Author: Samikhsya Bureau

ବିହାରର ପୂର୍ଣ୍ଣିଆରେ ଦୁର୍ଘଟଣାଗ୍ରସ୍ତ ହୋଇ ଏକ ଯାତ୍ରୀବାହୀ ବସ ଜଳିଯାଇଛି । ଏହି ଅଘଟଣରେ 7 ଜଣ ଯାତ୍ରୀ ମୃତ୍ୟୁବରଣ କରିଥିବା ବେଳେ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇବାନେଇ ଆଶଙ୍କା ରହିଛି । ବସଟି ମୁଜାଫରପୁରରୁ ସିଲିଗୁଡି ଯାଉଥିଲା । ଅଘଟଣରେ ଆହତ ବ୍ୟକ୍ତିଙ୍କୁ ସଦର ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସୂଚନାନୁସାରେ, ବିହାରର ପୂର୍ଣ୍ଣିଆ ବସଷ୍ଟାଣ୍ଡ ନିକଟରେ ଏକ ଡିଭାଇଡରରେ ପିଟିହେବା ଫଳରେ ବସରେ ନିଆଁ ଲାଗି ଯାଇଥିଲା । ସେହି ସମୟରେ ବସରେ ପ୍ରାୟ 45ଜଣ ଯାତ୍ରୀ ଥିଲେ । ଦୁର୍ଘଟଣାରେ 20-25 ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି । ଆହତଙ୍କୁ ସଦର ହସ୍ପିଟାଲରେ ଭର୍ତି କରାଯାଇଛି ।

Read More

କାଇରୋରେ ଏକ କାର୍‌ ବୋମା ବିସ୍ଫୋରଣରେ 19 ଜଣଙ୍କ ପ୍ରାଣହାନି ଘଟିଛି । ଇଜିପ୍ଟର ରାଜଧାନୀ କାଇରୋର ନ୍ୟାସନାଲ କ୍ୟାନ୍ସର ଇନଷ୍ଟିଚ୍ୟୁଟ୍‌ ନିକଟରେ ଏହି କାର ବୋମା ବିସ୍ଫୋରଣ ସଙ୍ଗଠିତ ହୋଇଥିଲା । କାର୍‌ ବୋମା ବିସ୍ଫୋରଣରେ ଅନ୍ୟୁନ 19 ଜଣଙ୍କ ପ୍ରାଣହାନି ଘଟିଥିବା ନେଇ ଇଜିପ୍ଟ ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସୋମବାର ସୂଚନା ପ୍ରଦାନ କରାଯାଇଛି । କ୍ୟାନ୍ସର ଇନଷ୍ଟିଚ୍ୟୁଟ୍‌ ନିକଟରେ ଦ୍ରୁତ ଗତିରେ ଆସୁଥିବା ଏକ କାର୍‌ ଅନ୍ୟ କାର୍‌କୁ ଧକ୍କା ଦେବା ଫଳରେ ବିସ୍ଫୋରଣ ହୋଇଥିଲା । ଏହି ବିସ୍ଫୋରଣ ପ୍ରଭାବରେ ଅନ୍ୟ କାର୍‌ ଗୁଡିକ ମଧ୍ୟ ଉଡି ଯାଇଥିଲା । ବିସ୍ଫୋରଣ ପରେ ଆହତ ମାନଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

Read More

ଜମ୍ମୁ କାଶ୍ମୀରରେ ଗତକାଲି ଧାରା 144 ଜାରି କରାଯାଇଥିବା ବେଳେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ବରେ ଏକ କ୍ୟାବିନେଟ୍‌ ବୈଠକ ଅନୁଷ୍ଠିତ ହେଉଛି । ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ଆଜି ଦିନ 9.30 ମିନିଟ୍‌ ସମୟରେ ଏହି ବୈଠକ ଆରମ୍ଭ ହୋଇଛି । ଏହି ବୈଠକରେ କାଶ୍ମୀର ପ୍ରସଙ୍ଗରେ ଆଲୋଚନା ହେବ ବୋଲି ଜଣାପଡିଛି । ଗୃହ ମନ୍ତ୍ରୀ ଅମିତ ଶାହା ଏବଂ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ପ୍ରମୁଖ କ୍ୟାବିନେଟ ମନ୍ତ୍ରୀ ଏହି ବୈଠକରେ ଯୋଗ ଦେଇଛନ୍ତି । ଏହି ବୈଠକରେ ସମସ୍ତ ସୁରକ୍ଷା ଏବଂ ଗୁଇନ୍ଦା ବିଭାଗର ମୁଖ୍ୟ ଯୋଗ ଦେବା ନେଇ ମଧ୍ୟ ସୂଚନା ମିଳିଛି ।

Read More

ଗତକାଲି ମଧ୍ୟରାତ୍ରରୁ ଦୁଇ ପୂର୍ବତନ ଜମ୍ମୁ କାଶ୍ମୀର ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ଏବଂ ମେହବୁବା ମୁଫ୍‌ତିଙ୍କୁ ଗୃହବନ୍ଦୀ ଭାବରେ ରଖାଯାଇଛି । ଜମ୍ମୁ କାଶ୍ମୀରରେ ଧାରା 144 ଲାଗୁ କରାଯିବା ସହିତ ସମସ୍ତ ବରିଷ୍ଠ ନେତା ମାନଙ୍କୁ ଗୃହବନ୍ଦୀ ଅବସ୍ଥାରେ ରଖାଯାଇଛି । ସର୍ବସାଧାରଣରେ କୌଣସି ବୈଠକ ଉପରେ ମଧ୍ୟ ରୋକ୍‌ ଲଗାଇଛନ୍ତି କେନ୍ଦ୍ର ସରକାର । ଏହା ସହିତ ଏହି ଅଞ୍ଚଳରେ ଇଣ୍ଟରନେଟ୍‌ ସେବା ବନ୍ଦ ରଖାଯାଇଛି । ଉଲ୍ଲେଖଯୋଗ୍ୟ ଯେ ଗତକାଲି କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ରବିବାର ସମସ୍ତ ସୁରକ୍ଷା ଏବଂ ଗୁଇନ୍ଦା ବିଭାଗର ମୁଖ୍ୟଙ୍କ ସହିତ ଏକ ବୈଠକରେ ବସିଥିଲେ । ଏହିବୈଠକରେ ଜାତୀୟ ସୁରକ୍ଷା ପରାମର୍ଶଦାତା ମୁଖ୍ୟ ଅଜିତ୍‌ ଡୋଭାଲ୍‌, ଆଇବି ମୁଖ୍ୟ ଅରବିନ୍ଦ କୁମାର, ର’ର ମୁଖ୍ୟ ସାମନ୍ତ ଗୋଏଲ, କେନ୍ଦ୍ର ଗୃହ ସଚିବ ରାଜୀବ ଗୌବାଙ୍କ ପ୍ରମୁଖ ଭାଗ ନେଇଥିଲେ । ଗୃହବନ୍ଦୀ ରହିବା ପରେ ଅବଦୁଲ୍ଲା ଏବଂ ମୁଫ୍‌ତି…

Read More

ମହାରାଷ୍ଟ୍ର ସହିତ ଗୁଜରାଟରେ ମଧ୍ୟ ପ୍ରବଳ ବର୍ଷା ଲାଗି ରହିଛି। ସୁରତ, ଭଦୋଦରା, ନବସାରିରେ ବର୍ଷାରେ ଜନଜୀବନ ବେହାଲ ହୋଇ ପଡ଼ିଛି। ସେଠାରେ କାମ କରୁଥିବା ଓଡ଼ିଶାର ଲୋକଙ୍କୁ ମଧ୍ୟ ନାହିଁନଥିବା ସମସ୍ୟାର ସମ୍ମୁଖୀନ ହେବାକୁ ପଡିଛି। ନବସାରି ଜିଲ୍ଲାର ମେନ୍ଧର ଗାଁରେ ତିନି ଦିନ ଧରି ଫସି ରହିଥିବା ୩୦ ଓଡ଼ିଆ ସମେତ ୩୨ ଜଣଙ୍କୁ ରବିବାର ବାୟୁସେନା ଉଦ୍ଧାର କରିଛି। ବନ୍ୟାରେ ଫସିଥିବା ଲୋକଙ୍କ ଉଦ୍ଧାର ପାଇଁ ବାୟୁସେନାର ୨ ହେଲିକପ୍ଟରକୁ ମୁତୟନ କରାଯାଇଛି। ସୂଚନା ମୁତାବକ, ଲଗାଣ ବର୍ଷା କାରଣରୁ ଗୁଜରାଟର ନବସାରିରେ ୩ ଦିନ ଧରି ୩୦ ଓଡ଼ିଆ ଫସି ରହିଥିଲେ। ଏହାର ସୂଚନା ମିଳିବା ପରେ ପ୍ରଶାସନ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ଆଜି ବାୟୁସେନାର ହେଲିକପ୍ଟର ଯୋଗେ ୩୦ ଓଡ଼ିଆ ସମେତ ୩୨ ଜଣଙ୍କୁ ପ୍ରଶାସନ ଉଦ୍ଧାର କରିଛି। ସମସ୍ତ ଶ୍ରମିକଙ୍କୁ ଉଦ୍ଧାର ପରେ ସୁରତ ବିମାନକୁ ଅଣାଯାଇଛି। ଉଲ୍ଲେଖଯୋଗ୍ୟ, ଗୁଜରାଟରେ ଗତ…

Read More

କ୍ରୀଡ଼ା ଭାରତୀ ଓଡ଼ିଶା ପ୍ରଦେଶ ତରଫରୁ ଆଜି ଭୁବେନଶ୍ବରସ୍ଥିତ ଖାରବେଳନଗରଠାରେ ଏକ ପ୍ରଶିକ୍ଷିଣ ଶିବିର ଅନୁଷ୍ଠିତ ହୋଇଯାଇଛି।  ଏହି ବୈଠକରେ ଓଡ଼ିଶାର ସମସ୍ତ ଜିଲ୍ଲାରୁ ୨୦୦ରୁ ଅଧିକ କ୍ରୀଡ଼ାଭାରତୀର ସଦସ୍ୟ ଯୋଗଦାନ କରିଥିଲେ। ଏହି ପ୍ରଶିକ୍ଷିଣ ଶିବିର ମାଧ୍ୟମରେ ଓଡ଼ିଶାରେ କ୍ରୀଡ଼ାର ପ୍ରଚାର ଓ ପ୍ରସାର ପାଇଁ ଅନେକ ଯୋଜନା ଓ ଭିତ୍ତିଭୂମି ସ୍ଥାପନ କରାଯାଇଛି । ଏହି ଶିବିରରେ ନିକଟ ଭବିଷ୍ୟତରେ ଓଡ଼ିଶାରେ କ୍ରୀଡ଼ାର ଉନ୍ନତି ପାଇଁ ଅନେକ କାର୍ଯ୍ୟକ୍ରମ ଉପରେ ଆଲୋକପାତ କରାଯାଇଥିଲା। ଓଡ଼ିଶାରେ ଖେଳକୁଦ, ଯୋଗ ଓ ପରିବେଶ ସୁରକ୍ଷା ପାଇଁ ଭିନ୍ନ ଭିନ୍ନ କାର୍ଯ୍ୟକ୍ରମ କରାଯିବା ସହିତ ଗ୍ରାମାଞ୍ଚଳରେ କ୍ରୀଡ଼ାକେନ୍ଦ୍ର ସ୍ଥାପନ କରାଯାଇ କ୍ରୀଡ଼ା ପାଇଁ ପ୍ରଶିକ୍ଷିଣ ଦିଆଯିବ ବୋଲି ଏହି ଶିବିରରେ ପ୍ରତିଶ୍ରୁତି ନିଆଯାଇଛି। ଏହି ସଭାକୁ ଦାମୋଦର ପ୍ରଧାନୀ ସଭାପତିତ୍ବ କରିଥିବାବେଳେ କ୍ରୀଡ଼ାଭାରତୀର ରାଷ୍ଟ୍ରୀୟ କୋଷାଧ୍ୟକ୍ଷ ମିଲିନ୍ଦ ଡାଙ୍ଗେ ପ୍ରଶିକ୍ଷଣ ଦେଇଥିଲେ । ସୂଚନାଯୋଗ୍ୟ ୧୯୯୨ ମସିହାରେ  ମହାରାଷ୍ଟ୍ରର ପୁନେଠାରେ ସର୍ବପ୍ରଥେମ…

