Author: Samikhsya Bureau

ଭାରତୀୟ-ଆମେରିକୀୟ ନୋବେଲ ବିଜେତା ଅଭିଜିତ୍‌ ବାନାର୍ଜୀ ପୀୟୁଷ ଗୋଏଲ୍‌ଙ୍କ ବାମପନ୍ଥୀ ମନ୍ତବ୍ୟକୁ ନେଇ ନିଜର ମତ ରଖିଛନ୍ତି । ସେ କହିଛନ୍ତି, ଅର୍ଥନୈତିକ ଚିନ୍ତା ଆଧାରରେ ମୁଁ ଆଦୌ ପକ୍ଷପାତୀ ନୁହେଁ । ମୁଁ ଅନେକ ବିଜେପି ଶାସିତ ରାଜ୍ୟ ସହିତ କାମ କରିଛି । ଆମେ ଏକାଧିକ ରାଜ୍ୟ ସହିତ କାମ କରିଥାଉ । ଏପରିକି ନରେନ୍ଦ୍ର ମୋଦୀଙ୍କ ମୁଖ୍ୟମନ୍ତ୍ରୀତ୍ବ ସମୟରେ ଆମେ ଗୁଜୁରାଟ ପ୍ରଦୂଷଣ ନିଗମ ସହିତ କାମ କରିଥିଲୁ । ତେଣୁ କୌଣସି ଦଳକୁ ସମର୍ଥନ କରିବା ନେଇ ଗୋଏଲଙ୍କ ମନ୍ତବ୍ୟ ସମ୍ପୂର୍ଣ୍ଣ ନିରର୍ଥକ ବୋଲି ବାନାର୍ଜୀ କହିଛନ୍ତି । କଂଗ୍ରେସ ଦେଶରୁ ଦାରିଦ୍ର୍ୟ ଦୂରୀକରଣ ପାଇଁ ପ୍ରସ୍ତାବ ମାଗିଥିବାରୁ ନ୍ୟାୟ ଯୋଜନା ପ୍ରଦାନ କରାଯାଇଥିଲା । ସମାନ ଭାବରେ ଯଦି ବିଜେପି କିମ୍ବା ଅନ୍ୟ କୌଣସି ରାଜନୈତିକ ଦଳ ସହାୟତା ଆଶା କରିବେ ତାହା ମଧ୍ୟ ପ୍ରଦାନ କରାଯିବ ବୋଲି ବାନାର୍ଜୀ ପ୍ରକାଶ କରିଥିଲେ ।

Read More

କାଶ୍ମୀର ପ୍ରସଙ୍ଗରେ ତୁର୍କୀ ପାକିସ୍ତାନକୁ ସମର୍ଥନ ପ୍ରଦାନ କରିବା ପରେ ନିଜର ତୁର୍କୀ ଗସ୍ତ ବାତିଲ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଚଳିତ ମାସର ଶେଷ ଭାଗରେ ପ୍ରଧାନମନ୍ତ୍ରୀ ଦୁଇ ଦିନିଆ ଅଙ୍କାରା ଗସ୍ତରେ ଯିବାର କାର୍ଯ୍ୟକ୍ରମ ରହିଥିଲା। ଦୁଇ ଦିନ ତଳେ ଏଫ୍‌ଟିଏଫ୍‌ରେ ପାକିସ୍ତାନ ବିପକ୍ଷରେ ରାୟ ଆସିବା ପରେ ତୁର୍କୀ ପାକିସ୍ତାନର ସମର୍ଥନରେ ବାହାରିଥିଲା। ଏହା ସହିତ ବିଭିନ୍ନ ଅନ୍ତର୍ଜାତୀୟ ଫୋରମ୍‌ରେ ମଧ୍ୟ କାଶ୍ମୀର ପ୍ରସଙ୍ଗରେ ପାକିସ୍ତାନର ସମର୍ଥନ କରିଥିଲା। ତୁର୍କୀ ରାଷ୍ଟ୍ରପତିଙ୍କ ପ୍ରତିନିଧି ଟାୟିପ୍‌ ଏଡୋଗ୍ରାନ୍‌ ଏଫ୍‌ଟିଏଫ୍‌ ସମ୍ମିଳନୀରେ ପାକିସ୍ତାନର ସମର୍ଥନ କରିବା ପରେ ଶନିବାର ରାତିରେ ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ ମୋଦିଙ୍କ ଗସ୍ତ ବାତିଲ ନେଇ ସୂଚନା ଦିଆଯାଇଛି।

