ଗୁଜୁରାଟ ଦଙ୍ଗାରେ ଗଣଦୁଷ୍କର୍ମର ଶିକାର ହୋଇଥିବା ବିଲ୍କିସ୍ ବାନୋଙ୍କୁ ଆସନ୍ତା ଦୁଇ ସପ୍ତାହ ମଧ୍ୟରେ କ୍ଷତିପୂରଣ ପ୍ରଦାନ କରିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ପୂର୍ବରୁ ଏପ୍ରିଲ୍ 23 ତାରିଖରେ ବାନୋଙ୍କୁ 50 ଲକ୍ଷ ଟଙ୍କାର କ୍ଷତି ପୂରଣ ପ୍ରଦାନ କରିବା ପାଇଁ ସୁପ୍ରିମକୋର୍ଟ ନିଷ୍ପତ୍ତି ନେଇଥିଲେ । ମାତ୍ର ଗୁଜୁରାଟ ସରକାରଙ୍କ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରାଯାଉନଥିବାରୁ ସର୍ବୋଚ୍ଚ କୋର୍ଟ ଅସନ୍ତୋଷ ପ୍ରକାଶ କରିବା ସହିତ ଆସନ୍ତା ଦୁଇ ସପ୍ତାହ ମଧ୍ୟରେ କ୍ଷତିପୂରଣ ପ୍ରଦାନ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଉଲ୍ଲେଖଯୋଗ୍ୟ ଯେ, 2002 ଗୁଜରାଟ ଦଙ୍ଗା ସମୟରେ ଗର୍ଭବତୀ ଥିବା 19 ବର୍ଷୀୟ ବିଲକିସ୍ ୟାକୁବ ରସୁଲ୍ଙ୍କୁ ଗଣ ଦୁଷ୍କର୍ମ କରାଯାଇଥିଲା ।
Author: Samikhsya Bureau
ଭାରତୀୟ ଟେନିସ୍ ଖେଳାଳି ସୁମିତ୍ ନାଗଲ ନିଜ କ୍ୟାରିୟର୍ର ପ୍ରଥମ ଏଟିପି ଟାଇଟଲ୍ ହାସଲ କରିଛନ୍ତି । ବ୍ୟୁନୋସ୍ ଏଇରେସ୍ରେ ଅନୁଷ୍ଠିତ ଏଟିପି ମାଷ୍ଟର୍ସରେ ନିଜର ପ୍ରଥମ ଟାଇଟଲ୍ ହାସଲ କରିଛନ୍ତି ନାଗଲ୍ । ଫାଇନାଲ୍ରେ ଆର୍ଜେଣ୍ଟିନାର ଫାଉସୁଣ୍ଡୋ ବାଗ୍ନିସ୍ଙ୍କୁ ସିଧାସଳଖ 6-4, 6-2 ସେଟ୍ରେ ପରାସ୍ତ କରିଛନ୍ତି ନାଗଲ୍ । 54160 ଡଲାର ପୁରସ୍କାର ରାଶି ବିଶିଷ୍ଟ ଏଟିପି ଚ୍ୟାଲେଞ୍ଜର ଫାଇନାଲ୍ରେ ମାତ୍ର 1 ଘଣ୍ଟା 40 ମିନିଟ୍ ସମୟ ନେଇ ଏହି ଟୁର୍ଣ୍ଣାମେଣ୍ଟରେ ବିଜୟୀ ହୋଇଥିଲେ । ଏହି ଟୁର୍ଣ୍ଣାମେଣ୍ଟରେ ବିଜୟୀ ହେବା ସହିତ ନାଗଲ୍ ନିଜର ଫ୍ରେଞ୍ଚ ଓପନ ବିଫଳତାକୁ ଭୁଲି ଏହି ଟୁର୍ଣ୍ଣାମେଣ୍ଟରେ ବିଜୟୀ ହୋଇଛନ୍ତି ।
