Author: Samikhsya Bureau

ଟିମ ଇଣ୍ଡିଆ ଆଜି ୱେଷ୍ଟଇଣ୍ଡିଜ ବିପକ୍ଷରେ ପଡ଼ିଆକୁ ଓହ୍ଲାଇବ । ପ୍ରଥମ ଦୁଇ ମ୍ୟାଚ ଜିତି ସାରିଥିବା ଭାରତ ତିନି ମ୍ୟାଚ ବିଶିଷ୍ଟ ଶୃଙ୍ଖଳାକୁ କ୍ଲିନସୁଇପ କରିବା ଲକ୍ଷ୍ୟରେ ରହିଛି । ବିରାଟ କୋହଲିଙ୍କ ନେତୃତ୍ୱରେ ଆମେରିକାର ଫ୍ଲୋରିଡ଼ାରେ ଖେଳାଯାଇଥିବା ଟିମ ପ୍ରଥମ 2 ଟି ମ୍ୟାଚରେ ଭାରତୀୟ ଟିମ ବିଜୟୀ ହୋଇଛି । ପ୍ରଥମ ମ୍ୟାଚରେ ଭାରତ 4 ୱିକେଟ ଏବଂ ବର୍ଷା ବାଧାପ୍ରାପ୍ତ ଦ୍ବିତୀ ମ୍ୟାଚ୍‌ରେ 22 ରନରେ ବିଜୟୀ ହୋଇଛି । ତୃତୀୟ ମ୍ୟାଚ ଆଜି ୱେଷ୍ଟଇଣ୍ଡିଜର ଗୁଏନାସ୍ଥିତ ପ୍ରୋଭିଡେନ୍ସ ଷ୍ଟାଡିୟମରେ ଖେଳାଯିବ । ଭାରତୀୟ ସମୟ ରାତି 8ଟାରେ ଏହି ମ୍ୟାଚ୍‌ ଖେଳାଯିବ । ସିରିଜ୍‌ ବିଜୟ ହାସଲ କରି ସାରିଥିବାରୁ ଭାରତ ଏହି ମ୍ୟାଚ୍‌ରେ ବରିଷ୍ଠ ଖେଳାଳିଙ୍କୁ ବିଶ୍ରାମ ଦେବା ନେଇ ଚର୍ଚ୍ଚା ହେଉଛି ।

Read More

ରାମ ଜନ୍ମଭୂମି-ବାବ୍ରୀ ମସଜିଦ ଜମି ବିବାଦ ମାମଲାରେ ସୁପ୍ରିମକୋର୍ଟ ଆଜିଠାରୁ ଦୈନିକ ଶୁଣାଣୀ କରିବେ । ମଧ୍ୟସ୍ଥତା ମାଧ୍ୟମରେ ବିବାଦର କୌଣସି ରାସ୍ତା ବାହାର କରିବାର ଉଦ୍ୟମ ବିଫଳ ହେବା ପରେ ଏବେ ସୁପ୍ରିମକୋର୍ଟ ଏହି ମାମଲାର ଦୈନିକ ଶୁଣାଣୀ କରିବାକୁ ନିଷ୍ପତ୍ତି ନେଇଛନ୍ତି । ପ୍ରଧାନ ବିଚାରପତି ଜଷ୍ଟିସ ରଂଜନ ଗୋଗୋଇଙ୍କ ଅଧ୍ୟକ୍ଷତାରେ ଗଠିତ 5 ସଦସ୍ୟ ବିଶିଷ୍ଟ ସାମ୍ବିଧାନିକ ପୀଠ ଏହି ମାମଲାର ଶୁଣାଣୀ କରିବେ । ଏହି ସାମ୍ବିଧାନିକ ଖଣ୍ଡପୀଠରେ ଜଷ୍ଟିସି ଏସ.ଏ. ବୋବଡେ, ଜଷ୍ଟିସି ଡି.ୱାଇ ଚନ୍ଦ୍ରଚୂଡ଼, ଜଷ୍ଟିସ ଅଶୋକ ଭୂଷଣ ଓ ଜଷ୍ଟିସି ଏସ. ଏ. ନଜୀର ମଧ୍ୟ ସାମିଲ ଅଛନ୍ତି । ସୂଚନାଯୋଗ୍ୟ ଅଗଷ୍ଟ 1ରେ ମଧ୍ୟସ୍ଥତା କମିଟି ସୁପ୍ରିମକୋଟରେ ସିଲ ବନ୍ଦ ଲଫାଫାରେ ଚୂଡାନ୍ତ ରିପୋର୍ଟ ଦାଖଲ ଦେଇଥିଲେ ଏବଂ ପୁଣି ସୁପ୍ରିମକୋର୍ଟ ରିପୋର୍ଟ କହିଥିଲେ ଯେ, ମଧ୍ୟସ୍ଥତା କମିଟି ମାଧ୍ୟମରେ ମାମଲାର କୌଣସି ସମାଧାନ ହୋଇପାରିବ ନାହିଁ । ସୁପ୍ରିମକୋର୍ଟ…

