ସମୀକ୍ଷା ବ୍ୟୁରୋ ପଶୁ ସମ୍ପଦ ଓ ଦୁଗ୍ଧ ଉତ୍ପାଦନ ବିଭାଗ ପକ୍ଷରୁ ଆଜି ବିଂଶତମ ପଶୁ ସମ୍ପଦ ଗଣନା ଫଳାଫଳ ପ୍ରକାଶ ପାଇଛି। ଏହି ଗଣନାରେ କେତେକ ପଶୁ ସମ୍ପଦ ହାରାହାରୀ ସଂଖ୍ୟା ସହିତ ପୂର୍ବ ଗଣନା ସହିତ ତୁଳନାତ୍ମକ ତଥ୍ୟ ପ୍ରକାଶ ପାଇଛି । ବିଂଶତମ ପଶୁ ସମ୍ପଦ ପଶୁ ଗଣନାରୁ ଯେଉଁ ତଥ୍ୟ ପ୍ରକାଶ ପାଇଛି ତାହା ହେଲା.. 1-ଦେଶରେ ମୋଟ ପଶୁ ସମ୍ପଦ ପଶୁଙ୍କ ସଂଖ୍ୟା ୫୩ କୋଟି ୫୭ ଲକ୍ଷ ୮୦ ହଜାରରେ ପହଁଚିଛି ଏହା ୨୦୧୨ ପଶୁ ସମ୍ପଦ ପଶୁଙ୍କ ସଂଖ୍ୟା ତୁଳନାରେ ୪.୬% ଅଧିକ । 2-ମୋଟ ଗୋମହିଁଷାଦି (ଗୋରୁ, ମଇଁଷି, ଗୟଳ, ଚମରିଗାଈ ) ସଂଖ୍ୟା ୨୦୧୯ରେ ୩୦ କୋଟି ୨୭ ଲକ୍ଷ ୯ ହଜାରରେ ପହଁଚିଛି ଯାହା ପୂର୍ବ ଗଣନା ତୁଳନାରେ ୧% ଅଧିକ । 3-୨୦୧୯ରେ ଦେଶରେ ମୋଟ ଗୋରୁଙ୍କ ସଂଖ୍ୟା ୧୯ କୋଟି ୨୪ ଲକ୍ଷ ୯୦…
Author: Samikhsya Bureau
AHMEDABAD, OCT 16 (UNI)- Workers making fire crackers at a factory ahead of Diwali festival in Ahmedabad on Wednesday. UNI PHOTO-7U
Police using water cannon to disperse Kerala Students Union (KSU) activists during their march infornt of Kerala state secretariate in protest against nepotism of ruling LDF government, in Thiruvananthapuram on Wednesday.UNI PHOTO-39U
ସମୀକ୍ଷା ବ୍ୟୁରୋ ଭୁବନେଶ୍ବରରେ ମଧ୍ୟ ଆପଣମାନେ ପାଇପାରିବେ ରୋବର୍ଟ ୱେଟର ସେବା। ଅର୍ଥାତ ଆପଣ ହୋଟେଲ ଭିତରେ ପଶିଲେ ଆପଣଙ୍କୁ ପ୍ରଥମେ ଦୁଇ ଜଣ ରୋବର୍ଟ ୱେଟର ସ୍ବାଗତ କରିବେ। ଏହିପରି ଏକ ସୁବିଧା ପ୍ରଥମ ଥର ପାଇଁ ଆଣିଛନ୍ତି ଭୁବନେଶ୍ବରର ଚନ୍ଦ୍ରଶେଖରପୁରରେ ଥିବା ରୋବୋ ସେଫ୍ ହୋଟେଲ। ଆପଣ ସେହି ହୋଟେଲ ଭିତରେ ପଶିଗଲେ ପ୍ରଥମେ ରୋବର୍ଟ ଆପଣଙ୍କୁ ଏକ ସ୍ବାଗତ କରି କହିବ, ଆଜ୍ଞା ନମସ୍କାର, ମୋ ନାଁ ହେଉଛି ଚମ୍ପା, ଆଉ ଏକ ରୋବର୍ଟ କହିବ ମୋ ନାଁ ହେଉଛି ଚମେଲୀ। ଏହାପରେ ଆପଣଙ୍କ ଅର୍ଡର ମୁତାବକ ସେମାନେ ଆପଣଙ୍କ ଟେବୁଲରେ ପରଷି ଦେବେ ଖାଦ୍ୟ ପଦାର୍ଥ। ଗ୍ରାହକଙ୍କୁ ଆକର୍ଷିତ କରିବା ପାଇଁ ଏହିପରି ଏକ ବ୍ୟବସ୍ଥାକୁ ଲାଗୁ କରିଛନ୍ତି ହୋଟେଲ କର୍ତ୍ତୁପକ୍ଷ। ହୋଟେଲରେ ରୋବର୍ଟ ଖାଦ୍ୟ ପରଷିବା ବିଦେଶରେ ଦେଖାଯାଇଥିଲା। ହେଲେ ବର୍ତ୍ତମାନ ଭୁବନେଶ୍ବରରେ ଏହି ସୁବିଧା ଆଣିବା ନିଶ୍ଚିତ ସ୍ବାଗତ ଯୋଗ୍ୟ ପଦକ୍ଷେପ। ତେବେ…
ସମୀକ୍ଷା ବ୍ୟୁରୋ ଭୁବନେଶ୍ବର ସ୍ଥିତ ଡିଏଭି ଚନ୍ଦ୍ରଶେଖରପୁରର ଛାତ୍ର ବୈଭବ ପରିଡା ଡ. ଏପିଜେ ଅବ୍ଦୁଲ୍ କାଲାମ ଇଗ୍ନାଇଟ୍ ୨୦୧୯ ପୁରସ୍କାର ହାସଲ ପାଇଁ ମନୋନୀତ ହୋଇଛନ୍ତି। ସର୍ବଭାରତୀୟ ସ୍ତରରେ ୨୧ ଜଣ ଛାତ୍ରଙ୍କ ସହିତ ବୈଭବ ଏହି କୃତିତ୍ବ ହାସଲ କରିଛନ୍ତି। ଏହି ପୁରସ୍କାର ପାଇଁ ସର୍ବଭାରତୀୟ ସ୍ତରରେ ୬୦ ହଜାର ଜଣ ଆବେଦନ କରିଥିବା ବେଳେ ବୈଭଙ୍କ ‘ଦୃଷ୍ଟିଶକ୍ତି ହୀନ ବ୍ୟକ୍ତିଙ୍କ ପାଇଁ ସୁଲଭ ଶୌଚାଳୟ’ ପ୍ରକଳ୍ପ ପାଇଁ ସୌରଭଙ୍କୁ ଏହି ପୁରସ୍କାର ପାଇଁ ମନୋନୀତ କରାଯାଇଛି। ବିଜ୍ଞାନ ଏବଂ ବୈଷୟିକ କୌଶଳର ବିକାଶ ପାଇଁ ଏହି ପୁରସ୍କାର ପ୍ରଦାନ କରାଯାଇଥାଏ।
ଜମ୍ମୁ କାଶ୍ମୀରରେ ଅବସ୍ଥାପିତ ଦେଶର ସର୍ବବୃହତ ଟନେଲ୍କୁ ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କ ନାମରେ ନାମିତ କରାଯିବା ନେଇ ସଡକ ପରିବହନ ମନ୍ତ୍ରୀ ନୀତିନ ଗଡକରୀ ସୂଚନା ଦେଇଛନ୍ତି । ଜାତୀୟ ରାଜପଥ 