ସମୀକ୍ଷା ବ୍ୟୁରୋ ଭାରୀ ଉଦ୍ୟୋଗ ବିଭାଗ ପକ୍ଷରୁ ‘ଫେମ ଇଣ୍ଡିଆ ଯୋଜନା’ର ଦ୍ୱିତୀୟ ପର୍ଯ୍ୟାୟ ଅନ୍ତର୍ଗତ ସହର ଭିତରେ ଚାଲିବା ସହିତ ଗୋଟିଏ ସହରରୁ ଅନ୍ୟ ସହର ମଧ୍ୟରେ ଚଳାଚଳ କରିବା ଉଦ୍ଦେଶ୍ୟରେ ୫୫୯୫ଟି ବିଦ୍ୟୁତ ଚାଳିତ ବସକୁ ମଞ୍ଜୁର କରାଯାଇଛି । ୬୪ଟି ସହର, ରାଜ୍ୟ ସରକାରୀ ସଂସ୍ଥା ଏବଂ ରାଜ୍ୟ ପରିବହନ ଉପକ୍ରମ (ଏସଟିୟୁ) ଲାଗି ଏହି ବସଗୁଡ଼ିକୁ ମଞ୍ଜୁରି ଦିଆଯାଇଛି । ଏହାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ସ୍ୱଚ୍ଛ ଇନ୍ଧନ ବିଶିଷ୍ଟ ପରିବହନକୁ ଆହୁରି ଅଧିକ ବୃଦ୍ଧି କରିବା । ଏହି ଯୋଜନା ଅଧୀନରେ ଭୁବନେଶ୍ୱରକୁ ୫୦ଟି ବସ ମିଳିବ ବୋଲି ଜଣାପଡିଛି। କ୍ୟାପିଟାଲ ଓ ସ୍ମାର୍ଟ ସିଟି ବର୍ଗରେ ଭୁବନେଶ୍ୱରକୁଏହି ବସ୍ ମିଳିବ। ଭାରୀ ଉଦ୍ୟୋଗ ବିଭାଗ ଦଶ ଲକ୍ଷରୁ ଅଧିକ ଜନସଂଖ୍ୟା ଥିବା ସହର, ସ୍ମାର୍ଟସିଟି, ରାଜ୍ୟ ବା କେନ୍ଦ୍ରଶାସିତ ପ୍ରଦେଶର ରାଜଧାନୀ ଏବଂ ସ୍ୱତନ୍ତ୍ର ପାହ୍ୟା ବିଶିଷ୍ଟ ରାଜ୍ୟର ସହରଗୁଡ଼ିକଠାରୁ ଆଗ୍ରହ ଅଭିବ୍ୟକ୍ତି…
Author: Samikhsya Bureau
ବହୁ ଚର୍ଚ୍ଚିତ ଅଯୋଧ୍ୟା ମାମଲାରେ ଶୁକ୍ରବାର ମଧ୍ୟ ଶୁଣାଣି ହେବ। ସପ୍ତାହର ସମସ୍ତ ପାଞ୍ଚଟି କାର୍ଯ୍ୟଦିବସରେ ଏହି ମାମଲାର ଶୁଣାଣି ହେବ। ସାଧାରଣତଃ ସାମ୍ବିଧାନିକ ପୀଠ ମଙ୍ଗଳ, ବୁଧ ଓ ଗୁରୁବାର ହିଁ ବସିଥାଏ। ଏହା ପୂର୍ବରୁ ସିଜେଆଇଙ୍କ ନେତୃତ୍ଵାଧୀନ ଖଣ୍ଡପୀଠ ଗୁରୁବାର ମାମଲାରେ କ୍ରମାଗତ ତୃତୀୟ ଦିନ ଶୁଣାଣି କରିଛନ୍ତି। ଏହି ସମୟରେ ହିନ୍ଦୁ ପକ୍ଷ ନିଜର ଦଲିଲ ରଖିଛନ୍ତି। ଯଦି ସପ୍ତାହର ୫ ଦିନ ଶୁଣାଣି ହେବ, ତେବେ ୪୯୧ ବର୍ଷର ଅଯୋଧ୍ୟା ମାମଲାର ଶୀଘ୍ର ନିଷ୍ପତ୍ତି ଆସିବା ନେଇ ସମ୍ଭାବନା ରହିଛି। ମୁଖ୍ୟ ବିଚାରପତି ରଂଜନ ଗୋଗେଇଙ୍କ ଅଧ୍ୟକ୍ଷତାରେ ଗଠିତ ୫ ଜଣିଆ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରୁଛନ୍ତି।
ଆଜିଠାରୁ ମେଲ୍ବୋର୍ଣ୍ଣଠାରେ ୧୦ ଭାରତୀୟ ଫିଲ୍ମୋତ୍ସବ ଆରମ୍ଭ ହୋଇଛି । ଏହି ଉତ୍ସବରେ ଭାରତୀୟ ସିନେମାର ଅନେକ ତାରକାଙ୍କୁ ଦେଖିବାକୁ ମିଳିଥିଲା । ଶାହରୁଖ୍ ଖାନ୍, ବିଜୟ ସେଥୁପତି, ଗାୟତ୍ରୀ ଶଙ୍କର, ତବୁ, କରଣ ଜୋହର, ଶ୍ରୀରାମ ରାଘବନ୍, ରୀମା ଦାସ ଓ ଜୋୟା ଅଖତରଙ୍କ ପରି ଲୋକପ୍ରିୟ ଅଭିନେତା