ପାଟକୁରା ନିର୍ବାଚନ ଫଳାଫଳ ଆଜି ଘୋଷଣା ହେଉଛି । ସକାଳ ୮ଟାରୁ ଭୋଟ୍ ଗଣତି ଆରମ୍ଭ ହୋଇଛି । ଏଠାରେ ୩୦୯ଟି ବୁଥ୍ ପାଇଁ ୧୭ ରାଉଣ୍ଡ ଗଣତି ହେବ । ତେବେ ମିଳିଥିବା ସୂଚନା ଅନୁସାରେ ଚତୁର୍ଥ ରାଉଣ୍ଡରେ ମଧ୍ୟ ବିଜେଡ଼ି ପ୍ରାର୍ଥୀ ଆଗୁଆ ରହିଛନ୍ତି । ବିଜେଡି ପ୍ରାର୍ଥୀ ସାବିତ୍ରୀ ଅଗ୍ରଓ୍ବାଲା ୭୪୩୧ ଭୋଟ୍ରେ ଆଗୁଆ ଅଛନ୍ତି । ତାଙ୍କୁ ୨୫,୨୧୪ଟି ଭୋଟ୍ ମିଳିଥିବାବେଳେ ବିଜେପିର ବିଜୟ ମହାପାତ୍ରଙ୍କୁ ୧୭, ୭୮୩ଓ କଂଗ୍ରେସର ଜୟନ୍ତ ମହାନ୍ତିଙ୍କୁ ୭୦୪ଟି ଭୋଟ୍ ମିଳିଛି । ଗତ ବିଧାନସଭାରେ ନିର୍ବାଚନରେ କଂଗ୍ରେସ ଦ୍ବିତୀୟ ସ୍ଥାନରେ ରହିଥିବାବେଳେ ଚଳିତ ଥର କଂଗ୍ରେସ ତୃତୀୟ ସ୍ଥାନରେ ରହିଛି ।
Author: Samikhsya Bureau
ଗତକାଲି କର୍ଣ୍ଣାଟକ ମହାନାଟକରେ ଯବନିକା ପଡିଛି । କୁମାରସ୍ବାମୀ ସରକାର ଆସ୍ଥା ଭୋଟ୍ରେ ହାରିବା ପରେ କର୍ଣ୍ଣାଟକରେ ବିଜେପି ସରକାର ଗଠନ କରିବାକୁ ଯାଉଛି । ତେବେ କର୍ଣ୍ଣାଟକରେ ମେଣ୍ଟ ସରକାର ଭାଙ୍ଗିବା ପରେ ରାହୁଲ୍ ଗାନ୍ଧି ବିଜେପିକୁ ଟାର୍ଗେଟ୍ କରିଛନ୍ତି । ରାହୁଲ୍ ଟୁଇଟର୍ରେ କହିଛନ୍ତି ଯେ, କର୍ଣ୍ଣାଟକରେ ପ୍ରଲୋଭନର ବିଜୟ ହୋଇଥିବାବେଳେ ସଚ୍ଚୋଟତା ଓ ଗଣତନ୍ତ୍ରର ପରାଜୟ ହୋଇଛି । ଆହୁରି ମଧ୍ୟ ରାହୁଲ୍ କହିଛନ୍ତି ଯେ, କର୍ଣ୍ଣାଟକରେ କଂଗ୍ରେସ-ଜେଡିଏସ ମେଣ୍ଟ ସରକାର ଗଢ଼ିବାର ପ୍ରଥମ ଦିନରୁ ଉଭୟ ବାହାର ଓ ଭିତରେ ବିଜେପି ଟାର୍ଗେଟ କରୁଥିଲା । ସେହିପରି କର୍ଣ୍ଣାଟକର ମେଣ୍ଟ ସରକାରର ପତନକୁ ମଧ୍ୟ ସହଜରେ ଗ୍ରହଣ କରିନାହାନ୍ତି କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧି । କର୍ଣ୍ଣାଟକରେ ୧୪ ମାସର ଏଚ୍ଡି କୁମାରସ୍ବାମୀ ସରକାର ବହୁମତ ପ୍ରମାଣିତ କରିବାରେ ବିଫଳ ହୋଇଛନ୍ତି । ଗତକାଲି ହୋଇଥିବା ଆସ୍ଥାଭୋଟ୍ରେ କୁମାରସ୍ବାମୀ ସରକାର ୯୯ଟି ଭୋଟ୍ ପାଇଥିବାବେଳେ ବିଜେପି…
ପାଟକୁରା ନିର୍ବାଚନ ଫଳାଫଳ ଆଜି ଘୋଷଣା ହେଉଛି । ସକାଳ ୮ଟାରୁ ଭୋଟ୍ ଗଣତି ଆରମ୍ଭ ହୋଇଛି । ଏଠାରେ ୩୦୯ଟି ବୁଥ୍ ପାଇଁ ୧୭ ରାଉଣ୍ଡ ଗଣତି ହେବ । ତେବେ ମିଳିଥିବା ସୂଚନା ଅନୁସାରେ ତୃତୀୟ ରାଉଣ୍ଡରେ ମଧ୍ୟ ବିଜେଡ଼ି ପ୍ରାର୍ଥୀ ଆଗୁଆ ରହିଛନ୍ତି । ବିଜେଡି ପ୍ରାର୍ଥୀ ସାବିତ୍ରୀ ଅଗ୍ରଓ୍ବାଲା ୬୩୩୭ ଭୋଟ୍ରେ ଆଗୁଆ ଅଛନ୍ତି । ତାଙ୍କୁ ୧୯,୦୫୦ଟି ଭୋଟ୍ ମିଳିଥିବାବେଳେ ବିଜେପିର ବିଜୟ ମହାପାତ୍ରଙ୍କୁ ୧୨, ୭୧୩ଓ କଂଗ୍ରେସର ଜୟନ୍ତ ମହାନ୍ତିଙ୍କୁ ୫୬୭ଟି ଭୋଟ୍ ମିଳିଛି । ଗତ ବିଧାନସଭାରେ ନିର୍ବାଚନରେ କଂଗ୍ରେସ ଦ୍ବିତୀୟ ସ୍ଥାନରେ ରହିଥିବାବେଳେ ଚଳିତ ଥର କଂଗ୍ରେସ ତୃତୀୟ ସ୍ଥାନରେ ରହିଛି ।
