Author: Samikhsya Bureau

ଆସନ୍ତା 12 ତାରିଖ ଗୁରୁବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରାଞ୍ଚିଠାରେ କିଷାନ ମାନଧନ ଯୋଜନାର ଶୁଭାରମ୍ଭ କରିବେ। ଏଥିରେ 60 ବର୍ଷରୁ ଉର୍ଦ୍ଦ ବୟସ ପର୍ଯ୍ୟନ୍ତ ଚାଷିଙ୍କୁ ମାସିକ 3 ହଜାର ଟଙ୍କା ପେନସନ ମିଳିବ। ଏଥିରେ ଦେଶର ପ୍ରା 5 କୋଟି ଚାଷି ଉପକୃତ ହେବେ। ତେବେ ଏଥିରେ କେବଳ କ୍ଷୁଦ୍ର ଏବଂ ନାମମାତ୍ର ଚାଷିଙ୍କୁ ଏହି ସୁବିଧା ମିଳିବ। ସେଥିପାଇଁ ସରକାର ଆଗାମୀ 3 ବର୍ଷ ପାଇଁ 10 ହଜାର 7ଶହ 74 କୋଟି ଟଙ୍କା ବ୍ୟୟ ଅଟକଳ ରଖିଛନ୍ତି। ଚାଷିମାନେ ଏହି ମାସିକା କିସ୍ତିକୁ ସିଧା ପିଏମ କିଶାନ ଯୋଜନା କିମ୍ବା ସିଏସସି ରେ ଜମା କରିବାର ବ୍ୟବସ୍ଥା କରାଯାଇଛି। ପ୍ରଧାନମନ୍ତ୍ରୀ ରାଞ୍ଚି ଗସ୍ତବେଳେ ସେ ଝାଡଖଣ୍ଡର ନୂତନ ବିଧାନସଭା ଗୃହର ଉଦଘାଟନ କରିବା ସହିତ 400 ଆଦିବାସୀ ଛାତ୍ରଛାତ୍ରୀଙ୍କର ମଡେଲ ସ୍କୁଲର ମଧ୍ୟ ଉଦଘାଟନ କରିବେ।

Read More

ଦେଶୀ ଗାର୍ଲ ପ୍ରିୟଙ୍କା ଚୋପ୍ରା ପୁଣି ଥରେ ବଲିଉଡ୍‌ ଏଣ୍ଟ୍ରି କରୁଛନ୍ତି । ପ୍ରିୟଙ୍କାଙ୍କ ଆଗାମୀ ଫିଲ୍ମ ’ ଦ ସ୍କାଇ ଇଜ୍‌ ପିଙ୍କ୍‌’ର ପ୍ରଥମ ପୋଷ୍ଟର ରିଲିଜ୍‌ ହୋଇଛି । ପୋଷ୍ଟର ସହ ଫିଲ୍ମର ରିଲିଜ୍‌ ଓ ଟ୍ରେଲର ରିଲିଜ୍‌ ଡେଟ ମଧ୍ୟ ଘୋଷଣା କରାଯାଇଛି। ଫିଲ୍ମର ପୋଷ୍ଟରକୁ ପ୍ରିୟଙ୍କା ନିଜ ଇନ୍‌ଷ୍ଟାଗ୍ରାମରେ ଶେୟାର କରିବା ସହ ଏକ ସୁନ୍ଦର କ୍ୟାପସନ୍‌ ଲେଖିଛନ୍ତି। ପୋଷ୍ଟରରେ ପ୍ରିୟଙ୍କା ଫରହାନ ଅଖତରଙ୍କ ପିଠିରେ ବସିଥିବା ଦେଖିବାକୁ ମିଳିଛି। ଆଉ ତାଙ୍କ ଆଗରେ ରୋହିତ ସୁରେଶ ସରଫ ଓ ଜାୟରା ଓ୍ବାଶିମ ଦୌଡୁଥିବା ନଜର ଆସିଛନ୍ତି। ମଙ୍ଗଳବାର ଏହି ଫିଲ୍ମର ଟ୍ରେଲର ରିଲିଜ୍‌ ହେବାକୁ ଥିବା ବେଳେ ଅକ୍ଟୋବରରେ ୧୧ରେ ଏହା ପରଦାକୁ ଆସିବ। ପ୍ରିୟଙ୍କା ହଲିଉଡ୍‌ରେ କ୍ୟାରିଅର ଆରମ୍ଭ କରିବା ପରଠାରୁ ବଲିଉଡ୍‌ରେ ସେ ଆଉ ଆସିନଥିଲେ । ସଲମାନ୍‌ଙ୍କ ଫିଲ୍ମ ‘ଭାରତ’ରେ ଅଭିନୟ କରିବା ପାଇଁ ଚୁକ୍ତିବଦ୍ଧ ହୋଇସାରିବା ପରେ ସେ…

