ବିବଦୀୟ ଇସ୍ଲାମିକ ଧର୍ମଗୁରୁ ତଥା ଭାରତରୁ ଫେରାର ହୋଇଯାଇଥିବା ଜାକିର ନାଏକଙ୍କ ଅଡ଼ୁଆ ବଢ଼ିଛି। ଧର୍ମକୁ ନେଇ ବିବାଦୀୟ ମନ୍ତବ୍ୟ ଦେବା କାରଣରୁ ମାଲେସିଆ ସରକାର ତାଙ୍କ ଉପରେ କଟକଣା ଜାରି କରିଛନ୍ତି। ଅର୍ଥାତ ଜାକିର ନାଏକ ଏଣିକି ଆଉ ସର୍ବସାଧାରଣରେ ଭାଷଣ ଦେଇପାରିବ ନାହିଁ। ଏହା ପୂର୍ବରୁ ମ୍ୟାଲେସିୟା ପୁଲିସ୍ ତାକୁ ବିବାଦୀୟ ବୟାନ ଘଟଣାରେ ଜେରା କରିଥିଲା। ଏହି ବିବାଦୀୟ ବୟାନବାଜୀ ପାଇଁ ଭାରତରେ ମଧ୍ୟ ତାକୁ ବ୍ୟାନ୍ କରାଯାଇଥିଲା। ବିଭିନ୍ନ ଆତଙ୍କବାଦୀ କାର୍ଯ୍ୟକଳାପ ଓ ମନିଲଣ୍ଡରିଂରେ ସେ ସାମିଲ ଥିବା ଜଣାପଡ଼ିବା ପରେ ଭାରତର ତଦନ୍ତକାରୀ ସଂସ୍ଥା ତା’କୁ ଖୋଜିବା ଆରମ୍ଭ କରିଥିଲେ।
Author: Samikhsya Bureau
କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବି ଏସ୍ ୟେଦୁରପ୍ପା ମଙ୍ଗଳବାର ନିଜର ମନ୍ତ୍ରୀ ମଣ୍ଡଳ ଗଠନ କରିଛନ୍ତି । 17 ଜଣ କ୍ୟାବିନେଟ୍ ମନ୍ତ୍ରୀ ୟେଦୁରପ୍ପାଙ୍କ ମନ୍ତ୍ରୀମଣ୍ଡଳରେ ଶପଥ ଗ୍ରହଣ କରିଛନ୍ତି । ରାଜ୍ୟପାଳ ଭାଜୁ ଭାଇ ଭାଲ୍ଲା ଏହି ସମସ୍ତ ବିଧାୟକଙ୍କୁ ଶପଥ ଗ୍ରହଣ କରାଇଛନ୍ତି । ଶପଥ ଗ୍ରହଣ କରିଥିବା ବିଧାୟକଙ୍କ ମଧ୍ୟରେ କେ ଏସ୍ ଇଶ୍ବରପ୍ପା, ଜଗଦୀଶ ସେଟ୍ଟାର, ସିଟି ରବି ଏବଂ ବାସଭରାଜ ବୋମ୍ମାଇ ପ୍ରମୁଖ ରହିଛନ୍ତି । କ୍ୟାବିନେଟ୍ର ସମ୍ପ୍ରସାରଣ ନେଇ ୟେଦୁରପ୍ପା ସୋମବାର ଦିନ ସୂଚନା ପ୍ରଦାନ କରିଥିଲେ । ଶପଥ ଗ୍ରହଣର ତିନି ସପ୍ତାହ ପର୍ଯ୍ୟନ୍ତ ୟେଦୁରପ୍ପା ନିଜର ମନ୍ତ୍ରୀମଣ୍ଡଳ ଗଠନ କରିନଥିଲେ । ସେହିପରି ମନ୍ତ୍ରୀ ଭାବରେ ଗୋବିନ୍ଦ ମକ୍ଥାପ୍ପା କାରାଜୋଲ୍, ଡ. ଅଶ୍ବତ୍ଥ ନାରାୟଣ, ଲକ୍ଷ୍ମଣ ସାଙ୍ଗପ୍ପା, ଆର୍ ଅଶୋକା, ବି ଶ୍ରୀରାମୁଲୁ, ଏସ୍ ସୁରେଶ କୁମାର, ଭି ସୋମାନ୍ନା, କୋଟା ଶ୍ରୀନିବାସ ପୂଜାରୀ, ଜେସି ମୁଧୁସ୍ବାମୀ, ଚନ୍ନାପ୍ପାଗୌଡା ପାଟିଲ୍, ଏଚ୍…
ଦେବ ରଞ୍ଜନ ଗଣତାନ୍ତ୍ରିକ ବିଚାର ନେଇ କାଶ୍ମୀରର ସନ୍ଦର୍ଭରେ ଆଜି କିଛି କହିବା ଅଥବା ଲେଖିବା ନିଜ ଘର ଉପରକୁ ଟେକା ମାରିବା ସଦୃଶ କଥା। ସେ ବନ୍ଧୁ ହେଉ କି ପରିବାର ସମସ୍ତେ ବୁଝି ନେଇଛନ୍ତି ଯେ ଗଣତନ୍ତ୍ରର ଅର୍ଥ ନୁହେଁ ବ୍ୟକ୍ତିକୁ ସ୍ବାଧୀନତା ଦେବା, କାଶ୍ମୀରବାସୀଙ୍କୁ ତ ଆଦୌ ନୁହେଁ। ’ଗୋଟେ ଦେଶ ଗୋଟେ ପତାକା’ ସ୍ଲୋଗାନ ଏଭଳି ଭାବପ୍ରବଣତା ତିଆରି କରିଦେଇଛି ଯେ ଯେମିତି ତୁମେ ଯଦି ବିଜେପି ସରକାରଙ୍କ ସହିତ ନାହଁ ତେବେ ତୁମେ ପାକିସ୍ତାନୀ! ନା ମୁଁ କେବେ କାଶ୍ମୀର ଯାଇପାରିଛି ନା କାଶ୍ମିରୀୟତ ସହିତ ମୋର କୌଣସି ସମ୍ପର୍କ ରହିଛି। କାଶ୍ମୀର ସହିତ ମୋର ସମ୍ପର୍କ ମୋର ଜଣେ ଆଦିବାସୀ ବନ୍ଧୁଙ୍କ ମାଧ୍ୟମରେ ଯିଏ ଜଣେ ଭାରତୀୟ ସେନାବାହିନୀର ଯବାନ। ସେ ସର୍ବଦା ଦୁଇଟି ମଣିଷ ହୋଇଥାଏ। ଗାଁରେ ଥିଲେ କୁହେ, ‘ଏ ପୁଲିସବାଲା ଯାହାକୁ ଇଚ୍ଛା ତାହାକୁ ବାନ୍ଧି ଆଣୁଛନ୍ତି ନହେଲେ…
ରାଜ୍ୟ କଂଗ୍ରେସର ସମସ୍ତ ନେତାଙ୍କୁ ଦିଲ୍ଲୀ ଡାକରା ମିଳିଛି । ରାଜ୍ୟ କଂଗ୍ରେସରେ ବିପର୍ଯ୍ୟୟର ମୁକାବିଲା କରିବା ନିମନ୍ତେ ରାଜ୍ୟର ସମସ୍ତ ନେତୃବୃନ୍ଦଙ୍କୁ ଦିଲ୍ଲୀ ଡକାଯାଇଛି । ଆସନ୍ତା 22 ତାରିଖରେ କଂଗ୍ରେସ ସଭାପତି ସୋନିଆ ଗାନ୍ଧୀଙ୍କ ନେତୃତ୍ବରେ ଏଡି ବୈଠକ ଅନୁଷ୍ଠିତ ହେବ । ସମସ୍ତ ଯୁବ ଏବଂ ବରିଷ୍ଠ ନେତୃତ୍ବ ଏହି ବୈଠକରେ ଯୋଗ ଦେବେ । ନେତା ମାନଙ୍କ ବ୍ୟତୀତ ବିଭିନ୍ନ ଜିଲ୍ଲା ସ୍ତରର ପ୍ରତିନଧି ମଧ୍ୟ ଏହି ବୈଠକରେ ଯୋଗ ଦେବେ ବୋଲି ଜଣାପଡିଛି । ଓଡିଶା ପିସିସି ସଭାପତି ଚୟନ ପାଇଁ ନିଷ୍ପତ୍ତି ଏହି ବୈଠକରେ ନିଆଯିବ ବୋଲି ଜଣାପଡିଛି ।
ଚନ୍ଦ୍ର କକ୍ଷପଥର ପ୍ରବେଶ କଲା ଚନ୍ଦ୍ରଯାନ-୨ । ଚନ୍ଦ୍ରର ଦକ୍ଷିଣ ମେରୁରେ ଅବତରଣ କରିବ ଚନ୍ଦ୍ରଯାନ-୨ । ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ) ପାଇଁ ସଫଳତା ମିଳିଛି । ଆଜି ଭାରତୀୟ ଉପଗ୍ରହ ଚନ୍ଦ୍ରଯାନ-୨ ଚନ୍ଦ୍ରପୃଷ୍ଠରେ ଅବତରଣ କରିବ । ଭାରତୀୟ ମହାକାଶ ଗବେଷଣା ସଂସ୍ଥା ମଙ୍ଗଳବାର ପୂର୍ବାହ୍ଣ ୮ଟା ୩୦ରୁ ୯ଟା ୩୦ ମଧ୍ୟ ଚନ୍ଦ୍ରଯାନ-୨ର ରକେଟ ଇଞ୍ଜିନ ବ୍ୟବହାର କରି ଚନ୍ଦ୍ରପୃଷ୍ଟରେ ପହଂଚାଇବା ଅଭିଯାନ ପୂରା କରିଛି। ଚନ୍ଦ୍ରଯାନ-୨ର ଚନ୍ଦ୍ରପୃଷ୍ଠରେ ପହଞ୍ଚିବା ପରେ ଇସ୍ରୋ ପୃଷ୍ଠ ଭିତରେ ସ୍ପେସକ୍ରାଫ୍ଟରେ ୪ ଥର (ଅଗଷ୍ଟ ୨୧, ୨୮ ଓ ୩୦ ଏବଂ ସେପ୍ଟେମ୍ବର ୧) ପରିକ୍ରମ କରିବ । ଏହା ପରେ ଚନ୍ଦ୍ରର ଧୃବ ଉପର ଦେଇ ୧୦୦ କିଲେମିଟର ଦୂର ନିଜର ଅନ୍ତିମ ଲକ୍ଷ୍ୟସ୍ଥଳରେ ପହଂଚିବ ।
ବରିଷ୍ଠ କଂଗ୍ରେସ ନେତା ତଥା ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ କମଲ ନାଥଙ୍କ ଭଣଜା ରତୁଲ ପୁରୀଙ୍କୁ ଆଜି ସକାଳେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଗିରଫ କରିଛି। ବ୍ୟାଙ୍କ ଠକେଇ ମାମଲାରେ ତାଙ୍କୁ ଗିରଫ କରାଯାଇଛି। ସେଣ୍ଟ୍ରାଲ ବ୍ୟାଙ୍କ ଅଫ୍ ଇଣ୍ଡିଆର ୩୫୪.