ମାର୍ଭେଲ୍ ସିନେମାଟିକ୍ ୟୁନିଭର୍ସ (ଏମ୍ସିୟୁ)ର ଫିଲ୍ମ ବ୍ଲାକ୍ ପାନ୍ଥରର ଦ୍ବିତୀୟ ଭାଗରେ ନଜର ଆସିବାକୁ ଯାଉଛନ୍ତି ମାର୍ଟିନ୍ ଫ୍ରିମ୍ୟାନ୍ । ଏହି ଫିଲ୍ମରେ ଫ୍ରିମ୍ୟାନ୍ ଜଣେ ସିଆଇଏ ଏଜେଣ୍ଟ ଏଭର୍ଟ ରସ୍ ଭୂମିକାରେ ନଜର ଆସିବେ । ଓ୍ବେବ୍ ସିରିଜ୍ ସେର୍ଲକ୍ ହୋମ୍ସରେ ଡ. ଜନ୍ ଓ୍ବାଟ୍ସନ୍ ଭୂମିକାରେ ନଜର ଆସିଥିବା ଫ୍ରିମ୍ୟାନ୍ଙ୍କର ଏହା ପ୍ରଥମ ବଡ ଭୂମିକା ଅଟେ । ପୂର୍ବ ଭାଗ ପରି ଚାଦ୍ଓ୍ବିକ୍ ବୋସ୍ମ୍ୟାନ୍ ମୁଖ୍ୟ ଚରିତ୍ରରେ ନଜର ଆସିବେ । ଏହି ଦୁଇ ଜଣଙ୍କ ବ୍ୟତୀତ ସ୍କାର୍ଲେଟ୍ ଜୋହାନ୍ ସନ୍ ଏବଂ ରାୟାନ୍ କୁଗ୍ଲର ଅନ୍ୟାନ୍ୟ ଭୂମିକାରେ ନଜର ଆସିବେ । ଏହି ଫିଲ୍ମଟି 2020ରେ ରିଲିଜ୍ ହେବ ।
Author: Samikhsya Bureau
ଜମ୍ମୁ ଓ କାଶ୍ମୀରରେ ତାଓ୍ବି ନଦୀରେ ଫସି ରହିଥିବା ଦୁଇ ଜଣ ବ୍ୟକ୍ତିଙ୍କୁ ସୁରକ୍ଷିତ ଭାବରେ ଉଦ୍ଧାର କରିଛନ୍ତି ଯବାନ । ଜାମ୍ମୁ ଓ କାଶ୍ମୀର ତାଓ୍ବି ନଦୀରେ ୪ ଜଣ ମତ୍ସ୍ୟଜୀବୀ ଫସିଯାଇଥିଲେ । ସେମାନଙ୍କ ମଧ୍ୟରୁ ପ୍ରଥମେ ଦୁଇ ଜଣଙ୍କୁ ହେଲିପ୍ଟରରେ ସିଡ଼ି ସାହାଯ୍ୟରେ ଉଦ୍ଧାର କରିବାକୁ ଉଦ୍ୟମ କରାଯାଇଥିଲା । କିନ୍ତୁ ସିଡି ଭାଙ୍ଗି ଯିବାରୁ ଦୁଇ ଜଣ ନଦୀରେ ପଡ଼ି ଭାସିଯାଇଥିଲେ । ଏହା ପରେ ନଦୀ ନିକଟରେ ନିର୍ମାଣଧୀନ କଂକ୍ରିଟ୍ ପୋଲ୍ ଉପରେ ୨ ଜଣ ଭାଗ୍ୟବଶତଃ ପହଁରି ପହଁଚି ଚଢ଼ି ଯାଇଥିଲେ । ସେମାନଙ୍କୁ ଉଦ୍ଧାର କରିବାକୁ ବାୟୁସେନା ଅପରେସନ୍ ଆରମ୍ଭ କରିଥିଲା । ୪୦ ମିନିଟ୍ ଧରି ଚାଲିଥିବା ଏହି ରେସ୍କ୍ୟୁ ଅପରେସନ୍ରେ ବାୟୁସେନାର ଯବାନ୍ମାନେ ସୁରକ୍ଷିତ ଅବସ୍ଥାରେ ଦୁଇଜଣଙ୍କୁ ବଞ୍ଚାଇଛନ୍ତି । ବାୟୁସେନା ହେଲିକପ୍ଟର ସାହାଯ୍ୟରେ ଏହି ଦୁଇଜଣଙ୍କୁ ଉଦ୍ଧାର କରାଯାଇଛି ।
ଅକ୍ଷୟ କୁମାରଙ୍କ ସୁପରହିଟ ଫିଲ୍ମ ‘ଭୁଲ ଭୁଲେୟା’ର ୧୨ ବର୍ଷ ପରେ ଏହାର ସିକ୍ବେଲ୍ ନିର୍ମାଣ ହେବାକୁ ଯାଉଛି। ଫିଲ୍ମର ପ୍ରଥମ ପୋଷ୍ଟର ରିଲିଜ୍ ହୋଇଯାଇଛି। ଅଭିନେତା କାର୍ତ୍ତିକ ଆର୍ୟନ ମୁଖ୍ୟ ଭୂମିକାରେ ନଜର ଆସିଛନ୍ତି। ଭୂଷଣ କୁମାରଙ୍କ ପ୍ରଯୋଜନାରେ ନିର୍ମିତ ଏହି ଫିଲ୍ମଟି ସାରା ଅଲୀ ଖାନ ନଜର ଆସିପାରନ୍ତି। ୨୦୨୦ ଜୁଲାଇ ୩୧ରେ ଫିଲ୍ମଟି ପରଦାକୁ ଆସିବ ବୋଲି ଜଣାପଡିଛି। ‘ଭୁଲ୍ ଭୁଲୈୟା’ରେ ଅକ୍ଷୟଙ୍କ ସହିତ ବିଦ୍ୟା ବଲାନ୍, ଅମିଷା ପଟେଲ୍, ସାଇନି ଆହୁଜା, ପରେଶ ରାଓ୍ବଲ୍, ମନୋଜ ଯୋଶୀ, ରାଜପାଲ୍ ଯାଦବ ପ୍ରମୁଖ ଅଭିନୟ କରିଥିଲେ । ପ୍ରିୟଦର୍ଶନଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମଟି ୨୦୦୭ରେ ପରଦାକୁ ଆସିଥିଲା । ତେବେ ଏହି ଫିଲ୍ମର ଦ୍ବିତୀୟ ଭାଗରେ ମଧ୍ୟ ଅକ୍ଷୟ କୁମାର ଅଭିନୟ କରିବେ ବୋଲି ଶୁଣିବାକୁ ମିଳିଥିଲା । କାର୍ତ୍ତିକ ଆର୍ଯ୍ୟନ୍ ଅଭିନେତ୍ରୀ ସାରା ଅଲ୍ଲୀ ଖାନ୍ଙ୍କ ସହିତ ‘ଲଭ ଆଜ କଲ୍୨’ ଶୁଟିଂରେ ବ୍ୟସ୍ତ ଅଛନ୍ତି…
ରାଜ୍ୟ ନିର୍ବାଚନ କମିଶନର ଭାବେ ଆଦିତ୍ୟ ପ୍ରସାଦ ପାଢୀ ଆଜି ଦାୟିତ୍ୱ ଗ୍ରହଣ କରିଛନ୍ତି । ଦାୟିତ୍ୱ ଗ୍ରହଣ କରିବା ପରେ ରାଜ୍ୟ ନିର୍ବାଚନ କମିଶନର ଆଦିତ୍ୟ ପ୍ରସାଦ ପାଢୀ ପୈାର ଓ ପଞ୍ଚାୟତ ନିର୍ବାଚନକୁ ସୁଚାରୁରୂପେ ତୁଲାଇବେ ବୋଲି ପ୍ରତିକ୍ରିୟା ଦେଇଛନ୍ତି । ଆଗାମୀ ନିର୍ବାଚନ ପାଇଁ ସମସ୍ତ ପ୍ରସ୍ତୁତି ସରିଛି । ଆଇନଗତ ଅସୁବିଧା ଯୋଗୁଁ ନିର୍ବାଚନ ହୋଇନାହିଁ । କିନ୍ତୁ ଏହି ସବୁ ଅସୁବିଧା ଦୂର ପରେ ନିର୍ବାଚନ ଅନୁଷ୍ଠିତ ହେବ ବୋଲି ଆଦିତ୍ୟ ପାଢୀଙ୍କୁ ରାଜ୍ୟ ନିର୍ବାଚନ କମିଶନର ଦାୟତ୍ୱ ହସ୍ତାନ୍ତର କରିବା ପରେ ବିଦାୟୀ ନିର୍ବାଚନ କମିଶନର ସୂଚନା ଦେଇଛନ୍ତି । ଆଦିତ୍ୟ ପ୍ରସାଦ ପାଢୀ ପୂର୍ବରୁ ମୁଖ୍ୟ ଶାସନ ସଚିବ ପଦରେ ଥିଲେ । ସେ ତାଙ୍କ ପଦବୀରୁ ସ୍ବେଚ୍ଛାକୃତ ଅବସର ନେଇଛନ୍ତି । ଏବେ ତାଙ୍କ ସ୍ଥାନରେ ମୁଖ୍ୟ ଶାସନ ସଚିବ ଭାବେ ଅସିତ୍ ତ୍ରିପାଠୀ ଦାୟିତ୍ବ ଗ୍ରହଣ କରିଛନ୍ତି ।
ସମୀକ୍ଷା ବ୍ୟୁରୋ ନିର୍ବାଚନ ପରେ ପରେ ବିଜେଡିର ବରିଷ୍ଠ ନେତା ତଥା ପୂର୍ବତ୍ତନ ସାଂସଦ ଡ.ପ୍ରସନ୍ନ ପାଟ୍ଟଶାଣୀ ନୂଆ ଦିଲ୍ଲୀରେ ଯୋଗଦେଇଥିବା ଏକ ଫଟୋକୁ ନେଇ ଚାଲିଛି ଚର୍ଚ୍ଚା। ଜଣେ ନେତା ତଥା ପୂର୍ବତ୍ତନ ସାଂସଦ ଭାବେ କୌଣସ କାର୍ଯ୍ୟକ୍ରମ ବା ଉତ୍ସବରେ ଯୋଗଦେବା କିଛି ଭୁଲ ନୁହେଁ। ହେଲେ ପ୍ରସନ୍ନ ପାଟ୍ଟଶାଣୀ ବିଜେପି ନେତାଙ୍କ ସହିତ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ନେଇ ଚାଲିଛି ଚର୍ଚ୍ଚା। ଗତକାଲି ନୂଆଦିଲ୍ଲରେ ଏକ ଯାଗ କାର୍ଯ୍ୟକ୍ରମ ଥିଲା। ଏଥିରେ ଦିଲ୍ଲୀ ବିଜେପି ସଭାପତି ତଥା ସାଂସଦ ମନୋଜ ତିୱାରୀଙ୍କ ସହିତ ପ୍ରସନ୍ନ ପାଟ୍ଟଶାଣୀ ଅତିଥି ଥିଲେ। ଏଥିସହିତ ଯୋଗଗୁରୁ ଅନୀଲ ଜୈନ ମଧ୍ୟ ଅତିଥି ଥିଲେ। ଅବଶ୍ୟ କାର୍ଯ୍ୟକ୍ରମଟି ଯୋଗ ସଂପର୍କିତ ଥିବାରୁ ପ୍ରସନ୍ନ ପାଟ୍ଟଶାଣ ସେଥିରେ ଯୋଗଦେବା କିଛି ଭୁଲ ନୁହେଁ। ଏପରିକି ବିଜେପି ନେତାଙ୍କ ସହିତ ମଞ୍ଚରେ ବସିବା ମଧ୍ୟ ଭୁଲ ନୁହେଁ। ହେଲେ ବର୍ତ୍ତମାନ ପ୍ରସନ୍ନ ପାଟ୍ଟଶାଣୀଙ୍କ ରଜନୈତିକ…