ଓ ନିର୍ମାତା ନିର୍ଦ୍ଦେଶକ ଏଠାରେ ଉପସ୍ଥିତ ରହିଥିଲେ । ଏହି ଉତ୍ସବରେ ଶ୍ରେଷ୍ଠ ଚଳଚ୍ଚିତ୍ର ପାଇଁ ବଲିଉଡ୍ ଫିଲ୍ମ ଅନ୍ଧାଧୁନ୍, ଗଲି ବୟ, ବଧାଇ ହୋ ଓ ସୁଇ ଧାରା ପରି ଫିଲ୍ମଗୁଡ଼ିକ ମନୋନୀତ ହୋଇଛନ୍ତି । ତେବେ ବିଜୟ ସେଥୁପତିଙ୍କ ତାମିଲ୍ ସୁପରହିଟ୍ ଫିଲ୍ମ ‘ଡିଲକ୍ସ’ ପାଇଁ ଶ୍ରେଷ୍ଠ ଅଭିନେତା ଓ ଏହି ଫିଲ୍ମର ନିର୍ଦ୍ଦେଶକ ତ୍ୟାଗରାଜନ୍ କୁମାରାଜାଙ୍କୁ ସମ୍ମାନିତ କରାଯାଇଛି । ସୁପରଷ୍ଟାର୍ ଶାହରୁଖ୍ ଏହି ଅବସରରେ ଦର୍ଶକଙ୍କୁ ସମ୍ବୋଧିତ କରିଥିବାବେଳେ ନିର୍ମାତା ନିର୍ଦ୍ଦେଶକ ମଞ୍ଚ ସମ୍ଭାଳି ଥିଲେ । ଅଗଷ୍ଟ ୮ରୁ ଅଗଷ୍ଟ ୧୫ ମଧ୍ୟରେ…
ଏକକାଳୀନ ତିନୋଟି ଭାଷାରେ ନିର୍ମାଣ ହେବାକୁ ଯାଉଥିବା ଆର ମାଧବନ୍ଙ୍କ ଫିଲ୍ମରେ କେମିଓ ଭୂମିକାରେ ନଜର ଆସିବାକୁ ଯାଉଛନ୍ତି ଶାହରୁଖ୍ ଖାନ୍ । ଶାହରୁଖ୍ କେବଳ ଫିଲ୍ମର ହିନ୍ଦି ଭର୍ସନ୍ରେ ନଜର ଆସିବେ ବୋଲି ସ୍ପଷ୍ଟ କରିଛନ୍ତି । ମାଧବନ୍ । ଏହି ଫିଲ୍ମଟି ହିନ୍ଦି, ତାମିଲ ଏବଂ ତେଲୁଗୁ ଭାଷାରେ ନିର୍ମାଣ ହେବ । ମାଧବନ୍ ନିଜେ ଏହି ଫିଲ୍ମର ନିର୍ଦ୍ଦେଶନା ଦେଉଛନ୍ତି । କେରଳର ମହାକାଶ ବିଜ୍ଞାନୀ ତଥା ଇସ୍ରୋର ଏହି ପ୍ରସିଦ୍ଧ ବ୍ୟକ୍ତିତ୍ବଙ୍କ ଜୀବନିକୁ ନେଇ ଫିଲ୍ମଟି ଗତିଶୀଳ । ଫିଲ୍ମରେ ଶାହରୁଖ ଜଣେ ସାମ୍ବାଦିକ ଭୂମିକାରେ ନଜର ଆସିବେ ଯିଏ 77 ବର୍ଷ ବୟସ୍କ ନାରାୟଣନ୍ଙ୍କର ସାକ୍ଷାତକାର ନେଉଥିବେ । ତାମିଲ ଫିଲ୍ମରେ ଶାହରୁଖଙ୍କ ଚରିତ୍ରରେ ନଜର ଆସିବେ ଅଭିନେତା ସୂର୍ଯ୍ୟା ।
କୋରାପୁଟ ଜିଲ୍ଲା ସୁନାବେଡା ହାଲ୍ ସୁଖୋଇ ଫ୍ୟାକ୍ଟ୍ରିରେ ଆଜି ଅଘଟଣ ଘଟିଛି। କମ୍ପ୍ରେସର ଫାଟି ଜଣେ କର୍ମଚାରୀଙ୍କର ମୃତ୍ୟୁ ଘଟିଛି । ତାଙ୍କୁ ଗୁରୁତର ଅବସ୍ଥାରେ ମେଡ଼ିକାଲ୍ରେ ଭର୍ତ୍ତି କରାଯାଇଥିବାବେଳେ ଚିକିତ୍ସାଧୀନ ଅବସ୍ଥାରେ ସେ ମୃତ୍ୟୁବରଣ କରିଛନ୍ତି । ମୃତ କର୍ମଚାରୀଜଣକ ହେଉଛନ୍ତି ମେକାନିକ୍ ହେହ୍ ସୁଦାମ ମହାନ୍ତି । କମ୍ପ୍ରେସର ଫାଟି ତାଙ୍କ ଶରୀରର ୯୦ ଭାଗ ପୋଡ଼ି ଯାଇଥିଲା । ତାଙ୍କୁ ସଙ୍ଗେ ସଙ୍ଗେ ହାଲ୍ ମେଡ଼ିକାଲ୍ରେ ଭର୍ତ୍ତି କରାଯାଇଥିଲା।