୫୧ କୋଟି ଟଙ୍କା ଠକେଇ ମାମଲାରେ ଗତ ଶନିବାର ରତୁଲ ପୁରୀଙ୍କ ବିରୋଧରେ ସିବିଆଇ ମାମଲା ରୁଜୁ କରିଥିଲା। ରତୁଲଙ୍କ ବ୍ୟତୀତ ଏମ୍ବିଆଇଏଲ୍ର ପ୍ରବନ୍ଧ ନିର୍ଦ୍ଦେଶକ ଦୀପକ ପୁରୀ, ନୀତା ପୁରୀ, ସଞ୍ଜୟ ଜେନ୍, ବିନିତ ଶର୍ମାଙ୍କ ସହ ଆଉ କେତେକ କର୍ମଚାରୀଙ୍କ ବିରୋଧରେ ଠକେଇ, ଜାଲିଆତି ଓ ଅପରାଧିକ ଷଡ଼ଯନ୍ତ୍ର ଓ ଦୁର୍ବ୍ୟବହାର ପରି ମାମଲାର ଦାୟର କରାଯାଇଛି। ଅଗସ୍ତା ୱେଷ୍ଟଲ୍ୟାଣ୍ଡ ମାମଲାରେ ରତୁଲ ପୁରୀ ତଦନ୍ତ ପରିସରଭୁକ୍ତ ରହିଛନ୍ତି।
ଆଜି ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧିଙ୍କ ୭୫ତମ ଜନ୍ଜଜୟନ୍ତୀ । ଏହି ଅବସରରେ କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷ ସୋନିଆ ଗାନ୍ଧି, ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ, ରାହୁଲ୍ ଗାନ୍ଧି, ପ୍ରିୟଙ୍କା ଗାନ୍ଧି ଭଦ୍ରା, ଗୁଲାମ ନବୀ ଆଜାଦ୍, ଅହମ୍ମଦ ପେଟଲ୍ ସମେତ କଂଗ୍ରେସର ବହୁ ନେତାମାନେ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ରାଜୀବ ଗାନ୍ଧିଙ୍କ ସ୍ମୃତିଚାରଣ କରିଛନ୍ତି । ପ୍ରଧାନମନ୍ତ୍ରୀ ଏକ ଟୁଇଟ୍ ଜରିଆରେ ଆମର ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧିଙ୍କ ଜୟନ୍ତୀ ଉପଲକ୍ଷେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି । ସେହିପରି ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ସକାଳୁ ବୀର ଭୂମିରେ ରାଜୀବ ଗାନ୍ଧିଙ୍କୁ ଶ୍ରଦ୍ଧାସୁମନ ଜ୍ଞାପନ କରିଛନ୍ତି ।
ଉତ୍ତର ଭାରତରେ ଭୟଙ୍କର ବନ୍ୟା ପରିସ୍ଥିତି ସୃଷ୍ଟିହୋଇଛି। ରାଜଧାନୀ ଦିଲ୍ଳୀ ଓ ଏହାର ଉପକଣ୍ଠରେ ପ୍ରବଳ ବର୍ଷା ଯୋଗୁଁ ବନ୍ୟା ପରିସ୍ଥିତି ଦେଖାଯାଇଛି । ହରିୟାଣାର କିଛି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇଥିବାରୁ ଦିଲ୍ଲୀ ନିକଟ ଦେଇ ଯାଇଥିବା ଯମୁନା ନଦୀର ଜଳସ୍ତର ବଢ଼ିଛି । ହରିୟାଣାର ହାଥିନୀକୁଣ୍ଡ ବ୍ୟାରେଜରୁ ବନ୍ୟା ଜଳ ନିଷ୍କାସିତ ହେବା ପରେ ଦିଲ୍ଲୀରେ ଯମୁନାର ଜଳ ବିପଦ ସଂକେତ ଦେଇ ଅତିକ୍ରମ କରୁଛି । ତଳିଆ ଅଞ୍ଚଳରୁ ପ୍ରାୟ ୧୦ ହଜାର ଲୋକଙ୍କୁ ଉଦ୍ଧାର କରାଯାଇ ସୁରକ୍ଷିତ ସ୍ଥାନରେ ରଖାଯାଇଛି । ବନ୍ୟା ପୀଡ଼ିତ ଲୋକଙ୍କୁ ଆଶ୍ରୟସ୍ଥଳରେ ରନ୍ଧା ଖାଦ୍ୟ ଦିଆଯାଉଛି । ଦିଲ୍ଲୀରେ ବନ୍ୟା ଯୋଗୁଁ ଲୋକେ ଧନସମ୍ପତ୍ତି କ୍ଷୟକ୍ଷତିର ଶିକାର ହୋଇଛନ୍ତି । ଏଥିପାଇଁ ପ୍ରଶାସନିକ ଅଧିକାରୀଙ୍କ ଦ୍ୱାରା ସଂପୂର୍ଣ୍ଣ ରୂପେ ପ୍ରସ୍ତୁତ କରାଯାଇଛି । ଉଦ୍ଧାରକାରୀ ଟିମ ନିଜର ଅପରେଶନ ଜାରି ରଖିଛନ୍ତି । ବନ୍ୟାପୀଡ଼ିତଙ୍କ ପାଇଁ ୨୧୨୦ଟି…
