ଭୁବନେଶ୍ବର: ଓଡିଶାର ଉଭୟ ଲୋକସଭା ଏବଂ ବିଧାନସଭା ପାଇଁ ପ୍ରାର୍ଥୀ ତାଲିକା ଧରି ନୂଆଦିଲ୍ଲୀରେ ଅଛନ୍ତି ବିଜେପି ସଭାପତି ମନମୋହନ ସାମଲ। ସେଠାରେ ସେ ଶୀର୍ଷ ନେତୃତ୍ବଙ୍କ ସହିତ ଆଲୋଚନା କରି ଏହି ତାଲିକାକୁ ଚୁଡାନ୍ତ ରୂପରେଖ ଦେବେ। ତେବେ ମେଣ୍ଟ ଚର୍ଚ୍ଚା ମଧ୍ୟରେ ଦଳ ଓଡିଶାରୁ ବର୍ତ୍ତମାନ ୨୧ ଟି ଲୋକସଭା ଏବଂ ୧୪୭ ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ତାଲିକା ପ୍ରସ୍ତୁତ କରିଛି। ତେବେ ଦଳ ବିଧାନସଭା ଆସନଗୁଡିକ ତିନୋଟି ବର୍ଗର ବିଭକ୍ତ କରିଛି। ସେଗୁଡିକ ହେଲା ‘ଏ’ ‘ବି’ ଏବଂ ‘ସି’ ବର୍ଗ। ଏଥିରେ ଦଳ ଯେଉଁ ଆସିନରେ ଅଧିକ ଜିତିବାର ସମ୍ଭାବନା ରହିଛି ତାହା ‘ଏ’ ବର୍ଗରେ ରଖିଛି। ସେହିପରି ଜିତିବା ସମ୍ଭାବନା ଅନୁସାରେ ‘ବି’ ଓ ‘ସି’ ବର୍ଗ କରାଯାଇଛି। ବିଶେଷ ସୁତ୍ର ଅନୁସାରେ ଦଳ ‘ଏ’ ବର୍ଗରେ ୩୭ ଟି ଆସନ ରଖିଥିବା ବେଳେ ‘ବି’ ବର୍ଗରେ ୬୫ ଏବଂ ‘ସି’…
Author: Samikhsya Bureau
ଭୁବନେଶ୍ବର: ମେଣ୍ଟ ହେଲେ କୌଣସି ହାଲତରେ ପୁରୀ ଲୋକସଭା ଆସନ ବିଜେପି ହାତକୁ ଟେକି ଦେବ ନାହିଁ ବିଜେଡି। ସୋମବାର ଦିନ ନବୀନ ନିବାସରେ ବସିଥିବା ଦଳିୟ ବୈଠକରେ ଏହି ନିଷ୍ପତି ଗ୍ରହଣ କରାଯାଇଛି। ପୁରୀ ଓଡିଶାର ମର୍ଯ୍ୟଦା ପୂର୍ଣ୍ଣ ଆସନ ହୋଇଥିବାରୁ ଏହାକୁ ବିଜେଡି କେବେ ହାତ ଛଡା କରିବ ନାହିଁ। ଏ ନେଇ ବିଜେପି ଶୀର୍ଷ ନେତୃତ୍ବଙ୍କୁ ଦଳ ଅବଗତ କରିଛି ବୋଲି ଜଣାପଡିଛି। ଏହାର କାରଣରେ କୁହାଯାଇଛି ଯେ, ରାଜ୍ୟ ସରକାର ପୁରୀର ବେଶ କିଛି ଉନ୍ନତି କରିଛନ୍ତି। ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପଠାରୁ ଆରମ୍ଭ କରି ଯାତ୍ରୀ ସୁବିଧା କେନ୍ଦ୍ର, ଶ୍ରୀସେତୁ ପରି ବଡବଡ ପ୍ରକଳ୍ପ ପୁରୀ ପାଇଁ ରାଜ୍ୟ ସରକାର କରିଛନ୍ତି। ପରିକ୍ରମା ପ୍ରକଳ୍ପ ସାରା ବିଶ୍ବବାସୀଙ୍କୁ ଆକର୍ଷିତ କରିଛି। 5ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ଶୀତକାକରରେ ଭୋରରୁ ପ୍ରକଳ୍ପ କାର୍ଯ୍ୟ ତଦାରଖ କରି ତାହାର ପୂର୍ଣ୍ଣ ରୂପରେଖ ଦେଇଛନ୍ତି। ଏତେ ସବୁ ପରିଶ୍ରମ କରିବା…
ଭୁବନେଶ୍ବର: ମୋନିଦୀପା ସର୍ଖେଲ। ନିକଟରେ ସେ ବିଜେଡିରେ ସାମିଲ ହୋଇଛନ୍ତି। ଯାହାକୁ ନେଇ ପାରାଦୀପ ରାଜନୀତି ହୋଇଉଠିଛି ସରଗରମ। କାରଣ ହେଲା, ସେ କଣ ଏଥର ପାରାଦୀପରୁ ବିଜେଡିର ପ୍ରାର୍ଥୀ ହେବେ କି ? ଏ ନେଇ ବିଜେଡି କର୍ମି ମହଲରେ ବେଶ ଗୁଂଜରଣ ସୃଷ୍ଟି ହେବାରେ ଲାଗିଛି। କେବଳ ପାରାଦୀପ ନୁହେଁ ଏପରିକି ବାଲିକୂଦା ଏରସମାରେ ମଧ୍ୟ ମୋନିଦୀପାଙ୍କୁ ନେଇ ଚାଲିଛି ଚର୍ଚ୍ଚା। ତେବେ ଏହି ମୋନିଦୀପା କିଏ ସେ ? ସେ କଣ ଆଗରୁ କେଉଁ ଦଳରେ ଥିଲେ କି ? ସେ କଣ ସକ୍ରିୟ ରାଜନୀତି କରୁଥିଲେ କି ? ତେବେ ଏହାର ଉତ୍ତର ହେବ ନା। କାରଣ ସେ କୌଣସି ଦଳରେ ନାହାଁନ୍ତି। ହେଲେ ତାଙ୍କର ବଡ ପରିଚୟ ହେଉଛି ସେ ହେଉଛନ୍ତି ପାରାଦୀପରେ ଦବଦବା ରଖିଥିବା ବାପି ସର୍ଖେଲଙ୍କ ଧର୍ମପତ୍ନୀ। ବାପି ହେଉଛନ୍ତି କଂଗ୍ରେସ ନେତା। ହେଲେ ପୂର୍ବରୁ ସେ ଜଣେ ପାରାଦୀପ ଅଞ୍ଚଳର…
