Author: Samikhsya Bureau

ଉତ୍ତରାଖଣ୍ଡର ଦେବପ୍ରୟାଗଠାରେ ଶନିବାର ଦିନ ଏନଏଚ୍‌-୫୮ରେ ତିନିଧାରା ନିକଟରେ ଏକ ଗାଡ଼ି ଦୁର୍ଘଟଣାଗସ୍ତ ହୋଇଛି । ପାହାଡ଼ର ଭଗ୍ନାବଶେଷ ଏହି ଗାଡ଼ି ଉପରେ ପଡ଼ିବାରୁ ଗାଡ଼ିଟିର ଦୁର୍ଘଟଣା ଘଟିଥିଲା । ଏଥିରେ ୬ଜଣ ମୃତ୍ୟୁ ହୋଇଥିବାବେଳେ ୪ଜଣ ଗଭୀର ଆହତ ହୋଇଛନ୍ତି । ସୂଚନା ଅନୁସାରେ ଏହି ଗାଡ଼ିଟିରେ ୧୦ଜଣ ଶ୍ରଦ୍ଧାଳୁ ରହିଥିଲେ । ଏହି ଦୁର୍ଘଟଣା ଭୂସ୍ଖଳନ ଯୋଗୁଁ ହୋଇଛି ବୋଲି ଜଣାପଡିଛି । ଘଟଣାସ୍ଥଳରେ ଉଦ୍ଧାରକାରୀ ଦଳ ପହଞ୍ଚି ଆହତଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଇଛନ୍ତି ।  ବିହାର, ଉତ୍ତରପ୍ରଦେଶ ସହିତ ଉତ୍ତରାଖଣ୍ଡରେ ମୂଷଳଧାରରେ ବର୍ଷା ହେବା ଯୋଗୁଁ ଏହିପରି ଘଟଣାମାନ ଦେଖାଯାଉଛି ।

Read More

ସମୀକ୍ଷା ବ୍ୟୁରୋ ଭାରତର ରାଷ୍ଟ୍ରପତି ତଥା ଭାରତୀୟ ସଶସ୍ତ୍ର ସେନାବାହିନୀର ସର୍ବୋଚ୍ଚ କମାଣ୍ଡର ଶ୍ରୀ ରାମନାଥ କୋବିନ୍ଦ ୨୮ ସେପ୍ଟେମ୍ବର ୨୦୧୯ରେ ଗୋପାଳପୁର ସେନା ଷ୍ଟେସନ ଠାରେ ସେନା ବାୟୁ ପ୍ରତିରକ୍ଷା ବାହିନୀକୁ ରାଷ୍ଟ୍ରପତି କଲର୍ସ ସମ୍ମାନରେ ସମ୍ମାନିତ କରିଛନ୍ତି । ସ୍ୱାଧୀନ ବାହିନୀ ଭାବେ ୨୫ ବର୍ଷର ଉଲ୍ଲେଖନୀୟ ସେବା ଲାଗି ସେନା ବାୟୁ ପ୍ରତିରକ୍ଷା ବାହିନୀକୁ ଏହି ସମ୍ମାନ ପ୍ରଦାନ କରାଯାଇଛି । ଆର୍ମୀ ଏଡି କେନ୍ଦ୍ରର ଲେଫନାଣ୍ଟ ବିବେକ ବିଜୟ ମୋରେ ସେନା ବାୟୁ ପ୍ରତିରକ୍ଷା ବାହିନୀ ପକ୍ଷରୁ ରାଷ୍ଟ୍ରପତିଙ୍କ ଠାରୁ କଲର୍ସ ସମ୍ମାନ ଗ୍ରହଣ କରିଥିଲେ। ଭାରତୀୟ ସ୍ଥଳ ସେନାର ଗୌରବପୂର୍ଣ୍ଣ ସମ୍ମାନ ମଧ୍ୟରେ ପ୍ରେସିଡେଂଟ କଲର୍ସ ଆୱାର୍ଡ ହେଉଛି ସର୍ବୋଚ୍ଚ ସମ୍ମାନ । ଯୁଦ୍ଧ ଏବଂ ଶାନ୍ତି ପ୍ରକ୍ରିୟାରେ ସେନାବାହିନୀର ପ୍ରଦର୍ଶନ ଏବଂ ଉପଲବ୍ଧି ଆଧାରରେ ରାଷ୍ଟ୍ରପତି କଲର୍ସ ଆୱାର୍ଡ ପ୍ରଦାନ କରାଯିବା ଲାଗି ସୈନ୍ୟ ବାହିନୀର ଚୟନ କରାଯାଇଥାଏ । ଦ୍ୱିତୀୟ ବିଶ୍ୱଯୁଦ୍ଧ…

