ସମୀକ୍ଷା ବ୍ୟୁରୋ ଆଜି ସୋସିଆଲ୍ ମିଡିଆ ଯୁଗରେ ପ୍ରାୟ ସମସ୍ତଙ୍କ ହାତରେ ଅତ୍ୟାଧୁନିକ ମୋବାଇଲ। ଆଉ ଏହି ମୋବାଇଲ ହିଁ ଯୁବପିଢିଙ୍କ ଲୁକ୍କାୟିତ ପ୍ରତିଭାକୁ ଲୋକଲୋଚନକୁ ଆଣିବାର ଏକ ବଳିଷ୍ଠ ମାଧ୍ୟମ ପାଲଟିଛି। ଏବେ ନିଜ ନିଜର ପାରଦର୍ଶିତାକୁ ଅନ୍ୟମାନଙ୍କ ଆଗରେ ସୋସିଆଲ ମିଡିଆ ସହାୟତାରେ ସହଜରେ ପ୍ରକାଶ କରାଯାଇ ପାରୁଛି ଏବଂ ଜଣେ ନିଜର ପ୍ରତିଭା ବଳରେ ରାତାରାତି ପ୍ରସିଦ୍ଧି ଲାଭ କରୁଛି। ଆଉ ନିଜର ପ୍ରତିଭାକୁ ବିଭିନ୍ନ ଆପ୍ସ ସାହାଯ୍ୟରେ ରେକର୍ଡ କରି ୟୁ ଟ୍ୟୁବ ମାଧ୍ୟମରେ ଜଣେ ଟଙ୍କା ମଧ୍ୟ ରୋଜଗାର କରି ପାରୁଛି। ଏହି ଆପ୍ସ ଗୁଡିକ ଦ୍ଵାରା ଯୁବପିଢି ଙ୍କ ପାଖରେ ବଳି ପଡୁଥିବା ସମୟକୁ ଉପଯୋଗ କରି ନିଜ ପ୍ରତିଭାର ବିକାଶ କରି ପାରିବା ସହ ନିଜର ଏକ ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିବାରେ ସଫଳ ହେଉଛିନ୍ତି। ଏହିଭଳି ଅନେକ ଆପ୍ସ ଯେପରିକି ହାଗୋ ଏବଂ ଲାଇକି ଆପ୍ସ ବଜାର ରେ ଉପଲବ୍ଧ…
Author: Samikhsya Bureau
ସମୀକ୍ଷା ବ୍ୟୁରୋ ଆମେ କହୁଛୁ ବିଧାନସଭା ଚାଲିଥିବା ବେଳର ଏକ ଘଟଣା। ହଠାତ୍ ଗୃହ ଭିତରୁ ଜଣେ ଟାଣୁଆ ବିଜେଡି ବିଧାୟକ ରାଗ ତମତମ ହୋଇ ବାହରକୁ ବାହାରି ଆସିଲେ। ତାଙ୍କର ଏପରି ଅବସ୍ଥା ଦେଖି ସାମ୍ବାଦିକମାନେ ତାଙ୍କ ଚାରିପଟେ ଘେରି ଗଲେ। ହେଲେ ସେ କିଛି କହିଲେ ନାହିଁ। ସିଧା ଜଣେ ମନ୍ତ୍ରୀଙ୍କ ଚ୍ୟାମ୍ବର ଭିତରକୁ ପଶିଯାଇ ଲଥ କରି ବସିଗଲେ। ସେତେବେଳେ ସେ ଚ୍ୟାମ୍ବରରେ ମନ୍ତ୍ରୀ ନ ଥିଲେ। ଏକାକି ବସିଥିବାର ଦେଖି ତାଙ୍କ ପାଖକୁ ଆମେ ଗଲୁ। ପଚାରିଲୁ ଭାଇ କଣ ହେଲା କି ? ସେ ରାଗ ତମତମ ହୋଇ କହିଲେ ଯେ, ସମ୍ବାଦରେ ଛପାଯାଇଥିବା ନାବାଳିକା ନିର୍ଯ୍ୟାତନ ରିପୋର୍ଟକୁ ନେଇ ବର୍ତ୍ତମାନ ବିରୋଧୀ ଘେରି ଗଲେଣି। ରାଜ୍ୟରେ ଏହି ନିର୍ଯ୍ୟାତନର ସ୍ଥିତି କଣ ଅଛି ତାହାର ଉତ୍ତର ମୁଖ୍ୟମନ୍ତ୍ରୀ ଦିଅନ୍ତୁ ବୋଲି ଦାବୀ କରୁଛନ୍ତି। ଗୃହ ବାରମ୍ବାର ମୁଲତବି ଘୋଷଣା ହେଲାଣି। ଆଉ କେଉଁ…
