ସମୀକ୍ଷା ବ୍ୟୁରୋ ଏଣିକି ରାଜ୍ୟରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ଏକକ ପରୀକ୍ଷା ହେବ। ରାଜ୍ୟରେ ଥିବା ସମସ୍ତ ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟର ଛାତ୍ରଛାତ୍ରୀ ଗୋଟିଏ ପ୍ରକାର ପ୍ରଶ୍ନପତ୍ରରେ ପରୀକ୍ଷା ଦେବେ। ଏହାସହ ଗୋଟିଏ ସମୟରେ ପରୀକ୍ଷା ହେବ। ଆସନ୍ତା ମାସ ହେବାକୁ ଥିବା ଷାଣ୍ମାସିକ ଓ ବାର୍ଷିକ ପରୀକ୍ଷାରେ ଏହି ବ୍ୟବସ୍ଥା ଲାଗୁ ହେବ। ଏନେଇ ବିଧିବଦ୍ଧ ଭାବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୂଚନା ଦେଇଛନ୍ତି।
Author: Samikhsya Bureau
କେଦାର ମିଶ୍ର କବି ଜୟନ୍ତ ମହାପାତ୍ରଙ୍କୁ ଆଜି ୯୧ ପୂରି ୯୨ ଚାଲିଲା। ଏଇ ବୟସରେ ତାଙ୍କୁ ଦେଖିଲେ, ପ୍ରଥମେ ଗୋଟେ ସନ୍ଦେହର ଭାବନା ମନକୁ ଆସିବ; ନା ମ, ତାଙ୍କୁ ଏତେ ବୟସ ହୋଇନଥିବ। ଆଜି ବି ତାଙ୍କ ବୟସ ତାଙ୍କୁ ଛୁଇଁ ପାରିନାହିଁ। ଆଜି ବି ଆନ୍ତର୍ଜାତିକ ଖ୍ୟାତି ସମ୍ପନ୍ନ ସାହିତ୍ୟ ପତ୍ରିକା “ପ୍ୟାରିସ ରିଭ୍ୟୁ” ରେ ତାଙ୍କର କବିତା ବାହାରିବାକୁ ଯାଉଛି ଓ ତାଙ୍କ ଲାଗି ଲେଖିବାର ଆଗ୍ରହ ସେହି ତାରୁଣ୍ୟ ବେଳାରେ ହିଁ ରହିଛି। ବେଳେ ବେଳେ ମୋତେ ଲାଗେ ଜୟନ୍ତ ମହାପାତ୍ରଙ୍କ ତାରୁଣ୍ୟ ତାଙ୍କ ଭିତରେ ଘର କରି ରହିଯାଇଛି। ସେ ବହୁତ ଡେରିରେ ଲେଖାଲେଖି ଆରମ୍ଭ କଲେ-ପ୍ରାୟ ୪୫ ବର୍ଷ ବେଳକୁ ତାଙ୍କର ପ୍ରଥମ କବିତା ବାହାରିଲା। ସତେକି ସେଇ ପରିପକ୍ଵ ବୟସରୁ ସେ ବାରମ୍ବାର ଯୌବନକୁ ଫେରି ଯାଉଛନ୍ତି। ଇଂରାଜୀ ଭାଷାରେ ଭାରତୀୟ କବିତାର ଶିଖର ପୁରୁଷ ସିଏ। ଏ.କେ.ରାମାନୁଜନ, ନିସିମ…
ସମୀକ୍ଷା ବ୍ୟୁରୋ ବାଣପୁରରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ନୀଳାଦ୍ରିପସାଦ ପଞ୍ଚାୟତର କଦଳୀବାରି ନିକଟସ୍ଥ ସାଇ ମନ୍ଦିର ସମ୍ମୁଖରେ ଏହି ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ଦୁଇ ଜଣ ଆହତ ହୋଇଥିବା ବେଳେ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ଆହତ ଦ୍ବୟ ଭେଟେଶ୍ବର ପଞ୍ଚାୟତର ଭେଟେଶ୍ବର ଗ୍ରାମର ବୋଲି ଜଣାପଡିଛି। ଉଭୟ ବିରଜାଇ ମନ୍ଦିର ଠାରୁ ଗାଁ ଅଭିମୁଖେ ଆସୁଥିବା ସମୟରେ ଭାରସାମ୍ୟ ହରାଇ ଦୁର୍ଘଟଣା ଘଟାଇଥିଲେ। ସ୍ଥାନୀୟ ଯୁବକମାନେ ଉଭୟଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ଜରିଆରେ ବାଣପୁର ଡାକ୍ତରଖାନାକୁ ପଠାଇଛନ୍ତି। ମାତ୍ର ସେଠାରେ ଅବସ୍ଥା ଅଧିକ ଗୁରୁତର ହେବାରୁ ଭୁବନେଶ୍ବର ସ୍ଥାନାନ୍ତର କରାଯାଇଛି।
ବିଜେପୁର ଉପ ନିର୍ବାଚନ ସମାପ୍ତ ହୋଇଥିବା ବେଳେ ଆସନ୍ତା 24 ତାରିଖରେ ନିର୍ବାଚନୀ ଫଳାଫଳ ପ୍ରକାଶ ପାଇବ । ନିର୍ବାଚନୀ ଫଳାଫଳ ପୂର୍ବରୁ ବିଜେଡି ପ୍ରାର୍ଥୀ ରୀତା ସାହୁ ବିପୁଳ ବିଜୟ ହାସଲ କରିବେ ବୋଲି ଶ୍ରମ ମନ୍ତ୍ରୀ ସୁଶାନ୍ତ ସିଂ ପୂର୍ବାନୂମାନ କରିଛନ୍ତି । ରୀତା ସାହୁଙ୍କୁ ଚଳିତ ନିର୍ବାଚନରେ 1.25 ଲକ୍ଷରୁ 1.40 ଲକ୍ଷ ଭୋଟ ମିଳିବ ଏବଂ ସେ ନବୀନଙ୍କ ଠାରୁ ଅଧିକ ବ୍ୟବଧାନରେ ବିଜୟୀ ହେବେ ବୋଲି ସୁଶାନ୍ତ ସିଂ କହିଛନ୍ତି । ଏପ୍ରିଲ୍ ମାସରେ ଅନୁଷ୍ଠିତ ନିର୍ବାଚନରେ ନବୀନ 1.10 ଲକ୍ଷ ଭୋଟ ପାଇଥିଲେ ।
ସମୀକ୍ଷା ବ୍ୟୁରୋ ବିଗତ ଦୁଇ ବର୍ଷ ମଧ୍ୟରେ ବିଜେପୁରରେ ତୃତୀୟ ଥର ପାଇଁ ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି। ଅକ୍ଟୋବର ୨୧ ତାରିଖ ସୋମବାର ଅନୁଷ୍ଠିତ ଉପ ନିର୍ବାଚନରେ ୭୯.୧୭ ପ୍ରତିଶତ ଭୋଟ ପଡିଥିବା ଜଣାପଡିଛି। ମଙ୍ଗଳବାର ମୁଖ୍ୟ ନିର୍ବାଚନ କମିଶନରଙ୍କ ପକ୍ଷରୁ ଏକ ପ୍ରେସ୍ ମିଟ୍ କରାଯାଇ ଏହି ସୂଚନା ପ୍ରଦାନ କରାଯାଇଥିଲା। ଗତ ଏପ୍ରିଲ୍ ମାସରେ ଅନୁଷ୍ଠିତ ସାଧାରଣ ନିର୍ବାଚନରେ ୭୯.