Read More

ବଲିଉଡ଼ ଅଭିନେତା ସୈଫ ଅଲ୍ଲୀ ଖାନଙ୍କ ଅଭିନୀତ ଆଗାମୀ ଚଳଚ୍ଚିତ୍ର ‘ଲାଲ କପ୍ତାନ’ର ଦ୍ବିତୀୟ ଟ୍ରେଲର ଶନିବାର ରିଲିଜ୍ ହୋଇଛି। ୧ ମିନିଟ୍ ୨୯ ସେକେଣ୍ଡର ଏହି ଟ୍ରେଲରରେ ଦୀପକ ଡୋବ୍ରିୟାଲଙ୍କ ଭୂମିକା ଉପରେ ଗୁରୁତ୍ବାରୋପ କରାଯାଇଛି। ଚଳଚ୍ଚିତ୍ରରେ ଦୀପକ ଏକ ବିଶେଷ ଭୂମିକାରେ ଅଭିନୟ କରିଛନ୍ତି, ଯାହାର କି ଶୁଂଘିବାର ଏ ଭିନ୍ନ କ୍ଷମତା ରହିଛି। ଏହାସହିତ ତାଙ୍କ ସହାୟତା ପାଇଁ ଚଳଚ୍ଚିତ୍ରରେ ୨ଟି ଶିକାରୀ କୁକୁର ମଧ୍ୟ ଅଛନ୍ତି। ନବଦୀପ ସିଂହଙ୍କ ନିର୍ଦେଶିତ ଏହି ଚଳଚ୍ଚିତ୍ରରେ ସୈଫ୍‌ ଜଣେ ନାଗା ସାଧୁ ଭୂମିକାରେ ନଜର ଆସିବେ। ସୈଫଙ୍କ ଲୁକ୍ ମଧ୍ୟ ଜବରଦସ୍ତ ରହିଛି। ପୂର୍ବରୁ ଏହି ଫିଲ୍ମରେ ସୋନାକ୍ଷୀଙ୍କ ଲୁକ୍‌ ସାମ୍ନାକୁ ଆସିଥିଲା । ସୋନାକ୍ଷୀ ଏଥିରେ ଜଣେ ତୁର୍କୀ ମହିଳା ରୂପେ ନଜର ଆସିଛନ୍ତି । ଆସନ୍ତା ଅକ୍ଟୋବର ୧୮ ତାରିଖରେ ଏହି ଫିଲ୍ମଟି ପରଦା ଉପରକୁ ଆସିବ ।

Read More

ଆଜି ପବିତ୍ର ମହାଳୟା। ଆଜିଠୁ ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଶ୍ୱରୀ ଧବଳମୁଖୀ ବେଶରେ ଦର୍ଶନ ଦେଉଛନ୍ତି। ଗତକାଲି ମଧ୍ୟରାତ୍ରରୁ ମାଆ ସମଲେଶ୍ୱରୀଙ୍କ ସ୍ନାନ ସମ୍ପନ୍ନ ପରେ ଧବଳମୁଖୀ ବେ କରାଯାଇଥିଲା। ମା’ଙ୍କର ଏହି ବେଶ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଥିଲା। ପୂଜକମାନଙ୍କ ପକ୍ଷରୁ ଶଙ୍ଖ ଓ ଗୋପୀ ତିଳକରେ ମାଆଙ୍କଠାରେ ଧବଳ ପ୍ରଲେପ ଦିଆଯାଇ ଧବଳମୁଖୀ ବେଶ କରାଯାଇଥିଲା। ଏହି ବେଶ ଅଢ଼େଇଦିନ ଯାଏ ରହିବ। ଏହା ପରେ ମାଆ ସମଲେଶ୍ୱରୀ ଭିନ୍ନ ଭିନ୍ନ ଦିନରେ ଭିନ୍ନ ଭିନ୍ନ ରୂପରେ ଦର୍ଶନ ଦେବେ। ଭିଡ଼କୁ ଦୃଷ୍ଟିରେ ରଖି ମନ୍ଦିର ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି।