ବିଜେପିରେ ସାମିଲ ହୋଇଛନ୍ତି ମହାବୀର ଫୋଗତ ଏବଂ ବବିତା ଫୋଗତ। ଦୁଇ କୁସ୍ତିଯୋଦ୍ଧା ବାପ ଝିଅ ଯୋଡି ଆଜି ବିଜେପିରେ ଆନୁଷ୍ଠାନିକ ଭାବରେ ଯୋଗ ଦେଇଛନ୍ତି। କୁସ୍ତିରେ ଜାତୀୟ ସ୍ବର୍ଣ୍ଣପଦକ ହାସଲ କରିଥିବା ଏହି ବାପ-ଝିଅ ଯୋଡି ଦିଲ୍ଲୀ ସ୍ଥିତ ବିଜେପି ମୁଖ୍ୟାଳୟରେ ଉଭୟ ଯୋଗଦାନ କରିଛନ୍ତି। କେନ୍ଦ୍ର ମନ୍ତ୍ରୀ କିରଣ ରିଜିଜ୍ଜୁଙ୍କ ଉପସ୍ଥିତିରେ ଉଭୟ ବିଜେପିରେ ଯୋଗ ଦାନ କରିଥିଲେ। ଉଭୟ ପ୍ରଧାନମନ୍ତ୍ରୀ ମୋଦିଙ୍କ କାର୍ଯ୍ୟଶୈଳୀକୁ ପସନ୍ଦ କରିବା ସହିତ ତାଙ୍କ ପ୍ରେରଣାରେ ଉଭୟ ବିଜେପିରେ ଯୋଗ ଦେଉଥିବା କହିଥିଲେ। ସେହିପରି ନିକଟରେ ଧାରା ୩୭୦ର ଉଚ୍ଛେଦକୁ ମଧ୍ୟ ଉଭୟ ପ୍ରଶଂସା କରିଥିଲେ। ଆସନ୍ତା ବର୍ଷ ହରିୟାଣାରେ ନିର୍ବାଚନ ଅନୁଷ୍ଠିତ ହେବାକୁ ଥିବାରୁ ଉଭୟଙ୍କୁ ନିର୍ବାଚନ ମଇଦାନକୁ ବିଜେପି ଓହ୍ଲାଇବା ନେଇ ଚର୍ଚ୍ଚା ହେଉଛି।
ଜମ୍ମୁ କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ କରାଯିବା ଉପରେ ମତ ରଖିଛନ୍ତି ପୂର୍ବତନ କେନ୍ଦ୍ରମନ୍ତ୍ରୀ ପି ଚିଦାମ୍ବରମ୍। କାଶ୍ମୀର ଏକ ମୁସ୍ଲିମ୍ ବହୁଳ ଅଞ୍ଚଳ ହୋଇଥିବାରୁ କେନ୍ଦ୍ର ସରକାର ଧାରା ୩୭୦ ଉଚ୍ଛେଦ କରିବାର ନିଷ୍ପତ୍ତି ନେଇଛନ୍ତି ବୋଲି ଚିଦାମ୍ବରମ୍ ଅଭିଯୋଗ କରିଛନ୍ତି। ବିଜେପି ବଳପୂର୍ବକ ଭାବରେ ଏହି ଧାରା ଲାଗୁ କରିବାର ନିଷ୍ପତ୍ତି ନେଇ ମୁସଲିମ୍ଙ୍କ ମାନବାଧିକାର କ୍ଷୁର୍ଣ୍ଣ ହୋଇଛି ବୋଲି ଚିଦାମ୍ବରମ ଅଭିଯୋଗ କରିଛନ୍ତି। କୌଣସି ଗଣମାଧ୍ୟମକୁ ପ୍ରବେଶର ଅନୁମତି ପ୍ରଦାନ ନକରିବା ଦ୍ବାରା କାଶ୍ମୀର ଅବସ୍ଥା ସଠିକ୍ ରହିଥିବା ପ୍ରମାଣିତ ହେଉନାହିଁ ବୋଲି ଚିଦାମ୍ବରମ କହିଛନ୍ତି। ବିଲ୍ ପାଶ୍ ହେବା ସମ୍ପର୍କରେ ଚିଦାମ୍ବରମ୍ କହିଛନ୍ତି, ରାଜ୍ୟସଭାରେ ବିରୋଧୀ ଦଳଙ୍କ ନିକଟରେ ଆବଶ୍ୟକ ସଂଖ୍ୟା ରହିଥିଲେ ମଧ୍ୟ ଅନ୍ୟ ସମସ୍ତ ଆଞ୍ଚଳିକ ଦଳ ବିଜେପି ସପକ୍ଷରେ ଭୋଟ କରିବାରୁ ଏହା ବିଲ୍ରେ ପରିଣତ ହୋଇଥିଲା।
ରବିବାର ଠାରୁ ଚୀନ୍ରେ ସାମୁଦ୍ରିକ ଝଡ ଟାଇଫୁନ୍ ଲାଇକେମା ତାଣ୍ଡବ ମଚାଇଛି। ଏହି ଝଡରେ ବର୍ତ୍ତମାନ ସୁଦ୍ଧା ୪୫ ଜଣଙ୍କ ପ୍ରାଣହାନି ଘଟିଥିବା ବେଳେ ୧୦୦ ଜଣରୁ ଅଧିକ ନିହତ ହୋଇଛନ୍ତି। ସାଙ୍ଘାଇରୁ ୩୦୦ କିମି ଦୂରରେ ରହିଥିବା ଓ୍ବେନ୍ଲିଙ୍ଗ ସହରରେ ଏହି ଝଡ ଶନିବାର ରାତି ୧.