Author: Samikhsya Bureau

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଆଜି ନବରଙ୍ଗପୁର ଚନ୍ଦାହାଣ୍ଡି ବ୍ଲକ ଅଧ୍ୟକ୍ଷଙ୍କ ଘରେ ଭିଜିଲାନ୍ସ ଚଢାଉ କରିଛି । ସୂଚନାନୁସାରେ, ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ ଅଧ୍ୟକ୍ଷ ଟିକମ ସିଂ ନାୟକଙ୍କ ଘରେ ଭିଜିଲାନ୍ସ ଚଢାଉ କରିଛି । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଆଜି ବ୍ଲକ ଅଧ୍ୟକ୍ଷ ଟିକମ ସିଂ ନାୟକଙ୍କ ଘରେ କୋରାପୁଟ, ନବରଙ୍ଗପୁର ଓ ଜୟପୁର ଭିଜିଲାନ୍ସ ଟିମ ମିଳିତ ଭାବେ ଚଢାଉ କରିଛି ।  ପୂର୍ବରୁ ଟିକମ ସିଂ ନାୟକ ଚନ୍ଦାହାଣ୍ଡି ଲାମ୍ପସର ଅଧ୍ୟକ୍ଷ ଥିଲେ । ସେ ଲ୍ୟାମ୍ପସରେ ଥିବା ସମୟରୁ ତାଙ୍କ ନାଁରେ ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗ ଥିଲା । ଆଜି ତାଙ୍କ ଘରେ ଭିଜିଲାନ୍ସର ଟିମ ଚଢାଉ କରି ଘରୁ ଅନେକ କାଗଜପତ୍ର ଦସ୍ତାବିଜ ଓ ସୁନାଗହଣା ପାଇଥିବାର ସୂଚନା ମିଳିଛି ।

Read More

ସୁରକ୍ଷା ବଳ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ବୁଧବାର ଏକ ଏନ୍‌କାଉଣ୍ଟର ହୋଇଛି। ଏହି ଏନ୍‌କାଉଣ୍ଟରରେ ଜଣେ ଆତଙ୍କବାଦୀ ପ୍ରାଣ ହରାଇଛି । ଅଗଷ୍ଟ ୫ ପରଠାରୁ ସୁରକ୍ଷା ବଳ ଏବଂ ଆତଙ୍କୀଙ୍କ ମଧ୍ୟରେ ଏହା ପ୍ରଥମ ଏନ୍‌କାଉଣ୍ଟର। ବୁଧବାର ସକାଳୁ ଉତ୍ତର କାଶ୍ମୀରର ବାରମୂଲ୍ଲାରେ ଏହି ଏନ୍‌କାଊଣ୍ଟର ସଙ୍ଗଠିତ ହୋଇଛି। ମଙ୍ଗଳବାର ସନ୍ଧ୍ୟା ୭.୩୦ ରୁ ଆରମ୍ଭ ହୋଇଥିବା ଏହି ଏନ୍‌କାଉଣ୍ଟର ଆରମ୍ଭ ହୋଇ ବୁଧବାର ଭୋର ୩.୩୦ ପର୍ଯ୍ୟନ୍ତ ଜାରି ରହିଥିଲା। ସକାଳ ୬.୩୦ ମିନିଟ୍‌ରେ ପୋଲିସ୍‌ ଆତଙ୍କୀଙ୍କ ଶବ ଜବତ କରିଥିଲା। ଏନ୍‌କାଉଣ୍ଟର ସମୟରେ ସ୍ଥାନୀୟ ଲୋକଙ୍କ ପକ୍ଷରୁ ପଥର ଫିଙ୍ଗାଯିବା କାରଣରୁ ସିଆରପିଏଫ୍‌ ଏବଂ ଜମ୍ମୁ କାଶ୍ମୀର ପୋଲିସ୍‌ର କିଛି ଅଧିକାରୀ ଆହତ ହୋଇଥିଲେ।

Read More

ଖୋର୍ଦ୍ଧାର ବାଲୁଗାଁ ନିକଟ ବେଲପଡ଼ା ଛକ ନିକଟରେ ଏକ ସଡକ ଦୁର୍ଘଟଣାରେ ଦୁଇ ଜଣ ପ୍ରାଣ ହରାଇଛନ୍ତି । ଖୋର୍ଦ୍ଧା ବାଲୁଗାଁ୧୬ ନମ୍ବର ଜାତୀୟ ରାଜପଥରେ ଦୁଇଟି ଟ୍ରକ୍‌ ପରସ୍ପର ସହ ଧକ୍କା ହେବାରୁ ଡ୍ରାଇଭର ଓ ହେଲପର୍‌ ପ୍ରାଣ ହରାଇଛନ୍ତି । ସୂଚନାଯୋଗ୍ୟ, ଆଜି ଭୋର ୪ଟା ସମୟରେ ଏହି ଘଟଣା ଘଟିିଛି । ବେଲପଡ଼ା ଛକ ନିକଟସ୍ଥ ରାଜପଥ ପାର୍ଶ୍ବରେ ଏକ ପଥର ବୋଝେଇ ଟ୍ରକ୍‌ ଖରାପ ହେବା କାରଣରୁ ଛିଡା ହୋଇଥିବାବେଳେ ଏହି ସମୟରେ ଅନ୍ୟ ଏକ ଧାନ ବୋଝେଇ ଟ୍ରକ୍‌ ଏହି ଟ୍ରକ୍‌ଟିକୁ ପଛରୁ ଧକ୍କା ଦେଇଥିଲା । ଧକ୍କା ଦେବା ସମୟରେ ପଥର ବୋଝଇ ଟ୍ରକ୍‌ର ଡ୍ରାଇଭର୍‌ ଓ ହେଲପର୍‌ଙ୍କ ମୃତ୍ୟୁ ହୋଇଛି ।  ମୃତକ ଦ୍ବୟ ହେଲେ  ମୁନା ପାତ୍ର ଓ ସୁଦର୍ଶନ ବେହେରା । ମୁନା ପାତ୍ର ଟ୍ରକ୍‌ର ଡ୍ରାଇଭର ଓ ସେ ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଅଞ୍ଚଳର ଜଣାପଡିଥିବାବେଳେ ମୃତ…

