୍କୁଲ ସହ ଅଙ୍ଗନଓ୍ବାଡିଗୁଡ଼ିକୁ ମଧ୍ୟ ଛୁଟି ଘୋଷଣା କରାଯାଇଛି । କେନ୍ଦ୍ରାପଡ଼ା ଜିଲ୍ଲାର ସବୁ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ୍‌ କଲେ ଜିଲ୍ଲାପାଳ । ଏହା ଉତ୍ତର ଓ ଉତ୍ତର ପଶ୍ଚିମ ଦିଗରେ ଗତି କରି ପଶ୍ଚିମବଙ୍ଗ ଓ ବାଂଲାଦେଶ ଆଡ଼କୁ ମୁହାଁଇଛି ।

Read More

ରାଜ୍ୟରେ ସ୍ୱାସ୍ଥ୍ୟବସ୍ଥାକୁ ସୁଦୃଢ କରିବା ପାଇଁ ରାଜ୍ୟ ସରକାର ବିଭିନ୍ନ ପ୍ରକାରର ପଦକ୍ଷେପ ନେଉଛନ୍ତି । ଗତକାଲି ଏସ୍‌ସିବିକୁ ଏମ୍‌ପ୍ଲସ୍‌ କରିବା ପାଇଁ ୧୦୦୦ କୋଟି ଟଙ୍କାର ପ୍ୟାକେଜ୍‌ ଘୋଷଣା କରିଥିବାବେଳେ ଆଜି ରାଜ୍ୟର ସମସ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପାଲିଏଟିଭ କେୟାର ପ୍ରୋଗ୍ରାମର ଶୁଭାରମ୍ଭ କରିଛନ୍ତି ।  ଅନେକ ସମୟରେ କର୍କଟ ରୋଗୀ ରାଜ୍ୟରେ ଉତମ ଚିକିତ୍ସା ପାଉ ନଥିବା ଅଭିଯୋଗ ହେଉଛି । ଏହାକୁ ନଜରରେ ରଖି ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲୋକସେବା ଭବନଠାରେ ଭିଡିଓ କନଫରେନ୍ସିଂ ଜରିଆରେ ରାଜ୍ୟର ବିଭିନ୍ନ ମୁଖ୍ୟ ଚିକିତ୍ସାଳୟରେ କର୍କଟ ନିରାକରଣ ପାଇଁ ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରିଛନ୍ତି । ଏହି ଅବସରରେ ରାଜ୍ୟ ସରକାରଙ୍କ କ୍ୟାନସର୍‌ ଚିକିତ୍ସା ପରାମର୍ଶଦାତା ଡ. ଦୀନେଶ ପେଡନେକର ରାଜ୍ୟ ସରକାରଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଏହି ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ସ୍ବାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ, ଦୀନେଶ ପେଡନେକର ଏବଂ ପି କେ ମେହେର୍ଦ୍ଦା ଉପସ୍ଥିତ ଥିଲେ…

Read More

ସମୀକ୍ଷା ବ୍ୟୁରୋ ତାମିଲ ସୁପରଷ୍ଟାର କମଲ ହାସନ୍‌ ଆଜି ୬୫ ବର୍ଷରେ ପହଞ୍ଚିଛନ୍ତି । ଜଣେ ଅଭିନେତା , ନିର୍ଦ୍ଦେଶକ, କାହାଣୀ ଲେଖକ, ପ୍ରଯୋଜକ, ଗାୟକ, ସମାଜସେବୀ ତଥା ରାଜନେତା ଭାବରେ ବେଶ୍‌ ପ୍ରସିଦ୍ଧି ଅର୍ଜନ କରିଛନ୍ତି କମଲହାସନ୍‌। ଭାରତୀୟ ଚଳଚ୍ଚିତ୍ର ଜଗତରେ ନିଜର ଉଲ୍ଲେଖନୀ ଅବଦାନ ପାଇଁ ବହୁ ପୁରସ୍କାରରେ ପୁରସ୍କୃତ ହୋଇଛନ୍ତି ଏହି ମହାନ କଳାକାର ଜଣକ । ୧୯୫୪ ମସିହା ନଭେମ୍ବର ୭ ତାରିଖ ତାମିଲନାଡୁଠାରେ କମଲହାସନ ଜନ୍ମଗ୍ରହଣ କରିଥିଲେ । ମାତ୍ର ୬ ବର୍ଷ ବୟସରୁ ‘କାଲାଥୁର କନ୍ନମା’ ଫିଲ୍ମରେ ଶିଶୁ କଳାକାର ଭାବରେ ନିଜର କ୍ୟାରିୟର ଆରମ୍ଭ କରିଥିଲେ  କମଲ ହାସନ। ଏହି ଫିଲ୍ମ ପାଇଁ ରାଷ୍ଟ୍ରପତି ପୁରସ୍କାରରେ ପୁରସ୍କୃତ ହୋଇଛନ୍ତି କମଲ୍‌।  ତେଲୁଗୁ, ମାଲାୟଲମ, କନ୍ନଡ, ବେଙ୍ଗଲୀ ଏବଂ ହିନ୍ଦୀ ଆଦି ଭାଷାରେ ୨୦୦ରୁ ଅଧିକ ଫିଲ୍ମରେ ନିଜର ଅଭିନୟର ପରାକାଷ୍ଠା ଦେଖାଇଛନ୍ତି କମଲ ହାସନ୍‌। ନିଜର ଉଚ୍ଚକୋଟୀର ଅଭିନୟ ପାଇଁ ଫିଲ୍ମ…

Read More