ଭୁବନେଶ୍ୱର: ୨୦୨୪ ସାଧାରଣ ନିର୍ବାଚନରେ ସମୃଦ୍ଧ ଓଡିଶା ଦଳ ସମସ୍ତ ୨୧ ଲୋକସଭା ଆସନ ଓ ୧୪୭ ବିଧାନସଭା ଆସନରେ ପ୍ରାର୍ଥୀ ଦେବ ବୋଲି ଏକ ପ୍ରେସ୍ ବିଜ୍ଞପ୍ତିରେ ଦଳର ସଭାପତି ଡଃ ଯତୀଶ ଚନ୍ଦ୍ର ମହାନ୍ତି ଘୋଷଣା କରିଛନ୍ତି। ଦଳର ସଭାପତି ଡଃ ମହାନ୍ତିଙ୍କ ସହ ମୁଖ୍ୟ ଉପଦେଷ୍ଟା ଜଷ୍ଟିସ୍ ଉମାଚରଣ ମିଶ୍ର, ସାଧାରଣ ସଂପାଦକ ଆଡଭୋକେଟ୍ ସୁଶାନ୍ତ ମହାପାତ୍ର, ନିରାକାର ବେଉରା ପ୍ରମୁଖ ଉପସ୍ଥିତିରେ ପ୍ରଥମ ପର୍ୟ୍ୟାୟ ପ୍ରାର୍ଥୀ ତାଲିକାରେ ୩ ଜଣ ଲୋକସଭା ପ୍ରାର୍ଥୀ ଓ ୨୦ ଜଣ ବିଧାନସଭା ପ୍ରାର୍ଥୀଙ୍କ ନାମ ଘୋଷଣା କରାଗଲା। ପ୍ରଥମ ପର୍ଯ୍ୟାୟରେ ଘୋଷଣା କରାଯାଇଥିବା ପ୍ରାର୍ଥୀମାନଙ୍କ ମଧ୍ୟରେ ଭୁବନେଶ୍ୱର ଲୋକସଭା ଆସନରୁ ଜଷ୍ଟିସ୍ ଉମାଚରଣ ମିଶ୍ର, କେନ୍ଦ୍ରାପଡା ଲୋକସଭା ଆସନରୁ ପ୍ରଜ୍ଞାନ ପ୍ରକାଶ ମହାପାତ୍ର, ବାଲେଶ୍ୱର ଲୋକସଭା ଆସନରୁ ପ୍ରଦୀପ କୁମାର ସ’ ଙ୍କ ନାମ ଘୋଷଣା କରାଯାଇଥିଲା। ଅବଶିଷ୍ଟ ୧୮ ଜଣ ଲୋକସଭା ଆସନ ନିମନ୍ତେ ପ୍ରାର୍ଥୀଙ୍କ ନାମ…
ଭୁବନେଶ୍ୱର: ଆଜି ରାଜ୍ୟ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ମିଶ୍ରଣ ପର୍ବରେ ସାଂସଦ ଜୁଏଲ ଓରାମ ଓ ପୂର୍ବତନ ରାଜ୍ୟ ସଭାପତି କେଭି ସିଂହଦେଓଙ୍କ ଉପସ୍ଥିତିରେ ବିଜେଡି ନେତା ତଥା ରାଜଗାଙ୍ଗପୁର ମ୍ୟୁନିସିପାଲଟି ପୂର୍ବତନ ଚେୟାରମ୍ୟାନ ପୂର୍ଣ୍ଣଚନ୍ଦ୍ର ରାଉତ ଆନୁଷ୍ଠାନିକ ଭାବେ ବିଜେପିରେ ସାମିଲ ହୋଇଛନ୍ତି। ଶ୍ରୀ ରାଉତଙ୍କୁ ସାଂସଦ ଜୁଏଲ ଓରାମ ଓ ପୂର୍ବତନ ରାଜ୍ୟ ସଭାପତି କେଭି ସିଂହଦେଓ ଦଳୀୟ ଉତରୀୟ ପିନ୍ଧାଇ ସ୍ୱାଗତ କରିଥିଲେ। ଭ୍ରଷ୍ଟାଚାର, ବ୍ୟଭୀଚାର ଓ ଦୁର୍ନୀତି ରାଜ୍ୟ ବିକାଶରେ ବାଧକ ସାଜିଛି। ରାଜ୍ୟରେ ଶାସନ ବ୍ୟବସ୍ଥାର ପରିବର୍ତନ ନିହାତି ଜରୁରୀ। ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସୁଶାସନ, ଗରୀବ କଲ୍ୟାଣ କାର୍ଯ୍ୟକ୍ରମ ଓ ବିଜେପିର ନୀତି ଆଦର୍ଶ ଅନୁପ୍ରାଣିତ କରିଛି ବୋଲି ଶ୍ରୀ ରାଉତ କହିଛନ୍ତି। ଏହି ମିଶ୍ରଣ ପର୍ବରେ ରାଜ୍ୟ ଉପସଭାନେତ୍ରୀ ସୁଶ୍ରୀ ସୁକେଶୀ ଓରାମ, ରାଜ୍ୟ ସମ୍ପାଦକ ସରୋଜ କର ପ୍ରମୁଖ ଉପସ୍ଥିତ ଥିଲେ।
