ସମୀକ୍ଷା ବ୍ୟୁରୋ ଦେଶରେ ଦୁର୍ଘଟଣାଜନିତ ମୃତ୍ୟୁସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଓଡିଶାରେ ମଧ୍ୟ ଦୁର୍ଘଟଣାରେ ଅନେକ ଧନଜୀବନ ହାନୀ ଘଟିଛି । ସଡକ ଦୁର୍ଘଟଣାକୁ ହ୍ରାସ କରିବା ଉଦ୍ଦେଶ୍ୟରେ ସରକାର ନୂଆ ମୋଟର ଯାନ ଆଇନ ଆଣିଛନ୍ତି । ଏଣିକି ଗାଡ଼ି ଚାଳକମାନେ ସାବଧାନ ହୋଇଯାଆନ୍ତୁ । ଟ୍ରାଫିକ ନିୟମ ଉଲ୍ଲଂଘନ କଲେ ଦେବାକୁ ହେବ ୧୦ ଗୁଣା ପର୍ଯ୍ୟନ୍ତ ଅଧିକ ଜରିମାନା। ଏହାପୂର୍ବରୁ ଶନିବାର ରାତିରେ ଟ୍ରାଫିକ ପୋଲିସ ପକ୍ଷରୁ ରାଜଧାନୀର ବିଭିନ୍ନ ସ୍ଥାନରେ ଡାକବାଜି ଯନ୍ତ୍ର ସାହାଯ୍ୟରେ ଲୋକଙ୍କୁ ସଚେତନ କରାଯାଇଛି। ଆଜିଠାରୁ ରାଜ୍ୟରେ ନୂଆ ଆଇନ ଲାଗୁ ସହ କମିଶନରେଟ ପୋଲିସ ପକ୍ଷରୁ ଯାଞ୍ଚ କଡାକଡି ହେବ। ରାଜଧାନୀର ବିଭିନ୍ନ ଛକ ତଥା ବହୁ ସ୍ଥାନରେ ଯାଞ୍ଚ କରାଯିବ। ଜରିମାନା ନ ଦେଲେ ତାଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ସେହିଭଳି ଆର୍ଟିଓ ପକ୍ଷରୁ ମଧ୍ୟ ଜାତୀୟ ରାଜପଥରେ ଯାଞ୍ଚ କରାଯିବ। ଏଥିପାଇଁ ଇ-ଚାଲାଣ…
Author: Samikhsya Bureau
ଦେଶର ଆର୍ଥିକ ସ୍ଥିତି ନେଇ କଂଗ୍ରେସର ବରିଷ୍ଠ ନେତା ମନମୋହନ ସିଂ ଚିନ୍ତା ପ୍ରକଟ କରିବା ସହିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କଡ଼ା ସମାଲୋଚନା କରିଛନ୍ତି। ସେ ରବିବାର ଟୁଇଟ୍ ମୋଦି ସରକାରଙ୍କ ଉପରେ ବର୍ଷିଛନ୍ତି। ବିମୁଦ୍ରୀକରଣ ଏବଂ ଜିଏସ୍ଟି ଯୋଗୁ ମୋଦି ଦେଶର ଅର୍ଥ ବ୍ୟବସ୍ଥାକୁ ସଙ୍କଟରେ ପକାଇଛନ୍ତି। ଗତ ୧୮ ମାସ ମଧ୍ୟରେ ଜିଡ଼ିପିରେ ସର୍ବାଧିକ ହ୍ରାସ ହୋଇ ୫ ପ୍ରତିଶତରେ ପହଞ୍ଚିଛି। ଦେଶର ଅଟୋମୋବାଇଲ୍ ସେକ୍ଟରରେ ବର୍ତ୍ତମାନ ସୁଦ୍ଧା ୩ ଲକ୍ଷ ୫୦ ହଜାର ଲୋକ ଚାକିରି ହରାଇଲେଣି। ଦେଶର ଗ୍ରାମାଞ୍ଚଳରେ ସ୍ଥିତି ଅଧିକ ଦୟନୀୟ ହୋଇଥିବା ମନମୋହନ ଅଭିଯୋଗ କରିଛନ୍ତି। ରାଜନୀତିର ଉର୍ଦ୍ଧ୍ବକୁ ଯାଇ ଦେଶର ଅର୍ଥବ୍ୟବସ୍ଥାକୁ ସୁଦୃଢ କରିବାକୁ ହେବ । ଆର୍ଥିକ ମାନ୍ଦାବସ୍ଥାରୁ ମୁକୁଳିବା ପାଇଁ ଭାରତ ପକ୍ଷେ ସବୁ ସୁବିଧା ରହିଛି । ମୋଦି ସରକାରଙ୍କ ପରିଚାଳନାରେ ତ୍ରୁଟି ଯୋଗୁଁ ମାନ୍ଦାବସ୍ଥା ସୁଧୁରୁନି ବୋଲି କହିଛନ୍ତି ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ…
