Author: Samikhsya Bureau

ରଙ୍ଗାଚରଣ ପ୍ରଧାନ  ଗତ ସେପ୍ଟେମ୍ବର ୨୦ ତାରିଖରେ ଅର୍ଥମନ୍ତ୍ରୀଙ୍କ ଦ୍ବାରା କମ୍ପାନୀମାନଙ୍କ ପାଇଁ ମୋଟ ୧.୪୫ ଲକ୍ଷ କୋଟି ଟଙ୍କାର ଟିକସ ହ୍ରାସ ଘୋଷଣା ହେବା ପରେ ବମ୍ବେ ଷ୍ଟକ୍ ଏକସ୍ଚେଞ୍ଜର ସୁଚକାଙ୍କ ଗୋଟିଏ ଦିନରେ ୨୦୦୦ ଅଙ୍କ ଉପରକୁ ଉଠି ତାହାକୁ ସ୍ବାଗତ କରିଥିଲା । ଅବଶ୍ୟ ଷ୍ଟକ୍ ମାର୍କେଟରେ କେବେ ବି ଦେଶର ପ୍ରକୄତ ଆର୍ଥିକ ପରିସ୍ଥିତିର ସଠିକ ପ୍ରତିଫଳନ ହୁଏ ନାହିଁ । ଗତ ବର୍ଷ ଦେଶରେ ପୁଞ୍ଜିଲଗାଣ ଓ ନିଯୁକ୍ତି କ୍ରମାଗତ ଭାବେ କମି ଚାଲିଥିବା ସମୟରେ ଷ୍ଟକ୍ ମାର୍କେଟ ସୁଚକାଙ୍କ ତାହାର ପ୍ରତିକ୍ରିୟାରେ କେବେ ତଳକୁ ଖସିନାହିଁ । ଅବଶ୍ୟ ଏହି ଟିକସ ହ୍ରାସ ଯୋଗୁଁ ଷ୍ଟକ୍ ମାର୍କେଟର ଅସ୍ଥାୟୀ ପ୍ରତିକ୍ରୀୟା ପରେ ତାହା ପୁଣି ପୂର୍ବାବସ୍ଥାକୁ ଫେରି ସାରିଲାଣି । ଅଗଷ୍ଟ ମାସ ଶେଷରେ ଦେଶର ରିଜର୍ଭ ବ୍ୟାଙ୍କ ଯେତେବେଳେ କେନ୍ଦ୍ର ସରକାରଙ୍କୁ ୧,୭୬,୦୦୦ କୋଟି ଟଙ୍କା ଦେବେ ବୋଲି କହିଲେ ସେତେବେଳେ…

Read More

କ୍ରମାଗତ ପଞ୍ଚମ ଥର ପାଇଁ ଆରବିଆଇ ପକ୍ଷରୁ ରେପୋ ରେଟ୍ ହ୍ରାସ କରାଯାଇଛି । ଶୁକ୍ରବାର 0.25 ବେସ ପଏଣ୍ଟ ହ୍ରାସ କରିବା ପରେ ରେପୋ ରେଟ୍ ବର୍ତ୍ତମାନ 4.9 ପ୍ରତିଶତରେ ପହଞ୍ଚିଛି । ଆରବିଆଇର ଏହି ନିଷ୍ପତ୍ତି ପରେ ସାଧାରଣ ଲୋକଙ୍କ ପକେଟ ଉପରେ ଋଣ ବୋଝ କମ୍ ପଡ଼ିବ । ଶୁକ୍ରବାର ଅନୁଷ୍ଠିତ ଅର୍ଥନୈତିକ କମିଟି ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ଏହା ସହିତ 2019-20 ଆର୍ଥିକ ବର୍ଷ ନିମନ୍ତେ ସଂଶୋଧିତ ଅଭିବୃଦ୍ଧି 6.1 ପ୍ରତିଶତ ରଖାଯାଇଛି । ପୂର୍ବରୁ ଏହା 6.9 ପ୍ରତିଶତ ରହିବା ନେଇ ଆରବିଆଇ ପକ୍ଷରୁ ଆକଳନ କରାଯାଇଥିଲା ।

