ଭିଡ଼ହିଂସାକୁ ନେଇ ବହୁଜନ ସମାଜ ପାର୍ଟି ଅଧ୍ୟକ୍ଷ ମାୟାବତୀ ଶନିବାର ଭିଡ ହିଂସାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି । ଏହି ଭିଡହିଂସା କବଳରେ କେବଳ ଦଳିତ, ଆଦିବାସୀ ତଥା ସଂଖ୍ୟାଲଘୁ ସମ୍ପ୍ରଦାୟର ଲୋକ ଏଥିରେ ଶିକାର ହେଉନାହାନ୍ତି, ବରଂ ଏଥିରୁ ପୋଲିସ କର୍ମଚାରୀ ମଧ୍ୟ ନିସ୍ତାର ପାଉ ନାହାନ୍ତି। ଏବେ ରକ୍ଷକଙ୍କୁ ଭିଡ଼ହିଂସାର ସମ୍ମୁଖୀନ ହେବାକୁ ପଡୁଛି ବୋଲି ବିଏସ୍ପି ଅଧ୍ୟକ୍ଷା ମାୟାବତୀ ଶନିବାର ଟୁଇଟ୍ କରି ଜଣାଇଛନ୍ତି। ଏଭଳି ଘଟଣାକୁ ରୋକିବାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାର ବିଫଳ ହୋଇଥିବା ସେ କହିଛନ୍ତି। ସୁପ୍ରିମ୍କୋର୍ଟଙ୍କ ନିର୍ଦ୍ଦେଶ ପରେ କେନ୍ଦ୍ର ସରକାର ଶୀଘ୍ର ଏନେଇ ଆଇନ ପ୍ରଣୟନ କରିବାର ଆବଶ୍ୟକତା ରହିଛି। ମାତ୍ର ସରକାର ଏଭଳି ସମ୍ବେଦନଶୀଳ ଘଟଣା ପ୍ରତି ଉଦାସୀନ ରହିବା ଅତି କ୍ଷୋଭର ବିଷୟ ବୋଲି ମାୟାବତୀ କହିଛନ୍ତି। ଏପରି ସମୟରେ ଉତ୍ତରପ୍ରଦେଶ ରାଜ୍ୟ ବିଧି ଆୟୋଗ ଭିଡ ହିଂସା ଉପରେ ଅଙ୍କୁଶ ଲଗାଇବା ପାଇଁ ନୂଆ ଶକ୍ତ…
Author: Samikhsya Bureau
କର୍ଣ୍ଣାଟକ ରାଜନୀତିରେ ଆଉ ଏକ ନୂତନ ଡ୍ରାମା ଦେଖିବାକୁ ମିଳିଛି। ପୂର୍ବରୁ ୧୦ ଜଣ ବିଧାୟକ ଇସ୍ତଫା ପ୍ରଦାନ କରିବା ସହିତ ସୁପ୍ରିମ୍କୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ବାଚସ୍ପତି ୫ ଜଣ ବିଧାୟକଙ୍କ ଇସ୍ତଫା ଅଗ୍ରାହ୍ୟ କରିବାରୁ ଏହି ୫ ଜଣ ବିଧାୟକ ସୁପ୍ରିମ୍କୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି। କେ ସୁଧାକର, ରୋଶନ ବେଗ, ଏମ୍ଟିବି ନଟରାଜ, ମୁନିରତ୍ନ ନାଇଡୁ ଏବଂ ଆନନ୍ଦ ସିଂ ବାଚସ୍ପତିଙ୍କ ବିପକ୍ଷରେ ସର୍ବୋଚ୍ଚ କୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି। ଏହି ୫ ଜଣଙ୍କ ସହିତ ବାଚସ୍ପତିଙ୍କ ବିପକ୍ଷରେ ଅଭିଯୋଗକାରୀ ବିଧାୟକଙ୍କ ସଂଖ୍ୟା ୧୫ରେ ପହଞ୍ଚିଛି। କୋର୍ଟଙ୍କ ହସ୍ତକ୍ଷେପ ପରେ ମଙ୍ଗଳବାର ସୁଦ୍ଧା ସମସ୍ତ ବିଧାୟକଙ୍କ ସମ୍ପର୍କରେ ନିଷ୍ପତ୍ତି ନେବା ପାଇଁ ଆଦେଶ ଦିଆ ଯାଇଥିବା ଜଣା ପଡିଛି। କଂଗ୍ରେସ ନେତା ତଥା ଡି କେ ଶିବକୁମାର ବିଦ୍ରୋହୀ ବିଧାୟକଙ୍କୁ ମନାଇବାର ଦାୟିତ୍ବ ନେଇଛନ୍ତି।
କେନ୍ଦୁଝର ଆନନ୍ଦପୁରରେ ଏକ ଅଘଟଣ ଘଟିଛି। ମଧୁବନ ଗାଁରେ ସ୍ଥାନୀୟ ପୋଖରୀରେ ବୁଡ଼ି ଦୁଇଜଣ ନାବାଳିକାଙ୍କ ମୃତ୍ୟୁ ଘଟିଛି। କେନ୍ଦୁଝର ସୋସୋ ଥାନା ମଧୁବନ ଗାଁରେ ଥିବା ସ୍ଥାନୀୟ ପୋଖରୀକୁ ଗାଧୋଇବାକୁ ଦୁଇଭଉଣୀ ଯାଉଥିଲେ। କୈାଣସିକାରଣ ବଶତଃ ଦୁଇଭଉଣୀଙ୍କ ଗୋଡ଼ ଖସି ଯିବାରୁ ବୁଡ଼ିଯାଇଥିଲେ। ପରିବାରଲୋକେ ଖବର ପାଇବା ପରେ ପୋଖରୀରୁ ଦୁଇଭଉଣୀଙ୍କୁ ଉଦ୍ଧାର କରି ଆନନ୍ଦପୁର ମେଡ଼ିକାଲରେ ନେଇ ଯାଉଥିଲେ। ଦୁର୍ଭାଗ୍ୟବଶତଃ ପରିବାରଲୋକେ ଦୁଇ ଝିଅଙ୍କୁ ନେଉଥିବା ଅଟୋଟି ମଧ୍ୟ ଅଧାବାଟରେ ଓଲଟି ପଡ଼ିଥିଲା। ଫଳରେ ସେହି ଅଟୋରେ ଥିବା ଦୁଇଝିଅ ଓ ମାଁଙ୍କ ଅବସ୍ଥା ଗୁରୁତର ହୋଇପଡ଼ିଥିଲା। ଆନନ୍ଦପୁର ମେଡ଼ିକାଲରେ ପହଂଚିବା ପରେ ଡାକ୍ତର ଦୁଇ ଝିଅଙ୍କୁ ମୃତ ଘୋଷଣା କରିଥିଲେ।
ମୈାସୁମୀ ଓ ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପ ପ୍ରଭାବରେ ରାଜ୍ୟରେ ବର୍ଷା ଜାରି ରହିଛି। ଆଜି ଅପରାହ୍ନ ୪ଟା ପର୍ଯ୍ୟନ୍ତ ବର୍ଷା ସମ୍ଭାବନା ନେଇ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଆଜି ଗଞ୍ଜାମ, ଗଜପତି ,ପୁରୀ ,ନବରଙ୍ଗପୁର, ମାଲକାନଗିରି ,କୋରାପୁଟ, କଟକ ,ଖୋର୍ଦ୍ଧା ଓ ନୟାଗଡ଼ ଜିଲ୍ଲାରେ ମୈାସୁମୀ ଓ ଲଘୁଚାପ ପ୍ରଭାବରେ ବର୍ଷା ସାଙ୍ଗକୁ ବଜ୍ରପାତ ହେବା ସମ୍ଭାବନା ରହିଛି। ତେଣୁ ଭୁବନେଶ୍ୱରସ୍ଥିତ ଆଂଚଳିକ ପାଣିପାଗ ବିଭାଗ ପକ୍ଷରୁ ଏହି ୯ଟି ଜିଲ୍ଲାକୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି। ଏହି ସମୟରେ ମତ୍ସ୍ୟଜୀବୀଙ୍କୁ ସମୁଦ୍ରକୁ ପ୍ରବେଶ କରିବାକୁ ବାରଣ କରାଯାଇଛି।
ରାଜଧାନୀ ଦିଲ୍ଲୀ ସହରରେ ପୁଣି ଥରେ ନିଆଁ ଲାଗିଛି । ଦିଲ୍ଲୀ ଏନ୍ସିଆର ଅଞ୍ଚଳରେ ନିଆଁ ଲାଗିବା ଘଟଣା ସାମ୍ନାକୁ ଆସିଛି । ଦିଲ୍ଲୀର ଝିଲ୍ମିଲ୍ ଔଦ୍ୟୋଗିକ ଅଞ୍ଚଳରେ ଏହି ନିଆଁ ଲାଗିଛି । ଏଠାରେ ଏକ ରବର ଫ୍ୟାକ୍ଟ୍ରିରେ ନିଆଁ ଲାଗିବା କାରଣରୁ ତିନିଜଣଙ୍କର ମୃତ୍ୟୁ ହୋଇଛି । ତେବେ ଏହି ଘଟଣାରେ ଆଉକିଛି ଲୋକ ଫଶି ରହିଥିବାର ଆଶଙ୍କା କରାଯାଇଛି । ମୃତକଙ୍କ ମଧ୍ୟରେ ୨ଜଣ ମହିଳା ଓ ଜଣେ ପୁରୁଷ ରହିଛନ୍ତି । ନିଆଁ ଲାଗିବାର ସୂଚନା ମିଳିବା ପରେ ଦମକଳବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା ଜାରି ରଖିଥିଲେ ।