Read More

ଆମେରିକାର ଓହିଓରେ ହୋଇଥିବା ଗୁଳିକାଣ୍ଡରେ ୯ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି। ଗୁଳିକାଣ୍ଡ ଘଟାଇଥିବା ବ୍ୟକ୍ତିଙ୍କର ମଧ୍ୟ ଏଥିରେ ମୃତ୍ୟୁ ହୋଇଥିବା କୁହାଯାଉଛି। ଏଥିରେ ଅନ୍ୟ ୧୬ ଆହତ ହୋଇଥିବା ବେଳେ ସେମାନଙ୍କୁ ଚିକିତ୍ସା ଲାଗି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଆମେରିକାରେ ୨୪ ଘଣ୍ଟା ମଧ୍ୟରେ ଏହା ହେଉଛି ଦ୍ବିତୀୟ ଗୁଳିକାଣ୍ଡ । ଟେକ୍ସାସର ଏକ ଓ୍ବାଲ ମାର୍ଟରେ ଜଣେ ଆତତାୟୀଙ୍କ ଗୁଳିଚାଳନାରେ ୨୦ ଜଣ ବ୍ୟକ୍ତି ପ୍ରାଣ ହରାଇଥିବା ବେଳେ ୨୬ ଜଣ ଆହତ ହୋଇଛନ୍ତି । ଟେକ୍ସାସର ଏଲ୍‌ ପାସୋରେ ରହିଥିବା ଓ୍ବାଲମାର୍ଟଟି ଭିଡ ଥିବା ସମୟରେ ଏହି ଗୁଳିକାଣ୍ଡ ଘଟିଥିଲା। ଏହି ଘଟଣାରେ ଜଣେ ୨୧ ବର୍ଷୀୟ ଯୁବକଙ୍କୁ ପୁଲିସ୍ ଗିରଫ କରିଛି।

Read More

ସାଲେପୁର ନେମାଳ ମଠରୁ ଜଣେ ଭକ୍ତଙ୍କୁ ଦିନ ଦ୍ୱିପହରରେ ଅପହରଣ କରାଯାଇଛି । ଅପହୃତ ହୋଇଥିବା ଭକ୍ତ ଜଣକ ହେଉଛନ୍ତୁ ଶୁଦ୍ଧେନ୍ଧୁ ମହାନ୍ତି । ତାଙ୍କ ଭୁବନେଶ୍ବରସ୍ଥିତ ଭୀମଟାଙ୍ଗି ଅଞ୍ଚଳରେ । ସ୍ତ୍ରୀ ଓ ଦୁଇ ପିଲାଙ୍କ ସହ ନେମାଳ ମଠ ଦର୍ଶନ ପାଇଁ ଯାଇଥିଲେ । ନେମାଳ ମଠଠାରୁ ୧୦୦ ମିଟର ଦୂରରେ ୫ରୁ୬ ଜଣ ଦୁବୃର୍ତ୍ତ ତାଙ୍କୁ ଉଠାଇ ନେଇଛନ୍ତି । ତେବେ ଅପହରଣର କାରଣ ଜଣାପଡିନଥିବାବେଳେ ତାଙ୍କ ସ୍ତ୍ରୀ ଲୋପାମୁଦ୍ରା ମହାପାତ୍ର ଏନେଇ ସାଲେପୁର ଥାନାରେ ଅଭିଯୋଗ କରିଛନ୍ତି । ପୋଲିସ ତଦନ୍ତ ଆରମ୍ଭ କରିଛନ୍ତି ।

