Author: Samikhsya Bureau

କେନ୍ଦ୍ର ସରକାରଙ୍କ ଐତିହାସିକ ନିଷ୍ପତ୍ତି ତଥା ଜମ୍ମୁ କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦକୁ କଂଗ୍ରେସ, ପିଡିପି, ନ୍ୟାସନାଲ୍‌ କନଫରେନ୍ସ ପ୍ରମୁଖ ବିରୋଧ କରିଥିବାବେଳେ ଓ୍ବାଇଏସ୍‌ଆର୍‌, ବିଏସ୍‌ପି, ଏଆଇଡିଏମ୍‌କେ ଓ ବିଜେଡ଼ି ସମର୍ଥନ କରିଛନ୍ତି । କିନ୍ତୁ ସହଯୋଗୀ ଦଳ ଜେଡିୟୁର ପ୍ରବକ୍ତା କେସି ତ୍ୟାଗୀ ଏହି ନିଷ୍ପତ୍ତିରେ ଅସହମତି ଦେଖାଇଛି ।  ଜମ୍ମୁ କାଶ୍ମୀରରୁ ସ୍ବତନ୍ତ୍ର ବ୍ୟବସ୍ଥା ହଟାଯିବା ପରେ ପ୍ରଧାନମନ୍ତ୍ରୀ ମୋଦି ଆସନ୍ତା ୭ ତାରିଖରେ ସର୍ବଦଳୀୟ ବୈଠକ କରିବେ ବୋଲଇ ସୂଚନା ରହିଛି । ଏହି ଅବସରରେ ସେ ଦେଶବାସୀଙ୍କ ସମର୍ଥନ କରିବେ । ମିଳିଥିବା ସୂଚନା ଅନୁସାରେ ଏହି ଦିନ ପ୍ରଧାନମନ୍ତ୍ରୀ ମୋଦି  ପଞ୍ଜାବ, ହରିୟାଣା, ଉତ୍ତରପ୍ରଦେଶ, ବିହାର, ପଶ୍ଚିମବଙ୍ଗ, ଆସାମ ସମେତ ଅନ୍ୟ ପ୍ରଦେଶର ମୁଖ୍ୟମନ୍ତ୍ରୀଙ୍କ ସହିତ କଥାବାର୍ତ୍ତା କରିବେ ।

Read More

ପୂର୍ବତନ ଜମ୍ମୁ କାଶ୍ମୀର ମୁଖ୍ୟମନ୍ତ୍ରୀ ମେହବୁବା ମୁଫ୍‌ତି କେନ୍ଦ୍ର ସରକାରଙ୍କୁ ସମାଲୋଚନା କରିଛନ୍ତି । ଅଗଷ୍ଟ 5 ତାରିଖ ଭାରତୀୟ ଗଣତନ୍ତ୍ର ପାଇଁ ଏକ କଳା ଦିବସ ବୋଲି ଟ୍ବିଟ୍‌ କରି କହିଛନ୍ତି ମେହବୁବା ମୁଫ୍‌ତି । 1947ରେ ଦୁଇ ରାଷ୍ଟ୍ରୀୟ ନୀତିକୁ ପ୍ରତ୍ୟାଖ୍ୟାନ ଏବଂ ଭାରତ ସହିତ ଏକତ୍ର ରହିବାର ନିଷ୍ପତ୍ତିର ପରିଣାମ ଆଜି ଭୋଗିବାକୁ ପଡିଛି । ଆଜି କେନ୍ଦ୍ର ସରକାର ଧାରା 370 ଏବଂ 35 ଏ ଉଠାଇବା ସହିତ ଜମ୍ମୁ କାଶ୍ମୀର ଏବଂ ଲଦାଖକୁ ଅଲଗା ଅଲଗା କେନ୍ଦ୍ରଶାସିତ ଅଞ୍ଚଳ ଭାବରେ ଘୋଷଣା କରିଥିଲେ । ଏହି ଘୋଷଣାକୁ ଅସାମ୍ବିଧାନିକ ଭାବେ ଅଭିହିତ କରି ଟ୍ବିଟ୍‌ କରିଛନ୍ତି ଏହି ପିଡି ନେତ୍ରୀ ଏବଂ ପୂର୍ବତନ ମୁଖ୍ୟମନ୍ତ୍ରୀ । ଅନ୍ୟ ଏକ ଟ୍ବିଟ୍‌ରେ ମୁଫ୍‌ତି ଭାରତ କାଶ୍ମୀରରେ ନିଜର ପ୍ରତିଶ୍ରୁତି ପୂରଣରେ ବିଫଳ ହୋଇଛି ଏବଂ ଲୋକଙ୍କୁ ଭୟଭୀତ କରାଇ ଜବରଦସ୍ତି ଏହି ନିୟମ ଲାଗୁ କରାଯାଇଛି…