ଭୁବନେଶ୍ୱର: ଆସନ୍ତାକାଲି ମଙ୍ଗଳବାରରେ ଓଡ଼ିଶାର ନବରଙ୍ଗପୁର ଜିଲ୍ଲା ଉମରକୋଟକୁ ଦିନିକିଆ ଗସ୍ତରେ ଆସୁଛନ୍ତି ଛତିଶଗଡ ଉପମୁଖ୍ୟମନ୍ତ୍ରୀ ଶ୍ରୀ ବିଜୟ ଶର୍ମା। ‘ବିକଶିତ ଭାରତ’ ଗଠନ ପାଇଁ ଜନପରାମର୍ଶ ଓ ଜନସହଯୋଗ ପାଇଁ ଦେଶବାସୀଙ୍କ ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀ ମୋଦିଜୀ ଦେଇଥିବା ଚିଠିକୁ ରାଜ୍ୟର ୧ କୋଟି ପରିବାର ପାଖରେ ପହଂଚାଇବା ଉଦ୍ଦେଶ୍ୟରେ ବୈଠକରେ ଯୋଗ ଦେଇ ଲୋକଙ୍କୁ ଅବଗତ କରାଇବେ। ‘ବିକଶିତ ଓଡ଼ିଶା ଓ ବିକଶିତ ଭାରତ’ ହିଁ ମୋଦିଙ୍କ ଗ୍ୟାରେଂଟି। ମୋଦିଜୀ ପୁଣି ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ହେବେ ଓ ବିଜେପି ଦେଶ ଓ ରାଜ୍ୟରେ ସରକାର ଗଠନ କରିବ। ଲୋକସଭା ନିର୍ବାଚନରେ ୪ଶହରୁ ଊର୍ଦ୍ଧ୍ୱ ଆସନ ଜିତି ଦଳ ନିରଙ୍କୁଶ ସଂଖ୍ୟା ଗରିଷ୍ଠତା ହାସଲ କରିବ। ଏହି ଅଭିଯାନରେ ନବରଙ୍ଗପୁରବାସୀଙ୍କୁ ସାମିଲ କରିବା ପାଇଁ ଆସୁଛନ୍ତି ଶ୍ରୀ ଶର୍ମା। ଏହି ଗସ୍ତ ସମୟରେ ଶ୍ରୀ ଶର୍ମା କାର୍ଯ୍ୟକର୍ତା ସମ୍ମିଳନୀ ସହ ବଣିକ ସଂଘ ସଦସ୍ୟଙ୍କ ବୈଠକ, ଲାଭାର୍ଥୀ ସମ୍ମିଳନୀ…
ବାଣପୁର: ନିକଟରେ ବିଦେଶ ଯିବା ବାହାନାରେ ବାଲୁଗାଁ-ବାଣପୁର ଅଞ୍ଚଳର ୭୮ ଜଣ ଶ୍ରମିକ ଠକେଇର ଶିକାର ହୋଇ ନିଜ ଭିଟାମାଟିକୁ ନିରାଶରେ ଫେରିଛନ୍ତି। ତେବେ ଅଦ୍ୟାବଧି ଆନ୍ଧ୍ର ପୋଲିସ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନ ଥିବା ବେଳେ ନିରୁପାୟ ହୋଇ ବାଣପୁର ଅଞ୍ଚଳର ଏକାଧିକ ଠକେଇର ଶିକାର ହୋଇଥିବା ବ୍ୟକ୍ତିମାନେ ଆଜି ସଂନ୍ଧ୍ୟାରେ ଆଇଆଇସି ରମେଶ ଦେବତାଙ୍କୁ ଭେଟି ଏକ ଲିଖିତ ଅଭିଯୋଗ ପ୍ରଦାନ କରିଛନ୍ତି। ଦୋଷୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ଏବଂ ଠକେଇ ଟଙ୍କା ଫେରିପାଇବା ଦାବି ନେଇ ଏତଲା ଦେଇଛନ୍ତି ଉକ୍ତ ବ୍ୟକ୍ତିମାନେ। ତେବେ ଏ ନେଇ ବାଣପୁର ଆଇଆଇସିଙ୍କୁ ପଚାରିବାରୁ ଏ ସଂକ୍ରାନ୍ତରେ ପୁର୍ବରୁ ଏକ ମାମଲା ଆନ୍ଧ୍ର ପୋଲିସ କରିଛି। ତେଣୁ ଏହା ଷ୍ଟେସନ ଡ଼ାଇରୀ ରେ ପଞ୍ଜିକୃତ ହେବ ଏବଂ ବାଣପୁର ପୋଲିସ ଆନ୍ଧ୍ର ପୋଲିସ ସହ ଯୋଗାସୂତ୍ର ରକ୍ଷାକରି ତଦନ୍ତରେ ସହଯୋଗ କରିବ ବୋଲି କହିଛନ୍ତି ଶ୍ରୀ ଦେବତ୍ତା। ଖବର…
ଭୁବନେଶ୍ୱର: ଆଦିବାସୀ ସମ୍ପ୍ରଦାୟ ହେଉଛନ୍ତି ଓଡ଼ିଶା ରାଜ୍ୟ ଏବଂ ଏହାର ଜନସଂଖ୍ୟାର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ। ଏହି ସମ୍ପ୍ରଦାୟ କେବଳ ଏହି କାରଣରୁ ଗୁରୁତ୍ୱପୂର୍ଣ୍ଣ ନୁହେଁ ଯେ ସେମାନେ ରାଜ୍ୟର ଜନସଂଖ୍ୟାର ୨୨.୮ ପ୍ରତିଶତ ବା ଏକ କୋଟିରୁ ଅଧିକ ଅଟନ୍ତି ବରଂ ଭାରତର ଜନସଂଖ୍ୟାର ମଧ୍ୟ ୯.