ଖୋର୍ଦ୍ଧା ଜିଲ୍ଲାର ବାଲୁଗାଁ ଅଞ୍ଚଳରେ ବିଦ୍ୟୁତ୍ ଆଘାତରେ ଦୁଇ ଜଣ ମହିଳାଙ୍କର ଅକାଳ ମୃତ୍ୟୁ ଘଟିଛି । ସୂଚନାନୁଯାୟୀ, ବାଣପୁର ଜିଲ୍ଲା ତେନ୍ଦୁଳିଡିହି ଗ୍ରାମରେ ଏକ ଲୁହା ଗ୍ରୀଲ ସର୍ଟ ସର୍କିଟ ହୋଇଥିଲା । ସେହି ସମୟରେ ଗ୍ରୀଲକୁ ଧରି ଜଣେ ମହିଳା ଛିଡା ହୋଇଥିଲା । ତାଙ୍କୁ ପ୍ରଥମେ ବିଦ୍ୟୁତ ଆଘାତ ଲାଗିଥିଲା । ଏହା ଦେଖିବା ପରେ ଆଉ ଜଣେ ପଡୋଶୀ ମହିଳା ତାଙ୍କୁ ବଞ୍ଚାଇବାକୁ ଯାଇଥିଲେ । କିନ୍ତୁ ଉଭୟ ମୃତ୍ୟୁମୁଖରେ ପଡିଥିଲେ । ଘର ଲୋକ ମେନ୍ ସୁଇଚ ବନ୍ଦ କରିଥିଲେ କିନ୍ତୁ ସେତେବେଳକୁ ବିଳମ୍ବ ହୋଇ ସାରିଥିଲା । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହ ମୃତଦେହକୁ ବ୍ୟବଚ୍ଛେଦ ପାଇ ପଠାଇଛି ।
Author: Samikhsya Bureau
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପତ୍ର ଲେଖିଛନ୍ତି କଂଗ୍ରେସ ନେତା ଶଶୀ ଥରୁର୍ । ଫିଲ୍ମ ଜଗତର 49 ଜଣ ବ୍ୟକ୍ତିଙ୍କ ବିରୋଧରେ ଦାୟର କରାଯାଇଥିବା ମାମଲାକୁ ନେଇ ଥରୁର୍ ଏହି ପତ୍ର ଲେଖିଛନ୍ତି । ଉକ୍ତ ଘଟଣାକୁ ନେଇ ଥରୁର୍ ଅସନ୍ତୋଷ ବ୍ୟକ୍ତ କରିବା ସହିତ ଏକ ଦୁଇ ପୃଷ୍ଠାର ଚିଠି ଲେଖିଛନ୍ତି । ଉଲ୍ଲେଖଯୋଗ୍ୟ ଯେ, ଉକ୍ତ 49 ଜଣ କଳାକାର ଦେଶରେ ବର୍ଦ୍ଧିତ ଭିଡ ହିଂସା ଏବଂ ଅସହିଷ୍ଣୁତାର ବିରୋଧ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପତ୍ର ଲେଖିଥିଲେ । ଏହାକୁ ନେଇ ବିହାରର ମୁଜାଫରପୁରରେ ସମସ୍ତଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି । ନିଜ ଚିଠିରେ ଥରୁର ସମ୍ବିଧାନର ଧାରା 19(କ)ର ଉଲ୍ଲେଖ କରି କହିଛନ୍ତି , ସମ୍ବିଧାନ ସମସ୍ତଙ୍କୁ ସ୍ବାଧୀନ ମତପ୍ରକାଶ କରିବାର ଅଧିକାର ପ୍ରଦାନ କରୁଛି । କଳାକାରଙ୍କ ବିରୋଧରେ ମାମଲା ରୁଜୁ କରାଯାଇ ତାଙ୍କର ଅଧିକାରକୁ କ୍ଷୁର୍ଣ୍ଣ କରାଯାଉଛି । ସମ୍ବିଧାନର ମର୍ଯ୍ୟାଦା…
