ରେଳ ଷ୍ଟେସନ୍ ଓ ଟ୍ରେନ୍ରେ ନକଲି ବ୍ରାଣ୍ଡ୍ର ପାଣି ବିକାଳିଙ୍କ ବିରୋଧରେ ରେଳ ମନ୍ତ୍ରାଳୟ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । ରେଳମନ୍ତ୍ରୀ ପୀୟୂଷ ଗୋଏଲ୍ କହିଛନ୍ତି ଯେ, ୩୦୦ରୁ ଅଧିକ ସ୍ଥାନ ଉପରେ ଚଢାଉ କରାଯାଇଛି । ଏହି ସମୟରେ ୪ଟି ପ୍ୟାଣ୍ଟ୍ରିକାର୍ର ପ୍ରବନ୍ଧକଙ୍କ ସମେତ ୮୦୦ଜଣଙ୍କୁ ଗିରଫ କରାଯାଇଛି । ୪୮,୮୬୦ଟି ବୋତଲ ମଧ୍ୟ ଜବତ କରାଯାଇଛି । ନକଲି ବ୍ରାଣ୍ଡର୍ ପାଣି ନେଇ ଲଗାତାର ଭାବରେ ଯାତ୍ରୀଙ୍କ ଅଭିଯୋଗ ରହିଥିଲା । ବିହାରର ଭାଗଲପୁରଠାରୁ ନକଲି ବ୍ରାଣ୍ଡର୍ ୧୪୧ଟି ଓ୍ବାର୍ଡରଙ୍କୁ ମଧ୍ୟ ଗିରଫ କରାଯାଇଛି । ସେହିପରି ସେଠାରୁ ୪୨୯୨ଟି ନକଲି ପାଣି ବୋତଲ ଜବତ କରାଯାଇଛି । ଇଷ୍ଟର୍ଣ୍ଣ ରେଲ୍ଓ୍ବେ ‘ଥର୍ଷ୍ଟ ଅଭିଯାନ’ ଜରିଆରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ଭାଗଲପୁର ଛଡ଼ା ହାଓ୍ବାଡା, ସିଆଲଦହ, ଆସନସୋଲ୍ ଓ ମାଲଦା ଷ୍ଟେସନଠାରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଏବଂ ରେଲ୍ଓ୍ବେ କାନୁନ୍ ଧାରା…
Author: Samikhsya Bureau
ଜାତୀୟ ତଦନ୍ତକାରୀ ସଂସ୍ଥା (ଏନ୍ଆଇଏ) ପକ୍ଷରୁ ବିଛିନ୍ନତାବାଦୀ ନେତ୍ରୀ ଆସିୟା ଅନ୍ଦ୍ରାବୀଙ୍କ ସମ୍ପତ୍ତି ଜବତ କରାଯାଇଛି । ଆତଙ୍କବାଦୀଙ୍କୁ ଅର୍ଥ ଯୋଗାଣ ଏବଂ ଅନ୍ୟାନ୍ୟ ଅଭିଯୋଗରେ ଏନ୍ଆଇଏ ପକ୍ଷରୁ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ନିଜର ସଙ୍ଗଠନ ଦୁଖତରାନ ଏ ମିଲାତ ଜରିଆରେ ଅନ୍ଦ୍ରାବୀ ଅର୍ଥ ସଂଗ୍ରହ କରି ଆତଙ୍କୀଙ୍କ ମଧ୍ୟରେ ବିତରଣ କରୁଥିଲେ । ଏହା ସହିତ ଏନ୍ଆଇଏ ଏହି ମାମଲାରେ ଏନ୍ଆଇଏ ଅନ୍ୟ ଦୁଇଜଣଙ୍କ ନାମରେ ମଧ୍ୟ ମାମଲା ରୁଜୁ କରିଛି । ସୋଫି ଫେହମିଦା ଏବଂ ନାହିଦା ନସରୀନ୍ଙ୍କ ନାମରେ ମଧ୍ୟ ମାମଲା ରୁଜୁ କରାଯାଇଥିବା ଜଣାପଡିଛି । ଉଭୟ ନାହିଦା ଏବଂ ସୋଫିଙ୍କୁ ଗତବର୍ଷ ଜୁଲାଇ 5 ତାରିଖରେ ଗିରଫ କରାଯାଇଥିଲା ।
ଆସନ୍ତା ୨୦ ତାରିଖରେ ପାଟକୁରା ନିର୍ବାଚନ । ପାଟକୁରା ଆସନକୁ ହାସଲ କରିବାକୁ ବିଜେଡ଼ି ଓ ବିଜେପି ପକ୍ଷରୁ ଜୋରଦାର କସରତ ଚାଲିଛି । ଆସନ୍ତ ୧୭ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପାଟକୁରା ଗସ୍ତ କାର୍ଯ୍ୟକ୍ରମ ରହିଥିବା ମନ୍ତ୍ରୀ ସୁଶାନ୍ତ ସିଂ ସୂଚନା ଦେଇଛନ୍ତି । ପାଟକୁରା ନିର୍ବାଚନ ମଣ୍ଡଳୀରେ ଆସନ୍ତା ୨୦ରେ ମତଦାନ ହୋଇ ୨୪ରେ ଫଳାଫଳ ଆସିବ । ତେବେ ସେଇ ଆସନ କାହା ହାତକୁ ଯିବ ସେନେଇ ବିଭିନ୍ନ ଦଳ ପକ୍ଷରୁ ନୂତନ ରଣନୀତି କରାଯାଇଛି । ଆସନ୍ତ ୧୭ତାରିଖରେ ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ ପାଟକୁରା ଗସ୍ତ କରିବା କାର୍ଯ୍ୟକ୍ରମ ରହିଛି । ନବୀନ ପଟ୍ଟନାୟକ ପାଟକୁରାରେ ରୋଡ଼ ଶୋ କରିବେ । ପାଟକୁରା ବିଧାନସଭା ନିର୍ବାଚନ ଦୁଇ ଦୁଇ ଥର ଘୁଞ୍ଚାଯାଇଥିଲା । ବିଜେଡ଼ି ପ୍ରାର୍ଥୀ ବେଦପ୍ରକାଶ ଅଗ୍ରଓ୍ବାଲଙ୍କ ଆକସ୍ମିକ ନିଧନ ଯୋଗୁଁ ଏହି ବିଧାନସଭା ଆସନରେ ନିର୍ବାଚନ ହୋଇପାରିନଥିଲା । ପରବର୍ତ୍ତୀ ସମୟରେ…
ଯୁକ୍ତରାଷ୍ଟ୍ର ଆମେରିକାରେ ଅବସ୍ଥାନ କରୁଥିବା ଓଡିଆ ମାନଙ୍କ ସଙ୍ଗଠନ ଓଡିଶା ସୋସାଇଟି ଅଫ୍ ଆମେରିକା (ଓଏସ୍ଏ)ର ସୁବର୍ଣ୍ଣ ଜୟନ୍ତୀ ପାଳିତ ହୋଇଛି । ନ୍ୟୁ ଜର୍ସିର ଆଟଲାଣ୍ଟିକ ସହରର ହାରାହରେ ଜୁଲାଇ 4-7 ମଧ୍ୟରେ ଏହି ସୁବର୍ଣ୍ଣ ଜୟନ୍ତୀ ପାଳିତ ହୋଇଛି । ଆଟଲାଣ୍ଟିକ୍ ସହରରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଓଏସ୍ଏର ସ୍ବର୍ଣ୍ଣିମ ଅତୀତ ସମ୍ପର୍କରେ ଆଲୋଚନା କରାଯାଇଥିଲା । ଏହା ବ୍ୟତୀତ ସଙ୍ଗଠନର କାର୍ଯ୍ୟକର୍ତ୍ତାଙ୍କ କୃତିତ୍ବ ଏବଂ ଭବିଷ୍ୟତ ସମ୍ପର୍କରେ ସମ୍ପର୍କରେ ଆଲୋଚନା କରାଯାଇଥିଲା । ଆମେରିକା, କାନାଡା ଏବଂ ଅନ୍ୟାନ୍ୟ 18ଟି ପ୍ରାନ୍ତରୁ 2 ହଜାରରୁ ଅଧିକ ଲୋକ ଏହି କାର୍ଯ୍ୟକ୍ରମରେ ଭାଗ ନେଇଥିବା ବେଳେ ପଣ୍ଡିତ ହରି ପ୍ରସାଦ ଚୌରାସିଆ ମୁଖ୍ୟ ଅତିଥି ଭାବରେ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ଏହି ସୁବର୍ଣ୍ଣ ଜୟନ୍ତୀ କାର୍ଯ୍ୟକ୍ରମରେ କଳା, ସଂସ୍କୃତି, ଶିକ୍ଷା, ବିଜ୍ଞାନ ଏବଂ ନୃତ୍ୟ ପ୍ରଭୃତିକୁ ନେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଚଳିତ ବର୍ଷର…
କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କର ଟ୍ୱିଟର ଫୋଲଅର୍ସ ୧ କୋଟିରେ ପହଞ୍ଚିଛି। ଏଥିପାଇଁ ସମସ୍ତ ଫୋଲଅର୍ସଙ୍କୁ ଧନ୍ୟବାଦ ଦେଇଛନ୍ତି ରାହୁଲ ଗାନ୍ଧି। ୧ କୋଟି ଫୋଲଅର୍ସରେ ପହଞ୍ଚିବା ପରେ ଏହାର ଖୁସି ଆମେଠି ଲୋକଙ୍କ ସହିତ ମନାଇବେ ବୋଲି ସେ କହିଛନ୍ତି। ରାହୁଲ ଗାନ୍ଧି ଓ କଂଗ୍ରେସ ଦଳ ୨୦୧୫ ମେ ମାସରେ ଟ୍ୱିଟର ଆକାଉଣ୍ଟ ଖୋଲିଥିବାର ଜଣାପଡ଼ିଛି। ତେବେ ଏହାର ବହୁ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ୱିଟରେ ନିଜ ଆକାଉଣ୍ଟ ଖୋଲି ସକ୍ରିୟ ଥିବା ଜଣାପଡ଼ିଛି। ଏବେ ତାଙ୍କର ଫୋଲଅର୍ସ ୪୮.୫ ମିଲିୟନରୁ ଅଧିକ ରହିଛନ୍ତି।
