ବିଜେପିର ସମସ୍ତ ମହିଳା ସାଂସଦଙ୍କୁ ଭେଟିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦ । ଶୁକ୍ରବାର ନିଜ କାର୍ଯ୍ୟାଳୟରେ ମୋଦି ମହିଳା ସାଂସଦଦ ମାନଙ୍କୁ ସକାଳ ଭୋଜନ ଅବସରରେ ଭେଟିଛନ୍ତି । ଏହା ସାଂସଦ ମାନଙ୍କ ସହିତ ମୋଦିଙ୍କର ପଞ୍ଚମ ବୈଠକ । ପୂର୍ବରୁ ବିଭିନ୍ନ ବର୍ଗର ସାଂସଦ ଏବଂ ମନ୍ତ୍ରୀଙ୍କ ସହିତ ମୋଦି ଆଲୋଚନା କରିଥିଲେ । ଏହି ବୈଠକରେ ମୋଦି ସଂସଦର ଉଭୟ ଗୃହର ମହିଳା ସଦସ୍ୟଙ୍କୁ ଭେଟିଥିଲେ ଏବଂ ସମସ୍ତ ସାଂସଦ ତାଙ୍କୁ ଭେଟିବାର ସୁଯୋଗ ପାଇଥିଲେ । ସମସ୍ତ ସାଂସଦ ପ୍ରଧାନମନ୍ତ୍ରୀଙ୍କ ସହିତ ନିଜ ନିର୍ବାଚନ ମଣ୍ଡଳୀର ସମସ୍ୟା ନେଇ ସିଧାସଳଖ ଆଲୋଚନା କରିଥିଲେ । ଏହି ବୈଠକରେ ଅନ୍ୟ ମାନଙ୍କ ମଧ୍ୟରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ୍ ଶାହା ଏବଂ କେନ୍ଦ୍ରମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ଉପସ୍ଥିତ ଥିଲେ ।
Author: Samikhsya Bureau
ବିଜେପିର ବରିଷ୍ଠ ନେତା ସୁବ୍ରମଣ୍ୟନ ସ୍ୱାମୀ ନିଜ ଦଳର ନେତୃତ୍ୱକୁ ଟାର୍ଗେଟ୍ କରିଛନ୍ତି। ଟ୍ୱିଟ୍ କରି ଶ୍ରୀ ସ୍ୱାମୀ କହିଛନ୍ତି ଯଦି ଗୋଆ, କର୍ଣ୍ଣାଟକ ଭଳି ସମସ୍ତ ନେତା ବିଜେପିରେ ମିଶିଯିବେ ତାହେଲେ ଆଗାମୀ ଦିନରେ ଦେଶର ଲୋକତନ୍ତ୍ର ଦୁର୍ବଳ ହୋଇଯିବ। କଂଗ୍ରେସ, ତୃଣମୂଳ କଂଗ୍ରେସ ଏବଂ ଏନସିପି ନେତାଙ୍କୁ ଟ୍ୱିଟ୍ ଯୋଗେ ପରାମର୍ଶ ଦେଇ ସେ କହିଛନ୍ତି, କଂଗ୍ରେସ ଓ ସେଥିରୁ ଉଦ୍ଭବ ତୃଣମୂଳ କଂଗ୍ରେସ ଓ ଜାତୀୟବାଦୀ କଂଗ୍ରେସ ପାର୍ଟି ( ଏନସିପି ) ଏକାଠି ହୋଇ ସୋନିଆ ଓ ରାହୁଲଙ୍କୁ ସେମାନଙ୍କ ପଦବୀରୁ ହଟାଇବା ଦରକାର। ଏହାପରେ ସେମାନେ ମମତା ବାନାର୍ଜୀଙ୍କ ନେତୃତ୍ୱରେ ଏକ ବୃହତ ଏବଂ ଶକ୍ତିଶାଳୀ କଂଗ୍ରେସ ଗଢ଼ିବା ଦରକାର। ଭାରତୀୟ ଜନତା ପାର୍ଟିର ନେତା ହୋଇଥିବା ସୁବ୍ରମଣ୍ୟମ୍ ସ୍ବାମୀ ନିଜ ବୟାନ ଜରିଆରେ ବିଜେପିର କାର୍ଯ୍ୟଶୈଳୀକୁ ସର୍ବଦା ସମାଲୋଚନା କରିଥା’ନ୍ତି। ଏପରିକି ବିଜେପିର କିଛି ବରିଷ୍ଠ ନେତାଙ୍କ ଉପରେ ମଧ୍ୟ ସୁବ୍ରମଣ୍ୟମ୍ ଟାର୍ଗେଟ୍…
