Author: Samikhsya Bureau

ରାଜ୍ୟରେ ନୂତନ ଭାବରେ ୪ଟି ପ୍ଲାନେଟୋରିୟମ୍‌ ନିର୍ମାଣ ହେବ ବୋଲି ଜଣାପଡିଛି। ଆଜି ବିଧାନସଭାରେ ବିଭାଗୀୟ ମନ୍ତ୍ରୀ ଅଶୋକ ପଣ୍ଡା ଏହି ସୂଚନା ଦେଇଛନ୍ତି। ରାଜ୍ୟରେ ବର୍ତ୍ତମାନ ୨ଟି ପ୍ଲାନେଟୋରିୟମ୍‌ ରହିଥିବା ବେଳେ ନୂତନ ଭାବରେ ଗୋପାଳପୁର, ରାୟଗଡା, କେନ୍ଦୁଝର ଏବଂ ବାରିପଦାରେ ଏହି ପ୍ଳାନେଟୋରିୟମ୍‌ ନିର୍ମିତ ହେବ। ୩୦ କୋଟି ଟଙ୍କାର ବ୍ୟୟବରାଦରେ ଏହି ପ୍ଲାନେଟୋରିୟମ୍‌ ନିର୍ମିତ ହେବ ବୋଲି ମନ୍ତ୍ରୀ ଶ୍ରୀ ପଣ୍ଡା ସୂଚନା ଦେଇଛନ୍ତି। ଗୋପାଳପୁର ନିମନ୍ତେ ୯ କୋଟି ଟଙ୍କା ଅଟକଳ କରାଯାଇଥିବା ବେଳେ ଅନ୍ୟ ତିନୋଟି ପ୍ରକଳ୍ପ ନିମନ୍ତେ ୭ କୋଟିର ଅଟକଳ ରଖାଯାଇଛି। ଏହା ସହିତ ରାଜ୍ୟର ସମସ୍ତ ଜିଲ୍ଲାରେ ସାଇନ୍ସ ପାର୍କ ପ୍ରତିଷ୍ଠା କରାଯିବ ବୋଲି ଜଣାପଡିଛି। ପ୍ରାରମ୍ଭିକ ଭାବରେ ୧୦ଟି ସାଇନ୍ସ ପାର୍କର କାର୍ଯ୍ୟ ଆରମ୍ଭ କରାଯିବ ବୋଲି ଜଣାପଡିଛି।

Read More

ଆସନ୍ତା 7 ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ପ୍ରବଳ ବର୍ଷାର ହେବାର ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ କେନ୍ଦ୍ର । ଅଧିକାଂଶ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ଆକଳନ କରାଯାଇଛି । ବିଶେଷ କରି ଦକ୍ଷିଣ ଓଡ଼ିଶାର ସ୍ଥିତି ସଙ୍ଗୀନ ହେବାର ଆଶଙ୍କା ରହିଛି । ମାଲକାନଗିରି, କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି ଏବଂ ନୂଆପଡ଼ା ଜିଲ୍ଲା ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏଥିପାଇଁ ସତର୍କ ରହିବାକୁ 5 ଟି ଜିଲ୍ଲାର ଜିଲ୍ଲାପାଳଙ୍କୁ ସ୍ୱତନ୍ତ୍ର ରିଲିଫ୍‌ କମିଶନର ବିଷ୍ଣୁପଦ ସେଠୀ ଚିଠି ଲେଖିଛନ୍ତି । ଆସନ୍ତାକାଲି ସକାଳ ପର୍ଯ୍ୟନ୍ତ କୋରାପୁଟ, ମାଲକାନଗିରି, ନବରଙ୍ଗପୁର, ନୂଆପଡ଼ା ଓ କଳାହାଣ୍ଡି ଜିଲ୍ଲାରେ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି । ଏହା ସହିତ ବରଗଡ଼, ଢେଙ୍କାନାଳ, ଅନୁଗୁଳ, ପୁରୀ, କେନ୍ଦୁଝର, ଗଞ୍ଜାମ, ଝାରସୁଗୁଡ଼ା, ସମ୍ବଲପୁର, ସୁନ୍ଦରଗଡ଼, ଦେବଗଡ଼, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତ୍ସିଂହପୁର ଓ ବୌଦ୍ଧରେ ପ୍ରବଳ ବର୍ଷା ହୋଇପାରେ ।

Read More

ଆମେରିକା ଏବଂ ଚୀନ୍‌ ମଧ୍ୟରେ ଚାଲିଥିବା ବାଣିଜ୍ୟିକ ଯୁଦ୍ଧର ଫାଇଦା ନେଇଛି ମେକ୍ସିକୋ । ପୂର୍ବରୁ ରପ୍ତାନୀ ଏବଂ ଆମଦାନୀରେ ଚୀନ୍‌ ଆମେରିକାର ଏକ ନମ୍ବର ସହଯୋଗୀ ରହିଥିବା ବେଳେ ବର୍ତ୍ତମାନ ଏହା ତୃତୀୟ ସ୍ଥାନକୁ ଖସି ଆସିଛି । ଅନ୍ୟ ପକ୍ଷରେ ଦୁଇ ଛୋଟ ରାଷ୍ଟ୍ର ତଥା ଆମେରିକାର ପଡୋଶୀ ରାଷ୍ଟ୍ର କାନାଡା ଏବଂ ମେକ୍ସିକୋ ଏହି ତାଲିକାରେ ଉପରକୁ ଉଠିଛନ୍ତି । ଓ୍ବାଲ୍‌ ଷ୍ଟ୍ରିଟ୍‌ ଜର୍ଣ୍ଣାଲ ପକ୍ଷରୁ ପ୍ରକାଶିତ ତଥ୍ୟ ଅନୁଯାୟୀ ଚୀନ୍‌ ସହିତ ମତଭେଦ ପରେ ଆମେରିକା ବର୍ତ୍ତମାନ ମେକ୍ସିକୋ ଏବଂ କାନାଡା ସହିତ ବ୍ୟବସାୟ ଅଭିବୃଦ୍ଧିର ଲକ୍ଷ୍ୟ ରଖିଛି । ଫଳସ୍ବରୂପ ମେକ୍ସିକୋ ସହିତ ଏହାର ବ୍ୟବସାୟ ସର୍ବୋଚ୍ଚ ସ୍ତରରେ ପହଞ୍ଚିଛି । ଆମେରିକାରୁ ଚୀନ୍‌କୁ ରପ୍ତାନୀ 19 ପ୍ରତିଶତ ହ୍ରାସ ପାଇଥିବା ବେଳେ ଚୀନ୍‌ର ରପ୍ତାନୀ 12 ପ୍ରତିଶତ ହ୍ରାସ ପାଇଛି । ଟ୍ରମ୍ପ ସରକାର ଆସିବା ପରଠାରୁ ବିଭିନ୍ନ ସାମଗ୍ରୀ ଉପରେ 25…

