Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ହୀରାକୁଦ ନଦୀବନ୍ଧ କୌଣସି ମୁହୂର୍ତ୍ତରେ ଭୁଷୁଡି ଯାଇପାରେ, ଲୋକସଭାରେ ବରଗଡ ସାଂସଦ ସୁରେଶ ପୂଜାରୀଙ୍କ ଚାଞ୍ଚଲ୍ୟକର ବୟାନ
ବିଶେଷ ଖବର

ହୀରାକୁଦ ନଦୀବନ୍ଧ କୌଣସି ମୁହୂର୍ତ୍ତରେ ଭୁଷୁଡି ଯାଇପାରେ, ଲୋକସଭାରେ ବରଗଡ ସାଂସଦ ସୁରେଶ ପୂଜାରୀଙ୍କ ଚାଞ୍ଚଲ୍ୟକର ବୟାନ

August 4, 2019No Comments3 Mins Read
Share Facebook Twitter LinkedIn Email WhatsApp Copy Link
ହୀରାକୁଦ ନଦୀବନ୍ଧ କୌଣସି ମୁହୂର୍ତ୍ତରେ ଭୁଷୁଡି ଯାଇପାରେ, ଲୋକସଭାରେ ବରଗଡ ସାଂସଦ ସୁରେଶପୂଜାରୀଙ୍କ ଚାଞ୍ଚଲ୍ୟକର ବୟାନ
ଗ୍ରୀଷ୍ମ ପ୍ରବାହ ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ପ୍ରସ୍ତୁତି କ'ଣ?: ସ୍ପଷ୍ଟ କଲେ ମନ୍ତ୍ରୀ ସୁରେଶ ପୂଜାରୀ

କେଦାର ମିଶ୍ର 

 ଯଦି ବରଗଡ ଲୋକସଭା ସଦସ୍ୟ ସୁରେଶ ପୂଜାରୀଙ୍କ କଥାକୁ ବିଶ୍ଵାସ କରାଯାଏ ତାହେଲେ ଦେଶର ଦୀର୍ଘତମ ମାଟିବନ୍ଧ ହୀରାକୁଦ ବିପଜ୍ଜନକ ସ୍ଥିତିରେ ରହିଛି। ଗତକାଲି ଅର୍ଥାତ ୨ ଅଗଷ୍ଟ ଦିନ ଲୋକସଭାରେ  ବନ୍ଧ ସୁରକ୍ଷା ବିଲ-୨୦୧୯ ପ୍ରସଙ୍ଗରେ ଆଲୋଚନା କରି ବରଗଡର ବିଜେପି ସାଂସଦ ସୁରେଶ ପୂଜାରୀ ଗୋଟେ ଆତଙ୍କଜନକ କଥା କହିଛନ୍ତି। ବିଲ ର ପ୍ରାବଧାନ ବା ବ୍ୟବସ୍ଥା ଉପରେ କିଛି ନକହି ଶ୍ରୀ ପୂଜାରୀ ହୀରାକୁଦ ନଦୀବନ୍ଧ ଏକ ପ୍ରକାର ଭାଙ୍ଗିଯିବା ଅବସ୍ଥାରେ ରହିଛି ବୋଲି କହିଥିଲେ। କେଉଁ ସୂତ୍ର ଓ ତଥ୍ୟ ଆଧାରରେ ସେ ଏ କଥା କହୁଛନ୍ତି, ତାହା ମଧ୍ୟ ଆମକୁ ଜଣାନାହିଁ। ସୁରେଶ ପୂଜାରୀଙ୍କ ନିଜ ଭାଷାରେ- I think, the Hirakud dam is dying a natural death. So, it needs immediate repairing. Unless it is repaired this dam may collapsed at any time. ଏହା ସହିତ ସାଂସଦ ମହାଶୟ ଆହୁରି ମଧ୍ୟ କହିଛନ୍ତି ଯେ- “ବର୍ଷାଦିନରେ ମୋ ନିର୍ବାଚନ ମଣ୍ଡଳୀର ଲୋକମାନେ ଶୋଇପାରୁନାହାନ୍ତି। ସେମାନଙ୍କୁ ଲାଗୁଛି, ଏହା କୌଣସି ମୁହୂର୍ତ୍ତରେ ଭାଙ୍ଗି ପଡିବ। ୧୯୮୨ରେ ଏମିତି ଗୁଜବ ହୋଇଥିବାରୁ ଲୋକେ ପଳାୟନ କରିବା ଆରମ୍ଭ କରିଥିଲେ। ଏମିତି ଆଗରୁ ଦୁଇଥର ହେଲାଣି। ଲୋକଙ୍କର ଏହି ବନ୍ଧ ଉପରେ କୌଣସି ବିଶ୍ଵାସ ନାହିଁ”। ବଡ ସାଂଘାତିକ କଥା- ହୀରାକୁଦ କୁ ନେଇ ଲୋକଙ୍କ ମନରେ ଏତେ ଭୟ ରହିଛି ଅଥଚ ଏହାର କୌଣସି ଆଲୋଚନା ନାହିଁ! ଯଦି ସତରେ ହୀରାକୁଦର ସ୍ଥାୟୀତ୍ଵକୁ ନେଇ ଲୋକଙ୍କ ମନରେ ଅବିଶ୍ଵାସ ରହିଛି, ତାହେଲେ ଏହାକୁ ନେଇ ପୂରା ହୀରାକୁଦ ତଳମୁଣ୍ଡରେ ବ୍ୟାପକ ଜଣ ଅସନ୍ତୋଷ ଦେଖାଦେବା କଥା। କାହିଁ, ସେମିତି କିଛି ଘଟୁଛି କି?