ବଲିଉଡ ଅଭିନେତା ହ୍ରିଥିକ୍ ରୋଶନ୍ ତାଙ୍କ ଆଗାମୀ ଫିଲ୍ମ ‘ସୁପର୍ ୩୦’ର ପ୍ରମୋସନରେ ବ୍ୟସ୍ତ ଥିବାବେଳେ ତାଙ୍କ ହାତରେ ଆଉଗୋଟିଏ ଫିଲ୍ମ ଲାଗିଛି । ମିଳିଥିବା ସୂଚନା ଅନୁସାରେ ‘ସତ୍ତେ ପେ ସତ୍ତା’ର ରିମେକ୍ରେ ହ୍ରିଥିକ୍ ରୋଶନ୍ ନଜର ଆସିବେ । ଏହି ଫିଲ୍ମର ନିର୍ଦ୍ଦେଶନା ଭାର ଫାରହା ଖାନ୍ ନିଭାଉଥିବାବେଳେ ରୋହିତ୍ ସେଟ୍ଟି ଏହାକୁ ପ୍ରଯୋଜନା କରିବେ । ୧୯୮୨ର ରିଲିଜ୍ ହୋଇଥିବା ‘ସତ୍ତେ ପେ ସତ୍ତା’ରେ ଅମିତାଭ ବଚ୍ଚନ, ହେମାମାଳିନୀ, ଅମଜାଦ ଖାନ୍, ଶକ୍ତି କପୁର୍ ପ୍ରମୁଖ ମୁଖ୍ୟ ଭୂମିକା ନିଭାଇଥିଲେ । ଏହି ଫିଲ୍ମର ନିର୍ଦ୍ଦେଶନା ଭାର ଗ୍ରହଣ କରିଥିଲେ ସିପ୍ପି । ତେବେ ରିମେକ୍ ଫିଲ୍ମରେ ଅମିତାଭଙ୍କ ରୋଲ୍ଟି ହ୍ରିଥିକ୍ ରୋଶନ୍ କରିବେ ବୋଲି ଜଣାପଡିଛି । ହ୍ରିଥିକ୍ଙ୍କ ଅପ୍କମିଙ୍ଗ ଫିଲ୍ମ ’ସୁପର୍ ୩୦’ ଜୁଲାଇ ୧୨ରେ ପରଦା ଉପରକୁ ଆସିବ ।
ଓଡ଼ିଆ ଧାବିକା ତଥା ଦୌଡ଼ରାଣୀ ଦୂତୀ ଚାନ୍ଦଙ୍କ ଫଟୋ ମହିଳା କୈନ୍ଦ୍ରିକ ଇଂରାଜୀ ପତ୍ରିକା ‘କସ୍ମୋପଲିଟାନ୍’ର ଜୁଲାଇ ମାସ ସଂସ୍କରଣର ପ୍ରଚ୍ଛଦ ପୃଷ୍ଠାରେ ସ୍ଥାନ ପାଇଛି। କସ୍ମୋଇଣ୍ଡିଆ ପକ୍ଷରୁ ଇନ୍ଷ୍ଟାଗ୍ରାମ୍ ଆକାଉଣ୍ଟରେ ଦୂତୀଙ୍କ ଫଟୋ ଥିବା ପ୍ରଚ୍ଛଦ ପୃଷ୍ଠାକୁ ପୋଷ୍ଟ୍ କରାଯାଇଛି। ସଦ୍ୟ ସଂସ୍କରଣର କଭର୍ ପେଜ୍ ପୋଷ୍ଟ୍ କରି ‘କସ୍ମୋଇଣ୍ଡିଆ’ ପକ୍ଷରୁ କୁହାଯାଇଛି ଯେ, ନିକଟରେ ଦୂତୀ ଚାନ୍ଦ ପ୍ରଥମ ଭାରତୀୟ କ୍ରୀଡ଼ାବିତ୍ ଭାବେ ଖୋଲାଖୋଲି ତାଙ୍କ ସମଲିଙ୍ଗୀ ସଂପର୍କ ବିଷୟରେ ପ୍ରକାଶ କରିଥିଲେ। ସେ କସ୍ମୋଇଣ୍ଡିଆକୁ ଦେଇଥିବା ସାକ୍ଷାତକାରରେ ତାଙ୍କ କ୍ରୀଡ଼ା ଜୀବନ ଓ ଅନ୍ୟାନ୍ୟ ବିଷୟରେ କହିଛନ୍ତି। ଗତ ମେ’ ମାସରେ ଦୂତୀ ତାଙ୍କର ସମଲିଙ୍ଗୀ ସଂପର୍କକୁ ନେଇ ଚର୍ଚ୍ଚାକୁ ଆସିଥିଲେ। ସେ ସମଲିଙ୍ଗୀ ରିଲେସନ୍ସିପ୍ରେ ଥିବା ଘୋଷଣା କରିଥିଲେ। ଏବେ ଇଟାଲୀର ନାପୋଲିରେ ଚାଲିଥିବା ୩୦ତମ ବିଶ୍ୱବିଦ୍ୟାଳୟ କ୍ରୀଡ଼ାରେ ଦୂତୀ ଚାନ୍ଦ ଭାଗ ନେଇଛନ୍ତି। ଗତକାଲି ଏଥିରେ ତାଙ୍କ ବଡ଼ ସଫଳତା ମିଳିଛି। ମହିଳା ୧୦୦…
ପାଟକୁରା ନିର୍ବାଚନକୁ ନେଇ ମୁହଁ ଖୋଲିଛନ୍ତି କଂଗ୍ରେସ ସଭାପତି ନିରଞ୍ଜନ ମହାପାତ୍ର । ପାଟକୁରାରେ ଦଳ ଅର୍ଥବଳରେ ନିର୍ବାଚନ ଲଢିପାରିବ ନାହିଁ ବୋଲି ନିରଞ୍ଜନ ମତ ଦେଇଛନ୍ତି । ଓଡିଶାରେ ବିଜେଡି ଏବଂ ବିଜେପି ଏକତ୍ର ହୋଇଥିବାରୁ ଜନସାଧାରଣଙ୍କୁ ବାସ୍ତବ ତଥ୍ୟ ପ୍ରଦାନ କରିବାକୁ ଚେଷ୍ଟା କରିବୁ ବୋଲି କହିଛନ୍ତି ନିରଞ୍ଜନ ପଟ୍ଟନାୟକ । ବାହୁଡା ପରେ ପାଟକୁରା ପ୍ରଚାର ଜୋରଦାର ହେବ । ଏଥିପାଇଁ ସମସ୍ତ ବିଧାୟକ, ସାଂସଦଙ୍କୁ ଦୁଇ ତିନି ପୂର୍ବରୁ ସେଠାରେ ଉପସ୍ଥିତ ରହିବାକୁ କୁହାଯାଇଛି ବୋଲି ନିରଞ୍ଜନ ପ୍ରକାଶ କରିଛନ୍ତି । ଉଲ୍ଲେଖଯୋଗ୍ୟ ଯେ, ଆସନ୍ତା ଜୁଲାଇ ୨୦ରେ ପାଟକୁରା ନିର୍ବାଚନ ହେବାକୁ ଯାଉଛି । ଏହାପରେ ଜୁଲାଇ ୨୪ରେ ନିର୍ବାଚନର ଫଳାଫଳ ପ୍ରକାଶ ପାଇବ । ଏହି ନିର୍ବାଚନରେ ବିଜେପିରୁ ବରିଷ୍ଠ ନେତା ବିଜୟ ମହାପାତ୍ର ନିର୍ବାଚନ ଲଢୁଥିବା ବେଳେ ବିଜେଡିରୁ ପୂର୍ବତନ ବିଧାୟକଙ୍କ ପତ୍ନୀ ବେଦ ପ୍ରକାଶ ଅଗ୍ରୱାଲଙ୍କ ପତ୍ନୀ ସାବିତ୍ରୀ ଅଗ୍ରୱାଲ…
