Author: Samikhsya Bureau

ଭାରତ ଏବଂ ଓ୍ବିଣ୍ଡିଜ୍‌ ମଧ୍ୟରେ ଦ୍ବିତୀୟ ଦିନିକିଆ ମ୍ୟାଚ ଆଜି ଆରମ୍ଭ ହେବାକୁ ଯାଉଛି । ଗୁଏନାରେ ଅନୁଷ୍ଠିତ ପ୍ରଥମ ଦିନିକିଆ ବର୍ଷାରେ ଧୋଇ ଯାଇଥିବା ବେଳେ ଦ୍ବିତୀୟ ଦିନିକିଆରେ ଭାରତର ପଲ୍ଲା ଭାରି ରହିଛି । ଟି 20 ସିରିଜ୍‌କୁ କ୍ଲିନ୍‌ ସୁଇପ୍‌ କରିଥିବା ଭାରତ ପକକ୍ଷରୁ ପ୍ରଥମ ଦିନିକିଆରେ ମହମ୍ମଦ ସାମି ଅତ୍ୟନ୍ତ ଚମତ୍କାର ବୋଲିଂ କରିଥିଲେ । ଏହି ମ୍ୟାଚ୍‌ରେ ଭାରତ ପକ୍ଷରୁ ଶ୍ରେୟସ୍‌ ଆୟାର ଏବଂ ମନୀଷ ପାଣ୍ଡେଙ୍କୁ ସୁଯୋଗ ମିଳିପାରେ । କ୍ବିନ୍‌ସ ପାର୍କ ଓଭାଲ୍‌ରେ ଏହି ଦ୍ବିତୀୟ ଦିନିକିଆରେ ପିଚ୍‌ ସ୍ପିନ୍‌ ସହାୟକ ରହିବ ବୋଲି ଜଣାପଡିଛି । ଭାରତ ଏହି ମ୍ୟାଚ୍‌ ପାଇଁ ମଧ୍ୟ ଦୁଇ ସ୍ପିନର ଖେଳାଇବା ନେଇ ଅଧିନାୟକ ବିରାଟ କୋହଲି ସୂଚନା ଦେଇଛନ୍ତି ।

Read More

ସମାଜବାଦୀ ଦଳର ଦୁଇ ପୂର୍ବ ରାଜ୍ୟସଭା ସାଂସଦ ସୁରେନ୍ଦ୍ର ନାଗର୍‌ ଓ ସଞ୍ଜୟ ସେଠ୍‌ ଆଜି ବିଜେପିରେ ସାମିଲ୍‌ ହୋଇଛନ୍ତି । ରାଜ୍ୟସଭାରେ ଜମ୍ମୁକାଶ୍ମୀରର ପୁର୍ନଗଠନ ବିଲ୍‌ ଆସିବା ପୂର୍ବରୁ ସୋମବାର ଦିନ ସପାର ଏହି ନେତା ଦଳରୁ ଇସ୍ତଫା ଦେଇଥିଲେ ।  ବିଜେପି ମହାସଚିବ ଭୁପେନ୍ଦ୍ର ସିଂଙ୍କ ଉପସ୍ଥିତିରେ ଏହି ଦୁଇ ନେତା ଦଳର ସଦସ୍ୟ ହୋଇଛନ୍ତି । ଏହା ପୂର୍ବରୁ ଏସପିର ରାଜ୍ୟସଭା ସଦସ୍ୟ ନୀରଜ ଶେଖର ମଧ୍ୟ ଦଳ ଛାଡି ବିଜେପିରେ ଯୋଗଦେଇଥିଲେ ।

Read More

ନିଜ ବୋହୂକୁ ଦୁଷ୍କର୍ମ କରିଥିବା ଅଭିଯୋଗରେ ପୂର୍ବତନ ବିଜେପି ବିଧାୟକ ମନୋଜ ସୋକିନ୍‌ଙ୍କ ବିରୋଧରେ ପୋଲିସ୍‌ ପକ୍ଷରୁ ମାମଲା ରୁଜୁ କରାଯାଇଛି । ଶନିବାର ଦିନ ପୋଲିସ୍‌ ପକ୍ଷରୁ ମାମଲା ରୁଜୁ କରାଯାଇଛି । ଡିସେମ୍ବର 31 ଏବଂ ଜାନୁୟାରୀ 1 ତାରିଖରେ ବନ୍ଧୁକ ମୁନରେ ସୋକିନ୍‌ ବଳାତ୍କାର କରିଥିବାର ଅଭିଯୋଗ ହୋଇଛି । ଗୁରୁବାର ଦିନ ସୋକିନ୍‌ଙ୍କ ବିରୋଧରେ ଅଭିଯୋଗ କରାଯାଇଥିଲା ଏବଂ ଆଜି ପୋଲିସ୍‌ ପକ୍ଷରୁ ମାମଲା ରୁଜୁ କରାଯାଇଥିଲା । ନାଙ୍ଗଲୋଇରୁ ଦୁଇ ଥର ବିଜେପିର ବିଧାୟକ ରହିଥିବା ସୋକିନ୍‌ ମୀରା ବାଘ ଅଞ୍ଚଳରେ ଏହି ଦୁଷ୍କର୍ମ କରିଥିଲେ ।