Read More

ଆଜି ଆଫଗାନିସ୍ଥାନଠାରେ ହେଉଥିବା ରାଷ୍ଟ୍ରପତି ନିର୍ବାଚନ ସମୟରେ ଏକ ଭୋଟିଂ ବୁ୍ଥ ପାଖରେ ବିସ୍ଫୋରଣ ହୋଇଛି । ଏଥିରେ ୧୫ଜଣ ଆହତ ହୋଇଥିବାର ସୂଚନା ରହିଛି । ଆଫଗାନିସ୍ଥାନ ରାଷ୍ଟ୍ରପତି ନିର୍ବାଚନରେ ଅଶରଫ୍‌ ଗନି ଓ ଅବଦୁଲ୍ଲା-ଅବଦୁଲ୍ଲାଙ୍କ ମଧ୍ୟରେ ନିର୍ବାଚନୀ ଲଢେଇ ହେଉଛି । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ତରଫରୁ ତାଲିବାନ ଶାନ୍ତି ବାର୍ତ୍ତା ପ୍ରସଙ୍ଗକୁ ରଦ୍ଦ କରାଯିବା ପରେ ଆଫଗାନିସ୍ଥାନରେ ରାଜନୖେତିକ ଅନିଶ୍ଚିତତା ସୃଷ୍ଟି ହୋଇଛି । ତାଲିବାନରେ ମତଦାନ ପ୍ରକ୍ରିୟାରୁ ଦୂରରେ ରହିବାକୁ ଧମକ ଦିଆଯାଇଥିଲା । ଏହାକୁ ନଜର ରଖି ତାଲିବାନୀ ଆତଙ୍କବାଦୀଙ୍କ ସହ ମୁକାବିଲା କରିବା ପାଇଁ ଆଫଗାନିସ୍ଥାନରେ ଦଶହଜାର ସୁରକ୍ଷା ବଳକଙ୍କୁ ନିୟୋଜିତ କରାଯାଇଥଛି ।

Read More

ପରିବହନ କାର୍ଯ୍ୟାଳୟକୁ ମଧ୍ୟସ୍ଥ ଓ ଦଲାଲମୁକ୍ତ କରିବାକୁ ନିର୍ଦେଶ ଦେଇଛନ୍ତି ପରିବହନ କମିଶନର ସଂଜୀବ ପଣ୍ଡା । ସେହିପରି  ଅଫିସରେ ପଶୁଥିବା ଦଲାଲ ବିରୋଧରେ ଥାନାରେ ଏତଲା ଦେବାକୁ ନିର୍ଦେଶ ଦିଆଯାଇଛି । ଏହି ଚିଠିରେ ପରିବହନ କାର୍ଯ୍ୟାଳୟକୁ ଦଲାଲ୍‌ ମୁକ୍ତ କରାଯିବା ନେଇ ଉଲ୍ଲେଖ କରାଯାଇଛି। ଅଫିସ୍‌ ପରିସରରେ ଥିବା ଅସ୍ଥାୟୀ କ୍ୟାବିନ୍‌ ବା ଘର ଉଚ୍ଛେଦ କରାଯିବ । କର୍ମଚାରୀଙ୍କ ପାଇଁ ବାଧ୍ୟତାମୂଳକ ହେବ ବିଭିନ୍ନ ରଙ୍ଗର ପରିଚୟ ପତ୍ର ।  ସରକାରୀ କର୍ମଚାରୀ ପିନ୍ଧିବେ ନୀଳ ଫିତା ବିଶିଷ୍ଟ ପରିଚୟ ପତ୍ର । ସେବା ପ୍ରଦାନକାରୀ ସଂସ୍ଥାର କର୍ମଚାରୀଙ୍କ ପାଇଁ ସବୁଜ ଫିତାର ପରିଚୟ ପତ୍ର ।  ସ୍ମାର୍ଟ ଚିପ୍‌ କମ୍ପାନି କର୍ମଚାରୀ ପିନ୍ଧିବେ ହଳଦିଆ ଫିତାର ପରିଚୟ ପତ୍ର ।  ଅଫିସ୍‌ରେ ମିଳୁଥିବା ସେବା ଓ ଦେୟର ତାଲିକା ପ୍ରଦର୍ଶିତ ହେବ । ସେହିପରି ସବୁ ଆରଟିଓ ଅଫିସ୍‌ରେ କିଓସ୍କ ମେସିନ୍‌ ଓ ସିସିଟିଭି ବାଧ୍ୟତାମୂଳକ,…

