Author: Samikhsya Bureau

ସମୀକ୍ଷା ବ୍ୟୁରୋ ଆସନ୍ତାକାଲି ନବୀନଙ୍କ ୭୪ ତମ ଜନ୍ମ ଦିନ। ବର୍ତ୍ତମାନ ସେ ୭୪ ବର୍ଷ ପୁରଣ କରି ୭୫ ବର୍ଷରେ ପାଦଦେବେ। ତେବେ ଚଳିତ ବର୍ଷ ନିଜର ଜନ୍ମଦିବସ ପାଳନ ନ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଷ୍ପତ୍ତି ନେଇଛନ୍ତି। ଫନୀ ବାତ୍ୟା ରାଜ୍ୟର ବିପୁଳ କ୍ଷତି କରିଥିବାରୁ ମୁଖ୍ୟମନ୍ତ୍ରୀ ଏପରି ନିଷ୍ପତ୍ତି ନେଇଛନ୍ତି। ଏହି ଘୋଷଣା ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଓଡ଼ିଶାବାସୀ ହେଉଛନ୍ତି ତାଙ୍କ ପରିବାର। ଓଡ଼ିଶାବାସୀଙ୍କ ସ୍ନେହ ଓ ଭଲପାଇବା ତାଙ୍କୁ ଋଣୀ କରିଛି। ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ଜନ୍ମଦିବସ ଅବସରରେ ରକ୍ତଦାନ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଅବସରରେ ନିଜର ଦଳର କର୍ମୀ ଭାଇଭଉଣୀ ତଥା ଶୁଭେଚ୍ଛୁ ମାନଙ୍କୁ ନିବେଦନ କରିଛନ୍ତି ଯେ, ତାଙ୍କ ଜନ୍ମଦିନ ଶୁଭେଚ୍ଛା ଜଣାଇବା ପାଇଁ ଭୁବନେଶ୍ବର, ନବୀନ ନିବାସ ନ ଆସି ନିକଟସ୍ଥ ଅନାଥାଶ୍ରମ ଓ ଭିନ୍ନକ୍ଷମ ପିଲାମାନେ ଥିବା ସ୍କୁଲକୁ ଯାଆନ୍ତୁ ଓ ସେମାନଙ୍କ…

Read More

ସମୀକ୍ଷା ବ୍ୟୁରୋ ଓଡ଼ିଶାରେ ବାଂଲାଦେଶୀ ଆତଙ୍କବାଦୀଙ୍କ ଗତିବିଧି ରୋକିବାକୁ ରାଜ୍ୟର ୫ଟି ପ୍ରମୁଖ ରେଳ ଷ୍ଟେସନରେ ସୁରକ୍ଷା ବୃଦ୍ଧି କରାଯିବ। ରେଳ ସୁରକ୍ଷା ବୈଠକ ପରେ ରେଲୱେ ଏଡିଜି ପ୍ରାଣବିନ୍ଦୁ ଆଚାର୍ଯ୍ୟ ଏନେଇ ସୂଚନା ଦେଇଛନ୍ତି। ଉଲ୍ଲେଖଯୋଗ୍ୟ, ଦେଶରେ ବାଂଲାଦେଶୀ ଆତଙ୍କବାଦୀ ସଂଗଠନର ଗତିବିଧି ବୃଦ୍ଧି ପାଇଛି। ତେବେ ଓଡ଼ିଶାରେ ମଧ୍ୟ ବାଂଲାଦେଶୀ ଆତଙ୍କବାଦୀଙ୍କ ଚଳପ୍ରଚଳ ବଢୁଥିବା ନେଇ ଗତକାଲି ନୂଆଦିଲ୍ଲୀରେ ବସିଥିବା ବୈଠକରେ ଏନଆଇଏ ଡିଜି ଯୋଗେଶ ଚନ୍ଦ୍ର ମୋଦୀ ସୂଚନା ଦେଇଥିଲେ। ଓଡ଼ିଶା, ଆସାମ ଓ ଝାଡ଼ଖଣ୍ଡରେ ବାଂଲାଦେଶୀ ଆତଙ୍କବାଦୀଙ୍କ ଗତିବିଧି ବଢିଛି ବୋଲି ଏନଆଇଏ ଡିଜି ଯୋଗେଶ ଚନ୍ଦ୍ର ମୋଦୀ କହିଥିଲେ। ଓଡ଼ିଶାରେ ବାଂଲାଦେଶୀ ଆତଙ୍କବାଦୀଙ୍କ ଚଳପ୍ରଚଳ ବଢୁଥିବାରୁ ତାକୁ ପ୍ରତିହତ କରିବା ପାଇଁ ରେଳ ସୁରକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ୫ଟି ପ୍ରମୁଖ ରେଳ ଷ୍ଟେସନର ସୁରକ୍ଷା ବୃଦ୍ଧିସହିତ କେନ୍ଦ୍ର ସରକାରଙ୍କ ଇଣ୍ଟିଗ୍ରେଟେଡ୍‌ ସିକ୍ୟୁରିଟି ସ୍କିମ୍‌ ଅନୁସାରେ ସୁରକ୍ଷା ବଢାଯିବା ଉପରେ ଆଲୋଚନା…