ପାଟକୁରା ନିର୍ବାଚନ ଫଳାଫଳ ଆଜି ଘୋଷଣା ହେଉଛି । ସକାଳ ୮ଟାରୁ ଭୋଟ୍ ଗଣତି ଆରମ୍ଭ ହୋଇଛି । ଏଠାରେ ୩୦୯ଟି ବୁଥ୍ ପାଇଁ ୧୭ ରାଉଣ୍ଡ ଗଣତି ହେବ । ତେବେ ମିଳିଥିବା ସୂଚନା ଅନୁସାରେ ଦ୍ବିତୀୟ ରାଉଣ୍ଡରେ ମଧ୍ୟ ବିଜେଡ଼ି ପ୍ରାର୍ଥୀ ଆଗୁଆ ରହିଛନ୍ତି । ବିଜେଡି ପ୍ରାର୍ଥୀ ସାବିତ୍ରୀ ଅଗ୍ରଓ୍ବାଲା ୩୪୨୬ ଭୋଟ୍ରେ ଆଗୁଆ ଅଛନ୍ତି । ତାଙ୍କୁ ୧୨,୪୭୪ଟି ଭୋଟ୍ ମିଳିଥିବାବେଳେ ବିଜେପିର ବିଜୟ ମହାପାତ୍ରଙ୍କୁ ୯୦୪୮ ଓ କଂଗ୍ରେସର ଜୟନ୍ତ ମହାନ୍ତିଙ୍କୁ ୪୨୮ଟି ଭୋଟ୍ ମିଳିଛି । ପାଟକୁରାରେ ତ୍ରିମୁଖୀ ଲଢେଇ ହେଉଥିବାବେଳେ ମୁଖ୍ୟତଃ ଏଠାରେ ବିଜେଡ଼ି ଓ ବିଜେପି ମଧ୍ୟରେ କଡା ଟକ୍କର ଦେଖିବାକୁ ମିଳୁଛି ।
ଆଜି ପ୍ରକାଶ ପାଇବ କେନ୍ଦ୍ରାପଡା ଜିଲ୍ଲା ପାଟକୁରା ବିଧାନସଭା ନିର୍ବାଚନ ଫଳାଫଳ। ସକାଳ ୮ଟାରୁ ଆରମ୍ଭ ହେଲାଣି ଭୋଟ ଗଣତି। ଏଠାକାର ୩୦୯ଟି ବୁଥ୍ ପାଇଁ ୧୭ ରାଉଣ୍ଡ ଗଣତି ହେବ । ତେବେ ମିଳିଥିବା ସୂଚନା ଅନୁସାରେ ପ୍ରଥମ ରାଉଣ୍ଡରେ ବିଜେଡ଼ି ପ୍ରାର୍ଥୀ ଆଗୁଆ ରହିଛନ୍ତି । ବିଜେଡି ପ୍ରାର୍ଥୀ ସାବିତ୍ରୀ ଅଗ୍ରଓ୍ବାଲା ୨୯୨୭ ଭୋଟ୍ରେ ଆଗୁଆ ଅଛନ୍ତି । ତାଙ୍କୁ ୬୭୩୫ଟି ଭୋଟ୍ ମିଳିଥିବାବେଳେ ବିଜେପିର ବିଜୟ ମହାପାତ୍ରଙ୍କୁ ୩୮୦୮ ଓ କଂଗ୍ରେସର ଜୟନ୍ତ ମହାନ୍ତିଙ୍କୁ ୨୨୭ଟି ଭୋଟ୍ ମିଳିଛି ।
ଶେଷରେ କର୍ଣ୍ଣାଟକ ରାଜନୈତିକ ଡ୍ରାମାରେ ଯବନିକା ପଡିଛି।। ମଙ୍ଗଳବାର ଦିନ କର୍ଣ୍ଣାଟକ ବିଧାନସଭାରେ ହୋଇଥିବା ଆସ୍ଥା ଭୋଟରେ ବହୁମତ ସାବ୍ୟସ୍ତ କରିବାରେ ବିଫଳ ହୋଇଛନ୍ତି କୁମାରସ୍ୱାମୀ। ମେଣ୍ଟ ସରକାର ସପକ୍ଷରେ ୯୯ଟି ଭୋଟ ପଡିଥିବା ବେଳେ ବିରୋଧରେ ୧୦୫ଟି ଭୋଟ ପଡିଥିଲା। ଏହାପରେ କର୍ଣ୍ଣାଟକରେ ବିଜେପି ସରକାର ଗଠନ ହେବା ଏକ ପ୍ରକାର ସ୍ପଷ୍ଟ ହୋଇଛି। ଏଚଡି କୁମାରସ୍ଵାମୀ ରାଜଭବନ ଯାଇ ରାଜ୍ୟପାଳଙ୍କୁ ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି। କର୍ଣ୍ଣାଟକରେ ଜାରି ରହିଥିବା ରାଜନୈତିକ ନାଟକରେ ପ୍ରତିଦିନ ନୂଆ ମୋଡ ଦେଖିବାକୁ ମିଳୁଥିଲା। ରାଜ୍ୟପାଳଙ୍କ ଦ୍ୱାରା ଗୃହରେ ଆସ୍ଥା ଭୋଟକୁ ନେଇ ଦିଆଯାଇଥିବା ଦୁଇଟି ଡେଡ ଲାଇନର ସମୟସୀମା ଶେଷ ହୋଇଥିଲା। ଏହାପରେ ମଙ୍ଗଳବାର ଦିନ ବାଚସ୍ପତି ଯେକୌଣସି ପରିସ୍ଥିତିରେ ଆସ୍ଥା ଭୋଟ କରାଇବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଆଜି ସନ୍ଧ୍ୟା ୭ଟାରେ ଆସ୍ଥା ଭୋଟ କରାଇଥିଲେ ବାଚସ୍ପତି କେ ରମେଶ କୁମାର। ଏହି ଆସ୍ଥା ଭୋଟରେ ପରାଜିତ ହୋଇଛନ୍ତି କୁମାରସ୍ଵାମୀ।…
