Author: Samikhsya Bureau

ଆଫଗାନିସ୍ତାନରେ ଏକ ଭୟଙ୍କର ବିସ୍ଫୋରଣ ଘଟି ୧୬ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୧୯ ଜଣ ଆହତ ହୋଇଛନ୍ତି। ସୋମବାର ବିଳମ୍ବିତ ରାତିରେ ଏହି ବିସ୍ଫୋରଣ ଘଟିଥିଲା। ପ୍ରାରମ୍ଭିକ ଭାବରେ ୬ ଜଣଙ୍କ ମୃତ୍ୟୁର ଖବର ଆସିଥିବା ବେଳେ ମଙ୍ଗଳବାର ଦିନ ଆଫଗାନ କର୍ତ୍ତୃପକ୍ଷ ୧୬ ଜଣଙ୍କ ମୃତ୍ୟୁ ହୋଇଥିବା ସ୍ପଷ୍ଟ କରିଛନ୍ତି। ଅନ୍ତର୍ଜାତୀୟ ସମୁଦାୟର ସାହାଯ୍ୟ ରହୁଥିବା ଗ୍ରୀନ୍‌ ଭିଲେଜ୍‌ ଅଞ୍ଚଳରେ ଏହି ବିସ୍ଫୋରଣ ସଙ୍ଗଠିତ ହୋଇଥିଲା। ମୃତକଙ୍କ ମଧ୍ୟରେ ଏକାଧିକ ଅନ୍ତର୍ଜାତୀୟ ସ୍ବେଚ୍ଛାସେବୀ ରହିଥିବା ନେଇ ସୂଚନା ଦେଇଛନ୍ତି ଗୃହ ମନ୍ତ୍ରାଳୟ ମୁଖପାତ୍ର ନସ୍ରତ ରହିମି। ଏହି ଘଟଣା ପରେ ଆହତ ମାନଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ତାଲିବାନ ପକ୍ଷରୁ ଏହି ବିସ୍ଫୋରଣ ପାଇଁ ନିଜକୁ ଦାୟୀ କରାଯାଇଛି।

Read More

ମୟୂରଭଞ୍ଜ ଜିଲ୍ଲା ବାରିପଦା ନିକଟବର୍ତ୍ତୀ କୁଳିଅଣା ବ୍ଲକର ଚାନ୍ଦୁଆ ଗ୍ରାମରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ପାଣିରେ ବୁଡି ୨ଜଣ ସମ୍ପର୍କୀୟ ଭଉଣୀ ପ୍ରାଣ ହରାଇଛନ୍ତି । ସୂଚନାନୁସାରେ, ଆଜି ସକାଳେ କୁଳିଅଣା ଗ୍ରାମର ଦୁଇଜଣ ସମ୍ପର୍କୀୟ ଭଉଣୀ ଖେଳିବା ପାଇଁ ଯାଇଥିଲେ । ସେମାନେ ଗ୍ରାମର ବିଲରେ ଖେଳୁଥିଲେ । ଖେଳୁଥିବା ସେମାନେ ବିଲରେ ଜମି ରହିଥିବା ପାଣିରେ ବୁଡି ଯାଇଥିଲେ । ଫଳରେ ଉଭୟେ ପ୍ରାଣ ହରାଇଛନ୍ତି । ଦୁଇ ଭଉଣୀଙ୍କ ବୟସ ୩ ଓ ୪ ବର୍ଷ ହେବ ବୋଲି ଜଣାପଡିଛି । ଗ୍ରାମବାସୀ ଓ ପରିବାର ଲୋକେ ଉଭୟଙ୍କ ମୃତଦେହକୁ ଉଦ୍ଧାର କରିଛନ୍ତି ।

Read More

ମହାରାଷ୍ଟ୍ର ମୁମ୍ବାଇଠାରେ ଥିବା ଅଏଲ୍‌ ଆଣ୍ଡ ନ୍ୟାଚୁରାଲ ଗ୍ୟାସ କର୍ପୋରେଶନ(ଓଏନ୍‌ଜିସି)ର ଏକ ପ୍ଲାଣ୍ଟରେ ମଙ୍ଗଳବାର ଭୟାବହ ଅଗ୍ନିକାଣ୍ଡ ଘଟିଛି। ଏହି ଅଗ୍ନିକାଣ୍ଡରେ ୫ ଜଣଙ୍କର ମୃତ ହୋଇଛି । ନଭି ମୁମ୍ବାଇରେ ଥିବା ଓଏନ୍‌ଜିସିର କୋଲ୍ଡ ଷ୍ଟୋରରେ ଏହି ନିଆଁ ଲାଗିଥିବା ସୂଚନା ମିଳିଛି। ତେବେ ଏହି କୋଲ୍ଡ ଷ୍ଟୋରରେ ବହୁ ଲୋକ ଫସି ରହିଥିବା ଅନୁମାନ କରାଯାଉଛି। ୮ଜଣ ଗୁରୁତର ଆହତଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଘଟଣାସ୍ଥଳରେ ୧୨ରୁ ଊର୍ଦ୍ଧ୍ୱ ଦମକଳ ଗାଡି ସହ ଓଏନ୍‌ଜିସିର କର୍ମଚାରୀମାନେ ମଧ୍ୟ ନିଆଁଲିଭା କାର୍ଯ୍ୟରେ ସହଯୋଗ କରୁଛନ୍ତି। ଆଗକୁ ମୃତ୍ୟୁସଂଖ୍ୟା ବଢିପାରେ ବୋଲି ଅନୁମାନ କରାଯାଉଛି। ନିଆଁ ଲାଗିବାର କାରଣ ଅସ୍ପଷ୍ଟ ରହିଛି ।

