Author: Samikhsya Bureau
ମାଇକ୍ରୋସଫ୍ଟର ସିଇଓ ସତ୍ୟ ନାଡେଲାଙ୍କ ବେତନରେ ୬୬ ପ୍ରତିଶତର ଅଭିବୃଦ୍ଧି ଘଟିଛି। ୨୦୧୮-୧୯ ଆର୍ଥିକ ବର୍ଷ ପାଇଁ ନାଡେଲାଙ୍କ ବେତନରେ ଏହି ଅଭିବୃଦ୍ଧି ଘୋଷଣା କରାଯିବା ସହିତ ମୂଳ ଦରମାରେ ୧ ମିଲିୟନ୍ ଡଲାରର ଅଭିବୃଦ୍ଧି ଘଟିଛି। ଏହା ସହିତ ମାଇକ୍ରୋସଫ୍ଟରେ ନାଡେଲାଙ୍କ ଅଂଶଧନରେ ମଧ୍ୟ ୧ ମିଲିୟନ୍ ଡଲାର ବୃଦ୍ଧି ପାଇଛି। ଏହାକୁ ମିଶାଇ ଚଳିତ ବର୍ଷ ନାଡେଲା ସମୁଦାୟ ୪୨.୯ ମିଲିୟନ ଡଲାରର ବେତନ ହାସଲ କରିବେ। ୨୦୧୭-୧୮ ଆର୍ଥିକ ବର୍ଷରେ ନାଡେଲା ସମୁଦାୟ ୩୦.୯ ମିଲିୟନ୍ ଡଲାରର ବେତନ ପାଇଥିଲେ। କମ୍ପାନୀର ଆସନ୍ତା ବୋର୍ଡ ମିଟିଂ ଡିସେମ୍ବର ୪ରେ ଅନୁଷ୍ଠିତ ହେବ। ନାଡେଲାଙ୍କ ନେତୃତ୍ବରେ ମାଇକ୍ରୋସଫ୍ଟର ସମୁଦାୟ ଆୟରେ ୫୦୯ ମିଲିୟନ୍ ଡଲାରର ଅଭିବୃଦ୍ଧି ଘଟିଛି।
ସମୀକ୍ଷା ବ୍ୟୁରୋ ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ସମ୍ମୁଖରେ ଆଜି ଜଣେ ମହିଳା ତାଙ୍କ ଝିଅ ସହ ଆତ୍ମାହୂତି ଉଦ୍ୟମ କରିଛନ୍ତି। ମହିଳା ଜଣକ କିରୋସିନ ଢାଳି ନିଆଁ ଲଗାଇବାବେଳେ ଗାଁ ଲୋକେ ଉଦ୍ଧାର କରିଛନ୍ତି। ସ୍ବାମୀଙ୍କ ହତ୍ୟାକାରୀ ଗିରଫ କରିବାରେ ପୋଲିସ୍ର ନିଷ୍କ୍ରିୟତା ପ୍ରତିବାଦରେ ମହିଳା ଜଣକ ଏପରି ଉଦ୍ୟମ କରିଛନ୍ତି। ସୂଚନା ଅନୁସାରେ, ବାଣପୁର ବ୍ଲକର ନିକଟସ୍ଥ ନଚ୍ଛିପୁର ଗ୍ରାମର ବବି ନାୟକ (ଛଦ୍ମ ନାମ) ମହିଳା ଜଣକ ଗମ୍ଭାରୀମୁଣ୍ଡା ନିକଟସ୍ଥ ଏକ ଗ୍ରାମର ପ୍ରଶାନ୍ତ ନାୟକଙ୍କୁ ବିବାହ କରିଥିଲେ। ତାଙ୍କ ସ୍ବାମୀ ବିଦେଶରେ ଚାକିରି କରୁଥିବାବେଳେ ସ୍ବାମୀଙ୍କ ଅନୁପସ୍ଥିତିରେ ତାଙ୍କ ଶାଶୁ, ଦିଅର ତାଙ୍କୁ ଅତ୍ୟାଚାର ଦେଇ ଆସୁଥିଲେ। ମହିଳା ଜଣକ ଅତ୍ୟାଚାର ସହି ନ ପାରି ପ୍ରାୟ ବର୍ଷେ ହେବ ତାଙ୍କ ଝିଅଙ୍କ ସହିତ ବାପଘରେ ରହିଆସୁଥିଲେ। ନିକଟରେ ସ୍ବାମୀ ବିଦେଶରୁ ଘରକୁ ପ୍ରତ୍ୟାବର୍ତ୍ତନ କରି ତା‘ଙ୍କ ମା ଓ ଭାଇଙ୍କୁ ତାଙ୍କ ସ୍ତ୍ରୀଙ୍କ ସହ…