Read More

ଅନୁଗୁଳ ଜିଲ୍ଲା କଣିହାଁରେ ଅବସ୍ଥିତ ଏନଟିପିସି ପ୍ରକଳ୍ପରେ କୋଇଲା ସଙ୍କଟ ଦେଖାଦେଇଛି । ଫଳରେ କମ୍ପାନୀର ଆଉ ଏକ ୟୁନିଟକୁ ବନ୍ଦ କରାଯାଇଛି । 4 ଦିନ ତଳେ 3 ଟି ୟୁନିଟକୁ ବନ୍ଦ କରାଯାଇଥିଲା । ଏନଟିପିସିରେ ବିଦ୍ୟୁତ ଉତ୍ପାଦନ ପାଇଁ ଆବଶ୍ୟକୀୟ କୋଇଲାର ଘୋର ଅଭାବ ଦେଖାଦେଇଛି । ଫଳରେ କମ୍ପାନୀ କର୍ତୃପକ୍ଷ ବାଧ୍ୟ ହୋଇ ଗୋଟିଏ ପରେ ଗୋଟିଏ ୟୁନିଟକୁ ବନ୍ଦ କରିବାକୁ ବାଧ୍ୟ ହେଉଛନ୍ତି । ମୋଟ 6ଟି ୟୁନିଟରୁ ମାତ୍ର 2ଟି ୟୁନିଟ କାର୍ଯ୍ୟକ୍ଷମ ରହିଛି । ଏଠାରେ ମୋଟ 6ଟି ୟୁନିଟରୁ 3ହଜାର ମେଗାୱାଟ ବିଦ୍ୟୁତ ଉତ୍ପାଦନ ହେଉଥିବା ବେଳେ ବର୍ତ୍ତମାନ ଏହା ଏକ ହଜାର ୟୁନିଟକୁ ଖସି ଆସିଛି । ଫଳରେ ବିଦ୍ୟୁତ ଉତ୍ପାଦନ ହ୍ରାସ ପାଇଛି । କୋଇଲା ସଙ୍କଟ ନେଇ କମ୍ପାନୀ କତୃପକ୍ଷ ଚିନ୍ତାରେ ରହିଛନ୍ତି । କାରଣ ଭରତପୁର କୋଇଲା ଖଣିରେ ଦୁର୍ଘଟଣା ଘଟିବା ପରେ ଅନେକ…

Read More

ଜମ୍ମୁ କାଶ୍ମୀରରେ ଶନିବାର ଦିନ ସୁରକ୍ଷା ବଳ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଏକ ଏନକାଉଣ୍ଟର ସଙ୍ଗଠିତ ହୋଇଛି । ଏହି ଏନ୍‌କାଉଣ୍ଟରରେ ଜଣେ ଆତଙ୍କବାଦୀ ନିହତ ହୋଇଥିବା ବେଳେ ଜଣେ ଯବାନ ଆହତ ହୋଇଛନ୍ତି । ଆତଙ୍କବାଦୀ ମାନେ ଲୁଚି ରହିଥିବା ଖବର ମିଳିବା ପରେ ସେନା, 22 ରାଷ୍ଟ୍ରୀୟ ରାଇଫଲ୍‌ସ, ପୋଲିସ୍‌ ପକ୍ଷରୁ ସର୍ଚ୍ଚ ଅପରେସନ୍‌ କରାଯାଇଥିଲା । ବାରମୂଳାର ସୋପୋରରେ ସୁରକ୍ଷା ବଳଙ୍କ ଉପରକୁ ଗୁଳି ଚାଳନା କରାଯିବା ପରେ ସୁରକ୍ଷା ବଳଙ୍କ ପକ୍ଷରୁ ପାଲଟା ଗୁଳିଚାଳନା କରାଯାଇଥିଲା । ଗୁଳିଚାଳନାରେ ଜଣେ ଆତଙ୍କୀ ନିହତ ହୋଇଥିବା ବେଳେ ଜଣେ ଯବାନ ଆହତ ହୋଇଛନ୍ତି । ଏନ୍‌କାଉଣ୍ଟର ଜାରି ରହିଥିବା ବେଳେ ଆହତ ଯବାନଙ୍କୁ ମିଲିଟାରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

