Author: Samikhsya Bureau

ଜମ୍ମୁ କାଶ୍ମୀରରୁ ଧାରା 370 ଉଚ୍ଛେଦ କରିବା ନିମନ୍ତେ ଗତକାଲି ରାଜ୍ୟସଭାରେ ବିଲ୍‌ ପାଶ କରାଯାଇଥିଲା । ଏହି ବିଲ୍‌କୁ ମଞ୍ଜୁରୀ ପ୍ରଦାନ କରାଯିବା ପରେ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ଏହାକୁ ସମର୍ଥନ କରାଯାଇଥିବା ବେଳେ ଅନେକ ରାଜନୈତିକ ଦଳ ଏହାକୁ ବିରୋଧ କରିଥିଲେ । ମଙ୍ଗଳବାର ଦିନ ଅଭିନେତାରୁ ରାଜନେତା ବନିଥିବା କମଲ୍‌ ହାସନ୍‌ କେନ୍ଦ୍ର ସରକାରଙ୍କ ଏହି ପ୍ରଚେଷ୍ଟାକୁ ସମାଲୋଚନା କରିଛନ୍ତି । ଗତବର୍ଷ ନିଜର ରାଜନୈତିକ ଦଳ ମକ୍କଲ ନିଧି ମୟମ ଗଠନ କରିଥିବା ହାସନ ଏହାକୁ ଗଣତନ୍ତ୍ରର ହତ୍ୟା ବୋଲି ଅଭିହିତ କରିଛନ୍ତି । ଟିଏମ୍‌ସି ଏବଂ କଂଗ୍ରେସ ସହିତ ମିଳିତ ଭାବରେ ଏହି ବିଲ୍‌କୁ ବିରୋଧ କରିଛନ୍ତି କମଲ୍‌ ହାସନ୍‌ । ଏକ ନିୟମ ଲାଗୁ କରିବା ଆଦୌ ଗ୍ରହଣୀୟ ନୁହେଁ । ଏହି ବିଲ୍‌ ଦେଶରେ ଗଣତନ୍ତ୍ରର ହତ୍ୟା କରିଛି ଏବଂ ଏହି ବିଲ୍‌ ଲାଗୁ କରିବା ଦ୍ବାରା ବିଜେପି ମୁସ୍‌ଲିମ୍‌…

Read More

କେନ୍ଦ୍ର ସରକାରଙ୍କ ଜମ୍ମୁକାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ନିଷ୍ପତ୍ତିକୁ ନେଇ କଂଗ୍ରେସ ସରକାରଙ୍କୁ ବିରୋଧ କରୁଥିବାବେଳେ କଂଗ୍ରେସ ଭିତରେ କିନ୍ତୁ ଏହାକୁ ନେଇ ଦ୍ବନ୍ଦ୍ବ ଦେଖାଯାଇଛି ।  ଉଭୟ ଲୋକସଭା ଓ ରାଜ୍ୟସଭାରେ କଂଗ୍ରେସ ଏହି ବିଲ୍‌କୁ  ଦୃଢ ବିରୋଧ କରିଥିବାବେଳେ ଦଳ ଭିତରେ କିନ୍ତୁ ଏହାକୁ ନେଇ ଅନ୍ତଃକନ୍ଦଳ ଦେଖାଯାଇଛି । ରାୟବେରଲୀର କଂଗ୍ରେସ ବିଧାୟିକା ଅଦିତି ସିଂ ଏହି ବିଲ୍‌କୁ ଖୋଲାଖୋଲି ସମର୍ଥନ କରିଥିବାବେଳେ ଆଜି ଏହି ପ୍ରସଙ୍ଗକୁ ନେଇ ଦଳରୁ ଇସ୍ତଫା ଦେଇଛନ୍ତି । ସେହିପରି ଦଳର ଅନ୍ୟତମ ବରିଷ୍ଠ ନେତା ଜନାର୍ଦ୍ଦନ ଦ୍ବିବେଦୀ ଓ ଦିପେନ୍ଦ୍ର ସିଂହ ହୁଡ୍ଡା ପ୍ରମୁଖ ଏନେଇ ସରକାରଙ୍କୁ ସମର୍ଥନ କରିଛନ୍ତି ।

Read More

ସାଲେପୁରର ବିଭିନ୍ନ ଅଞ୍ଚଳରେ ଆଜି ଅପରାହ୍ନରେ ବର୍ଷା ଏବଂ ବଜ୍ରପାତ ଘଟିଛି । ବଜ୍ରପାତରେ ଦୁଇ ଜଣଙ୍କ ପ୍ରାଣହାନି ଘଟିଥିବା ବେଳେ 3 ଜଣ ଆହତ ହୋଇଛନ୍ତି । ନିଶ୍ଚିନ୍ତକୋଇଲି ନିକଟସ୍ଥ ପାଳଦା ଗ୍ରାମରେ ଏକ ବିଲରେ ବଜ୍ରପାତ ଘଟି ଦୁଇ ଜଣଙ୍କ ପ୍ରାଣହାନି ଘଟିଥିବା ବେଳେ ରାମକୃଷ୍ଣପୁରରେ ଘଟିଥିବା ବଜ୍ରପାତରେ ତିନି ଜଣ ଆହତ ହୋଇଛନ୍ତି । ଆହତ ମାନଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