ଭାରତୀୟ କ୍ରିକେଟର ‘ଦ ଓ୍ବାଲ୍’ ରାହୁଲ୍ ଦ୍ରାବିଡଙ୍କୁ ବିସିସିଆଇର ସମନ ନେଇ ଅନେକ ପୁରୁଣା ଖେଳାଳି କ୍ଷୋଭ ପ୍ରକାଶ କରିଛନ୍ତି । ପୂର୍ବତନ ଖେଳାଳି ସୌରଭ ଗାଙ୍ଗୁଲି ଏବଂ ହରଭଜନ ସିଂ ଦ୍ରାବିଡଙ୍କ ସମର୍ଥନରେ ଟ୍ବିଟ୍ କରିଛନ୍ତି । ଦ୍ରାବିଡ୍ ଜାତୀୟ କ୍ରିକେଟ ଏକାଡେମୀର ମୁଖ୍ୟ ରହିଥିବା ବେଳେ ଇଣ୍ଡିଆ ସିମେଣ୍ଟର ଆମ୍ବାସାଡର ରହିଛନ୍ତି । ଏହି ମାମଲାକୁ ଦ୍ବୈତ ସ୍ବାର୍ଥ ମାମଲା ବୋଲି ଅଭିଯୋଗ କରି ମଧ୍ୟପ୍ରଦେଶ କ୍ରିକେଟ୍ ସଂଘର ସଦସ୍ୟ ସଞ୍ଜୀବ ଗୁପ୍ତାଙ୍କ ପକ୍ଷରୁ ଅଭିଯୋଗ ଅଣାଯାଇଥିଲା । ଅଭିଯୋଗର ବିଚାର କରି ଡି କେ ଜୈନ୍ ଦ୍ରାବିଡଙ୍କୁ ଏକ ନୋଟିସ୍ ପଠାଇଛନ୍ତି । ଏହା ଉପରେ ପ୍ରତିକ୍ରିୟା ପ୍ରକାଶ କରି ଗାଙ୍ଗୁଲି କହିଛନ୍ତି, ଖବରରେ ରହିବା ନିମନ୍ତେ ଦ୍ବୈତ ସ୍ବାର୍ଥ ମାମଲା ଏକ ଫ୍ୟାସନ୍ରେ ପରିଣତ ହୋଇଗଲାଣି । ଦ୍ରାବିଡଙ୍କ ପରି ଖେଳାଳିଙ୍କୁ ଏହି ନୋଟିସ୍ ମିଳିବା ପରେ ବର୍ତ୍ତମାନ ଭଗବାନ କେବଳ ଭାରତୀୟ କ୍ରିକେଟକୁ ବଞ୍ଚାଇ…
ଜିଏସଟି ଠକେଇ ଅଭିଯୋଗରେ ଆଜି ଜଣେ ବ୍ୟବସାୟୀ ଗିରଫ ହୋଇଛନ୍ତି । ସେ ବିନା ଜିନିଷ କିଣାବିକାରେ ଟିକସ ପୈଠ ହୋଇଥିବା ଦର୍ଶାଇ ୧୨କୋଟି ୮୪ଲକ୍ଷ ଟଙ୍କାର ଟିକସ ଫାଙ୍କି ଥିବାରୁ ଲୁଧିଆନା ପୋଲିସ ତାଙ୍କୁ ବଲାଙ୍ଗୀରରୁ ଗିରଫ କରିଛି । ରାଜ୍ୟ ଜିଏସଟି କମିଶନ ନିର୍ଦ୍ଦେଶକ୍ରମେ ଆଜି ଲୁଧିଆନା ପୋଲିସ ଚଢାଉ କରି ଜିଏସଟି ଠକେଇ ଅଭିଯୋଗରେ ଜଣେ ଓଡ଼ିଶାର ବ୍ୟବସାୟୀଙ୍କୁ ଗିରଫ କରିଛି । ବ୍ୟବସାୟୀ ଜଣକ ହେଉଛନ୍ତି ଟିଟିଲାଗଡ଼ର ତୀର୍ଥଙ୍କର ପଟେଲ ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ସନ୍ଧ୍ୟା 8ଟାରେ ଦେଶବାସୀଙ୍କୁ ସମ୍ବୋଧିତ କରିବେ । ପୂର୍ବରୁ ପ୍ରଧାନମନ୍ତ୍ରୀ ଅପରାହ୍ନ 4ଟାରେ ଅଲ୍ ଇଣ୍ଡିଆ ରେଡିଓ ଜରିଆରେ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ସମ୍ବୋଧିତ କରିବେ ବୋଲି କୁହାଯାଉଥିଲା । ମାତ୍ର ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଟ୍ବିଟ୍ କରି ଏହି ଖବରକୁ ସ୍ପଷ୍ଟ କରାଯାଇଛି । ପ୍ରଧାନମନ୍ତ୍ରୀ ମୋଦି ଶେଷ ଥର ପାଇଁ ଦେଶକୁ ଲୋକସଭା ନିର୍ବାଚନ ପୂର୍ବରୁ ମାର୍ଚ୍ଚ 27ରେ ସମ୍ବୋଧନ କରିଥିଲେ । ସୂଚନାଯୋଗ୍ୟ ନରେନ୍ଦ୍ର ମୋଦି ସରକାର ସୋମବାର ଜମ୍ମୁ କଶ୍ମୀର ପୁନଃଗଠନ ଓ ଧାରା 370କୁ ଉଚ୍ଛେଦ କରିବା ସମ୍ପର୍କୀତ ସଂକଳ୍ପକୁ ରାଜ୍ୟସଭାରେ ବହୁମତ ସହିତ ଗୃହୀତ ହୋଇଛି । ଏହି ବିଲ ଲୋକସଭାରେ ମଧ୍ୟ ବହୁମତ ସହିତ ଗୃହୀତ ହୋଇଛି ।