Read More

ସମୀକ୍ଷା ବ୍ୟୁରୋ ଦିନେ ନବୀନ ପଟ୍ଟନାୟକଙ୍କୁ ବିରୋଧ କରି ଯେଉଁମାନେ ବିଜେଡି ଛାଡିଥିଲେ, ସେମାନେ ଆଜି ବିଜେଡ଼ିକୁ ଫେରି ଆସିବାକୁ ବିକଳ ହୋଇ ବାଟ ଖୋଜୁଥିବାର ଜଣା ପଡିଛି। ନିର୍ବାଚନ ପୂର୍ବରୁ ବିଜେଡ଼ିର ବିକଳ୍ପ ଛିଡା କରିବେ ବୋଲି ଯେଉଁ ନେତାମାନେ ବାହାସ୍ଫୋଟ ମାରୁଥିଲେ, ସେମାନେ କେହି ଲୋକଙ୍କ ସହ ରହିବାକୁ ଚାହୁଁ ନଥିଲେ। ସମସ୍ତଙ୍କୁ ସହଜରେ କ୍ଷମତା ଦାଖଲ ଲାଗି ଶିଡିଟିଏ ଦରକାର ଥିଲା। ଏହି ନେତାମାନେ ନବୀନଙ୍କ ଛାତ୍ରଛାୟାରେ ୨୦ ବର୍ଷ କ୍ଷମତା ଭୋଗ କରି ସାରିଲାପରେ, ନୂଆ ଶିଡି ର ତଲାଶ କରୁଥିଲେ। ନିର୍ବାଚନ ପୂର୍ବରୁ ଭାରତୀୟ ଜନତା ପାର୍ଟି ଏମାନଙ୍କ ଲାଗି ସହଜ ଶିଡି ମନେ ହୋଇଥିଲା। ତେଣୁ ନବୀନଙ୍କ ନୂଆ ଶତ୍ରୁ ପାଲଟିଥିବା କେନ୍ଦ୍ରାପଡାର ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା ଓ ପୂର୍ବତନ ମନ୍ତ୍ରୀ ଦାମୋଦର ରାଉତ ନିର୍ବାଚନ ପାଖାପାଖି ବିଜେପିରେ ଯୋଗ ଦେଇଥିଲେ। ସ୍ଵାଭାବିକ ଭାବରେ ନିର୍ବାଚନୀ ଉଷ୍ମତାରେ ବିଜେପିର ବିଜେଡି ବିରୋଧୀ…

Read More

ସମୀକ୍ଷା ବ୍ୟୁରୋ ବାରମ୍ବାର ରାଜଧାନୀରେ ରାହାଜାନି, ଚୋରୀ ପ୍ରଭୃତି ଘଟଣା ଘଟିବା ପରେ ବର୍ତ୍ତମାନ କମିଶନରେଟ ପୋଲିସ ତରଫରୁ ଆରମ୍ଭ ହୋଇଯାଇଛି ଅପରେସନ କ୍ଲିନ। ଗତକାଲି ରାତି ପ୍ରାୟ ଦୁଇଟା ବେଳେ କମିଶନରେଟ ପୋଲିସ କରିଛି ଏକ ଏନକାଉଣ୍ଟର। ଭୁବନେଶ୍ବର ନିକଟସ୍ଥ ବାଲିଆନ୍ତାରେ ଏହି ଏନକାଉଣ୍ଟର କରାଯାଇଛି। ଏଥିରେ ଦୁର୍ଦ୍ଦାନ୍ତ ଅପରାଧୀ ବିବେକାନନ୍ଦ ନାୟକ ଓରଫ ବିବେକ ଏବଂ ଅରୁଣ ମଲ୍ଲିକ ଓରଫ ପୋଡା ଆହତ ହୋଇଛନ୍ତି। ଉଭୟଙ୍କୁ ଭୁବନେଶ୍ବର ପ୍ରଥମେ ଚିକିତ୍ସା କରାଯାଇଥିଲା। ହେଲେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ସ୍ଥାନାନ୍ତରିତ କରାଯାଇଛି। ପୋଲିସ ସୁତ୍ର ଅନୁସାରେ ଦୁଇ ଦୁର୍ଦ୍ଦାନ୍ତ ଏକ ୱାଗନର ଗାଡିରେ ରଂଗବଜାର ଛକରେ ଟକ୍କର ମାରୁଥିଲେ। ସେମାନେ ଏକ ଡକାୟତ ଯୋଜନା କରୁଥିବାର ପୋଲିସ ପାଖକୁ ଖବର ଆସିଲା। ଏହି ଖବର ପାଇବା ପରେ ପୋଲିସ ତୁରୁନ୍ତ ସେଠାକୁ ଯାଇଥିଲା। ହେଲେ ପୋଲିସ ଆସିବାର ଖବର ଜାଣିପାରି ଉଭୟ ସେଠାରୁ ଖସି ପଳାଇବାକୁ ଉଦ୍ୟମ…

Read More

ସାତିଦିଆ ବିଦେଶ ଗସ୍ତରେ ଥିବା କେନ୍ଦ୍ର ପଶୁସଂପଦ, ଦୁଗ୍ଧ ଓ ମତ୍ସ୍ୟସଂପଦ ଏବଂ ଏମଏସଏମଇ ମନ୍ତ୍ରୀ ପ୍ରତାପ ଷଡଙ୍ଗୀ ଆଫ୍ରିକା ଗସ୍ତ ବେଳେ ଏକ ଦ୍ବିପାକ୍ଷିକ ଚୁକ୍ତିନାମା ସ୍ବାକ୍ଷର କରିଛନ୍ତି। ସେ ଭାରତର ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଏବଂ ରିପବ୍ଲିକ ଅଫ ଗୁନିଆର ରାଷ୍ଟ୍ରପତିଙ୍କ ଉପସ୍ଥିତରେ ଏହି ସ୍ବାକ୍ଷର କରିଛନ୍ତି। କୋନାକ୍ରିସ୍ଥିତ ହୋଟେଲ ସିରାଟୋନ ଗ୍ରାଣ୍ଡରେ ଆୟୋଜିତ ଏକ ସରକାରୀ କାର୍ଯ୍ୟକ୍ରମରେ ଏହି ଚୁକ୍ତିନାମା ସ୍ବାକ୍ଷରିତ ହୋଇଛି। ମନ୍ତ୍ରୀ ପ୍ରତାପ ଷଡଙ୍ଗୀ ଗତ ରବିବାରଠାରୁ ଆଫ୍ରିକା ଗସ୍ତରେ ଭାରତର ରାଷ୍ଟ୍ରପତିଙ୍କ ସହିତ ଯାଇଛନ୍ତି। ଏହି ଗସ୍ତରେ ପ୍ରତାପ ଆଫ୍ରିକାର ବିନିନ୍, ଦ ଗାମ୍ବିଆ ଏବଂ ରିପ୍ଲବିକ ଅଫ ଗୁନିଆ ଗସ୍ତ କରିଛନ୍ତି। ତାଙ୍କ ସହିତ ସାଂସଦ ଦିଲ୍ଲୀପ ଘୋଷ ମଧ୍ୟ ଯାଇଛନ୍ତି। ପ୍ରତାପ ଷଡଙ୍ଗୀ ମନ୍ତ୍ରୀ ହେବା ପରେ ତାଙ୍କର ଏହା ହେଉଛି ପ୍ରଥମ ବିଦେଶ ଗସ୍ତ। ମନ୍ତ୍ରୀ ହିସାବରେ ସେ ନିଜ ବିଭାଗର ବିଭିନ୍ନ କ୍ଷେତ୍ରରେ ଉନ୍ନତି ପାଇଁ ଆଫ୍ରିକୀୟ…