ରଙ୍ଗାଚରଣ ପ୍ରଧାନ ବର୍ଷା ବନ୍ଦ ହେବା ପରେ ଆପଣ ଘରୁ ବାହାରି ବଜାର ଆଡକୁ ଯାଇଛନ୍ତି । ଆପଣ ଦେଖିଲେ ବାଟରେ ଗୋଟିଏ ୫୦୦ ଟଙ୍କିଆ ନୋଟ୍ ପଡିଛି । ଆପଣ ଯାଇ ସେହି ଟଙ୍କାରେ ଗୋଟିଏ ସଦ୍ୟ ପ୍ରକାଶିତ ବହିଟିଏ କିଣି ଦେଲେ । ବହି ଦୋକାନୀଟା ସେହି ଟଙ୍କାରେ ସେଦିନ ତା’ର ସାନ୍ଧ୍ୟକାଳୀନ କୋଟାର ମଦ କିଣି ଦେଲା । ମଦ ଦୋକାନୀ ତା’ ପସନ୍ଦର ହିରୋଇନ୍ ଅଭିନୀତ ଗୋଟିଏ ଫିଲିମ୍ ଦେଖିନେଲା ଓ ହଲ୍ ରେ ବସି ପପକର୍ଣ ଓ ଥଣ୍ଡା ପାନୀୟର ମଜା ନେଲା । ସିନେମା ହଲ୍ ମାଲିକ ୫୦୦ ଟଙ୍କାରେ ଗୋଟିଏ ଟ୍ୟାକ୍ସି ଭଡା କରି ସହରର ସେମୁଣ୍ଡରେ ହେଉଥିବା ଏକ ବିବାହ ଉତ୍ସବକୁ ଗଲା । ଏଠାରେ ତାହେଲେ ଆପଣ କ’ଣ ଦେଖିଲେ ? ଆପଣ ବାଟରୁ ଗୋଟାଇଥିବା ୫୦୦ ଟଙ୍କିଆ ନୋଟ୍ ୪ ଥର ଖର୍ଚ୍ଚ ହେଲା । ଏହାକୁ…
ପୂର୍ବତନ ବିହାର ମୁଖ୍ୟମନ୍ତ୍ରୀ ଜଗନ୍ନାଥ ମିଶ୍ରଙ୍କ ପରଲୋକ ହୋଇଛି । ସୋମବାର ନୂଆଦିଲ୍ଲୀର ଏକ ଘରୋଇ ହସ୍ପିଟାଲରେ 82 ବର୍ଷରେ ପ୍ରାଣ ହରାଇଛନ୍ତି ବିହାରର ଏହି ପୂର୍ବତନ ମୁଖ୍ୟମନ୍ତ୍ରୀ । ତିନିଥର ବିହାରର ମୁଖ୍ୟମନ୍ତ୍ରୀ ରହିଥିବା ମିଶ୍ର ବିଗତ କିଛି ମାସ ଧରି ଅସୁସ୍ଥ ରହିଥିଲେ । ତିନି ଥର ବିହାରର ମୁଖ୍ୟମନ୍ତ୍ରୀ ରହିବା ସହିତ ସେ କେନ୍ଦ୍ର ସରକାରରେ କ୍ୟାବିନେଟ୍ ମନ୍ତ୍ରୀ ମଧ୍ୟ ରହିଛନ୍ତି । ରାଜନୀତିରେ ଯୋଗ ଦେବା ପୂର୍ବରୁ ବିହାର ବିଶ୍ବବିଦ୍ୟାଳୟରେ ଜଣେ ଅର୍ଥନୀତି ପ୍ରଫେସର ରହିଥିଲେ ମିଶ୍ର । କଂଗ୍ରେସ ପକ୍ଷରୁ ମୁଖ୍ୟମନ୍ତ୍ରୀ ରହିଥିବା ମିଶ୍ର ପରେ ଏନ୍ସିପି ଏବଂ ଜେଡିୟୁରେ ଯୋଗଦାନ କରିଥିଲେ । ଚାରା ଦୁର୍ନୀତି ମାମଲାର ଅଭିଯୁକ୍ତ ଥିଲେ ମଧ୍ୟ କୋର୍ଟ ତାଙ୍କୁ ଏହି ଅଭିଯୋଗରୁ ମୁକ୍ତ କରିଥିଲେ । ଜଗନ୍ନାଥ ମିଶ୍ରଙ୍କ ପରଲୋକରେ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ଶୋକ ପ୍ରକାଶ କରାଯାଇଛି ।