Read More

ପବିତ୍ର ରେଖା ପଞ୍ଚମୀ ତିଥିରେ ମହାପ୍ରଭୁଙ୍କ ରାହୁରେଖା ଲାଗି ନୀତି ଅନୁଷ୍ଠିତ ହେବ । ଏଥିପାଇଁ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି ଅନୁଷ୍ଠିତ ହେବ । ତେବେ ରାହୁରେଖା ଲାଗି ଏକ ଗୁପ୍ତ ନୀତି ହୋଇଥିବାରୁ 5 ଘଣ୍ଟା ପାଇଁ ଶ୍ରୀଜୀଉଙ୍କ ଦର୍ଶନ ବନ୍ଦ ରହିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । ଆଜି ଦ୍ୱିତୀୟ ଭୋଗମଣ୍ଡପ ପରେ ଅପରାହ୍ନ 2ଟାରୁ ସନ୍ଧ୍ୟା 7ଟା ପର୍ଯ୍ୟନ୍ତ ରାହୁରେଖା ନୀତି ଅନୁଷ୍ଠିତ । ଏହା ଏକ ଗୁପ୍ତ ନୀତି ହୋଇଥିବାରୁ ଦ୍ୱାର ବନ୍ଦ ରହିବା ସହିତ ସାଧାରଣ ଦର୍ଶନ ବନ୍ଦ ରହିବ । ସ୍ନାନପୂର୍ଣ୍ଣିମା ଦିନ ପହଣ୍ଡି ହୋଇ ମହାପ୍ରଭୁ ଅଣସର ପିଣ୍ଡିକୁ ବିଜେ କରିବା ସମୟରେ ରାହୁରେଖା ଓହ୍ଲାଇ ଦିଆଯାଏ ।

Read More

ଜମ୍ମୁ କଶ୍ମୀର ପ୍ରସଙ୍ଗରେ ମଧ୍ୟସ୍ଥି କରିବା ପାଇଁ ପୁଣି ଇଚ୍ଛା ପ୍ରକାଶ କରିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । କଶ୍ମୀରକୁ ନେଇ ଯେଉଁ ବିବାଦ ରହିଛି ଏଥିରେ ମୁଖ୍ୟ କାରଣ ଧର୍ମ ବୋଲି ଟ୍ରମ୍ପ କହିଛନ୍ତି । ଏହି ବିବାଦର ସମାଧାନ ହେବା ଦରକାର ବୋଲି ସେ ସୋମବାର ଟ୍ବିଟ୍‌ କରିଛନ୍ତି । ଫ୍ରାନ୍ସରେ ଅନୁଷ୍ଠିତ ହେବାକୁ ଥିବା ଜି-7 ବୈଠକରେ ଏହି ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ଟ୍ରମ୍ପ ଆଲୋଚନା କରିବେ ବୋଲି ଜଣାପଡ଼ିଛି । ଦୁଇ ଦିନ ତଳେ ପ୍ରଧାନମନ୍ତ୍ରୀ ମୋଦି ଆମେରିକା ରାଷ୍ଟ୍ରପତିଙ୍କ ସହିତ 30 ମିନିଟ୍ ଧରି କଶ୍ମୀର ପ୍ରସଙ୍ଗରେ ଫୋନରେ କଥା ହୋଇଥିଲେ । ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ ଫୋନ୍ କରି ଟ୍ରମ୍ପଙ୍କୁ ମଧ୍ୟସ୍ଥି ପାଇଁ ପ୍ରସ୍ତାବ ଦେଇଥିଲେ । ପ୍ରଥମେ ଅରାଜି ହେବା ପରେ ପରେ ମଧ୍ୟସ୍ଥତା ପ୍ରସ୍ତାବ ଦେବା ପରେ ପୁଣି ଏଥିରୁ ଓହରିଥିଲେ ଟ୍ରମ୍ପ ମାତ୍ର ଗତକାଲି…

Read More

ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ବାବୁଲାଲ୍ ଗୌରଙ୍କର 89 ବର୍ଷ ବୟସରେ ପରଲୋକ ହୋଇଯାଇଛି । ମଙ୍ଗଳବାର ଭୋପାଳ ସ୍ଥିତ ନର୍ମଦା ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି। ସେ ଦୀର୍ଘ ଦିନ ଧରି ଅସୁସ୍ଥ ଥିଲେ। ବାବୁଲାଲଙ୍କର ଉଚ୍ଚ ରକ୍ତ ଚାପ ରହିଥିବା ବେଳେ କିଡନୀ ଠିକ୍ ଭାବେ କାମ କରୁନଥିବାରୁ ଅଗଷ୍ଟ 7ରେ ନର୍ମଦା ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ବାବୁଲାଲଙ୍କ ବିୟୋଗରେ ମଧ୍ୟପ୍ରଦେଶ ବିଜେପି ସଭାପତି ଟୁଇଟ୍ କରି ଶୋକ ପ୍ରକାଶ କରିଛନ୍ତି । ବାବୁଲାଲ୍ 23 ଅଗଷ୍ଟ 2004 ରୁ 29 ନଭେମ୍ୱର 2005 ପର୍ଯ୍ୟନ୍ତ ମଧ୍ୟପ୍ରଦେଶ ବିଜେପିର ମୁଖ୍ୟମନ୍ତ୍ରୀ ଥିଲେ ।

