Author: Samikhsya Bureau

ପଞ୍ଚାନନ କାନୁନଗୋ ଅନେକ ବିଶେଷତ୍ୱରେ ପରିପୂର୍ଣ୍ଣ ଗାନ୍ଧିଜୀଙ୍କର ସରଳ ଜୀବନଚର୍ଯ୍ୟା, ସରଳ ବାକ୍ୟବିନ୍ୟାସ, ସରଳ ଓ ସୁମଧୁର ବାର୍ତ୍ତା ଭିତରେ ଗୋଟିଏ ସରଳ ପ୍ରାର୍ଥନା ଥିଲା । ଏହି ପ୍ରାର୍ଥନା ରାମଧୁନ ଆବାଳ ବୃଦ୍ଧବନିତା ନିର୍ବୋଧତାର ଉଚ୍ଚାରଣ ମାଧ୍ୟମରେ ‘ମଲା’ ‘ମଲା’ ରୁ ରାମର ପରିଚୟ ହୃଦଗତ କରିବେ । କାରଣ ଏଥିରେ ସୁବିସ୍ତୃତ ବାର୍ତ୍ତା ଅତି ସରଳ ଭାବେ ବର୍ଣ୍ଣନା ହୋଇଥିଲା । ରାମଧୁନ୍ ସଂବିଧାନ ଗୃହୀତ ଜାତୀୟ ସଂଗୀତ ନୁହେଁ । ତେବେ ଏହା ମାନବ ଜାତିର ସଂଗୀତ । ଯେଉଁଥିରେ ସଂକୀର୍ଣ୍ଣ ଧର୍ମାନ୍ଧତା ନଥିଲା, ହେଲେ ମାନବବାଦୀ ଆଧ୍ୟାତ୍ମିକ ଚେତନାର ଭରପୁର ବାର୍ତ୍ତା ଥିଲା । ଏଥିରେ ରାଷ୍ଟ୍ର-ରାଷ୍ଟ୍ରନାୟକ ଉଭୟର ରୂପ ଗୋଟିଏ ପ୍ରତୀକ ରାଜା ରାମ୍ ଠାରେ ହିଁ ଦୃଶ୍ୟମାନ ହେବାର ଅଭିପ୍ରାୟ ଓ ବାର୍ତ୍ତା ଥିଲା । ଶକ୍ତି ଓ ପୁରୁଷାକାରର ସମ୍ମିଶ୍ରଣର ରାଷ୍ଟ୍ରକର୍ତ୍ତାଭାବେ ‘ସୀତାରାମ’ଙ୍କୁ ଉପସ୍ଥାପିତ କରାଯାଇଥିଲା । ରାଜା-ରାଷ୍ଟ୍ର-ପ୍ରଜା-ନାଗରିକ ଉଭୟଙ୍କ ପାଇଁ…

Read More

କେନ୍ଦୁଝର ସରକାରୀ ଅର୍ଥ 23 ଲକ୍ଷ ଟଙ୍କା ହଡ଼ପ ଅଭିଯୋଗରେ ଜଣେ ସରପଞ୍ଚ ଗିରଫ ହୋଇଛନ୍ତି । ଏହି ଘଟଣାର ଅନ୍ୟତମ ଅଭିଯୁକ୍ତ ପଞ୍ଚାୟତ ନିର୍ବାହୀ ଅଧିକାରୀ ଫେରାର ହୋଇଯାଇଛନ୍ତି । ଗ୍ରାମ୍ୟ ଉନ୍ନୟନ ପାଇଁ ଆସିଥିବା ଏହି ଅର୍ଥକୁ ଆତ୍ମସାତ କରାଯାଇଥିବାର ଅଭିଯୋଗ ଆସିବା ପରେ ଘଟଗାଁ ଥାନାରେ ବିଡ଼ିଓ ଅଭିଯୋଗ କରିଥିଲେ । ପିପିଳିଆ ପଞ୍ଚାୟତର ସରପଞ୍ଚ ଉପେନ୍ଦ୍ର ନାୟକଙ୍କୁ ଘଟଗାଁ ଥାନା ଗିରଫ କରିଛି । ଘଟଣାର ଅନ୍ୟତମ ଅଭିଯୁକ୍ତ ପଞ୍ଚାୟତ ନିର୍ବାହୀ ଅଧିକାରୀ ଫେରାର ହୋଇଥିବା ସୂଚନା ମିଳିଛି ।