Read More

ସମୀକ୍ଷା ବ୍ୟୁରୋ ଜମ୍ମୁ କାଶ୍ମୀରରୁ ପରିଶେଷରେ ଧାରା ୩୭୦ ଏବଂ ୩୫ ଏ ହଟାଇଛନ୍ତି କେନ୍ଦ୍ର ସରକାର । ୭୦ ବର୍ଷ ପୁରୁଣା ଏହି ନିୟମକୁ ହଟାଇବା ନିମନ୍ତେ ଗୃହମନ୍ତ୍ରୀ ଅମିତ ଶାହା ରାଷ୍ଟ୍ରପତିଙ୍କ ମଞ୍ଜୁରୀ ହାସଲ କରିଥିବା ଆଇନ ଏବଂ ନ୍ୟାୟ ମନ୍ତ୍ରାଳୟର ବିଜ୍ଞପ୍ତି ପ୍ରଦର୍ଶନ କରିଥିଲେ । ଏ ସମ୍ବନ୍ଧୀୟ ପ୍ରସ୍ତାବକୁ ରାଷ୍ଟ୍ରପତିଙ୍କ ମଞ୍ଜୁରୀ ମିଳିଥିବା ନେଇ ପୂର୍ବାହ୍ନ ୧୧.୦୦ ସମୟରେ ରାଜ୍ୟସଭାକୁ ସମ୍ବୋଧିତ କରିବା ଅବସରରେ ଗୃହ ମନ୍ତ୍ରୀ ଅମିତ ଶାହା ସୂଚନା ଦେଇଛନ୍ତି । ଏହି ଦୁଇ ଧାରା ଉଠାଯିବା ପରେ ଜମ୍ମୁ କାଶ୍ମୀରକୁ ମିଳୁଥିବା ସ୍ବତନ୍ତ୍ର ଅଧିକାର ମିଳିପାରିବ ନାହିଁ । ଜମ୍ମୁ କାଶ୍ମୀରକୁ ଏକ କେନ୍ଦ୍ର ଶାସିତ ଅଞ୍ଚଳ ଭାବରେ ଘୋଷଣା କରାଯାଇଥିବା ବେଳେ ଲଦାଖକୁ ମଧ୍ୟ ଏକ ଅଲଗା କେନ୍ଦ୍ରଶାସିତ ଅଞ୍ଚଳ ଭାବରେ ଘୋଷଣା କରାଯାଇଛି । ରାଜ୍ୟସଭାରେ ଏହି ପ୍ରସ୍ତାବ ସମୟରେ ବିରୋଧୀ ଦଳ ସଦସ୍ୟ ମାନେ ହଙ୍ଗାମା କରିଥିଲେ…

Read More

ସମୀକ୍ଷା ବ୍ୟୁରୋ ରାଜ୍ୟ ସରକାର ଫାଇବ ଟି କୁ ନେଇ ବେଶ ବାହାବା ନେଉଛନ୍ତି। ଫାଇବ ଟି ଭିତରେ ରହିଛି ଟ୍ରାଂସପେରେନ୍ସି ବା ସ୍ବଚ୍ଛତା। ଶାସନରେ ସ୍ବଚ୍ଛତା ନବୀନ ସରକାରର ଏକ ବଡ ଉପାଦାନ ବୋଲି କୁହାଯାଉଛି। ସେହି ଆଧାରରେ ଆଜି ଓଡିଶାର ଜନ ସାଧାରଣ ଜାଣିବାକୁ ଚାହୁଁଛନ୍ତି, ମାତ୍ର କୋଡିଏ ଦିନ ତଳେ କୋରାପୁଟ ଜିଲ୍ଲାପାଳ ଭାବରେ ଯୋଗ ଦେଇଥିବା ପୋମା ଟୁଡ଼ୁଙ୍କୁ ହଠାତ ବଦଳି କରାଗଲା କାହିଁକି? ଜଣେ ଜିଲ୍ଲାପାଳ ୨୦ ଦିନର ରହଣି ଭିତରେ କୋରାପୁଟରେ ଏମିତି କଣ କଲେ ଯେ ତାଙ୍କୁ ରାଜ୍ୟ ସରକାର ତୁରନ୍ତ ବଦଳି କରିବାକୁ ଆଦେଶ ଦେଲେ? କେନ୍ଦ୍ର ସରକାରଙ୍କ ପର୍ସୋନେଲ ଏବଂ ତାଲିମ ବିଭାଗ ତରଫରୁ ଜାରି ହୋଇଥିବା ନିର୍ଦ୍ଦେଶନାମା ଅନୁସାରେ ଜିଲ୍ଲାପାଳମାନେ ଅତି କମରେ ୨ ବର୍ଷ ଗୋଟେ ଜିଲ୍ଲାରେ କାମ କରିବାର ସୁଯୋଗ ପାଇବେ। ଦୁଇ ବର୍ଷ ଆଗରୁ ତାଙ୍କୁ ବଦଳି କରିବାକୁ ହେଲେ ଏକ ସ୍ଵତନ୍ତ୍ର ବୋର୍ଡର…

Read More

ଭାରତୀୟ ସେୟାର ବଜାର ସୋମବାର ବଡ କ୍ଷତିର ସମ୍ମୁଖୀନ ହୋଇଛି । ଅନ୍ତର୍ଜାତୀୟ ବଜାର ତଳୁଆ ରହିବା ଫଳରେ ସେନ୍‌ସେକ୍ସ 675 ପଏଣ୍ଟ ତଳୁଆ ରହିଥିବା ବେଳେ ନିଫ୍‌ଟି 150 ପଏଣ୍ଟ ତଳୁଆ ରହିଛି । ସେନ୍‌ସେକ୍ସ 674.81 ପଏଣ୍ଟ ତଳକୁ ଖସି 36443.41 ପଏଣ୍ଟରେ ରହିଥିବା ବେଳେ ନିଫ୍‌ଟୀ 149.35 ପଏଣ୍ଟ ତଳକୁ ଖସି 10848 ପଏଣ୍ଟରେ ପହଞ୍ଚିଛି । ଏନ୍‌ଏସ୍‌ଇର 1839 କମ୍ପାନୀ ମଧ୍ୟରୁ 1600 କମ୍ପାନୀର ଅଂଶଧନ ମୂଲ୍ୟ ତଳୁଆ ରହିଥିବା ବେଳେ 200 କମ୍ପାନୀର ଅଂଶଧନ ମୂଲ୍ୟ ଉପରକୁ ଉଠିଛି । ୟେସ୍‌ ବ୍ୟାଙ୍କ ଏହି ସମୟରେ 9 ପ୍ରତିଶତ କ୍ଷତି ସହିଥିବା ବେଳେ ଟାଟା ମୋଟର୍ସ, ବେଦାନ୍ତ, ଆଇସିଆଇସିଆଇ, ଓଏନ୍‌ଜିସି ଏବଂ ରିଲାଏନ୍ସ 3ରୁ 5.4 ପ୍ରତିଶତ ମଧ୍ୟରେ କ୍ଷତି ସହିଛନ୍ତି ।