Read More

ମହାପ୍ରଭୁ ଲିଙ୍ଗରାଜ ଆଜି ଉପାସ ରହିବେ । ଆଜି ମହାପ୍ରଭୁ ଲିଙ୍ଗରାଜଙ୍କ ରୋଷ ହୋମ ନୀତି ବନ୍ଦ ହୋଇଛି ।  ବ୍ରାହ୍ମଣ ନିଯୋଗ- ପୂଜାପଣ୍ଡା ନିଯୋଗର ଅସହଯୋଗ ଯୋଗୁଁ ଏହି ନୀତି ବନ୍ଦ ହୋଇଛି ବୋଲି ସୂଚନା ମିଳିଛି। ଲିଙ୍ଗରାଜଙ୍କ ନୂଆଗାଁ ଜମିରେ ଜବରଦଖଲ ନିର୍ମାଣକୁ ନିଯୋଗର ବିରୋଧ କରୁଛି । ଜବରଦଖଲ ପାଇଁ ମନ୍ଦିର ଓ ଜିଲ୍ଲା ପ୍ରଶାସନକୁ ଦୁଇ ନିଯୋଗ ଦୋଷ ଦେଇ ମହାପ୍ରଭୁଙ୍କ ନୀତିରେ ଅସହଯୋଗ କରିଛନ୍ତି ।

Read More

ସମୀକ୍ଷା ବ୍ୟୁରୋ ୧୯ ବର୍ଷର ନିରଙ୍କୁଶ ଶାସନ ପରେ ମଧ୍ୟ ନବୀନ ପଟ୍ଟନାୟକ ଯେ ପଞ୍ଚମ ପାଳିରେ ଏତେ ବଡ ଜନ ସମର୍ଥନ ପାଇବେ, ଏକଥା ତାଙ୍କ ସମର୍ଥକ ମଧ୍ୟ କଳ୍ପନା କରି ପାରୁନଥିଲେ। ପୁଲବାମା ଓ ବାଲାକୋଟ ଘଟଣା ପରେ ଯେତେବେଳେ ଜାତୀୟ ରାଜନୀତିରେ ବିଜେପିର ପ୍ରବଳ ହାୱା ବହିବା ଆରମ୍ଭ କରିଥିଲା, ସେ ହାୱାକୁ  ଓଡିଶାର ବିଜେଡି ସରକାର ପ୍ରତିହତ କରିପାରିବେ ବୋଲି ଅନେକଙ୍କର ବିଶ୍ଵାସ ନଥିଲା। ଓଡିଶାରେ ବିଜେପି ଯେଉଁ ପ୍ରକାର ଆକ୍ରାମକ ନିର୍ବାଚନ ପ୍ରଚାର କରିଥିଲା, ସେଥିରେ ନବୀନଙ୍କ ଦୁର୍ଗ ସୁରକ୍ଷିତ ରହିଲେ ମଧ୍ୟ, ପୂର୍ବାପେକ୍ଷା ଦୁର୍ବଳ ରହିବାର ଆଶଙ୍କା ଅନେକ କରୁଥିଲେ। ହେଲେ ନିର୍ବାଚନ ଫଳାଫଳରେ ଭୋଟ ହାର ଓ ଆସନ ସଂଖ୍ୟା, ଉଭୟରେ ନବୀନଙ୍କ ଯାଦୁକରୀ ପ୍ରଭାବ ଅବ୍ୟାହତ ରହିଲା। ନବୀନ ପଞ୍ଚମ ଥର ଲାଗି ଓଡିଶାର ମୁଖ୍ୟମନ୍ତ୍ରୀ ଦାୟିତ୍ଵ ପାଇଲେ। ତେବେ ମଇ, ୨୦୧୯ ନିର୍ବାଚନ ଫଳାଫଳ ପ୍ରକାଶ ପାଇଲା ପରେ…

Read More

କେଦାର ମିଶ୍ର ଭାଦ୍ରବ ମାସ ଆରମ୍ଭରୁ ପଶ୍ଚିମ ଓଡିଶାର ଘରେ ଘରେ ଆରମ୍ଭ ହୋଇ ଯାଏ ପ୍ରସ୍ତୁତି । ଲୋକେ ଘର ଲିପା ପୋଛା ଆରମ୍ଭ କରନ୍ତି। ନୁଆ ଓ ଚକ୍ ଚକ୍ ଦିଶେ ଘର ଦୁଆର। ହାଟରୁ କିଣା ହୋଇ ଆସେ ନୁଆ ହାଣ୍ଡି ଓ  ଟୋକେଇ। ଘରକୁ ଆସେ ନୁଆ ଲୁଗା, ନୁଆ ନୁଆ ଖାଦ୍ୟ ପଦାର୍ଥ, ପୂଜା ସାମଗ୍ରୀ ଇତ୍ୟାଦି । ସବୁଠୁ ବଡ କଥା ହେଲା, ପରିବାରର ଯିଏ ଯେଉଁଠି ଥାଆନ୍ତୁ, ଘରକୁ ଫେରିବା ଆରମ୍ଭ କରନ୍ତି । ଏତେ ସବୁ ଆୟୋଜନ ଓ ପ୍ରାୟୋଜନ ର ଏକମାତ୍ର ଉଦ୍ଦେଶ୍ୟ ହେଉଛି ନୁଆଁଖାଇ, ପଶ୍ଚିମ ଓଡିଶାର ସବୁଠୁ ବଡ ପର୍ବ । ଏହା କେବଳ ବଡ ପର୍ବ ନୁହଁ , ଏହା ହେଉଛି ଏକ ଗଣ ପର୍ବ । ନୁଆଁଖାଇ କଣ, କଣ ଏହାର ବିଶେଷତ୍ଵ ଓ କାହିଁକି ଏ ମହାପର୍ବର ଆୟୋଜନ, ତାକୁ ନେଇ…