Read More

ଉତ୍ତର ବଙ୍ଗୋପସାଗର ସୃଷ୍ଟ ହୋଇଥିବା ଘୂର୍ଣ୍ଣିବଳୟ ଧିରେ ଧିରେ ଲଘୁଚାପର ରୂପ ନେଉଛି । ଏହାର ପ୍ରଭାବରେ ଉତ୍ତର ଓ ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ହେବାର ସମ୍ଭାବନୀ ରହିଛି । ସେହିପରି ମାଲକାନଗିରି, ରାୟଗଡ଼ା, କେନ୍ଦୁଝର, ଢେଙ୍କାନାଳ, ଅନୁଗୁଳ, ମୟୂରଭଞ୍ଜ, ବାଲେଶ୍ୱର, ଯାଜପୁର, ଭଦ୍ରକ, ଜଗତସିଂହପୁର ଆଦି ଜିଲ୍ଲାରେ ବର୍ଷାର ପରିମାଣ ଅଧିକ ରହିବ । ଆଜି ରାଜ୍ୟର କେତେକ ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା ହେବାର ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ । ଏଥିପାଇଁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି । ଦିନ 12ଟା ଯାଏ 13ଟି ଜିଲ୍ଲାବାସୀଙ୍କୁ ସତର୍କ ରଖିବାକୁ ପରାମର୍ଶ ଦିଆଯାଇଛି । ସେହି ଜିଲ୍ଲା ଗୁଡ଼ିକ ହେଲା ଖୋର୍ଦ୍ଧା, ମାଲକାନଗିରି, କୋରାପୁଟ, ଗଜପତି, ରାୟଗଡ଼ା, କଳାହାଣ୍ଡି, ଅନୁଗୋଳ, ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼, ଦେବଗଡ଼, ସମ୍ବଲପୁର ଓ ଢେଙ୍କାନାଳ । ଏହି ସମୟରେ ଘରୁ ବାହାରକୁ ନ ବାହାରିବାକୁ ପରାମର୍ଶ ଦିଆଯାଇଛି ।

Read More

ରଙ୍ଗାଚରଣ ପ୍ରଧାନ ୧. ଧାରା ୩୭୦ ହଟିଗଲେ କାଶ୍ମୀରରେ ଦେଶ ବିରୋଧୀ ଆତଙ୍କବାଦ କମି ଯିବ କି ? ଉ: ନା । ଏହା ଲାଗି ରହିବ । ସେଇଥିପାଇଁ ତ ଆହୁରି ୩୫୦୦୦ ସୈନ୍ୟ ପଠା ଯାଇଛି । ୨. କାଶ୍ମୀରର ରାଜନୈତିକ ନେତାଙ୍କୁ ପ୍ରଥମ ଥର ଗିରଫ ଓ ନଜରବନ୍ଦ ରଖା ଯାଇଛି କି ? ଉ: ନା, ଆଗରୁ ଏପରି ଅନେକ ଥର ହୋଇଛି । ୩. ଧାରା ୩୭୦ ହଟିଯିବା ପରେ କାଶ୍ମୀର ବାହାର ଲୋକ ସେଠାରେ ଜମି କିଣି ପାରିବ କି ? ଉ: ହଁ । କିନ୍ତୁ ସେଥିପାଇଁ ଜଣେ କାଶ୍ମୀରୀ ଲୋକ ଜମି ବିକିବାକୁ ରାଜି ହେବା ଦରକାର । ସେ କଦାପି ରାଜି ହେବ ନାହିଁ । ଯଦି ସେ ରାଜି ହେଲା ତେବେ ସେଥିରେ କାହାର ଆପତ୍ତି କାହିଁକି ହେବ ? ୪. ଅମ୍ବାନୀ ଓ ଅଦାନୀ ସହଜରେ…

Read More

ଜାତୀୟ ରାଜଧାନୀ ନୂଆଦିଲ୍ଲୀର ଏକ ବହୁତଳ ବିଶିଷ୍ଟ ଅଟ୍ଟାଳିକାରେ ସୋମବାର ରାତିରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ଏହି ଅଗ୍ନିକାଣ୍ଡ ଘଟଣାରେ 6 ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ 11 ଜଣ ଆହତ ହୋଇଛନ୍ତି । ଜାକିର ନଗରରେ ଘଟିଥିବା ଏହି ଅଗ୍ନିକାଣ୍ଡ ଘଟଣା ସଂପର୍କରେ ସୂଚନା ମିଳିବା ପରେ ଦମକଳ ବାହିନୀର 8ଟି ଗାଡି ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ନିୟନ୍ତ୍ରଣ କରିବାକୁ ଉଦ୍ୟମ କରିଛନ୍ତି । ପୁଲିସ ଘଟଣାସ୍ଥଳରୁ 6 ଜଣ ବ୍ୟକ୍ତିଙ୍କର ମୃତଦେହ ଉଦ୍ଧାର କରିଥିବା ବେଳେ 11 ଜଣଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରିଛି । ରାତି 2ଟା ସମୟରେ ଏହି ଅଗ୍ନିକାଣ୍ଡ ଘଟିଥିବା ବେଳେ 7ଟି କାର୍‌ ଏବଂ 8ଟି ବାଇକ୍‌ ନିଆଁରେ ଜଳି ପାଉଁଶ ହୋଇଯାଇଛି ।

Read More

ଦୁର୍ଦ୍ଦାନ୍ତ ଅପରାଧୀ ସେକ୍ ମେହେତାବକୁ କେନ୍ଦ୍ରାପଡ଼ା ସଦର ଥାନା ପୋଲିସ ଏନକାଉଣ୍ଟର କରିଛି । ତାର ଦୁଇ ଗୋଡ଼ରେ ଗୁଳି ବାଜିଥିବା ବେଳେ ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତର କରାଯାଇଛି । ଏହି ସମୟରେ ମେହେତାବର ସହଯୋଗୀ ଫେରାର ହୋଇଯାଇଥିବା ଜଣାପଡ଼ିଛି । ମେହେତାବ ଓ ତା’ର ସହଯୋଗୀ କେନ୍ଦ୍ରାପଡ଼ା ସହରକୁ ଆସୁଥିବା ଖବର ପାଇ ସଦର ପୋଲିସ ଓ ସ୍ପେଶାଲ ସ୍କ୍ୱାର୍ଡ ଟିମ୍‌ ମିଳିତ ଭାବେ ଚଢ଼ଉ କରିଥିଲେ । ଗଣ୍ଡାଖିଆ ନିକଟରେ ଅପରାଧି ଓ ପୋଲିସ ମୁହାଁମୁହାଁ ହୋଇଥିଲେ । ମେହେତାବ ପ୍ରଥମେ ପୋଲିସ ଉପରକୁ 4 ରାଉଣ୍ଡ ଗୁଳି ଚଳାଇ ଖସିଯିବାକୁ ଉଦ୍ୟମ କରିଥିଲେ । ପୋଲିସର ପାଲଟା ଗୁଳିରେ ମେହେତାବ ଆହତ ହୋଇପଡ଼ିଥିଲା । ମାତ୍ର ତାର ସହଯୋଗୀ ଫେରାର ହୋଇଯାଇଛି । ମେହେତାବଠାରୁ ଗୋଟିଏ 9 ମିମି ପିସ୍ତଲ, 9 ହଜାର ଟଙ୍କା, ଦୁଇଟି ମୋବାଇଲ ଫୋନ ଓ ଗୋଟିଏ ବାଇକ୍‌ ଜବତ କରାଯାଇଛି…