Read More

ରାଷ୍ଟ୍ରପତି ରାମନାଥ କୋବିନ୍ଦ ଆଜି ଭୁବେନଶ୍ବର ଛାଡିଛନ୍ତି । ବାୟୁସେନାର ସ୍ବତନ୍ତ୍ର ବିମାନ ‘ରାଜକମଲ୍‌’ରେ ରାଷ୍ଟ୍ରପତି ଫେରିଛନ୍ତି । ଭୁବନେଶ୍ବର ବିମାନବନ୍ଦରଠାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ରାଜ୍ୟପାଳ ଗଣେଶୀ ଲାଲ ବିଦାୟ ଜଣାଇଛନ୍ତି । ଦୁଇଦିନିଆ ଓଡ଼ିଶାଗସ୍ତରେ ଆସିଥିଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ। ବ୍ରହ୍ମପୁର ଗୋଳାବନ୍ଧ ଆର୍ମି ଏଡି ସେଣ୍ଟରରେ ରାଷ୍ଟ୍ରପତି ଦୀକ୍ଷାନ୍ତ ଉତ୍ସବ ପରେଡ୍‌ରେ ଯୋଗଦେଇଥିଲେ ରାଷ୍ଟ୍ରପତି । ଏୟାର ଡିଫେନ୍ସର ୨୫ ବର୍ଷ ପୂର୍ତ୍ତି ଅବସରରେ କର୍ପସ ଅଫ୍‌ ଆର୍ମି ଏୟାର ଡିଫେନ୍ସ ସେଣ୍ଟରକୁ ସର୍ବୋଚ୍ଚ ସମ୍ମାନ କଲର୍ସ ପୁରସ୍କାର ପ୍ରଦାନ କରିଥିଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ।

Read More

ଜୁନାଗଡ଼ ଗଣ ଦୁଷ୍କର୍ମ ମାମଲାରେ ଡ୍ରାଇଭର ଲଳିନ୍ଦ୍ରଙ୍କୁ ଗିରଫ କରାଯାଇଛି । ପୀଡ଼ିତାଙ୍କ ସାନି ବୟାନ ଆଧାରରେ ତାଙ୍କୁ ଗିରଫ କରାଯାଇଛି । ଡ୍ରାଇଭର ଲଳିନ୍ଦ୍ର ଶବର ମୁଖ୍ୟ ଖଳନାୟକ ବୋଲି କହିଥିଲେ ପୀଡ଼ିତା ଜଣକ। ଲଳିନ୍ଦ୍ରଙ୍କୁ ଛାଡ଼ି ଦେଲେ ପୀଡ଼ିତା ଜଣକ ଆତ୍ମହତ୍ୟା କରିବେ ବୋଲି କହିଥିଲେ ।  ଆଜି ଏନେଇ ପୀଡ଼ିତାଙ୍କ ସାନି ବୟାନ ନେଇଥିଲା ପୋଲିସ୍‌ । ସିଆରପିସି ଦଫା ୧୬୧ରେ ପୀଡ଼ିତାଙ୍କ ସାନି ବୟାନ ନେଇଥିଲା । ସାନି ବୟାନରେ ଲଳିନ୍ଦ୍ରଙ୍କ ନାଁ ନେଇଥିଲେ ପୀଡ଼ିତା ଛାତ୍ରୀ । ଲଳିନ୍ଦ୍ରଙ୍କୁ ନେଇ ବିଜେପି ବିଜେଡ଼ି ଉପରେ ଦୋଷାରୋପ କରିଥିଲା ।