Read More

କାଶ୍ମୀରର ଦୁଇ ପୂର୍ବ ମୁଖ୍ୟମନ୍ତ୍ରୀ ଉମର ଅବଦୁଲ୍ଲା ଓ ମେହବୁବା ମୁଫତୀଙ୍କୁ ନଜର ବନ୍ଦୀ କରାଯିବା ଘଟଣାକୁ ବିରୋଧ କରିଛନ୍ତି କଂଗ୍ରେସ ସାଂସଦ ଶଶି ଥରୁର । ଏକ ରାଜ୍ୟର ଦୁଇ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କୁ କାହିଁକି ଅଧରାତିରେ ଗୃହବନ୍ଦୀ କରାଯାଇଛି ସେ ନେଇ ପ୍ରଶ୍ନ କରିଛନ୍ତି ଥରୁର । ଏମିତିରେ ଆମ ସ୍ୱରକୁ ଦବାଇ ଦିଆଯାଇ ପାରିବ ନାହିଁ ବୋଲି ଥରୁର କହିଛନ୍ତି । ଏହି ଲଢେଇରେ ଆପଣ ଦୁଇଜଣ ଏକା ନାହାନ୍ତି ବୋଲି ଥରୁର୍‌ ଟ୍ବିଟ୍‌ କରିଛନ୍ତି । ପ୍ରତ୍ୟୋକ ଭାରତୀୟ ରାଜନେତାଙ୍କ ସମର୍ଥନ ଆପଣଙ୍କ ପାଇଁ ରହିଛି ବୋଲି ଥରୁର୍‌ କହିଛନ୍ତି । ଅବଦୁଲ୍ଲା ଏବଂ ମୁଫ୍‌ତିଙ୍କ ବ୍ୟତିତ ଅନ୍ୟତମ ନେତା ସଜ୍ଜାଦ୍‌ ଲୋନ୍‌ଙ୍କୁ ମଧ୍ୟ ଗୃହବନ୍ଦୀ କରାଯାଇଛି ।

Read More

ବିହାରର ପୂର୍ଣ୍ଣିଆରେ ଦୁର୍ଘଟଣାଗ୍ରସ୍ତ ହୋଇ ଏକ ଯାତ୍ରୀବାହୀ ବସ ଜଳିଯାଇଛି । ଏହି ଅଘଟଣରେ 7 ଜଣ ଯାତ୍ରୀ ମୃତ୍ୟୁବରଣ କରିଥିବା ବେଳେ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇବାନେଇ ଆଶଙ୍କା ରହିଛି । ବସଟି ମୁଜାଫରପୁରରୁ ସିଲିଗୁଡି ଯାଉଥିଲା । ଅଘଟଣରେ ଆହତ ବ୍ୟକ୍ତିଙ୍କୁ ସଦର ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସୂଚନାନୁସାରେ, ବିହାରର ପୂର୍ଣ୍ଣିଆ ବସଷ୍ଟାଣ୍ଡ ନିକଟରେ ଏକ ଡିଭାଇଡରରେ ପିଟିହେବା ଫଳରେ ବସରେ ନିଆଁ ଲାଗି ଯାଇଥିଲା । ସେହି ସମୟରେ ବସରେ ପ୍ରାୟ 45ଜଣ ଯାତ୍ରୀ ଥିଲେ । ଦୁର୍ଘଟଣାରେ 20-25 ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି । ଆହତଙ୍କୁ ସଦର ହସ୍ପିଟାଲରେ ଭର୍ତି କରାଯାଇଛି ।

Read More

କାଇରୋରେ ଏକ କାର୍‌ ବୋମା ବିସ୍ଫୋରଣରେ 19 ଜଣଙ୍କ ପ୍ରାଣହାନି ଘଟିଛି । ଇଜିପ୍ଟର ରାଜଧାନୀ କାଇରୋର ନ୍ୟାସନାଲ କ୍ୟାନ୍ସର ଇନଷ୍ଟିଚ୍ୟୁଟ୍‌ ନିକଟରେ ଏହି କାର ବୋମା ବିସ୍ଫୋରଣ ସଙ୍ଗଠିତ ହୋଇଥିଲା । କାର୍‌ ବୋମା ବିସ୍ଫୋରଣରେ ଅନ୍ୟୁନ 19 ଜଣଙ୍କ ପ୍ରାଣହାନି ଘଟିଥିବା ନେଇ ଇଜିପ୍ଟ ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସୋମବାର ସୂଚନା ପ୍ରଦାନ କରାଯାଇଛି । କ୍ୟାନ୍ସର ଇନଷ୍ଟିଚ୍ୟୁଟ୍‌ ନିକଟରେ ଦ୍ରୁତ ଗତିରେ ଆସୁଥିବା ଏକ କାର୍‌ ଅନ୍ୟ କାର୍‌କୁ ଧକ୍କା ଦେବା ଫଳରେ ବିସ୍ଫୋରଣ ହୋଇଥିଲା । ଏହି ବିସ୍ଫୋରଣ ପ୍ରଭାବରେ ଅନ୍ୟ କାର୍‌ ଗୁଡିକ ମଧ୍ୟ ଉଡି ଯାଇଥିଲା । ବିସ୍ଫୋରଣ ପରେ ଆହତ ମାନଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