Read More

ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ବ୍ରହ୍ମପୁର ମହାନଗର ନିଗମର ଅଫିସ୍ ଆସିଷ୍ଟାଣ୍ଟ ଏ. ଲକ୍ଷ୍ମୀ ପ୍ରସାଦ ରାଓ । ବ୍ରହ୍ମପୁରର ଜନୈକ ହୋଟେଲ ମାଲିକଙ୍କଠାରୁ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ତାଙ୍କୁ ଗିରଫ କରିଛି । ଦୋକାନ ଗୃହର ମାଲିକାନାସ୍ବତ୍ତ୍ବ ବଦଳାଇବା ପାଇଁ ଏହି ହୋଟେଲ ମାଲିକଙ୍କ ନିକଟରୁ ଅର୍ଥ ଦାବି କରାଯାଇଥିବା ଜଣାପଡିଛି । ଏହା ସହିତ ଗିରଫ କର୍ମଚାରୀଙ୍କ ପୁରୁଷୋତ୍ତମପୁରରେ ଥିବା ଘର ଓ ସରକାରୀ କ୍ୱାର୍ଟର୍ସରେ ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢ଼ଉ କରାଯାଇଛି ।

Read More

ନୀଳଗିରି ବିଧାୟକ ଓ ତହସିଲଦାରଙ୍କ ମଧ୍ୟରେ ପାଟିତୁଣ୍ଡ ଧିରେଧିରେ ଘନେଇବାରେ ଲାଗିଛି । ତହସିଲଦାର କରିଥିବା ଦୁର୍ବ୍ୟବହାର ପ୍ରତିବାଦରେ ନୀଳଗିରି ବିଧାୟକ ସୁକାନ୍ତ କୁମାର ନାୟକ କାର୍ଯ୍ୟାଳୟ ସାମ୍ନାରେ ଧାରଣାରେ ବସିଛନ୍ତି । ସୂଚନାନୁସାରେ, ତହସିଲ କାର୍ଯ୍ୟାଳୟ ପରିସରରେ ଥିବା କିଛି ଅଂଚଳରେ ଉଚ୍ଛେଦ ପ୍ରକ୍ରିୟା ଚାଲିଥିଲା । ସେଠାରେ ଥିବା ମୋହରିରିଙ୍କ ଚାଳକୁ ଭାଙ୍ଗି ଦିଆଯାଇଥିଲା । ତଦସିଲଦାରଙ୍କ ଉପସ୍ଥିତିରେ ଏହି ଉଚ୍ଛେଦ ପ୍ରକ୍ରିୟା ଚାଲିଥିଲା । ମୋହରିରଙ୍କ ଚାଳ ଭଙ୍ଗାଯିବାକୁ ବିଧାୟକ ସୁକାନ୍ତ କୁମାର ନାୟକ ବିରୋଧ କରିଥିଲେ । ଏହି ସମୟରେ ବିଧାୟକ ଓ ତହସିଲଦାର ମୁହାଁମୁହିଁ ହୋଇଥିଲେ । ତେବେ ତହସିଲଦାର ଦୁର୍ବ୍ୟବହାର କରିଥିବା ବିଧାୟକ ଅଭିଯୋଗ କରିଛନ୍ତି । ଏହାର ପ୍ରତିବାଦ କରି ସେ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସାମ୍ନାରେ ଧାରଣାରେ ବସିଛନ୍ତି ।

Read More

ବାଲୁଗାଁରୁ ଜନୈକ ଦମ୍ପତ୍ତିଙ୍କ ମୃତ ଦେହ ଉଦ୍ଧାର କରାଯାଇଛି । ଉଭୟଙ୍କୁ ରଶିରେ ଲଟକିଥିବା ଅବସ୍ଥାରେ ଉଦ୍ଧାର କରାଯାଇଥିଲା । ଚିଲିକା ସ୍ଥିତ ନଇରି ବ୍ଲକ୍‌ର ବଡସାହିର ଏକ ଭଡା ଘରୁ ଏହି ଦମ୍ପତ୍ତିଙ୍କ ମୃତଦେହ ଉଦ୍ଧାର କରାଯାଇଛି । 5 ମାସ ତଳେ ଏହି ଦମ୍ପତ୍ତି ପ୍ରେମ ବିବାହ କରିଥିବାରୁ ଏହା ଆତ୍ମହତ୍ୟା କି ହତା ଏହାକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି । ବାଣପୁର ପୋଲିସ୍‌ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରିବା ସହିତ ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି ।