Read More

ଅନ୍ତର୍ଜାତୀୟ ବନ୍ଧୁତ୍ୱ ଦିବସରେ ଇସ୍ରାଏଲ୍‌ ରାଷ୍ଟ୍ରପତି ବେଞ୍ଜାମିନ୍‌ ନେତାନ୍ୟାହୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟୁଇଟ୍‌ କରି ଶୁଭେଚ୍ଛା ଜଣାଇଛନ୍ତି। ଇସ୍ରାଏଲ୍‌ ଦୂତାବାସ ଦ୍ବାରା ପୋଷ୍ଟ କରାଯାଇଥିବା ଏକ ଟୁଇଟ୍‌ରେ ‘ହ୍ୟାପି ପ୍ରେଣ୍ଡସିପ୍‌ ଡେ ୨୦୧୯ ଇଣ୍ଡିଆ । ଲେଖାଯାଇଥିବାବେଳେ ଆମର ବନ୍ଧୁତ୍ବକୁ ଆଗାମୀ ଦିନରେ ଆହୁରି ସଶକ୍ତ ହେବା ସହିତ ଅଧିକ ଉଚ୍ଚକୁ ଛୁଇଁବ ବୋଲି ଲେଖାଯାଇଛି । ଏଥିରେ ବଲିଉଡ୍‌ର ୧୯୭୫ରେ ନିର୍ମିତ ହୋଇଥିବା ହିନ୍ଦୀ ଫିଲ୍ମ ଶୋଲେର ‘ ୟେ ଦୋସ୍ତି ହମ୍‌ ନେହିଁ ଛୋଡ଼େଙ୍ଗେ’ ଗୀତର ଧାଡ଼ିଏ ଲେଖା ହୋଇଛି। ଭାରତ ସ୍ଥିତ ଇସ୍ରାଏଲ ଦୂତାବାସ ବେଞ୍ଜାମିନ ନେତନ୍ୟାହୁଙ୍କ ସହିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଭିଡ଼ିଓ ଟ୍ଵିଟ୍ କରିଛି, ଯାହା ଏବେ ସୋସିଆଲ୍‌ ମିଡ଼ିଆରେ ବେଶ୍‌ ଭାଇରାଲ ହେବାରେ ଲାଗିଛି।

Read More

ଜମ୍ମୁ କାଶ୍ମୀରରେ ସୃଷ୍ଟି ହୋଇଥିବା ପରିସ୍ଥିତିକୁ ନେଇ ଏବେ ବେଶ୍‌ ସ୍ଥିତି ବେଶ୍‌ ଗୋଳମାଳିଆ ରହିଥିବାବେଳେ ରାଜନୈତିକ ନେତାମାନଙ୍କର ବୟାନ ବାଜି ମଧ୍ୟ କମ୍‌ ନାହିଁ । ଜମ୍ମୁ କାଶ୍ମୀରର ପରିସ୍ଥିତିକୁ ନେଇ ପିଡିପି ମୁଖ୍ୟ ତଥା ଜମ୍ମୁ କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ମେହେବୁବା ମୁଫ୍‌ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମାଲୋଚନା କରିଛନ୍ତି ।  କେନ୍ଦ୍ର ଜମ୍ମୁ କାଶ୍ମୀରରୁ ଯାତ୍ରୀ, ପର୍ଯ୍ୟଟକ ତଥା ଛାତ୍ରଙ୍କୁ କାଶ୍ମୀରରୁ ପ୍ରତ୍ୟାବର୍ତ୍ତନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏହାକୁ ନେଇ ମୁଫ୍‌ତି ପ୍ରଧାନମନ୍ତ୍ରୀଙ୍କୁ ଟାର୍ଗେଟ୍‌ କରି କହିଛନ୍ତି ଯେ, ଏବେ ମୋଦି ମାନବିକତା କୁଆଡେ ଗଲା । ରାଜ୍ୟରେ ସୃଷ୍ଟି ହୋଇଥିବା ଏଭଳି ସ୍ଥିତି ପାଇଁ ପ୍ରଧାନମନ୍ତ୍ରୀ ହିଁ ଦାୟୀ ।  ଲୋକଙ୍କୁ ଏଭଳି ଭୟଭୀତ କରାଇବା ଦ୍ବାରା ରାଜ୍ୟର ସ୍ଥିତିକୁ ଅଧିକ ଗୋଳମାଳିଆ ହେବାକୁ ଯାଉଛି ବୋଲି କହିଛନ୍ତି ମୁଫ୍‌ତି । ମେହେବୁବା ମୁଫ୍‌ତି ଜମ୍ମୁକାଶ୍ମୀରର ଏକ ହୋଟେଲ୍‌ରେ ଆଞ୍ଚଳିକ ଦଳମାନଙ୍କ ସହିତ ଆଜି…

Read More

ଇଂଲଣ୍ଡ 19 ବର୍ଷରୁ କମ୍‌ କ୍ରିକେଟ୍‌ ଦଳକୁ 1 ଓ୍ବିକେଟ୍‌ରେ ପରାସ୍ତ କରିଛି ଭାରତୀୟ ଦଳ । ଚେଲ୍‌ମସଫୋର୍ଡରେ ଅନୁଷ୍ଠିତ ମ୍ୟାଚ୍‌ରେ ଭାରତ ଟସ୍‌ ଜିତି ପ୍ରଥମେ ବୋଲିଂର ନିଷ୍ପତ୍ତି ନେଇଥିଲା । ଭାରତ ପକ୍ଷରୁ ପୂର୍ଣ୍ଣାଙ୍କ ତ୍ୟାଗୀ 33 ରନ୍‌ ବିନିମୟରେ 5ଟି ଓ୍ବିକେଟ୍‌ ଅକ୍ତିଆର କରିଥିଲେ । ଫଳରେ ଇଂଲଣ୍ଡ 204 ରନ୍‌ରେ ସମସ୍ତ ଓ୍ବିକେଟ୍‌ ହରାଇଥିଲା । ଜର୍ଜ ହିଲ୍‌ 62 ବଲ୍‌ରୁ ସର୍ବାଧିକ 46 ରନ୍‌ ସଂଗ୍ରହ କରିଥିଲେ । ଜବାବରେ ଓପ୍‌ନର ତଥା ଅଧିନାୟକ ଯଶଶ୍ବୀ ଜୟସ୍ବାଲଙ୍କ 82 ବଲ୍‌ 78 ରନ୍‌ ବିନିମୟରେ ଭାରତ 36.3 ଓଭରରେ 9 ଓ୍ବିକେଟ୍‌ ହରାଇ ବିଜୟ ଲକ୍ଷ୍ୟ ହାସଲ କରି ନେଇଥିଲା ।