Read More

ଭାରତ ଏବଂ ଦ. ଆଫ୍ରିକା ମଧ୍ୟରେ ଅନୁଷ୍ଠିତ ତୃତୀୟ ଟେଷ୍ଟ ମ୍ୟାଚ୍‌ରେ ଆଜିଙ୍କ୍ୟ ରାହାଣେ ଶତକ ହାସଲ କରିଛନ୍ତି । ନିଜ କ୍ୟାରିୟରର ୧୧ ତମ ଶତକ ହାସଲ କରିଥିବା ରାହାଣେ ରୋହିତ ଶର୍ମାଙ୍କ ସହିତ ଦ୍ବିଶତକୀୟ ଭାଗିଦାରୀ କରିବା ସହିତ ଦଳକୁ ବିପର୍ଯ୍ୟୟରୁ ଉଦ୍ଧାର କରିବା ସହିତ ଦୃଢ ସ୍ଥିତିରେ ପହଞ୍ଚାଇଛନ୍ତି । ଭାରତ ୨୮୪ରନ୍‌ରେ ତିନୋଟି ଓ୍ବିକେଟ୍‌ ହରାଇଛି। ଦ୍ବିତୀୟ ଦିନର ଜଳପାନ ବିରତି ବେଳକୁ ରାହାଣେ(୧୦୧) ଏବଂ ରୋହିତ (୧୫୯) ରନ୍‌ରେ ବ୍ୟାଟିଂ କରୁଛନ୍ତି। ଏହା ସହିତ ରୋହିତ ଚଳିତ ସିରିଜ୍‌ରେ ନିଜର ଦ୍ବିତୀୟ ୧୫୦ ରନ୍‌ ଅତିକ୍ରମ କରିବା ସହିତ ଦ୍ବିତୀୟ ଦ୍ବିଶତକ ଆଡକୁ ଅଗ୍ରସର ହେଉଛନ୍ତି। ୧୬୯ ବଲ୍‌ରୁ ନିଜର ଶତକ ପୂରଣ କରିଥିବା ରାହାଣେ ନିଜ ଇନିଂସରେ ୧୪ଟି ଚୌକା ଏବଂ ଗୋଟିଏ ଛକ୍କା ମାରିଛନ୍ତି। ଅନ୍ୟପକ୍ଷରେ ରୋହିତ ୨୦୮ଟି ବଲ୍‌ର ସମ୍ମୁଖୀନ ହୋଇ ୨୨ଟି ଚୌକା ଏବଂ ୪ଟି ଛକ୍କା ସହିତ…

Read More

ଅଳ୍ପ କିଛିଦିନର ନୀରବତା ପରେ ପୁଣି ପୁରୀରେ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ହୋଇଛି। ଆଜି ଅସୁରକ୍ଷିତ ଭାବେ ଥିବା ମାର୍କେଟ୍ ଉଚ୍ଛେଦ କରାଯାଉଛି। ରାଜ୍ୟ ସରକାର ପୁରୀକୁ ବିଶ୍ୱ ପର୍ଯ୍ୟଟନସ୍ଥଳୀ ଭାବେ ଗଢି ତୋଳିବା ପାଇଁ ନକ୍ସା ପ୍ରସ୍ତୁତ କରିଥିଲେ। ଏହାପରେ ଶ୍ରୀଜଗନ୍ନାଥ ମନ୍ଦିରର ୭୫ ମିଟର ପରିଧି ମଧ୍ୟରେ ଉଚ୍ଛେଦ ହେବ ବୋଲି ନିଷ୍ପତି ନିଆଯାଇଥିଲା। ପ୍ରଥମ ପର୍ଯ୍ୟାୟରେ କେତେକ ମଠ ଓ ଉଠାଦୋକାନ ସବୁକୁ ଉଚ୍ଛେଦ କରାଯାଇଥିଲା। ଏପରିକି ଏମାର ମଠ ମଧ୍ୟ ଏହି ଉଚ୍ଛେଦ ପ୍ରକ୍ରିୟାରୁ ବାଦ ପଡି ନଥିଲା। ମାତ୍ର ସାଧାରଣରେ ଅସନ୍ତୋଷ ପ୍ରକାଶ ପରେ ଏହି ପ୍ରକ୍ରିୟାକୁ କିଛି ଦିନ ପାଇଁ ସ୍ଥଗିତ ରଖାଯାଇଥିଲା। ଏହି ଧାରା ପୁନର୍ବାର ଜାରି କରାଯିବା ସହିତ ୧୫୦ରୁ ଅଧିକ ଦୋକାନ ଘର ଥିବା ଅସୁରକ୍ଷିତ ମାର୍କେଟ୍‌ କମ୍ପ୍ଲେକ୍ସ ଭଙ୍ଗା ଯାଇଛି।

