Author: Samikhsya Bureau

କେଦାର ମିଶ୍ର ଆଉ ସେ ଆଗପରି, ନିଜ ସାହେବଙ୍କ ଆଜ୍ଞାଧୀନ ସେନାପତି ନୁହନ୍ତି, ସେ ନିଜେ ସାହେବ- ଦିଲ୍ଲୀ ରାଜନୀତି ସହ ପରିଚିତ ଜଣେ ବିଶିଷ୍ଟ ସାମ୍ବାଦିକ ଏ କଥା କହିଛନ୍ତି। ତାଙ୍କର ସିଧା ସଳଖ ଈଷାରା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଗୃହ ମନ୍ତ୍ରୀ ଅମିତ ଶାହାଙ୍କ ଆଡକୁ। ୨୦୧୪ ରୁ ୨୦୧୯ ପର୍ୟନ୍ତ ଅମିତ ଶାହା ଥିଲେ ବିଜେପି ଭିତରେ ନରେନ୍ଦ୍ର ମୋଦୀଙ୍କର ସବୁଠୁ ବିଶ୍ଵସ୍ତ ସେନାପତି। ଅନେକ ଜଣାଶୁଣା ସାମ୍ବାଦିକଙ୍କ ଭାଷାରେ ଶାହା ନିଜକୁ “ସାହେବଙ୍କର ସବୁଠୁ ବିଶ୍ଵସ୍ତ” ବୋଲି ପ୍ରମାଣିତ କରି ଆସିଛନ୍ତି। ବିଜେପି ସଭାପତି ଦାୟିତ୍ଵ ନେବାପରେ ଶାହାଙ୍କ ପ୍ରଭାବ ଓ ପତିଆରା ଅନେକ ସମୟରେ ନରେନ୍ଦ୍ର ମୋଦୀଙ୍କ ଠୁଁ ମଧ୍ୟ ଅଧିକ ହେବା ଆରମ୍ଭ କଲା। ୨୦୧୪ ରୁ ୨୦୧୯ ପ୍ରଥମ ପାଳିର ସରକାରରେ ଯଦିଓ ଶାସନକଳର ରିମୋଟ ଶାହାଙ୍କ ହାତରେ ଥିଲା, ପ୍ରତ୍ୟକ୍ଷ ଭାବରେ ଏହାର ନିୟନ୍ତ୍ରଣ ଅନ୍ୟମାନେ କରୁଥିଲେ। ବିଜେପିର…

Read More

ଆଜି ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ଏକାଦଶ ଶ୍ରାଦ୍ଧ ବାର୍ଷିକୀ । ଲକ୍ଷ୍ମଣାନନ୍ଦଙ୍କ କନ୍ଧମାଳ ଚକାପାଦସ୍ଥିତ ଗୁରୁକୁଳ ସଂସ୍କୃତ ବିଦ୍ୟାଳୟ ଏବଂ ଜଳେଶପଟା କନ୍ୟାଶ୍ରମରେ ଶ୍ରାଦ୍ଧବାର୍ଷିକୀ ପାଳନ କରାଯାଉଛି । ଏହା ସହିତ ଜନ୍ମାଷ୍ଟମୀ ହୋଇଥିବାରୁ ମଧ୍ୟ ପୂଜାର୍ଚ୍ଚନା କରାଯାଉଛି । ଏଥିପାଇଁ କନ୍ଧମାଳ ଜିଲ୍ଲାରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । ଚକାପାଦ ଓ ଜଳେଶପଟାରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । ସେହିପରି ବିଶ୍ୱ ହିନ୍ଦୁ ପରିଷଦ ପକ୍ଷରୁ ସ୍ୱାମୀ ଲକ୍ଷ୍ମଣାନନ୍ଦଙ୍କ ଶ୍ରାଦ୍ଧ ବାର୍ଷିକୀ ପାଳନ କରାଯାଉଛି । ଫୁଲବାଣୀ ସହରର ଗାନ୍ଧୀ ସ୍ମୃତି ଭବନରେ ସ୍ୱାମୀଜୀଙ୍କ ଉଦ୍ଦେଶ୍ୟରେ ଏକ ଜିଲ୍ଲାସ୍ତରୀୟ ଶ୍ରଦ୍ଧାଞ୍ଜଳି ସଭା ଆୟୋଜନ କରାଯାଇଛି । ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ଫୁଲବାଣୀ ସହରରେ ଅଧିକ 1 ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି । କୌଣସି ଅଘଟଣକୁ ଏଡ଼ାଇବାକୁ ବିଭିନ୍ନ ସ୍ଥାନରେ ଗାଡ଼ି ମଟରକୁ ତନ୍ନ ତନ୍ନ କରି ଯାଞ୍ଚ କରାଯାଉଛି…

Read More

ପୂର୍ବତନ ଅର୍ଥମନ୍ତ୍ରୀ ପି ଚିଦାମ୍ବରମଙ୍କୁ ଝଟ୍‌କା । ସିବିଆଇର ସ୍ବତନ୍ତ୍ର କୋର୍ଟ ଚିଦାମ୍ବରମ୍‌ଙ୍କୁ ପାଞ୍ଚ ଦିନିଆ ରିମାଣ୍ଡରେ ପଠାଇଛି । ଆସନ୍ତା 26 ତାରିଖ ପର୍ଯ୍ୟନ୍ତ ଚିଦାମ୍ବରମ୍‌ ସିବିଆଇ ରିମାଣ୍ଡରେ ରହିବେ । ଏହି ପାଞ୍ଚ ଦିନ ମଧ୍ୟରେ ନିଜ ଓକିଲ ଏବଂ ପରିବାର ବର୍ଗଙ୍କୁ 30 ମିନିଟ୍‌ ଭେଟିବା ନେଇ କୋର୍ଟ ଅନୁମତି ଦେଇଛନ୍ତି । ସିବିଆଇ ପକ୍ଷରୁ 5 ଦିନିଆ ରିମାଣ୍ଡ ଦାବି କରାଯାଇଥିବା ବେଳେ କପିଲ୍‌ ଶିବଲ୍‌ ଏହାକୁ ବିରୋଧ କରିଥିଲେ । ମାତ୍ର କୋର୍ଟ ଚିଦାମ୍ବରମ୍‌ଙ୍କ ଜାମିନ ଆବେଦନ ଖାରଜ କରି ଦେଇଥିଲେ ।

