Author: Samikhsya Bureau

ସମୀକ୍ଷା ବ୍ୟୁରୋ ବିଜେପିର ବରିଷ୍ଠ ନେତା ତଥା ପୂର୍ବତ୍ତନ ମନ୍ତ୍ରୀ ଦାମୋଦର ରାଉତ କହୁକହୁ କହିଦେଲେ ତାଙ୍କର ମନର କଥା। ମିଡିଆ ଆଗରେ ଦାମ ସ୍ପଷ୍ଟ ଭାବେ କହିଛନ୍ତି ଯେ, ବିଜେପିରେ ବର୍ତ୍ତମାନ ମୁଁ ଅଲୋଡା ହୋଇଯାଇଛି। ନିର୍ବାଚନ ପୂର୍ବରୁ ବିଜେପି ଡାକି ନେଇଥିଲା। ପ୍ରଚାର କମିଟର ଅଧ୍ୟକ୍ଷ ମଧ୍ୟ କଲା। ହେଲିକାପ୍ଟରରେ ମୋତେ ବୁଲାଇ ପ୍ରଚାର ମଧ୍ୟ କଲେ। ହେଲେ ନିର୍ବାଚନ ସରିବା ପରେ ଦଳ ମୋତେ ଯେପରି ଗୁରୁତ୍ବ ଦେବା କଥା ଦେଉ ନାହିଁ। ଦାମଙ୍କ ଏପରି ମନ କି ବାତ ପରେ ବର୍ତ୍ତମାନ ରାଜ୍ୟ ରାଜନୀତିରେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ସେତିକି ନୁହେଁ ସେ ପୁଣି କହିଛନ୍ତି ଯେ, ଦଳ ମୋତେ ବାଲିକୁଡା ଏରସମା ରେ ପ୍ରାର୍ଥୀ କଲା। ହେଲେ ସେଠାରେ ପୂର୍ବରୁ ବିଜେପିର ସଂଗଠନ କରିଥିବା ରଘୁନନ୍ଦନ ଦାସ ବିଜେପି ଛାଡି ବିଜେଡିରେ ଯୋଗ ଦେଲେ। ମନ୍ତ୍ରୀ ହେଲେ। ସେଥିରେ ମୋର ଦୁଃଖ ନାହିଁ। କିନ୍ତୁ…

Read More

ପୁରୀରେ ଏମାର ମଠ ଉଚ୍ଛେଦ ବେଳେ ଠାବ ହୋଇଛି ଛଅ ଥାକିଆ ଭୂତଳ ଘର। ମଠର ତଳ ଭାଗରେ ଥିବା ଏହି ଘର ବହୁ ପୁରୁତନ ହୋଇଥିବା ଅନୁମାନ କରାଯାଉଛି। ଏହା ୩ ଶହ ବର୍ଷରୁ ଅଧିକ ପୁରୁଣା ହୋଇଥିବା ଅନୁମାନ କରାଯାଉଛିା ଆଜି ମଠ ଭଙ୍ଗା ଯିବା ବେଳେ ହଠାତ୍ ଏହି ଘରର ସନ୍ଧାନ ମିଳିଛି। ଏହି ଭୂତଳ ଘରେ ପୂର୍ବରୁ ଖାଦ୍ୟ, ଶସ୍ୟ ସହ ଅନ୍ୟ ମୂଲ୍ୟବାନ ଆବଶ୍ୟକ ପଦାର୍ଥକୁ ଗଚ୍ଛିତ ରଖାଯାଉଥିବା ସୂଚନା ମିଳିଛି। ପୂର୍ବରୁ ଦୁର୍ଭିକ୍ଷ ପଡ଼ିବା ବେଳେ ଏମାର ମଠରେ ଖାଦ୍ୟଶସ୍ୟ ଗଚ୍ଛିତ ରଖାଯାଉଥିଲା। ସେହିପରି ବାହ୍ୟଶତ୍ରୁ ଆକ୍ରମଣ ବେଳେ ମୂଲ୍ୟବାନ ସାମଗ୍ରୀକୁ ଏହି ଭୂତଳ ଘରେ ଲୁଚାଇ ରଖାଯାଉଥିବା ଶୁଣିବାକୁ ମିଳୁଛି।  ଏମାର ମଠରୁ ଭୂତଳ ଘର ମିଳିବା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍କଣ୍ଠା ବଢ଼ିଛି। ବହୁ ସଂଖ୍ୟାରେ ଲୋକେ ଭୂତଳ ଘର ଦେଖିବାକୁ ପହଞ୍ଚୁଛନ୍ତି।