Read More

ନିୟନ୍ତ୍ରଣ ରେଖାରେ ପାକିସ୍ତାନ ପକ୍ଷରୁ ପୁନର୍ବାର ଅସ୍ତ୍ରବିରତି ଉଲ୍ଲଂଘନ କରାଯାଇଛି। ଏହି ଘଟଣାରେ ୨ ଜଣ ଯବାନ ଶହୀଦ ହୋଇଥିବା ବେଳେ ଜଣେ ସାଧାରଣ ନାଗରିକ ପ୍ରାଣ ହରାଇଛନ୍ତି। ରବିବାର କୁପଓ୍ବାରା ଜିଲ୍ଲାର ତନଘର ନିୟନ୍ତ୍ରଣ ରେଖାରେ ପାକିସ୍ତାନ ପକ୍ଷରୁ ଅସ୍ତ୍ରବିରତି ଉଲ୍ଲଂଘନ କରାଯାଇଥିଲା। ଏହି ଘଟଣାରେ ୩ ଜଣ ଯବାନଙ୍କ ସମେତ ୮ ଜଣ ଆହତ ହୋଇଥିବା ଜଣାପଡିଛି। ଉଲ୍ଲେଖଯୋଗ୍ୟ ଯେ,ତନଘର, ନୌଗାମ୍‌ ଏବଂ କୁପଓ୍ବାରା ସୀମାରେ ଶନିବାର ରାତିରୁ ପାକିସ୍ତାନ ପକ୍ଷରୁ ଗୁଳିଚାଳନା ଜାରି ରହିଛି। ଚିତ୍ରକୂଟ ଗ୍ରାମରେ ସର୍ବାଧିକ କ୍ଷତି ଘଟିଛି। ଗ୍ରାମର ୬ଟି ଘର ସମ୍ପୂର୍ଣ୍ଣ ନଷ୍ଟ ହୋଇଥିବା ଜଣାପଡିଛି।

Read More

LIMASSOL (CYPRUS) Models present creations during a traditional Chinese costume show in Limassol, Cyprus, on Oct. 19, 2019. The opening of a two-day China Culture Festival on Saturday has attracted thousands of locals and tourists to the Cypriot resort of Limassol. The festival features performances by Chinese and local artists.

Read More

କିଛି ଜିଲ୍ଲାରେ ବଜ୍ରପାତ ସହ ମଧ୍ୟମ ଧରଣର ବର୍ଷା ଏବଂ ବଜ୍ରପାତର ସମ୍ଭାବନା ରହିଛି। ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଏହି ସତର୍କ ସୂଚନା ଜାରି କରାଯାଇଛି। ଦିନ ୧୧ ଟା ପର୍ଯ୍ୟନ୍ତ ୬ ଜିଲ୍ଲାବାସୀଙ୍କ ପାଇଁ ଏହି ସତର୍କ ସୂଚନା ଜାରି କରାଯାଇଛି। ୬ଟି ଦକ୍ଷିଣ ଓଡିଶା ଜିଲ୍ଲା ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ, ମାଲକାନଗିରି ଓ କଳାହାଣ୍ଡିକୁ ଏହି ସତର୍କ ସୂଚନା ଜାରି କରାଯାଇଛି।