Read More

ବାୟୁସେନାର ଲଢିବା କ୍ଷମତା ବୃଦ୍ଧି ପାଇଁ ୮ଆମେରିକା ‘ଆପାଚେ ଏଏଚ-୬୪ଇ’ ଲଢୁଆ ହେଲିକପ୍ଟର ମଙ୍ଗଳବାର ଅର୍ଥାତ ଆଜି ଭାରତୀୟ ବାୟୁସେନାରେ ସାମିଲ ହେବ। ଏୟାର ଚିଫ ମାର୍ଶଲ ବି.ଏସ. ଧନୋଆ ପଠାନକୋଟ୍ ବାୟୁସେନା ଘାଟିରେ ଆୟୋଜିତ ହେବାକୁ ଥିବା ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗ ଦେବେ।    ଆପାଚେ ଏଏଚ-୬୪ଇ ଦୁନିଆର ସବୁଠୁ ବହୁଭୂମୀ ଲଢୁଆ ହେଲିକପ୍ଟର ଏବଂ ବର୍ତ୍ତମାନ ସମୟରେ ଆମେରିକା ସେନା ଏହାର ବ୍ୟବହାର କରୁଛନ୍ତି। ଆଇଏଏଫର ଜଣେ ବରିଷ୍ଠ ଅଧିକାରୀଙ୍କ ମୁତାବକ ଆଠ ଆପାଚେ ଲଢୁଆ ହେଲିକପ୍ଟର ଆଇଏଏଫରେ ସାମିଲ ହେବାକୁ ଯାଉଛି, ଯାହା ବାୟୁସେନାର ଶକ୍ତି ବୃଦ୍ଧି କରିବ। ଆଇଏଏଫ ଆପାଚେ ହେଲିକପ୍ଟର ପାଇଁ ଆମେରିକା ସରକାର ଓ ବୋଇଙ୍ଗ ଲିମିଟେଡ୍ ସହିତ ୨୦୧୫ସେପ୍ଟେମ୍ବରରେ ଚୁକ୍ତିନାମା କରିଥିଲା। ଏହି ଆଧାରରେ ବୋଇଙ୍ଗ ଜୁଲାଇ ୨୭ରେ ୨୨ ହେଲିକପ୍ଟର ମଧ୍ୟରୁ ଚାରୋଟି ହେଲିକପ୍ଟର ଭାରତକୁ ଦେଇଥିଲା।    ୨୦୧୫ରେ ଭାରତ ଆମେରିକା ସରକାର ଓ ଆମେରିକା ବିମାନର ସବୁଠୁ ବଡ଼ କମ୍ପାନୀ ବୋଇଙ୍ଗଠୁ ୨୨ଆପାଚେ ହେଲିକପ୍ଟର କିଣିବା ପାଇଁ ପ୍ରାୟ ତିନି…

Read More

ଆଜି ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ। ଇଷ୍ଟଦେବୀଙ୍କ ନିକଟରେ ଲାଗି ହେବ ନବାନ୍ନ । ଏଥିପାଇଁ ଇଷ୍ଟଦେବୀଙ୍କ ମନ୍ଦିର ଓ ଘରେ ଘରେ ପ୍ରସ୍ତୁତି ହୋଇଛି। ସମ୍ବଲପୁରର ମାଆ ସମଲେଶ୍ୱରୀଙ୍କ ନିକଟରେ ଆଜି ସକାଳ ୧୦ଟା ୫ରୁ ୧୦ଟା ୨୦ ମଧ୍ୟରେ ନବାନ୍ନ ଲାଗି ପାଇଁ ଲଗ୍ନ ସ୍ଥିର ହୋଇଛି।ତେଣେ ନୂଆଁଖାଇ ପାଇଁ ଘରେ ଘରେ ପ୍ରସ୍ତୁତି ଶେଷ ହେଲାଣି। ବାହାରେ ରହୁଥିବା ସଦସ୍ୟ ଏକାଠି ନୂଆଁଖାଇବା ପାଇଁ ଘରେ ପହଞ୍ଚିସାରଛନ୍ତି।  ନୂଆଁଖିଆ ପରେ ଆରମ୍ଭ ହେବ ଜୁହାର ଭେଟଘାଟ୍। ବିଭିନ୍ନ ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ଜୁହାର ଭେଟଘାଟକୁ ରଙ୍ଗାରଙ୍ଗ କରିବା ପାଇଁ ବିଭିନ୍ନ କାର୍ଯ୍ୟକ୍ରମମାନ ଆୟୋଜନ କରାଯାଇଛି

Read More

ମୁମ୍ବାଇରେ ଗଣେଷ ପୂଜା ବେଶ୍ ଧୂମଧାମରେ ପାଳନ କରାଯାଇଥାଏ। ଧନଗରିବ ସମସ୍ତେ ଏହି ପୂଜାରେ ମାତିଯାଆନ୍ତି। ହେଲେ ଏଥର ପୃଥିବୀର ଧନୀ ବ୍ୟକ୍ତି ମୁକେଶ ଆମ୍ବାନୀଙ୍କ ଘରେ କିନ୍ତୁ ପୂଜାର ପରିବେଶ ଭିନ୍ନଥିଲା। ମୁକେଶ ପ୍ରତିବର୍ଷ ଗଣେଷ ପୂଜା ଏବଂ ଦୀପାବଳୀ ବେଶ୍ ଧୂମଧାମରେ ପାଳନ କରିଥାନ୍ତି। ସେହିପରି ଏଥର ମୁକେଶଙ୍କ ବାସଭବନ ଆଣ୍ଟିଲିୟାରେ ମଧ୍ୟ ପୂଜା କରାଯାଇଥିଲା। ଏହି ପୂଜାରେ ମୁକେଶ ନୀତା ଆମ୍ବାନୀଙ୍କ ସହିତ ତାଙ୍କ ପୁଅବୋହୂ ମଧ୍ୟ ଥିଲେ। ଏଥର ମୁକେଶଙ୍କ ପୁଅ ଆକାଶ ଆମ୍ବାନୀ ଏବଂ ବୋହୂ ଶ୍ଲୋକା ମେହେଟାଙ୍କ ବାହାଘର ପରେ ଏହା ପ୍ରଥମ ଗଣେଶ ପୂଜା। ସେଥିପାଇଁ ମୁକେଶ ଆମ୍ବାନୀଙ୍କ ବୋହୂଘର ଏବଂ ଝିଅର ଶୂଶର ଘର ପରିବାରର ଏହି ପୂଜାରେ ଯୋଗ ଦେଇଥିଲେ।  ଏହି ପୂଜାରେ ମୁକେଶ ପ୍ରାୟ ପ୍ରତି ବର୍ଷ ଶହଶହ ଅତିଥୀଙ୍କୁ ପୂଜାରେ ଯୋଗଦେବା ପାଇଁ ନିମନ୍ତ୍ରିତ କରିଥାନ୍ତି।

