Students celebrating festival of lights ‘Deepavali’ at Velammal Matric School, in Chennai on Friday. UNI PHOTO TK 1 U
Author: Samikhsya Bureau
Street shopkeepers selling heads of demons ahead of Kali Puja at Kumartuli in Kolkata on Friday.UNI PHOTO CAL 1
People buying utensils at a shop on the occasion of ‘Dhanteras’ ahead of Deepawali festival, in Patna on Friday.UNI PHOTO-46U
SHIMLA, OCT 25 (UNI) School children celebrating Diwali in Shimla on Friday.
Women buying jewellery at a shop on the occasion of ‘Dhanteras’ ahead of Deepawali festival, in Patna on Friday.
People buying jewellery at a shop on the occasion of ‘Dhanteras’ ahead of Deepawali festival, in Patna on Friday.
ଶିକ୍ଷା କ୍ଷେତ୍ରରେ ସ୍ୱଚ୍ଛତା ଆଣିବା ପାଇଁ ପୁଣି ରାଜ୍ୟ ସରକାର ଆଉ ଏକ ପଦକ୍ଷେପ ଗ୍ରହଣ କରିଛନ୍ତି । ଏଣିକି ଛାତ୍ରଛାତ୍ରୀ ଓ ଶିକ୍ଷକଙ୍କ ଉପସ୍ଥାନ ଅନଲାଇନରେ କରାଯିବ । ଗଣଶିକ୍ଷା ବିଭାଗ ନୂଆ ଷ୍ଟୁଡେଣ୍ଟ ହେଲପଲାଇନ ନମ୍ବର ମଧ୍ୟ ଜାରି କରିଛି । ପ୍ରାରମ୍ଭିକ ଭାବରେ 100ଟି ବିଦ୍ୟାଳୟରେ ପାଇଲଟ୍ ପ୍ରକଳ୍ପ ଭାବରେ ଏହା ଲାଗୁ କରାଯିବ ବୋଲି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାଶ ସୂଚନା ଦେଇଛନ୍ତି । ରାଜ୍ୟର ଶହେଟି ସ୍କୁଲକୁ ସ୍କୁଲ ଅଫ ଏକ୍ସଲେନ୍ସ ଭାବେ ମଧ୍ୟ ଚିହ୍ନଟ କରାଯାଇ ଏହି ବ୍ୟବସ୍ଥା ଲାଗୁ କରାଯିବ ବୋଲି ଜଣାପଡିଛି । ଏହା ସହିତ ଗଣଶିକ୍ଷା ବିଭାଗ ପକ୍ଷରୁ ଷ୍ଟୁଡେଣ୍ଟ ହେଲପଲାଇନ ନମ୍ବର 144171 ଜାରି କରାଯାଇଛି ।
ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଲୋକାପଡା ପ୍ରାଥମିକ ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନ ଖାଇ 50ରୁ ଅଧିକ ଛାତ୍ରଛାତ୍ରୀ ଅସୁସ୍ଥ ହୋଇଛନ୍ତି । ମଧ୍ୟାହ୍ନ ଭୋଜନ ଖାଇବା ପରେ ଛାତ୍ରଛାତ୍ରୀଙ୍କର ପ୍ରବଳ ବାନ୍ତି ହୋଇଥିଲା । ଅସୁସ୍ଥ ଛାତ୍ର ଛାତ୍ରୀଙ୍କୁ ମନମୁଣ୍ଡା ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି । ନିମ୍ନମାନର ମଧ୍ୟାହ୍ନ ଭୋଜନ ପ୍ରଦାନ କରାଯାଉଥିବା ଅଭିଯୋଗ କରି ଘଟଣାର ତଦନ୍ତ ଦାବି କରିଛନ୍ତି ଅଭିଭାବକ ।
ଏଣିକି ବ୍ରାଜିଲ୍ ଯିବା ନିମନ୍ତେ ଭାରତୀୟ ନାଗରିକଙ୍କୁ ଭିସାର ଆବଶ୍ୟକତା ପଡିବ ନାହିଁ ବୋଲି ବ୍ରାଜିଲ୍ ରାଷ୍ଟ୍ରପତି ଜୈର୍ ବୋଲସୋନାରୋ ପ୍ରକାଶ କରିଛନ୍ତି । ଚଳିତ ବର୍ଷ କ୍ଷମତାକୁ ଆସିଥିବା ବୋଲସୋନାରୋ ଉଭୟ ରାଷ୍ଟ୍ର ମଧ୍ୟରେ ସମ୍ପର୍କ ସୁଦୃଢ କରିବା ପାଇଁ ଏହି ପଦକ୍ଷେପ ଗ୍ରହଣ କରାଯିବ ବୋଲି ଗୁରୁବାର ଘୋଷଣା କରିଛନ୍ତି । କେବଳ ଭାରତ ନୁହେଁ ଚୀନ୍ ପାଇଁ ମଧ୍ୟ ସମାନ ନିୟମ ଲାଗୁ କରାଯିବ ବୋଲି ଜଣାପଡିଛି । ଏହା ଦ୍ବାରା ଉଭୟ ରାଷ୍ଟ୍ରର ପର୍ଯ୍ୟଟକ ଏବଂ ବ୍ୟବସାୟୀଙ୍କୁ ସହାୟତା ମିଳିବ ବୋଲି ବୋଲସୋନାରୋ ପ୍ରକାଶ କରିଛନ୍ତି । ପୂର୍ବରୁ ଯୁକ୍ତରାଷ୍ଟ୍ର ଆମେରିକା, କାନାଡା, ଜାପାନ ଏବଂ ଅଷ୍ଟ୍ରେଲିଆର ପର୍ଯ୍ୟଟକଙ୍କୁ ବିନା ଭିସାରେ ବ୍ରାଜିଲ୍ ଭ୍ରମଣର ସୁଯୋଗ ମିଳୁଥିବା ବେଳେ ବର୍ତ୍ତମାନ ଭାରତ ଏବଂ ଚୀନ୍କୁ ଏହି ତାଲିକାରେ ସାମିଲ କରିବାର ନିଷ୍ପତ୍ତି ନେଇଛି ବ୍ରାଜିଲ୍ ।
ସମୀକ୍ଷା ବ୍ୟୁରୋ ଲଗାଣ ବର୍ଷା ଯୋଗୁଁ ବାଣପୁର ବିଜ୍ଞାପିତ ଅଞ୍ଚଳର ଚିଆଙ୍କ ସାହି, କରଞ୍ଜ ସାହି ଓ ତୋଟା ସାହି ପାଣି ଘେରରେ। ଗତ ତିନି ଦିନ ଧରି ଲଗାଣ ବର୍ଷା ହେବା ଯୋଗୁଁ ଏହି ସମସ୍ତ ଅଞ୍ଚଳ ଜଳମୟ ହୋଇଯାଇଛି । ଏଥିପାଇଁ ଜନସାଧାରଣ ନାହିଁ ନଥିବାର ହଇରାଣ ହେଉଛନ୍ତି। ପ୍ରାୟ ପ୍ରତ୍ୟେକ ବର୍ଷ ଏପରି ଅବସ୍ଥା ଏଠାରେ ହେଉଛି । ଶାଳିଆ ନଦୀର ଧାର ଭାଙ୍ଗି ଆଖ ପାଖ ସବୁ ଶଙ୍ଖ ବନ୍ଦ ହୋଇଯିବା ଫଳରେ ଜଳ ନିଷ୍କାସନ ଠିକ୍ ସେ ହୋଇନପାରିବାରୁ ଏହି ସମସ୍ତ ଅଞ୍ଚଳରେ ପାଣିଘେରରେ। ସମ୍ପୃକ୍ତ ଗ୍ରାମବାସୀ ଶାଳିଆ ଇରିଗେସନ୍ କର୍ତ୍ତୃପକ୍ଷଙ୍କୁ ଜଣାଇବା ସତ୍ତ୍ବେ ଏହା ଉପରେ କୌଣସି ପଦକ୍ଷେପ ନିଆଯାଇନାହିଁ । ଗତକାଲି ବାଣପୁର ବ୍ଲକ୍ ବାଲେଡିହ ରାସ୍ତାରେ ଭାସିଯାଇଥିବା ବାଇକକୁ ଅଗ୍ନିଶମ ବିଭାଗ ଉଦ୍ଧାର କରିଛି। ତକାଲି ବନ୍ୟାପାଣିରେ ତିନିଜଣ ଯୁବକ ଭାସିଯାଇଥିଲେ। ତିନିଜଣ ଯୁବକ ଏକ ବାଇକ୍ ଯୋଗେ ଏହି…