Read More

ଜମ୍ମୁ କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ୍‌ ଅବଦୁଲ୍ଲାଙ୍କ ଝିଅ ଏବଂ ଭଉଣୀଙ୍କୁ ଅଟକ ରଖିଛି ଜମ୍ମୁ କାଶ୍ମୀର ପୋଲିସ୍‌। ଧାରା ୩୭୦ ଉଚ୍ଛେଦ ପ୍ରତିବାଦରେ ବିରୋଧ ପ୍ରଦର୍ଶନ କରୁଥିବା ବେଳେ ଅବଦୁଲ୍ଲାଙ୍କ ଭଉଣୀ ସୁରେୟା ଏବଂ ଝିଅ ସାଫିୟାକୁ ପୋଲିସ୍‌ ଅଟକ ରଖିଛି। ଧାରା ୩୭୦ ଉଚ୍ଛେଦ ପ୍ରତିବାଦରେ ଶ୍ରୀନଗରରେ ଧାରଣା ଅବସରରେ ପୋଲିସ୍ ଉଭୟଙ୍କୁ ଅଟକ ରଖିଛି। କାଶ୍ମୀର ମହିଳାଙ୍କୁ ଅନ୍ୟ ରାଜ୍ୟରେ ବିବାହ ଅନୁମତିର ବିରୋଧ କରି କିଛି ମହିଳାଙ୍କ ସହିତ ପ୍ଲା କାର୍ଡ ଧରି ଉଭୟ ବିରୋଧ ପ୍ରଦର୍ଶନ କରୁଥିଲେ। କାଶ୍ମୀର ଜନସାଧାରଣ ଖୁସିଥିବା ନେଇ କେନ୍ଦ୍ର ସରକାର ଡିଣ୍ଡିମ ପିଟୁଥିବା ଜନସାଧାରଣଙ୍କ ବାସ୍ତବ ଅବସ୍ଥା କେହି ଦେଖାଉ ନାହାନ୍ତି ବୋଲି ଉଭୟ ପ୍ରକାଶ କରିଛନ୍ତି।

Read More

ଓଡ଼ିଶାରୁ ବିଦାୟ ନେଲା ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ। ଆଜି ତମାମ ରାଜ୍ୟରୁ ମୌସୁମୀ ବାୟୁ ବିଦାୟ ନେଇଥିବା ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ଚଳିତ ବର୍ଷ ସ୍ୱାଭାବିକ ଠାରୁ ୭% ଅଧିକ ବର୍ଷା ହୋଇଥିବା ରେକର୍ଡ କରାଯାଇଛି। ଜୁନ୍ ତୃତୀୟ ସପ୍ତାହରେ ମୌସୁମୀ ବାୟୁ ଓଡ଼ିଶା ଛୁଇଁଥିଲା ।

