Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ମତାମତ»ଦିଲ୍ଲୀର ଶିକ୍ଷା ବ୍ୟବସ୍ଥା ବନାମ ଓଡିଶା ଶିକ୍ଷାର ଅବ୍ୟବସ୍ଥା ଏବଂ ଏହାର ତୁଳନାତ୍ମକ ଚିତ୍ର ଦେବାରେ ବିଫଳ ଆମର ଗଣମାଧ୍ୟମ
ମତାମତ

ଦିଲ୍ଲୀର ଶିକ୍ଷା ବ୍ୟବସ୍ଥା ବନାମ ଓଡିଶା ଶିକ୍ଷାର ଅବ୍ୟବସ୍ଥା ଏବଂ ଏହାର ତୁଳନାତ୍ମକ ଚିତ୍ର ଦେବାରେ ବିଫଳ ଆମର ଗଣମାଧ୍ୟମ

July 19, 2019No Comments5 Mins Read
Share Facebook Twitter LinkedIn Email WhatsApp Copy Link

ରଙ୍ଗାଚରଣ ପ୍ରଧାନ
ଦୁଇ ଦିନ ପୂର୍ବେ ଖବର ପାଇଲି ଯେ ଗୋଟିଏ ସରକାରୀ ହାଇସ୍କୁଲର କିରାଣି ତାଙ୍କ ନିଜ ସ୍କୁଲରେ ୨ ଦିନ କାମ କରନ୍ତି ଓ ବାକୀ ୪ ଦିନ ଡେପୁଟେସନରେ ଯାଇ ଅନ୍ୟ ସ୍କୁଲରେ କାମ କରନ୍ତି। ପ୍ରତି ସପ୍ତାହରେ ଏମିତି ହୁଏ। ଏକଥା ଶୁଣି ମୁଁ ଆଶ୍ଚର୍ଯ୍ୟ ହେଲି। ସେ କିରାଣିଜଣକ ବୋଧହୁଏ ମୋ ଠାରୁ ନବୀନ ସରକାରଙ୍କ ସମାଲୋଚନା ଆଶା କରୁଥିଲେ।

ମୁଁ ତାଙ୍କୁ ଦିଲ୍ଲୀ ସ୍କୁଲର ଉଦାହରଣ ଦେଲି। ସେଠାରେ ଆପ୍ ସରକାର ଆସିବା ପରେ ପ୍ରତ୍ୟେକ ସ୍କୁଲରେ ଜଣିଏ ଲେଖାଏଁ ଇଷ୍ଟେଟ୍ ମ୍ୟାନେଜର୍ ନିଯୁକ୍ତ ହୋଇଛନ୍ତି ଯେଉଁମାନଙ୍କର କାମ ହେଲା ଶିକ୍ଷାଦାନ ବ୍ୟତୀତ ସ୍କୁଲର ତମାମ ଅନ୍ୟ କାମ ଦେଖାରେଖା କରିବା। ସେଠାରେ କେମିତି ନୂଆ ନୂଆ ସ୍କୁଲ ଓ କ୍ଲାସ୍ ରୁମ୍ ଖୋଲା ଯାଉଛି; କେମିତି ଶିକ୍ଷକ ଶିକ୍ଷୟତ୍ରୀଙ୍କୁ ଆଧୁନିକ ଶିକ୍ଷାପ୍ରଣାଳୀରେ ତାଲିମ ପାଇଁ ବିଦେଶକୁ ପଠାଯାଉଛି; କେମିତି ସ୍କୁଲରେ ସୁଇମିଂ ପୁଲ୍ ଓ ଜିମ୍ ଖୋଲା ଯାଉଛି; କେମିତି ସିଲାବସ୍ ସହିତ ହାପିନେସ କରିକୁଲମ୍, ସମ୍ବିଧାନ, ଶିଳ୍ପ ଉଦ୍ଯୋଗ ଓ ସ୍ପୋକେନ୍ ଇଙ୍ଗଲିସ୍ ଶିକ୍ଷା ଦିଆଯାଉଛି; କେମିତି ଉଚ୍ଚଶିକ୍ଷା ପାଇଁ ବନ୍ଧକ ଓ ଜାମିନି ବିହୀନ ଶିକ୍ଷାୠଣ ଦିଆଯାଉଛି ଏବଂ କେମିତି ଆପ୍ ସରକାର ଶିକ୍ଷା କ୍ଷେତ୍ରରେ ଆଣିଥିବା କ୍ରାନ୍ତୀ ଦେଖିବାକୁ ବିଦେଶରୁ ଲୋକମାନେ ଆସୁଛନ୍ତି – ଏ ସବୁ ବିଷୟରେ ତାଙ୍କୁ କହିଲି।

ଏସବୁ ଶୁଣିବା ପରେ ସେ ମୋ କଥାକୁ ବିଶ୍ବାସ କଲେ ନାହିଁ। ସେ କହିଲେ ଯେ ଏତେ ସବୁ ଭଲ କାମ ହେବା ଅବିଶ୍ବସନୀୟ। ତାଙ୍କର ଯୁକ୍ତି ଥିଲା ଯେ ଏତେ ସବୁ କାମ ଯଦି ସତରେ ହେଉଥାନ୍ତା ତେବେ ସ୍ଥାନୀୟ ଟିଭି ଓ ସମ୍ବାଦପତ୍ରରେ ସେସବୁ ଦେଖାଇଥାନ୍ତା। ଗୁଜୁରାଟରେ ବିକାଶ ହେବା କଥା ସେ ସ୍ଥାନୀୟ ଗଣମାଧ୍ୟମରୁ ଜାଣିବାକୁ ପାଇଥିଲେ, କିନ୍ତୁ ଶିକ୍ଷା କ୍ଷେତ୍ରରେ ଦିଲ୍ଲୀ ମଡେଲ ବିଷୟରେ ସେ ଜାଣି ନାହାନ୍ତି ବୋଲି କହିଲେ।

ତାଙ୍କ ଯୁକ୍ତି ସହିତ ବି ମୁଁ ଅସହମତ ହେବା କଷ୍ଟଦାୟକ ଥିଲା।

ଓଡିଶାରେ ନବୀନ ପଟ୍ଟନାୟକଙ୍କୁ ସମାଲୋଚନା କରିବା ସହଜ। କିନ୍ତୁ ଯେଉଁମାନେ ଓଡିଶାର ଜନସାଧାରଣଙ୍କୁ ଏକ ବିକଳ୍ପ ସ୍ବପ୍ନ ଓ ଉଦାହରଣରୁ ବଞ୍ଚିତ କରି ନବୀନଙ୍କୁ ଏକ ନିରଙ୍କୁଶତା ପ୍ରଦାନ କରୁଛନ୍ତି ସେମାନେ ବି ନବୀନଙ୍କ ସହ ଦାୟୀ ନୁହନ୍ତି କି ? ବିଜେପି ଓ କଂଗ୍ରେସ ତରଫରୁ ବିଜେଡି ସରକାରକୁ ଯେତେ ସମାଲୋଚନା କରାଗଲେ ମଧ୍ୟ ଲୋକେ ଜାଣିଛନ୍ତି ଯେ ଏମାନଙ୍କ ପାଖରେ ବି ଓଡିଶା ପାଇଁ ଏକ ବିକଳ୍ପ ସ୍ବପ୍ନ ନାହିଁ ଓ ସେହିସବୁ ଦଳ ବି ନିଜ ଦଳ ଶାସିତ ରାଜ୍ୟଗୁଡିକରେ ସେମିତି କିଛି ବଡ କଥା କରି ଦେଖାଉ ନାହାନ୍ତି। ମୁଁ ତ ଏକଥା କହିବାରେ ଆଦୌ ଦ୍ବିଧାବୋଧ କରିବି ନାହିଁ କି ପଲିଟିକାଲି କରେକ୍ଟ ହେବାକୁ ଚେଷ୍ଟା କରିବି ନାହିଁ ଯେ ବିଜେପି ଓ କଂଗ୍ରେସ ଶାସିତ ରାଜ୍ୟଗୁଡିକ ଅପେକ୍ଷା ନବୀନ ଓଡିଶାକୁ ଭଲ ଶାସନ ଦେଉଛନ୍ତି। ନହେଲେ ବିଜେଡି ସରକାରକୁ ସମାଲୋଚନା କରିବା ବେଳେ ଏହି ଦୁଇଟି ଦଳ ନିଜ ନିଜ ଶାସିତ ରାଜ୍ୟଗୁଡିକର ଉଦାହରଣ ନିଶ୍ଚୟ ଦିଅନ୍ତେ।