ଦିନକୁ ଦିନ ଶିଶୁକନ୍ୟା ଠାରୁ ବୃଦ୍ଧା ମହିଳା ଯାଏଁ ସବୁ ଅସୁରକ୍ଷିତ ହୋଇପଡ଼ୁଛନ୍ତି। ଖୋର୍ଦ୍ଧା ଜିଲ୍ଲାରେ ଜଣେ ଭିନ୍ନକ୍ଷମ ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗ ଆସିଛି। ସୂଚନାନୁଯାୟୀ, ଖୋର୍ଦ୍ଧା ଜିଲ୍ଲା ତାପଙ୍ଗରେ ଥିବା ଏକ କ୍ରସର ଭିତରେ ଜଣେ ଭିନ୍ନକ୍ଷମ ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗ ଆସିଛି। ଦୁଷ୍କର୍ମର ଶିକାର ହୋଇଥିବା ଭିନ୍ନକ୍ଷମ ଯୁବତୀ ଜଣକ କ୍ରସରରେ କାମ କରନ୍ତି। ପ୍ରତିଦିନ ଭଳି ସେ ଆଜି ମଧ୍ୟ ନିଜ କାର୍ଯ୍ୟସ୍ଥଳୀକୁ ଯାଇଥିଲେ। ସେଠାରେ କାର୍ଯ୍ୟ ସମୟରେ ଜଣେ ଯୁବକ ତାଙ୍କୁ ଉଠାଇ ନେଇ କ୍ରସର ଭିତରେ ଦୁଷ୍କର୍ମ କରିଥିଲେ। ଏନେଇ ଭିନ୍ନକ୍ଷମ ଦୁଷ୍କର୍ମ ପୀଡ଼ିତା ଖୋର୍ଦ୍ଧା ଥାନାରେ ଏତଲା ଦେଇଥିଲେ। ଅଭିଯୋଗ ଆଧାରରେ ପୋଲିସ ଘଟଣାସ୍ଥଳରେ ପହଂଚି ଅଭିଯୁକ୍ତ ଯୁବକଙ୍କୁ ଗିରଫ କରିଛି।
କର୍ଣ୍ଣାଟକରେ ଦେଖାଦେଇଥିବା ରାଜନୈତିକ ସଙ୍କଟ ବୁଧବାର ଏକ ନୂଆ ମୋଡ ନେଇଛି। ବାଚସ୍ପତି କେ.ଆର. ରମେଶ କୁମାର ଅସନ୍ତୁଷ୍ଟ ବିଧାୟକଙ୍କ ଇସ୍ତଫା ଗ୍ରହଣ କରିବାରେ ବିଳମ୍ବ କରୁଥିବାରୁ ସେମାନେ ବାଚସ୍ପତିଙ୍କ ବିରୋଧରେ ବୁଧବାର ସୁପ୍ରିମକୋର୍ଟରେ ଫେରାଦ ହୋଇଛନ୍ତି। ଗତ ସପ୍ତାହରେ କଂଗେସ୍ର ଏବଂ ଜେଡିଏସର ୧୦ ଅସନ୍ତୁଷ୍ଟ ବିଧାୟକ ବାଚସ୍ପତିଙ୍କ ନିକଟକୁ ଇସ୍ତଫା ପତ୍ର ପଠାଇଥିଲେ। କିନ୍ତୁ ବାଚସ୍ପତି ସାମ୍ବିଧାନିକ ଅଧିକାରଠାରୁ ଦୂରେଇ ଯାଇ ସେମାନଙ୍କ ଇସ୍ତଫା ଗ୍ରହଣ କରିବାରେ ବିଳମ୍ବ କରୁଛନ୍ତି ବୋଲି କଂଗ୍ରେସ ଓ ଜେଡିଏସର ବିଦ୍ରୋହୀ ବିଧାୟକ ସୁପ୍ରିକକୋର୍ଟଙ୍କ ନିକଟରେ ଅଭିଯୋଗ କରିଛନ୍ତି। ବରିଷ୍ଠ ଓକିଲ ମୁକୁଲ ରୋହତଗି ବିଧାୟକମାନଙ୍କ ପକ୍ଷରୁ ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇଙ୍କ ନେତୃତ୍ଵାଧୀନ ଖଣ୍ଡପୀଠ ନିକଟରେ ପିଟିଶନ ଦାଖଲ କରିବା ସହିତ ସଅଳ ଏହାର ଶୁଣାଣି କରିବାକୁ ନିବେଦନ କରିଥିଲେ। ପ୍ରଧାନ ବିଚାରପତି ଗୁରୁବାର ପିଟିଶନର ଶୁଣାଣି କରିବା ରାଜି ହୋଇଛନ୍ତି। ସୂଚନାଯୋଗ୍ୟ, ଗତ ମଙ୍ଗଳବାର ବାଚସ୍ପତି ୮ ବିଧାୟକଙ୍କ ଇସ୍ତଫା…