Read More

ସମୀକ୍ଷା ବ୍ୟୁରୋ ଆଜି ଗଣେଷ ପୂଜା ସାରା ଦେଶରେ ଧୂମଧାମରେ ପାଳିତ ହୋଇଛି। ତେବେ ଏହି ପୂଜା ଭାରତର ମୁମ୍ବାଇ ସହରରେ ବିଶେଷ ଭାବେ ପାଳିତ ହୋଇଥାଏ। ଚାରିଆଡେ ମେଢ ସହିତ ଘରେଘରେ ମଧ୍ୟ ବାବା ଗଣପତି ମୋରିଆ ଉଚ୍ଚାରଣ କରି ଏହି ପୂଜା ପାଳନ କରାଯାଇଥାଏ। ସେହିପରି ଘରେ ମଧ୍ୟ ଅନେକ ଅଭିନେତା ତଥା ଶିଳ୍ପପତି ଗଣପତି ବାବାଙ୍କୁ ପୂଜା କରିଥାନ୍ତି। ବଲିଉଡର ପ୍ରଖ୍ୟାତ ଅଭିନେତା ଗୋବିନ୍ଦା ଗଣପତି ବାବାଙ୍କୁ ବେଶ୍ ଭକ୍ତିପୂତ ଭାବେ ପାଳନ କରିଛନ୍ତି। ତାଙ୍କ ସହିତ ତାଙ୍କ ଝିଏ ଟିନା ଆହୁଜା ଏବଂ ପୁତ୍ର ୟଶବର୍ଦ୍ଧନ ତାଙ୍କର ଜୁହୁସ୍ଥିତ ବଙ୍ଗଳାରେ ପୂଜା କରିଛନ୍ତି। ପ୍ରତିବର୍ଷ ଗୋବିନ୍ଦା ତାଙ୍କ ଘରେ ପୂଜାପାଠ କରିବା ସହିତ ତାଙ୍କର ବନ୍ଧୁମାନଙ୍କୁ ମଧ୍ୟ ନିମନ୍ତ୍ରଣ କରିଥାନ୍ତି। ଗୋବିନ୍ଦାଙ୍କ ବିଭିନ୍ନ ଚଳଚିତ୍ରରେ ଗଣପତି ଗୀତ ବେଶ୍ ଲୋକପ୍ରିୟ ହାସଲ କରିଛି। ଗଣେଷ ଭସାଣୀବେଳେ ଗୋବିନ୍ଦାଙ୍କ ନୃତ୍ୟ ଏବେବି ଅନେକଙ୍କ ମନେ ରହିଛି।

Read More

ସମୀକ୍ଷା ବ୍ୟୁରୋ ପୂର୍ବରୁ ଜନ୍ମାଷ୍ଠମୀରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁରୀ ପାଇଁ 5ଶହ କୋଟି ଟଙ୍କାର ପ୍ୟାକେଜ ଘୋଷଣା କରିଥିଲେ। ବର୍ତ୍ତମାନ ଗଣେଷ ପୂଜାରେ ପୁରୀ ପାଇଁ ପୁଣି ଥରେ ବଡ ପ୍ୟାକେଜ ଘୋଷଣା କରିଛନ୍ତି ନବୀନ। ଶ୍ରୀମନ୍ଦିରର ସୁରକ୍ଷାକୁ ସର୍ବାଧିକ ଗୁରୁତ୍ବ ଦେଇ ରାଜ୍ୟ ସରକାର ମନ୍ଦିର ଚତୁପାର୍ଶ୍ବରେ ଏକ ସୁରକ୍ଷିତ ଅଞ୍ଚଳ ସୃଷ୍ଟି କରିବା ପାଇଁ ନିଷ୍ପତ୍ତି କରି କାର୍ଯ୍ୟାରମ୍ଭ କରିଛନ୍ତି । ଶ୍ରୀମନ୍ଦିର ଆମର ଏକ ପ୍ରମୁଖ ଐତିହ୍ୟ ସ୍ଥଳ ହୋଇଥିବାରୁ ଏହାର ସୁରକ୍ଷାରେ କୌଣସି ସାଲିସ କରାଯାଇପାରିବ ନାହିଁ ବୋଲି ରାଜ୍ୟ ସରକାର ସ୍ପଷ୍ଟ କରିଛନ୍ତି।ତେବେ ମୁଖ୍ୟମନ୍ତ୍ରୀ ଯେଉଁ ପ୍ୟାକେଜ ଘୋଷଣା କରିଛନ୍ତି ସେଥିରେ ରହିଛି • ବାସଗୃହ ଅଧିଗ୍ରହଣ – ବାସଗୃହ ପାଇଁ ବ୍ୟବହୃତ ହୋଇଥିବା ଜମି ଓ ଅନ୍ୟାନ୍ୟ ସମ୍ପତ୍ତିର ଅଧିଗ୍ରହଣ କ୍ଷେତ୍ରରେ Right to Fair Compensation and Transparency in Land Acquisition, Rehabilitation and Resettlement Act, 2013…