ତିନି ଦିନ ଧରି ଉର୍ଦ୍ଧ୍ବମୁଖୀ ରହିଥିବା ଭାରତୀୟ ସେୟାର ବଜାର ଆଜି ତଳକୁ ଖସିଛି । ସପ୍ତାହର ପ୍ରଥମ ଦିନରେ ଆଜି ସେୟାର ବଜାର ତଳକୁ ଖସିଛି । ସୋମବାର ସେନ୍ସେକ୍ସ 310 ପଏଣ୍ଟ ତଳକୁ ଖସିଥିବା ବେଳେ ନିଫ୍ଟୀ 84 ପଏଣ୍ଟ ତଳକୁ ଖସିଛି । ସେନ୍ସେକ୍ସ 310.80 ପଏଣ୍ଟ ତଳକୁ ଖସି 38511.77 ପଏଣ୍ଟରେ ପହଞ୍ଚିଥିବା ବେଳେ ନିଫ୍ଟୀ 11500 ପଏଣ୍ଟ ତଳକୁ ଖସିଛି । 84 ପଏଣ୍ଟ ତଳକୁ ଖସିବା ସହିତ ନିଫ୍ଟୀ 11427.55 ପଏଣ୍ଟରେ ପହଞ୍ଚିଛି । ସେନ୍ସେକ୍ସ ଓ ନିଫ୍ଟୀରେ ହ୍ରାସର ହାର ଯଥାକ୍ରମେ 0.80 ଏବଂ 0.74 ପ୍ରତିଶତ ରହିଛି । ଏହି ସମୟରେ ୟେସ୍ ବ୍ୟାଙ୍କ, ଇଣ୍ଡସଇଣ୍ଡ ବ୍ୟାଙ୍କ, ଟାଟା ଷ୍ଟିଲ୍, ସନ୍ ଫାର୍ମା ଏବଂ ବେଦାନ୍ତ ସର୍ବାଧିକ କ୍ଷତି ସହିଥିବା ବେଳେ ଏଚ୍ସିଏଲ୍, ଟିସିଏସ୍ ଏବଂ ଇନ୍ଫୋସିସ୍ ପରି ଆଇଟି କମ୍ପାନୀ ସର୍ବାଧିକ ଲାଭ ହାସଲ କରିଛନ୍ତି ।
ଭଦ୍ରକ ନିକଟରେ ଏକ କୋଇଲା ବୋଝେଇ ମାଲଗାଡି ଲାଇନଚ୍ୟୁତ ହୋଇଛି । ତିହିଡି ଥାନା ନିକଟସ୍ଥ ଜିଝାରପୁର ଅଞ୍ଚଳରେ ଏହି ଘଟଣା ଘଟିଛି । ମାଲଗାଡିର 7ଟି ବଗି ଲାଇନଚ୍ୟୁତ ହୋଇଥିବା ଜଣାପଡିଛି । ଏହି କୋଇଲା ବୋଝେଇ ଟ୍ରେନ୍ଟି ଧାମରା ନିମନ୍ତେ ଯାଉଥିବା ଜଣାପଡିଛି । ଦୁର୍ଘଟଣାରେ କୌଣସି ପ୍ରାଣହାନି ଘଟିନଥିବା ବେଳେ ଦୁର୍ଘଟଣାର କାରଣ ସମ୍ପର୍କରେ ରେଳ ବିଭାଗ ପକ୍ଷରୁ ଅନୁସନ୍ଧାନ ଜାରି ରହିଛି ।