୪୫ରେ ଏହି ଝଡ ଭୂପୃଷ୍ଠକୁ ଛୁଇଁଥିଲା। ଓ୍ବେନ୍ଝୋଉରେ ଏକ ୩୦ ଫୁଟର ମାଟି ଅତଡା ଖସି ପଡିଥିଲା। ମାଟି ତଳେ ୧୨୦ ଜଣ ବ୍ୟକ୍ତି ଚାପି ହୋଇ ରହିଛନ୍ତି ବୋଲି ଚୀନ୍ ଭୂତତ୍ତ୍ବବିଭାଗ ପକ୍ଷରୁ ପ୍ରକାଶ କରାଯାଇଛି। ପବନର ବେଗ ୧୮୭ କିମି ରହିଥିବା କାରଣରୁ ଉଦ୍ଧାର କାର୍ଯ୍ୟ ବାଧାପ୍ରାପ୍ତ ହୋଇଛି। ମୃତ୍ୟୁ ସଂଖ୍ୟା ସୋମବାର ସୁଦ୍ଧା ୪୫କୁ ବୃଦ୍ଧି ପାଇଛି। ଅଗ୍ନିଶମ ବିଭାଗ ପକ୍ଷରୁ ନିଖୋଜ ବ୍ୟକ୍ତିଙ୍କ ସନ୍ଧାନ ଜାରି ରହିଛି।
ପବିତ୍ର ଇଦ୍ ଉଲ୍ ଜୁହା ଅବସରରେ ରାଷ୍ଟ୍ରପତି ଏବଂ ଉପ ରାଷ୍ଟ୍ରପତି ଦେଶବାସୀଙ୍କ ଉଦ୍ଦେଶ୍ୟରେ ଶୁଭେଚ୍ଛା ଜଣାଇଛନ୍ତି । ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏବଂ ଉପ ରାଷ୍ଟ୍ରପତି ରାମନାଥ କୋବିନ୍ଦ ସୋସିଆଲ ମିଡିଆ ସାଇଟ ଟ୍ବିଟ୍ଟର ଜରିଆରେ ଶୁଭେଚ୍ଛା ଜଣାଇଛନ୍ତି । ଅଗଷ୍ଟ 12ରେ ପାଳିତ ହେଉଥିବା ଏହି ପର୍ବ ଅବସରରେ ସମସ୍ତ ଦେଶବାସୀଙ୍କୁ ମୋର ଶୁଭେଚ୍ଛା ଏବଂ ଶୁଭକାମନା ବୋଲି ଟ୍ବିଟ୍ କରିଛନ୍ତି କୋବିନ୍ଦ । ଏହି ପର୍ବକୁ ଭଲପାଇବା ଏବଂ ଭ୍ରାତୃତ୍ବର ପର୍ବ ବୋଲି ଅଭିହିତ କରିଛନ୍ତି କୋବିନ୍ଦ । ସେହିପରି ଉପ ରାଷ୍ଟ୍ରପତି ଏମ୍ ଭେଙ୍କେୟା ନାଇଡୁ ମଧ୍ୟ ଇଦ୍ ଶୁଭେଚ୍ଛା ଜଣାଇଛନ୍ତି । ଇଦ୍ ଉଲ୍ ଜୁହା ଅବସରରେ ଦେଶବାସୀଙ୍କୁ ଅନେକ ଅନେକ ଶୁଭେଚ୍ଛା । ଏହି ପର୍ବ ଦେଶବାସୀଙ୍କୁ ପରସ୍ପରର ନିକଟତର କରାଇବ ବୋଲି ଟ୍ବିଟ୍ କରିଛନ୍ତି ନାଇଡୁ ।
ଆମେରିକାର ପେନ୍ସିଲ୍ଭାନିଆର ଏକ ଡେ କେୟାର ସେଣ୍ଟରରେ ଅଗ୍ନିକାଣ୍ଡ ଘଟି 5 ଜଣ ଶିଶୁ ପ୍ରାଣ ହରାଇଛନ୍ତି । ରବିବାର ରାତିରୁ ଏହି ସେଣ୍ଟରରେ ଅବସ୍ଥାନ କରିଥିବା ଶିଶୁ ମାନେ ଏହି ଅଗ୍ନିକାଣ୍ଡରେ ପ୍ରାଣ ହରାଇଛନ୍ତି । ଗତକାଲି ରବିବାର ଥିବାରୁ ଅଭିଭାବକ ମାନେ ନିଜ ଶିଶୁଙ୍କୁ ଛାଡିଥିଲେ । ଘଟଣାସ୍ଥଳରୁ ସିଗାରେଟ୍ ଜବତ ହୋଇଥିବା ନେଇ ସୂଚନା ଦେଇଛନ୍ତି ଅଗ୍ନିଶମ ବିଭାଗ କର୍ମଚାରୀ ଜାଏ ସାଣ୍ଟୋନେ । ମୃତ ଶିଶୁଙ୍କ ବୟସ 8 ମାସରୁ 7 ବର୍ଷ ମଧ୍ୟରେ ରହିଥିବା ଜଣାପଡିଛି । ରବିବାର ରାତି 1.15 ମିନିଟ୍ ସମୟରେ ଏହି ଅଗ୍ନିକାଣ୍ଡ ଘଟିଥିଲା ।