Read More

ମୁମ୍ବାଇର ସାକିନାକା ଅଞ୍ଚଳର ଚାନ୍ଦିବାଲିଠାରେ ପ୍ରବଳ ବର୍ଷା ହୋଇଛି। ଏହି ବର୍ଷା ଫଳରେ ପାଚେରୀ ଭୁଷୁଡି ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଦୁଇଜଣ ଗଭୀର ଆହତ ହୋଇଛନ୍ତି।  ମୁମ୍ବାଇର ଅନେକ ସ୍ଥାନରେ ବର୍ଷା ଲାଗି ରହିଛି। ପ୍ରବଳ ବର୍ଷା ଯୋଗୁଁ ମୁମ୍ବାଇର କିଛି କିଛି ସ୍ଥାନରେ ଜଳମୟ ହୋଇଛି। ବର୍ଷା ସମୟରେ ଚାନ୍ଦିବାଲି ଅଞ୍ଚଳରେ କିଛି ଲୋକ ପାଚେରୀ ପାଖରେ ଠିଆ ହୋଇ ବସ୍‌କୁ ଅପେକ୍ଷା କରିଥିବାବେଳେ ଅଚାନକ ପାଚେରୀ ଭୁଷୁଡି ପଡ଼ିଥିଲା। ଏହି ଦୁର୍ଘଟଣାରେ ଚନ୍ଦ୍ରକେନ୍ତ ସେଟ୍ଟି ନାମକ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି।

Read More

ଓଡ଼ିଶା ଫେରିବେ ଜଗା କାଳିଆ । ଦିଲ୍ଲୀ ଏମ୍ସରୁ କଟକ ସ୍ଥାନାନ୍ତର ପାଇଁ ନିଷ୍ପତ୍ତି ହୋଇଛି । ଖୁବଶୀଘ୍ର ସେମାନଙ୍କୁ ଭୁବନେଶ୍ବର ସ୍ଥାନାନ୍ତରିତ କରାଯିବ ବୋଲି ସୂଚନା ଦେଇଛନ୍ତି ସ୍ବାସ୍ଥ୍ୟ ମନ୍ତ୍ରୀ ନବ ଦାସ । ତେବେ ଦୁହିଁଙ୍କର ଚିକିତ୍ସା ଏସ୍‌ସିବିର ନ୍ୟୁରୋ ସର୍ଜରୀ ବିଭାଗରେ ହେବ । ତେବେ ଭୁବନେଶ୍ବର ଏମ୍ସ ସ୍ଥାନାନ୍ତର ପାଇଁ ଯୋଜନା ରହିଥିଲା । କିନ୍ତୁ ଭୁବନେଶ୍ବର ଏମ୍ସ କର୍ତ୍ତୃପକ୍ଷ ଏଥିରେ ରାଜିନୁହଁନ୍ତି ବୋଲି କହିଛନ୍ତି ସ୍ବାସ୍ୟ ମନ୍ତ୍ରୀ । ଦୀର୍ଘ ଦୁଇବର୍ଷ ହେଲାଣି ଦିଲ୍ଲୀ ଏମ୍ସରେ ଜଗା କାଳିଆ ଦିଲ୍ଲୀ ଏମ୍ସରେ ଚିକିତ୍ସିତ ହେଉଛନ୍ତି । ଦିଲ୍ଲୀରୁ ଭୁବନେଶ୍ବର ଆସିବାକୁ ଜଗାକାଳିଆଙ୍କ ଅଭିଭାବକ ବ୍ୟସ୍ତ ହୋଇପଡିଛନ୍ତି । କଟକ ଏସ୍‌ସିବିରେ ଜଗା କାଳିଆ ଚିକିତ୍ସା ହେବ ବୋଲି ସୂଚନା ଦେଇଛନ୍ତି ମନ୍ତ୍ରୀ ।

Read More

ଆସନ୍ତା ୪ ତାରିଖରେ ବଙ୍ଗୋପସାଗରରେ ହେବାକୁ ଥିବା ଲଘୁଚାପ ଟଳିଯାଇଛି। ଚୀନ ସାଗରରେ ବାତ୍ୟା ଯୋଗୁଁ ଲଘୁଚାପ ଅପସରିଯାଇଛି। ଭାରତୀୟ  ପାଣିପାଗ କେନ୍ଦ୍ର ତରଫରୁ ଏହି ସୂଚନା ମିଳିଛି । ଲଘୁଚାପ ଟଳିଥିବାରୁ ଏବେ ଓଡ଼ିଶାରେ ବଡ଼ ବର୍ଷା ହେବନି। କାଁଭାଁ ବର୍ଷା ଲାଗି ରହିଲେ ବି ଚାଷକୁ ସୁହାଇଲା ଭଳି ବର୍ଷା ହେବନି। ତେବେ ପୁଣି ଥରେ ୭/୮ ଦିନ ପରେ ଲଘୁଚାପ ସମ୍ଭାବନା ଥିବା ପାଣିପାଗ ବିଭାଗ ଆକଳନ କରିଛି। ପୂର୍ବରୁ ଅଗଷ୍ଟ ୪ତାରିଖରେ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ଥିବା ପାଣିପାଗ ବିଭାଗ ଆକଳନ କରିଥିଲା। ସାରା ରାଜ୍ୟରେ ୧୯ ପ୍ରତିଶତ କମ ବର୍ଷା ହୋଇଛି, ଜୁନ୍‌ ମାସରୁ ଆଜି ଯାଏ ହୋଇଛି ୧୯% କମ ବର୍ଷା ହୋଇ