Read More

ଓଡିଶାର ଚାନ୍ଦିପୁରରେ ଅବସ୍ଥାପିତ ଡିଆରଡିଓ କେନ୍ଦ୍ରରୁ କ୍ବିକ୍‌ ରିଆକ୍ସନ୍‌ ସରଫେସ୍‌ ଟୁ ଏୟାର (କ୍ୟୁଆର୍‌ଏସ୍‌ଏଏମ୍‌) କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ କରାଯାଇଛି । ଭୂପୃଷ୍ଠରୁ ଆକାଶକୁ ଲକ୍ଷ୍ୟଭେଦ କରୁଥିବା ଏହି କ୍ଷେପଣାସ୍ତ୍ର ରବିବାର ଦିନ 11.05 ମିନିଟ୍‌ରେ ପରୀକ୍ଷଣ କରାଯାଇଥିଲା । ଚାନ୍ଦିପୁରର ଟେଷ୍ଟ ରେଞ୍ଜ-3ରୁ ଏହି କ୍ଷେପଣାସ୍ତ୍ର ପରୀକ୍ଷଣ କରାଯାଇଥିଲା । ଏହି କ୍ଷେପଣାସ୍ତ୍ରଟି 25-30 କିମି ଲକ୍ଷ୍ୟଭେଦରେ ସଫଳ ହେବା ସହିତ ଏହାକୁ ସହଜରେ ଏକ ସ୍ଥାନରୁ ଅନ୍ୟ ସ୍ଥାନକୁ ନେଇ ହେବ । ପୂର୍ବରୁ ଜୁନ୍‌ 4, 2017 ଏବଂ ଫେବୃୟାରୀ 26, 2019ରେ ଏହି କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ ହୋଇଛି ।

Read More

ଭାରତୀୟ ମହାକାଶ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଚନ୍ଦ୍ରଯାନ-2 ଦ୍ବାରା ଉତ୍ତୋଳନ କରାଯାଇଥିବା ପ୍ରଥମ ଫଟୋ ସେୟାର କରାଯାଇଛି । ଇସ୍ରୋର ଅଫିସିଆଲ୍‌ ଟ୍ବିଟ୍ଟର ହ୍ୟାଣ୍ଡେଲରୁ ଏହି ଫଟୋ ସେୟାର କରାଯାଇଛି । ଚନ୍ଦ୍ରଯାନ-2ର ଲ୍ୟାଣ୍ଡର ବିକ୍ରମ ପୃଥିବୀ ପୃଷ୍ଠର ପ୍ରଥମ ଫଟୋ ଉଠାଇ ସେୟାର କରିଛି । ଏଲ୍‌ ଆଇ-4 କ୍ୟାମେରାର ବ୍ୟବହାରରେ ଅଗଷ୍ଟ 3, 2019ରେ ରାତି 11ଟା ସମୟରେ ଏହି ଫଟୋ ଉଠଯାଇଥିଲା । ବିଭିନ୍ନ ଉଚ୍ଚତାରୁ ନିଆଯାଇଥିବା ଫଟୋ ମଧ୍ୟ ଇସ୍ରୋ ସେୟାର କରିଛି । ପୃଥିବୀ ପୃଷ୍ଠରୁ 2450 କିମି, 3200 କିମି, 4100 କିମି, 4700 କିମି ଏବଂ 5000 କିମି ଉଚ୍ଚତାରୁ ନିଆଯାଇଥିବା ବିଭିନ୍ନ ଫଟୋ ସେୟାର କରାଯାଇଛି । ଏହା ସହିତ ଚନ୍ଦ୍ରଯାନ -2ର ସମସ୍ତ ବ୍ୟବସ୍ଥା ସଠିକ୍‌ ଭାବରେ ପରିଚାଳିତ ହେଉଛି ବୋଲି ଇସ୍ରୋ ପକ୍ଷରୁ କୁହାଯାଇଛି ।

Read More

ସାଗରିକା  ଭାରତୀୟ ସଙ୍ଗୀତ ଦୁନିଆର କିମ୍ବଦନ୍ତୀ କଳାକାର  କିଶୋର କୁମାରଙ୍କର ଆଜି ନବେତମ ଜନ୍ମଦିନ । ଭାରତୀୟ ଜୀବନରେ କିଶୋର କୁମାରଙ୍କୁ ବାଦ ଦେଇ ଗୋଟେ ମୁହୂର୍ତ୍ତ ବି କଲ୍ପନା କରାଯାଇପାରିବ ନାଇଁ। ସ୍ଵର ର ମଧୁରତା ଓ ଭାବର ନିବିଡତା ତାଙ୍କର ସବୁ ଗୀତକୁ ଅମରତ୍ଵ ଦେଇଛି।  କେବଳ ଗାୟକ ହିସାବରେ ନୁହେଁ, ଅଭିନେତା ହିସାବରେ ମଧ୍ୟ ତାଙ୍କର ଛାପ ବେଶ୍‌ ସୁସ୍ପଷ୍ଟ । ହିନ୍ଦୀ, ମରାଠୀ, ଅହମୀୟା, ଗୁଜରାତି, କନ୍ନଡ଼, ଭୋଜପୁରୀ, ମଲୟାଲମ୍‌,ଉର୍ଦ୍ଦୁ ସହିତ ଆହୁରି ଅନେକ ଭାରତୀୟ ଭାଷାରେ ଗୀତ ଗାଇ ସେ ଅନେକ ରେକର୍ଡ ସୃଷ୍ଟି କରିଛନ୍ତି । ଭାରତୀୟ ଫିଲ୍ମ ଦୁନିଆର ଅନ୍ୟତମ ଚର୍ଚ୍ଚିତ ତଥା ଗାୟକ ତଥା ଅଭିନେତାଙ୍କ ଜନ୍ମଦିନ ଅବସରରେ ଆମର ଏହି ସ୍ବତନ୍ତ୍ର ଆଲେଖ୍ୟ । ମଧ୍ୟପ୍ରଦେଶର ଖଣ୍ଡଓ୍ବା ସହରର ଜଣାଶୁଣା ଓକିଲ କୁଞ୍ଜିଲାଲ୍‌ଙ୍କ ଘରେ ଅଗଷ୍ଟ ୪, ୧୯୨୯ ତାରିଖରେ କିଶୋର କୁମାର ଜନ୍ମଗ୍ରହଣ କରିଥିଲେ । କିଶୋର…