ରାଜ୍ୟର ନୂତନ ମୁଖ୍ୟ ଶାସନ ସଚିବ ଭାବରେ ସୋମବାର ଦାୟିତ୍ୱ ଗ୍ରହଣ କରିଛନ୍ତି ଅସିତ ତ୍ରିପାଠୀ । ପୂର୍ବତନ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀଙ୍କ ନିକଟରୁ ତ୍ରୀପାଠୀ ଦାୟିତ୍ୱ ଗ୍ରହଣ କରିଛନ୍ତି । ନିର୍ଦ୍ଧାରିତ ସମୟ ମଧ୍ୟରେ ସମସ୍ତ କାର୍ଯ୍ୟ ଶେଷ କରିବା ଉପରେ ଦାୟିତ୍ୱ ନେବା ପରେ ତ୍ରିପାଠୀ ଗୁରୁତ୍ୱ ଦେଇଛନ୍ତି । ଦାୟିତ୍ୱ ଗ୍ରହଣ କରିବା ପରେ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀଙ୍କ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧନ କରି କହିଛନ୍ତି ଯେ ସମୟ ନଷ୍ଟ ନ କରି କଠିନ ଟିମ୍ ୱାର୍କ କଲେ ଠିକ୍ ସମୟରେ ସରକାରୀ ଯୋଜନା ହିତାଧିକାରୀଙ୍କ ନିକଟରେ ପହଞ୍ଚିବ ବୋଲି ସେ କହିଛନ୍ତି । ଲୋକଙ୍କ ଫାଇଲ୍ ଯେମିତି ଅଟକି ନ ରୁହେ ସେଥିପ୍ରତି ଧ୍ୟାନ ଦିଆଯିବ ବୋଲି ତ୍ରୀପାଠୀ କହିଛନ୍ତି ।
ଉପର ମୁଣ୍ଡରେ ପୁନଃର୍ବାର ବର୍ଷା ଦ୍ୱାରା ହୀରାକୁଦ ଜଳ ଭଣ୍ଡାରେ ଜଳ ସ୍ତର ବୃଦ୍ଧି ପାଉଛି । ବନ୍ଦ କରାଯାଇଥିବା ଗେଟ୍ଗୁଡ଼ିକୁ ଖୋଲିବାକୁ ନିଷ୍ପତ୍ତି ନେଇଛନ୍ତି ଡ୍ୟାମ୍ କର୍ତ୍ତୃପକ୍ଷ । ବର୍ଷାକୁ ନଜରରେ ରଖି ଆଜି ଆଉ 7 ଟି ଗେଟ୍ ଖୋଲାଯିବ । ଏବେ 7ଟି ଗେଟ୍ ଦେଇ ଜଳ ନିଷ୍କାସନ ହେଉଛି । ଫଳରେ ବର୍ତ୍ତମାନ 14ଟି ଗେଟ୍ ଦେଇ ଜଳ ନିଷ୍କାଷିତ ହେଉଛି । ହୀରାକୁଦ ଜଳଭଣ୍ଡାରର ଜଳସ୍ତର 620.81 ଫୁଟ ରହିଛି । ଜଳଭଣ୍ଡାରକୁ 2 ଲକ୍ଷ 5 ହଜାର 47 କ୍ୟୁସେକ୍ ଜଳ ପ୍ରବେଶ କରୁଥିବା ବେଳେ 1 ଲକ୍ଷ 27 ହଜାର 724 କ୍ୟୁସେକ୍ ଜଳ ନିଷ୍କାସିତ ହେଉଛି ।
ମହାରାଷ୍ଟ୍ରରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ 11 ଜଣଙ୍କ ପ୍ରାଣହାନି ଘଟିଥିବା ବେଳେ 12 ଜଣ ଆହତ ହୋଇଛନ୍ତି । ରବିବାର ରାତି 10.30 ସମୟରେ ମହାରାଷ୍ଟ୍ରର ଧୁଲେ ଜିଲ୍ଲାରେ ଏକ ବସ ଏବଂ ଟ୍ରକ୍ ମଧ୍ୟରେ ଦୁର୍ଘଟଣା ଘଟିଥିଲା । ବସ୍ଟି ଔରଙ୍ଗାବାଦରୁ ଶାହଦା ଅଭିମୁଖେ ଯାତ୍ରା କରୁଥିଲା । ଉଭୟ ଯାନର ଡ୍ରାଇଭର ଘଟଣାସ୍ଥଳରେ ପ୍ରାଣ ହରାଇଛନ୍ତି । ଆହତ 12 ଜଣଙ୍କ ମଧ୍ୟରୁ ଅନେକ ଗୁରୁତର ରହିଥିବାରୁ ମୃତକଙ୍କ ସଂଖ୍ୟା ବଢିପାରେ ବୋଲି କୁହାଯାଇଛି । ଆହତ ମାନଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।
ଉଗାଣ୍ଡାରେ ଏକ ଗ୍ୟାସ୍ ଟ୍ୟାଙ୍କରରେ ବିସ୍ଫୋରଣ ଘଟିଛି । ପଶ୍ଚିମ ଉଗାଣ୍ଡାରେ ସୋମବାର ଦିନ ଏହି ବିସ୍ଫୋରଣ ଘଟି 20 ଜଣଙ୍କ ପ୍ରାଣହାନି ଘଟିଥିବା ବେଳେ 12 ଜଣ ଆହତ ହୋଇଛନ୍ତି । ପଶ୍ଚିମ ଉଗାଣ୍ଡାର ରୁବୁରିଜି ଜିଲ୍ଲାରେ ଏହି ବିସ୍ଫୋରଣ ଘଟିଥିଲା । ଏହି ତୈଳ ଟ୍ୟାଙ୍କରଟି କେନିଆରୁ କଙ୍ଗୋ ଅଭିମୁଖେ ଯାତ୍ରା କରୁଥିଲା । ଗାଡିର ଡ୍ରାଇଭର ନିୟନ୍ତ୍ରଣ ହରାଇ ଅନ୍ୟ ଏକ ବସ୍ ସହିତ ଟ୍ୟାଙ୍କକୁ ଧକ୍କା ଦେଇଥିଲେ । ଫଳରେ ଅଗ୍ନିକାଣ୍ଡ ଘଟିବା ସହିତ ବିସ୍ଫୋରଣରେ 20 ଜଣଙ୍କ ପ୍ରାଣହାନି ଘଟିଥିଲା । ଦୁଇଟି ଗାଡି ଏହି ବିସ୍ଫୋରଣରେ ସମ୍ପୂର୍ଣ୍ଣ ଜଳି ଯାଇଥିଲା । ଆହତ ମାନଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।
ବିଭିନ୍ନ ଉତ୍ତର ଭାରତୀୟ ସହରରେ ବର୍ଷା ଫଳରେ 28 ଜଣଙ୍କ ମୃତ୍ୟୁ ଘଟିଛି । ହିମାଚଳ ପ୍ରଦେଶ, ଉତ୍ତରାଖଣ୍ଡ ଏବଂ ପଞ୍ଜାବରେ ରବିବାର ଭୟଙ୍କର ବର୍ଷା ଫଳରେ ଅନ୍ୟ 22 ଜଣ ନିଖୋଜ ଅଛନ୍ତି । ରବିବାର ଭୟଙ୍କର ବର୍ଷା ଫଳରେ ଦିଲ୍ଳୀ, ହରିୟାଣା, ପଞ୍ଜାବ ଏବଂ ଉତ୍ତର ପ୍ରଦେଶରେ ବନ୍ୟା ସତର୍କ ସୂଚନା ଜାରି କରାଯାଇଛି । ହାଥିନୀ କୁଣ୍ଡ ବ୍ୟାରେଜ୍ରୁ 8.14 ଲକ୍ଷ କ୍ୟୁସେକ୍ ଜଳ ନିଷ୍କାସିତ ହୋଇଥିବାରୁ ହରିୟାଣା ସରକାର ଭାରତୀୟ ସେନାକୁ ପରସ୍ଥିତି ନିୟନ୍ତ୍ରଣ ପାଇଁ ସେନାକୁ ଆମନ୍ତ୍ରଣ ଦେଇଛି । ଦିଲ୍ଲୀ ଏବଂ ହରିୟାଣାରେ ଯମୁନା ନଦୀ ବିପଦ ସଙ୍କେତ ପାର କରିଥିବାରୁ ଉଭୟ ରାଜ୍ୟରେ ବନ୍ୟା ସତର୍କ ସୂଚନା ଜାରି କରାଯାଇଛି । ଉତ୍ତରାଖଣ୍ଡରେ 3 ଜଣଙ୍କ ପ୍ରାଣହାନି ଘଟିଥିବା ବେଳେ 22 ଜଣ ନିଖୋଜ ହୋଇଛନ୍ତି । ସେହିପରି ସିମ୍ଳାରେ 9 ଜଣ, ସୋଲାନ୍ରେ 5 ଜଣ, କୁଲ୍ଲୁ ଏବଂଶ୍ରୀମାଉର୍ରେ ଦୁଇ…
ଭାରତ ପାକ୍ ଅଧିକୃତ କାଶ୍ମୀର ଅଧିଗ୍ରହଣ କରିବା ଉଚିତ୍ ବୋଲି ମତ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂ । ଜମ୍ମୁ କାଶ୍ମୀରରୁ ଧାରା 370 ଉଠିବା ପରେ ଏହି ମନ୍ତବ୍ୟ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ । ଜମ୍ମୁ କାଶ୍ମୀରର ବିଜେପି କାର୍ଯ୍ୟାଳୟରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ରବିବାର ଦିନ ଏହି ମନ୍ତବ୍ୟ ଦେଇଛନ୍ତି ଜିତେନ୍ଦ୍ର ସିଂ । ଜମ୍ମୁ କାଶ୍ମୀର ବାସୀ ଧାରା 370 ଉଚ୍ଛେଦକୁ ନେଇ ଗର୍ବ ଅନୁଭବ କରିବା ଉଚିତ୍ । ଏହି ଐତିହାସିକ ପଦକ୍ଷେପ ପରେ ପାକିସ୍ତାନ ଭାରତର ଅନ୍ତରୀଣ ମାମଲାକୁ ନେଇ ବିଭିନ୍ନ ଅନ୍ତର୍ଜାତୀୟ ରାଷ୍ଟ୍ରସମୂହଙ୍କ ଦ୍ବାରସ୍ଥ ହେଉଛି । ମାତ୍ର ପିଓକେ ଉପରେ ନିଜର ଅଧିକାର ଜାହିର କରିବା ପାଇଁ ଏହା ପ୍ରକୃଷ୍ଟ ସମୟ । ଭାରତ ପିଓକେ ଅଧିଗ୍ରହଣ କଲେ ଭାରତବାସୀ ସହଜରେ ପିଓକେର ରାଜଧାନୀ ମୁଜାଫରାବାଦ ପହଞ୍ଚି ପାରିବେ ବୋଲି ଜିତେନ୍ଦ୍ର ସିଂ କହିଛନ୍ତି । ଉଲ୍ଲେଖଯୋଗ୍ୟ ଯେ, ଗତକାଲି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ…