ପାକିସ୍ତାନ ସରକାର ଭାରତ ଓ ପାକିସ୍ତାନ ମଧ୍ୟରେ ଯାଉଥିବା ସମଝୌତା ଏକ୍ସପ୍ରେସକୁ ରବ୍ଦ କରିଛନ୍ତି । ଏନେଇ ପାକିସ୍ତାନୀ ଗଣମାଧ୍ୟମରେ ପ୍ରକାଶ ପାଇଛି । ସମଝୌତା ଏକ୍ସପ୍ରେସ ଭାରତର ରାଜଧାନୀ ନୂଆଦିଲ୍ଲୀରୁ ପାକିସ୍ତାନର ଲାହୋରକୁ ଚଳାଚଳ କରିଥାଏ । ଭାରତ ସରକାର ଜମ୍ମୁ-କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ କରିବା ପରେ ପାକିସ୍ତାନ ଏପରି ପଦକ୍ଷେପ ନେଇଛି । ଏହା ସହିତ ଭାରତୀୟ ଫିଲ୍ମକୁ ମଧ୍ୟ ପାକିସ୍ତାନ ବ୍ୟାନ୍ କରିଛି । ଏପରିକି ଭାରତ – ପାକିସ୍ତାନ ମଧ୍ୟରେ ଥିବା ୩ଟି ଆକାଶପଥକୁ ବନ୍ଦ କରିବା ସହ କୁଟନୈତିକ ସମ୍ପର୍କ ମଧ୍ୟ ଛିନ୍ନ କରିଥିଲା ।
ପାକିସ୍ତାନୀ ପ୍ରଧାନମନ୍ତ୍ରୀ ନଓ୍ବାଜ ସରିଫ୍ଙ୍କ ଝିଅ ମରିୟମ୍ ନଓ୍ବାଜଙ୍କୁ ଗୁରୁବାର ଦିନ ପାକିସ୍ତାନରେ ଗିରଫ କରାଯାଇଛି । ଗୁରୁବାର ଏନ୍ଏବି ପକ୍ଷରୁ ମରିୟମ୍ଙ୍କୁ ଗିରଫ କରାଯାଇଥିବା ନେଇ ଜନୈକ ପିଏମ୍ଏଲ୍ ନେତ୍ରୀ ସୂଚନା ଦେଇଛନ୍ତି । ପିଏମ୍ଏଲ୍ ମୁଖପାତ୍ର ମରିୟମ ଔରଙ୍ଗଜେବ୍ ଗିରଫ ଖବରକୁ ସ୍ପଷ୍ଟ କରିଥିବା ବେଳେ ଗିରଫର କାରଣ ଜଣାପଡିନାହିଁ ବୋଲି ସୂଚନା ଦେଇଛନ୍ତି । ଲାହୋର ସ୍ଥିତ ବାସଭବନରୁ ମରିୟମଙ୍କୁ ଗିରଫ କରାଯାଇଥିବା ବେଳେ ଗିରଫର କାରଣ ଜଣାପଡିନାହିଁ । ଉଲ୍ଲେଖଯୋଗ୍ୟ ଯେ ପୂର୍ବରୁ ନଓ୍ବାଜ ଶରିଫ୍ଙ୍କ ମାମଲାରେ କିଛି ଦିନ ପୂର୍ବରୁ ମରିୟମ୍ ବିଚାରପତିଙ୍କୁ ପ୍ରଲୋଭିତ ତଥା ଧମକ ଦିଆଯାଉଥିବାର ଏକ ଭିଡିଓ ପ୍ରଦର୍ଶନ କରିଥିଲେ । ଏହି ଭିଡିଓକୁ ନକଲି ବୋଲି କହିବା ସହିତ ଦୁର୍ନୀତି ନିବାରଣ ବିଭାଗ ପକ୍ଷରୁ ୧୯ ଉତ୍ତର ରଖିବା ପାଇଁ ସମନ ପ୍ରଦାନ କରାଯାଇଥିଲା ।
ରାଷ୍ଟ୍ରପତି ରାମନାଥ କୋବିନ୍ଦ ଗୁରୁବାର ସର୍ବୋଚ୍ଚ ବେସାମରିକ ସମ୍ମାନ ଭାରତ ରତ୍ନ ପ୍ରଦାନ କରିବେ। ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ, ଆସାମ ଗାୟକ ଭୁପେନ ହଜାରିକା ଓ ସମାଜସେବୀ ନାନାଜୀ ଦେଶମୁଖଙ୍କୁ ଏହି ସମ୍ମାନ ପ୍ରଦାନ କରାଯିବ। ତେବେ ନାନାଜୀ ଦେଶମୁଖ ଓ ଭୂପେନ ହଜାରିକାଙ୍କୁ ଏହା ମରୋଣତ୍ତର ଭାବେ ପ୍ରଦାନ କରାଯିବ। ଭାରତର ୧୩ତମ ରାଷ୍ଟ୍ରପତି ହେଉଛନ୍ତି ପ୍ରଣବ ମୁଖାର୍ଜୀ । ରାଷ୍ଟ୍ରପତି ହେବା