Read More

କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ରବିବାର ସମସ୍ତ ସୁରକ୍ଷା ଏବଂ ଗୁଇନ୍ଦା ବିଭାଗର ମୁଖ୍ୟଙ୍କ ସହିତ ଏକ ବୈଠକରେ ବସିଛନ୍ତି । ଶାହାଙ୍କ ବ୍ୟତୀତ ଜାତୀୟ ସୁରକ୍ଷା ପରାମର୍ଶଦାତା ମୁଖ୍ୟ ଅଜିତ୍‌ ଡୋଭାଲ୍‌, ଆଇବି ମୁଖ୍ୟ ଅରବିନ୍ଦ କୁମାର, ର’ର ମୁଖ୍ୟ ସାମନ୍ତ ଗୋଏଲ, କେନ୍ଦ୍ର ଗୃହ ସଚିବ ରାଜୀବ ଗୌବାଙ୍କ ସମେତ ଅନ୍ୟାନ୍ୟ ଅଧିକାରୀ ବୃନ୍ଦ ଉପସ୍ଥିତ ଥିଲେ । କାଶ୍ମୀରରେ ସୁରକ୍ଷା ବ୍ୟବସ୍ଥା ବୃଦ୍ଧି କରାଯାଇଥିବା ବେଳେ ସ୍ବରାଷ୍ଟ୍ର ମନ୍ତ୍ରୀଙ୍କ ଏହି ବୈଠକ କାଶ୍ମୀର ପ୍ରସଙ୍ଗ ଆଡକୁ ଇଙ୍ଗିତ କରୁଛି । 2018 ଫ୍ରେବୃୟାରୀରେ ହୋଇଥିବା ପୁଲଓ୍ବାମା ପରି ଆକ୍ରମଣର ସମ୍ଭାବନା ଥିବାରୁ ଗୁଇନ୍ଦା ଅଧିକାରୀଙ୍କ ସହିତ ଶାହା ବୈଠକରେ ବସିଥିବାର ପୂର୍ବାନୂମାନ ଲଗାଯାଉଛି । ସେହିପରି କାଶ୍ମୀରରୁ ସମସ୍ତ ପର୍ଯ୍ୟଟକ ଏବଂ ଅମରନାଥ ଯାତ୍ରୀଙ୍କୁ ପ୍ରତ୍ୟାବର୍ତ୍ତନ କରିବା ପାଇଁ ନିର୍ଦ୍ଦେଶ ଦେବା ଏହି ଦିଗ ଆଡକୁ ଇଙ୍ଗିତ କରୁଛି ।

Read More

ଆଜି ହେଉଛି ବିଶ୍ବ ବନ୍ଧୁତ୍ବ ଦିବସ । ବନ୍ଧୁ ପାଇଁ ଦିନଟିଏ । ସତ କହିବାକୁ ଗଲେ ବନ୍ଧୁତ୍ବ ପାଇଁ ଗୋଟିଏ ଦିନ ନୁହେଁ, ବନ୍ଧୁତ୍ବ ଅନନ୍ତକାଳର । ବନ୍ଧୁତ୍ବ ହେଉଛି ସମ୍ପର୍କର ଅନନ୍ୟ ପରିଭାଷା । ଦୁନିଆର ସବୁଠାରୁ ନିସ୍ବାର୍ଥପର ସମ୍ପର୍କ ହେଉଛି ବନ୍ଧୁତ୍ବ । ଯାହା ପାଖରେ ନଥାଏ କିଛି ପାଇବାର ଆଶା । ପ୍ରତି ଦୁଃଖ ଓ ସୁଖର ସାଥୀ ହୋଇଥାଏ ବନ୍ଧୁ । ରକ୍ତ ସମ୍ପର୍କର ନ ହୋଇ ବି ସବୁ ସମ୍ପର୍କର ଉର୍ଦ୍ଧ୍ବରେ ରହିଥାଏ ବନ୍ଧୁ । ଜୀବନରେ ଯଦି ସାଙ୍ଗ ବା ବନ୍ଧୁ ନଥାଆନ୍ତେ ତେବେ ଆମ ଜୀବନ ମରୁଭୂମି ସଦୃଶ ପାଲଟି ଯାଏ ।   ଅଗଷ୍ଟ ମାସର ପ୍ରଥମ ରବିବାରରେ ପାଳନ କରାଯାଏ ବିଶ୍ବ ବନ୍ଧୁତ୍ବ ଦିବସ ।  ତେବେ ବନ୍ଧୁତ୍ବ ଦିବସ ପ୍ରଥମେ ଆମେରିକାରେ ପାଳନ ହୋଇଥିଲା । ୧୯୩୫ରେ ପ୍ରଥମ ଥର ଆମେରିକା କଂଗ୍ରେସ ଅଗଷ୍ଟ ମାସର ପ୍ରଥମ…