44ରେ ଅବସ୍ଥାପିତ ଏହି ଟନେଲ୍କୁ 2017ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉଦ୍ଘାଟନ କରିଥିଲେ । କାଶ୍ମୀରର ଏକତା ପାଇଁ ମୁଖାର୍ଜୀଙ୍କ ଲଢେଇ କାରଣରୁ ମୁଖାର୍ଜୀଙ୍କ ନାମରେ ଏହି ଟନେଲ ନାମିତ କରାଯିବ ବୋଲି ଗଡକରୀ ସୂଚନା ଦେଇଛନ୍ତି । 10.89 କିମି ଲମ୍ବର ଏହି ଟନେଲ୍ଟି କେବଳ ଭାରତ ନୁହେଁ ବରଂ ଦକ୍ଷିଣ ଏସିଆର ବୃହତମ ଟନେଲ୍ର ମାନ୍ୟତା ହାସଲ କରିବ ।
ସମୀକ୍ଷା ବ୍ୟୁରୋ ସ୍ବାସ୍ଥ୍ୟସେବା ସମ୍ପର୍କରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବଡ଼ ଘୋଷଣା କରିଛନ୍ତି । ଫୁଲବାଣୀରେ ହେବ ମେଡ଼ିକାଲ କଲେଜ । ଫୁଲବାଣୀ ମେଡ଼ିକାଲ କଲେଜରେ ୫ଶହ ଶଯ୍ୟା ରହିବ । ସେହିପରି ଅନ୍ୟ ୫ଟି ଜିଲ୍ଲା ହସ୍ପିଟାଲ୍ ପାଇଁ ମଧ୍ୟ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି । ଏହି ୫ଟି ଜିଲ୍ଲା ହସ୍ପିଟାଲ୍ ମଧ୍ୟରେ ରହିଛି ବୌଦ୍ଧ, ନୟାଗଡ଼, କଳାହାଣ୍ଡି, ରାୟଗଡ଼ା, ନୂଆପଡ଼ା ଆଦି । ମୋ ସରକାର ଟିମ୍ର ଦ୍ବିତୀୟ ପାଳି ଗସ୍ତ ପରେ ନବୀନ ଏହା ଘୋଷଣା କରିଛନ୍ତି । ଡିସେମ୍ବର ୧ ସୁଦ୍ଧା ମୋ’ ସରକାର ଆଉ ୫ଟି ବିଭାଗକୁ ସମ୍ପ୍ରସାରଣ ହେବ ବୋଲି ନବୀନ କହିଥିବାବେଳେ ମାର୍ଚ୍ଚ ୫ ସୁଦ୍ଧା ମୋ’ ସରକାର ସବୁ ବିଭାଗକୁ ସମ୍ପ୍ରସାରଣ କରିବ ବୋଲି କହିଛନ୍ତି ନବୀନ। ଏଥିସହିତ ରୋଗୀ କଲ୍ୟାଣ ସମିତି ପାଇଁ ମୁଖ୍ୟମନ୍ତ୍ରୀ ରିଲିଫ୍ ଫଣ୍ଡରୁ ୧୫ ଲକ୍ଷ ଟଙ୍କା ମଞ୍ଜୁରୀ ଦିଆଯାଇଛି । ଏଥିସହିତ ମୁଖ୍ୟମନ୍ତ୍ରୀ…