ପବିତ୍ର ଶ୍ରାବଣ ମାସର ଶେଷ ସୋମବାର ଅବସରରେ ଆଜି ଶିବାଳୟ ଗୁଡ଼ିକରେ ପ୍ରବଳ ଭିଡ ଦେଖିବାକୁ ମିଳିଛି। ଭଗବାନ ଶିବଙ୍କ ଆଶୀର୍ବାଦ ପାଇବା ପାଇଁ ସୋମବାର ଶିବାଳୟ ଗୁଡ଼ିକରେ ସାଧାରଣ ଭକ୍ତଙ୍କ ସମେତ କାଉଡିଆଙ୍କ ଗହଳି ଲାଗିଛି। ଶିବଙ୍କୁ ଜଳାଭିଷେକ କରିବା ପରେ ଭକ୍ତ ଜଳ ଧାରଣ କରିବେ। ଶ୍ରାବଣ ମାସର ସୋମବାରରେ ଭଗବାନ ଶିବଙ୍କ ପୂଜା କଲେ ଅନେକ ଲାଭ ମିଳିଥାଏ ଏବଂ ଧନ ଓ ସନ୍ତାନ ଲାଭ ହୋଇଥାଏ। ଏଥି ପାଇଁ ଏହି ଦିନଟି ଅତ୍ୟନ୍ତ ଶୁଭ ମନେ କରାଯାଇଥାଏ। ତେଣୁ ଶ୍ରାବଣର ସୋମବାରରେ ଶିବଙ୍କୁ ଜଳାଭିଷେକ କରିବାକୁ ଭକ୍ତ ନ ଭୁଲିବା ଦରକାର। ଶ୍ରାବଣର ଶେଷ ସୋମବାର ଅନ୍ୟତମ ବିଶେଷତ୍ୱ ହେଉଛି ପ୍ରଦେଶ ବ୍ରତ। ସେଥିପାଇଁ ଭିନ୍ନ ରୀତି ନୀତିରେ ଭଗବାନ ଶଙ୍କରଙ୍କୁ ପୂଜାର୍ଚ୍ଚନା କରାଯାଇଥାଏ। ଉଭୟ ଶୁକ୍ଲ ଓ କୃଷ୍ଣ ପକ୍ଷର ତ୍ରୟୋଦଶୀ ଦିନ ମଧ୍ୟ ଏହି ପୂଜା କରାଯାଇଥାଏ। ତେଣୁ ଏହାକୁ ତେରସ ମଧ୍ୟ…
ୱେଷ୍ଟଇଣ୍ଡିଜ ବିପକ୍ଷରେ ଭାରତ ବର୍ଷା ବାଧାପ୍ରାପ୍ତ ମ୍ୟାଚକୁ 59 ରନରେ ଜିତିଛି । ଅଧିନାୟକ ବିରାଟ କୋହଲି ଏବଂ ଭୁବନେଶ୍ବର କୁମାର ବିଜୟରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । କୁଇନ୍ସ ପାର୍କ ଓଭାଲରେ ଅନୁଷ୍ଠିତ ମ୍ୟାଚ୍ରେ ୱେଷ୍ଟଇଣ୍ଡିଜ 280 ରନ ବିଜୟ ଲକ୍ଷ୍ୟ ନେଇ ଦ୍ୱିତୀୟ ଇନିଂସ ଆରମ୍ଭ କରିଥିଲା । ଭାରତ ପ୍ରଥମେ ବ୍ୟାଟିଂ କରି ବିରାଟ କୋହଲିଙ୍କ 120 ଏବଂ ଶ୍ରେୟସ୍ ଆୟାରଙ୍କ 71 ରନ୍ ବଳରେ 279 ରନ୍ ସଂଗ୍ରହ କରିଥିଲା । ଅନ୍ୟମାନଙ୍କ ମଧ୍ୟରେ ରୋହିତ ଶର୍ମା(18), କେଦାର ଯାଦବ(16) ଏବଂ ରବୀନ୍ଦ୍ର ଜାଡେଜା(16) ରନ୍ ସଂଗ୍ରହ କରିଥିଲେ । ବର୍ଷା ଯୋଗୁଁ ଦ୍ୱିତୀୟ ଇନିଂସକୁ 46 ଓଭର କରି ଦିଆଯାଇଥିଲା ଏବଂ ୱିଣ୍ଡିଜକୁ 270 ରନ୍ର ଲକ୍ଷ୍ୟ ଦିଆଯାଇଥିଲା । ଓ୍ବିଣ୍ଡିଜ୍ 42 ଓଭରରେ ସମସ୍ତ ୱିକେଟ ହରାଇ ମାତ୍ର 210 ରନ କରିଥିଲା । ଏହା ସହିତ ଭାରତ ସିରିଜ୍ରେ 1-0ର…
ଭଦ୍ରକ ଜିଲ୍ଲା ଭଣ୍ଡରିପୋଖରୀ ଛକ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ଏକ ଆମ୍ବୁଲାନ୍ସ ଓଲଟି ପଡିବାରୁ ତିନିଜଣ ଗୁରୁତର ଭାବେ ଆହତ ହୋଇଛନ୍ତି । ଭାରସାମ୍ୟ ହରାଇ ଆମ୍ବୁଲାନ୍ସଟି ଓଲଟି ପଡିଥିଲା । ଆଜି ସକାଳେ ଭଣ୍ଡାରିପୋଖରୀ ଛକ ନିକଟରେ ଏକ ଆମ୍ବୁଲାନ୍ସ ରାସ୍ତା କଡକୁ ଓଲଟି ପଡିଥିଲା । ଫଳରେ ଏଥିରେ ଥିବା ୩ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି । ସେମାନଙ୍କୁ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରାଯାଇଛି । ଆମ୍ବୁଲାନ୍ସଟି ମୃତଦେହ ନେଇ କଟକରୁ ଧାମନଗର ଯିବା ରାସ୍ତାରେ ଭାରସାମ୍ୟ ହରାଇ ଓଲଟି ପଡିଥିବା ଜଣାପଡିଛି ।