ସମୀକ୍ଷା ବ୍ୟୁରୋ ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ବିଜେପି-ଶିବସେନା ମେଣ୍ଟର ବିଜୟକୁ “ମହା ଜନାଦେଶ” ବୋଲି ଗତକାଲି ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବିସ ଯାହା କହିଥିଲେ, ତାକୁ ଆଜି ମେଣ୍ଟର ସହଯୋଗୀ ଶିବସେନା ପ୍ରବଳ ସମାଲୋଚନା କରିଛି। ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଗୃହ ମନ୍ତ୍ରୀ ଅମିତ ଶାହା ଏହି ବିଜୟକୁ ନିଜର ବଡ ଉପଲବ୍ଧି ଭାବରେ ବର୍ଣ୍ଣନା କରିଥିଲେ। ଆଜି ଶିବସେନାର ମୁଖପତ୍ର “ସାମ୍ନା” ରେ ପ୍ରକାଶିତ ସଂପାଦକୀୟରେ ଏହା ମହା ଜନାଦେଶ ନୁହେଁ, ବରଂ ବିଜେପିର କ୍ଷମତା ଅହଂକାର ଉପରେ ଲୋକମତର ପ୍ରଚଣ୍ଡ ପ୍ରହାର ବୋଲି କୁହାଯାଇଛି। ବିରୋଧୀ ଦଳକୁ ଭାଙ୍ଗି ଓ କ୍ଷମତାର ଅହଂକାର ପ୍ରଦର୍ଶନ କରି ନିର୍ବାଚନ ଜିଣିହେବ ନାହିଁ ଓ ଏହି କଥା ମହାରାଷ୍ଟ୍ର ନିର୍ବାଚନରେ ପ୍ରମାଣିତ ହୋଇଛି ବୋଲି ଶିବସେନା କହିଛି। ଶରଦ ପାୱାରଙ୍କ ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟିକୁ ବିଜେପି ଯେମିତି ଧ୍ଵଂସ କରିବାକୁ ଚେଷ୍ଟା କରିଥିଲା, ଲୋକେ ତାକୁ ସହଜରେ ଗ୍ରହଣ କଲେ…
ବିଜୟ ହଜାରେ ଟ୍ରଫିର ଫାଇନାଲ୍ରେ କର୍ଣ୍ଣାଟକ ପେସ୍ ବୋଲର ଅଭିମନ୍ୟୁ ମିଥୁନ୍ ଏକ ଐତିହାସିକ ରେକର୍ଡ ହାସଲ କରିଛନ୍ତି । ପ୍ରଥମ ବୋଲର ଭାବରେ ଉଭୟ ରଣଜୀ ଟ୍ରଫି ଏବଂ ବିଜୟ ହଜାରେ ଟ୍ରଫିରେ ହ୍ୟାଟ୍ରିକ୍ ଅର୍ଜନର ଗୌରବ ହାସଲ କରିଛନ୍ତି ମିଥୁନ୍ । ଶୁକ୍ରବାର ନିଜର 30 ତମ ଜନ୍ମଦିବସରେ ମିଥୁନ୍ ହ୍ୟାଟ୍ରିକ୍ ଅର୍ଜନ କରିବା ସହିତ ରେକର୍ଡ ବୁକ୍ରେ ନିଜ ନାମ ସାମିଲ କରିଛନ୍ତି । ମିଥୁନ୍ ବିଜୟ ହଜାରେ ଟ୍ରଫିର ଫାଇନାଲ୍ରେ 34 ରନ୍ ବିନିମୟରେ 5 ଓ୍ବିକେଟ ହାସଲ କରିବା କାରଣରୁ ତାମିଲନାଡୁ 252 ରନ୍ରେ ସମସ୍ତ ଓ୍ବିକେଟ୍ ହରାଇଥିଲା । ଅନ୍ତିମ ଓଭରରେ ଲଗାତାର ବଲ୍ରେ ଶାହାରୁଖ୍ ଖାନ୍(27), ଏମ୍ ମହମ୍ମଦ(10) ଏବଂ ମୁରୁଗନ୍ ଅଶ୍ବିନ୍(0)ଙ୍କୁ ଆଉଟ କରି ମିଥୁନ୍ ଏହି କୃତିତ୍ବ ହାସଲ କରିଥିଲେ । ଏହା ମିଥୁନ୍ଙ୍କର ପ୍ରଥମ ପାଞ୍ଚ ଓ୍ବିକେଟ୍ ସଫଳତା ।
ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜେଡିର ଏକ ସମାଜ ସେବା ଶାଖାର ନାଁ ‘ଓଡ଼ିଶା-ମୋ ପରିବାର’ ନାମରେ ଘୋଷଣା କରିଛନ୍ତି । ପରିବେଶ ସୁରକ୍ଷା, ସେବା , କଲ୍ୟାଣ, ରକ୍ତ ଦାନ ଓ ବିପନ୍ନ ଓଡ଼ିଆଙ୍କୁ ସହାୟତା କରିବା ଏହି କାର୍ଯ୍ୟକ୍ରମର ଲକ୍ଷ୍ୟ ରଖାଯାଇଛି । ସେବାର ପ୍ରତୀକ ଗାନ୍ଧିଜୀଙ୍କ ୧୫୦ତମ ଜୟନ୍ତୀ ଅବସରରେ ନବୀନ ‘ଓଡ଼ିଶା-ମୋ ପରିବାର’ ନାମକ ଏକ ସମାଜ ସେବା କାର୍ଯ୍ୟକ୍ରମର ଘୋଷଣା କରିଛନ୍ତି। ପରିବେଶ ସୁରକ୍ଷା, ସେବା , କଲ୍ୟାଣ, ରକ୍ତ ଦାନ ଓ ବିପନ୍ନ ଓଡ଼ିଆଙ୍କୁ ସହାୟତା କରିବାକୁ ଏହି କାର୍ଯ୍ୟକ୍ରମରେ ଲକ୍ଷ୍ୟ ରଖାଯାଇଛି । ଅକ୍ଟୋବର ୨ରେ ଏହି ଶାଖା ଖୋଲିବାକୁ ନବୀନ ପଟ୍ଟନାୟକ ଘୋଷଣା କରିଥିଲେ । ଏହି କାର୍ଯ୍ୟକ୍ରମ ଦ୍ୱାରା ବିଦେଶରେ କାମ କରୁଥିବା ଓଡ଼ିଆଙ୍କୁ ବିପଦରେ ସାହାଯ୍ୟ କରିବାକୁ ଅଧିକ ଗୁରୁତ୍ୱ ଦିଆଯିବ । ଏହି କାର୍ଯ୍ୟକ୍ରମର ଆବାହକ ଭାବେ ଅରୂପ ପଟ୍ଟନାୟକ ଦାୟିତ୍ୱ ଦିଆଯାଇଥିବାବେଳେ ପିନାକୀ ମିଶ୍ର,…
ହରିୟାଣାର ନିର୍ବାଚନୀ ଫଳାଫଳ ପରେ ଝୁଲା ସରକାରର ସମ୍ଭାବନା ସ୍ପଷ୍ଟ ହୋଇଥିବା ବେଳେ ବିଜେପି ସର୍ବବୃହତ ଦଳ ରହିଛି । ସ୍ବାଧୀନ ବିଧାୟକ ରହିଥିବା ଗୋପାଳ କାଣ୍ଡା ବିଜେପି ନିମନ୍ତେ ନିଜର ସମର୍ଥନ ଜାହିର କରିବା ପରେ ବରିଷ୍ଠ ନେତ୍ରୀ ଉମା ଭାରତୀ ଏହାର ବିରୋଧ କରି ଏକାଧିକ ଟ୍ବିଟ୍ କରିଛନ୍ତି । କାଣ୍ଡାଙ୍କ ବିରୋଧରେ ଜଣେ ବିମାନ ପରିଚାରିକାଙ୍କୁ ନିର୍ଯାତନା ଦେଇଥିଲେ ଏବଂ ଉକ୍ତ ପରିଚାରିକାଙ୍କ ଆତ୍ମହତ୍ୟା ମାମଲାରେ କାଣ୍ଡା ଜାମିନରେ ଅଛନ୍ତି । ତେଣୁ ବିଜେପିର ରାଷ୍ଟ୍ରୀୟ ନେତୃବୃନ୍ଦଙ୍କୁ ନିବେଦନକି ସେମାନେ କାଣ୍ଡାଙ୍କ ସହିତ କୌଣସି ଚୁକ୍ତି କରିବା ପୂର୍ବରୁ ଶହେଥର ବିଚାର କରନ୍ତୁ । ଉଲ୍ଲେଖଯୋଗ୍ୟ ଯେ, ବିଜେପିକୁ ସମର୍ଥନ ନେଇ ଶୁକ୍ରବାର ଘୋଷଣା କରିଥିଲେ ।
