ଆଜି ରାଜ୍ୟସଭାରେ ଜମ୍ମୁ-କାଶ୍ମୀରର ପୁନର୍ଗଠନ ବିଲ୍ ପାସ୍ ହୋଇଛି । ରାଜ୍ୟସଭାରେ ଏହି ବିଲ୍କୁ ଉପସ୍ଥାପନା କରିଥିଲେ ଗୃହମନ୍ତ୍ରୀ ଅମିତ୍ ଶାହା । ଏନେଇ ରାଜ୍ୟସଭାରେ ଭୋଟିଂ କରାଯାଇଥିଲା । ପ୍ରଥମେ ଭୋଟିଂ ମେସିନ୍ ଜରିଆରେ ଭୋଟ କରାଯାଇଥିବାବେଳେ ମେସିନ୍ରେ କିଛି ଯାନ୍ତ୍ରିକ ତ୍ରୁଟି ଯୋଗୁଁ କାଗଜରେ ଭୋଟିଂ ପ୍ରକ୍ରିୟା କରାଯାଇଥିଲା । ଏହି ବିଲ୍ ସପକ୍ଷରେ ୧୨୫ଟି ଭୋଟ୍ ମିଳିଥିବାବେଳେ ଏହି ବିଲି୍ ବିପକ୍ଷରେ ୬୧ଟି ଭୋଟ୍ ମିଳିଛି । ଏବେ ଜମ୍ମୁକାଶ୍ମୀରରେ ପୁନର୍ଗଠନ ବିଲ୍ ପାସ୍ ହୋଇଯାଇଛି । ଏହା ସହିତ ଜମ୍ମୁକାଶ୍ମୀରର ସଂରକ୍ଷଣ ସଂଶୋଧନ ବିଲ୍ ମଧ୍ୟ ପାସ୍ ହୋଇଯାଇଛି । ସେହିପରି ଜମ୍ମୁକାଶ୍ମୀରଠାରୁ ଲଦାଖକୁ ଅଲଗା କରିବା ନେଇ ମଧ୍ୟ ବିଲ୍ ପାସ୍ ହୋଇଛି ।
Author: Samikhsya Bureau
ଜମ୍ମୁ କାଶ୍ମୀରରୁ ୩୭୦ ଧାରା ଉଚ୍ଛେଦ ନେଇ କେନ୍ଦ୍ର ସରକାରଙ୍କ ଐତିହାସିକ ନିଷ୍ପତ୍ତିକୁ ବିଜେପିର ବରିଷ୍ଠ ନେତା ଲାଲ୍କୃଷ୍ଣ ଆଡଭାନୀ ସ୍ବାଗତ କରିଛନ୍ତି । ଏଥିପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଗୃହମନ୍ତ୍ରୀ ଅମିତ୍ ଶାହାଙ୍କୁ ଶୁଭେଚ୍ଛା ମଧ୍ୟ ଜଣାଇଛନ୍ତି ସେ କହିଛନ୍ତି, “ଏପରି ଐତିହାସିକ ନିଷ୍ପତ୍ତି ପାଇଁ ମୋଦି ଓ ଶାହଙ୍କୁ ଶୁଭେଚ୍ଛା। ଜମ୍ମୁ-କଶ୍ମୀର ଓ ଲଦାଖରେ ଶାନ୍ତି ଏବଂ ବିକାଶ ପାଇଁ ପ୍ରାର୍ଥନା କରୁଛି। ଜାତୀୟ ଏକତା ଓ ଜାତୀୟ ସ୍ୱାର୍ଥ ପାଇଁ କେନ୍ଦ୍ର ସରକାର ଏପରି ନିଷ୍ପତ୍ତି ନେଇଛନ୍ତି। ଜନସଂଘ ଦିନରୁ ହିଁ ଧାରା ୩୭୦କୁ ଉଚ୍ଛେଦ କରିବା ବିଜେପିର ଆଦର୍ଶ ଓ ଲକ୍ଷ୍ୟ ରହିଥିଲା।”
କେନ୍ଦ୍ର ସରକାରଙ୍କ ଜମ୍ମୁ କାଶ୍ମୀରକୁ ସ୍ୱତନ୍ତ୍ର ରାଜ୍ୟର ମାନ୍ୟତା ପ୍ରଦାନ କରୁଥିବା ସମ୍ବିଧାନ ଧାରା ୩୭୦ ଉଚ୍ଛେଦ ପ୍ରସ୍ତାବକୁ ସୋମବାର ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ (ଆରଏସଏସ) ଏବଂ ଶିବସେନା ସ୍ୱାଗତ କରିଛନ୍ତି। ଆରଏସଏସ ମୁଖ୍ୟ ମୋହନ ଭାଗବତ ଧାରା ୩୭୦ ଏବଂ ୩୫-କ ଉଚ୍ଛେଦ ଓ ରାଜ୍ୟକୁ ଦୁଇ ଭାଗରେ ବାଣ୍ଟିବାର ନିଷ୍ପତ୍ତିକୁ ମୋଦିଙ୍କ ସାହାସିକ ପଦକ୍ଷେପ ବୋଲି କହିଛନ୍ତି। ଏହା ଦେଶ ଏବଂ ଜାମ୍ମୁ କାଶ୍ମୀର ହିତ ପାଇଁ ଆବଶ୍ୟକ ଥିଲା। ବ୍ୟକ୍ତିଗତ ଫାଇଦା ଏବଂ ରାଜନୈତିକ ମତଭେଦରୁ ଉପରକୁ ଉଠି ସମସ୍ତକୁ ଏହି ପଦକ୍ଷେପର ସ୍ୱାଗତ ଏବଂ ସମର୍ଥନ କରିବା ଉଚିତ। ସେହିପରି ଶିବସେନା ଅଧ୍ୟକ୍ଷ ଉଦ୍ଧବ ଠାକରେ ସରକାରଙ୍କ ଏହି ନିଷ୍ପତ୍ତିକୁ ଐତିହାସିକ ବୋଲି କହିଛନ୍ତି। ସେ କହିଛନ୍ତି ଯେ ଏନଡିଏ ସରକାରଙ୍କ ନିଷ୍ପତ୍ତିରୁ ବାଲାସାହାବ ଠାକେରଙ୍କ ସ୍ୱପ୍ନ ପୂରଣ ହୋଇଛି।