Read More

ଶିକ୍ଷାର ଉନ୍ନତି ଆଣିବା ଲାଗି ରାଜ୍ୟ ସରକାର ନୂତନ ପଦକ୍ଷେପ ଗ୍ରହଣ କରିଛନ୍ତି। ଏହା ଅନୁଯାୟୀ ଏଣିକି ଯୁକ୍ତ ୨ ଓ ଯୁକ୍ତ ୩କୁ ଅଲଗା କରାଯିବ। ଗୁରୁବାର ଗଣଶିକ୍ଷା ଓ ଉଚ୍ଚଶିକ୍ଷା ବିଭାଗର ମିଳିତ ବୈଠକରେ ଏଭଳି ନିଷ୍ପତ୍ତି ନିଆଯାଇଛି। ଯୁକ୍ତ ୨ କଲେଜ ପାଇଁ ମଧ୍ୟ ନୂଆ ନିଯୁକ୍ତି କରାଯିବ। ନୂତନ ନିଯୁକ୍ତ ପ୍ରକ୍ରିୟା ଶେଷ ହେବା ପରେ ଏହି ନିୟମ ଲାଗୁ କରାଯିବ ବୋଲି ଉଚ୍ଚ ଶିକ୍ଷା ମନ୍ତ୍ରୀ ଅରୁଣ ସାହୁ କହିଛନ୍ତି । ଗୁରୁବାର ଲୋକସେବା ଭବନରେ ଶିକ୍ଷା ବିଭାଗର ମିଳିତ ବୈଠକରେ ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ଗୋଟିଏ କଲେଜରେ ଏକାଠି ଥିବା ଯୁକ୍ତ ୨ ଓ ଯୁକ୍ତ ୩କୁ ଅଲଗା କରାଯିବ। ଶିକ୍ଷକ ଓ ଅଣଶିକ୍ଷକ କର୍ମଚାରୀ ଯୁକ୍ତ ୩ କଲେଜରେ ରହିବେ। ସେହିଭଳି ଯୁକ୍ତ ୨ କଲେଜ ପାଇଁ ନୂତନ ନିଯୁକ୍ତି ହେବ। ଶିକ୍ଷା ବିଭାଗର ବସିଥିବା ଏହି ଗୁରୁତ୍ୱପୂର୍ଣ୍ଣ…

Read More

ଗୁରୁବାର ଦିନ ଇସ୍ରୋ ଅଧ୍ୟକ୍ଷ କେ.ଶିବନଙ୍କୁ ମୁଖ୍ୟମନ୍ତ୍ରୀ ପଲାନୀସ୍ୱାମୀଙ୍କ ଦ୍ୱାରା ତାମିଲନାଡୁ ସରକାରଙ୍କ ପକ୍ଷରୁ ଦିଆଯାଉଥିବା ଏପିଜେ ଅବଦୁଲ କଲାମ ସାମ୍ମାନରେ ସମ୍ମାନିତ କରାଯାଇଛି । ଡାକ୍ତର ଶିବନଙ୍କୁ ଏହି ପୁରସ୍କାର ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ତାଙ୍କର ଅତୁଳନୀୟ ଅବଦାନ ପାଇଁ ଦିଆଯାଇଛି ।  ଭାରତୀୟ ମହାକାଶ ଗବେଷଣା କେନ୍ଦ୍ରର ଅଧ୍ୟକ୍ଷ କେ ଶିବନଙ୍କୁ ଅଗଷ୍ଟ ୧୫ ତାରିଖ ସ୍ୱାଧିନତା ଦିବସ ସମାରୋହ ଅବସରରେ ସମ୍ମାନିତ କରିବାର କାର୍ଯ୍ୟକ୍ରମ ଥିଲା କିନ୍ତୁ ଏହା କୌଣସି କାରଣବଶତଃ ହୋଇପାରିନଥିଲା । ଆଜି ମୁଖ୍ୟମନ୍ତ୍ରୀ ପଲାନିସ୍ବାମୀ ସଚିବାଳୟରେ ଡ. ଶିବନଙ୍କୁ ପୁରସ୍କାର ସ୍ବରୂପ ଏକ ସ୍ବର୍ଣ୍ଣ ପଦକ, ୫ଲକ୍ଷ ଟଙ୍କା ଓ ମାନପତ୍ର ପ୍ରଦାନ କରିଛନ୍ତି। ବିଜ୍ଞାନର ଉନ୍ନତି ତଥା ମାନବିକତାର ବିକାଶ ଓ ଛାତ୍ର କଲ୍ୟାଣକୁ ପ୍ରୋତ୍ସାହିତ କରିବା ଦିଗରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ଏହି ପୁରସ୍କାର ଦିଆଯାଇଥାଏ । ୨୦୧୫ ମସିହାରେ ତାମିଲନାଡୁର ଦିବଙ୍ଗତ ମୁଖ୍ୟମନ୍ତ୍ରୀ ଜୟଲଳିତା ଭାରତର ପୂର୍ବତନ…