ମୁଁ ଅନେକ ଥର ଓଡିଶାର ସାମ୍ବାଦିକମାନଙ୍କୁ ସମାଲୋଚନା କରିଛି। କିଛି ସାମ୍ବାଦିକ ବନ୍ଧୁ ମୋତେ ପ୍ରଶ୍ନ କରନ୍ତି ଯେ ମିଡିଆ ସଂସ୍ଥାଟିର ମାଲିକ ଯଦି ନିରପେକ୍ଷ ରହୁ ନାହିଁ, ମୁଁ ମାଲିକମାନଙ୍କୁ ସମାଲୋଚନା କରିବା ପରେ ସେଥିରେ କାମ କରୁଥିବା ସାମ୍ବାଦିକ କର୍ମଚାରୀମାନଙ୍କୁ କାହିଁକି ସମାଲୋଚନା କରୁଛି ?

ମୋ ବୁଝିବାରେ ସେହି ସାମ୍ବାଦିକ ବନ୍ଧୁମାନଙ୍କର ଏପରି ପ୍ରତିକ୍ରୀୟା ଯୁକ୍ତିସମ୍ମତ ନୁହେଁ। ମିଡିଆ ମାଲିକ ଯଦି ସେମାନଙ୍କର ସମ୍ପାଦନା କାମରେ ହସ୍ତକ୍ଷେପ କରୁଛି, ସଂସ୍ଥାଟି କେଉଁ ଦଳକୁ ସମର୍ଥନ କରିବ ଓ କେଉଁ ଦଳକୁ ବିରୋଧ କରିବ ସେକଥା ମାଲିକ କହିବ, କିମ୍ବା କେଉଁ ଖବରକୁ ଆବଶ୍ୟକତାଠାରୁ ଅଧିକ ପ୍ରମୁଖତା ଦେଇ ଅନ୍ୟ ଖବରକୁ ଗାଏବ କରିବାକୁ କହିବ, ତାହେଲେ ପେଶାଦାର ସାମ୍ବାଦିକମାନେ ସେଠାରେ କ’ଣ କରୁଛନ୍ତି ?

ମୁଁ ମାନୁଛି ଯେ ସେମାନଙ୍କର ବି ପରିବାର ଓ ପେଟ ଅଛି। ତାହେଲେ ସେମାନଙ୍କୁ ଚୋରା ମଦଭାଟିରେ କାମ କରୁଥିବା କର୍ମଚାରୀଙ୍କ ସହ କାହିଁକି ତୁଳନା କରା ନ ଯିବ? କାରଣ ମଦରନ୍ଧା ଦୋକାନରେ କାମ କରୁଥିବା କର୍ମଚାରୀ ବି ଜାଣିଛି ଯେ, ସେ ବିଷାକ୍ତ ମଦ ପିଇ କିଛି ଲୋକ ମରିଯାଇ ପାରନ୍ତି, ସରକାର ଟିକସ ପାଉ ନାହାନ୍ତି, ତେବେ ନିଜ ପରିବାର ଚଳାଇବା ପାଇଁ ସେମାନେ ସେଠାରେ କାମ କରୁଛନ୍ତି। ସେ ବି ଭାବୁଛି ଯେ ପାପସବୁ ତା’ ମାଲିକର, ତା’ର ନୂହେଁ।