Read More

କେନ୍ଦୁଝର ଜିଲ୍ଲା ଟାଉନ୍ ଥାନା ଅନ୍ତର୍ଗତ ନେଙ୍କଡ଼ାଘର ନିକଟରେ ଗତକାଲି ବିଳମ୍ବିତ ରାତିରେ ଏକ ଦୁର୍ଘଟଣା ଘଟିଛି । ଏକ ଟ୍ରକ୍‌କୁ ଯାତ୍ରୀବାହୀ ବସ୍ ପଛରୁ ପିଟି ଦେବାରୁ 8 ଜଣ ଗୁରୁତର ଆହତ ହୋଇଛନ୍ତି । ଆହତଙ୍କ ମଧ୍ୟରେ ବସ୍ ଡ୍ରାଇଭର୍ ଓ ହେଲ୍‌ପର୍ ବି ଅଛନ୍ତି। ସେମାନଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ଜଣାପଡ଼ିଛି । ‘ଶ୍ରୀରାମ’ ନାମକ ଏହି ଘରୋଇ ବସ୍‌ଟି ବଡ଼ବିଲ୍‌ରୁ ଭୁବନେଶ୍ୱର ଯାଉଥିବା ବେଳେ ଏ ଦୁର୍ଘଟଣା ଘଟିଥିଲା । ଟାଉନ ଥାନା ପୁଲିସ୍‌ ଓ ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ସମସ୍ତ ଯାତ୍ରୀଙ୍କୁ ଉଦ୍ଧାର କରିଥିଲେ ଓ ଆହତମାନଙ୍କୁ ଡାକ୍ତରଖାନା ପଠାଇଥିଲେ । ସମସ୍ତ ଆହତ ଯାତ୍ରୀଙ୍କୁ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।

Read More

କେଦାର ମିଶ୍ର ଗତକାଲି ଓଡିଶାର ଏକ ପ୍ରମୁଖ ଟେଲିଭିଜନ ଚାନେଲର ଖବର ଥିଲା- ପାକିସ୍ତାନ ଓ ବାଂଲାଦେଶକୁ ପିଆଜ ଚିନ୍ତା। ବଡ ବିଚିତ୍ର ଖବର। ଯେତେବେଳେ ଆମ ନିଜ ଦେଶରେ ପିଆଜ ଉତ୍ପାଦନ, ବିତରଣ ଓ ବଜାରର ସ୍ଥିତି ଅତ୍ୟନ୍ତ ଖରାପ ଅବସ୍ଥାରେ ରହିଛି, ସେତେବେଳେ ପାକିସ୍ତାନ ଓ ବାଂଲାଦେଶର ଚିନ୍ତା ଆମକୁ ଏତେ ପାଗଳ କରୁଛି କାହିଁକି? ଏ ପ୍ରକାର ଖବର ପଛରେ କି ଉଦ୍ଦେଶ୍ୟ ଥାଇପାରେ? ଆମ ଦେଶରେ ପିଆଜ ମହଙ୍ଗା ହେବା ଏକ ସାଧାରଣ ଘଟନା, ହେଲେ ପାକିସ୍ତାନରେ ପିଆଜ ମହଙ୍ଗା ହେବା ଅସ୍ଵାଭାବିକ ବୋଲି ଆମର ଗଣମାଧ୍ୟମ ଭାବୁଛି କି? ପାକିସ୍ତାନର ପିଆଜ ଦରକୁ ନେଇ ପଞ୍ଜାବ, କାଶ୍ମୀର,ରାଜସ୍ଥାନ ବା ଗୁଜରାଟ ଗଣମାଧ୍ୟମରେ ଚର୍ଚ୍ଚା ହେଲେ, ତାର କିଛି କାରଣ ଅଛି ବୋଲି ଆମେ ବୁଝିବା। ଏ ସବୁ ରାଜ୍ୟ ପାକିସ୍ତାନକୁ ଲାଗିକି ଅଛନ୍ତି ଓ ପାକିସ୍ତାନର ବଜାର ମୂଲ୍ୟ ସହିତ ଏମାନେ କିଛିଟା ପ୍ରଭାବିତ…