Read More

ଟରଣ୍ଟୋ ଓପନର ପୂର୍ବତନ ଚାମ୍ପିୟନ୍‌ ତଥା ଓ୍ବିମ୍ବିଲଡନ୍‌ ଚାମ୍ପିୟନ୍‌ କାରୋଲିନ୍‌ ଓ୍ବାଜ୍‌ନିଆକି ଟରଣ୍ଟୋ ଓପନ୍‌ ଡବ୍ଲ୍ୟୁଟିଏ ଟେନିସ୍‌ ଟୁର୍ଣ୍ଣାମେଣ୍ଟର ଦ୍ବିତୀୟ ରାଉଣ୍ଡରେ ପହଞ୍ଚିଛି । 6-4 ଏବଂ 6-2 ସେଟ୍‌ରେ ୟୁଲିଆ ପୁତିନ୍‌ତ୍ସେଭାଙ୍କୁ ପରାସ୍ତ କରିଥିଲେ । ବିଶ୍ବ ମାନ୍ୟତାରେ 15 ତମ ସ୍ଥାନରେ ରହିଥିବା ଓ୍ବାଜନିଆକି ମାତ୍ର 90 ମିନିଟ୍‌ ସମୟୂ ନେଇ ଦ୍ବିତୀୟ ରାଉଣ୍ଡ ସ୍ଥାନ ସୁରକ୍ଷିତ କରିଥିଲେ । ବିଗତ ଏକ ବର୍ଷ ମଧ୍ୟରେ ଓ୍ବାଜ୍‌ନିଆକି କୌଣସି ଟାଇଟଲ୍‌ ହାସଲରେ ସଫଳ ହୋଇନଥିବା ବେଳେ ପରବର୍ତ୍ତୀ ରାଉଣ୍ଡରେ ବିଶ୍ବର ପୂର୍ବତନ ଏକ ନମ୍ବର ଖେଳାଳି ମାରିଆ ସାରାପୋଭାଙ୍କ ସମ୍ମୁଖୀନ ହେବେ । ସେହିପରି ଅନ୍ୟ ଦୁଇ ଖେଳାଳି ଆସଲେଘ ବାର୍ଟ୍ଟି ଏବଂ ନାଓମି ଓସାକାଙ୍କୁ ପ୍ରଥମ ରାଉଣ୍ଡ ବାଇ ମିଳିଛି ।

Read More

କେଦାର ମିଶ୍ର କହିବାରେ କୌଣସି ସନ୍ଦେହ ନାହିଁ ଯେ ସମ୍ବିଧାନର ଧାରା ୩୭୦ ଏକ ଅସ୍ଥାୟୀ ବ୍ୟବସ୍ଥା ଥିଲା ଓ ସେହି ଧାଡିକୁ ପଢି ଗୃହମନ୍ତ୍ରୀ ସାରା ଦେଶ ଆଗରେ ପ୍ରଶ୍ନ ରଖିଲେ ଯେ, ଅସ୍ଥାୟୀ କହିଲେ କଣ ସତୁରୀ ବର୍ଷ?(ମନେ ରଖିଥାନ୍ତୁ, ଏଇ ସମାନ କଥା ଆରକ୍ଷଣ ଉଚ୍ଛେଦ ବେଳେ ମଧ୍ୟ ଉଠିବ)  ୱାଜିବ ପ୍ରଶ୍ନ, ହେଲେ ଏହା କଣ ସତରେ ଅସ୍ଥାୟୀ ଥିଲା କି? ଯେତେବେଳେ ଏହି ଧାରା ପ୍ରଣୟନ ହେଉଥିଲା ସେତେବେଳେ କାଶ୍ମୀରର ଆଇନଗତ ପରିସ୍ଥିତି ଓ ଭାରତ ସହ ଏହାର ମିଶ୍ରଣକୁ ନେଇ ବୈଧାନିକ ପ୍ରକ୍ରିୟା ଚାଲୁଥିଲା। ତେଣୁ ଏହି ଧାରାକୁ କାଶ୍ମୀର ଲୋକଙ୍କ ଦ୍ଵାରା ନିର୍ବାଚିତ ସମ୍ବିଧାନ ପ୍ରଣୟନ ସଭା  ଗଠନ ଯାଏ ଅସ୍ଥାୟୀ ବୋଲି କୁହାଯାଇପାରେ।କାଶ୍ମୀର ସମ୍ବିଧାନ ସଭା ୧୯୫୪ ମସିହାରେ ନିଜର ସମ୍ବିଧାନ ପ୍ରଣୟନ କଲା, ତାର ଏକମାତ୍ର କାରଣ ହେଉଛି, ଭାରତର ସମ୍ବିଧାନ ସଭାରେ କାଶ୍ମୀରର ଅଂଶିଦାରିତା ନଥିଲା। ୨୭…