ଲର୍ଣ୍ଣିଂ ଲାଇସେନ୍ସ ପାଇଁ ପ୍ରବଳ ଭିଡକୁ ନିୟନ୍ତ୍ରଣ କରିବାକୁ ରାଜଧାନୀରେ ପରିବହନ ବିଭାଗର ସ୍ଵତନ୍ତ୍ର ବ୍ୟବସ୍ଥା କରାଯାଇଛି । ସହିଦ ନଗର ବିଏମସି ଅଫିସ୍ ଓ ଓଏସଆରଟିସି ପରିସରରେ ସ୍ଵତନ୍ତ୍ର ବ୍ୟବସ୍ଥା ହୋଇଛି । ଆଜିଠାରୁ ଆସନ୍ତା ଅକ୍ଟୋବର 4 ତାରିଖ ଯାଏଁ ଏହି ଦୁଇଟି ସ୍ଥାନରେ ଲର୍ଣ୍ଣିଂ ଲାଇସେନ୍ସ ମିଳିବ । ଆରଟିଓ ଅଫିସରେ ଗହଳି କାରଣରୁ ପରିବହନ ବିଭାଗ ଏକ ସ୍ଵତନ୍ତ୍ର ବ୍ୟବସ୍ଥା କରିଛନ୍ତି । ଦିନ 10ରୁ ଅପରାହ୍ନ 5ଟା ଯାଏଁ ଏହି ସୁବିଧା ମିଳିବ ।
ଚୀନର ଏକ କାରଖାନାରେ ଅଗ୍ନିକାଣ୍ଡ ଘଟି 21 ଜଣ ଲୋକଙ୍କର ମୃତ୍ୟୁ ହୋଇଛି । ଚୀନ୍ର ପୂର୍ବ ଭାଗରେ ଥିବା ଝେନଜାଙ୍ଗର ନିଙ୍ଘାଇ କାଉଣ୍ଟିର ଏକ ରାସାୟନିକ କାରଖାନାରେ ରବିବାର ଅଚାନକ ନିଆଁ ଲାଗିଥିଲା । ସ୍ଥାନୀୟ ପ୍ରଶାସନ ପକ୍ଷର ମିଳିଥିବା ସୂଚନା ଅନୁଯାୟୀ ମୃତକମାନଙ୍କ ମଧ୍ୟରେ ଅଧିକାଂଶ ଶ୍ରମିକ ରହିଛନ୍ତି । ସେହିପରି ଅଗ୍ନିକାଣ୍ଡ ଯୋଗୁଁ ଆହୁରି ଅନେକ ଲୋକ ଆହତ ହୋଇଥିବା ଅନୁମାନ କରାଯାଉଛି । ଅଗ୍ନିକାଣ୍ଡର କାରଣ ଜଣା ପଡିନଥିବା ବେଳେ ପ୍ରଶାସନ ପକ୍ଷରୁ ତଦନ୍ତ ଜାରି ରହିଛି ।
ଗତକାଲି ବିଳମ୍ବିତ ରାତିରେ ଇଣ୍ଡିଗୋର ଏକ ବିମାନ ଗୋଆ ବିମାନ ବନ୍ଦରରେ ଜରୁରୀ ଅବତରଣ କରିଛି। ବିମାନଟି ଗୋଆରୁ ନୂଆଦିଲ୍ଲୀ ଅଭିମୁଖେ ଯାଉଥିଲା। ବିମାନଟି ଟେକ ଅପ କରିବା ପରେ ଗୋଟିଏ ଇଂଜୀନିରେ ନିଆଁ ଲାଗିଥିବାର ପାଇଲଟ ଅନୁଭବ କଲେ। ଫଳରେ ବିମାନଟି ପୁଣି ଥରେ ଫେରାଇ ଆଣିବା ପାଇଁ ଜରୁରୀ ଖବର ଦେଲେ। ସେହି ଅନୁସାରେ ବିମାନଟି ପୁଣି ଥରେ ବିମାନ ବନ୍ଦରକୁ ଫେରିଆସିଲା। ସେଠାରୁ ଯାତ୍ରୀମାନଙ୍କୁ ତୁରନ୍ତ ଅପସାରଣ କରାଯାଇଥିଲା। ସେହି ବିମାନରେ ଗୋଆର ଜଙ୍ଗଲ ପରିବେଷ ଓ ଶକ୍ତି ମନ୍ତ୍ରୀ ନିଜର ଓସଡି ସହ ଯାତ୍ରା କରୁଥିଲେ। ସମସ୍ତ ଯାତ୍ରୀ ସୁରକ୍ଷିତ ଅଛନ୍ତି।
