ମାନହାନି ମାମଲାରେ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କୁ ଜାମିନ ମିଳିଛି। ରାହୁଲଙ୍କ ନାଁରେ ଅହମଦାବାଦ ଡିଷ୍ଟ୍ରିକ୍ଟ କୋପରେଟିଭ ବ୍ୟାଙ୍କ ଓ ଏହାର ଅଧ୍ୟକ୍ଷ ଅଜୟ ପଟେଲ ଅପରାଧିକ ମାନହାନି ମାମଲା ରୁଜୁ କରିଥିଲେ। ଆଜି ଅହମଦାବାଦ ମେଟ୍ରୋପଲିଟାନ କୋର୍ଟରେ ଏହି ମାମଲାର ଶୁଣାଣି ହୋଇଥିଲା। ରାହୁଲ ଗାନ୍ଧି ବ୍ୟକ୍ତିଗତ ଭାବେ ଏଠାରେ ହାଜର ମଧ୍ୟ ହୋଇଥିଲେ। କୋର୍ଟ ୧୫ ହଜାର ଟଙ୍କାର ବଣ୍ଡ ଦ୍ୱାରା ରାହୁଲଙ୍କୁ ଜାମିନ ପ୍ରଦାନ କରିଥିଲେ। ରାହୁଲ ଗାନ୍ଧି ଏବଂ କଂଗ୍ରେସ ମୁଖପାତ୍ର ରଣଦୀପ ସୂର୍ଯ୍ୟେଓ୍ବାଲା ଅହମଦାବାଦ କୋପରେଟିଭ୍ ବ୍ୟାଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ ଆଣିଥିଲେ।
Author: Samikhsya Bureau
କ୍ବେସ୍ କର୍ପରେ ୫୧ କୋଟିର ନିବେଶ କରିଛି ଆମାଜନ୍। ଶୁକ୍ରବାର ବେଙ୍ଗାଲୁରୁ ସ୍ଥିତ ଏହି କମ୍ପାନୀ ନିଜର ୧୯ ପ୍ରତିଶତ ଅଂଶଧନ ବିକ୍ରି କରିଛି। ଏହା ମଧ୍ୟରୁ ୫୧ କୋଟିର ଅଂଶଧନ କିଣିଛି ଆମାଜନ୍। ଆମାଜନ୍ ସହିତ ଚୁକ୍ତି ପରେ କ୍ବେସ୍ କର୍ପର ଅଂଶଧନର ମୂଲ୍ୟ ୨୩.୪୦ ପଏଣ୍ଟ ବୃଦ୍ଧି ପାଇଛି। ଏହା ପୂର୍ବରୁ ବିଏସ୍ଇରେ କ୍ବେସ୍ କର୍ପର ଅଂଶଧନ ମୂଲ୍ୟ ୪୪୦ ଟଙ୍କା ରହିଥିବା ବେଳେ ଶୁକ୍ରବାର ସକାଳ ଏହା ୫୨୧ ଛୁଇଁଛି। ବିଦେଶୀ ନିବେଶକ ଭାବରେ ଏହି ଅଂଶଧନ କିଣିବା ସହିତ ଆମାଜନ୍ କ୍ବେସ୍ କର୍ପର ୦.୫୧ ପ୍ରତିଶତ ଅଂଶଧନ କିଣିବାରେ ସକ୍ଷମ ହୋଇଛି।