Read More

କରାଚୀରେ ଅବସ୍ଥାପିତ ଏକ ଏୟାର ସ୍ପେସ୍‌ ବନ୍ଦ କରିବାର ଗୋଟିଏ ଦିନ ପରେ ପାକିସ୍ତାନ ପକ୍ଷରୁ ଏକ କ୍ଷେପଣାସ୍ତ୍ର ପରୀକ୍ଷଣ କରାଯାଇଛି । ଏହା ସହିତ ପଡୋଶୀ ରାଷ୍ଟ୍ରଙ୍କୁ ଭୟଭୀତ କରାଇବା ନିମନ୍ତେ କ୍ଷେପଣାସ୍ତ୍ର ପରୀକ୍ଷଣର ଏକ ଭିଡିଓ ଟ୍ବିଟ୍ଟର ଜରିଆରେ ସେୟାର କରିଛି ପାକିସ୍ତାନ । ବୁଧବାର ପାକିସ୍ତାନ କରାଚୀ ସ୍ଥିତ ଏୟାର ସ୍ପେସ୍‌ ବନ୍ଦ କରିଥିବା ବେଳେ ବୁଧବାର ବିଳମ୍ବିତ ରାତିରେ ଭୂପୃଷ୍ଠରୁ ଭୂପୃଷ୍ଠକୁ ନିକ୍ଷେପ କରାଯାଇ ପାରୁଥିବା ଘଜନଭୀ କ୍ଷେପଣାସ୍ତ୍ରର ପରୀକ୍ଷଣ କରାଯାଇଛି । ସୋନମିଆନି ପରୀକ୍ଷଣ ରେଞ୍ଜରୁ ଏହି କ୍ଷେପଣାସ୍ତ୍ରର ପରୀକ୍ଷଣ କରାଯାଇଥିବା ବେଳେ ଏହାର ଲକ୍ଷ୍ୟଭେଦ କ୍ଷମତା 290 କିମି ରହିଛି । ଗୁରୁବାର ଦିନ 11.35 ମିନିଟ୍‌ ସମୟରେ ପାକିସ୍ତାନ ପକ୍ଷରୁ ଏହି ଭିଡିଓ ଟ୍ବିଟ୍ଟର ଜରିଆରେ ପ୍ରସାରଣ କରାଯାଇଥିଲା ।

Read More

କାଶ୍ମୀରରୁ ଧାରା 370 ଉଚ୍ଛେଦ ପରେ ପାକିସ୍ତାନ ମିଳିତ ଜାତିସଂଘର ଦ୍ବାରସ୍ଥ ହୋଇଥିଲା । ଗତକାଲି ପାକିସ୍ତାନ କଂଗ୍ରେସର ପୂର୍ବତନ ସଭାପତି ରାହୁଲ ଗାନ୍ଧୀଙ୍କ ମନ୍ତବ୍ୟର ବ୍ୟବହାର କରି ଚିଠି ଲେଖିଥିବା ଜଣା ପଡିଥିଲା । ଆଜି ଏହି ଧାରାରେ ଆହୁରି ଦୁଇ ନାମ ସମ୍ମୁଖକୁ ଆସିଛି । ହରିୟାଣା ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର ଏବଂ ଉତ୍ତର ପ୍ରଦେଶ ବିଜେପି ବିଧାୟକ ବିକ୍ରମ ସାଇନିଙ୍କ ନାମ ମଧ୍ୟ ଏହି ଚିଠିରେ ଉଲ୍ଲେଖ କରାଯାଇଛି । ଉଭୟ ନେତା କାଶ୍ମିରୀ ମହିଳାଙ୍କ ସମ୍ପର୍କରେ ଆପତ୍ତି ଜନକ ମନ୍ତବ୍ୟ ପ୍ରଦାନ କରିଥିଲେ । ବୁଧବାର ରାହୁଲଙ୍କ ନାମ ସାମ୍ନାକୁ ଆସିଥିବା ବେଳେ ବିଜେପି ନେତାମାନେ ଏହାକୁ ସମାଲୋଚନା କରିଥିଲେ । ଏହାପରେ ରାହୁଲ ନିଜର ମତ ପରିବର୍ତ୍ତନ କରି କାଶ୍ମୀରକୁ ଭାରତର ଅନ୍ତରୀଣ ମାମଲା ବୋଲି କହିଥିଲେ ।

Read More

ଆମେରିକା ଅନ୍ତରୀକ୍ଷ ଏଜେନ୍ସି ବା ନାସା ପ୍ଲୁଟୋକୁ ପୁଣି ଗ୍ରହର ମାନ୍ୟତା ଦେଇଛି । ନାସାର ମୁଖ୍ୟ ଜିମ୍ ବ୍ରିଡେନ୍‌ଷ୍ଟାନ୍‌ ପ୍ଲୁଟୋକୁ ସୌରମଣ୍ଡଳର ଏକ ଗ୍ରହ ବୋଲି କହିଛନ୍ତି । ଆକାରରେ ସବୁଠାରୁ ଛୋଟ ଥିବା ଏହି ଗ୍ରହକୁ ୨୦୦୬ରେ ସୌରମଣ୍ଡଳରୁ ବାଦ ଦିଆଯାଇଥିଲା । କିନ୍ତୁ ଏବେ ଏହାକୁ ଏକ ଗ୍ରହ ବୋଲି ନାସା କହିଛି । ନିକଟରେ ଆମେରିକାର ଓକ୍ଲାହୋମାରେ ହୋଇଥିବା ରୋବେଟିକ୍ସ ଇଭେଂଟରେ ଜିମ୍ କହିଛନ୍ତି ଯେ, ପ୍ଲୁଟୋ ହେଉଛି ଏକ ଗ୍ରହ । ଏହାର ଆକର ଛୋଟ ହେଲେ ବି ଏହା ସୌରମଣ୍ଡଳର ଅଂଶ ।