Read More

ଜମ୍ମୁ କାଶ୍ମୀରରୁ ଧାରା 370 ଉଚ୍ଛେଦ ପ୍ରତିବାଦରେ ସୁପ୍ରିମ୍‌କୋର୍ଟଙ୍କ ଦ୍ବାରସ୍ଥ ହୋଇଛି ଓମାର ଅବଦୁଲ୍ଲାଙ୍କ ନ୍ୟାସନାଲ୍‌ କନଫରେନ୍ସ । ଶନିବାର ଧାରା 370 ଉଚ୍ଛେଦ ଏବଂ ଜମ୍ମୁ କାଶ୍ମୀରର ସ୍ବତନ୍ତ୍ର ରାଜ୍ୟ ପାହ୍ୟା ଉଚ୍ଛେଦ ବିରୋଧରେ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଛି ଏହି ଦଳ । ଧାରା 370 ଉଚ୍ଛେଦ ନେଇ ରାଷ୍ଟ୍ରପତିଙ୍କ ଆଦେଶ ପ୍ରତିବାଦରେ ଦଳର ଦୁଇ ନେତା ମହମ୍ମଦ ଆକବର ଲୋନ୍‌ ଏବଂ ହାନ୍‌ସେନ୍‌ ମସୁଡୀ ସର୍ବୋଚ୍ଚ କୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି । ଏହି ନିଷ୍ପତ୍ତିକୁ ଅସାମ୍ବିଧାନିକ ବୋଲି ଦୁଇ ନେତା କହିଛନ୍ତି । ଏହି ଅସାମ୍ବଧାନିକ ନିଷ୍ପତ୍ତିକୁ ମୋଦି ସରକାରଙ୍କୁ ଉଠାଇବାକୁ ପଡିବ ଏବଂ ଜମ୍ମୁ କାଶ୍ମୀରକୁ ଏହାର ପୂର୍ଣ୍ଣରାଜ୍ୟ ମାନ୍ୟତା ପୁନର୍ବାର ପ୍ରଦାନ କରାଯିବ ବୋଲି ଦୁଇ ନେତା ଦାବି କରିଛନ୍ତି ।

Read More

ଆଜି କଂଗ୍ରେସର କାର୍ଯ୍ୟକାରିଣୀ କମିଟି ବୈଠକରେ କଂଗ୍ରେସର ନୂତନ ଅଧ୍ୟକ୍ଷ କିଏ ହେବ ନେଇ ଚାଲିଛି ଅଙ୍କକଷା । ତେବେ ନୂତନ ଅଧ୍ୟକ୍ଷ ଚୟନରେ ଭାଗ ନେଇନାହାନ୍ତି ସୋନିଆ ଗାନ୍ଧି ଓ ରାହୁଲ୍‌ ଗାନ୍ଧି । କଂଗ୍ରେସର କାର୍ଯ୍ୟକାରିଣୀ ବୈଠକରେ ସୋନିଆ ଗାନ୍ଧି, ରାହୁଲ୍‌ ଗାନ୍ଧି ଉପସ୍ଥିତ ରହିଥିବାବେଳେ ଅଧ୍ୟକ୍ଷ ଚୟନ ପ୍ରକ୍ରିୟାରୁ ଓହରିଛନ୍ତି ସୋନିଆ ଗାନ୍ଧି ଓ ରାହୁଲ୍‌ ଗାନ୍ଧି । କଂଗ୍ରେସ କାର୍ଯ୍ୟକାରିଣୀ ବୈଠକରୁ ଫେରିଛନ୍ତି ସୋନିଆ ଓ ରାହୁଲ୍‌।  ସବୁବେଳେ ପାରିବାରିକ ରାଜନୀତିକୁ ନେଇ ବିବାଦରେ ରହିଆସିଛି କଂଗ୍ରେସ ଦଳ । ଚଳିତ ଲୋକସଭାରେ ଦଳର ଖରାପ ପ୍ରଦର୍ଶନ ପରେ ରାହୁଲ୍‌ ଗାନ୍ଧି ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଥିଲେ । ଗାନ୍ଧି ପରିବାର ବାହାରୁ ଜଣକୁ ଦଳର ଅଧ୍ୟକ୍ଷ ରୂପେ ନିଯୁକ୍ତି କରିବାକୁ ରାହୁଲ୍‌ ଚାହୁଁଛନ୍ତି ବୋଲି କହିଥିଲେ । ଆଜିର ଏହି କଂଗ୍ରେସ ସିଡବ୍ଲ୍ୟୁସି ବୈଠକରେ ରାହୁଲ୍‌ଙ୍କ ଇସ୍ତଫାକୁ ଗ୍ରହଣ କରାଯାଇଥିବାବେଳେ ନୂତନ ଅଧ୍ୟକ୍ଷଙ୍କ ନାମ ଘୋଷଣା…

Read More

ଧାରା 370 ଉଚ୍ଛେଦ ପରେ ଜମ୍ମୁ କାଶ୍ମୀରରେ ଧାରା 144 ଲାଗୁ କରାଯାଇଥିଲା । ଶୁକ୍ରବାର ରାତିରେ ଜମ୍ମୁ କାଶ୍ମୀରର 5 ଜିଲ୍ଲାରୁ କର୍ଫ୍ୟୁ ଉଚ୍ଛେଦ କିମ୍ବା କୋହଳ କରାଯାଇଛି । ଜମ୍ମୁରୁ ଧାରା 144 ଉପରକୁ ଉଠାଯାଇଥିବା ବେଳେ ଡୋଡା ଏବଂ ଖିତ୍‌ଓ୍ବାର ଜିଲ୍ଲାରେ କର୍ଫ୍ୟୁକୁ ଆଂଶିକ ଭାବରେ କୋହଳ କରାଯାଇଛି । ସେହିପରି କାଠୁଆ, ଶାମ୍ବା ଏବଂ ଉଦ୍ଧମପୁର ଜିଲ୍ଲାରେ ସାଧାରଣ ଅବସ୍ଥା ପ୍ରତ୍ୟାବର୍ତ୍ତନ କରିଥିବାରୁ ଶିକ୍ଷାନୁଷ୍ଠାନ ଗୁଡିକ ପୁନର୍ବାର ଖୋଲାଯାଇଛି । ପୁଞ୍ଚ, ରଜୌରୀ ଏବଂ ରାମବନ ଜିଲ୍ଲାରେ କର୍ଫ୍ୟୁ ବଳବତ୍ତର ରହିଥିବା ଜଣାପଡିଛି । ଅଗଷ୍ଟ 5 ତାରିଖରୁ କର୍ଫ୍ୟୁ ଜାରି କରାଯାଇଥିବା ବେଳେ ଜମ୍ମୁର ଜିଲ୍ଲା ମାଜିଷ୍ଟ୍ରେଟ୍‌ ସୁଷମା ଚୌହାନ ଏହି କର୍ଫ୍ୟୁ କୋହଳ କରିବାର ଆଦେଶ ଦେଇଛନ୍ତି ।