Read More

ଗିରଫ ହେବାରୁ ରକ୍ଷା ପାଇବା ପାଇଁ ଫୋନ୍‌ ସ୍ୱିଚ୍‌ ଅଫ୍‌ କରି ଫେରାର ହୋଇଯାଇଛନ୍ତି ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ଅର୍ଥମନ୍ତ୍ରୀ ପି. ଚିଦାମ୍ବରମ୍‌ । ଆଇଏନ୍‌ଏକ୍ସ ମିଡିଆ ମାମଲାରେ ଗିରଫ ନ ହେବା ପାଇଁ ଆଗୁଆ ଜାମିନ୍‌ ଆବେଦନ ଦିଲ୍ଲୀ ହାଇକୋର୍ଟରେ ଖାରଜ ହୋଇଯିବା ପରେ ସେ ଏପରି କରିଥିବା କୁହାଯାଉଛି । ଆଜି ବିଚାରପତି ଜଷ୍ଟିସ୍‌ ସୁନୀଲ ଗୌର ଏହି ରାୟ ଦେବା ପରେ ଚିଦାମ୍ବରମ୍‌ଙ୍କୁ ଗିରଫ କରିବାକୁ ଯାଇଥିବା ସିବିଆଇ ଏବଂ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଚିଦାମ୍ବରମ୍‌ଙ୍କ ଘରୁ ଖାଲି ହାତରେ ଫେରିଛନ୍ତି । ସୂଚନାଯୋଗ୍ୟ ଯେ, ଚିଦାମ୍ବରମ୍‌ଙ୍କ ନାମରେ ଉଭୟ ଇଡି ଓ ସିବିଆଇ ତଦନ୍ତ କରୁଛନ୍ତି। ତେଣୁ ସେ ଉଭୟ ତଦନ୍ତକାରୀ ସଂସ୍ଥାର ଗିରଫଦାରୀରୁ ବଞ୍ଚିବା ପାଇଁ କୋର୍ଟରେ ଆଗୁଆ ଜାମିନ ଆବେଦନ କରିଥିଲେ । କିନ୍ତୁ ଏହା ଖାରଜ ହେବା ପରେ ସନ୍ଧ୍ୟାରେ ପ୍ରଥମେ ସିବିଆଇ ଟିମ୍‌ ଏବଂ ଇଡି ଟିମ୍‌ ଚିଦାମ୍ବରମ୍‌ଙ୍କ…

Read More

ଓଡିଶା ରାଜ୍ୟ ଯୁବ କଲ୍ୟାଣ ପରିଷଦର ନୂତନ ଅଧ୍ୟକ୍ଷ ଭାବରେ ଦାୟିତ୍ବ ଗ୍ରହଣ କରିଛନ୍ତି ବିଜୟ କୁମାର ନାୟକ । 2013ରୁ ଯୁବଗୋଷ୍ଠୀଙ୍କ ନିମନ୍ତେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟକ୍ରମ ଗ୍ରହଣ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରୁଥିବା ରାଜ୍ୟ ଯୁବ କଲ୍ୟାଣ ପରିଷଦ ଅନେକ ଯୁବ କଲ୍ୟାଣ ପରିଷଦ ସଞ୍ଚାଳନ କରିଥାଏ । ରାଜ୍ୟର ଯୁବଗୋଷ୍ଠୀଙ୍କୁ ସୁଦୃଢ, ସଙ୍ଗଠିତ ଓ କ୍ରିୟାଶୀଳ କରିବାରେ ବିଜୁ ଯୁବ ବାହିନୀ ସହାୟକ ହୋଇଛି ବୋଲି ଦାୟିତ୍ବ ଗ୍ରହଣ ଅବସରରେ ବିଜୟ ନାୟକ ପ୍ରକାଶ କରିଥିଲେ । ରାଜ୍ୟ 6800 ପଞ୍ଚାୟତ, 113 ସହରାଞ୍ଚଳରେ ‘ବିଜୁ ଯୁବ ବାହିନୀ’ ଗଠନ ହୋଇ 2 ଲକ୍ଷ 70 ହଜାର ଯୁବକ ଯୁବତୀଙ୍କୁ ସ୍ବେଚ୍ଛାସେବୀ ଭାବରେ ସାମିଲ କରିଛି । ବିଭିନ୍ନ ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଏହି ସ୍ବେଚ୍ଛାସେବୀ ପ୍ରଶଂସନୀୟ କାର୍ଯ୍ୟ କରିଛନ୍ତି ବୋଲି ଶ୍ରୀ ନାୟକ କହିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ବରେ ଏହି କାର୍ଯ୍ୟଧାରାକୁ…