Read More

ନୂତନ କେନ୍ଦ୍ର ଗୃହ ସଚିବ ଭାବରେ ଅଜୟ ଭଲ୍ଲାଙ୍କ ନାମ ଘୋଷଣା କରାଯାଇଛି । ଗତକାଲି ପୂର୍ବତନ କେନ୍ଦ୍ର ଗୃହ ସଚିବ ରାଜୀବ ଗୌବାଙ୍କୁ କ୍ୟାବିନେଟ୍‌ ସଚିବ ପାହ୍ୟାକୁ ମନୋନୀତ କରାଯାଇଥିଲା । ଗୁରୁବାର କେନ୍ଦ୍ର ସରକାରଙ୍କ ପକ୍ଷରୁ ଗୌବାଙ୍କ ସ୍ଥାନରେ ଅଜୟ କୁମାର ଭଲ୍ଲାଙ୍କ ନାମ ଘୋଷଣା କରାଯାଇଛି । ଆସାମ-ମେଘାଳୟର 1984 କ୍ୟାଡରର ଆଇଏଏସ୍‌ ପୂର୍ବରୁ ଶକ୍ତି ବିଭାଗର ସଚିବ ଭାବରେ କାମ କରି ସାରିଛନ୍ତି । ଗୌବାଙ୍କ ଉତ୍ତରାଧିକାରୀ ଭାବରେ ଅଜୟ ଭଲ୍ଲା ଆସନ୍ତା ଅଗଷ୍ଟ 31 ତାରିଖରେ ନିଜ ଦାୟିତ୍ବରେ ଯୋଗ ଦେବେ ।

Read More

ପୂର୍ବତନ ଅର୍ଥମନ୍ତ୍ରୀ ପି ଚିଦାମ୍ବରମଙ୍କୁ କୋର୍ଟରେ ହାଜର କରାଇଛି କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) । କଡା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଚିଦାମ୍ବରମଙ୍କୁ ସ୍ବତନ୍ତ୍ର କୋର୍ଟରେ ହାଜର କରାଯାଇଥିବା ବେଳେ ଚିଦାମ୍ବରମ୍‌ଙ୍କ ଓକିଲ କପିଲ୍‌ ଶିବଲ୍‌ ଏବଂ ଅଭିଷେକ ମନୁ ସିଂଘଭୀ ମଧ୍ୟ କୋର୍ଟରେ ଉପସ୍ଥିତ ଥିଲେ । ସିବିଆଇ ପକ୍ଷରୁ 5 ଦିନିଆ ରିମାଣ୍ଡ ଦାବି କରାଯାଇଥିବା ବେଳେ କପିଲ୍‌ ଶିବଲ୍‌ ଏହାକୁ ବିରୋଧ କରିଛନ୍ତି । ଶିବଲ୍‌ କହିଛନ୍ତି ଦୀର୍ଘ 10 ବର୍ଷ ପରେ ମାମଲାର ଏଫ୍‌ଆଇଆର ଦାଖଲ କରାଯାଇଛି । ମୁଖ୍ୟ ଅଭିଯୁକ୍ତ କର୍ତ୍ତୀଙ୍କୁ ଜାମିନ ମିଳି ସାରିଥିବା ବେଳେ ଅନୁମତି ଦେଇଥିବା ଅଧିକାରୀଙ୍କ ବିପକ୍ଷରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ । ଏହାକୁ ନେଇ ଚିଦାମ୍ବରମ୍‌ଙ୍କ ରିମାଣ୍ଡ ଆବେଦନକୁ ବିରୋଧ କରିଥିଲେ କପିଲ ଶିବଲ ।

Read More

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ତ୍ରିରାଷ୍ଟ୍ର ଗସ୍ତ କରିଛନ୍ତି । ମୋଦି ଏହି ଗ୍ରସ୍ତରେ ଫ୍ରାନ୍ସ, ୟୁଏଇ ଓ ବାହାରାନି ଯାତ୍ରା କରିଛନ୍ତି । ଅଗଷ୍ଟ ୨୭ରେ ସେ ଫ୍ରାନ୍ସରେ ଜି ୭ ସମିତିରେ ଅଂଶଗ୍ରହଣ କରିବେ । ଏହି ଗସ୍ତ କାଳରେ ମୋଦି ଏହି ସବୁ ଦେଶର ଶୀର୍ଷ ନେତାଙ୍କ ସହିତ ଦ୍ବିପାକ୍ଷିକ, କ୍ଷତ୍ରୀୟ ତଥା ପରସ୍ପାରିକ ହିତ ପାଇଁ ବିଭିନ୍ନ ବିଷୟରେ ଆଲୋଚନା କରିବେ । ଏଥିପାଇଁ ମୋଦି ଆଜି ସନ୍ଧ୍ୟାରେ ଫ୍ରାନ୍ସର ରାଜଧାନୀ ପ୍ୟାରିସରେ ପହଞ୍ଚିବେ । ଆଜି ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ୍‌ଙ୍କ ସହିତ ବୈଠକ କାର୍ଯ୍ୟକ୍ରମ ରହିଛି । ଏଠାରେ ଭାରତୀୟ ସମୁଦାୟଙ୍କୁ ମୋଦି ସମ୍ବୋଧନ କରିବାର କାର୍ଯ୍ୟକ୍ରମ ମଧ୍ୟ ରହିଛି । ଏହା ତାଙ୍କର ଦ୍ୱିତୀୟ କାର୍ଯ୍ୟକାଳର ପ୍ରଥମ ୟୁରୋପ ଯାତ୍ରା । ଏହାଦ୍ୱାରା ଭାରତ-ଫ୍ରାନ୍ସ ମଧ୍ୟରେ ସମ୍ପର୍କ ସୁଦୃଢ ହେବ । ସେହିପରି ୟୁଏଇରେ ମୋଦିଙ  ୟୁଏଇର ସର୍ବୋଚ୍ଚ ନାଗରିକ ସମ୍ମାନ ’ଅର୍ଡର…