ପୂର୍ବରୁ ଅର୍ଥମନ୍ତ୍ରାଳୟ ଓ ଆର୍ଥିକ ମନ୍ତ୍ରାଳୟ ରାଷ୍ଟ୍ରୀୟ ନେତୃତ୍ବ ନେଇଛନ୍ତି । କଂଗ୍ରେସର ସଂକଟମୋଚକ ଭାବରେ ପ୍ରଣବ ମୁଖାର୍ଜୀ ବେଶ୍ ପରିଚିତ । ଦୀର୍ଘ ସମୟ ପର୍ଯ୍ୟନ୍ତ ଦେଶର ଆର୍ଥିକ ନୀତି ନିର୍ଣ୍ଣୟରେ ଗୁରୁତ୍ବପୂର୍ଣ୍ଣ ବ୍ୟକ୍ତି ହିସାବରେ ପ୍ରଣବ ମୁଖାର୍ଜୀ ବେଶ୍ ପରିଚିତ । ମହାରାଷ୍ଟ୍ରର ହିଙ୍ଗୋଲିରେ ୧୧ ଅକ୍ଟୋବର ୧୯୧୬ରେ ଜନ୍ମ ନେଇଥିବା ନାନାଜୀ ଜନସଂଘର ସଂସ୍ଥାପକରେ ସାମିଲ୍ ରହିଥିବାବେଳେ ଜଣେ ସମାଜସେବୀ ମଧ୍ୟ ଥିଲେ ନାନାଜୀ । ୧୯୭୭ରେ ମୋରାଜୀ ମନ୍ତ୍ରିମଣ୍ଡଳରେ…
ଆଇସିସି ପକ୍ଷରୁ ଆଫ୍ରିକୀୟ ରାଷ୍ଟ୍ର ଜିମ୍ବାଓ୍ବେ ଉପରେ ଆଇସିସି ପକ୍ଷରୁ ବାସନ୍ଦାଦେଶ ଲାଗୁ କରାଯାଇଥିବା ବେଳେ ବାଂଲାଦେଶ ଏବଂ ଆଫଗାନିସ୍ତାନ ସହିତ ଏହା ଏକ ତ୍ରୀରାଷ୍ଟ୍ରୀୟ ସିରିଜ୍ ଖେଳିବାକୁ ଯାଉଛି । ବାଂଲାଦେଶ ପକ୍ଷରୁ ଆଜି ସିରିଜ୍ର ସୂଚୀ ଘୋଷଣା କରାଯାଇଛି । ଜିମ୍ବାଓ୍ବେ ଉପରେ ବାସନ୍ଦାଦେଶ ଲଗାଯାଇଥିଲେ ମଧ୍ୟ ଦ୍ବିପାକ୍ଷିକ ଏବଂ ତ୍ରୀରାଷ୍ଟ୍ରୀୟ ସିରିଜ୍ ଖେଳିବା ଉପରେ ଅଙ୍କୁଶ ଲଗାଯାଇନାହିଁ ବୋଲି ବାଂଲାଦେଶ ବୋର୍ଡ ମୁଖପାତ୍ର ଜଲାଲ ୟୁନୁସ ପ୍ରକାଶ କରିଛନ୍ତି । ଆସନ୍ତା ସେପ୍ଟେମ୍ବର 13ରୁ 24 ମଧ୍ୟରେ ଏହି ସିରିଜ୍ ଅନୁଷ୍ଠିତ ହେବ । ତ୍ରୀରାଷ୍ଟ୍ରୀୟ ସିରିଜ୍ ପରେ ଚିଟ୍ଟାଗଙ୍ଗରେ ସେପ୍ଟେମ୍ବର 5ରୁ 9 ମଧ୍ୟରେ ବାଂଲାଦେଶ ଏବଂ ଆଫଗାନିସ୍ତାନ ମଧ୍ୟରେ ଟେଷ୍ଟ ମ୍ୟାଚ୍ ଅନୁଷ୍ଠିତ ହେବ ।
ଜମ୍ମୁ କାଶ୍ମୀରରୁ ଧାରା 370 ଉଚ୍ଛେଦ ହେବା ପରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । ବିଗତ କିଛିଦିନ ହେବ ସୁରକ୍ଷା ଘେରା ମଧ୍ୟରେ ରହିଥିବା ଜମ୍ମୁ କାଶ୍ମୀର ପ୍ରବେଶ ଉଦ୍ୟମ କରୁଥିବା ରାଜ୍ୟସଭା ସାଂସଦ ଗୁଲାମ ନବୀ ଆଜାଦଙ୍କୁ ବିମାନବନ୍ଦରରେ ରୋକାଯାଇଛି । ଗୁରୁବାର ଶ୍ରୀନଗର ଗସ୍ତ କରିବାର ଯୋଜନା କରିଥିଲେ । ମାତ୍ର ବିମାନବନ୍ଦରରେ ଆଜାଦଙ୍କୁ ଅଟକ ରଖାଯିବା ସହିତ ଫେରାଇ ଦିଆଯାଇଥିଲା । ସେହିପରି ଅନ୍ୟମାନଙ୍କ ମଧ୍ୟରେ ବ୍ୟବସାୟୀ ଶକୀଲ କଲନ୍ଦର ଏବଂ ମୁବୀନ୍ ଶାହଙ୍କୁ ମଧ୍ୟ ଗିରଫ କରାଯାଇଛି । ଗୁରୁବାର ଜାତୀୟ ସୁରକ୍ଷା ପରାମର୍ଶଦାତା ମୁଖ୍ୟ ଅଜିତ୍ ଡୋଭାଲ୍ ଆଜି ଜମ୍ମୁ କାଶ୍ମୀର ଗସ୍ତ କରିଛନ୍ତି । ଜମ୍ମୁ କାଶ୍ମୀରରୁ ଧାରା 144ରେ କୋହଳ କରିବା ପାଇଁ ବିଚାର କରୁଥିବା ନେଇ ସୂଚନା ଦେଇଛନ୍ତି ଏନ୍ଏସ୍ଏ ମୁଖ୍ୟ ଅଜିତ୍ ଡୋଭାଲ୍ ।