Read More

ଚୀନ୍‌ର ଏକ କାରଖାନାରେ ଅଗ୍ନିକାଣ୍ଡ ଘଟି ୪ଜଣଙ୍କର ପ୍ରାଣହାନି ଘଟିଛି। ଚୀନ୍‌ର ପୂର୍ବ ଭାଗରେ ଅବସ୍ଥାପିତ ଫୁଜିଆନ୍‌ ସହରରେ ଅବସ୍ଥାପିତ ଏକ ରାସାୟନିକ କାରଖାନାରେ ରବିବାର ସକାଳେ ଏହି ଅଗ୍ନିକାଣ୍ଡ ଘଟିଛି। ଏହି ଅଗ୍ନିକାଣ୍ଡରେ ୪ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୩ ଜଣ ଗୁରୁତର ଭାବରେ ଆହତ ହୋଇଛନ୍ତି। ତିନି ଜଣ ଆହତଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସାତ ମହଲା ବିଶିଷ୍ଟ ଏହି ଅଟ୍ଟାଳିକାର ପଞ୍ଚମ ମହଲାରେ ଅଗ୍ନିକାଣ୍ଡ ଘଟିଥିବା ବେଳେ ଉଦ୍ଧାର କାର୍ଯ୍ୟ ଜାରି ରହିଛି।

Read More

କେଦାର ମିଶ୍ର ଅର୍ଥନୀତି ପଢିଥିବା ଲୋକେ  ମାକ୍ରୋ ଏବଂ ମାଇକ୍ରୋ ଶବ୍ଦ ବିଷୟରେ ବେଶ ସଚେତନ। ରାଜନୀତିରେ ମଧ୍ୟ ମାଇକ୍ରୋ ମଡେଲ ରୁ ମାକ୍ରୋ ମଡେଲ ର ଆକଳନ କରିହୁଏ। ଫେବୃଆରୀ ୨୦୧୮ରେ ଅନୁଷ୍ଠିତ ବିଜେପୁର ବିଧାନସଭା ଉପ ନିର୍ବାଚନ ଓ ୨୦୧୯ ସାଧାରଣ ନିର୍ବାଚନର ଆଧାରରେ ଆସନ୍ତା ୨୧ ରେ ହେବାକୁ ଥିବା ଉପ ନିର୍ବାଚନର ଆକଳନ କରିବା ଏବେ ସହଜ ହୋଇଯାଉଛି। ବିଜେପୁର ଉପ ନିର୍ବାଚନ ପାଇଁ ଶାସକ ବିଜୁ ଜନତା ଦଳ ବିରୋଧରେ ଅତ୍ୟନ୍ତ ଆକ୍ରାମକ ହୋଇ ଉଠିଥିବା ବିଜେପିର ସେତେବେଳର ରଣନୀତି ଓ ସାଧାରଣ ନିର୍ବାଚନ ଆଗର ରଣନୀତି ଭିତରେ ବିଶେଷ କିଛି ଫରକ ନଥିବା ବେଳେ ଏହି ଉପ ନିର୍ବାଚନରେ ବିଜେପି ଅନେକଟା ଶିଥିଳ ହୋଇ ପଡିଛି। ବୋଧହୁଏ ଗତ ଦୁଇଟି ଯାକ ନିର୍ବାଚନରେ ବିଜେପି ଭୋଗିଥିବା ଲଜ୍ଜାଜନକ ପରାଜୟରୁ ଦଳ ହତାଶ ହୋଇଛି ନିଶ୍ଚୟ!! ୨୦୧୮ ବିଜେପୁର ଉପ ନିର୍ବାଚନରେ ବିଜେପି ନିଜର…