Read More

ଜଷ୍ଟିସ୍‌ ବି.ପି. ଦାସଙ୍କୁ ଓଡିଶା ମାନବାଧିକାର କମିଶନ (ଓଏଚ୍‌ଆର୍‌ସି)ର ମୁଖ୍ୟ ଭାବରେ ନିଯୁକ୍ତ କରାଯାଇଛି । ରାଜ୍ୟପାଳ ଦାସଙ୍କ ନିଯୁକ୍ତିକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି । ରାଜ୍ୟପାଳ ଗଣେଶୀ ଲାଲ ବିପି ଦାଶଙ୍କ ରାଜ୍ୟ ମାନବାଧିକାର ମୁଖ୍ୟ ଭାବରେ ଘୋଷଣା କରିଛନ୍ତି । ଏହା ସହିତ ଆଇନଜୀବୀ ଅସୀମ ଅଭିତାଭ ଓଏଚ୍‌ଆର୍‌ସିର ସଦସ୍ୟତା ଗ୍ରହଣ କରିଛନ୍ତି । ଉଭୟଙ୍କ ନିଯୁକ୍ତିକୁ ରାଜ୍ୟପାଳଙ୍କ ଅନୁମୋଦନ ମିଳିଛି । ମଙ୍ଗଳବାର ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଓଏଚ୍‌ଆର୍‌ସିର ଅଧ୍ୟକ୍ଷ ଓ ସଦସ୍ୟ ନିଯୁକ୍ତି ପାଇଁ ବୈଠକ ବସିଥିଲା । ଏଥିରେ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର, ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ, ଆଇନ ବିଭାଗର ବରିଷ୍ଠ ଅଧିକାରୀ ମାନେ ଯୋଗ ଦେଇଥିଲେ । ଏଥିରେ ରାଜ୍ୟ ସରକାର ୩ ଜଣଙ୍କ ନାଁକୁ ସୁପାରିଶ କରିଥିଲେ ।

Read More

ରାଜ୍ୟରେ ଏବେ କାଳିଆ ଯୋଜନାରେ ଯୋଗ୍ୟ ଓ ଅଯୋଗ୍ୟ ହିତାଧିକାରୀ ଚିହ୍ନଟ ପ୍ରକ୍ରିୟା ଚାଲିଛି । ସରକାରଙ୍କ ପାଖକୁ ଆସିଥିବା ୫୧ ଲକ୍ଷ ହିତାଧିକାରୀଙ୍କ ମଧ୍ୟରୁ ଏ ଯାବତ୍‌ ୭୨ ପ୍ରତିଶତ ଅର୍ଥାତ ୩୬ ଲକ୍ଷ ୮୮ ହଜାର ହିତାଧିକାରୀଙ୍କର ଯାଞ୍ଚ ସରିଛି । ଯେଉଁଥିରେ ୨ ଲକ୍ଷ ୬୬ ହଜାର ଯୋଗ୍ୟ ହିତାଧିକାରୀଙ୍କୁ ଚିହ୍ନଟ କରାଯାଇଛି ବୋଲି କୃଷି ମନ୍ତ୍ରୀ କହିଛନ୍ତି । ଆସନ୍ତା ୨୭ ତାରିଖ ସୁଦ୍ଧା ପଞ୍ଚାୟତ ସ୍ତରରେ ହେଉଥିବା ଯାଞ୍ଚ ସରିବ ଏବଂ ୩୧ ତାରିଖ ସୁଦ୍ଧା ବ୍ଲକ୍‌ ଓ ପଞ୍ଚାୟତ ସ୍ତରରେ ଅଯୋଗ୍ୟ ହିତାଧିକାରୀଙ୍କୁ ଚିହ୍ନଟ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଯେଉଁ ଯୋଗ୍ୟ ହିତାଧିକାରୀମାନେ ବଞ୍ଚିତ ରହିବେ ସେମାନଙ୍କୁ ସାମିଲ କରିବାକୁ ନୋଡାଲ ଅଫିସରଙ୍କୁ କୁହାଯାଇଛି ବୋଲି କୃଷି ମନ୍ତ୍ରୀ ଅରୁଣ ସାହୁ ଏ ସମ୍ପର୍କିତ ସମୀକ୍ଷା ବୈଠକ ପରେ ସୂଚନା ଦେଇଛନ୍ତି ।  ପୂର୍ବରୁ ଅଗଷ୍ଟ ୧୪ ତାରିଖ ପର୍ଯ୍ୟନ୍ତ ଧାର୍ଯ୍ୟ…

Read More

ବଲିଉଡ୍‌ର ବବ୍‌ଲି ଗର୍ଲ ପରିଣୀତି ଚୋପ୍ରା ଗାର୍ଲ ଇନ୍‌ ଦ ଟ୍ରେନ୍‌ର ପୋଷ୍ଟର ରିଲିଜ୍‌ କରିଛନ୍ତି । ନିଜର ଅଫିସିଆଲ୍‌ ଟ୍ବିଟ୍ଟର ପେଜ୍‌ରେ ପରିଣୀତି ଏହି ପୋଷ୍ଟର ସେୟାର କରିଛନ୍ତି । ଫିଲ୍ମରେ ପରିଣୀତି ଜଣେ ମଦ୍ୟପ ଏବଂ ସ୍ବାମୀ ପରିତ୍ୟକ୍ତା ଭୂମିକାରେ ନଜର ଆସିଛନ୍ତି । ଏହା ସହିତ ଫଟା ମୁଣ୍ଡ ଏବଂ ଚେହେରାରେ ମାଡର ଦାଗ ରହିଥିବା ଦେଖାଯାଉଛି । ଫିଲ୍ମରେ ନିଜର ଭୂମିକାକୁ ନେଇ ଉତ୍ସାହିତ ରହିଛନ୍ତି ପରୀ । 2015 ର ପଉଲା ହକିନ୍‌ସଙ୍କ ବେଷ୍ଟ ସେଲିଂ ଉପନ୍ୟାସ ଗାର୍ଲ ଇନ୍‌ ଦ ଟ୍ରେନ୍‌’ ତଥା ସମାକନ ନାମରେ ନିର୍ମିତ 2016 ର ହଲିଉଡ୍‌ ଫିଲ୍ମ ନିର୍ମିତ ହୋଇଛି । ରିଭୁ ଦାଶଗୁପ୍ତା ଫିଲ୍ମଟିର ନିର୍ଦ୍ଦେଶନା ଦେଉଛନ୍ତି ।