Read More

ବରିଷ୍ଠ କଂଗ୍ରେସ ନେତା ଶଶି ଥରରୁ ଜାମ୍ମୁ କାଶ୍ମୀର ପ୍ରସଙ୍ଗରେ ବଡ଼ ବୟାନ ଦେଇଛନ୍ତି ।  ବିଚଳିତ ହୋଇଥିବା ପାକିସ୍ତାନକୁ କଡା ଜବାବ ଦେଇଛନ୍ତି । ଥରୁର କହିଛନ୍ତି ଯେ, ଦେଶ ବିରୋଧରେ କହୁଥିବା ଲୋକଙ୍କ ବିରୋଧରେ ବିରୋଧୀ ଏକାଠି ଏବଂ ଆମେ ପାକିସ୍ତାକୁ ଏକ ଇଞ୍ଚ ଜମି ଦେବୁନି ।  ଶଶି ଥରୁର କାଶ୍ମୀର ପ୍ରସଙ୍ଗକୁ ପାକିସ୍ତାନ ଦ୍ୱାରା ୟୁଏନଏଚଆରସିରେ ଉତଥାପନ କରିବା ପ୍ରଶ୍ନରେ ଜବାବ ଦେଇ କହିଛନ୍ତି, ଭାରତର ଆଭ୍ୟନ୍ତରୀଣ ମାମଲାରେ ପାକିସ୍ତାନକୁ ହସ୍ତକ୍ଷେପ କରିବାର କୌଣସି ଅଧିକାର ନାହିଁ । ଆମେ ବିରୋଧୀ ଦଳ, ଆମେ ସରକାରଙ୍କ ନୀତିକୁ ଆଲୋଚନା କରିପାରୁ କିନ୍ତୁ ଭାରତ ବାହାରେ, ଆମେ ସବୁ ଏକ। ଆମେ ପାକିସ୍ତାନକୁ ଏକ ଇଞ୍ଚ ଜାଗା ଦେବୁନି ।

Read More

ସମୀକ୍ଷା ବ୍ୟୁରୋ ଗତକାଲି ରାତିରେ ହୃଦ୍‌ଘାତରେ ଶେଷନିଃଶ୍ବାସ ତ୍ୟାଗ କରିଛନ୍ତି ବର୍ଷୀୟାନ୍‌ ସାମ୍ବାଦିକ ଦିଲ୍ଲୀପ ଶତପଥୀ । ତାଙ୍କ ପରଲୋକରେ ଓଡ଼ିଶା ସାମ୍ବାଦିକତା ଜଗତରେ ବଡ଼ ଶୂନ୍ୟସ୍ଥାନ ସୃଷ୍ଟି ହୋଇଛି । ତାଙ୍କର ହସ ହସ ମୁହଁକୁ ଦେଖିଲେ ସେ ଯେ ହୃଦ୍‌ଘାତ ଓ କ୍ୟାନସର ପରି ରୋଗରେ ପୀଡ଼ିତ ଥିଲେ, ଏହା ଅବିଶ୍ବାସ ଲାଗେ । ଅମାୟିକ ବ୍ୟକ୍ତିତ୍ବ ଅଧିକାରୀ ଦିଲ୍ଲୀପ ସାମ୍ବାଦିକତାରେ ଯେତିକି ଲୋକପ୍ରିୟ, ନିଜ ବ୍ୟକ୍ତିତ୍ବ ନେଇ ମଧ୍ୟ ସେତିକି ଜଣାଶୁଣା ।  ଦିଲ୍ଲୀପ ଜଣେ ସାମ୍ବାଦିକ ହେଲେ ମଧ୍ୟ ବିଭିନ୍ନ ମାମଲାକୁ ନେଇ ତାଙ୍କୁ ଟିଭି ଡିବେଟ୍‌ରେ ଦେଖିବାକୁ ମିଳୁଥିଲା । ତାଙ୍କ ତର୍କରେ ସବୁବେଳେ ଯୁକ୍ତିଯୁକ୍ତ ଏବଂ ନିରପେକ୍ଷ ମତ ରଖୁଥିଲେ । ସ୍ବଳ୍ପେର କହିବାକୁ ଗଲେ ଦିଲ୍ଲୀପଙ୍କୁ ଦର୍ଶକ ପସନ୍ଦ କରୁଥିଲେ । ବହୁ ଜଟିଳ ମାମଲାଗୁଡ଼ିକୁ ସେ ସହଜ ଅର୍ଥରେ ବୁଝାଇ ପାରୁଥିଲେ । ସେ କେବେ ଜାଣିବାକୁ ଦେଇନଥିଲେ ଯେ…

