Author: Samikhsya Bureau
ଦେଶରେ ସେପ୍ଟେମ୍ବର ୧ରୁ ଲାଗୁ ହୋଇଥିବା ନୂତନ ମୋଟର ଯାନ ଆଇନ୍କୁ ନେଇ ସାଧାରଣ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଥିବାବେଳେ ଓଡ଼ିଶାରେ ଏହାର ପ୍ରଭାବ ବେଶ୍ ଅଧିକ ରହିଛି । ନୂତନ ମୋଟର ଯାନ ଆଇନ ଓ ଜରିମାନା ଆଦାୟକୁ ନେଇ ସାଧାରଣରେ ବେଶ୍ ଆତଙ୍କ ସୃଷ୍ଟି ହୋଇଛି । ଏପରିକି ଏ ନିୟମକୁ ନେଇ ପୋଲିସ୍ ଓ ଜନତା ମୁହାମୁହିଁ ହେଉଛନ୍ତି । ତେବେ ଏହି କଠୋର ନିୟମକୁ ନେଇ ରାଜ୍ୟ ସରକାର ସାଧାରଣ ଜନତାଙ୍କୁ ଟିକେ ଆଶ୍ବସ୍ତି ପ୍ରଦାନ କରିଛନ୍ତି । ଏ ନିୟମରେ ୩ ମାସ କୋହଳ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ର ନବୀନ ପଟ୍ଟନାୟକ । ସଂଶୋଧିତ ମୋଟର ଯାନ ଆଇନ୍ ଓ ଜରିମାନା ପ୍ରସଙ୍ଗକୁ ନେଇ ଏହାକୁ ରାଜ୍ୟରେ ୩ ମାସ ପର୍ଯ୍ୟନ୍ତ କୋହଳ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏହି ନିୟମକୁ ନେଇ ଲୋକଙ୍କ ରୋଷ ଦେଖି ଏହି ସଂଶୋଧିତ ନିୟମ କଡ଼ାକଡ଼ି ପାଳନ ନ…
ଚନ୍ଦ୍ରପୃଷ୍ଠରେ ଅବତରଣ ପରେ ଭାଙ୍ଗିନି ଲ୍ୟାଣ୍ଡର ବିକ୍ରମ । ଇସ୍ରୋ ପକ୍ଷରୁ ଏନେଇ ଆଜି ସୂଚନା ଦିଆଯାଇଛି। ଗତ ୭ ତାରିଖ ରାତିରେ ବିକ୍ରମ୍ ଲାଣ୍ଡର ହାର୍ଡ ଲାଣ୍ଡିଂ କରିଥିଲା। ଚନ୍ଦ୍ରପୃଷ୍ଠରେ ପଡ଼ିବା ପରେ ଏଥିରେ କୌଣସି କ୍ଷୟକ୍ଷତି ହୋଇନି। ବିକ୍ରମ ସୁରକ୍ଷିତ ଭାବେ ରହିଛି। ଏହାର କୌଣସି ଅଂଶ ଭାଙ୍ଗିନି ବୋଲି ଇସ୍ରୋ ପକ୍ଷରୁ କୁହାଯାଇଛି। ତେବେ ଲ୍ୟାଣ୍ଡର ବିକ୍ରମ ସହ ଯୋଗଯୋଗ ପାଇଁ ଇସ୍ରୋ ନିରନ୍ତର ପ୍ରୟାସ ଜାରି ରଖିଛି। ତେବେ ବିକ୍ରମ ଚନ୍ଦ୍ରପୃଷ୍ଠରେ ଗୋଟିଏ ପଟେ ଢଳିକି ରହିଛି। ଏହାର ଆଣ୍ଟିନା ପୃଥ୍ୱୀ କିମ୍ବା ଅର୍ବିଟର୍ ପଟକୁ ରହିଥିଲେ ହିଁ ଅଧିକ ସୂଚନା ମିଳିପାରିବ। ଯଦି ଏପରି ହୁଏ ତେବେ ଲାଣ୍ଡର ବିକ୍ରମ ସହ ଯୋଗାଯୋଗ ହୋଇପାରିବ। ଗତ ୭ ତାରିଖ ରାତିରେ ଚନ୍ଦ୍ରପୃଷ୍ଠ ମାତ୍ର ୨ ଦଶମିକ ୧ କିଲୋମିଟର୍ ପୂର୍ବରୁ ବିକ୍ରମ ସହ ଇସ୍ରୋର ଯୋଗାଯୋଗ ବିଚ୍ଛିନ୍ନ ହୋଇଥିଲା । ସେବେଠୁ ଏହାସହ ଯୋଗାଯୋଗ…
ଆଜି ବଲିଉଡ୍ ଖିଲାଡ଼ି ଷ୍ଟାର୍ ଅକ୍ଷୟ କୁମାରଙ୍କ ୫୨ତମ ଜନ୍ମଦିବସ ପାଳନ କରୁଛନ୍ତି । ଏହି ଅବସରରେ ସେ ତାଙ୍କ ପ୍ରଶଂସକଙ୍କ ପାଇଁ ଉପହାର ସ୍ବରୂପ ତାଙ୍କ ଆଗାମୀ ଫିଲ୍ମ ‘ପୃଥ୍ବୀରାଜ’ର ଟିଜର୍ ଭିଡିଓ ରିଲିଜ୍ କରିଛନ୍ତି । ଏହି ଅବସରରେ ଭିଡିଓ ସେୟାର କରି ଅକ୍କି ଲେଖିଛନ୍ତି ଯେ, ‘ ତାଙ୍କ ଜନ୍ମଦିବସ ଅବସରରେ ଏହା ତାଙ୍କର ପ୍ରଥମ ଐତିହାସିକ ଚଳଚ୍ଚିତ୍ର ଅଭିନୟର ସୁଯୋଗ ପାଇଁ ସେ ବହୁତ ଖୁସି ଅଛନ୍ତି । ଏହି ବିଗ୍ ବଜେଟ୍ର ଫିଲ୍ମଟି ୟଶ୍ରାଜ୍ ବ୍ୟାନରରେ ପ୍ରସ୍ତୁତ ହେଉଥିବାବେଳେ ଏହାର ନିର୍ଦ୍ଦେଶନା ଦେଉଛନ୍ତି ଚନ୍ଦ୍ରପ୍ରକାଶ ଦ୍ବିବେଦୀ । ଏହି ଫିଲ୍ମଟି ଆସନ୍ତା ବର୍ଷ ଦିଓ୍ବାଲି ଅବସରରେ ମୁକ୍ତିଲାଭ କରିବ । ରିଲିଜ୍ ହୋଇଥିବା ଟିଜରରେ ଭିଡିଓରେ ଦମ୍ଦାର୍ ବ୍ୟାକ୍ଗ୍ରାଉଣ୍ଡ ମ୍ୟୁଜିକ୍, ଚଳଚ୍ଚିତ୍ରର ଲୋଗୋ ଓ ଯୁଦ୍ଧ ଭୂମିରେ ପୃଥ୍ୱୀରାଜ ଚୌହାନଙ୍କ ସହ ଠିଆ ହୋଇଥିବା ହଜାର ହଜାର ସୈନ୍ୟମାନଙ୍କୁ ଦେଖିବାକୁ ମିଳିଛି। ଏହି ଟିଜର…
ସମଗ୍ର ବିଶ୍ବ ଏକକ ବ୍ୟବହାର ଯୋଗ୍ୟ ପ୍ଲାଷ୍ଟିକ୍ ବ୍ୟବହାରକୁ ବର୍ଜନ କରିବା ଉଚିତ୍ ବେଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ନୂଆଦିଲ୍ଲୀର ଗ୍ରେଟର ନୋଏଡାରେ ମିଳିତଚ ଜାତିସଂଘ ପକ୍ଷରୁ ଅନୁଷ୍ଠିତ ପରିବେଶ ପରିବର୍ତ୍ତନ ସମ୍ମିଳନୀରେ ମୋଦି ଏହି ମତ ଦେଇଛନ୍ତି । ମାନବତ୍ବର ବିକାଶ ପରିବେଶ ପରିବର୍ତ୍ତନର ଲଢେଇ ସହ ସିଧାସଳଖ ଭାବରେ ସମ୍ପୃକ୍ତ ତେଣୁ ପରିବେଶ ଉପରେ ନିଜର ଧ୍ୟାନ କେନ୍ଦ୍ରିତ କରିବା ପାଇଁ ମୋଦି ବିଶ୍ବ ସମୁଦାୟର ନେତୃତ୍ବଙ୍କୁ ନିବେଦନ କରିଥିଲେ । ଭାରତ ପକ୍ଷରୁ ଆସନ୍ତା ଗାନ୍ଧୀ ଜୟନ୍ତୀ ଠାରୁ 6ଟି ପ୍ଲାଷ୍ଟିକ୍ ପଦାର୍ଥ ଉପରେ ରୋକ୍ ଲଗାଯାଇଛି । ଭାରତ ପରି ଏକ ଜନବହୁଳ ରାଷ୍ଟ୍ର ଯଦି ଏହାକୁ ଲାଗୁ କରି ପାରୁଛି ତେବେ ସମଗ୍ର ବିଶ୍ବ ନେତୃତ୍ବ ଏହା ଉପରେ ଧ୍ୟାନ ଦେଲେ ଖୁବ୍ ଶୀଘ୍ର ପରସ୍ଥିତିରେ ଉନ୍ନତି ଆସିବ ବୋଲି ମୋଦି କହିଛନ୍ତି । ଉଲ୍ଲେଖଯୋଗ୍ୟ ଯେ, ଭାରତର ଏକକ ବ୍ୟବହାର କାରୀ…
ସମୀକ୍ଷା ବ୍ୟୁରୋ ବିପର୍ଯ୍ୟସ୍ତ ଅବସ୍ଥାରେ ବାଣପୁର ଏନ୍ଏସିର ଆଲୋକୀକରଣ ବ୍ୟବସ୍ଥା । ଖୋର୍ଦ୍ଧା ଜିଲ୍ଲାର ଏକ ପ୍ରମୁଖ ସହର ତଥା ଅନନ୍ୟ ଶକ୍ତିପୀଠ ମା’ ଭଗବତୀଙ୍କ ମନ୍ଦିର ପାଇଁ ଏହି ସହର ପ୍ରସିଦ୍ଧ ହୋଇଥିବାବେଳେ ଏଠାରେ ଷ୍ଟ୍ରିଟ୍ ଲାଇଟ୍ ଅଚଳ ହୋଇପଡିଛି । ସରକାର ପୌରାଞ୍ଚଳର ଆଲୋକୀକରଣ ପାଇଁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରୁଥିବାବେଳେ ବାଣପୁର ଏନ୍ଏସିରେ ଏହାର ବ୍ୟତିକ୍ରମ ଦେଖାଯାଇଛି । ଦୀର୍ଘଦିନ ଧରି ଏଠାରେ ଷ୍ଟ୍ରିଟ୍ ଲାଇଟ୍ ଅଚଳ ହୋଇ ଅନ୍ଧକାର ହୋଇଛି । ବାଣପୁର ଏନ.ଏ. ସି ରେ ପନ୍ଦର ଗୋଟି ୱାର୍ଡ ଥିବାବେଳେ ସବୁ ୱାର୍ଡରେ ସନ୍ଧ୍ୟା ସମୟରେ ଷ୍ଟ୍ରିଟ ଲାଇଟ ଜଳୁନି l ସେହିପରି ସହରର ପ୍ରମୁଖ ୱାର୍ଡ ତଥା ଭଗବତୀ ମନ୍ଦିର କୁ ସଂଯୋଗ କରୁଥିବା ୮ ନମ୍ବର ୱାର୍ଡ ର ଆଲୋକୀକରଣ ବ୍ୟବସ୍ଥା ସମ୍ପୂର୍ଣ୍ଣ ଭୁଶୁଡିପଡିଛିl ପୁରୁଣା ବଜାର ରୂପେ ପରିଚିତ ଥିବା ଏହି ଓ୍ବାର୍ଡଟି ହେଉଛି ବ୍ୟବସାୟର ଏକ…