Read More

ରାଜ୍ୟସଭାରେ ଜମ୍ମୁକାଶ୍ମୀର ପୁନର୍ଗଠନ ବିଲ୍‌ ଉପସ୍ଥାପନା କରିବା ସମୟରେ ଗୃହମନ୍ତ୍ରୀ ଅମିତ୍‌ ଶାହା ବିବୃତି ପ୍ରଦାନ କରିଛନ୍ତି। ସେ ଏହି ବିବୃତ୍ତିରେ କହିଛନ୍ତି ଯେ, ଜମ୍ମୁ କାଶ୍ମୀରରେ ରକ୍ତପାତ ଯୁଗର ଅନ୍ତ ହୋଇଛି। ଧାରା ୩୭୦ ଆତଙ୍କବାଦର ଜଡ। ରାଜ୍ୟରେ ଗରିବୀ ପାଇଁ ମଧ୍ୟ ଏହି ଧାରା ଦାୟୀ। ଏହା ଯୁବ ବର୍ଗଙ୍କୁ ପଥଭ୍ରଷ୍ଟ କରିବା ସହିତ ବିକାଶରେ ବାଧକ ସାଜିଛି। ଭ୍ରଷ୍ଟାଚାର ହୋଇଛି। ଦଳିତ ଓ ଆଦିବାସୀଙ୍କ ଉନ୍ନତି କରିବାରେ ମଧ୍ୟ ବାଧକ ସାଜିଛି ଧାରା ୩୭୦।  ଏଥିପାଇଁ ଜମ୍ମୁକାଶ୍ମୀରେ ମଧ୍ୟ ଉଦ୍ୟୋଗ ଶିଳ୍ପର ବିକାଶ ହୋଇନାହିଁ। ଏବେ ସମୟ ଆସିଛି ଭୋଟ୍‌ ବ୍ୟାଙ୍କ ରାଜନୀତିରୁ ଉର୍ଦ୍ଧ୍ବକୁ ଯିବା। ସେହିପରି ଉଚିତ୍‌ ସମୟ ଆସିଲେ ଜମ୍ମୁକାଶ୍ମୀରକୁ ରାଜ୍ୟ ମାନ୍ୟତା ଦିଆଯିବ।

Read More

କେନ୍ଦ୍ର ସରକାରଙ୍କ ଐତିହାସିକ ନିଷ୍ପତ୍ତି ଜମ୍ମୁକାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ କରିବା ପରେ ଜମ୍ମୁକାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ମେହେବୁବା ମୁଫତିଙ୍କୁ ଗିରଫ କରାଯାଇଛି। ପିଡିପି ନେତା ମୁଫତିଙ୍କୁ ଗିରଫ କରିବା ପରେ ଶ୍ରୀନଗର ସରକାରୀ ଗେଷ୍ଟ ହାଉସ୍‌ରେ ରଖାଯାଇଛି। ମେହେବୁବା ମୁଫତି ସରକାରଙ୍କ ଏହି ନିଷ୍ପତ୍ତି  ଦୃଢ ବିରୋଧ କରିବା ସହିତ ଏହାକୁ ଭାରତୀୟ ଇତିହାସର କଳାଦିବସ ବୋଲି କହିଛନ୍ତି। ଗତକାଲି ମଧ୍ୟରାତ୍ରରୁ ଦୁଇ ପୂର୍ବତନ ଜମ୍ମୁ କାଶ୍ମୀର ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ଏବଂ ମେହବୁବା ମୁଫ୍‌ତିଙ୍କୁ ଗୃହବନ୍ଦୀ ଭାବରେ ରଖାଯାଇଥିଲା।   ଜମ୍ମୁ କାଶ୍ମୀରରେ ଧାରା ୧୪୪ ଲାଗୁ କରାଯିବା ସହିତ ସମସ୍ତ ବରିଷ୍ଠ ନେତା ମାନଙ୍କୁ ଗୃହବନ୍ଦୀ ଅବସ୍ଥାରେ ରଖାଯାଇଛି। ସର୍ବସାଧାରଣରେ କୌଣସି ବୈଠକ ଉପରେ ମଧ୍ୟ ରୋକ୍‌ ଲଗାଇଛନ୍ତି କେନ୍ଦ୍ର ସରକାର। ମେହେବୁବା ମୁଫ୍‌ତିଙ୍କ ସହ ସଜ୍ଜାଦ ଲୋନ୍‌ ଓ ଓମାର୍‌ ଅବଦୁଲ୍ଲାଙ୍କୁ ମଧ୍ୟ ନ୍ୟାୟିକ ହେପାଜତରେ ନିଆଯାଇଛି।