Read More

ଅଣ୍ଡରୱାର୍ଲ୍ଡ ଡନ୍‌ ଛୋଟା ରାଜନ୍‌ ଏବଂ ଅନ୍ୟ 4 ଜଣଙ୍କୁ 8 ବର୍ଷ ଜେଲ୍‌ ଦଣ୍ଡରେ ଦଣ୍ଡିତ କରିଛନ୍ତି ମୁମ୍ବାଇର ଏକ ସ୍ୱତନ୍ତ୍ର କୋର୍ଟ । 2012 ମସିହାରେ ମୁମ୍ବାଇର ଜଣେ ହୋଟେଲ ବ୍ୟବସାୟୀଙ୍କୁ ବ୍ଲାକ୍‌ମେଲ ଓ ହତ୍ୟା ଉଦ୍ୟମ କରିବା ମାମଲାରେ ଏହି ଦଣ୍ଡବିଧାନ କରାଯାଇଛି । ଏହା ପୂର୍ବରୁ ମୁମ୍ବାଇର ଏହି ସ୍ୱତନ୍ତ୍ର କୋର୍ଟ ଛୋଟା ରାଜନ୍‌ ଏବଂ ଅନ୍ୟ 5 ଜଣଙ୍କୁ ଆର୍ମସ ଆକ୍ଟରେ ଦୋଷୀ ସାବ୍ୟସ୍ତ କରିଥିଲେ । କୋର୍ଟ ଆଜି ଅପରାହ୍ଣରେ ଏହି ରାୟ ଦେଇଛନ୍ତି । ଜେଲଦଣ୍ଡ ବ୍ୟତୀତ କୋର୍ଟ ଏହି ଅଣ୍ଡରୱାର୍ଲ୍ଡ ଡନ୍‌କୁ 5 ଲକ୍ଷ ଟଙ୍କାର ଜୋରିମାନା ଦେବାକୁ ମଧ୍ୟ କହିଛନ୍ତି ।

Read More

ଭାରତୀୟ ବାୟୁସେନାରେ ପୁରାତନ ବିମାନର ବ୍ୟବହାର ନେଇ ବାୟୁସେନା ମୁଖ୍ୟ କ୍ଷୋଭ ପ୍ରକାଶ କରିଛନ୍ତି । ବାୟୁସେନା ମୁଖ୍ୟ ବି ଏସ୍‌ ଧନୋଆ କହିଛନ୍ତି ବାୟୁସେନାରେ ଦୀର୍ଘ 4 ଦଶନ୍ଧି ଧରି ପୁରାତନ ବିମାନ ଗୁଡିକୁ ବ୍ୟବହାର କରାଯାଉଛି । ଏପରିକି ସାଧାରଣ ଲୋକ କାର୍‌କୁ ମଧ୍ୟ ଏତେ ବର୍ଷ ବ୍ୟବହାର କରନ୍ତି ନାହିଁ ବୋଲି ବାୟୁସେନା ମୁଖ୍ୟ ପ୍ରକାଶ କରିଛନ୍ତି । ଭାରତୀୟ ବାୟୁସେନାର ଏକ ସେମିନାରରେ ଏହି ମତ ଦେଇଛନ୍ତି ଧନୋଆ । 1973-74ରୁ ଭାରତୀୟ ବାୟୁସେନାରେ ମିଗ୍‌-21 ବ୍ୟବହୃତ ହେଉଛି । ପଡୋଶୀ ପାକିସ୍ତାନ ଏଫ୍‌-16 ବ୍ୟବହାର କରୁଥିବା ବେଳେ ଭାରତ ପଛରେ ପଡି ଯାଇଥିବା କହିଛନ୍ତି ଧନୋଆ । ଧନୋଆଙ୍କ ଏହି ମନ୍ତବ୍ୟ ସମୟରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ମଧ୍ୟ ଉପସ୍ଥିତ ଥିଲେ ।

Read More

ଶ୍ରୀଲଙ୍କା ସ୍ପିନର ଅକିଲା ଧନଞ୍ଜୟ ଏବଂ ନ୍ୟୁଜିଲ୍ୟାଣ୍ଡ ଅଧିନାୟକ କେନ୍‌ ଓ୍ବିଲିୟମ୍‌ସନ୍‌ ସନ୍ଦେହଜନକ ବୋଲିଂ ଆକ୍ସନ୍‌ କାରଣରୁ ଆଇସିସି ନଜରରେ ଆସିଛନ୍ତି । ଶ୍ରୀଲଙ୍କା ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଅନୁଷ୍ଠିତ ପ୍ରଥମ ଟେଷ୍ଟ ମ୍ୟାଚ୍‌ରେ ଏହି ଅଭିଯୋଗ ଆସିଥିଲା । ଉଭୟଙ୍କ ବୋଲିଂ ଆକ୍ସନ୍‌ ଅବୈଧ ରହିଥିବା ନେଇ ଆଇସିସି ନକଟରେ ମ୍ୟାଚ୍‌ ଅଫିସିଆଲ ପ୍ରକାଶ କରିଥିଲେ । ଉଭୟ ଦଳକୁ ଏ ସମ୍ପର୍କରେ ଅବଗତ କରାଇ ଦିଆଯାଇଛି । ଅଗଷ୍ଟ 18 ତାରିଖରେ ଏହି ଅଭିଯୋଗ ଆସିଥିବା ବେଳେ 14 ଦିନ ମଧ୍ୟରେ ଆଇସିସି ଏହା ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ । ଉଭୟ ଖେଳାଳି 14 ଦିନ ମଧ୍ୟରେ ଆଇସିସି ତତ୍ତ୍ବାବଧାନରେ ନିଜର ବୋଲିଂ ଆକ୍ସନ୍‌ ଠିକ୍‌ କରି କ୍ରିକେଟ୍‌କୁ ପ୍ରତ୍ୟାବର୍ତ୍ତନ କରି ପାରିବେ । ଉଲ୍ଲେଖଯୋଗ୍ୟ ଯେ, ପ୍ରଥମ ଟେଷ୍ଟରେ ଧନଞ୍ଜୟ 6ଟି ଓ୍ବିକେଟ୍‌ ଅକ୍ତିଆର କରିଥିବା ବେଳେ ଶ୍ରୀଲଙ୍କା 6ଓ୍ବିକେଟ୍‌ରେ ମ୍ୟାଚ୍‌ରେ ବିଜୟୀ ହୋଇଥିଲା ।