Read More

ଚଳିତ ବର୍ଷ ଗାନ୍ଧି ମାର୍ଗ ପରିବର୍ତ୍ତେ ପ୍ରଦର୍ଶନୀ ପଡ଼ିଆରେ ରାଜ୍ୟ ସ୍ତରୀୟ ସ୍ୱାଧୀନତା ଦିବସ ଉତ୍ସବ ପାଳନ କରାଯିବ । ସବୁ ବର୍ଷ ଭଳି ଚଳିତ ବର୍ଷ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ ଉତ୍ସବରେ ଜାତୀୟ ପତକା ଉତ୍ତୋଳନ କରିବେ । ଏହା ସହିତ ପରେଡରେ ଅଭିବାଦନ ଗ୍ରହଣ କରିବେ । ଏହି ପ୍ୟାରେଡ୍‌ ଉତ୍ସବରେ ୪ଟି ଗ୍ରୁପ୍‌ ଅଂଶଗ୍ରହଣ କରିବେ । ଏହି ଗ୍ରୁପ୍‌ ମଧ୍ୟରେ ରହିଛନ୍ତି –  ଟେରିଟୋରିଆଲ୍‌ ଆର୍ମି, ତେଲେଙ୍ଗାନା ପୋଲିସ୍‌, ସେଣ୍ଟାଲ୍‌ ଆର୍ମଡ୍ର ପୋର୍ସ, ଓଡ଼ିଶା ସ୍ପେଶାଲ୍‌ ଆର୍ମ୍ରଡ୍‌ ପୋଲିସ୍‌ ପ୍ରମୁଖ । ଏନେଇ ସୂଚନା ଦେଇଛନ୍ତି ଟୁଇନ୍‌ ସିଟି କମିଶନର ସତ୍ୟଜିତ୍‌ ମହାନ୍ତି । ପୂର୍ବରୁ ପ୍ୟାରେଡ୍‌ ସ୍ଥାନ ପରିବର୍ତ୍ତନ ନେଇ ନିଷ୍ପତ୍ତି ନିଆଯାଇଥିଲା ଏବଂ ପ୍ୟାରେଡ୍‌ ପାଇଁ  ପ୍ରଦର୍ଶନୀ ପଡ଼ିଆ, କଳିଙ୍ଗ ଷ୍ଟାଡିୟମ୍‌ ଓ ଏକାମ୍ରରେ ପରେଡ୍‌ ପାଇଁ ସ୍ଥାନ ଠିକ୍‌ କରିଥିଲେ । ସମସ୍ତ ସ୍ଥାନ ତଦାରଖ ପରେ…

Read More

ଗତକାଲି 600 ପଏଣ୍ଟ ତଳକୁ ଖସିଥିବା ସେନସେକ୍ସ ଆଜି ଉପରକୁ ଉଠିଛି । ମଙ୍ଗଳବାର ଦିନ ସେନସେକ୍ସ 200 ପଏଣ୍ଟ ଉପରକୁ ଉଠିଥିବା ବେଳେ ନିଫ୍‌ଟୀ 60 ପଏଣ୍ଟ ଉପରକୁ ଉଠିଛି । ଏହା ସହିତ ନିଫ୍‌ଟୀ ପୁନର୍ବାର 10900 ପଏଣ୍ଟରେ ପହଞ୍ଚି 11 ହଜାର ପଏଣ୍ଟର ନିକଟତର ହୋଇଛି । ଏହି ସମୟରେ ବ୍ୟାଙ୍କିଙ୍ଗ ଏବଂ ଅଟୋ ମୋବାଇଲ୍‌ ସେକ୍ଟରର ସେୟାରରେ ବୃଦ୍ଧି ଘଟିଛି । ସେନସେକ୍ସ 214.59 ପଏଣ୍ଟ ବୃଦ୍ଧି ସହିତ 36914.80 ପଏଣ୍ଟରେ ପହଞ୍ଚିଛି । ସେହିପରି ନିଫ୍‌ଟୀ ଏହି ସମୟରେ 68.65 ପଏଣ୍ଟ ବୃଦ୍ଧି ସହିତ 10931.25 ପଏଣ୍ଟରେ ପହଞ୍ଚିଛି । ସେନସେକ୍ସ ଏବଂ ନିଫ୍‌ଟୀର ଅଭିବୃଦ୍ଧି ହାର ଯଥାକ୍ରମେ 0.59 ପ୍ରତିଶତ ଏବଂ 0.63 ପ୍ରତିଶତ ରହିଛି । ଇଣ୍ଡସଇଣ୍ଡ ବ୍ୟାଙ୍କ, ହିରୋ ମୋଟୋକର୍ପ, ଟାଟା ମୋଟର୍ସ, ୟେସ୍‌ ବ୍ୟାଙ୍କ ଏବଂ ଆକ୍ସିସ୍‌ ବ୍ୟାଙ୍କର ଅଂଶଧନ ମୂଲ୍ୟରେ 1.07 ପ୍ରତିଶତ ବୃଦ୍ଧି ଘଟିଛି ।

Read More

ଜମ୍ମୁକାଶ୍ମୀରରେ ଧାରା ୩୭୦କୁ ଦୁର୍ବଳ କରିବା ଓ ରାଜ୍ୟକୁ କେନ୍ଦ୍ର ଶାସିତ ପ୍ରଦେଶ କରିବା ନେଇ କେନ୍ଦ୍ରସରକାରଙ୍କ ନିଷ୍ପତ୍ତିକୁ ନେଇ ରାହୁଲ୍‌ ଗାନ୍ଧି ପ୍ରତିକ୍ରିୟା ଦେଇଛନ୍ତି । ରାହୁଲ୍‌ ଗାନ୍ଧି ଏହି ବିଷୟ ଉପରେ ମଙ୍ଗଳବାର  ଏକ ଟୁଇଟ୍‌ କରିଛନ୍ତି । ରାହୁଲ୍‌ କହିଛନ୍ତି ଯେ, ଏହି ମାମଲାରେ କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି  ସମ୍ବିଧାନର ଉଲ୍ଲଂଘନ କରୁଛି  ଏବଂ ଏହା ରାଷ୍ଟ୍ରୀୟ ସୁରକ୍ଷାକୁ ମଧ୍ୟ ବିପଦରେ ପକାଇବ  । ରାଷ୍ଟ୍ରୀୟ ଅଖଣ୍ଡତା ପାଇଁ ଜମ୍ମୁ କାଶ୍ମୀରରକୁ ଏକତରଫା ଭାବରେ ଭାଗ କରାଯାଇପାରିବ ନାହିଁ । ଦେଶ ଲୋକଙ୍କୁ ନେଇ ନିର୍ମାଣ ହୋଇଥାଏ, ଭୂମିବା କ୍ଷେତ୍ରକୁ ନେଇ ନୁହେଁ । କାର୍ଯ୍ୟକାରୀ ଶକ୍ତିର  ଦୂରପୁଯୋଗ କରିବା ଆମ ରାଷ୍ଟ୍ରୀୟ ସୁରକ୍ଷାକୁ ଗୁରୁତର ବିପଦରେ ପକାଇ ପାରେ । କେନ୍ଦ୍ର ସରକାରଙ୍କ ଏହି ଐତିହାସିକ ନିଷ୍ପତ୍ତିକୁ କଂଗ୍ରେସ ଦଳ ଦୃଢ ବିରୋଧ କରୁଛି । ରାଜ୍ୟସଭାରେ ମଧ୍ୟ ଜମ୍ମୁକାଶ୍ମୀର ପୁର୍ନଗଠିତ ବିଲ୍‌ ବିପକ୍ଷରେ କଂଗ୍ରେସ…