Read More

କେନ୍ଦ୍ର ସରକାରଙ୍କ ଐତିହାସିକ ନିଷ୍ପତ୍ତି ଜମ୍ମୁ କାଶ୍ମୀରରେ ଧାରା ୩୭୦ ଉଚ୍ଛେଦ ପରେ ମୁସଲିମ୍‌ ଧର୍ମଗୁରୁ ମୌଲାନ୍‌ ସୈଫ୍‌ ଆବାସ ଏହାକୁ ସମର୍ଥନ କରିଛନ୍ତି। ସେ ଏହି ଅବସରରେ କହିଛନ୍ତି ଯେ, ଧାରା ୩୭୦ ପାଇଁ ଗୋଟିଏ ରାଷ୍ଟ୍ରରେ ରହି ମଧ୍ୟ ଆମେ ଅଚିହ୍ନା ବା ଅଜଣା ପରି ରହୁଥିଲୁ। ଭାରତୀୟ ହୋଇ ଯଦି ଜଣେ ଭାରତର ଗୋଟିଏ ସ୍ଥାନରେ ଜମି କିଣିପାରିବ ନାହିଁ କି ବ୍ୟବସାୟ କରିପାରିବ ନାହିଁ, ଏହା ଏକ ଚିନ୍ତାର ବିଷୟ। ଏହାକୁ ବହୁତ ପୂର୍ବରୁ ଶେଷ କରିବାର ଥିଲା। କିନ୍ତୁ ରାଜନୈତିକ ନେତାମାନେ ନିଜ ଫାଇଦା ପାଇଁ ୭୦ ବର୍ଷ ହେଲାଣି ଏହାକୁ ଏପରି ଭାବରେ ରଖି ଆସିଛନ୍ତି। ଏକ ରାଷ୍ଟ୍ରରେ ଏକ ସମ୍ବିଧାନ ହେବା ଜରୁରୀ ବୋଲି କହିଛନ୍ତି ମୁସଲିମ୍‌ ଧର୍ମଗୁରୁ।

Read More

ଆଜି ରାଜ୍ୟସଭାରେ ଜମ୍ମୁ-କାଶ୍ମୀରର ପୁନର୍ଗଠନ ବିଲ୍‌ ପାସ୍‌ ହୋଇଛି । ରାଜ୍ୟସଭାରେ ଏହି ବିଲ୍‌କୁ ଉପସ୍ଥାପନା କରିଥିଲେ ଗୃହମନ୍ତ୍ରୀ ଅମିତ୍‌ ଶାହା । ଏନେଇ ରାଜ୍ୟସଭାରେ ଭୋଟିଂ କରାଯାଇଥିଲା । ପ୍ରଥମେ ଭୋଟିଂ ମେସିନ୍‌ ଜରିଆରେ ଭୋଟ କରାଯାଇଥିବାବେଳେ ମେସିନ୍‌ରେ କିଛି ଯାନ୍ତ୍ରିକ ତ୍ରୁଟି ଯୋଗୁଁ କାଗଜରେ ଭୋଟିଂ ପ୍ରକ୍ରିୟା କରାଯାଇଥିଲା । ଏହି ବିଲ୍‌ ସପକ୍ଷରେ ୧୨୫ଟି ଭୋଟ୍‌ ମିଳିଥିବାବେଳେ ଏହି ବିଲି୍‌ ବିପକ୍ଷରେ ୬୧ଟି ଭୋଟ୍‌ ମିଳିଛି । ଏବେ ଜମ୍ମୁକାଶ୍ମୀରରେ ପୁନର୍ଗଠନ ବିଲ୍‌ ପାସ୍‌ ହୋଇଯାଇଛି । ଏହା ସହିତ ଜମ୍ମୁକାଶ୍ମୀରର ସଂରକ୍ଷଣ ସଂଶୋଧନ ବିଲ୍‌ ମଧ୍ୟ ପାସ୍‌ ହୋଇଯାଇଛି । ସେହିପରି ଜମ୍ମୁକାଶ୍ମୀରଠାରୁ ଲଦାଖକୁ ଅଲଗା କରିବା ନେଇ ମଧ୍ୟ ବିଲ୍‌ ପାସ୍‌ ହୋଇଛି ।

Read More

ଜମ୍ମୁ କାଶ୍ମୀରରୁ ୩୭୦ ଧାରା ଉଚ୍ଛେଦ ନେଇ କେନ୍ଦ୍ର ସରକାରଙ୍କ ଐତିହାସିକ ନିଷ୍ପତ୍ତିକୁ ବିଜେପିର ବରିଷ୍ଠ ନେତା ଲାଲ୍‌କୃଷ୍ଣ ଆଡଭାନୀ ସ୍ବାଗତ କରିଛନ୍ତି । ଏଥିପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଗୃହମନ୍ତ୍ରୀ ଅମିତ୍‌ ଶାହାଙ୍କୁ ଶୁଭେଚ୍ଛା ମଧ୍ୟ ଜଣାଇଛନ୍ତି ସେ କହିଛନ୍ତି, “ଏପରି ଐତିହାସିକ ନିଷ୍ପତ୍ତି ପାଇଁ ମୋଦି ଓ ଶାହଙ୍କୁ ଶୁଭେଚ୍ଛା। ଜମ୍ମୁ-କଶ୍ମୀର ଓ ଲଦାଖରେ ଶାନ୍ତି ଏବଂ ବିକାଶ ପାଇଁ ପ୍ରାର୍ଥନା କରୁଛି। ଜାତୀୟ ଏକତା ଓ ଜାତୀୟ ସ୍ୱାର୍ଥ ପାଇଁ କେନ୍ଦ୍ର ସରକାର ଏପରି ନିଷ୍ପତ୍ତି ନେଇଛନ୍ତି। ଜନସଂଘ ଦିନରୁ ହିଁ ଧାରା ୩୭୦କୁ ଉଚ୍ଛେଦ କରିବା ବିଜେପିର ଆଦର୍ଶ ଓ ଲକ୍ଷ୍ୟ ରହିଥିଲା।”