ସେନାରେ ନିଯୁକ୍ତି ପାଇଁ ପରୀକ୍ଷା ଦେବାକୁ ଭୁବନେଶ୍ୱର ଆସିଥିବା ଓଡ଼ିଆ ପରୀକ୍ଷାର୍ଥୀଙ୍କ ପାଇଁ ଦୁଇଟି ସ୍ୱତନ୍ତ୍ର ଟ୍ରେନ୍ର ବ୍ୟବସ୍ଥା କରାଯାଇଛି। ଗୋଟିଏ ଟ୍ରେନ ଭୁବନେଶ୍ୱରରୁ କୋରାପୁଟ ଓ ଅନ୍ୟଟି ପୁରୀରୁ ସମ୍ବଲପୁର ଅଭିମୁଖେ ଯାତ୍ରା କରିବ। କୋରାପୁଟ ଅଭିମୁଖେ ଯାଉଥିବା ଟ୍ରେନ୍ଟି ଆଜି ରାତି ୮ଟାରେ ଭୁବନେଶ୍ୱରରୁ ଛାଡ଼ିବ। ଏହି ଟ୍ରେନଟି ବ୍ରହ୍ମପୁର, ବିଜୟନଗରମ୍, ରାୟଗଡ଼ା ଦେଇ କୋରାପୁଟ ଯିବ । ସେହିପରି ସମ୍ବଲପୁର ଅଭିମୁଖେ ଯିବାକୁ ଥିବା ଟ୍ରେନଟି ଆଜି ରାତି ୧୧ଟାରେ ପୁରୀରୁ ଛାଡ଼ିବ। ଉକ୍ତ ଟ୍ରେନ୍ଟି ଭୁବନେଶ୍ୱର, ଢେଙ୍କାନାଳ ଦେଇ ସମ୍ବଲପୁର ଯିବ। ଆଜି ଦିନକ ପାଇଁ ଏହି ଦୁଇ ସ୍ୱତନ୍ତ୍ର ଟ୍ରେନ୍ଟି ଗଡ଼ିବ। ଖୋର୍ଦ୍ଧାରୋଡ଼-ଖଡ଼ଗପୁର ପାସେଞ୍ଜର ଆଜି ସଂଧ୍ୟା ସାଢ଼େ ୭ଟାରେ ଛାଡ଼ିବ। ଏନେଇ ପୂର୍ବତଟ ରେଲୱେ ପକ୍ଷରୁ ସୂଚନା ଦିଆଯାଇଛି।
ବଲିଉଡ ଅଭିନେତ୍ରୀ ଆଲିଆ ଭଟ୍ଟଙ୍କ ସହିତ ନିଜର ଆଗାମୀ ଫିଲ୍ମ ସମ୍ପର୍କରେ ଘୋଷଣା କରିଛନ୍ତି ସଞ୍ଜୟ ଲୀଲା ଭଂସାଲୀ । ପୂର୍ବରୁ ଆଲିଆ ଏବଂ ସଲ୍ମାନଙ୍କ ସହିତ ଇନ୍ସା ଆଲ୍ଲା ଫିଲ୍ମର ଘୋଷଣା କରିଥିଲେ ମଧ୍ୟ ଏହା କାର୍ଯ୍ୟକାରୀ ହୋଇନଥିଲା । ଏହାପରେ ବୁଧବାର ଭଂସାଲୀ ଆଲିଆଙ୍କ ସହିତ ଗଙ୍ଗୁବାଇ କାଠିଆବାଡି ନାମକ ଏକ ଫିଲ୍ମର ଘୋଷଣା କରିଛନ୍ତି । ଏହି ଫିଲ୍ମଟି ଆସନ୍ତା 11 ସେପ୍ଟେମ୍ବର 2020ରେ ରିଲିଜ୍ ହେବ ବୋଲି ଜଣାପଡିଛି । ମହାରାଷ୍ଟ୍ରର ରେଡ୍ଲାଇଟ୍ କମାଥୀପୁରାର ଗଣିକା ଗଙ୍ଗୁବାଇଙ୍କ ଜୀବନି ଉପରେ ଆଧାରିତ । ନିଜର ପୁରୁଷ ବନ୍ଧୁଙ୍କ ଦ୍ବାରା ବିକ୍ରୟ ହେବା ପରେ ତା ଜୀବନରେ କଣ ପରିବର୍ତ୍ତନ ଆସିଛି ତାହା ଏହି ଫିଲ୍ମରେ ଦେଖିଆଯିବ । ଏହି ଫିଲ୍ମ ବ୍ୟତୀତ ଆଲିଆ ସଡକ-2 ଏବଂ ବ୍ରହ୍ମାସ୍ତ୍ରରେ ନଜର ଆସିବାକୁ ଯାଉଥିବା ଜଣାପଡିଛି ।