Read More

ପୂର୍ବତନ ପାକିସ୍ତାନ ପ୍ରଧାନମନ୍ତ୍ରୀ ନଓ୍ବାଜ ଶରିଫ୍‌ ପୁନର୍ବାର ଗିରଫ ହୋଇଛନ୍ତି । ଚୌଧୁରୀ ଚିନି କଳ ଦୁର୍ନୀତି ମାମଲାରେ ଗିରଫ ହେବା ସହିତ ନଓ୍ବାଜଙ୍କୁ 14 ଦିନିଆ ରିମାଣ୍ଡରେ ନେବାକୁ ଶୁକ୍ରବାର କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । କୋର୍ଟଙ୍କ ରାୟ ପ୍ରକାଶିତ ହେବା ପରେ ଶରିଫ୍‌ଙ୍କୁ ଲାହୋର ସ୍ଥିତ ଜେଲକୁ ପଠାଯାଇଛି । ଚିନି କଳର ଅଂଶଧନ ବିକ୍ରିରେ ଶରିଫ୍‌ ପରିବାରର ସମ୍ପୃକ୍ତି ନେଇ ଅଭିଯୋଗ ଆସିଥିଲା । ଏନ୍‌ଏବି ପକ୍ଷରୁ ତଦନ୍ତ କରାଯାଇ ଅର୍ଥ ହେରଫେର ମାମଲାରେ ଶରିଫ୍‌ ଏବଂ ତାଙ୍କ ଝିଅ ମରିୟମ୍‌ ଶରିଫ୍‌ଙ୍କୁ ଅନ୍ତର୍ଭୁକ୍ତ କରାଯାଇଥିଲା । ମରିୟମଙ୍କ ନିକଟରେ ଏହି କମ୍ପାନୀର 1.2 କୋଟି ଅଂଶଧନ ରହିଛି ।

Read More

ଦିଲ୍ଲୀ ସରକାରଙ୍କ ଡେଙ୍ଗୁ ଅଭିଯାନରେ ସହାୟତା କାରଣରୁ କ୍ରିକେଟର ବୀରେନ୍ଦ୍ର ସେହ୍ବାଗଙ୍କୁ ଧନ୍ୟବାଦ ଜଣାଇଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ । ରାଜଧାନୀ ଦିଲ୍ଲୀରେ ଡେଙ୍ଗୁ ଭୟଙ୍କର ଅବସ୍ଥା ସୃଷ୍ଟି କରିଥିବା ବେଳେ ବିଗତ ଏକ ବର୍ଷ ଧରି ଦିଲ୍ଲୀ ସରକାରଙ୍କ ପକ୍ଷରୁ ଏନେଇ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ କରାଯାଉଥିଲା । ବିଗତ 6 ମାସ ହେବ ପୂର୍ବତନ ଭାରତୀୟ କ୍ରିକେଟର ବୀରେନ୍ଦ୍ର ସେହ୍ବାଗ ଏହି ଅଭିଯାନର ଅଂଶ ହେବା ସହିତ ଜନ ସାଧାରଣଙ୍କ ମଧ୍ୟରେ ସଚେତନତା ସୃଷ୍ଟିର ଉଦ୍ୟମ କରୁଛନ୍ତି । ସେହ୍ବାଗଙ୍କ ଏହି ଉଦ୍ୟମ କାରଣରୁ କେଜ୍ରିଓ୍ବାଲ ଶୁକ୍ରବାର ଦିନ ଟ୍ବିଟ୍ଟର ଜରିଆରେ ଧନ୍ୟବାଦ ଜ୍ଞାପନ କରିଛନ୍ତି ।

Read More

ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଅନୁଷ୍ଠିତ ଦ୍ବିତୀୟ ଟେଷ୍ଟ ମ୍ୟାଚ୍‌ରେ ଭାରତ ଦୃଢ ସ୍ଥିତିରେ ରହିଛି । ଭାରତ ପକ୍ଷରୁ ଅଧିନାୟକ ବିରାଟ କୋହଲି ଶତକ ହାସଲ କରି ବ୍ୟାଟିଂ କରୁଥିବା ବେଳେ ଦଳ ତିନି ଓ୍ବିକେଟ ବିନିମୟରେ 356 ରନ୍‌ ସଂଗ୍ରହ କରିଛି । ପ୍ରଥମ ଦିନରେ ମୟଙ୍କ ଅଗ୍ରଓ୍ବାଲଙ୍କ ଶତକ ସହାୟତାରେ ଭାରତ 273/3 ସଂଗ୍ରହ କରିଥିବା ବେଳେ ଦିନର ଆରମ୍ଭରୁ ରାହାଣେ ଏବଂ କୋହଲି ସତର୍କତାର ସହିତ ବ୍ୟାଟିଂ କରିଥିଲେ । କୋହଲି 183 ବଲ୍‌ର ସମ୍ମୁଖୀନ ହୋଇ 16 ଚୌକା ସହାୟତାରେ 103 ରନ୍‌ ସଂଗ୍ରହ କରିଥିବା ବେଳେ ଆଜିଙ୍କ୍ୟ ରାହାଣେ (58)ଙ୍କ ସହିତ ଅବିଭାଜିତ 156 ରନ୍‌ ଯୋଡିଛନ୍ତି । ଦ.ଆଫ୍ରିକା ପକ୍ଷରୁ ରବାଡା 3ଟି ଓ୍ବିକେଟ ଅକ୍ତିଆର କରିଛନ୍ତି ।

Read More

ଉତ୍ତର ପ୍ରଦେଶରେ ଏକ ମର୍ମନ୍ତୁଦ ଦୁର୍ଘଟଣାରେ 7 ଜଣ ତୀର୍ଥଯାତ୍ରୀଙ୍କର ପ୍ରାଣହାନି ଘଟିଛି । ଗୁରୁବାର ବିଳମ୍ବିତ ରାତିରେ ଉତ୍ତର ପ୍ରଦେଶର ନରୋରାରେ ଏହି ଦୁର୍ଘଟଣା ଘଟିଛି । ଏକ ବସ୍‌ ଧକ୍କା ଦେବାରୁ 4 ଜଣ ମହିଳା ଏବଂ ତିନି ଜଣ ଯୁବତୀଙ୍କ ପ୍ରାଣହାନି ଘଟିଥିବା ନେଇ ପୋଲିସ୍‌ କମିସନର ସନ୍ତୋଷ କୁମାର ସୂଚନା ଦେଇଛନ୍ତି । ଏହି ତୀର୍ଥଯାତ୍ରୀ ମାନେ ବୈଷ୍ଣୋଦେବୀରୁ ଫେରୁଥିବା ବେଳେ ରାସ୍ତାର ଅନ୍ୟ ପାର୍ଶ୍ବରେ ଶୋଇଥିଲେ । ଏହି ସମୟରେ ବସ୍‌ ମାଡିଯିବାରୁ 7 ଜଣଙ୍କ ଦେହାନ୍ତ ହୋଇଥିଲା । ମୃତକଙ୍କ ନାମ ହେଉଛି ଫୁଲମତୀ(65), ମାଳା ଦେବୀ(32), କଳ୍ପନା(3), ସାବିତ୍ରୀ(35), ଯୋଗିତା(5) ଏବଂ ରେଣୁ(22) ।