ଆଜି ଶ୍ରୀଜୀଉଙ୍କ ସୁନା ବେଶ। ଅପରାହ୍ଣ ୪ଟାରୁ ଶ୍ରୀଜିଉଙ୍କ ସୁନାବେଶ ଆରମ୍ଭ ହେବାର କାର୍ଯ୍ୟକ୍ରମ ରହିଛି। ରାତି ପ୍ରାୟ ୮ଟାରେ ସନ୍ଧ୍ୟା ଧୂପ ଓ ରାତି ୧୨ଟା ୩୦ରେ ମହାପ୍ରଭୁଙ୍କ ଚନ୍ଦନଲାଗି ହେବାର କାର୍ଯ୍ୟକ୍ରମ ରହିଛି। ଏହାପରେ ମହାବାହୁଙ୍କ ବଡ଼ସିଂହାର ବେଶ ଅନୁଷ୍ଠିତ ହେବ। ମହଣ ମହଣ ସୁନା ଆଭୂଷଣ ଲାଗି ହେବେ ମହାପ୍ରଭୁ, ଦୁଇ ପୟର, ଦୁଇ ଭୁଜ, କିରିଟି ସମେତ ୩୫ରୁ ଉର୍ଦ୍ଧ୍ବ ଅଳଙ୍କାର ଲାଗି ହେବ । ରଥ ଉପରେ ମଧ୍ୟାହ୍ନ ଧୂପ ପରେ ଆରମ୍ଭ ହେବ ସୁନାବେଶ । ରାତି ୧୧ ଯାଏ ଶ୍ରୀଜିଉଙ୍କ ସୁନାବେଶ ଦର୍ଶନ କରି ପାରିବେ ଭକ୍ତ । ମହାପ୍ରଭୁ ରତ୍ନସିଂହାସନରେ ଥିବାବେଳେ ୫ ଥର ସୁନା ବେଶ ହେଉଥିବାବେଳେ ରଥ ଉପରେ ମାତ୍ର ଥରେ ସୁନା ବେଶରେ ଦର୍ଶନ ଦେଇଥା’ନ୍ତି ମହାବାହୁ । ସୁନାବେଶକୁ ରାଜରାଜେଶ୍ବର ବେଶ୍ ମଧ୍ୟ କୁହାଯାଏ । ରଥଯାତ୍ରା ଓ ବାହୁଡା ଭଳି ସୁନାବେଶ ମଧ୍ୟରେ ଭକ୍ତଙ୍କ…
ପାଟକୁରା ନିର୍ବାଚନ ପ୍ରସଙ୍ଗ ନେଇ ବିଜେପି ନେତା ଦାମ ରାଉତ ନିଜ ପ୍ରତିକ୍ରିୟା ଦେଇଛନ୍ତି । ପାଟକୁରାରେ ପୋଲିସ ସାଧାପୋଷାକରେ ଆସି ପ୍ରଚାର କରୁଛନ୍ତି । ଏବଂ ପାଟକୁରାରେ ଟଙ୍କା ବାଣ୍ଟି ବିଜେଡ଼ି ଲୋକଙ୍କୁ ପ୍ରଲୋଭନ ଦେଖାଇ ଭୋଟ କିଣିବାକୁ ଚାହୁଁଛି ବୋଲି ବିଜେପି ନେତା ଦାମ ରାଉତ କଟାକ୍ଷ କରି କହିଛନ୍ତି । ଲୋକେ କହୁଛନ୍ତି ପାଟକୁରାରେ ସ୍ୱାଭିମାନ ବନାମ ବେଇମାନର ଲଢେଇ ହେଉଛି ବୋଲି ବରିଷ୍ଠ ନେତା ଦାମ ରାଉତ ପ୍ରତିକ୍ରିୟା ଦେଇଛନ୍ତି । ସରକାରୀ ଅଧିକାରୀ ବି ଏଠାରେ ପ୍ରଚାରରେ ସାମିଲ୍ ବୋଲି ବିଜେଡ଼ି ନେତା କହୁଛନ୍ତି ବୋଲି ଦାମ କହିଛନ୍ତି । ବିଜୟଙ୍କ ସହ ନବୀନ ବେଇମାନୀ କରିଛନ୍ତି, ଲୋକେ ଏହାର ଜବାବ ଦେବେ ବୋଲି କହିଛନ୍ତି ଦାମ ରାଉତ । ପାଟକୁରା ବିଧାନସଭା ପାଇଁ ପୂର୍ବରୁ ହେବାକୁ ଥିବା ନିର୍ବାଚନ ସ୍ଥଗିତ ହେବାପରେ ଆସନ୍ତା ୨୦ରେ ମତଦାନ ହୋଇ ଫଳାଫଳ ଜୁଲାଇ ୨୪ରେ ଆସିବ…
କେନ୍ଦ୍ର ବିମାନ ଚଳାଚଳ ମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଭୁବନେଶ୍ବରରୁ ଦୁବାଇକୁ ସିଧାସଳଖ ବିମାନ ଚଳାଚଳ ପାଇଁ ନବୀନ ଏହି ଚିଠିରେ ଅନୁରୋଧ କରିଛନ୍ତି । ପୂର୍ବରୁ ଭୁବନେଶ୍ବରରୁ ସିଙ୍ଗାପୁର ଏବଂ ଆବୁଧାବି ନିମନ୍ତେ ଅନ୍ତର୍ଜାତୀୟ ବିମାନ ଚଳାଚଳ କରୁଥିବା ବେଳେ ଏହି ତାଲିକାରେ ଦୁବାଇକୁ ସାମିଲ କରିବା ନିମନ୍ତେ କେନ୍ଦ୍ର ବିମାନ ଚଳାଚଳ ମନ୍ତ୍ରୀ ହରଦୀପ ସିଂ ପୁରୀଙ୍କୁ ଚିଠି ଲେଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