କେଦାର ମିଶ୍ର ଭଲ ଲାଗିଲା, ଯେତେବେଳେ ନୂଆ ମୁଖ୍ୟ ଶାସନ ସଚିବ ଭାବରେ ଦାୟିତ୍ଵ ଗ୍ରହଣ କରି ଅସିତ ତ୍ରିପାଠୀ ପ୍ରଶାସନର ଜୀବନରେଖା ବୋଲାଉଥିବା ଫାଇଲ ବିଷୟରେ ଏକ ବିଶେଷ ମତ ରଖିଲେ। ମୁଖ୍ୟ ଶାସନ ସଚିବଙ୍କ କହିବା କଥା ହେଲା, ଯେତେବେଳେ ଆମର ବ୍ୟକ୍ତିଗତ ସ୍ଵାର୍ଥର କଥା ଉଠେ, ସେତେବେଳେ ଫାଇଲ ରକେଟ ବେଗରେ ଠିକଣା ଜାଗାରେ ପହଞ୍ଚି ଯାଏ। ସେ ସମାନ ବେଗ ଓ ତତ୍ପରତା ସବୁ ଫାଇଲରେ ଦେଖିବାକୁ ମିଳିବା ଉଚିତ। ରାଜ୍ୟର ସର୍ବୋଚ୍ଚ ପ୍ରଶାସନିକ ଅଧିକାରୀ ଭାବରେ ସେ ସଠିକ ଜାଗାରେ ହାତ ମାରିଛନ୍ତି। ଫାଇଲର ବେଗ ଓ ଗତି ଉପରେ ହିଁ ପ୍ରଶାସନର ସବୁକିଛି ନିର୍ଭର କରିଥାଏ। ଯଦି ରକେଟ ବେଗରେ ଫାଇଲ ସଠିକ ଠିକଣାରେ ପହଞ୍ଚିବା ତାହେଲେ, ତୁରନ୍ତ ଓ ତ୍ଵରିତ ନିଷ୍ପତ୍ତି ନିଆ ଯାଇପାରିବ। ହେଲେ ଫାଇଲର ଗତି ରକେଟ ଭଳି ହୋଇପାରିବାର ସମ୍ଭାବନା ଥିବା ସତ୍ତ୍ୱେ ଏହା କଇଁଛ ପରି…
ସମୀକ୍ଷା ବ୍ୟୁରୋ ଆଜି ରାଜ୍ୟ ସରକାର ଆଇପିଏସ ସ୍ତରରେ ବଡ ଧରଣର ଅଦଳ ବଦଳ ହୋଇଛି। ସରକାର ଏକାଥରେ 39 ଜଣ ଅଧିକାରୀଙ୍କୁ ବଦଳି କରିଛନ୍ତି। ଭୁବନେଶ୍ବର କଟକ ପୋଲିସ କମିଶନର ଭାବେ ନିଯୁକ୍ତ ଦେଇଛନ୍ତି ବରିଷ୍ଠ ପୋଲିସ ଅଧିକାରୀ ସୁଧାଶୁଂ ଷଡଙ୍ଗୀ। ବର୍ତ୍ତମାନ ପୋଲିସ କମିଶନର ଥିବା ସତ୍ୟଜିତ ମହାନ୍ତିଙ୍କୁ ପୋଲିସ ପ୍ରିଜନସ ର ଅତିରିକ୍ତ ଡିଜି ଭାବେ ବଦଳି କରାଯାଇଛି। ସଂଜୀବ ପଣ୍ଡାଙ୍କୁ ପରିବହନ କମିଶନର, ଆର.ପି କୋଚେ ଆଇନ ଶୃଙ୍ଖଳା ର ଅତିରିକ୍ତ ଡିଜି, ରାଜେଶ କୁମାରଙ୍କୁ କ୍ରାଇମ ରେକର୍ଡ ବ୍ୟୁରୋ ନିର୍ଦ୍ଦେଶକ ଏବଂ ଆଶିଷ ସିଂଙ୍କୁ କେନ୍ଦ୍ରାଞ୍ଚଳ ଡିଆଇଜି ଭାବେ ନିଯୁକ୍ତ ଦିଆଯାଇଛି। ଦୀପ୍ତେଶ ପଟ୍ଟନାୟକ ପୂର୍ବାଞ୍ଚଳ ଆଇଜି, ସତ୍ୟବ୍ରତ ଭୋଇ ଦକ୍ଷିଣାଞ୍ଚଳ ଡିଆଇଜି, ହିଂମାଶୁ ଲାଲ ଉତ୍ତରାଞ୍ଚଳ ଡିଆଇଜି, ଅମିତେନ୍ଦ୍ର ସିହ୍ନା ସିଆଇଡିର ଡିଆଇଜି ଭାବେ ନିଯୁକ୍ତ କରାଯାଇଛି। ଏହି ଅଦଳ ବଦଳରେ 12 ଟି ଜିଲ୍ଲାର ଏସପି ମଧ୍ୟ ବଦଳି ହୋଇଛନ୍ତି। ମୟୁରଭଂଜ,କୋରାପୁଟ,…