Read More

ଗୁଜୁରାଟ ହାଇକୋର୍ଟର ମୁଖ୍ୟ ବିଚାରପତି ଅକିଲ କ୍ୟୁରେଶୀଙ୍କ ବଦଳି ପ୍ରସ୍ତାବକୁ ଖାରଜ କରିଛନ୍ତି କେନ୍ଦ୍ର ସରକାର । ମଧ୍ୟପ୍ରଦେଶ ହାଇକୋର୍ଟକୁ ମୁଖ୍ୟ ବିଚାରପତି ଭାବରେ କ୍ୟୁରେଶୀଙ୍କ ବଦଳି ପ୍ରସ୍ତାବ ଦିଆଯାଇଥିବା ବେଳେ କେନ୍ଦ୍ର ସରକାର ଗୁରୁବାର ଏହି ପ୍ରସ୍ତାବକୁ ଖାରଜ କରି ଦେଇଛନ୍ତି । ସୁପ୍ରିମକୋର୍ଟଙ୍କ କଲେଜିୟମ୍‌ ସରକାରଙ୍କୁ ନିଜ ନିଷ୍ପତ୍ତିର ପୁନର୍ବିଚାର କରିବା ପାଇଁ ଆବେଦନ କରିଛନ୍ତି । ଏହାକୁ ମିଶାଇ ତୃତୀୟ ଥର ପାଇଁ କଲେଜିୟମ୍‌ର ନିଷ୍ପତ୍ତିକୁ କେନ୍ଦ୍ର ସରକାର ପ୍ରତ୍ୟାଖ୍ୟାନ କରିଛନ୍ତି । ପୂର୍ବରୁ ସରକାର ଜଷ୍ଟିସ୍‌ କେଏମ୍‌ ଯୋଶେଫ୍‌ ଏବଂ ବରିଷ୍ଠ ଓକିଲ ଗୋପାଳ ସୁବ୍ରମଣ୍ୟମଙ୍କ କ୍ଷେତ୍ରରେ ମଧ୍ୟ ସମାନ ନିଷ୍ପତ୍ତି ନେଇଥିଲେ । କ୍ୟୁରେଶୀଙ୍କ ନିଯୁକ୍ତି ବିଳମ୍ବ ହୋଇଥିବାରୁ ଗୁଜୁରାଟ ଓକିଲ ସଂଘ ପକ୍ଷରୁ ମୁଖ୍ୟ ବିଚାରପତି ରଞ୍ଜନ ଗୋଗୋଇଙ୍କ ନିକଟରେ ଅଭିଯୋଗ କରାଯାଇଛି ।

Read More

ଆସନ୍ତା ୭ ତାରିଖରେ ଓଡ଼ିଶାରେ ପହଞ୍ଚିବେ ଜଗା, କାଳିଆ। ୬ ତାରିଖ ଦିନ ସେମାନେ ରାଜଧାନୀ ଏକ୍ସପ୍ରେସ୍‌ରେ ଦିଲ୍ଲୀରୁ ବାହାରିବେ। ୭ ତାରିଖ ଦିନ ସେମାନେ କଟକରେ ପହଞ୍ଚିବେ। ଜଗା, କାଳିଆଙ୍କ ସହିତ ଏମ୍‌ସ ଡାକ୍ତର ଏବଂ ଓଡ଼ିଶା ଭବନ କର୍ମଚାରୀ ବି ଆସିବେ। ଦିଲ୍ଲୀ ଏମ୍ସରୁ ଫେରିବା ପରେ ସେମାନଙ୍କୁ କଟକ ବଡ଼ ଡାକ୍ତରଖାନାରେ ରଖାଯିବ। ସ୍ୱାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସ ଏହି ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ, ୨୦୧୭ ଜୁଲାଇ ୧୪ ତାରିଖରେ କନ୍ଧମାଳ ଜିଲ୍ଲା ମିଲିପଡ଼ା ଗାଁର ଯୋଡ଼ାମୁଣ୍ଡ ଶିଶୁ ଜଗା-କାଳିଆଙ୍କୁ ଦିଲ୍ଲୀ ଏମ୍‌ସରେ ଭର୍ତ୍ତି କରାଯାଇଥିଲା। ପରେ ଅଭିଜ୍ଞ ଡାକ୍ତରୀ ଟିମ୍ ଦ୍ୱାରା ସଫଳତାର ସହ ଅସ୍ତ୍ରୋପଚାର କରି ଦୁଇ ଶିଶୁଙ୍କୁ ଅଲଗା କରାଯାଇଥିଲା। ଚିକିତ୍ସା ପରେ ଦୁଇ ଭାଇ ଆରୋଗ୍ୟ ଲାଭ କରୁଛନ୍ତି।

Read More

ଫରିଦାବାଦର ବଲ୍ଲଭଗଡଠାରେ ଥିବା ପାଲ୍ଲା ଷ୍ଟେସନ ନିକଟରେ ତେଲେଙ୍ଗାନା ଏକ୍ସପ୍ରେସରେ ଆଜି ସକାଳେ ଅଗ୍ନିକାଣ୍ଡ ଘଟିଛି । ସକାଳେ ୭ଟା୪୩ରେ ଏହି ଅଘଟଣ ଘଟିଥିବା କୁହାଯାଉଛି । ବର୍ତ୍ତମାନ ଅଗ୍ନିଶମବାହିନୀ ନିଆକୁ ଆୟତ୍ତ କରିବାରେ ସମର୍ଥ ହୋଇଛନ୍ତି । ପ୍ରତ୍ୟକ୍ଷଦର୍ଶୀଙ୍କ କହିବାନୁସାରେ, ବ୍ରେକ ବାଇଡିଙ୍ଗରେ ନିଆଁ ଓ ଧୂଆଁ କାରଣରୁ ଟ୍ରେନକୁ ଷ୍ଟେସନ ନିକଟରେ ଅଟକାଇବାକୁ ପଡିଥିଲା । ଖବର ପାଇ ଦମକଳ ବାହିନୀ ଘଟଣାସ୍ଥଳରେ ପହଁଚିଥିଲା । ଏହା ମଧ୍ୟରେ ସେହି ଟ୍ରାକ ଦେଇ ଅନ୍ୟ ଟ୍ରେନ ଚଳାଚଳ ଉପରେ ରୋକ ଲାଗିଥିଲା। ଦମକଳ ବାହିନୀ ନିଆକୁ ଆୟତ୍ତ କରିଥିଲା  । ତେବେ ଏହି ଅଘଟଣରେ କେହି ମୃତାହତ ହୋଇଥିବାର ସୂଚନା ମିଳିପାରିନାହିଁ ।