Read More

ଉତ୍ତରପ୍ରଦେଶର ମିର୍ଜାପୁର ଥିବା ଏକ ସରକାରୀ ସ୍କୁଲରେ ପିଲାମାନେ ମଧ୍ୟାହ୍ନ ଭୋଜନରେ ରୁଟି ସହ ଲୁଣ ଖାଉଥିବାର ଖବର ଆସି ହଇଚଇ ସୃଷ୍ଟି କରିଥିଲା । ଏବେ ଏହି ମାମଲାକୁ ଲୋକଲୋଚନକୁ ଆଣିଥିବା ଦୁଇ ବ୍ୟକ୍ତିଙ୍କ ଉପରେ ମାମଲା ରୁଜୁ ହୋଇଛି । ମିର୍ଜାପୁର ବ୍ଲକ ଶିକ୍ଷା ଅଧିକାରୀ ଜଣଙ୍କ ଏବେ ସାମ୍ବାଦିକ ପୱନ ଜୈଶୱାଲ ଏବଂ ଗାଁ ମୁଖିଆ ରାଜକୁମାର ପଲଙ୍କ ନାଁରେ ପୁଲିସ୍‌ ନିକଟରେ ଅଭିଯୋଗ କରିଛନ୍ତି। ଏହି ଅଭିଯୋଗ ପରେ ପୁଲିସ୍‌ ଜୈଶୱାଲ ଏବଂ ପଲଙ୍କ ବିରୋଧରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ପୁଲିସ ଖବରଦାତା ପବନ ଜୟସଓ୍ବାଲ ଓ ସ୍ଥାନୀୟ ଗାଁ ମୁଖ୍ୟଙ୍କ ଜଣେ ପ୍ରତିନିଧିଙ୍କ ବିରୋଧରେ ଆପରାଧିକ ଷଡ଼ଯନ୍ତ୍ର ଓ ଜାଲିଆତି କରିଥିବା ଅଭିଯୋଗ ହୋଇଛି। ରାଜ୍ୟ ସରକାରଙ୍କ ଛବିକୁ ଏମାନେ ବଦ୍‌ନାମ କରିବାକୁ ଷଡ଼ଯନ୍ତ୍ର ରଚିଥିବା ନେଇ ବ୍ଲକ ଶିକ୍ଷାଧିକାରୀ ଅଭିଯୋଗ କରିଛନ୍ତି।

Read More

ଶ୍ରୀମନ୍ଦିର ଚତୁଃପାର୍ଶ୍ଵ ଉଚ୍ଛେଦକୁ ନେଇ ବିଜେଡିର ପୂର୍ବତନ ସାଂସଦ ତଥାଗତ ଶତପଥୀ ରାଜ୍ୟ ସରକାରଙ୍କ ଉପରେ ଜୋରଦାର ବର୍ଷିଛନ୍ତି। ଐତିହ୍ୟକୁ ସଂରକ୍ଷଣ ବଦଳରେ ଏହାକୁ ଉଚ୍ଛେଦ କରାଯାଉଛି। ଧ୍ଵଂସ କରିଦେବା ସହଜ କିନ୍ତୁ ତିଆରି କରିବା ଭାରି କଷ୍ଟକର ବୋଲି କହିଛନ୍ତି ତଥାଗତ।  ଶ୍ରୀମନ୍ଦିର ଚତୁଃପାର୍ଶ୍ଵ ଉଚ୍ଛେଦ ପ୍ରକ୍ରିୟାକୁ ନେଇ ତଥାଗତ ନିଜ ଦଳକୁ କଡା ସମାଲୋଚନା କରିଛନ୍ତି। ଏହି ପ୍ରସଙ୍ଗରେ ସରକାରଙ୍କୁ ସିଧାସଳଖ ସମାଲୋଚନା କରିଛନ୍ତି ପୂର୍ବତନ ସାଂସଦ ତଥାଗତ ଶତପଥୀ। ସେ କହିଛନ୍ତି କି, ଐତିହ୍ୟକୁ ସଂରକ୍ଷଣ ବଦଳରେ ଉଚ୍ଛେଦ କରାଯାଉଛି। ଶ୍ରୀମନ୍ଦିର ଚତୁଃପାର୍ଶ୍ଵ ଉଚ୍ଛେଦ ବେଆଇନ ନହେଲେ ମଧ୍ୟ ଏହା ଅଶିଷ୍ଟତା। ଶହ ଶହ ବର୍ଷର ପୁରାତନ ମଠକୁ ସଂରକ୍ଷଣ ବଦଳରେ ଉଚ୍ଛେଦ ହୋଇଛି। ଧ୍ଵଂସ କରିଦେବା ସହଜ, ମାତ୍ର ନିର୍ମାଣ କରିବା ଭାରି କଷ୍ଟକର। ୧୨ଶହ ଶତାବ୍ଦୀରେ ତିଆରି ହୋଇଥିବା ଏମାର ମଠ ଆଜି ମାଟିରେ ମିଶିଲା। ଅତୀତକୁ ପ୍ରଶଂସା କରିବା ଅପେକ୍ଷା ଆମେ ପୂର୍ବଜଙ୍କୁ…