ଅନ୍ତର୍ଜାତୀୟ ବଜାରରେ ମାନ୍ଦାବସ୍ଥା କାରଣରୁ ମୋଟର ଯାନ ବିକ୍ରି ସବୁଠାରୁ ଅଧିକ ପ୍ରଭାବିତ ହୋଇଛି । ଚଳିତ ଅଗଷ୍ଟ ମାସ ମାନ୍ଦାବସ୍ଥା ଦ୍ବାରା ଅଧିକ ପ୍ରଭାବିତ ହୋଇଛି । ଦୁଇ ଚକିଆ ଯାନର ବିକ୍ରି ବିଗତ ତିନି ବର୍ଷ ମଧ୍ୟରେ ସର୍ବନିମ୍ନ ସ୍ତର ଛୁଇଁଥିବା ବେଳେ ସମୁଦାୟ ମୋଟର ଯାନ ବିକ୍ରି 1997-98 ଆର୍ଥିକ ବର୍ଷ ପରଠାରୁ ସର୍ବନିମ୍ନ ସ୍ତର ଛୁଇଁଛି । ସମୁଦାୟ ଯାତ୍ରୀବାହୀ ଯାନ ବିକ୍ରିରେ 31.57 ପ୍ରତିଶତ ହ୍ରାସ ପାଇଛି । ଅଗଷ୍ଟ 2018ରେ 2 ଲକ୍ଷ87 ହଜାର 198ଟି ଗାଡି ବିକ୍ରି ହୋଇଥିବା ବେଳେ ଚଳିତ ଅଗଷ୍ଟରେ 1 ଲକ୍ଷ 96 ହଜାର 524ଟି ୟୁନିଟ୍ ବିକ୍ରି ହୋଇଛି । ପାସେଞ୍ଜର କାର ବିକ୍ରିରେ ଅଗଷ୍ଟ ମାସରେ 41.09 ପ୍ରତିଶତ ହ୍ରାସ ପାଇଛି । ଏହି ସମୟରେ ସମୁଦାୟ 1 ଲକ୍ଷ 15 ହଜାର 957ଟି କାର୍ ବିକ୍ରି ହୋଇଥିବା ବେଳେ ଗତବର୍ଷର ଏହି ସମୟରେ…
ଦେଶରେ ନୂତନ ସଂଶୋଧିତ ମୋଟର ଯାନ ଆଇନ୍ ଲାଗୁ ହେବା ପରେ ଜନଜୀବନ ବେଶ୍ ଅସ୍ତବ୍ୟସ୍ତ ହୋଇପଡିଥିବାବେଳେ ଏହି ଆଇନ୍ ଆଧାରରେ ଆଦାୟ ହେଉଥିବା ଜରିମାନା କୋହଳ ହୋଇପାରେ ବୋଲି ସୂଚନା ଦେଇଛନ୍ତି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା । ଏହି ନୂତନ ନିୟମ ଅନୁସାରେ ଅତ୍ୟଧିକ ଜରିମାନା ଆଦାୟ ହେଉଥିବାରୁ ଏଥିରେ କିଛିଟା କୋହଳ ହୋଇପାରେ ବୋଲି କହିଛନ୍ତି ମନ୍ତ୍ରୀ । ତେବେ ଏହି ସଂଶୋଧିତ ମୋଟର ଯାନ ଆଇନ୍ ଓ ଅହେତୁକ ଜରିମାନା ପ୍ରସଙ୍ଗରେ ଏହା କେନ୍ଦ୍ରୀୟ ଆଇନ୍, ଆମେ ପରିବତ୍ତର୍ନ କରିପାରିବୁ ନାହିଁ ବୋଲି କହିଛନ୍ତି ପରିବହନ ମନ୍ତ୍ରୀ । ତେବେ ଆଇନ୍ର କିଛି ଧାରରେ ବଦଳ ନେଇ ରାଜ୍ୟର କିଛି କ୍ଷମତା ରହିଛି । ଏହା ଆଧାରରେ କିଛି କରାଯାଇ ପାରିବ ବୋଲି ସୂଚନା ଦେଇଛନ୍ତି ପରିବହନ ମନ୍ତ୍ରୀ । କାଲି ଏହି ସମ୍ବନ୍ଧୀୟ ଏକ ବୈଠକ ଡକାଯାଇଛି, ଏହି ବୈଠକରେ ଜରିମାନା କୋହଳ ନେଇ…