Read More

ଡିଜିପି ଆର. ପି ଶର୍ମା ଲୋକାୟୁକ୍ତ ସଦସ୍ୟ ହେବେ। ଲୋକାୟୁକ୍ତ ସଦସ୍ୟ ପାଇଁ ଚୟନ କମିଟି ପକ୍ଷରୁ ତାଙ୍କ ନାମ ସୁପାରିଶ କରାଯାଇଥିଲା। ତେବେ ଚୟନ କମିଟିର ସୁପାରିଶକୁ ରାଜ୍ୟପାଳ ଗ୍ରହଣ କରିଥିବା ଜଣାପଡ଼ିଛି। ଶର୍ମା ଲୋକାଯୁକ୍ତ ସଦସ୍ୟ ହୋଇଥିବାରୁ ଡିଜିପି ବଦଳିବେ। ଖୁବ୍‌ ଶୀଘ୍ର ରାଜ୍ୟରେ ନୂଆ ଡିଜିପି ନିଯୁକ୍ତି କରାଯିବା ସ୍ପଷ୍ଟ ହୋଇଛି। ସ୍ବେଚ୍ଛାକୃତ ଅବସର ନେବାକୁ ଆବେଦନ କରିଛନ୍ତି ଆର.ପି. ଶର୍ମା ।

Read More

କୃଷକ ଏବଂ କୃଷଗିକୁ ପ୍ରାଧାନ୍ୟ ଦେବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଆରମ୍ଭ କରାଯାଇଥିବା କାଳିଆ ଯୋଜନାରେ ସଂଶୋଧନ ହେବ ବୋଲି ଜଣାପଡିଛି । ଏହି ତାଲିକାରେ ରହିଥିବା ଅଯୋଗ୍ୟ ହିତାଧିକାରୀଙ୍କୁ ବାଦ୍‌ ଦିଆଯାଇ ନୂତନ ଭାବରେ ଯୋଗ୍ୟ ବ୍ୟକ୍ତିଙ୍କ ତାଲିକା ପ୍ରସ୍ତୁତ କରାଯିବ । କାଳିଆ ଯୋଜନା ନିମନ୍ତେ ରହିଥିବା ଓ୍ବେବ୍‌ସାଇଟ୍‌ରେ 51 ଲକ୍ଷ ଲୋକଙ୍କ ନାମ ରହିଛି । ଏହା ମଧ୍ୟରୁ 37 ଲକ୍ଷ କ୍ଷୁଦ୍ର ଏବଂ ନାମମାତ୍ର ଚାଷୀ ରହିଥିବା ବେଳେ 14 ଲକ୍ଷ ଭୂମିହୀନ କୃଷକ ରହିଛନ୍ତି । ଅଯୋଗ୍ୟ ହିତାଧିକାରୀଙ୍କୁ ଚିହ୍ନଟ କରାଯାଇ ବାଦ ଦିଆଯିବା ନେଇ କୃଷି ସଚିବ ସୌରଭ ଗର୍ଗ ସୂଚନା ଦେଇଛନ୍ତି । ସମସ୍ତ ପଞ୍ଚାୟତ, ବ୍ଲକ୍‌ ଏବଂ ଜିଲ୍ଲାରେ ଏକ କମିଟି ଗଠନ ହେବ ଏବଂ କମିଟି ଗଠନ କରାଯିବ ବୋଲି ଗର୍ଗ ସୂଚନା ଦେଇଛନ୍ତି । ସେହିପରି ଯେଉଁ ହିତାଧିକାରୀ ସ୍ବେଚ୍ଛାକୃତ ଭାବରେ ନିଜର ନାମ ପ୍ରତ୍ୟାହାର…