Read More

ଜମ୍ମୁ କାଶ୍ମୀରରେ ଗତକାଲି ଧାରା 144 ଜାରି କରାଯାଇଥିବା ବେଳେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ବରେ ଏକ କ୍ୟାବିନେଟ୍‌ ବୈଠକ ଅନୁଷ୍ଠିତ ହେଉଛି । ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ଆଜି ଦିନ 9.30 ମିନିଟ୍‌ ସମୟରେ ଏହି ବୈଠକ ଆରମ୍ଭ ହୋଇଛି । ଏହି ବୈଠକରେ କାଶ୍ମୀର ପ୍ରସଙ୍ଗରେ ଆଲୋଚନା ହେବ ବୋଲି ଜଣାପଡିଛି । ଗୃହ ମନ୍ତ୍ରୀ ଅମିତ ଶାହା ଏବଂ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ପ୍ରମୁଖ କ୍ୟାବିନେଟ ମନ୍ତ୍ରୀ ଏହି ବୈଠକରେ ଯୋଗ ଦେଇଛନ୍ତି । ଏହି ବୈଠକରେ ସମସ୍ତ ସୁରକ୍ଷା ଏବଂ ଗୁଇନ୍ଦା ବିଭାଗର ମୁଖ୍ୟ ଯୋଗ ଦେବା ନେଇ ମଧ୍ୟ ସୂଚନା ମିଳିଛି ।

Read More

ଗତକାଲି ମଧ୍ୟରାତ୍ରରୁ ଦୁଇ ପୂର୍ବତନ ଜମ୍ମୁ କାଶ୍ମୀର ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ଏବଂ ମେହବୁବା ମୁଫ୍‌ତିଙ୍କୁ ଗୃହବନ୍ଦୀ ଭାବରେ ରଖାଯାଇଛି । ଜମ୍ମୁ କାଶ୍ମୀରରେ ଧାରା 144 ଲାଗୁ କରାଯିବା ସହିତ ସମସ୍ତ ବରିଷ୍ଠ ନେତା ମାନଙ୍କୁ ଗୃହବନ୍ଦୀ ଅବସ୍ଥାରେ ରଖାଯାଇଛି । ସର୍ବସାଧାରଣରେ କୌଣସି ବୈଠକ ଉପରେ ମଧ୍ୟ ରୋକ୍‌ ଲଗାଇଛନ୍ତି କେନ୍ଦ୍ର ସରକାର । ଏହା ସହିତ ଏହି ଅଞ୍ଚଳରେ ଇଣ୍ଟରନେଟ୍‌ ସେବା ବନ୍ଦ ରଖାଯାଇଛି । ଉଲ୍ଲେଖଯୋଗ୍ୟ ଯେ ଗତକାଲି କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ରବିବାର ସମସ୍ତ ସୁରକ୍ଷା ଏବଂ ଗୁଇନ୍ଦା ବିଭାଗର ମୁଖ୍ୟଙ୍କ ସହିତ ଏକ ବୈଠକରେ ବସିଥିଲେ । ଏହିବୈଠକରେ ଜାତୀୟ ସୁରକ୍ଷା ପରାମର୍ଶଦାତା ମୁଖ୍ୟ ଅଜିତ୍‌ ଡୋଭାଲ୍‌, ଆଇବି ମୁଖ୍ୟ ଅରବିନ୍ଦ କୁମାର, ର’ର ମୁଖ୍ୟ ସାମନ୍ତ ଗୋଏଲ, କେନ୍ଦ୍ର ଗୃହ ସଚିବ ରାଜୀବ ଗୌବାଙ୍କ ପ୍ରମୁଖ ଭାଗ ନେଇଥିଲେ । ଗୃହବନ୍ଦୀ ରହିବା ପରେ ଅବଦୁଲ୍ଲା ଏବଂ ମୁଫ୍‌ତି…

Read More

ମହାରାଷ୍ଟ୍ର ସହିତ ଗୁଜରାଟରେ ମଧ୍ୟ ପ୍ରବଳ ବର୍ଷା ଲାଗି ରହିଛି। ସୁରତ, ଭଦୋଦରା, ନବସାରିରେ ବର୍ଷାରେ ଜନଜୀବନ ବେହାଲ ହୋଇ ପଡ଼ିଛି। ସେଠାରେ କାମ କରୁଥିବା ଓଡ଼ିଶାର ଲୋକଙ୍କୁ ମଧ୍ୟ ନାହିଁନଥିବା ସମସ୍ୟାର ସମ୍ମୁଖୀନ ହେବାକୁ ପଡିଛି। ନବସାରି ଜିଲ୍ଲାର ମେନ୍ଧର ଗାଁରେ ତିନି ଦିନ ଧରି ଫସି ରହିଥିବା ୩୦ ଓଡ଼ିଆ ସମେତ ୩୨ ଜଣଙ୍କୁ ରବିବାର ବାୟୁସେନା ଉଦ୍ଧାର କରିଛି। ବନ୍ୟାରେ ଫସିଥିବା ଲୋକଙ୍କ ଉଦ୍ଧାର ପାଇଁ ବାୟୁସେନାର ୨ ହେଲିକପ୍ଟରକୁ ମୁତୟନ କରାଯାଇଛି। ସୂଚନା ମୁତାବକ, ଲଗାଣ ବର୍ଷା କାରଣରୁ ଗୁଜରାଟର ନବସାରିରେ ୩ ଦିନ ଧରି ୩୦ ଓଡ଼ିଆ ଫସି ରହିଥିଲେ। ଏହାର ସୂଚନା ମିଳିବା ପରେ ପ୍ରଶାସନ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ଆଜି ବାୟୁସେନାର ହେଲିକପ୍ଟର ଯୋଗେ ୩୦ ଓଡ଼ିଆ ସମେତ ୩୨ ଜଣଙ୍କୁ ପ୍ରଶାସନ ଉଦ୍ଧାର କରିଛି। ସମସ୍ତ ଶ୍ରମିକଙ୍କୁ ଉଦ୍ଧାର ପରେ ସୁରତ ବିମାନକୁ ଅଣାଯାଇଛି। ଉଲ୍ଲେଖଯୋଗ୍ୟ, ଗୁଜରାଟରେ ଗତ…