କେତେକ ଅଭିଯୋଗ ପରେ କେନ୍ଦ୍ରୀୟ ସିଧା ଟାକ୍ସ ବୋର୍ଡ ଇନକମ ଟାକ୍ସ ରିଟର୍ଣ୍ଣ ତାରିଖ ବୃଦ୍ଧି କରିଛନ୍ତି। ପୂର୍ବରୁ ଏହି ତାରିଖ ଚଳିତ ଜୁଲାଇ 31 ତାରିଖ ଥିଲା। ହେଲେ ଏହାକୁ ବୃଦ୍ଧି କରି ଆସନ୍ତା ଅଗଷ୍ଟ 31 ତାରିଖକୁ ବୃଦ୍ଧି କରିଛନ୍ତି। ତେବେ ଏହି ସମୟ ସୀମା କେତେକ ନିର୍ଦ୍ଧିଷ୍ଠ ବର୍ଗ ପାଇଁ ବୃଦ୍ଧି କରାଯାଇଛି। ସାଧାରଣତଃ ଯେଉଁମାନେ ଇନକମ ଟାକ୍ସ ପ୍ରଦାନ କରିଥାନ୍ତି, ସେମାନେ ଜୁଲାଇ 31 ତାରିଖ ଶେଷ ତାରିଖ ଥାଏ। ଏହାପରେ ଯେଉଁମାନେ ରିଟର୍ଣ୍ଣ ଫାଇଲ କଲେ ସେମାନଙ୍କୁ ଫାଇନ ଦେବାକୁ ପଡିଥାଏ। ବର୍ତ୍ତମାନ ଅଗଷ୍ଟ 31 ତାରିଖ ସୁଦ୍ଧା ରିଟର୍ଣ୍ଣ ଫାଇଲ କଲେ କୌଣସି ଫାଇନ ପଡିବ ନାହିଁ।
ସମୀକ୍ଷା ବ୍ୟୁରୋେ ନାବିକ ନିଯୁକ୍ତି ପାଇଁ ଭାରତୀୟ ନୌସେନା ସେପ୍ଟେମ୍ବର ୨୦୧୯ରେ ‘ଭାରତୀୟ ନୌସେନା ପ୍ରବେଶିକା ପରୀକ୍ଷା (ଆଇଏନଇଟି)’ ନାମରେ ଏକ କମ୍ପ୍ୟୁଟର ଆଧାରିତ ପ୍ରବେଶିକା ପରୀକ୍ଷାର ଆୟୋଜନ କରିବ। ଏପ୍ରିଲ ୧, ୨୦୦୦ରୁ ମାର୍ଚ୍ଚ ୩୧, ୨୦୦୩ ମଧ୍ୟରେ ଜନ୍ମଗ୍ରହଣ କରିଥିବା ପୁରୁଷ ପ୍ରାର୍ଥୀ ଏହି ପରୀକ୍ଷା ପାଇଁ ଆବେଦନ କରିବାକୁ ଯୋଗ୍ୟ ବିବେଚିତ ହେବେ। ପ୍ରାର୍ଥୀ ମାଟ୍ରିକ ପାସ କରିଥିବା ଆବଶ୍ୟକ। ମାଟ୍ରିକ ପାସ କରି ନୌସେନାରେ ନାବିକ ଭାବେ ନିଯୁକ୍ତ ହୋଇଥିବା ପ୍ରାର୍ଥୀ ସେଫ, ଷ୍ଟିୱାର୍ଡ ଏବଂ ହାଇଜିନିଷ୍ଟ ପଦବୀରେ କାର୍ଯ୍ୟ କରିଥା’ନ୍ତି। www.joinindiannavy.gov.in ମାଧ୍ୟମରେ କେବଳ ଅନଲାଇନ ଆବେଦନ ପତ୍ର ଗ୍ରହଣ କରାଯିବ। ଆବେଦନ ୱିଣ୍ଡୋ ଖୋଲିବା ପୂର୍ବରୁ ସମୟ ବଂଚାଇବା ପାଇଁ ଆଶାୟୀ ପ୍ରାର୍ଥୀମାନେ www.joinindiannavy.gov.in ରେ ସେମାନଙ୍କୁ ପଞ୍ଜିକୃତ କରିପାରିବେ। ପଞ୍ଜିକରଣ ପାଇଁ ଅନ୍ୟକୌଣସି ଆପ କିମ୍ବା ୱେବସାଇଟ ନାହିଁ। ୱେବସାଇଟରେ ସେମାନଙ୍କ ୟୁଜର ଆକାଉଂଟ ଖୋଲିବା ପରେ ଆବେଦନକାରୀମାନେ ଅନଲାଇନ ଆବେଦନ…
ଆଜି ସଂସଦ ଭବନରେ ଥିବା ପ୍ରଧାନମନ୍ତ୍ରୀଙ୍କ ପ୍ରକୋଷ୍ଠରେ ଏକ ନୂଆ କଥା ଦେଖିବାକୁ ମିଳିଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏକ ଛୁଆ ଧରି ବେଶ୍ କିଛି ସମୟ ଖେଳିବାକୁ ଲାଗିଲେ। ତାଙ୍କ ଖାତାପତ୍ର ଘାଣ୍ଟିବା ସହିତ ପିଲାଟି ବେଶ୍ କିଛି ସମୟ ମୋଦୀଙ୍କ ସହିତ ବିତାଇଥିଲା। ଆଉ ମୋଦୀ ମଧ୍ୟ ପିଲାକୁ ଧରି ବେଶ୍ ଗେଲ ମଧ୍ୟ କଲେ। ସେତିକି ନୁହେଁ ପ୍ରଧାନମନ୍ତ୍ରୀ ପିଲାଟି ପାଇ କିପିର ଖୁସି ହେଲେ ତାହାର ଫଟୋ ମଧ୍ୟ ନିଜ ଇନଷ୍ଟାଗ୍ରାମରେ ପୋଷ୍ଟ କଲେ। ଏହାକୁ ନେଇ ବର୍ତ୍ତମାନ ସାରା ଦେଶରେ ଚାଲିଛି ଚର୍ଚ୍ଚା। ପ୍ରଶ୍ନ ଉଠିଛି ସେହି ପିଲାଟି କିଏ। ଯିଏ କି ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ଭାଙ୍ଗି ଭିତରକୁ ପଶିପାରିଲା। ସେପିଲାଟି ଆଉ କେହି ନୁହେଁ, ସେ ହେଉଛି ବିଜେପି ସାଂସଦ ସତ୍ୟନାରାୟଣ ଜାଟିୟାଙ୍କ ନାତି। ସତ୍ୟନାରାୟଣ ଉଜ୍ଜୟନ ଲୋକସଭା ଆସନର ସାଂସଦ ଅଛନ୍ତି। ତାଙ୍କ ପରିବାର ମୋଦୀଙ୍କୁ ସାକ୍ଷାତ କରିବା ପାଇଁ ସମୟ…
ବ୍ରିଟେନର ଆଗାମୀ ପ୍ରଧାନମନ୍ତ୍ରୀ ହେବେ ବୋରିସ ଜନସନ। ଲଂଣ୍ଡନର ପୂର୍ବତନ ମେୟର ଏବଂ ୟୁକେର ପୂର୍ବତନ ବିଦେଶ ମନ୍ତ୍ରୀ ବୋରିସ୍ ଜନ୍ସନ୍ ମଙ୍ଗଳବାର ଦିନ କନ୍ଜରଭେଟିଭ୍ ପାର୍ଟିର ନେତା ନିର୍ବାଚିତ ହୋଇଛନ୍ତି। ସେ ଦଳୀୟ ନିର୍ବାଚନରେ ନିଜର ନିକଟତମ ପ୍ରତିଦ୍ୱନ୍ଦ୍ୱୀ ଜେରେମି ହଣ୍ଟକୁ ପରାସ୍ତ କରିଛନ୍ତି। ଜନସନଙ୍କୁ ୯୨,୧୫୩ ଭୋଟ ମିଳିଥିବାବେଳେ ତାଙ୍କ ପ୍ରତିଦ୍ୱନ୍ଦ୍ୱୀ ଜେରମି ହଣ୍ଟଙ୍କୁ ମାତ୍ର ୪୬,୬୫୬ ଭୋଟ ମିଳିଥିଲା। ବ୍ରିଟେନ ୟୁରୋପୀୟ ୟୁନିଅନ ସହ ବ୍ରିକ୍ସଜିଟ୍ ମାମଲାକୁ ନେଇ ଜୁନ ୭ରେ ଥେରେସା ମେ’ ବ୍ରିଟେନ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ। ଆସନ୍ତାକାଲି ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଇପାରନ୍ତି ବୋରିସ ଜନ୍ସନ ।
ନାରୀ ନିର୍ଯ୍ୟାତନା, ନାବାଳିକା ଦୁଷ୍କର୍ମକୁ ନେଇ ଆସନ୍ତାକାଲି ସକାଳ ୧୦ଟାରୁ ଦିନ ଗୋଟାଏ ପର୍ଯ୍ୟନ୍ତ କଂଗ୍ରେସ ବିକ୍ଷୋଭ ପ୍ରଦର୍ଶନ କରିବ । ରାଜ୍ୟର ସମସ୍ତ ଜିଲ୍ଲା ସଦର ମହକୁମାରେ ବିକ୍ଷୋଭ ସହ ଆନ୍ଦୋଳନ କରିବାକୁ କଂଗ୍ରେସ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି । ରାଜ୍ୟରେ ଆଇନ୍ ଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇପଡ଼ିଥିବା ବେଳେ ସାରା ରାଜ୍ୟରେ ମରୁଡ଼ି ଅବସ୍ଥା ହୋଇଛି । ଏସମସ୍ତ ପ୍ରସଙ୍ଗକୁ ନେଇ କାଲି ବିକ୍ଷୋଭ କରିବ ରାଜ୍ୟ କଂଗ୍ରେସ ।ଏନେଇ ଏକ ପ୍ରେସମିଟରେ ବିଧାୟକ ଦଳ ନେତା ନରସିଂହ ମିଶ୍ର ସୂଚନା ଦେଇଛନ୍ତି । ଆଜି ବିଧାନସଭା ଗୃହରେ ରାଜ୍ୟରେ ବଢ଼ୁଥିବା ନାବାଳିକା ଦୁଷ୍କର୍ମ ଓ ନିଖୋଜ ଘଟଣାକୁ ନେଇ ଉଭୟ ବିରୋଧି ବିଜେପି ଓ କଂଗ୍ରେସ ହଙ୍ଗାମା କରିଥିଲେ । ନାରୀ ସୁରକ୍ଷା ପ୍ରସଙ୍ଗ ନେଇ ଗୃହରେ ବାରମ୍ବାର ହଟ୍ଟଗୋଳ ଲାଗି ରହିଥିବାରୁ ଗୃହକୁ ଆଜି ମୁଲତବୀ ଘୋଷଣା କରିବାକୁ ପଡ଼ିଛି ।
