ଇରାନର ରାଷ୍ଟ୍ରପତିଙ୍କ ହେଲିକପ୍ଟର ଦୁର୍ଘଟଣାର ଶିକାର, ଘଟଣାସ୍ଥଳରେ ପହଞ୍ଚିଲେ ଉଦ୍ଧାରକାରୀ ଦଳ

Published: May 19, 2024, 8:13 pm IST

ନୂଆଦିଲ୍ଲୀ: ଇରାନର ସରକାରୀ ଟେଲିଭିଜନର ରିପୋର୍ଟ ଅନୁଯାୟୀ ରାଷ୍ଟ୍ରପତି ଇବ୍ରାହିମ ରାଇସିଙ୍କୁ ନେଇ ଯାଉଥିବା ହେଲିକପ୍ଟରଟି ଅଜରବୈଜାନରେ ଜରୁରୀକାଳୀନ ଅବତରଣ କରିଛି। ଇବ୍ରାହିମ ରାଇସିଙ୍କୁ ନେଇ ଯାଉଥିବା ଏକ ହେଲିକପ୍ଟରର “ଜରୁରୀକାଳୀନ ଅବତରଣ” ହୋଇଛି ବୋଲି ରିପୋର୍ଟରେ ଦର୍ଶାଯାଇଛି। ଏହି ରିପୋର୍ଟରେ ଦର୍ଶାଯାଇଛି ଯେ ହେଲିକପ୍ଟରରେ ରାଷ୍ଟ୍ରପତି ଉପସ୍ଥିତ ଥିଲେ ଯାହା ଅବତରଣ କରିଥିଲା। ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚିଛନ୍ତି।

ଇରାନର ରାଷ୍ଟ୍ରପତି ଇବ୍ରାହିମ ରାଇସି ହେଲିକପ୍ଟର ଯୋଗେ ଆଜେରବାଇଜାନ ଗସ୍ତରେ ଥିଲେ। ସୂଚନା ଅନୁଯାୟୀ, ପୂର୍ବ ଅଜରବୈଜାନରେ ଏହି ଦୁର୍ଘଟଣା ଘଟିଛି। ବର୍ତ୍ତମାନ ପର୍ଯ୍ୟନ୍ତ ଏହି ଘଟଣାରେ କୌଣସି ପ୍ରକାରର କ୍ଷୟକ୍ଷତିର ସୂଚନା ନାହିଁ। ରାଷ୍ଟ୍ରପତିଙ୍କ ସୁରକ୍ଷାରେ ତିନୋଟି ହେଲିକପ୍ଟର ଥିଲା।

Related posts