Read More

କ୍ରୀଡ଼ା ଭାରତୀ ଓଡ଼ିଶା ପ୍ରଦେଶ ତରଫରୁ ଆଜି ଭୁବେନଶ୍ବରସ୍ଥିତ ଖାରବେଳନଗରଠାରେ ଏକ ପ୍ରଶିକ୍ଷିଣ ଶିବିର ଅନୁଷ୍ଠିତ ହୋଇଯାଇଛି।  ଏହି ବୈଠକରେ ଓଡ଼ିଶାର ସମସ୍ତ ଜିଲ୍ଲାରୁ ୨୦୦ରୁ ଅଧିକ କ୍ରୀଡ଼ାଭାରତୀର ସଦସ୍ୟ ଯୋଗଦାନ କରିଥିଲେ। ଏହି ପ୍ରଶିକ୍ଷିଣ ଶିବିର ମାଧ୍ୟମରେ ଓଡ଼ିଶାରେ କ୍ରୀଡ଼ାର ପ୍ରଚାର ଓ ପ୍ରସାର ପାଇଁ ଅନେକ ଯୋଜନା ଓ ଭିତ୍ତିଭୂମି ସ୍ଥାପନ କରାଯାଇଛି । ଏହି ଶିବିରରେ ନିକଟ ଭବିଷ୍ୟତରେ ଓଡ଼ିଶାରେ କ୍ରୀଡ଼ାର ଉନ୍ନତି ପାଇଁ ଅନେକ କାର୍ଯ୍ୟକ୍ରମ ଉପରେ ଆଲୋକପାତ କରାଯାଇଥିଲା। ଓଡ଼ିଶାରେ ଖେଳକୁଦ, ଯୋଗ ଓ ପରିବେଶ ସୁରକ୍ଷା ପାଇଁ ଭିନ୍ନ ଭିନ୍ନ କାର୍ଯ୍ୟକ୍ରମ କରାଯିବା ସହିତ ଗ୍ରାମାଞ୍ଚଳରେ କ୍ରୀଡ଼ାକେନ୍ଦ୍ର ସ୍ଥାପନ କରାଯାଇ କ୍ରୀଡ଼ା ପାଇଁ ପ୍ରଶିକ୍ଷିଣ ଦିଆଯିବ ବୋଲି ଏହି ଶିବିରରେ ପ୍ରତିଶ୍ରୁତି ନିଆଯାଇଛି। ଏହି ସଭାକୁ ଦାମୋଦର ପ୍ରଧାନୀ ସଭାପତିତ୍ବ କରିଥିବାବେଳେ କ୍ରୀଡ଼ାଭାରତୀର ରାଷ୍ଟ୍ରୀୟ କୋଷାଧ୍ୟକ୍ଷ ମିଲିନ୍ଦ ଡାଙ୍ଗେ ପ୍ରଶିକ୍ଷଣ ଦେଇଥିଲେ । ସୂଚନାଯୋଗ୍ୟ ୧୯୯୨ ମସିହାରେ  ମହାରାଷ୍ଟ୍ରର ପୁନେଠାରେ ସର୍ବପ୍ରଥେମ…

Read More

ଆମେରିକାର ଓହିଓରେ ହୋଇଥିବା ଗୁଳିକାଣ୍ଡରେ ୯ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି। ଗୁଳିକାଣ୍ଡ ଘଟାଇଥିବା ବ୍ୟକ୍ତିଙ୍କର ମଧ୍ୟ ଏଥିରେ ମୃତ୍ୟୁ ହୋଇଥିବା କୁହାଯାଉଛି। ଏଥିରେ ଅନ୍ୟ ୧୬ ଆହତ ହୋଇଥିବା ବେଳେ ସେମାନଙ୍କୁ ଚିକିତ୍ସା ଲାଗି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଆମେରିକାରେ ୨୪ ଘଣ୍ଟା ମଧ୍ୟରେ ଏହା ହେଉଛି ଦ୍ବିତୀୟ ଗୁଳିକାଣ୍ଡ । ଟେକ୍ସାସର ଏକ ଓ୍ବାଲ ମାର୍ଟରେ ଜଣେ ଆତତାୟୀଙ୍କ ଗୁଳିଚାଳନାରେ ୨୦ ଜଣ ବ୍ୟକ୍ତି ପ୍ରାଣ ହରାଇଥିବା ବେଳେ ୨୬ ଜଣ ଆହତ ହୋଇଛନ୍ତି । ଟେକ୍ସାସର ଏଲ୍‌ ପାସୋରେ ରହିଥିବା ଓ୍ବାଲମାର୍ଟଟି ଭିଡ ଥିବା ସମୟରେ ଏହି ଗୁଳିକାଣ୍ଡ ଘଟିଥିଲା। ଏହି ଘଟଣାରେ ଜଣେ ୨୧ ବର୍ଷୀୟ ଯୁବକଙ୍କୁ ପୁଲିସ୍ ଗିରଫ କରିଛି।