Read More

ଆଜି ବିଜେଡି ଓ କଂଗ୍ରେସର ପ୍ରାର୍ଥୀ ଘୋଷଣା ହୋଇ ସାରିଥିବା ବେଳେ ଆସନ୍ତା କାଲି ବିଜେପି ପ୍ରାର୍ଥୀ ଘୋଷଣା କରିବ। କାଲି ଦିଲ୍ଲୀରେ ସଂସଦୀୟ ବୋର୍ଡ ବୈଠକ ପରେ ପ୍ରାର୍ଥୀ ଘୋଷଣା। ବିଜେପି ରାଜ୍ୟ ଉପସଭାପତି ସମୀର ମହାନ୍ତି ସୂଚନା ଦେଇଛନ୍ତି। ଏହି ଆସନ ପାଇଁ ବିଜେଡିର ରୀତା ସାହୁ ପ୍ରାର୍ଥୀ ହୋଇଥିବା ବେଳେ କଂଗ୍ରେସରୁ ଦିଲ୍ଲୀପ ପଣ୍ଡା ପ୍ରାର୍ଥୀ ହୋଇଛନ୍ତି। ଆସନ୍ତା ଅକ୍ଟୋବର ୨୧ ତାରିଖରେ ଏହି ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ । ଅକ୍ଟୋବର ୨୪ ତାରିଖରେ ନିର୍ବାଚନ ଫଳାଫଳ ଜଣାପଡ଼ିବ । ଚଳିତ ସାଧାରଣ ନିର୍ବାଚନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହିଞ୍ଜିଳି ଓ ବିଜେପୁରରୁ ନିର୍ବାଚନ ରଣାଙ୍ଗନକୁ ଓହ୍ଲାଇ ବିଜୟୀ ହୋଇଥିଲେ

Read More

ଓଡ଼ିଶା ଓ ଛତିଶଗଡ଼ ମଧ୍ୟରେ ଲାଗି ରହିଥିବା ମହାନଦୀ ଜଳ ବିବାଦର ଆଜି ଟ୍ରିବ୍ୟୁନାଲ ଶୁଣାଣୀ କରିଛନ୍ତି। ଉଭୟ ରାଜ୍ୟର ବୈଷୟିକ ଟିମ ୨ ରାଜ୍ୟ ଗସ୍ତ କରିବେ । ଏହାପରେ ନଭେମ୍ବର ୩୦ରେ ପରବର୍ତ୍ତୀ ଶୁଣାଣୀ ପାଇଁ ଦିନ ଧାର୍ଯ୍ୟ କରାଯାଇଥିବା ଟ୍ରିବ୍ୟୁନାଲରେ ନିଷ୍ପତି ନିଆଯାଇଛି ବୋଲି ଓଡ଼ିଶା ଆଡଭୋକେଟ ଜେନେରାଲ ଅଶୋକ ପରିଜା ସୂଚନା ଦେଇଛନ୍ତି ।  ଆଜି ମହାନଦୀ ଟ୍ରିବ୍ୟୁନାଲରେ ଜଳ ବିବାଦକୁ ନେଇ ଉଭୟ ରାଜ୍ୟ ନିଜ ନିଜ ପକ୍ଷ ରଖିଥିଲେ । ଏହା ସହ ଆଜି ମହାନଦୀ ଜଳ ବିବାଦକୁ ନେଇ ହୋଇଥିବା ଶୁଣାଣୀରେ ଉଭୟ ରାଜ୍ୟ ବୈଷୟିକ ଟିମ ୨ ରାଜ୍ୟ ଗସ୍ତ କରିବାକୁ ନିଷ୍ପତ୍ତି ହୋଇଛି । ଛତିଶଗଡ଼ରେ ପ୍ରକଳ୍ପର ସମୀକ୍ଷା ପାଇଁ ଅକ୍ଟୋବର ୩୦ରୁ ନଭେମ୍ବର ୨ ଯାଏ ଯିବେ ଓଡ଼ିଶା ଟିମ୍‌ର ଛତିଶଗଡ଼ ଗସ୍ତ କରିବ ।  ନଭେମ୍ବର ୧୭ରୁ ୧୯ ଯାଏ ଓଡ଼ିଶାରେ ସମୀକ୍ଷା କରିବ ଛତିଶଗଡ଼…

