Author: Samikhsya Bureau

ସମୀକ୍ଷା ବ୍ୟୁରୋ ୨୮ଜୁଲାଇ୧୯୮୬ରେ ଜନ୍ମିତ ମାଲାୟଲମ୍‌ ହାର୍ଟଥ୍ରୋବ୍‌ ଦୁଲ୍‌କର ସଲ୍‌ମାନ ଆଜି ୩୩ ବର୍ଷରେ ପଦାର୍ପଣ କରିଛନ୍ତି । କେବଳ ମାଲାୟଲମ ନୁହେଁ ବରଂ ତାମିଲ, ତେଲୁଗୁ ଏବଂ ହିନ୍ଦି ଭାଷୀ ଚଳଚିତ୍ରରେ ଅଭିନୟ କରିଛନ୍ତି ଦୁଲ୍‌କର । ମାଲାୟଲମ ସୁପରଷ୍ଟାର ମାମୁଟ୍ଟିଙ୍କ ପୁଅ ଦୁଲ୍‌କର୍‌ ପ୍ରୁଡ୍ୟୁ ବିଶ୍ବବିଦ୍ୟାଳୟରୁ ନିଜର ସ୍ନାତକ ଡିଗ୍ରୀ ହାସଲ କରିବା ପରେ ୨୦୧୨ରେ ସେକେଣ୍ଡ ଶୋ ଫିଲ୍ମରୁ ନିଜର କ୍ୟାରିୟର ଆରମ୍ଭ କରିଥିଲେ । ଏହି ଫିଲ୍ମ ପାଇଁ ଫିଲ୍ମଫେୟାର ଡେବ୍ୟୁ ପୁରସ୍କାର ମଧ୍ୟ ହାସଲ କରିଥିଲେ ଦୁଲ୍‌କର । ଏହାପରେ ଦୁଲ୍‌କର ଉସ୍ତାଦ ହୋଟେଲ୍‌ରେ ଅଭିନୟ କରି ଜାତୀୟ ପୁରସ୍କାର ପାଇଁ ମନୋନୀତ ହୋଇଥିଲେ । ୨୦୧୪ ମସିହାରେ ତାମିଲ୍‌ ଫିଲ୍ମ ଇଣ୍ଡଷ୍ଟ୍ରିରେ ପାଦ ରଖିଥିଲେ ଦୁଲ୍‌କର । ଭାଆଇ ମୁଡି ପେସାଭମ୍‌(୨୦୧୪) ଫିଲ୍ମ ବ୍ୟତୀତ ମଣି ରତ୍ନମଙ୍କ ଓ କାଧାଲ କନମନି(୨୦୧୫) ରେ ଅଭିନୟ କରିଥିଲେ । ୨୦୧୮ମସିହା ଦୁଲ୍‌କରଙ୍କ ପାଇଁ ଅତ୍ୟନ୍ତ ସଫଳ…

Read More

ଜମ୍ମୁ କାଶ୍ମୀରର ପିପୁଲ୍‌ସ୍‌ ଡେମୋକ୍ରାଟିକ୍‌ ପାର୍ଟି (ପିଡିପି)ର ରବିବାର ୨୦ତମ ପ୍ରତିଷ୍ଠା ଦିବସ ପାଳନ କରୁଛି । ଏହି ଅବସରରେ ପିଡିପି ଅଧ୍ୟକ୍ଷ ତଥା ଜମ୍ମୁକାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ମେହେବୁବା ମୁଫ୍‌ତି ଧାରା ୩୫ଏକୁ ନେଇ ଏକ ପ୍ରତିକ୍ରିୟା ଦେଇଛନ୍ତି । ମୁଫ୍‌ତି କହିଛନ୍ତି କି, ଧାରା ୩୫ଏରେ ହସ୍ତକ୍ଷେପ କରିବାର ଅର୍ଥ ହେଉଛି ବାରୁଦରେ ହାତ ମାରିବା । ଏଥିରେ ଯିଏ ହାତ ଦେବ ସେ ଜଳି ପାଉଁଶ ହୋଇଯିବ। ଏହା ପୂର୍ବରୁ ଘାଟିରେ ଅତିରିକ୍ତ ସୁରକ୍ଷାବାହିନୀ ନିୟୋଜିତ ନେଇ ମୁଫତି ପ୍ରତିକ୍ରିୟା ରଖିଥିଲେ ଏବଂ କହିଥିଲେ କି, ଘାଟିରେ ଭୟ ସୃଷ୍ଟି କରାଇବା ପାଇଁ କେନ୍ଦ୍ର ସରକାର ଏଭଳି ପଦକ୍ଷେପ ନେଇଛନ୍ତି । ନିଜ ଶେଷ ନିଃଶ୍ବାସ ଥିବା ଯାଏଁ କାଶ୍ମୀରର ରକ୍ଷା କରିବେ ବୋଲି କହିଛନ୍ତି ମୁଫ୍‌ତି । ]ଆମ ରାଜ୍ୟର ସ୍ଥିତିକୁ ବଞ୍ଚାଇବାକୁ ପାଇଁ ଆମ ଯେ କୌଣସି ସ୍ତରକୁ ଯାଇପାରିବୁ ବୋଲି ମୁଫ୍‌ତି କହିଛନ୍ତି…