Read More

ସମୀକ୍ଷା ବ୍ୟୁରୋ ଜାହାଜ ଚଳାଚଳ ଏବଂ ରସାୟନ ଓ ସାର ରାଷ୍ଟ୍ରମନ୍ତ୍ରୀ ଶ୍ରୀ ମନସୁଖ ମାଣ୍ଡଭିୟା ଭୁବନେଶ୍ବରରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀ କରିଥିଲେ। ଏଥିରେ ସେ ମୋଦି ୨.୦ ସରକାରର ୧୦୦ ଦିନର ଓଡିଶାକୁ କଣ ଅଜାଡିଛନ୍ତି ତାହାର ହିସାବ ଦେଇଛନ୍ତି । ଏଥିରେ ସେ କହିଛନ୍ତି ଯେ, ଫନି ପ୍ରାକୃତିକ ବିପର୍ଯ୍ୟୟ ପାଇଁ ଓଡ଼ିଶାକୁ ସର୍ବାଧିକ ସହାୟତା ସ୍ୱରୂପ ୪,୬୭୮.୨୨ କୋଟି ଟଙ୍କାର ମଞ୍ଜୁରି ପ୍ରଦାନ କରାଯାଇଛି । ଫନି ଓଡ଼ିଶାକୁ ଛୁଇଁବା ପୂର୍ବରୁ ୩୪୦ କୋଟି ଟଙ୍କାର ଅଗ୍ରୀମ ସହାୟତା ପ୍ରଦାନ କରାଯାଇଥିଲା । ପରେ ପ୍ରଧାନମନ୍ତ୍ରୀ ଓଡ଼ିଶା ଗସ୍ତରେ ଆସି ବାତ୍ୟା ବିଧ୍ୱଂସିତ ଅଂଚଳ ପରିଦର୍ଶନ କରିବା ପରେ ତୁରନ୍ତ ୧୦୦୦ କୋଟି ଟଙ୍କାର ସହାୟତା ପ୍ରଦାନ କରିଥିଲେ । ପରେ ୩୩୩୮.୨୨ କୋଟି ଟଙ୍କାର ଅତିରିକ୍ତ ସହାୟତା ପ୍ରଦାନ କରାଯାଇଥିଲା କମ୍ପେନସେଟୋରି ଆଫୋରଷ୍ଟେସନ ଫଣ୍ଡ ମ୍ୟାନେଜମେଂଟ ଆଣ୍ଡ ପ୍ଲାନିଂ ଅଥୋରିଟି ବା କାମ୍ପା ଅନୁଦାନ…

Read More

ରାଜସ୍ଥାନର ପୂର୍ବତନ ରାଜ୍ୟପାଳ କଲ୍ୟାଣ ସିଂହ ସୋମବାର ଦିନ ବିଜେପିର ସଦସ୍ୟତା ଗ୍ରହଣ କରିଛନ୍ତି । ଉତ୍ତର ପ୍ରଦେଶର ବିଜେପି ରାଜ୍ୟ ସଭାପତି ସ୍ୱତନ୍ତ୍ର ଦେବ ତାଙ୍କୁ ପାର୍ଟିର ସଦସ୍ୟତା ପତ୍ର ଦେଇଛନ୍ତି । ଏହି ସମୟରେ ବିଜେପି କାର୍ଯ୍ୟାଳୟରେ ବହୁ ସଂଖ୍ୟାରେ କଲ୍ୟାଣ ସିଂହଙ୍କ ସମର୍ଥକ ଉପସ୍ଥିତ ଥିଲେ ।  ରାଜ୍ୟପାଳ ପଦରୁ ସେବାନିବୃତ ହେବା ପରେ ପାର୍ଟିର ସଦସ୍ୟତା ଗ୍ରହଣ କରିଛନ୍ତି । ୮୭ ବର୍ଷ ବୟସରେ ପୁଣି ଥରେ ସକ୍ରିୟ ରାଜନୀତିକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି କଲ୍ୟାଣ ସିଂହ । ସେ ଦଳକୁ ପ୍ରତ୍ୟାବର୍ତ୍ତନ କରିବା ପରେ କହିଛନ୍ତି ଯେ, ‘ମୁଁ ରାଜ୍ୟପାଳ ଥିବା ସମୟରେ କିଛି କହୁନଥିଲି, କିନ୍ତୁ ପ୍ରତ୍ୟେକ ଦିନ ଦେଢ ଘଣ୍ଟା ୟୁପି ସମ୍ବନ୍ଧରେ ଖବର ସଂଗ୍ରହ କରୁଥିଲି ।’ ଲକ୍ଷ୍ନୌଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି ଯେ, ସେ ପୁଣିଥରେ ସରକାରଙ୍କୁ ସହଯୋଗ କରିବେ । ସେହିପରି ୟୁପିରେ ଆଦିତ୍ୟନାଥଙ୍କର…

Read More

ଅନ୍‌ଲାଇନ୍‌ ଗେମିଂ ବର୍ତ୍ତମାନ ଯୁବପିଢିଙ୍କ ପାଇଁ ଏକ ନିଶାରେ ପରିଣତ ହୋଇଛି। ଏହି ଅନଲାଇନ୍‌ ଗେମିଂ କାରଣରୁ ଏକ ଭୟଙ୍କର ଘଟଣା ଘଟିଯାଇଛି। କର୍ଣ୍ଣାଟକର ଜଣ ୨୫ବର୍ଷୀୟ ଯୁବକ ଗେମ୍‌ ଖେଳିବା ପାଇଁ ନିଜ ପିତାଙ୍କୁ ହତ୍ୟା କରିଛନ୍ତି। ପବ୍‌ଜୀ ଖେଳୁଥିବା ସମୟରେ ପିତା ବିରକ୍ତ ହେଉଥିବାରୁ ପିତାଙ୍କୁ ହତ୍ୟା କରିଛନ୍ତି ୨୫ ବର୍ଷୀୟ ରଘୁବୀର କୁମ୍ବାର। କର୍ଣ୍ଣାଟକର ବେଲଗାଭି ଜିଲ୍ଳାର ୬୫ବର୍ଷୀୟ ଅବସରପ୍ରାପ୍ତ ପୋଲିସ ଅଫିସର ଶଙ୍କରପ୍ପା କୁମ୍ବାରଙ୍କୁ ତାଙ୍କ ପୁଅ ହତ୍ୟା କରିବା ସହିତ ମୁଣ୍ଡ ଏବଂ ପାଦକୁ ଶରୀରୁ ଅଲଗା କରି ଦେଇଛନ୍ତି। ଏହି ଘଟଣା ପରେ ଅଭିଯୁକ୍ତ ରଘୁବୀରକୁ ପୋଲିସ୍‌ ଗିରଫ କରି ପଚରା ଉଚୁରା କରିବା ସମୟରେ ଏହି ଘଟଣା ସମ୍ମୁଖକୁ ଆସିଛି। ପବ୍‌ଜୀ ଖେଳୁଥିବା ସମୟରେ ପିତା ବାରମ୍ବାର ଗାଳି କରିବାରୁ ଉତ୍ତ୍ୟକ୍ତ ହୋଇ ଏହି କାଣ୍ଡ ଘଟାଇଥିବା ସ୍ବୀକାର କରିଛନ୍ତି ରଘୁବୀର।