କେଦାର ମିଶ୍ର ଶ୍ରୀଜଗନ୍ନାଥ ସଂସ୍କୃତି କେବଳ ଶ୍ରୀମନ୍ଦିର ଭିତରେ ସୀମିତ ନୁହେଁ। ମନ୍ଦିର ବାହାରେ ମେଘନାଦ ପାଚେରୀକୁ ଘେରି ରହିଥିବା ମଠ, ବିଭିନ୍ନ ସେବାୟତଙ୍କ ଘର ଓ ଖୋଦ ଗଜପତିଙ୍କ ଶ୍ରୀ ନଅର ମଧ୍ୟ ଶ୍ରୀ ଜଗନ୍ନାଥ ପରମ୍ପରାର ଅଂଶବିଶେଷ। ଦୁଇଦିନ ତଳେ ହଠାତ ଓଡିଶା ସରକାର ଯେତେବେଳେ କ୍ୟାବିନେଟ ନିଷ୍ପତ୍ତି ନେଲେ ଯେ ମନ୍ଦିର ଠାରୁ ୭୫ ମିଟର ପରିଧି ଭିତରେ ରହିଥିବା ସବୁ କୋଠାବାଡି ଖାଲି କରାଯିବ, ତାହା ଅତ୍ୟନ୍ତ ବିଚିତ୍ର ଓ ମହମ୍ମଦ ବିନ ତୁଗଲକଙ୍କ ନିଷ୍ପତ୍ତି ଭଳି ଶୁଣାଗଲା। ମନ୍ଦିର ଚାରି ପାର୍ଶ୍ଵରେ ରହିଥିବା ମଠ ଗୁଡିକ ଭାଙ୍ଗିବା ଏକପ୍ରକାର ଧାର୍ମିକ ଉତ୍ତେଜନା ସୃଷ୍ଟି କରିବ ଓ ଏହା ଐତିହ୍ୟ ବିରୋଧୀ ବୋଲି ସରକାର ବୁଝି ପାରୁନାହାନ୍ତି କେମିତି? ସବୁଠୁ ଦୁର୍ଭାଗ୍ୟର କଥା ହେଉଛି, ଏମିତି ଏକ ନିଷ୍ପତ୍ତି ନେବାକୁ ଶ୍ରୀମନ୍ଦିର ସଂସ୍କାର ଲାଗି ରାଜ୍ୟ ସରକାର ଗଠନ କରିଥିବା ଜଷ୍ଟିସ ଦାସ କମିଶନ ଏହାକୁ…
ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନଙ୍କ ଘରେ ଅଗ୍ନିକାଣ୍ଡ ଘଟିଛି । ଭୁବନେଶ୍ବର ସ୍ଥିତ ବିଧାୟକଙ୍କ ସରକାରୀ ବାସଭବନରେ ରବିବାର ବିଳମ୍ବିତ ରାତିରେ ନିଆଁ ଲାଗିଥିଲା । ଏହି ଅଗ୍ନିକାଣ୍ଡରେ ଦୁଇଟି କାର, ଦୁଇଟି ବାଇକ୍ ଏବଂ 2 ବଖରା ଘର ସମ୍ପୂର୍ଣ୍ଣ ଜଳିଯାଇଛି । ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଥିଲେ ମଧ୍ୟ କେହି ଦୂର୍ବୁର୍ତ୍ତ ନିଆଁ ଲଗାଇଥିବାର ଅନୁମାନ କରାଯାଉଛି । ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ କରିଥିବା ବେଳେ ପୋଲିସ୍ ତଦନ୍ତ ଆରମ୍ଭ କରିଛି ।
ଶ୍ରୀମନ୍ଦିର ଚତୁଃପାର୍ଶ୍ବରୁ ଉଚ୍ଛେଦ ଆରମ୍ଭ ହୋଇଛି । ସକାଳ 6ଟାରୁ ମେଘନାଦ ପ୍ରାଚୀର ଚତୁଃପାର୍ଶ୍ଵର 75 ମିଟର ପରିଧି ମଧ୍ୟରେ ଥିବା ସମସ୍ତ ନିର୍ମାଣ ଉଚ୍ଛେଦ ଆରମ୍ଭ ହୋଇଛି । ଉପ ଜିଲ୍ଲାପାଳଙ୍କ ଉପସ୍ଥିତିରେ ଏହି ଉଚ୍ଛେଦ ଆରମ୍ଭ ହୋଇଛି । ଉଚ୍ଛେଦ ସମୟରେ 24 ପ୍ଲାଟୁନ ପୋଲିସ ଫୋର୍ସ ସମେତ 8 ମାଜିଷ୍ଟ୍ରେଟ ଉପସ୍ଥିତ ଅଛନ୍ତି । ଶୁକ୍ରବାର ରାଜ୍ୟ ସଚିବାଳୟରେ ବସିଥିବା ଗୁରୁତ୍ଵପୂର୍ଣ୍ଣ ବୈଠକରେ ସୁରକ୍ଷା ଏବଂ ଶ୍ରଦ୍ଧାଳୁମାନଙ୍କ ସୁବିଧା ପାଇଁ ପୁରୀ ଶ୍ରୀମନ୍ଦିର ଚତୁଃପାର୍ଶ୍ଵରୁ 75 ମିଟର ପର୍ଯ୍ୟନ୍ତ ଜାଗା ଖାଲି କରାଯିବ ବୋଲି ନିଷ୍ପତ୍ତି ନିଆଯାଇଥିଲା। ଏଥିନିମନ୍ତେ ଆବଶ୍ୟକ ଜମି ଅଧିଗ୍ରହଣ ଓ ସର୍ଭେ ପାଇଁ ପୁରୀ ଜିଲ୍ଲାପାଳଙ୍କୁ ଦାୟିତ୍ଵ ଦିଆଯାଇଥିଲା ।