Read More

ଆନ୍ଧ୍ରପ୍ରଦେଶରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ଏହି ସଡକ ଦୁର୍ଘଟଣାରେ 4 ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ 2 ଜଣ ଗୁରୁତର ଭାବରେ ଆହତ ହୋଇଛନ୍ତି । ତିରୁପତିରୁ ଫେରୁଥିବା ବେଳେ ଚେନ୍ନାଇ-କଲିକତା ଜାତୀୟ ରାଜପଥର ମଦତପଡୁ ନିକଟରେ ଏହି ଦୁର୍ଘଟଣା ଘଟିଥିଲା । କାର୍‌ର ଡ୍ରାଇଭର୍‌ ନିୟନ୍ତ୍ରଣ ହରାଇ ଏକ କ୍ଷୀର ଗାଡିରେ ପିଟି ଦେବାରୁ ଏହି ଦୁର୍ଘଟଣା ଘଟିଥିଲା । ଘଟଣା ସ୍ଥଳରେ କାର୍‌ରେ ଉପସ୍ଥିତ ଚାରି ଜଣ ପ୍ରାଣ ହରାଇଥିଲେ । ଗାଡିର ଡ୍ରାଇଭର, ପାଣ୍ଡୁରଙ୍ଗା ରାଓ (40), ପାଣ୍ଡୁରଙ୍ଗାଙ୍କ ଶଳା ଏବଂ ପୁଅ ଘଟଣାସ୍ଥଳରେ ନିହତ ହୋଇଥିଲେ । ପାଣ୍ଡୁରଙ୍ଗାଙ୍କ ପତ୍ନୀ ଏବଂ ଝିଅଙ୍କୁ ଗୁରୁତର ଅବସ୍ଥାରେ ରାଜୀବ ଗାନ୍ଧୀ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ମେଡିକାଲ୍‌ ସାଇନ୍ସରେ ଭର୍ତ୍ତି କରାଯାଇଛି ।

Read More

ଜମ୍ମୁ କଶ୍ମୀରର ବାରମୁଲା ଜିଲ୍ଲାରେ ଜାତୀୟ ତଦନ୍ତ କାରୀ ସଂସ୍ଥା (ଏନଆଇଏ) ରେଡ୍ କରିଛି। ଆତଙ୍କବାଦୀ କାର୍ଯ୍ୟକଳାପକୁ ସକ୍ରିୟ କରିବା ପାଇଁ ସୀମା ପାର ଫଣ୍ଡିଂ ହୋଇଥିବା ଏନଆଇଏ ଜାଣିବାକୁ ପାଇଛି। ଫଳରେ ଜମ୍ମୁକାଶ୍ମୀରର ୪ଟି ସ୍ଥାନରେ ଚଢାଉ କରିଛି ଏନଆଇଏ। ସେହିପରି ବାରମୂଳା ଜିଲ୍ଲାର ୪ଜଣ ବ୍ୟବସାୟୀଙ୍କ ଘର ଉପରେ ମଧ୍ୟ ଚଢାଉ କରାଯାଇଛି । ନିକଟରେ ମଧ୍ୟ ଜମ୍ମୁ କଶ୍ମୀର ଜେଲରେ ଥିବା କଠୋରପନ୍ଥୀ ବିଛିନ୍ନତାବାଦୀ ନେତା ମସରତ ଆଲାମକୁ ଦିଲ୍ଲୀ ନେଇ ଆତଙ୍କୀ ଫଣ୍ଡିଂ ବାବଦରେ ଏନଆଇ ପଚରାଉଚରା କରିଥିଲା। ମସରତ ଆଲାମ ସହ ବିଛିନ୍ନତାବାଦୀ ନେତା ଅସିୟା ଅନ୍ଦ୍ରାବୀ ଏବଂ ଶବ୍ବୀର ଶାହ ସହ ଆତଙ୍କବାଦୀ ସଙ୍ଗଠନ ଲଶ୍କର-ଏ-ତୋଇବାର ପ୍ରମୁଖ ହାଫିଜ୍ ସୟିଦ୍ ନାଁରେ ମଧ୍ୟ ସୀମା ପାର ଫଣ୍ଡିଂ ଅଭିଯୋଗ ରହିଛି। ପୂର୍ବରୁ ଏନ୍‌ଆଇଏର ଅଧିକାରୀମାନେ ନିୟନ୍ତ୍ରଣ ରେଖା (ଏଲ୍‌ଓସି) ଅପରପାର୍ଶ୍ବରେ କରୁଥିବା ବ୍ୟବସାୟୀଙ୍କୁ ମଧ୍ୟ ପଚରାଉଚୁରା କରିଥିଲେ ।

Read More

ସମୀକ୍ଷା ବ୍ୟୁରୋ ହେଲୋ, ମୁଁ ଜିଓ କୋଲକତା ଅଫିସରୁ ସୁଚିସ୍ମତା ଗୁପ୍ତା କହୁଛି। ସାରେ ଆପଣଙ୍କର ଖାଲି ଜାଗା ଅଛି କି, ଯେଉଁଥିରେ ଆମେ ମୋବାଇଲ ଟାୱାର ନିର୍ମାଣ କରିବାକୁ ଚାହୁଁଛୁ। ଆପଣ ଯଦି ଚଟାପଟ ଲୋଭରେ ହଁ ବୋଲି ଉତ୍ତର ଦେଲେ, ତାପରେ ସେ କହିବ ଆଜ୍ଞା ସେ ଜାଗାଟି ଆମେ ୫ ବର୍ଷ ପାଇଁ ଲିଜ୍ ନେବୁ। ସେଥିପାଇଁ ଆପଣଙ୍କୁ ମାସକୁ ମାସ ଭଡା ଦେବୁ। ଏଥିସହିତ ଆପଣଙ୍କର ଯଦି କିଏ ପରିଚିତ ଥିବେ ତାଙ୍କୁ ସିକ୍ୟୁରିଟ ଗାର୍ଡ ଚାକିରୀ ମଧ୍ୟ ଦେବୁ। ଜାଗା ବାବଦରେ ଆପଣଙ୍କୁ ଜିଓ କଂପାନୀ ୩୦ ହଜାର ଟଙ୍କା ଏବଂ ସିକ୍ୟୁରିଟ ଗାର୍ଡ ପାଇଁ ୨୦ ହଜାର ଟଙ୍କା ମାସକୁ ମାସ ମିଳିବ। ଏପରି ଅଫର ପାଇବା ପରେ ଆପଣ କେବେ ବି ହାତ ଛଡା କରିବେ ନାହିଁ। ଚଟାପଟ ତାଙ୍କୁ ହଁ କରି କଣ କରିବାକୁ ପଡିବା ଆପଣ ପ୍ରଶ୍ନ ପଚାରିବେ।…