Read More

ବିଜେପିର ସ୍ବାଧୀନତା ଦିବସ କାର୍ଯ୍ୟକ୍ରମରେ ପରମ୍ପରା ଭଙ୍ଗ କରିଥିବା ଅଭିଯୋଗରେ ପ୍ରତିକ୍ରିୟା ରଖିଛନ୍ତି ସୂଚନା ଓ ଲୋକସମ୍ପର୍କ ମନ୍ତ୍ରୀ ରଘୁନନ୍ଦନ ଦାସ ।  ମନ୍ତ୍ରୀ ପରମ୍ପରା ଭଙ୍ଗ ହୋଇନି କହିବା ସହିତ ବିରୋଧୀଙ୍କ ଏସବୁ କଥାରେ ମାନେ କିଛି ନାହିଁ ବୋଲି କହିଛନ୍ତି  । ପରେଡ଼ରେ ସ୍କୁଲ ପିଲା ଭାଗ ନେବା ବାଧ୍ୟତାମୂଳକ ନୁହେଁ ବୋଲି କହିଛନ୍ତି ମନ୍ତ୍ରୀ ରଘୁନନ୍ଦନ ଦାସ । ତେବେ କେଉଁ ପରିପ୍ରେକ୍ଷୀରେ ପରେଡ୍‌ରେ ପରିବର୍ତ୍ତନ  କରାଯାଇଛି, ତାହା ଗୃହ ବିଭାଗ କହିପାରିବ ବୋଲି କହିଛନ୍ତି ମନ୍ତ୍ରୀ । ସେହିପରି ନବୀନଙ୍କ ସ୍ବାସ୍ଥ୍ୟବସ୍ଥାକୁ ନେଇ ବିରୋଧୀ ଯାହା କହୁଛନ୍ତି, ତାହା ୧୦ ବର୍ଷ ହେଲା ଶୁଣୁଛି ବୋଲି କହିଛନ୍ତି ମନ୍ତ୍ରୀ । ବିରୋଧୀଙ୍କ ଏହି ଅଭିଯୋଗର କିଛି ଅର୍ଥ ନାହିଁ ବୋଲି କହିଛନ୍ତି ରଘୁନନ୍ଦନ ।

Read More

ସ୍ବାଧିନତା ଦିବସରେ ପରେଡ୍‌ ସ୍ଥାନ ପରିବର୍ତ୍ତନ ଓ ଏଥର ପରେଡ୍‌ରେ ମାତ୍ର ଚାରୋଟି ଗ୍ରୁପ୍‌କୁ ସାମିଲ୍‌ କରିବାକୁ ନେଇ ଅଭିଯୋଗ କରିଛି ବିଜେପି । ବିଜେପି ଅଭିଯୋଗ କରିଛି ଯେ, ଚଳିତ ଥର କୌଣସି କାରଣ ନଥାଇ ରାଜ୍ୟ ସରକାର ପରେଡ୍‌ ବନ୍ଦ କରିଛନ୍ତି । ଏହା ସହ ମାତ୍ର ଚାରୋଟି ଗ୍ରୁପ୍‌କୁ ରାଷ୍ଟ୍ରୀୟ ସାଲ୍ୟୁଟ୍‌ ଦେବା ପାଇଁ ଅନୁମତି ଓ ସ୍କୁଲ ପିଲାଙ୍କୁ ପରେଡରୁ ବାଦ୍‌ ଦେବା ନିଷ୍ପତ୍ତି ଅତ୍ୟନ୍ତ ପରିତାପର ବିଷୟ ବୋଲି ବିଜେପିର ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି । ଏପରି କରି ରାଜ୍ୟ ସରକାର ପରମ୍ପର ଭଙ୍ଗ କରିଛନ୍ତି ବୋଲି ବିଜେପି ଅଭିଯୋଗ କରିଛି । ଏପରି ଅଭିଯୋଗ କରି ମୁଖ୍ୟମନ୍ତ୍ରୀଙ୍କ ସ୍ବାସ୍ଥ୍ୟଗତ ସମସ୍ୟାକୁ ମଧ୍ୟ ଉଠାଇଛି ବିଜେପି । ମୁଖ୍ୟମନ୍ତ୍ରୀ ଠିଆ ହୋଇ ପାରିବେନି ବୋଲି ଏପରି  କରାଯାଉଛି ବୋଲି କହିଛି ବିଜେପି ପ୍ରଶ୍ନ କରିଛି ।

Read More

ରଙ୍ଗାଚରଣ ପ୍ରଧାନ ଏବେର କଥା ସିନା ଅଲଗା, କିନ୍ତୁ ସେଦିନକୁ ବେଶି ଦିନ ହୋଇ ନାହିଁ , ଯେତେବେଳେ ଓଡିଶା ବିଜେପି ରାସ୍ତା କଡରେ ହୋର୍ଡିଂ ଠିଆ କରେଇ ସେଥିରେ ଲେଖୁଥିଲା ଯେ ଓଡିଶାରେ ଗରିବ ଲୋକଙ୍କୁ କିଲୋ ପ୍ରତି ୧ ଟଙ୍କାରେ ଯେଉଁ ଚାଉଳ ଯୋଗାଇ ଦିଆ ଯାଉଛି ସେଥିପାଇଁ ଅଧିକ ଟଙ୍କା କେନ୍ଦ୍ରର ମୋଦୀ  ସରକାର ଦେଉଛନ୍ତି । ଗତ ଲୋକସଭା ନିର୍ବାଚନ ପାଇଁ ପ୍ରଚାର ବେଳେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଥିଲେ ଯେ କେନ୍ଦ୍ର ସରକାର କେଜି ପ୍ରତି ୩୨ ଟଙ୍କାରେ ଚାଉଳ କିଣି ତାହାକୁ ୩ ଟଙ୍କା ଦରରେ ରାଜ୍ୟ ସରକାରଙ୍କୁ ଯୋଗାଉଛନ୍ତି, ଯାହାକୁ ରାଜ୍ୟ ସରକାର ୧ ଟଙ୍କା ଦରରେ ଲୋକଙ୍କୁ ଦେଇ ଅଯଥା ବାହାବା ନେଉଛି । ଏମିତି ଦେଖିବାକୁ ଗଲେ ମନ୍ତ୍ରୀ ଶ୍ରୀ ପ୍ରଧାନ ଦେଇଥିବା ହିସାବରେ ସେମିତି କିଛି ତ୍ରୁଟି ନାହିଁ । କିନ୍ତୁ ଅସଲି ପ୍ରଶ୍ନ ହେଉଛି ଯେ…

Read More

ହୀରାକୁଦ ଉପରମୁଣ୍ଡରେ ଲଗାଣ ବର୍ଷା ଯୋଗୁଁ ଜଳଭଣ୍ଡାରରେ ଜଳସ୍ତର ବୃଦ୍ଧି ପାଉଛି । ତେଣୁ ଆସନ୍ତା ୧୪ରେ ହୀରାକୁଦ ଡ୍ୟାମର ପ୍ରଥମ ବନ୍ୟାଜଳ ନିଷ୍କାସନ କରାଯିବା ପାଇଁ ଗେଟ ଖୋଲାଯିବ ବୋଲି ହୀରାକୁଦ ଡ୍ୟାମ ମୁଖ୍ୟଯନ୍ତ୍ରୀ ସୁନୀଲ୍‌ କୁମାର ନାୟକ ସୂଚନା ଦେଇଛନ୍ତି । ହୀରାକୁଦ ଜଳଭଣ୍ଡାରର ସର୍ବୋଚ୍ଚ ଜଳ ଧାରଣ କ୍ଷମତା ୬୩୦ ଫୁଟ ଥିବା ବେଳେ ଲଗାଣ ବର୍ଷା କାରଣରୁ ଏହା ବର୍ତ୍ତମାନ ୬୧୦. ୩୯ଫୁଟରେ ପହଂଚିଲାଣି । ଡ୍ୟାମକୁ ୧ଲକ୍ଷ ୮୩ହଜାର ୬୧୫ କୁସେକ ଜଳ ପ୍ରବେଶ କରୁଥିବା ବେଳେ ୧୬ହଜାର ୯୨୯ କ୍ୟୁସେକ  ଜଳ ନିଷ୍କାସନ ହେଉଛି ।  ଆସନ୍ତା ୧୪ରେ ବର୍ଷାର ସ୍ଥିତି ଦେଖି କେତୋଟି ଗେଟ ଖୋଲାଯିବ ସେନେଇ ନିଷ୍ପତ୍ତି ନିଆଯିବ ବୋଲି ସୂଚନା ରହିଛି ।

Read More

ଜମ୍ମୁକାଶ୍ମୀରରୁ ଧାରା ୩୭୦ ଉଚ୍ଛେଦକୁ ନେଇ ଭାରତ ସରକାରଙ୍କ ନିଷ୍ପତ୍ତିକୁ ରୁଷ୍‌ ସମର୍ଥନ କରିଛି । ରୁଷର ବିଦେଶ ମନ୍ତ୍ରାଳୟ କହିଛି ଯେ, ଭାରତ ଜମ୍ମୁକାଶ୍ମୀର ଯାହା କିଛି ପରିବର୍ତ୍ତନ କରିଛି, ତାହା ଭାରତର ସମ୍ବିଧାନ ଅନୁସାରେ ହିଁ କରିଛି ।  ଭାରତ ଓ ପାକିସ୍ତାନ ମଧ୍ୟରେ ସଂପର୍କ ସ୍ଥିର ରହୁ । ଦ୍ୱିପାକ୍ଷିକ ଆଲୋଚନା ମାଧ୍ୟମରେ ଦୁଇଦେଶ ଶାନ୍ତି ପ୍ରତିଷ୍ଠା କରିବାକୁ ଚେଷ୍ଟା କରନ୍ତୁ  । ଜମ୍ମୁ-କାଶ୍ମୀରର ଏହି ପରିବର୍ତନ କୌଣସୀ ତିକ୍ତକା ବୃଦ୍ଧି କରିବ ନାହିଁ ବୋଲି ଋଷ କହିଛି । ସୂଚନାଯୋଗ୍ୟ ଜମ୍ମୁକାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ପ୍ରସଙ୍ଗକୁ ନେଇ ପାକିସ୍ତାନ ବ୍ୟସ୍ତ ବିବ୍ରତ ହୋଇପଡିଛି । ଏହି ଘଟଣାକୁ ଅନ୍ତର୍ଜାତୀୟ ସମୁଦାୟରେ ଉଠାଇଥିବାବେଳେ ତା’କୁ ଅନ୍ୟ ରାଷ୍ଟ୍ରମାନଙ୍କର ସମର୍ଥନ ମିଳିପାରିନାହିଁ । ପୂର୍ବରୁ ଏହି ବିଷୟକୁ ନେଇ ଆମେରିକା ଓ ଚୀନ୍‌ ପାକିସ୍ତାନକୁ ପ୍ରସ୍ତାବକୁ ଅଗ୍ରାହ୍ୟ କରିଥିବାବେଳେ ଆଜି ରୁଷ୍‌ ଭାରତକୁ ସମର୍ଥନ କରିବା ପରେ…