୧୭ ପ୍ରତିଶତ ଅଟନ୍ତି। ସେମାନେ ଅନନ୍ୟ ସଂସ୍କୃତି, ଜୀବନଶୈଳୀର ପ୍ରତିନିଧିତ୍ୱ କରନ୍ତି ଏବଂ ଉଦ୍ଭିଦର ଔଷଧୀୟ ଦିଗ ସମେତ ଜଙ୍ଗଲ, ଉଦ୍ଭିଦ ଏବଂ ବନଜାତ ଦ୍ରବ୍ୟ ବିଷୟରେ ଅନେକ ପ୍ରକାରର ଅନନ୍ୟ ଜ୍ଞାନର ଭଣ୍ଡାର ଅଟନ୍ତି ବୋଲି କହିଛନ୍ତି ବିଜେଡିର ରାଷ୍ଟ୍ରୀୟ ମୁଖପାତ୍ର ଡକ୍ଟର ସଂତୃପ୍ତ ମିଶ୍ର ଏବଂ ମୁଖପାତ୍ର ଡକ୍ଟର ପ୍ରିୟବ୍ରତ ମାଝି। ଏଠାରେ ଆୟୋଜିତ ଏକା ସାମ୍ବାଦିକ ସମ୍ମିଳନୀରେ ଡକ୍ଟର ମିଶ୍ର ଓ ଡକ୍ଟର ମାଝି କହିଛନ୍ତି ଯେ ଓଡ଼ିଶାରେ ୩୦ଟି ଜିଲ୍ଲା ଓ ୩୧୪ଟି ବ୍ଲକରେ ୬୪ ସମ୍ପ୍ରଦାୟର ଆଦିବାସୀ ସମ୍ପ୍ରଦାୟ ଅଛନ୍ତି। ଓଡ଼ିଶାର ସ୍ୱୀକୃତିପ୍ରାପ୍ତ ୬୪ଟି ଭାଷା…
ଭୁବନେଶ୍ବର: ରାଜ୍ୟରେ ଆଗାମୀ ସାଧାରଣ ନିର୍ବାଚନ ୨୦୨୪ ପରିପ୍ରେକ୍ଷୀରେ କେନ୍ଦ୍ରୀୟ ସଶସ୍ତ୍ର ବାହିନୀ (ସିଏପିଏଫ୍) ଏବଂ ରାଜ୍ୟ ସଶସ୍ତ୍ର ବାହିନୀ(ଏସ୍ଏପିଏଫ୍) ମୁତୟନ ସଂପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଆଜି ଲୋକସେବା ଭବନରେ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ମୁଖ୍ୟ ଶାସନ ସଚିବ ଶ୍ରୀ ପ୍ରଦୀପ କୁମାର ଜେନା, ରାଜ୍ୟ ଗୃହ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ଦେଓରଞ୍ଜନ କୁମାର ସିଂ,ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ନିକୁଞ୍ଜ ବିହାରୀ ଧଳ, ଅତିରିକ୍ତ ନିର୍ବାଚନ ଅଧିକାରୀ ଡଃ. ଏନ୍.ଥିରୁମାଳା ନାଏକ, ରାଜ୍ୟ ପୁଲିସ୍ ମହାନିର୍ଦ୍ଦେଶକ ଶ୍ରୀ ଅରୁଣ କୁମାର ଷଡ଼ଙ୍ଗୀଙ୍କ ସମେତ ରାଜ୍ୟ ପୋଲିସ୍ ପ୍ରଶାସନର ବରିଷ୍ଠ ପଦାଧିକାରୀମାନେ ଉପସ୍ଥିତ ରହି ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ। ବିଭିନ୍ନ ପର୍ଯ୍ୟାୟରେ ଓଡିଶାରେ ହେବାକୁ ଥିବା ସାଧାରଣ ନିର୍ବାଚନ-୨୦୨୪ ପରିପ୍ରେକ୍ଷୀରେ ଜିଲ୍ଲାଗୁଡିକରେ ଆବଶ୍ୟକତାକୁ ଦୃଷ୍ଟିରେ ରଖି ପୁଲିସ୍ ମୁତୟନ କିପରି ରହିବ, ସେ ସଂପର୍କରେ ବୈଠକରେ ବିଶଦ୍ ଆଲୋଚନା କରାଯାଇଛି। ଇଭିଏମ୍…
ଭୁବନେଶ୍ବର: ଶେଷ ହୋଇଛି ବିଜେଡିର ନିର୍ବାଚନ ପ୍ରସ୍ତୁତି ବୈଠକ। ଆଜି ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ତଥା ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ବସିଥିଲା। ଏଥିରେ ଆଜି ନବୀନ ପୁରୀ ଲୋକସଭା କ୍ଷେତ୍ରରୁ ତାଙ୍କର ନିର୍ବାଚନ ରଣନୀତି ଆରମ୍ଭ କରିଛନ୍ତି। ଏହି ବୈଠକରେ ପୁରୀ ଲୋକସଭା ଅଧିନସ୍ଥ ବିଧାୟକ ଓ ନେତାମାନେ ଯୋଗ ଦେଇଥିଲେ। ତେବେ ଏହି ବୈଠକରେ ଏକ ଗୁରୁତ୍ବପୂର୍ଣ୍ଣ ପ୍ରସ୍ତାବ ଆସିଥିବାର ଜଣାପଡିଛି। ତାହା ହେଲା ଯେ, ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ପୁରୀ ବିଧାନସଭା କ୍ଷେତ୍ରରୁ ଏଥର ଛିଡା ହୁଅନ୍ତୁ ବୋଲି ବୈଠକରେ ବହୁ ନେତା ପ୍ରସ୍ତାବ ଦେଇଥିଲେ। ତେବେ ଏ ନେଇ ନବୀନ କାହାକୁ କିଛି କହି ନ ଥିଲେ ମଧ୍ୟ ଏହା ଉପରେ ପରେ ବିଚାର କରିବେ ବୋଲି ଜଣାପଡିଛି। ତେବେ ଆଜିର ବୈଠକରେ ପୁରୀ ସଂସଦୀୟ କ୍ଷେତ୍ର ଉପରେ ଆଲୋଚନା ହୋଇଥିଲେ ମଧ୍ୟ ପୁରୀ ସାଂସଦ ପିନାକୀ ମିଶ୍ର ଏଥିରେ…
ଖୋର୍ଦ୍ଧା : ଜେଲ ଭିତରୁ ମୋବାଇଲ ମିଳିବା ଘଟଣା ପରେ ଆସାମୀ ଭିତରେ କୁହୁଳୁଛି ଆସନ୍ତି। ଗତକାଲି ଖୋର୍ଦ୍ଧା ଜେଲରେ ଅପରାଧି ଗୋଷ୍ଠୀ ଜଣେ ଅନ୍ତବାସୀଙ୍କୁ ପୋଲିସ ଇନଫର୍ମର ସନ୍ଦେହରେ କରିଛନ୍ତି ସଙ୍ଘ ବଦ୍ଧ ଆକ୍ରମଣ। ଏ ନେଇ ଖୋର୍ଦ୍ଧା ଟାଉନ ଥାନାରେ ୭ରୁ ଉର୍ଦ୍ଧ ଅନେବସୀଙ୍କ ନାଁ ରେ ମାମଲା ରୁଜୁ ହୋଇଛି। ଆକ୍ରମଣର ଶିକାର ହୋଇଛି ଆସାମୀ ପ୍ରକାଶ ନାୟକ, ସେ କୋରେସ୍କ କଫ ରିରଫ ବେପାର ଘଟଣାରେ ଜେଲରେ ଅଛି। ଜେଲରୁ ମୋବାଇଲ ମିଳିବା ଘଟଣାରେ ପୋଲିସ କୁ ସୂଚନା ଦେଉଥିବା ସନ୍ଦେହ କରି ପ୍ରକାସଙ୍କୁ ଆକ୍ରମଣ କରିଥିଲେ ଅନ୍ୟ କଏଦୀ। ପୂର୍ବରୁ ବ୍ରାଉନସୁଗାର ଓ ହତ୍ୟା ଘଟଣାରେ ଜେଲରେ ଥିବା ଆସାମୀମାନଙ୍କ ଠାରୁ ମିଳିଥିଲା ୧୦ଟି ମୋବାଇଲ। ପୂର୍ବରୁ ଗୋଟେ ମୋବାଇଲ ମିଳିବା ପରେ ତାକୁ ଆଧାର କରି କିପରି ମୋବାଇଲ ଜେଲ ଭିତରକୁ ଆସିଲା ତାହାର ଖୋଳ ତାଡ କରୁ କରୁ ଆହୁରି ୯ଟି…
ବାଲୁଗାଁ: ଚିଲିକା ମଝିରେ ଅଟକିଲା ଯାତ୍ରୀବାହି ଭସାପୋଲ। ଭସାପୋଲଟି ଜହ୍ନିକୁଦାରୁ ସାତପଡା ଆଭିମୁଖେ ଯାଉଥିଲା। ଭସାପୋଲରେ ୨ଟି ଚାରିଚକିଆ, ୨୦ଟି ମଟୋର ସାଇକେଲ ସମେତ ୪୦ ଜଣ ଲୋକ ଥିବା ଜଣାପଡିଛି। ସିଡ଼ିଏ ମେକାନିକାଲ କନିଷ୍ଠ ଯନ୍ତ୍ରୀ ବିଶ୍ୱଜିତ ଦାସଙ୍କ ସୂଚନା ମୁତାବକ ଆଜି ଅପରାହ୍ନ ୧.୩୦ ମିନିଟ ସମୟରେ ଭସାପୋଲଟି ଜହ୍ନିକୁଦାରୁ ବାହାରିଥିବା ବେଳେ କିଛି ସମୟ ଅତିକ୍ରମ କଲା ପରେ ଚିଲିକା ଜଳରାଶିରେ ଅଟକାଇଯାଇଥିଲା। ତେବେ ଭସାପୋଲ ଏସି ପମ୍ପ ଖରାପ ହୋଇଯିବାରୁ ତାହା ଅଟକିଯାଇଥିଲା। ତେବେ କିଛି ସମୟ ପରେ ସିଡ଼ିଏ ପକ୍ଷରୁ ଉଦ୍ଧାରକାରି ଦଳ ପହଞ୍ଚି ଭସାପୋଲକୁ କୂଳକୁ ଆଣିଥିବା କହିଛନ୍ତି ଶ୍ରୀ ଦାସ। ତେବେ ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ଜଣାପଡିଛି।
ଭୁବନେଶ୍ବର: କଂଗ୍ରେସ ନେତା ତଥା କଟକ ବାରବାଟୀ ବିଧାୟକ ଥିବା ମହମ୍ମଦ ମୋକିମଙ୍କୁ ଏକ ବଡ ଅସ୍ବସ୍ଥି ମିଳିଛି। ତାଙ୍କର ବିଧାୟକ ପଦ ରଦ୍ଦ ମାମଲାରେ ସୁପ୍ରମକୋର୍ଟ ରହିତାଦେଶ ଜାରି କରିଛନ୍ତି। କିଛିଦିନ ତଳେ ହାଇକୋର୍ଟ ମୋକିମଙ୍କ ବିଧାୟକ ପଦକୁ ରଦ୍ଦ କରି ଦେଇ ଥିଲେ। ଏପରିକି ସେ ପୂର୍ବତନ ବିଧାୟକ ବୋଲି ଲେଖିପାରିବେ ନାହିଁ ବୋଲି କୋର୍ଟ ରାୟ ଦେଇଥିଲେ। ଏହାକୁ ଚ୍ୟାଲେଞ୍ଜ କରି ମୋକିମ ସୁପ୍ରମକୋର୍ଟର ଦ୍ବାରସ୍ଥ ହୋଇଥିଲେ। କଟକ ବାରବାଟୀରୁ ହାରିଥିବା ବିଜେଡି ପ୍ରାର୍ଥୀ ଦେବାଶିଷ ସାମନ୍ତରାୟ ମୋକିମ ଭୁଲ ସତ୍ୟପାଠ ଦେଇଛନ୍ତି ଦର୍ଶାଇ କୋର୍ଟର ଦ୍ବାରସ୍ଥ ହୋଇଥିଲେ। ଯାହାକୁ କୋର୍ଟ ଗ୍ରହଣ କରି ତାଙ୍କ ସପକ୍ଷରେ ରାୟ ଶୁଣାଇଥିଲେ।