ସମୀକ୍ଷା ବ୍ୟୁରୋ ଭୁବନେଶ୍ୱର: ଏକ ଉଲ୍ଲେଖନୀୟ ସଫଳତା ପୂର୍ବକ ଦେଶର ଦ୍ରୁତ ଅଭିବୃଦ୍ଧିଶୀଳ ଓ ଏବେ ଦେଶର ସର୍ବବୃହତ ମୋବାଇଲ ସେବା ପ୍ରଦାନକାରୀ ହୋଇଥିବା ରିଲାଏନ୍ସ ଜିଓର ଓଡ଼ିଶା ଟେଲିକମ ସର୍କଲରେ ଗ୍ରାହକ ସଂଖ୍ୟା ୧୦ ନିୟୁତରୁ (୧ କୋଟି) ଅଧିକ ହୋଇଥିବା ଭାରତୀୟ ଦୂରସଂ•ର ନିୟାମକ କର୍ତୃପକ୍ଷ (ଟ୍ରାଇ) ଆଜି ୨୦୧୯ ଜୁନ ମାସ ପାଇଁ ଜାରି କରିଥିବା ଦୂରସଂ•ର ଗ୍ରାହକ ତଥ୍ୟ ରିପୋର୍ଟରୁ ଜଣାପଡ଼ିଛି । ଏହି ସଫଳତାକୁ କଂପାନି ଦ୍ରୁତ ଗତିରେ ହାସଲ କରିଛି । ନିଜର ବାଣିଜ୍ୟିକ କାରବାର ଆରମ୍ଭ କରିବାର ତିନି ବର୍ଷରୁ କମ ସମୟ ଭିତରେ ଏହାର ଗ୍ରାହକ ସଂଖ୍ୟା ୧ କୋଟିରୁ ଅଧିକ ହୋଇଛି । ଗ୍ରାହକ ସଂଖ୍ୟା ତଥ୍ୟରୁ ଜଣାପଡ଼ିଛି ଯେ, ରିଲାଏନ୍ସ ଜିଓ ଓଡ଼ିଶାରେ ସବୁଠୁ ପସନ୍ଦର ମୋବାଇଲ ସେବା ପ୍ରଦାନକାରୀ ଭାବେ ଏହାର ଉଲ୍ଲେଖନୀୟ ଯାତ୍ରା ଜାରି ରଖିଥିବା ବେଳେ ୨୦୧୯ ଜୁନରେ ରାଜ୍ୟରେ ୩.୬୧ ଲକ୍ଷରୁ…
କନ୍ଧମାଳ ଘାଟିରେ ଯାଉଥିବା ଏକ ଯାତ୍ରୀବାହୀ ବସ ପୋଲ ତଳକୁ ଖସି ପଡ଼ିଛି । ଏହି ଅଘଟଣରେ ୩୦ଜଣ ଗୁରୁତର ହୋଇପଡ଼ିଛନ୍ତି । କନ୍ଧମାଳ ଜିଲ୍ଲା କୋଟଗଡ଼ ବ୍ଲକ ଆଡାରି ନିକଟ ଡଡୁମା ଘାଟି ଉପରେ ଏକ ଘରୋଇ ଯାତ୍ରୀବାହୀ ବସ ଯାଉଥିବା ବେଳେ ଦୁର୍ଘଟଣାଗ୍ରସ୍ତ ହୋଇଛି । ବସଟି ଭାରସାମ୍ୟ ହରାଇ ପୋଲରୁ ତଳକୁ ଖସିପଡ଼ିଛି । ଫଳରେ ବସରେ ଥିବା ୩୦ଜଣ ଯାତ୍ରୀ ଗୁରୁତର ହୋଇଛନ୍ତି । ସମସ୍ତ ଗୁରୁତରଙ୍କୁ ଉଦ୍ଧାର କରାଯାଇ କୋଟଗଡ଼ ମେଡ଼ିକାଲରେ ଭର୍ତ୍ତି କରାଯାଉଛି । ସେମାନଙ୍କ ମଧ୍ୟରୁ କିଛି ଗୁରୁତରଙ୍କ ଅବସ୍ଥା ସଂକଟାପର୍ଣ୍ଣ ରହିଛି ।
ରାଜ୍ୟରେ ୨ଲକ୍ଷ କୋଟି ଟଙ୍କାର ପୁଞ୍ଜି ନିବେଶକୁ ଆଜି ମଞ୍ଜୁରି ମିଳିଛି । ରାଜ୍ୟ ହାଇଲେବଲ କ୍ଲିଅରାନ୍ସ ଅଥରିଟି ବୈଠକରେ ପୁଞ୍ଚି ନିବେଶକୁ ମଞ୍ଜୁରି ମିଳିଛି । ବିଭିନ୍ନ କ୍ଷେତ୍ରରେ ନିବେଶ ପରେ ରାଜ୍ୟରେ ୨୭୦୦୦ରୁ ଅଧିକ ଲୋକଙ୍କୁ ନିଯୁକ୍ତିର ଅବସର ମିଳିବ । ଆଜି ଭୁବନେଶ୍ୱର ଖାରବେଳ ଭବନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ରାଜ୍ୟ ହାଇଲେଭେଲ କ୍ଲିଅରାନ୍ସ ଅଥରିଟି ବୈଠକ ବସିଛି । ଏହି ବୈଠକରେ ରାଜ୍ୟରେ ୨ଲକ୍ଷ କୋଟି ଟଙ୍କାର ପୁଞ୍ଜି ନିବେଶକୁ ମଞ୍ଜୁରି ପ୍ରଦାନ କରାଯାଇଛି । ଏଥିରେ ୫ଟି ପେଟ୍ରୋକେମିକାଲ୍ସ ପ୍ରକଳ୍ପ ପାଇଁ ମଞ୍ଜୁରୀ ମିଳିଛି । ହଳଦିଆ ପେଟ୍ରୋକେମିକାଲ୍ସ ସୁବର୍ଣ୍ଣରେଖା ବନ୍ଦର ନିକଟରେ ପ୍ରକଳ୍ପ କରିବ । ହାଇଡ୍ରୋ କାର୍ବନ ପ୍ରସେସିଂ କମ୍ପଲେକ୍ସରେ ୭୪ହଜାର କୋଟି ଟଙ୍କା ନିବେଶ କରାଯିବ । ହଳଦିଆ କେମିକାଲ୍ସ ପ୍ରକଳ୍ପ ଦ୍ୱାରା ରାଜ୍ୟରେ ୧୦ହଜାର ନିଯୁକ୍ତି ସୁଯୋଗ ରହିଛି । ଏହି ମିଟିଂରେ ତୈଳ ବିଶୋଧନାଗାର ସଂପ୍ରସାରଣକୁ…