Read More

ସମୀକ୍ଷା ବ୍ୟୁରୋ ଏକଦା ଭାରତୀୟ ଶାସ୍ତ୍ରୀୟ ସଙ୍ଗୀତର ମହାନାୟକ ଉସ୍ତାଦ ବଡେ ଗୁଲାମ ଅଲି ଖାଁ କହିଥିଲେ- “ଶଶୁରି କଭି ବେସୁରି ନେହିଁ ହୋତି” ଓ ଯାହାଲାଗି ସେ ଏକଥା କହିଥିଲେ, ସେ ଥିଲେ ଭାରତୀୟ ଲୋକପ୍ରିୟ ସଙ୍ଗୀତର ମହାନାୟିକା ଲତା ମଙ୍ଗେସ୍କର। ଲତା, ଏଇ ନାଁ ହିଁ ଯଥେଷ୍ଟ। ୯୦ ବର୍ଷର ଜୀବନକାଳରୁ ପ୍ରାୟ ୮୦ ବର୍ଷ ସେ ଭାରତୀୟ  ସଙ୍ଗୀତର ସମୃଦ୍ଧି ଲାଗି ଦେଇଛନ୍ତି। ତାଙ୍କ ନିଜ ସ୍ଵରରେ “ମେରି ଆୱାଜ ହି ପେହେଚାନ ହୈ” (ଗୁଲଜାରଙ୍କ ରଚନା, ରାହୁଲ ଦେବ ବର୍ମନଙ୍କ ସଙ୍ଗୀତ, ସିନେମା-କିନାରା) ହିଁ ତାଙ୍କର ପରିଚୟ। ଭାରତର କୋକିଳ କଣ୍ଠୀ ସ୍ବର ସାମ୍ରଜ୍ଞୀ ଲତା ମଙ୍ଗେସକରଙ୍କ ଆଜି ୯୦ତମ ଜନ୍ମଦିବସ । ଏହି ମହାନ୍‌ ଲୋକପ୍ରିୟ ଗାୟିକା ୧୯୨୯ ମସିହା ସେପ୍ଟେମ୍ବର ୨୮ରେ ଜନ୍ମଗ୍ରହଣ କରିଥିଲେ । ତାଙ୍କର ପିତା ଦିନାନାଥ ମଙ୍ଗେସ୍କର ଜଣେ ଶାସ୍ତ୍ରୀୟ ସଙ୍ଗୀତ ଗାୟକ ଓ ଥିଏଟର ଆର୍ଟିଷ୍ଟ ଥିଲେ…