Read More

ସମୀକ୍ଷା ବ୍ୟୁରୋ ବାଣପୁର ବ୍ଲକ୍‌ କୁଲେଇ ପଞ୍ଚାୟତର ବିଞ୍ଝଳା ଗ୍ରାମର ସାଇରାମ ମହିଳା ସ୍ବୟଂ ସହାୟକ ଗୋଷ୍ଠୀର ସଭାନେତ୍ରୀ ସୁପ୍ରିୟା ଆଜି ଋଣ ଆତ୍ମସାତ୍‌ ଅଭିଯୋଗର ସ୍ପଷ୍ଟୀକରଣ ରଖିଛନ୍ତି। ଏକ ଲିଖିତ ଚିଠି ମାଧ୍ୟମରେ ସେ ଏହି ଋଣକୁ ସ୍ବୟଂ ସହାୟକ ଗୋଷ୍ଠୀ ନାମରେ ଆଣି ନଥିବାର କହିଛନ୍ତି। ସେ ଆଣିଥିବା ଋଣ ତାଙ୍କର ନିଜସ୍ବ ବୋଲି କହିବା ସହିତ ଯଦି ଏହି ସମ୍ପର୍କିତ କୌଣସି ବ୍ୟାଙ୍କ୍‌ ନୋଟିସ୍‌ ଆସେ, ତାହା ସେ ନିଜେ ଭରଣ କରିବେ ବୋଲି ଲିଖିତନାମାରେ ଦର୍ଶାଇଛନ୍ତି।ଏହି ମାମଲାଟି ତାଙ୍କ ନାମରେ ମିଥ୍ୟାଭିଯୋଗ ବୋଲି ସେ କହିଛନ୍ତି। ସୂଚନା ଅନୁସାରେ ଶ୍ରୀମତୀ ମହାରଣା ବାଣପୁରସ୍ଥିତ ୟୁକୋ ବ୍ୟାଙ୍କରୁ ୫ ଲକ୍ଷ ଟଙ୍କାର ଋଣ ସାଇରାମ ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ନାମରେ ଆଣିଥିଲେ। କିନ୍ତୁ ଏ ସମ୍ପର୍କରେ ଗୋଷ୍ଠୀର କୌଣସି ସଦସ୍ୟଙ୍କୁ ନ ଜଣାଇ ସମସ୍ତ ଟଙ୍କା ନିଜ ପାଖରେ ରଖିଥିଲେ। ଏନେଇ ବ୍ୟାଙ୍କ ପକ୍ଷରୁ ନୋଟିସ୍‌…

Read More

ଆଜି ରାଜ୍ୟସଭାରେ ଆତଙ୍କବାଦ ନିରୋଧୀ ବିଲ ସଂଶୋଧନ ୨୦୧୯ ପାସ୍ ହୋଇଛି । ଏହି ବିଲ ସପକ୍ଷରେ ୧୪୭ ଜଣ ଭୋଟ ଦେଇଥିବା ବେଳେ ବିପକ୍ଷରେ ୪୨ଜଣ ଭୋଟ କରିଥିଲେ । ତେବେ ଏହି ବିଲ ଉପସ୍ଥାପନା କରିବା ସମୟରେ ଗୃହମନ୍ତ୍ରୀ ଅମିତ ଶାହା ଓ ବିପକ୍ଷ ମଧ୍ୟରେ ବହୁ ବାକ୍ ଯୁଦ୍ଧ ହୋଇଥିଲା। ବିଲ ପାସ୍ ହେବା ପୂର୍ବରୁ କଂଗ୍ରେସ ପକ୍ଷରୁ ରାଜ୍ୟସଭା ସାଂସଦ ପି ଚିଦାମ୍ବରମ ଏବଂ ଦିଗବିଜୟ ସିଂହ ସରକାରଙ୍କୁ ପ୍ରଶ୍ନ କରିଥିଲେ । ଏହାର ଉତ୍ତରରେ ଗୃହମନ୍ତ୍ରୀ ଅମିତ ଶାହା କହିଛନ୍ତି କି, ଆତଙ୍କବାଦ ସହ ଲଢେଇ କରିବା ଏହି ବିଲର ଉଦ୍ଦେଶ୍ୟ । ଆତଙ୍କବାଦ ବିପକ୍ଷରେ ଏକଜୁଟ ହେବା ନିହାତି ଆବଶ୍ୟକ । ସଂସ୍ଥା ସହ ଲିଙ୍କ୍‌ ନଥିଲେ ବି ବ୍ୟକ୍ତିଙ୍କୁ ଆତଙ୍କବାଦୀ ଆଖ୍ୟା ଦିଆଯାଇପାରିବ ।  ଅନେକଗୁଡ଼ିଏ ଦେଶ ଆତଙ୍କବାଦୀ ପାଇଁ ଆଇନ୍‌ କରିଛନ୍ତି ବୋଲି କହିଛନ୍ତି ଗୃହମନ୍ତ୍ରୀ ।