ଭାରତୀୟ ମଧ୍ୟମ ଦୂରଗାମୀ ଦୌଡାଳି ହିମା ଦାସ ଏବଂ ମହମ୍ମଦ ଅନାସ ଚେକ ରିପବ୍ଲିକ୍ର ଆଥେଲିଟିକ ମିଟିନେକ ରିଟର ବିଭାଗରେ ଯଥାକ୍ରମେ ପୁରୁଷ ଏବଂ ମହିଳା 300 ମିଟର ବର୍ଗରେ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି । ହିମାଙ୍କର ଏହା ଷଷ୍ଠ ସ୍ୱର୍ଣ୍ଣ ପଦକ । ଶନିବାର ଦିନ ହିମା ସ୍ୱର୍ଣ୍ଣ ପଦକ ହାସଲ କରିବା ପରେ ଟ୍ୱିଟ କରିଛନ୍ତି ।, ଅନ୍ୟପଟେ ଅନାସ ପୁରୁଷ 300 ମିଟିର ବର୍ଗର ପ୍ରତିଯୋଗିତାରେ 32.41 ସମୟ ସହ ସ୍ୱର୍ଣ୍ଣ ହାସଲ କରିଛନ୍ତି । ଜାତୀୟ ରେକର୍ଡ ନିଜ ନାଁରେ କରିଥିବା ଅନସ ସେପ୍ଟେମ୍ୱର-ଅକ୍ଟୋବରରେ ହେବାକୁ ଥିବା ବିଶ୍ୱ ଚାମ୍ପିୟନସିପର 400 ମିଟର ବର୍ଗ ପାଇଁ ପୂର୍ବରୁ ଯୋଗ୍ୟତା ଅର୍ଜନ କରି ସାରିଛନ୍ତି ।
ଆଜି ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (ଆରଏସ୍ଏସ୍) ମୁଖ୍ୟ ମୋହନ ଭାଗବତ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଅରୁଣ ଜେଟଲୀ ସ୍ୱାସ୍ଥ୍ୟାବସ୍ଥା ବାବଦରେ ପଚାରି ବୁଝିବା ପାଇଁ ଦିଲ୍ଲୀ ଏମସ୍ ପହଞ୍ଚିଥିଲେ । ଏହାପରେ ଅପରାହ୍ନରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଏବଂ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ମଧ୍ୟ ଏମସ୍ ଆସିଥିଲେ । ସେମାନେ ଜେଟଲୀଙ୍କ ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେ ବୁଝିବା ସହ ଏଠାରେ ଗତକାଲି ଘଟିଥିବା ଅଗ୍ନିକାଣ୍ଡ ବାବଦରେ ମଧ୍ୟ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରିଥିଲେ । ଏମ୍ସରୁ ଫେରି ନିଜେ କେଜ୍ରିୱାଲ ଏନେଇ ଟ୍ୱିଟ୍ କରି ଜଣାଇଛନ୍ତି। ସେ ଏହି ଟ୍ୱିଟ୍ରେ ଜେଟ୍ଲୀଙ୍କ ସୁସ୍ଥତା ମଧ୍ୟ କାମନା କରିଥିଲେ ।