Read More

ପୁରୀ ଜଗନ୍ନାଥ ମନ୍ଦିର ପରେ ଏବେ ଭୁବନେଶ୍ୱର ସ୍ଥିତ ଲିଙ୍ଗରାଜ ମନ୍ଦିରର ସୌନ୍ଦର୍ଯ୍ୟକରଣ ପାଇଁ ରାଜ୍ୟ ସରକାର ଅଣ୍ଟା ଭିଡିଛନ୍ତି। ସରକାର ଆଜିଠାରୁ ଲିଙ୍ଗରାଜ ମନ୍ଦିର ଚତୁଃପାର୍ଶ୍ୱରୁ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ କରିଛନ୍ତି। ଏଥିପାଇଁ ବିଡିଏ  ଓ ବିଏମସିର ସ୍ୱତନ୍ତ୍ର ଟିମକୁ ଦାଯିତ୍ୱ ଦିଆଯାଇଛି। ଆଜି ପ୍ରଶାସନ ତରଫରୁ ଲିଙ୍ଗରାଜ ମନ୍ଦିର ଚତୁପାର୍ଶ୍ୱକୁ ଜବରଦଖଲ ମୁକ୍ତ କରିବା ପାଇଁ ପ୍ରୟାସ ଆରମ୍ଭ ହୋଇଛି। ଏଥିପାଇଁ ବିଡିଏ ଓ ବିଏମସି ଅଧିକାରୀମାନେ ପ୍ରଥମେ ମନ୍ଦିର ସଂଲଗ୍ନ ଅଂଚଳର ମାପଚୁପ କରିଛନ୍ତି। ସେମାନେ ବିଭିନ୍ନ ସ୍ଥାୟୀ ଘର, ଦୋକାନ ଓ ବାସଭବନକୁ ତଦାରଖ କରିଛନ୍ତି। ମାପଚୁପ ସରିବା ପରେ ଉଚ୍ଛେଦ ହେବ ବୋଲି ବିଡିଏ ଅଧିକାରୀ କହିଛନ୍ତି।

Read More

ଜାମିନ ଆବେଦନର ବିଚାର ଚାଲିଥିବା ବେଳେ କୋର୍ଟରୁ ଚମ୍ପଟ ମାରିଲେ ବାପ, ପୁଅ । ଏପରି ଏକ ଅଜବ ଘଟଣା କେନ୍ଦୁଝର ଜିଲ୍ଲାରେ ଦେଖିବାକୁ ମିଳିଛି । ସୂଚନା ଅନୁସାରେ, ଜିଲ୍ଲାର ତେଲକୋଇ ସରିଆଳି ଗାଁର ଦାସ ଖୁଣ୍ଟିଆ, ପୁଅ ଅନୀଲ ଖୁଣ୍ଟିଆ କୋର୍ଟରେ ଜାମିନ ପାଇଁ ଆବେଦନ କରିଥିଲେ । ଜାମିନ ଆବେଦନର ଶୁଣାଣି ଚାଲିଥିବା ସମୟରେ ବାପ ପୁଅ ସୁଯୋଗ ଦେଖି ଚମ୍ପଟ ମାରିଥିଲେ । ଦୁଇ ଅଭିଯୁକ୍ତଙ୍କୁ ଧରିବା ପାଇଁ ପୋଲିସ ଉଦ୍ୟମ ଜାରି ରହିଥିବା ବେଳେ ଚାରି କନେଷ୍ଟବଳଙ୍କୁ ନିଲମ୍ବନ କରାଯାଇଛି ।