ଭୁବନେଶ୍ୱରରୁ ଜୁନାଗଡ ଏବଂ ଭୁବନେଶ୍ୱରରୁ ଜଗଦଲପୁରକୁ ଏଣିକି ୨ଟି ପୃଥକ ପୃଥକ ଟ୍ରେନ୍ ଚଳାଚଳ କରିବ । ଏନେଇ ସୂଚନା ଦେଇଛନ୍ତି କେନ୍ଦ୍ର ରେଳମନ୍ତ୍ରୀ ପିୟୁଷ ଗୋଏଲ । ପୂର୍ବରୁ ଗୋଟିଏ ଟ୍ରେନ ଭୁବନେଶ୍ୱରରୁ ରାୟଗଡ଼ା ଯିବା ପରେ ସେଠାରୁ ଭାଗ ହୋଇ ଜଗଦଲପୁର ଏବଂ ଜୁନାଗଡ଼ ଯାଉଥିଲା । ଯାହା ସମସ୍ୟା ସୃଷ୍ଟି କରୁଥିଲା । ଭୁବନେଶ୍ୱର-ଜଗଦଲପୁର ହୀରାଖଣ୍ଡ ଏକ୍ସପ୍ରେସ୍ ଭୁବନେଶ୍ୱର ଜଗଦଲପୁର ମଧ୍ୟରେ ପୃଥକ ପୃଥକ ଭାବେ ଚଳାଚଳ କରିବା ନେଇ ବିଭାଗ ପକ୍ଷରୁ ନିଷ୍ପତି ନିଆଯାଇଛି । ଏହା ଦ୍ୱାରା ରେଳଯାତ୍ରୀମାନେ ବିଶେଷ ଲାଭ ପାଇପାରିବେ ବୋଲି ପିୟୁଷ ଗୋଏଲ ଆଶାବ୍ୟକ୍ତ କରିଛନ୍ତି । ଜୁଲାଇ ୧୮ ତାରିଖରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରେଳମନ୍ତ୍ରୀ ପିୟୂଷ ଗୋଏଲଙ୍କୁ ପତ୍ର ଲେଖି ଭୁବନେଶ୍ୱରରୁ ଜଗଦଲପୁର ଏବଂ ଭୁବନେଶ୍ୱରରୁ ଜୁନାଗଡକୁ ଦୁଇଟି ପୃଥକ ପୃଥକ ଟ୍ରେନ୍ ଚଳାଚଳ କରିବା ଲାଗି ଅନୁରୋଧ କରିବା ସହ ଏହି ଦୁଇଟି ଟ୍ରେନ୍ ଚଳାଚଳ…
ଯୋଗୀ ସରକାରଙ୍କ କ୍ୟାବିନେଟ୍ରୁ ଇସ୍ତଫା ପ୍ରଦାନ କରିଛନ୍ତି ଉତ୍ତରପ୍ରଦେଶ ବିଜେପି ମୁଖ୍ୟ ସ୍ବତନ୍ତ୍ର ଦେବ ସିଂ । ସୋମବାର ମିଳିଥିବା ସୂଚନା ଅନୁଯାୟୀ ସ୍ବତନ୍ତ୍ର ଦେବ ନିଜର ଇସ୍ତଫା ମୁଖ୍ୟମନ୍ତ୍ରୀଙ୍କୁ ପ୍ରଦାନ କରିଛନ୍ତି । ବିଜେପିର ନିୟମ ‘ଜଣେ ବ୍ୟକ୍ତି, ଗୋଟିଏ ପଦ’ ପାଇଁ କ୍ୟାବିନେଟ୍ ପଦବୀ ଛାଡିଛନ୍ତି ସ୍ବତନ୍ତ୍ର ଦେବ । ସ୍ବତନ୍ତ୍ର ଦେବଙ୍କ ଇସ୍ତଫା ପରେ ଯୋଗୀଙ୍କ କ୍ୟାବିନେଟ୍ ମନ୍ତ୍ରୀଙ୍କ ସଂଖ୍ୟା 42କୁ ହ୍ରାସ ପାଇଛି । ଦୁଇ ଥର ବିଧାୟକ ସ୍ବତନ୍ତ୍ର ଦେବ ଚଳିତ ସରକାରରେ ପରିବହନ ବିଭାଗ ଦାୟିତ୍ବରେ ରହିଥିଲେ । ଇସ୍ତଫା ପରେ ବର୍ତ୍ତମାନ ଉତ୍ତର ପ୍ରଦେଶର ବିଜେପି ମୁଖ୍ୟ ଭାବରେ ନିଜର ଦାୟିତ୍ବ ନିର୍ବାହ କରିବେ ସ୍ବତନ୍ତ୍ର ଦେବ ।
ବିଜୁଳି ଚୋରି ରୋକିବାକୁ ଲାଗିବ ପ୍ରିପେଡ୍ ଓ ସ୍ମାର୍ଟ ମିଟର। ସ୍ମାର୍ଟ ମିଟର ପ୍ରଥମେ ରାଉରକେଲାରେ ଆରମ୍ଭ କରାଯିବ। ମିଟରକୁ ଯେମିତି ଟ୍ୟାମ୍ପର ବା ସ୍ଲୋ କରି ନ ହେବ ସେଥିଲାଗି ବ୍ୟବସ୍ଥା ରହିବ। କେହି କିଛି ଭୁଲ କଲେ ଏହା ଆପେ ଆପେ ଜଣାପଡ଼ିଯିବ। ଏହି ପ୍ରିପେଡ୍ ମିଟର ପ୍ରଥମେ ସମ୍ବଲପୁରରେ ପାଇଲଟ ପ୍ରକଳ୍ପ ଭାବେ ଲାଗୁ ହେବ। ବିଦ୍ୟୁତ କ୍ଷେତ୍ରରେ ସଂସ୍କାର ଆଣିବାକୁ ଏଣିକି ଲାଗିବ ସ୍ମାର୍ଟ ମିଟର, ବିଦ୍ୟୁତ୍ ଚୋରି ଓ ଟାମ୍ପରିଂ ରୋକିବାକୁ ଶକ୍ତି ବିଭାଗ ତରଫରୁ ଏହି ପଦକ୍ଷେପ ନିଆଯାଇଛି । ସମ୍ବଲପୁର ଓ ରାଉରକେଲାରେ ପରୀକ୍ଷାମୂଳକ ଭାବେ ଆରମ୍ଭ ହେବ । ସମ୍ବଲପୁରରେ ପ୍ରଥମେ ୪୫୦୦ ପ୍ରିପେଡ୍ ମିଟର ଲଗାଯିବ। ମିଟରରେ ଡିଜିଟାଲ କାର୍ଡ ରହିବ। ଉପଭୋକ୍ତା ଏହାକୁ ରିଚାର୍ଜ କରିବେ। ଆଗୁଆ ପଇସା ପକାଇ ରିଚାର୍ଜ କରି ବିଦ୍ୟୁତ୍ ବ୍ୟବହାର କରିବେ ଗ୍ରାହକ। ଏମିତିକି ବିଲ୍ ପେମେଣ୍ଟ ନ କଲେ ବିଦ୍ୟୁତ ବିଚ୍ଛିନ୍ନ କରି…