ଭିଡ ହିଂସା ପାଶ୍ଚାତ୍ୟ ସଂସ୍କୃତିର ଅଂଶବିଶେଷ ଏବଂ ଭାରତକୁ ଅଯଥାରେ ବଦନାମ କରାଯାଉଛି ବୋଲି ଆରଏସ୍ଏସ୍ ମୁଖ୍ୟ ମୋହନ ଭାଗବତ କହିଛନ୍ତି । ମହାରାଷ୍ଟ୍ରରେ ରାଷ୍ଟ୍ରୀୟ ସ୍ବଂୟସେବକ ସଂଘ ପକ୍ଷରୁ ଅନୁଷ୍ଠିତ ଦଶହରା କାର୍ଯ୍ୟକ୍ରମରେ ଭାଗବତ ଏହି ମତ ଦେଇଛନ୍ତି । କିଛି ସାମାଜିକ ହିଂସାକୁ ଭିଡ ହିଂସାର ରୂପ ଦିଆଯାଇ ଭାରତକୁ ବଦନାମ କରିବାର ଚେଷ୍ଟା କରାଯାଉଛି ବୋଲି ଭାଗବତ ମତ ଦେଇଥିଲେ । ଏପରି କରାଯାଇ ଦେଶର ହିନ୍ଦୁ ସମ୍ପ୍ରଦାୟକୁ ବଦନାମ କରାଯାଉଛି ଏବଂ ଅନ୍ୟାନ୍ୟ ଧର୍ମର ଲୋକଙ୍କୁ ଭୟଭୀତ କରାଯାଉଛି ବୋଲି ଭାଗବତ ମତ ଦେଇଛନ୍ତି । ସେହିପରି ଜମ୍ମୁ କାଶ୍ମୀରରୁ ଧାରା 370 ଉଚ୍ଛେଦ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଗୃହମନ୍ତ୍ରୀ ଅମିତ ଶାହଙ୍କୁ ପ୍ରଶଂସା କରିଥିଲେ ମୋହନ ଭାଗବତ ।
ଭାରତୀୟ ବ୍ୟାଡମିଣ୍ଟନ ଷ୍ଟାର ସାଇନା ନେହ୍ବାଲ ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କରଙ୍କୁ ନିଜର ଭିସା ପାଇଁ ଟ୍ବିଟ୍ଟର ଜରିଆରେ ଅନୁରୋଧ କରିଛନ୍ତି । ଡେନ୍ମାର୍କ ପାଇଁ ସାଇନା ଭିସା ଆବେଦନ କରିଥିବା ବେଳେ ଏହାକୁ ମଞ୍ଜୁରୀ ମିଳିନାହିଁ । ଆସନ୍ତା ସପ୍ତାହରେ ଏହି ଟୁର୍ଣ୍ଣାମେଣ୍ଟ ଆୟୋଜିତ ଥିବାକୁ ବେଳେ ସାଇନା ଏବଂ ତାଙ୍କ ପ୍ରଶିକ୍ଷକଙ୍କୁ ଭିସା ପ୍ରଦାନ କରିବା ପାଇଁ ଟ୍ବିଟ୍ କରି ଆବେଦନ କରିଛନ୍ତି । ‘ଆସନ୍ତା ସପ୍ତାହର ମଙ୍ଗଳବାରରୁ ଡେନମାର୍କର ଓଡେନ୍ସରେ ମୋର ପ୍ରଥମ ମ୍ୟାଚ୍ ରହିଛି । ତେଣୁ ଜରୁରୀ କାଳୀନ ପ୍ରକ୍ରିୟାରେ ମୋର ଏବଂ ମୋର ପ୍ରଶିକ୍ଷକଙ୍କ ଭିସାକୁ ମଞ୍ଜୁରୀ ପ୍ରଦାନ କରାଯାଉ’ ବୋଲି ସାଇନା ଟ୍ବିଟ୍ କରିଛନ୍ତି । ସାଇନା ଡେନମାର୍କ ଓପନ ପ୍ରଥମ ରାଉଣ୍ଡରେ ଜାପାନର ସାୟକା ଟାକାସାହିଙ୍କୁ ଭେଟିବାକୁ ଯାଉଛନ୍ତି ।
ବାଲିକୁଦା ଯୁବକ ପୋଡି ଘଟଣାରେ ଅଭିଯୁକ୍ତା ପ୍ରେମିକାକୁ ପୋଲିସ୍ ପଚରାଉଚୁରା କରିଛି । ପରକୀୟା ପ୍ରେମ ଓ ପ୍ରତାରଣାରୁ ଯୁବକଙ୍କୁ ଜିଅନ୍ତା ଜାଳିଦେବା ଘଟଣାର ମୁଖ୍ୟ ଅଭିଯୁକ୍ତା ‘ମଧୁ’ଙ୍କୁ ଜେରା କରୁଛି ପୋଲିସ୍ । ଗତକାଲି ପୁଲିସ୍ ତାଙ୍କୁ କଟକରେ ଜେରା କରିଥିଲା । ଅଧିକ ତଥ୍ୟ ହାସଲ ପାଇଁ ଆଜି ଦାଆଗାଁ ନିଆଯାଇ ଜେରା କରାଯିବ ବୋଲି ଜଗତସିଂହପୁର ସଦର ଏସଡିପିଓ କହିଛନ୍ତି । ପୂର୍ବର ହତ୍ୟା ଘଟଣାରେ ସନ୍ଦିଗ୍ଧ ମହିଳାଙ୍କ ବାପା ଏବଂ ଦୁଇ ଭଉଣୀଙ୍କୁ ମଧ୍ୟ ପଚରାଉଚରା କରିଛି ପୋଲିସ୍ ।