Read More

ଆଜି ଲୋକସଭାରେ ଉପସ୍ଥାପନ ହୋଇଛି ଜମ୍ମୁ-କଶ୍ମୀର ପୁନର୍ଗଠନ ବିଲ୍। ଏହି ବିଲ୍‌କୁ ଗତକାଲି ରାଜ୍ୟସଭାରେ ମଞ୍ଜୁରୀ ମିଳିସାରିଛି।ଜମ୍ମୁ-କଶ୍ମୀରକୁ ସ୍ୱତନ୍ତ୍ର ମାନ୍ୟତା ପ୍ରଦାନ କରୁଥିବା ଧାରା ୩୭୦କୁ ଗତକାଲି ଉଚ୍ଛେଦ କରିଛନ୍ତି କେନ୍ଦ୍ର ସରକାର। ରାଜ୍ୟସଭାରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଏହି ଐତିହାସିକ ନିଷ୍ପତ୍ତି ସମ୍ପର୍କରେ ଘୋଷଣା କରିଥିଲେ। ରାଜ୍ୟସଭାର ଅନୁମୋଦନ ପରେ ଜମ୍ମୁ-କଶ୍ମୀରକୁ ଦୁଇ ଭାଗ କରିବା ଓ ଧାରା ୩୭୦ ଧାରାକୁ ଉଚ୍ଛେଦ କରିବା ପାଇଁ ପ୍ରସ୍ତାବିତ ବିଲ୍‌ ଆଜି ଲୋକସଭାରେ ଆଗତ ହୋଇଛି। ବିରୋଧଙ୍କ ହଟ୍ଟଗୋଳ ମଧ୍ୟରେ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଆଜି ଲୋକସଭାରେ ଜମ୍ମୁ-କଶ୍ମୀର ପୁନର୍ଗଠନ ବିଲ ଆଗତ କରିଛନ୍ତି। ଅମିତ୍ ଶାହା ବିଲ୍‌ ଉପସ୍ଥାପନ କରି ପାକିସ୍ତାନ ଅଧିକୃତ କଶ୍ମୀର ବା ପିଓକେ ବି ଆମର ବୋଲି କହିଛନ୍ତି। ଶ୍ରୀ ଶାହ କହିଛନ୍ତି, “ଜମ୍ମୁ-କଶ୍ମୀର ହେଉଛି ଭାରତର ଅଭିନ୍ନ ଅଙ୍ଗ। ପିଓକେ ମଧ୍ୟ ଏହା ମଧ୍ୟରେ ଆସୁଛି। ଆମେ କଶ୍ମୀର ପାଇଁ…

Read More

ଉତ୍ତରାଖଣ୍ଡ ତେହରିରେ ଏକ ସ୍କୁଲ ବସ ଦୁର୍ଘଟଣାଗ୍ରସ୍ତ ହୋଇଛି  । ସ୍କୁଲ ଛାତ୍ରଛାତ୍ରୀଙ୍କୁ ନେଇ ଯାଉଥିବା ବସଟି ଖାଇ ମଧ୍ୟକୁ ଖସିଯିବାରୁ ୯ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟମାନେ ଆହତ ହୋଇଛନ୍ତି । ଉତ୍ତରାଖଣ୍ଡ ତେହରି ଗରୱାଲ କାଙ୍ଗସାଲିରେ ଏକ ସ୍କୁଲ ବସ ୧୮ଜଣ ଛାତ୍ରଛାତ୍ରୀଙ୍କୁ ନେଇ ଯାଉଥିଲା । ଏହି ସ୍କୁଲ ବସଟି ଖାଇରେ ଖସି ପଡ଼ିବାରୁ ଦୁର୍ଘଟଣା ଘଟିଛି । ଏହି ଅଘଟଣରେ ୭ଜଣ ସ୍କୁଲ ପିଲାଙ୍କ ମୃତ୍ୟୁ ଘଟିଛି । ଖବର ପାଇଁ ଘଟଣାସ୍ଥଳରେ ଏଡିଆରଏଫ ଟିମ ପହଞ୍ଚି ଆହତଙ୍କୁ ଉଦ୍ଧାର କାର୍ଯ୍ୟ ଜାରି କରିଛି । ଦୁର୍ଘଟଣାରେ ଆହତଙ୍କ ସଂଖ୍ୟା ସ୍ପଷ୍ଟ ହୋଇନାହିଁ । ଏହି ଦୁର୍ଘଟଣାରେ କିଛି ପିଲାଙ୍କ ହାତ, ଗୋଡ଼ ଓ ଚେହେରାରେ ଗଭୀର ଆଘାତ ଲାଗିଛି। ମୃତ ଶିଶୁଙ୍କ ପରିଚୟ ମଧ୍ୟ ଠିକ୍‌ରେ ହୋଇପାରିନାହିଁ ।  ପୋଲିସ୍‌ ଏହି ଘଟଣାର ତଦନ୍ତ କରୁଛି । ଆହତଙ୍କୁ ଉଦ୍ଧାର କରି ମେଡ଼ିକାଲରେ ଭର୍ତ୍ତି…

Read More

କେନ୍ଦ୍ରୀୟ ଚୀନ୍‌ରେ ଭୟଙ୍କର ବର୍ଷା ହେବା ଫଳରେ 6 ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ 6 ଜଣ ନିଖୋଜ ହୋଇଛନ୍ତି । କେନ୍ଦ୍ରୀୟ ଚୀନ୍‌ର ହୁବେଇ ପ୍ରଦେଶରେ ମଙ୍ଗଳବାର ଭୟଙ୍କର ବର୍ଷା ହେବା ଫଳରେ ବନ୍ୟା ପରସ୍ଥିତି ସୃଷ୍ଟି ହୋଇଥିଲା । ଏହା ଫଳରେ 6 ଜଣ ନିହତ ହେବା ସହିତ 6 ଜଣ ନିଖୋଜ ଅଛନ୍ତି । ଏହି ପ୍ରଳୟଙ୍କାରୀ ବନ୍ୟାରେ ସହରର ଅଳ୍ପ କିଛି ସ୍ଥାନରେ ରାସ୍ତା ବନ୍ଦ ରହିଥିବା ବେଳେ ବିଭିନ୍ନ ସ୍ଥାନରେ ବିଦ୍ୟୁତ୍‌ ସରବରାହ ବ୍ୟବସ୍ଥା ବିଛିନ୍ନ ହୋଇଛି ।