Read More

ଆଜି ରାଜ୍ୟରେ କିଛି ଜିଲ୍ଲାରେ ଝଡ଼ବର୍ଷା ସହିତ ଘଡ଼ଘଡ଼ି ହେବା ନେଇ ସତର୍କ ସୂଚନା ଜାରି କରାଯାଇଛି । ଏନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି ।ପାଣିପାଗ ବିଭାଗ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ 10ଟି ଜିଲ୍ଲାରେ ଘଡ଼ଘଡ଼ି ସହ ଝଡ଼ବର୍ଷା ହେବ । ସେଥିପାଇଁ ସକାଳ 10.15 ପର୍ଯ୍ୟନ୍ତ ସତର୍କ ରହିବାକୁ କୁହାଯାଇଛି । ମୟୂରଭଞ୍ଜ, ବାଲେଶ୍ୱର, କଟକ, ଖୋର୍ଦ୍ଧା, ଗଞ୍ଜାମ, ଗଜପତି, କେନ୍ଦ୍ରାପଡ଼ା, ଜଗତସିଂହପୁର, ଯାଜପୁର ଓ ପୁରୀ ଜିଲ୍ଲା ନିମନ୍ତେ ଏହି ସତର୍କ ସୂଚନା ଜାରି କରାଯାଇଛି ।

Read More

ସମୀକ୍ଷା ବ୍ୟୁରୋ ଗୃହ ନିର୍ମାଣ ଅଗ୍ରୀମ ସୁଧ ହାର ୭.୯ ପ୍ରତିଶତକୁ ହ୍ରାସ କରାଯାଇଛି। ଗୋଟିଏ ବର୍ଷ ଅବଧି ଲାଗି ଗୃହ ନିର୍ମାଣ ଅଗ୍ରୀମ (ଏଚବିଏ) ଉପରେ ସୁଧ ହାର ୭.୯ ପ୍ରତିଶତକୁ ହ୍ରାସ ପାଇଛି । ପୂର୍ବରୁ ଏହି ହାର ୮.୫ ପ୍ରତିଶତ ଥିଲା । ଯେ କୌଣସି ପରିମାଣର ଏଚବିଏ ଋଣ ରାଶି ପାଇଁ ଏହି ସୁଧ ହାର ଲାଗୁ ହେବ। ହ୍ରାସ ପାଇଥିବା ସୁଧ ହାର ୧ ଅକ୍ଟୋବର, ୨୦୧୯ ଠାରୁ ଲାଗୁ ହୋଇଛି । ସ୍ଥାୟୀ ସରକାରୀ କର୍ମଚାରୀଙ୍କ ସହିତ ୫ ବର୍ଷ ଲଗାତାର ସେବା ପ୍ରଦାନ କରିଥିବା ଅସ୍ଥାୟୀ କର୍ମଚାରୀଙ୍କ ପାଇଁ ମଧ୍ୟ ଏଚବିଏ ଲାଗୁ ହେବ। ମନ୍ତ୍ରଣାଳୟ କିମ୍ବା ବିଭାଗଗୁଡ଼ିକୁ ଏଚବିଏ ନିୟମ ଅନୁଯାୟୀ ନିଜ କର୍ମଚାରୀଙ୍କ ଲାଗି ଗୃହ ନିର୍ମାଣ ଅଗ୍ରୀମ (ଏଚବିଏ) ମଞ୍ଜୁର କରିବା ଲାଗି କ୍ଷମତା ପ୍ରଦାନ କରାଯାଇଛି । ଏଚବିଏ କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ଏକ…