Read More

କେଦାର ମିଶ୍ର  ଗତକାଲି ଯେତେବେଳେ ରୟାଲ ସୁଇସ ଏକାଡେମୀ ଅର୍ଥନୀତି ପାଇଁ ନୋବେଲ ପୁରସ୍କାର ବିଜେତାଙ୍କ ନାମ ଘୋଷଣା କଲେ, ତାହା ଅନେକାଂଶରେ ଭାରତ ପାଇଁ ଏକ ପ୍ରକାର ଚକିତ କରିଦେଲା ଭଳି ଖବର ଥିଲା। ଯଦିଓ ଅଭିଜିତ ବାନାର୍ଜୀ, ଜଗଦୀଶ ଭଗବତୀ, ପ୍ରଶାନ୍ତ ପଟ୍ଟନାୟକଙ୍କ ଭଳି ଅର୍ଥନୀତିଜ୍ଞଙ୍କ ନାମ ବେଳେ ବେଳେ ନୋବେଲ ପୁରସ୍କାର ଚର୍ଚ୍ଚାରେ ଥାଏ, ଏବର୍ଷ ସତରେ ଜଣେ ଭାରତୀୟ ନୋବେଲ ପୁରସ୍କାର ପାଇବେ ଏକଥା, କେହି ଚିନ୍ତା କରିନଥିଲେ। ଏହା ଏକ ପ୍ରକାର ସୁଖଦ ଆଶ୍ଚର୍ଯ୍ୟ ଥିଲା। ତେବେ ଭାରତର ଶାସକ ଦଳ ଓ ଏହାର ଭକ୍ତଙ୍କ ଲାଗି ଏ ଖବର ଏକ ପ୍ରକାର ଭୟଙ୍କର ହୃଦଘାତ ବୋଲି କୁହାଯାଇପାରେ। ଏ ବର୍ଷର ନୋବେଲ ବିଜେତା ଅର୍ଥନୀତିଜ୍ଞ ଅଭିଜିତ ମଜୁମଦାର ମୋଦୀ ଅର୍ଥନୀତିର ଜଣେ ଜଣାଶୁଣା ସମାଲୋଚକ ଓ ବିମୂଦ୍ରାକରଣ, ଗୁଜରାଟ ମଡେଲ, ଜିଏସଟି ଭଳି ବିଫଳ ଅର୍ଥନୈତିକ ପଦକ୍ଷେପ ଗୁଡିକର ସେ କଟୁ ସମାଲୋଚକ।ସେଥିପାଇଁ…

Read More

ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପାଇଁ ଭାରତୀୟ ଜନତା ପାର୍ଟି ଆଜି ଘୋଷଣା ପତ୍ର ଜାରି କରିଛି । ଏହାକୁ ସଂକଳ୍ପ ପତ୍ର ନାମ ଦିଆଯାଇଛି । ଏହାକୁ ବିଜେପିର କାର୍ଯ୍ୟକାରୀ ଅଧ୍ୟକ୍ଷ ଜେପି ନଡ୍ଡା, ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାବୀସ ଓ ରାଜ୍ୟ ବିଜେପି ଅଧ୍ୟକ୍ଷ ଚନ୍ଦ୍ରକାନ୍ତ ପାଟିଲ୍‌ଙ୍କ ସମେତ ଓ ଅନ୍ୟ ନେତାଙ୍କ ଉପସ୍ଥିତିରେ ଏହା ଜାରି କରାଯାଇଥିଲା । ବିଜେପି ଏଥିରେ ନିଜର ୫ ବର୍ଷର ସରକାରରେ ଏକ କୋଟି ଚାକିରି ଦେବ ବୋଲି କହିଛି । ଏଥିରେ ପୂରା ମହାରାଷ୍ଟ୍ରକୁ  ଭାରତ ନେଟ୍‌ ଓ ମହାରାଷ୍ଟ୍ର ନେଟ୍‌ ମାଧ୍ୟମରେ ଇଣ୍ଟରନେଟ୍‌ ସହ ଯୋଡ଼ିବାର ପ୍ରତିଶ୍ରୁତି ମଧ୍ୟ କରିଛନ୍ତି । ସେହିପରି ପ୍ରଧାନମନ୍ତ୍ରୀ ଆୟୁଷ୍ମାନ ଯୋଜନା ଓ ମହାତ୍ମା ଫୁଲେ ଜନ ଆରୋଗ୍ୟ ଯୋଜନାରୁ ଯେମିତି କୌଣସି ବଞ୍ଚିତ ନ ରୁହନ୍ତି ଏହାର ସୁନିଶ୍ଚିତ କରିବା ପାଇଁ ମଧ୍ୟ ଏହି ଘୋଷଣାପତ୍ରରେ ପ୍ରତିଶ୍ରୁତି ରହିଛି । ଏଥିସହିତ ଆଗାମୀ ୫…