ଆସନ୍ତା ମାସ ୯ ତାରିଖରେ କୋର୍ଟରେ ହାଜର ହେବା ପାଇଁ ରାହୁଲ ଗାନ୍ଧୀଙ୍କୁ କୋର୍ଟଙ୍କ ପକ୍ଷରୁ ନୋଟିସ୍ ପ୍ରଦାନ କରାଯାଇଛି। ଗତକାଲି ଅମିତ ଶାହା ମାମଲାରେ କୋର୍ଟରେ ହାଜର ହେବାର ଥିଲେ ମଧ୍ୟ ରାହୁଲଙ୍କ ଓକିଲ ଅଧିକ ସମୟ ଦାବି କରିଥିଲେ। ଫଳରେ କୋର୍ଟ ଆସନ୍ତା ଅଗଷ୍ଟ ୯ ତାରିଖରେ ମାମଲାର ଆସନ୍ତା ତାରିଖ ଧାର୍ଯ୍ୟ କରିଥିଲେ। ସେହିପରି ମୋଦି ସାଙ୍ଗିଆ ଧାରୀ ବ୍ୟକ୍ତି ଚୋର ଅଟନ୍ତି ବୋଲି ରାହୁଲଙ୍କ ମନ୍ତବ୍ୟକୁ ନେଇ ସୁରତ କୋର୍ଟ ପକ୍ଷରୁ ଏକ ନୂତନ ସମନ ଜାରି କରାଯାଇଛି। ଜନୈକ ବିଜେପି କର୍ମକର୍ତ୍ତା ରାହୁଲଙ୍କ ବିପକ୍ଷରେ ଏହି ମାମଲା ରୁଜୁ କରିଛନ୍ତି। ଏହି ମାମଲାରେ ଆସନ୍ତା ୧୬ ତାରିଖରେ ହାଜର ହେବାକୁ ନିର୍ଦ୍ଦେଶ ଦେଇଛନ୍ତି। ପୂର୍ବରୁ ଏହି ମାମଲାରେ ପାଟନାର ଏକ କୋର୍ଟରେ ହାଜର ହୋଇ ସାରିଛନ୍ତି ରାହୁଲ। ରାହୁଲ ଏପ୍ରିଲ୍ ୨୩ ତାରିଖରେ ଜବଲପୁରରେ ଏହି ବିବାଦୀୟ ବୟାନ ପ୍ରଦାନ କରିଥିଲେ।
ପାକିସ୍ତାନୀ ପ୍ରଧାନମନ୍ତ୍ରୀ ନଓ୍ବାଜ ସରିଫ୍ଙ୍କ ଝିଅ ମରିୟମ୍ ନଓ୍ବାଜଙ୍କୁ ଦୁର୍ନୀତି ନିବାରଣ ବିଭାଗ ପକ୍ଷରୁ ସମନ ଜାରି କରାଯାଇଛି। ନଓ୍ବାଜ ଶରିଫ୍ଙ୍କ ମାମଲାରେ କିଛି ଦିନ ପୂର୍ବରୁ ମରିୟମ୍ ବିଚାରପତିଙ୍କୁ ପ୍ରଲୋଭିତ ତଥା ଧମକ ଦିଆଯାଉଥିବାର ଏକ ଭିଡିଓ ପ୍ରଦର୍ଶନ କରିଥିଲେ। ଏହି ଭିଡିଓକୁ ନକଲି ବୋଲି କହିବା ସହିତ ଦୁର୍ନୀତି ନିବାରଣ ବିଭାଗ ପକ୍ଷରୁ ୧୯ ଜୁଲାଇ ସୁଦ୍ଧା ଉତ୍ତର ରଖିବା ପାଇଁ ସମନ ପ୍ରଦାନ କରାଯାଇଛି। ଏହି ଭିଡିଓ ସହିତ ଲଣ୍ଡନରେ ରହିଥିବା ଶରିଫ୍ଙ୍କ ଘରକୁ ନଷ୍ଟ କରାଯାଉଛି ବୋଲି ଅଭିଯୋଗ ଉପରେ ଉତ୍ତର ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି।
ରାଜ୍ୟରେ ଦିନକୁ ଦିନ ଦୁଷ୍କର୍ମ ଭଳି ଘୃଣ୍ୟ ଅପରାଧ ବୃଦ୍ଧି ପାଉଛି। ରାଜ୍ୟରେ ମହିଳା ଅସୁରକ୍ଷିତ ହୋଇପଡ଼ୁଛନ୍ତି। ଗଣଦୁଷ୍କର୍ମ ଭଳି ନିନ୍ଦନୀୟ ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲାରେ। ବାଲେଶ୍ୱର ଜିଲ୍ଲା ତାଳସାରି ମେରାଇନ ଥାନା ଅଂଚଳରେ ଦୁଇଜଣ ଯୁବତୀଙ୍କୁ ଗଣଦୁଷ୍କର୍ମ କରାଯାଇଥିବା ଅଭିଯୋଗ ଆସିଛି। ତିନିଜଣ ଦୁର୍ବୃତ୍ତ କୋଲକାତା ହାୱଡ଼ା ଓ ଡାଇମଣ୍ଡ ହାରବୋର ଅଂଚଳରୁ ମିଛ କହି କୌଣସି ପ୍ରଲୋଭନ ଦେଖାଇ ଯୁବତୀଦ୍ୱୟଙ୍କୁ ବାଲେଶ୍ୱର ଆଣି ମେରାଇନ ଥାନା ଅଂଚଳରେ ଥିବା ଏକ ଗେଷ୍ଟ ହାଉସରେ ରଖିଥିଲେ। ସେଠାରେ ଦୁଇଜଣ ଯୁବତୀଙ୍କୁ ତିନିଜଣ ଯୁବକ ଗଣ ଦୁଷ୍କର୍ମ କରି ସେଠାରୁ ଫେରାର ହୋଇଯାଇଥିଲେ। ଦୁଷ୍କର୍ମ ପରେ ଗେଷ୍ଟ ହାଉସ ବାହାରେ ଯୁବତୀ କାନ୍ଦୁଥିବା ଦେଖି ସ୍ଥାନୀୟ ଲୋକେ ଉଦ୍ଧାର କରି ପୋଲିସରେ ଜିମା ଦେଇଥିଲେ। ପରେ ପୀଡ଼ିତା ଏନେଇ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପୋଲିସ ପୀଡ଼ିତାଙ୍କ ଅଭିଯୋଗ ଆଧାରରେ ଘଟଣାର ତଦନ୍ତ ଆରମ୍ଭ କରିଛି।