Read More

ଟିମ ଇଣ୍ଡିଆ ଆଜି ୱେଷ୍ଟଇଣ୍ଡିଜ ବିପକ୍ଷରେ ପଡ଼ିଆକୁ ଓହ୍ଲାଇବ । ପ୍ରଥମ ଦୁଇ ମ୍ୟାଚ ଜିତି ସାରିଥିବା ଭାରତ ତିନି ମ୍ୟାଚ ବିଶିଷ୍ଟ ଶୃଙ୍ଖଳାକୁ କ୍ଲିନସୁଇପ କରିବା ଲକ୍ଷ୍ୟରେ ରହିଛି । ବିରାଟ କୋହଲିଙ୍କ ନେତୃତ୍ୱରେ ଆମେରିକାର ଫ୍ଲୋରିଡ଼ାରେ ଖେଳାଯାଇଥିବା ଟିମ ପ୍ରଥମ 2 ଟି ମ୍ୟାଚରେ ଭାରତୀୟ ଟିମ ବିଜୟୀ ହୋଇଛି । ପ୍ରଥମ ମ୍ୟାଚରେ ଭାରତ 4 ୱିକେଟ ଏବଂ ବର୍ଷା ବାଧାପ୍ରାପ୍ତ ଦ୍ବିତୀ ମ୍ୟାଚ୍‌ରେ 22 ରନରେ ବିଜୟୀ ହୋଇଛି । ତୃତୀୟ ମ୍ୟାଚ ଆଜି ୱେଷ୍ଟଇଣ୍ଡିଜର ଗୁଏନାସ୍ଥିତ ପ୍ରୋଭିଡେନ୍ସ ଷ୍ଟାଡିୟମରେ ଖେଳାଯିବ । ଭାରତୀୟ ସମୟ ରାତି 8ଟାରେ ଏହି ମ୍ୟାଚ୍‌ ଖେଳାଯିବ । ସିରିଜ୍‌ ବିଜୟ ହାସଲ କରି ସାରିଥିବାରୁ ଭାରତ ଏହି ମ୍ୟାଚ୍‌ରେ ବରିଷ୍ଠ ଖେଳାଳିଙ୍କୁ ବିଶ୍ରାମ ଦେବା ନେଇ ଚର୍ଚ୍ଚା ହେଉଛି ।

Read More

ରାମ ଜନ୍ମଭୂମି-ବାବ୍ରୀ ମସଜିଦ ଜମି ବିବାଦ ମାମଲାରେ ସୁପ୍ରିମକୋର୍ଟ ଆଜିଠାରୁ ଦୈନିକ ଶୁଣାଣୀ କରିବେ । ମଧ୍ୟସ୍ଥତା ମାଧ୍ୟମରେ ବିବାଦର କୌଣସି ରାସ୍ତା ବାହାର କରିବାର ଉଦ୍ୟମ ବିଫଳ ହେବା ପରେ ଏବେ ସୁପ୍ରିମକୋର୍ଟ ଏହି ମାମଲାର ଦୈନିକ ଶୁଣାଣୀ କରିବାକୁ ନିଷ୍ପତ୍ତି ନେଇଛନ୍ତି । ପ୍ରଧାନ ବିଚାରପତି ଜଷ୍ଟିସ ରଂଜନ ଗୋଗୋଇଙ୍କ ଅଧ୍ୟକ୍ଷତାରେ ଗଠିତ 5 ସଦସ୍ୟ ବିଶିଷ୍ଟ ସାମ୍ବିଧାନିକ ପୀଠ ଏହି ମାମଲାର ଶୁଣାଣୀ କରିବେ । ଏହି ସାମ୍ବିଧାନିକ ଖଣ୍ଡପୀଠରେ ଜଷ୍ଟିସି ଏସ.ଏ. ବୋବଡେ, ଜଷ୍ଟିସି ଡି.ୱାଇ ଚନ୍ଦ୍ରଚୂଡ଼, ଜଷ୍ଟିସ ଅଶୋକ ଭୂଷଣ ଓ ଜଷ୍ଟିସି ଏସ. ଏ. ନଜୀର ମଧ୍ୟ ସାମିଲ ଅଛନ୍ତି । ସୂଚନାଯୋଗ୍ୟ ଅଗଷ୍ଟ 1ରେ ମଧ୍ୟସ୍ଥତା କମିଟି ସୁପ୍ରିମକୋଟରେ ସିଲ ବନ୍ଦ ଲଫାଫାରେ ଚୂଡାନ୍ତ ରିପୋର୍ଟ ଦାଖଲ ଦେଇଥିଲେ ଏବଂ ପୁଣି ସୁପ୍ରିମକୋର୍ଟ ରିପୋର୍ଟ କହିଥିଲେ ଯେ, ମଧ୍ୟସ୍ଥତା କମିଟି ମାଧ୍ୟମରେ ମାମଲାର କୌଣସି ସମାଧାନ ହୋଇପାରିବ ନାହିଁ । ସୁପ୍ରିମକୋର୍ଟ…