Read More

ହକି ଚାମ୍ପିୟନ୍‌ ମେଜର ଧ୍ୟାନଚାନ୍ଦଙ୍କ 114 ଜନ୍ମବାର୍ଷିକୀ ତଥା ଜାତୀୟ କ୍ରୀଡା ଦିବସ ଅବସରରେ ’ଫିଟ୍‌ ଇଣ୍ଡିଆ ମୁଭମେଣ୍ଟ’ର ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ନୂଆଦିଲ୍ଲୀ ସ୍ଥିତ ଇନ୍ଦିରା ଗାନ୍ଧୀ ଷ୍ଟାଡିୟମ୍‌ରେ ଏହି ଅଭିଯାନର ଶୁଭାରମ୍ଭ କରିଛନ୍ତି ମୋଦି । ଦିନ 10ଟା ସମୟରେ କ୍ରୀଡାମନ୍ତ୍ରୀ କିରଣ ରିଜିଜ୍ଜୁଙ୍କ ଉପସ୍ଥିତିରେ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ ମୋଦି । ଏହି ଅବସରରେ ମୋଦି ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇବା ସହିତ ଦୈନିକ ଜୀବନରେ କ୍ରୀଡା ଏବଂ ଫିଟ୍‌ନେସ୍‌କୁ ଗୁରୁତ୍ବ ପ୍ରଦାନ କରିବାର ଆବେଦନ କରିଥିଲେ । ଏହି ଅବସରରେ ଭାରତୀୟ କ୍ରିକେଟ କିମ୍ବଦନ୍ତୀ ଭିଭିଏସ୍‌ ଲକ୍ଷ୍ମଣ ଧ୍ୟାନଚାନ୍ଦ ଏବଂ ସାର୍‌ ଡନ୍‌ ବ୍ରାଡମ୍ୟାନଙ୍କ ମଧ୍ୟରେ ସମାନତା ସମ୍ପର୍କରେ ବର୍ଣ୍ଣନା କରିଥିଲେ । ଫିଟ୍‌ ଇଣ୍ଡିଆ ମୁଭ୍‌ମେଣ୍ଟ ସହିତ ଏକ ସୁସ୍ଥ ଏବଂ ସକ୍ରିୟ ଭାରତ ନେଇ ପ୍ରଧାନମନ୍ତ୍ରୀଙ୍କ ସ୍ବପ୍ନ ଏହି ମିଶନ ଜରିଆରେ ପୂରଣ ହେବ ବୋଲି କ୍ରୀଡାମନ୍ତ୍ରୀ କିରଣ…

Read More

ସୁପ୍ରିମକୋର୍ଟଙ୍କ ଅନୁମତି ପରେ ଆଜି ଜାମ୍ମୁ କାଶ୍ମୀର ଗସ୍ତରେ ଯାଇଛନ୍ତି ସିପିଏମ ମହାସଚିବ ସୀତାରାମ ୟେଚୁରୀ । ଧାରା 370 ଉଚ୍ଛେଦ ହେବା ପରେ ପ୍ରଥମ ଥର ପାଇଁ ବିରୋଧୀ ଦଳ ନେତାଙ୍କୁ ଜାମ୍ମୁ କାଶ୍ମୀର ଯିବାକୁ ଅନୁମତି ମିଳିଛି । ସୀତାରାମ ତାଙ୍କ ଦଳର ବିଧାୟକ ତାରିଗାମଙ୍କୁ ଭେଟିବାକୁ ଶ୍ରୀନଗର ଯାଇଛନ୍ତି । ୟେଚୁରୀ ସେଠାରେ କେବଳ ନିଜର ବନ୍ଧୁ ବିଧାୟକ ତାରିଗାମଙ୍କୁ ଭେଟିବେ । ସେଠାରେ ସେ ଆଉ କାହାକୁ ଭେଟି ପାରିବେ ନାହିଁ ବୋଲି କୋର୍ଟ କହିଛନ୍ତି । ଦୁଇ ଜଣଙ୍କ ମଧ୍ୟରେ କୌଣସି ରାଜନୈତିକ ଚର୍ଚ୍ଚା ହେବ ନାହିଁ । ଏହା ସହିତ ତାରିଗାମ ସ୍ୱାସ୍ଥ୍ୟ ଅବସ୍ଥା ବୁଝି ସତ୍ୟପାଠ ଜରିଆରେ ସୁପ୍ରିମକୋର୍ଟରେ ରିପୋର୍ଟ ଦେବେ ୟେଚୁରୀ । ଉଲ୍ଲେଖ ଯୋଗ୍ୟ, ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇ ୟେଚୁରୀଙ୍କୁ କାଶ୍ମୀର ଯିବା ପାଇଁ ଅନୁମତି ପ୍ରଦାନ କରିଥିଲେ ।