Read More

ଆଜି ହେଉଛି ପବିତ୍ର ଗଣେଶ ପୂଜା। ଖୁବ ସୁନ୍ଦର ସାଜସଜ୍ଜାରେ ସଜେଇ ହୋଇଛନ୍ତି ଗଜାନନ। ଚାରିଆଡେ ମାଡିଯାଇଛି ଖୁସିର ଲହରୀ । ଗଣେଶ ପୂଜା ଅବସରରେ ପୁରୀ ବେଳାଭୂମିରେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ଗଜାନନଙ୍କର ଏକ ସୁନ୍ଦର ବାଲୁକାକୃତି ନିର୍ମାଣ କରିଛନ୍ତି । ପ୍ଲାଷ୍ଟିକ୍‌ମୁକ୍ତ ବିଶ୍ବ ପାଇଁ ଏକ ସୁନ୍ଦର ବାର୍ତ୍ତା ଦେଇଛନ୍ତି ଏହି କଳାକୃତି ମାଧ୍ୟମରେ । ବାଲୁକାରେ ନିର୍ମିତ ଗଣେଶଙ୍କ ମୂର୍ତ୍ତିରେ ୧୦୦୦ଟି ପ୍ଲାଷ୍ଟିକ୍‌ ବୋତଲ ସହ ୫ଟନ୍‌ ବାଲିର  ଉପଯୋଗ କରାଯାଇଛି । ଏହି କଳାକୃତି ସାହାଯ୍ୟରେ ଥରେ ମାତ୍ର ବ୍ୟବହାର ହୋଇପାରୁଥିବା ପ୍ଲାଷ୍ଟିକ୍‌ ବର୍ଜନ କରିବାକୁ ସେ ଅନୁରୋଧ କରିଛନ୍ତି । ପ୍ଲାଷ୍ଟିକ୍‌ ଏବେ ମହାମାରୀର ରୂପ ନେଇଛି । ଏଥିପାଇଁ ବିଶ୍ବକୁ ପ୍ଲାଷ୍ଟିକ୍‌ ମୁକ୍ତ ତଥା ପ୍ରଦୂଷଣ ମୁକ୍ତ କରିବା ପାଇଁ ତାଙ୍କ କଳାକୃତି ଜରିଆରେ ସଚେତନ କରିଛନ୍ତି ।

Read More

ଭାରତୀୟ ବାୟୁସେନାର ଚିଫ୍‌ ମାର୍ଶଲ ବିଏସ୍‌ ଧନଓ୍ବାଙ୍କ ସହ ମିଶି ଓ୍ବିଙ୍ଗ କମାଣ୍ଡର ଅଭିନନ୍ଦନ ବର୍ଥମାନ ସୋମବାର ମିଗ୍‌-୨୧ ବିମାନ ଉଡାଇଛନ୍ତି। ଗତ ଫେବୃୟାରୀ ୨୭ରେ ପାକିସ୍ତାନର ବାଲାକୋଟ ଆକ୍ରମଣ ପରଠାରୁ ଓ୍ବିଙ୍ଗ କମାଣ୍ଡର ଅଭିନନ୍ଦନଙ୍କୁ ଯୁଦ୍ଧ ବିମାନ ଉଡାଇବାର ଅନୁମତି ନ ଥିଲା। ତେବେ କିଛିଦିନ ହେବ ଯୁଦ୍ଧ ବିମାନ ଉଡାଇବାକୁ ଫିଟ୍‌ ଘୋଷଣା କରାଯିବା ପରେ ଏବେ ସେ ପ୍ରଥମ ଥର ଲାଗି ମିଗ୍‌-୨୧ ଯୁଦ୍ଧ ବିମାନ ଉଡାଇଛନ୍ତି।  ପାକିସ୍ତାନୀ ବାୟୁ ସେନାର ଯୁଦ୍ଧ ବିମାନ ଏଫ୍‌-୧୬କୁ ଖସାଇ ନିଜ ବାହାଦୁରୀର ପ୍ରମାଣ ଦେଖାଇଥିବା ଅଭିନନ୍ଦନଙ୍କୁ ବୀରତ୍ବ ପାଇଁ ସମ୍ମାନଜନକ ବୀର ଚକ୍ରରେ ସମ୍ମାନିତ କରାଯାଇଛି ।

Read More

ରଙ୍ଗାଚରଣ ପ୍ରଧାନ ତାହା ଥିଲା ୨୦୧୩ ମସିହା ଫେବୄଆରୀ ମାସର ଏକ ଅପରାହ୍ଣ । ପ୍ରାୟ ୨୦୦୦ ଛାତ୍ରଛାତ୍ରୀ ଦିଲ୍ଲୀର ପ୍ରତିଷ୍ଠିତ ଶ୍ରୀରାମ କଲେଜ୍ ଅଫ୍ କମର୍ସର ସଭାକକ୍ଷରେ ଦୀର୍ଘ ୭୫ ମିନିଟ୍ ଧରି ମୋଦୀଙ୍କ ଭାଷଣ ମନ୍ତ୍ରମୁଗ୍ଧ ହୋଇ ଶୁଣୁଥିଲେ । ସେତେବେଳେ ସେ ଆସନ୍ନ ନିର୍ବାଚନ ପାଇଁ ଭାରତୀୟ ଜନତା ପାର୍ଟିର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ । ଭଲ ଭାଷଣ ଦିଅନ୍ତି । ନୂଆ ନୂଆ କଥା କୁହନ୍ତି । କେବଳ ଛାତ୍ରଛାତ୍ରୀମାନେ ନୂହେଁ , ଟେଲିଭିଜନ୍ ମାଧ୍ୟମରେ କୋଟି କୋଟି ଦର୍ଶକ ଏକ ଅଭୂତପୂର୍ବ ଓଜସ୍ବିନୀ ଭାଷଣ ଶୁଣି ସେଦିନ ନିଜକୁ ଗର୍ବିତ ମନେ କରିଥିଲେ । ସେଦିନ ତାଙ୍କ ଭାଷଣରେ ସେ ‘ଡେମୋଗ୍ରାଫିକ୍ ଡିଭିଡେଣ୍ଡ’ ବୋଲି ଗୋଟିଏ କଥା କହିଥିଲେ । କଥାଟି ସାଧାରଣ ଲୋକଙ୍କ ପାଇଁ ନୂଆ । ଆଗରୁ କେଉଁ ନେତା ଏହି କଥା କହି ନଥିଲେ । ସେଇଥିପାଇଁ ତ ତାଙ୍କ ଭାଷଣ…