Read More

ଉତ୍ତର ପ୍ରଦେଶର କଂଗ୍ରେସ ବିଧାୟିକା ଅଦିତି ସିଂ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀଙ୍କ ଧାରଣାସଭାକୁ ପ୍ରତ୍ୟାଖ୍ୟାନ କରିଛନ୍ତି । ଗାନ୍ଧୀଜିଙ୍କ 150 ତମ ଜନ୍ମ ଦିବସ ଅବସରରେ ଏହି ପଦଯାତ୍ରା ଅନୁଷ୍ଠିତ ହୋଇଥିଲା । ରାଏବରେଲୀରୁ ବିଧାୟିକା ରହିଥିବା ଅଦିତି ବିଧାନସଭା ଅଧିବେଶନରେ ଯୋଗ ଦେବା ପାଇଁ ଏହି ଧାରଣା ବର୍ଜନ କରିଥିବା କହିଛନ୍ତି । ବିକାଶ ସମ୍ବନ୍ଧିତ 17ଟି ବିଲ୍‌ ଉପରେ ଆଲୋଚନା ହେବାର ଥିଲା ତେଣୁ ବିଲ୍‌ ଅପେକ୍ଷା ଧାରଣା ଅଧିକ ଜରୁରୀ ନଥିଲା ବୋଲି ବିଧାୟିକା ପ୍ରକାଶ କରିଛନ୍ତି । ବିଧାୟିକାଙ୍କ ଏହି ଧାରଣା ବର୍ଜନ ପରେ ସେ ବିଜେପିରେ ଯୋଗ ଦେବାର ଆଶଙ୍କା ଦେଖାଦେଇଛି ।

Read More

ବିଜେଡିରୁ ବହିଷ୍କୃତ ତଥା ବରିଷ୍ଠ ବିଜେପି ନେତା ଦାମୋଦର ରାଉତ ନିର୍ବାଚନ ନ ଲଢିବା ସମ୍ପର୍କରେ ଘୋଷଣା କରିଛନ୍ତି । ଏକ ସାକ୍ଷାତକାର ଅବସରରେ ଦାମ ଏହି ସୂଚନା ଦେଇଛନ୍ତି । ଦଳରେ ତାଙ୍କୁ ଉପେକ୍ଷା କରାଯାଉଛି । ନିର୍ବାଚନ ପୂର୍ବର ଏବଂ ପରର ପରସ୍ଥିତିରେ ଅନେକ ଫରକ ରହିଛି । ବିଜେପୁର ନିର୍ବାଚନ ସମ୍ପର୍କରେ କୌଣସି ସୂଚନା ନଥିଲା ଗଣମାଧ୍ୟମରୁ ଏ ସମ୍ପର୍କରେ ମିଳିଥିଲା ବୋଲି ଦାମ କହିଛନ୍ତି । ବର୍ତ୍ତମାନ ବୟସ ଅଧିକ କାରଣରୁ ବର୍ତ୍ତମାନ ନିର୍ବାଚନ ଲଢିବା ସମ୍ଭବ ନୁହେଁ ବୋଲି ଦାମ କହିଛନ୍ତି । ସେଥିପାଇଁ ସେ ରାଜନୀତିରୁ ସନ୍ୟାସ ନେବେ ବୋଲି ଆଜି ଘୋଷଣା କରିଛନ୍ତି।