ବାଲେଶ୍ୱର ଜିଲ୍ଲା ସିମୁଳିଆ ଥାନା ଅନ୍ତର୍ଗତ ମାର୍କୋଣାରୁ 5 ଲକ୍ଷ ଟଙ୍କାର ବ୍ରାଉନ୍ସୁଗାର ସହ ଯୁବକ ଗିରଫ କରାଯାଇଛି । ଯୁବକଙ୍କ ନିକଟରୁ 38.64 ଗ୍ରାମ ବ୍ରାଉନ ସୁଗର ଜବତ କରାଯାଇଛି । ଏହାର ଆନୁମାନିକ ମୂଲ୍ୟ 5 ଲକ୍ଷ ଟଙ୍କାରୁ ଅଧିକ ହେବ । ଏହି ଘଟଣାରେ ଦୁଇ ଜଣଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି। ସେମାନେ ହେଲେ ଫୈୟଜ ମହମ୍ମଦ ଓ ଆଶିକ ଖାଁ। ସେମାନଙ୍କ ଘର ଖୋର୍ଦ୍ଧା ଜିଲ୍ଲାର ରଥିପୁର ଗାଁରେ । 16 ନମ୍ବର ଜାତୀୟ ରାଜପଥରେ ଫୈୟଜ ଓ ଆଶିକ ବ୍ରାଉନସୁଗର ନେଇ ବାଇକ୍ରେ ଯିବା ବେଳେ ପୁଲିସ୍ ସେମାନଙ୍କୁ କାବୁ କରି ନେଇଥିଲା ।
ଆଜି ବାୟୁସେନାର ୮୭ତମ ପ୍ରତିଷ୍ଠା ଦିବସ ପାଇଁ ଗାଜିଆବାଦର ହିଣ୍ଡୋନ ଏୟାର ଫୋର୍ସ ଷ୍ଟେସନରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜିତ ହୋଇଛି । ଏହି କାର୍ଯ୍ୟକ୍ରମରେ ବାୟୁସେନା ପାଖରେ ଥିବା ବିଭିନ୍ନ ପରିବହନ ବିମାନ, ହେଲିକପ୍ଟର ଓ ଯୁଦ୍ଧ ବିମାନ ନିଜର ପରାକ୍ରମ ଦେଖାଇଛନ୍ତି । ବାୟୁସେନାରେ ନୂଆ କରି ସାମିଲ ହୋଥିବା ଆପାଚେ ହେଲିକପ୍ଟର ଓ ଚିନୁକ୍ ପରିବହନ ହେଲିକପ୍ଟର ବିଭିନ୍ନ ସାମରିକ କୌଶଳ ପ୍ରଦର୍ଶନ କରିଛନ୍ତି । ଏଥିରେ ବାୟୁସେନା ମୁଖ୍ୟ ଆରକେଏସ୍ ଭଦୌରିଆ ଯୋଗଦେଇ ଶହୀଦ ମାନଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି । ବାୟୁସେନା ଦେଶର ସୁରକ୍ଷା ସହିତ କଦାବି ସାଲିସ୍ କରିବ ନାହିଁ ବୋଲି ଭଦୌରିଆ ପ୍ରକାଶ କରିଛନ୍ତି । ପ୍ରତିଷ୍ଠା ଦିବସ ଅବସରରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଟ୍ୱିଟ କରି ବାୟୁସେନାକୁ ଶୁଭେଚ୍ଛା ଜଣାଇଛନ୍ତି ।ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଟ୍ୱିଟ କରି ଭାରତୀୟ ବାୟୁସେନାର ସାହାସକୁ ପ୍ରଶଂସା କରିଛନ୍ତି । ଏଥିସହ ବାୟୁସେନାର…