ଅନୁଗୁଳ ମେଡ଼ିକାଲ ଶବଗୃହରୁ ପୁଣି ଶବରୁ ଆଖି ଗାଏବ ଥିବା ଘଟଣାର ତଦନ୍ତ ଦାବି କରଛି ବିଜେପି। ଏହିପରି ନିନ୍ଦନୀୟ ଘଟଣାକୁ ବିରୋଧ କରି ଜିଲ୍ଲା ବିଜେପି ଆସନ୍ତାକାଲି ୧୨ଘଣ୍ଟିଆ ଅନୁଗୁଳ ବନ୍ଦ ଡାକରା ଦେଇଛି। ନିକଟରେ ୪ବର୍ଷ ଝିଅର ଅନୁଗୁଳ ମେଡ଼ିକାଲରେ ଆଖି ତାଡ଼ି ନେଇଥିଲେ। ପୁଣି ସମାନ ଦୃଶ୍ୟ ଦେଖିବାକୁ ମିଳିଛି। ଆଜି ଜଣେ ବ୍ୟକ୍ତିଙ୍କର ଆଖି ଗାଏବ ହୋଇଥିବା ଦେଖିବାକୁ ମିଳିଥିଲା। ଏପରି ଘଟଣା ବାରମ୍ବାର ଘଟୁଥିବା ହେତୁ ବିଜେପି ପକ୍ଷରୁ ଅନୁଗୁଳ ଚିକିତ୍ସାଳୟକୁ କଡ଼ା ସମାଲୋଚନା କରାଯାଇଛି। ଏହା ସହ ଜିଲ୍ଲା ବିଜେପି ଲଗାତାର ଶବଗୃହରୁ ଏହି ଆଖି ଗାଏବ ଘଟଣାର ତଦନ୍ତ ଦାବି କରିବା ସହ କାର୍ଯ୍ୟାନୁଷ୍ଠାନ ଦାବି କରିଛି । ଗତକାଲି ଦୁର୍ଘଟଣାରେ ପ୍ରାଣ ହରାଇଥିବା ଜଣେ ବ୍ୟକ୍ତିଙ୍କ ଶବକୁ ପୋଷ୍ଟମର୍ଟମ ପାଇଁ ଅନୁଗୁଳ ମେଡ଼ିକାଲ ଅଣାଯାଇ ମର୍ଗରେ ରଖାଯାଇଥିଲା। ଆଜି ସକାଳେ ଶବକୁ ପୋର୍ଷ୍ଟମର୍ଟମ ପାଇଁ ନିଆଯିବା ବେଳେ ଶବରୁ ଆଖି…
ଗୃହ ମନ୍ତ୍ରାଳୟ ଦେଶର କେତେକ ବଡ଼ ବଡ଼ ନେତାଙ୍କ ସୁରକ୍ଷା ହ୍ରାସ କରିଛନ୍ତି । ଏହି କ୍ରମରେ ରହିଛନ୍ତି ଆରଜେଡି ଅଧ୍ୟକ୍ଷ ଲାଲୁ ପ୍ରସାଦ ଯାଦବଙ୍କ ସମେତ କେତେକ ବରିଷ୍ଠ ନେତା ରହିଛନ୍ତି । ସମ୍ପୃକ୍ତ ନେତାଙ୍କ ସୁରକ୍ଷା ବ୍ୟବସ୍ଥା ନେଇ ଏକ ସମୀକ୍ଷା ବୈଠକ ପରେ ଗୃହ ମନ୍ତ୍ରାଳୟ ଏହି ନିଷ୍ପତ୍ତି ନେଇଛି ବୋଲି ଜଣେ ବରିଷ୍ଠ ଅଧିକାରୀ ମଙ୍ଗଳବାର ସୂଚନା ଦେଇଛନ୍ତି। ଲାଲୁଙ୍କ ବ୍ୟତୀତ ବିଏସପି ସାଂସଦ ସତୀଶ ଚନ୍ଦ୍ର ମିଶ୍ରା, ଉତ୍ତରପ୍ରଦେଶ ବିଜେପି ନେତା ସଂଗୀତା ସୋମ, ବିଜେପି ସାଂସଦ ରାଜୀବ ପ୍ରତାପ ରୁଡିଙ୍କ ସୁରକ୍ଷାରେ ହ୍ରାସ କରାଯାଇଛି। ସେହିପରି ଉତ୍ତରପ୍ରଦେଶ ସରକାରର ମନ୍ତ୍ରୀ ସୁରେଶ ରାଣା ଏବଂ ଏଲପିଜି ସାଂସଦ ଚିରାକ ପାସୱାନ, ପୂର୍ବତନ ସାଂସଦ ପପୁ ଯାଦବଙ୍କ ସୁରକ୍ଷା ମଧ୍ୟ ହ୍ରାସ କରାଯାଇଛି। ଏହି ତାଲିକାରେ ପଞ୍ଜାବ କେସରୀର ସମ୍ପାଦକ ଏକେ ମିନ୍ହା ଏବଂ ଝାଡ଼ଖଣ୍ଡରେ ଜେଭିଏମ ଅଧ୍ୟକ୍ଷ ବାବୁଲାଲ ମାରାଣ୍ଡି ମଧ୍ୟ ଅନ୍ତର୍ଭୁକ୍ତ…
ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡି ରାଜ୍ୟ ଯୁବକଙ୍କ ପାଇଁ ବଡ଼ ନିଷ୍ପତ୍ତି ନେଇଛନ୍ତି । ଏବେ ଆନ୍ଧ୍ର ପ୍ରଦେଶରେ ଥିବା ଘରୋଇ କମ୍ପାନୀରେ ସ୍ଥାନୀୟ ବାସିନ୍ଦାଙ୍କ ପାଇଁ ୭୫ ପ୍ରତିଶତ ଚାକିରି ସଂରକ୍ଷିତ ରହିବ ବୋଲି କହିଛନ୍ତି । ଭାରତର ପ୍ରଥମ ରାଜ୍ୟ ଭାବେ ଆନ୍ଧ୍ରପ୍ରଦେଶ ସ୍ଥାନୀୟ ନାଗରିକଙ୍କ ପାଇଁ ସମସ୍ତ ଘରୋଇ ଉଦ୍ୟୋଗ, ପ୍ରତିଷ୍ଠାନ ଏବଂ କାରଖାନାରେ ୭୫% ଚାକିରି ସଂରକ୍ଷଣ ବ୍ୟବସ୍ଥା ଲାଗୁ କରିଛି। ସରକାରଙ୍କଠାରୁ କୌଣସି ସହୟତା ପାଉନଥିବା କମ୍ପାନୀ ଉପରେ ମଧ୍ୟ ଏହି