ଇଟାଲୀର ନାପୋଲିରେ ଅନୁଷ୍ଠିତ ହେଉଥିବର ୩୦ତମ ବିଶ୍ୱବିଦ୍ୟାଳୟ କ୍ରୀଡ଼ାରେ ଓଡ଼ିଆ ଧାବିକା ଦୂତୀ ଚାନ୍ଦ ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି। ଦୂତି ୧୦୦ ମିଟର ଦୌଡ଼ରେ ପ୍ରଥମ ସ୍ଥାନ ହାସଲ କରି ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ଏହା ସହିତ ଦୂତି ପ୍ରଥମ ଭାରତୀୟ ଭାବରେ ବିଶ୍ୱବିଦ୍ୟାଳୟ କ୍ରୀଡ଼ାରେ ୧୦୦ ମିଟର ବର୍ଗରେ ସ୍ୱର୍ଣ୍ଣ ପଦକ ହାସଲ କରିବାରେ ସକ୍ଷମ ହୋଇଛନ୍ତି। ଦୂତୀ ୧୧.୩୨ ସେକେଣ୍ଡରେସମୟ ନେଇ ଦୂତୀ ନିଜର ରେସ୍ ସମାପ୍ତ କରିଥିଲେ। ୧୧.୩୩ ସେକେଣ୍ଡ ସମୟ ନେଇ ସ୍ୱିଜରଲ୍ୟାଣ୍ଡର ଆଜ୍ଲା ଡେଲ୍ ରୌପ୍ୟ ପଦକ ହାସଲ କରିଥିଲେ। ଦୂତୀଙ୍କ ପଦକ ସହିତ ଭାରତ ପ୍ରଥମ ସ୍ବର୍ଣ୍ଣମ ପଦକ ହାସଲ କରିଥିବା ବେଳେ ଚଳିତ ସଂସ୍କରଣରେ ଭାରତର ଏହା ଚତୁର୍ଥ ପଦକ। ଏହାକୁ ମିଶାଇ ଭାରତ ଗୋଟିଏ ଲେଖାଏଁ ସ୍ବର୍ଣ୍ଣ ଏବଂ ରୌପ୍ୟ ସହିତ ଦୁଇଟି ବ୍ରୋଞ୍ଜ ପଦକ ହାସଲ କରିବାରେ ସକ୍ଷମ ହୋଇଛି। ଚଳିତ ସଂସ୍କରଣରେ ଏହା ହେଉଛି ଭାରତର…
ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଅନୁଷ୍ଠିତ ପ୍ରଥମ ସେମିଫାଇନାଲ୍ର ଖେଳ ବର୍ଷା ଯୋଗୁଁ ବାଧାପ୍ରାପ୍ତ ହୋଇଥିଲା। ଗତକାଲି ଅଧାରେ ରହିଥିବା ଏହି ମ୍ୟାଚ୍ ଆଜି ପୁନର୍ବାର ଖେଳାଯିବ। ଗତକାଲି ମ୍ୟାଚ୍ ଯେଉଁଠାରୁ ବନ୍ଦ ରହିଥିଲା ଆଜି ସେହିଠାରୁ ଆରମ୍ଭ ହେବ ବୋଲି ଜଣାପଡିଛି। ମ୍ୟାଚ୍ର ୪୭ ତମ ଓଭରରେ ବର୍ଷା ଯୋଗୁଁ ଖେଳ ବାଧାପ୍ରାପ୍ତ ହେବା ସମୟରେ ନ୍ୟୁଜିଲ୍ୟାଣ୍ଡ ୨୧୧ ରନ୍ରେ ୫ ଓ୍ବିକେଟ ହରାଇଥିଲା। ରସ୍ ଟେଲର ଅପରାଜିତ ୬୭ ଏବଂ କେନ୍ ଓ୍ବିଲିୟମ୍ସନ୍(୬୭) ରନ୍ ସଂଗ୍ରହ କରିଥିଲେ। ଦଳ ପକ୍ଷରୁ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରୁଥିବା ନ୍ୟୁଜିଲ୍ୟାଣ୍ଡ ୧ ରନ୍ରେ ଓପ୍ନର ମାର୍ଟିନ୍ ଗପ୍ତିଲଙ୍କ ଓ୍ବିକେଟ୍ ହରାଇଥିଲା। ଏହାପରେ ହେନ୍ରୀ ନିକୋଲ୍ସ(୨୮) ଏବଂ ଓ୍ବିଲିୟମ୍ସନ୍ ସତର୍କତାର ସହିତ ଇନିଂସ ଆଗକୁ ବଢାଇଥିଲେ। ଉଭୟ ୬୮ ରନ୍ର ଭାଗିଦାରୀ କରିବା ପରେ ନିକୋଲ୍ସଙ୍କୁ ଆଉଟ୍ କରି ଜାଡେଜା ଏହି ଯୋଡି ଭାଙ୍ଗିଥିଲେ। ଶେଷ ଭାଗରେ ଜିମି ନିଶାମ(୧୨), କଲିନ୍…