Read More

ମଧ୍ୟପ୍ରଦେଶର ସତ୍‌ନାରୁ ତିନି ଜଣଙ୍କୁ ଗିରଫ କରିଛି ମଧ୍ୟପ୍ରଦେଶ ଏଟିଏସ୍‌ । ମଧ୍ୟପ୍ରଦେଶ ପୋଲିସ୍‌ର ଆତଙ୍କୀ ନିରୋଧୀ ସ୍କ୍ବାଡ ପକ୍ଷରୁ ଗୁରୁବାର ଦିନ ଏହି ଗିରଫଦାରୀ କରାଯାଇଛି । ପୋଲିସ୍‌ ପକ୍ଷରୁ ପାଞ୍ଚ ଜଣଙ୍କ ନାମ ଚିହ୍ନଟ କରାଯାଇଥିବା ବେଳେ ତିନି ଜଣଙ୍କୁ ଗିରଫ କରାଯାଇଛି । ଗିରଫ ତିନି ଜଣଙ୍କ ନାମ ବଲରାମ ସିଂ, ସୁନୀଲ ସିଂ ଏବଂ ଶୁଭମାନ ତିଓ୍ବାରୀ ବୋଲି ପୋଲିସ୍‌ ପକ୍ଷରୁ ସ୍ପଷ୍ଟ କରାଯାଇଛି । ଏହି ତିନି ଜଣଙ୍କୁ ପଚରା ଉଚୁରା ପରେ ଅନ୍ୟ ଦୁଇ ଜଣଙ୍କୁ ଗିରଫ କରାଯାଇଛି । ଇନ୍ଦୋର ଏବଂ ଭୋପାଳରେ ଆତଙ୍କୀଙ୍କୁ ଅର୍ଥ ଯୋଗାଣ ଅଭିଯୋଗରେ ଏମାନଙ୍କୁ ଗିରଫ କରାଯାଇଥିବା ବେଳେ ସମସ୍ତଙ୍କ ନିକଟରୁ ପାକିସ୍ତାନୀ ସିମ୍‌ ଜବତ କରାଯାଇଛି । ଏହାସହିତ ସମସ୍ତଙ୍କ ହ୍ବାଟ୍‌ସଆପ୍‌ ଚାଟ୍‌ର ତଦନ୍ତ ଆହୁରି 15 ଜଣ ତଦନ୍ତ ପରିସରକୁ ଆସିଥିବା ସମ୍ପର୍କରେ ଏଟିଏସ୍‌ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି ।

Read More

ସମୀକ୍ଷା ବ୍ୟୁରୋ ଶ୍ରୀମନ୍ଦିରର ମୁଖ୍ୟ ପ୍ରଶାସକ ଭାବେ ଯୋଗଦେଲେ ଆଇଏଏସ ଅଧିକାରୀ କିଶନ କୁମାର। ଆଜି କିଶନ ପୁରୀ ଯାଇ ବିଧିବଦ୍ଧ ଭାବେ ସେ ମନ୍ଦିର ପ୍ରଶାସକ ଭାବେ ଦାୟିତ୍ବ ନେଇଛନ୍ତି। ଏହା ପୂର୍ବରୁ ମନ୍ଦିର ମୁଖ୍ୟ ପ୍ରଶାସକ ଭାବେ ବରିଷ୍ଠ ଆଇଏଏସ ଅଧିକାରୀ ପ୍ରଦୀପ୍ତ ମହାପାତ୍ର କାର୍ଯ୍ୟ କରୁଥିଲେ। ସେ କୃଷି ଉତ୍ପାଦକ କମିଶନର ଭାବେ ଯୋଗଦେବା ପରେ ଏହି ପଦବୀରେ କିଶନଙ୍କୁ ନିଯୁକ୍ତି ଦିଆଯାଇଛି। ତାଙ୍କୁ ନିଯୁକ୍ତି ଦେବା ପୂର୍ବରୁ ସରକାର ପୁରୀ ପାଇଁ ଏକ ବଡ ନିଷ୍ପତ୍ତି ନେଇଛନ୍ତି। ତାହା ହେଉଛି ମନ୍ଦିର ଚାରିପଟୁ ଉଚ୍ଛେଦ ପ୍ରକିୟା ଆରମ୍ଭ କରାଯାଇଛି। ସରକାର ବର୍ତ୍ତମାନ ଶ୍ରୀମନ୍ଦିରକୁ ଏକ ସୁନ୍ଦର ଧାର୍ମିକ ସ୍ଥଳ ଭାବେ ପରିଗଣିତ କରିବା ପାଇଁ ଚାହୁଛନ୍ତି। ପର୍ଯ୍ୟଟକ ବା ଯାତ୍ରୀ ଆସିଲେ ଯେପରି ମନ୍ଦିର ଚାରିପଟେ ଠିକରେ ଦର୍ଶନ କରିବେ ସେଥିପାଇଁ ଏହି ଉଚ୍ଛେଦ ପକ୍ରିୟା ଆରମ୍ଭ କରାଯାଇଛି। ସେହି କାର୍ଯ୍ୟକୁ କିଶନ କୁମାର ତ୍ବରାନିତ୍ବ…