Read More

ବ୍ରୁକ୍‌ଲିନ୍‌ର ଏକ ପାର୍କରେ ଗୁଳିକାଣ୍ଡ ଘଟିଛି । ଏହି ଗୁଳିକାଣ୍ଡରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ 11 ଜଣ ଆହତ ହୋଇଛନ୍ତି । ଶନିବାର ବିଳମ୍ବିତ ରାତିରେ ପାର୍କରେ ଏହି ଗୁଳିକାଣ୍ଡ ଘଟିଥିଲା । ଉତ୍ତର ବ୍ରୁକ୍‌ଲିନ୍‌ର ଏକ ପାର୍କରେ ଏହି ଗୁଳିକାଣ୍ଡ ରବିବାର ରାତି 3.30ରେ ସଙ୍ଗଠିତ ହୋଇଥିଲା । ଜଣେ 38 ବର୍ଷୀୟ ବ୍ୟକ୍ତି ଏହି ଗୁଳିକାଣ୍ଡରେ ପ୍ରାଣ ହରାଇଥିଲେ । ଅନ୍ୟ 11 ଜଣ ଆହତ ହୋଇଥିବା ବେଳେ 4 ଜଣଙ୍କ ଅବସ୍ଥା ଗୁରୁତର ରହିଛି । ବ୍ରୁକ୍‌ଲିନ୍‌ ମେୟର ବିଲ୍‌ ଡେ ବ୍ଲାସିଓ ଟ୍ବିଟ୍‌ କରି ଏହି ଘଟଣା ସମ୍ପର୍କରେ ଦୁଃଖ ପ୍ରକାଶ କରିଛନ୍ତି । ମୃତ ବ୍ୟକ୍ତିଙ୍କ ପରିଚୟ ମିଳିନାହିଁ । ଆହତ ମାନଙ୍କୁ ନ୍ୟୁୟର୍କ ସିଟି ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି ।

Read More

ରାଷ୍ଟ୍ରପତି ରାମନାଥ କୋବିନ୍ଦ ରବିବାର ତିନି ଆଫ୍ରିକୀୟ ଦେଶ ଗସ୍ତରେ ବାହାରିଛନ୍ତି। ରାଷ୍ଟ୍ରପତି ବେନିନ୍‌, ଜାମ୍ବିଆ ଏବଂ ଗ୍ୟୁନିଆ ଆଦି ରାଷ୍ଟ୍ର ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି। ଭାରତ ସହିତ ଏସବୁ ରାଷ୍ଟ୍ର ମଧ୍ୟରେ ବନ୍ଧୁତ୍ୱପୂର୍ଣ୍ଣ ସମ୍ପର୍କ ବୃଦ୍ଧି ପାଇଁ ରାଷ୍ଟ୍ରପତିଙ୍କ ଗସ୍ତ ପ୍ରମୁଖ ଭୂମିକା ଗ୍ରହଣ କରିବ  । ଦେଶର ପ୍ରଥମ ରାଷ୍ଟ୍ରପତି ଭାବେ କୋବିନ୍ଦ ପଶ୍ଚିମ ଆଫ୍ରିକୀୟ ଦେଶକୁ ଗସ୍ତ କରିଛନ୍ତି। ତାଙ୍କ ସହିତ ଏମ୍‌ଏସ୍‌ଏମ୍‌ଇ ରାଷ୍ଟ୍ରମନ୍ତ୍ରୀ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ଏବଂ ଏମ୍‌ପି ଦିଲୀପ୍‌ ଘୋଷ ମଧ୍ୟ ଗସ୍ତରେ ସାମିଲ୍‌ ଅଛନ୍ତି। ଆସନ୍ତା ଅଗଷ୍ଟ ୪ ତାରିଖରେ ରାଷ୍ଟ୍ରପତି ଓ କେନ୍ଦ୍ରମନ୍ତ୍ରୀ ଭାରତ ପ୍ରତ୍ୟାବର୍ତ୍ତନ କରିବାର କାର୍ଯ୍ୟକ୍ରମ ରହିଛି ।

Read More

ଶ୍ରୀଲଙ୍କା ଜଳସୀମା ମଧ୍ୟରେ ବେଆଇନ ଭାବରେ ପ୍ରବେଶ କରିଥିବା 7 ଜଣ ତାମିଲ ନାବିକଙ୍କୁ ଗିରଫ କରାଯାଇଛି । ମେରି ଟାଇମ୍‌ ଜଳସୀମା ଅତିକ୍ରମ କରିବା ନେଇ ଏହି ନାବିକ ମାନଙ୍କୁ ଗିରଫ କରାଯାଇଥିବା ଜଣାପଡିଛି । ନେଦୁନ୍‌ଥିଭୁରେ ଅବସ୍ଥାପିତ ଶ୍ରୀଲଙ୍କା ନୌସେନା ପକ୍ଷରୁ ପ୍ରକାଶିତ ସୂଚନା ଅନୁଯାୟୀ ରବିବାର ସକାଳୁ ଏକହି ନାବିକ ମାନଙ୍କୁ ଗିରଫ କରାଯାଇଛି । ପବନ ଏବଂ ଅଶାନ୍ତ ସମୁଦ୍ର ଯୋଗୁଁ ଶ୍ରୀଲଙ୍କା ସୀମାରେ ଭୁଲ୍‌ରେ ପ୍ରବେଶ କରିଥିବା ନେଇ ନାବିକ ମାନେ କହିଥିଲେ ମଧ୍ୟ ତୁରନ୍ତ ଶ୍ରୀଲଙ୍କା ନୌସେନା ପକ୍ଷରୁ ତୁରନ୍ତ ଗିରଫ କରାଯାଇଥିଲା ।