ଭାରତ ରାଷ୍ଟ୍ରପତି ରାମନାଥ କୋବିନ୍ଦ ତିନି ଦିନିଆ ବିଦେଶ ଗସ୍ତରେ ଯାଇଛନ୍ତି । ରବିବାର ରାତିରେ ବିଦେଶ ଗସ୍ତ କରିଥିବା କୋବିନ୍ଦ ଏହି ସମୟରେ ତିନିଟି ରାଷ୍ଟ୍ର ଭ୍ରମଣ କରିବେ ବୋଲି ଜଣାପଡିଛି । ଏହି ସମୟରେ କୋବିନ୍ଦ ଆଇସ୍ଲ୍ୟାଣ୍ଡ, ସ୍ବିଜରଲ୍ୟାଣ୍ଡ ଏବଂ ସ୍ଲୋଭେନିଆ ଗସ୍ତରେ ଯିବେ ବୋଲି ଜଣାପଡିଛି । ଉକ୍ତ ରାଷ୍ଟ୍ରର ରାଷ୍ଟ୍ରମୁଖ୍ୟ ମାନଙ୍କ ସହିତ ଦ୍ବିପାକ୍ଷିକ ସମ୍ପର୍କକୁ ନେଇ ଆଲୋଚନା କରିବେ ବୋଲି ଜଣାପଡିଛି । ରାଷ୍ଟ୍ରପତି କୋବିନ୍ଦ ସେପ୍ଟମ୍ବର 9-11 ପର୍ଯ୍ୟନ୍ତ ଆଇସଲ୍ୟାଣ୍ଡ, 11-15 ପର୍ଯ୍ୟନ୍ତ ସ୍ବିଜରଲ୍ୟାଣ୍ଡ ଏବଂ ସେପ୍ଟେମ୍ବର 15ରେ ସ୍ବିଜରଲ୍ୟାଣ୍ଡ ଗସ୍ତ କରିବେ । ଏହି ଗସ୍ତ ସମାପ୍ତ ହେବା ପରେ ସେପ୍ଟେମ୍ବର 17 ତାରିଖରେ ରାଷ୍ଟ୍ରପତି ଭାରତ ପ୍ରତ୍ୟାବର୍ତ୍ତନ କରିବେ ବୋଲି ବୈଦେଶିକ ମନ୍ତ୍ରାଳୟ ମୁଖପାତ୍ର ରବୀଶ୍ କୁମାର ସୂଚନା ଦେଇଛନ୍ତି ।
ଅଷ୍ଟ୍ରେଲିଆ ଏବଂ ଇଂଲଣ୍ଡ ମଧ୍ୟରେ ଅନୁଷ୍ଠିତ ଆସେସ୍ ସିରିଜ୍ ସମାପନ ପୂର୍ବରୁ ଆସେସ୍ ଉପରେ କବ୍ଜା କରି ନେଇଛି କଙ୍ଗାରୁ ଦଳ । ଷ୍ଟିଭ୍ ସ୍ମିଥ୍ଙ୍କ ଦଳ ଚତୁର୍ଥ ମ୍ୟାଚ୍ରେ 185 ରନ୍ରେ ବିଜୟୀ ହେବା ସହିତ ଆସେସ୍ ନିଜ ନିକଟରେ ରଖିଛି । 383 ରନ୍ ବିଜୟ ଲକ୍ଷ୍ୟମର ପିଛା କରୁଥିବା ଇଂଲଣ୍ଡ ମାତ୍ର 197 ରନ୍ରେ ସମସ୍ତ ଓ୍ବିକେଟ୍ ହରାଇ ପରାଜୟର ସମ୍ମୁଖୀନ ହୋଇଛି । ଇଂଲଣ୍ଡ ପକ୍ଷରୁ ଜୋ ଡେନ୍ଲୀ ସର୍ବାଧିକ 53 ରନ୍ ସଂଗ୍ରହ କରିଥିବା ବେଳେ 5 ଜଣ ବ୍ୟାଟ୍ସମ୍ୟାନ ଦୁଇ ଅଙ୍କ ଛୁଇଁ ପାରିନଥିଲେ । ଅଷ୍ଟ୍ରେଲିଆ ପକ୍ଷରୁ ପ୍ୟାଟ୍ କମିନ୍ସ 43/4 ର ଫିଗର ହାସଲ କରିଥିବା ବେଳେ ହଜେଲଉଡ୍ ଏବଂ ଲିୟନ୍ଙ୍କୁ 2ଟି ଲେଖାଏଁ ଓ୍ବିକେଟ, ମିଚେଲ ଷ୍ଟାର୍କ ଓ ଲାବୁଷ୍ଚାଞ୍ଜେ ଗୋଟିଏ ଲେଖାଏଁ ଓ୍ବିକେଟ ଅକ୍ତିଆର କରିଥିଲେ । ପ୍ରଥମ ଇନିଂସରେ 211 ଏବଂ ଦ୍ବିତୀୟ ଇନିଂସରେ 82…
ପାକିସ୍ତାନୀ ଆତଙ୍କବାଦୀ ସଂଗଠନ ଜୈଶ-ଏ-ମହମ୍ମଦ(ଜେଇଏମ) ମୁଖ୍ୟ ମାସୁଦ ଆଝାରକୁ ପାକିସ୍ତାନ ସରକାର ଗୁପ୍ତ ଭାବେ ଜେଲରୁ ମୁକୁଳାଇଥିବା ନେଇ ରିପୋର୍ଟ ପ୍ରକାଶ ପାଇଛି । ଭାରତରେ ଆତଙ୍କବାଦୀ ଆକ୍ରମଣ ପାଇଁ ଯୋଜନା କରିବା ଏହା ପଛର ମୂଳ ଉଦ୍ଦେଶ୍ୟ ବୋଲି ଗୁଇନ୍ଦା ବ୍ୟୁରୋ କେନ୍ଦ୍ର ସରକାରଙ୍କୁ ସତର୍କ କରାଇ ଦେଇଛି । ଏହା ସହିତ ପାକ୍ ମାଟିରେ କାର୍ଯ୍ୟକ୍ଷମ ଅନ୍ୟ ଆତଙ୍କୀ ସଂଗଠନଗୁଡ଼ିକ ଅବାଧରେ କାର୍ଯ୍ୟ କରୁଥିବାବେଳେ ରାଜସ୍ଥାନ ନିକଟ ସୀମାନ୍ତରେ ପାକିସ୍ତାନୀ ସେନା ଅତିରିକ୍ତ ସୈନ୍ୟ ଠୁଳ କରିଛି ବୋଲି ଗୋଇନ୍ଦା ରିପୋର୍ଟ ମିଳିଛି । ଧାରା 370 ଉଚ୍ଛେଦ ପରେ ପ୍ରତିଶୋଧ ପରାୟଣ ହୋଇ ପାକିସ୍ତାନ ସରକାରଙ୍କ ପକ୍ଷରୁ ଏହି ପଦକ୍ଷେପ ଗ୍ରହଣ କରାଯାଉଥିବା ଜଣାପଡିଛି ।
ୟୁଏସ୍ ଓପନ୍ ପୁରୁଷ ବିଭାଗରେ ସ୍ପେନ୍ର ରାଫେଲ ନାଦାଲ ଚାମ୍ପିୟନ୍ ହୋଇଛନ୍ତି । ଏହି ଟାଇଟଲ ସହିତ ନାଦାଲ ନିଜ କ୍ୟାରିୟରର 19 ତମ ଗ୍ରାଣ୍ଡସ୍ଲାମ୍ ତଥା ଚତୁର୍ଥ ୟୁଏସ୍ ଓପନ୍ ଟାଇଟଲ୍ ହାସଲ କରିଛନ୍ତି । ଋଷିଆର ଡାନିଲ୍ ମେଦଭେଦେଭ୍ଙ୍କୁ ପରାସ୍ତ କରି ନାଦାଲ ଏହି କୃତିତ୍ବ ହାସଲ କରିଛନ୍ତି । 5 ସେଟ୍ ବିଶିଷ୍ଟ ମୁକାବିଲାରେ ନାଦାଲ 4 ଘଣ୍ଟା 50 ମିନିଟ୍ର ମାରାଥନ୍ ମୁକାବିଲା କରି ବିଜୟୀ ହୋଇଥିଲେ । 7-5, 6-3, 5-7, 4-6 ଏବଂ 6-4 ସେଟ୍ରେ ନାଦାଲ ମେଦଭେଦେଭ୍ଙ୍କୁ ପରାସ୍ତ କରିଥିଲେ । 