Read More

ସମୀକ୍ଷା ବ୍ୟୁରୋ ସିନେମା ପ୍ରସ୍ତୁତିରେ କାହାଣୀ ମୂଳ ଉପାଦାନ ଓ ଏହା ଠିକ ରହିଲେ ବାକି ସବୁ ଛୋଟମୋଟ ଭୁଲକୁ କେହି ପ୍ରାୟତଃ ଧରନ୍ତି ନାହିଁ ବୋଲି ଜାତୀୟ ପୁରସ୍କାର ପ୍ରାପ୍ତ ଖ୍ୟାତନାମା ଚଳଚ୍ଚିତ୍ର ନିର୍ଦ୍ଦେଶକ ସବ୍ୟସାଚୀ ମହାପାତ୍ର ଦଶମ କେ ଏଲ ଏଫ କର୍ଣ୍ଣର ଅବସରରେ ଏକଥା କହିଛନ୍ତି । ସିନେମାପ୍ରେମୀ ଓ ସାହିତ୍ୟ ଅନୁରାଗୀଙ୍କ ଗହଣରେ କଳିଙ୍ଗ ସାହିତ୍ୟ ମହୋତ୍ସବ ସଂସ୍ଥା ଦ୍ଵାରା ନିୟମିତ ଆୟୋଜିତ ହେଉଥିବା କେ ଏଲଏଫ କର୍ଣ୍ଣରରେ କବି କେଦାର ମିଶ୍ରଙ୍କ ସହିତ କଥୋପକନ ସମୟରେ ସେ ତାଙ୍କ ଜୀବନର ଅନେକ ସ୍ମୃତି ବଖାଣି ଥିଲେ ଓ କିପରି  ବିଗତ ଦିନର ସଫଳ ବ୍ୟବସାୟିକ ଚଳଚ୍ଚିତ୍ର “ସବୁ ମାୟାରେ ବାୟା’ର ନିର୍ଦ୍ଦେଶକ କଳାତ୍ମକ ସିନେମା ପ୍ରସ୍ତୁତିରେ ପାଦ ଥାପିଥିଲେ ସେ ବିଷୟରେ କହିଥିଲେ । ଏହି ଅବସରରେ ସେ କହିଥିଲେ ଯେ ବମ୍ବେରୁ ଅଶି ଦଶକର ଶେଷ ଭାଗରେ ଫେରିବା ପରେ ସେ ନିଜ…

Read More

ସମୀକ୍ଷା ବ୍ୟୁରୋ ଭୁବନେଶ୍ୱର :  ଟେଲିକମ୍ ନିୟାମକ ଟ୍ରାଇ ରିପୋର୍ଟ ଅନୁସାରେ ଅଗଷ୍ଟରେ ରିଲାଏନ୍ସ ଜିଓ ଓଡ଼ିଶାରେ ୩.୪୭ ଲକ୍ଷ ନୂଆ ଗ୍ରାହକ ଯୋଡିଛି। ଏୟାର୍ଟେଲ, ଭୋଡାଫୋନ୍ ଆଇଡିଆ ଏବଂ ବିଏସ୍ଏନ୍ଏଲ୍ ସମେତ ଅନ୍ୟ ଟେଲିକମ୍ ସେବା ପ୍ରଦାନକାରୀମାନେ ଏହି ସମୟରେ ଲକ୍ଷ ଲକ୍ଷ ଗ୍ରାହକ ହରାଇଥିବା ବେଳେ ଜିଓ ଏହାର କାୟା ବିସ୍ତାର କରି ଚାଲିଥିବା ଟ୍ରାଇ ରିପୋର୍ଟରୁ ଜଣାଯାଇଛି। ଜିଓ ହେଉଛି ଓଡିଶାର ଏକ ମାତ୍ର କମ୍ପାନି, ଯିଏକି ଅଗଷ୍ଟରେ ନୂଆ ନୂଆ ଗ୍ରାହକ ଯୋଡ଼ିବାରେ ସକ୍ଷମ ହୋଇଛି। ଟ୍ରାଇ ପ୍ରଦତ୍ତ ତଥ୍ୟ ଅନୁସାରେ, ଜିଓ ଉପଭୋକ୍ତା ଯୋଡ଼ିଥିଲେ ମଧ୍ୟ ଅନ୍ୟ କମ୍ପାନୀଗୁଡ଼ିକ ବୃହତ୍ ସଂଖ୍ୟାରେ ଗ୍ରାହକ ହରାଇଥିବାରୁ ଓଡ଼ିଶାରେ ମୋଟ୍‍ ମୋବାଇଲ ଉପଭୋକ୍ତା ସଂଖ୍ୟା ୪.୦୮ ଲକ୍ଷ ହ୍ରାସ ଘଟିଛି। ଏୟାର୍ଟେଲ ପ୍ରତିଥର ଭଳି ଏଥର ମଧ୍ୟ ଅଗଷ୍ଟରେ ୧.୧୮ ଲକ୍ଷ ଗ୍ରାହକ ହରାଇଛି। ସେହିଭଳି ଭୋଡାଫୋନ୍ ଆଇଡିଆ ୧.୧୧ ଲକ୍ଷ ଗ୍ରାହକ ହରାଇଥିବାବେଳେ ବିଏସ୍ଏନ୍ଏଲ୍ ୫.୨୫…