Read More

ଉତ୍ତରପ୍ରଦେଶରେ କଂଗ୍ରେସ ନିଜର ସାଙ୍ଗଠନିକ ସ୍ଥିତିକୁ ମଜବୁତ୍‌ କରିବାକୁ ପ୍ରୟାସ କରୁଥିବାବେଳେ ଦଳକୁ ଏକ ବଡ ଝଟ୍‌କା ଲାଗିଛି । ଦଳର ବରିଷ୍ଠ ନେତା ତଥା ତିନି ତିନି ଥର ସାଂସଦ ରହିଥିବା ରାଜକୁମାରୀ ରତ୍ନା ସିଂହ ଆଜି ବିଜେପିରେ ସାମିଲ୍‌ ହୋଇଛନ୍ତି । ପ୍ରତାପଗଡ଼ର ପୂର୍ବତନ ସାଂସଦ ରାଜକୁମାରୀ ରତ୍ନା ସିଂହ ହେଉଛନ୍ତି ପୂର୍ବତନ ବିଦେଶ ମନ୍ତ୍ରୀ ରାଜ ଦିନେଶ ସିଂହଙ୍କ ପୁତ୍ରୀ । କଂଗ୍ରେସର ବରିଷ୍ଠ ନେତା ପ୍ରସାଦ ତିଓ୍ବାରୀଙ୍କ ଅତି ନିକଟତମ ହେଉଛନ୍ତି ରତ୍ନା ସିଂହ । ଉତ୍ତରପ୍ରଦେଶ କଂଗ୍ରେସ ପ୍ରଭାରୀ ପ୍ରିୟଙ୍କା ଗାନ୍ଧିଙ୍କ ସହ ତାଙ୍କର ମନୋମାଳିନ୍ୟ ପାଇଁ ସେ କଂଗ୍ରେସ ଛାଡ଼ିଥିବାର ଜଣାପଡିଛି । ପୂର୍ବରୁ ରତ୍ନା ଲକ୍ଷ୍ନୌଠାରେ ବିଜେପିରେ ସାମିଲ୍‌ ହେବ ବୋଲି କାର୍ଯ୍ୟକ୍ରମ ରହିଥିଲା । ଇତିମଧ୍ୟରେ ବିଧାନସଭାର ଉପନିର୍ବାଚନ ତାତି କାରଣରୁ ଏଥିରେ ପରିବର୍ତ୍ତନ କରାଯାଇଛି । ରାଜକୁମାରୀ ରତ୍ନା ସିଂହ ପ୍ରତାପଗଡ଼ ସଂସଦୀୟ ଆସନରୁ ୧୯୯୬, ୧୯୯୯ ଓ…

Read More

ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପୂର୍ବରୁ ଶରଦ ପଓ୍ବାରଙ୍କ ନ୍ୟାସନାଲିଷ୍ଟ କଂଗ୍ରେସ ପାର୍ଟିକୁ ବଡ ଝଟ୍‌କା । ଦଳର ଦୁଇ ବିଧାୟକ ମଙ୍ଗଳବାର ବିଜେପିରେ ଯୋଗଦାନ କରିଛନ୍ତି । ପୂର୍ବତନ ବିଧାୟକ ରାମରାଓ ଓ୍ବାଦକୁଟେ ଏବଂ ବର୍ତ୍ତମାନର ବିଧାୟକ ରହିଥିବା ବାପ୍ପୁ ପଠାରେ ବିଜେପି ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡାଙ୍କ ଉପସ୍ଥିତିରେ ବିଜେପିରେ ଯୋଗଦାନ କରିଛନ୍ତି । ମରାଠାଓ୍ବାଡାର ବିଧାୟକ ରହିଥିବା ଓ୍ବାଦକୁଟେ ଧାଙ୍ଗର ସମ୍ପ୍ରଦାୟର ହୋଇଥିବାରୁ ଏହା ବିଜେପି ପାଇଁ ସହାୟକ ହୋଇପାରେ । ସୋମବାର ଓ୍ବାଦକୁଟେ ନିଜର ଇସ୍ତଫା ପତ୍ର ପ୍ରଦାନ କରିଥିଲେ । ସେହିପରି ପୁନେର ବିଧାୟକ ରହିଥିବା ପଠାରେ ମଧ୍ୟ ଇସ୍ତଫା ପ୍ରଦାନ କରି ବିଜେପିରେ ଯୋଗଦାନ କରିଛନ୍ତି । ଉଭୟ ନେତା ସୋମବାର ନିଜର ଇସ୍ତଫାପତ୍ର ଏନ୍‌ସିପି ବିଧାୟକ ଦଳ ନେତା ରାମରାଜେ ନିମ୍ବଲକରଙ୍କ ନିକଟକୁ ପଠାଇଥିଲେ ।