ଗ୍ୟାସ ଟାଙ୍କି ଫାଟି ଦୁଇଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଜଣେ ଗୁରୁତର ହୋଇଛନ୍ତି । କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ଅନ୍ତର୍ଗତ ଜମ୍ବୁ ମେରାଇନ୍ ଥାନା ଖରିନାସି ଗାଁରେ ଗ୍ୟାସ୍ ଟାଙ୍କି ଫାଟି ଦୁଇଜଣଙ୍କର ମୃତ୍ୟୁ ଘଟିଥିବାବେଳେ ଜଣେ ଗୁରୁତର। ଦୁଇ ମୃତକ ଜଣକ ଜମ୍ବୁ ମେରାଇନ୍ ଅଧୀନରେ ଖରନାସିରେ କାମ କରୁଥିଲେ। ମୃତକଙ୍କ ମଧ୍ୟରୁ ଜଣେ ସୁଶାନ୍ତ ସାହୁ, ଗଞ୍ଜାମର ଛତ୍ରପୁରର ହୋଇଥିବାବେଳେ ଅନ୍ୟଜଣକ ନୟାଗଡ଼ ଅଞ୍ଚଳର ପ୍ରକାଶ ସମାନ୍ତରାୟ ବୋଲି ଜଣାପଡିଛି । ଉଭୟେ ନୌସେନାରୁ ଅବସର ପରେ ଥାନାରେ ଅସ୍ଥାୟୀ କାମ କରୁଥିଲେ ।
କଂଗ୍ରେସର ବରିଷ୍ଠ ନେତା ଦିଗ୍ବିଜୟ ସିଂହ ପୁଣି ଏକ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି । ଦିଗ୍ବିଜୟ ସିଂହ କହିଛନ୍ତି ଯେ, ପାକିସ୍ତାନର ଗୁଇନ୍ଦା ଏଜେନ୍ସି ଆଇଏସଆଇଙ୍କ ମୁସଲମାନଙ୍କଠୁ ବେଶି ଅଣମୁସଲମାନମାନେ ଗୁଇନ୍ଦାଗିରି କରୁଛନ୍ତି । ଏପରିକି ବଜରଙ୍ଗ ଦଳ ଓ ଭାରତୀୟ ଜନତା ଦଳ ଆଇଏସ୍ଆଇଠାରୁ ଟଙ୍କା ନେଉଥିବା ଅଭିଯୋଗ କରିଛନ୍ତି ଦିଗ୍ବିଜୟ ସିଂହ । ଦିଗ୍ବିଜୟ କହିଛନ୍ତି ଯେ, ବଜଙ୍ଗର ଦଳ ଓ ଭାରତୀୟ ଜନତା ଦଳ ଆଇଏସ୍ଆଇଠାରୁ ଫଣ୍ଡ ବା ଟଙ୍କା ନେଉଛନ୍ତି, ଏହା ଉପରେ ଧ୍ୟାନ ଦେବା ଆବଶ୍ୟକ । ସେହିପରି ଦେଶରେ ଚାଲିଥିବା ଆର୍ଥିକ ମାନ୍ଦାବସ୍ଥାକୁ ନେଇ ମୋଦି ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି ଦିଗ୍ବିଜୟ ସିଂହ । ଦିଗ୍ବିଜୟ କହିଛନ୍ତି ଯେ, ସରକାର ଅର୍ଥବ୍ୟବସ୍ଥାକୁ ବିଗାଡୁଛନ୍ତି । ଚାକିରି ନାହିଁ, ନିଜର କ୍ଷତି ପୂରଣ ପାଇଁ ଆରବିଆଇକୁ ବ୍ୟବହାର କରୁଛନ୍ତି । ମୋଦିଙ୍କୁ ଏବେ ଅର୍ଥବ୍ୟବସ୍ଥା ଉପରେ ସମସ୍ତ ଧ୍ୟାନ ଦେବା ଉଚିତ୍ ବୋଲି…
କଳାଧନ ବିରୋଧରେ ଭାରତକୁ ଆଉ ଏକ ସଫଳତା ମିଳିବ । ଆଜିଠାର ଅର୍ଥାତ୍ ସେପ୍ଟେମ୍ବର ୧ତାରିଖରୁ ଭାରତର ଟ୍ୟାକ୍ସ ଅଧିକାରୀମାନେ ଅତି ସହଜରେ ସ୍ବିସ୍ ବ୍ୟାଙ୍କରେ ଥିବା ଭାରତୀୟଙ୍କ କଳା ଧନ ସମ୍ପର୍କରେ ଜାଣିପାରିବେ । ସ୍ବିସ୍ ବ୍ୟାଙ୍କ ସିକ୍ରେସି ଯୁଗର ଅନ୍ତ ଘଟିବ । ଆଜିଠାରୁ ଭାରତୀୟ ଜମାକାରୀଙ୍କ ସମ୍ପର୍କରେ ତଥ୍ୟ ଦେବ ସ୍ବିସ୍ ବ୍ୟାଙ୍କ । ଭାରତ ଓ ସ୍ଵିଜରଲାଣ୍ଡ ମଧ୍ୟରେ ବ୍ୟାଙ୍କିଙ୍ଗ ସୂଚନାର ସ୍ଵତଃ ଆଦାନ ପ୍ରଦାନ ରାଜିନାମା ଲାଗୁ ହେବା ସହିତ ଭାରତୀୟଙ୍କ ସ୍ବିସ୍ଙ୍କ ବ୍ୟାଙ୍କ ଖାତା ଉପରେ ରହସ୍ୟର ପରଦା ଉଠିଯିବ। କେନ୍ଦ୍ରୀୟ ପ୍ରତ୍ୟକ୍ଷ କର ବୋର୍ଡ(ସିବିଡିଟି) କଳାଧନ ବିପକ୍ଷ ଲଢେଇରେ ଏହି ପଦକ୍ଷେପକୁ ବହୁତ ମହତ୍ଵପୂର୍ଣ୍ଣ ଦର୍ଶାଇଛି। ବୋର୍ଡ କହିଛି ଯେ ସେପ୍ଟେମ୍ବରରୁ ସ୍ବିସ ବ୍ୟାଙ୍କ ସମ୍ବନ୍ଧିତ ଗୋପନୀୟତାର ଯୁଗ ସମାପ୍ତ ହୋଇଯିବ। ଭାରତକୁ ସ୍ଵିଜରଲାଣ୍ଡରେ ଭାରତୀୟ ନାଗରିକଙ୍କ ୨୦୧୮ରେ ବନ୍ଦ ହୋଇଥିବା ଖାତାର ସୂଚନା ମଧ୍ୟ ମିଳିଯିବ। ସୂଚନା ଆଦାନ ପ୍ରଦାନର ଏହି…
ସମୀକ୍ଷା ବ୍ୟୁରୋ ଭୁବନେଶ୍ବରରେ ନୂତନ ଭାବେ ନିର୍ମାଣ ହୋଇଥିବା ‘କୃଷି ଭବନ’ ଏକ ନୂଆ ବିଶ୍ବ ରେକର୍ଡ ସୃଷ୍ଟି କରିବାର ସମ୍ଭାବନା ସୃଷ୍ଟି ହୋଇଛି। କାରଣ ଏହି ଭବନ ବିଶ୍ବ ସ୍ଥାପତ୍ୟ ଉତ୍ସବରେ ପୁରସ୍କୃତ ହେବା ପାଇଁ ଚୁଡାନ୍ତ ତାଲିକାରେ ସାମିଲ ହୋଇଛି। ବିଶ୍ବର ୭୦ ଦେଶରୁ ପ୍ରାୟ ୫ ହଜାର ସ୍ଥାପତ୍ୟକୁ ବିଭିନ୍ନ ବର୍ଗରେ ସାମିଲ କରାଯାଇଥିଲା। ସେଗୁଡିକ ମଧ୍ୟରୁ ମାତ୍ର ୫୩୪ଟି ସ୍ଥାପତ୍ୟକୁ ମନୋନିତ କରି ଜୁରିମାନେ ଚୁଡାନ୍ତ ତାଲିକା ପ୍ରକାଶ କରିଛନ୍ତି। ଏହି ତାଲିକର ସ୍ଥାପତ୍ୟଗୁଡିକ ପୁରସ୍କାର ପାଇଁ ମନୋନିତ କରାଯିବ। ଆସନ୍ତା ଡିସେମ୍ବର ମାସରେ ଏହି ପୁରସ୍କାର ପ୍ରଦାନ କରାଯିବ ବୋଲି ବିଶ୍ବ ସ୍ଥାପତ୍ୟ ଓ ପୁରସ୍କାର ଉତ୍ସବ କମିଟି ତରଫରୁ କୁହାଯାଇଛି। ଯଦି ଓଡିଶାର କୃଷି ଭବନ ପୁରସ୍କାର ହାସଲ କରେ ତେବେ ସାରା ବିଶ୍ବରେ ଓଡିଶା ସ୍ଥାପତ୍ୟ ଜଗତରେ ପୁଣି ଥରେ ଚମକିବ। ଭୁବନେଶ୍ବରର ବିଧାନସଭା ନିକଟସ୍ଥ କୃଷି ଭବନ ପ୍ରାୟ ୧୩୦୦୦…
ରାଉରକେଲାସ୍ଥିତ ଏନ୍ଆଇ୍ଟି କଲେଜ ପଛ ପାର୍ଶ୍ୱରେ ଥିବା ଏକ ବେଆଇନ ହୁକ୍କା ବାର୍ ଉପରେ ଚଢ଼ାଉ କରାଯାଇଛି । ଡିଏସ୍ପିଙ୍କ ନେତୃତ୍ୱରେ ସେକ୍ଟର-୩ ଥାନା ପୋଲିସ ଚଢ଼ାଉ କରି ବିପୁଳ ପରିମାଣରେ ନିଶା ଦ୍ରବ୍ୟ ଜବତ କରିଛି । ଏହା ସହିତ ଜଣକୁ ଅଟକ ରଖି ପଚରାଉଚରା କରୁଛି । ସୂଚନା ମୁତାବକ, କଲେଜ ପଛ ପାର୍ଶ୍ୱରେ ଦୀର୍ଘ ଦିନ ଧରି ବେଆଇନ୍ଭାବେ ଏକ ବାର୍ ଖୋଲିଥିଲା ସେକ୍ଟର-୩ ଥାନା ପୋଲିସ ଖବର ପାଇ ରାତି ଅଧିଆ ଚଢ଼ାଉ କରିଥିଲା । ଏଥିରେ ଅନ୍ୟକେଉଁମାନେ ସଂପୃକ୍ତ ଅଛନ୍ତି ସେ ନେଇ ପୋଲିସ ଖୋଳତାଡ଼ ଜାରି ରଖିଛି ।
ମୁରାଦାବାଦ ଜନପଦରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ ୫ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି । କୁନ୍ଦରକୀ ଥାନା ଅଞ୍ଚଳରେ ରାସ୍ତାକଡ଼ରେ ଛିଡ଼ା ହୋଇଥିବା ଏକ କାଠ ବୋଝେଇ ଟ୍ରାକ୍ଟରକୁ ପଛପଟରୁ ୱାଗନର ଶକ୍ତ ଧକ୍କା ଦେବା ଫଳରେ ଦୁର୍ଘଟଣା ଘଟିଛି । ତେବେ ଗୁରୁତର ଭାବେ ଯୁବକଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ପୋଲିସ ଘଟଣାସ୍ଥଳରେ ପହଂଚି ସମସ୍ତ ମୃତଦେହକୁ ଜବତ କରି ପୋଷ୍ଟମର୍ଟମ ପଠାଇବା ସହ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି ।