କେଦାର ମିଶ୍ର ଯେ କୌଣସି ଟେଲିଭିଜନ ଚାନେଲ ବା ଖବର କାଗଜ ଖୋଲିଲେ ଏବେ ଦୁଇ ପ୍ରକାର ଖବର ମିଳିବ। ପ୍ରଥମ ଖବରରେ ପାକିସ୍ତାନ ଓ ଦ୍ଵିତୀୟ ଖବରରେ ଭାରତର ଯେତେସବୁ ଜଳମଗ୍ନ ସହର। ପ୍ରବଳ ବର୍ଷାରେ ବିହାର ରାଜଧାନୀ ପାଟନା ଉବୁଟୁବୁ ହେଉଛି। ରାସ୍ତାରେ ଡଙ୍ଗା ଚାଲୁଛି। ଡାକ୍ତରଖାନା ଗୁଡିକରେ ବେକେ ପାଣି। ରେଳ ଷ୍ଟେସନ ଓ ବିମାନ ବନ୍ଦରରେ ବି ସମାନ ଅବସ୍ଥା। ଏ ଅବସ୍ଥା ଖାଲି ପାଟନାରେ ନୁହଁ। ପ୍ରଧାନମନ୍ତ୍ରୀଙ୍କ ନିଜ ନିର୍ବାଚନ ମଣ୍ଡଳୀ ବାରାଣସୀର ରେଳଷ୍ଟେସନ ଆଗରେ ବନ୍ୟାର ଭ୍ରମ ସୃଷ୍ଟି ହୋଇଛି। ଏହା ପୂର୍ବରୁ ମୁମ୍ବାଇ ସହରର କୁଖ୍ୟାତ ବର୍ଷା ବିଷୟରେ ଆମେ ଜାଣିଛୁ। ବର୍ଷା ଆସିଲେ ମୁମ୍ବାଇ ସହରର ଜନଜୀବନ ଏକପ୍ରକାର ଠପ ହୋଇଯାଉଛି। ସ୍କୁଲ, କଲେଜ ଓ ବ୍ୟବସାୟ ପ୍ରତିଷ୍ଠାନ ବନ୍ଦ ରହୁଛି। ଦେଶର ବ୍ୟାବସାୟିକ ଓ ଅର୍ଥନୈତିକ ରାଜଧାନୀ ଭାବରେ ପରିଚିତ ମୁମ୍ବାଇ ସହରର ଏ ଅବସ୍ଥା ବର୍ଷ ବର୍ଷ…
ସମୀକ୍ଷା ବ୍ୟୁରୋ ପବିତ୍ର ନବରାତ୍ର ପ୍ରତିପଦ ତିଥିରେ ଭୁବନେଶ୍ୱରର ଶହୀଦ ନଗରସ୍ଥିତ ‘ଆର୍ଯ୍ୟ ସମାଜ’ ପରିସରରେ ‘ନବମାତୃକା ପୂଜା ଅଭ୍ୟର୍ଥନା କମିଟି’ ତରଫରୁ ଭିନ୍ନ ଧରଣର ନବରାତ୍ର ପୂଜା କରାଯାଇଛି। ସାଧାରଣତଃ ନବରାତ୍ର ପୂଜାରେ ନଅ ଜଣ ଦେବୀଙ୍କୁ ପୂଜା କରାଯାଇଥାଏ। ହେଲେ ଆର୍ଯ୍ୟ ସମାଜରେ ପ୍ରତିବର୍ଷ ଦେବୀ ଭାବେ ନଅ ଜଣ ମହିଳାଙ୍କୁ ପୂଜା କରାଯାଉଛି। ସମାଜର ବିଭିନ୍ନ କ୍ଷେତ୍ରରେ ପ୍ରତିଷ୍ଠା ଅର୍ଜନ କରିଥିବାମହିଳାମାନଙ୍କୁ ସମାଜ ବାଛି ଏହି ପୂଜାରେ ବସାଇଥାନ୍ତି। ଚଳିତ ବର୍ଷ ସମାଜସେବୀ ବାସନ୍ତୀ ପାଣି, ଶିକ୍ଷାବିତ୍ କ୍ଷୀରୋଦ୍ରା ପରିଜା, ଚିକିତ୍ସିକା ଡାକ୍ତର ନାରାୟଣୀ ପଣ୍ଡା, ଅଭିନେତ୍ରୀ ଝରଣା ଦାସ, ସୁଗୃହିଣୀ କୁନ୍ତଳ କୁମାରୀ ସାମନ୍ତରାୟ, କୃଷି କ୍ଷେତ୍ରରେ ଶାନ୍ତିଲତା ରାଉଳ, ଶିଳ୍ପୀ ଶ୍ରୀମତୀ କନକଲତା ମହାନ୍ତି ଓ ସାହିତ୍ୟିକା ଡଃ ଇନ୍ଦିରା ପଟ୍ଟନାୟକଙ୍କୁ ଅଭିନନ୍ଦିତ କରାଯାଇଥିଲା। ଏହି କାର୍ଯ୍ୟକ୍ରମକୁ ନବମାତୃକା ପୂଜା ଅଭ୍ୟର୍ଥନା କମିଟିର ସଭାପତି ସାତକଡି଼ ହୋତା ଶୁଭାରମ୍ଭ କରିଥିଲା ବେଳେ କମିଟିର ଆବାହିକ…
ସମୀକ୍ଷା ବ୍ୟୁରୋ ଆସନ୍ତା ଅକ୍ଟୋବର 2 ତାରିଖରେ ମହାତ୍ମା ଗାନ୍ଧୀଙ୍କ ଜନ୍ମ ତିଥିରେ ପରିବେଷଣ ହେବ ଏକ ଭିନ୍ନ ଧରଣର ନାଟକ ନିର୍ବାଣ। ଭୁବନେଶ୍ବରର ଭଂଜକଳା ମଣ୍ଡପରେ ଏହି ନାଟକ ପରିବେଷଣ ହେବ। ମୁଖ୍ୟତଃ ଅର୍ଜୁନ ଯେପରି ଶ୍ରୀକୃଷ୍ଣଙ୍କ ଦ୍ବାରା ମାର୍ଗ ଦର୍ଶ ହେଉଥିଲେ ଠିକ୍ ସେହିପରି ମହାତ୍ମା ଗାନ୍ଧୀଙ୍କ ମାର୍ଗ ଦର୍ଶକ ଥିଲେ ଗୋଖଲେ। ଏହିପରି କେତେକ କାହାଣୀକୁ ନେଇ ନାଟକର ବିଷୟ ବସ୍ତୁ ଗତିଶୀଳ ହୋଇଛି। ଏହି ନାଟକର ନିର୍ଦ୍ଦେଶକ ହେଉଛନ୍ତି ଓଡିଆ ନାଟ୍ୟ ଜଗତର ପରିଚିତ ବ୍ୟକ୍ତିତ୍ବ ଶରତ ସମ୍ରାଟ। ସେ ମଧ୍ୟ ବିଭିନ୍ନ ଭୂମିକାରେ ଅଭନୟ କରିଛନ୍ତି। ଏହି ନାଟକରେ ଶରତ ପ୍ରାୟ 5ଟି ଭୂମିକାରେ ଦେଖିବାକୁ ମିଳିବ। ସେ ଗାନ୍ଧୀ, ନେହୁର, କୃଷ୍ଣ, ଶ୍ରୀରାମ ଏବଂ ବୁଦ୍ଧ ଭୂମିକାରେ ଅଭିନୟ କରିବେ। ଅନ୍ୟ ଯେଉଁମାନେ ଅଭିନୟ କରୁଛନ୍ତି ସେମାନଙ୍କୁ ରାଜ୍ୟର ବିଭିନ୍ନ ସ୍ଥାନରୁ ନାଟ୍ୟ କର୍ମଶାଳା ମାଧ୍ୟମରେ ଚୟନ କରାଯାଇଛି। ଏହି ନାଟକଟି ବେଶ…
KOLKATA, SEP 29 (UNI) A hand-pulled rickshawallah wading through knee-deep water in the city following torrents in Kolkata on Sunday.UNI PHOTO CAL 13