Read More

ଭାରତୀୟ ସୀମାରେ ପଡି ରହିଥିବା 5-7 ଜଣ ପାକିସ୍ତାନୀ ଯବାନଙ୍କ ଶବକୁ ଫେରାଇବାର ନିଷ୍ପତ୍ତି ନେଇଛି ଭାରତ । ପାକିସ୍ତାନର ବର୍ଡର ଆକ୍ସନ୍‌ ଟିମ୍‌ (ବିଏଟି)ର 5-7 ଜଣ ଯବାନଙ୍କ ମୃତ ଶରୀର ପଡଇ ରହିଥିବାରୁ ଏହାକୁ ଫେରାଇ ନେବା ପାଇଁ ଭାରତ ପକ୍ଷରୁ ପାକିସ୍ତାନୀ ଅଧିକାରୀଙ୍କୁ ରବିବାର କୁହାଯାଇଛି । ଭାରତ ପକ୍ଷରୁ ଶବ ନେବାର ପ୍ରସ୍ତାବ ଦିଆଯାଇଥିଲେ ମଧ୍ୟ ପାକିସ୍ତାନ ପକ୍ଷରୁ କୌଣସି ପ୍ରତିକ୍ରିୟା ପ୍ରକାଶ କରାଯାଇନାହିଁ । ଶନିବାର କେରାନ୍‌ ଅଞ୍ଚଳରେ ଏହି ଯବାନ କିମ୍ବା ଆତଙ୍କୀ ମାନେ ସୀମା ଅତିକ୍ରମ କରିବାକୁ ଚେଷ୍ଟା କରୁଥିବା ବେଳେ ପ୍ରାଣ ହରାଇଥିଲେ । ବିଗତ 36 ଘଣ୍ଟା ମଧ୍ୟରେ କାଶ୍ମୀରରେ ଅଶାନ୍ତ ସୃଷ୍ଟି କରିବା ପାଇଁ ପାକିସ୍ତାନ ପକ୍ଷରୁ ଅନେକ ପ୍ରଚେଷ୍ଟା କରାଯାଇଛି ।

Read More

ମୟୁରଭଞ୍ଜ ଜିଲ୍ଲା ଶରତ ଥାନା ଅନ୍ତର୍ଗତ କାଠଚୂଆ ଗ୍ରାମରେ ଜଣେ ଦିବ୍ୟାଙ୍ଗ ଯୁବତୀଙ୍କୁ ବଳାତ୍କାର କରାଯାଇଛି । ତିନି ଦିନ ପରେ ପୀଡ଼ିତାଙ୍କ ମା’ଙ୍କ ଏତଲାକୁ ପୋଲିସ ଗ୍ରହଣ କରିଛି । ଫଳରେ ଅଭିଯୁକ୍ତକୁ ଗିରଫ କରାଯାଇଛି । ଅଭିଯୁକ୍ତ ଜଣକ ଧୋପଡ଼ା ଗ୍ରାମର ବାବୁଲି ବଦ୍ରା ବୋଲି ଜଣାପଡ଼ିଛି । ମିଳିଥିବା ସୂଚନା ମୁତାବକ, ଗତ 31ତାରିଖରେ ଦିବ୍ୟାଙ୍ଗ ଯୁବତୀ ଜଣକ ଘର ବାହାରେ ଶୋଇଥିଲେ । ଏହି ସମୟରେ ତାଙ୍କ ମା’ ପାଣି ଆଣିବାକୁ ବାହାରକୁ ଯାଇଥିଲେ । ମୌକା ଦେଖି ବାବୁଲି ଯୁବତୀଙ୍କୁ ଉଠାଇ ନେଇ ନିକଟସ୍ଥ ଏକ ଜଙ୍ଗଲରେ ଦୁଷ୍କର୍ମ କରିଥିଲା । ପୋଲିସ ମାମଲାକୁ ଗୁରୁତର ସହ ନ ନେଇ ଫେରାଇ ଦେଇଥିଲା । ତେବେ ଗତକାଲି ପୋଲିସ ମାମଲା ରୁଜୁ ଅଭିଯୁକ୍ତ ଯୁବକ ବାବୁଲିକୁ ଗିରଫ କରାଯାଇଛି । ଏହା ସହିତ ପୀଡ଼ିତାଙ୍କ ଡାକ୍ତରୀ ମାଇନା ପାଇଁ ପଠାଇ ଥିବାବେଳେ ତଦନ୍ତ ଜାରି…