ସମୀକ୍ଷା ବ୍ୟୁରୋ କେନ୍ଦ୍ର ସରକାର ଜମ୍ମୁକାଶ୍ମୀରରେ ଧାରା ୩୭୦କୁ ସମାପ୍ତ କରିଛନ୍ତି । ସରକାରଙ୍କ ଏହି ନିଷ୍ପତ୍ତି ପରେ ସଂସଦରେ ହଙ୍ଗାମା ସୃଷ୍ଟି ହୋଇଛି । କିନ୍ତୁ ଦେଶରେ ପ୍ରାୟ ୧୧ଟି ରାଜ୍ୟରେ ଏପରି କିଛି ଧାରା ଲାଗୁ ହୋଇଛି । କେନ୍ଦ୍ର ସରକାରଙ୍କ ତରଫରୁ ସେଠାରେ କିଛି ବିଶେଷ ଅଗ୍ରାଧିକାର ଦିଆଯାଇଥାଏ । ଧାରା ୩୭୧ରେ ଅନ୍ତର୍ଗତରେ କେନ୍ଦ୍ର ସରକାର ସେହି ସମସ୍ତ ରାଜ୍ୟକୁ ବିକାଶ, ସୁରକ୍ଷା ଆଦି ସମ୍ବନ୍ଧୀୟ କାର୍ଯ୍ୟ ପାଇଁ ସ୍ବତନ୍ତ୍ରତା ଦେଇଥା’ନ୍ତି । ମହାରାଷ୍ଟ୍ର/ଗୁଜରାଟ – ଆର୍ଟିକିଲ୍ ୩୭୧ ମହାରାଷ୍ଟ୍ର ଓ ଗୁଜୁରାଟ ଏହି ଦୁଇରାଜ୍ୟରେ ରାଜ୍ୟପାଳଙ୍କ ଧାରା ୩୭୧ ସମ୍ବନ୍ଧୀୟ ବିଶେଷ ସ୍ବତନ୍ତ୍ରତା ରହିଛି । ମହାରାଷ୍ଟ୍ରର ବିଦର୍ଭ, ମରାଠାଓ୍ବାଡା ଓ ଗୁଜୁରାଟର ସୌରାଷ୍ଟ୍ର ଓ କଚ୍ଛର ଅଲଗା ବିକାଶ ବୋର୍ଡ ନିର୍ମାଣ କରାଯାଇ ଏହି ଅଞ୍ଚଳରେ ବିକାଶ କାର୍ଯ୍ୟ ପାଇଁ ଯଥାସମ୍ଭବ ଅର୍ଥଯୋଗାଣ କରାଯାଏ । ନିଯୁକ୍ତିଭିତ୍ତିକ ଶିକ୍ଷା, ଭୋକେଶନାଲ୍ ଟ୍ରେନିଂ ଓ…
ଭାରତରେ କ୍ରିକେଟ୍କୁ ଧର୍ମ ପରି ବିବେଚନା କରାଯାଏ । ମାତ୍ର ଚଳିତ କ୍ରିକେଟ୍ ବିଶ୍ବକପ୍ର ସେମି ଫାଇନାଲ୍ରୁ ଭାରତୀୟ ଦଳ ବିଦାୟ ନେବା ପରେ ବିଭିନ୍ନ ମହଲରୁ ଏହାକୁ ସମାଲୋଚନା କରାଯାଉଛି। ବରିଷ୍ଠ ଖେଳାଳିଙ୍କ ପକ୍ଷରୁ କୋହଲିଙ୍କୁ ଅଧିନାୟକ ପଦବୀରୁ ବହିଷ୍କାର କରାଯିବାର ଦାବି କରାଯାଉଛି । ଏହି ସମୟରେ ଭାରତୀୟ ଦଳ ଓ୍ବେଷ୍ଟଇଣ୍ଡିଜ ଗସ୍ତ କରିଛି । ଦଳ ଟି20 ସିରିଜ୍ରେ ବିଜୟୀ ହୋଇଥିଲେ ମଧ୍ୟ ଦଳର ପ୍ରଦର୍ଶନ ସନ୍ତୋଷ ଜନକ ନ ରହିବା ନେଇ ପୁନର୍ବାର କୋହଲି ଭାରତୀୟ ଚୟନକର୍ତ୍ତା ସମାଲୋଚନାର ଶିକାର ହୋଇଛନ୍ତି । ଚଳିତ ଗସ୍ତରୁ ମହେନ୍ଦ୍ର ସିଂ ଧୋନୀ ବିଶ୍ରାମ ନେଇଥିବା ବେଳେ ତାଙ୍କ ସ୍ଥାନରେ ଋଷଭ ପନ୍ତଙ୍କୁ ଦଳରେ ସାମିଲ କରାଯାଇଥିଲା । ପନ୍ତ ନିଜର ଆକ୍ରମଣାତ୍ମକ ବ୍ୟାଟିଂ ନିମନ୍ତେ ପ୍ରସିଦ୍ଧି ହାସଲ କରିଥିଲେ ମଧ୍ୟ ଏହି ଦୁଇ ମ୍ୟାଚ୍ରେ ବେପରୁଆ ସଟ୍ ଖେଳି ଚର୍ଚ୍ଚାକୁ ଆସିଛନ୍ତି । ସେହିପରି ଚାରି ନମ୍ବର…