ମୈାସୁମୀ ଓ ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପ ପ୍ରଭାବରେ ରାଜ୍ୟରେ ବିଭିନ୍ନ ସ୍ଥାନରେ ବର୍ଷା ଜାରି ରହିଛି। ଆଜି ଅପରାହ୍ନ ସାଢେ ୩ଟା ପର୍ଯ୍ୟନ୍ତ ଝଡ଼ବର୍ଷା ସମ୍ଭାବନା ନେଇ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଅନୁଗୁଳ, ଢେଙ୍କାନାଳ, ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ୱର, କଟକ, ଯାଜପୁର, ଖୋର୍ଦ୍ଧା ଓ ନୟାଗଡ଼ ଜିଲ୍ଲାରେ ମୈାସୁମୀ ଓ ଲଘୁଚାପ ପ୍ରଭାବରେ ଝଡ଼ବର୍ଷା ସହ ବଜ୍ରପାତ ହେବା ସମ୍ଭାବନା ରହିଛି। ତେଣୁ ଭୁବନେଶ୍ୱରସ୍ଥିତ ଆଂଚଳିକ ପାଣିପାଗ ବିଭାଗ ପକ୍ଷରୁ ଏହି ଜିଲ୍ଲାମାନଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି। ଏହି ସମୟରେ ମତ୍ସ୍ୟଜୀବୀଙ୍କୁ ସମୁଦ୍ରକୁ ପ୍ରବେଶ କରିବାକୁ ବାରଣ କରାଯାଇଛି।
କେଦାର ମିଶ୍ର ଓଡିଶା ସରକାର ୨୦୧୮-୧୯ ମସିହା ପାଇଁ ତାଙ୍କର ଯେଉଁ ଅର୍ଥନୈତିକ ସର୍ବେକ୍ଷଣ ବିଧାନସଭାରେ ଉପସ୍ଥାପିତ କରିଛନ୍ତି, ସେଥିରେ ଦୁର୍ନୀତିକୁ ରାଜ୍ୟର ଅର୍ଥନୈତିକ ପ୍ରଗତି କ୍ଷେତ୍ରରେ ଏକ ବାଧକ ବୋଲି ମାନିଛନ୍ତି। ସରକାରଙ୍କ ନିଜ ଭାଷାରେ” ଦୁର୍ନୀତି ନିବାରଣ କେବଳ ଏକ ନୈତିକ ଦାୟିତ୍ଵ ନୁହେଁ, ଏହା ଏକ ଅର୍ଥନୈତିକ ଆବଶ୍ୟକତାଯ”। ଏଥିରେ ଦ୍ଵିମତ ହେବାର କୌଣସି କାରଣ ନାହିଁ। ତେବେ ସରକାରୀ ସ୍ତରରେ ଏହାକୁ ଲାଗୁ କରିବ କିଏ? ରାଜ୍ୟ ସରକାର ପ୍ରତିଷ୍ଠା କରିଥିବା ଦୁଇଟି ସ୍ଵତନ୍ତ୍ର ଦୁର୍ନୀତି ନିବାରଣ ଅଦାଲତରେ ମାତ୍ର ୪୩ ଜଣ ପ୍ରଥମ ଶ୍ରେଣୀର ଅଧିକାରୀ ଦୋଷୀ ସାବ୍ୟସ୍ତ ହୋଇ ଦଣ୍ଡିତ ହୋଇଛନ୍ତି। ତେବେ ସେମାନଙ୍କ ଭିତରୁ ଉପରିସ୍ଥ ଅଦାଲତରେ କେତେଜଣଙ୍କ ଦଣ୍ଡ କାୟମ ରହିଛି, ତାହାର ତଥ୍ୟ ରାଜ୍ୟ ସରକାର ଦେଇ ନାହାନ୍ତି। ସରକାରୀ ତଥ୍ୟ ଏ ସଙ୍କ୍ରାନ୍ତରେ ଯାହା ମିଳୁଛି, ତାହା ଅତ୍ୟନ୍ତ ନିରାଶାଜନକ। ୨୦୧୮ ବର୍ଷରେ ରାଜ୍ୟ ଦୁର୍ନୀତି ନିବାରଣ…
କେନ୍ଦୁପତ୍ର ଶ୍ରମିକଙ୍କୁ ଝଟକା। କେନ୍ଦୁପତ୍ର ତୋଳାଳି ଓ ବନ୍ଧାଳିଙ୍କ ବୋନସ୍ ହ୍ରାସ କରିଛନ୍ତି ରାଜ୍ୟ ସରକାର। ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ମଙ୍ଗଳବାର ସଚିବାଳୟରେ ଅନୁଷ୍ଠିତ କେନ୍ଦୁପତ୍ର ଉନ୍ନୟନ ବୋର୍ଡ ମିଟିଂରେ ଏହି ନିଷ୍ପତ୍ତି ନିଆଯାଇଛି। ବୋର୍ଡ ମିଟିଂରେ ନିଆଯାଇଥିବା ନିଷ୍ପତ୍ତି ଅନୁଯାୟୀ, କେନ୍ଦୁପତ୍ର ତୋଳାଳିଙ୍କ ବୋନସ୍ ୧୦୦ ପ୍ରତିଶତରୁ ୫୦ ପ୍ରତିଶତ ହ୍ରାସ କରାଯାଇଛି। ସେହିପରି କେନ୍ଦୁପତ୍ର ବନ୍ଧାଳିଙ୍କ ବୋନସ୍ ୨୦ ପ୍ରତିଶତରୁ ୧୦ ପ୍ରତିଶତ ହ୍ରାସ କରାଯାଇଛି। ଫଳରେ ଏହା କେନ୍ଦୁପତ୍ର ଶ୍ରମିକଙ୍କୁ ଝଟକା ଲାଗିଛି। ଜିଏସଟି ଓ ପ୍ରତିକୂଳ ପାଣିପାଗ ପ୍ରଭାବ ଜନିତ କ୍ଷତି ପାଇଁ ଏହି ବୋନସ୍ ହ୍ରାସ କରାଯାଇଥିବା ବୈଠକରେ କୁହାଯାଇଛି।
ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଅନୁଷ୍ଠିତ ପ୍ରଥମ ସେମିଫାଇନାଲ୍ର ଖେଳ ବର୍ଷା ଯୋଗୁଁ ବାଧାପ୍ରାପ୍ତ ହୋଇଛି । ମ୍ୟାଚ୍ର 47 ତମ ଓଭରରେ ବର୍ଷା ଯୋଗୁଁ ଖେଳ ବାଧାପ୍ରାପ୍ତ ହେବା ସମୟରେ ନ୍ୟୁଜିଲ୍ୟାଣ୍ଡ 211 ରନ୍ରେ 5 ଓ୍ବିକେଟ ହରାଇଛି । ରସ୍ ଟେଲର ଅପରାଜିତ 67 ଏବଂ କେନ୍ ଓ୍ବିଲିୟମ୍ସନ୍(67) ରନ୍ ସଂଗ୍ରହ କରିଥିଲେ । ଦଳ ପକ୍ଷରୁ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରୁଥିବା ନ୍ୟୁଜିଲ୍ୟାଣ୍ଡ 1 ରନ୍ରେ ଓପ୍ନର ମାର୍ଟିନ୍ ଗପ୍ତିଲଙ୍କ ଓ୍ବିକେଟ୍ ହରାଇଥିଲା । ଏହାପରେ ହେନ୍ରୀ ନିକୋଲ୍ସ(28) ଏବଂ ଓ୍ବିଲିୟମ୍ସନ୍ ସତର୍କତାର ସହିତ ଇନିଂସ ଆଗକୁ ବଢାଇଥିଲେ । ଉଭୟ 68 ରନ୍ର ଭାଗିଦାରୀ କରିବା ପରେ ନିକୋଲ୍ସଙ୍କୁ ଆଉଟ୍ କରି ଜାଡେଜା ଏହି ଯୋଡି ଭାଙ୍ଗିଥିଲେ । ଶେଷ ଭାଗରେ ଜିମି ନିଶାମ(12), କଲିନ୍ ଡି ଗ୍ରାଣ୍ଡ ହୋମ(16) କରିବାରୁ 200 ରନ୍ ଅତିକ୍ରମ କରିଥିଲା । ଭାରତ ପକ୍ଷରୁ ସମସ୍ତ ବୋଲର…
ହ୍ୟୁଣ୍ଡାଇ କୋନାର ନୂତନ ଇଲେକ୍ଟ୍ରିକ୍ ଏସ୍ୟୁଭି କାର୍ ଭାରତୀୟ ବଜାରରେ ପ୍ରବେଶ କରିଛି । କୋନା ଇଲେକ୍ଟ୍ରିକ୍ ଏବଂ ହ୍ୟୁଣ୍ଡାଇର ମିଳିତ ପ୍ରଚେଷ୍ଟାରେ ନିର୍ମାଣ ହୋଇଥିବା ଏହି କାର୍ର ଭାରତୀୟ ବଜାରର ମୂଲ୍ୟ 25.3 ଲକ୍ଷ ଟଙ୍କା ରହିଛି । ହ୍ୟୁଣ୍ଡାଇ ମୋଟର୍ସ ଇଣ୍ଡିଆ ଲିମିଟେଡ୍ ପକ୍ଷରୁ ଏହି କାର୍କୁ 2018 ଜେନେଭା ମୋଟର ଶୋରେ ପ୍ରଦର୍ଶିତ କରାଯାଇଥିଲା । ଭାରତ ବର୍ତ୍ତମାନ ଶୁଦ୍ଧ ଶକ୍ତି ଆଡକୁ ଗତି କରୁଥିବା ବେଳେ ହ୍ୟୁଣ୍ଡାଇ ଏହା ଉପରେ କାର୍ଯ୍ୟ କରୁଛି ବୋଲି ହ୍ୟୁଣ୍ଡାଇର ପରିଚାଳନା ନିର୍ଦ୍ଦେଶକ ତଥା ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଏସ୍ ଏସ୍ କିମ୍ ପ୍ରକାଶ କରିଛନ୍ତି ।
ବଲିଉଡ୍ ଖିଲାଡି ମାଷ୍ଟର ଅକ୍ଷୟ କୁମାରଙ୍କ ଆଗାମୀ ଫିଲ୍ମ ‘ମିଶନ୍ ମଙ୍ଗଲ୍’ର ଟିଜର୍ ରିଲିଜ୍ ହୋଇଛି । ଏହି ଫିଲ୍ମର ଟିଜର୍କୁ ଅକ୍ଷୟ କୁମାର ତାଙ୍କ ଇନ୍ଷ୍ଟାଗ୍ରାମ୍ରେ ପୋଷ୍ଟ କରିଛନ୍ତି । ଏହି ଫିଲ୍ମରେ ଅକ୍ଷୟ କୁମାରଙ୍କ ବ୍ୟତୀତ ବିଦ୍ୟା ବଲାନ୍, ତାପସୀ ପନ୍ନୁ ଓ ସୋନାକ୍ଷୀ ସିହ୍ନା, ଶର୍ମନ ଯୋଶୀ, ନିତ୍ୟା ମେନନ, କୀର୍ତ୍ତି କୁଲହାରୀ, ଏଚ୍.ଜି ଦତ୍ତାତ୍ରେୟ ପ୍ରମୁଖ ନଜର ଆସିବେ । ଫିଲ୍ମଟି ଅଗଷ୍ଟ ୧୫ରେ ପରଦା ଉପରକୁ ଆସିବ। ଏହି ଫିଲ୍ମଟିରେ ଭାରତର ମଙ୍ଗଳ ଗ୍ରହରେ ପହଞ୍ଚିଥିବାର କାହାଣୀକୁ ଦର୍ଶାଯାଇଛି । ଏହି ଟିଜର୍କୁ ନିଜ ଇନ୍ଷ୍ଟା ଆକାଉଣ୍ଟରେ ପୋଷ୍ଟ କରିବା ସହ ‘ଏକ ଦେଶ, ଏକ ସ୍ବପ୍ନ ଓ ଏକ ଓ ଏକ ଇତିହାସ : ଇଣ୍ଡିଆ ମହାକାଶ ମିଶନର ସତ୍ୟ କାହାଣୀ’ ବୋଲି ଲେଖିଛନ୍ତି ।