Read More

ଆଜି ରେଡିଓ କାର୍ଯ୍ୟକ୍ରମ ମନ କି ବାତ୍ ଜରିଆରେ ସମଗ୍ର ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି । ମାସର ଶେଷ ରବିବାର ପ୍ରଧାନମନ୍ତ୍ରୀ ନିଜର ମନ କି ବାତ୍ ପ୍ରକାଶ କରିଥାନ୍ତି । ତେବେ ଦୀର୍ଘ ୫ ବର୍ଷ ଧରି ମୋଦୀଙ୍କର ଏହି କାର୍ଯ୍ୟକ୍ରମ ଚାଲି ଆସୁଛି । ଏହି କ୍ରମରେ ଆଜି ମୋଦିଙ୍କର ୫୫ତମ ମନ୍‌ କୀ ବାତ୍‌ କାର୍ଯ୍ୟକ୍ରମ ପ୍ରସାରଣ ହୋଇଛି । ଏହି କାର୍ଯ୍ୟକ୍ରମ ଜରିଆରେ ଗତ ଥର ପରି ମଧ୍ୟ ଏଥର ଜଳ ସଂରକ୍ଷଣକୁ ଜୋର୍‌ ଦେଇଛନ୍ତି  ମୋଦି । କ୍ୟାନସରକୁ ଜିତି ବିଜୟୀ ହୋଇଥିବା ଶିଶୁଙ୍କୁ ପ୍ରଶଂସା  କରିଛନ୍ତି ମୋଦି । ଚନ୍ଦ୍ରାୟନ ୨ର ସଫଳ ପ୍ରକ୍ଷେପଣକୁ ବର୍ଣ୍ଣନା କରିବା ସହିତ ବିଜ୍ଞାନ ହିଁ ବିକାଶର ଉଚିତ୍‌ ମାର୍ଗ ବୋଲି କହିଛନ୍ତି । ସେହିପରି ସ୍ବଚ୍ଛତା ବିଷୟରେ ମଧ୍ୟ ଅଭିଲେଖ ରଖିଛନ୍ତି । ଏହି ଅବସରରେ ସ୍ୱଚ୍ଛତା ଜନ ଭାଗୀଦାରରେ ଆଗକୁ ବଢୁଛି । ଆମ…

Read More

14 ବିଦ୍ରୋହୀ ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା କରିଛନ୍ତି ବାଚସ୍ପତି କେ ରମେଶ କୁମାର । ପୂର୍ବରୁ ତିନି ଜଣ ବିଧାୟକଙ୍କୁ ବାଚସ୍ପତି ଅଯୋଗ୍ୟ ଘୋଷଣା କରି ସାରିଥିଲେ । ସୋମବାର ଆସ୍ଥା ଭୋଟ ଅନୁଷ୍ଠିତ ହେବାକୁ ଥିବା ବେଳେ ଏହା ପୂର୍ବରୁ ଆଜି ବିଧାୟକ ମାନଙ୍କୁ ବାଚସ୍ପତି ଅଯୋଗ୍ୟ ଘୋଷଣା କରିଛନ୍ତି । 14 ବିଧାୟକଙ୍କ ମଧ୍ୟରେ 11 ଜଣ କଂଗ୍ରେସ ଏବଂ 3 ଜଣ ଜେଡିଏସ୍‌ ବିଧାୟକ ସାମିଲ ଅଛନ୍ତି । ଦଳବଦଳ ନିୟମ ଅନୁଯାୟୀ ଅଯୋଗ୍ୟ ଘୋଷିତ ହୋଇଥିବା ବିଧାୟକ ମାନେ ଆସନ୍ତା 4 ବର୍ଷ ପର୍ଯ୍ୟନ୍ତ କୌଣସି ନିର୍ବାଚନରେ ଅଂଶଗ୍ରହଣ କରିପାରିବେ ନାହିଁ । 2023 ପର୍ଯ୍ୟନ୍ତ ଏହି ବିଧାୟକ ମାନେ ନିର୍ବାଚନରେ ଅଂଶଗ୍ରହଣ କରିଛନ୍ତି ।