କେନ୍ଦ୍ର ସରକାରଙ୍କ ଐତିହାସିକ ନିଷ୍ପତ୍ତି ତଥା ଜମ୍ମୁ କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦକୁ କଂଗ୍ରେସ, ପିଡିପି, ନ୍ୟାସନାଲ୍ କନଫରେନ୍ସ ପ୍ରମୁଖ ବିରୋଧ କରିଛନ୍ତି । ଜମ୍ମୁକାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ମେହେବୁବା ମୁଫତି ଓ ଗୁଲାମ୍ ନବୀ ଆଜାଦ୍ ଆଜିର ଦିନକୁ ଇତିହାସର କଳା ଦିବସ ଓ ଏହା ଲୋକତନ୍ତ୍ରର ହତ୍ୟା ବୋଲି ଅଭିହିତ କରିଥିବାବେଳେ ସରକାରଙ୍କ ଏହି ନିଷ୍ପତ୍ତିକୁ କଡ଼ା ସମାଲୋଚନା କରିଛନ୍ତି କମ୍ୟୁନିଷ୍ଟ୍ ଦଳର ମହାସଚିବ ଡି. ରାଜା । ଡି. ରାଜା ସରକାରଙ୍କୁ ବିରୋଧ କରିବା ସହିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତୁଳନା ଜର୍ମାନୀର ଏକଛତ୍ରବାଦ ଶାସକ ଆଡଲଫ୍ ହିଟଲର୍ଙ୍କ ସହ ତୁଳନା କରିଛନ୍ତି । ଜମ୍ମୁ କାଶ୍ମୀରକୁ ବିଶେଷାଧିକାର ଦେଉଥିବା ଧାରା ୩୭୦୯ର କିଛି ପ୍ରାବଧାନରେ ପରିବର୍ତ୍ତନକୁ ନେଇ ସରକାରଙ୍କୁ ବିରୋଧ କରିଛନ୍ତି ଡି. ରାଜା ।
କେଦାର ମିଶ୍ର ଲୋକ ବହୁତ ଖୁସି, କାରଣ ସମ୍ବିଧାନର ଧାରା ୩୭୦କୁ ସରକାର ଉଠାଇନେଲେ। ପ୍ରଥମଥର ଆମେ ଦେଖିଲୁ ବିନା ସମ୍ବିଧାନ ସଂଶୋଧନରେ, ବିନା ଭୋଟରେ ଗୋଟେ ସାମ୍ବିଧାନିକ ଧାରାକୁ ଲିଭେଇ ଦିଆଗଲା। ଏହା କେତେଦୂର ଆଇନ ସମ୍ମତ ତାହା ଆଗାମୀ ଦିନରେ ସୁପ୍ରିମ କୋର୍ଟରେ ନିର୍ଦ୍ଧାରିତ ହେବ। ତେବେ ସବୁଠୁ ବଡକଥା ହେଉଛି, ଗୋଟେ ରାଜ୍ୟକୁ ବିନା ବିତର୍କ, ବିନା ବିଧାନସଭାର ପ୍ରସ୍ତାବ, ବିନା ଲୋକ ସମର୍ଥନରେ କେନ୍ଦ୍ର ଶାସିତ ଅଞ୍ଚଳ କରାଯାଇପାରିବ କି? ଭାରତରେ ଆଜି ପର୍ୟନ୍ତ କେନ୍ଦ୍ର ଶାସିତ ଅଞ୍ଚଳଗୁଡିକ ରାଜ୍ୟ ପାହ୍ୟାକୁ ଉନ୍ନୀତ ହେଉଥିଲେ। ପ୍ରଥମଥର ଲାଗି ଗୋଟେ ରାଜ୍ୟର ସଙ୍ଘୀୟ ଅଧିକାରକୁ ସେ ରାଜ୍ୟର ବିଧାନସଭାର ଅନୁପସ୍ଥିତିରେ କ୍ଷୁଣ୍ଣ କରାଯାଇଛି। ଜମ୍ମୁ-କାଶ୍ମୀରକୁ ରାଜ୍ୟ ମର୍ୟାଦାରୁ ବାଦ ଦେବା ଓ ସେଠିକାର ସଙ୍ଘୀୟ ଅଧିକାରକୁ ଭାଙ୍ଗି ଆମେ କି ବାର୍ତ୍ତା ଦେଇଛୁ? ଏ ପ୍ରକାର ନିଷ୍ପତ୍ତି ଆମେ ଯେ ଗଣତାନ୍ତ୍ରିକ ଉପାୟରେ ନେଇଛୁ, ତାହା କୁହାଯାଇପାରିବ…
ଢେଙ୍କାନାଳରେ ଗ୍ୟାସ ଟାଙ୍କି ଫାଟି ଅଗ୍ନିକାଣ୍ଡ ଘଟିଛି । ଏହି ଅଘଟଣରେ ନିଆଁ ଲାଗି ଗୋଟିଏ ପରିବାରର 3 ଜଣ ପୋଡ଼ି ହୋଇଯାଇଥିବା ବେଳେ 11 ବଖରା ଘର ମଧ୍ୟ ପୋଡ଼ିଯାଇଛି । ସୂଚନାନୁସାରେ, ଢେଙ୍କାନାଳ ଜିଲ୍ଲା ମୋଟଙ୍ଗା ଥାନା ବାଙ୍ଗୁରୁସିଙ୍ଗା ଗାଁ ସଅର ସାହିରେ ଅଗ୍ନିକାଣ୍ଡ ଘଟି ୩ଜଣ ପୋଡ଼ି ହୋଇଯାଇଛନ୍ତି । ଘରେ ଜଣେ ମହିଳା ରୋଷେଇ କରୁଥିବା ବେଳେ କୈାଣସି କାରଣରୁ ହଠାତ ଗ୍ୟାସ ଟାଙ୍କିଟି ଫାଟିଯାଇଥିଲା । ଫଳରେ ନିଆଁ ଲାଗି ପରିବାରର ତିନଜଣ ମାଆ ,ପୁଅ ,ବୋହୂ ପୋଡ଼ି ହୋଇ ଗୁରୁତର ହୋଇପଡ଼ିଛନ୍ତି । ଏହା ସହ ଅଗ୍ନିକାଣ୍ଡରେ 11 ବଖରା ଘର ମଧ୍ୟ ପୋଡ଼ିଯାଇଛି । ଗୁରୁତର ହୋଇପଡ଼ିଥିବା ମାଆ ,ପୁଅ ,ବୋହୂଙ୍କୁ ପଥମେ ସ୍ଥାନୀୟ ମେଡ଼ିକାଲରେ ଭର୍ତ୍ତି କରାଯାଇଥିବା ବେଳେ ଅବସ୍ଥା ସଂକଟାପର୍ଣ୍ଣ ହେବାରୁ କଟକ ବଡ଼ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି ।
ଜାମ୍ମୁକାଶ୍ମୀରରୁ ଧାରା 370 ଉଚ୍ଛେଦ କରାଯିବା ନେଇ । ଏହି ବିଲ ରାଜ୍ୟସଭାରେ ଉପସ୍ଥାପନା ବେଳେ 2 ଜଣ ପିଡିପି ସାଂସଦ ପ୍ରବଳ ପାଟିତୁଣ୍ଡ ସହ ହଙ୍ଗାମା କରିବା କାରଣରୁ ତାଙ୍କୁ ଗୃହରୁ ବିତାଡ଼ିତ କରାଯାଇଛି । ରାଜ୍ୟସଭାରେ ଗୃହମନ୍ତ୍ରୀ ଅମିତ ଶ।।ହା ଧାରା 370, 35(ଏ) ବିଲ ଉପସ୍ଥାପନା ବେଳେ 2 ଜଣ ପିଡିପି ସାଂସଦ ନାଜିର ଅହମ୍ମଦ ଲାୱେ ଓ ଏମଏମ ଫୟାଜ ହଙ୍ଗାମା କରିଥିଲେ । ଏହା ସହ ସେ ଦୁହେଁ ରାଜ୍ୟ ସଭାରେ ପ୍ରବଳ ପାଟିତୁଣ୍ଡ କରିବା ସହ ସମ୍ଭିଧାନ ଚିରିବାକୁ ଉଦ୍ୟମ କରିଥିଲେ । ଏହା ସହିତ ଲାଓ୍ବେ ନିଜର କୁର୍ତ୍ତା ମଧ୍ୟ ଚିରି ଦେଇଥିଲେ । ଏହାପରେ ମାର୍ଶାଲଙ୍କ ଦ୍ବାରା ଉଭୟ ସାଂସଦଙ୍କୁ ଅଧ୍ୟକ୍ଷ ଏମ୍ ଭେଙ୍କୟା ନାଇଡୁ ଗୃହରୁ ବାହାର କରି ଦେଇଥିଲେ ।
ଆଜି କେନ୍ଦ୍ର ସରକାରଙ୍କ ଐତିହାସିକ ନିଷ୍ପତ୍ତି ପରେ ଜମ୍ମୁ-କଶ୍ମୀରରୁ ଧାରା ୩୭୦ ହଟାଇ ନିଆଯାଇଛି। ଫଳରେ ଏଠାରେ ୧୯୩୨ଠାରୁ ପ୍ରଚଳିତ ଥିବା ୮୭ ବର୍ଷ ପୁରାତନ ରଣବୀର ଦଣ୍ଡ ସଂହିତା(ଆର୍ପିସି) ବଦଳରେ ଏବେ ଭାରତୀୟ ଦଣ୍ଡ ସଂହିତା(ଆଇପିସି)ର ପ୍ରଚଳନ ହେବ। ରଣବୀର ଦଣ୍ଡ ସଂହିତା ରାଜା ରଣବୀର ସିଂଙ୍କ ଦ୍ୱାରା ପ୍ରଚଳନ କରାଯାଇଥିଲା। ତାଙ୍କ ପରେ ବ୍ରିଟିଶ୍ ସମୟରେ ମଧ୍ୟ ଏହି ଦଣ୍ଡ ସଂହିତା ରାଜ୍ୟରେ ଜାରି ରହିଥିଲା। ଭାରତ ସ୍ବାଧୀନତା ପାଇବା ପରେ ପ୍ରଥମ ଜମ୍ମୁ କାଶ୍ମୀର ସ୍ବତନ୍ତ୍ର ରାଜ୍ୟ ରହିଥିଲା । ସେହି ସମୟରେ ଜମ୍ମୁ କାଶ୍ମୀରରେ ଡୋଗରା ରାଜବଂଶର ଶାସନ ଚାଲିଥିଲା । ସେଠାରେ ମହାରାଜାଙ୍କ ନାମ ଅନୁସାରେ ରଣବୀର ଦଣ୍ଡ ସଂହିତା ଲାଗୁ କରାଯାଇଥିଲା । ଭାରତୀୟ ଦଣ୍ଡ ସଂହିତା ଏବଂ ରଣବୀର ଦଣ୍ଡ ସଂହିତା ମଧ୍ୟରେ କେତେକ ଭିନ୍ନତା ରହିଛି। ଭାରତୀୟ ଦଣ୍ଡ ସଂହିତା ଧାରା (ଆଇପିସି) ୧୫୩-ସି-ଏ-ଏ ଅନ୍ତର୍ଗତ ସର୍ବ ସାଧାରଣ ସ୍ଥଳକୁ…