ବନ୍ଧ ସୁରକ୍ଷା ବିଲ ଆଳରେ କେନ୍ଦ୍ର ସରକାର ରାଜ୍ୟ ଅଧୀନରେ ଥିବା ନଦୀବନ୍ଧଗୁଡିକ ଉପରେ ନିଜର କର୍ତ୍ତୃତ୍ଵ ଜାହିର କରିବାକୁ ଚାହୁଁଛନ୍ତି କି, ଏ ପ୍ରଶ୍ନକୁ ନେଇ ଲୋକସଭାରେ ବିତର୍କ ଚାଲିଥିବାବେଳେ ସୁରେଶ ବାବୁ ହୀରାକୁଦ ପ୍ରସଙ୍ଗରେ ଏକ ଭୟଙ୍କର ଭବିଷ୍ୟବାଣୀ କରିଛନ୍ତି। ଲୋକସଭାରେ ହୀରାକୁଦ ବନ୍ଧ ବିପଦରେ ଅଛି ବୋଲି ଜଣେ ସାଂସଦ କହିଲା ବେଳେ, ଏହାର ଗୁରୁତ୍ଵ ରହିଛି ବୋଲି ଆମେ ବିଚାର କରୁଛୁ। ହେଲେ ବିଲର ଆଲୋଚନା ପରେ କେନ୍ଦ୍ର ଜଳ ସମ୍ପଦ ମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାବତ ଯେଉଁ ଉତ୍ତର ରଖିଲେ, ସେଥିରେ ସେ ସୁରେଶ ପୂଜାରୀ ଉଠାଇଥିବା ପ୍ରସଙ୍ଗର ଉତ୍ତର ରଖି କହିଲେ ଯେ ବନ୍ଧର ମରାମତି ଲାଗି ୬୦୦ କୋଟି ଟଙ୍କାର ଯୋଜନା ଲାଗୁ ହୋଇଛି। ପୁରୁଣା ନଦୀବନ୍ଧ ଗୁଡିକର ମରାମତି ଏକ ନିରନ୍ତର ପ୍ରକ୍ରିୟା ଓ ଏଥିଲାଗି ଲୋକେ ଭୟଭୀତ ହେବାର କୌଣସି କାରଣ ନାହିଁ। ଏପରିକି ହୀରାକୁଦ ନଦୀବନ୍ଧ ବିପଦ ସଙ୍କୁଳ ଅବସ୍ଥାରେ ରହିଛି ବୋଲି ସାଂସଦ ଯାହା କହିଥିଲେ, ତାର କୌଣସି ଉତ୍ତର ମନ୍ତ୍ରୀ ରଖିନଥିଲେ। ସେ ଫରକ୍କା ଓ ହୀରାକୁଦ ଭଳି ପୁରୁଣା ନଦୀବନ୍ଧ ଗୁଡିକର ମରାମତି କରାଯାଉଛି ବୋଲି କହିବା ସହିତ ଶ୍ରୀ ପୂଜାରୀଙ୍କ ଅନ୍ୟ କୌଣସି ପ୍ରସଙ୍ଗର ଉତ୍ତର ରଖିନଥିଲେ।