ଯେପର୍ଯ୍ୟନ୍ତ ପରିସ୍ଥିତି ଅଣଆୟତ୍ତ ହୋଇ ନାହିଁ ପୋଲିସ୍ କାହାକୁ ବି ହାତ ଉଠାଇବା ଠିକ୍ ନୁହେଁ ଓ ଏହା ଆଇନ୍ ଦୄଷ୍ଟିରୁ ଅପରାଧ। ଏପରି ଘଟଣାରେ ସମସ୍ତେ ଉଦବେଗ୍ ପ୍ରକାଶ କରିବା ବାଞ୍ଛନିୟ।

ଓଡିଶା ଓ ଅନ୍ୟରାଜ୍ୟର ପୋଲିସ୍ ନିତି ନିତି, ନିରୀହ ହେଉ କି ଅପରାଧୀ ହେଉ, ସାଧାରଣ ଲୋକକୁ ପିଟୁଛି। ଏହା ଏକ ସାଧାରଣ ଘଟଣା ବୋଲି ଧରି ନିଆଯାଇଥାଏ।

କିନ୍ତୁ ସାମ୍ବାଦିକଙ୍କ ଉପରେ ମାଡ ହେଲେ ବିଶେଷ ଭାବରେ ଉଦବେଗ୍ ପ୍ରକାଶ କରିବା କ’ଣ ଦରକାର? ତା’ ପୁଣି ସେହି ସମାଜରେ ଯେଉଁଠି ସେମାନେ ନିଜେ କହୁଛନ୍ତି ଯେ ସେମାନଙ୍କ ପେଶାଦାରି ସ୍ବାଧୀନତା ସେମାନଙ୍କ ମାଲିକ ପାଖରେ ବନ୍ଧା ପଡିଛି ? ତା’ ପୁଣି ସେତିକିବେଳେ ଯେତେବେଳେ ଶହ ଶହ ସାମ୍ବାଦିକଙ୍କ ଉପସ୍ଥିତିରେ ସୌମ୍ୟରଞ୍ଜନ ପଟ୍ଟନାୟକ କହୁଛନ୍ତି ଯେ ମିଡିଆ ଏବେ ବିଜ୍ଞାପନର ଦାସ ଓ ସେଥିପାଇଁ ମିଡିଆଠାରୁ ନିରପେକ୍ଷତା ଆଶା କରାଯିବା ଉଚିତ୍ ନୂହେଁ। ସେଠାରେ ଉପସ୍ଥିତ ଥିବା ସାମ୍ବାଦିକ ବନ୍ଧୁମାନଙ୍କ ମଧ୍ୟରୁ ଜଣେ ବି କେହି ଏହାର ପ୍ରତିବାଦ କରି କହିବା ଉଚିତ୍ ନଥିଲା କି ଯେ ‘ସୌମ୍ୟବାବୁ, ଆମେ ଆପଣଙ୍କ ଚୋରା ମଦଭାଟିରେ କାମ କରୁଥିବା କର୍ମଚାରୀ ନୁହେଁ’?

ମୁଁ ଜାଣିଛି ଅନେକ ସାମ୍ବାଦିକ, ବିଶେଷକରି ସଦ୍ୟ ଶିକ୍ଷା ସମାପ୍ତ କରି ମିଡିଆ ସଂସ୍ଥାରେ ଯୋଗ ଦେଇଥିବା ଯୁବ ସାମ୍ବାଦିକମାନେ, ଅନେକ ଆର୍ଥିକ ଅନାଟନ ମଧ୍ୟରେ ଗତି କରୁଛନ୍ତି। ସେମାନେ କାର୍ଯ୍ୟସ୍ଥଳୀରେ ନିର୍ଯ୍ୟାତିତ ହୁଅନ୍ତି। ଜେଲ୍ ଭିତରେ ପୁରୁଣା ଦାଗୀ ଅପରାଧୀ ଯେମିତି ନୂଆ ହୋଇ ଜେଲକୁ ଆସିଥିବା କଖାରୁ ଚୋର ଉପରେ ଦାଦାଗିରି ଦେଖାଏ, ସେହିପରି ଭୁବନେଶ୍ବରରେ ପ୍ଲଟ୍ ଓ ଦାମୀ ଗାଡି କିଣିଥିବା କିଛି ବରିଷ୍ଠ ସାମ୍ବାଦିକ ମଧ୍ୟ ସେମାନଙ୍କ ଉପରେ ଦାଦାଗିରି କରନ୍ତି। ଏହି ବରିଷ୍ଠମାନଙ୍କର ନେତାଙ୍କ ସହ ଅସାଧୁ ଓ ଅଣପେଷାଦାର ମିଳାମିଶା ବି ସେମାନେ ଦେଖନ୍ତି।