ସମୀକ୍ଷା ବ୍ୟୁରୋ ବଲିଉଡର ଡ୍ରିମ୍ଗାର୍ଲ ତଥା ଅଭିନେତ୍ରୀ ହେମାମାଳିନୀ ଆଜି ୭୧ ବର୍ଷ ବୟସରେ ପାଦ ଦେଇଛନ୍ତି । ହେମାମାଳିନୀ କେବଳ ଭାରତୀୟ ସିନେମାରେ ନୁହେଁ, ରାଜନୀତିରେ ମଧ୍ୟ ନିଜର ଏକ ସ୍ବତନ୍ତ୍ର ସ୍ଥାନ ରଖିଛନ୍ତି । ନିଜର ସୌନ୍ଦର୍ଯ୍ୟ ତଥା ଅଭିନୟର ନିଖୁଣତା ପାଇଁ ବେଶ୍ ପ୍ରସିଦ୍ଧି ଅର୍ଜନ କରିଛନ୍ତି ଏହି ଅଭିନେତ୍ରୀଜଣକ । ସେ ୧୯୪୮ ଅକ୍ଟୋବର ୧୬ରେ ତାମିଲ୍ନାଡୁ ତାଞ୍ଜୋଭର ଜିଲାର ଆମ୍ମାନକୁଡ଼ିଠାରେ ଜନ୍ମଗ୍ରହଣ କରିଥିଲେ। ୧୯୬୪ରେ ତାମିଲ୍ ଫିଲ୍ମ ନିର୍ଦ୍ଦେଶକ ସି.ବି ଶ୍ରୀଧର ରିଜେକ୍ଟ କରିଦେଇଥିଲେ। ତେବେ ୧୯୬୫ରେ ପାଣ୍ଡବା ବନବାସମ୍ରେ ତାଙ୍କୁ ଏକ ଛୋଟ ନର୍ତ୍ତକୀର ରୋଲ୍ ମିଳିଥିଲା। ଏହାପରେ ୧୯୬୮ରେ ସେ ରାଜକପୁରଙ୍କ ସହିତ ସପନୋ କା ସୌଦାଗର ଫିଲ୍ମରେ ଅଭିନୟ କରିଥିଲେ। ଏହି ଫିଲ୍ମରେ ରାଜକପୁରଙ୍କ ବିପକ୍ଷରେ ଅଭିନୟ କରିଥିଲେ । ଏହି ଫିଲ୍ମରେ ତାଙ୍କ ଅଭିନୟକୁ ଦର୍ଶକ ପସନ୍ଦ କରିଥିଲେ। ୧୯୭୦ ମସିହାରେ ‘ଜନି ମେରା ନାମ୍’ରେ ଅଭିନୟ କରିଥିଲେ…
ଅଯୋଧ୍ୟା ମାମଲାର ବିଚାର ପ୍ରକ୍ରିୟା ସମାପ୍ତ ହୋଇଥିବା ବେଳେ ରାୟ ସଂରକ୍ଷିତ ରଖାଯାଇଛି। ଆସନ୍ତା ନଭେମ୍ବର ୧୭ ପୂର୍ବରୁ ଏହି ମାମଲାର ରାୟ ପ୍ରକାଶ ପାଇବ ବୋଲି ଜଣାପଡିଛି। ଅଯୋଧ୍ୟା ଜମି ବିବାଦକୁ ନେଇ ଚାଲିଥିବା ୪୦ ଦିନିଆ ବିଚାର ପ୍ରକ୍ରିୟାର ମଧ୍ୟ ଅନ୍ତ ଘଟିଛି। ଆସନ୍ତା ନଭେମ୍ବର ୧୭ ତାରିଖରେ ମୁଖ୍ୟ ବିଚାରପତି ଅବସର ଗ୍ରହଣ କରିବାକୁ ଯାଉଥିବାରୁ ଏହି ମାମଲାରେ ଅଧିକ ସମୟ ଅପଚୟ ନ କରିବାର ନିଷ୍ପତ୍ତି ନେଇଥିଲେ ସୁପ୍ରିମକୋର୍ଟ।