ପବିତ୍ର ବିଜୟା ଦଶମୀ ଅବସରରେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଟ୍ୱିଟ୍ କରି ଶୁଭେଚ୍ଛା ଜଣାଇଛନ୍ତି । ବିଜୟା ଦଶମୀରେ ଟ୍ୱିଟ୍ କରି ଶୁଭେଚ୍ଛା ଜଣାଇଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ଏହି ପର୍ବ ମାଧ୍ୟମରେ ସତ୍ମାର୍ଗରେ ଚାଲିବାକୁ ପ୍ରେରଣା ମିଳିଥାଏ, ସମସ୍ତଙ୍କ ପାଇଁ ଏହି ପର୍ବ ଖୁସି ଓ ସମୃଦ୍ଧି ନେଇ ଆସୁ ବୋଲି ରାଷ୍ଟ୍ରପତି କହିଛନ୍ତି । ସେହିପରି ବିଜୟା ଦଶମୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଅସତ୍ୟ ଉପରେ ସତ୍ୟର ବିଜୟ ପର୍ବ ଅଟେ ବୋଲି ମୋଦି ଟ୍ବିଟ୍ କରିଛନ୍ତି ।
ଆଜି ରାଜ୍ୟର କିଛି ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି । ଏହି ସମୟରେ ଘଡ଼ଘଡ଼ି ହେବାର ମଧ୍ୟ ଆକଳନ କରିଛି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗ । ଏ ନେଇ ସତର୍କ ରହିବାକୁ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ବିଶେଷକରି ବାଲେଶ୍ୱର ଓ ଭଦ୍ରକ ଜିଲ୍ଲାରେ ବଜ୍ରପାତ ହେବାର ସମ୍ଭାବନା ରହିଛି । ସେଥିପାଇଁ ଦିନ 12.30 ପର୍ଯ୍ୟନ୍ତ ସତର୍କ ରହିବାକୁ ପାଣିପାଗ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି ।
କେଦାର ମିଶ୍ର ଭାରତର ଅନ୍ୟ ସବୁ ରାଜ୍ୟ ତୁଳନାରେ ମହାରାଷ୍ଟ୍ର ରାଜନୀତି ପୂରାପୂରି ଅଲଗା। ମହାରାଷ୍ଟ୍ରର ରାଜନୀତି ସବୁବେଳେ ଚତୁର୍ମୁଖୀ ରହି ଆସିଛି। ଯଦିଓ ମେଣ୍ଟ ଜରିଆରେ କଂଗ୍ରେସ ସହିତ ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି ଓ ବିଜେପି ସହିତ ଶିବସେନାର ବନ୍ଧୁତା ରହିଛି, ଏହା କେବଳ ରାଜନୈତିକ ବାଧ୍ୟବାଧକତା ମାତ୍ର। ୨୦୧୪ ନିର୍ବାଚନରେ ଏହି ଚାରୋଟି ଯାକ ଦଳ ଅଲଗା ଅଲଗା ନିର୍ବାଚନ ଲଢିଥିଲେ। ସେତେବେଳେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବରେ କାହାକୁ ବିଜେପି ଉପସ୍ଥାପିତ କରିନଥିଲା। ବିଜେପି ଭିତରେ ନେତୃତ୍ବକୁ ନେଇ ସେତେବେଳେ ଅନେକ ପ୍ରଶ୍ନବାଚୀ ରହିଥିଲା। ପଙ୍କଜା ମୁଣ୍ଡେ, ବିନୋଦ ତାଓଡେ,ଏକନାଥ ଖଡସେ ପ୍ରମୁଖ ବହୁ ନେତାଙ୍କ ନାଁ ସେତେବେଳେ ମୁଖ୍ୟମନ୍ତ୍ରୀ ପଦ ପାଇଁ ଉଠୁଥିଲା। ଆବଶ୍ୟକ ସ୍ଥଳେ ନିତିନ ଗଦକାରୀ ମୁଖ୍ୟମନ୍ତ୍ରୀ ହୋଇ ପାରନ୍ତି ବୋଲି ମଧ୍ୟ ଶୁଣା ଯାଉଥିଲା। ତେବେ ଦେବେନ୍ଦ୍ର ଫଡନବିସଙ୍କ ହାତକୁ କ୍ଷମତା ଆସିବା ପରେ ବର୍ତ୍ତମାନ ସମୟରେ ସେ ମହାରାଷ୍ଟ୍ର ବିଜେପିର…
ସମୀକ୍ଷା ବ୍ୟୁରୋ ବରିଷ୍ଠ ନେତା ଦାମୋଦର ରାଉତ ହଠାତ ଅସୁସ୍ଥତା ଅନୁଭବ କରିବାରୁ ତାଙ୍କୁ ଭୁବନେଶ୍ବରର ଆପୋଲ ହସପିଟାଲରେ ଭର୍ତ୍ତି କରାଯାଇଛି। ଏହି ଖବର ଜଣାପଡିବା ପରେ ତାଙ୍କର ଝିଅ ତଥା ଭୁବନେଶ୍ବର ମହାନଗରର ପୂର୍ବତ୍ତନ କରପୋରେଟର ପ୍ରୀତିନନ୍ଦା ରାଉତରାୟ ତୁରନ୍ତ ଭୁବନେଶ୍ବର ଫେରି ଆସୁଛନ୍ତି। ସେ ପୂଜା ଛୁଟିରେ ବାହାରକୁ ଯାଇଥିଲେ। ତାଙ୍କ ପୁତ୍ର ତଥା ବିଜେଡି ବିଧାୟକ ସଂବିତ ରାଉତରାୟ ମଧ୍ୟ ବାହାରେ ଅଛନ୍ତି। ତେବେ ତାଙ୍କ ସ୍ବାସ୍ଥ୍ୟ ଅବସ୍ଥା ସ୍ଥିର ଅଛି ବୋଲି ଜଣାପଡିଛି। ନିକଟରେ ଦାମୋଦର ରାଉତ ରାଜନୀତିରୁ ସନ୍ୟାସ ନେଲେ ବୋଲି ଘୋଷଣା କରିଛନ୍ତି। ତାଙ୍କୁ ବିଜେପି ଦଳ ପଚାରୁ ନାହିଁ ବୋଲି ମଧ୍ୟ ଦାମ କ୍ଷୋଭ ପ୍ରକାଶ କରିଥିଲେ। ବିଜେପୁର ଉପନିର୍ବାଚନରେ ବିଜେପି ତାଙ୍କୁ ଷ୍ଟାର ପ୍ରଚାରକ ତାଲିକାରେ ମଧ୍ୟ ସାମିଲ କରି ନାହିଁ। ଯାହାକୁ ନେଇ ଦାମୋଦର ରାଉତ ଅସନ୍ତୁଷ୍ଠ ପ୍ରକାଶ କରିଛନ୍ତି।
ସମୀକ୍ଷା ବ୍ୟୁରୋ ଭୁବନେଶ୍ୱର,ଓଡ଼ିଶାର ବାଚସ୍ପତି ଡ. ସୂର୍ଯ୍ୟ ନାରାୟଣ ପାତ୍ର ଆଜି ବିଦେଶ ଗସ୍ତରୁ ଫେରିଛନ୍ତି । ସେ ସେପ୍ଟମ୍ବର ୨୪ରୁ ୨୯ ତାରିଖ ପର୍ଯ୍ୟନ୍ତ ଚାଲିଥିବା ୬୪ତମ ରାଜ୍ୟଗୋଷ୍ଠୀ ସଂସଦୀୟ ସମ୍ମିଳନୀରେ ଯୋଗଦେବା ପାଇଁ ବାଚସ୍ପତି ଉଗାଣ୍ଡାର ରାଜଧାନୀ କାମ୍ପାଲା ଗସ୍ତ କରିଥିଲେ । କାମ୍ବାଲାରୁ ବାଚସ୍ପତି ଡ. ପାତ୍ର ଏକ ଅଧ୍ୟୟନ ଗସ୍ତରେ ହଙ୍ଗେରୀ, ପୋଲାଣ୍ଡ ଓ ଚେକୋସ୍ଲୋଭାକିଆ ଆଦି ଦେଶ ଗସ୍ତ କରିଥିଲେ । ତାଙ୍କର ଏହି ଗସ୍ତ କାଯ୍ୟକ୍ରମ ସରିବା ପରେ ଭୁବନେଶ୍ୱର ପ୍ରତ୍ୟାବର୍ତ୍ତନ କରିଛନ୍ତି । ଡ. ପାତ୍ରଙ୍କ ସହ ଏହି ବିଦେଶ ଗସ୍ତରେ ବିଧାନସଭାର ସଚିବ ଶ୍ରୀ ଦାଶରଥୀ ଶତପଥୀ ମଧ୍ୟ ଯାଇଥିଲେ।