Read More

କେନ୍ଦ୍ର ସରକାରଙ୍କ ଜମ୍ମୁ କାଶ୍ମୀରକୁ ସ୍ୱତନ୍ତ୍ର ରାଜ୍ୟର ମାନ୍ୟତା ପ୍ରଦାନ କରୁଥିବା ସମ୍ବିଧାନ ଧାରା ୩୭୦ ଉଚ୍ଛେଦ ପ୍ରସ୍ତାବକୁ ସୋମବାର ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ (ଆରଏସଏସ) ଏବଂ ଶିବସେନା ସ୍ୱାଗତ କରିଛନ୍ତି। ଆରଏସଏସ ମୁଖ୍ୟ ମୋହନ ଭାଗବତ ଧାରା ୩୭୦ ଏବଂ ୩୫-କ ଉଚ୍ଛେଦ ଓ ରାଜ୍ୟକୁ ଦୁଇ ଭାଗରେ ବାଣ୍ଟିବାର ନିଷ୍ପତ୍ତିକୁ ମୋଦିଙ୍କ ସାହାସିକ ପଦକ୍ଷେପ ବୋଲି କହିଛନ୍ତି। ଏହା ଦେଶ ଏବଂ ଜାମ୍ମୁ କାଶ୍ମୀର ହିତ ପାଇଁ ଆବଶ୍ୟକ ଥିଲା। ବ୍ୟକ୍ତିଗତ ଫାଇଦା ଏବଂ ରାଜନୈତିକ ମତଭେଦରୁ ଉପରକୁ ଉଠି ସମସ୍ତକୁ ଏହି ପଦକ୍ଷେପର ସ୍ୱାଗତ ଏବଂ ସମର୍ଥନ କରିବା ଉଚିତ। ସେହିପରି ଶିବସେନା ଅଧ୍ୟକ୍ଷ ଉଦ୍ଧବ ଠାକରେ ସରକାରଙ୍କ ଏହି ନିଷ୍ପତ୍ତିକୁ ଐତିହାସିକ ବୋଲି କହିଛନ୍ତି। ସେ କହିଛନ୍ତି ଯେ ଏନଡିଏ ସରକାରଙ୍କ ନିଷ୍ପତ୍ତିରୁ ବାଲାସାହାବ ଠାକେରଙ୍କ ସ୍ୱପ୍ନ ପୂରଣ ହୋଇଛି।

Read More

ସମୀକ୍ଷା ବ୍ୟୁରୋ କେନ୍ଦ୍ର ସରକାର ଜମ୍ମୁକାଶ୍ମୀରରେ ଧାରା ୩୭୦କୁ ସମାପ୍ତ କରିଛନ୍ତି । ସରକାରଙ୍କ ଏହି ନିଷ୍ପତ୍ତି ପରେ ସଂସଦରେ ହଙ୍ଗାମା ସୃଷ୍ଟି ହୋଇଛି । କିନ୍ତୁ ଦେଶରେ ପ୍ରାୟ ୧୧ଟି ରାଜ୍ୟରେ ଏପରି କିଛି ଧାରା ଲାଗୁ ହୋଇଛି । କେନ୍ଦ୍ର ସରକାରଙ୍କ ତରଫରୁ ସେଠାରେ କିଛି ବିଶେଷ ଅଗ୍ରାଧିକାର ଦିଆଯାଇଥାଏ । ଧାରା ୩୭୧ରେ ଅନ୍ତର୍ଗତରେ କେନ୍ଦ୍ର ସରକାର ସେହି ସମସ୍ତ ରାଜ୍ୟକୁ ବିକାଶ, ସୁରକ୍ଷା ଆଦି ସମ୍ବନ୍ଧୀୟ କାର୍ଯ୍ୟ ପାଇଁ ସ୍ବତନ୍ତ୍ରତା ଦେଇଥା’ନ୍ତି । ମହାରାଷ୍ଟ୍ର/ଗୁଜରାଟ – ଆର୍ଟିକିଲ୍‌ ୩୭୧ ମହାରାଷ୍ଟ୍ର ଓ ଗୁଜୁରାଟ ଏହି ଦୁଇରାଜ୍ୟରେ ରାଜ୍ୟପାଳଙ୍କ ଧାରା ୩୭୧ ସମ୍ବନ୍ଧୀୟ ବିଶେଷ ସ୍ବତନ୍ତ୍ରତା ରହିଛି । ମହାରାଷ୍ଟ୍ରର ବିଦର୍ଭ, ମରାଠାଓ୍ବାଡା ଓ ଗୁଜୁରାଟର ସୌରାଷ୍ଟ୍ର ଓ କଚ୍ଛର ଅଲଗା ବିକାଶ ବୋର୍ଡ ନିର୍ମାଣ କରାଯାଇ ଏହି ଅଞ୍ଚଳରେ ବିକାଶ କାର୍ଯ୍ୟ ପାଇଁ ଯଥାସମ୍ଭବ ଅର୍ଥଯୋଗାଣ କରାଯାଏ । ନିଯୁକ୍ତିଭିତ୍ତିକ ଶିକ୍ଷା, ଭୋକେଶନାଲ୍‌ ଟ୍ରେନିଂ ଓ…