ଜଣେ ଷଷ୍ଠ ଶ୍ରେଣୀର ଛାତ୍ରୀଙ୍କୁ ଅସଦାଚରଣ ଉଦ୍ୟମ କରିବା ଅଭିଯୋଗରେ ଶିକ୍ଷକଙ୍କୁ ତାଲା ପକାଇଛନ୍ତି ସ୍ଥାନୀୟ ଲୋକ। ବାରିପଦାରେ ଏହି ଲମ୍ଫଟ ଶିକ୍ଷକ ଜଣେ ଷଷ୍ଠ ଶ୍ରେଣୀର ଛାତ୍ରୀ ସହିତ ଦୁଷ୍କର୍ମ ଉଦ୍ୟମ କରିଥିଲେ। ଘଟଣାରେ ଉତ୍କ୍ଷିପ୍ତ ସାଧାରଣ ଲୋକ ଶିକ୍ଷକଙ୍କୁ ମାଡ ମାରିବା ସହିତ ତାଙ୍କ କାର୍ ଭଙ୍ଗାରୁଜା କରିଥିଲେ। ଏହା ପରେ ଶିକ୍ଷକଙ୍କୁ ଏକ ଘରେ ପୁରାଇ ତାଲା ଦେବା ପରେ ପୋଲିସ୍ ତାଙ୍କୁ ଘଟଣାସ୍ଥଳରୁ ଉଦ୍ଧାର କରିବା ସହିତ ମାମଲାର ତଦନ୍ତ କରୁଛି।
୩୧୧ ଭାରତୀୟ ନଗରିକଙ୍କୁ ପ୍ରତ୍ୟର୍ପଣ କରିଛି ମେକ୍ସିକୋ। ଅନୈତିକ ଉପାୟରେ ମେକ୍ସିକୋରେ ପ୍ରବେଶ କରିଥିବା ଏହି ସମସ୍ତ ନାଗରିକଙ୍କୁ ଗୁରୁବାର ପ୍ରତ୍ୟର୍ପଣ କରାଯାଇଛି। ୩୧୧ ଜଣଙ୍କ ମଧ୍ୟରେ ୩୧୦ ଜଣ ପୁରୁଷ ରହିଥିବା ବେଳେ ଜଣେ ମହିଳା ରହିଛନ୍ତି। ଏହି ସମସ୍ତ ଯାତ୍ରୀଙ୍କୁ ଏକ ବୋଇଙ୍ଗ ୭୪୭ ବିମାନ ଜରିଆରେ ଭାରତ ପଠାଯାଇଛି। ବିମାନଟି ଟୋଲୁକା ସିଟି ଅନ୍ତର୍ଜାତୀୟ ବିମାନ ବନ୍ଦରରୁ ଛାଡି ଗୁରୁବାର ରାତିରେ ନୂଆଦିଲ୍ଲୀ ବିମାନବନ୍ଦରରେ ପହଞ୍ଚିବ। ଏହି ଯାତ୍ରୀମାନେ ଅନୈତିକ ଉପାୟରେ ବ୍ରାଜିଲ ଏବଂ ଆର୍ଜେଣ୍ଟିନା ମଧ୍ୟକୁ ପ୍ରବେଶ କରିଥିଲେ।
ଏଣିକି ରାଜ୍ୟର ପ୍ରତି ଜିଲ୍ଲା ସଦର ମହକୁମାରେ ସ୍ଥାପନ ହେବ ଗାନ୍ଧିଙ୍କ ପ୍ରତିମୂର୍ତ୍ତି। ଜାତୀୟ ପିତା ମହାତ୍ମା ଗାନ୍ଧିଙ୍କ ପ୍ରଚାର ପ୍ରସାର ପାଇଁ ଏଭଳି ପଦକ୍ଷେପ ନିଆଯାଇଛି। ସଂସ୍କୃତି ସଚିବ ମନୋରଞ୍ଜନ ପାଣିଗ୍ରାହୀ ଏନେଇ ସୂଚନା ଦେଇଛନ୍ତି। ରାଜ୍ୟର ପ୍ରତି ଜିଲ୍ଲା ସଦର ମହକୁମାରେ ମହାତ୍ମା ଗାନ୍ଧିଙ୍କ ମୂର୍ତ୍ତି ସ୍ଥାପନ କରାଯିବ। ଯଦି ପୂର୍ବରୁ ଗାନ୍ଧୀ ମୂର୍ତ୍ତି ରହିଛି ତେବେ ସେହି ସ୍ଥାନକୁ ପରିଷ୍କାର ତଥା ସୌନ୍ଦର୍ଯ୍ୟକରଣ କରାଯିବ। ଏତଦ୍ ବ୍ୟତୀତ କଟକକୁ ୧୯୨୧ ମାର୍ଚ୍ଚ ୩୨ରେ ଗାନ୍ଧି ଆସିଥିବା ସ୍ଥାନକୁ ସ୍ମାରକୀ କରାଯିବ। ସ୍କୁଲ ଓ କଲେଜରେ ଗାନ୍ଧୀଙ୍କ ସଦୃଶ୍ୟ ଚିତ୍ର ବଣ୍ଟନ କରାଯିବ। ଗାନ୍ଧୀଙ୍କ ଅମର ବାଣୀ ଥିବା ପୁସ୍ତକ ପ୍ରସ୍ତୁତ ସହ ପିଲାଙ୍କ ମଧ୍ୟରେ ବକ୍ତୃତା କାର୍ଯ୍ୟକ୍ରମ ହେବ ବୋଲି ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ନିଷ୍ପତ୍ତି ନିଆଯାଇଛି ।
କେଦାର ମିଶ୍ର ଭାରତର ଆକାଶବାଣୀ ଓ ଦୂରଦର୍ଶନ ଗଢିବାରେ ଯେଉଁ କେତେଜଣ ମହାନ ଲୋକଙ୍କ ଅବଦାନ ରହିଛି ସେମାନଙ୍କ ଭିତରୁ ଗୋଟେ ଚର୍ଚ୍ଚିତ ନାଁ ହେଉଛି ପି.ଭି.କୃଷ୍ଣମୂର୍ତ୍ତି। ଦୂରଦର୍ଶନର ପ୍ରଥମ ମହା ନିର୍ଦ୍ଦେଶକ, ଆକାଶବାଣୀରେ ଶିକ୍ଷା ଓ ବିଜ୍ଞାନ କାର୍ୟକ୍ରମର ସଂସ୍ଥାପକ, ଶାସ୍ତ୍ରୀୟ ସଙ୍ଗୀତ ଓ ନୃତ୍ୟର ଅନନ୍ୟ ପଣ୍ଡିତ, ଏମିତି ବହୁ ପରିଚୟ ତାଙ୍କର ରହିଥିଲା। ୯୮ ବର୍ଷର ପରିପୂର୍ଣ୍ଣ ଜୀବନ ବଞ୍ଚିଥିବା ପିଭିକେ(ବନ୍ଧୁ ଓ କଳାକାର ମହଲରେ ସେ ଏହି ନାମରେ ହିଁ ପରିଚିତ) ଆଜି ଚେନ୍ନାଇ ସ୍ଥିତ ତାଙ୍କ ବାସଭବନରେ ଦେହତ୍ୟାଗ କରିଛନ୍ତି। ୧, ଏପ୍ରିଲ,୧୯୨୧ରେ ମିଆଁମାରରେ ସେ ଜନ୍ମଗ୍ରହଣ କରିଥିଲେ। ଭାରତକୁ ମିଆଁମାରରୁ ଶରଣାର୍ଥୀ ଭାବରେ ଆସିଥିବା ପିଭିକେଙ୍କ ପରିବାର ପରବର୍ତ୍ତୀ ସମୟରେ ଭାରତର ସାଂସ୍କୃତିକ ଜୀବନରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ତାଙ୍କ ପରିବାରରୁ ପୁରୀ ଶଙ୍କାରାଚାର୍ୟ ଭାବରେ ସ୍ଵାମୀ ଭାରତୀ କୃଷ୍ଣ ତୀର୍ଥ ଅଭିଷିକ୍ତ ହୋଇଥିଲେ। ପିଭିକେଙ୍କ ଭାଇ ସୂର୍ୟ କୃଷ୍ଣମୂର୍ତ୍ତି…