Read More

ପ୍ରବଳ ବର୍ଷା ଯୋଗୁ ମହାରାଷ୍ଟ୍ର,  କର୍ଣ୍ଣାଟକ, ଗୁଜରାଟ ଓ କେରଳ ସମେତ ୭ଟି ରାଜ୍ୟରେ ବନ୍ୟାର କରାଳ ରୂପ ଦେଖିବାକୁ ମିଳିଛି। ପାଖାପାଖି ୨୦୦ ଲୋକଙ୍କ ମୃତ୍ୟ ହୋଇଥିବାର ସୂଚନା ରହିଛି  । କେରଳର ପୁଣିଥରେ ବନ୍ୟା ପ୍ରପୀଡ଼ିତ ଅଞ୍ଚଳ ହୋଇଛି ।  ବର୍ଷା ଓ ଭୂସ୍ଖଳନ ଜନିତ ମୃତ୍ୟୁସଂଖ୍ୟା ୩୮ରେ ପହଞ୍ଚତ୍ଥିବାବେଳେ ୨୨ ହଜାରରୁ ଅଧିକ ଲୋକଙ୍କୁ ବିଭିନ୍ନ ରିଲିଫ କେନ୍ଦ୍ରକୁ ସ୍ଥାନାନ୍ତର କରାଯାଇଛି। କେରଳରେ ବର୍ଷା ଓ ଭୂସ୍ଖଳନ ଯୋଗୁ ଟ୍ରେନ୍‌ ଚଳାଚଳ ବାଧାପ୍ରାପ୍ତ ହୋଇଛି। ଓ୍ବାୟନାଡ ଓ ମାଲାପୁରମ୍‌ରେ ବଡ଼ ଧରଣର ଭୂସ୍ଖଳନରେ ପାଖାପାଖି ୪୦ ଜଣ ମାଟିତଳେ ପୋତିହୋଇପଡିଥିବା ଆଶଙ୍କା କରାଯାଉଛି। ଅଧିକାଂଶ ନଦୀ ବିପଦ ସଙ୍କେତ ଉପରେ ପ୍ରବାହିତ ହେବା ସହ ବିଭିନ୍ନ ସ୍ଥାନରେ ବନ୍ୟା ସୃଷ୍ଟି ହୋଇଛି। ସେହିପରି ମହାରାଷ୍ଟ୍ରର ୫ ଜିଲାରେ ବନ୍ୟାଜନିତ ମୃତ୍ୟୁସଂଖ୍ୟା ୧୪୪ରେ ପହଞ୍ଚଛି। ପ୍ରାୟ ୮୫ ହଜାରରୁ ଅଧିକ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ କରାଯାଇଛି ।…

Read More

ପୂର୍ବତନ ଅର୍ଥ ମନ୍ତ୍ରୀ ତଥା ବିଜେପିର ବରିଷ୍ଠ ନେତା ଅରୁଣ ଜେଟଲୀଙ୍କୁ ଦିଲ୍ଲୀ ସ୍ଥିତ ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥା(ଏମ୍ସ)ରେ ଭର୍ତ୍ତି କରାଯାଇଛି। ଅରୁଣ ଜେଟଲୀଙ୍କୁ ଶୁକ୍ରବାର  ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଆଜି  ଏମ୍ସ ଅରୁଣ ଜେଟଲୀଙ୍କ ମେଡିକାଲ ବୁଲେଟିନ୍ ମଧ୍ୟ ଜାରି କରିଛି। ଏମ୍ସର କହିବା କଥା ଅରୁଣ ଜେଟଲୀଙ୍କ ସ୍ଵାସ୍ଥ୍ୟବସ୍ଥା ସ୍ଥିର ରହିଛି ଏବଂ ଏବେ ସେ ଆଇସିୟୁରେ ଅଛନ୍ତି। ଶନିବାର ସକାଳୁ ସକାଳୁ ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ ଏମ୍ସରେ ପହଞ୍ଚି ଜେଟ୍‌ଲୀଙ୍କ ସ୍ବାସ୍ଥ୍ୟବସ୍ଥା ସମ୍ପର୍କରେ ପଚାରି ବୁଝିଛନ୍ତି । ସୂଚନା ମୁତାବକ ନିଃଶ୍ଵାସ ପ୍ରଶ୍ଵାସରେ କଷ୍ଟ ଅନୁଭବ କରିବା ପରେ ଅରୁଣ ଜେଟଲୀଙ୍କୁ ଶୁକ୍ରବାର ଏମ୍ସରେ ଭର୍ତ୍ତି କରାଯାଇଥିଲା।  ଅରୁଣ ଜେଟଲୀଙ୍କ ଚିକିତ୍ସା ଟ୍ରିଟମେଣ୍ଟ ଆଣ୍ଡ୍ରୋକ୍ରିନୋଲୋଜିଷ୍ଟ ନେଫ୍ରୋଲୋଜିଷ୍ଟ ଓ କାର୍ଡିଅଲୋଜିଷ୍ଟ ଡାକ୍ତରଙ୍କ ତତ୍ଵାବଧାନରେ ଚାଲିଛି।   ଜେଟଲୀଙ୍କ ସ୍ଵାସ୍ଥ୍ୟବସ୍ଥା ପଚାରି ବୁଝିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ସ୍ଵାସ୍ଥ୍ୟମନ୍ତ୍ରୀ ଡ. ହର୍ଷବର୍ଦ୍ଧନ, ଗୃହ ମନ୍ତ୍ରୀ ଅମିତ୍ ଶାହା ଓ…