କେଦାର ମିଶ୍ର ଗତକାଲି ଆସାମରେ ପ୍ରବଳ ବର୍ଷା ସତ୍ତ୍ୱେ ଲୋକେ କମ୍ପ୍ୟୁଟର କେନ୍ଦ୍ର ଆଗରେ ଲମ୍ବା ଧାଡିରେ ଠିଆ ହୋଇଥିଲେ। ସେମାନଙ୍କ ଲାଗି ଗତ କାଲୀ ଥିଲା ଜୀବନ ଓ ମରଣର ନିର୍ଣ୍ଣାୟକ ଦିନ। ସୁପ୍ରିମ କୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଆସାମର ଜାତୀୟ ନାଗରିକ ରେକର୍ଡର ଚୂଡାନ୍ତ ତାଲିକା ଗତକାଲି ପ୍ରକାଶ ପାଇଛି। ମୋଟ ୩.୩ କୋଟି ଆସାମ ବାସିନ୍ଦାଙ୍କ ଭିତରୁ ୩.୧୧ କୋଟି ଲୋକଙ୍କ ଭାରତୀୟ ନାଗରିକତା ବୈଧ ବୋଲି ଘୋଷଣା କରା ଯାଇଥିବା ବେଳେ ୧୯.୦୬ ଲକ୍ଷ ଲୋକଙ୍କୁ ଏହି ରେକର୍ଡରୁ ବାଦ ଦିଆଯାଇଛି। ୩୦, ଜୁନ, ୨୦୧୮ ରେ ଯେତେବେଳେ ଏନଆରସିର ଚିଠା ତାଲିକା ପ୍ରକାଶ ପାଇଥିଲା ସେଥିରେ ପ୍ରାୟ ୪୧ ଲକ୍ଷ ଲୋକଙ୍କ ନାଗରିକତା ଉପରେ ପ୍ରଶ୍ନଚିହ୍ନ ଲଗା ଯାଇଥିଲା। ତେବେ ଆଇନଗତ ପ୍ରକ୍ରିୟା ଦେଇ ପ୍ରାୟ ୨୧ ଲକ୍ଷ ଲୋକ ନିଜର ନାଗରିକତା ପ୍ରମାଣପତ୍ର ଦାଖଲ କରି ପାରିଛନ୍ତି। ଏବେ ଏ ଯେଉଁ ୧୯.୦୬…
ଆମେରିକାର ଟେକସାସ୍ର ମିଡଲ୍ୟାଣ୍ଡ ନିକଟସ୍ଥ ଓଡେଶାଠାରେ ଆତତାୟୀଙ୍କ ଆଖିବୁଜା ଗୁଳିମାଡ଼ରେ ୫ ଜଣଙ୍କ ମୃତ୍ୟୁ ଘଟିଛି। ଏଥିରେ ୨୧ ଜଣ ଆହତ ହୋଇଛନ୍ତି। ସେମାନଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସ୍ଥାନୀୟ ପୁଲିସ୍ଙ୍କ ସୂଚନା ଅନୁସାରେ ଗତକାଲି ଦୁଇ ଜଣ ଆତତାୟୀ ପ୍ରଥମେ ଏକ ଟ୍ରକ୍କୁ ହାଇଜ୍ୟାକ୍ କରି ଗୁଳିମାଡ଼ ଆରମ୍ଭ କରିଥିଲେ । ତେବେ ସୁରକ୍ଷାକର୍ମୀଙ୍କ ପକ୍ଷରୁ ଏହାର ପାଲଟା ଜବାବ ଦିଆଯାଇଥିଲା। ଏଥିରେ ଜଣେ ଆତତାୟୀଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ସୂଚନାଯୋଗ୍ୟ, ଗତମାସରେ ଆମେରିକାର ଟେକସାସ୍ ଓ ଅହିୟାରେ ଦୁଇଟି ଭିନ୍ନ ଭିନ୍ନ ଗୁଳିମାଡ଼ ଘଟଣାରେ ୨୯ ଜଣଙ୍କ ମୃତ୍ୟୁ ଘଟିଥିଲା। ଏଥିସହ ୪୦ରୁ ଅଧିକ ଲୋକ ଆହତ ହୋଇଥିଲେ।