ସମୀକ୍ଷା ବ୍ୟୁରୋ ସମସ୍ତ ପ୍ରୟାସ ସତ୍ତ୍ୱେ ବିଶ୍ଵରେ ପ୍ଲାଷ୍ଟିକର ବ୍ୟବହାରକୁ ରୋକାଯାଇ ପାରୁନାହିଁ । ଏଥିପାଇଁ ପ୍ରଦୂଷଣ ସମସ୍ୟା ବିକଟ ରୂପ ଧାରଣ କରିଛି । ପରିବେଶକୁ ନେଇ ଚିନ୍ତିତ ଥିବା ଏକ ଗୋଷ୍ଠୀ ଦାବି କରିଛି ଯେ ପ୍ରଦୂଷଣ କରୁଥିବା ପ୍ଲାଷ୍ଟିକ ଟୁକୁଡା ଗୁଡିକ ମୁଖ୍ୟତଃ ବହୁ ରାଷ୍ଟ୍ରୀୟ କମ୍ପାନୀ ଗୁଡିକରୁ ଆସିଥାଏ । ବ୍ୟକ୍ତି ତଥା ପର୍ଜ୍ୟାବରଣ ସମ୍ବନ୍ଧୀୟ ସଂଗଠନ ଅଧିନସ୍ଥ ଏକ ବୈଷୟିକ ସଂସ୍ଥା “ “ବ୍ରେକ ଫ୍ରି ଫ୍ରମ ପ୍ଲାଷ୍ଟିକ୍ସ “ କହିଛି ଯେ କୋକାକୋଲା ,ନେସଲେ ଏବଂ ପେପ୍ସି ଭଳି ଦୁନିଆର ବୃହତ୍ତ କମ୍ପାନୀ ଗୁଡିକ ଅଧିକ ପରିମାଣରେ ପ୍ଲାଷ୍ଟିକ ଅବଶେଷ ଉତ୍ପନ୍ନ କରିଥାନ୍ତି । ଉକ୍ତ ସଂଗଠନ ର ସ୍ବଚ୍ଛାସେବୀଙ୍କ ଦ୍ଵାରା ଏକ ମାସ ପୂର୍ବରୁ ୫୧ ଟି ଦେଶ ରେ ସଫାଇ ଦିବସ ପାଳନ କରିବା ଅବସରରେ ପ୍ରାୟ ପାଞ୍ଚ ଲକ୍ଷ ଟୁକୁଡା ଜମା କରିଥିଲେ ସେଥିରେ ୪୩ ପ୍ରତିଶତ ନାମୀଦାମୀ…
ଚଳିତ ମହାରାଷ୍ଟ୍ର ବିଧାନସଭା ନିର୍ବାଚନର ୨୮୮ଟି ଆସନର ଫଳାଫଳ ସାମ୍ନାକୁ ଆସିଛି। ୨୦୧୪ ତୁଳନାରେ ବିଜେପି କମ୍ ବହୁମତ ହାସଲ କରିଛି। ରାଜ୍ୟରେ ବିଜେପି – ଶିବସେନା ମେଣ୍ଟ ୧୬୧ଟି ଆସନ ଜିତିଛି । ଏଥିରେ ବିଜେପି ୧୦୫ ଓ ଶିବସେନା ୫୬ ସେହିପରି କଂଗ୍ରେସ ଓ ଏନ୍ସିପି ମେଣ୍ଟ ୯୮ଟି ଆସନ ପାଇଥିବାବେଳେ କଂଗ୍ରେସ ୪୪ ଓ ଏନ୍ସିପି ୫୪ଟି ଆସନ ପାଇଛି । ତେବେ ଠାକରେ ପରିବାର ପାଇଁ ଇତିହାସ ସୃଷ୍ଟି କରିଛନ୍ତି ଉଦ୍ଧବ ଠାକରେଙ୍କ ପୁଅ ଆଦିତ୍ୟ ଠାକରେ। ଦୀର୍ଘ ବର୍ଷ ଧରି ମହାରାଷ୍ଟ୍ର ରାଜନୀତିରେ ନିଜର ଦବଦବା ଦେଖାଇ ଆସିଥିବା ଠାକରେ ପରିବାରର ପ୍ରଥମ ସଦସ୍ୟ ଭାବେ ଆଦିତ୍ୟ ଠାକରେ ଚଳିତ ବର୍ଷ ନିର୍ବାଚନ ଲଢ଼ିଥିଲେ। ଆଦିତ୍ୟ ୱର୍ଲି ଆସନରୁ ପ୍ରାର୍ଥୀ ହୋଇଥିଲେ। ପାଖାପାଖି ୭୦ହଜାର ଭୋଟରେ ବିଜୟ ଲାଭ କରିଛନ୍ତି ଆଦିତ୍ୟ। ଇତି ମଧ୍ୟରେ ରାଜ୍ୟରେ ମହାରାଷ୍ଟ୍ର-ଶିବସେନାର ସମର୍ଥକ ଆଦିତ୍ୟ ଠାକରେଙ୍କ ପୋଷ୍ଟରରେ ଭାବି…