ଅଗଷ୍ଟ ମାସରେ ବିଦେଶୀ ପୁଞ୍ଜିନିବେଶରେ ହ୍ରାସ ଘଟିଛି । ପୁଞ୍ଜିନିବେଶ ପରିମାଣ ହ୍ରାସ ପାଇ 8319 କୋଟିରେ ପହଞ୍ଚିଛି । ପୂର୍ବରୁ ଏହି ରାଶିର ପରିମାଣ 10416.25 କୋଟି ଟଙ୍କା ରହିଥିଲା । ଅଗଷ୍ଟ 1-16 ମଧ୍ୟରେ ସମୁଦାୟ କ୍ଷତିର ପରିମାଣ 2096.38 କୋଟିରେ ପହଞ୍ଚିଛି । ମର୍ଣ୍ଣିଙ୍ଗଷ୍ଟାର ପକ୍ଷରୁ ପ୍ରକାଶିତ ଏହି ରିପୋର୍ଟ ଅନୁଯାୟୀ 10ଦିନ ମଧ୍ୟରୁ 9 ଦିନର ଟ୍ରେଡିଙ୍ଗ ନକରାତ୍ମକ ରହିଥିଲା । ବର୍ଦ୍ଧିତ କର ବ୍ୟବସ୍ଥା ବିଦେଶୀ ପୁଞ୍ଜିନିବେଶ ହ୍ରାସର ମୁଖ୍ୟ କାରଣ ବୋଲି ମର୍ଣ୍ଣିଙ୍ଗଷ୍ଟାରର ଅର୍ଥନୀତିଜ୍ଞ ହିମାଂଶୁ ଶ୍ରୀବାସ୍ତବ ସୂଚନା ଦେଇଛନ୍ତି । ଏହି ସମୟରେ ଭାରତୀୟ ସେୟାର ବଜାର ମଧ୍ୟ 270 ପଏଣ୍ଟ ହ୍ରାସ ପାଇଛି ।
ବିହାରର ସ୍ବାଧୀନ ବିଧାୟକ ଅନନ୍ତ ସିଂ ନିଖୋଜ ଅଛନ୍ତି । ନିଜର ପାଟନା ସ୍ଥିତ ବାସଭବନରୁ ବିଧାୟକ ନିଖୋଜ ରହିଥିବା ନେଇ ପୋଲିସ୍ ପକ୍ଷରୁ ସୂଚନା ମିଳିଛି । ପୋଲିସ୍ ଅନନ୍ତ ସିଂଙ୍କୁ ଗିରଫ କରିବା ପାଇଁ ତାଙ୍କ ବାସଭବନରେ ପହଞ୍ଚିବା ବେଳକୁ ବିଧାୟକ ନିଜ ବାସଭବନରେ ଅନୁପସ୍ଥିତ ଥିଲେ । ଶୁକ୍ରବାର ବାର୍ ପୋଲିସ୍ ପକ୍ଷରୁ କାନ୍ତେଶ କୁମାର ମିଶ୍ରା ଏବଂ ଲିପି ସିଂଙ୍କ ପକ୍ଷରୁ ଚଢାଉ କରାଯାଇଥିଲା । ଏହି ଚଢାଉରେ ବିଧାୟକଙ୍କ ବାସଭବନରୁ ଗୋଟିଏ ଏକେ 47, 22ଟି କ୍ୟାଟ୍ରିଜ୍ ଏବଂ ଦୁଇଟି ବୋମା ଜବତ କରାଯାଇଥିଲା । ବିଧାୟକ ନିଖୋଜ ଥିବା ବେଳେ ତାଙ୍କ ଫୋନ୍ ଘଟଣାସ୍ଥଳରୁ ଜବତ କରାଯାଇଛି । ଖୁବ୍ ଶୀଘ୍ର ବିଧାୟକଙ୍କୁ ଗିରଫ କରାଯିବ ବୋଲି କମିଶନର ସୂଚନା ଦେଇଛନ୍ତି ।
ଆସନ୍ତା କାଲିଠାରୁ ଆରମ୍ଭ ହେବାକୁ ଯାଉଛି ବିଡବ୍ଲ୍ୟୁଏଫ୍ ବ୍ୟାଡମିଣ୍ଟନ ଚାମ୍ପିୟନ୍ସିପ୍ । ଭାରତ ପକ୍ଷରୁ ସାଇନା ନେହ୍ବାଲ ଏବଂ ପିଭି ସିନ୍ଧୁ ଷ୍ଟାର ସଟ୍ଲର ଭାବରେ ଭାରତର ପ୍ରତିନିଧିତ୍ବ କରିବାକୁ ଯାଉଥିବା ବେଳେ ଭାରତ ସିନ୍ଧୁଙ୍କ ନିକଟରୁ ପଦକ ଆଶା ରଖିଛି । ବିଶ୍ବ ଚାମ୍ପିୟନ୍ସିପ୍ରେ ଭାରତ ପକ୍ଷରୁ ପିଭି ସିନ୍ଧୁ ସର୍ବଦା ଭଲ ପ୍ରଦର୍ଶନ କରି ଆସିଛନ୍ତି । ଏହି ଟୁର୍ଣ୍ଣାମେଣ୍ଟରୁ ସିନ୍ଧୁ ଦୁଇଟି ରୌପ୍ୟ ଏବଂ ଗୋଟିଏ ବ୍ରୋଞ୍ଜ ପଦକ ହାସଲ କରିଥିବା ବେଳେ ଏହି ସଂସ୍କରଣରୁ ସ୍ବର୍ଣ୍ଣ ଆଶା ରଖିଛନ୍ତି ପ୍ରଶଂସକ । ସିନ୍ଧୁଙ୍କ ବ୍ୟତିତ ସାଇନା ଏହି ଟୁର୍ଣ୍ଣାମେଣ୍ଟରେ ଅଷ୍ଟମ ସିଡ୍ର ମାନ୍ୟତା ପାଇଛନ୍ତି । ସିନ୍ଧୁ ଏବଂ ସାଇନା ପ୍ରଥମ ରାଉଣ୍ଡ ବାଇ ପାଇଛନ୍ତି । ଏହି ଦୁଇ ଜଣଙ୍କ ବ୍ୟତିତ ପୁରୁଷ ବିଭାଗରେ କିଦାମ୍ବୀ ଶ୍ରୀକାନ୍ତ, ଏଚ୍ ଏସ୍ ପ୍ରଣୟ ଏବଂ ବି ସାଇ ପ୍ରଣୀଥ୍ ଭାଗ ନେଉଛନ୍ତି ।