Read More

ସାଲେପୁର ନେମାଳ ମଠରୁ ଜଣେ ଭକ୍ତଙ୍କୁ ଦିନ ଦ୍ୱିପହରରେ ଅପହରଣ କରାଯାଇଛି । ଅପହୃତ ହୋଇଥିବା ଭକ୍ତ ଜଣକ ହେଉଛନ୍ତୁ ଶୁଦ୍ଧେନ୍ଧୁ ମହାନ୍ତି । ତାଙ୍କ ଭୁବନେଶ୍ବରସ୍ଥିତ ଭୀମଟାଙ୍ଗି ଅଞ୍ଚଳରେ । ସ୍ତ୍ରୀ ଓ ଦୁଇ ପିଲାଙ୍କ ସହ ନେମାଳ ମଠ ଦର୍ଶନ ପାଇଁ ଯାଇଥିଲେ । ନେମାଳ ମଠଠାରୁ ୧୦୦ ମିଟର ଦୂରରେ ୫ରୁ୬ ଜଣ ଦୁବୃର୍ତ୍ତ ତାଙ୍କୁ ଉଠାଇ ନେଇଛନ୍ତି । ତେବେ ଅପହରଣର କାରଣ ଜଣାପଡିନଥିବାବେଳେ ତାଙ୍କ ସ୍ତ୍ରୀ ଲୋପାମୁଦ୍ରା ମହାପାତ୍ର ଏନେଇ ସାଲେପୁର ଥାନାରେ ଅଭିଯୋଗ କରିଛନ୍ତି । ପୋଲିସ ତଦନ୍ତ ଆରମ୍ଭ କରିଛନ୍ତି ।

Read More

ଅନ୍ତର୍ଜାତୀୟ ବନ୍ଧୁତ୍ୱ ଦିବସରେ ଇସ୍ରାଏଲ୍‌ ରାଷ୍ଟ୍ରପତି ବେଞ୍ଜାମିନ୍‌ ନେତାନ୍ୟାହୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟୁଇଟ୍‌ କରି ଶୁଭେଚ୍ଛା ଜଣାଇଛନ୍ତି। ଇସ୍ରାଏଲ୍‌ ଦୂତାବାସ ଦ୍ବାରା ପୋଷ୍ଟ କରାଯାଇଥିବା ଏକ ଟୁଇଟ୍‌ରେ ‘ହ୍ୟାପି ପ୍ରେଣ୍ଡସିପ୍‌ ଡେ ୨୦୧୯ ଇଣ୍ଡିଆ । ଲେଖାଯାଇଥିବାବେଳେ ଆମର ବନ୍ଧୁତ୍ବକୁ ଆଗାମୀ ଦିନରେ ଆହୁରି ସଶକ୍ତ ହେବା ସହିତ ଅଧିକ ଉଚ୍ଚକୁ ଛୁଇଁବ ବୋଲି ଲେଖାଯାଇଛି । ଏଥିରେ ବଲିଉଡ୍‌ର ୧୯୭୫ରେ ନିର୍ମିତ ହୋଇଥିବା ହିନ୍ଦୀ ଫିଲ୍ମ ଶୋଲେର ‘ ୟେ ଦୋସ୍ତି ହମ୍‌ ନେହିଁ ଛୋଡ଼େଙ୍ଗେ’ ଗୀତର ଧାଡ଼ିଏ ଲେଖା ହୋଇଛି। ଭାରତ ସ୍ଥିତ ଇସ୍ରାଏଲ ଦୂତାବାସ ବେଞ୍ଜାମିନ ନେତନ୍ୟାହୁଙ୍କ ସହିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଭିଡ଼ିଓ ଟ୍ଵିଟ୍ କରିଛି, ଯାହା ଏବେ ସୋସିଆଲ୍‌ ମିଡ଼ିଆରେ ବେଶ୍‌ ଭାଇରାଲ ହେବାରେ ଲାଗିଛି।

Read More

ଜମ୍ମୁ କାଶ୍ମୀରରେ ସୃଷ୍ଟି ହୋଇଥିବା ପରିସ୍ଥିତିକୁ ନେଇ ଏବେ ବେଶ୍‌ ସ୍ଥିତି ବେଶ୍‌ ଗୋଳମାଳିଆ ରହିଥିବାବେଳେ ରାଜନୈତିକ ନେତାମାନଙ୍କର ବୟାନ ବାଜି ମଧ୍ୟ କମ୍‌ ନାହିଁ । ଜମ୍ମୁ କାଶ୍ମୀରର ପରିସ୍ଥିତିକୁ ନେଇ ପିଡିପି ମୁଖ୍ୟ ତଥା ଜମ୍ମୁ କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ମେହେବୁବା ମୁଫ୍‌ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମାଲୋଚନା କରିଛନ୍ତି ।  କେନ୍ଦ୍ର ଜମ୍ମୁ କାଶ୍ମୀରରୁ ଯାତ୍ରୀ, ପର୍ଯ୍ୟଟକ ତଥା ଛାତ୍ରଙ୍କୁ କାଶ୍ମୀରରୁ ପ୍ରତ୍ୟାବର୍ତ୍ତନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏହାକୁ ନେଇ ମୁଫ୍‌ତି ପ୍ରଧାନମନ୍ତ୍ରୀଙ୍କୁ ଟାର୍ଗେଟ୍‌ କରି କହିଛନ୍ତି ଯେ, ଏବେ ମୋଦି ମାନବିକତା କୁଆଡେ ଗଲା । ରାଜ୍ୟରେ ସୃଷ୍ଟି ହୋଇଥିବା ଏଭଳି ସ୍ଥିତି ପାଇଁ ପ୍ରଧାନମନ୍ତ୍ରୀ ହିଁ ଦାୟୀ ।  ଲୋକଙ୍କୁ ଏଭଳି ଭୟଭୀତ କରାଇବା ଦ୍ବାରା ରାଜ୍ୟର ସ୍ଥିତିକୁ ଅଧିକ ଗୋଳମାଳିଆ ହେବାକୁ ଯାଉଛି ବୋଲି କହିଛନ୍ତି ମୁଫ୍‌ତି । ମେହେବୁବା ମୁଫ୍‌ତି ଜମ୍ମୁକାଶ୍ମୀରର ଏକ ହୋଟେଲ୍‌ରେ ଆଞ୍ଚଳିକ ଦଳମାନଙ୍କ ସହିତ ଆଜି…