Read More

ମଞ୍ଚେଶ୍ୱର ଥାନା ଅଧୀନ ପାଣ୍ଡରା ଅଞ୍ଚଳରେ ଶୁକ୍ରବାର ଏକ ଦୁର୍ଘଟଣା ଘଟିଛି। ସେଫ୍ଟିଟାଙ୍କିରେ ପଶି କାମ କରୁଥିଲାବେଳେ ଟାଙ୍କି ଫଲ୍ସ ଖସି ୩ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ସୂଚନା ଅନୁସାରେ ଶୁକ୍ରବାର ଅପରାହ୍ଣ ସମୟରେ ଶ୍ରମିକମାନେ ପାଇଖାନା ଟାଙ୍କିରେ ପଶି କାମ କରୁଥିଲେ। କାମ କରୁଥିବା ସମୟରେ ସେମାନଙ୍କ ଉପରେ ଟାଙ୍କର ଫଲ୍ସ ଖସିପଡିଥିଲା। ସେମାନଙ୍କୁ ଉଦ୍ଧାର କରାଯାଇ ନିକଟସ୍ଥ ଡାକ୍ତରଖାନାକୁ ନିଆଯାଇଥିଲା। ସେଠାରେ ଡାକ୍ତର ୩ ଶ୍ରମିକଙ୍କୁ ମୃତ ଘୋଷଣା କରିଥିଲେ। ଜନୈକ ଲୋକଙ୍କ ଘର ତିଆରି କାମରେ ନିୟାଜିତ ଥିଲେ ଏହି ତିନି ଶ୍ରମିକ ।

Read More

ସୁପ୍ରିମକୋର୍ଟରେ ରାମ ଜନ୍ମଭୂମି-ବାବ୍ରୀ ମସ୍‌ଜିଦ ଜମି ବିବାଦ ମାମଲାର ଆଜି ଶୁଣାଣି ହୋଇଛି । ଗତକାଲି ଏହି ସମ୍ପର୍କିତ ମଧ୍ୟସ୍ଥତା କମିଟି ରିପୋର୍ଟ  ଦାଖଲ ହୋଇଥିଲା । ଆଜି ଏହି ରିପୋର୍ଟ ଉପରେ ସୁପ୍ରିମ୍‌କୋର୍ଟ ଶୁଣାଣି କରିଛନ୍ତି । ଆଲୋଚନା ମାଧ୍ୟମରେ ମାମଲାର ସମାଧାନ କରିବା ପାଇଁ ସୁପ୍ରିମକୋର୍ଟ ମଧ୍ୟସ୍ଥତା କମିଟି ସ୍ଥାପନ କରିଥିଲେ । କିନ୍ତୁ ମଧ୍ୟସ୍ଥତା କମିଟିରେ ମଧ୍ୟ ଏହି ସମ୍ବନ୍ଧୀୟ କୌଣସି ନିଷ୍କର୍ଷ ବାହାରି ପାରିନାହିଁ । ଅଯୋଧ୍ୟା ମାମଲାର ଶୁଣାଣି ଆସନ୍ତା ୬ ତାରିଖରୁ ଓପନ୍‌ କୋର୍ଟରେ ଦୖେନିକ ଶୁଣାଣି କରାଯିବ ବୋଲି ସୁପ୍ରିମ୍‌କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ମାମଲାର ଶୁଣାଣି କରି ମୁଖ୍ୟ ବିଚାରପତି ରଂଜନ ଗୋଗେଇ କହିଛନ୍ତି ଯେ, ଏହି ମାମଲାରେ ବିଭିନ୍ନ ଦିଗକୁ ଧ୍ୟାନ ଦିଆଯିବ ।  ଏହି ମାମଲାକୁ ଆଲୋଚନା ବା ସହମତି ଭିତ୍ତିରେ ସମାଧାନ କରିବା ପାଇଁ ତିନିଜଣିଆ ମଧ୍ୟସ୍ଥତା କମିଟି ଗଠନ କରାଯାଇଥିଲା । କିନ୍ତୁ ଏହି…

Read More

କେଦାର ମିଶ୍ର “ମୁଁ ନରେନ୍ଦ୍ର ମୋଦୀଙ୍କୁ ବିରୋଧ କରେନାହିଁ, ତାଙ୍କୁ ପ୍ରଶ୍ନ ପଚାରେ”- ନିଜର ଭୋଜପୁରୀ ଭାବ ମିଶା ହିନ୍ଦୀରେ ଏମିତି କିଛି କହିଲାବେଳେ ରବିଶ କୁମାର ଭିନ୍ନ ଏକ ଗ୍ରହର ସାମ୍ବାଦିକ ମନେହୁଅନ୍ତି। ଯେତେବେଳେ ସାରାଦେଶର ଗଣମାଧ୍ୟମ ନିଜକୁ ଶାସକ ଦଳର ବିଶ୍ଵସ୍ତ କରାଇବାର ପ୍ରତିଯୋଗିତାରେ ମରାମରି ହେଉଛନ୍ତି, ସେତେବେଳେ ନିରନ୍ତର ସରକାର ବିରୋଧୀ ସ୍ଵରକୁ ଅତ୍ୟନ୍ତ ଦୃଢତାର ସହିତ ଉପସ୍ଥାପନ କରିବାରେ ରବିଶ କୁମାରଙ୍କର ଏକ ନିର୍ଦ୍ଦିଷ୍ଟ ଭୂମିକା ରହିଛି। ସେ ବୋଧହୁଏ ଆମ ସମୟର ଅଳ୍ପ କେତେଜଣ ସମ୍ପାଦକଙ୍କ ଭିତରୁ ଜଣେ, ଯିଏ ଆଜି ମଧ୍ୟ ଲୋକଙ୍କ ପାଖକୁ ଯାଇ ଖବର ସଂଗ୍ରହ କରନ୍ତି। ତାଙ୍କ ସାମ୍ବାଦିକତା ନ୍ୟୁଜରୁମର ଶୀତ ତାପନିୟନ୍ତ୍ରିତ ବିଳାସର ସାମ୍ବାଦିକତା ନୁହେଁ, ତାହା ରାସ୍ତା ଓ ଗାଁରେ ଧୂଳି ଓ ଖରାର ସାମ୍ବାଦିକତା। ସାଧାରଣ ମଣିଷ, ଯାହାର ଭାଷା ଶାସନ ପାଖରେ ପହଞ୍ଚେ ନାହିଁ, ରବିଶ କୁମାର ସେହି ଲୋକର କଥା କହନ୍ତି।…