Read More

ଓଡିଶାର ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକଙ୍କୁ ପିପୁଲ୍‌ସ ଚଏସ୍‌ ଆଓ୍ବାର୍ଡରେ ସମ୍ମାନିତ କରାଯାଇଛି । ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକଙ୍କ ସଫଳତା ତାଲିକାରେ ଆଉ ଏକ ଫର୍ଦ୍ଦ ଯୋଡିଛନ୍ତି । ଆମେରିକାର ବୋଷ୍ଟୋନରେ ଅନୁଷ୍ଠିତ ‘ରିଭରବିଚ୍‌ ଅନ୍ତର୍ଜାତିକ ବାଲୁକା କଳା ପ୍ରଦର୍ଶନୀ-2019’ ଅନୁଷ୍ଠିତ ଏକ ବାଲୁକା କଳା ପ୍ରଦର୍ଶନୀରେ ପଟ୍ଟନାୟକଙ୍କୁ ସମ୍ମାନିତ କରାଯାଇଛି । ସାମାଜିକ ସଚେତନତା ପାଇଁ ଉଦ୍ଦିଷ୍ଟ ସୁଦର୍ଶନଙ୍କ ବାଲୁକା କଳାକୃତିକୁ ପିପୁଲ୍‌ସ ଚଏସ୍‌ ଆଓ୍ବାର୍ଡରେ ସମ୍ମାନିତ କରାଯାଇଛି । ପ୍ଲାଷ୍ଟିକ୍‌ ବର୍ଜନ ନେଇ ସୁଦର୍ଶନଙ୍କ କଳାକୃତିକୁ ପୁରସ୍କୃତ କରାଯାଇଥିବା ବେଳେ ଏଥି ନେଇ ଜନସାଧାରଣଙ୍କୁ ଧନ୍ୟବାଦ ଜ୍ଞାପନ କରିଛନ୍ତି । ବିଶ୍ବର ଶ୍ରେଷ୍ଠ 15 ବାଲୁକା ଶୀଳ୍ପିଙ୍କ ମଧ୍ୟରୁ ଅନ୍ୟତମ ସୁଦର୍ଶନ ଏହି ପ୍ରତିଯୋଗିତା ନିମନ୍ତେ ‘ପ୍ଲାଷ୍ଟିକ୍‌ ବର୍ଜନ କରନ୍ତୁ, ସମୁଦ୍ରର ସୁରକ୍ଷା କରନ୍ତୁ’ ବାର୍ତ୍ତାକୁ ନେଇ ନିଜର ବାଲୁକା କଳା ପ୍ରଦର୍ଶନ କରିଥିଲେ ।

Read More

ଆଜିଠୁ ଅଗଷ୍ଟ ୩ ଯାଏ ନକ୍ସଲମାନେ ସହିଦ୍ ସପ୍ତାହ ଦିବସ ପାଳନ କରୁଛନ୍ତି। ସରକାରଙ୍କ ନକ୍ସଲ ଦମନ ନୀତିକୁ ବିରୋଧ କରି ପ୍ରତିବର୍ଷ ଜୁଲାଇ ୨୮ରୁ ବିଭିନ୍ନ ନକ୍ସଲ ସଂଗଠନ ତରଫରୁ ଏହି ସପ୍ତାହ ପାଳନ କରାଯାଇଥାଏ। ଏହାକୁ ଦୃଷ୍ଟିରେ ରଖି ନକ୍ସଲ ଅଧ୍ୟୁଷିତ ଅଞ୍ଚଳରେ ପୁଲିସ୍ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ରାୟଗଡ଼ା ଜିଲ୍ଲାରେ ଆନ୍ଧ୍ର-ଓଡ଼ିଶା ସୀମାକୁ ସିଲ୍ କରାଯିବା ସହ କମ୍ବିଂ ଅପରେସନ୍‌କୁ ଜୋରଦାର କରାଯାଇଛି। ସେହିପରି ନକ୍ସଲଙ୍କ ସହିଦ ସପ୍ତାହକୁ ଦୃଷ୍ଟିରେ ରଖି ମାଲକାନଗିରି ଜିଲ୍ଲାରେ ମଧ୍ୟ କମ୍ବିଂ ଅପରେସନ୍‌କୁ ଜୋରଦାର କରାଯାଇଛି। ସୁରକ୍ଷା ଦୃଷ୍ଟିରୁ କିଛି ଅଞ୍ଚଳରେ ସରକାରୀ ବସ୍ ଚଳାଚଳକୁ ବନ୍ଦ ରଖାଯାଇଥିବା ଜଣାପଡ଼ିଛି।

Read More

ଆଫଗାନିସ୍ତାନର ଘଜନୀରେ ଏକ କାର୍‌ ବୋମା ବିସ୍ଫୋରଣ ଘଟିଛି । ରବିବାର ସକାଳୁ ଘଟିଥିବା ଏହି ବିସ୍ଫୋରଣରେ ଦୁଇ ଜଣ ଗୁରୁତର ଭାବରେ ଆହତ ହୋଇଛନ୍ତି । ଘଜନୀ ପ୍ରୋଭିନ୍ସର ଅବ ବନ୍ଦ ଜିଲ୍ଲାରେ ଏହି ବିସ୍ଫୋରଣ ଘଟିଥିଲା । ତାଲିବାନ ପକ୍ଷରୁ ଏହି ବିସ୍ଫୋରଣ ନିମନ୍ତେ ନିଜକୁ ଦାୟୀ କରାଯାଇଛି । ବିସ୍ଫୋରଣରେ ଦୁଇଟି କାର୍‌ ସମ୍ପୂର୍ଣ୍ଣ ନଷ୍ଟ ହୋଇଥିବା ବେଳେ ବିସ୍ଫୋରଣ ସ୍ଥାନଟି ଭୟଙ୍କର ଭାବରେ କ୍ଷତିଗ୍ରସ୍ତ ହୋଇଛି । ଉଲ୍ଲେଖଯୋଗ୍ୟ ଯେ, ଶୁକ୍ରବାର ଆଫଗାନିସ୍ତାନରେ ବିସ୍ଫୋରଣ ଘଟି ତିନି ପୋଲିସ୍‌ ଅଧିକାରୀ ନିହତ ହୋଇଥିବା ବେଳେ 12 ଜଣ ଆହତ ହୋଇଛନ୍ତି ।