୨୮ ପ୍ରତିଶତ ଭୋଟ ପଡିଥିବା ବେଳେ ଫେବୃୟାରୀ ଉପ ନିର୍ବାଚନରେ ୮୨,୧୭ ପ୍ରତିଶତ ଭୋଟ ରେକର୍ଡ କରାଯାଇଥିଲା। ଉଲ୍ଲେଖଯୋଗ୍ୟ ଯେ ପାଞ୍ଚ ଜଣ ପ୍ରାର୍ଥୀ ମଇଦାନରେ ଥିଲେ ମଧ୍ୟ ବିଜେଡି-କଂଗ୍ରେସ-ବିଜେପି ମଧ୍ୟରେ ତ୍ରୀମୁଖୀ ଲଢେଇ ହେବ। ବିଜେଡି ପକ୍ଷରୁ ରୀତା ସାହୁ, ବିଜେପି ପକ୍ଷରୁ ସନତ ଗଡତିଆ ଏବଂ କଂଗ୍ରେସର ଦିଲ୍ଲୀପ ପଣ୍ଡାଙ୍କ ମଧ୍ୟରେ କଡା ମୁକାବିଲା ହେବ । ଆସନ୍ତା ୨୪ ତାରିଖରେ ନିର୍ବାଚନ ଫଳାଫଳ ଘୋଷଣା ହେବ।
ସମୀକ୍ଷା ବ୍ୟୁରୋ ଭୁବନେଶ୍ୱରସ୍ଥିତ ସାମନ୍ତରାପୁରର ଦିବ୍ୟବିହାର ଅଞ୍ଚଳରେ ଜଣେ ବୃଦ୍ଧ ଦମ୍ପତିଙ୍କ ଘରୁ ଲୁଟ୍ ହୋଇଥିବା ଅଭିଯୋଗ ହୋଇଛି।। ଘର ଭିତରେ ବୃଦ୍ଧ ଦମ୍ପତିଙ୍କୁ ତାଲା ପକାଇ ଦୁର୍ବୃତ୍ତମାନେ ସୁନା ଗହଣା ଲୁଟି ନେଇଛନ୍ତି। ଦିବ୍ୟବିହାରରେ ଏହି ଦମ୍ପତ୍ତି ଏକ ଭଡାଘରେ ରହୁଥିବା ବେଳେ ତାଙ୍କ ନିକଟରେ ତାଙ୍କ ଝିଅ ଏବଂ ନାତି ରହୁଥିଲେ। ଗତକାଲି ଦୁର୍ବୃତ୍ତମାନେ ତାଙ୍କ ଘରର ଗ୍ରୀଲ୍ ତାଡ଼ି ଭିତରେ ପଶି ଚୋରି କରିଥିଲେ। ସକାଳୁ ଚୋରି ସମ୍ବନ୍ଧରେ ଲିଙ୍ଗରାଜ ଥାନାରେ ଏତଲା ଦିଆଯିବା ପରେ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି କରିଛି।
ଦୁଇରୁ ଅଧିକ ସନ୍ତାନ ଥିବା ଆସାମୀ ନାଗରିକଙ୍କୁ ଆସାମ ସରକାରଙ୍କ ଅଧୀନରେ ଚାକିରି ମିଳିବ ନାହିଁ। ସୋମବାର ଆସାମ ସରକାରଙ୍କ କ୍ୟାବିନେଟ୍ ବୈଠକରେ ଏହି ନିଷ୍ପତ୍ତି ଗ୍ରହଣ କରାଯାଇଛି। ଦେଶର ପ୍ରଥମ ରାଜ୍ୟ ଭାବରେ ଆସାମ ଏହି ଐତିହାସିକ ନିଷ୍ପତ୍ତି ନେଇଛି। ଆସନ୍ତା ୨୦୨୧ ମସିହାରୁ ଆସାମରେ ଏହି ନିଷ୍ପତ୍ତି ଲାଗୁ କରାଯିବା ନେଇ ସୋମବାର ବିଳମ୍ବିତ ରାତିରେ ଆସାମ କ୍ୟାବିନେଟ ଏହି ନିଷ୍ପତ୍ତି ଗ୍ରହଣ କରିଛନ୍ତି। ଜାନୁୟାରୀ ୧ ତାରିଖରୁ ଏହି ନିଷ୍ପତ୍ତି ଲାଗୁ କରାଯିବ। ବର୍ତ୍ତମାନ ସରକାରୀ ଚାକିରିରେ ରହିଥିବା କର୍ମଚାରୀ ମଧ୍ୟ ଏହି ନିୟମକୁ କଡାକଡି ଭାବରେ ପାଳନ କରିବା ପାଇଁ ନିର୍ଦ୍ଦେଶନାମା ଜାରି କରାଯାଇଛି। ଏହା ସହିତ ଜମି ଅଧିଗ୍ରହଣ ପାଇଁ ନୂତନ ନିୟମକୁ ମଞ୍ଜୁରୀ ମିଳିଛି। ଏହି ନୂତନ ନିୟମ ଅନୁଯାୀ ରାଜ୍ୟରେ ଭୂମିହୀନ ଲୋକଙ୍କୁ ଗୃହ ନିର୍ମାଣ ପାଇଁ ଅଧ ବିଘା ଜମି ପ୍ରଦାନ କରାଯିବ। ଏହି ଜମିକୁ ୧୫ ବର୍ଷ ପର୍ଯ୍ୟନ୍ତ…