Read More

ସମୀକ୍ଷା ବ୍ୟୁରୋ କଟକ : ସାରା ଦେଶରେ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜନ୍ମବାର୍ଷିକୀ ପାଳିତ ହେଉଛି । ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ପକ୍ଷରୁ ଏହି ଅବସରରେ ବିଭିନ୍ନ ଗଣମାଧ୍ୟମ ପ୍ରଚାର ଅଭିଯାନ ଆୟୋଜନ କରାଯାଉଛି । ଏହି ଅବସରରେ ରେଭେନ୍ସା ବିଶ୍ୱବିଦ୍ୟାଳୟ ପରିସରରେ ଏକ ୫ ଦିନିଆ ପ୍ରଦର୍ଶନୀ ଆୟୋଜନ କରାଯିବ । ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅଧୀନ ବ୍ୟୁରୋ ଅଫ ଆଉଟରିଚ କମ୍ୟୁନିକେସନ ପକ୍ଷରୁ ଏହି ପ୍ରଦର୍ଶନୀ ଆସନ୍ତା ୨୧ରୁ ୨୫ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେବ । ଏହି ପ୍ରଦର୍ଶନୀରେ ବାପୁଙ୍କ ଜୀବନୀ,ଦର୍ଶନ ଓ ସ୍ୱାଧୀନତା ଆନ୍ଦୋଳନରେ ତାଙ୍କର ଭୂମିକାକୁ ପ୍ରଦର୍ଶିତ କରାଯିବ ।ଏହି ପ୍ରଦର୍ଶନୀ ଲାଗିଉଭୟ ପାରମ୍ପରିକ ଏବଂ ଡିଜିଟାଲ ମାଧ୍ୟମର ଉପଯୋଗ କରାଯିବ । ଏହାଛଡ଼ା କର୍ମଶାଳା, ଆଲୋଚନାଚକ୍ର ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମ ମାଧ୍ୟମରେ “ସ୍ୱଚ୍ଛତା ହି ସେବା”ର ସ୍ୱର୍ଣ୍ଣିମ ବିଚାରକୁ ଉଲ୍ଲେଖ କରାଯିବ ।