Read More

ଆସନ୍ତା 18 ତାରିଖରେ ବିଜେପୁରରେ ଉପ ନିର୍ବାଚନ ଅନୁଷ୍ଠିତ ହେବାକୁ ଥିବା ବେଳେ ନିର୍ବାଚନ ପୂର୍ବରୁ ଦୁଇ ପ୍ରମୁଖ ରାଜନୈତିକ ଦଳ ବିଜେପି ଏବଂ ବିଜେଡି ନିଜର ଷ୍ଟାର ପ୍ରଚାରକ ତାଲିକା ଘୋଷଣା କରିଛନ୍ତି । ନିର୍ବାଚନ ପାଇଁ ପ୍ରତ୍ୟୋକ ଦଳ ପକ୍ଷରୁ ଏହାର ଷ୍ଟାର ପ୍ରଚାରକ ତାଲିକା ପ୍ରକାଶ ପାଇଛି । ନବୀନ ପଟ୍ଟନାୟକ ବିଜେପୁର ଉପନିର୍ବାଚନ ପାଇଁ ବିଜେଡିର ଷ୍ଟାର ପ୍ରଚାରକ ତାଲିକାରେ ଏକ ନମ୍ବର ସ୍ଥାନରେ ରହିଥିବା ବେଳେ ନବୀନଙ୍କ ସହିତ ଅନଙ୍ଗ ଉଦୟ ସିଂଦେଓ, ପ୍ରସନ୍ନ ଆଚାର୍ଯ୍ୟ, ପ୍ରଫୁଲ୍ଲ ମଲ୍ଲିକ, ପଦ୍ମନାଭ ବେହେରା, ଦେବୀ ମିଶ୍ର, ନବଦାସ , ବିକ୍ରମ ଆରୁଖ ଏବଂ ନିରଞ୍ଜନ ପୂଜାରୀ ପ୍ରମୁଖ ଏହି ତାଲିକାରେ ରହିଛନ୍ତି । ସେହିପରି ବିଜେପିର 24 ଜଣିଆ ଷ୍ଟାର ପ୍ରଚାରକ ତାଲିକାରେ ରହିଛନ୍ତି ଅନେକ ଜାତୀୟ ସ୍ତରୀୟ ନେତା । ବିଜେପିର ଜାତୀୟ କାର୍ଯ୍ୟକାରୀ ଅଧ୍ୟକ୍ଷ ଜେପି ନଡ୍ଡା, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ସ୍ମୃତି…

Read More

ରଙ୍ଗାଚରଣ ପ୍ରଧାନ  କଥା କ’ଣ କି, ଗତ ଶନିବାର ସନ୍ଧ୍ୟାରେ ଯେତେବେଳେ ନ୍ୟୁଜ୍ ଦେଖିବାପାଇଁ ଟିଭି ଖୋଲିଲି, ଦେଖିଲି ସବୁ ଚାନେଲରେ ଉତ୍ସବ ପାଳନ ହେଉଛି । ପ୍ରଧାନମନ୍ତ୍ରୀ ମୋଦୀ ଏକ ସପ୍ତାହର ଆମେରିକା ଗସ୍ତ ସାରି ଦିଲ୍ଲୀ ବିମାନବନ୍ଦରରେ ବିମାନରୁ ଓହ୍ଲାଇ ଦୁଇ କିଲୋମିଟର ରାସ୍ତାରେ ହଜାର ହଜାର ଲୋକଙ୍କୁ ହାତ ହଲେଇ ହଲେଇ ଚାଲୁଛନ୍ତି । ନ୍ୟୁଜ୍ ଆଙ୍କରଙ୍କ ଉତ୍ସାହ କହିଲେ ନ ସରେ । ମୋଦୀ ସାରା ବିଶ୍ବରେ ନାଁ କମେଇ ଆସିଛନ୍ତି । କିଏ କହିଲା ବିଶ୍ବବିଜୟୀ । ଆଉ କିଏ କହିଲା ମହାନାୟକ । ସେ ତାଙ୍କ ପାରମ୍ପରିକ ଧଳା କୁର୍ତ୍ତା ପିନ୍ଧିଛନ୍ତି ଓ କୁଆଡେ ପ୍ରଥମଥର ପାଇଁ ଗେରୁଆ କାନ୍ଧପକା ପକେଇଛନ୍ତି ବୋଲି ଜଣେ ଆଙ୍କରଙ୍କର ମନେ ଅଛି । ଧୋନୀ ଟିମ୍ ଯେତେବେଳେ ସାଉଥ୍ ଆଫ୍ରିକାରେ ଟି-୨୦ ବିଶ୍ବକପ୍ ଜିତିକି ଆସିଥିଲା, ସେତେବେଳେ ବି ଏତେବଡ ସମ୍ବର୍ଦ୍ଧନା ଦିଆଯାଇ ନଥିଲା ।…

Read More