ନିୟମ ଲାଗୁ ହୋଇଛି। ଆନ୍ଧ୍ରପ୍ରଦେଶ ବିଧାନସଭାରେ ସୋମବାର ଲୋକାଲ୍ କ୍ୟାଣ୍ଡିଡେଟ୍ ଇନ୍ ଇଣ୍ଡଷ୍ଟ୍ରିଜ୍/ ଫ୍ୟାକ୍ଟ୍ରି ଆକ୍ଟ-୨୦୧୯କୁ ପାରିତ ହୋଇଛି । ଏହି ଅଧିନିୟମ ଅନୁସାରେ ସମସ୍ତ ଶ୍ରେଣୀର ଘରୋଇ ଚାକିରିରେ ସ୍ଥାନୀୟ ଲୋକଙ୍କ ପାଇଁ ୭୫% ଆସନ ସଂରକ୍ଷିତ ରହିବ। ଏହି ନିୟମ ପ୍ରଚଳନକୁ ନେଇ ଅନ୍ୟ କିଛି ରାଜ୍ୟରେ ମଧ୍ୟ ଦାବି କରାଯାଉଛି ।
ଝାଡ଼ଖଣ୍ଡରେ ବିଜେପି ନେତାଙ୍କ ପରିବାରର ୩ ଜଣଙ୍କୁ ଗୁଳି କରି ହତ୍ୟା କରାଯାଇଛି । ଦୁବୃର୍ତ୍ତ ଗୁଳିକାଣ୍ଡରେ ବିଜେପି ନେତା, ତାଙ୍କ ସ୍ତ୍ରୀ ଓ ପୁତ୍ର ପ୍ରାଣ ହରାଇଛନ୍ତି । ମୃତ ବିଜେପି ନେତା ଜଣକ ହେଲେ ଖଣ୍ଟି ଅନ୍ତର୍ଗତ ହେଥେଗୋୱା ଗାଁର ମାଗୋ ମୁଣ୍ଡା । ଗତକାଲି ବିଳମ୍ବିତ ରାତିରେ ବିଜେପି ନେତା ମାଗୋ ମୁଣ୍ଡା, ତାଙ୍କ ସ୍ତ୍ରୀ ଓ ପୁଅକୁ ଗୁଳି କରି ହତ୍ୟା କରାଯାଇଛି । ହେଥୋଗୋୱାରେ ଥିବା ତାଙ୍କ ବାସଭବନରେ ଏହି ହତ୍ୟାକାଣ୍ଡ ଘଟିଛି । ହତ୍ୟାକାଣ୍ଡର କାରଣ ଅସ୍ପଷ୍ଟ ଥିବାବେଳେ ପୋଲିସ୍ ଏହାର ତଦନ୍ତ ଆରମ୍ଭ କରିଛି ।
ଶ୍ରୀମନ୍ଦିରରେ ନୂତନ ସୁଆର ମହାସୁଆର ନିଯୋଗ ବୋର୍ଡ଼ ଗଠନ ପାଇଁ ଅଗଷ୍ଟ ୧୦ରେ ନିର୍ବାଚନ ହେବ । ଶ୍ରୀମନ୍ଦିରରେ ମହାପ୍ରସାଦ ପ୍ରସ୍ତୁତ ଓ ଯୋଗାଣ ଏହି ନିଯୋଗର ଦାୟିତ୍ୱରେ ରହିଥାଏ । ନିଯୋଗ ମଧ୍ୟରେ ଏହା ସବୁଠାରୁ ଧନୀ । ତେଣୁ ଏହି ନିଯୋଗରେ ସାମିଲ ହେବାକୁ ରହିଥାଏ ସବୁଠାରୁ ଅଧିକ ପ୍ରତିଦ୍ୱ୍ୱନ୍ଦିତା । ନିଯୋଗର ନିୟମ ଅନୁଯାୟୀ ସମସ୍ତ ସଦସ୍ୟ ମିଶି ଏହି ନିଯୋର ୧୫ଜଣିଆ କମିଟି ପାଇଁ ସଦସ୍ୟ ନିର୍ବାଚନ କରିଥାନ୍ତି। ନୂଆ ବୋର୍ଡ଼ ଗଠନ ପାଇଁ ସୁଆର ମହାସୁଆର ନିଯୋଗ ନିର୍ବାଚନ ଅଗଷ୍ଟ ୧୦ରେ ହେବ । ଗତକାଲି ୩୭ଜଣ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ଚାହୁଁଥିବା ପ୍ରାର୍ଥୀ ନିଜ ପ୍ରାର୍ଥୀପତ୍ର ଆସନ୍ତା ୨୭ ତାରିଖରେ ପ୍ରତ୍ୟାହାର କରିପାରିବେ । ଅଗଷ୍ଟ ୧୦ରେ ବୈକୁଣ୍ଠ ପରିସରରେ ଥିବା ନିଯୋଗ କାର୍ଯ୍ୟାଳୟରେ ଭୋଟ ଗ୍ରହଣ କରାଯିବ।ସୁଆର ମହାସୁଆର ନିର୍ବାଚନ ପରେ ଏକ ବୋର୍ଡ଼ ଗଠିତ ହୁଏ । ସେମାନେ…
ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କାଶ୍ମୀର ପ୍ରସଙ୍ଗରେ ଦେଇଥିବା ମନ୍ତବ୍ୟକୁ ନେଇ ମଙ୍ଗଳବାର ସଂସଦରେ ପ୍ରବଳ ହଙ୍ଗାମା ହୋଇଛି। କଂଗ୍ରେସ ପକ୍ଷରୁ ଉଭୟ ଲୋକସଭା ଏବଂ ରାଜ୍ୟସଭାରେ ଏହି ପ୍ରସଙ୍ଗ ଉଠାଯାଇ ପ୍ରଧାନମନ୍ତ୍ରୀଙ୍କ ବିବୃତ୍ତି ଦାବି କରାଯାଇଥିଲା। ଏହି ପ୍ରସଙ୍ଗରେ ରାଜ୍ୟସଭାରେ ବିଦେଶ ମନ୍ତ୍ରୀ ଏସ. ଜୟଶଙ୍କର ନିଜର ମନ୍ତବ୍ୟ ଗୃହରେ ଉପସ୍ଥାପନ କରିଛନ୍ତି । ସେ କହିଛନ୍ତି ଯେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମରାନ ଖାନଙ୍କ ସହିତ ଆଲୋଚନାବେଳେ ଟ୍ରମ୍ପ ମଧ୍ୟସ୍ଥତା କରିବେ ବୋଲି କହିଛନ୍ତି । କିନ୍ତୁ ଭାରତର ପ୍ରଧାନମନ୍ତ୍ରୀଙ୍କ ପକ୍ଷରୁ ଏମିତି କିଛି ବି ପ୍ରସ୍ତାବ ଦିଆଯାଇ ନାହିଁ ବୋଲି ବୈଦେଶିକ ମନ୍ତ୍ରୀ ସ୍ପଷ୍ଟ କରିଛନ୍ତି । କାଶ୍ମୀର ଏକ ଦ୍ୱିପାକ୍ଷିକ ପ୍ରସଙ୍ଗ ଅଟେ । ଆମେ ପୂର୍ବ ନିଷ୍ପତ୍ତିରେ ଅଟଳ ଅଛୁ । ଏହାର ସମାଧାନ ଭାରତ ଏବଂ ପାକିସ୍ତାନ ମିଶିକି କରିବେ । ଏହାକୁ ଶାନ୍ତିପୂର୍ଣ୍ଣ ସହକାରେ କରାଯିବ ବୋଲି ଜୟଶଙ୍କର କହିଛନ୍ତି । ସୂଚନାଯୋଗ୍ୟ,…
କାଶ୍ମୀର ପ୍ରସଙ୍ଗରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ଙ୍କ ମଧ୍ୟସ୍ଥତା ପ୍ରସଙ୍ଗକୁ ନେଇ ଏବେ ବେଶ୍ ବିବାଦୀୟ ସ୍ଥିତି ଉପୁଜିଛି । ଏହି ପ୍ରସଙ୍ଗକୁ ନେଇ ବିରୋଧୀ ସରକାରଙ୍କୁ ଘେରିଛନ୍ତି । ଉଭୟ ଗୃହରେ ଏହି ପ୍ରସଙ୍ଗରେ ବିରୋଧୀ ହଙ୍ଗାମା କରୁଥିବାବେଳେ କଂଗ୍ରେସର ରାହୁଲ୍ ଗାନ୍ଧି ଏହା ଉପରେ ନିଜର ବୟାନ ରଖିଛନ୍ତି । ରାହୁଲ୍ ଗାନ୍ଧି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ଙ୍କ ମଧ୍ୟସ୍ଥତା ପ୍ରସ୍ତାବକୁ ନେଇ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରିଛନ୍ତି। ରାହୁଲ୍ ଟୁଇଟ୍ କରି କହିଛନ୍ତି, ଯଦି ଟ୍ରମ୍ପ୍ କହିଥିବା କଥା ସତ୍ୟ, ତେବେ ମୋଦି ଭାରତ ତଥା ଓ ୧୯୭୨ ଶିମଲା ଚୁକ୍ତି ସହ ବିଶ୍ବାସଘାତକ କରୁଛନ୍ତି । ବିଦେଶ ମନ୍ତ୍ରାଳୟ ଏହାକୁ ଖଣ୍ଡନ କରିଥିଲେ ମଧ୍ୟ ଏହା ଯଥେଷ୍ଟ ନୁହେଁ। ଟ୍ରମ୍ପ୍ଙ୍କ ସହ ହୋଇଥିବା ବୈଠକରେ କ’ଣ ହୋଇଥିଲା, ସେ ସମ୍ବନ୍ଧରେ ରାଷ୍ଟ୍ରକୁ ପ୍ରଧାନମନ୍ତ୍ରୀ ଅବଗତ କରାଇବା ଆବଶ୍ୟକ ବୋଲି ରାହୁଲ୍ କହିଛନ୍ତି ।
କେଦାର ମିଶ୍ର ବିଶ୍ଵର ଏଗାର ଜଣ ପ୍ରସିଦ୍ଧ ସିନେମା ନିର୍ମାତାଙ୍କୁ ଜାତିସଂଘ ତରଫରୁ ଜଳବାୟୁ ପରିବର୍ତ୍ତନ ଓ ପୃଥିବୀ ଉପରେ ଏହାର ପ୍ରଭାବକୁ ନେଇ ସିନେମା ତିଆରି କରିବାକୁ ଅନୁରୋଧ କରାଯାଇଛି। “ଆଇ ଆମ କଲାମ”, “କଡୱି ହାୱା” ଓ “ହଲକା” ଭଳି ପ୍ରସିଦ୍ଧ ସିନେମା ତିଆରି କରିଥିବା ଓଡିଶାର ପ୍ରଖ୍ୟାତ ଚିତ୍ର ନିର୍ମାତା ନୀଳମାଧବ ପଣ୍ଡା ଭାରତର ଏକମାତ୍ର ସିନେ ବ୍ୟକ୍ତିତ୍ବ ଭାବରେ ଏହି ପ୍ରକଳ୍ପରେ ସାମିଲ ଅଛନ୍ତି। ବିଶ୍ଵର ବିଭିନ୍ନ ଭାଗରେ ଜଳବାୟୁ ପରିବର୍ତ୍ତନ ଜନିତ ପ୍ରଭାବ ଓ ତାହାର ପରିଣତି ସ୍ୱରୂପ ଆମର ପୃଥିବୀ ଯେଉଁ ଭୟଙ୍କର ସଙ୍କଟକୁ ସାମ୍ନା କରୁଛି, ସେହି ବିଷୟବସ୍ତୁକୁ ନେଇ ଏହି ନିର୍ମାତା-ନିର୍ଦ୍ଦେଶକମାନେ ନିଜର ଚିତ୍ର ନିର୍ମାଣ କରୁଛନ୍ତି। ନୀଳମାଧବଙ୍କ ସମେତ ଏହି ପ୍ରକଳ୍ପରେ ସାମିଲ ଅଛନ୍ତି ମରକ୍କୋ ର ଫଉଜି ବେଂସାଦି, ଆଇସଲାଣ୍ଡର ଆସା ଏଚ, କାନ୍ସ ବିଜେତା ମହମତ ସାଲେ ହାରୁନ, ପର୍ତ୍ତୁଗାଲର ସାଲୋମେ ଲାମା, ସୁଇଜରଲାଣ୍ଡର ବେଟିନା…