ଚାରା ଦୁର୍ନୀତି ମାମଲାରେ ଆରଜେଡି ସୁପ୍ରିମୋ ଲାଲୁ ଯାଦବଙ୍କୁ ଜାମିନ ମିଳିଛି। ପୂର୍ବରୁ ନିର୍ବାଚନ ସମୟରେ ଲାଲୁ ଜାମିନ ଆବେଦନ କରିଥିଲେ ମଧ୍ୟ ଏହାକୁ ଖାରଜ କରି ଦେଇଥିଲେ। ଆରଜେଡି ମୁଖ୍ୟ ଲାଲୁ ଯାଦବଙ୍କୁ ୫୦ ହଜାର ଟଙ୍କା ଏବଂ ଦୁଇ ଜଣ ଜାମିନ ଦାରଙ୍କ ବଦଳରେ ଲାଲୁଙ୍କୁ ଜାମିନ ମିଳିଛି। ପୂର୍ବରୁ ଏହି ମାମଲାରେ ଲାଲୁଙ୍କୁ ସାଢେ ତିନି ବର୍ଷର କାରାଦଣ୍ଡାଦେଶ ହୋଇଥିଲା। ଚାରା ଘୋଟାଲା ମାମଲାରେ ଜେଲରେ ରହିଥିବା ଲାଲୁ ଚଳିତ ଲୋକସଭା ନିର୍ବାଚନ ପୂର୍ବରୁ ରାଜନୈତିକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବା ନେଇ ଜାମିନ ଆବେଦନ କରିଥିଲେ ମଧ୍ୟଏହା ଖାରଜ ହୋଇ ଯାଇଥିଲା। ସୂଚନାଯୋଗ୍ୟ ଯେ, ଲାଲୁ ବର୍ତ୍ତମାନ ରିମ୍ସରେ ଚିକିତ୍ସାଧୀନ ଅଛନ୍ତି। ଜଷ୍ଟିସ୍ ଅର୍ପେଶ କୁମାର ସିଂ ଲାଲୁଙ୍କୁ ଜାମିନ ପ୍ରଦାନ କରିଥିଲେ।
ଅଭିନେତା ବିକ୍ରାନ୍ତ ମେସେ ଏବେ ଅଭିନେତ୍ରୀ ୟାମି ଗୌତମଙ୍କ ସହ ଏକ ରୋମାଣ୍ଟିକ୍ ଫିଲ୍ମ ‘ଗିନ୍ନି ଓ୍ବେଡସ୍ ସନି’ରେ ନଜର ଆସିବେ । ଏହି ଫିଲ୍ମକୁ ସୌନ୍ଦର୍ଯ୍ୟା ପ୍ରଡକ୍ସନ୍ ବ୍ୟାନରରେ ନିର୍ମିତ ଏହି ଫିଲ୍ମଟିକୁ ବିନୋଦ ବଚ୍ଚନ ପ୍ରଯୋଜନା କରୁଥିବାବେଳେ ଏହି ଫିଲ୍ମର କାହାଣୀ ଲେଖିଛନ୍ତି ସୁମିତ୍ ଅରେରା । ପୁନୀତ୍ ଖାନ୍ନାଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମଟିର ନିର୍ଦ୍ଦେଶନା ଭାର ସମ୍ଭାଳିଛନ୍ତି । ବିକ୍ରାନ୍ତ ଦୀପିକା ପାଦୁକୋନ୍ଙ୍କ ସହ ‘ଛପାକ୍’ର ମଧ୍ୟ ନଜର ଆସିବେ । ଏହା ସହିତ ବାଲାଜୀ ଟେଲିଫିଲ୍ମସ୍ର ଓ୍ବେବସିରିଜ୍ରେ ମଧ୍ୟ ବିକ୍ରାନ୍ତ ନଜର ଆସିବେ ।