ହରିୟାଣା ବିଜେପିରେ ତିନି ଜଣ ବିଧାୟକ ଯୋଗ ଦେଇଛନ୍ତି । ସୋମବାର ଯୋଗ ଦେଇଥିବା ବିଧାୟକଙ୍କ ମଧ୍ୟରେ ଦୁଇ ଜଣ ଆଇଏନ୍ଏଲ୍ଡି ବିଧାୟକ ରହିଥିବା ବେଳେ ଜଣେ ସ୍ବାଧୀନ ବିଧାୟକ ଯୋଗ ଦେଇଛନ୍ତି । ଆଇଏନ୍ଏଲ୍ଡି ବିଧାୟକ ରାମଚନ୍ଦ୍ର କମ୍ବୋଜ ଏବଂ ନସୀମ୍ ଅହମ୍ମଦ ବିଜେପିରେ ଯୋଗ ଦେଇଛନ୍ତି । କମ୍ବୋଜ ରାଇନାର ବିଧାୟକ ରହିଥିବା ବେଳେ ନସୀମ୍ ଫିରୋଜପୁରର ବିଧାୟକ ରହିଛନ୍ତି । ସେହିପରି ସଫିଦୋନ୍ର ବିଧାୟକ ଜସବୀର ଦେଶଓ୍ବାଲ ମଧ୍ୟ ବିଜେପିରେ ଯୋଗ ଦେଇଛନ୍ତି । ଏହି ତିନି ବିଧାୟକ ମୁଖ୍ୟମନ୍ତ୍ର ମନୋହର ଲାଲ ଖଟ୍ଟରଙ୍କ ଉପସ୍ଥିତିରେ ବିଜେପିରେ ଯୋଗ ଦେଇଥିଲେ ।
ଶିଖ୍ ବିରୋଧୀ ଦଙ୍ଗା ମାମଲାର ଅଭିଯୁକ୍ତ ସଜ୍ଜନ ଶର୍ମାଙ୍କ ଯାଚିକାର ବିଚାର କରିବାର ନିଷ୍ପତ୍ତି ନେଇଛନ୍ତି ସୁପ୍ରିମକୋର୍ଟ । 1984 ଦଙ୍ଗା ନିମନ୍ତେ ଆଜୀବନ କାରାଦଣ୍ଡାଦେଶ ପାଇଥିବା ଶର୍ମା ନିଜର ଦଣ୍ଡାଦେଶ ଋଦ୍ଦ କରିବା ନିମନ୍ତେ ସୁପ୍ରିମକୋର୍ଟଙ୍କ ନିକଟରେ ଆବେଦନ କରିଥିଲେ । ସୋମବାର ଜଷ୍ଟିସ୍ ଏସ୍ ଏ ବୋବଡେ ଏବଂ ବି ଆର ଗଭାଇ ଏହି ମାମଲା ଉପରେ ବିଚାର କରି ନିଷ୍ପତ୍ତି ଶୁଣାଇଛନ୍ତି । ଆସନ୍ତା ବର୍ଷ ମେ ମାସରେ ସଜ୍ଜନ ଶର୍ମାଙ୍କ ମାମଲାର ବିଚାର କରାଯିବ ବୋଲି ଖଣ୍ଡପୀଠ ନିଷ୍ପତ୍ତି ନେଇଛନ୍ତି । 1984 ଦଙ୍ଗା ସମୟରେ 5 ଜଣ ଶିଖ୍ଙ୍କୁ ହତ୍ୟା କରିବା ଅଭିଯୋଗରେ ଦିଲ୍ଲୀ ହାଇକୋର୍ଟ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଥିଲେ ।
ଜମ୍ମୁକାଶ୍ମୀରରେ ନରେନ୍ଦ୍ର ମୋଦି ସରକାରଙ୍କ ଐତିହାସିକ ନିଷ୍ପତ୍ତିକୁ ନେଇ କଂଗ୍ରେସ, ପିଡିପି, ଏନ୍ସିପି ଆଦି ଦଳ ବିରୋଧ କରୁଛନ୍ତି । ଜମ୍ମୁକାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସର ବରିଷ୍ଠ ନେତା ଗୁଲାମ ନବୀ ଆଜାଦ୍ ଜମ୍ମୁକାଶ୍ମୀରରୁ ୩୭୦ ଉଚ୍ଛେଦକୁ ନେଇ ନିଜର ପ୍ରତିକ୍ରିୟା ରଖିଛନ୍ତି । ଆଜି ଦିବସକୁ ଭାରତ ଇତିହାସର ଏକ କଳାଦିବସ ବୋଲି କହିଛନ୍ତି ଗୁଲାମ ନବୀ ଆଜାଦ୍ । ବିଜେପି ସରକାର କ୍ଷମତାର ନିଶାରେ ଓ ଭୋଟ୍ ହାସଲ ପାଇଁ ଗୋଟେ କ୍ଷଣରେ ଧାରା ୩୭୦ ସହିତ ୩୫ ଏକୁ ଉଚ୍ଛେଦ କରିଦେଲେ । ଜମ୍ମୁକାଶ୍ମୀର ସହିତ ଏପରି କରି ରାଜ୍ୟବାସୀଙ୍କ ପ୍ରତି ଧୋକ୍କା କରିଛନ୍ତି ସରକାର ବୋଲି କହିଛନ୍ତି ଗୁଲାମ ନବୀ ଆଜାଦ୍ ।