ପୁରୀରେ ଦୁଇଦିନ ପାଇଁ ବନ୍ଦ ରହିବ ଉଚ୍ଛେଦ କାର୍ଯ୍ୟ। ରବିବାର ଓ ଗଣେଶ ପୂଜା ପାଇଁ ବନ୍ଦ ରହିବ ଉଚ୍ଛେଦ କାର୍ଯ୍ୟ । ପୁରୀ ମନ୍ଦିରରେ ଭିଡ଼ ଦୃଷ୍ଟିରୁ ବନ୍ଦ ରଖିବା ପାଇଁ ଜିଲ୍ଲାପାଳ ନିଷ୍ପତ୍ତି ନେଇଛନ୍ତି । ଶ୍ରୀମନ୍ଦିରର ସୁରକ୍ଷା ଦୃଷ୍ଟିରୁ ପୁରୀରୁ ଉଚ୍ଛେଦ ଅଭିଯାନ ଆରମ୍ଭ ହୋଇଛି । ଶ୍ରୀମନ୍ଦିର ସୁରକ୍ଷା ପାଇଁ ମେଘନାଦ ପାଚେରୀ ଠାରୁ ୭୫ମିଟର ପର୍ଯ୍ୟନ୍ତ ଅଞ୍ଚଳକୁ ଖାଲି କରାଯିବ । ଏହା ପରିସୀମାରେ ଥିବା ମଠ, ବାଡ଼ି, କୋଠା, ଲଜିଂ, ହୋଟେଲ, ଦୋକାନ ସବୁ ଭଙ୍ଗାଯିବ । ଶହଶହ ବର୍ଷର ପୂରାତନ ମଠ ସଂସ୍କୃତି ଏବେ କୋଠା ଭିତରେ ଚାଲିବ ।
ଆଜି ରାଜ୍ୟସ୍ତରୀୟ ସ୍ବାୟତ୍ତ ଶାସନ ଦିବସ ପାଳନ କରାଯାଇଛି। ଏହି ଅବସରରେ ଭୁବନେଶ୍ଵର ମହାନଗର ନିଗମର ୨୦୩୫ ଓ୍ବାର୍ଡ ଅଫିସକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦଘାଟନ କରିଛନ୍ତି। ରାଜ୍ୟ ଲୋକସେବା ଭବନରୁ ଭିଡିଓ କନଫରେନ୍ସିଙ୍ଗ୍ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ଉଦଘାଟନ କରିଛନ୍ତି। ବିଏମସିର ଏହି ଓ୍ବାର୍ଡ ଅଫିସ୍ ସଫେଇ, ବର୍ଜ୍ୟବସ୍ତୁ ପରିଚାଳନାର ତଦାରଖ କରିବ। ଏହି ଅବସରରେ ନବୀନ କହିଛନ୍ତି ଯେ, ଆଗାମୀ ଏକ ବର୍ଷ ମଧ୍ୟରେ ରାଜ୍ୟର ସବୁ ପୌରସଂସ୍ଥାମାନଙ୍କୁ ଆବର୍ଜନା ମୁକ୍ତ ସହର କରିବାକୁ ଲକ୍ଷ୍ୟ ରଖାଯାଇଛି। ୫ଟି ନୀତିକୁ ଅନୁସରଣ କରିବାକୁ ମଧ୍ୟ ଗୁରୁତ୍ବ ଦେଇଛନ୍ତି । ଏଥିସହିତ ଇ-ବିପାସ୍ ଯୋଜନାର ଶୁଭାରମ୍ଭ କରିଛନ୍ତି । ଏଇ-ବିପାସ୍ ଦ୍ଵାରା ୪୮ ଘଣ୍ଟାରେ ଆବେଦନକାରୀ ଘର ନକ୍ସା ପାଇବେ। ମୁଖ୍ୟମନ୍ତ୍ରୀ ଏହି ଅବସରରେ ମଧ୍ୟ ମଇକ୍ରୋ କମ୍ପୋଷ୍ଟିଂ ସେଣ୍ଟର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ରାଜ୍ୟରେ ୨୪୨ଟି ମାଇକ୍ରୋ କମ୍ପୋଷ୍ଟିଂ ସେଣ୍ଟର ରହିଵ। ସେହି ସମୟରେ ଭୁବନେଶ୍ଵରରେ ୪୩ଟି ୱାର୍ଡରେ ମଇକ୍ରୋ…
ଆସାମରେ ରାଷ୍ଟ୍ରୀୟ ନାଗରିକ ପଞ୍ଜିକରଣ ସୂଚୀରୁ ବାଦ ପଡ଼ିଛନ୍ତି ୧୯ ଲକ୍ଷରୁ ଅଧିକ। ଏବେ ଏହି ପ୍ରସଙ୍ଗକୁ ନେଇ ବିରୋଧୀଙ୍କ ପ୍ରତିକ୍ରିୟା ଆସୁଛି । ଏନ୍ଆରସିର ତଥ୍ୟକୁ ନେଇ ଏଆଇଏମଆଇଏମ୍ ନେତା ଓ୍ବଓ୍ବେସି କହିଛନ୍ତି ଯେ, ଏନ୍ଆରସିକୁ ନେଇ ବିଜେପି ମନ୍ତ୍ରୀମାନେ ମଧ୍ୟ ବିବ୍ରତ ରହିଛନ୍ତି । ଗୋଟେ ମୂଷା ପାଇଁ ପୂରା ଜଙ୍ଗଲକୁ ଜାଳି ଦେବା ସଦୃଶ କାର୍ଯ୍ୟ କରିଛନ୍ତି । ଓ୍ବଓ୍ବେସି କହିଛନ୍ତି ଯେ, ଏନ୍ଆରସି ବିଲ୍ ଦ୍ବାରା ବିଜେପି ଏ ଏକ ବିଲ୍ ବା ଆଣିବ, ଯେଉଁଥିରେ ଅଣ ମୁସଲମାନଙ୍କୁ ନାଗରିକତା ଦେଇପାରିବ । ସେହିପରି ଗୃହମନ୍ତ୍ରୀ ଅମିତ୍ ଶାହାଙ୍କୁ ଟାର୍ଗେଟ୍ କରି ଓ୍ବଓ୍ବେସି କହିଛନ୍ତି ଯେ, ଆପଣ କହୁଥିଲେ ୫୦ ଲକ୍ଷ ଅନୁପ୍ରବେଶକାରୀ ଆସାମରେ ରହିଛନ୍ତି । ତେବେ ତଥ୍ୟକୁ ଦେଖିଲେ ଏନଆରସି ତଥ୍ୟ ମିଛ ନହେଲେ, ଆପଣ ମିଛ କହୁଥିଲେ ବୋଲି କହିଛନ୍ତି ଓ୍ବଓ୍ବେସି । ୫୦ ଲକ୍ଷରୁ ୧୯ ଲକ୍ଷ କେମିତି ସମ୍ଭବ…