ତେଲୁଗୁ ଅଭିନେତା ପ୍ରଭାସ ଏବଂ ଶ୍ରଦ୍ଧା କପୁର ଅଭିନୀତ ଫିଲ୍ମ ସାହୋର ଟ୍ରେଲର ରିଲିଜ୍ ହୋଇଛି । ଫିଲ୍ମର ଟ୍ରେଲରକୁ ଦର୍ଶକଙ୍କ ପକ୍ଷରୁ ବଢିଆ ରେସପନ୍ସ ମିଳିଛି । ଫିଲ୍ମର ଟ୍ରେଲରରେ ପ୍ରଭାସ ଜଣେ ଅଣ୍ଡର କଭର ପୋଲିସ୍ ଭୂମିକାରେ ନଜର ଆସୁଥିବା ବେଳେ ଶ୍ରଦ୍ଧା ମଧ୍ୟ ଜଣେ ପୋଲିସ୍ ଭୂମିକାରେ ନଜର ଆସିଛନ୍ତି । ଉଭୟଙ୍କ ମଧ୍ୟରେ ରୋମାଣ୍ଟିକ୍ ସିନ୍କୁ ମଧ୍ୟ ଚମତ୍କାର ଢଙ୍ଗରେ ଦେଖିବାକୁ ମିଳିଛି । ଫିଲ୍ମରେ ଜ୍ୟାକି ଶ୍ରଫ୍, ନୀଲ୍ ନିତିନ ମୁକେଶ, ଅରୁଣ ବିଜୟ, ମହେଶ ମଞ୍ଜ୍ରେକର, ଚଙ୍କି ପାଣ୍ଡେ ଏବଂ ମନ୍ଦିରା ବେଦୀ ପ୍ରମୁଖ ନକରାତ୍ମକ ଭୂମିକାରେ ନଜର ଆସିବେ । ଫିଲ୍ମର ଟ୍ରେଲରକୁ 21 ଘଣ୍ଟା ମଧ୍ୟରେ ହିନ୍ଦିରେ 22 ମିଲିୟନ୍ ଦର୍ଶକ ଏବଂ ତେଲୁଗୁରେ 13 ମିଲିୟନ୍ ଦର୍ଶକ ଦେଖି ସାରିଛନ୍ତି । ଫିଲ୍ମରେ ହାଇ ଅକ୍ଟେନ୍ ଆକ୍ସନ୍ ସିନ୍ ଗୁଡିକ ଦେଖିବାକୁ ମିଳିବ । ପୂର୍ବରୁ ଅଗଷ୍ଟ 15…
ଦେଶରେ ଆସୁଥିବା ବିଭିନ୍ନ ଇଭିଏମ୍ ଟ୍ୟାମ୍ପରିଂ ଅଭିଯୋଗକୁ ଖଣ୍ଡନ କରିଛନ୍ତି ମୁଖ୍ୟ ନିର୍ବାଚନ କମିଶନର । ବାସ୍ତବ ଅଭିଯୋଗ ଅପେକ୍ଷା ଅପରାଧିକ ଉଦ୍ଦେଶ୍ୟ ରଖି ସର୍ବାଧିକ ଅଭିଯୋଗ କରାଯାଉଛି ବୋଲି ମୁଖ୍ୟ ନିର୍ବାଚନ କମିଶନର ସୁନୀଲ ଅରୋରା ପ୍ରକାଶ କରିଛନ୍ତି । ଆଇଆଇଏମ୍ କଲିକତାର ସମାବର୍ତ୍ତନ ଉତ୍ସବରେ ଯୋଗ ଦେବା ଅବସରରେ ଏହି ସୂଚନା ଦେଇଛନତି ମୁଖ୍ୟ ନିର୍ବାଚନ କମିଶନର । ଇଭିଏମ୍ ଟ୍ୟାମ୍ପର ହେବା କଷ୍ଟସାଧ୍ୟ ମାତ୍ର ଅପରାଧିକ ଉଦ୍ଦେଶ୍ୟ ରଖି ଏପରି ଅଭିଯୋଗ କରିବା ମଧ୍ୟ ଅକ୍ଷମଣୀୟ ଅପରାଧ ବୋଲି କହିଛନ୍ତି ସୁନୀଲ ଅରୋରା । ଏପରି ଅଭିଯୋଗ ନିର୍ବାଚନ କମିଶନଙ୍କ ଭାବମୂର୍ତ୍ତିକୁ କ୍ଷୁର୍ଣ୍ଣ କରୁଛି ଏବଂ ସାଧାରଣ ଲୋକଙ୍କ ମନରେ ଏକ ଅଲଗା ଛବି ସୃଷ୍ଟି ହେଉଛି ।