ନୂଆଦିଲ୍ଲୀ: ଆଜି ଭାରତ ନିର୍ବାଚନ କମିଶନର ଏକ ବଡ ପଦକ୍ଷେପ ଗ୍ରହଣ କରିଛନ୍ତି। ଶନିବାର ଦିନ ଦେଶରେ ନିର୍ବାଚନ ତାରିଖ ଘୋଷଣା ପରେ ଆଜି ବିଭିନ୍ନ ରାଜ୍ୟର ସରକାରୀ ଅଧିକାରୀଙ୍କ ବିରୋଧରେ କଡା ପଦକ୍ଷେପ ଗ୍ରହଣ କରିଛନ୍ତି। ସେହି ଅନୁସାରେ ନିର୍ବାଚନ କମିଶନର ପଶ୍ଚିମବଂଗ ପୋଲିସ ଡିଜି ରାଜୀବ କୁମାରଙ୍କୁ ତାଙ୍କ ପଦରୁ ହଟାଇ ଦେଇଛନ୍ତି। ରାଜୀବ କୁମାର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜିଙ୍କ ବେଶ ଘନିଷ୍ଠ ଭାବେ ପରିଚିତ। ସେ ନିର୍ବାଚନ ପରିଚାଳନାରେ କିଛି ପକ୍ଷପାତିତା କାର୍ଯ୍ୟ କରିବା ସନ୍ଦେହରେ ତାଙ୍କୁ ଡିଜି ପଦରୁ ହଟାଇ ଦିଆଯାଇଛି। ସେହିପରି ଗୁଜୁରାଟ, ବିହାର ଏବଂ ଉତ୍ତରପ୍ରଦେଶ, ଝାଡଖଣ୍ଡ, ହିମାଚଳ ପ୍ରଦେଶ ଏବଂ ଉତରାଖଣ୍ଡର ଗୃହ ସଚିବଙ୍କୁ ହଟାଇବା ପାଇଁ ନିର୍ବାଚନ ଆୟୋଗ ନିର୍ଦ୍ଦେଶ ଦେଇଛନ୍ତି। ନିର୍ବାଚନ ସଂପର୍କିତ କୌଣସି କାର୍ଯ୍ୟରେ ସେ ହସ୍ତକ୍ଷେପ କରିପାରିବେ ନାହିଁ ବୋଲି ସେହି ରାଜ୍ୟର ମୁଖ୍ୟ ଶାସନ ସଚିବଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ସେହିପରି ହିମାଚଳ ପ୍ରଦେଶ ଏବଂ…
ଭୁବନେଶ୍ବର: ଓଡିଶାରେ ମେଣ୍ଟ ହେବ, ଏହି ଚର୍ଚ୍ଚା କିଛିଦିନ ଧରି ନିରବତା ପରେ ଏବେ ପୁଣି ସକ୍ରିୟ ହୋଇ ଉଠିଛି। ନୂଆଦିଲ୍ଲୀରେ ଏହି ଚର୍ଚ୍ଚା ଅଧିକ ପରିଲକ୍ଷିତ ହୋଇଛି। ରାଜ୍ୟରେ ବିଜେଡି ବିଜେପି ମେଣ୍ଟ ହେବ। ବର୍ତ୍ତମାନ ତାହା ଶେଷ ପର୍ଯ୍ୟାୟରେ ପହଞ୍ଚିଛି ବୋଲି ବିଶେଷ ସୁତ୍ରରୁ ଜଣାପଡିଛି। ଦୀର୍ଘଦିନ ଧରି ଆସନ ବୁଝାମଣା ନେଇ ବିଜେଡି ବିଜେପି ମଧ୍ୟରେ ଚାଲିଥିଲା ତର୍କ ବିତର୍କ। ଫଳରେ ଏହା ଚୁଡାନ୍ତ ରୂପ ନେଇ ପାରୁ ନ ଥିଲା। ବର୍ତ୍ତମାନ ବିଜେପିର ଶୀର୍ଷ ନେତୃତ୍ବଙ୍କର ଚାପ ପରେ ରାଜ୍ୟ ବିଜେପି ରାଜି ହୋଇଥିବାର ଜଣାପଡିଛି। ଦିଲ୍ଲୀର ଏକ ପ୍ରଭାବଶାଳି ସୁତ୍ର ଅନୁସାରେ ଦୁଇ ଦଳ ଆସନ ଭାଗବଣ୍ଟା ଫର୍ମୁଲାକୁ ଅନ୍ତିମ ରୂପରେଖ ଦେଇସାରିଛନ୍ତି। ସେହି ଅନୁଯାୟୀ ଲୋକସଭା ନିର୍ବାଚନରେ ଓଡ଼ିଶାର ମୋଟ ୨୧ଟି ଆସନ ମଧ୍ୟରୁ ବିଜେପି ୧୪ ଟିରେ ପ୍ରତିଦ୍ୱନ୍ଦୀତା କରିବ। ଆଉ ବିଜେଡି ୭ଟି ଆସନରେ ନିଜର ପ୍ରାର୍ଥୀ ଦେବ ବୋଲି…