Read More

ଉତ୍ତର ବଙ୍ଗୋପସାଗର ସୃଷ୍ଟ ହୋଇଥିବା ଘୂର୍ଣ୍ଣିବଳୟ ଧିରେ ଧିରେ ଲଘୁଚାପର ରୂପ ନେଉଛି । ଏହାର ପ୍ରଭାବରେ ଉତ୍ତର ଓ ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ହେବାର ସମ୍ଭାବନୀ ରହିଛି । ସେହିପରି ମାଲକାନଗିରି, ରାୟଗଡ଼ା, କେନ୍ଦୁଝର, ଢେଙ୍କାନାଳ, ଅନୁଗୁଳ, ମୟୂରଭଞ୍ଜ, ବାଲେଶ୍ୱର, ଯାଜପୁର, ଭଦ୍ରକ, ଜଗତସିଂହପୁର ଆଦି ଜିଲ୍ଲାରେ ବର୍ଷାର ପରିମାଣ ଅଧିକ ରହିବ । ଆଜି ରାଜ୍ୟର କେତେକ ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା ହେବାର ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ । ଏଥିପାଇଁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି । ଦିନ 12ଟା ଯାଏ 13ଟି ଜିଲ୍ଲାବାସୀଙ୍କୁ ସତର୍କ ରଖିବାକୁ ପରାମର୍ଶ ଦିଆଯାଇଛି । ସେହି ଜିଲ୍ଲା ଗୁଡ଼ିକ ହେଲା ଖୋର୍ଦ୍ଧା, ମାଲକାନଗିରି, କୋରାପୁଟ, ଗଜପତି, ରାୟଗଡ଼ା, କଳାହାଣ୍ଡି, ଅନୁଗୋଳ, ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼, ଦେବଗଡ଼, ସମ୍ବଲପୁର ଓ ଢେଙ୍କାନାଳ । ଏହି ସମୟରେ ଘରୁ ବାହାରକୁ ନ ବାହାରିବାକୁ ପରାମର୍ଶ ଦିଆଯାଇଛି ।

Read More

ରଙ୍ଗାଚରଣ ପ୍ରଧାନ ୧. ଧାରା ୩୭୦ ହଟିଗଲେ କାଶ୍ମୀରରେ ଦେଶ ବିରୋଧୀ ଆତଙ୍କବାଦ କମି ଯିବ କି ? ଉ: ନା । ଏହା ଲାଗି ରହିବ । ସେଇଥିପାଇଁ ତ ଆହୁରି ୩୫୦୦୦ ସୈନ୍ୟ ପଠା ଯାଇଛି । ୨. କାଶ୍ମୀରର ରାଜନୈତିକ ନେତାଙ୍କୁ ପ୍ରଥମ ଥର ଗିରଫ ଓ ନଜରବନ୍ଦ ରଖା ଯାଇଛି କି ? ଉ: ନା, ଆଗରୁ ଏପରି ଅନେକ ଥର ହୋଇଛି । ୩. ଧାରା ୩୭୦ ହଟିଯିବା ପରେ କାଶ୍ମୀର ବାହାର ଲୋକ ସେଠାରେ ଜମି କିଣି ପାରିବ କି ? ଉ: ହଁ । କିନ୍ତୁ ସେଥିପାଇଁ ଜଣେ କାଶ୍ମୀରୀ ଲୋକ ଜମି ବିକିବାକୁ ରାଜି ହେବା ଦରକାର । ସେ କଦାପି ରାଜି ହେବ ନାହିଁ । ଯଦି ସେ ରାଜି ହେଲା ତେବେ ସେଥିରେ କାହାର ଆପତ୍ତି କାହିଁକି ହେବ ? ୪. ଅମ୍ବାନୀ ଓ ଅଦାନୀ ସହଜରେ…

Read More

ଜାତୀୟ ରାଜଧାନୀ ନୂଆଦିଲ୍ଲୀର ଏକ ବହୁତଳ ବିଶିଷ୍ଟ ଅଟ୍ଟାଳିକାରେ ସୋମବାର ରାତିରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ଏହି ଅଗ୍ନିକାଣ୍ଡ ଘଟଣାରେ 6 ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ 11 ଜଣ ଆହତ ହୋଇଛନ୍ତି । ଜାକିର ନଗରରେ ଘଟିଥିବା ଏହି ଅଗ୍ନିକାଣ୍ଡ ଘଟଣା ସଂପର୍କରେ ସୂଚନା ମିଳିବା ପରେ ଦମକଳ ବାହିନୀର 8ଟି ଗାଡି ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ନିୟନ୍ତ୍ରଣ କରିବାକୁ ଉଦ୍ୟମ କରିଛନ୍ତି । ପୁଲିସ ଘଟଣାସ୍ଥଳରୁ 6 ଜଣ ବ୍ୟକ୍ତିଙ୍କର ମୃତଦେହ ଉଦ୍ଧାର କରିଥିବା ବେଳେ 11 ଜଣଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରିଛି । ରାତି 2ଟା ସମୟରେ ଏହି ଅଗ୍ନିକାଣ୍ଡ ଘଟିଥିବା ବେଳେ 7ଟି କାର୍‌ ଏବଂ 8ଟି ବାଇକ୍‌ ନିଆଁରେ ଜଳି ପାଉଁଶ ହୋଇଯାଇଛି ।

Read More

ଦୁର୍ଦ୍ଦାନ୍ତ ଅପରାଧୀ ସେକ୍ ମେହେତାବକୁ କେନ୍ଦ୍ରାପଡ଼ା ସଦର ଥାନା ପୋଲିସ ଏନକାଉଣ୍ଟର କରିଛି । ତାର ଦୁଇ ଗୋଡ଼ରେ ଗୁଳି ବାଜିଥିବା ବେଳେ ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତର କରାଯାଇଛି । ଏହି ସମୟରେ ମେହେତାବର ସହଯୋଗୀ ଫେରାର ହୋଇଯାଇଥିବା ଜଣାପଡ଼ିଛି । ମେହେତାବ ଓ ତା’ର ସହଯୋଗୀ କେନ୍ଦ୍ରାପଡ଼ା ସହରକୁ ଆସୁଥିବା ଖବର ପାଇ ସଦର ପୋଲିସ ଓ ସ୍ପେଶାଲ ସ୍କ୍ୱାର୍ଡ ଟିମ୍‌ ମିଳିତ ଭାବେ ଚଢ଼ଉ କରିଥିଲେ । ଗଣ୍ଡାଖିଆ ନିକଟରେ ଅପରାଧି ଓ ପୋଲିସ ମୁହାଁମୁହାଁ ହୋଇଥିଲେ । ମେହେତାବ ପ୍ରଥମେ ପୋଲିସ ଉପରକୁ 4 ରାଉଣ୍ଡ ଗୁଳି ଚଳାଇ ଖସିଯିବାକୁ ଉଦ୍ୟମ କରିଥିଲେ । ପୋଲିସର ପାଲଟା ଗୁଳିରେ ମେହେତାବ ଆହତ ହୋଇପଡ଼ିଥିଲା । ମାତ୍ର ତାର ସହଯୋଗୀ ଫେରାର ହୋଇଯାଇଛି । ମେହେତାବଠାରୁ ଗୋଟିଏ 9 ମିମି ପିସ୍ତଲ, 9 ହଜାର ଟଙ୍କା, ଦୁଇଟି ମୋବାଇଲ ଫୋନ ଓ ଗୋଟିଏ ବାଇକ୍‌ ଜବତ କରାଯାଇଛି…