Read More

ଆଜିଠାରୁ ବିଜେଡି ସଦସ୍ୟ ସଂଗ୍ରହ ଅଭିଯାନ କରାଯାଇଛି । ସଦସ୍ୟ ସଂଗ୍ରହ ଅଭିଯାନ ଆରମ୍ଭ କରିଛନ୍ତି ସଭାପତି ନବୀନ ପଟ୍ଟନାୟକ । ନିଜେ ଏକାମ୍ର ନିର୍ବାଚନ ମଣ୍ଡଳୀରୁ ସଦସ୍ୟ ହେଲେ ନବୀନ ପଟ୍ଟନାୟକ ।  ଅନ୍ୟ ୨୪ ଜଣଙ୍କୁ ପ୍ରାଥମିକ ସଦସ୍ୟ କରାଇ ସକ୍ରିୟ ସଦସ୍ୟ ହୋଇଛନ୍ତି ନବୀନ ପଟ୍ଟନାୟକ । ଏଥର କୋଟିଏ ଲୋକଙ୍କୁ ସଭ୍ୟ କରିବାକୁ ଟାର୍ଗେଟ୍‌ କରିଛି ବିଜେଡ଼ି । ଗତକାଲି ବିଜେଡିର କାର୍ଯ୍ୟକାରିଣୀ ବୈଠକରେ ସଭ୍ୟ ସଂଗ୍ରହ ଅଭିଯାନ ଆରମ୍ଭ କରାଯିବା ନେଇ ରୋଡ଼ ମ୍ୟାପ ପ୍ରସ୍ତୁତ କରାଯାଇଥିଲା । ଏହି ସଦସ୍ୟତା ଗ୍ରହଣ ବେଳେ ଆଧାର କାର୍ଡ଼ ଲିଙ୍କ କରାଯିବ ବୋଲି ସୂଚନା ରହିଥିଲା ।

Read More

ପାକିସ୍ତାନରେ ବନ୍ଦୀ ଥିବା ଭାରତୀୟ କୁଳଭୂଷଣ ଯାଦବଙ୍କୁ ଆଜି କନ୍ସୁଲାର ଆକ୍ସେସ୍‌ ମିଳିବ । ଗତକାଲି ପାକିସ୍ତାନ ଏଥିପାଇଁ ପ୍ରସ୍ତାବ ଦେଇଥିଲା ପାକିସ୍ତାନ। ପାକସ୍ତାନରେ ଥିବା ଡେପୁଟି ହାଇ କମିଶନର ଗୌରବ ଆଲୁୟୁଲିୟା ସାକ୍ଷାତ କରିବେ । ଆଜି ୧୨ଘଟିକାରେ ଏହି ସାକ୍ଷାତକାର କରିବେ ବୋଲି ଜଣାପଡିଛି । ପାକିସ୍ତାନ ସଠିକ ରୂପେ ସ୍ବତନ୍ତ୍ର, ନିଷ୍ପକ୍ଷ, ସାର୍ଥକ ଓ ଅନ୍ତର୍ରାଷ୍ଟ୍ରୀୟ କୋର୍ଟ ଅଫ୍‌ ଜଷ୍ଟିସ୍‌ ଆଦେଶାନୁସାରେ ପାକିସ୍ତାନ କନ୍ସୁଲାର୍‌ ଆକ୍ସେସ୍‌ରେ ସାହାଯ୍ୟ କରିବ ବୋଲି ବୈଦେଶିକ ମନ୍ତ୍ରଣାଳୟ ଆଶା ରଖିଛି ।  ୪୯ ବର୍ଷ ବୟସ୍କ କୁଳଭୂଷଣଙ୍କୁ ୨୦୧୬ ମସିହା ମାର୍ଚ୍ଚରେ ପାକିସ୍ତାନ ଗିରଫ କରିଥିଲା। ସେ ଗୁଇନ୍ଦାଗିରି କରୁଥିବା ପାକିସ୍ତାନ ଅଭିଯୋଗ ଆଣିଥିଲେ ହେଁ ଭାରତ ଏହାକୁ ଖଣ୍ଡନ କରିଆସୁଛି। ସେ ଇରାନ୍‌ପଟୁ ପାକିସ୍ତାନରେ ପ୍ରବେଶ କରିଥିଲେ ଏବଂ ତାଙ୍କୁ ବଲୁଚିସ୍ତାନରୁ ଗିରଫ କରାଯାଇଥିଲା ବୋଲି ପାକିସ୍ତାନ ଦାବି କରିଆସୁଛି। ଏହାର ଏକ ବର୍ଷ ପରେ ପାକିସ୍ତାନର ଏକ ସାମରିକ…