Read More

ସମୀକ୍ଷା ବ୍ୟୁରୋ ଭୁବନେଶ୍ବରର ପ୍ରଦର୍ଶନୀ ପଡିଆରେ ଆରମ୍ଭ ହୋଇଛି ଖଦୀ ପ୍ରଦର୍ଶନୀ-ଖଦୀ ବଜାର। ରାଜ୍ୟ ଖଦୀ ଓ ଗ୍ରାମ ଉଦ୍ୟୋଗ ବୋର୍ଡ ତରଫରୁ ଗାନ୍ଧୀ ଜୟନ୍ତି ଉପଲକ୍ଷେ ଏହି ପ୍ରଦର୍ଶନୀର ଆୟୋଜନ କରାଯାଇଛି। ଏଥିରେ ଓଡିଶାର ବିଭିନ୍ନ ଖଦୀ ଓ ଗ୍ରାମ ଉଦ୍ୟୋଗ ସାମଗ୍ରୀ ପ୍ରଦର୍ଶିତ କରାଯାଇଛି। ଏଥିସହିତ ଆନ୍ଧ୍ର ପ୍ରଦେଶ, ବିହାର ଏବଂ ପଶ୍ଚିମ ବଂଗ ପରି କେତେକ ରାଜ୍ୟର ଖଦୀ ଉଦ୍ୟୋଗୀ ମଧ୍ୟ ଏହି ପ୍ରଦର୍ଶନୀରେ ଯୋଗଦେଇଛନ୍ତି। ଏଥିରେ ପ୍ରଦର୍ଶନ ସହିତ ଗ୍ରାହକମାନଙ୍କୁ ରିହାତି ଦରରେ ସାମଗ୍ରୀ ବିକ୍ରୀ କରିବାର ମଧ୍ୟ ବ୍ୟବସ୍ଥା କରାଯାଇଛି। ମୁଖ୍ୟତଃ ଆନ୍ଧ୍ର ପ୍ରଦେଶର ସିଲ୍କି ଶାଢୀ, କୋଲକାତାର ଖଦୀ ସାର୍ଟ ଏବଂ ଓଡିଶାର ଖଦୀ ପୋଷାକ ମୁଖ୍ୟ ଆକର୍ଷଣ ପାଲଟିଛି। ଏହି ମେଳାକୁ ମନ୍ତ୍ରୀ ଅଶୋକ ପଣ୍ଡା ଉଦଘାଟନ କରିଛନ୍ତି। ସଂଧ୍ୟାରେ ଗ୍ରାହକମାନଙ୍କ ମନୋରଂଜନ ପାଇଁ ସାଂସ୍କୃତିକ କାର୍ଯ୍ୟକ୍ରମର ବ୍ୟବସ୍ଥା ମଧ୍ୟ କରାଯାଇଛି। ଏହି ଖଦୀ ବଜାର 15 ଦିନ ଧରି ଚାଲିବ।

Read More

ଭାରତ ଏବଂ ଦ. ଆଫ୍ରିକା ମଧ୍ୟରେ ଅନୁଷ୍ଠିତ ଟେଷ୍ଟ ସିରିଜ୍‌ର ତୃତୀୟ ମ୍ୟାଚ୍‌ ରାଞ୍ଚିରେ ଆରମ୍ଭ ହୋଇଛି। ବର୍ଷା ବାଧାପ୍ରାପ୍ତ ପ୍ରଥମ ଦିନର ଖେଳ ଶେଷ ସୁଦ୍ଧା ଭାରତ ୩ ଓ୍ବିକେଟ୍‌ ହରାଇ ୨୪୨ ରନ୍‌ ସଂଗ୍ରହ କରିଛି। ଭାରତ ପକ୍ଷରୁ ରୋହିତ ଶର୍ମା ଚଳିତ ସିରିଜ୍‌ର ତୃତୀୟ ଶତକ ହାସଲ କରିବା ସହିତ ଭାରତକୁ ସଙ୍କଟରୁ ଉଦ୍ଧାର କରିଥିଲେ। ଟସ୍‌ ଜିତି ବିରାଟ କୋହଲି ବ୍ୟାଟିଂ ନିଷ୍ପତ୍ତି ନେଇଥିବା ବେଳେ ଇନ୍‌ଫର୍ମ ଓପ୍‌ନର ମୟଙ୍କ ଅଗ୍ରଓ୍ବାଲ ମାତ୍ର ୧୦ ରନ୍‌ କରି ଆଉଟ ହୋଇଥିଲେ। ଏହା ପରେ ନିର୍ଭରଯୋଗ୍ୟ ଚେତେଶ୍ବର ପୂଜାରା ଖାତା ଖୋଲିବା ପୂର୍ବରୁ ରବାଡାଙ୍କ ଶିକାର ହୋଇଥିଲେ। ଆନିର୍ଚ୍ଚ ନୋର୍ଟ୍ଜେ ବିରାଟ କୋହଲି(୧୨)ଙ୍କୁ ଲେଗ୍‌ ବିଫୋର୍‌ କରିବା ପରେ ଭାରତ ୩୯ ରନ୍‌ରେ ତୃତୀୟ ଓ୍ବିକେଟ୍‌ ହରାଇ ସଙ୍କଟରେ ପଡିଥିଲା। ଏହାପରେ ଆଜିଙ୍କ୍ୟ ରାହାଣେ(୮୩) ରୋହିତଙ୍କ ସହିତ ଯୋଗ ଦେଇ ଅବିଭାଜିତ ୨୦୩ ରନ୍‌ ଯୋଗ କରିଛନ୍ତି।…