ତଥାପି ଏହି ଯୁବ ସାମ୍ବାଦିକମାନଙ୍କ ପ୍ରତି ମୋର ସମବେଦନା ନାହିଁ। ଅଧିକାଂଶ ସରକାରୀ ଓ ବେସରକାରୀ ପ୍ରତିଷ୍ଠାନରେ ଶ୍ରମିକମାନଙ୍କ ଦ୍ବାରା ଧର୍ମଘଟ, ଧାରଣା କିମ୍ବା ପ୍ରତିବାଦ ସଂଗଠିତ ହୁଏ। ମାତ୍ର ଆଜିକାଲି ସାମ୍ବାଦିକମାନେ ମାଲିକମାନଙ୍କ ବିରୁଦ୍ଧରେ କେବେ ସ୍ବର ଉତ୍ତୋଳନ କରନ୍ତି ନାହିଁ। ସେମାନଙ୍କ ମଧ୍ୟରୁ ଅନେକ ସେହି ବରିଷ୍ଠମାନଙ୍କ ପଦାଙ୍କ ଅନୁସରଣ କରିବା ଚେଷ୍ଟାରେ ଥାଆନ୍ତି। ତେଣୁ ପ୍ରତିବାଦ କଲେ ବ୍ୟବସ୍ଥାବିରୋଧୀ ହେବାର ଦାଗ ଲାଗିଯିବ ବୋଲି ଭାବନ୍ତି।

ଆଜି ଯେଉଁମାନେ ସାମ୍ବାଦିକଙ୍କ ଉପରେ ପୋଲିସ୍ ହାତ ଉଠାଇବା ନେଇ ବିଶେଷ ଉଦବେଗ ପ୍ରକାଶ କରୁଛନ୍ତି ସେମାନେ ବୋଧହୁଏ ଜାଣିରଖିବା ଉଚିତ୍ ହେବ ଯେ ସମାଜରେ ସାମ୍ବାଦିକର ସମ୍ମାନ ଯାହା ରହିବା କଥା ତାହା ଆଉ ନାହିଁ। ଏକଥା ପୋଲିସ କର୍ମୀ ମଧ୍ୟ ଜାଣିଛି। ଏହା ଦ୍ବାରା କେବଳ ସାମ୍ବାଦିକମାନଙ୍କର ନୂହେଁ, ସମାଜର ବି କ୍ଷତି ହେଉଛି। ବୋଧହୁଏ ଚୋରା ମଦଭାଟିରୁ ପ୍ରସ୍ତୁତ ମଦ ପିଇ ଯେତିକି କ୍ଷତି ହୁଏ ତା’ଠାରୁ ବି ଅଧିକ।

ଯେଉଁଦିନ ସାମ୍ବାଦିକମାନଙ୍କର ଏକ ଗୋଷ୍ଠି ମୁଖ୍ୟମନ୍ତ୍ରୀଙ୍କ ସହ ସେଲଫି ଉଠାଇଲେ ସେଦିନ ସେମାନେ ସେମାନଙ୍କର ପାଠକ ଓ ଦର୍ଶକଙ୍କୁ ପରୋକ୍ଷରେ କ’ଣ ବାର୍ତ୍ତା ଦେଲେ? ଯେଉଁଦିନ ଆଗରୁ ଲେଖା ଯାଇଥିବା ପ୍ରଶ୍ନୋତ୍ତରକୁ ମୁଖ୍ୟମନ୍ତ୍ରୀଙ୍କ ସହ ସାକ୍ଷାତକାର ରୁପରେ ବିଭିନ୍ନ ସମ୍ବାଦପତ୍ରରେ ପ୍ରକାଶ କରାଯାଇ ପାଠକଙ୍କୁ ଠକି ଦିଆଯାଇଥିଲା ସେଦିନ ଏହି ସାମ୍ବାଦିକମାନଙ୍କୁ ସେମାନଙ୍କର ବିବେକ କାହିଁକି ଦଂଶନ କରି ନଥିଲା ?

ନିଖିଳ ଚକ୍ରବର୍ତ୍ତୀ ସରକାରଙ୍କ ଦ୍ବାରା ଦିଆଯାଉଥିବା ବିଭିନ୍ନ ଉପାଧୀକୁ ପ୍ରତ୍ୟାଖ୍ୟାନ କରିଥିଲେ। ଏବେ ବି ସେମିତି ସାମ୍ବାଦିକ ଅଛନ୍ତି ଯେଉଁମାନଙ୍କୁ ମୋର ବନ୍ଧୁ ସାମ୍ବାଦିକମାନେ କଳ୍ପନା ଦୁନିଆର ପାତ୍ର ବୋଲି ମନେ କରୁଥାଇ ପାରନ୍ତି। ସତକଥା। ତେଣୁ ଏହି ସାମ୍ବାଦିକମାନେ ‘ଚଲତା-ହୈ’ ଦୁନିଆର ମଣିଷ। ଅନ୍ୟମାନଙ୍କ ଭଳି ପରିସ୍ଥିତିର ଦାସ। ଅନ୍ୟମାନଙ୍କୁ ଯେମିତି ପୋଲିସ୍ ଭିଡ ଦେଖିଲେ ବାଡାଏ ଓ ଦୁର୍ବ୍ୟବହାର କରେ ସେମାନଙ୍କୁ ମଧ୍ୟ ସେହିଭଳି ବ୍ୟବହାର କରିବ। ଯେମିତି ଶିକ୍ଷକ ଆନ୍ଦୋଳନ ବେଳେ ସାମ୍ବାଦିକମାନେ ମାଲିକର ଦାସ ହୋଇ ସରକାରଙ୍କୁ ପରିସ୍ଥିତି ପାଇଁ ଦାୟୀ ନକରି ସ୍କୁଲ୍ କାହିଁକି ବନ୍ଦ ହୋଇଛି ବୋଲି ବାରମ୍ବାର ଶିକ୍ଷକମାନଙ୍କୁ ଦାୟୀ କରୁଥିଲେ, ଏବେ ସାମ୍ବାଦିକଙ୍କ ଉପରେ ପୋଲିସର ଦୁର୍ବ୍ୟବହାର ନେଇ ଆମଠାରୁ ବି ସେହିଭଳି ପ୍ରତିକ୍ରୀୟା ଆଶା ରଖନ୍ତୁ।

ସେ କିରାଣୀ ଜଣକ ମୋ କଥାରେ ବିଶ୍ବାସ ନକରିବାର ଅନ୍ୟତମ କାରଣ ଥିଲା ଯେ ଆପ୍ ଗତ ଲୋକସଭା ନିର୍ବାଚନରେ ଶୋଚନୀୟ ଭାବରେ ହାରିଛି। ଭଲା ଏତେ ଭଲକାମ କରୁଥିବା ଦଳ କ’ଣ ଏତେ ଶୋଚନୀୟ ଭାବରେ ହାରିବ? ଯେ କେହି ଏକଥା ଭାବିବ।

ପରେ କେତେବେଳେ ତାଙ୍କ ସଙ୍ଗେ ଫୋନ୍ ରେ କଥାବାର୍ତ୍ତା ହେଲେ ତାଙ୍କୁ ମୁଁ ମନେ ପକାଇ ଦେବି ଯେ ଗତ ନିର୍ବାଚନ ଶିକ୍ଷା,ପାନୀୟ ଜଳ, ବେରୋଜଗାର, ସ୍ବାସ୍ଥ୍ୟ, ବିକାଶ ଦର, ପ୍ରତିଶୄତି ଭଙ୍ଗ, ପ୍ରାୟୋଜିତ ସାମ୍ପ୍ରଦାୟିକ ଗୋଷ୍ଠି ଆକ୍ରମଣ, କୄଷି ସଙ୍କଟ ଆଦି ପ୍ରସଙ୍ଗ ଆଧାରରେ ହୋଇ ନଥିଲା। ସେତକ ହୋଇଥିଲେ ପରିଣାମ ଭିନ୍ନ ହୋଇଥାନ୍ତା। ମୋର ବିଶ୍ବାସ ସେ କିରାଣୀ ନିଶ୍ଚୟ ଜାଣିପାରିବେ ନିର୍ବାଚନ ବେଳେ ସେମାନଙ୍କ ପ୍ରସଙ୍ଗସବୁ ଚୋରି କରିଥିବା ଚୋରମାନେ କିଏ।

Share. Facebook Twitter LinkedIn Email WhatsApp Copy Link

Related Posts

ଦଳରୁ ଏବଂ ସାଂସଦ ପଦରୁ ଇସ୍ତଫା ଦେବା ପରେ ଏବେ କୁଆଡେ ଯିବେ ଦେବାଶିଷ ସାମନ୍ତରାୟ?

May 25, 2026

ବିଜେଡିରେ ବଡ କମ୍ପନ, ଦଳରୁ ଇସ୍ତଫା ଦେଲେ ସାଂସଦ ଦେବାଶିଷ ସାମନ୍ତରାୟ, କହିଲେ…..

May 25, 2026

ଉତ୍ତରାଖଣ୍ଡ ଏବଂ ଗୁଜରାଟ ପରେ ଏବେ ଏହି ରାଜ୍ୟରେ ଲାଗୁ ହେବ UCC: ବିଧାନସଭାରେ ଆଗତ ହେଲା ବିଲ୍ 

May 25, 2026

ବିଜେଡି ଛାଡିବେ ସାଂସଦ ଦେବାଶିଷ ସାମନ୍ତରାୟ, ବିଜେପିରେ ମିଶି ପୁଣି ଯିବେ ରାଜ୍ୟସଭା !!

May 25, 2026
Latest News

୧୫ ବର୍ଷ ବୟସରେ ବିଶ୍ୱ ରେକର୍ଡ ସ୍ଥାପନ କଲେ ବୈଭବ ସୂର୍ଯ୍ୟବଂଶୀ

May 25, 2026

ଏକାଥରେ 67 ବିଇଓ ଙ୍କୁ ବଦଳି କଲେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ, ଜାଣନ୍ତୁ କିଏ କେଉଁଠାକୁ ଗଲେ

May 25, 2026

ଭାଇରାଲ ଭିଡିଓ ମାମଲାରେ JDU ବିଧାୟକ ଅନନ୍ତ ସିଂହଙ୍କୁ ଗିରଫ କରାଯିବ କି?: ଆସିଲା ବଡ଼ ଅପଡେଟ୍

May 25, 2026

ଦଳରୁ ଏବଂ ସାଂସଦ ପଦରୁ ଇସ୍ତଫା ଦେବା ପରେ ଏବେ କୁଆଡେ ଯିବେ ଦେବାଶିଷ ସାମନ୍ତରାୟ?

May 25, 2026

ଭୟରେ କମ୍ପିବେ ଶତ୍ରୁ ଦେଶ: ଭାରତ ଆସୁଛି ୧୧୪ଟି ରାଫେଲ ଯୁଦ୍ଧ ବିମାନ

May 25, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.