Read More

ଉତ୍ତରପ୍ରଦେଶରେ ଏକ ଅଘଟଣ ଘଟିଛି । ବହରାଇଚଠାରେ ସରଜୁ ନଦୀରେ ରବିବାର ଏକ ଡଙ୍ଗା ବୁଡ଼ି ୪ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୧୭ଜଣ ନିଖୋଜ ଅଛନ୍ତି ।  ଆଜି ତଳି ରୁଆ କାମ ପାଇଁ ଏକ ଡଙ୍ଗା ଯୋଗେ ସରଯୁ ନଦୀ ପାର ହେଉଥିଲେ । ଭାରସାମ୍ୟ ହରାଇ ଡଙ୍ଗାଟି ଓଲଟି ପଡ଼ିଥିଲା । ଡଙ୍ଗାରେ ପ୍ରାୟ ୨୧ଜଣ ଗ୍ରାମବାସୀ ଥିଲେ । ଭାରସାମ୍ୟ ହରାଇ ଡଙ୍ଗାଟି ଓଲଟି ପଡ଼ି ସମସ୍ତ ଗ୍ରାମବାସୀ ପାଣିରେ ପଡ଼ିଯାଇଛନ୍ତି । ସେମାନଙ୍କ ମଧ୍ୟରୁ ୪ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଥିବା ବେଳେ ପ୍ରାୟ୧୭ଜଣ ନିଖୋଜ ଥିବା ଜଣାପଡ଼ିଛି ।  ଘଟଣାସ୍ଥଳରେ ଏସଡିଏମ ମୋତିପୁରର ଏନଡିଆରଏଫ ଟିମ ଦ୍ୱାରା ନିଖୋଜ ବ୍ୟକ୍ତିଙ୍କ ଉଦ୍ଧାର କାର୍ଯ୍ୟ ଜାରି କରାଯାଇଛି । ମୃତକଙ୍କ ସଂଖ୍ୟ ବଢିପାରେ ବୋଲି ସୂଚନା ମିଳିଛି ।

Read More

ସମୀକ୍ଷା ବ୍ୟୁରୋ ଯଦି ନରେନ୍ଦ୍ର ମୋଦୀ ସରକାରର ସବୁ ଜନ ବିରୋଧୀ ଓ ସଙ୍ଘୀୟ ଢାଞ୍ଚା ବିରୋଧୀ ପଦକ୍ଷେପକୁ ଓଡିଶାର ବିଜୁ ଜନତା ଦଳ ସମର୍ଥନ କରିବାର ଥିଲା, ତାହେଲେ ଏହା ନିଜକୁ ଏନଡିଏରେ ସାମିଲ କରୁନାହିଁ କାହିଁକି? ଗତ ସାଧାରଣ ନିର୍ବାଚନରେ ବିଜେପି ବିରୋଧରେ ପ୍ରତ୍ୟକ୍ଷ ମୁକାବିଲା କରି ବିଜେଡି ଓଡିଶାବାସୀଙ୍କ ସମର୍ଥନ ପାଇଛି। ହେଲେ ନିର୍ବାଚନ ପରେ ପରେ ଏହା ସିଧାସଳଖ ବିଜେପି ପାଖରେ ଶରଣାପନ୍ନ ହୋଇଛି। ଲୋକସଭାରେ ୧୨ ଓ ବିଧାନସଭାରେ ୧୧୨ ଆସନ ଜିତିଥିବା ସତ୍ତ୍ୱେ ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜକୁ ବିଜେପି ପାଖରେ ସମର୍ପିତ କରି ରଖିଛନ୍ତି। ଏ ସମ୍ପର୍କରେ ଏକ ରୋଚକ କାହାଣୀ ଆମେ ଶୁଣିଛୁ। ଏବେ ଜଣେ ବନ୍ଧୁଙ୍କ ସହ ଦେଖାହେଲା। ସେ କହିଲେ, “ଜାଣିଛ, ନବୀନ ପଟ୍ଟନାୟକ ଯେତେବେଳେ ଅମିତ ଶାହଙ୍କୁ ଦେଖା କରିବାକୁ ଗଲେ, ସେ ତାଙ୍କୁ ଏମିତି ଗୋଟେ ଫାଇଲ ଦେଲେ ଯେଉଁଥିରେ ଚିଟ ଫଣ୍ଡ…

Read More

ଜୁଲାଇ 31 ରୁ ବର୍ଷାର ପରିମାଣ ବଢିବ ବୋଲି ଭୁବନେଶ୍ୱର ଆଂଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ପାଣିପାଗ ବିଭାଗର ସୂଚନାନୁସାରେ, ଆଭ୍ୟନ୍ତରୀଣ ଓଡିଶାରେ ବେଶୀ ବର୍ଷା ହୋଇଛି । ଗତ 24 ଘଂଟାରେ କେନ୍ଦୁଝରେ ସର୍ବାଧିକ 66.5 ମିମି ବର୍ଷା ହୋଇଥିବା ରେକର୍ଡ କରାଯାଇଛି । କୋରାପୁଟ ସମେତ ମାଲକାନଗିରି, ନୂଆପଡା, ବରଗଡରେ ପ୍ରବଳ ବର୍ଷା ହେବ । ସେହିପରି ଝାରସୁଗୁଡା, ସମ୍ବଲପୁର, ସୁନ୍ଦରଗଡ, ବଲାଙ୍ଗିର, କନ୍ଧମାଳ ଓ ବୌଦ୍ଧରେ ମଧ୍ୟ ବର୍ଷାର ପ୍ରଭାବ ରହିବ । ଏତତ୍ ବ୍ୟତୀତ ଆସନ୍ତା 31 ତାରିଖରେ ଆଉ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି । ଅଗଷ୍ଟ ପହିଲାରୁ ବର୍ଷାର ପରିମାଣ ବଢିବ । ଏବେ ସୁଧା ଆକଳନ ମୁତାବକ 26 ପ୍ରତିଶତ କମ ବର୍ଷା ହୋଇଛି କିନ୍ତୁ ଆଗକୁ ଏହା ବଢିବ ବୋଲି ପାଣିପାଗ ବିଭାଗ କହିଛି ।