Read More

ଭାରତରେ କ୍ରିକେଟ୍‌କୁ ଧର୍ମ ପରି ବିବେଚନା କରାଯାଏ । ମାତ୍ର ଚଳିତ କ୍ରିକେଟ୍‌ ବିଶ୍ବକପ୍‌ର ସେମି ଫାଇନାଲ୍‌ରୁ ଭାରତୀୟ ଦଳ ବିଦାୟ ନେବା ପରେ ବିଭିନ୍ନ ମହଲରୁ ଏହାକୁ ସମାଲୋଚନା କରାଯାଉଛି। ବରିଷ୍ଠ ଖେଳାଳିଙ୍କ ପକ୍ଷରୁ କୋହଲିଙ୍କୁ ଅଧିନାୟକ ପଦବୀରୁ ବହିଷ୍କାର କରାଯିବାର ଦାବି କରାଯାଉଛି । ଏହି ସମୟରେ ଭାରତୀୟ ଦଳ ଓ୍ବେଷ୍ଟଇଣ୍ଡିଜ ଗସ୍ତ କରିଛି । ଦଳ ଟି20 ସିରିଜ୍‌ରେ ବିଜୟୀ ହୋଇଥିଲେ ମଧ୍ୟ ଦଳର ପ୍ରଦର୍ଶନ ସନ୍ତୋଷ ଜନକ ନ ରହିବା ନେଇ ପୁନର୍ବାର କୋହଲି ଭାରତୀୟ ଚୟନକର୍ତ୍ତା ସମାଲୋଚନାର ଶିକାର ହୋଇଛନ୍ତି । ଚଳିତ ଗସ୍ତରୁ ମହେନ୍ଦ୍ର ସିଂ ଧୋନୀ ବିଶ୍ରାମ ନେଇଥିବା ବେଳେ ତାଙ୍କ ସ୍ଥାନରେ ଋଷଭ ପନ୍ତଙ୍କୁ ଦଳରେ ସାମିଲ କରାଯାଇଥିଲା । ପନ୍ତ ନିଜର ଆକ୍ରମଣାତ୍ମକ ବ୍ୟାଟିଂ ନିମନ୍ତେ ପ୍ରସିଦ୍ଧି ହାସଲ କରିଥିଲେ ମଧ୍ୟ ଏହି ଦୁଇ ମ୍ୟାଚ୍‌ରେ ବେପରୁଆ ସଟ୍‌ ଖେଳି ଚର୍ଚ୍ଚାକୁ ଆସିଛନ୍ତି । ସେହିପରି ଚାରି ନମ୍ବର…

Read More

କେନ୍ଦ୍ର ସରକାରଙ୍କ ଐତିହାସିକ ନିଷ୍ପତ୍ତି ତଥା ଜମ୍ମୁ କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦକୁ କଂଗ୍ରେସ, ପିଡିପି, ନ୍ୟାସନାଲ୍ କନଫରେନ୍ସ ପ୍ରମୁଖ ବିରୋଧ କରିଛନ୍ତି । ଜମ୍ମୁକାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ମେହେବୁବା ମୁଫତି ଓ ଗୁଲାମ୍‌ ନବୀ ଆଜାଦ୍‌ ଆଜିର ଦିନକୁ ଇତିହାସର କଳା ଦିବସ ଓ ଏହା ଲୋକତନ୍ତ୍ରର ହତ୍ୟା ବୋଲି ଅଭିହିତ କରିଥିବାବେଳେ ସରକାରଙ୍କ ଏହି ନିଷ୍ପତ୍ତିକୁ କଡ଼ା ସମାଲୋଚନା କରିଛନ୍ତି କମ୍ୟୁନିଷ୍ଟ୍‌ ଦଳର ମହାସଚିବ ଡି. ରାଜା । ଡି. ରାଜା ସରକାରଙ୍କୁ ବିରୋଧ କରିବା ସହିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତୁଳନା ଜର୍ମାନୀର ଏକଛତ୍ରବାଦ ଶାସକ ଆଡଲଫ୍‌ ହିଟଲର୍‌ଙ୍କ ସହ ତୁଳନା କରିଛନ୍ତି । ଜମ୍ମୁ କାଶ୍ମୀରକୁ ବିଶେଷାଧିକାର ଦେଉଥିବା ଧାରା ୩୭୦୯ର କିଛି ପ୍ରାବଧାନରେ ପରିବର୍ତ୍ତନକୁ ନେଇ ସରକାରଙ୍କୁ ବିରୋଧ କରିଛନ୍ତି ଡି. ରାଜା ।

Read More

କେଦାର ମିଶ୍ର ଲୋକ ବହୁତ ଖୁସି, କାରଣ ସମ୍ବିଧାନର ଧାରା ୩୭୦କୁ ସରକାର ଉଠାଇନେଲେ। ପ୍ରଥମଥର ଆମେ ଦେଖିଲୁ ବିନା ସମ୍ବିଧାନ ସଂଶୋଧନରେ, ବିନା ଭୋଟରେ ଗୋଟେ ସାମ୍ବିଧାନିକ ଧାରାକୁ ଲିଭେଇ ଦିଆଗଲା। ଏହା କେତେଦୂର ଆଇନ ସମ୍ମତ ତାହା ଆଗାମୀ ଦିନରେ ସୁପ୍ରିମ କୋର୍ଟରେ ନିର୍ଦ୍ଧାରିତ ହେବ। ତେବେ ସବୁଠୁ ବଡକଥା ହେଉଛି, ଗୋଟେ ରାଜ୍ୟକୁ ବିନା ବିତର୍କ, ବିନା ବିଧାନସଭାର ପ୍ରସ୍ତାବ, ବିନା ଲୋକ ସମର୍ଥନରେ କେନ୍ଦ୍ର ଶାସିତ ଅଞ୍ଚଳ କରାଯାଇପାରିବ କି? ଭାରତରେ ଆଜି ପର୍ୟନ୍ତ କେନ୍ଦ୍ର ଶାସିତ ଅଞ୍ଚଳଗୁଡିକ ରାଜ୍ୟ ପାହ୍ୟାକୁ ଉନ୍ନୀତ ହେଉଥିଲେ। ପ୍ରଥମଥର ଲାଗି ଗୋଟେ ରାଜ୍ୟର ସଙ୍ଘୀୟ ଅଧିକାରକୁ ସେ ରାଜ୍ୟର ବିଧାନସଭାର ଅନୁପସ୍ଥିତିରେ କ୍ଷୁଣ୍ଣ କରାଯାଇଛି। ଜମ୍ମୁ-କାଶ୍ମୀରକୁ ରାଜ୍ୟ ମର୍ୟାଦାରୁ ବାଦ ଦେବା ଓ ସେଠିକାର ସଙ୍ଘୀୟ ଅଧିକାରକୁ ଭାଙ୍ଗି ଆମେ କି ବାର୍ତ୍ତା ଦେଇଛୁ? ଏ ପ୍ରକାର ନିଷ୍ପତ୍ତି ଆମେ ଯେ ଗଣତାନ୍ତ୍ରିକ ଉପାୟରେ ନେଇଛୁ, ତାହା କୁହାଯାଇପାରିବ…