Read More

ରାନବାକ୍ସି ପ୍ରମୋଟର ଶିବିନ୍ଦର ସିଂ ଏବଂ ମାଲବିନ୍ଦର ସିଂଙ୍କୁ ଗିରଫ କରାଯାଇଛି । 740 କୋଟିର ଅର୍ଥ ହେରଫେର ମାମଲାରେ ଏହି ରାନବାକ୍ସିର ଦୁଇ ପୂର୍ବତନ ପ୍ରମୋଟରଙ୍କୁ ଗିରଫ କରାଯାଇଛି । ଅଗଷ୍ଟ ମାସରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପକ୍ଷରୁ ଉଭୟଙ୍କ ବିରୋଧରେ ମାମଲା ରୁଜୁ କରାଯାଇଥିଲା । ଉଭୟଙ୍କୁ ପଞ୍ଜାବର ଲୁଧିଆନା ସ୍ଥିତ ବାସଭବନରୁ ଇଡି ପକ୍ଷରୁ ଗିରଫ କରାଯାଇଛି । ଜାପାନିଜ୍‌ ଫାର୍ମ ଡାଇଚି ସାଙ୍କ୍ୟୋକୁ ରାନବାକ୍ସି ବିକ୍ରୟ କରିବା ସମୟରେ ଏହି ଦୁଇ ଜଣ 740 କୋଟି ଟଙ୍କାର ଅର୍ଥ ହେରଫେର କରିଥିବାର ଅଭିଯୋଗ ଆସିଥିଲା ।

Read More

ଭାରତର ପ୍ରଥମ ଘରୋଇ ଟ୍ରେନ୍‌ ତେଜସ୍‌ ଏକ୍ସପ୍ରେସ୍‌ର ସଫଳତା ପରେ କେନ୍ଦ୍ର ସରକାର ଅଧିକ ଟ୍ରେନ୍‌ର ଘରୋଇକରଣ କରିବାର ନିଷ୍ପତ୍ତି ନେଇଛନ୍ତି । ସୂଚନା ଅନୁସାରେ ସରକାର 50 ଟି ରେଳ ଷ୍ଟେସନ୍‌ ଏବଂ 150ଟି ଟ୍ରେନ୍‌ର ଘରୋଇକରଣ ପ୍ରସ୍ତାବ ଉପରେ ବିଚାର କରୁଛନ୍ତି । ଏହି ବ୍ୟବସ୍ଥାକୁ କାର୍ଯ୍ୟକାରୀ କରିବା ନିମନ୍ତେ ଏକ ସଚିବ ଦଳ ଗଠନ କରିବା ନେଇ ସରକାର ପ୍ରସ୍ତାବ ରଖିଥିବା ଜଣାପଡିଛି । ନୀତି ଆୟୋଗ ସିଇଓ ଅମିତାଭ କାନ୍ତ ଭାରତୀୟ ରେଳବାଇର ଚେୟାରମ୍ୟାନ୍‌ ଭି କେ ଯାଦବଙ୍କୁ ଚିଠି ଲେଖି ଏହି ପ୍ରସ୍ତାବ ଦେଇଛନ୍ତି । ଅକ୍ଟୋବର 7 ତାରିଖରେ କାନ୍ତ ଏହି ପତ୍ର ଲେଖିଥିବା ଜଣାପଡିଛି ।

Read More

ସମୀକ୍ଷା ବ୍ୟୁରୋ ପ୍ରଥମେ ଯେତେବେଳେ ଓଡିଶା ସରକାର “ଫାଇଭ ଟି” ନାମରେ ଏକ ବିଭାଗ ସୃଷ୍ଟି କଲେ, ତାକୁ ନେଇ ଅନେକ ସ୍ଵାଭାବିକ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା। ହୁଏତ ରାଜ୍ୟ ସରକାରଙ୍କ ଅନେକ ଫେସନେବଲ ଘୋଷଣା ଭଳି ଇଏ ବି ସେମିତି ଏକ ଯୋଜନା ମନେ ହେଉଥିଲା। ନୂଆ କର୍ପୋରେଟ ଶୈଳୀରେ ଏମିତି ସବୁ ଅକ୍ଷର ଯୋଡି ଯୋଜନା ତିଆରି କରିବା, ବେଳେ ବେଳେ ହାସ୍ୟାସ୍ପଦ ମନେ ହୋଇଥାଏ। ତେବେ ଗତ ୨ ମାସ ଭିତରେ “ଫାଇଭ ଟି” ବିଭାଗର ପ୍ରଭାବ ରାଜ୍ୟ ପ୍ରଶାସନ ଉପରେ ପ୍ରଚ୍ଛନ୍ନ ଭାବରେ ପଡିବା ଆରମ୍ଭ କଲାଣି। ପ୍ରଥମେ କିଛି ତୃତୀୟ ଓ ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କ ବିରୋଧରେ ସରକାର କାର୍ଯ୍ୟାନୁଷ୍ଠାନ ନେଲେ। ଏହା ଯେ କେବଳ ଆରମ୍ଭ ଥିଲା, ସେକଥା ଏବେ ବୁଝା ପଡୁଛି। ରାଜ୍ୟ ଶାସନରେ ରହିଥିବା ଅପାରଗ, ଅଳସୁଆ ଓ ଭ୍ରଷ୍ଟାଚାରୀଙ୍କୁ ବିଦା କରିବା ଲାଗି ଏକ ସୁଚିନ୍ତିତ ଯୋଜନା ଇତି…