Read More

ବହୁ ଚର୍ଚ୍ଚିତ କୁନ୍ଦୁଲି ଗଣ ଦୁଷ୍କର୍ମ ଓ ଆତ୍ମହତ୍ୟା ମାମଲାର ଶୁଣାଣି କରିଛନ୍ତି ହାଇକୋର୍ଟ । ୪ ସପ୍ତାହରେ ଏହି ମାମଲାର ତଦନ୍ତ ସାରି ରିପୋର୍ଟ ଦେବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଏହି ଘଟଣାର ଏସ୍‌ଆଇଟି ତଦନ୍ତ ଲାଗି ମଧ୍ୟ ପ୍ରସ୍ତାବ ଦେଇଛନ୍ତି ହାଇକୋର୍ଟ । ପୋଲିସ୍‌ ରିପୋର୍ଟରେ ସନ୍ତୁଷ୍ଟ ନ ହେଲେ ଏସ୍‌ଆଇଟି ଗଠନ କରିବାକୁ ପ୍ରସ୍ତାବ ଦେଇଛନ୍ତି କୋର୍ଟ ।  କେନ୍ଦ୍ର ଓ ରାଜ୍ୟସ୍ତରୀୟ ଏଜେନ୍ସି ଅଧିକାରୀଙ୍କୁ ନେଇ ଏସ୍‌ଆଇଟି  ପ୍ରସ୍ତାବ ଦେଇଛନ୍ତି କୋର୍ଟ । ସେପ୍ଟେମ୍ବର ୪ ତାରିଖରେ ଏହି ମାମଲାର ପରବର୍ତ୍ତୀ ଶୁଣାଣି ହେବ । ୨୦୧୭ ମସିହା ଅକ୍ଟୋବର ୧୦ ତାରିଖରେ କୋରାପୁଟ ଜିଲ୍ଲା ମୂଷାଗୁଡ଼ାର ଜଣେ ନବମ ଶ୍ରେଣୀର ଛାତ୍ରୀ କୁନ୍ଦୁଲି ହାଟପଦାକୁ ଫଟୋ ଉଠାଇବା ପାଇଁ ଆସିଥିଲେ । ସେଠାରୁ ସେ କାମ ସାରି ଫେରୁଥିବା ବେଳେ ଖାନ୍ଦା ଘାଟିର ୪ଜଣ ଯବାନ ତାଙ୍କୁ ଗଣବଳାତ୍କାର କରିଥିଲେ ।

Read More

ଆଜି ସୁପ୍ରିମକୋର୍ଟ ଶ୍ରୀମନ୍ଦିର ସଂସ୍କାର ମାମଲାର ଶୁଣାଣୀ କରିଛନ୍ତି । ମାମଲାରେ ପକ୍ଷଭୂକ୍ତ ହେବାକୁ ଶଙ୍କରାଚାର୍ଯ୍ୟଙ୍କ ପକ୍ଷରୁ କରାଯାଇଥିବା ଆବେଦନକୁ କୋର୍ଟ ଖାରଜ କରିଦେଇଛନ୍ତି । ଶଙ୍କରାଚାର୍ଯ୍ୟ ଏଥିରେ ପକ୍ଷଭୂକ୍ତ ହୋଇପାରିବେ ନାହିଁ ବୋଲି କୋର୍ଟ କହିଛନ୍ତି । କିନ୍ତୁ ସେ ଚାହିଁଲେ ଏହି ପ୍ରସଙ୍ଗରେ ନିଜର ମତାମତ ଦେଇ ପାରିବେ । ଏହାକୁ କୋର୍ଟ ଉପଯୁକ୍ତ ମନେ କଲେ ଗ୍ରହଣ କରିବେ । ଏହି ମାମଲାର ଶୁଣାଣି ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଘୁଞ୍ଚାଇଲେ ସୁପ୍ରିମ୍‌କୋର୍ଟ । ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଓକିଲ ଶ୍ବେତକେତୁ ମିଶ୍ର ଏହି ସମ୍ବନ୍ଧୀୟ ସୂଚନା ଦେଇଛନ୍ତି ।

Read More

ଆଜି ବିଧାନସଭାରେ ଚାଷୀମୃତ୍ୟକୁ ନେଇ ଆଲୋଚନା ସରଗରମ ହୋଇଛି । ଚାଷୀ ମୃତ୍ୟୁ ସମ୍ପର୍କିତ ମୁଲତବୀ ଆଲୋଚନା ବେଳେ ମୁହାଁମୁହିଁ ହୋଇଛନ୍ତି କୃଷି ମନ୍ତ୍ରୀ ଅରୁଣ ସାହୁ ଓ କଂଗ୍ରେସ ବିଧାୟକ ନରସିଂହ ମିଶ୍ର । ରାଜ୍ୟରେ ଚାଷୀ ଆତ୍ମହତ୍ୟା ଅଭିଯୋଗର ସତ୍ୟତା ନାହିଁ କହିଲେ ଅରୁଣ ସାହୁ । ମନ୍ତ୍ରୀଙ୍କ ଉକ୍ତିର ଖୋଲା ଚ୍ୟାଲେଞ୍ଜ କରିଛନ୍ତି ନରସିଂହ ମିଶ୍ର । ପ୍ରତି ଚାଷୀ ମୃତ୍ୟୁର ତଦନ୍ତ ରିପୋର୍ଟ ଜିଲ୍ଲାସ୍ତରରୁ ଆସିଥାଏ ବୋଲି କହିଛନ୍ତି ନରସିଂହ ମିଶ୍ର । ସରକାର ସମସ୍ତ ରିପୋର୍ଟ ବିଧାନସଭାରେ ଉପସ୍ଥାପନ କରନ୍ତୁ ବୋଲି କହିଛନ୍ତି କଂଗ୍ରେସ ବିଧାୟକ ନରସିଂହ ମିଶ୍ର । ଚାଷୀ ଆତ୍ମହତ୍ୟା କରୁଥିବା ବିଜେଡ଼ି ସାଂସଦ ପ୍ରସନ୍ନ ଆଚାର୍ଯ୍ୟ ମାନିଥିଲେ । ସରକାର ସମ୍ବିଧାନ ଓ ଆଇନ୍‌କୁ ଉଲ୍ଲଂଘନ କରୁଛନ୍ତି ବୋଲି କହିଛନ୍ତି ନରସିଂହ ମିଶ୍ର । ମୁଲତବୀ ଆଲୋଚନା ବେଳେ ପୋଡ଼ିୟମ୍‌ ପାଖରେ ବିଜେପି ସଦସ୍ୟ ହୋହଲ୍ଲା  କରିଛନ୍ତି ।