ପୁଣି ଆୟବର୍ହିଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ପୁରୀ ଜିଲ୍ଲା ଶିକ୍ଷାଧିକାରୀ ହୃଷିକେଶ କାଣ୍ଡି ଆଜି ଗିରଫ ହୋଇଛନ୍ତି। ତାଙ୍କ ସରକାରୀ ଗାଡିରୁ ଜବତ ହୋଇଥିବା ଟଙ୍କାର ହିସାବ ଦେଇ ନପାରିବାରୁ ଭିଜିଲାନ୍ସ ତାଙ୍କୁ ଗିରଫ କରିଛି। ଗତକାଲି ଡିଇଓ ହୃଷିକେଶ କାଣ୍ଡିଙ୍କ ସରକାରୀ ଗାଡ଼ିରୁ ୧ଲକ୍ଷ ୧୧ହଜାର ଟଙ୍କା ଜବତ ହୋଇଥିଲା। ପୋଲିସ ସେହି ଟଙ୍କା ଜବତ କରି ଡିଇଓଙ୍କୁ ପଚରାଉଚରା କରିଥିଲା। ଏହାପରେ ସନ୍ଦେହ ହେବାରୁ ଅଭିଯୋଗରେ ଡିଇଓଙ୍କ ପୁରୀସ୍ଥିତ ସରକାରୀ ବାସଭବନ ସମେତ ସାଲେପୁରସ୍ଥିତ ପୈତୃକ ଘର ଓ ରାଜଧାନୀର ଏକ ଘରେ ଚଢାଉ କରାଯାଇଥିଲା। ଫଳରେ ଡିଇଓଙ୍କ ବାସଭବନ ସମେତ ବିଭିନ୍ନ ଘରୁ ୮୦ଲକ୍ଷ ଟଙ୍କାର ଆୟବହିର୍ଭୁତ ସମ୍ପତ୍ତି ଠୁଳ କରାଯାଇଥିବା ଟଙ୍କା ଜବତ ହୋଇଛି।
ଆଜି ମହାନଦୀ ଜଳ ବିବାଦ ମାମଲାରେ ଟ୍ରିବ୍ୟୁନାଲରେ ଆଜି ଶୁଣାଣି ହୋଇଛି। ଓଡ଼ିଶା ଓ ଛତିଶଗଡ଼ ମଧ୍ୟରେ ଥିବା ମହାନୀଦୀ ଜଳ ବିବାଦ ମାମଲାରେ ଶୁଣାଣୀ ହୋଇଛି। ଓଡ଼ିଶା ପକ୍ଷରୁ ହୋଇଥିବା ମଧ୍ୟବର୍ତ୍ତୀକାଳୀନ ଆବେଦନ ଉପରେ ଆଜି ଶୁଣାଣି ହୋଇ ଏହାର ପରବର୍ତ୍ତୀ ଶୁଣାଣୀକୁ ଅଗଷ୍ଟ ୩ ତାରିଖକୁ ଘୁଞ୍ଚାଯାଇଛି। ଏହି ବିବାଦର ମୂଳ ମାମଲାରେ ଅକ୍ଟୋବର ୧୯ସୁଦ୍ଧା ସମସ୍ତ କାଗଜପତ୍ର ଦାଖଲ କରିବାକୁ ଉଭୟ ରାଜ୍ୟକୁ ଟ୍ରିବ୍ୟୁନାଲ ନିର୍ଦ୍ଦେଶ ଦେଇଛନ୍ତି। ୨୦୧୮ ଅକ୍ଟୋବରରେ ଓଡ଼ିଶା ପକ୍ଷରୁ ଟ୍ରିବ୍ୟୁନାଲରେ ମଧ୍ୟବତ୍ତୀକାଳୀନ ଆବେଦନ କରାଯାଇ ମହାନଦୀରେ ଛତିଶଗଡ଼ ପକ୍ଷରୁ କରାଯାଇଥିବା ୬ଟି ବ୍ୟାରେଜ ନିର୍ମାଣ ଉପରେ ରୋକ ଲଗାଇବା ସହ ଓଡ଼ିଶାକୁ ମହାନଦୀରୁ ୧.୭୪ଏମଏଫ ଜଳ ଛାଡ଼ିବାକୁ ନିର୍ଦ୍ଦେଶ ଦେବା ପାଇଁ ଅନୁରୋଧ କରାଯାଇଥିଲା।
ଉତ୍ତର ପ୍ରଦେଶରେ ମୌସୁମୀ ବର୍ଷା ଭୟଙ୍କର ରୂପ ନେଇଛି। ପ୍ରବଳ ବର୍ଷାରେ ରାଜ୍ୟରେ ୧୩୩ଟି କୋଠା ଭୁଷୁଡିବା ସହିତ ୧୪ଟି ଜିଲ୍ଲାରେ ୧୫ ଜଣଙ୍କ ପ୍ରାଣହାନି ଘଟିଛି। ଉତ୍ତର ପ୍ରଦେଶରେ ବିଗତ ତିନି ଦିନ ଧରି ପ୍ରବଳ ବର୍ଷା ଲାଗି ରହିଥିବାରୁ ବନ୍ୟାର ପରସ୍ଥିତି ସୃଷ୍ଟି ହୋଇଥିବା ଜଣାପଡିଛି। ଏହି ଘଟଣାରେ ୨୩ ଜଣ ଗୃହପାଳିତ ପଶୁ ମଧ୍ୟ ପ୍ରାଣ ହରାଇଛନ୍ତି। ଆସନ୍ତା ତିନି ଦିନ ପାଇଁ ବର୍ଷା ଲାଗି ରହିବ ବୋଲି ଜଣାପଡିଛି। ଉନ୍ନାଓ, ଆମ୍ବେଦକର ନଗର, ପ୍ରୟାଗରାଜ, ବାରାବାଙ୍କି, ହରଦୋଇ, କ୍ଷୀରୀ, ଗୋରଖପୁର, କାନପୁର ନଗର, ପିଲିଭିତ୍, ସୋନଭଦ୍ରା, ଚାନ୍ଦୋଲି, ଫିରୋଜାବାଦ ଏବଂ ସୁଲତାନପୁର ଅଞ୍ଚଳରେ ବର୍ଷା ଏହି ତାଣ୍ଡବ ମଚାଇଛି।
ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଓଟିଇଟି ପରୀକ୍ଷା ନେଇ ଆଜି ବିଜ୍ଞପ୍ତି ପ୍ରକାଶ ପାଇଛି । ଚଳିତ ମାସ ୧୫ରୁ ୨୬ତାରିଖ ପର୍ଯ୍ୟନ୍ତ କେବଳ ଅନଲାଇନରେ ଏହି ଆବେଦନ କରିପାରିବେ । ଏନେଇ ଆଜି ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଓଟିଇଟି ପରୀକ୍ଷା ବିଜ୍ଞପ୍ତି ପ୍ରକାଶ ପାଇଛି । ଅନଲାଇନ ଫି ପୈଠ କରିବାର ଶେଷ ସମୟ ୯ତାରିଖର ଅପରାହ୍ନ ୪ଟା ଯାଏଁ ଧାର୍ଯ୍ୟ କରାଯାଇଛି । ଏଥିରେ ପେପର ୧ ଓ ପେପର ୨ ପାଇଁ ଆଶାୟୀ ପରୀକ୍ଷାର୍ଥୀ ଅଲଗା ଅଲଗା ଆବେଦନ କରିପାରିବେ ।୨୦୧୮ ମସିହାରେ ଆବେଦନ କରିଥିବା ଆଶାୟୀ ମଧ୍ୟ ଏଥର ବିନା ମୂଲ୍ୟରେ ସାନି ଆବେଦନ କରିପାରିବେ । ଅଗଷ୍ଟ ମାସ ପ୍ରଥମ ସପ୍ତାହରେ ଚଳିତ ଥରର ଓଟିଇଟି ପରୀକ୍ଷା କରିବାକୁ ବୋର୍ଡ଼ ଲକ୍ଷ୍ୟ ରଖିଥିବା ସଭାପତି ଜାହାନ ଆରା ବେଗମ ସୂଚନା ଦେଇଛନ୍ତି । ଗତ ଜାନୁଆରୀ ୧୬ରେ ପ୍ରଶ୍ନପତ୍ର ଲିକ ପାଇଁ…
ସ୍ବିଜରଲ୍ୟାଣ୍ଡ ତାରକା ରୋଜର ଫେଡେରର ଦ୍ବାଦଶ ଥର ପାଇଁ ଓ୍ବିମ୍ବିଲଡନ୍ ଫାଇନାଲ୍ରେ ପ୍ରବେଶ କରିଛନ୍ତି । ଶୁକ୍ରବାର ଅନୁ୍ଷ୍ଠିତ ସେମିଫାଇନାଲରେ ସ୍ପେନ୍ର ରାଫେଲ ନାଦାଲଙ୍କୁ ପରାସ୍ତ କରି ଫାଇନାଲ୍ରେ ପହଞ୍ଚିଛନ୍ତି । ଆସନ୍ତା ମାସରେ 38 ବର୍ଷରେ ପଦାର୍ପଣ କରୁଥିବା ଫେଡେରର 7-6, 1-6,6-3 ଏବଂ 6-4 ସେଟ୍ରେ ନାଡାଲଙ୍କୁ ପରାସ୍ତ କରିଥିଲେ । ଶେଷଥର ପାଇଁ ଉଭୟ ଖେଳାଳି 2008 ଫାଇନାଲ୍ରେ ପରସ୍ପରର ମୁକାବିଲା କରିଥିଲେ ଯେଉଁଥିରେ ନାଦାଲ ବିଜୟୀ ହୋଇଥିଲେ । ଚଳିତ ବର୍ଷର ଫ୍ରେଞ୍ଚ ଓପନ ବିଜେତା ନାଦାଲ ଦୀର୍ଘ 4 ସେଟ୍ର ସଂଘର୍ଷ କରିଥିଲେ ମଧ୍ୟ ଫେଡେରରଙ୍କ ନିକଟରୁ ପରାଜିତ ହୋଇଥିଲେ । ଫାଇନାଲ୍ରେ 8 ଥର ଟାଇଟଲ ବିଜେତା ଫେଡେରର 4 ଥର ବିଜେତା ତଥା ଡିଫେଣ୍ଡିଂ ଚାମ୍ପିୟନ୍ ନୋଭାକ୍ ଜୋକୋଭିକ୍ଙ୍କ ମୁକାବିଲା କରିବେ । ଏହି ମ୍ୟାଚ୍ରେ ପରାଜିତ ହୋଇଥିଲେ ମଧ୍ୟ ଉଭୟ ଖେଳାଳିଙ୍କ ମଧ୍ୟରେ ମୁହାଁମୁହିଁ ମୁକାବିଲାରେ ନାଦାଲ 24-16ରେ ଆଗୁଆ…
ସୋମାଲିଆରେ ଏକ ବର୍ବର ଆକ୍ରମଣରେ ୧୦ ଜଣ ବ୍ୟକ୍ତି ନିହତ ହୋଇଛନ୍ତି। ବନ୍ଦର ସହର କିସ୍ମାୟୋର ଏକ ହୋଟେଲରେ ଆକ୍ରମଣ ହେବା ସହିତ ଏହି ବର୍ବର କାଣ୍ଡ ଘଟିଛି। ଏହି ଘଟଣାରେ ଦୁଇ ଜଣ ସାମ୍ବାଦିକ ନିହତ ହୋଇଛନ୍ତି। ସୂଚନା ଅନୁଯାୟୀ ୧୩ ଅଜଣା ବନ୍ଧୁକ ଧାରୀ ଆତତାୟୀ ଶନିବାର ସକାଳୁ ହୋଟେଲ ମଧ୍ୟରେ ପ୍ରବେଶ କରି ଆଖିବୁଜା ଗୁଳିଚାଳନା କରିଥିଲେ। ଏହି ଗୁଳିଚାଳନାରେ ଅନ୍ୟୁନ ୧୦ ଜଣ ନିହତ ହୋଇଥିବା ବେଳେ ୧୫ରୁ ଅଧିକ ଆହତ ହୋଇଛନ୍ତି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ଆତତାୟୀଙ୍କ ମୁକାବିଲା କରୁଛି। ଆତତାୟୀ ମାନେ ହୋଟେଲ ମଧ୍ୟରେ ଉପସ୍ଥିତ ଥିବାରୁ ମୃତ୍ୟୁ ସଂଖ୍ୟା ବଢିପାରେ ବୋଲି ପୋଲିସ ପକ୍ଷରୁ କୁହାଯାଇଛି। ହୋଟେଲରେ ଅନ୍ୟୁନ ୮୦ ରୁ ଅଧିକ ଲୋକ ଫସି ରହିଥିବା ଜଣାପଡିଛି।
ବାସୁଦେବପୁରରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। କ୍ଷୀର ଚାଷୀଙ୍କ ଠାରୁ ଓମଫେଡ କ୍ଷୀର ନେଇନଥିବା କାରଣରୁ ଚାଷୀମାନେ ସେହି କ୍ଷୀରକୁ ରାସ୍ତାରେ ଢାଳି ନିଜର ଆକ୍ରୋଶକୁ ପ୍ରକାଶ କରିଛନ୍ତି। ସୂଚନା ଅନୁଯାୟୀ ଶୁକ୍ରବାର ରାତିରେ କ୍ଷୀରକୁ ନିମ୍ନମାନର କହି ଓମ୍ଫେଡ୍ କ୍ଷୀର ନେଇନଥିଲା। ଏହାପରେ ଉତ୍ତ୍ୟକ୍ତ ଚାଷୀ ପାଖାପାଖି ୧୨ଶହ ଲିଟରରୁ ଅଧିକ କ୍ଷୀରକୁ ରାସ୍ତାରେ ଢାଳିଦେଇଥିଲେ। କ୍ଷୀର ନ ନେବା ପୂର୍ବରୁ ଓମଫେଡ୍ ପକ୍ଷରୁ କୌଣସି ସୂଚନା ନଦିଆଯାଇ ହଠାତ୍ କ୍ଷୀର ନେବା ବନ୍ଦ କରିଥିଲା ଓମ୍ଫେଡ୍। ଏହି କାରଣରୁ ଚାଷୀ ଉତ୍ତ୍ୟକ୍ତ ହୋଇଥିଲେ। ଏହା ସହିତ ଚାଷୀ ମାନେ ଆଜିଠାରୁ ଆନ୍ଦୋଳନର ଚେତାବନୀ ମଧ୍ୟ ଦେଇଛନ୍ତି। ସରକାର କିମ୍ୱା ଓମ୍ଫେଡ୍ ପକ୍ଷରୁ ଏହି ମାମଲାରେ କୌଣସି ପ୍ରତିକ୍ରିୟା ଦିଆଯାଇନାହିଁ।
ନେପାଳରେ ଭୟଙ୍କର ବର୍ଷା ପ୍ରଭାବରେ ୧୭ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୬ ଜଣ ନିଖୋଜ ହୋଇଛନ୍ତି। ପ୍ରାରମ୍ଭିକ ସୂଚନା ଅନୁଯାୟୀ ମୋରାଙ୍ଗର ୪୦୦ ପରିବାର ଏବଂ ବାରାର ୩୫ ପରିବାରଙ୍କୁ ସ୍ଥାନାନ୍ତର କରାଯାଇଛି। ଭୟଙ୍କର ବର୍ଷା ଫଳରେ ବନ୍ୟା ଏବଂ ଭୂସ୍ଖଳନ ଘଟି ଏହି ମୃତ୍ୟୁ ଘଟିଛି। ରାଜଧାନୀ କାଠମାଣ୍ଡୁର ମୁଲ୍ପାନୀ ଅଞ୍ଚଳରେ ଏକ ଘର ଭୁଷୁଡି ୩ ଜଣଙ୍କର ମୃତ୍ୟୁ ଘଟିଛି। ଏହା ସହିତ ଏହି ଘଟଣାରେ ଅନ୍ୟାନ୍ୟ ୧୩ ଜଣ ଆହତ ହୋଇଛନ୍ତି। ବନ୍ୟା ଏବଂ ଭୂସ୍ଖଳନ ଫଳରେ ବିଭିନ୍ନ ଅଞ୍ଚଳରେ ଯାତାୟତ ବାଧାପ୍ରାପ୍ତ ହୋଇଛି। ପ୍ରବଳ ମୌସୁମୀ ବର୍ଷାରେ ବିଭିନ୍ନ ନଦୀରେ ବନ୍ୟା ଆସିଥିବା ନେଇ ନେପାଳ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି।