Read More

ଢେଙ୍କାନାଳରେ ଗ୍ୟାସ ଟାଙ୍କି ଫାଟି ଅଗ୍ନିକାଣ୍ଡ ଘଟିଛି । ଏହି ଅଘଟଣରେ ନିଆଁ ଲାଗି ଗୋଟିଏ ପରିବାରର 3 ଜଣ ପୋଡ଼ି ହୋଇଯାଇଥିବା ବେଳେ 11 ବଖରା ଘର ମଧ୍ୟ ପୋଡ଼ିଯାଇଛି । ସୂଚନାନୁସାରେ, ଢେଙ୍କାନାଳ ଜିଲ୍ଲା ମୋଟଙ୍ଗା ଥାନା ବାଙ୍ଗୁରୁସିଙ୍ଗା ଗାଁ ସଅର ସାହିରେ ଅଗ୍ନିକାଣ୍ଡ ଘଟି ୩ଜଣ ପୋଡ଼ି ହୋଇଯାଇଛନ୍ତି । ଘରେ ଜଣେ ମହିଳା ରୋଷେଇ କରୁଥିବା ବେଳେ କୈାଣସି କାରଣରୁ ହଠାତ ଗ୍ୟାସ ଟାଙ୍କିଟି ଫାଟିଯାଇଥିଲା । ଫଳରେ ନିଆଁ ଲାଗି ପରିବାରର ତିନଜଣ ମାଆ ,ପୁଅ ,ବୋହୂ ପୋଡ଼ି ହୋଇ ଗୁରୁତର ହୋଇପଡ଼ିଛନ୍ତି । ଏହା ସହ ଅଗ୍ନିକାଣ୍ଡରେ 11 ବଖରା ଘର ମଧ୍ୟ ପୋଡ଼ିଯାଇଛି । ଗୁରୁତର ହୋଇପଡ଼ିଥିବା ମାଆ ,ପୁଅ ,ବୋହୂଙ୍କୁ ପଥମେ ସ୍ଥାନୀୟ ମେଡ଼ିକାଲରେ ଭର୍ତ୍ତି କରାଯାଇଥିବା ବେଳେ ଅବସ୍ଥା ସଂକଟାପର୍ଣ୍ଣ ହେବାରୁ କଟକ ବଡ଼ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି ।

Read More

ଜାମ୍ମୁକାଶ୍ମୀରରୁ ଧାରା 370 ଉଚ୍ଛେଦ କରାଯିବା ନେଇ । ଏହି ବିଲ ରାଜ୍ୟସଭାରେ ଉପସ୍ଥାପନା ବେଳେ 2 ଜଣ ପିଡିପି ସାଂସଦ ପ୍ରବଳ ପାଟିତୁଣ୍ଡ ସହ ହଙ୍ଗାମା କରିବା କାରଣରୁ ତାଙ୍କୁ ଗୃହରୁ ବିତାଡ଼ିତ କରାଯାଇଛି । ରାଜ୍ୟସଭାରେ ଗୃହମନ୍ତ୍ରୀ ଅମିତ ଶ।।ହା ଧାରା 370, 35(ଏ) ବିଲ ଉପସ୍ଥାପନା ବେଳେ 2 ଜଣ ପିଡିପି ସାଂସଦ ନାଜିର ଅହମ୍ମଦ ଲାୱେ ଓ ଏମଏମ ଫୟାଜ ହଙ୍ଗାମା କରିଥିଲେ । ଏହା ସହ ସେ ଦୁହେଁ ରାଜ୍ୟ ସଭାରେ ପ୍ରବଳ ପାଟିତୁଣ୍ଡ କରିବା ସହ ସମ୍ଭିଧାନ ଚିରିବାକୁ ଉଦ୍ୟମ କରିଥିଲେ । ଏହା ସହିତ ଲାଓ୍ବେ ନିଜର କୁର୍ତ୍ତା ମଧ୍ୟ ଚିରି ଦେଇଥିଲେ । ଏହାପରେ ମାର୍ଶାଲଙ୍କ ଦ୍ବାରା ଉଭୟ ସାଂସଦଙ୍କୁ ଅଧ୍ୟକ୍ଷ ଏମ୍‌ ଭେଙ୍କୟା ନାଇଡୁ ଗୃହରୁ ବାହାର କରି ଦେଇଥିଲେ ।