Read More

କେଦାର ମିଶ୍ର ୨୦୧୧ ଜନଗଣନା ତଥ୍ୟ ଅନୁସାରେ କେନ୍ଦ୍ରାପଡା ଜିଲ୍ଲାର ଜନସଂଖ୍ୟା ହେଉଛି ୧୪.୪ ଲକ୍ଷ ଓ ତହିଁରୁ ଅଧା ବେଆଇନ ଅନୁପ୍ରବେଶକାରୀ ବୋଲି ଆମେ କହିଲେ କେହି ହୁଏତ ବିଶ୍ଵାସ କରିବେ ନାହିଁ। ହେଲେ ଏକଥା ଏକ ସଂବେଦନଶୀଳ ସୂତ୍ର କହୁଛି ଓ ଏହାକୁ ନେଇ କେନ୍ଦ୍ରାପଡାର ପୂର୍ବତନ ଲୋକସଭା  ସଦସ୍ୟ ବୈଜୟନ୍ତ ପଣ୍ଡା ଅତ୍ୟନ୍ତ ଉଦବିଗ୍ନ ଥିବା ଜଣାପଡୁଛି। “ଓଡିଶାରେ ଅତି କମରେ ୭-୮ ଲକ୍ଷ ବେଆଇନ ଅନୁପ୍ରବେଶକାରୀ ରହିଛନ୍ତି ଓ ସେମାନଙ୍କ ଭିତରୁ ଅଧିକାଂଶ କେବଳ କେନ୍ଦ୍ରାପଡା ଜିଲାରେ ଅଛନ୍ତି-“ ଏମିତି ଏକ ଚାଞ୍ଚଲ୍ୟକର ତଥ୍ୟ ଦେଇଛନ୍ତି ଓଡିଶା ହାଇକୋର୍ଟଙ୍କୁ ଅନୁପ୍ରବେଶକାରୀ ମାମଲାରେ ସହାୟତା କରୁଥିବା ଆମିକସ କ୍ୟୁରୀ ମୋହିତ ଅଗ୍ରୱାଲ। ସେ କେନ୍ଦ୍ରାପଡାରେ ନେସନାଲ ରେଜିଷ୍ଟ୍ରାର ଅଫ ସିଟିଜନସିପ ପ୍ରସ୍ତୁତି ଲାଗି ମଧ୍ୟ ପ୍ରସ୍ତାବ ଦେଇଛନ୍ତି। ଆମିକସ କ୍ୟୁରୀଙ୍କ ପ୍ରସ୍ତାବକୁ  ରାଜ୍ୟ ସରକାରଙ୍କ ଜଙ୍ଗଲ ଓ ପରିବେଶ ବିଭାଗ କେନ୍ଦ୍ର ସରକାରଙ୍କୁ ପଠାଇଦେଇଛନ୍ତି। ରାଜ୍ୟ ସରକାର…

Read More

ଆଜି କଂଗ୍ରେସର କାର୍ଯ୍ୟକମିଟି ବୈଠକରେ କଂଗ୍ରେସକୁ ନୂତନ ଅଧ୍ୟକ୍ଷ ମିଳିବ । କଂଗ୍ରେସ ଅଧ୍ୟକ୍ଷ ପଦରୁ ରାହୁଲ ଗାନ୍ଧୀ ଇସ୍ତଫା ଦେବା ପରେ ଏବେ ପାର୍ଟିକୁ ନୂତନ ଅଧ୍ୟକ୍ଷ କିଏ ହେବ ସେନଇ ଅଙ୍କ କଷା ଚାଲିଛି । ପାର୍ଟିର ନୂତନ ଅଧ୍ୟକ୍ଷକୁ ନେଇ ମୁକୁଲ ବାସନିକ, ମଲ୍ଲିକାର୍ଜୁନ ଖଡଗେ, ଅଶୋକ ଗହଲୋତ, ସୁଶୀଲ କୁମାର ସିନ୍ଦେ ସମେତ କିଛି ବରିଷ୍ଠ ନେତାଙ୍କ ନାମ ଚର୍ଚ୍ଚା ହେଉଛି । ତେବେ ଏ ସମସ୍ତ ନେତାଙ୍କ ମଧ୍ୟରେ ମୁକୁଲ ବାସନିକଙ୍କ ନାମ ସର୍ବାଗ୍ରେ ରହିଛି ।  ରାହୁଲ ଗାନ୍ଧୀଙ୍କ ଇସ୍ତଫା ପରେ ଦଳର ନେତୃତ୍ବ ପ୍ରତି ଏକ ବିରାଟ ସଂକଟ ସୃଷ୍ଟି ହୋଇଥିଲା । ସମ୍ପ୍ରତି ଧାରା ୩୭୦ ସମେତ କିଛି ପ୍ରସଙ୍ଗରେ ପାର୍ଟିର ନେତା ଭିନ୍ନ ଭିନ୍ନ ବୟାନ ଦେଇଛନ୍ତି । କିଛି ନେତା ଧିରେ ଧିରେ ପାର୍ଟି ଛାଡୁଛନ୍ତି । ରାହୁଲଙ୍କ ଇସ୍ତଫା ପରେ ଦଳର ଅନେକଗୁଡ଼ିଏ ବୈଠକ ମଧ୍ୟ…

Read More

ଆଜି ନୂଆଦିଲ୍ଲୀସ୍ଥିତ ଏଏମଏସ ରେ ଭର୍ତ୍ତି ହୋଇଛନ୍ତି ବିଜେପିର ବରିଷ୍ଠ ନେତା ତଥା ପୂର୍ବତ୍ତନ ଅର୍ଥମନ୍ତ୍ରୀ ଅରୁଣ ଜେଟିଲ୍। ସେ ପୂର୍ବରୁ ଅସୁସ୍ଥ ରହୁଥିବାରୁ ତାଙ୍କୁ ଆଜି ସକାଳେ ଏଏମଏସକୁ ଆଣାଯାଇଥିଲା। ଡାକ୍ତରମାନେ ସ୍ବାସ୍ଥ୍ୟ ପରୀକ୍ଷା କରିବା ପରେ ତାଙ୍କୁ ଆଇୟୁସ କୁ ନିଆଯାଇଥିଲା। ଏହି ଖବର ଜଣାପଡିବା ପରେ ତାଙ୍କ ସ୍ବାସ୍ଥ୍ୟ ଅବସ୍ଥା ବୁଝିବା ପାଇଁ ନେତାଙ୍କର ସୁଅ ଛୁଟିଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହମନ୍ତ୍ରୀ ଅମିତ ସାହା, କଂଗ୍ରେସ ସାଂସଦ ଗୁଲାମନବୀ ଆଜାଦ, ଲୋକସଭା ବାଚସ୍ପତି ଓମ ବିର୍ଲା ପ୍ରମୁଖ ହସପିଟାଲ ଯାଇ ସ୍ବାସ୍ଥ୍ୟ ଅବସ୍ଥା ପଚାରି ବୁଝିଥିଲେ। ଏହାପରେ ଡାକ୍ତରଖାନା ତରଫରୁ ଏକ ପ୍ରେସ ବିଜ୍ଞପ୍ତି ପ୍ରକାଶ କରାଯାଇ କୁହାଗଲା ଯେ, ଜେଟଲୀଙ୍କ ସ୍ବାସ୍ଥ୍ୟ ଅବସ୍ଥା ସ୍ଥିର ରହିଛି। ଜେଟଲୀ ଏଏମଏସରେ ଭର୍ତ୍ତି ହେବା ପରେ ଏକ ସ୍ବତନ୍ତ୍ର ଡାକ୍ତରୀ ଦଳ ଗଠନ କରାଯାଇ ତାଙ୍କର ସ୍ବାସ୍ଥ୍ୟ ପରୀକ୍ଷା କରାଯାଇଥିଲା।