ଭାରତୀୟ ଅର୍ଥନୀତିଜ୍ଞ ଅଂଶୁଳା କାନ୍ତ ବିଶ୍ବବ୍ୟାଙ୍କର ପ୍ରଥମ ମହିଳା ପରିଚାଳନା ନିର୍ଦେଶକ ତଥା ମୁଖ୍ୟ ଅର୍ଥନୈତିକ ଅଫିସର (ସିଏଫ୍ଓ) ଭାବେ ନିଯୁକ୍ତ ହୋଇଛନ୍ତି। ଶୁକ୍ରବାର ଏ ସମ୍ପର୍କରେ ଘୋଷଣା କରାଯାଇଛି। ଷ୍ଟେଟ୍ ବ୍ୟାଙ୍କ ଅଫ ଇଣ୍ଡିଆ(ଏସ୍ବିଆଇ)ର ଏମ୍ଡି ତଥା ସିଏଫ୍ଓ ଭାବେ କାର୍ଯ୍ୟ କରୁଥିବା ୬୦ ବର୍ଷୀୟା ଅଂଶୁଳାଙ୍କର ଅର୍ଥନୀତି ଓ ବ୍ୟାଙ୍କିଂ କ୍ଷେତ୍ରରେ ଦୀର୍ଘ ୩୫ ବର୍ଷର ଅଭିଜ୍ଞତା ରହିଛି। ଅର୍ଥନୀତିରେ ବୈଷୟିକ ଜ୍ଞାନକୌଶଳର ପ୍ରୟୋଗ ସହ ବହୁବିଧ ଆର୍ଥିକ ପରିଚାଳନାରେ ତାଙ୍କର ଦକ୍ଷତାକୁ ବିଶ୍ବବ୍ୟାଙ୍କ ସଭାପତି ଡେଭିଡ ମାଲପାସ୍ ପ୍ରଶଂସା କରିଛନ୍ତି। ବିଶ୍ବବ୍ୟାଙ୍କରେ ଯୋଗଦେବା ପରେ ସେ ପ୍ରତ୍ୟକ୍ଷ ଭାବେ ମାଲପାସ୍ଙ୍କ ସହିତ କାର୍ଯ୍ୟ କରିବେ। ବ୍ୟାଙ୍କର ଆର୍ଥିକ ସମ୍ପଦ ପରିଚାଳନା କ୍ଷେତ୍ରର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଭାବେ ସେ ଦାୟିତ୍ବ ତୁଲାଇବେ। ଦିଲ୍ଲୀର ଲେଡି ଶ୍ରୀରାମ କଲେଜରୁ ଅର୍ଥନୀତିରେ ସ୍ନାତକ ଓ ଦିଲ୍ଲୀ ସ୍କୁଲ ଅଫ ଇକୋନୋମିକ୍ସ ସ୍ନାତକୋତ୍ତର ଶିକ୍ଷାଲାଭ କରିଛନ୍ତି।
କେଦାର ମିଶ୍ର କିଛିଦିନ ତଳେ ବିଶିଷ୍ଟ ସାମ୍ବାଦିକ ଶବା ନକଭି ଭାରତୀୟ ରାଜନୀତିର ଭବିଷ୍ୟତ ବିଷୟରେ ଏକ ଆଲେଖ୍ୟ ପ୍ରସ୍ତୁତ କରିଥିଲେ। ଶବାଙ୍କ ଆକଳନ ଅନୁସାରେ ଆଗାମୀ ପାଞ୍ଚ ବର୍ଷ ଭିତରେ ଭାରତର ପ୍ରାୟ ସବୁ ଆଞ୍ଚଳିକ ଦଳ ବିଜେପିରେ ମିଶିଯିବାକୁ ଏକ ପ୍ରକାର ବାଧ୍ୟ ହେବେ। ଦିଲ୍ଲୀରେ ରହୁଥିବା ସାମ୍ବାଦିକମାନେ ଅନେକ ସମୟରେ ଏମିତି ଭବିଷ୍ୟବାଣୀ ସବୁ କରିଥାନ୍ତି। ସେଥିରୁ କିଛିଟା ସତ ହୁଏ ଆଉ କିଛିଟା କଲ୍ପନା ବୋଲି ପ୍ରମାଣିତ ହୁଏ। ଭାରତୀୟ ରାଜନୀତିରେ ସ୍ଵାଧୀନତା ପରବର୍ତ୍ତୀ ପ୍ରଥମ ତିରିଶ ବର୍ଷ କଂଗ୍ରେସ ନାମରେ ହିଁ ରହିଥିଲା। କଂଗ୍ରେସର ବିରୋଧୀ ଥିବା କମ୍ୟୁନିଷ୍ଟ, ସୋସିଆଲିଷ୍ଟ, ଜନସଙ୍ଘ, ସ୍ଵତନ୍ତ୍ର ପାର୍ଟି ଓ ଦ୍ରାବିଡ ମୁନ୍ନେତ୍ରା କାଡାକାମ ନିଜ ନିଜ ପରିସରରେ ଅତ୍ୟନ୍ତ ସୀମିତ ହୋଇ ରହିଥିଲେ। ଷାଠିଏ ଦଶକରେ ପ୍ରଥମେ କେରଳରେ ଓ ପରବର୍ତ୍ତୀ ଦଶକରେ ପଶ୍ଚିମ ବଙ୍ଗରେ କମ୍ୟୁନିଷ୍ଟ ଶାସନ ଆସିଥିଲା। ତାମିଲନାଡୁରେ ଦ୍ରାବିଡ ରାଜନୀତିର ଅଭ୍ୟୁଦୟ ପରେ…