Read More

ଆଜି କେନ୍ଦ୍ର ସରକାରଙ୍କ ଐତିହାସିକ ନିଷ୍ପତ୍ତି ପରେ ଜମ୍ମୁ-କଶ୍ମୀରରୁ ଧାରା ୩୭୦ ହଟାଇ ନିଆଯାଇଛି। ଫଳରେ ଏଠାରେ ୧୯୩୨ଠାରୁ ପ୍ରଚଳିତ ଥିବା ୮୭ ବର୍ଷ ପୁରାତନ ରଣବୀର ଦଣ୍ଡ ସଂହିତା(ଆର୍‌ପିସି) ବଦଳରେ ଏବେ ଭାରତୀୟ ଦଣ୍ଡ ସଂହିତା(ଆଇପିସି)ର ପ୍ରଚଳନ ହେବ। ରଣବୀର ଦଣ୍ଡ ସଂହିତା ରାଜା ରଣବୀର ସିଂଙ୍କ ଦ୍ୱାରା ପ୍ରଚଳନ କରାଯାଇଥିଲା। ତାଙ୍କ ପରେ ବ୍ରିଟିଶ୍‌ ସମୟରେ ମଧ୍ୟ ଏହି ଦଣ୍ଡ ସଂହିତା ରାଜ୍ୟରେ ଜାରି ରହିଥିଲା। ଭାରତ ସ୍ବାଧୀନତା ପାଇବା ପରେ ପ୍ରଥମ ଜମ୍ମୁ କାଶ୍ମୀର ସ୍ବତନ୍ତ୍ର ରାଜ୍ୟ ରହିଥିଲା । ସେହି ସମୟରେ ଜମ୍ମୁ କାଶ୍ମୀରରେ ଡୋଗରା ରାଜବଂଶର ଶାସନ ଚାଲିଥିଲା । ସେଠାରେ ମହାରାଜାଙ୍କ ନାମ ଅନୁସାରେ ରଣବୀର ଦଣ୍ଡ ସଂହିତା ଲାଗୁ କରାଯାଇଥିଲା । ଭାରତୀୟ ଦଣ୍ଡ ସଂହିତା ଏବଂ ରଣବୀର ଦଣ୍ଡ ସଂହିତା ମଧ୍ୟରେ କେତେକ ଭିନ୍ନତା ରହିଛି। ଭାରତୀୟ ଦଣ୍ଡ ସଂହିତା ଧାରା (ଆଇପିସି) ୧୫୩-ସି-ଏ-ଏ ଅନ୍ତର୍ଗତ ସର୍ବ ସାଧାରଣ ସ୍ଥଳକୁ…

Read More

ହରିୟାଣା ବିଜେପିରେ ତିନି ଜଣ ବିଧାୟକ ଯୋଗ ଦେଇଛନ୍ତି । ସୋମବାର ଯୋଗ ଦେଇଥିବା ବିଧାୟକଙ୍କ ମଧ୍ୟରେ ଦୁଇ ଜଣ ଆଇଏନ୍‌ଏଲ୍‌ଡି ବିଧାୟକ ରହିଥିବା ବେଳେ ଜଣେ ସ୍ବାଧୀନ ବିଧାୟକ ଯୋଗ ଦେଇଛନ୍ତି । ଆଇଏନ୍‌ଏଲ୍‌ଡି ବିଧାୟକ ରାମଚନ୍ଦ୍ର କମ୍ବୋଜ ଏବଂ ନସୀମ୍‌ ଅହମ୍ମଦ ବିଜେପିରେ ଯୋଗ ଦେଇଛନ୍ତି । କମ୍ବୋଜ ରାଇନାର ବିଧାୟକ ରହିଥିବା ବେଳେ ନସୀମ୍‌ ଫିରୋଜପୁରର ବିଧାୟକ ରହିଛନ୍ତି । ସେହିପରି ସଫିଦୋନ୍‌ର ବିଧାୟକ ଜସବୀର ଦେଶଓ୍ବାଲ ମଧ୍ୟ ବିଜେପିରେ ଯୋଗ ଦେଇଛନ୍ତି । ଏହି ତିନି ବିଧାୟକ ମୁଖ୍ୟମନ୍ତ୍ର ମନୋହର ଲାଲ ଖଟ୍ଟରଙ୍କ ଉପସ୍ଥିତିରେ ବିଜେପିରେ ଯୋଗ ଦେଇଥିଲେ ।

Read More

ଶିଖ୍‌ ବିରୋଧୀ ଦଙ୍ଗା ମାମଲାର ଅଭିଯୁକ୍ତ ସଜ୍ଜନ ଶର୍ମାଙ୍କ ଯାଚିକାର ବିଚାର କରିବାର ନିଷ୍ପତ୍ତି ନେଇଛନ୍ତି ସୁପ୍ରିମକୋର୍ଟ । 1984 ଦଙ୍ଗା ନିମନ୍ତେ ଆଜୀବନ କାରାଦଣ୍ଡାଦେଶ ପାଇଥିବା ଶର୍ମା ନିଜର ଦଣ୍ଡାଦେଶ ଋଦ୍ଦ କରିବା ନିମନ୍ତେ ସୁପ୍ରିମକୋର୍ଟଙ୍କ ନିକଟରେ ଆବେଦନ କରିଥିଲେ । ସୋମବାର ଜଷ୍ଟିସ୍‌ ଏସ୍‌ ଏ ବୋବଡେ ଏବଂ ବି ଆର ଗଭାଇ ଏହି ମାମଲା ଉପରେ ବିଚାର କରି ନିଷ୍ପତ୍ତି ଶୁଣାଇଛନ୍ତି । ଆସନ୍ତା ବର୍ଷ ମେ ମାସରେ ସଜ୍ଜନ ଶର୍ମାଙ୍କ ମାମଲାର ବିଚାର କରାଯିବ ବୋଲି ଖଣ୍ଡପୀଠ ନିଷ୍ପତ୍ତି ନେଇଛନ୍ତି । 1984 ଦଙ୍ଗା ସମୟରେ 5 ଜଣ ଶିଖ୍‌ଙ୍କୁ ହତ୍ୟା କରିବା ଅଭିଯୋଗରେ ଦିଲ୍ଲୀ ହାଇକୋର୍ଟ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଥିଲେ ।

Read More