ଜାତୀୟ ସୁରକ୍ଷା ପରାମର୍ଶ ଦାତା ଅଜିତ୍ ଡୋଭାଲ୍ ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଭେଟିଛନ୍ତି । ଜମ୍ମୁ କାଶ୍ମୀରରୁ ଧାରା 370 ଉଚ୍ଛେଦ ପରେ ପ୍ରଥମ ଥର ପାଇଁ ଶାହା ଏବଂ ଡୋଭାଲ୍ଙ୍କ ମଧ୍ୟରେ ଏହି ବୈଠକ ଅନୁଷ୍ଠିତ ହୋଇଛି । ଏହି ବୈଠକ ଅମିତ ଶାହାଙ୍କ ବାସଭବନରେ ଅନୁଷ୍ଠିତ ହୋଇଥିଲା । ଏହି ଦୁଇ ଜଣଙ୍କ ବ୍ୟତୀତ କେନ୍ଦ୍ର ଗୃହ ସଚିବ ରାଜୀବ ଗୌବା ମଧ୍ୟ ଏହି ବୈଠକରେ ଉପସ୍ଥିତ ଥିଲେ । ଜମ୍ମୁ କାଶ୍ମୀରରେ ଦୀର୍ଘ 10 ଦିନ ଅବସ୍ଥାନ କରି ପ୍ରତ୍ୟାବର୍ତ୍ତନ କରିବା ପରେ ଡୋଭାଲ ଗୃହମନ୍ତ୍ରୀଙ୍କୁ ଭେଟି ସୂଚନା ପ୍ରଦାନ କରିଛନ୍ତି । ଉଲ୍ଲେଖଯୋଗ୍ୟ ଯେ, ଅଗଷ୍ଟ 5 ତାରିଖରୁ ଧାରା 370 ଉଚ୍ଛେଦ ପରଠାରୁ ଜମ୍ମୁ ଏବଂ କାଶ୍ମୀରର ବିଭିନ୍ନ ଅଞ୍ଚଳରୁ ଧୀରେ ଧୀରେ କର୍ଫ୍ୟୁ ହଟାଯାଉଛି ।
ମାର୍ଭେଲ୍ ସିନେମାଟିକ୍ ୟୁନିଭର୍ସ (ଏମ୍ସିୟୁ)ର ଫିଲ୍ମ ବ୍ଲାକ୍ ପାନ୍ଥରର ଦ୍ବିତୀୟ ଭାଗରେ ନଜର ଆସିବାକୁ ଯାଉଛନ୍ତି ମାର୍ଟିନ୍ ଫ୍ରିମ୍ୟାନ୍ । ଏହି ଫିଲ୍ମରେ ଫ୍ରିମ୍ୟାନ୍ ଜଣେ ସିଆଇଏ ଏଜେଣ୍ଟ ଏଭର୍ଟ ରସ୍ ଭୂମିକାରେ ନଜର ଆସିବେ । ଓ୍ବେବ୍ ସିରିଜ୍ ସେର୍ଲକ୍ ହୋମ୍ସରେ ଡ. ଜନ୍ ଓ୍ବାଟ୍ସନ୍ ଭୂମିକାରେ ନଜର ଆସିଥିବା ଫ୍ରିମ୍ୟାନ୍ଙ୍କର ଏହା ପ୍ରଥମ ବଡ ଭୂମିକା ଅଟେ । ପୂର୍ବ ଭାଗ ପରି ଚାଦ୍ଓ୍ବିକ୍ ବୋସ୍ମ୍ୟାନ୍ ମୁଖ୍ୟ ଚରିତ୍ରରେ ନଜର ଆସିବେ । ଏହି ଦୁଇ ଜଣଙ୍କ ବ୍ୟତୀତ ସ୍କାର୍ଲେଟ୍ ଜୋହାନ୍ ସନ୍ ଏବଂ ରାୟାନ୍ କୁଗ୍ଲର ଅନ୍ୟାନ୍ୟ ଭୂମିକାରେ ନଜର ଆସିବେ । ଏହି ଫିଲ୍ମଟି 2020ରେ ରିଲିଜ୍ ହେବ ।
ଜମ୍ମୁ ଓ କାଶ୍ମୀରରେ ତାଓ୍ବି ନଦୀରେ ଫସି ରହିଥିବା ଦୁଇ ଜଣ ବ୍ୟକ୍ତିଙ୍କୁ ସୁରକ୍ଷିତ ଭାବରେ ଉଦ୍ଧାର କରିଛନ୍ତି ଯବାନ । ଜାମ୍ମୁ ଓ କାଶ୍ମୀର ତାଓ୍ବି ନଦୀରେ ୪ ଜଣ ମତ୍ସ୍ୟଜୀବୀ ଫସିଯାଇଥିଲେ । ସେମାନଙ୍କ ମଧ୍ୟରୁ ପ୍ରଥମେ ଦୁଇ ଜଣଙ୍କୁ ହେଲିପ୍ଟରରେ ସିଡ଼ି ସାହାଯ୍ୟରେ ଉଦ୍ଧାର କରିବାକୁ ଉଦ୍ୟମ କରାଯାଇଥିଲା । କିନ୍ତୁ ସିଡି ଭାଙ୍ଗି ଯିବାରୁ ଦୁଇ ଜଣ ନଦୀରେ ପଡ଼ି ଭାସିଯାଇଥିଲେ । ଏହା ପରେ ନଦୀ ନିକଟରେ ନିର୍ମାଣଧୀନ କଂକ୍ରିଟ୍ ପୋଲ୍ ଉପରେ ୨ ଜଣ ଭାଗ୍ୟବଶତଃ ପହଁରି ପହଁଚି ଚଢ଼ି ଯାଇଥିଲେ । ସେମାନଙ୍କୁ ଉଦ୍ଧାର କରିବାକୁ ବାୟୁସେନା ଅପରେସନ୍ ଆରମ୍ଭ କରିଥିଲା । ୪୦ ମିନିଟ୍ ଧରି ଚାଲିଥିବା ଏହି ରେସ୍କ୍ୟୁ ଅପରେସନ୍ରେ ବାୟୁସେନାର ଯବାନ୍ମାନେ ସୁରକ୍ଷିତ ଅବସ୍ଥାରେ ଦୁଇଜଣଙ୍କୁ ବଞ୍ଚାଇଛନ୍ତି । ବାୟୁସେନା ହେଲିକପ୍ଟର ସାହାଯ୍ୟରେ ଏହି ଦୁଇଜଣଙ୍କୁ ଉଦ୍ଧାର କରାଯାଇଛି ।
ଅକ୍ଷୟ କୁମାରଙ୍କ ସୁପରହିଟ ଫିଲ୍ମ ‘ଭୁଲ ଭୁଲେୟା’ର ୧୨ ବର୍ଷ ପରେ ଏହାର ସିକ୍ବେଲ୍ ନିର୍ମାଣ ହେବାକୁ ଯାଉଛି। ଫିଲ୍ମର ପ୍ରଥମ ପୋଷ୍ଟର ରିଲିଜ୍ ହୋଇଯାଇଛି। ଅଭିନେତା କାର୍ତ୍ତିକ ଆର୍ୟନ ମୁଖ୍ୟ ଭୂମିକାରେ ନଜର ଆସିଛନ୍ତି। ଭୂଷଣ କୁମାରଙ୍କ ପ୍ରଯୋଜନାରେ ନିର୍ମିତ ଏହି ଫିଲ୍ମଟି ସାରା ଅଲୀ ଖାନ ନଜର ଆସିପାରନ୍ତି। ୨୦୨୦ ଜୁଲାଇ ୩୧ରେ ଫିଲ୍ମଟି ପରଦାକୁ ଆସିବ ବୋଲି ଜଣାପଡିଛି। ‘ଭୁଲ୍ ଭୁଲୈୟା’ରେ ଅକ୍ଷୟଙ୍କ ସହିତ ବିଦ୍ୟା ବଲାନ୍, ଅମିଷା ପଟେଲ୍, ସାଇନି ଆହୁଜା, ପରେଶ ରାଓ୍ବଲ୍, ମନୋଜ ଯୋଶୀ, ରାଜପାଲ୍ ଯାଦବ ପ୍ରମୁଖ ଅଭିନୟ କରିଥିଲେ । ପ୍ରିୟଦର୍ଶନଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମଟି ୨୦୦୭ରେ ପରଦାକୁ ଆସିଥିଲା । ତେବେ ଏହି ଫିଲ୍ମର ଦ୍ବିତୀୟ ଭାଗରେ ମଧ୍ୟ ଅକ୍ଷୟ କୁମାର ଅଭିନୟ କରିବେ ବୋଲି ଶୁଣିବାକୁ ମିଳିଥିଲା । କାର୍ତ୍ତିକ ଆର୍ଯ୍ୟନ୍ ଅଭିନେତ୍ରୀ ସାରା ଅଲ୍ଲୀ ଖାନ୍ଙ୍କ ସହିତ ‘ଲଭ ଆଜ କଲ୍୨’ ଶୁଟିଂରେ ବ୍ୟସ୍ତ ଅଛନ୍ତି…
ରାଜ୍ୟ ନିର୍ବାଚନ କମିଶନର ଭାବେ ଆଦିତ୍ୟ ପ୍ରସାଦ ପାଢୀ ଆଜି ଦାୟିତ୍ୱ ଗ୍ରହଣ କରିଛନ୍ତି । ଦାୟିତ୍ୱ ଗ୍ରହଣ କରିବା ପରେ ରାଜ୍ୟ ନିର୍ବାଚନ କମିଶନର ଆଦିତ୍ୟ ପ୍ରସାଦ ପାଢୀ ପୈାର ଓ ପଞ୍ଚାୟତ ନିର୍ବାଚନକୁ ସୁଚାରୁରୂପେ ତୁଲାଇବେ ବୋଲି ପ୍ରତିକ୍ରିୟା ଦେଇଛନ୍ତି । ଆଗାମୀ ନିର୍ବାଚନ ପାଇଁ ସମସ୍ତ ପ୍ରସ୍ତୁତି ସରିଛି । ଆଇନଗତ ଅସୁବିଧା ଯୋଗୁଁ ନିର୍ବାଚନ ହୋଇନାହିଁ । କିନ୍ତୁ ଏହି ସବୁ ଅସୁବିଧା ଦୂର ପରେ ନିର୍ବାଚନ ଅନୁଷ୍ଠିତ ହେବ ବୋଲି ଆଦିତ୍ୟ ପାଢୀଙ୍କୁ ରାଜ୍ୟ ନିର୍ବାଚନ କମିଶନର ଦାୟତ୍ୱ ହସ୍ତାନ୍ତର କରିବା ପରେ ବିଦାୟୀ ନିର୍ବାଚନ କମିଶନର ସୂଚନା ଦେଇଛନ୍ତି । ଆଦିତ୍ୟ ପ୍ରସାଦ ପାଢୀ ପୂର୍ବରୁ ମୁଖ୍ୟ ଶାସନ ସଚିବ ପଦରେ ଥିଲେ । ସେ ତାଙ୍କ ପଦବୀରୁ ସ୍ବେଚ୍ଛାକୃତ ଅବସର ନେଇଛନ୍ତି । ଏବେ ତାଙ୍କ ସ୍ଥାନରେ ମୁଖ୍ୟ ଶାସନ ସଚିବ ଭାବେ ଅସିତ୍ ତ୍ରିପାଠୀ ଦାୟିତ୍ବ ଗ୍ରହଣ କରିଛନ୍ତି ।