ରାଜ୍ୟ ପୋଲିସ ବିଭାଗର ନୂତନ ନିର୍ଦ୍ଦେଶକ ଭାବେ ଅଗ୍ନିଶମ ବିଭାଗ ଡିଜି ବିଜୟ କୁମାର ଶର୍ମା ଆଜି ଅତିରିକ୍ତ ଦାୟିତ୍ୱ ଗ୍ରହଣ କରିଛନ୍ତି । ସେ ଆଜି ବିଧିବଦ୍ଧ ଭାବେ ଦାୟିତ୍ୱ ନେଇଛନ୍ତି । କଟକ ସ୍ଥିତ ରାଜ୍ୟ ପୋଲିସ ମୁଖ୍ୟାଳୟରେ ପୂର୍ବତନ ପୋଲିସ ଡିଜି ରାଜେନ୍ଦ୍ର ପ୍ରସାଦ ଶର୍ମା ତାଙ୍କୁ ଦାୟିତ୍ୱ ହସ୍ତାନ୍ତର କରିଛନ୍ତି । ଏହି ସମୟରେ ପୋଲିସ ବିଭାଗର ବହୁ ବରିଷ୍ଠ ଅଧିକାରୀ ଉପସ୍ଥିତ ଅଛନ୍ତି । ଅଗ୍ନିଶମ ବିଭାଗର ଡିଜି ଥିବା ବି.କେ.ଶର୍ମା ୩୩ ବର୍ଷର ଚାକିରି କାଳରେ ବହୁ ଗୁରୁତ୍ବପୂର୍ଣ୍ଣ ପଦ ପଦବୀରେ ରହିଛନ୍ତି । ଏହା ପୂର୍ବରୁ ସେ ସୁନ୍ଦରଗଡ଼, ସମ୍ବଲପୁର, ଫୁଲବାଣୀ ଓ ଖୋର୍ଦ୍ଧାରେ ଏସ୍ପିଭାବେ ଦାୟିତ୍ୱ ତୁଲାଇ ସାରିଛନ୍ତି । ଖୋର୍ଦ୍ଧାରେ ସେ ଦୁଇ ଦୁଇ ଥର ଏସ୍ପି ରହିଛନ୍ତି । ଏହା ସହିତ ୨୦୦୮ରୁ ୨୦୧୨ ଯାଏଁ ଏକ ଲମ୍ବା ସମୟ ଧରି କଟକ ଭୁବନେଶ୍ୱର ପୋଲିସ କମିଶନର…
ତାମିଲ ସୁପରଷ୍ଟାର ଅଜିତ୍ କୁମାରଙ୍କ ଅପ୍କମିଙ୍ଗ ଫିଲ୍ମ ନେରକୋଣ୍ଡା ପାରବୀ ରିଲିଜ୍ ପୂର୍ବରୁ ଅନ୍ଲାଇନ୍ ଲିକ୍ ହୋଇଯାଇଛି । ବଲିଉଡ୍ ଫିଲ୍ମ ପିଙ୍କର ଅଫିସିଆଲ ତାମିଲ ରିମେକ୍ରେ ଅମିତାଭ ବଚ୍ଚନଙ୍କ ଭୂମିକାରେ ନଜର ଆସିବେ ଥାଲା ଅଜିତ୍ । ରିଲିଜ୍ର ଗୋଟିଏ ଦିନ ପୂର୍ବରୁ ଏହି ଫିଲ୍ମଟି ଅନ୍ଲାଇନ୍ରେ ରିଲିଜ୍ ହେବା ଯୋଗୁଁ ମୁଖ୍ୟ ଅଭିନେତା ଅଜିତ୍ ନିଜର ଅସନ୍ତୋଷ ଜାହିର କରିଛନ୍ତି । ଫିଲ୍ମଟି ଆଜି ତାମିଲ ଭାଷାରେ ରିଲିଜ୍ ହେବାକୁ ଥିବା ବେଳେ ତାମିଲ ରକର୍ସ ନାମକ ଓ୍ବେବ୍ସାଇଟ୍ରେ ଏହି ଫିଲ୍ମଟି ଲିକ୍ ହୋଇଛି । ଏହି ଫିଲ୍ମରେ ଅଜିତ୍ଙ୍କ ବ୍ୟତୀତ ବିଦ୍ୟା ବାଲାନ, ଶ୍ରଦ୍ଧା ଶ୍ରୀନାଥ, ଅଭିରାମୀ ଭେଙ୍କଟାଚଳମ୍ ଏବଂ ଆଣ୍ଡ୍ରିଆ ଟାଇରାଙ୍ଗ ମୁଖ୍ୟ ଭୂମିକାରେ ନଜର ଆସିବେ । ଏହି ଫିଲ୍ମଟି ମଧ୍ୟ ଉଭୟ ତାମିଲ୍ ଏବଂ ତେଲୁଗୁ ଭାଷାରେ ରିଲିଜ୍ ହେବ ।