Read More

ଦକ୍ଷିଣଭାରତୀୟ ଫିଲ୍ମର ଲୋକପ୍ରିୟ ଅଭିନେତା ଚିରଞ୍ଜିବୀଙ୍କ ୬୪ତମ ଜନ୍ମଦିବସ । ସାଉଥ୍‌ର ମେଗାଷ୍ଟାର ଚିରଞ୍ଜବୀ ୨୨ ଅଗଷ୍ଟ ୧୯୫୫ ମସିହାରେ ଆନ୍ଧ୍ରପ୍ରଦେଶର ପଶ୍ଚିମ ଗୋଦାବରୀ ଜିଲ୍ଲାରେ ଜନ୍ମ ହୋଇଥିଲେ । ଏହି ଲୋକପ୍ରିୟ ଅଭିନେତା ଜଣକ ରାଜନେତା ଭାବେ ମଧ୍ୟ ବେଶ୍‌ ଲୋକପ୍ରିୟ ।୧୯୭୮ ମସିହାରେ ‘ପୁନାଥିରାଲ୍ଲୁ’ର ଅଭିନୟ କ୍ୟାରିଅର୍‌ ଆରମ୍ଭ କରିଥିଲେ ଚିରଞ୍ଜବୀ । କିନ୍ତୁ ’ପ୍ରଣାମ୍‌ ଖରିଦୁ’ ଫିଲ୍ମଟି ପ୍ରଥମେ ପରଦାରେ ପ୍ରଦର୍ଶିତ ହୋଇଥିଲେ । କିନ୍ତୁ ନିର୍ଦ୍ଦେଶକ ବାପୁଙ୍କ ଫିଲ୍ମ ‘ମନା ପୁରୀ ପଂଡାବୁଲୁ’ରେ ଚିରଞ୍ଜିବଙ୍କୁ ଲୋକପ୍ରିୟତା ମିଳିଥିଲା । କ୍ୟାରିଅର୍‌ ପ୍ରାରମ୍ଭରେ ତେଲୁଗୁ ଫିଲ୍ମରେ କାମ କରିଥିବାବେଳେ ପରବର୍ତ୍ତୀ ସମୟରେ କନ୍ନଡ଼ ଓ ହିନ୍ଦୀ ଫିଲ୍ମରେ ମଧ୍ୟ ନିଜର ଅଭିନୟର ଯାଦୁ ଦେଖାଇଛନ୍ତି । ପାଖାପାଖି ୧୦୦ରୁ ଉର୍ଦ୍ଧ୍ବ ଫିଲ୍ମରେ ଅଭିନୟ କରିଛନ୍ତି  ଚିରଞ୍ଜିବୀ ।  ନିଜ ଅଭିନୟ କ୍ୟାରିଅର୍‌ରେ ଦକ୍ଷିଣ ଭାରତୀୟ ଫିଲ୍ମ ପାଇଁ ୯ଟି ଫିଲ୍ମଫେୟାର୍‌ ଆଓ୍ବାର୍ଡ ପାଇବା ସହିତ  ‘ପଦ୍ମଭୂଷଣ’ ସମ୍ମାନରେ…

Read More

ଜାତୀୟ ପୁରସ୍କାରପ୍ରାପ୍ତ ଅଭିନେତା ଅକ୍ଷୟ କୁମାର ଫୋବର୍ସ ହାଇଏଷ୍ଟ ପେଡ୍‌ ଅଭିନେତା ତାଲିକାର ଚତୁର୍ଥ ସ୍ଥାନରେ ରହିଛନ୍ତି । 2019 ପାଇଁ ଫୋବର୍ସ ପକ୍ଷରୁ ଏହି ତାଲିକା ପ୍ରକାଶ କରାଯାଇଛି । ବାର୍ଷିକ 65 ମିଲିୟନ୍‌ ଡଲାର ଆୟ ସହିତ ଅକ୍ଷୟ ଏହି ତାଲିକାର ଚତୁର୍ଥ ସ୍ଥାନରେ ରହିଛନ୍ତି । ଡ୍ବେନ୍‌ ଜନ୍‌ସନ୍‌ 89.4 ମିଲିୟନ୍‌ ଡଲାର ସହିତ ଏହି ତାଲିକାରେ ଏକ ନମ୍ବର ସ୍ଥାନରେ ରହିଛନ୍ତି । ଅଷ୍ଟ୍ରେଲିଆ ଅଭିନେତା କ୍ରିସ୍‌ ହେମ୍‌ସଓ୍ବର୍ଥ (ଥର୍‌) 76.4 ମିଲିୟନ୍‌ ସହିତ ଏହି ତାଲିକାର ଦ୍ବିତୀୟ ସ୍ଥାନରେ ପହଞ୍ଚିଛନ୍ତି । ଆଇରନ୍‌ ମ୍ୟାନ୍‌ ରବର୍ଟ ଡାଉନି ଜୁନିୟର୍‌ 66 ମିଲିୟନ୍‌ ଡଲାର ସହିତ ତୃତୀୟ ସ୍ଥାନରେ ରହିଛନ୍ତି । ଜ୍ୟାକି ଚାନ୍‌ 58 ମିଲିୟନ୍‌ ଡଲାର ସହିତ ପଞ୍ଚମ ସ୍ଥାନରେ ରହିଛନ୍ତି । ଜୁନ୍‌ 1, 2018ରୁ ଜୁନ୍‌ 1, 2019 ମଧ୍ୟରେ ଏହି ତାଲିକା ପ୍ରସ୍ତୁତ କରାଯାଇଛି । ଫୋବର୍ସ ହାଇଏଷ୍ଟ…