Read More

ବଲିଉଡ୍‌ ଅଭିନେତା ସଲ୍‌ମାନ୍‌ ଖାନ୍‌ଙ୍କ ବଡିଗାର୍ଡ ଶେରା ଶିବସେନାରେ ଯୋଗ ଦେଇଛନ୍ତି । ମହାରାଷ୍ଟ୍ର ବିଧାନସଭା ନିର୍ବାଚନର ତିନି ଦିନ ପୂର୍ବରୁ ଶେରା ଶିବସେନାରେ ଯୋଗ ଦେଇଥିବା ନେଇ ଶିବସେନାର ଟ୍ବିଟ୍ଟର ପେଜ୍‌ରେ ସେୟାର କରାଯାଇଛି । ଶିବସେନା ମୁଖ୍ୟ ଉଦ୍ଧବ ଠାକ୍‌ରେ ଏବଂ ଯୁବ ସେନା ସଭାପତି ଆଦିତ୍ୟ ଠାକ୍‌ରେଙ୍କ ଉପସ୍ଥିତିରେ ଶେରା ଶିବସେନାରେ ଯୋଗ ଦେଇଥିଲେ । ମୁମ୍ବାଇର ମାତୋଶ୍ରୀରେ ଅନୁଷ୍ଠିତ ଏକ କାର୍ଯ୍ୟକ୍ରମରେ ଶେରା ଶିବସେନାରେ ଯୋଗ ଦେଇଥିଲେ । ଉଲ୍ଲେଖଯୋଗ୍ୟ ଯେ, ଆସନ୍ତା ଅକ୍ଟୋବର 21 ତାରିଖରେ ମହାରାଷ୍ଟ୍ରରେ ନିର୍ବାଚନ ଅନୁଷ୍ଠିତ ହେବ ଏବଂ 24 ତାରିଖରେ ଫଳାଫଳ ଆସିବ ।

Read More

ଆଫଗାନିସ୍ତାନରେ ଏକ ଏନ୍‌କାଉଣ୍ଟରରେ ୧୦ ଆଇଏସ୍‌ ଆତଙ୍କୀ ପ୍ରାଣ ହରାଇଛନ୍ତି। ଶନିବାର ଦିନ ଆଫଗଗାନୀ ସେନା ପକ୍ଷରୁ ଅନୁଷ୍ଠିତ ଘଟିଥିବା ଏନ୍‌କାଉଣ୍ଟରରେ ନାନଘରରେ ୧୦ ଜଣ ଆଇଏସ୍‌ ଆତଙ୍କୀ ପ୍ରାଣ ହରାଇଛନ୍ତି। ଏହି ଏନ୍‌କାଉଣ୍ଟରରେ ତିନି ଜଣ ଆଇଏସ୍‌ କମାଣ୍ଡର ନିହତ ହୋଇଥିବା ବେଳେ ୮ଟି ଆଇଏସ୍‌ ପୋଷ୍ଟ ଧ୍ବଂସ ହୋଇଥିଲା। ଏହା ସହିତ ଏହି ଏନ୍‌କାଉଣ୍ଟର ସମୟରେ ଦୁଇଟି ଜୀବନ୍ତ ଲ୍ୟାଣ୍ଡମାଇନ୍‌କୁ ମଧ୍ୟ ନିଷ୍କ୍ରିୟ କରିଥିଲେ ଆଫଗାନୀ ସେନା। ୨୦୧୫ରୁ ଆଇଏସ୍‌ ନାନଘରରେ ନିଜର କାୟା ବିସ୍ତାର କରି ଚାଲିଛି।

Read More