Read More

କେଦାର ମିଶ୍ର ଅନେକ ଶିଳ୍ପୀ ଅଛନ୍ତି, ଯେଉଁମାନେ ସଙ୍ଗୀତ ତିଆରି କରନ୍ତି, ହେଲେ କ୍ଵଚିତ ଶିଳ୍ପୀ ଅଛନ୍ତି ଯେଉଁମାନେ ସଙ୍ଗୀତକୁ ମଣିଷର ଜୀବନରେ ରୂପାନ୍ତରିତ କରିଦିଅନ୍ତି। ପ୍ରସିଦ୍ଧ ସଙ୍ଗୀତ ନିର୍ଦ୍ଦେଶକ ଖୟାମ ସେଇ କ୍ଵଚିତଙ୍କ ଭିତରୁ ଜଣେ। ଖୟାମ କେବଳ ସଙ୍ଗୀତ ନିର୍ଦ୍ଦେଶକ ନୁହନ୍ତି, ସେ ସମକାଳର ଜୀବନବୋଧକୁ ସଙ୍ଗୀତରେ ରୂପାନ୍ତରିତ କରିଥିବା ଶିଳ୍ପୀ । ସେ ଷାଠିଏ ଦଶକରେ ଭାରତୀୟ ଯୁବପିଢି ଲାଗି ଆଶା ଓ ଅଭିଳାଷର ପ୍ରତିନିଧି। “ଇନ କାଲି ସଦିୟୋ କେ ସର ସେ ଜବ ରାତ କା ଆଞ୍ଚଲ ଢଲକେଗା, ଜବ ଦୁଃଖକେ ବାଦଲ ପିଘଲେଙ୍ଗେ, ଜବ ସୁଖକେ ସାଗର ଛଲକେଗା, ଜବ ଅମ୍ବର ଝୁମ କେ ନାଚେଗା, ଜବ ଧରତୀ ନଗମେ ଗାଏଗି………. ୱୋ ସୁବହ କଭି ତୋ ଆଏଗି”- ୧୯୫୮ମସିହାରେ “ଫିର ସୁବହ ହୋଗୀ” ସିନେମାର ଏ ଗୀତ, ଆମର ଆଶାବାଦର  ସଙ୍ଗୀତ ପାଳଟି ଯାଇଥିଲା। ମହାନ ଉର୍ଦ୍ଦୁ କବି ସାହିର ଲୁଧିଆନୱିଙ୍କ…

Read More

ପୂର୍ବତନ ଅର୍ଥମନ୍ତ୍ରୀ ତଥା ରାଜ୍ୟସଭା ସାଂସଦ ପି ଚିଦାମ୍ବରମ୍‌ଙ୍କ ଆଗୁଆ ଜାମିନ ଆବେଦନକୁ ଖାରଜ କରିଛନ୍ତି ଦିଲ୍ଲୀ ହାଇକୋର୍ଟ । ଏୟାରସେଲ ମକ୍ସିସ୍ ମାମଲାରେ ପୂର୍ବରୁ ସ୍ବତନ୍ତ୍ର କୋର୍ଟ ଅଗଷ୍ଟ 9 ତାରିଖ ପର୍ଯ୍ୟନ୍ତ ଅନ୍ତରୀଣ ସୁରକ୍ଷା ପ୍ରଦାନ କରିଥିବା ବେଳେ ମଙ୍ଗଳବାର ଚିଦାମ୍ବରମ୍‌ଙ୍କ ଆଗୁଆ ଜାମିନ ମାମଲା ଖାରଜ କରିଛନ୍ତି । ଉଭୟ ସିବିଆଇ ଏବଂ ଇଡି ପକ୍ଷରୁ ଏହି ମାମଲା ଦାୟର କରାଯାଇଥିଲା । କୋର୍ଟଙ୍କ ରାୟ ପରେ ନ୍ୟାୟିକ ବ୍ୟବସ୍ଥାର ସମ୍ମୁଖୀନ ହେବାକୁ ସେ ପ୍ରସ୍ତୁତ ବୋଲି ଚିଦାମ୍ବରମ୍‌ କହିଛନ୍ତି । ଉଲ୍ଲେଖଯୋଗ୍ୟ ଯେ, ଏୟାରସେଲ୍‌ ଏବଂ ମାକ୍ସିସ୍‌ରେ ବିଦେଶୀ ପୁଞ୍ଜିନିବେଶକୁ ନେଇ ଏହି ମାମଲା ରୁଜୁ କରାଯାଇଛି ।