ରାଜଧାନୀ ଦିଲ୍ଲୀରେ ବାୟୁ ପ୍ରଦୂଷଣକୁ ରୋକିବା ପାଇଁ ନଭେମ୍ବର ୪ରୁ ୧୫ ପର୍ଯ୍ୟନ୍ତ ଦିଲ୍ଲୀରେ ଚାଲିବ ଅଡ୍-ଇଭିନ୍ । ଗୁରୁବାର ଏକ ପ୍ରେସମିଟ୍ ମାଧ୍ୟମରେ ସେ ଏହାର ସୂଚନା ଦେଇଛନ୍ତି। କେବଳ ରବିବାରକୁ ଛାଡ଼ି ଅନ୍ୟ ସମସ୍ତ ଦିବସରେ ସକାଳ ୮ଟାରୁ ରାତି ୮ଟା ପର୍ଯ୍ୟନ୍ତ ଅଡ୍-ଇଭିନ୍ ନମ୍ବର କାର୍ଯ୍ୟକାରୀ ହେଉଥିବା ବେଳେ ଏଥିରୁ ଭିଆଇପି ଗାଡି ଗୁଡ଼ିକ ବାଦ୍ ଯିବ ବୋଲି ସେ କହିଛନ୍ତି। ରାଷ୍ଟ୍ରପତି, ଉପରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ସିଆଇଜେ, ବାଚସ୍ପତିଙ୍କ ଏହି ନିୟମରେ କୋହଳ କରାଯାଇଥିବାବେଳେ କେନ୍ଦ୍ରମନ୍ତ୍ରୀ, ଲୋକସଭା ଓ ରାଜ୍ୟସଭା ବିରୋଧୀ ନେତାଙ୍କ ପାଇଁ ମଧ୍ୟ କୋହଳ କରାଯାଇଛି । ସବୁ ମୁଖ୍ୟମନ୍ତ୍ରୀମାନଙ୍କ ପାଇଁ ଏହି ନିୟମରେ କୋହଳ କରିଥିଲେ ବି ନିଜ ପାଇଁ ଏହି ନିୟମରେ କୋହଳ କରିନାହାନ୍ତି ଅରବିନ୍ଦ । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଓ ଅନ୍ୟ ମନ୍ତ୍ରୀମାନେ ଏହି ନିୟମରେ ସାମିଲ ହେବେ ବୋଲି ସେ ସୂଚନା ଦେଇଛନ୍ତି। ଯଦି ଏହି ନିୟମର କେହି…
ବେଆଇନ ପାର୍କିଂର ହେବ ଯାଞ୍ଚ । ବେଆଇନ୍ ପାର୍କିଂକୁ ନେଇ ଗଠନ ହେବ ସ୍ବତନ୍ତ୍ର ସ୍କ୍ବାର୍ଡ । ଏହି ସ୍କ୍ବାର୍ଡ ଯାଞ୍ଚ କରିବ ଭୁବନେଶ୍ବରର ବିଭିନ୍ନ ଅଞ୍ଚଳ । ବେଆଇନ୍ ପାର୍କିଂ ଫି ଆଦାୟ କରିହେବ ନାହିଁ । ବେଆଇନ୍ ଫି ଆଦାୟ ହେଲେ କାର୍ଯ୍ୟାନୁଷ୍ଠାନ ହେବ । ଗତକାଲି ମଲ୍ଟିପ୍ଲେକ୍ସ, ବାଣିଜ୍ୟିକ ପ୍ରତିଷ୍ଠାନ, ଡାକ୍ତରଖାନା ଆଦି ଅଞ୍ଚଳରେ ପାର୍କିଂ ଫି ଆଦାୟ ହୋଇପାରିବନି ବୋଲି ଭୁବନେଶ୍ବର ଉନ୍ନୟନ କର୍ତ୍ତୃପକ୍ଷ ବିଡିଏ ପକ୍ଷରୁ ନୋଟିସ୍ ଜାରି ନେଇ ସୂଚନା ଦିଆଯାଇଥିଲା ।
ରାଜ୍ୟରେ ସରକାରଙ୍କ ପକ୍ଷରୁ ବିଭିନ୍ନ ସଂସ୍କାର ମୂଳକ କାର୍ଯ୍ୟପାଇଁ ମୋ ସରକାର ଏବଂ ୫ଟି ବ୍ୟବସ୍ଥା ଆପଣାଯାଇଛି। ଆଜି ବିଜେପି ସାଂସଦ ପ୍ରତାପ ଷଡଙ୍ଗୀ ସରକାରଙ୍କ ଏହି ଯୋଜନାକୁ ସମାଲୋଚନା କରିଛନ୍ତି। ଏହି ସମସ୍ତ ପ୍ରକ୍ରିୟା ଏକ ଅବାସ୍ତବ କାର୍ଯ୍ୟକ୍ରମ ବୋଲି ଷଡଙ୍ଗୀ କହିଛନ୍ତି। ବିଭିନ୍ନ ଡାକ୍ତରଖାନା ପରିଦର୍ଶନ କରିବା ଏକ ପ୍ରହେଳିକା ଏବଂ ନିର୍ବାଚନୀ ଧୂଆଁବାଣ ବୋଲି ଷଡଙ୍ଗୀ କହିଥିଲେ। ଡାକ୍ତରଖାନାରେ ଡାକ୍ତର ଏବଂ ବିଦ୍ୟାଳୟରେ ଶିକ୍ଷକ ନଥିବା ବେଳେ ସରକାରଙ୍କ ୫ଟି ଏବଂ ମୋ ସରକାର ବ୍ୟବସ୍ଥା ଗ୍ରହଣଯୋଗ୍ୟ ନୁହେଁ।
ସମୀକ୍ଷା ବ୍ୟୁରୋ ସମସ୍ତ ଦେଶରେ ସରକାର ବ୍ୟକ୍ତିଙ୍କ ଆୟର ହିସାବ ଅନୁସାରେ ଟ୍ୟାକ୍ସ ଆଦାୟ କରିଥା’ନ୍ତି। ଏହି ଟିକସ ପଇସାକୁ ଜନତାଙ୍କ ସେବାରେ ବିନିଯୋଗ କରାଯାଇଥାଏ। ଏହି ଟ୍ୟାକ୍ସ ବା କର ଦେଶର ବିକାଶରେ ଲାଗିଥାଏ। ତେବେ ଜାଣିଛନ୍ତି, ଯଦି ଆମକୁ କଖାରୁ କିଣିବା କିମ୍ବା ଟାଟୁ କରିବା ବା ପାଇଖାନା ଫ୍ଲାଶ୍ କରିବା ପାଇଁ ଟିକସ ଦେବାକୁ ପଡ଼ିବ। ତେବେ ଆସନ୍ତୁ ଜାଣିବା ଦୁନିଆରେ ଏପରି ଏକ ଜାଗା ଅଛି, ଯେଉଁଠି ଏସବୁ ପାଇଁ ମଧ୍ୟ କର ଦେବାକୁ ପଡ଼ିଥାଏ। ଆମେରିକା ପରି ଶକ୍ତିଶାଳୀ ଦେଶରେ ଏସବୁ ପାଇଁ କର ଆଦାୟ କରାଯାଇଥାଏ। ଆମେରିକାର ନ୍ୟୁଜର୍ସିଠାରେ କଖାରୁ କିଣିବା ପାଇଁ ଟିକସ ଦେବାକୁ ପଡ଼ିଥାଏ। ସେହିପରି ଏଠାରେ ଯୁବକଙ୍କୁ ଟାଟୁ କରିବା ପାଇଁ ମଧ୍ୟ ଟିକସ ଦେବାକୁ ପଡ଼ିଥାଏ। ଆମେରିକାର ଅରକାଂସରେ ଟାଟୁ କରିବା ଦ୍ବାରା ୬ ପ୍ରତିଶତ ଟ୍ୟାକ୍ସ ଦେବାକୁ ପଡ଼ିଥାଏ। ସେହିପରି ଆମେରିକାର ମେରିଲାଣ୍ଡରେ ସରକାର ଟଏଲଟ୍…
ବ୍ରହ୍ମପୁରରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ଜଣେ ପ୍ରାଣ ହରାଇଥିବା ବେଳେ ୬ ଜଣ ଗୁରୁତର ଭାବରେ ଆହତ ହୋଇଛନ୍ତି। ବ୍ରହ୍ମପୁରରେ ଏକ ବସ୍ ଏବଂ ଅଟୋ ମଧ୍ୟରେ ଦୁର୍ଘଟଣା ଘଟିଥିଲା। ଦୁର୍ଘଟଣାରେ ଜଣେ ମହିଳା ପ୍ରାଣ ହରାଇଥିବା ବେଳେ ୬ ଜଣ ଆହତ ହୋଇଛନ୍ତି। ଆହତ ମାନଙ୍କୁ ବ୍ରହ୍ମପୁର ସ୍ଥିତ ଏମ୍କେସିଜି ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