ଜମ୍ମୁ କାଶ୍ମୀରର ରଜୌରୀ ଅଞ୍ଚଳରେ ପାକିସ୍ତାନ ପକ୍ଷରୁ ପୁନର୍ବାର ଅସ୍ତ୍ରବିରତି ଉଲ୍ଲଂଘନ କରାଯାଇଛି। ରଜୌରୀ ଏବଂ ପୁଞ୍ଚର ନିୟନ୍ତ୍ରଣ ରେଖା ନିକଟରେ ଶୁକ୍ରବାର ସକାଳୁ ମୋର୍ଟାର ଏବଂ ଗୁଳିମାଡ କରାଯାଇଥିଲା। ଗୁଳିମାଡରେ କୌଣସି ଯବାନ କିମ୍ବା ସାଧାରଣ ଜନତା ଆହତ ହୋଇନଥିବା ନେଇ ସେନା ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ନଶ୍ବେରା ଅଞ୍ଚଳର ରୋମାଲି ଧାରା ଅଞ୍ଚଳରେ ଏହି ଆକ୍ରମଣ ଜାରି ରହିଛି। ସେହିପରି ପୁଞ୍ଚର କ୍ରିଷ୍ଣା ଘାଟି ଏବଂ ଦିଗବର୍ ଅଞ୍ଚଳରେ ମଧ୍ୟଏହି ଅସ୍ତ୍ରବିରତି ଉଲ୍ଲଂଘନ ଚାଲିଛି। ଦିଗ୍ବର ଅଞ୍ଚଳରେ ମୋର୍ଟାର ମାଡ କରାଯାଇଥିବା ନେଇ ସେନା ପକ୍ଷରୁ ସୂଚନା ଦିଆଯାଇଛି।
ମହାରାଷ୍ଟ୍ର ସରକାରଙ୍କ ମରାଠା ଆରକ୍ଷଣ ଉପରେ ସାମୟିକ ରୋକ୍ ଲଗାଇଛନ୍ତି ସୁପ୍ରିମକୋର୍ଟ। ଏହି ମାମଲାକୁ ନେଇ ବମ୍ବେ ହାଇକୋର୍ଟଙ୍କ ନିଷ୍ପତ୍ତି ଉପରେ ରୋକ୍ ଲଗାଇବା ସହିତ ଦୁଇ ସପ୍ତାହ ପରେ ଚୂଡାନ୍ତି ଶୁଣାଣି ପାଇଁ ତାରିଖ ଧାର୍ଯ୍ୟ କରିଛନ୍ତି। ମୁଖ୍ୟ ବିଚାରପତି ରଞ୍ଜନ ଗୋଗୋଇଙ୍କ ନେତୃତ୍ବରେ ଗଠିତ ଖଣ୍ଡପୀଠ ୨୦୧୪ରେ ବମ୍ବେ ହାଇକୋର୍ଟଙ୍କ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରିଛନ୍ତି। ୨୦୧୮ ମସିହାରେ ମରାଠାଙ୍କ ପାଇଁ ସଂରକ୍ଷଣ ପ୍ରତିଶତ ୫୨ରୁ ୬୮ ପ୍ରତିଶତକୁ ବଢାଯାଇଥିଲା। ଜୁନ୍ ମାସରେ କାର୍ଯ୍ୟକାରୀ ହୋଇଥିବା ଏହି ନୂତନ ସଂରକ୍ଷଣ ନିୟମ ସୁପ୍ରିମକୋର୍ଟଙ୍କ ନିୟମର ଉଲ୍ଲଂଘନ କରୁଥିବାରୁ ଏହା ଉପରେ ଦୁଇ ସପ୍ତାହର ରୋକ୍ ଲଗାଇଛନ୍ତି ମୁଖ୍ୟ ବିଚାରପତି ରଞ୍ଜନ ଗୋଗୋଇ।
ଚେନ୍ନାଇରେ ଲାଗି ରହିଥିବା ଜଳ ସଙ୍କଟର ମୁକାବିଲା କରିବା ପାଇଁ ଭେଲୋରରୁ ଏକ ଜଳ ଟ୍ରେନ୍ ଚେନ୍ନାଇ ଅଭିମୁଖେ ଯାତ୍ରା କରିଛି। ଏହି ଟ୍ରେନ୍ରେ ୫୦ଟି ବଗିରେ ଜଳ ରହିଛି ଏବଂ ଏହି ଟ୍ରେନ୍ଟି ଶୁକ୍ରବାର ଦିନ ଦୁଇଟାରେ ଚେନ୍ନାଇରେ ପହଞ୍ଚିବ। ଦକ୍ଷିଣ ରେଳବାଇ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଶୁକ୍ରବାର ଜୋଲାରପେଟ ଷ୍ଟେସନ୍ ଛାଡିଥିବା ବେଳେ ଦିନ ଦୁଇଟାରେ ଏହା ଭିଲ୍ଲିଭକମ୍ରେ ପହଞ୍ଚିବ। ୨ଟା ପରେ ଏହି ଜଳକୁ ସହରର ବିଭିନ୍ନ ପ୍ରାନ୍ତରରେ ପହଞ୍ଚାଯିବ ବୋଲି ଚେନ୍ନାଇର ମେୟର ପ୍ରକାଶ କରିଛନ୍ତି।