Read More

ମହାରାଷ୍ଟ୍ର ନବ ନିର୍ମାଣ ସେନା(ଏମ୍‌ଏନ୍‌ଏସ୍‌)ର ମୁଖ୍ୟ ରାଜ ଠାକରେ ଗୁରୁବାର ଆଇଏଲ୍‌ ଆଣ୍ଡ ଏଫ୍‌ଏସ୍‌ ମାମଲାରେ ପଚରା ଉଚରା ପାଇଁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)କାର୍ଯ୍ୟାଳୟରେ ହାଜର ହୋଇଛନ୍ତି। ମୁମ୍ବାଇ ପୋଲିସ ଆଜି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ କାର୍ଯ୍ୟାଳୟ ବାହାରେ ଧାରା ୧୪୪ ଲାଗୁ କରିଛି । ମେରାଇନ ଡ୍ରାଇଭ, ଏମଆରଏ ମାର୍ଗ, ଦାଦାର ଓ ଆଜାଦ ମୌଦାନ ଅଂଚଳରେ ମଧ୍ୟ ଧାରା ୧୪୪ ଲଗାଯାଇଛି । ପୋଲିସ ଅଧିକାରୀଙ୍କ କହିବାନୁସାରେ, ଏହି ପଦକ୍ଷେପ ଆଇନ ଶୃଙ୍ଖଳା ପରିସ୍ଥିତିକୁ ନଜରରେ ରଖି କରାଯାଇଛି । ରାଜ ଠାକରେ ତାଙ୍କ କାର୍ଯ୍ୟକର୍ତାଙ୍କୁ ଇଡି କାର୍ଯ୍ୟାଳୟ ସାମ୍ନାକୁ ନ ଆସିବା ପାଇଁ ଅପିଲ କରିଛନ୍ତି । ଆଜି ସକାଳେ ତାଙ୍କୁ ଆଇଏଏଲ ଓ ଏଫଏସ ମାମଲାରେ ପଚରାଉଚରା କରାଯିବ । ଗତକାଲି ମୁମ୍ବାଇ ପୋଲିସ ଏମଏନଏସର ଅନେକ ନେତାଙ୍କୁ ଅଟକ ରଖିଥିଲା । ସନ୍ଦିପ ଦେଶପାଣ୍ଡେଙ୍କ ସମେତ ଅନେକ ନେତାଙ୍କୁ ପୋଲିସ କାଳିଠାରୁ ଅଟକ ରଖିଛି ।

Read More

ପୂର୍ବତନ ଅର୍ଥମନ୍ତ୍ରୀ ପି ଚିଦାମ୍ବରମ୍‌ଙ୍କୁ ଗତକାଲି ରାତିରେ ଗିରଫ କରିଥିଲା ସିବିଆଇ । ଏହାର ପ୍ରତିବାଦରେ ଆଜି କଂଗ୍ରେସ ପକ୍ଷରୁ ଏକ ପ୍ରେସ୍‌ ମିଟ୍‌ କରାଯାଇଥିଲା । ଏହି ପ୍ରେସ୍‌ମିଟ୍‌ରେ ମୋଦି ସରକାର ଗଣତନ୍ତ୍ରର ହତ୍ୟା କରିଛନ୍ତି ବୋଲି କଂଗ୍ରେସ ମୁଖପାତ୍ର ରଣଦୀପ ସୁର୍ଜେଓ୍ବାଲା ପ୍ରକାଶ କରିଥିଲେ । ଘଟଣାର 9 ବର୍ଷ ପରେ ଅଭିଯୋଗ ଦାଖଲ କରାଯାଇଥିଲା ଏବଂ 11 ବର୍ଷ ପରେ ଜଣେ ବରିଷ୍ଠ ନେତାଙ୍କୁ ଗିରଫ କରାଯିବା ଅଯୌକ୍ତିକ ବୋଲି ସୁର୍ଜେଓ୍ବାଲା କହିଛନ୍ତି । ରାଜନୈତିକ ପ୍ରତିଶୋଧ ପରାୟଣତାକୁ ପୂରଣ କରିବା ପାଇଁ ବିଜେପି ଚିଦାମ୍ବରମ୍‌ଙ୍କୁ ଟାର୍ଗେଟ୍‌ କରିଛି । 40 ବର୍ଷ ଧରି ଜନସେବାରେ ରହିଥିବା ଜଣେ ରାଜନୈତିକ ନେତାଙ୍କୁ ବିନା କୌଣସି ପ୍ରମାଣ ଆଧାରରେ ଗିରଫ କରିଛନ୍ତି ସରକାର । ଲାଞ୍ଚ ପ୍ରଦାନ କରିଥିବା ଅଧିକାରୀ କିମ୍ବା କମ୍ପାନୀ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ ବରଂ ମନ୍ତ୍ରୀଙ୍କ ବିରୋଧରେ ସିଧାସଳଖ କାର୍ଯ୍ୟାନୁଷ୍ଠାନ ଗ୍ରହଣ…

Read More

ଗତକାଲି ବିଳମ୍ବିତ ରାତ୍ରରେ ଜଗତସିଂପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଅଗ୍ନିକାଣ୍ଡ ଘଟିଛି। ସୌଭାଗ୍ୟବଶତ୍ୟ ଏଥିରେ କାହାର କିଛି କ୍ଷତି ହୋଇନାହିଁ। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ପ୍ରସୂତି ବିଭାଗରେ ଗତକାଲି ରାତ୍ରରେ କୌଣସି କାରଣରୁ ନିଆଁ ଲାଗି ଯାଇଥିଲା। ଏହା ଦେଖିବା ପରେ ୱାର୍ଡରେ ଥିବା ରୋଗୀ ଓ ମେଡିକାଲ ଆଟେଣ୍ଡାଣ୍ଟ ବାହାରକୁ ପଳାଇ ଆସିଥିଲେ। ତେବେ ଏଥିରେ କାହାର କିଛି କ୍ଷତି ହୋଇ ନଥିଲା। ପରେ ଦମକଳ ବାହିନୀ ଆଜି ନିଆଁକୁ ଆୟତ କରିଥିଲା। ଅଗ୍ନିକାଣ୍ଡର ପ୍ରକୃତ କାରଣ ଜଣା ପଡିନଥିଲେ ସୁଧା ସର୍ଟ ସର୍କିଟ ଯୋଗୁଁ ଏପରି ହୋଇଥିବା ଅନୁମାନ କରାଯାଇଛି।