Read More

ରାଜ୍ୟରେ ବର୍ଷାର ପରିମାଣ ହ୍ରାସ ପାଇବା ସହିତ ମହାନଦୀର ଉପର ମୁଣ୍ଡରେ ମଧ୍ୟ କିଛିଦିନ ହେଲା ବର୍ଷାର ପରିମାଣ କମ ରହିଛି । ଫଳରେ ହୀରାକୁଦର ଜଳସ୍ତର କମିବାରେ ଲାଗିଛି । ମିଳିଥିବା ସୂଚନାନୁଯାୟୀ, ଆଜି ସକାଳ 6ଟା ସୁଧା ହୀରାପୁଦ ଜଳଭଣ୍ଡାରର ଜଳସ୍ତର 623.04 ଫୁଟ ରହିଛି । ତେବେ ସେକେଣ୍ଡ ପିଛା 100509 କ୍ୟୁସେକ ଜଳ ଡ୍ୟାମ ମଧ୍ୟକୁ ପ୍ରବେଶ କରୁଛି । ସେହିପରି 133647 କ୍ୟୁସେକ ଜଳ ନିଷ୍କାସିତ ହେଉଛି । ତେବେ 3ଟି ଗେଟକୁ ବନ୍ଦ କରାଯାଇଛି । ବର୍ତମାନ ମୋଟ୍ 4ଟି ଗେଟ୍ ଦେଇ ଜଳଭଣ୍ଡାରରୁ ଜଳ ନିଷ୍କାସିତ କରାଯାଉଛି । ସୂଚନାଯୋଗ୍ୟ, ଗତକାଲି ହୀରାକୁଦର ଜଳସ୍ତର 623.43 ଫୁଟ ରହିଥିଲା । ଏହାସହ 10 ଟି ଗେଟ୍ ଦେଇ ଜଳ ନିଷ୍କାସନ କରାଯାଉଥିଲା ।

Read More

ଜମ୍ମୁ କାଶ୍ମୀର ସମସ୍ୟା ପାଇଁ କଂଗ୍ରେସ ଓ ଗାନ୍ଧୀ ପରିବାର ଦାୟୀ ବୋଲି ମାୟାବତୀ କହିଛନ୍ତି । ପୂର୍ବତନ ପ୍ରଧାନମନ୍ତ୍ରୀ ଜଓ୍ବାହାରଲାଲ ନେହେରୁ ଜମ୍ମୁ କାଶ୍ମୀର ସମସ୍ୟାର ମୂଳ କାରଣ ବୋଲି ବହୁଜନ ସମାଜ ପାର୍ଟି ମୁଖ୍ୟ ମାୟାବତୀ କହିଛନ୍ତି । ଯଦି କଂଗ୍ରେସ ଦଳ ସ୍ବାଧୀନତା ପରେ ଯଦି ଧାରା 370 ଉଚ୍ଛେଦ ନେଇ ସଠିକ୍‌ ନିଷ୍ପତ୍ତି ନେଇଥାନ୍ତା ତେବେ ଆଜିର ସମୟରେ ବିଜେପି ଏହି ପ୍ରସଙ୍ଗରେ ରାଜନୈତିକ ଫାଇଦା ଉଠାଇବାର ପ୍ରୟାସ କରିନଥାନ୍ତା ବୋଲି ମାୟାବତୀ କହିଛନ୍ତି । ଏହା ସହିତ ବୁଧବାର ଦିନ ମାୟାବତୀ ଧାରା 370 ଉଚ୍ଛେଦ ପରେ ବିରୋଧୀ ଦଳ ନେତାଙ୍କ ଜମ୍ମୁ କାଶ୍ମୀର ଗସ୍ତକୁ ସମାଲୋଚନା କରିଛନ୍ତି । ବିଏସ୍‌ପିର ସର୍ବଦଳୀୟ ବୈଠକରେ ଦଳର ମୁଖ୍ୟ ଭାବରେ ନିର୍ବାଚିତ ହେବା ଅବସରରେ ଏହି ମନ୍ତବ୍ୟ ଦେଇଛନ୍ତି ମାୟାବତୀ ।

Read More

କେଦାର ମିଶ୍ର ମୁମ୍ବାଇ ର ପିଟିଆଇ ପ୍ରତିନିଧି ଆୟେଶା ଅରବିନ୍ଦ ୨୮, ଅଗଷ୍ଟ ଦିନ ୪ ଟା ବେଳେ ଗୋଟେ ଟୁଇଟ କରି ଜଣାଇଲେ ଯେ, ମୁମ୍ବାଇ ହାଇ କୋର୍ଟରେ ଭୀମା କୋରେଗାଓଁ ମାମଲାରେ ଗିରଫ ହୋଇଥିବା ଭର୍ଣ୍ଣନ ଗନସାଲଭିସ, ସୁଧା ଭାରଦ୍ଵାଜ ପ୍ରମୁଖଙ୍କୁ ଜାମିନ ଦେବା ପାଇଁ ଶୁଣାଣି ଚାଲିଥିବା ବେଳେ ସରକାରୀ ପକ୍ଷର ଓକିଲ କହିଲେ, ଭର୍ଣ୍ଣନ ଗନ୍ସାଲଭିସଙ୍କ ଘରୁ ଲିଓ ଟଲଷ୍ଟୟଙ୍କ ପୁସ୍ତକ “ୱାର ଆଣ୍ଡ ପିସ” ଓ “ମାର୍କସିଷ୍ଟ ଆର୍କାଇଭ” ମିଳିଛି। ଏକଥା ଶୁଣିଲା କ୍ଷଣି ମାନ୍ୟବର ହାଇକୋର୍ଟ ବିଚାରପତି ପଚାରିଲେ- ୱାର ଆଣ୍ଡ ପିସ, ଅନ୍ୟ ଦେଶର ଯୁଦ୍ଧ ଉପରେ ଲେଖା ଯାଇଥିବା ବହି, ତାକୁ ଆସାମୀ ନିଜ ଘରେ ରଖିଥିଲେ କାହିଁକି? ଏହା କଣ ସତରେ ଜଣେ ମାନ୍ୟବର ହାଇକୋର୍ଟ ବିଚାରପତିଙ୍କ ପ୍ରଶ୍ନ? ଟୁଇଟର ଉପରେ ସ୍ଵାଭାବିକ ଭାବେ ସନ୍ଦେହ ପ୍ରକଟ କରୁଥିବା ମୋ ପରି ଜଣେ ଲୋକ, ଏ ଖବରର ସତ୍ୟାସତ୍ୟ…