ନିଜର ଅଫିସିଆଲ ଟ୍ବିଟ୍ଟର ଆକାଉଣ୍ଟ ଡିଲିଟ୍ କରିଛନ୍ତି ବଲିଉଡ୍ ନିର୍ଦ୍ଦେଶକ ଅନୁରାଗ କଶ୍ୟପ୍ । ସର୍ବଦା ଟ୍ବିଟ୍ଟରରେ କ୍ରିୟାଶୀଳ ରହୁଥିବା ତଥା ନିଜର ମତପ୍ରକାଶ କରୁଥିବା କାରଣରୁ ପରିବାରକୁ ବିଭିନ୍ନ ପ୍ରକାରର ଧମକ ମିଳୁଥିବା କାରଣରୁ ଟ୍ବିଟ୍ଟର ଛାଡିବା ନିଷ୍ପତ୍ତି ନେଇଛନ୍ତି ଏହି ଗ୍ୟାଙ୍ଗସ ଅଫ୍ ବାସେପୁର ନିର୍ଦ୍ଦେଶକ । ନିଜ ପିତାମାତା ଏବଂ ଝିଅକୁ ଫୋନ୍ କଲ୍ ଏବଂ ଅନ୍ଲାଇନ୍ ମେସେଜ୍ ଜରିଆରେ ନାନା ଧମକ ଦେଖଯାଉଥିବା ଜଣାପଡିଛି । ବିଭିନ୍ନ ସମୟରେ ପ୍ରଧାନମନ୍ତ୍ରୀ ମୋଦି ଏବଂ ବିଜେପିର କାର୍ଯ୍ୟପନ୍ଥାକୁ ସମାଲୋଚନା କରୁଥିବା କଶ୍ୟପଙ୍କୁ ମୋଦିଚ ସମର୍ଥକଙ୍କ ଆକ୍ରୋଶର ସମ୍ମୁ୍ଖୀନ ହେବାକୁ ପଡିଥାଏ । ଆସନ୍ତା ଅଗଷ୍ଟ 15 ତାରିଖରେ କଶ୍ୟପଙ୍କ ସାକ୍ରେଡ୍ ଗେମ୍ସ-2 ନେଟ୍ଫ୍ଲିକ୍ସରେ ରିଲିଜ୍ ହେବାକୁ ଯାଉଥିବା ବେଳେ ସାୟାମୀ ଖେର୍ ଏବଂ ରୋଶନ ମାଥ୍ୟୁଙ୍କ ଫିଲ୍ମର ପୋଷ୍ଟ ପ୍ରଡକ୍ସନ୍ କାମ ଜାରି ରହିଛି ।
ପୁରୀ-କୋଲକାତା ଧଉଳୀ ଏକ୍ସପ୍ରେସ୍ରେ ଅଗ୍ନିକାଣ୍ଡ ଘଟିଛି। ଟ୍ରେନ୍ଟି ସୋର ଷ୍ଟେସନ୍ରେ ଅଟକିଥିବା ସମୟରେ ଏହି ଅଘଟଣ ଘଟିଛି। ଟ୍ରେନ୍ଟି ସୋର ଷ୍ଟେସନ୍ରେ ଅଟକିଥିବା ସମୟରେ ଏହି ଘଟଣା ସାମ୍ନାକୁ ଆସିଥିଲା। ଟ୍ରେନ୍ରୁ ଧୂଆଁ ବାହାରୁଥିବା ଦେଖି ଯାତ୍ରୀ ମାନେ ଆତଙ୍କିତ ହୋଇ ପଡିଛନ୍ତି। ଧୂଆଁ ବାହାରିବାର କାରଣ ଅସ୍ପଷ୍ଟ ରହିଥିବା ବେଳେ ଅଗ୍ନିଶମ ବିଭାଗର ଗାଡି ଘଟଣାସ୍ଥଳରେ ପହଞ୍ଚିଛି। ଅପରାହ୍ନ 4ଟା ସମୟରେ ଟ୍ରେନ୍ଟି ସୋରରେ ପହଞ୍ଚିଥିଲା।
ମହାରାଷ୍ଟ୍ରରେ ଏକ ବସ୍ ଏବଂ ଟ୍ୟାଙ୍କର ମଧ୍ୟରେ ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ ଦୁଇ ଜଣ ପ୍ରାଣ ହରାଇଥିବା ବେଳେ 20 ଜଣ ଆହତ ହୋଇଛନ୍ତି । ରବିବାର ସକାଳୁ ରାଇଗଡ ଜିଲ୍ଲାରେ ବସ୍ ଏବଂ ଗ୍ୟାସ୍ ଟ୍ୟାଙ୍କର ମଧ୍ୟରେ ଦୁର୍ଘଟଣା ଘଟିଥିଲା । ପେନ୍ ଖୋପୋଲି ରାସ୍ତାରେ ରବିବାର ସକାଳ 8.45ରେ ଏହି ଦୁର୍ଘଟଣା ହୋଇଥିଲା । ତରଳ ଆମୋନିଆ ଯାଉଥିବା ଏହି ଟ୍ୟାଙ୍କରର ଡ୍ରାଇଭର ଗାଡି ଊପରୁ ନିୟନ୍ତ୍ରଣ ହରାଇ ବସ୍ରେ ପିଟି ହୋଇ ଯାଇଥିଲା । ଦୁଇ ମୃତ ବ୍ୟକ୍ତିଙ୍କୁ ବଳରାମ ମାତ୍ରେ(50) ଏବଂ ଦୀନେଶ ଖେଡକର ଭାବରେ ଚିହ୍ନଟ କରାଯାଇଛି । ଆହତ ମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।