Read More

ସୃଜନ ଅନୁଷ୍ଠାନ ଦ୍ୱାରା ଆୟୋଜିତ  ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାର ପ୍ରଥମ କାର୍ଯ୍ୟକ୍ରମରେ ରହିଥିଲା ପ୍ରଖ୍ୟାତ ହିନ୍ଦୁସ୍ତାନୀ କଣ୍ଠ ସଙ୍ଗୀତ ଗାୟିକା ଶ୍ରମୀତୀ ଇନ୍ଦ୍ରାଣୀ ମୁଖାର୍ଜୀଙ୍କ ଦ୍ବାରା ହିନ୍ଦୁସ୍ତାନୀ ସଙ୍ଗୀତ ପରିବେଷଣ । ତାଙ୍କର ପ୍ରଥମ ପ୍ରସ୍ତୁତିରେ ଥିଲା ରାଗ କେଦାର ଉପରେ ନିବଦ୍ଧ ଖେୟାଲ ଯାହା ବିଲମ୍ବିତ ଏକତାଳ, ମଧ୍ୟମ ତିନତାଲ ଉପରେ ପର୍ଯ୍ୟବସିତ ଥିଲା ପରେ ପରେ ପଣ୍ଡିତ ରାମଶ୍ରେୟା ଝାଙ୍କ ଦ୍ୱାରା ରଚିତ ତରାନା ପରିବେଷିତ ହୋଇଥିଲା । ତାଙ୍କର ପରବର୍ତ୍ତୀ ପ୍ରସ୍ତୁତିଟି ଥିଲା ରାଗ ପିଲୁରୁ ଉଦ୍ଧୃତ କଜରୀ କେହେନବା ମାନୋ ଓ ରାଧା ରାଣୀ । ଶେଷରେ ଭଜନ ଯାହା ରାଗ ହେମନ୍ତ ଉପରେ ନିବନ୍ଧ ଥିଲା । ତାଙ୍କୁ ତବଲାରେ ଅପୁର୍ବ ମୁଖାର୍ଜୀ, ହାରମୋନିୟମରେ ଗୌରବ ଚାଟାର୍ଜୀ ଓ ତାନପୁରାରେ ସଚ୍ଚୀଦାନନ୍ଦ ସାହୁ ସହଯୋଗ କରିଥିଲେ  । ନିଖୁଣ ଓ ସୁନ୍ଦର ରାଗ ବିସ୍ତାର, ତାନ ଓ ସରଗମ୍‍ର…

Read More

ରଙ୍ଗାଚରଣ ପ୍ରଧାନ ଦେଶର ଅର୍ଥମନ୍ତ୍ରୀ ନିଜେ ସ୍ବୀକାର କରି ସାରିବା ପରେ କାହା ମନରେ ଏଥିନେଇ ଆଉ କୌଣସି ସନ୍ଦେହ ରହିବା ଉଚିତ୍ ନୂହେଁ ଯେ ଦେଶ ଏକ ଭୟଙ୍କର ଆର୍ଥିକ ସ୍ଥିତି ମଧ୍ୟ ଦେଇ ଗତି କରୁଛି । ମାତ୍ର ଏଠାରେ ତାତ୍ପର୍ଯ୍ୟପୁର୍ଣ ପ୍ରଶ୍ନ ହେଉଛି ଯେ ସରକାର କେତେବେଳେ ଏ କଥା ମାନିଲେ ? ଯେତେବେଳେ ପ୍ରମୁଖ ଶିଳ୍ପପତିମାନେ ସରକାର ବିରୋଧରେ କିଛି କହିବା ପାଇଁ ସେମାନଙ୍କର ଥିବା ପାରମ୍ପରିକ ଦ୍ବିଧାକୁ ଛାଡି ଖୋଲାଖୋଲି ଭାବେ ଗଣମାଧ୍ୟମ ଆଗରେ ହତାଶା ଓ କ୍ରୋଧ ପ୍ରକାଶ କରିବାରେ ଲାଗିଲେ ସେତେବେଳେ ଯାଇ ସରକାର ସ୍ବୀକାର କରିବାକୁ ବାଧ୍ୟ ହେଲେ । ଯେତେବେଳେ ଷ୍ଟକ୍ ବଜାର ସୂଚକାଙ୍କ ଦୄତବେଗରେ ଖସିବାରେ ଲାଗିଲା ସେତେବେଳେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ପରିସ୍ଥିତିକୁ ଆୟତ୍ତ କରିବା ଉଦ୍ଦେଶ୍ୟରେ ଏକ ସାମ୍ବାଦିକ ସମ୍ମିଳନୀ ଡକାଇ ମାତ୍ର କେଇ ଦିନ ପୂର୍ବେ ବଜେଟରେ ସେ କରିଥିବା ଅନେକ ଗୁଡିଏ…