Read More

କଟକ ଜିଲ୍ଲା ମାହାଙ୍ଗା ଥାନା ନାହାଙ୍ଗ ଗ୍ରାମରେ ଭୟାବହ ଅଗ୍ନିକାଣ୍ଡ ହୋଇଛି । ଅଗ୍ନିକାଣ୍ଡରେ ଏକ ଗୁହାଳ ଘର ସମ୍ପୂର୍ଣ୍ଣ ପୋଡ଼ି ଯାଇଛି । ଫଳରେ ଗୁହାଳରେ ଥିବା 20ଟି ଗୃହ ପାଳିତ ପଶୁ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି । ଗତକାଲି ରାତିରେ ନାହାଙ୍ଗ ଗ୍ରାମରେ ଜଣଙ୍କ ଗୁହାଳରେ ମଶା ଧୂପ ଦିଆଯାଇଥିଲା । ମୃତ ଗୃହ ପାଳିତ ପଶୁଙ୍କ ମଧ୍ୟରେ 12 ଗାଈ, 4 ଛେଳି ଓ 4 ବାଛୁରୀ ରହିଛନ୍ତି । ଦମକଳ ବାହିନୀ ଆସି ନିଆଁକୁ ଆୟତ୍ତ କରିଛି । ମଶା ଘଉଡାଇବା ପାଇଁ ଦିଆଯାଇଥିବାରୁ ଧୂପରୁ ନିଆଁ ଲାଗିଥିବା ଅନୁମାନ କରାଯାଉଛି ।

Read More

ସମାକ୍ଷା ବ୍ୟୁରୋ ବିଜେଡି ନେତା ତଥା ଦଳର ମୁଖପାତ୍ର ମାନସ ମଙ୍ଗରାଜଙ୍କୁ ମିଳିଛି ସରକାରୀ ନିଯୁକ୍ତି। ତାଙ୍କୁ ରାଜ୍ୟ ସରକାର ଗଣମାଧ୍ୟମ ଓ ଲୋକସଂପର୍କ ଉପଦେଷ୍ଠା ଭାବେ ନିଯୁକ୍ତି ଦେଇଛନ୍ତି। ଏ ନେଇ ଆଜି ସରକାରୀ ବିଜ୍ଞପ୍ତି ପ୍ରକାଶ ପାଇଛି। ଫଳରେ ବର୍ତ୍ତମାନ ସରକାରଙ୍କ ସମସ୍ତ ଗଣମାଧ୍ୟମ ଓ ଲୋକ ସଂପର୍କ ସଂପର୍କିତ ବିଷୟରେ ସେ ଉପଦେଶ ଦେବେ। ଏନେଇ ମାନସଙ୍କୁ ଲୋକସେବକ ଭବନରେ ଏକ ଅଫିସ ମଧ୍ୟ ପ୍ରଦାନ କରାଯିବ। ପୂର୍ବରୁ ରାଜ୍ୟ ସରକାର 11 ଜଣ ନେତାଙ୍କୁ ବିଭିନ୍ନ ବିଭାଗର ଉପଦେଷ୍ଠା ଭାବେ ନିଯୁକ୍ତ କରିଛନ୍ତି। ହେଲେ ସେମାନଙ୍କର କାର୍ଯ୍ୟଧାରା କଣ ରହିବ ସେ ନେଇ କିଛି ନିଷ୍ପତି ହୋଇ ନାହିଁ। ଫଳରେ ଏହି ଉପଦେଷ୍ଠାମାନେ ଏ ପର୍ଯ୍ୟନ୍ତ ତାଙ୍କ ପଦବୀରେ ଯୋଗ ଦେଇ ନାହିଁନ୍ତି। ସମସ୍ତ ଉପଦେଷ୍ଠାଙ୍କୁ ରାଜ୍ୟ ମନ୍ତ୍ରୀ ପାହ୍ୟା ଦିଆଯିବ। ସେହିପରି ମାନସଙ୍କୁ ମଧ୍ୟ ରାଜ୍ୟ ମନ୍ତ୍ରୀ ପାହ୍ୟା ପ୍ରଦାନ କରାଯିବ ବୋଲି ଜଣାପଡିଛି।

Read More

କାଶ୍ମୀର ପ୍ରସଙ୍ଗରେ ଅନ୍ତର୍ଜାତୀୟ ସାହାଯ୍ୟ ନ ମିଳିବା ପରେ ପାକିସ୍ତାନ କ୍ଷେପଣାସ୍ତ୍ର ପରୀକ୍ଷଣ କରିବାକୁ ପ୍ରସ୍ତୁତି ଆରମ୍ଭ କରିଛି । ପାକିସ୍ତାନ ଏନଓଟିଏଏମ ଏବଂ ନୌସେନାକୁ ଆଲର୍ଟ ଜାରି କରିଛି । ପାକିସ୍ତାନର କରାଚୀ ପାଖରେ ଥିବା ସୋନମିୟାନୀ ପରୀକ୍ଷଣ ରେଞ୍ଜରୁ ସମ୍ଭାବିତ ମିସାଇଲ ପରୀକ୍ଷଣକୁ ନଜରରେ ରଖି ଏହି ନୋଟିସ ଜାରି କରିଛି । ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ପରମାଣୁ ଧମକ ଦେଇଥିବା ବେଳେ ଏହି କ୍ଷେପଣାସ୍ତ୍ର ପରୀକ୍ଷଣ ଯୁଦ୍ଧ ପରସ୍ଥିତି ସୃଷ୍ଟି କରିଛି । ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ପରେ ଏତେ ତାଙ୍କ ମନ୍ତ୍ରୀ ଭାରତ-ପାକିସ୍ତାନ ମଧ୍ୟରେ ହେବାକୁ ଥିବା ଯୁଦ୍ଧ ସମୟର ଭବିଷ୍ୟବାଣୀ କରିଛନ୍ତି । ପାକିସ୍ତାନ ରେଳମନ୍ତ୍ରୀ ଶେଖ ରଶିଦ ମଧ୍ୟ ଯୁଦ୍ଧ ନେଇ ପୂର୍ବାନୂମାନ ଲଗାଇଛନ୍ତି ।