Read More

ଯୁକ୍ତ ଦୁଇ ପାଇଁ ଦ୍ବିତୀୟ ପର୍ଯ୍ୟାୟ ନାମଲେଖା ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ଅନ୍‌ଲାଇନ୍‌ରେ ଅଗଷ୍ଟ ୧୩ରୁ ୨୪ ତାରିଖ ଯାଏ ଫର୍ମ ଉପଲବ୍ଧ ହେବ । http://samsodisha.gov.in  ୱେବ୍‌ସାଇଟରେ ଏହି ଫର୍ମ ମିଳିବ ।  ଅଗଷ୍ଟ ୨୯ ତାରିଖରେ ମେଧା ତାଲିକା ପ୍ରକାଶ ପାଇବ। ସେହିପରି ଅଗଷ୍ଟ ୩୦ ଓ ୩୧ ତାରିଖରେ ଦ୍ବିତୀୟ ପର୍ଯ୍ୟାୟ ନାମଲେଖା ଅନୁଷ୍ଠିତ ହେବ । ମାଟ୍ରିକ୍‌ ସପ୍ଲିମେଣ୍ଟାରୀ ପାସ୍‌ କରିଥିବା ଛାତ୍ରଛାତ୍ରୀମାନେ ଏହି ଆବଦେନ କରିପାରିବ । ସେହିପରି ପ୍ରଥମ ପର୍ଯ୍ୟାୟରୁ ବାଦ୍‌ ପଡ଼ିଥିବା ପିଲାମାନେ ମଧ୍ୟ ଏଥିପାଇଁ ଆବେଦନ କରିପାରିବେ ।

Read More

ରାଜ୍ୟର ପ୍ରତ୍ୟେକ ଜିଲ୍ଲା ପାଇଁ ନୂତନ ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷଙ୍କୁ ନିଯୁକ୍ତି କରାଯାଇଛି । ପୁରୀ-ନିରଞ୍ଜନ ପୂଜାରୀ, ଖୋର୍ଦ୍ଧା-ପ୍ରଶାନ୍ତ ଜଗଦ୍ଦେବ, ନୟାଗଡ଼-ସତ୍ୟନାରାୟଣ ପ୍ରଧାନ, ଗଞ୍ଜାମ-ଶ୍ରୀକାନ୍ତ ସାହୁ, ଯାଜପୁର-ସମୀର ଦାଶ, କେନ୍ଦ୍ରାପଡ଼ା-ରଣେନ୍ଦ୍ର ପ୍ରତାପ ସ୍ବାଇଁ, ଜଗତସିଂହପୁର-ପ୍ରଶାନ୍ତ ମୁଦୁଲି, କଟକ-ପ୍ରମୋଦ ମଲ୍ଲିକ ମୟୂରଭଞ୍ଜ –  ପ୍ରତାପ ଜେନା, ବାଲେଶ୍ବର-ଅନନ୍ତ ଦାସ, ଭଦ୍ରକ-ବ୍ୟୋମକେଶ ରାୟ, ଝାରସୁଗୁଡ଼ା-ପଦ୍ମନାଭ ବେହେରା, ସୁନ୍ଦରଗଡ଼-ଶାରଦା ନାୟକ, ଅନୁଗୁଳ-ଅଶୋକ ପଣ୍ଡା, ଢେଙ୍କାନାଳ-ଦିବ୍ୟଶଙ୍କର ମିଶ୍ର, କଳାହାଣ୍ଡି-ଟୁକୁନି ସାହୁ, କେନ୍ଦୁଝର ଓ ଦେବଗଡ଼- ପ୍ରଫୁଲ୍ଲ ମଲ୍ଲିକ, ନୂଆପଡ଼ା-ରାଜେନ୍ଦ୍ର ଢୋଲକିଆ, ବଲାଙ୍ଗିର-ନବକିଶୋର ଦାସ,ବରଗଡ଼-ଦେବେଶ ଆଚାର୍ଯ୍ୟ, ସମ୍ବଲପୁର-ସୁଶାନ୍ତ ସିଂହ, ରାୟଗଡ଼ା-ପଦ୍ମିନୀ ଦିଆନ, କୋରାପୁଟ-ରଘୁରାମ ପୋଡ଼ାଲ, ନବରଙ୍ଗପୁର-ରଘୁନନ୍ଦନ ଦାସ, ମାଲକାନଗିରି-ତୁଷାରକାନ୍ତି ବେହେରା, ବୌଦ୍ଧ-ମହୀଧର ରଣା, ଗଜପତି-ଜଗନ୍ନାଥ ସାରକା, କନ୍ଧମାଳ-ବିକ୍ରମ କେଶରୀ ଆରୁଖ, ସୁବର୍ଣ୍ଣପୁର-ସୁଦାମ ମାର୍‌ଣ୍ଡି ପ୍ରମୁଖଙ୍କୁ ନିଯୁକ୍ତି ଦିଆଯାଇଛି ।