Read More

ଖୁବଶୀଘ୍ର ଓଡ଼ିଶାକୁ ଆଇକନିକ୍‌ ହେରିଟେଜ୍‌ର ମାନ୍ୟତା ମିଳିବ । ପୂର୍ବରୁ ଓଡ଼ିଶା ଡକ୍ୟୁମେଣ୍ଟରେ ଅଭାବ ଥିବାରୁ ମାନ୍ୟତା ମିଳିନଥିଲା । ପୁରୀ ଏବଂ କୋଣାର୍କ ଏମିତି ଜାଗା, ଯାହା ସ୍ଥାନ ପାଇବା ଜରୁରୀ ବୋଲି କହିଛନ୍ତି ପର୍ଯ୍ୟଟନ ମନ୍ତ୍ରୀ । ପୁରୀ ଓ କୋଣାର୍କ ଆଇକିନ୍‌ ହେରିଟେଜ୍‌ରେ ମାନ୍ୟତା ପାଇବା ନେଇ ସୂଚନା ଦେଇଛନ୍ତି କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରୀ ପ୍ରହ୍ଲାଦ ସିଂହ ପଟେଲ୍‌ । ଦିଲ୍ଲୀଠାରେ ଅନୁଷ୍ଠିତ ସମ୍ମିଳନୀରେ ପର୍ଯ୍ୟଟନ ମନ୍ତ୍ରୀ ଏହା  କହିଛନ୍ତି । ଦେଶର ୧୭ ଆଇକନିକ୍‌ ସାଇଟରେ ଓଡ଼ିଶାର ଗୋଟିଏ ବି ପର୍ଯ୍ୟଟନସ୍ଥଳୀ ନଥିବାରୁ କେନ୍ଦ୍ର ସରକାରଙ୍କୁ ସମାଲୋଚନା କରାଯାଇଥିଲା ।

Read More

ବ୍ୟବସାୟୀ ତଥା ନିଜ ପୁତୁରା ରତୁଲ୍‌ ପୁରୀଙ୍କ ଗିରଫଦାରୀ ପରେ ମୁହଁ ଖୋଲିଛନ୍ତି ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ କମଲ ନାଥ । ରତୁଲ ପୁରୀଙ୍କ ବ୍ୟବସାୟ ସହିତ ତାଙ୍କର କୌଣସି ସମ୍ବନ୍ଧ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି କମଲ ନାଥ । ମଙ୍ଗଳବାର ରତୁଲ୍‌ ପୁରୀ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଦ୍ବାରା ଗିରଫ ହୋଇଥିଲା । ରତୁଲ୍‌ ପୁରୀ ଅଗଷ୍ଟା ଓ୍ବେଷ୍ଟଲ୍ୟାଣ୍ଡ ମାମଲାର ସିହ ଅଭିଯୁକ୍ତ ରହିଥିବା ବେଳେ ସେଣ୍ଟ୍ରାଲ ବ୍ୟାଙ୍କ ଅଫ୍‌ ଇଣ୍ଡିଆ ପକ୍ଷରୁ କରାଯାଇଥିବା ଅଭିଯୋଗ ଅନୁସାରେ ତାଙ୍କୁ ଇଡି ଗିରଫ କରିଛି । କମଲନାଥ କହିଛନ୍ତି, ‘ମୋର ରତୁଲଙ୍କ କମ୍ପାନୀରେ କୌଣସି ଅଂଶଧନ ନାହିଁ କିମ୍ବା ମୁଁ ନିର୍ଦ୍ଦେଶକ ପଦବୀରେ ନାହିଁ’ । ଗଣମାଧ୍ୟମ କେବଳ ଏପରି ଭୁଲ୍‌ ଖବର ପ୍ରକାଶ କରୁଛି । ନ୍ୟାୟିକ ବ୍ୟବସ୍ଥା ଉପରେ ମୋର ଭରସା ରହିଛି ଏବଂ ରତୁଲ୍‌ଙ୍କୁ ନ୍ୟାୟ ମିଳିବ ବୋଲି କହିଛନ୍ତି କମଲ ନାଥ ।

Read More

ରମାଦେବୀ ବିଶ୍ବବିଦ୍ୟାଳୟ ପରିସରରୁ ଅଲଗା ହେବ ଯୁକ୍ତ ଦୁଇ ଜୁନିଅର୍ କଲେଜ। ସରକାରଙ୍କ ସହ ଆଲୋଚନା ପରେ ଏନେଇ ସୂଚନା ଦେଇଛନ୍ତି ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର କୁଳପତି ପଦ୍ମଜା ମିଶ୍ର। ସେ କହିଛନ୍ତି ଯେ, ୟୁନିଟ-୯ ସ୍ଥିତ ବାଳିକା ହାଇସ୍କୁଲ ପରିସରରେ ହାୟର ସେକେଣ୍ଡାରୀ ସ୍କୁଲ ପ୍ରତିଷ୍ଠା ହେବ। ଏଥିପାଇଁ ହାଇସ୍କୁଲ ପରିସରରେ ତିନି ଏକର ଜମି ଚିହ୍ନଟ କରାଯାଇଛି। ବିଲ୍ଡିଂ ନିର୍ମାଣ କାମ ଆରମ୍ଭ ହେବାକୁ ଥିବା ବେଳେ ସର୍ଭେ କାମ ପାଖାପାଖି ସରିଥିବା ଜଣାପଡ଼ିଛି।