Read More

ସମୀକ୍ଷା ବ୍ୟୁରୋ ଭାରତ ଇତିହାସରେ ଅକ୍ଟୋବର ୧୫ ଏକ ଗୁରୁତ୍ବପୂର୍ଣ୍ଣ ଦିବସ । ଆଜିର ଦିନରେ ଭାରତର ମିସାଇଲ୍‌ ମ୍ୟାନ୍‌ ତଥା ଭାରତର ପୂର୍ବତନ ରାଷ୍ଟ୍ରପତି ଏ.ପି.ଜେ. ଅବଦୁଲ୍‌ କଲାମ୍‌ ଜନ୍ମ ହୋଇଥିଲେ । ମିଶାଇଲ ମ୍ୟାନ୍ ନାଁରେ ପ୍ରସିଦ୍ଧ ଡା. କଲାମଙ୍କୁ ପିପୁଲ୍ସ ପ୍ରେସିଡେଣ୍ଟ୍ ମଧ୍ୟ କୁହାଯାଏ। କଲାମ ୧୯୩୧ ମସିହା ଅକ୍ଟୋବର ୧୫ ତାରିଖରେ ତାମିଲନାଡୁର ରାମେଶ୍ୱରମଠାରେ ଧନୁଷକୋଡି ନାମକ ଗାଁର ଏକ ମଧ୍ୟବିତ୍ତ ମୁସଲମାନ ପରିବାରରେ ତାଙ୍କର ଜନ୍ମ ହୋଇଥିଲା।  ତାଙ୍କ ପୂରା ନାଁ ଥିଲା ଅଭୁଲ ପାକିର ଜୈନୁଲାବଦ୍ଦୀନ ଅବଦୁଲ କଲାମ। ତାଙ୍କ ବାପାଙ୍କ ନାଁ ଜୈନୁଲାବଦ୍ଦୀନ ଥିଲା ଓ ମା’ଙ୍କ ନାମ ଥିଲା ଅସିଆମ୍ମା। ତାଙ୍କ ବାପା ଜଣେ ନାଉରୀ ଥିଲେ । ସେ ତିରୁଚିରପଲ୍ଲୀର ସେଣ୍ଟ ଜୋସେଫ୍ କଲେଜରୁ ପଦାର୍ଥ ବିଜ୍ଞାନ ଓ ଚେନ୍ନାଇର ମାଦ୍ରାସ ଇନ୍ସଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜିରୁ ଅନ୍ତରୀକ୍ଷ ଇଂଜିନିୟରିଂରେ ଡିଗ୍ରୀ ହାସଲ କରିଛନ୍ତି । ଦେଶର ରାଷ୍ଟ୍ରପତି ହେବା ପୂର୍ବରୁ…

Read More

ଭୁବନେଶ୍ବରର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରୁ 12 ଲକ୍ଷ ଟଙ୍କାର ସିଗାରେଟ୍‌ ଜବତ କରାଯାଇଛି । ବିମାନବନ୍ଦର ସୁରକ୍ଷା ଅଧିକାରୀ 12 ଲକ୍ଷ ଟଙ୍କାର ବିଦେଶୀ ସିଗାରେଟ୍‌ ସହିତ ଦୁଇ କୋଲକାତା ବ୍ୟବସାୟୀଙ୍କୁ ମଧ୍ୟ ଗିରଫ କରିଛନ୍ତି । ଉକ୍ତ ସିଗାରେଟ ଗୁଡିକୁ ଭୁବନେଶ୍ବର ଦେଇ କୁଆଲାଲାମ୍ପୁର ଚାଲାଣ କରାଯାଉଥିବା ଜଣାପଡିଛି । ବିମାନବନ୍ଦର ସୁରକ୍ଷା ଅଧିକାରୀ ସମୁଦାୟ 4 ଶହ ପ୍ୟାକେଟ୍‌ ସିଗାରେଟ ଜବତ କରିଛନ୍ତି ଯାହାର ଆନୁମାନିକ ମୂଲ୍ୟ 12 ଲକ୍ଷ ଟଙ୍କା ହେବ ବୋଲି ଜଣା ପଡିଛି ।