ବହୁ ଚର୍ଚ୍ଚିତ ଉନ୍ନାଓ ଦୁଷ୍କର୍ମ ମାମଲାରେ ପୀଡ଼ିତାଙ୍କୁ ଦିଲ୍ଲୀସ୍ଥିତ ଅଲ୍ଇଣ୍ଡିଆ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମେଡ଼ିକାଲ୍ ସାଇନସେସ୍(ଏମ୍ସ)ରେ ଚିକିତ୍ସା କରାଯିବ ବୋଲି ସୋମବାର ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମ୍କୋର୍ଟ । ପୀଡ଼ିତାଙ୍କୁ ଏୟାର ଆମ୍ବୁଲାନ୍ସ ଜରିଆରେ ଦିଲ୍ଲୀ ଆଣିବାର ବ୍ୟବସ୍ଥା କରାଯିବ । ଆବଶ୍ୟକ ପଡ଼ିଲେ ତାଙ୍କ ଓକିଲଙ୍କୁ ମଧ୍ୟ ଚିକିତ୍ସା ପାଇଁ ଦିଲ୍ଲୀ ଏମ୍ସକୁ ମଧ୍ୟ ପଠାଯିବ ବୋଲି ଜଣାପଡିଛି । ଏବେ ଉଭୟଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ବେଳେ ପୀଡିତା ଭେଣ୍ଟିଲେଟରରେ ରହିଛନ୍ତି। ଗତ ଶୁକ୍ରବାର ଦିନ ସୁପ୍ରିମ୍କୋର୍ଟ ଉନ୍ନାଓ ପୀଡ଼ିତାଙ୍କ ଦୁର୍ଘଟଣା ମାମଲାକୁ ଲକ୍ଷ୍ନୌର ଅଦାଲତରୁ ଦିଲ୍ଲୀକୁ ସ୍ଥାନାନ୍ତରିତ କରିବା ଆଦେଶକୁ ସ୍ଥଗିତ ରଖିଥିଲେ ।
ଜମ୍ମୁ କାଶ୍ମୀରରୁ ପରିଶେଷରେ ଧାରା ୩୭୦ ଏବଂ ୩୫ ଏ ଉଚ୍ଛେଦ କରିଛନ୍ତି କେନ୍ଦ୍ର ସରକାର । ୭୦ ବର୍ଷ ପୁରୁଣା ଏହି ନିୟମକୁ ହଟାଇବା ନିମନ୍ତେ ଗୃହମନ୍ତ୍ରୀ ଅମିତ ଶାହା ରାଷ୍ଟ୍ରପତିଙ୍କ ମଞ୍ଜୁରୀ ହାସଲ କରିଥିବା ଆଇନ ଏବଂ ନ୍ୟାୟ ମନ୍ତ୍ରାଳୟର ବିଜ୍ଞପ୍ତି ପ୍ରଦର୍ଶନ କରିଥିଲେ । ଏ ସମ୍ବନ୍ଧୀୟ ପ୍ରସ୍ତାବକୁ ରାଷ୍ଟ୍ରପତିଙ୍କ ମଞ୍ଜୁରୀ ମିଳିଥିବା ନେଇ ପୂର୍ବାହ୍ନ ୧୧.୦୦ ସମୟରେ ରାଜ୍ୟସଭାକୁ ସମ୍ବୋଧିତ କରିବା ଅବସରରେ ଗୃହ ମନ୍ତ୍ରୀ ଅମିତ ଶାହା ସୂଚନା ଦେଇଛନ୍ତି । ଏହି ଦୁଇ ଧାରା ଉଠାଯିବା ପରେ ଜମ୍ମୁ କାଶ୍ମୀରକୁ ମିଳୁଥିବା ସ୍ବତନ୍ତ୍ର ଅଧିକାର ମିଳିପାରିବ ନାହିଁ । ଜମ୍ମୁ କାଶ୍ମୀରକୁ ଏକ କେନ୍ଦ୍ର ଶାସିତ ଅଞ୍ଚଳ ଭାବରେ ଘୋଷଣା କରାଯାଇଥିବା ବେଳେ ଲଦାଖକୁ ମଧ୍ୟ ଏକ ଅଲଗା କେନ୍ଦ୍ରଶାସିତ ଅଞ୍ଚଳ ଭାବରେ ଘୋଷଣା କରାଯାଇଛି ।
କେନ୍ଦ୍ର ସରକାରଙ୍କ ଐତିହାସିକ ନିଷ୍ପତ୍ତି ତଥା ଜମ୍ମୁ କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦକୁ କଂଗ୍ରେସ, ପିଡିପି, ନ୍ୟାସନାଲ୍ କନଫରେନ୍ସ ପ୍ରମୁଖ ବିରୋଧ କରିଥିବାବେଳେ ଓ୍ବାଇଏସ୍ଆର୍, ବିଏସ୍ପି, ଏଆଇଡିଏମ୍କେ ଓ ବିଜେଡ଼ି ସମର୍ଥନ କରିଛନ୍ତି । କିନ୍ତୁ ସହଯୋଗୀ ଦଳ ଜେଡିୟୁର ପ୍ରବକ୍ତା କେସି ତ୍ୟାଗୀ ଏହି ନିଷ୍ପତ୍ତିରେ ଅସହମତି ଦେଖାଇଛି । ଜମ୍ମୁ କାଶ୍ମୀରରୁ ସ୍ବତନ୍ତ୍ର ବ୍ୟବସ୍ଥା ହଟାଯିବା ପରେ ପ୍ରଧାନମନ୍ତ୍ରୀ ମୋଦି ଆସନ୍ତା ୭ ତାରିଖରେ ସର୍ବଦଳୀୟ ବୈଠକ କରିବେ ବୋଲଇ ସୂଚନା ରହିଛି । ଏହି ଅବସରରେ ସେ ଦେଶବାସୀଙ୍କ ସମର୍ଥନ କରିବେ । ମିଳିଥିବା ସୂଚନା ଅନୁସାରେ ଏହି ଦିନ ପ୍ରଧାନମନ୍ତ୍ରୀ ମୋଦି ପଞ୍ଜାବ, ହରିୟାଣା, ଉତ୍ତରପ୍ରଦେଶ, ବିହାର, ପଶ୍ଚିମବଙ୍ଗ, ଆସାମ ସମେତ ଅନ୍ୟ ପ୍ରଦେଶର ମୁଖ୍ୟମନ୍ତ୍ରୀଙ୍କ ସହିତ କଥାବାର୍ତ୍ତା କରିବେ ।