ହୀରାକୁଦ ନଦୀବନ୍ଧ ବିଷୟରେ ବିଭ୍ରାନ୍ତିକର ଓ ଭୟ ସୃଷ୍ଟି କଳା ପରି ବକ୍ତବ୍ୟ ରଖିବା ପଛରେ ସୁରେଶ ପୂଜାରୀଙ୍କର କି ଉଦ୍ଦେଶ୍ୟ ରହିଛି, ତାହା ବୁଝା ପଡୁନାହିଁ।  ନଦୀବନ୍ଧର ମୌଳିକ ସମସ୍ୟା ବିଷୟରେ ଶ୍ରୀ ପୂଜାରୀ କିଛି ନ କହି କେବଳ ଉପରଠାଉରିଆ ଭାବରେ ବିସ୍ଥାପନ ଓ ବନ୍ଧର ଜଳ ଯୋଗାଣ କଥାକୁ ଉଠାଇଥିଲେ। ଏକଥା ସତଯେ ହୀରାକୁଦ ନଦୀବନ୍ଧ ମରିବାକୁ ଯାଉଛି। ହେଲେ ଏହାର ମୃତ୍ୟୁ କାରଣ ଏହାର ମରାମତିର ଅଭାବ ନୁହଁ, ବରଂ ପାଣିର ଅଭାବ। ଛତିଶଗଡ ସରକାର ମହାନଦୀକୁ ଏକ ମୃତନଦୀରେ ପରିଣତ କରିଦେବାର ସବୁ ବ୍ୟବସ୍ଥା କରି ସାରିଛନ୍ତି। ବନ୍ଧ ସୁରକ୍ଷା ବିଲର ଆଲୋଚନା ବେଳେ ବନ୍ଧର ଉପର ମୁଣ୍ଡ ଓ ବେସିନରେ ରହିଥିବା ଜଳ ବଣ୍ଟନକୁ ନେଇ କିଛି ଆଲୋଚନା ହେଲାନାହିଁ। ହୀରାକୁଦ ନଦୀବନ୍ଧ ବିସ୍ଥାପିତଙ୍କ ପ୍ରସଙ୍ଗ ଶ୍ରୀ ପୂଜାରୀ ଉଠାଇଲେ, ହେଲେ ଏ ସମ୍ପର୍କରେ ତାଙ୍କ ପାଖରେ ବିଶେଷ କିଛି ତଥ୍ୟ ଥିଲାପରି ମନେହେଲାନାହିଁ।

ହୀରାକୁଦ ନିର୍ମାଣ ସମୟରେ ବିସ୍ଥାପିତ ହୋଇଥିବା ଲୋକଙ୍କୁ ଆଜି ମଧ୍ୟ କ୍ଷତିପୂରଣ ମିଳିନାହିଁ ବୋଲି ଶ୍ରୀ ପୂଜାରୀ ଯାହା କହିଛନ୍ତି, ତାହା ସତ୍ୟ। ତେବେ ଏହି ପ୍ରସଙ୍ଗ ରଖିଲା ବେଳେ ବାସ୍ତବ ତଥ୍ୟ ଓ ସଠିକ ପ୍ରସ୍ତାବ ତାଙ୍କ ପାଖରେ ନଥିଲା। ହୀରାକୁଦ ପାଣି ବିଷାକ୍ତ ହେଉଛି ଓ ଏହାର ପ୍ରଭାବରେ ବରଗଡ ଅଞ୍ଚଳରେ କ୍ୟାନ୍ସର ରୋଗୀଙ୍କ ସଂଖ୍ୟା ବଢୁଛି ବୋଲି ସେ ଯାହା କହିଛନ୍ତି, ତାହା ଉଦ୍ବେଗଜନକ। ହେଲେ ଏ ବିଷୟରେ କିଏ ଓ କି ପ୍ରକାର ଅନୁଧ୍ୟାନ କରିଛି, ତାର ସଠିକ ତଥ୍ୟ ରଖିଥିଲେ, ତାହାର ଭିନ୍ନ ପ୍ରଭାବ ପଡିଥାନ୍ତା।