Read More

ବହୁ ଚର୍ଚ୍ଚିତ ଯୋଡ଼ାମୁଣ୍ଡରୁ ଅଲଗା ହୋଇଥିବା ଶିଶୁ ଜଗା-କାଳିଆଙ୍କ ମଧ୍ୟରୁ କାଳିଆର ସ୍ୱାସ୍ଥ୍ୟ ଅବସ୍ଥା ସଂକଟାପନ୍ନ ରହିଛି । ବର୍ତ୍ତମାନ ଏସସିବି ମେଡ଼ିକାଲରେ କାଳିଆର ସ୍ୱାସ୍ଥ୍ୟାବସ୍ଥା ବିଗୁଡ଼ୁଥିବାରୁ ଦିଲ୍ଲୀ ଏମ୍ସର ସହାୟତା ଲୋଡ଼ାଯାଇଛି । ଏମ୍ସରୁ ୨ଜଣ ବିଶେଷଜ୍ଞ ଡାକ୍ତରଙ୍କୁ ପଠାଇବାକୁ ଏସସିବି କର୍ତ୍ତୃପକ୍ଷ ଚିଠି ଲେଖିଛନ୍ତି । ଜଗା ଓ କାଳିଆଙ୍କୁ ନୂଆଦିଲ୍ଲୀର ଏମ୍‌ସ୍‌ରୁ ଆଣି କଟକ ଏସ୍‌ସିବି ମେଡିକାଲରେ ଚିକିତ୍ସା କରାଯାଉଛି । କାଳିଆର ଛାତିରେ ସଂକ୍ରମଣ ଥିବାରୁ ୨ଦିନ ହେବ ତାକୁ ଭେଣ୍ଟିଲେଟରରେ ରଖାଯାଇଛି । ୧୪ଜଣିଆ ସ୍ୱତନ୍ତ୍ର ଡାକ୍ତରୀ ଟିମ୍‌ କାଳିଆର ସ୍ୱାସ୍ଥ୍ୟାବସ୍ଥା ଉପରେ ନଜର ରଖିଛନ୍ତି ।କାଳିଆର ସ୍ୱାସ୍ଥ୍ୟାବସ୍ଥା ଖରାପ ଦିଗରେ ଗତି କରୁଛି । ତେଣୁ  ଦିଲ୍ଲୀ ଏମ୍ସର ସହାୟତା ଲୋଡ଼ିଛି ଏସସିବି ମେଡିକାଲ  । ଏମ୍ସରୁ ୨ଜଣ ବିଶେଷଜ୍ଞ ଡାକ୍ତରୀ ଦୀପକ ଗୁପ୍ତା ଓ ଡାକ୍ତର ରାକେଶ ଲୋଧାଙ୍କୁ ଓଡ଼ିଶା ପଠାଇବାକୁ ଏସସିବି କର୍ତ୍ତୃପକ୍ଷ ଦିଲ୍ଲୀ ଏମ୍ସକୁ ଚିଠି ଲେଖିଛନ୍ତି ।

Read More

ସମସ୍ତ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜେପୁର ପାଇଁ  ପ୍ରାର୍ଥୀ ଭାବେ ଘାେଷଣା କରିଛନ୍ତି । ରୀତା ସାହୁଙ୍କୁ ବିଜେଡ଼ି ତରଫରୁ ପ୍ରାର୍ଥୀ ଭାବେ ଘୋଷଣା କରାଯାଇଛି । ଆସନ୍ତା ଅକ୍ଟୋବର ୨୧ତାରିଖରେ ଏହି ବିଧାନସଭା ଆସନରେ ଉପ ନିର୍ବାଚନ ଅନୁଷ୍ଠିତ ହେବ ।  ସେପ୍ଟେମ୍ବର ୩୦ ତାରିଖ ଭିତରେ ବିଜେଡ଼ି ପ୍ରାର୍ଥୀ ଘୋଷଣା କରିବାକୁ କହିଥିବାବେଳେ ଆଜି ମୁଖ୍ୟମନ୍ତ୍ରୀ ରୀତା ସାହୁଙ୍କ ନାମ ଘୋଷଣା କରିଛନ୍ତି । ସୁବଳ ସାହୁଙ୍କ ମୃତ୍ୟୁ ପରେ ବିଜେଡ଼ି ରୀତା ସାହୁଙ୍କୁ ବିଜେଡ଼ି ତରଫରୁ ଟିକେଟ ଦେଇଥିଲା । ଉପନିର୍ବାଚନ ଜିଣି ସ୍ବଳ୍ପକାଳ ପାଇଁ ବିଧାୟିକା ହୋଇଥିଲେ ରୀତା ସାହୁ ।  ୨୦୧୮ରେ ପ୍ରଥମ ଥର ପାଇଁ ବିଧାୟିକା ହୋଇଥିଲେ ରୀତା ସାହୁ । ତେବେ ୨୦୧୯ ସାଧାରଣ ନିର୍ବାଚନରେ ହିଞ୍ଜିଳି ଓ ବିଜେପୁର ଆସନରୁ ନିଜେ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ହୋଇ ବିଜୟୀ ହୋଇଥିଲେ । ତେବେ ବିଜେପୁର ଉପନିର୍ବାଚନ…

Read More