Read More

ରାଜ୍ୟସଭାରେ ଜମ୍ମୁକାଶ୍ମୀର ପୁନର୍ଗଠନ ବିଲ୍‌ ଉପସ୍ଥାପନା କରିବା ସମୟରେ ଗୃହମନ୍ତ୍ରୀ ଅମିତ୍‌ ଶାହା ବିବୃତି ପ୍ରଦାନ କରିଛନ୍ତି। ସେ ଏହି ବିବୃତ୍ତିରେ କହିଛନ୍ତି ଯେ, ଜମ୍ମୁ କାଶ୍ମୀରରେ ରକ୍ତପାତ ଯୁଗର ଅନ୍ତ ହୋଇଛି। ଧାରା ୩୭୦ ଆତଙ୍କବାଦର ଜଡ। ରାଜ୍ୟରେ ଗରିବୀ ପାଇଁ ମଧ୍ୟ ଏହି ଧାରା ଦାୟୀ। ଏହା ଯୁବ ବର୍ଗଙ୍କୁ ପଥଭ୍ରଷ୍ଟ କରିବା ସହିତ ବିକାଶରେ ବାଧକ ସାଜିଛି। ଭ୍ରଷ୍ଟାଚାର ହୋଇଛି। ଦଳିତ ଓ ଆଦିବାସୀଙ୍କ ଉନ୍ନତି କରିବାରେ ମଧ୍ୟ ବାଧକ ସାଜିଛି ଧାରା ୩୭୦।  ଏଥିପାଇଁ ଜମ୍ମୁକାଶ୍ମୀରେ ମଧ୍ୟ ଉଦ୍ୟୋଗ ଶିଳ୍ପର ବିକାଶ ହୋଇନାହିଁ। ଏବେ ସମୟ ଆସିଛି ଭୋଟ୍‌ ବ୍ୟାଙ୍କ ରାଜନୀତିରୁ ଉର୍ଦ୍ଧ୍ବକୁ ଯିବା। ସେହିପରି ଉଚିତ୍‌ ସମୟ ଆସିଲେ ଜମ୍ମୁକାଶ୍ମୀରକୁ ରାଜ୍ୟ ମାନ୍ୟତା ଦିଆଯିବ।

Read More

କେନ୍ଦ୍ର ସରକାରଙ୍କ ଐତିହାସିକ ନିଷ୍ପତ୍ତି ଜମ୍ମୁକାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ କରିବା ପରେ ଜମ୍ମୁକାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ମେହେବୁବା ମୁଫତିଙ୍କୁ ଗିରଫ କରାଯାଇଛି। ପିଡିପି ନେତା ମୁଫତିଙ୍କୁ ଗିରଫ କରିବା ପରେ ଶ୍ରୀନଗର ସରକାରୀ ଗେଷ୍ଟ ହାଉସ୍‌ରେ ରଖାଯାଇଛି। ମେହେବୁବା ମୁଫତି ସରକାରଙ୍କ ଏହି ନିଷ୍ପତ୍ତି  ଦୃଢ ବିରୋଧ କରିବା ସହିତ ଏହାକୁ ଭାରତୀୟ ଇତିହାସର କଳାଦିବସ ବୋଲି କହିଛନ୍ତି। ଗତକାଲି ମଧ୍ୟରାତ୍ରରୁ ଦୁଇ ପୂର୍ବତନ ଜମ୍ମୁ କାଶ୍ମୀର ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ଏବଂ ମେହବୁବା ମୁଫ୍‌ତିଙ୍କୁ ଗୃହବନ୍ଦୀ ଭାବରେ ରଖାଯାଇଥିଲା।   ଜମ୍ମୁ କାଶ୍ମୀରରେ ଧାରା ୧୪୪ ଲାଗୁ କରାଯିବା ସହିତ ସମସ୍ତ ବରିଷ୍ଠ ନେତା ମାନଙ୍କୁ ଗୃହବନ୍ଦୀ ଅବସ୍ଥାରେ ରଖାଯାଇଛି। ସର୍ବସାଧାରଣରେ କୌଣସି ବୈଠକ ଉପରେ ମଧ୍ୟ ରୋକ୍‌ ଲଗାଇଛନ୍ତି କେନ୍ଦ୍ର ସରକାର। ମେହେବୁବା ମୁଫ୍‌ତିଙ୍କ ସହ ସଜ୍ଜାଦ ଲୋନ୍‌ ଓ ଓମାର୍‌ ଅବଦୁଲ୍ଲାଙ୍କୁ ମଧ୍ୟ ନ୍ୟାୟିକ ହେପାଜତରେ ନିଆଯାଇଛି।

Read More