ହୀରାକୁଦ ନଦୀବନ୍ଧ ଭୁଷୁଡି ପଡିବା ଭଳି ସ୍ଥିତିରେ ଅଛି ବୋଲି କୌଣସି ରିପୋର୍ଟ ନଥିବା ବେଳେ ଏହାକୁ ନେଇ ଅଯଥା ଲୋକଙ୍କ ମନରେ ଭୟ ଓ ବିଭ୍ରାନ୍ତି ସୃଷ୍ଟି କରିବା, ଆଦୌ ଗ୍ରହଣୀୟ ନୁହେଁ।

bjpmp HirakudaDam sambalpur SureshPujari
Share. Facebook Twitter LinkedIn Email WhatsApp Copy Link

Related Posts

“୨୪ ଘଣ୍ଟା ମଧ୍ୟରେ ‘ମାନସିକ ନକ୍ସଲ’ ଙ୍କ ପରିଚୟ ମିଳିଛି”: ଚିଦାମ୍ବରମଙ୍କୁ ବିଜେପି ର ଆକ୍ରମଣ

August 17, 2026

ସମାଜ ର ନୂଆ ସଂପାଦକ ହେଲେ ବାମାପଦ ତ୍ରିପାଠୀ, ଗୋପୀନାଥ ବାରିକ ମୁଖ୍ୟ ପରିଚାଳକ

August 17, 2026

UGC-NET ପୁନଃପରୀକ୍ଷା ଉପରେ ପୁଣି ଉଠିଲା ପ୍ରଶ୍ନ: ଟାର୍ଗେଟ କଲେ ରାହୁଲ ଗାନ୍ଧୀ

August 17, 2026

ପାନୀୟ ଜଳ ଯୋଗାଣ ଲାଗି ରେଳବାଇର ତତ୍କାଳ ପଦକ୍ଷେପ

August 17, 2026
Latest News

ବିଜେପି ଛାଡିବା ପରେ ଏବେ କଣ କରିବେ ଶହଜାଦ ପୁନାୱାଲା?: କହିଲେ ଯୋଜନା

August 17, 2026

ଗୋଆରେ କଂଗ୍ରେସକୁ ଝଟକା!: ଖଡଗେଙ୍କ ବୈଠକ ପୂର୍ବରୁ ଇସ୍ତଫା ଦେଲେ ୧୦୮ ବିଏଲଏ

August 17, 2026

ନଦୀରେ ବୁଡ଼ି ଯାଇଥିବା ବ୍ୟକ୍ତିଙ୍କୁ ଉଦ୍ଧାର କଲା ଅଗ୍ନିଶମ ବିଭାଗ: ମୃତ ଘୋଷଣା କଲେ ଡାକ୍ତର

August 17, 2026

ଛାତ୍ରଛାତ୍ରୀମାନଙ୍କ ନିକଟରେ ମୁଣ୍ଡ ନୁଆଁଇଲେ ଝାଡ଼ଖଣ୍ଡ ସରକାର!: ରଦ୍ଦ ହେବ ୧୪ତମ JPSC ପରୀକ୍ଷା

August 17, 2026

ହକି ବିଶ୍ଵକପ-୨୦୨୬: ଆଜି ଇଂଲଣ୍ଡ ବିରୋଧରେ ଇତିହାସ ରଚିବ ଟିମ୍ ଇଣ୍ଡିଆ

August 17, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.