କଂଗ୍ରେସ ସଭାପତି ପଦକୁ ସୋନିଆ ଗାନ୍ଧୀ ପ୍ରତ୍ୟାବର୍ତ୍ତନ କରିଛନ୍ତି । ସୋନିଆଙ୍କ ପ୍ରତ୍ୟାବର୍ତ୍ତନରେ ବିରୋଧୀ ଭୟଭୀତ ବୋଲି ପୂର୍ବତନ ପିସିସି ସଭାପତି ଜୟଦେବ ଜେନା ପ୍ରକାଶ କରିଛନ୍ତି । ସୋନିଆ ସ୍ବୟଂ ପ୍ରଧାନମନ୍ତ୍ରୀ ହେବାର କ୍ଷମତା ରଖିଥିଲେ ମଧ୍ୟ ସେ ନିଜେ ପ୍ରଧାନମନ୍ତ୍ରୀ ପଦରେ ନରହି ଅନ୍ୟକୁ ବସାଇଛନ୍ତି । ତେଣୁ ତାଙ୍କ ପ୍ରତ୍ୟାବର୍ତ୍ତନରେ ବିରୋଧୀ ବର୍ତ୍ତମାନ ଭୀତତ୍ରସ୍ତ । ସେହିପରି ସୋନିଆଙ୍କ ପ୍ରତ୍ୟାବର୍ତ୍ତନ ପରେ ଦଳ ଐତିହାସିକ ବିଜୟ ହାସଲ କରିବ ବୋଲି ଜୟଦେବ କହିଛନ୍ତି । ଓଡିଶାରେ ତାଙ୍କୁ ଯାହାବି ଦାୟିତ୍ବ ମିଳିବ ସୁଚାରୂ ଭାବରେ ସମ୍ପାଦନ କରିବେ ବୋଲି କହିଛନ୍ତି ଜୟଦେବ ।
ଆୟକର ବିଭାଗ ପକ୍ଷରୁ ଦେଶର 55ଟି ସ୍ଥାନରେ ଚଢାଉ କରାଯାଇଛି । ଅଗଷ୍ଟ 7 ତାରିଖରୁ ଚାରି ରାଜ୍ୟର 55ଟଇ ସ୍ଥାନରେ ଏହି ଚଢାଉ କରାଯାଇଛି । ତାମିଲନାଡୁ, କେରଳ, ଗୋଆ ଓ ଆନ୍ଧ୍ରପ୍ରଦେଶର 55 ଟି ସ୍ଥାନରେ ଚଢାଉ କରି ପ୍ରାୟ ୭୦୦ କୋଟିର କଳାଧନ ଜବତ କରିଛି । ଏହା ପୂର୍ବରୁ ଆୟକର ବିଭାଗ ଦେଶର ବିଭିନ୍ନ ସ୍ଥାନରେ ଚଢାଉ କରିଥିଲା । ଏଥିରେ ଅନେକ ଗୁରୁତ୍ୱପୂର୍ଣ୍ଣ ଦସ୍ତାବିଜ ଜବତ କରାଯାଇଥିଲା । ଚଢାଉରେ ଆୟକର ବିଭାଗର 180ଟି ଗାଡି ଏବଂ 570 କର୍ମଚାରୀ ନିୟୋଜିତ ହୋଇଥିଲେ ।
24 ଘଣ୍ଟାରେ ଉପକୂଳ ଓଡ଼ିଶା ସମେତ 9 ଜିଲ୍ଲାରେ ପ୍ରବଳ ବର୍ଷା ଆଶଙ୍କା କରିଛି ପାଣିପାଗ ବିଭାଗ । ସୁନ୍ଦରଗଡ଼, ସମ୍ବଲପୁର, ଝାରସୁଗୁଡ଼ା, ନବରଙ୍ଗପୁର, ବରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ବରଗଡ଼, ଦେବଗଡ଼ ଓ ବଲାଙ୍ଗିର ନିମନ୍ତେ ଭୁବନେଶ୍ବ ଆଞ୍ଚଳିକ ପାଣିପାଗ ବିଭାଗର ସତର୍କ ସୂଚନା ଜାରି କରାଯାଇଛଇ । ଉତ୍ତର-ପୂର୍ବ ଓ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ଲଘୁଚାପ ୪୮ ଘଣ୍ଟା ମଧ୍ୟରେ ଲଘୁଚାପର ରୂପ ନେବ ଘୂର୍ଣ୍ଣିବଳୟ । ପ୍ରଭାବରେ ଆଜିଠୁ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା ରହିଛି ।