Read More

ବିଜେପୁର ଉପ ନିର୍ବାଚନ ପାଇଁ ରାଜନୀତି ସରଗରମ ହେଉଥିବା ବେଳେ ଆଜି ବିଜେପିର ଷ୍ଟାର ପ୍ରଚାରକ ତଥା କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବିଜେପୁରରେ ପ୍ରଚାର କରିବେ ବୋଲି ଜଣା ପଡିଛି । ବିଜେପୁରର ଗାଇସିଲଟ ବ୍ଲକର ତଳପାଲି ଓ ବରପାଲି ବ୍ଲକର ଅଗଲପୁରରେ ଦଳୀୟ ପ୍ରାର୍ଥୀ ସନତ ଗଡ଼ତିଆଙ୍କ ପାଇଁ ସେ ପ୍ରଚାର କରିବେ । ଏହୋ ସହିତ ଏହି ଦୁଇ ପ୍ରଚାର କାର୍ଯ୍ୟକ୍ରମ ବ୍ୟତୀତ ଧର୍ମେନ୍ଦ୍ର ଏକ ରୋଡ ଶୋ କରିବେ ବୋଲି ମଧ୍ୟ ଜଣାପଡିଛି ।

Read More

ପୋଲିସ୍‌କୁ ମିଳିଛି ବଡ ସଫଳତା । ବିଗତ କିଛି ମାସ ହେବ ଜୁଆଡିଙ୍କ ଦୌରାତ୍ମ୍ୟ ବଢିଥିବା ବେଳେ ଆଜି ବ୍ରହ୍ମପୁର ପୋଲିସ୍‌ 15 ଜଣ ଜୁଆଡିଙ୍କୁ ଗିରଫ କରିଛି । 15 ଜଣ ଜୁଆଡିଙ୍କୁ ଗିରଫ କରିବା ସହିତ ସେମାନଙ୍କ ନିକଟରୁ 7 ଲକ୍ଷ 68 ହଜାର ଟଙ୍କା ଜବତ କରିଛି । ଏହା ସହିତ ଜୁଆଡି ମାନଙ୍କ ନିକଟରୁ 16ଟି ମୋବାଇଲ୍‌ ଫୋନ୍‌ ଏବଂ 5ଟି ବାଇକ୍‌ ମଧ୍ୟ ଜବତ କରାଯାଇଛି । ଘଟଣାରେ ସମ୍ପୃକ୍ତ ଅନ୍ୟ ଅଭିଯୁକ୍ତ ମାନଙ୍କ ସନ୍ଧାନ ଜାରି ରଖିଛି ପୋଲିସ୍‌ ।