ଆଇପିଏସ ଅଧିକାରୀ ବିବେକ କୁମାର ଜୋହରୀ ଶନିବାର ଦିନ ବିଏସଏଫର ଡିଜି ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି । ବିଏସଏଫର ୨୫ତମ ମହାନିର୍ଦ୍ଦେଶକ ଭାବେ ସେ ଦାୟିତ୍ୱ ସମ୍ଭାଳିଛନ୍ତି । ସେ ରଜନୀକାନ୍ତ ମିଶ୍ରଙ୍କ ସ୍ଥାନ ଗ୍ରହଣ କରିଛନ୍ତି । ଆସନ୍ତା ସେପ୍ଟେମ୍ୱର ୨୦୨୦ ପର୍ଯ୍ୟନ୍ତ ଜୋହରୀ ଏହି ପଦରେ ରହିବେ । ମଧ୍ୟ ପ୍ରଦେଶ କ୍ୟାଡେରର ୧୯୮୪ ବ୍ୟାଚର ଆଇପିଏସ ଅଧିକାରୀ ବିକେ ଜୋହରୀ ଗୁଇନ୍ଦା ସଂସ୍ଥା ର’ରେ ବିଶେଷ ସଚିବ ଭାବେ କାର୍ଯ୍ୟରତ ଥିଲେ । ବିଏସଏଫରେ ଅଢେଇ ଲକ୍ଷ ଜଣ ଯବାନ ଏବଂ ଅଧିକାରୀ କାର୍ଯ୍ୟରତ ଅଛନ୍ତି ।
ଦୁର୍ନୀତି ବିରୋଧରେ କଡ଼ା କାର୍ଯ୍ୟନୁଷ୍ଠାନ ଗ୍ରହଣ କରିଛନ୍ତି ନବୀନ ସରକାର । ୬ ଅଧିକାରୀଙ୍କୁ ବରଖାସ୍ତ କରାଯାଇଛି । ଭିଜିଲାନ୍ସ କୋର୍ଟରେ ଦୁର୍ନୀତି ସାବ୍ୟସ୍ତ ହେବା ପରେ ସରକାରୀ ଚାକିରିରୁ ବିଦା ହୋଇଛନ୍ତି ୬ ଅଧିକାରୀ । ସେହିପରି ୪ଜଣ ପୂର୍ବତନ ଅଧିକାରୀଙ୍କୁ ପେନସନ୍ ବନ୍ଦ କରିଛନ୍ତି ସରକାର । ଅଗଷ୍ଟ ମାସରେ ମୋଟ ୨୧ ଜଣ ଅଫିସର ବିଦା ହୋଇଥିବାବେଳେ ମୋଟ ୬ଜଣଙ୍କ ପେନ୍ସନ କରିଛନ୍ତି ସରକାର । ଦୁର୍ନୀତି ସାବ୍ୟସ୍ତ ହେବା ପରେ ଦୁର୍ନୀତିଗସ୍ତ ଅଫିସରଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ନବୀନ ସରକାର ।
କାଲିଠୁ ରାଜ୍ୟରେ ଲାଗୁ ହେବ ସଂଶୋଧିତ ନୂଆ ମୋଟର ଯାନ ଆଇନ । ପରିବହନ କାର୍ଯ୍ୟାଳୟର ସ୍ବଚ୍ଛତା ପାଇଁ ଅନ୍ଲାଇନରେ ଡ୍ରାଇଭିଂ ଲାଇସେନ୍ସ ଦିଆଯିବ। ଏହି ନୂଆ ମୋଟର ଯାନ ଆଇନ ଅନୁସାରେ ଅଜଣା ଗାଡ଼ି ଧକ୍କାରେ ମୃତାହତ ବ୍ୟକ୍ତିଙ୍କୁ ସହାୟତା ମିଳିବ । ସହାୟତା ରାଶି ପାଇଁ ମୋଟର ଯାନ ଦୁର୍ଘଟଣା ପାଣ୍ଠି ଗଠନ କରାଯିବ। ଏଣିକି ମୋଟର ଯାନ ଆଇନ ଉଲ୍ଲଂଘନକାରୀ ଅଧିକ ଜରିମାନା ଦେବେ। ଉଲ୍ଲଘଂନକାରୀଙ୍କୁ ଇଲେକଟ୍ରୋନିକ୍ ଯନ୍ତ୍ର ମାଧ୍ୟମରେ ଚିହ୍ନଟ କରାଯିବ । ପୋଲିସ୍ ଓ ପରିବହନ ବିଭାଗ ଦ୍ବାରା ଯାଞ୍ଚ କରାଯିବ । ସେହିପରି ଏହି ନୂଆ ନିୟମରେ ଟ୍ରାଫିକ୍ ନିୟମ ଉଲ୍ଲଂଘନ କଲେ ଦଣ୍ଡବ୍ୟବସ୍ଥା ଓ ଜରିମାନାକୁ ଅଧିକ କଡ଼ାକଡ଼ି କରାଯାଇଛି । ଡ୍ରାଇଭିଂ ବେଳେ ମୋବାଇଲ ବ୍ୟବହାର କଲେ ୧୦,୦୦୦ ଟଙ୍କା ଓ କାର୍ରେ ବେଲ୍ଟ ନ ବାନ୍ଧିଲେ ଏକହଜାର ଟଙ୍କା ଜରିମାନା ଆଦି ରହିଛି । ସେହିପରି ଅପ୍ରାପ୍ତ ବୟସ୍କ…