Read More

ଗତକାଲି ରାତିରେ ଯେପରି ନାଟକୀୟ ଭାବେ ପୂର୍ବତ୍ତନ ଅର୍ଥମନ୍ତ୍ରୀ ତଥା କଂଗ୍ରେସର ବରିଷ୍ଠ ନେତା ପି.ଚିଦାମ୍ବରମଙ୍କୁ ସିବିଆ ଗିରଫ କରିଛି ତାହାକୁ ନେଇ ପୁରା ଗଣମାଧ୍ୟମରେ ଚାଲିଛି ଚର୍ଚ୍ଚା। ହେଲେ ସୋସିଆଲ ମିଡିଆରେ ଏ ନେଇ ବଡ ରୋଚକ ତଥା ଅଦ୍ଭୁତ କମେଟ ସହ ଫଟୋ ପ୍ରକାଶିତ ହୋଇଛି। ଆଶ୍ଚର୍ଯ୍ୟର କଥା ଗତକାଲି ଚିଦାମ୍ବରମ ଗିରଫ ହେବା ମାତ୍ରେ ସୋସିଆଲ ମିଡିଆରେ ବିଭିନ୍ନ କାର୍ଟୁନ ପ୍ରକାଶିତ ହୋଇଛି। ଅନେକ ବିଭିନ୍ନ ପରିସ୍ଥିତିର ଭିନ୍ନ ଭିନ୍ନ ଫଟୋକୁ ଚିଦାମ୍ବରମଙ୍କ ଗିରଫ ସହିତ ଯୋଡି ଏକ ଥଟ୍ଟା ପରିହାସ କରିଛନ୍ତି ଏହି ସୋସିଆଲ ମିଡିଆ ବ୍ୟବହାରକାରୀ। ସେ ଭିତରୁ କିଛି ଅଦ୍ଭୁତ ଫଟୋ ଏପରି ରହିଛି। Photos- Different Social Media

Read More

ଅନ୍ତର୍ଜାତୀୟ ବଜାରର ପ୍ରଭାବ ଭାରତୀୟ ବଜାର ଉପରେ ଦେଖିବାକୁ ମିଳୁଛି । ଭାରତୀୟ ବଜାରରେ ସୁନାଦର ବୁଧବାର 38820ରେ ପହଞ୍ଚିଛି । ଅଲ୍‌ ଇଣ୍ଡିଆ ସରାଫା ଆସୋସିଏସନ୍‌ ପକ୍ଷରୁ ପ୍ରକାଶିତ ତଥ୍ୟ ଅନୁଯାୟୀ 99.9 ପ୍ରତିଶତ ଶୁଦ୍ଧ ସୁନାର ମୂଲ୍ୟ 10 ଗ୍ରାମ୍‌ ପ୍ରତି 38820 ଟଙ୍କା ରହିଥିବା ବେଳେ 99.5 ପ୍ରତିଶତ ବିଶୁଦ୍ଧ ସୁନାର ମୂଲ୍ୟ 10 ଗ୍ରାମ୍‌ ପିଛା 38650ଟଙ୍କା ରହିଛି । ସେହିପରି ଏହି ସମୟରେ ରୂପାର ମୂଲ୍ୟ ମଧ୍ୟ ବଢିଛି । ରୂପାର ମୂଲ୍ୟ ଏହି ସମୟରେ କିଲୋ ପିଛା 45040 ଟଙ୍କାରେ ପହଞ୍ଚିଛି । ପୂର୍ବରୁ ରୂପାର ମୂଲ୍ୟ 43602 ଟଙ୍କା ରହିଥିଲା । ଅନ୍ତର୍ଜାତୀୟ ବଜାରରେ ସୁନାର ମୂଲ୍ୟ ଏକ ଆଉନ୍ସ ପ୍ରତି 1500 ଡଲାରରେ ପହଞ୍ଚିଥିବା ବେଳେ ଭାରତରେ ସର୍ବାଧିକ ସୁନା କିଣୁଥିବା ରାଜ୍ୟ କର୍ଣ୍ଣାଟକ ଏବଂ କେରଳ ବନ୍ୟା ପୀଡିତ ଥିବାରୁ ଭାରତରେ ସୁନାର ମୂଲ୍ୟ ବଢିବାର ମୂଳ କାରଣ…

Read More

ଗଞ୍ଜାମ ଜିଲ୍ଲା ପୋଲିସକୁ ଆଜି ଏକ ବଡ ଧରଣର ସପଳତା ମିଳିଛି । ପୋଲିସ ଖଣ୍ଡଦେଉଳି ଓ ପୁରୁଷୋତ୍ତମପୁର ଅଞ୍ଚଳରେ ଚାଲୁଥିବା ଜୁଆ ଆଡ୍ଡାରେ ଚଢାଉ କରିଛି । ପୋଲିସକୁ ପୁରୁଷୋତମପୁର ଓ ଖଣ୍ଡଦେଉଳି ଅଞ୍ଚଳରେ ଜୁଆ ଆଡ୍ଡା ଚାଲିଥିବା ଗୁଇନ୍ଦା ସୂଚନା ମିଳିଥିଲା । ସୂଚନା ଆଧାରରେ ପୋଲିସ ଏଠାରେ ଚଢାଉ କରିଥିଲା । ପୁରୁଷୋତମପୁର ଅଞ୍ଚଳରେ ଚଢାଉ ବେଳେ ମୋଟ 11 ଜଣ ଜୁଆଡି ଗିରଫ ହୋଇଛନ୍ତି । ସେମାନଙ୍କ ଠାରୁ 1 ଲକ୍ଷ 42 ହଜାର ଟଙ୍କା, 6 ଟି ବାଇକ, 14 ଟି ମୋବାଇଲ ଫୋନ ଜବତ ହୋଇଛି । ସେହିପରି ଖଣ୍ଡଦେଉଳି ଅଞ୍ଚଳରୁ ପୋଲିସ 10 ଜଣ ଜୁଆଡିଙ୍କୁ ଗିରଫ କରିବା ସହ 33 ହଜାର 900 ଟଙ୍କା ଜବତ କରିଛି ।

Read More