Read More

ଇଂଲଣ୍ଡ 19 ବର୍ଷରୁ କମ୍‌ କ୍ରିକେଟ୍‌ ଦଳକୁ 1 ଓ୍ବିକେଟ୍‌ରେ ପରାସ୍ତ କରିଛି ଭାରତୀୟ ଦଳ । ଚେଲ୍‌ମସଫୋର୍ଡରେ ଅନୁଷ୍ଠିତ ମ୍ୟାଚ୍‌ରେ ଭାରତ ଟସ୍‌ ଜିତି ପ୍ରଥମେ ବୋଲିଂର ନିଷ୍ପତ୍ତି ନେଇଥିଲା । ଭାରତ ପକ୍ଷରୁ ପୂର୍ଣ୍ଣାଙ୍କ ତ୍ୟାଗୀ 33 ରନ୍‌ ବିନିମୟରେ 5ଟି ଓ୍ବିକେଟ୍‌ ଅକ୍ତିଆର କରିଥିଲେ । ଫଳରେ ଇଂଲଣ୍ଡ 204 ରନ୍‌ରେ ସମସ୍ତ ଓ୍ବିକେଟ୍‌ ହରାଇଥିଲା । ଜର୍ଜ ହିଲ୍‌ 62 ବଲ୍‌ରୁ ସର୍ବାଧିକ 46 ରନ୍‌ ସଂଗ୍ରହ କରିଥିଲେ । ଜବାବରେ ଓପ୍‌ନର ତଥା ଅଧିନାୟକ ଯଶଶ୍ବୀ ଜୟସ୍ବାଲଙ୍କ 82 ବଲ୍‌ 78 ରନ୍‌ ବିନିମୟରେ ଭାରତ 36.3 ଓଭରରେ 9 ଓ୍ବିକେଟ୍‌ ହରାଇ ବିଜୟ ଲକ୍ଷ୍ୟ ହାସଲ କରି ନେଇଥିଲା ।

Read More

ଓଡିଶାର ଚାନ୍ଦିପୁରରେ ଅବସ୍ଥାପିତ ଡିଆରଡିଓ କେନ୍ଦ୍ରରୁ କ୍ବିକ୍‌ ରିଆକ୍ସନ୍‌ ସରଫେସ୍‌ ଟୁ ଏୟାର (କ୍ୟୁଆର୍‌ଏସ୍‌ଏଏମ୍‌) କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ କରାଯାଇଛି । ଭୂପୃଷ୍ଠରୁ ଆକାଶକୁ ଲକ୍ଷ୍ୟଭେଦ କରୁଥିବା ଏହି କ୍ଷେପଣାସ୍ତ୍ର ରବିବାର ଦିନ 11.05 ମିନିଟ୍‌ରେ ପରୀକ୍ଷଣ କରାଯାଇଥିଲା । ଚାନ୍ଦିପୁରର ଟେଷ୍ଟ ରେଞ୍ଜ-3ରୁ ଏହି କ୍ଷେପଣାସ୍ତ୍ର ପରୀକ୍ଷଣ କରାଯାଇଥିଲା । ଏହି କ୍ଷେପଣାସ୍ତ୍ରଟି 25-30 କିମି ଲକ୍ଷ୍ୟଭେଦରେ ସଫଳ ହେବା ସହିତ ଏହାକୁ ସହଜରେ ଏକ ସ୍ଥାନରୁ ଅନ୍ୟ ସ୍ଥାନକୁ ନେଇ ହେବ । ପୂର୍ବରୁ ଜୁନ୍‌ 4, 2017 ଏବଂ ଫେବୃୟାରୀ 26, 2019ରେ ଏହି କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ ହୋଇଛି ।

Read More

ଭାରତୀୟ ମହାକାଶ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଚନ୍ଦ୍ରଯାନ-2 ଦ୍ବାରା ଉତ୍ତୋଳନ କରାଯାଇଥିବା ପ୍ରଥମ ଫଟୋ ସେୟାର କରାଯାଇଛି । ଇସ୍ରୋର ଅଫିସିଆଲ୍‌ ଟ୍ବିଟ୍ଟର ହ୍ୟାଣ୍ଡେଲରୁ ଏହି ଫଟୋ ସେୟାର କରାଯାଇଛି । ଚନ୍ଦ୍ରଯାନ-2ର ଲ୍ୟାଣ୍ଡର ବିକ୍ରମ ପୃଥିବୀ ପୃଷ୍ଠର ପ୍ରଥମ ଫଟୋ ଉଠାଇ ସେୟାର କରିଛି । ଏଲ୍‌ ଆଇ-4 କ୍ୟାମେରାର ବ୍ୟବହାରରେ ଅଗଷ୍ଟ 3, 2019ରେ ରାତି 11ଟା ସମୟରେ ଏହି ଫଟୋ ଉଠଯାଇଥିଲା । ବିଭିନ୍ନ ଉଚ୍ଚତାରୁ ନିଆଯାଇଥିବା ଫଟୋ ମଧ୍ୟ ଇସ୍ରୋ ସେୟାର କରିଛି । ପୃଥିବୀ ପୃଷ୍ଠରୁ 2450 କିମି, 3200 କିମି, 4100 କିମି, 4700 କିମି ଏବଂ 5000 କିମି ଉଚ୍ଚତାରୁ ନିଆଯାଇଥିବା ବିଭିନ୍ନ ଫଟୋ ସେୟାର କରାଯାଇଛି । ଏହା ସହିତ ଚନ୍ଦ୍ରଯାନ -2ର ସମସ୍ତ ବ୍ୟବସ୍ଥା ସଠିକ୍‌ ଭାବରେ ପରିଚାଳିତ ହେଉଛି ବୋଲି ଇସ୍ରୋ ପକ୍ଷରୁ କୁହାଯାଇଛି ।