Read More

ଭାରତୀୟ ସିନେମାର ବରିଷ୍ଠ ତଥା କିମ୍ବଦନ୍ତୀ ସଙ୍ଗୀତ ନିର୍ଦେଶକ ଗତକାଲି ରାତ୍ରିରେ ଶେଷନିଃଶ୍ବାସ ତ୍ୟାଗ କରିଛନ୍ତି ।  ଫୁସଫୁସ ସଂକ୍ରମଣରେ ପୀଡିତ ହୋଇ ହସପିଟାଲରେ ଭର୍ତ୍ତି ହୋଇଥିବାବେଳେ ୯୨ ବର୍ଷୀୟ ଖୟାମ ଚିରନିଦ୍ରାରେ ଶୋଇଯାଇଛନ୍ତି । ଏହି ଲୋକପ୍ରିୟ ତଥା ପ୍ରସିଦ୍ଧ ସଙ୍ଗୀତ ନିର୍ଦ୍ଦେଶକଙ୍କ ମୃତ୍ୟୁରେ ବଲିଉଡ୍‌ ସ୍ତବ୍ଧ ହୋଇଯାଇଛି । ଖୟାମ୍‌ଙ୍କ ମୃତ୍ୟୁରେ ପ୍ରଧାନମନ୍ତ୍ରୀ ଶୋକବ୍ୟକ୍ତ କରିବା ସହିତ ଭାରତୀୟ କଳା ଜଗତ ତାଙ୍କ ପାଖରେ ସର୍ବଦା ଋଣୀ ରହିବ ବୋଲି କହିଛନ୍ତି । ସେହିପରି ଲୋକପ୍ରିୟ ଗାୟିକା ଲତା ମଙ୍ଗେସକର୍‌ ଖୟାମ୍‌ଙ୍କ ମୃତ୍ୟୁରେ ଶୋକବ୍ୟକ୍ତ କରି ସଙ୍ଗୀତର ଏକ ଯୁଗ ସମାପ୍ତ ହେଲା ବୋଲି କହିଛନ୍ତି । ସେହିପରି ଗୀତିକାର ଜାଭେଦ ଅଖତର, ଗାୟକ ସୋନୁ ନିଗମ୍‌, ଅମିତାଭ ବଚ୍ଚନଙ୍କ ପରି ବହୁ ବଲିଉଡ୍‌ ସେଲିବ୍ରେଟି ଶୋକବ୍ୟକ୍ତ କରିଛନ୍ତି ।  ଏହି ପ୍ରସିଦ୍ଧ ସଙ୍ଗୀତ ନିର୍ଦେଶକ ୧୯୪୩ରେ ମାତ୍ର ୧୭ ବର୍ଷ ବୟସରେ ନିଜ ସଙ୍ଗୀତ ଜୀବନର ଯାତ୍ରା…

Read More

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ ତାଙ୍କ ବିରୋଧରେ କରାଯାଇଥିବା ମାନହାନି ମୋକଦ୍ଦମା ବିପକ୍ଷରେ ଦିଲ୍ଲୀ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି । ବିଜେପି ନେତା ବିଜେନ୍ଦର ଗୁପ୍ତାଙ୍କ ପକ୍ଷରୁ ଦାଖଲ କରାଯାଇଥିବା ମାନହାନି ମୋକଦ୍ଦମା ବିପକ୍ଷରେ ମଙ୍ଗଳବାର କୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି କେଜ୍ରିଓ୍ବାଲ । ମଙ୍ଗଳବାର ଶୁଣାଣିରେ ଜଷ୍ଟିସ୍‌ ମନୋଜ କୁମାର ଓହରିଙ୍କ ସମ୍ମୁଖରେ ହାଜର ହୋଇଥିଲେ କେଜ୍ରିଓ୍ବାଲ । ଏହି ଅଭିଯୋଗକୁ ଖଣ୍ଡନ କରିବା ସହିତ ବିଜେନ୍ଦର ଗୁପ୍ତାଙ୍କ ବିରୋଧରେ ଆଉ ଏକ ମାମଲା ରୁଜୁ କରିଛନ୍ତି କେଜ୍ରିଓ୍ବାଲ୍‌ । ବିଚାରପତି କେଜ୍ରିଓ୍ବାଲଙ୍କ ମାମଲାକୁ ଗ୍ରହଣ କରିବା ସହିତ ଆସନ୍ତା 23 ତାରିଖରେ ମାମଲାର ବିଚାର ପାଇଁ ତାରିଖ ଧାର୍ଯ୍ୟ କରିଛନ୍ତି । ଉଲ୍ଲେଖଯୋଗ୍ୟ ଯେ, କେଜ୍ରିଓ୍ବାଲଙ୍କୁ ବିଜେପି ନେତା ବିଜେନ୍ଦର ଗୁପ୍ତା ହତ୍ୟା କରିବାର ଚେଷ୍ଟା କରୁଛନ୍ତି ବୋଲି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଏବଂ ଉପ ମୁଖ୍ୟମନ୍ତ୍ରୀ ଟ୍ବିଟ୍‌ କରିଥିଲେ । ସାମାଜିକ ଗଣମାଧ୍ୟମରେ ଏହା ତାଙ୍କର ଛବି ମଳିନ କରୁଥିବାର…