ପୂର୍ବତନ ଜମ୍ମୁ କାଶ୍ମୀର ମୁଖ୍ୟମନ୍ତ୍ରୀ ମେହବୁବା ମୁଫ୍ତି କେନ୍ଦ୍ର ସରକାରଙ୍କୁ ସମାଲୋଚନା କରିଛନ୍ତି । ଅଗଷ୍ଟ 5 ତାରିଖ ଭାରତୀୟ ଗଣତନ୍ତ୍ର ପାଇଁ ଏକ କଳା ଦିବସ ବୋଲି ଟ୍ବିଟ୍ କରି କହିଛନ୍ତି ମେହବୁବା ମୁଫ୍ତି । 1947ରେ ଦୁଇ ରାଷ୍ଟ୍ରୀୟ ନୀତିକୁ ପ୍ରତ୍ୟାଖ୍ୟାନ ଏବଂ ଭାରତ ସହିତ ଏକତ୍ର ରହିବାର ନିଷ୍ପତ୍ତିର ପରିଣାମ ଆଜି ଭୋଗିବାକୁ ପଡିଛି । ଆଜି କେନ୍ଦ୍ର ସରକାର ଧାରା 370 ଏବଂ 35 ଏ ଉଠାଇବା ସହିତ ଜମ୍ମୁ କାଶ୍ମୀର ଏବଂ ଲଦାଖକୁ ଅଲଗା ଅଲଗା କେନ୍ଦ୍ରଶାସିତ ଅଞ୍ଚଳ ଭାବରେ ଘୋଷଣା କରିଥିଲେ । ଏହି ଘୋଷଣାକୁ ଅସାମ୍ବିଧାନିକ ଭାବେ ଅଭିହିତ କରି ଟ୍ବିଟ୍ କରିଛନ୍ତି ଏହି ପିଡି ନେତ୍ରୀ ଏବଂ ପୂର୍ବତନ ମୁଖ୍ୟମନ୍ତ୍ରୀ । ଅନ୍ୟ ଏକ ଟ୍ବିଟ୍ରେ ମୁଫ୍ତି ଭାରତ କାଶ୍ମୀରରେ ନିଜର ପ୍ରତିଶ୍ରୁତି ପୂରଣରେ ବିଫଳ ହୋଇଛି ଏବଂ ଲୋକଙ୍କୁ ଭୟଭୀତ କରାଇ ଜବରଦସ୍ତି ଏହି ନିୟମ ଲାଗୁ କରାଯାଇଛି…
ସମୀକ୍ଷା ବ୍ୟୁରୋ ଜମ୍ମୁ କାଶ୍ମୀରରୁ ପରିଶେଷରେ ଧାରା ୩୭୦ ଏବଂ ୩୫ ଏ ହଟାଇଛନ୍ତି କେନ୍ଦ୍ର ସରକାର । ୭୦ ବର୍ଷ ପୁରୁଣା ଏହି ନିୟମକୁ ହଟାଇବା ନିମନ୍ତେ ଗୃହମନ୍ତ୍ରୀ ଅମିତ ଶାହା ରାଷ୍ଟ୍ରପତିଙ୍କ ମଞ୍ଜୁରୀ ହାସଲ କରିଥିବା ଆଇନ ଏବଂ ନ୍ୟାୟ ମନ୍ତ୍ରାଳୟର ବିଜ୍ଞପ୍ତି ପ୍ରଦର୍ଶନ କରିଥିଲେ । ଏ ସମ୍ବନ୍ଧୀୟ ପ୍ରସ୍ତାବକୁ ରାଷ୍ଟ୍ରପତିଙ୍କ ମଞ୍ଜୁରୀ ମିଳିଥିବା ନେଇ ପୂର୍ବାହ୍ନ ୧୧.୦୦ ସମୟରେ ରାଜ୍ୟସଭାକୁ ସମ୍ବୋଧିତ କରିବା ଅବସରରେ ଗୃହ ମନ୍ତ୍ରୀ ଅମିତ ଶାହା ସୂଚନା ଦେଇଛନ୍ତି । ଏହି ଦୁଇ ଧାରା ଉଠାଯିବା ପରେ ଜମ୍ମୁ କାଶ୍ମୀରକୁ ମିଳୁଥିବା ସ୍ବତନ୍ତ୍ର ଅଧିକାର ମିଳିପାରିବ ନାହିଁ । ଜମ୍ମୁ କାଶ୍ମୀରକୁ ଏକ କେନ୍ଦ୍ର ଶାସିତ ଅଞ୍ଚଳ ଭାବରେ ଘୋଷଣା କରାଯାଇଥିବା ବେଳେ ଲଦାଖକୁ ମଧ୍ୟ ଏକ ଅଲଗା କେନ୍ଦ୍ରଶାସିତ ଅଞ୍ଚଳ ଭାବରେ ଘୋଷଣା କରାଯାଇଛି । ରାଜ୍ୟସଭାରେ ଏହି ପ୍ରସ୍ତାବ ସମୟରେ ବିରୋଧୀ ଦଳ ସଦସ୍ୟ ମାନେ ହଙ୍ଗାମା କରିଥିଲେ…