ଭେନେଜୁଏଲାର ଅନ୍ତରୀଣ ରାଷ୍ଟ୍ରପତି ଭାବରେ ଜୁଆନ୍ ଗୁଆଡିଓଙ୍କୁ ସମର୍ଥନ ଜଣାଇଛି ଗ୍ରୀସ୍ର ନୂତନ ସରକାର। ପୂର୍ବତନ ରାଷ୍ଟ୍ରପତି ନିକୋଲାସ୍ ମଦୁରାଓଙ୍କ କାର୍ଯ୍ୟକାଳ ଜୁଲାଇ ୧୨ ତାରିଖରେ ଶେଷ ହେଉଥିବାରୁ ବର୍ତ୍ତମାନ ବିପକ୍ଷ ଦଳର ନେତା ରହିଥିବା ଜୁଆନ୍ ଗୁଆଡିଓଙ୍କୁ ଗ୍ରୀସ୍ ସମର୍ଥନ ଜଣାଇଛି। ଏହି ସମର୍ଥନ ଉଭୟ ରାଷ୍ଟ୍ର ମଧ୍ୟରେ ଦ୍ବିପାକ୍ଷିକ ସମ୍ପର୍କକୁ ବୃଦ୍ଧି କରିବ ଏବଂ ୟୁରୋପିଆନ୍ ୟୁନିୟନ୍ରେ ମଧ୍ୟରେ ସମ୍ପର୍କକୁ ଦୃଢ କରିବାରେ ସହାୟକ ହେବ ବୋଲି ଗ୍ରୀସ୍ ପକ୍ଷରୁ କୁହାଯାଇଛି। ଏହା ସହିତ ଜୁଆନ୍ ଗୁଆଡିଓଙ୍କ ପ୍ରାର୍ଥୀତ୍ବକୁ ୫୦ରୁ ଅଧିକ ରାଷ୍ଟ୍ର ସମର୍ଥନ କରିଛନ୍ତି। ବର୍ତ୍ତମାନ ବିପକ୍ଷ ଦଳର ନେତା ରହିଥିବା ଗୁଆଡିଓଙ୍କ ବିପକ୍ଷରେ କଞ୍ଜରଭେଟିଭ୍ ଦଳ ପକ୍ଷରୁ କିରିଆକୋସ୍ ମିଟ୍ସୋଟାକିସ୍ ପ୍ରତିଦ୍ବନ୍ଦିତା କରୁଛନ୍ତି।
କର୍ଣ୍ଣାଟକରେ ରାଜନୈତିକ ହାଇଡ୍ରାମା ସରିବାର ନାଁ ଧରୁନାହିଁ । ରାଜ୍ୟରେ ମେଣ୍ଟ ସରକାରକୁ ବଞ୍ଚାଇବା ପାଇଁ ମୁଖ୍ୟମନ୍ତ୍ରୀ ଏଚ୍ଡି କୁମାରସ୍ବାମୀ ଏବେ ଆସ୍ଥା ଭୋଟ୍ ପାଇଁ ପ୍ରସ୍ତୁତ ଓ ତାଙ୍କୁ ଏଥିପାଇଁ ସମୟ ଦିଆଯାଉ ବୋଲି ସେ କହିଛନ୍ତି। ଶୁକ୍ରବାର କର୍ଣ୍ଣାଟକ ବିଧାନସଭାର ମୌସୁମୀ ଅଧିବେଶନ ଆରମ୍ଭରେ କୁମାରସ୍ବାମୀ ବାଚସ୍ପତିଙ୍କୁ ଏହା ଜଣାଇଛନ୍ତି। ସୂଚନାଯୋଗ୍ୟ, କର୍ଣ୍ଣାଟକ ମେଣ୍ଟ ସରକାରର ପ୍ରାୟ ୧୮ ଜଣ ବିଧାୟକ ଇସ୍ତଫା ଦେବା ପରେ ଏବେ ମେଣ୍ଟ ସରକାରର ସଂଖ୍ୟାଗରିଷ୍ଠତାକୁ ନେଇ ଆରମ୍ଭ ହୋଇଛି ରାଜନୀତି। ଅନ୍ୟପଟେ କର୍ଣ୍ଣାଟକ ସରକାରରେ ଦେଖାଦେଇଥିବା ସଙ୍କଟକୁ ନେଇ ସୁପ୍ରିମକୋର୍ଟରେ ଚାଲିଥିବା ତର୍କପରେ କୋର୍ଟ ବାଚସ୍ପତିଙ୍କୁ ଆସନ୍ତା ମଙ୍ଗଳବାର ପର୍ଯ୍ୟନ୍ତ କୌଣସି ନିଷ୍ପତ୍ତି ନ ନେବାକୁ କହିଛନ୍ତି।