Read More

ସମୀକ୍ଷା ବ୍ୟୁରୋ ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁରର ଚିଆଙ୍ଗ ସାହିରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ଦଶହରାରେ ଗାଡି ପୂଜା ବେଳେ ସେହି ଅଞ୍ଚଳର ରାମ ଭାଇନା ଗାଡି ପୂଜା କରିବା ପରେ ଗାଡି କର୍ମଚାରୀଙ୍କୁ ଧାଡିରେ ବସାଇ ମୁଣ୍ଡରେ ପାଦ ରଖି ଆର୍ଶିବାଦ ପ୍ରଦାନ କରୁଛନ୍ତି। ଏହି ଭିଡିଓ ଭାଇରାଲ ହେବା ପରେ ବର୍ତ୍ତମାନ ବିଭିନ୍ନ ମହଲରେ ଏହାକୁ ନିନ୍ଦା କରାଯାଉଛି। ଜଣେ ବ୍ରାହ୍ମଣ ଆର୍ଶିବାଦ କରିବା କିଛି ଅସୁବିଧା ନାହିଁ। ହେଲେ ଲୋକଙ୍କ ମୁଣ୍ଡ ଜବରଦସ୍ତ ତଳକୁ କରି ତାଙ୍କ ଉପରେ ପାଦ ଥୋଇବାକୁ କେହି ଗ୍ରହଣ କରୁ ନାହାଁନ୍ତି। ପୁରା ଘଟଣାଟି ହେଉଛି ଯେ, ବାଣପୁରର ଛାୟା ମଣ୍ଡପ ନିକଟରେ ବ୍ରହ୍ମେଶ୍ବର ମୋଟର କର୍ମଚାରୀ ସଂଘର ଗାଡି ପୂଜା ହେଉଥିଲା। ସେହି ଅଞ୍ଚଳର  ରାମଚନ୍ଦ୍ର ସାମନ୍ତରାୟ ଓରଫ ରାମ ଭାଇନା ଗାଡି ପୂଜା କରିବା ପରେ ସବୁ କର୍ମଚାରୀଙ୍କୁ ଧାଡିରେ ବସିବାକୁ କହି ମନ୍ତ୍ରପାଠ କଲେ। ସେମାନେ…

Read More

 ସମୀକ୍ଷା ବ୍ୟୁରୋ ଭୁବନେଶ୍ୱର:ରାଜ୍ୟସରକାର ଅନୈତିକ ଓ ଅଗଣତାନ୍ତ୍ରିକ ଭାବେ ଯୋଜନାର ନାମ ପରିବର୍ତନ କରି “ମୋ ଆବାସ” ନାମରେ କରିଥିବା ବିରୋଧରେ ଆଜି ରାଜ୍ୟ ବିଜେପି ତରଫରୁ ରଜଭବନ ଆଗରେ ବିକ୍ଷୋଭ କରିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ‘ହାଉସିଂଙ୍ଗ ଫର ଅଲ୍ ୨୦୨୨’ର ଲକ୍ଷ୍ୟ ହାସଲ କରିବା ପାଇଁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଗ୍ରାମାଂଚଳ ଓ ସହରାଂଚଳରେ ଏହା ଲାଗୁ କରାଯାଇଛି। ହେଲେ ଏହି କେନ୍ଦ୍ରୀୟ ଯୋଜନା ରାଜ୍ୟ ସରକାର ହଡପ କରି ମୋ ଆବାସ ଯୋଜନା ନାମରେ କରାଇ ଦେଇଛନ୍ତି। ଏହା ବିରୋଧରେ ରାଜ୍ୟ ବିଜେପି ଗଣମାଧ୍ୟମ ବିଭାଗ ମୁଖ୍ୟ ଓ ରାଜ୍ୟ ମୁଖପାତ୍ର ଗୋଲକ ମହାପାତ୍ରଙ୍କ ସଭାପତିତ୍ୱରେ ଏହି ପ୍ରତିବାଦ ସଭାରେ ରାଜ୍ୟ ବିଜେପିର ବହୁ ନେତୃବୃନ୍ଦ ଯୋଗଦେଇଥିଲେ।

Read More

Police personnel stands guard at Mamallapuram where two-day Informal Summit between Prime Minister Narendra Modi and Chinese President Xi Jinping scheduled to be held on 11th and 12 October in Mamallapuram about 55 km from Chennai on Thursday.

Read More