ହାଇଦ୍ରାବାଦର ଜନୈକ ତହସିଲଦାରଙ୍କ ଘରେ ତେଲେଙ୍ଗାନା ଦୁର୍ନୀତି ନିବାରଣ ବିଭାଗ ପକ୍ଷରୁ ଚଢାଉ କରାଯାଇଛି। ଏହି ଚଢାଉରେ ତେଲଙ୍ଗାନା ଏସିବିର ଅଧିକାରୀଙ୍କୁ ୯୩.୫ ଲକ୍ଷର ନଗଦ ରାଶି ସହିତ ୪୦୦ ଗ୍ରାମ୍ର ସୁନା ମିଳିଛି। ତହସିଲଦାର ବା ମଣ୍ଡଳ ରେଭିନ୍ୟୁ ଅଫିସର ଭି ଲାବଣ୍ୟଙ୍କ ଘରୁ ଏହି ଅର୍ଥ ରାଶି ଜବତ କରାଯାଇଛି। ହାଇଦ୍ରାବାଦର ହାୟତ ନଗରରେ ଥିବା ଲାବଣ୍ୟଙ୍କ ବାସଭବନରୁ ଏହି ଅର୍ଥ ଏବଂ ସୁନା ଜବତ କରାଯାଇଛି। ଜନୈକ ଭିଆର୍ଓ ଲାଞ୍ଚ ନେଉଥିବାର ଭିଡିଓ ଭାଇରାଲ୍ ହେବା ପରେ ଘଟଣାର ତଦନ୍ତ କରାଯାଇ ଲାବଣ୍ୟଙ୍କ ନାମ ସାମ୍ନାକୁ ଆସିଥିଲା। ଏହା ପରେ ଲାବଣ୍ୟ ଜଣେ ଚାଷୀଙ୍କ ନିକଟରୁ ୩୦ ହଜାର ଉତ୍କୋଚ ନେଉଥିବାରୁ ଭିଡିଓ ସାମ୍ନାକୁ ଆସିଥିଲା। ଉଲ୍ଲେଖଯୋଗ୍ୟ ଯେ, ଦୁଇ ବର୍ଷ ପୂର୍ବରୁ ତେଲେଙ୍ଗାନା ସରକାର ଲାବଣ୍ୟଙ୍କୁ ଶ୍ରେଷ୍ଠ ତହସିଲଦାର ଭାବରେ ସମ୍ମାନିତ କରିଥିଲେ।
ପାକିସ୍ତାନର ପଞ୍ଜାବର କ୍ବେଟାରେ ଗୁରୁବାର ଦୁଇଟି ଟ୍ରେନ୍ ମଧ୍ୟରେ ଦୁର୍ଘଟଣା ଘଟି ୧୪ଜଣ ପ୍ରାଣ ହରାଇଥିବା ବେଳେ ୭୯ ଜଣ ଆହତ ହୋଇଛନ୍ତି। କ୍ବେଟାକୁ ଆସୁଥିବା ଆକବର ଏକ୍ସପ୍ରେସ୍ ଭୁଲ୍ ଲାଇନ୍ରେ ଆସି ସାଦିକାବାଦର ୱାଲହାର ଷ୍ଟେସନ ନିକଟରେ ଏକ ମାଲବାହୀ ଟ୍ରେନ୍କୁ ଧକ୍କା ଦେବାରେ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଥିଲା। ପାକ୍ ସେନା ପକ୍ଷରୁ ତୁରନ୍ତ ଉଦ୍ଧାର ଓ ସହାୟତା କାର୍ଯ୍ୟ ଆରମ୍ଭ କରାଯିବା ସହ ଆହତ ଯାତ୍ରୀଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ ଏହି ଘଟଣାରେ ଦୁଃଖ ପ୍ରକାଶ କରିବା ସହ ମୃତ ବ୍ୟକ୍ତିଙ୍କ ପାଇଁ ୧୫ ଲକ୍ଷ ଓ ଆହତଙ୍କ ପ୍ରତି ୫ ଲକ୍ଷ ଟଙ୍କାର ସହାୟତା ଘୋଷଣା କରିଛନ୍ତି।
ଇଟାଲୀର ନାପୋଲିରେ ଅନୁଷ୍ଠିତ ହୋଉଥିବା ୩୦ ତମ ବିଶ୍ବ ବିଶ୍ବବିଦ୍ୟାଳୟ କ୍ରୀଡ଼ାରେ ଓଡ଼ିଆ ଧାବିକା ତଥା ଅଲିମ୍ପିଆନ ଦୂତୀ ଚାନ୍ଦ ୨୦୦ ମି. ଦୌଡ଼ର ଫାଇନାଲରେ ପ୍ରବେଶ କରିଛନ୍ତି। ଗୁରୁବାର ୨୦୦ ମି. ମହିଳା ବିଭାଗ ସେମିଫାଇନାଲ ଦୌଡ଼କୁ ଦୂତୀ ୨୩.୨୪ ସେକେଣ୍ଡରେ ଅତିକ୍ରମ କରି ଫାଇନାଲ ଯୋଗ୍ୟତା ହାସଲ କରିଛନ୍ତି। ଦୁତି ପୂର୍ବରୁ ଭାରତୀୟ ଭାବେ ୧୦୦ ମି. ଦୌଡ଼କୁ ୧୧.୩୨ ସେକେଣ୍ଡରେ ଅତିକ୍ରମ କରି ସ୍ବର୍ଣ୍ଣ ପଦକ ହାସଲ କରିଥିଲେ। କିଟ୍ ବିଶ୍ବବିଦ୍ୟାଳୟ ପକ୍ଷରୁ ପ୍ରତିନିଧିତ୍ବ କରୁଥିବା ଦୂତୀ ପ୍ରଥମ ଭାରତୀୟ ଭାବରେ ୧୦୦ ମି. ବର୍ଗରେ ସ୍ବର୍ଣ୍ଣ ପଦକ ହାସଲ କରିବାରେ ସକ୍ଷମ ହୋଇଥିଲେ।