Read More

ଦେଶରେ ଆର୍ଥିକ ମାନ୍ଦାବସ୍ଥା ଲାଗି ରହିଥିବା ବେଳେ ବିହାରର ଉପ ମୁଖ୍ୟମନ୍ତ୍ରୀ ତଥା ଅର୍ଥ ମନ୍ତ୍ରୀ ସୁଶୀଲ ମୋଦି ଏହାକୁ ନେଇ ଅଜବ ଯୁକ୍ତି ବାଢ଼ିଛନ୍ତି। ସୁଶୀଲ ଟ୍ୱିଟ କରି କହିଛନ୍ତି ଯେ, ଶ୍ରାବଣ-ଭାଦ୍ରବ ମାସରେ ମାନ୍ଦାବସ୍ଥା ଦେଖାଯାଇଥାଏ। ଏହା କିଛି ନୂଆ କଥା ନୁହେଁ। ଏହାକୁ କେବଳ ରାଜନୀତିକରଣ କରାଯାଉଛି। ଜିଡିପି ଖୁବ୍‌ ତଳକୁ ଖସି ଆସିଥିବା ବେଳେ ଏହାକୁ ନେଇ ଅର୍ଥନୈତିକ ବିଶାରଦମାନେ ଚିନ୍ତା ବ୍ୟକ୍ତ କରିଛନ୍ତି।  ଅପରପକ୍ଷେ ଏପରି ସ୍ଥିତିରେ ସୁଶୀଲଙ୍କ ଏପରି ହାଲକା ମନ୍ତବ୍ୟକୁ ନେଇ ବିଭିନ୍ନ ମହଲରୁ ଖୁବ୍‌ ଆଲୋଚନା କରାଯାଉଛି। ସୁଶୀଲଙ୍କ ମତରେ, ଶ୍ରାବଣ-ଭାଦ୍ରବ ମାସରେ ହିନ୍ଦୁ ଧର୍ମାବଲମ୍ବୀମାନେ କୌଣସି ନୂଆ କାମ ଆରମ୍ଭ କରି ନ ଥାନ୍ତି। ଏହାବ୍ୟତୀତ କୌଣସି ନୂଆ ସାମଗ୍ରୀ କିଣିବାକୁ ଏହି ମାସକୁ ସେମାନେ ଶୁଭ ବୋଲି ଭାବି ନ ଥାନ୍ତି। ଏଥିଯୋଗୁ  ଆର୍ଥିକ ମାନ୍ଦାବସ୍ଥା ଦେଖାଯିବା ସ୍ୱାଭାବିକ। ଏହି ସ୍ଥିତିକୁ ମୁକୁଳିବା ଲାଗି କେନ୍ଦ୍ର ସରକାର…

Read More

ସମ୍ବଲପୁର ପୋଲିସକୁ ଏକ ବଡ ଧରଣର ସଫଳତା ମିଳିଛି । ପୋଲିସ ଗୁଳିରେ ଦୁର୍ଦ୍ଦାନ୍ତ ଅପରାଧୀ ମୁସିମ ଅଖତାର ଓରଫ ବିଟୁ ଆହତ ହୋଇଛି । ସୂଚନାନୁସାରେ, ଆଜି ସମ୍ବଲପୁର ପୋଲିସକୁ ଦୁର୍ଦ୍ଦାନ୍ତ ଅପରାଧୀ ମୁସିମ ଅଖତାର ବା ବିଟୁ କିଛି ବଡ ଧରଣର ଷଡଯନ୍ତ୍ର କରୁଥିବା ସୂଚନା ମିଳିଥିଲା । ଏହା ଆଧାରରେ ପୋଲିସର ସ୍ପେଶାଲ ସ୍କ୍ୱାର୍ଡ ଓ ଧନୁପାଲି ପୋଲିସ ମିଳିତ ଭାବେ ସିଟି ଷ୍ଟେସନ ଅଂଚଳରେ ଚଢାଉ କରିଥିଲେ । ପୋଲିସକୁ ଦେଖି ବିଟୁ ପ୍ରଥମେ ଗୁଳି ଚାଳନା କରିଥିଲା । ପୋଲିସ ଏହାର ପାଲଟା ଜବାବ ଦେଇଥିଲା । ଏହି ଏନକାଉଂଟରରେ ବିଟୁ ଆହତ ହୋଇଛି । ତାହାର ଗୋଡରେ ଗୁଳି ବାଜିଛି । ତାକୁ ସଦର ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏହାସହ ଜଣେ ଏସଆଇ ମଧ୍ୟ ଆହତ ହୋଇଛନ୍ତି । କିନ୍ତୁ ବିଟୁର ଆଉ ଜଣେ ସହଯୋଗୀ ଫେରାର ହୋଇଯିବାରେ ସକ୍ଷମ ହୋଇଛି ।…

Read More

ସାରା ଭାରତ ବର୍ଷର ଗଣେଶ ଚତୁର୍ଥୀ ବେଶ୍‌ ଧୁମ୍‌ଧାମ୍‌ରେ ପାଳନ ହେଉଛି । ଏହି ପବିତ୍ର ଦିବସ ଅବସରରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ଏହି ପର୍ବର ଶୁଭେଚ୍ଛା ଜଣାଇଛନ୍ତି । ଶୁଭେଚ୍ଛା ସହିତ ରାଷ୍ଟ୍ରପତି ସମସ୍ତଙ୍କୁ ସୁଖ, ଶାନ୍ତି ଓ ସମୃଦ୍ଧି ପ୍ରାପ୍ତ ହେବାର ପ୍ରାର୍ଥନା ମଧ୍ୟ କରିଛନ୍ତି । ଶ୍ରୀଗଣେଶଙ୍କ ପୂଜା ହେତୁ ମୁମ୍ବାଇସ୍ଥିତ ସିଦ୍ଧି ବିନାୟକ ମନ୍ଦିରରେ ସକାଳୁ ସକାଳୁ ଭକ୍ତଙ୍କ ଭିଡ ଲାଗିରହିଛି । ସିଦ୍ଧିବିନାୟକ ମନ୍ଦିରକୁ ୧୦୦ ପ୍ରକାରର ଫୁଲରେ ସଜ୍ଜିତ କରାଯାଇଛି । ଘରେ ଘରେ ଗଜାନନଙ୍କ ମୂର୍ତ୍ତି ପ୍ରତିଷ୍ଠା କରାଯାଇ ପୂଜାଅର୍ଚ୍ଚନା କରାଯାଉଛି ।

Read More