ଚଳିତ କ୍ରିକେଟ ବିଶ୍ବକପ୍ରର ବିରାଟ କୋହଲିଙ୍କ ଭାରତୀୟ ଦଳ ସେମି ଫାଇନାଲରୁ ବିଦାୟ ନେଇଥିଲା । ଦଳର ଏହି ପରାଜୟ ପରେ ବ୍ୟାଟିଂ କୋଚ୍ ସଞ୍ଜୟ ବାଙ୍ଗର ବିସିସିଆଇର ରାଡାରରେ ରହିଛନ୍ତି । ଭାରତର ବିଦାୟ ପରେ ସମସ୍ତ ସପୋର୍ଟ ଷ୍ଟାଫ୍ଙ୍କ କାର୍ଯ୍ୟକାଳ 45 ଦିନ ବୃଦ୍ଧି କରାଯାଇଛି । ମାତ୍ର ବାଙ୍ଗରଙ୍କ କାର୍ଯ୍ୟଶୈଳୀକୁ ନେଇ ବିସିସିଆଇ ଖପ୍ପା ରହିଥିବା ଜଣା ପଡିଛି । ଲିଗ୍ ପର୍ଯ୍ୟାୟରେ ଭାରତର ମ୍ୟାଚ୍ ସମୟରେ ବାଙ୍ଗର ବିଜୟ ଶଙ୍କରଙ୍କୁ ଫିଟ୍ ଘୋଷିତ କରିଥିଲେ । ସେହି ସମାନ ଦିନ ବିଜୟ ଶଙ୍କରଙ୍କୁ ବିଶ୍ବକପ୍ ଦଳରୁ ବାଦ୍ ଦିଆଯାଇଥିଲା । ଏଥିପାଇଁ ବାଙ୍ଗରଙ୍କୁ ସମାଲୋଚନାର ଶିକାର ହେବାକୁ ପଡିଥିଲା । ଭାରତର ପରାଜୟ ପରେ ସମସ୍ତ ପୂର୍ବତନ ଖେଳାଳି ଦଳର ବ୍ୟାଟିଂ ବିଫଳତାକୁ ଦାୟୀ କରିଥିଲେ । ଭରତ ଅରୁଣଙ୍କ ପ୍ରଶିକ୍ଷଣରେ ବୋଲିଂ ବିଭାଗ ନିୟମିତ ଓ୍ବିକେଟ ଅକ୍ତିଆର କରୁଥିବା ବେଳେ କ୍ଷେତ୍ରରକ୍ଷଣରେ ମଧ୍ୟ ଦଳର…
ଆଜିର ସମୟରେ ପ୍ରାୟ ୧୦ଜଣଙ୍କ ଭିତରେ ତିନିଜଣ ମୋଟାପଣର ଶିକାର ହେଉଛନ୍ତି । ଏହି ମୋଟାପଣରୁ ମୁକ୍ତ ପାଇବା ଜିମ୍ର ସାହାରା ନେଉଛନ୍ତି । ଏହା ସହିତ କଠିନ୍ ଡାଏଟ୍, ମେଡିସିନ୍ ଇତ୍ୟାଦିର ମଧ୍ୟ ସାହାଯ୍ୟ ନେବାକୁ ପଡିଛି । ତେବେ ଏହି ମୋଟାପାରୁ ମୁକ୍ତି ପାଇଁ ଓ୍ବାର୍କ ଆଉଟ୍ କରିବା ସହିତ ହେଲ୍ଦୀ ଡାଏଟ୍ ବହୁତ ଜରୁରୀ । ଏପରି କିଛି ଫଳ ରହିଛି, ଯାହା ବହୁତ ଶୀଘ୍ର ଓଜନ କମ କରିବାରେ ସାହାଯ୍ୟ କରିଥାଏ । ସେହି