Read More

ସାଗରିକା  ଭାରତୀୟ ସଙ୍ଗୀତ ଦୁନିଆର କିମ୍ବଦନ୍ତୀ କଳାକାର  କିଶୋର କୁମାରଙ୍କର ଆଜି ନବେତମ ଜନ୍ମଦିନ । ଭାରତୀୟ ଜୀବନରେ କିଶୋର କୁମାରଙ୍କୁ ବାଦ ଦେଇ ଗୋଟେ ମୁହୂର୍ତ୍ତ ବି କଲ୍ପନା କରାଯାଇପାରିବ ନାଇଁ। ସ୍ଵର ର ମଧୁରତା ଓ ଭାବର ନିବିଡତା ତାଙ୍କର ସବୁ ଗୀତକୁ ଅମରତ୍ଵ ଦେଇଛି।  କେବଳ ଗାୟକ ହିସାବରେ ନୁହେଁ, ଅଭିନେତା ହିସାବରେ ମଧ୍ୟ ତାଙ୍କର ଛାପ ବେଶ୍‌ ସୁସ୍ପଷ୍ଟ । ହିନ୍ଦୀ, ମରାଠୀ, ଅହମୀୟା, ଗୁଜରାତି, କନ୍ନଡ଼, ଭୋଜପୁରୀ, ମଲୟାଲମ୍‌,ଉର୍ଦ୍ଦୁ ସହିତ ଆହୁରି ଅନେକ ଭାରତୀୟ ଭାଷାରେ ଗୀତ ଗାଇ ସେ ଅନେକ ରେକର୍ଡ ସୃଷ୍ଟି କରିଛନ୍ତି । ଭାରତୀୟ ଫିଲ୍ମ ଦୁନିଆର ଅନ୍ୟତମ ଚର୍ଚ୍ଚିତ ତଥା ଗାୟକ ତଥା ଅଭିନେତାଙ୍କ ଜନ୍ମଦିନ ଅବସରରେ ଆମର ଏହି ସ୍ବତନ୍ତ୍ର ଆଲେଖ୍ୟ । ମଧ୍ୟପ୍ରଦେଶର ଖଣ୍ଡଓ୍ବା ସହରର ଜଣାଶୁଣା ଓକିଲ କୁଞ୍ଜିଲାଲ୍‌ଙ୍କ ଘରେ ଅଗଷ୍ଟ ୪, ୧୯୨୯ ତାରିଖରେ କିଶୋର କୁମାର ଜନ୍ମଗ୍ରହଣ କରିଥିଲେ । କିଶୋର…

Read More

କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ରବିବାର ସମସ୍ତ ସୁରକ୍ଷା ଏବଂ ଗୁଇନ୍ଦା ବିଭାଗର ମୁଖ୍ୟଙ୍କ ସହିତ ଏକ ବୈଠକରେ ବସିଛନ୍ତି । ଶାହାଙ୍କ ବ୍ୟତୀତ ଜାତୀୟ ସୁରକ୍ଷା ପରାମର୍ଶଦାତା ମୁଖ୍ୟ ଅଜିତ୍‌ ଡୋଭାଲ୍‌, ଆଇବି ମୁଖ୍ୟ ଅରବିନ୍ଦ କୁମାର, ର’ର ମୁଖ୍ୟ ସାମନ୍ତ ଗୋଏଲ, କେନ୍ଦ୍ର ଗୃହ ସଚିବ ରାଜୀବ ଗୌବାଙ୍କ ସମେତ ଅନ୍ୟାନ୍ୟ ଅଧିକାରୀ ବୃନ୍ଦ ଉପସ୍ଥିତ ଥିଲେ । କାଶ୍ମୀରରେ ସୁରକ୍ଷା ବ୍ୟବସ୍ଥା ବୃଦ୍ଧି କରାଯାଇଥିବା ବେଳେ ସ୍ବରାଷ୍ଟ୍ର ମନ୍ତ୍ରୀଙ୍କ ଏହି ବୈଠକ କାଶ୍ମୀର ପ୍ରସଙ୍ଗ ଆଡକୁ ଇଙ୍ଗିତ କରୁଛି । 2018 ଫ୍ରେବୃୟାରୀରେ ହୋଇଥିବା ପୁଲଓ୍ବାମା ପରି ଆକ୍ରମଣର ସମ୍ଭାବନା ଥିବାରୁ ଗୁଇନ୍ଦା ଅଧିକାରୀଙ୍କ ସହିତ ଶାହା ବୈଠକରେ ବସିଥିବାର ପୂର୍ବାନୂମାନ ଲଗାଯାଉଛି । ସେହିପରି କାଶ୍ମୀରରୁ ସମସ୍ତ ପର୍ଯ୍ୟଟକ ଏବଂ ଅମରନାଥ ଯାତ୍ରୀଙ୍କୁ ପ୍ରତ୍ୟାବର୍ତ୍ତନ କରିବା ପାଇଁ ନିର୍ଦ୍ଦେଶ ଦେବା ଏହି ଦିଗ ଆଡକୁ ଇଙ୍ଗିତ କରୁଛି ।

Read More