ମାଲାୟଲମ୍ ଫିଲ୍ମ ଜଗତରେ ପାଦ ରଖିବାକୁ ଯାଉଛନ୍ତି ଚୁଲ୍ବୁଲୀ ଅଭିନେତ୍ରୀ କଲ୍ୟାଣୀ ପ୍ରିୟଦର୍ଶନ । ମାତ୍ର ଦୁଇ ବର୍ଷ ତଳେ ସିନେମା ଜଗତରେ ପାଦ ରଖିଥିବା ଏହି ଅଭିନେତ୍ରୀଙ୍କୁ ଦୁଲ୍କର ସଲ୍ମାନ୍ଙ୍କ ବିପକ୍ଷରେ ବଡ ବ୍ରେକ୍ ମିଳିଛି । ଦ ଜୋୟା ଫ୍ୟାକ୍ଟର ପରେ ଦୀର୍ଘ ତିନି ବର୍ଷ ପରେ ଦୁଲ୍କର ମାଲାୟଲମ ଇଣ୍ଡଷ୍ଟ୍ରୀକୁ ପ୍ରତ୍ୟାବର୍ତ୍ତନ କରୁଛନ୍ତି ଦୁଲ୍କର । ଫିଲ୍ମଟି ଆକ୍ସନ୍ ଥ୍ରୀଲର ବର୍ଗର ହୋଇଥିବା ବେଳେ ଫିଲ୍ମର ନିର୍ଦ୍ଦେଶନା ଦେଉଛନ୍ତି ସତ୍ୟନ୍ ଅନ୍ଥିକାଡ । ଏହି ଫିଲ୍ମରେ ମୋହନଲାଲଙ୍କ ପୁଅ ପ୍ରଣବ ମୋହନଲାଲ, ସୁରେଶ ଗୋପୀ ଏବଂ ନଜରିୟା ନାଜ୍ମିନ୍ ପ୍ରମୁଖ ଭୂମିକାରେ ନଜର ଆସିବେ ।
ଗତକାଲି ବିଭିନ୍ନ ରାଷ୍ଟ୍ରାୟତ ବ୍ୟାଙ୍କର ସମ୍ମିଶ୍ରଣ ନେଇ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଘୋଷଣା କରିଥିଲେ। ଆଜି ବ୍ୟାଙ୍କ କର୍ମଚାରୀ ସଙ୍ଘ ପକ୍ଷରୁ ଏହି ନିଷ୍ପତ୍ତିକୁ ବିରୋଧ କରାଯାଇଛି। ଗତକାଲି କେନ୍ଦ୍ର ସରକାରଙ୍କ ପକ୍ଷରୁ ୧୦ ଟି ରାଷ୍ଟ୍ରାୟତ୍ତ ବ୍ୟାଙ୍କକୁ ସମ୍ମିଶ୍ରଣ କରି ୪ ଟି ବ୍ୟାଙ୍କରେ ପରିଣତ କରିବା ପାଇଁ ନିଷ୍ପତ୍ତି ନେଇଥିଲେ। ଏହାର ପ୍ରତିବାଦରେ ଆଜି ବିଭିନ୍ନ ରାଷ୍ଟ୍ରାୟତ ବ୍ୟାଙ୍କ ଏବଂ ଘରୋଇ ବ୍ୟାଙ୍କ କର୍ମଚାରୀ ହାତରେ କଳା ବ୍ୟାଜ ପିନ୍ଧି ପ୍ରତିବାଦ କରିଥିଲେ। ବ୍ୟାଙ୍କ କର୍ମଚାରୀ ସଂଘର ସାଧାରଣ ସମ୍ପାଦକ ସି ଏଚ୍ ଭେଙ୍କଟାଚଳମ୍ ସରକାରଙ୍କ ଏହି ନିଷ୍ପତ୍ତିକୁ ବିରୋଧ କରିବା ସହିତ ଏହା ଉପରେ ଆଲୋଚନା ଆବଶ୍ୟକ ବୋଲି ମତ ପ୍ରକାଶ କରିଥିଲେ।
ରାଜ୍ୟ ସରକାର ରାସନ କାର୍ଡ଼ ସହ ଆଧାର ସଂଯୋଗ ଅବଧିକୁ ବୃଦ୍ଧି କରିଛନ୍ତି। ରାସନ କାର୍ଡ଼ ସହ ଆଧାର ଲିଙ୍କ ଅବଧି ପୂର୍ବରୁ ଅଗଷ୍ଟ ୩୧ ଯାଏଁ ଥିବା ବେଳେ ତାହା ବର୍ତ୍ତମାନ ବୃଦ୍ଧି କରାଯାଇ ଶେଷ ତାରିଖ ସେପ୍ଟେମ୍ବର ୧୫ କୁ ରଖାଯାଇଛି। ରାସନ କାର୍ଡ଼ ପାଇଁ ଆଧାର ଲିଙ୍କ କରିବାର ଅବଧିର ଆଜି ଶେଷ ଦିନ ଥିଲା। ସେହିପରି ଖରିଫ ଋୁତୁରେ ଧାନ ବିକ୍ରୟ ଲାଗି ଚାଷୀ ପଞ୍ଜୀକରଣ ଅବଧି ମଧ୍ୟ ବୃଦ୍ଧି କରାଯାଇଛି। ସେପ୍ଟେମ୍ବର ୧୦ ଯାଏଁ ଚାଷୀ ପଞ୍ଜୀକରଣ ଅବଧି ବୃଦ୍ଧି କରାଯାଇଛି। ଏନେଇ ଖାଦ୍ୟ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ସୂଚନା ଦେଇଛନ୍ତି।