ଓଡ଼ିଶାରେ ପ୍ରଥମ ଥର ପାଇଁ ବିଜେପି ବିରୋଧୀ ଦଳ ଭୂମିକା ନିଭାଇଛି। ତେବେ ବିରୋଧୀ ଦଳ ନ ହେବା ନେଇ କ୍ଷୋଭ ପ୍ରକାଶ କରିଛନ୍ତି ବିଜେପି ନେତା ଜୟନାରାୟଣ ମିଶ୍ର। ଦଳ ଭିତରେ ବିରୋଧୀ ନେତା ହେବାକୁ ନେଇ ଥିବା ବିବାଦ ଏବେ ସାମ୍ନାକୁ ଆସିଛି। ବର୍ତ୍ତମାନ ବିରୋଧୀ ଦଳର ନେତା ପ୍ରଦୀପ୍ତ ମହାନ୍ତି ଥିବାବେଳେ ଜୟନାରାୟଣ ମିଶ୍ର ନିଜର ଅସନ୍ତୋଷ ଜାହିର୍ କରିଛନ୍ତି। ପର୍ଯ୍ୟବେକ୍ଷକଙ୍କ ଉପସ୍ଥିତିରେ ସବୁ ବିଧାୟକ ତାଙ୍କ ନାଁ କହିଥିବାବେଳେ ପରବର୍ତ୍ତୀ ସମୟରେ ଅନ୍ୟଜଣଙ୍କୁ ବିରୋଧୀ ଦଳ ନେତା ଚୟନ କରାଯାଇଥିଲା। ତେବେ ଏପରି ପରିବର୍ତ୍ତନ କ’ଣ ପାଇଁ ହେଲା ତାହା ଜାଣିନାହାନ୍ତି ବୋଲି କହିଛନ୍ତି ଜୟନାରାୟଣ ମିଶ୍ର। ଏହାର ଉତ୍ତର କେନ୍ଦ୍ରୀୟ ନେତୃତ୍ବ ହିଁ ଦେଇପାରିବେ।
ସରକାରଙ୍କୁ ଚିଟ୍ଫଣ୍ଡ କମିଶନ ରିପୋର୍ଟ ପ୍ରଦାନ କରିଛନ୍ତି । ଜଷ୍ଟିସ୍ ଏମଏମ୍ ଦାଶ କମିଶନଙ୍କ ଶୁକ୍ରବାର ଏହି ରିପୋର୍ଟ ଦାଖଲ ହୋଇଛି । ରାଜ୍ୟ ଗୃହ ବିଭାଗରେ ରିପୋର୍ଟ ଦାଖଲ କରିଛନ୍ତି କମିଶନର ସଚିବ । ରିପୋର୍ଟରେ ୧ ଲକ୍ଷ ୩୬ ହଜାର ୨୭ ଜଣ କ୍ଷୁଦ୍ର ଜମାକାରୀ ଚିହ୍ନଟ । ଏପର୍ଯ୍ୟନ୍ତ ୪ ଲକ୍ଷ ୯୭ ହଜାର ୮୪୪ ଜମାକାରୀ ଚିହ୍ନଟ ହୋଇଛନ୍ତି । ତଦନ୍ତ କମିଶନଙ୍କ ରିପୋର୍ଟ ଅନୁସାରେ, ମୋଟ୍ ୪ ଲକ୍ଷ ୯୭ ହଜାର ୮୪୪ ଜମାକାରୀଙ୍କ ମଧ୍ୟରୁ ୧୯୩୧ କ୍ଷୁଦ୍ର ଜମାକାରୀଙ୍କୁ ଟଙ୍କା ଫେରସ୍ତ କରାଯାଇଛି। କେବଳ ଏତିକି ନୁହେଁ ୪୨୧ଟି ଚିଟଫଣ୍ଡ କମ୍ପାନୀକୁ ଚିହ୍ନଟ କରାଯାଇଥିବା ଉଲ୍ଲେଖ କରାଯାଇଛି। ଏହା ପୂର୍ବରୁ ତଦନ୍ତ କମିଶନ ଷଷ୍ଠ ରିପୋର୍ଟ ଦାଖଲ କରି ସାରିଛନ୍ତି। ସେଥିରେ ସେ ଜମାକାରୀଙ୍କ ସୂଚନା ଦେଇ ଚାଲିଛନ୍ତି। ମାତ୍ର ଚିହ୍ନଟ ଜମାକାରୀଙ୍କୁ କେବେ ଅର୍ଥ ମିଳିବ ଏ ନେଇ କୌଣସି ସୂଚନା ଦିଆଯାଇ…
ଭାରତୀୟ ଷ୍ଟେଟ୍ ବ୍ୟାଙ୍କ (ଏସ୍ବିଆଇ) ଆସନ୍ତା ଅଗଷ୍ଟ ୧ ତାରିଖରୁ ଇଣ୍ଟରନେଟ୍ ବ୍ୟାଙ୍କିଙ୍ଗ ଉପରେ ଶୁଳ୍କ ଲଗାଇବାକୁ ଯାଉଛି। ପୂର୍ବରୁ ନେଟ୍ ବ୍ୟାଙ୍କିଙ୍ଗ ଉପରେ ଶୁଳ୍କ ଲାଗୁଥିଲେ ମଧ୍ୟ ଆରବିଆଇ ଗାଇଡ୍ ଲାଇନ୍ ଅନୁଯାୟୀ ଜୁଲାଇ ୧ରୁ ଶୁଳ୍କ ବ୍ୟବସ୍ଥା ହଟାଯାଇଥିଲା। ମାତ୍ର ଶୁକ୍ରବାର ପୁନର୍ବାର ଏହି ବ୍ୟବସ୍ଥା ପ୍ରଚଳନ କରିବା ନେଇ ନିଷ୍ପତ୍ତି ନେଇଛି ଏସ୍ବିଆଇ। ନୂତନ ନିୟମ ଅନୁଯାୟୀ ୧୦୦୦ ଟଙ୍କା ପର୍ଯ୍ୟନ୍ତ ନେଟ୍ ବ୍ୟାଙ୍କିଙ୍ଗ ଦେଣନେଣ ମାଗଣା ରହିଥିବା ବେଳେ ପରବର୍ତ୍ତୀ ଦେଣନେଣ ନିମନ୍ତେ ପ୍ରତି ୧୦୦୦ ଟଙ୍କା ଉପରେ ୫ଟଙ୍କାର ଶୁଳ୍କ ଲାଗିବ। ସେହିପରି ଏନ୍ଇଏଫ୍ଟି ଏବଂ ଆରଟିଜିଏସ୍ ଦେଣନେଣରେ ୨ ଲକ୍ଷ ପର୍ଯ୍ୟନ୍ତ ଦେଣନେଣ ମାଗଣା ରହିବ।