ରାଜ୍ୟରେ ଦିନକୁ ଦିନ ଗଞ୍ଜେଇ ଚାଲାଣ ଭଳି ଅପରାଧିକ କାର୍ଯ୍ୟକଳାପ ବୃଦ୍ଧି ପାଉଛି । ବେଧଡ଼କ ଭାବେ ଚାଲିଛି ଗଞ୍ଜେଇ ଚୋରାଚାଲାଣ । ଆଜି ପୁଣି କନ୍ଧମାଳ ଜିଲ୍ଲାରୁ 70 କେଜି ଗଞ୍ଜେଇ ଜବତ କରିବା ସହ 4 ଜଣଙ୍କୁ ପୋଲିସ ଗିରଫ କରିଛି । ସୂଚନାନୁସାରେ, କନ୍ଧମାଳ ଫିଙ୍ଗିରିଆ ଶାଶେନିପଦର ଠାରୁ ଅନ୍ୟତ୍ର ସ୍ଥାନକୁ ଏକ କାର ଯୋଗେ ଗଞ୍ଜେଇ ଚାଲାଣ ବେଳେ ପୋଲିସ ଚଢାଉ କରିଥିଲା । ଫଳରେ ସେଠାରୁ 70 କିଲୋ ଗଞ୍ଜେଇ ସହ କାର ଜବତ କରିଛି । ଏହି ଘଟଣାରେ ପୋଲିସ 4 ଜଣ ଗଞ୍ଜେଇ ଚାଲାଣକାରୀଙ୍କୁ ଗିରଫ କରିଛି । ଏହି ଗଞ୍ଜେଇ ଚାଲାଣ ଲିଙ୍କ କେତେ ଦୂର ରହିଛି ଏବଂ ଏଥିରେ ଅନ୍ୟ କେଉଁମାନେ ସାମିଲ ଅଛନ୍ତି ସେମାନଙ୍କୁ ଖୋଜିବାକୁ ପ୍ରୟାସ ଜାରି କରିଛି ଫିଙ୍ଗିରିଆ ପୋଲିସ ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ଅପରାହ୍ନ 4ଟାରେ ଦେଶବାସୀଙ୍କୁ ସମ୍ବୋଧନ କରିବେ । ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ ସେ ନିଜର ସମ୍ବୋଧନରେ ଜମ୍ମୁ କଶ୍ମୀରରୁ ସ୍ୱତନ୍ତ୍ର ରାଜ୍ୟ ମାନ୍ୟତା ଶେଷ କରିବା ଓ 2ଟି କେନ୍ଦ୍ର ଶାସିତ ଅଂଚଳରେ ଭାଗ କରିବା ନେଇ କିଛି କହିପାରନ୍ତି । ଅଲ୍ ଇଣ୍ଡିଆ ରେଡିଓ ଜରିଆରେ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ସମ୍ବୋଧିତ କରିବେ । ପ୍ରଧାନମନ୍ତ୍ରୀ ମୋଦି ଶେଷ ଥର ପାଇଁ ଦେଶକୁ ଲୋକସଭା ନିର୍ବାଚନ ପୂର୍ବରୁ ମାର୍ଚ୍ଚ 27ରେ ସମ୍ବୋଧନ କରିଥିଲେ । ସୂଚନାଯୋଗ୍ୟ ନରେନ୍ଦ୍ର ମୋଦି ସରକାର ସୋମବାର ଜମ୍ମୁ କଶ୍ମୀର ପୁନଃଗଠନ ଓ ଧାରା 370କୁ ଉଚ୍ଛେଦ କରିବା ସମ୍ପର୍କୀତ ସଂକଳ୍ପକୁ ରାଜ୍ୟସଭାରେ ବହୁମତ ସହିତ ଗୃହୀତ ହୋଇଛି । ଏହି ବିଲ ଲୋକସଭାରେ ମଧ୍ୟ ବହୁମତ ସହିତ ଗୃହୀତ ହୋଇଛି ।
ଗୁରୁବାର ସକାଳେ ତାଇଓ୍ବାନ୍ରେ 6.4 ତୀବ୍ରତାର ଏକ ଭୂମିକମ୍ପ ଅନୁଷ୍ଠିତ ହୋଇଛି । ଗୁରୁବାର ଭୋର 5.28 ମିନିଟ୍ ସମୟରେ ଏହି ଭୂମିକମ୍ପ ଅନୁଷ୍ଠିତ ହୋଇଛି । ଏହି ଭୂମିକମ୍ପରେ କୌଣସି ଜନଜୀବନ ହାନି ହୋଇନଥିବା ବେଳେ ବିଭିନ୍ନ କୋଠା ଗୁଡିକ ଥରିଥିବାରୁ ଲୋକମାନେ ଭୟରେ ସଡକ ଉପରକୁ ପଳାଇ ଆସିଥିଲେ । ସମୁଦ୍ରରେ ସୃଷ୍ଟି ହୋଇଥିବା ଏହି ଭୂକମ୍ପ କାରଣରୁ ପୂର୍ବ ତାଇଓ୍ବାନ୍ର ୟିଲାନ୍ ସହରରେ ଏହି ଭୂକମ୍ପ ଅନୁଷ୍ଠିତ ହୋଇଥିଲା । ୟିଲାନ୍ରୁ 30 କିମି ଦୂର ପରିସୀମା ମଧ୍ୟରେ ଏହି ଭୂକମ୍ପର ପ୍ରଭାବ ପ୍ରାୟ 10 ସେକେଣ୍ଡ ଅନୁଭୂତ ହୋଇଥିଲା ।