Read More

ରାଜ୍ୟର ଏକ ମାତ୍ର ଚିଡିଆଖାନା ନନ୍ଦନକାନନରେ ପୁଣି ଏକ ବାଘର ମୃତ୍ୟୁ ଘଟିଛି । ରକ୍ତ ସଙ୍କ୍ରମଣରେ ପୀଡିତ ଥିବା ମହାବଳ ବାଘ ଶୁଭ୍ରାଶୁଂ ମଙ୍ଗଳବାର ଦିନ ପ୍ରାଣ ହରାଇଛି ।  ସୋମବାର ଦିନ 10ଟା ବେଳେ ବାଘଟିର ମୃତ୍ୟୁ ହୋଇଥିବା ନେଇ ନନ୍ଦନକାନନ ମୁଖ୍ୟ ଜୟନ୍ତ କୁମାର ଦାସ ସୂଚନା ଦେଇଛନ୍ତି । କିଛି ଦିନ ତଳେ ହର୍ପିସ୍‌ରେ ପୀଡିତ ହୋଇ ହାତୀ ମାନେ ପ୍ରାଣ ହରାଇଥିବା ବେଳେ ଆଜି ଧଳାବାଘର ମୃତ୍ୟୁ ଘଟିଥିବା ଜଣାପଡିଛି । ଶୁଭ୍ରାଂଶୁର ମୃତ୍ୟୁ ପରେ ବର୍ତ୍ତମାନ ନନ୍ଦନକାନନରେ 12ଟି ଅଣ୍ଡିରା ଏବଂ 13ଟି ମାଇବାଘ ରହିଥିବା ଜଣାପଡିଛି ।

Read More

ରାଉରକେଲା କୁଆଁରମୁଣ୍ଡା ବ୍ଲକ କାର୍ଯ୍ୟାଳୟରୁ ଏକ ବଡ ଧରଣରୁ ଲୁଟ ହୋଇଛି । କିଛି ଦୁବୃର୍ତ୍ତ ବାଇକରେ ଆସି ବନ୍ଧୁକ ଦେଖାଇ ୧୩ ଲକ୍ଷ ଟଙ୍କା ଲୁଟ କରିନେଇଛନ୍ତି । ଆଜି ସକାଳେ ଏକ ଗାଡିରେ ଭତ୍ତା ଟଙ୍କା ନେଇ ବ୍ଲକ କୋଷାଧ୍ୟକ୍ଷ ଓ ସିକ୍ୟୁରିଟି ଗାର୍ଡ ଯାଉଥିଲେ । ସେହି ସମୟରେ ୩ଟି ବାଇକରେ ୫ଜଣ ଦୁର୍ବୃତ୍ତ ମୁଖା ପିନ୍ଧି ଆସିଥିଲେ । ସେମାନେ ସିକ୍ୟୁରିଟି ଗାର୍ଡ ଓ କୋଷାଧ୍ୟକ୍ଷଙ୍କୁ ବନ୍ଧୁକ ଦେଖାଇ ଧମକାଇବା ସହ ମାଡ ମଧ୍ୟ ମାରିଥିଲେ। ଏହାସହ ପ୍ରାୟ ୧୩ଲକ୍ଷ ଟଙ୍କା ଲୁଟି ନେଇଥିଲେ । ଏନେଇ ଥାନାରେ ଲିଖିତ ଅଭିଯୋଗ ହେବା ପରେ ପୋଲିସ ଏହାର ତଦନ୍ତ କରୁଛି ।

Read More