Read More

ବିଜେପିକୁ ବାହ୍ୟ ସମର୍ଥନ ନେଇ ଜେଡିଏସ୍‌ର ପୂର୍ବତନ ମନ୍ତ୍ରୀଙ୍କ ବୟାନକୁ ଅସ୍ବୀକାର କରିଛନ୍ତି ପୂର୍ବତନ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଏଚ୍‌ଡି କୁମାରସ୍ବାମୀ । ଗତକାଲି ପୂର୍ବତନ ଜେଡିଏସ୍‌ ମନ୍ତ୍ରୀ ଜିଟି ଦେବଗୌଡା ବିଜେପିକୁ ସମର୍ଥନ ନେଇ ଦଳର କିଛି ବିଧାୟକ ବିଚାର କରୁଥିବା ସମ୍ପର୍କରେ ସୂଚନା ଦେଇଥିଲେ । ବିଜେପି ନିକଟରେ ବର୍ତ୍ତମାନ 106 ବିଧାୟକଙ୍କ ସମର୍ଥନ ରହିଥିବା ବେଳେ ବିଦ୍ରୋହୀ କଂଗ୍ରେସ ବିଧାୟକଙ୍କ ପକ୍ଷରୁ ସମର୍ଥନ ମିଳିବାର ଆଶା ରଖାଯାଇଛି । ସୋମବାର ୟେଦ୍ୟୁରପ୍ପାଙ୍କ ଆସ୍ଥା ଭୋଟ ଅନୁଷ୍ଠିତ ହେବାକୁ ଥିବା ବେଳେ ଏହା ପୂର୍ବରୁ କୁମାରସ୍ବାମୀ ଦଳୀୟ ବିଧାୟକ ବିଜେପିକୁ ସମର୍ଥନ ପ୍ରଦାନ କରିବେ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି । ଏହି ଘଟଣାକୁ ନେଇ ଏଚ୍‌ଡି ଦେବେଗୌଡା ଭିନ୍ନ ମତପୋଷଣ କରିଛନ୍ତି । ଜେଡିଏସ୍‌ ଏକ ଆଞ୍ଚଳିକ ରାଜନୈତିକ ଦଳ ତେଣୁ ଆବଶ୍ୟକ ପଡିଲେ ଦଳ ସମର୍ଥନ ପ୍ରଦାନ କରିପାରେ କିମ୍ବା ବିରୋଧ ମଧ୍ୟ କରିପାରେ ବୋଲି ଦେବେଗୌଡା…

Read More

ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଏସ୍‌ ଜୟପାଲ ରେଡ୍ଡୀଙ୍କ ପରଲୋକ ହୋଇଛି । ହାଇଦ୍ରାବାଦରେ ରବିବାର ରାତି 1.30 ମିନିଟ୍‌ରେ ଏକ ଘରୋଇ ହସ୍ପିଟାଲରେ 77 ବର୍ଷ ବୟସରେ ରେଡ୍ଡୀଙ୍କର ପରଲୋକ ହୋଇଛି । ଜଣେ ଛାତ୍ର ନେତା ଭାବରେ 1970ରେ କଂଗ୍ରେସରେ ଯୋଗ ଦେଇ ବିଧାୟକ ହୋଇଥିଲେ । ଏହାପରେ ଜନତା ଦଳରେ ଯୋଗ ଦେଇଥିଲେ ରେଡ୍ଡୀ । ଜନତା ଦଳରେ ଯୋଗ ଦେଇ ସୂଚନା ଏବଂ ପ୍ରସାରଣ ମନ୍ତ୍ରୀ, ପେଟ୍ରୋଲିୟମ ମନ୍ତ୍ରାଳୟ ପରି ବିଭାଗରେ ମନ୍ତ୍ରୀ ରହିଥିଲେ । 2003ରେ ପୁନର୍ବାର କଂଗ୍ରେସରେ ଯୋଗ ଦେଇ ୟୁପିଏ -1 ଏବଂ ୟୁପିଏ-2ରେ ମନ୍ତ୍ରୀ ରହିଥିଲେ । ନିଜ ରାଜନୈତିକ ଜୀବନରେ 5 ଥର ବିଧାୟକ ଏବଂ 4 ଥର ସାଂସଦ ରହିଛନ୍ତି ଜୟପାଲ ରେଡ୍ଡୀ ।

Read More

ଚୀନ୍‌ରେ ଭୂସ୍ଖଳନ ଘଟି 29 ଜଣଙ୍କର ମୃତ୍ୟୁ ଘଟିଛି । ଏହା ସହିତ ସମୁଦାୟ 23ଟି ଘର ଭୁଷୁଡି ପଡିଥିବା ବେଳେ ଏହା ମଧ୍ୟରୁ ଗତକାଲି ରାତି ସୁଦ୍ଧା 40 ଜଣଙ୍କୁ ଉଦ୍ଧାର କରାଯାଇଛି । 22 ଜଣ ବ୍ୟକ୍ତି ବର୍ତ୍ତମାନ ସୁଦ୍ଧା ନିଖୋଜ ରହିଥିବା ଜଣାପଡିଛି । ଦକ୍ଷିଣ ପଶ୍ଚିମ ଚୀନ୍‌ର ଚାଇନା ରୋଜ୍‌ ଗ୍ରାମରେ ତିନିଦିନ ଧରି ପ୍ରବଳ ବର୍ଷା ଫଳରେ ଏହି ଘର ଗୁଡିକ ଭୁଷୁଡି ପଡିଛି । ପ୍ରବଳ ବର୍ଷା ଫଳରେ ଚୀନ୍‌ରେ ବନ୍ୟା ପରସ୍ଥିତି ଆଶଙ୍କା ସୃଷ୍ଟି ହୋଇଛି । ଚୀନ୍‌ର ପାର୍ବତ୍ୟାଞ୍ଚଳରେ ବିଗତ ପାଞ୍ଚ ଦିନ ଧରି ପ୍ରବଳ ବର୍ଷା ହୋଇଥିବା ନେଇ ଚୀନ୍‌ ଗଣମାଧ୍ୟମ ପକ୍ଷରୁ ପ୍ରକାଶ କରାଯାଇଛି । ମାଟି ତଳେ ଆହୁରି ଅନେକ ଲୋକ ଚାପି ହୋଇ ରହିଥିବାରୁ ମୃତ୍ୟୁ ସଂଖ୍ୟା ବଢିବାର ଆଶଙ୍କା ପ୍ରକାଶ ପାଇଛି ।