Read More

ଦେଶରେ ସେପ୍ଟେମ୍ବର ୧ରୁ ଲାଗୁ ହୋଇଥିବା ନୂତନ ମୋଟର ଯାନ ଆଇନ୍‌କୁ ନେଇ ସାଧାରଣ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଥିବାବେଳେ ଓଡ଼ିଶାରେ ଏହାର ପ୍ରଭାବ ବେଶ୍‌ ଅଧିକ ରହିଛି । ନୂତନ ମୋଟର ଯାନ ଆଇନ ଓ ଜରିମାନା ଆଦାୟକୁ ନେଇ ସାଧାରଣରେ ବେଶ୍‌ ଆତଙ୍କ ସୃଷ୍ଟି ହୋଇଛି । ଏପରିକି ଏ ନିୟମକୁ ନେଇ ପୋଲିସ୍‌ ଓ ଜନତା ମୁହାମୁହିଁ ହେଉଛନ୍ତି । ତେବେ ଏହି କଠୋର ନିୟମକୁ ନେଇ ରାଜ୍ୟ ସରକାର ସାଧାରଣ ଜନତାଙ୍କୁ ଟିକେ ଆଶ୍ବସ୍ତି ପ୍ରଦାନ କରିଛନ୍ତି । ଏ ନିୟମରେ ୩ ମାସ କୋହଳ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ର ନବୀନ ପଟ୍ଟନାୟକ । ସଂଶୋଧିତ ମୋଟର ଯାନ ଆଇନ୍‌ ଓ ଜରିମାନା ପ୍ରସଙ୍ଗକୁ ନେଇ ଏହାକୁ ରାଜ୍ୟରେ ୩ ମାସ ପର୍ଯ୍ୟନ୍ତ କୋହଳ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏହି ନିୟମକୁ ନେଇ ଲୋକଙ୍କ ରୋଷ ଦେଖି ଏହି ସଂଶୋଧିତ  ନିୟମ କଡ଼ାକଡ଼ି ପାଳନ ନ…

Read More

ଚନ୍ଦ୍ରପୃଷ୍ଠରେ ଅବତରଣ ପରେ ଭାଙ୍ଗିନି ଲ୍ୟାଣ୍ଡର ବିକ୍ରମ । ଇସ୍ରୋ ପକ୍ଷରୁ ଏନେଇ ଆଜି ସୂଚନା ଦିଆଯାଇଛି। ଗତ ୭ ତାରିଖ ରାତିରେ ବିକ୍ରମ୍ ଲାଣ୍ଡର ହାର୍ଡ ଲାଣ୍ଡିଂ କରିଥିଲା। ଚନ୍ଦ୍ରପୃଷ୍ଠରେ ପଡ଼ିବା ପରେ ଏଥିରେ କୌଣସି କ୍ଷୟକ୍ଷତି ହୋଇନି। ବିକ୍ରମ ସୁରକ୍ଷିତ ଭାବେ ରହିଛି। ଏହାର କୌଣସି ଅଂଶ ଭାଙ୍ଗିନି ବୋଲି ଇସ୍ରୋ ପକ୍ଷରୁ କୁହାଯାଇଛି। ତେବେ ଲ୍ୟାଣ୍ଡର ବିକ୍ରମ ସହ ଯୋଗଯୋଗ ପାଇଁ ଇସ୍ରୋ ନିରନ୍ତର ପ୍ରୟାସ ଜାରି ରଖିଛି। ତେବେ ବିକ୍ରମ ଚନ୍ଦ୍ରପୃଷ୍ଠରେ ଗୋଟିଏ ପଟେ ଢଳିକି ରହିଛି। ଏହାର ଆଣ୍ଟିନା ପୃଥ୍ୱୀ କିମ୍ବା ଅର୍ବିଟର୍ ପଟକୁ ରହିଥିଲେ ହିଁ ଅଧିକ ସୂଚନା ମିଳିପାରିବ। ଯଦି ଏପରି ହୁଏ ତେବେ ଲାଣ୍ଡର ବିକ୍ରମ ସହ ଯୋଗାଯୋଗ ହୋଇପାରିବ। ଗତ ୭ ତାରିଖ ରାତିରେ ଚନ୍ଦ୍ରପୃଷ୍ଠ ମାତ୍ର ୨ ଦଶମିକ ୧ କିଲୋମିଟର୍ ପୂର୍ବରୁ ବିକ୍ରମ ସହ ଇସ୍ରୋର ଯୋଗାଯୋଗ ବିଚ୍ଛିନ୍ନ ହୋଇଥିଲା । ସେବେଠୁ ଏହାସହ ଯୋଗାଯୋଗ…

Read More