33 ବର୍ଷୀୟ ନାଦାଲ ଏହା ସହିତ ଫେଡେରରଙ୍କ 21 ତମ ଗ୍ରାଣ୍ଡସ୍ଲାମ ବିଜୟର ଏକ ପାଦ ନିକଟତର ହୋଇଛନ୍ତି । ନାଦାଲ ନିଜ ଖ୍ୟାତି ଅନୁଯାୟୀ ପ୍ରଥମ ଦୁଇ ସେଟ୍ରେ ସହଜ ବିଜୟ ହାସଲ କରିଥିବା ବେଳେ ପରବର୍ତ୍ତୀ ଦୁଇ ସେଟ୍ରେ ବିଜୟ ହୋଇ ମେଦଭେଦେଭ୍ ମ୍ୟାଚ୍କୁ ପ୍ରତ୍ୟାବର୍ତ୍ତନ…
ବରିଷ୍ଠ ସାମ୍ବାଦିକ ଦିଲ୍ଲୀପ ଶତପଥୀଙ୍କର ପରଲୋକ ହୋଇଯାଇଛି । ତାଙ୍କର 56 ବର୍ଷ ବୟସରେ ପରଲୋକ ହୋଇଛି । ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ସେ ପ୍ରାଣ ହରାଇଛନ୍ତି । ଦିଲ୍ଲୀପ ଶତପଥୀ ଦୀର୍ଘ ଦିନ ହେବ କର୍କଟ ରୋଗରେ ପୀଡ଼ିତ ଥିଲେ । ଗତକାଲି ସନ୍ଧ୍ୟାରେ ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ମାତ୍ର ସେଠାରେ ତାଙ୍କର ପରଲୋକ ହୋଇଛି । ବହୁ ବିଶିଷ୍ଠ ବ୍ୟକ୍ତି ଶ୍ରୀ ଶତପଥୀଙ୍କ ପାର୍ଥିବ ଶରୀର ଶେଷ ଦର୍ଶନ କରିବା ସହତ ଶୋକବ୍ୟକ୍ତ କରିଛନ୍ତି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ପୂର୍ବତନ ମନ୍ତ୍ରୀ ପଞ୍ଚାନନ କାନୁନଗୋଙ୍କ ସମେତ ବହୁ ବ୍ୟକ୍ତି ଶୋକବ୍ୟକ୍ତ କରିଛନ୍ତି । 1963 ମସିହାରେ ଜନ୍ମ ଗ୍ରହଣ କରିଥିବା ଦିଲ୍ଲୀପ ଓଡ଼ିଆ ସାମ୍ବାଦିକତା ଜଗତରେ ଦୀର୍ଘ ବର୍ଷ ଧରି ସକ୍ରିୟ ଥିଲେ । ସେ ଏକ ଦୈନିକ ଖବର…
ରାଜ୍ୟରେ ମହିଳାଙ୍କ ପ୍ରତି ଅସଦାଚରଣ ନିୟମିତ ଭାବରେ ବଢିଚାଲୁଥିବା ବେଳେ ଆଜି ଭୁବନେଶ୍ବରରେ ଦୁଇ ଜଣ ରୋଡ ରୋମିଓ ଛେଚା ଖାଇଛନ୍ତି । ଦୁଇ ଜଣ ଯୁବକ ଝିଅଙ୍କ ପିଛା କରି କମେଣ୍ଟ ମାରୁଥିବା ବେଳେ ଧରାପଡି ଲୋକଙ୍କ ଠାରୁ ମାଡ ଖାଇଛନ୍ତି । ସ୍ଥାନୀୟ ଜିଜିପି କଲୋନୀର କିଛି ଲୋକ ଯୁବକ ଦ୍ବୟଙ୍କୁ ଧରିବା ପରେ ସମ୍ପୃକ୍ତ ଯୁବତୀ ମାଡ ମାରିଥିବା ଜଣାପଡିଛି । ରସୁଲଗଡର ଜିଜିପି କଲୋନୀରେ ଏହି ଘଟଣା ଘଟିଥିବା ବେଳେ ଦୁଇ ରୋଡ୍ ରୋମିଓଙ୍କ ଫଟୋ ସୋସିଆଲ ମିଡିଆରେ ଭାଇରାଲ୍ ହୋଇଥିବା ଜଣାପଡିଛି ।