ଫଳଗୁଡ଼ିକ ମଧ୍ୟରେ ରହିଛି – ତରଭୁଜ ତରଭୁଜ କମ୍ କ୍ୟାଲୋରୀ ହେବା ସହିତ ଏଥିରେ ଅଧିକମାତ୍ରାରେ ଫାଇବର, ପୋଟାସିୟମ୍, ଆଇରନ୍ ଓ ଭିଟାମିନ୍ – ଏ, ସି ଓ ବି ପ୍ରଚୁର ପରିମାଣରେ ରହିଥାଏ । ଏହି ଶରୀରରୁ ବିଷାକ୍ତ ତତ୍ତ୍ବକୁ ବାହାରକୁ କାଢିବାରେ ବହୁତ ସାହାଯ୍ୟ କରିଥାଏ । ଏହା ସହିତ ତରଭୁଜ୍ରେ ପ୍ରଚୁର ପରିମାଣରେ ପାଣି ଥାଏ…
ଅନ୍ତର୍ଜାତୀୟ ଜଳ ସୀମା ଉଲ୍ଲଂଘନ କରିଥିବା ଅଭିଯୋଗରେ ୬ ଜଣ ତାମିଲ ନାବିକଙ୍କୁ ଗିରଫ କରିଛି ଶ୍ରୀଲଙ୍କା ନୌସେନା। ଶୁକ୍ରବାର ଶ୍ରୀଲଙ୍କା ନୌବାହିନୀ ପକ୍ଷରୁ ୬ ଜଣ ତାମିଲ ନାଗରିକଙ୍କୁ ଗିରଫ କରାଯାଇଥିବା ନେଇ ସୂଚନା ଦିଆଯାଇଛି। ଗିରଫ ହୋଇଥିବା ମତ୍ସ୍ୟଜୀବି ମାନେ ରାମନାଥପୁରମ ଜିଲ୍ଲାର ନାମ୍ବୁଥାଲାଇ ଅଞ୍ଚଳର ବୋଲି ଜଣାପଡିଛି। ନାବିକମାନେ ନେଧୁନିଥେଭୁ ଅଞ୍ଚଳରେ ଜଳସୀମା ଅତିକ୍ରମ କରି ମାଛ ଧରୁଥିବା ବେଳେ ତାଙ୍କୁ ଗିରଫ କରାଯାଇଥିଲା ବୋଲି ଶ୍ରୀଲଙ୍କା ନୌସେନାର ଉପ ନିର୍ଦ୍ଦେଶକ ଇ କଥାଭରାୟନ୍ ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ ଯେ, ଜୁନ୍ ୨୭ ତାରିଖରେ ୩ ହଜାରରୁ ଅଧିକ ସଂଖ୍ୟକ ନାବିକ ଶ୍ରୀଲଙ୍କା ଜଳସୀମା ଅତିକ୍ରମ କରି ଗିରଫ ହୋଇଥିଲେ।
ବିଜୟିନୀ ମହାନ୍ତି ୨୦୧୧ ଜନଗଣନା ଅନୁସାରେ, ଓଡ଼ିଶାରେ ୯.୫ପ୍ରତିଶତ ଲୋକ ବୃଦ୍ଧାବସ୍ଥାରେ ରହିଛନ୍ତି, ଯାହାକି ଜାତୀୟ ସ୍ତରରେ ଥିବା ବୃଦ୍ଧ ବୃଦ୍ଧାଙ୍କ ସଂଖ୍ୟା ଠାରୁ ମଧ୍ୟ ଅଧିକ। ଦୁଃଖର ବିଷୟ ଯେ ସେଥିରୁ ପ୍ରାୟ ୬୦ପ୍ରତିଶତ ବୃଦ୍ଧ ବୃଦ୍ଧା ନିଜ ଘରମାନଙ୍କରେ ଦୟନୀୟ ଅବସ୍ଥାରେ ଅଛନ୍ତି। ସେଥିରୁ ଅଧିକାଂଶ ଲୋକ ଗାଁ ଗହଳିରେ ରୁହନ୍ତି। ଯଦିଓ ଭାରତ ସରକାର ଏବଂ ଓଡ଼ିଶା ସରକାର ମିଶି ସେମାନଙ୍କର ଜୀବନ ଧାରଣର ମାନକୁ ଉନ୍ନତ କରିବା ପାଇଁ ଅନେକଗୁଡ଼ିଏ ଯୋଜନା ଦୀର୍ଘ ୧୦-୧୫ବର୍ଷ ହେଲା କାର୍ଯ୍ୟକାରୀ କରାଇ ଆସିଛନ୍ତି। ତଥାପି ଦାରିଦ୍ର୍ୟ ଏବଂ ପ୍ରାକୃତିକ ବିପର୍ଯ୍ୟୟର ପ୍ରଭାବ ସେମାନଙ୍କ ଅବସ୍ଥାରେ ସୁଧାର ଆଣିବାରେ ବାଧକ ସାଜୁଛି। ଓଡ଼ିଶାରେ ସାମାଜିକ ସୁରକ୍ଷା ଉଦ୍ଦେଶ୍ୟରେ ଚାଲୁଥିବା ୪ଗୋଟି ଯୋଜନା ଯଥା ଇନ୍ଦିରା ଗାନ୍ଧୀ ଜାତୀୟ ବାର୍ଦ୍ଧକ୍ୟ ପେନ୍ସନ୍, ଇନ୍ଦିରା ଗାନ୍ଧୀ ଜାତୀୟ ବିଧବା ପେନ୍ସନ୍, ଇନ୍ଦିରା ଗାନ୍ଧୀ ଜାତୀୟ ଭିନ୍ନକ୍ଷମ ପେନ୍ସନ୍ ଏବଂ ରାଜ୍ୟ ମଧୁବାବୁ ପେନ୍ସନ୍…
ବିଜେପିର ସମସ୍ତ ମହିଳା ସାଂସଦଙ୍କୁ ଭେଟିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦ । ଶୁକ୍ରବାର ନିଜ କାର୍ଯ୍ୟାଳୟରେ ମୋଦି ମହିଳା ସାଂସଦଦ ମାନଙ୍କୁ ସକାଳ ଭୋଜନ ଅବସରରେ ଭେଟିଛନ୍ତି । ଏହା ସାଂସଦ ମାନଙ୍କ ସହିତ ମୋଦିଙ୍କର ପଞ୍ଚମ ବୈଠକ । ପୂର୍ବରୁ ବିଭିନ୍ନ ବର୍ଗର ସାଂସଦ ଏବଂ ମନ୍ତ୍ରୀଙ୍କ ସହିତ ମୋଦି ଆଲୋଚନା କରିଥିଲେ । ଏହି ବୈଠକରେ ମୋଦି ସଂସଦର ଉଭୟ ଗୃହର ମହିଳା ସଦସ୍ୟଙ୍କୁ ଭେଟିଥିଲେ ଏବଂ ସମସ୍ତ ସାଂସଦ ତାଙ୍କୁ ଭେଟିବାର ସୁଯୋଗ ପାଇଥିଲେ । ସମସ୍ତ ସାଂସଦ ପ୍ରଧାନମନ୍ତ୍ରୀଙ୍କ ସହିତ ନିଜ ନିର୍ବାଚନ ମଣ୍ଡଳୀର ସମସ୍ୟା ନେଇ ସିଧାସଳଖ ଆଲୋଚନା କରିଥିଲେ । ଏହି ବୈଠକରେ ଅନ୍ୟ ମାନଙ୍କ ମଧ୍ୟରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ୍ ଶାହା ଏବଂ କେନ୍ଦ୍ରମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ଉପସ୍ଥିତ ଥିଲେ ।