Read More

ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ ଏସବିଆଇ, ପିଏନବି ଓ ବ୍ୟାଙ୍କ ଅଫ ବରୋଦା ସମେତ 9ଟି ରାଷ୍ଟ୍ରାୟତ ବ୍ୟାଙ୍କ ଉପରେ ଜରିମାନା ଲଗାଇଛି । ସମସ୍ତ ବ୍ୟାଙ୍କ ଶନିବାର ଦିନ ନିଜ ସେୟାର ବଜାରକୁ ନେଇ ଅଲଗା ତଥ୍ୟ ଦେଇଥିଲେ । ଏସବିଆଇ ଶନିବାର ଦିନ ସେୟାର ବଜାରକୁ ଏକ ଘୋଟାଲା ମମାଲାରେ ତଥ୍ୟ ଦେବାକୁ ବିଳମ୍ବ ହେବାରୁ 50 ଲକ୍ଷ ଜରିମାନା ଲଗାଯାଇଥିଲା । ସେହିପରି ଓରିଏଣ୍ଟାଲ ବ୍ୟାଙ୍କ ଅଫ କମର୍ସ ଉପରେ ମଧ୍ୟ କିଙ୍ଗଫିସର ଏୟାରଲାଇନ୍ସ ମାମଲାରେ ତଥ୍ୟ ଦେବାକୁ ବିଳମ୍ବ କରିଥିବାରୁ 1.5 କୋଟି ଟଙ୍କା ଜରିମାନା ଲଗାଯାଇଛି । ଏତତ୍ ବ୍ୟତୀତ, ୟୁନାଇଟେଡ ବ୍ୟାଙ୍କ ଅଫ ଇଣ୍ଡିଆ, କରପୋରେସନ ବ୍ୟାଙ୍କ ଉପରେ କୋଟିଏ ଟଙ୍କାର ଜରିମାନା ହୋଇଛି । ସେହିପରି ପଂଜାବ ନ୍ୟାଶନାଲ ବ୍ୟାଙ୍କ, ବ୍ୟାଙ୍କ ଅଫ ବରୋଦା ଓ ଫେଡେରାଲ ବ୍ୟାଙ୍କକୁ ୫୦ଲକ୍ଷ ଟଙ୍କା ଦେବାକୁ ନିର୍ଦ୍ଦେଶ ଦିଆଯାଇଛି ।

Read More

ପାରାଦ୍ୱୀପ କୁଜଙ୍ଗ ଥାନା ଅଞ୍ଚଳରେ 5 ବର୍ଷର ଶିଶୁ କନ୍ୟାକୁ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି । ଅଭିଯୁକ୍ତ ସୂର୍ଯ୍ୟ ନାରାୟଣ ଦଳେଇକୁ ପୋଲିସ ଅଟକ ରଖି ପଚରାଉଚରା କରୁଛି । ମିଳିଥିବା ପ୍ରାଥିମକ ସୂଚନା ମୁତାବକ, କୁଜଙ୍ଗ ଥାନା ଅଂଚଳରେ ଏକ ଶିଶୁ କନ୍ୟା ଗାଁ ଦାଣ୍ଡରେ ଖେଳୁଥିବାବେଳେ ପଡ଼ୋଶୀ ଯୁବକ ସୂର୍ଯ୍ୟ ନାରାୟଣ କୌଶଳ କ୍ରମେ ଡାକି ନେଇଥିଲା । ଏହା ପରେ ତାକୁ ପ୍ରଲୋଭନ ଦେଖାଇ ତା ସହିତ ଦୁଷ୍କର୍ମ କରିଥିବା ଅଭିଯୋଗ ଆସିଛି । ଶିଶୁର ପରିବାର ଲୋକ ଜାଣିବା ପରେ କୁଜଙ୍ଗ ଥାନାରେ ଏତଲା ଦେଇଛନ୍ତି । ପୋଲିସ ଅଭିଯୋଗକୁ ଆଧାର କରି ସଂପୃକ୍ତ ଯୁବକଙ୍କୁ ଅଟକ ରଖି ପଚରାଉଚରା କରୁଛି । ଏହା ସହିତ ଶିଶୁ କନ୍ୟାର ଡାକ୍ତରୀମାଇନା ପାଇଁ ବ୍ୟବସ୍ଥା କରାଯାଉଥିବା ସୂଚନା ମିଳିଛି ।

Read More

ଉନ୍ନାଓ ଗଣଦୁଷ୍କର୍ମ ମାମଲାରେ ରବିବାର ଉତ୍ତର ପ୍ରଦେଶର ବିଭିନ୍ନ ସ୍ଥାନରେ ଚଢାଉ କରିଛି କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ । ରବିବାର ସିବିଆଇ ପକ୍ଷରୁ ଉତ୍ତର ପ୍ରଦେଶର 17ଟି ସ୍ଥାନରେ ଚଢାଉ କରାଯାଇଛି । ଜୁଲାଇ 30 ତାରିଖରେ ପୀଡିତାଙ୍କ କାର୍‌କୁ ଏକ ଟ୍ରକ୍‌ ଧକ୍କା ଦେବା ପରେ ମାମଲା ମଙ୍ଗଳବାର ସିବିଆଇକୁ ସ୍ଥାନାନ୍ତର କରାଯାଇଛି । ଏହି ଦୁର୍ଘଟଣା ପରେ ସିବିଆଇ ପକ୍ଷରୁ ନିଲମ୍ବିତ ବିଜେପି ବିଧାୟକ କୁଲ୍‌ଦୀପ୍‌ ସେନ୍‌ଗାରଙ୍କୁ ଗିରଫ କରାଯାଇଛି । ଏହା ସହିତ ରବିବାର ଘଟିଥିବା ଦୁର୍ଘଟଣା ସମ୍ପର୍କରେ ସୂଚନା ପାଇଁ 17ଟି ସ୍ଥାନରେ ଚଢାଉ କରାଯାଇଛି । ରବିବାର ଦୁର୍ଘଟଣାରେ ପୀଡିତା ଏବଂ ପୀଡିତାଙ୍କ ଓକିଲ ଗୁରୁତର ଭାବରେ ଆହତ ହୋଇଥିବା ବେଳେ ପୀଡିତାଙ୍କ ଦୁଇ ପୀଉସୀ ପ୍ରାଣ ହରାଇଥିଲେ ।

Read More