ଆଜି ହେଉଛି ବାହୁଡା ଯାତ୍ରା। ପ୍ରଭୁ ଶ୍ରୀଜଗନ୍ନାଥ, ବଡଭାଇ ବଳଭଦ୍ର ଏବଂ ଭଉଣୀ ସୁଭଦ୍ରାଙ୍କୁ ଧରି ଶ୍ରୀମନ୍ଦିର ବାହୁଡିବେ। ସେଥିପାଇଁ ଆଜି ଗୁଣ୍ଡିଚା ମନ୍ଦିର ଚଳଚଞ୍ଚଳ ହୋଇ ଉଠିଛି। ଆଜି ସକାଳୁ ତିନିଠାକୁରଙ୍କ ବିଭିନ୍ନ ରିତିନିତି କରାଯାଇଛି। ଶ୍ରୀମନ୍ଦିର ପ୍ରଶାସନ ଅନୁସାରେ ଆଜି ସକାଳ ୭ଟାରୁ ତିନିଠାକରୁଙ୍କ ସେନପଟା ଲାଗି କରାଯିବା ପରେ ବାହୁଡା ପାଇଁ ସମସ୍ତ ପ୍ରସ୍ତୁତି ଆରମ୍ଭ ହେବ। ଏହାପରେ ଦିନ ୧୨ ଟା ବେଳେ ପହଣ୍ଡି ବିଜେ ଆରମ୍ଭ କରାଯିବ। ଦିନ ୨ ଟା ୩୦ ମିନିଟରେ ଛେରା ପହଁରା କରାଯିବ। ଅପରାହ୍ନ ୪ଟାରେ ରଥଟଣା ଯିବ ବୋଲି ନିଷ୍ପତି ନିଆଯାଇଛି। ତେବେ ରଥଯାତ୍ରା ବେଳେ ବିଭିନ୍ନ ନିତି ସଅଳ ହୋଇଥିଲା। ଫଳରେ ରଥଟଣା କାର୍ଯ୍ୟ ନିର୍ଦ୍ଦାରିତ ସମୟ ପୂର୍ବରୁ ଆରମ୍ଭ ହୋଇଯାଇଥିଲା। ତିନିଠାକରୁ ସିଂହ ଦୁଆରକୁ ଆସିବା ପରେ ଆସନ୍ତାକାଲି ସୁନାବେଶ ଅନୁଷ୍ଠିତ ହେବ।
ସମୀକ୍ଷା ବ୍ୟୁରୋ ପାଟକୁରା ଉପ ନିର୍ବାଚନ କେବଳ ଏକ ପ୍ରହେଳିକା ମାତ୍ର। ସେଠାରେ ବିଜେପି ପ୍ର୍ରାର୍ଥୀ ବିଜୟ ମହାପାତ୍ରଙ୍କୁ ହରାଇବା ଲାଗି ଉଭୟ ବିଜେଡି ଓ ବିଜେପି ଚାହୁଁ ଥିବାରୁ, ନିର୍ବାଚନ ପୂର୍ବବର୍ତ୍ତୀ ଉଷ୍ମତା ଏବେ ଦେଖିବାକୁ ମିଳୁନାହିଁ। ବିଜେଡି ନିଜ ପ୍ରଚାର ଅଭିଯାନରେ କେବଳ ବିଜୟ ମହାପାତ୍ରଙ୍କୁ ଲକ୍ଷ୍ୟ କରି ବିରୋଧ ପ୍ରକଟ କରୁଥିବା ବେଳେ ବିଜେପି ଦଳ ଓ ଏହାର ନେତା ନରେନ୍ଦ୍ର ମୋଦୀଙ୍କ ବିରୋଧରେ କିଛି ନ କହିବାକୁ ଏକ ପ୍ରକାର ଅଘୋଷିତ ନିଷ୍ପତ୍ତି ନେଇଛି। ସେହିପରି ବିଜେପି ଦଳର ତୁଙ୍ଗ ନେତାମାନେ ନବୀନ ପଟ୍ଟନାୟକଙ୍କ ବିରୋଧରେ କିଛି କହିବାକୁ ଚାହୁଁ ନାହାନ୍ତି। ବିଜୟଙ୍କ ପ୍ରଭାବ ହିଁ ବିଜେଡ଼ିକୁ ହରାଇବାକୁ ଯଥେଷ୍ଟ ବୋଲି କହି ବିଜେପି ନିଜକୁ ପାଟକୁରା ଅଭିଯାନରେ କୂଟନୈତିକ ଭାବରେ ଦୂରେଇ ରଖିଛି। ୨୦୧୮ ବିଜେପୁର ଉପ ନିର୍ବାଚନରେ ବିଜେପି ନିଜର ସବୁ କଳ ବଳ କୌଶଳ ଖଟାଇ ଜିଣିବାକୁ ଉଦ୍ୟମ କରିଥିଲା। ବିଜେପୁରରେ…
ସମୀକ୍ଷା ବ୍ୟୁରୋ ପୂର୍ବତ୍ତନ ସାଂସଦ ତଥା ଲ ମେକର ଜୟ ପଣ୍ଡା 13 ମାସ ହେଲା ଆଉ ସାଂସଦ ନାହାଁନ୍ତି। ହେଲେ ସେ ନୂଆଦିଲ୍ଲୀସ୍ଥିତ 02 ମହାଦେବ ରୋଡସ୍ଥିତ ସରକାରୀ ବାସଭବନକୁ ଏ ପର୍ଯ୍ୟନ୍ତ ମାଡିବସିଛନ୍ତି। ଏପରି ଅଭିଯୋଗ କରିଛନ୍ତି ତାଙ୍କୁ ନିର୍ବାଚନରେ ପରାସ୍ତ କରିଥିବା ଅଭିନେତା ତଥା ସାଂସଦ ଅନୁଭବ ମହାନ୍ତି। ସେ ତାଙ୍କ ଟୁଇଟରେ ଲେଖିଛନ୍ତି