ସମୀକ୍ଷା ବ୍ୟୁରୋ ସଂକ୍ଷିପ୍ତ 1-ଆସନ୍ତାକାଲି ମୁକେଶ ଆମ୍ବାନୀଙ୍କ ଅଧ୍ୟକ୍ଷତାରେ ବସୁଛି ରିଲାଏନସର 42 ତମ ବାର୍ଷିକ ସାଧାରଣ ବୈଠକ 2-ଏଥିରେ ବହୁ ପ୍ରତିକ୍ଷୀତ ଜିଓ ଗିଗା ଫାଇବର ସେବା ଆରମ୍ଭ ହେବାର ଘୋଷଣା ହୋଇପାରେ 3-ମୁକେଶ ଆମ୍ବାନୀ ପ୍ରଥମ ଥର ପାଇଁ ଦେଶରେ ଗିଗା ଟିଭି ସେବା ଆରମ୍ଭ ହେବାର ସମ୍ଭାବନା 4-ବଜାରକୁ ସ୍କ୍ରିନ ଟଚ୍ ଜିଓ ଫୋନ-3 ର ପ୍ରବେଶ ନେଇ ମଧ୍ୟ ଘୋଷଣା ସମ୍ଭାବନା ଆସନ୍ତାକାଲିକୁ ବିଶ୍ବର ଟେଲିକମ ବଜାର ଅପେକ୍ଷା କରି ରହିଛି। କାରଣ ହେଲା ବିଶ୍ବର ବଡ ଧନି ତଥା ଟେଲିକମ କଂପାନୀରେ ବିପ୍ଲବ ଆଣିଥିବା ମୁକେଶ ଆମ୍ବାନୀ ଏକ ବଡ ଘୋଷଣା କରିବାର ସମ୍ଭାବନା ରହିଛି। ପ୍ରତି ବର୍ଷ ରିଲାଏନସର ସାଧାରଣ ବାର୍ଷିକ ବୈଠକରେ ଆମ୍ବାନୀ କିଛି ନା କିଛି ଘୋଷଣା କରି ସାରା ବିଶ୍ବରେ ହଇଚଇ ସୃଷ୍ଟି କରିଥାନ୍ତି। ଆସନ୍ତାକାଲି ମଧ୍ୟ ଆମ୍ବାନୀ ଏକ ବଡ ଘୋଷଣା କରୁଛନ୍ତି ବୋଲି ଜଣାପଡିଛି।…
ପାକିସ୍ତାନରେ ମହାରାଜା ରଞ୍ଜିତ ସିଂଙ୍କ ଏକ ପ୍ରତିମା ଭଙ୍ଗା ଯାଇଛି । ଏହି ଘଟଣାରେ ପୋଲିସ୍ ଦୁଇ ଜଣଙ୍କୁ ଗିରଫ କରିଛି । ଲାହୋର ସ୍ଥିତ ଏକ ଦୁର୍ଗରେ ଗତ ଜୁନ୍ ମାସରେ ମହାରାଜା ରଞ୍ଜିତ ସିଂଙ୍କ ପ୍ରତିମୂର୍ତ୍ତି ଉନ୍ମୋଚିତ ହୋଇଥିଲା । ଉନ୍ନବିଂଶ ଶତାବ୍ଦୀର ଏହି ଶିଖ୍ ସମ୍ପ୍ରଦାୟ ରାଜାଙ୍କ ମୂର୍ତ୍ତିକୁ ଜମ୍ମୁ କାଶ୍ମୀରରୁ ଧାରା 370 ଉଚ୍ଛେଦ ପ୍ରତିବାଦରେ ଭଙ୍ଗାଯାଇଛି । ଦୁଇ ଗିରଫ ବ୍ୟକ୍ତି ହେଉଛନ୍ତି ତେହରିକ୍ ଲବିକ୍ ଏବଂ ମୌଲାନା ଖୈମ୍ ରିଜ୍ଭି । ଏହି ଘଟଣା ପରେ ଲାହୋର ଦୁର୍ଗର ସୁରକ୍ଷା ବ୍ୟବସ୍ଥା ବୃଦ୍ଧି କରାଯିବ ବୋଲି ତାନିଆ କ୍ୟୁରେସୀ ପ୍ରକାଶ କରିଛନ୍ତି । ଇଦ୍ ପରେ ପୁନର୍ବାର ଏହି ପ୍ରତିମୂର୍ତ୍ତିର ନିର୍ମାଣ ହେବ ବୋଲି ଜଣାପଡିଛି ।
ନୟାଗଡ଼ ପୋଲିସକୁ ଚକମା ଦେଇ ବିଚାରାଧୀନ କଏଦୀ ଫେରାର ହୋଇଯିବା ମାମଲାରେ ଏସ୍ପି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । କର୍ତ୍ତବ୍ୟରେ ଅବହେଳା ଯୋଗୁଁ ଅବହେଳା ଯୋଗୁଁ ହାବିଲଦାରଙ୍କ ସମେତ 5 ପୋଲିସ କର୍ମଚାରୀଙ୍କୁ ନିଲମ୍ବନ କରାଯାଇଛି । ଏଠାରେ ଉଲ୍ଲେଖ ଯୋଗ୍ୟ, ଗତ 9 ତାରିଖରେ ଖଣ୍ଡପଡ଼ା ଉପକାରାଗାରାରୁ ଫତେଗଡ଼ ଅଞ୍ଚଳର ତପନ ରାଉତ ଫେରାର ହୋଇଯାଇଥିଲା । ନାବାଳିକା ଦୁଷ୍କର୍ମ ମାମଲାରେ ଗିରଫ ହୋଇଥିବା ଏହି ଅଭିଯୁକ୍ତଙ୍କୁ ଭାପୁର କୋର୍ଟରେ ହାଜର କରିବାକୁ ନେବାବେଳେ କୋର୍ଟ ସମ୍ମୁଖରୁ ଅଭିଯୁକ୍ତ ଫେରାର ହୋଇଯାଇଥିଲା ।