ସମୀକ୍ଷା ବ୍ୟୁରୋ କର୍ମଜୀବୀଙ୍କ ଜୀବନରୁ ଚିନ୍ତା କେବେ କମ୍ ହୁଏ ନାହିଁ। ଆମ ଜୀବନ ଉପରେ ଆମ କାର୍ଯ୍ୟ କ୍ଷେତ୍ରରେ ପ୍ରଭାବ ଅଧିକ ପଡିଥାଏ। ଆମେ ଚିନ୍ତା ତଥା ଅବସାଦରୁ ମୁକ୍ତ ରହିବା ପାଇଁ ଭିନ୍ନ ଭିନ୍ନ ପ୍ରକାରର ମେଡ଼ିସିନ୍ରେ ବ୍ୟବହାର କରିଥାଉ। ଯାହା ଆମ ସ୍ବାସ୍ଥ୍ୟ ପାଇଁ ବହୁତ କ୍ଷତିକାରକ ହୋଇଥାଏ। ଯଦି ଆପଣ ଚିନ୍ତା ତଥା ଅବସାଦ ମୁକ୍ତ ଜୀବନ ଚାହୁଁଛନ୍ତି, ତାହା କିଛି ଖାସ୍ କଥାକୁ ଧ୍ୟାନ ଦିଅନ୍ତୁ। ପ୍ରାୟତଃ ଲୋକେ କହିଥା’ନ୍ତି ମୋବାଇଲ୍ ଫୋନ୍ ଆସିବା ପରେ ବହୁତ ଚିନ୍ତା ବଢିଯାଇଛି। ଏହାର ବିକଳ୍ପରେ ଆମେ ମୋବାଇଲ୍କୁ ସ୍ବିଚ୍ ଅଫ୍ କରିଥାଉ। କିନ୍ତୁ ବାସ୍ତବରେ ଆମେ ମୋବାଇଲ୍ ଫୋନ୍ର ସ୍ବିଚ୍ ଅଫ୍ ନୁହେଁ, ନିଜକୁ ସ୍ବିଚ୍ ଅଫ୍ କରିବା ଜରୁରୀ। ଏଥିପାଇଁ ଦିନରେ ଆମକୁ କମ୍ ସେ କମ୍ ଥରେ ଏହି ଟ୍ରିକ୍କୁ ଆପଣାଇବା ଉଚିତ୍। ଦିନକ ଭିତରେ ଏମିତି ଏକ ସମୟ ଦରକାର, ଯେଉଁ…
ସମୀକ୍ଷା ବ୍ୟୁରୋ ବିଶ୍ବ ଖାଦ୍ୟ ଦିବସରେ ପ୍ରକାଶ ପାଇଛି ଗ୍ଲୋବାଲ୍ ହଙ୍ଗର ଇଣ୍ଡେକ୍ସ । ଏହି ମାନକ ଅନୁଯାୟୀ ଭାରତ ଏହି ତାଲିକାରେ ପାକିସ୍ତାନ ଠାରୁ ମଧ୍ୟ ପଛରେ ରହିଛି । ଏପରିକି ଭାରତ ଦକ୍ଷିଣ ଏସୀୟ ରାଷ୍ଟ୍ର ମାନଙ୍କ ମଧ୍ୟରେ ସର୍ବନିମ୍ନ ସ୍ଥାନରେ ରହିଛି । ୧୧୭ଟି ରାଷ୍ଟ୍ରଙ୍କୁ ନେଇ ପ୍ରସ୍ତୁତ ଏହି ତାଲିକାରେ ଭାରତ ୧୦୨ତମ ସ୍ଥାନରେ ରହିଛି । ଭାରତର ପଡୋଶୀ ରାଷ୍ଟ୍ର ପାକିସ୍ତାନ ୯୪ ତମ ସ୍ଥାନରେ ରହିବା ସହିତ ଭାରତ ଠାରୁ ଆଗରେ ରହିଛି । ସେହିପରି ବ୍ରିକ୍ସ ରାଷ୍ଟ୍ର ସମୂହଙ୍କ ମଧ୍ୟରେ ଦକ୍ଷିଣ ଆଫ୍ରିକା ୫୯ତମ ସ୍ଥାନରେ ରହିଛି । ୨୦୧୫ରେ ମଧ୍ୟ ଗ୍ଲୋବାଲ ହଙ୍ଗର ଇଣ୍ଡେକ୍ସରେ ଭାରତ ୯୩ ନମ୍ୱର ସ୍ଥାନରେ ରହିଥିଲା । ୨୦୧୬ ରେ ଭାରତ ୯୭ତମ ସ୍ଥାନ, ୨୦୧୭ରେ ୧୦୦ତମ, ୨୦୧୮ରେ୧୦୩ତମ ଏବଂ ଚଳିତ ବର୍ଷ ୧୦୨ ନମ୍ୱର ସ୍ଥାନରେ ରହିଛି ଭାରତ । ସେହିପରି ଅପପୁଷ୍ଟି…