ସମୀକ୍ଷା ବ୍ୟୁରୋ ରାଜ୍ୟ ସରକାର ଫାଇବ ଟି କୁ ନେଇ ବେଶ ବାହାବା ନେଉଛନ୍ତି। ଫାଇବ ଟି ଭିତରେ ରହିଛି ଟ୍ରାଂସପେରେନ୍ସି ବା ସ୍ବଚ୍ଛତା। ଶାସନରେ ସ୍ବଚ୍ଛତା ନବୀନ ସରକାରର ଏକ ବଡ ଉପାଦାନ ବୋଲି କୁହାଯାଉଛି। ସେହି ଆଧାରରେ ଆଜି ଓଡିଶାର ଜନ ସାଧାରଣ ଜାଣିବାକୁ ଚାହୁଁଛନ୍ତି, ମାତ୍ର କୋଡିଏ ଦିନ ତଳେ କୋରାପୁଟ ଜିଲ୍ଲାପାଳ ଭାବରେ ଯୋଗ ଦେଇଥିବା ପୋମା ଟୁଡ଼ୁଙ୍କୁ ହଠାତ ବଦଳି କରାଗଲା କାହିଁକି? ଜଣେ ଜିଲ୍ଲାପାଳ ୨୦ ଦିନର ରହଣି ଭିତରେ କୋରାପୁଟରେ ଏମିତି କଣ କଲେ ଯେ ତାଙ୍କୁ ରାଜ୍ୟ ସରକାର ତୁରନ୍ତ ବଦଳି କରିବାକୁ ଆଦେଶ ଦେଲେ? କେନ୍ଦ୍ର ସରକାରଙ୍କ ପର୍ସୋନେଲ ଏବଂ ତାଲିମ ବିଭାଗ ତରଫରୁ ଜାରି ହୋଇଥିବା ନିର୍ଦ୍ଦେଶନାମା ଅନୁସାରେ ଜିଲ୍ଲାପାଳମାନେ ଅତି କମରେ ୨ ବର୍ଷ ଗୋଟେ ଜିଲ୍ଲାରେ କାମ କରିବାର ସୁଯୋଗ ପାଇବେ। ଦୁଇ ବର୍ଷ ଆଗରୁ ତାଙ୍କୁ ବଦଳି କରିବାକୁ ହେଲେ ଏକ ସ୍ଵତନ୍ତ୍ର ବୋର୍ଡର…
ଭାରତୀୟ ସେୟାର ବଜାର ସୋମବାର ବଡ କ୍ଷତିର ସମ୍ମୁଖୀନ ହୋଇଛି । ଅନ୍ତର୍ଜାତୀୟ ବଜାର ତଳୁଆ ରହିବା ଫଳରେ ସେନ୍ସେକ୍ସ 675 ପଏଣ୍ଟ ତଳୁଆ ରହିଥିବା ବେଳେ ନିଫ୍ଟି 150 ପଏଣ୍ଟ ତଳୁଆ ରହିଛି । ସେନ୍ସେକ୍ସ 674.81 ପଏଣ୍ଟ ତଳକୁ ଖସି 36443.41 ପଏଣ୍ଟରେ ରହିଥିବା ବେଳେ ନିଫ୍ଟୀ 149.35 ପଏଣ୍ଟ ତଳକୁ ଖସି 10848 ପଏଣ୍ଟରେ ପହଞ୍ଚିଛି । ଏନ୍ଏସ୍ଇର 1839 କମ୍ପାନୀ ମଧ୍ୟରୁ 1600 କମ୍ପାନୀର ଅଂଶଧନ ମୂଲ୍ୟ ତଳୁଆ ରହିଥିବା ବେଳେ 200 କମ୍ପାନୀର ଅଂଶଧନ ମୂଲ୍ୟ ଉପରକୁ ଉଠିଛି । ୟେସ୍ ବ୍ୟାଙ୍କ ଏହି ସମୟରେ 9 ପ୍ରତିଶତ କ୍ଷତି ସହିଥିବା ବେଳେ ଟାଟା ମୋଟର୍ସ, ବେଦାନ୍ତ, ଆଇସିଆଇସିଆଇ, ଓଏନ୍ଜିସି ଏବଂ ରିଲାଏନ୍ସ 3ରୁ 5.4 ପ୍ରତିଶତ ମଧ୍ୟରେ କ୍ଷତି ସହିଛନ୍ତି ।
କାଶ୍ମୀରର ଦୁଇ ପୂର୍ବ ମୁଖ୍ୟମନ୍ତ୍ରୀ ଉମର ଅବଦୁଲ୍ଲା ଓ ମେହବୁବା ମୁଫତୀଙ୍କୁ ନଜର ବନ୍ଦୀ କରାଯିବା ଘଟଣାକୁ ବିରୋଧ କରିଛନ୍ତି କଂଗ୍ରେସ ସାଂସଦ ଶଶି ଥରୁର । ଏକ ରାଜ୍ୟର ଦୁଇ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କୁ କାହିଁକି ଅଧରାତିରେ ଗୃହବନ୍ଦୀ କରାଯାଇଛି ସେ ନେଇ ପ୍ରଶ୍ନ କରିଛନ୍ତି ଥରୁର । ଏମିତିରେ ଆମ ସ୍ୱରକୁ ଦବାଇ ଦିଆଯାଇ ପାରିବ ନାହିଁ ବୋଲି ଥରୁର କହିଛନ୍ତି । ଏହି ଲଢେଇରେ ଆପଣ ଦୁଇଜଣ ଏକା ନାହାନ୍ତି ବୋଲି ଥରୁର୍ ଟ୍ବିଟ୍ କରିଛନ୍ତି । ପ୍ରତ୍ୟୋକ ଭାରତୀୟ ରାଜନେତାଙ୍କ ସମର୍ଥନ ଆପଣଙ୍କ ପାଇଁ ରହିଛି ବୋଲି ଥରୁର୍ କହିଛନ୍ତି । ଅବଦୁଲ୍ଲା ଏବଂ ମୁଫ୍ତିଙ୍କ ବ୍ୟତିତ ଅନ୍ୟତମ ନେତା ସଜ୍ଜାଦ୍ ଲୋନ୍ଙ୍କୁ ମଧ୍ୟ ଗୃହବନ୍ଦୀ କରାଯାଇଛି ।