ଯେ ଏକଦା ଆଇନି ତିଆରି କରୁଥିବା ଜୟ ପଣ୍ଡା ଖୋଦ ଆଇନି ଭାଙ୍ଗୁଛନ୍ତି। ସେ ଗତ 13 ମାସ ଧରି ଆଉ ସାଂସଦ ନାହିଁନ୍ତି। ନିକଟରେ ସେ କେନ୍ଦ୍ରାପଡାରୁ ହାରିଛନ୍ତି। ହେଲେ ସେ ଏ ପର୍ଯ୍ୟନ୍ତ ସରକାରୀ ବାସଭବନକୁ ମାଡି ବସିଛନ୍ତି ବୋଲି ଅନୁଭବ କହିଛନ୍ତି। ତାଙ୍କର ଆଇନି ପ୍ରତି ସମ୍ମାନ ନାହିଁ ବୋଲି ଅନୁଭବ କହିଛନ୍ତି। ସେତିକି ନୁହେଁ ଜୟ ପଣ୍ଡା ତାଙ୍କ ସୁରକ୍ଷା କର୍ମିଙ୍କୁ ମଧ୍ୟ କହିଛନ୍ତି ଯେ କୌଣସି ନୂଆ ସାଂସଦଙ୍କୁ ଭିତରକୁ ଛାଡିବେ ନାହିଁ। ଏପରିକି…
ସମୀକ୍ଷା ବ୍ୟୁରୋ ଭାରତ ସେମିଫାନାଲରେ ହାରିଯିବା ଏବଂ ବିଶ୍ବକପରୁ ବିଦାୟ ନେବା ପରେ ସାରା ଭାରତର ପ୍ରଶଂସକମାନେ ମ୍ରିୟମାଣ ହୋଇପଡିଛନ୍ତି। ହେଲେ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଜଣେ ପ୍ରଶଂସକ ଭାରତ ହାରିବା ଖବରକୁ ହଜମ କରିପାରି ନ ଥିଲେ।ସେ ଏତେ ମ୍ରିୟମାଣ ହୋଇପଡିଲେ ଯେ ବିଷ ପିଇ ଆତ୍ମହତ୍ୟା କରିବାକୁ ମଧ୍ୟ ପଛେଇଲେ ନାହିଁ। ଏହି ଘଟଣାଟି ଆଉ କେଉଁଠି ନୁହେଁ ଘଟିଛି ଆମ ଓଡିଶାରେ। ସେ ହେଉଛନ୍ତି କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ନୂଆ ଗାଁ ପଞ୍ଚାୟତ ଶିଙ୍ଗଭାଡି ଗ୍ରାମର ସମ୍ଭାର ଭୋଇ। ଘଟଣାଟି ହେଉଛି ଭାରତ ଜିତିବା ହାରିବା ନେଇ ବାଜି ଖେଳ। ସମ୍ଭାର କୁଆଡେ ସାଙ୍ଗମାନଙ୍କ ମଧ୍ୟରେ ବାଜି ଲଗାଇଥିଲେ। କହିଥିଲେ ଭାରତ ଯଦି ହାରିଯାଏ ତେବେ ସେ ଆତ୍ମହତ୍ୟା କରିବେ। ସମସ୍ତେ ଭାବିଥିଲେ ଯେ ସେ ଏମିତି ମଜାରେ କହୁଛି। ହେଲେ ଭାରତ ହାରିବା ପରେ ସତରେ ସେ ବିଷ ପିଇଦେଲେ। ସକାଳେ…
ଦିଲ୍ଲୀର ସ୍ୱତନ୍ତ୍ର ଅଦାଲତ ଟିଏମସି ସୁପ୍ରିମୋ ତଥା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପୁତୁରା ଅଭିଷେକ ବାନାର୍ଜୀଙ୍କ ବିରୋଧରେ ସମନ ଜାରି କରିଛନ୍ତି। ମିଥ୍ୟା ଡିଗ୍ରୀ ସାର୍ଟିଫିକେଟ ମାମଲାରେ କୋର୍ଟ ଏହି ସମନ ଜାରି କରିଛନ୍ତି। ସୁପ୍ରିମକୋର୍ଟର ଆଇନଜୀବୀ ସାର୍ଥକ ଚର୍ତୁବେଦୀ ଏହି ମାମଲା ରୁଜୁ କରିଥିଲେ। ଆସନ୍ତା ଜୁଲାଇ ୨୫ସୁଦ୍ଧା କୋର୍ଟରେ ହାଜର ହେବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ମମତାଙ୍କ ପୁତୁରା ଅଭିଷେକ ପଶ୍ଚିମବଙ୍ଗର ଡାଇମଣ୍ଡ ହାର୍ବର ସଂସଦୀୟ କ୍ଷେତ୍ରରୁ ସାଂସଦ ହୋଇଛନ୍ତି। ଅଭିଷେକ ଲୋକସଭା ନିର୍ବାଚନ ପୂର୍ବରୁ ନୋମିସନ୍ ଫର୍ମରେ ବିବିଏ ଓ ଏମ୍ବିଏର ଡିଗ୍ରୀ ଥିବାର ଦର୍ଶାଇଥିଲେ, ଯାହାକୁ ସେ ଆଇଆଇପିଏମ୍ କଲେଜର ହାସଲ କରିଥିଲା। ଏହି ତଥ୍ୟଟି ଭୁଲ୍ ଥିବାରୁ କୋର୍ଟ ତାଙ୍କୁ ସମନ ଜାରି କରିଛନ୍ତି। ଅଭିଷେକ ସର୍ବଦା ନିଜର ବିବାଦୀୟ ବୟାନ ପାଇଁ ଚର୍ଚ୍ଚିତ ହୋଇଥା’ନ୍ତି।