ଆଜି ଆସାମରେ ରାଷ୍ଟ୍ରୀୟ ନାଗରିକ ପଞ୍ଜୀକରଣ ନୀତି ଲାଗୁ କରାଯିବା ପରେ ଏହାକୁ ନେଇ ମତ ପ୍ରକାଶ କରିଛନ୍ତି ଦିଲ୍ଲୀ ବିଜେପି ମୁଖ୍ୟ ମନୋଜ ତିଓ୍ବାରୀ । ଦିଲ୍ଲୀରେ ମଧ୍ୟ ରାଷ୍ଟ୍ରୀୟ ନାଗରିକ ପଞ୍ଜୀକରଣ ନିୟମ ଲାଗୁ କରାଯିବା ଉଚିତ୍ ବୋଲି ତିଓ୍ବାରୀ କହିଛନ୍ତି । ଦିଲ୍ଲୀର ଅବସ୍ଥା ଅତ୍ୟନ୍ତ ଚିନ୍ତାଜନକ ବୋଲି ତିଓ୍ବାରୀ ମତ ଦେଇଛନ୍ତି । ଦିଲ୍ଳୀରେ ବର୍ତ୍ତମାନ ବିଦେଶୀଙ୍କ ସଂଖ୍ୟା ବଢିବାରେ ଲାଗିଛି ଏବଂ କ୍ଷମତାକୁ ଆସିଲେ ଦଳ ଏହି ନିୟମ ଲାଗୁ କରିବ ଏବଂ ବିଦେଶୀଙ୍କୁ ଦିଲ୍ଲୀରୁ ବାହାର କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିବ । ତିଓ୍ବାରୀଙ୍କ ଏହି ମନ୍ତବ୍ୟକୁ ସମାଲୋଚନା କରିଛି ଦିଲ୍ଲୀ ମହିଳା କଂଗ୍ରେସ । ତିଓ୍ବାରୀ ନିଜେ ବିହାରରେ ଜନ୍ମଗ୍ରହଣ କରି ଶିକ୍ଷା ସମାପ୍ତ କରିଛନ୍ତି । ବାରଣାସୀ ଏବଂ ଉତ୍ତର ପ୍ରଦେଶରେ କାମ କରିବା ପରେ ଗୋରଖପୁର ଏବଂ ଦିଲ୍ଲୀରୁ ନିର୍ବାଚନ ଲଢିଛନ୍ତି ତେଣୁ ଦିଲ୍ଲୀରେ ବିଦେଶୀଙ୍କ ଉପସ୍ଥିତି…
ସମୀକ୍ଷା ବ୍ୟୁରୋ ବାଣପୁର ବିଜ୍ଞାପିତ ଅଂଚଳ ପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ଗିରଫ ଦାବିରେ ଆଜି ସ୍ଥାନୀୟ ବିଜେପି ତରଫରୁ ବାଣପୁର ଥାନା ଘେରାଉ କରାଯାଇଛି। ବାଣପୁର ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରାଚୀରକୁ ଭାଙ୍ଗି ସେଠାରେ ଏକ ମୂର୍ତ୍ତି ସ୍ଥାପନ କରାଯାଇଥିବାରୁ ତାହାକୁ ଦଳ ବିରୋଧ କରୁଛି। ଏହି ନିର୍ମାଣକୁ ନେଇ ବିଦ୍ୟାଳୟ ପରିଚାଳନା କମିଟିର କେତେଜଣ ସଭ୍ୟ କୋର୍ଟର ଆଶ୍ରୟ ନେଇଛନ୍ତି। ଫଳରେ ବାଣପୁର ପ୍ରଶାସନ ତରଫରୁ ସେହି ଅଞ୍ଚଳରେ ୧୪୪ ଧାରା ଜାରି କରାଯାଇଛି। ଏପରି ପରସ୍ଥିତିରେ ସେହି ସ୍ଥାନରେ ପ୍ରତିମୂର୍ତ୍ତି ସ୍ଥାପନ ପାଇଁ କିପରି ନିର୍ବାହୀ ଅଧିକାରୀ ଅନୁମତି ଦେଲେ ବୋଲି ବିଜେପି କର୍ମୀମାନେ ଅଭିଯୋଗ କରିଛନ୍ତି। ସ୍ବାୟତ୍ତ ଶାସନ ଅବସରରେ ଚିଲିକା ବିଧାୟକ ଏହି ପ୍ରତିମୂର୍ତ୍ତି ଉଦ୍ଘାଟନ କରିବାର କାର୍ଯ୍ୟକ୍ରମ ରହିଛି। ସେଥିପାଇଁ ବାଣପୁର ଭାଜପାର ଶହ ଶହ କର୍ମୀ ଥାନା ଘେରାଉ କରି କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ଗିରଫ କରାଯାଉ ବୋଲି ଦାବୀ କରିଛନ୍ତି। ତେବେ ସ୍ଥାନୀୟ…