ଅନୁଗୁଳ ନାଲକୋ ପ୍ଲାଣ୍ଟରେ ଦୁର୍ଘଟଣା ଘଟିଛି । ଫ୍ଲାଶ ଓଭରରୁ ନିଆଁ ଲାଗି ୪କର୍ମଚାରୀ ଗୁରୁତର ହୋଇପଡ଼ିଛନ୍ତି । ସୂଚନାନୁସାରେ, ଅନୁଗୁଳସ୍ଥିତ ଆଲୁମିନିୟମ କମ୍ପାନୀ ନାଲକୋ ପ୍ଲାଣ୍ଟରେ ସ୍ମେଲଟରର କାଷ୍ଟ ହାଉସ ବି’ରେ ଫ୍ଲାଶ ଓଭରରୁ ନିଆଁ ଲାଗିଛି । ଯାହା ଫଳରେ ଜଣେ ମହିଳାଙ୍କ ସମେତ ୪ଜଣ କର୍ମଚାରୀ ଗୁରୁତର ହୋଇପଡ଼ିଛନ୍ତି । କୌଣସି ପ୍ରକାର ଯାନ୍ତ୍ରିକ ତ୍ରୁଟି କାରଣରୁ ଏହି ନିଆଁ ଲାଗିଥିବା ଜଣାପଡିଛି । ତେବେ ନିଆଁକୁ ଆୟତ୍ତ କରାଯାଇ ଗୁରୁତର କର୍ମଚାରୀଙ୍କୁ ନାଲ୍କୋ ମେଡ଼ିକାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା । କିନ୍ତୁ ଗୁରୁତରଙ୍କ ଅବସ୍ଥା ସଂକଟାପନ୍ନ ହେବାରୁ ସେମାନଙ୍କୁ ଭୁବନେଶ୍ବର ସ୍ଥାନାନ୍ତର କରାଯାଇଛି । ଅଗ୍ନି ନିରାପତ୍ତା ବ୍ୟବସ୍ଥା ଠିକ ନଥିବାରୁ ବିଭିନ୍ନ ସ୍ଥାନରେ ବାରମ୍ବାର ଏପରି ଘଟଣା ଘଟୁଛି । ନିକଟରେ ଝାରସୁଗୁଡ଼ା ଆଲୁମିନିୟମ ପ୍ଲାଣ୍ଟରେ ଅଗ୍ନିକାଣ୍ଡ ଘଟିଥିଲା । ଯେଉଁଥିରେ ୭ଜଣ କର୍ମଚାରୀ ଆହତ ହୋଇଥିଲେ ।
ସମୀକ୍ଷା ବ୍ୟୁରୋ ସାର୍ଥକ ଟିଭିର ପ୍ରତିଷ୍ଠାତା ତଥା ସାର୍ଥକ ମ୍ୟୁଜିକ, ସାର୍ଥକ ଫିଲମସ ଏବଂ ସିଦ୍ଧାର୍ଥ ୟୁଟିୟୁବ ଚ୍ୟାନେଲ ମାଲିକ ସୀତାରାମ ଅଗ୍ରୱାଲା ଓଡିଶା ମନୋରଂଜନ ଜଗତରେ ଆଣୁଛନ୍ତି ଏକ ନୂଆ ବିପ୍ଳବ। 2020 ମସିହାରେ ସେ ଏକାଥରେ 4 ଟି ଚ୍ୟାନେଲ ପ୍ରସାରଣ କରିବା ପାଇଁ ନିଷ୍ପତି କରିଛନ୍ତି। ସେଗୁଡିକ ହେଲା ଜେନରାଲ ଏଣ୍ଟରଟେନମେଣ୍ଟ “ସିଦ୍ଧାର୍ଥ ଟିଭି” ଓଡିଆ ମ୍ୟୁଜିକ ଚ୍ୟାନେଲ ସିଦ୍ଧାର୍ଥ ମ୍ୟୁଜିକ, ଓଡିଆ ଆଧ୍ୟାତ୍ମକ ଚ୍ୟାନେଲ ସିଦ୍ଧାର୍ଥ ଭକ୍ତି ଏବଂ ବଙ୍ଗଳା ମନୋରଂଜନ ଚ୍ୟାନେଲ ସିଦ୍ଧାର୍ଥ ବଙ୍ଗଳା। ଏସବୁ ଚ୍ୟାନେଲ ପାଇଁ ସେ ଏକ ନୂଆ କଂପାନୀ ମଧ୍ୟ କରିଛନ୍ତି। କଂପାନୀ ନାମ ରହିଛି ସିଦ୍ଧାର୍ଥ ବ୍ରଡକାଷ୍ଟିଂ ପ୍ରାଇଭେଟ ଲିମିଟେଡ। ଏହି କଂପାନୀ ଚ୍ୟାନେଲ ଲାଇସେନସ ପାଇଁ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟକୁ ଆବେଦନ କରିଛି। ଏଥିସହିତ କଂପାନୀର ଏକ ସ୍ବତନ୍ତ୍ର ଟେଲିପୋର୍ଟ ପାଇଁ ମଧ୍ୟ ଆବେଦନ କରାଯାଇଛି। ମନ୍ତ୍ରଣାଳୟ ବର୍ତ୍ତମାନ ଦୁଇଟି ଚ୍ୟାନେଲ ପାଇଁ ଲାଇସେନସ…