ଆରଟିଆଇ କାର୍ଯ୍ୟକର୍ତ୍ତା ଅମିତ୍ ଜେଠବାଙ୍କ ହତ୍ୟା ମାମଲାରେ ସିବିଆଇର ଏକ ବିଶେଷ ଅଦାଲତ ଗୁରୁବାର ଦିନ ପୂର୍ବତନ ବିଜେପି ସାଂସଦ ଦୀନୁ ବୋଘା ସୋଲଙ୍କୀଙ୍କ ସମେତ ସାତଜଣଙ୍କୁ ଆଜୀବନ କାରାବାସ ଦେଛନ୍ତି। ଗିରିବନ କ୍ଷେତ୍ରରେ ଅବୈଧ ଖନନର ପର୍ଦ୍ଦାଫାସ୍ କରିବା ପାଇଁ ଅମିତ୍ ଚେଷ୍ଟା କରୁଥିବାବେଳେ ତାଙ୍କୁ ହତ୍ୟା କରାଯାଇଥିଲା। ସିବିଆଇ ବିଚାରପତି ଏମ୍ ଦେବ ସଜ୍ଜା ଶୁଣାଇବା ସହିତ ପୂର୍ବତନ ବିଜେପି ସାଂସଦ ସୋଲଙ୍କୀ ଓ ତାଙ୍କ ଭଣଜାଙ୍କୁ ୧୫ -୧୫ ଲକ୍ଷଟଙ୍କାର ଜରିମାନା ମଧ୍ୟ କରିଛନ୍ତି। ୨୦୧୬ରେ ସୋଲଙ୍କୀଙ୍କ ବିରୋଧରେ ହତ୍ୟା ଓ ଅପରାଧ ଷଡଯନ୍ତ୍ରର ଆରୋପ ଲାଗିଥିଲା।
ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ରାଜ୍ୟ ଅତିଥି ଭବନରେ ଲୋକାୟୁକ୍ତ ଚୟନ ସଦସ୍ୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ହାଇକୋର୍ଟଙ୍କ ମୁଖ୍ୟ ବିଚାରପତି ଜଷ୍ଟିସ କେ.ଏସ୍ ଜାଭେରୀ, ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର, ଆଇନ ମନ୍ତ୍ରୀ ପ୍ରତାପ ଜେନା, ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ, ମୁଖ୍ୟ ସଚିବ ଆଦିତ୍ୟ ପାଢୀ ପ୍ରମୁଖ ଉପସ୍ଥିତ ରହିଥିଲେ। ଏହି ବୈଠକ ଲୋକାୟୁକ୍ତ ଓ ସୂଚନା କମିଶନଙ୍କ ଜଣେ ଲେଖାଏଁ ସଦସ୍ୟଙ୍କ ନାମ ସୁପାରିଶ୍ କରାଯାଇଥିବାବେଳେ ରାଜ୍ୟପାଳଙ୍କୁ ନାମ ସୁପାରିଶ୍ ନେଇ ସ୍ପଷ୍ଟ କରିଛନ୍ତି ବିରୋଧୀ ଦଳ ନେତା। ଲୋକାୟୁକ୍ତର ତିନି ସଦସ୍ୟ ଓ ସୂଚନା କମିଶନର ୪ ସଦସ୍ୟ ପଦ ଖାଲି ରହିଛି।
ଦିନକୁ ଦିନ ରାଜ୍ୟରେ ମାଓ ଉପଦ୍ରବ ବଢିବାରେ ଲାଗିଛି। ରାଜ୍ୟରେ ମାଓଶକ୍ତିକୁ ନିଷ୍କ୍ରିୟ କରିବାକୁ ଓ ମାଓ ମୁକାବିଲା ନେଇ ଭୁବନେଶ୍ୱରରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକର ଆୟୋଜନ କରାଯାଇଛି। ଏହି ବୈଠକରେ ମାଓଦମନ ପାଇଁ ଆଲୋଚନା କରାଯାଉଛି। ମାଓ ଦମନ ନେଇ ପୋଲିସ ଡିଜି ଏବଂ ସିଆରପିଏଫ ଡିଜିଙ୍କ ମଧ୍ୟରେ ବୈଠକ ହେଉଛି। ଡିଜିପି ଆରପି ଶର୍ମା, ସିଆରପିଏଫ ଡିଜି ରାଜୀବ ରାୟ ଭଟ୍ଟନାଗର ଏବଂ ବିଏସଏଫର ବିଶିଷ୍ଟ ଅଧିକାରୀମାନେ ଏହି ବୈଠକରେ ଉପସ୍ଥିତ ଅଛନ୍ତି। ଆଗକୁ ପୋଲିସ୍, ସିଆରପିଏଫ୍ ଓ ବିଏସ୍ପି ମିଳିତ ଭାବରେ ଅଧିକ ଅପରେସନ୍ କରିବେ ବୋଲି ପ୍ରତିକ୍ରିୟା ଦେଇଛନ୍ତି ସିଆରପିଏଫ୍ ଡିଜି ରାଜୀବ ରାୟ ଭଟ୍ଟନଗର।
ଗତକାଲି ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ବିଶ୍ବକପ୍ ସେମି ଫାଇନାଲ୍ ମ୍ୟାଚ୍ରେ ହାରିବା ପରେ ଆଇସିସି ବିଶ୍ୱକପ୍ ଯାତ୍ରାରୁ ଭାରତ ବିଦାୟ ନେଇଛି। ତେବେ ଦଳ ଏହି ମ୍ୟାଚ୍ ହାରିବା ପରେ ଧୋନି ଅନ୍ତର୍ଜାତୀୟ କ୍ରିକେଟ୍ରୁ ଖୁବ୍ ଶୀଘ୍ର ସନ୍ନ୍ୟାସ ନେଇପାରନ୍ତି ବୋଲି ଚର୍ଚ୍ଚା ହେଉଛି। ଏହି ଚର୍ଚ୍ଚା ସଂପର୍କରେ ଅବଗତ ହେବା ପରେ ବଲିଉଡ୍ର ଲୋକପ୍ରିୟ ଗାୟିକା ତଥା ଭାରତରତ୍ନ ଲତା ମଙ୍ଗେସକର୍ ଟ୍ୱିଟ୍ କରି ଧୋନିଙ୍କୁ ଅବସର ବିଷୟରେ ଚିନ୍ତା ନ କରିବା ପାଇଁ ଅନୁରୋଧ କରିଛନ୍ତି। ଲତା ମଙ୍ଗେସକର ଲେଖିଛନ୍ତି, ‘ନମସ୍କାର ଏମ୍.ଏସ୍ ଧୋନିଜୀ। ଆଜିକାଲି ମୁଁ ଶୁଣିବାକୁ ପାଉଛି ଯେ ଆପଣ ଅବସର ନେବାକୁ ଚାହୁଁଛନ୍ତି। ଦୟାକରି ଆପଣ ଏପରି ଚିନ୍ତା କରନ୍ତୁ ନାହିଁ। ଦେଶକୁ ଆପଣଙ୍କ ଖେଳର ଆବଶ୍ୟକତା ରହିଛି।’ ଧୋନିଙ୍କୁ ପସନ୍ଦ କରୁଥିବା ୟୁଜର୍ସ ସୋଶିଆଲ୍ ମିଡିଆରେ ଲତାଙ୍କୁ ସମର୍ଥନ କରିଛନ୍ତି।
ଫୋର୍ବ୍ସ ପକ୍ଷରୁ ସାରା ବିଶ୍ୱରେ ଚଳିତ ବର୍ଷରେ ସର୍ବାଧିକ ରୋଜଗାର କରିଥିବା ଷ୍ଟାରମାନଙ୍କ ଲିଷ୍ଟ ଜାରିକରିଛି। ଏଥିରେ ଭାରତରୁ କେବଳ ଅକ୍ଷୟ କୁମାର ହିଁ ସ୍ଥାନ ପାଇଛନ୍ତି। ଅପରପକ୍ଷେ ବଲିଉଡର ସୁଲତାନ ସଲମାନ ଖାନ୍ ମଧ୍ୟ ଏହି ତାଲିକାରୁ ବାଦ୍ ପଡିଛନ୍ତି। ଫୋର୍ବ୍ସ ପକ୍ଷରୁ ପ୍ରକାଶିତ ସର୍ବାଧିକ ରୋଜଗାର କରିଥିବା ଷ୍ଟାରଙ୍କ ତାଲିକାର ୩୩ ତମ ସ୍ଥାନରେ ରହିଛନ୍ତି ଅକ୍ଷୟ କୁମାର। ଅକ୍ଷୟ କୁମାର ଚଳିତ ବର୍ଷ ୬୫ ମିଲିୟନ ଡଲାର( ପାଖାପାଖି ୪୪୫ କୋଟି ଟଙ୍କା) ରୋଜଗାର କରିଛନ୍ତି। କେବଳ ବଲିଉଡ୍ ଷ୍ଟାର ନୁହଁନ୍ତି ହଲିଉଡର ଷ୍ଟାର ରିହାନା, ଜୈକୀ ଚୈନ୍, ବ୍ରେଡଲୀ କୁପର, ସ୍କାରଲେଟ ଜନସନଙ୍କ ଭଳି ଅନେକ ଷ୍ଟାରଙ୍କୁ ପଛରେ ପକାଇ ଦେଇଛନ୍ତି ଅକ୍ଷୟ।