ଭୁବନେଶ୍ବର: ଆଜି ପ୍ରାର୍ଥୀ ତାଲିକା ଧରି ନୂଆଦିଲ୍ଲୀ ଗସ୍ତ କରିଛନ୍ତି ବିଜେପି ସଭାପତି ମନମୋହନ ସାମଲ। ଗତକାଲି ଭୁବନେଶ୍ବର ବିଜେପି କାର୍ଯ୍ୟାଳୟରେ ଦଳର ନିର୍ବାଚନ କମିଟ ବୈଠକ ବସିଥିଲେ। ସେଥିରେ ବହୁ ପ୍ରାର୍ଥୀଙ୍କ ନାମ ରାଜ୍ୟ କମିଟ ବିଚାର କରିଛି। ସେସବୁ ଆଜି ଦିଲ୍ଲୀରେ ଶୀର୍ଷ ନେତୃତ୍ବଙ୍କ ସହିତ ମନମୋହନ ଆଲୋଚନା କରିବେ ବୋଲି ଜଣାପଡିଛି। ରାଷ୍ଟ୍ରୀୟ ବିଜେପି ବର୍ତ୍ତମାନ ଦୁଇଟି ପର୍ଯ୍ୟାୟରେ ତାହାର ଲୋକସଭା ପାଇଁ ପ୍ରାର୍ଥୀ ତାଲିକା ପ୍ରକାଶ କରି ସାରିଛି। ଏବେ ତୃତୀୟ ପର୍ଯ୍ୟାୟ ତାଲିକ ଆଜି କିମ୍ବା କାଲି ଆସିବ ବୋଲି ସମ୍ଭାବନା ରହିଛି। ଏହି ପର୍ଯ୍ୟାୟରେ ଓଡିଶାର ନାମ ଘୋଷଣା ହେବ ବୋଲି ଜଣାପଡିଛି। ଏହି ତାଲିକାରୁ ରାଜ୍ୟରେ ମେଣ୍ଟ ହେବାର ନେଇ ଯେଉଁ ଚର୍ଚ୍ଚା ଚାଲିଛି ତାହାର ପୂର୍ଣ୍ଣାଙ୍ଗ ରୂପରେଖ ମିଳିପାରିବ।
ବାଣପୁର ( ସୀତାରାମ ଅଗ୍ରୱାଲ): ମାର୍ଚ୍ଚ ୩୦ ରେ ରାଜ୍ୟର ସମସ୍ତ ଓକିଲ ସଂଘର ନିର୍ବାଚନ ଏକାକାଳୀନ ଭାବେ ଅନୁଷ୍ଠିତ ହେବ। ଇତି ମଧ୍ୟରେ ପ୍ରାର୍ଥୀପତ୍ର ଦାଖଲ ଓ ପ୍ରତ୍ୟାହାର ପ୍ରକ୍ରିୟା ଶେଷ ହୋଇଛି ଏବଂ ଆଜି ପ୍ରାର୍ଥୀଙ୍କ ଚୂଡାନ୍ତ ନାମ ପ୍ରକାଶ ପାଇଛି। ତେବେ ଖୋର୍ଦ୍ଧା ଜିଲ୍ଲା ବାଣପୁର ଓକିଲ ସଂଘର ଚଳିତ ବର୍ଷ ନିର୍ବାଚନ ରୋଚକ ସ୍ଥିତିରେ ପହଁଚିଛି। ଚଳିତ ବର୍ଷ ଏକାଧିକ ନୂତନ ଚେହେରାଙ୍କୁ ଦେଖିବାକୁ ମିଳିଛି ନିର୍ବାଚନ ମୈଦାନରେ। ସଂଘ ସଭାପତି ପଦବୀ ପାଇଁ ବରିଷ୍ଠ ଆଇନଜୀବୀ ବୃନ୍ଦାବନ ପ୍ରଧାନ ଏବଂ ଦେବୀ ପ୍ରସାଦ ସାମନ୍ତରାୟଙ୍କ ମଧ୍ୟରେ ଲଢେଇ ହେବ। ସେହିପରି ଭାବେ ଉପସଭାପତି ପଦବୀ ପାଇଁ ୩ ପ୍ରାର୍ଥୀ ଯଥାକ୍ରମେ ରାମଚନ୍ଦ୍ର ପଲାଇ, ଚିତ୍ରସେନ ସାହୁ ଏବଂ ଶ୍ରୀନିବାସ ରାଓ ଙ୍କ ମଧ୍ୟରେ ଲଢେଇ ହେବ। ତେବେ ସବୁଠାରୁ ଗୁରୁତ୍ୱପୂର୍ଣ ସମ୍ପାଦକ ପଦବୀ ପାଇଁ ମନୋଜ କୁମାର ମହାପାତ୍ର ଏବଂ ରଞ୍ଜନ କୁମାର ବେଦମତ୍ତାଙ୍କ…
ଭୁବନେଶ୍ବର: ଆଜି ନବୀନ ନିବାସରେ ବିଜେଡି ନେତାଙ୍କର ଏକ ବୈଠକ ଆରମ୍ଭ ହୋଇଛି। ଏଥିରେ ଆଗାମୀ ନିର୍ବାଚନ ପାଇଁ ଦଳିୟ ଟିକେଟ ଉପରେ ଆଲୋଚନା ହେବ ବୋଲି ଜଣାପଡିଛି। ତେବେ ଆଜିର ବୈଠକରେ କେବଳ ପୁରୀ ସଂସଦୀୟ କ୍ଷେତ୍ର ଉପରେ ଆଲୋଚନା ହେବାର ସମ୍ଭାବନା ରହିଛି। କାରଣ ଏହି ବୈଠକରେ କେବଳ ପୁରୀ ନେତାଙ୍କୁ ଡକାଯାଇଥିବାର ଜଣାପଡିିଛି। ଏହି ବୈଠକରେ ନୟାଗଡ଼ ବିଧାୟକ ଅରୁଣ ସାହୁ, ରଣପୁର ବିଧାୟକ ସତ୍ୟନାରାୟଣ ପ୍ରଧାନ, ସତ୍ୟବାଦୀ ବିଧାୟକ ଉମା ସାମନ୍ତରାୟ, ପିପିଲି ବିଧାୟକ ରୁଦ୍ର ମହାରଥୀ ନବୀନ ନିବାସରେ ପହଂଚିଛନ୍ତି । ସଂଜୟ ଦାସବର୍ମା ଓ ଶୁଭାଶିଷ ଖୁଣ୍ଟିିଆ ମଧ୍ୟ ନବୀନ ନିବାସ ବୈଠକରେ ଉପସ୍ଥିତ ଅଛନ୍ତି। ନବୀନ ପଟ୍ଟନାୟକଙ୍କ ସଭାପତିତ୍ବରେ ଆୟୋଜିତ ଏହି ବୈଠକରେ ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ ମଧ୍ୟ ଅଛନ୍ତି।