ବିଜେପିର ବରିଷ୍ଠ ନେତା ସୁବ୍ରମଣ୍ୟନ ସ୍ୱାମୀ ନିଜ ଦଳର ନେତୃତ୍ୱକୁ ଟାର୍ଗେଟ୍ କରିଛନ୍ତି। ଟ୍ୱିଟ୍ କରି ଶ୍ରୀ ସ୍ୱାମୀ କହିଛନ୍ତି ଯଦି ଗୋଆ, କର୍ଣ୍ଣାଟକ ଭଳି ସମସ୍ତ ନେତା ବିଜେପିରେ ମିଶିଯିବେ ତାହେଲେ ଆଗାମୀ ଦିନରେ ଦେଶର ଲୋକତନ୍ତ୍ର ଦୁର୍ବଳ ହୋଇଯିବ। କଂଗ୍ରେସ, ତୃଣମୂଳ କଂଗ୍ରେସ ଏବଂ ଏନସିପି ନେତାଙ୍କୁ ଟ୍ୱିଟ୍ ଯୋଗେ ପରାମର୍ଶ ଦେଇ ସେ କହିଛନ୍ତି, କଂଗ୍ରେସ ଓ ସେଥିରୁ ଉଦ୍ଭବ ତୃଣମୂଳ କଂଗ୍ରେସ ଓ ଜାତୀୟବାଦୀ କଂଗ୍ରେସ ପାର୍ଟି ( ଏନସିପି ) ଏକାଠି ହୋଇ ସୋନିଆ ଓ ରାହୁଲଙ୍କୁ ସେମାନଙ୍କ ପଦବୀରୁ ହଟାଇବା ଦରକାର। ଏହାପରେ ସେମାନେ ମମତା ବାନାର୍ଜୀଙ୍କ ନେତୃତ୍ୱରେ ଏକ ବୃହତ ଏବଂ ଶକ୍ତିଶାଳୀ କଂଗ୍ରେସ ଗଢ଼ିବା ଦରକାର। ଭାରତୀୟ ଜନତା ପାର୍ଟିର ନେତା ହୋଇଥିବା ସୁବ୍ରମଣ୍ୟମ୍ ସ୍ବାମୀ ନିଜ ବୟାନ ଜରିଆରେ ବିଜେପିର କାର୍ଯ୍ୟଶୈଳୀକୁ ସର୍ବଦା ସମାଲୋଚନା କରିଥା’ନ୍ତି। ଏପରିକି ବିଜେପିର କିଛି ବରିଷ୍ଠ ନେତାଙ୍କ ଉପରେ ମଧ୍ୟ ସୁବ୍ରମଣ୍ୟମ୍ ଟାର୍ଗେଟ୍…
ଜମ୍ମୁ କାଶ୍ମୀରର ରଜୌରୀ ଅଞ୍ଚଳରେ ପାକିସ୍ତାନ ପକ୍ଷରୁ ପୁନର୍ବାର ଅସ୍ତ୍ରବିରତି ଉଲ୍ଲଂଘନ କରାଯାଇଛି। ରଜୌରୀ ଏବଂ ପୁଞ୍ଚର ନିୟନ୍ତ୍ରଣ ରେଖା ନିକଟରେ ଶୁକ୍ରବାର ସକାଳୁ ମୋର୍ଟାର ଏବଂ ଗୁଳିମାଡ କରାଯାଇଥିଲା। ଗୁଳିମାଡରେ କୌଣସି ଯବାନ କିମ୍ବା ସାଧାରଣ ଜନତା ଆହତ ହୋଇନଥିବା ନେଇ ସେନା ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ନଶ୍ବେରା