ସଂକଟରେ ଏବେ ଜାତୀୟ କଂଗ୍ରେସ ଦଳ । କିଛିଦିନ ହେଲାଣି ନେତୃତ୍ବ ବିହୀନ କଂଗ୍ରେସରେ ନୂଆ ଅଧ୍ୟକ୍ଷ ପାଇ ଦାବି ହେଉଛି । କଂଗ୍ରେସର ପୂର୍ବ ମହାସଚିବ ଜ୍ୟୋତିରାଦିତ୍ୟ ସିନ୍ଧି ଗୁରୁବାର କହିଛନ୍ତି ଯେ, କଂଗ୍ରେସ ପାଇଁ ଏହା ଏକ କଠିନ ସମୟ । ଆମେ ସମୟ ନଷ୍ଟ ନ କରି ନୂଆ ଅଧ୍ୟକ୍ଷ ଖୋଜିବା ଦରକାର । ଏବେ କଂଗ୍ରେସ ଭିତରେ ବ୍ୟକ୍ତିଗତ ଏଜେଣ୍ଡା ର ସମୟ ନୁହେଁ । ସାମୂହିକ ନିର୍ଣ୍ଣୟ ନେବା ଜରୁରୀ । କଂଗ୍ରେସ ଅଧ୍ୟକ୍ଷ ପଦରୁ ରାହୁଲ୍ ଗାନ୍ଧି ଇସ୍ତଫା ଦେବାର ସାତ ସପ୍ତାହ ହୋଇଗଲାଣି । ଏବେ ନିର୍ଣ୍ଣୟ ନେବାର ସମୟ ଉପନୀତ । ରାହୁଲ୍ ଗାନ୍ଧି କଂଗ୍ରେସ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେବା ପରେ ପରେ ଜ୍ୟୋତିରାଦିତ୍ୟ ମଧ୍ୟ ନିଜ ପଦବୀରୁ ଇସ୍ତଫା ଦେଇଥିଲେ । ଭୋପାଳର କଂଗ୍ରେସ ମୁଖ୍ୟାଳୟ ବାହାରେ କଂଗ୍ରେସ କାର୍ଯ୍ୟକର୍ତ୍ତା ସିନ୍ଧିଆଙ୍କୁ କଂଗ୍ରେସର ଅଧ୍ୟକ୍ଷ କରିବା ନେଇ…
ତୈଳଦର ବୃଦ୍ଧି ହେବା ପରେ ବୃଦ୍ଧି ପାଇଛି ବସ୍ ଭଡ଼ା। ଡିଜେଲ୍ ଦର ବୃଦ୍ଧି ହେବା ପରେ ଆଜି ବସ୍ ଭଡ଼ା ମଧ୍ୟ ବୃଦ୍ଧି କରାଯିବା ନେଇ ଘରୋଇ ମାଲିକ ସଂଘ ସୂଚନା ଦେଇଛନ୍ତି। ସାଧାରଣ ଓ ଏକ୍ସପ୍ରେସ ଭଡ଼ା କିମି ପିଛା ୧ ପଇସା ବଢିଛି। ସାଧାରଣ ବସରେ କିମି ପିଛା ୬୮ ପଇସା ଥିଲା ଯାହାକି ଡିଜେଲ ଦର ବୃଦ୍ଧି ହେବା ପରେ ଏବେ ୬୯ ପଇସା ହୋଇଯାଇଛି। ସେହିଭଳି ଏକ୍ସପ୍ରେସ ଭଡା ଥିଲା ୭୧ ଯାହାକି ୭୨ ପଇସାରେ ପହଁଚିଛି। ଏତଦ୍ ବ୍ୟତୀତ ଡିଲକ୍ସ କିମି ପିଛା ଥିଲା ୯୭ ପଇସା ଯାହାକି ୯୯ପଇସା ହୋଇଛି ଏବଂ ଏସି ଡିଲକ୍ସ ୧ଟଙ୍କା ଥିବାବେଳେ ଏହା ବୃଦ୍ଧି ହୋଇ ୧ଟଙ୍କା ୨୧ପଇସା ହୋଇଛି।
ଦିନକୁ ଦିନ ଡକାୟତ, ଚୋରି ବଢି ବଢି ଚାଲିଛି। ଆଜି ପୁଣି ବାଲେଶ୍ୱର ସଦର ବ୍ଲକ ଶ୍ରୀରାମପୁର ଷ୍ଟେଟବ୍ୟାଙ୍କରୁ ଡକାୟତି ହୋଇଥିବା ଖବର ସାମ୍ନାକୁ ଆସିଛି। ୬ଜଣ ଡକାୟତ ପ୍ରାୟ ୪୩ ଲକ୍ଷ ଟଙ୍କା ଲୁଟି ନେଇଥିବା ସୂଚନା ମିଳିଛି। ଡକାୟତମାନେ କଲେଜ ପିଲାଙ୍କ ୟୁନିଫର୍ମ ପିନ୍ଧି ଶ୍ରୀରାମପୁର ଷ୍ଟେଟବ୍ୟାଙ୍କରେ ପହଞ୍ଚିଥିଲା। ସେଠାରେ କର୍ମଚାରୀଙ୍କୁ ଡରାଇ ଧମକାଇ ନିଜ ଯୋଜନାରେ ସଫଳ ହେବା ପରେ ଡକାୟତମାନେ ବାହାରୁ ତାଲା ପକାଇ ସେଠାରୁ ଫେରାର ହୋଇଯାଇଥିଲେ। ୨ଟି କଳା ପଲସ୍ରରେ ଆସିଥିବାବେଳେ ଡକାୟତମାନେ ବଙ୍ଗଳାରେ କଥାହେଉଥିବାର ସୂଚନା ରହିଛି। ପୁଲିସ ଖବର ପାଇ ଏହାର ତଦନ୍ତ କରୁଛି।