Read More

କଂଗ୍ରେସ ମହାସଚିବ ତଥା ପୂର୍ବ ଉତ୍ତରପ୍ରଦେଶର ପ୍ରଭାରୀ ପ୍ରିୟଙ୍କା ଗାନ୍ଧି ଭଦ୍ରା ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ ଓ ବିଜେପି ସରକାରକୁ ଟାର୍ଗେଟ କରିଛନ୍ତି । ମଙ୍ଗଳବାର ଏକ ଟୁଇଟ୍‌ ଜରିଆରେ ସେ ଆରକ୍ଷଣ ବିଷୟକୁ ନେଇ ସଂଘ ପରିବାରକୁ ଘେରିଛନ୍ତି ପ୍ରିୟଙ୍କା । ପ୍ରିୟଙ୍କା କହିଛନ୍ତି ଯେ, ଆରକ୍ଷଣ ବିଷୟକୁ ନେଇ ସଂଘ ପରିବାରର ଯୋଜନା ବିପଜ୍ଜନକ । ଯେଉଁ ସମୟରେ ବିଜେପି ସରକାର ଗୋଟିଏ ଗୋଟିଏ ଜନହିତକାରୀ ଆଇନର ଗଳାରୁଦ୍ଧ କରୁଛି ସେତେବେଳେ ଆରଏସଏସ୍‌ ଏବେ ଆରକ୍ଷଣକୁ ନେଇ ତର୍କ ଆରମ୍ଭ କରିବା କଥା ଉଠାଇଛି । ତର୍କ ବାହାନାରେ ଆରଏସ୍‌ଏସ୍‌ ଓ ବିଜେପି ଅସଲରେ ସାମାଜିକ ନ୍ୟାୟକୁ ଟାର୍ଗେଟ୍‌ କରୁଛନ୍ତି । ରାଷ୍ଟ୍ରୀୟ ସ୍ବୟଂସେବକ ସଂଘର ପ୍ରମୁଖ ମୋହନ ଭାଗବତ୍‌ ନିକଟରେ ଆରକ୍ଷଣକୁ ନେଇ ତର୍କ ହେବା ଜରୁରୀ ବୋଲି କହିଥିଲେ । ଯାହାକୁ ନେଇ ଏବେ ବିବାଦ ଦେଖାଯାଇଛି । ମୋହନଙ୍କ ଏହି ବୟାନକୁ ନେଇ ମଧ୍ୟ…

Read More

ଫନି ମୁକାବିଲା ପାଇଁ ଓଡିଶା ସରକାରକୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ସହାୟତା ରାଶି ଘୋଷଣା କରାଯାଇଛି । ଓଡିଶା ସମେତ ଅନ୍ୟ ଦୁଇ ରାଜ୍ୟ ହିମାଚଳ ପ୍ରଦେଶ ଏବଂ କର୍ଣ୍ଣାଟକ ନିମନ୍ତେ ମଧ୍ୟ ସହାୟତା ରାଶି ଘୋଷଣା କରାଯାଇଛି । ମଙ୍ଗଳବାର ଓଡିଶା ନିମନ୍ତେ 3338.22 କୋଟିର ସହାୟତା ରାଶି ଘୋଷଣା କରାଯାଇଛି । ପୂର୍ବରୁ ରାଜ୍ୟ ସରକାରଙ୍କୁ 1300 କୋଟିର ସହାୟତା ରାଶି ପ୍ରଦାନ କରାଯାଇଥିଲା । ମଙ୍ଗଳବାର ଏନ୍‌ଡିଆର୍‌ଏଫ୍‌ ଏବଂ ଗୃହମନ୍ତ୍ରୀ ଅମିତ ଶାହାଙ୍କ ମଧ୍ୟରେ ବୈଠକ ପରେ ଏହି ସହାୟତା ରାଶି ଘୋଷଣା କରାଯାଇଛି । ଏନ୍‌ଡିଆର୍‌ଏଫ୍‌ ଏହି ସହାୟତା ରାଶି ରାଜ୍ୟ ସରକାରଙ୍କୁ ପ୍ରଦାନ କରିବ । ଏହି ବୈଠକ ପରେ ହିମାଚଳ ପ୍ରଦେଶ ନିମନ୍ତେ 64.5 କୋଟିର ସହାୟତା ରାଶି ଘୋଷଣା କରାଯାଇଛି । ସେହିପରି କର୍ଣ୍ଣାଟକକୁ 1029.39 କୋଟିର ମରୁଡି ସହାୟତା ଘୋଷଣା କରାଯାଇଛି ।

Read More

ମହିଳା କମିସନ ଅଧ୍ୟକ୍ଷା ଦାୟିତ୍ବ ନେଇଛନ୍ତି ମିନତି ବେହେରା । ଏହି ଦାୟିତ୍ବ ନେବା ପରେ ମିନତି ବେହେରା ପ୍ରତିକ୍ରିୟା ରଖିଛନ୍ତି । ଅଭିଯୋଗ ହେବାର ୧୫ ଦିନ ମଧ୍ୟରେ ସମସ୍ୟାର ସମାଧାନ ହେବ ବୋଲି କହିଛନ୍ତି ମିନତି। ସେହିପରି ମିଷ୍ଟର କହ୍ନେୟା ଫିଲ୍ମ ପୋଷ୍ଟରକୁ ନେଇ  ମଧ୍ୟ ମିନତିଙ୍କ ପ୍ରତିକ୍ରିୟା ରଖିଛନ୍ତି । ମହିଳାଙ୍କୁ ଏଭଳି ଚିତ୍ରିତ କରିବା ଠିକ୍‌ ହୋଇନି, ଆଇନ୍‌ର ପରିଧି ଭିତରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମିନତି କହିଛନ୍ତି ।  ମିଷ୍ଟର କହ୍ନେୟା ଫିଲ୍ମ ପୋଷ୍ଟରକୁ ନେଇ ବିବାଦ ବଢିବାରେ ଲାଗିଛି । ଏହି ବିବାଦୀୟ ପୋଷ୍ଟର ପାଇଁ ଫିଲ୍ମର ପ୍ରଯୋଜକ ତଥା ଅଭିନେତାଙ୍କ ବିରୁଦ୍ଧରେ ଏତଲା ମଧ୍ୟ ରୁଜୁ କରାଯାଇଛି ।

Read More