Two dogs surf during the annual Surf City Surf Dog competition at Huntington Beach, California, the United States,
ସମୀକ୍ଷା ବ୍ୟୁରୋ ଓଡିଶାର ପ୍ରତିଷ୍ଠିତ ଠାକୁରାଣୀ ବାଣପୁର ମା ଭଗବତୀଙ୍କ ପୀଠରେ ଆରମ୍ଭ ହୋଇଯାଇଛି ପାର୍ବଣ ପୂଜା। ସାଧାରଣତଃ ମା ଭଗବତୀଙ୍କ ପୀଠରେ ମୁଳାଷ୍ଠମୀରୁ ଏହି ସ୍ବତନ୍ତ୍ର ପୂଜାବିଧୀ ଅନୁଷ୍ଠିତ ହୋଇଥାଏ। ସେଥିମଧ୍ୟରେ ମହାଳୟା ଦିନ ଏହି ପୀଠରେ ଦେଖିବାକୁ ମିଳେ ଏକ ଅନନ୍ୟ ପରଂପରା। ଯାହାକୁ କୁହାଯାଇ ଦୁଇ ଠାକୁରାଣୀ ଭଉଣୀଙ୍କ ମଧ୍ୟରେ ଭେଟ। ବଡ ଭଉଣୀ ବିରଜାଈ ଏବଂ ସାନ ଭଉଣୀ ଭଗବତୀଙ୍କ ମଧ୍ୟରେ ଭେଟ ହୋଇଥାଏ। ସେଥିପାଇଁ ସ୍ଥାନୀୟ ଜନସାଧାରଣ ଏହି ମହାଳୟା ଅମବାସ୍ୟାକୁ ଭେଟ ଅମବାସ୍ୟା ବୋଲି ମଧ୍ୟ କହିଥାନ୍ତି। ପାର୍ବଣ ଋତୁ ଆରମ୍ଭ ହୋଇଗଲେ ମା ବିରଜାଈଙ୍କୁ ମା ଭଗବତୀ ନିମନ୍ତ୍ରଣ କରି ବାଣପୁରକୁ ଆଣିଥାନ୍ତି। ଫଳରେ ମା ବିରଜାଈ ବାଣପୁରର ସାତବଖରା ଘରେ ରହିଥାନ୍ତି। ସଂଧ୍ୟ୍ୟା ହେଲେ ଉଭୟ ଠାକୁରାଣୀ ପୃଥକ ପୃଥକ ଶୋଭାଯାତ୍ରାରେ ଆସି ବାଣପୁର ବଜାରରେ ଏକାଠି ହୋଇଥାନ୍ତି। ଦୁଇ ଠାକୁରାଣୀ ଉଭଣୀଙ୍କ ଭେଟ ସମୟରେ ଘଣ୍ଟଘଣ୍ଟା କାହାଳୀ ସହିତ…
Bollywood actress Priyanka Chopra gestures as she poses for photographs during the promotion of the upcoming biographical Hindi film The sky is pink’ in Ahmedabad on Sunday