A huge old tree uprooted due to heavy rain, partially blocked Ramdurg-Belagavi Road, on Tuesday early morning. UNI PHOTO-1U
Workers of Congress, TDP, CPI, CPI(M) and others cooking food on the 18th day of the strike of TSRTC employees in support of their demands at JBS (Jubilee Bus Station), in Secunderabad on Tuesday. UNI PHOTO-4U
ପୂର୍ବତନ ଅର୍ଥମନ୍ତ୍ରୀ ପି ଚିଦାମ୍ବରମଙ୍କୁ ଆଇଏନଏକ୍ସ ମିଡିଆ ମାମଲାରେ ସାମାନ୍ୟ ଆଶ୍ବସ୍ତି ମିଳିଛି। ମଙ୍ଗଳବାର ଦିନ ସୁପ୍ରିମକୋର୍ଟଙ୍କ ପକ୍ଷରୁ ଚିଦାମ୍ବରମଙ୍କୁ ଜାମିନ ମିଳିଛି। ସିବିଆଇ ପକ୍ଷରୁ ଦାୟର କରାଯାଇଥିବା ମାମଲାରେ ମଙ୍ଗଳବାର ଚିଦାମ୍ବରମଙ୍କୁ ଜାମିନ ପ୍ରଦାନ କରାଯାଇଛି। ଜଷ୍ଟିସ୍ ଆର ଭାନୁମତୀ, ଏ ଏସ୍ ବୋପାନ୍ନା ଏବଂ ହ୍ରିଷିକେଶ ରୟଙ୍କ ଦ୍ବାରା ଗଠିତ ଖଣ୍ଡପୀଠ ଚିଦାମ୍ବରମଙ୍କୁ ଜାମିନ ପ୍ରଦାନ କରିଛନ୍ତି। ଜାମିନ ମିଳିଥିଲେ ମଧ୍ୟ ଗିରଫଦାରୀରୁ ଚିଦାମ୍ବରମଙ୍କୁ ମୁକ୍ତି ମିଳିବ ନାହିଁ। ଆସନ୍ତା ଅକ୍ଟୋବର ୨୪ ତାରିଖ ପର୍ଯ୍ୟନ୍ତ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟକୁ ଚିଦାମ୍ବରମଙ୍କ ଗିରଫଦାରୀର ଅନୁମତି ମିଳିଛି।
ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଅନୁଷ୍ଠିତ ଟେଷ୍ଟ ସିରିଜ୍କୁ କ୍ଲିନ୍ ସୁଇପ୍ କରିଛି ବିରାଟ କୋହଲିଙ୍କ ଭାରତୀୟ ଦଳ। ଗତକାଲି ବିଜୟ ଠାରୁ ଦୁଇଟି ଓ୍ବିକେଟ୍ ଦୂରରେ ରହିଥିବା ଭାରତୀୟ ଦଳ ଆଜି ମାତ୍ର ଦୁଇ ଓଭର ମଧ୍ୟରେ ଦୁଇଟି ଓ୍ବିକେଟ ଅକ୍ତିଆର କରି ଇନିଂସ ଓ ୨୦୨ ରନ୍ରେ ବିଜୟୀ ହୋଇଥିଲା। ଗତକାଲିର ସ୍କୋରରେ ଦକ୍ଷିଣ ଆଫ୍ରିକା ମାତ୍ର ୧ରନ୍ ଯୋଡି ଅଲ୍ଆଉଟ ହୋଇଥିଲା। ଲଗାତାର ଦୁଇ ବଲ୍ରେ ସ୍ଥାନୀୟ ବୋଲର ଶାହବାଜ ନଦୀମ ଏହି ଦୁଇ ଓ୍ବିକେଟ୍ ଅକ୍ତିଆର କରିଥିଲେ। ଦକ୍ଷିଣ ଆଫ୍ରିକା ପକ୍ଷରୁ ଏଲ୍ଗାରଙ୍କ ବଦଳ ଖେଳାଳି ଭାବରେ ବ୍ୟାଟିଂ କରିବାକୁ ଆସିଥିବା ଥେନସ୍ ଡି ବ୍ରୁଇନ୍ ସର୍ବାଧିକ ୩୦ ରନ୍ ସଂଗ୍ରହ କରିଥିଲେ। ଭାରତ ପକ୍ଷରୁ ମହମ୍ମଦ ସାମି ୧୦ ରନ୍ରେ ୩ଟି ଓ୍ବିକେଟ୍ ଅକ୍ତିଆର କରି ଦକ୍ଷିଣ ଆଫ୍ରିକାର ବ୍ୟାଟିଂ ମେରୁଦଣ୍ଡ ଭାଙ୍ଗି ଦେଇଥିଲେ। ଉମେଶ ଯାଦବ ଏବଂ ଶାହବାଜ ନଦୀମ୍ ଦୁଇଟି…
ଭଦ୍ରକ ଜିଲ୍ଲା ବନ୍ତ ବ୍ଲକ୍ ଆଡ଼ିଆ ପଞ୍ଚାୟତର ଅଗିରାଗାଡ଼ିଆ ଗାଁରେ ଗତକାଲି ଵିଲମ୍ଵିତ ରାତିରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ଏଥିରେ 3ଟି ପରିବାରର 15 ବଖରା ଘର, 10ଟି ଛେଳି ଓ 6ଟି ଗାଇ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି । ଵିଦ୍ୟୁତ୍ ସଟ୍ସର୍କିଟ୍ ଯୋଗୁ ଅଗ୍ନିକାଣ୍ଡ ଘଟିଥିବା କୁହାଯାଉଛି । ଖବର ପାଇ ଆଗରପଡ଼ାରୁ ଅଗ୍ନିଶମ ବାହିନୀ ଆସି ନିଆଁକୁ ଆୟତ୍ତ କରିଥିଲେ ।
ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡିକର ମିଶ୍ରଣ ପ୍ରତିବାଦରେ ବ୍ୟାଙ୍କ କର୍ମଚାରୀ ସଂଘ ଆଜି ଦିନିକିଆ ଧର୍ମଘଟ ଡାକରା ଦେଇଛନ୍ତି । ସର୍ବ ଭାରତୀୟ ବ୍ୟାଙ୍କ କର୍ମଚାରୀ ସଂଘ ଏବଂ ଭାରତୀୟ ବ୍ୟାଙ୍କ କର୍ମଚାରୀ ସଂଘ ପକ୍ଷରୁ ଏହି ବନ୍ଦ ଡାକରା ଦିଆଯାଇଛି । କେନ୍ଦ୍ର ସରକାରଙ୍କ ପକ୍ଷରୁ 10 ରାଷ୍ଟ୍ରାୟତ୍ତ ବ୍ୟାଙ୍କର ମିଶ୍ରଣକୁ ବ୍ୟାଙ୍କ କର୍ମଚାରୀ ସଂଘ ବିରୋଧ କରିଛନ୍ତି । ଏହି ପ୍ରସଙ୍ଗକୁ ନେଇ ଶ୍ରମ ମନ୍ତ୍ରାଳୟ ସହ ବ୍ୟାଙ୍କ କର୍ମଚାରୀ ସଂଘର ଆଲୋଚନା ବିଫଳ ହେବାପରେ ବ୍ୟାଙ୍କ କର୍ମଚାରୀ ସଂଘ ଧର୍ମଘଟ ଡାକରା ଦେଇଛନ୍ତି । ଏହି 10ଟି ବ୍ୟାଙ୍କକୁ ମିଶାଇ 4ଟି ବୃହତ ବ୍ୟାଙ୍କ ପ୍ରତିଷ୍ଠା କରିବାକୁ କେନ୍ଦ୍ର ସରକାର ଯୋଜନା କରିଛନ୍ତି । ଏହି ବ୍ୟାଙ୍କ ଧର୍ମଘଟରେ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ କର୍ମଚାରୀ ସାମିଲ ହେବେ ନାହିଁ ବୋଲି ଜଣାପଡ଼ିଛି ।