Read More

ଭାରତୀୟ ବୈଦେଶିକ ମନ୍ତ୍ରାଳୟ ଜମ୍ମୁକାଶ୍ମୀର ମାମଲାରେ ପୁଣି ଥରେ ପାକିସ୍ତାନକୁ ଜବାବ ଦେଇଛନ୍ତି । ବିଦେଶ ମନ୍ତ୍ରାଳୟ ତରଫରୁ କୁହାଯାଇଛି ଯେ, ଜମ୍ମୁ କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ହେବା ପରେ ପାକିସ୍ତାନ ଏହାକୁ ନେଇ ବିବ୍ରତ ହୋଇପଡିଛି । ପାକିସ୍ତାନ ଭାରତ ସହ ବ୍ୟବସାୟିକ ସମ୍ପର୍କ ସହ ରେଳ ସେବା, ଆକାଶ ପଥ ମଧ୍ୟ ବନ୍ଦ କରି ଦେଇଛି। ପାକିସ୍ତାନର ଏହି ପଦକ୍ଷେପକୁ ଦେଖି ବୈଦେଶିକ ମନ୍ତ୍ରଣାଳୟର ପ୍ରବକ୍ତା ରବିଶକୁମାର କହିଛନ୍ତି ଯେ, ଏବେ ପାକିସ୍ତାନ ବାସ୍ତବିକତାକୁ ଗ୍ରହଣ କରିବା ସହ ଅନ୍ୟ ଦେଶର ଆଭ୍ୟନ୍ତରୀଣ ମାମଲାରେ ହସ୍ତକ୍ଷେପ ନ କରିବାର ସମୟ ଆସିଯାଇଛି। ତେଣୁ ଭାରତ ଯାହା ନିଷ୍ପତ୍ତି ନେଇଛି ତାକୁ ନେଇ ପାକିସ୍ତାନ ବିଶ୍ୱ ସମ୍ମୁଖରେ ଉପସ୍ଥାପନ କରିବା ଠିକ୍‌ ନୁହେଁ ବୋଲି  କହିଛନ୍ତି ରବିଶ କୁମାର ।

Read More

ବହୁଚର୍ଚ୍ଚିତ ଭିଭିଆଇପି ଚପର୍‌ ଦୁର୍ନୀତି ମାମଲାରେ ଦିଲ୍ଲୀର ଏକ କୋର୍ଟ ରତୁଲ ପୁରୀଙ୍କ ନାମରେ ଜାମିନ ବିହୀନ ଗିରଫ ପରଓ୍ବାନା ଜାରି କରିଛି । ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ କମଲନାଥଙ୍କ ପୁତୁରା ରତୁଲଙ୍କ ନାମରେ ଏକ ଅର୍ଥ ହେରଫେର ମାମଲାରେ ଏହି ଜାମିନ ବିହୀନ ପରଓ୍ବାନା ଜାରି କରାଯାଇଛି । ଅଗଷ୍ଟା ଓ୍ବେଷ୍ଟଲ୍ୟାଣ୍ଡ ମାମଲାରେ ସ୍ବତନ୍ତ୍ର ଜଜ୍‌ ଅରବିନ୍ଦ କୁମାର ଆଜି ଏହି ରାୟ ପ୍ରକାଶ କରିଛନ୍ତି । ବୁଧବାର ଦିନ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପକ୍ଷରୁ ଏହି ମାମଲା ରୁଜୁ କରାଯାଇଥିଲା । ରତୁଲ ପୁରୀ ମାମଲା ପରିଚାଳନାରେ କୋର୍ଟକୁ ଅସହଯୋଗ କରୁଥିବାରୁ ଏବଂ ତାଙ୍କ ସମ୍ପର୍କରେ କୌଣସି ସୂଚନା ଉପଲବ୍ଧ ନଥିବାରୁ କୋର୍ଟ ଜାମିନ ବିହୀନ ଗିରଫ ପରଓ୍ବାନା ଜାରି କରିଛନ୍ତି । ପୁରୀ ବାହାରେ ରହିବା ଦ୍ବାରା ତଦନ୍ତରେ ବାଧା ଉପୁଜି ପାରେ ବୋଲି କୋର୍ଟ ପ୍ରକାଶ କରିଛନ୍ତି ।

Read More

ଜାମ୍ମୁ କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ହେବା ପରେ ପାକିସ୍ତାନ ଗୁରୁବାର ସମଝୌତା ଏକ୍ସପ୍ରେସ ବନ୍ଦ କରିବା ପରେ ଶୁକ୍ରବାର ’ଥର’ ଏକ୍ସପ୍ରେସ ଚଳାଚଳକୁ ବନ୍ଦ କରିଦେଇଛି। ଏହାସହ ଭାରତ ଓ ପାକିସ୍ତାନ ମଧ୍ୟରେ ଶେଷ ରେଳ ଯୋଗାଯୋଗ ବନ୍ଦ ହୋଇଯାଇଛି। ସୂଚନା ଯୋଗ୍ୟ ଯେ ଗୁରୁବାର ୱାଘା ସୀମାରେ ସମଝୌତା ଏକ୍ସପ୍ରେସକୁ ପାକିସ୍ତାନ ଅଟକାଇ ଦେଇଥିଲା । କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ହେବା ପରେ ପାକିସ୍ତାନ ଭାରତ ସହ ସମସ୍ତ କୂଟନୈତିକ ସମ୍ପର୍କ ଛିନ୍ନ କରିଛି । ଭାରତ ସହ ଦ୍ୱିପାକ୍ଷିକ ବାଣିଜ୍ୟ ବନ୍ଦ କରିବା ସହ ଆକାଶପଥ ବନ୍ଦ ମଧ୍ୟ କରିଛି ।  ସେହିପରି ଭାରତୀୟ ଚଳଚ୍ଚିତ୍ର ପ୍ରଦର୍ଶନ ଉପରେ ପ୍ରତିବନ୍ଧକ ଲଗାଇଛି ପାକିସ୍ତାନ ।

Read More