ସମୀକ୍ଷା ବ୍ୟୁରୋ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସିପିଆଇ ସାଧାରଣ ସଂପାଦକ ଡି. ରାଜାଙ୍କ ଟାର୍ଗେଟ କରିଛନ୍ତି। ସେ ଅଭିଯୋଗ କରି କହିଛନ୍ତି, ‘ନିର୍ବାଚନ ପୂର୍ବରୁ ନବୀନ ଗୋଟିଏ କଥା କହୁଥିଲେ, କିନ୍ତୁ ନିର୍ବାଚନ ପରେ ସଂପୂର୍ଣ୍ଣ ଭାବେ ତାଙ୍କର ସ୍ବର ବଦଳି ଯାଇଛି। କେନ୍ଦ୍ର ସରକାରଙ୍କ ଅନେକ କଥାରେ ଓଡ଼ିଶା ସରକାର ସହମତି ପ୍ରକାଶ କରୁଛନ୍ତି। ଅର୍ଥନୀତି ଉପରେ ଆକ୍ରମଣ ଚାଲିଥିବା ବେଳେ ଓଡ଼ିଶା ମୁଖ୍ୟମନ୍ତ୍ରୀ ଚୁପ୍ ରହୁଛନ୍ତି।’ ଭଗତ ସିଂହଙ୍କ ସହିଦ୍ ଦିବସ ଉପଲକ୍ଷେ କଟକରେ ସିପିଆଇ ପକ୍ଷରୁ ଏକ ରାଜ୍ୟ ସାଙ୍ଗଠନିକ ସମ୍ମିଳନୀର ଆୟୋଜନ କରାଯାଇଥିଲା। ଏହି ସମ୍ମିଳନୀରେ ଯୋଗ ଦେଇ ସିପିଆଇ ସାଧାରଣ ସମ୍ପାଦକ ଡି.ରାଜା ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ୍ କରିଛନ୍ତି। ନବୀନ ପଟ୍ଟନାୟକ ନିଜର ଆଭିମୁଖ୍ୟ ସ୍ପଷ୍ଟ କରିବାକୁ ଆହ୍ବାନ ଦେଇଛନ୍ତି । ଦେଶରେ ମାନ୍ଦାବସ୍ଥା ଦେଖାଦେଉଥିବା ବେଳେ ବିରୋଧୀମାନେ ଏହାର ବିରୋଧ କରୁଛନ୍ତି କିନ୍ତୁ ନବୀନ ଏନେଇ ଚୁପ୍ ଅଛନ୍ତି। କେନ୍ଦ୍ର ସରକାରଙ୍କ ଅନେକ କଥାରେ…
ବିହାରରେ ବନ୍ୟା ପରିସ୍ଥିତି ଅସମ୍ଭାଳ ହୋଇପଡିଛି। ପ୍ରବଳ ବର୍ଷା ଯୋଗୁ ବିଭିନ୍ନ ନଦୀରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ବନ୍ୟା ଯୋଗୁ ରାଜ୍ୟରେ ଏପର୍ଯ୍ୟନ୍ତ ୨୩ ଜଣଙ୍କର ମୃତ୍ୟୁ ଘଟିଛି। ଗୟା ଓ ଭାଗଲପୁରରେ ୬ ଜଣ ଲେଖାଏଁ ଲୋକଙ୍କ ମୃତ୍ୟୁ ହୋଇଥିବାବେଳେ ଦାନାପୁର ଓ କୈମୁରରେ ୪ ଜଣ ଲେଖାଏଁ ମୃତ ହୋଇଛି । ସେହିପରି ଜମୁଈ, ବେଗୁସରାଇ ଓ ସୀତାମଢ଼ିରେ ଜଣେ ଲେଖାଏଁ ମୃତ ବରଣ କରିଛନ୍ତି । ରାଜ୍ୟର ୧୫ଟି ଜିଲାରେ ହାଇଆଲର୍ଟ ଘୋଷଣା କରାଯାଇଛି। ବନ୍ୟାକୁ ଦୃଷ୍ଟିରେ ରଖି ୧୩ଟି ଟ୍ରେନ୍ ବାତିଲ କରାଯାଇଛି। ଘଟଣାସ୍ଥଳରେ ଏନଡିଆରଏଫ ଟିମ୍ ପହଞ୍ଚି ଉଦ୍ଧାର କାର୍ଯ୍ୟ ଚଳାଇଛି।