Read More

ନ୍ୟାସନାଲ୍‌ ମେଡ଼ିକାଲ୍‌ କମିଶନ (ଏନ୍‌ଏମ୍‌ସି) ବିଲ୍‌ ବିରୋଧରେ ସାରା ଦେଶରେ ଚାଲିଛି ଡାକ୍ତରଙ୍କ ଧାରଣା । ଦିଲ୍ଲୀର ଏକ ଡାକ୍ତରଙ୍କ ପ୍ରତିନିଧିଦଳ ଶୁକ୍ରବାର କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ ଡ. ହର୍ଷବର୍ଦ୍ଧନଙ୍କ ସହ ସାକ୍ଷାତ କରିଛନ୍ତି । ଏହି ସାକ୍ଷାତକାରରେ ହର୍ଷବର୍ଦ୍ଧନ ମୁଖ୍ୟ ଡାକ୍ତରଙ୍କ ସହ ଆଲୋଚନା କରି ଏହି ବିଲ୍‌ର କିଛି ନିୟମର ଥିବା ଦ୍ବନ୍ଦ୍ବକୁ ଦୂର କରିବା ସହ ଦେଶ ଓ ରୋଗୀଙ୍କ ହିତ ପାଇଁ ଡାକ୍ତରଙ୍କ ଆନ୍ଦୋଳନକୁ ପ୍ରତ୍ୟାହୃତ କରିବା ପାଇଁ ଅପିଲ୍‌ କରିଛନ୍ତି । ଏନ୍‌ଏମ୍‌ସି ବିଲ୍‌ ବିରୋଧରେ ଡାକ୍ତରଙ୍କ ଧାରଣା ପ୍ରଦର୍ଶନ ଆଜି ତୃତୀୟ ଦିନରେ ପହଞ୍ଚିଛି । ଗୁରୁବାର ଦିନ ମୋଦି ସରକାର ରାଜ୍ୟସଭାରେ ଏନ୍‌ଏମ୍‌ସି ବିଲ୍‌କୁ ପାସ୍‌ କରାଇଥିଲେ । ପୂର୍ବରୁ ଏହା ଜୁଲାଇ ୨୯ ତାରିଖରେ ଲୋକସଭାରେ ପାସ୍‌ ହୋଇଥିଲା ।

Read More

ଉତ୍ତରପ୍ରଦେଶର ବହୁଚର୍ଚ୍ଚିତ ଉନ୍ନାଓ ପୀଡିତା ମାମଲାରେ ଶୁକ୍ରବାର ସୁପ୍ରିମକୋର୍ଟ ପୁଣି ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି। ପୀଡିତାଙ୍କ ଚିକିତ୍ସା ଦିଲ୍ଲୀ ନୁହେଁ, ଲକ୍ଷ୍ନୌରେ କରାଯିବ ବୋଲି ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ପୀଡିତାଙ୍କ ପରିବାର ଲକ୍ଷ୍ନୌରେ ଚିକିତ୍ସା ଚାହୁଁଛନ୍ତି ବୋଲି ତାଙ୍କ ଓକିଲ କହିବା ପରେ ସୁପ୍ରିମକୋର୍ଟ ଏହି ନିଷ୍ପତ୍ତି ନେଇଛନ୍ତି। ସେହିପରି ସୁରକ୍ଷା ଦୃଷ୍ଟିକୋଣରୁ ପୀଡିତାଙ୍କ ଦାଦାଙ୍କୁ ରାୟବରେଲି ଜେଲରୁ ତିହାଡ ଜେଲ୍‌କୁ ସ୍ଥାନାନ୍ତରିତ କରାଯିବ ବୋଲି ସୂଚନା ଦେଇଛନ୍ତି ସୁପ୍ରିମ୍‌କୋର୍ଟ ।  ସୂଚନାଯୋଗ୍ୟ, ଉନ୍ନାଓ ବଳାତ୍କାର ପୀଡିତା ଓକିଲ ଏବଂ ମାଉସୀଙ୍କ ସହ କାର୍‌ରେ ଯାଉଥିବାବେଳେ ଏକ ଟ୍ରକ୍‌ ଧକ୍କା ଦେଇଥିଲା।  ଘଟଣାସ୍ଥଳରେ ତାଙ୍କ ମାଉସୀଙ୍କ ମୃତ୍ୟୁ ହୋଇଥିଲା। ପୀଡିତା ଜଣଙ୍କ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଚିକତ୍ସିତ ହେଉଛନ୍ତି। ଏହି ଘଟଣାରେ ଭାଜପା ବିଧାୟକ କୁଳଦୀପ ସେନଗାର ଗିରଫ୍‌ ହୋଇଛନ୍ତି।

Read More