Read More

ଅନୁଗୁଳ ଜିଲ୍ଲା ନାକଚିଠାରେ ଏକ ଯାତ୍ରୀବାହୀ ବସ୍‌ ଦୁର୍ଘଟଣା ଗ୍ରସ୍ତ ହୋଇଛି । ଫଳରେ ବସ୍‌ରେ ଥିବା 20ରୁ ଉର୍ଦ୍ଧ୍ୱ ଯାତ୍ରୀ ଆହତ ହୋଇଛନ୍ତି । ସମସ୍ତଙ୍କୁ ସ୍ଥାନୀୟ ଲୋକମାନେ ଉଦ୍ଧାର କରି ମେଡ଼ିକାଲରେ ଭର୍ତ୍ତି କରିଛନ୍ତି । କେହି ମୃତାହତ ହୋଇ ନ ଥିବା ଜଣାପଡ଼ିଛି । ଏକ ଘରୋଇ ଯାତ୍ରୀବାହୀ ବସ୍‌ ଭୁବନେଶ୍ୱରରୁ ସୁନ୍ଦରଗଡ଼ ଯାଉଥିଲା । ଏହି ସମୟରେ ଅନୁଗୁଳ ଜିଲ୍ଲା 55 ନମ୍ବର ଜାତୀୟ ରାଜପଥର ହଣ୍ଡପା ଥାନା ଅନ୍ତର୍ଗତ ନାକଚିଠାରେ ହଠାତ ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା । ଯଦ୍ୱାରା ଯାତ୍ରୀମାନେ ଆହତ ହୋଇଛନ୍ତି । ସ୍ଥାନୀୟ ଲୋକମାନେ ସମସ୍ତଙ୍କୁ ଉଦ୍ଧାର କରିଛନ୍ତି । ଦୁର୍ଘଟଣା ପରେ ବସ୍ ଡ୍ରାଇଭର ଫେରାର ହୋଇଯାଇଛି । ହଣ୍ଡପା ପୋଲିସ ଘଟଣା ସ୍ଥଳରେ ପହଁଚି ସଂପୃକ୍ତ ବସ୍‌କୁ ଜବତ କରିବା ସହିତ ତଦନ୍ତ ଆରମ୍ଭ କରିଛି ।

Read More

ସମୀକ୍ଷା ବ୍ୟୁରୋ କେନ୍ଦ୍ର ସାହିତ୍ୟ ଅକାଦେମି ‘ବାଲ୍‍ ସାହିତ୍ୟ ପୁରସ୍କାର’ ଓ ‘ଯୁବ ସାହିତ୍ୟ ପୁରସ୍କାର’ର ଚୂଡ଼ାନ୍ତ ପର୍ଯ୍ୟାୟରେ ଥିବା ପୁସ୍ତକ ଓ ଲେଖକମାନଙ୍କର ନାମ ତାଲିକା ଘୋଷଣା କରିବାକୁ ବାଧ୍ୟ ହୋଇଛନ୍ତି । ପୁରସ୍କାର ନିୟମ ଓ ପୂର୍ବ ପ୍ରତିଶ୍ରୁତିର ଖିଲାପ କରିଥିବାରୁ ଏ  ନେଇ ଏକାଡେମି ଦୁଃଖ ପ୍ରକାଶ ମଧ୍ୟ କରିଛି । ଏଣିକି ପ୍ରତି ପୁରସ୍କାର ଘୋଷଣା ସହିତ ଚୂଡ଼ାନ୍ତ ପର୍ଯ୍ୟାୟ ବହି ତାଲିକା ଘୋଷଣା ହେବ । ପୁରସ୍କାର ଦିଆଯାଉଥିବା ୨୪ଟି ଯାକ ଭାରତୀୟ ଭାଷା କ୍ଷେତ୍ରରେ ଏହି ନିୟମ ଲାଗୁ ହେବ । ସୂଚନାଯୋଗ୍ୟ ଯେ ସାହିତ୍ୟ ଅକାଦେମି ପ୍ରତିବର୍ଷ ସାରା ଦେଶର ୨୪ଟି ସ୍ୱୀକୃତ ଭାଷାରେ ଚାରିଟି ପୁରସ୍କାର ପ୍ରଦାନ କରିଥାନ୍ତି । ସେହି ପୁରସ୍କାରଗୁଡ଼ିକ ହେଉଛି- ୧. ସାହିତ୍ୟ ଅକାଦେମି ପୁରସ୍କାର, ୨. ସାହିତ୍ୟ ଅକାଦେମି ଅନୁବାଦ ପୁରସ୍କାର, ୩. ସାହିତ୍ୟ ଅକାଦେମି ଯୁବ ପୁରସ୍କାର ଏବଂ ୪. ସାହିତ୍ୟ ଅକାଦେମି…

Read More