ଭବାନୀପାଟଣାରେ ଏକ ବର୍ବର ହତ୍ୟାକାଣ୍ଡ ଘଟିଛି । ମା ଓ ଦୁଇ ପୁଅଙ୍କୁ ଅତ୍ୟନ୍ତ ବୀଭତ୍ସ ଭାବରେ ହତ୍ୟା କରାଯାଇଛି । କଳାହାଣ୍ଡିର ସିଝରଣ ଗାଁରେ ଏହି ବର୍ବର କାଣ୍ଡ ଘଟିଛି । ଦୁଇ ଶିଶୁଙ୍କୁ ଘର ଭିତରେ ହତ୍ୟା କରାଯାଇଥିବା ବେଳେ ବେଳେ ମାର ମୃତଦେହ ଗାଁର ନିକଟସ୍ଥ ରେଳ ଲାଇନ୍ରୁ ଉଦ୍ଧାର କରାଯାଇଛି । ତାଙ୍କୁ ହତ୍ୟା କରାଯାଇ ରେଳ ଲାଇନ୍ ନିକଟରେ ଫୋପାଡି ଦିଆଯାଇଥିବା ପୋଲିସ୍ ସନ୍ଦେହ କରୁଛି । ଦୁଇ ଶିଶୁଙ୍କ ଗଳା କାଟି ହତ୍ୟା କରାଯାଇଥିବା ଜଣାପଡିଛି । ହତ୍ୟାର କାରଣ ଅସ୍ପଷ୍ଟ ରହିଥିବା ବେଳେ ପୋଲିସ୍ ଏବଂ ଫରେନ୍ସିକ୍ ଦଳ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରୁଛି ।
ବାଲେଶ୍ୱର ଜିଲ୍ଲାରେ ଥିବା ବୁଢାବଳଙ୍ଗା ହଳଦିଆ ଘାଟିରେ ଏକ ଡଙ୍ଗା ଦୁର୍ଘଟଣାଗ୍ରସ୍ତ ହୋଇଛି । ଡଙ୍ଗା ପାଣି ଭିତରେ ଓଲିଟି ପଡିଥିବା ବେଳେ ଡଙ୍ଗାରେ ପ୍ରାୟ 30ରୁ ଅଧିକ ଯାତ୍ରୀ ଯାତ୍ରା କରୁଥିବା ସୂଚନା ମିଳିଥିଲା । ତେବେ ଏହି ଦୁର୍ଘଟଣାରେ କୌଣସି ଜୀବନ ହାନି ହୋଇ ନାହିଁ । ଡଙ୍ଗାରେ ଯାତ୍ରା କରୁଥିବା ସମସ୍ତ 30 ଜଣ ଯାତ୍ରୀ ସୁରକ୍ଷିତ ଉଦ୍ଧାର କରାଯାଇଥିବା ଜଣାପଡିଛି । କୂଳ ଛାଡିବାର କିଛି ଦୂରରେ ଏହି ଡଙ୍ଗାଟି ଓଲଟି ପଡିଥିଲା । ଅନ୍ଧାର ହୋଇଥିବାରୁ ଉଦ୍ଧାରକାର୍ଯ୍ୟ ଅଧିକ କଷ୍ଟ ହୋଇଥିବା ସ୍ଥାନୀୟ ଲୋକେ କହିଛନ୍ତି । ମାତ୍ରାଧିକ ଓଜନ କାରଣରୁ ଭାରସାମ୍ୟ ହରାଇ ଡଙ୍ଗାଟି ବୁଡି ଯାଇଥିବା ଜଣା ପଡିଛି ।