ଖୋର୍ଦ୍ଧା: ସାରା ଦେଶରେ ସାଧାରଣ ନିର୍ବାଚନ ତାରିଖ ଘୋଷଣା ପରେ ଲାଗୁ ହୋଇଛି ଆଦର୍ଶ ଆଚରଣ ବିଧି। ଏଥିପାଇଁ ଖୋର୍ଦ୍ଧା ଜିଲ୍ଲା ପୋଲିସ ପକ୍ଷରୁ ଏ ନେଇ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଛି। ଏ ନେଇ ଖୋର୍ଦ୍ଧା ଏସପି ବି. ଯୁଗଳ କିଶୋରଙ୍କ ସୂଚନା ଅନୁଯାୟୀ ଜିଲ୍ଲାରେ ଚଳିତ ନିର୍ବାଚନକୁ କିପରି ଅବାଧ,ନିରପେକ୍ଷ ଓ ଭୟମୁକ୍ତ ଭାବେ ପରିଚାଳନା କରାଯିବ ତାହାପାଇଁ ଜିଲ୍ଲାର ସମସ୍ତ ୧୨ ଗୋଟି ଥାନାଧିକାରୀ ଏବଂ ଦୁଇ ଏସଡିପିଓ ସଜାଗ ଅଛନ୍ତି। ଅଦ୍ୟାବଧି ସମସ୍ତ ଥାନା ଅଞ୍ଚଳର ୩୬୩ ଗୋଟି ଲାଇସେନ୍ସ ପ୍ରାପ୍ତ ବନ୍ଧୁକ ମଧ୍ୟରୁ ୫୯ ଗୋଟି ବନ୍ଧୁକ ଜବତ ହୋଇଛି ଏବଂ ଅନ୍ୟ ବନ୍ଧୁକଗୁଡିକର ଜବତ ପ୍ରକ୍ରିୟା ଜାରି ରହିଛି। ଅନୁରୂପ ଭାବେ ଜାମିନ ବିହୀନ ଗିରଫ ପରୱାନା(ଏନବିଡବ୍ଲୁ) ୱାରେଣ୍ଟ ଗିରଫ ପ୍ରକ୍ରିୟା ଆଜିଠାରୁ ଜିଲ୍ଲାରେ ଆରମ୍ଭ ହୋଇଛି। ସେହିପରି ଭାବେ ଜିଲ୍ଲାର ସମସ୍ତ ଥାନା ଅଞ୍ଚଳରେ ନାକା ପଇଣ୍ଟ କରାଯାଇ ଫ୍ଲାଗ ମାର୍ଚ୍ଚ…
ବାଣପୁର( ସୀତାରାମ ଅଗ୍ରଲାୱ): ଶୀର୍ଷରେ ପହଁଚିଲା ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକରେ ଜନ ପ୍ରତିନିଧି ଓ ପ୍ରଶାସନ ମଧ୍ୟରେ କଳି। ଦୀର୍ଘ ମାସ ଧରି ବାଣପୁର ବିଡିଓ ଏବଂ ଅଧ୍ୟକ୍ଷଙ୍କ ମଧ୍ୟରେ ଜାରି ରହିଥିବା ଶୀତଳ ଯୁଦ୍ଧ ବିସ୍ଫୋରଣର ରୂପ ନେଇଛି। ବ୍ଲକ ଅଧ୍ୟକ୍ଷ ଅମରେନ୍ଦ୍ର ରଣସିଂହଙ୍କ ବିରୁଦ୍ଧରେ ଥାନାରେ ଏତଲା ଦେଇଛନ୍ତି ବିଡ଼ିଓ ଶୀତଲ ଅଗ୍ରୱାଲ। ଏ ନେଇ କେସ ନମ୍ବର ୧୨୬/୨୪ ଆଇପିସି ଦଫା ୧୮୯/୩୪/୩୫୩ ରେ ବାଣପୁର ଥାନାରେ ମାମଲା ରୁଜୁ ହୋଇଛି। ସୂଚନା ମୁତାବକ ନିକଟରେ ଚିଲିକା ବିଧାୟକଙ୍କ ଆଞ୍ଚଳିକ ପାଣ୍ଠି କାର୍ଯ୍ୟାଦେଶ ପାଇବା ଦାବିରେ ଏକାଧିକ ଆଶାୟୀମାନେ ବିଡ଼ିଓଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଥିଲେ। ତେବେ ବ୍ଲକ ଅଧ୍ୟକ୍ଷ ଶ୍ରୀ ରଣସିଂହ ଏହାକୁ ସମର୍ଥନ ଜଣାଇ ଆନ୍ଦୋଳନରତ ଆଶାୟୀଙ୍କ ସହ ଧାରଣା ଦେଇଥିଲେ ଏବଂ ବ୍ଲକ କାର୍ଯ୍ୟାଳୟରେ ତାଲା ପଡିଥିଲା। ବିଡ଼ିଓ ବ୍ଲକରେ ସଦାବେଳେ ଅନୁପସ୍ଥିତ ରହୁଛନ୍ତି, ପାତର ଅନ୍ତର ନିତି ଆପଣଉଛନ୍ତି, ଜନପ୍ରତିନିଧି…
Train Accident: ରାଜସ୍ଥାନର ଅଜମେରର ମାଦର ରେଳ ଷ୍ଟେସନ ନିକଟରେ ଏକ ସୁପରଫାଷ୍ଟ ଟ୍ରେନର ଚାରିଟି କୋଚ୍ ଏବଂ ଇଞ୍ଜିନ ଲାଇନଚ୍ୟୁତ ହୋଇଛି। ଏହି ଘଟଣାଟି ଗତକାଲି ରାତି ୧ ଟା ଘଟିଥିବାର ଜଣାପଡିଛି। ଅଧିକାରୀଙ୍କ ଅନୁଯାୟୀ ସାବରମତି-ଆଗ୍ରା ସୁପରଫାଷ୍ଟ ଟ୍ରେନର ଇଞ୍ଜିନ ସହିତ ଚାରି କୋଚ୍ ମାଦର ରେଳ ଷ୍ଟେସନ ନିକଟରେ ଦୁର୍ଘଟଣା ଗସ୍ତ ହୋଇଛି। ତେବେ ଏହି ଦୁର୍ଘଟଣାରେ କୌଣସି ଯାତ୍ରୀଙ୍କୁ କିଛି କ୍ଷୟକ୍ଷତି ହୋଇ ନାହିଁ। ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ୟ୍ୟ ଆରମ୍ଭ କରିଛନ୍ତି।