କେଦାର ମିଶ୍ର ଯାଜପୁର ଏସପିଙ୍କ ତଦନ୍ତକାରୀ କ୍ଷମତାକୁ ଗତ କିଛି ଦିନ ହେଲା, ବିଜେପି ପ୍ରବକ୍ତା ଲେଖାଶ୍ରୀ ସାମନ୍ତସିଂହାର ଯେମିତି ଖିନଭିନ କରି ପକାଉଛନ୍ତି ଓ ଯାଜପୁର ପୋଲିସର ସବୁ ତଥ୍ୟକୁ ଗାଲୁଗପ ବୋଲି କହି ନିଜର କାହାଣୀ ଶୁଣାଇ ଚାଲିଛନ୍ତି, ସେଥିରୁ ଆମେ ଗୋଟିଏ ବିନମ୍ର ପ୍ରସ୍ତାବ ରଖିବାକୁ ଚାହୁଁଛୁ- ରାଜ୍ୟ ସରକାର ଏବେ ପୋଲିସ ବଦଳରେ ବିରୋଧୀ ଦଳର ପ୍ରବକ୍ତାମାନଙ୍କୁ ଅପରାଧ ତଦନ୍ତ ଦାୟିତ୍ଵ ଦିଅନ୍ତୁ! ବିରୋଧୀ ଭାବରେ ସରକାରକୁ ଘେରିବା ଓ ପୋଲିସ ତଦନ୍ତକୁ ନିଜର ମର୍ଜି ମୁତାବକ ପ୍ରତ୍ୟାଖ୍ୟାନ କରିବା ଏକା କଥା ନୁହେଁ। ଏକଥା ଓଡିଶା ବିଜେପି ନେତାମାନେ ବୁଝିବାକୁ ନାରାଜ। ଆତ୍ମହତ୍ୟାର ଏକ ସାଧାରଣ ମନସ୍ତାତ୍ତ୍ଵିକ କାରଣ ଭାବରେ ମାନସିକ ଚାପକୁ ଗ୍ରହଣ କରା ଯାଇଥାଏ। ତେବେ ଆତ୍ମହତ୍ୟା ଯେ ଏକ ରାଜନୈତିକ ପ୍ରକ୍ରିୟା, ଏକଥା ଗତ କିଛି ଦିନ ହେଲା ଓଡିଶା ରାଜନୀତିରେ ପ୍ରମାଣିତ ହେଉଛି। ଯାଜପୁର ଜିଲ୍ଲାର ହରିଦାସପୁର ପଞ୍ଚାୟତରେ…
ଶ୍ରୀମନ୍ଦିର ଚତୁଃପାର୍ଶ୍ୱରୁ ଉଚ୍ଛେଦ ଅଭିଯାନ ମାମଲାରେ ଆଜି ସୁପ୍ରିମକୋର୍ଟରେ ହେବ ଶୁଣାଣି । ଇତିମଧ୍ୟରେ ରାଜ୍ୟ ସରକାରଙ୍କ ପକ୍ଷରୁ ସୁପ୍ରିମକୋର୍ଟରେ ଷ୍ଟାଟସ୍ ରିପୋର୍ଟ ଦାଖଲ କରାଯାଇ ସାରିଛି । ପୁରୀ ଜିଲ୍ଲାପାଳଙ୍କଠାରୁ ସଂଗୃହୀତ ନଥିପତ୍ର ଓ ସୂଚନା ଆଧାରରେ ରାଜ୍ୟ ସରକାରଙ୍କ ଉଚ୍ଛେଦ ମାମଲା ନେଇ ଷ୍ଟାଟସ ରିପୋର୍ଟରେ ତଥ୍ୟ ଉପସ୍ଥାପନା କରାଯାଇଛି । ଶ୍ରୀଜଗନ୍ନାଥ ମନ୍ଦିରର 75 ମିଟର ଆଖପାଖରେ ଥିବା ମଠମାନଙ୍କ ସମ୍ପର୍କରେ ମଧ୍ୟ ଷ୍ଟାଟସ ରିପୋର୍ଟ ଦାଖଲ କରାଯାଇଛି । ସମ୍ପନ୍ନ ମଠ ଓ ମନ୍ଦିରଗୁଡ଼ିକର ଉଚ୍ଛେଦ ପ୍ରସଙ୍ଗରେ ସୁପ୍ରିମକୋର୍ଟ ରାଜ୍ୟ ସରକାରଙ୍କ ଉପରେ ଅସନ୍ତୋଷ ବ୍ୟକ୍ତ କରିଥିଲେ ।