ପାକିସ୍ତାନ ତରଫରୁ ପୁଣି ଥରେ ବୁଧବାର ଅସ୍ତ୍ରବିରତି ଉଲଂଘନ କରାଯାଇଛି । ଜମ୍ମୁ କଶ୍ମୀରର ରାଜୌରୀ ଜିଲ୍ଲାରେ ଏହି ଅସ୍ତ୍ରବିରତି ଉଲ୍ଲଂଘନ କରାଯାଇଛି । ସୁନ୍ଦରବଣୀ ସେକ୍ଟରରେ ପାକିସ୍ତାନ ତରଫରୁ ବୁଧବାର ରାତି ପ୍ରାୟ ୧୦ଟାରେ ଗୁଳି ବର୍ଷା ହୋଇଛି । ଏବେ ବି ଗୁଳିବର୍ଷା ଜାରି ରହିଛି । ଭାରତୀୟ ସେନା ପାକିସ୍ତାନକୁ କଡ଼ା ଜବାବ ଦେଉଛି । ପାକିସ୍ତାନର ଏଭଳି ବ୍ୟବହାରରେ ଭାରତୀୟ ସେନା ଉତ୍ତେଜିତ ହୋଇଛି । ପାକିସ୍ତାନ ଅଗଷ୍ଟ ୪ରେ ମଧ୍ୟ ଗୁଳିବର୍ଷା କରିଥିଲା । କେରନ ସେକ୍ଟରରେ ହୋଇଥିବା ଗୁଳିବର୍ଷାର ଜବାବରେ ଭାରତୀୟ ସେନା ତରଫରୁ ପାକିସ୍ତାନର ଗୁଳି ଚାଳନା କରାଯାଇଥିଲା
ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ଫଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ମାଲକାନଗିରି, ରାୟଗଡ଼ା, ଗଜପତି, ଗଂଜାମ, କନ୍ଧମାଳ ଓ କଳାହାଣ୍ଡି ଜିଲ୍ଲାର ବର୍ଷାର ଭୟଙ୍କର ରୂପ ଦେଖିବାକୁ ମିଳିଛି । ବନ୍ୟା ଯୋଗୁଁ ଶହ ଶହ ପରିବାର ଜଳବନ୍ଦୀରେ ଥିବା ବେଳେ ପ୍ରଶାସନ ପକ୍ଷରୁ ଉଦ୍ଧାର କରାଯାଇ ସେମାନଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି । କାଶୀନଗର ବ୍ଳକରେ କେବଳ 650 ଜଣଙ୍କୁ ଉଦ୍ଧାର କରାଯାଇ ସୁରକ୍ଷିତ ସ୍ଥାନରେ ଆଶ୍ରୟ ଦିଆଯାଇଛି । ବନ୍ୟା ପ୍ରଭାବିତ ଅଂଚଳରେ ପ୍ରଶାସନ ପକ୍ଷରୁ ରନ୍ଧାଖାଦ୍ୟ ଦିଆଯିବାର ବ୍ୟବସ୍ଥା କରାଯାଉଛି । କାଶୀନଗର ଠାରୁ କିଡିଗାଁ ପର୍ଯ୍ୟନ୍ତ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । କାଶୀପୁର ବ୍ଲକର କୁଚେଇପଦର, ଡାଙ୍ଗସାହି, କଡିପରୀ ଓ ମାଇକାଞ୍ଚକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି ।
ଆସାମ ପୋଲିସ ବୁଧବାର ୟୁନାଇଟେଡ ଲିବେରେଶନ ଫ୍ରଣ୍ଟ ଅଫ ଆସାମ (ଉଲ୍ଫା) ଉଗ୍ରବାଦୀ ସଂଗଠନର ୪ ଜଣ ସଦସ୍ୟଙ୍କୁ ଗିରଫ କରିଛି । ଦେବ୍ରୁଗଡ଼ ଏସପି ଏସ ଶଙ୍କରନ ଗଣମାଧ୍ୟମର ପ୍ରତିନିଧିଙ୍କୁ ଏହି ସୂଚନା ଦେଇଛନ୍ତି । ଗିରଫ ହୋଇଥିବା 4 ଜଣ ଅଭିଯୁକ୍ତ ଉଲ୍ଫା ସହିତ ସମ୍ପର୍କ ରଖିଥିବା ନେଇ ଏସପି ଏସ ଶଙ୍କରନ ସୂଚନା ଦେଇଛନ୍ତି । ଗିରଫ ଉଗ୍ରବାଦୀଙ୍କ ନିକଟରୁ ଗୋଟିଏ ଉଲ୍ଫା ପତାକା, ନକ୍ସଲ ସାମଗ୍ରୀ ଓ କିଛି ମୋବାଇଲ ଜବତ ହୋଇଛି । ପୋଲିସ ଘଟଣାର ତଦନ୍ତ କରୁଛି ।