ଲର୍ଣ୍ଣିଂ ଲାଇସେନସ ପାଇଁ ରାଜଧାନୀରେ ପରିବହନ ବିଭାଗର ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି । ସହିଦ୍ ନଗର ବିଏମ୍ସି ଅଫିସ୍ ଓ ଓଏସ୍ଆରଟିସି ପରିସରରେସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି । ଆସନ୍ତା କାଲିଠାରୁ ୪ ତାରିଖ ଯାଏଁ ମିଳିବ ଲର୍ଣ୍ଣିଂ ଲାଇସେନ୍ସ୍ । ଦିନ ୧୦ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଏହି ସୁବିଧା ମିଳିବ । କୌଣସି ସ୍ଲଟ୍ ବୁକ୍ କରାଯିବ ନାହିଁ ବୋଲଇ ସୂଚନା ରହିଛି ।
ସମୀକ୍ଷା ବ୍ୟୁରୋ ଲାଞ୍ଚ ନେଉଥିବା ବେଳେ ଧରା ପଡିବାରୁ ଝାରସୁଗୁଡା ବନହରପାଲି ଥାନା ପୋଲିସ ଏଏସଆଇ ନିଲମ୍ବିତ ହୋଇଛନ୍ତି। ଟଙ୍କା ମାଗିବା ବେଳର ମୋବାଇଲ ଭିଡିଓ ରେକର୍ଡ଼ିଂ ଦେଖି ଏସପି ଏଭଳି କାର୍ଯ୍ୟାନୁଷ୍ଠାନ ନେଇଛନ୍ତି। ସାରା ଦେଶରେ ସଂଶୋଧିତ ମୋଟର ଯାନ ଆକ୍ଟ ଲାଗୁ ହେବାପରେ କାଗଜପତ୍ର ନଥିବା ବହୁ ଗାଡି ଚାଳକ ଧରା ହୋଇଥିଲେ। ସେମାନଙ୍କଠାରୁ ମୋଟା ଅଙ୍କର ଜରିମାନା ମଧ୍ୟ ଆଦାୟ କରାଯାଇଥିଲା। ଗୋଟିଏ ପଟେ ଏହି ନିୟମକୁ କଡାକଡି କରି ସଚେତନତା ସୃଷ୍ଟି କରିବାକୁ ଚେଷ୍ଟା କରୁଥିବା ବେଳେ ଏହାକୁ ପ୍ରହରା ଦେବାକୁ ନିୟୋଜିତ ହୋଇଥିବା ପୋଲିସ ବାବୁ ଧରା ପଡିଥିବା ଏକ ଗାଡିକୁ ଟଙ୍କା ନେଇ ଛାଡିବା ବେଳେ ଭିଡିଓ ଭାଇରାଲ୍ ହୋଇଥିଲା। ଝାରସୁଗୁଡା ବନହରପାଲି ଥାନା ଏଏସଆଇ ପରିକ୍ଷିତ ସାହୁ ଏହି ଘଟଣାରେ ନିଲମ୍ବିତ ହୋଇଛନ୍ତି। ଟଙ୍କା ମାଗିବା ବେଳର ମୋବାଇଲ ଭିଡିଓ ରେକଡିଂ ଦେଖି ଏସପି ଏଭଳି କାର୍ଯ୍ୟାନୁଷ୍ଠାନ ନେଇଛନ୍ତି।