Read More

ତେଲୁଗୁ ସିନେମାକୁ ପ୍ରତ୍ୟାବର୍ତ୍ତନ କରିବାର ନିଷ୍ପତ୍ତି ନେଇଛନ୍ତି ନନ୍ଦିତା ଦାସ । ଜାତୀୟ ପୁରସ୍କାର ପ୍ରାପ୍ତ ଅଭିନେତ୍ରୀ ନନ୍ଦିତା ଦାସ ତେଲୁଗୁ ଫିଲ୍ମ ଭୀରାତାପାର୍ବମ୍‌ ଜରିଆରେ ତେଲୁଗୁ ଇଣ୍ଡଷ୍ଟ୍ରୀକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି । ଏହି ଫିଲ୍ମରେ ନନ୍ଦିତା ଦାସଙ୍କ ବ୍ୟତିତ ରାଣା ଦଗୁବତୀ ଏବଂ ସାଇ ପଲ୍ଲବୀ ପ୍ରମୁଖ ଭୂମିକାରେ ନଜର ଆସିବେ । ଦୀର୍ଘ ଦିନ ପରେ ତେଲୁଗୁ ଇଣ୍ଡଷ୍ଟ୍ରୀକୁ ପ୍ରତ୍ୟାବର୍ତ୍ତନ ସମ୍ପର୍କରେ ନନ୍ଦିତା କହିଛନ୍ତି, ଏହି ଫିଲ୍ମର କାହାଣୀ ଏବଂ ଫିଲ୍ମରେ ମୋର ଭୂମିକାକୁ ନେଇ ମୁ ଉତ୍ସାହିତ ରହିଛି ବୋଲି ନନ୍ଦିତା ପ୍ରକାଶ କରିଥିଲେ । ଉଲ୍ଲେଖ ଯୋଗ୍ୟ ଯେ, ଏହି ଫିଲ୍ମର କାହାଣୀ 1990 ମସିହାର ମାଓ ଆନ୍ଦୋଳନ ସହିତ ସମ୍ପୃକ୍ତ । ସୂଚନାଯୋଗ୍ୟ ଯେ, ପୂର୍ବରୁ ତେଲୁଗୁ ଫିଲ୍ମ କମ୍‌ଲି ପାଇଁ ଜାତୀୟ ପୁରସ୍କାର ହାସଲ କରିଛନ୍ତି ନନ୍ଦିତା ।

Read More

ଦୁଷ୍କର୍ମ ଏବଂ ହତ୍ୟା ମାମଲାରେ ପୋକ୍ସୋ ଆକ୍ଟ ଅନୁସାରେ ଅଭିଯୁକ୍ତକୁ ଫାଶୀ ଦଣ୍ଡ ପ୍ରଦାନ କରାଯାଇଛି । 2018 ଜୁନରେ ନାବାଳିକାକୁ ଦୁଷ୍କର୍ମ ଓ ହତ୍ୟା ମାମଲାରେ ଆଜି ଦୋଷୀକୁ ଫାଶି ଦଣ୍ଡାଦେଶ ମିଳିଛି । ନାବାଳିକାକୁ ଦୁଷ୍କର୍ମ ଓ ହତ୍ୟା ମାମଲାରେ ଅଭିଯୁକ୍ତ ଯୁବକ ଜାମିନୀକାନ୍ତ ମହାନ୍ତଙ୍କୁ ଆଜି ଏଡିଜେ କୋର୍ଟ ଫାଶି ଦଣ୍ଡାଦେଶ ଦେଇଛନ୍ତି । ଏହି ଦଣ୍ଡାଦେଶ ପରେ ପୀଡ଼ିତାଙ୍କ ପରିବାରକୁ ସାମାନ୍ୟ ଆଶ୍ୱସ୍ତି ମିଳିଛି । ସୂଚନାଯୋଗ୍ୟ ଯେ, 2018 ମସିହା ଜୁନ ମାସରେ ମୟୂରଭଞ୍ଜ ଜିଲ୍ଲା ବେତନଟି ଥାନା ଅଂଚଳରେ ରଜ ଦୋଳି ଖେଳାଇବା ବାହାନାରେ ଦୁଷ୍କର୍ମ ପରେ ହତ୍ୟା କରି ଫେରାର ହୋଇଯାଇଥିଲା ।

Read More

ବ୍ରିଟେନ୍‌ ମୁଖ୍ୟମନ୍ତ୍ରୀ ବୋରିଶ୍‌ ଜନ୍‌ସନ୍‌ ଅକ୍ଟୋବର 14 ତାରିଖ ପର୍ଯ୍ୟନ୍ତ ସଂସଦ ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଛନ୍ତି । ବିବିସି ପକ୍ଷରୁ ପ୍ରକାଶିତ ରିପୋର୍ଟ ଅନୁଯାୟୀ ବ୍ରକ୍ସିଟ୍‌ ଆନ୍ଦୋଳନକୁ ସଫଳ କରିବା ପାଇଁ ବୋରିଶ୍‌ ଏହି ନିଷ୍ପତ୍ତି ନେଇଛନ୍ତି । ୟୁରୋପିଆନ୍‌ ସଙ୍ଘରୁ ବ୍ରିଟେନ୍‌ ବାହାରିବାର ନିଷ୍ପତ୍ତିକୁ କିଛି ସାଂସଦ ବିରୋଧ କରୁଛନ୍ତି । ପୂର୍ବରୁ ବ୍ରକ୍ସିଟ୍‌କୁ ମଞ୍ଜୁରୀ ମିଳି ସାରିଥିବା ବେଳେ କିଛି ସାଂସଦ ଏହାକୁ ବିରୋଧ କଲେ ଏହି ଆନ୍ଦୋଳନ ପ୍ରଭାବିତ ହୋଇପାରେ ବୋଲି ଅନୁମାନ କରି ବୋରିଶ ଏହି ପଦକ୍ଷେପ ନେଇଛନ୍ତି । ଏହି ଆନ୍ଦୋଳନକୁ ବନ୍ଦ କରିବା ପାଇଁ ଗତକାଲି କିଛି ସାଂସଦ ବୈଠକ କରିବା ପରେ ସଂସଦ ବନ୍ଦ ରଖିବାର ନିଷ୍ପତ୍ତି ନେଇଛନ୍ତି ଜନ୍‌ସନ୍‌ ।

Read More

ଏନକାଉଣ୍ଟରରେ ଦୁର୍ଦ୍ଦାନ୍ତ ମାଓନେତା ରାକେଶ ସୋଡ଼ି ନିହତ ହୋଇଛନ୍ତି । ଏହି ଘଟଣାରେ ଜଣେ ଯବାନ ଶହିଦ ହୋଇଥିବା ବେଳେ ଜଣେ ଗୁରୁତର ହୋଇଥିବା ନେଇ ପୋଲିସ ଡିଜି ବିଜୟ କୁମାର ଶର୍ମା ସୂଚନା ଦେଇଛନ୍ତି । ମାଲକାନଗିରି ବଣ୍ଡାଘାଟି ପାକନାଗୁଡ଼ା ଜଙ୍ଗଲରେ ଏନକାଉଣ୍ଟରରେ ହାର୍ଡକୋର ମାଓନେତା ରାକେଶ ସୋଡ଼ିର ମୃତ୍ୟୁ ହୋଇଛି । ଆଜି ସକାଳୁ ମାଲକାନଗିରି ଜିଲ୍ଲା ସ୍ୱାଭିମାନ ଅଞ୍ଚଳ ଓ ବଣ୍ଡାଘାଟି ସୀମାରେ ମାଓବାଦୀ ଓ ସୁରକ୍ଷାବାହିନୀ ମଧ୍ୟରେ ଗୁଳି ବିନିମୟ ହୋଇଥିଲା । ଓଡ଼ିଶା ବୋର୍ଡର ସ୍ପେଶାଲ ଜୋନାଲ କମିଟିର ମେମ୍ବର ରାକେଶ ସୋଡ଼ି ମିଲିଟାରୀ ପ୍ଲାଟୁନ ମୁଖ୍ୟ ଥିଲେ । ମୃତ ମାଓନେତା ରାକେଶଙ୍କ ଘର ଛତିଶଗଡ଼ ସୁକମା ଜିଲ୍ଲା ଘଟ୍ଟାପାଡ଼ ଗାଁରେ ହୋଇଥିବା ସୂଚନା ମିଳିଛି । ରାକେଶ ସୋଡ଼ିଙ୍କ ମୁଣ୍ଡ ପାଇଁ 5 ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା ହୋଇଥିବା ସମ୍ପର୍କରେ ପୋଲିସ ଡିଜି ସୂଚନା ଦେଇଛନ୍ତି ।

Read More

ଭାରତୀୟ ବଜାରରେ ପ୍ରବେଶ କରିବାକୁ ଯାଉଛି ରିଅଲ୍‌ମି ଏକ୍ସଟି । ଏହି ଫୋନ୍‌ଟି ଆସନ୍ତା ସେପ୍ଟେମ୍ବର 29 ତାରିଖରେ ଭାରତୀୟ ବଜାରରେ ପ୍ରବେଶ କରିବାକୁ ଯାଉଛି । ଏହି ଫୋନ୍‌ଟିର ମୂଲ୍ୟ ଭାରତୀୟ ବଜାରରେ 16999 ଟଙ୍କା ରହିଛି । ଏହି ଫୋନ୍‌ରେ 6.4 ଇଞ୍ଚର ସୁପର ଆମୋଲେଡ୍‌ ସ୍କ୍ରିନ୍‌ ରହିଥିବା ବେଳେ କ୍ବାଲକମ୍‌ ସ୍ନାପ୍‌ ଡ୍ରାଗନ୍‌ 712 ପ୍ରସେସର ରହିଛି । ଫୋନ୍‌ଟିରେ 4, 6 ଏବଂ 8 ଜିବିର ରାମ୍‌ ରହିଥିବା ବେଳେ 64 ଏବଂ 128 ଜିବିର ଅନ୍ତରୀଣ ଷ୍ଟୋରେଜ୍‌ ରହିଛି । ଏହି ଫୋନ୍‌ଟିରେ 4000 ଏମ୍‌ଏଏଚ୍‌ର ବ୍ୟାଟେରୀ ସହିତ ଭୁକ୍‌ 3.0 ବ୍ୟବସ୍ଥା ରହିଥିବାରୁ ଏହା ଶୀଘ୍ର ଚାର୍ଜ ହୋଇ ପାରିବ । ଏହି ଫୋନ୍‌ଟି ପ୍ରାରମ୍ଭିକ ଭାବରେ ଆମାଜନ୍‌ରେ ଉପଲବ୍ଧ ହେବ ।

Read More