ଅଞ୍ଚଳର ରୋମାଲି ଧାରା ଅଞ୍ଚଳରେ ଏହି ଆକ୍ରମଣ ଜାରି ରହିଛି। ସେହିପରି ପୁଞ୍ଚର କ୍ରିଷ୍ଣା ଘାଟି ଏବଂ ଦିଗବର୍ ଅଞ୍ଚଳରେ ମଧ୍ୟଏହି ଅସ୍ତ୍ରବିରତି ଉଲ୍ଲଂଘନ ଚାଲିଛି। ଦିଗ୍ବର ଅଞ୍ଚଳରେ ମୋର୍ଟାର ମାଡ କରାଯାଇଥିବା ନେଇ ସେନା ପକ୍ଷରୁ ସୂଚନା ଦିଆଯାଇଛି।
ମହାରାଷ୍ଟ୍ର ସରକାରଙ୍କ ମରାଠା ଆରକ୍ଷଣ ଉପରେ ସାମୟିକ ରୋକ୍ ଲଗାଇଛନ୍ତି ସୁପ୍ରିମକୋର୍ଟ। ଏହି ମାମଲାକୁ ନେଇ ବମ୍ବେ ହାଇକୋର୍ଟଙ୍କ ନିଷ୍ପତ୍ତି ଉପରେ ରୋକ୍ ଲଗାଇବା ସହିତ ଦୁଇ ସପ୍ତାହ ପରେ ଚୂଡାନ୍ତି ଶୁଣାଣି ପାଇଁ ତାରିଖ ଧାର୍ଯ୍ୟ କରିଛନ୍ତି। ମୁଖ୍ୟ ବିଚାରପତି ରଞ୍ଜନ ଗୋଗୋଇଙ୍କ ନେତୃତ୍ବରେ ଗଠିତ ଖଣ୍ଡପୀଠ ୨୦୧୪ରେ ବମ୍ବେ ହାଇକୋର୍ଟଙ୍କ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରିଛନ୍ତି। ୨୦୧୮ ମସିହାରେ ମରାଠାଙ୍କ ପାଇଁ ସଂରକ୍ଷଣ ପ୍ରତିଶତ ୫୨ରୁ ୬୮ ପ୍ରତିଶତକୁ ବଢାଯାଇଥିଲା। ଜୁନ୍ ମାସରେ କାର୍ଯ୍ୟକାରୀ ହୋଇଥିବା ଏହି ନୂତନ ସଂରକ୍ଷଣ ନିୟମ ସୁପ୍ରିମକୋର୍ଟଙ୍କ ନିୟମର ଉଲ୍ଲଂଘନ କରୁଥିବାରୁ ଏହା ଉପରେ ଦୁଇ ସପ୍ତାହର ରୋକ୍ ଲଗାଇଛନ୍ତି ମୁଖ୍ୟ ବିଚାରପତି ରଞ୍ଜନ ଗୋଗୋଇ।
ଚେନ୍ନାଇରେ ଲାଗି ରହିଥିବା ଜଳ ସଙ୍କଟର ମୁକାବିଲା କରିବା ପାଇଁ ଭେଲୋରରୁ ଏକ ଜଳ ଟ୍ରେନ୍ ଚେନ୍ନାଇ ଅଭିମୁଖେ ଯାତ୍ରା କରିଛି। ଏହି ଟ୍ରେନ୍ରେ ୫୦ଟି ବଗିରେ ଜଳ ରହିଛି ଏବଂ ଏହି ଟ୍ରେନ୍ଟି ଶୁକ୍ରବାର ଦିନ ଦୁଇଟାରେ ଚେନ୍ନାଇରେ ପହଞ୍ଚିବ। ଦକ୍ଷିଣ ରେଳବାଇ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଶୁକ୍ରବାର ଜୋଲାରପେଟ ଷ୍ଟେସନ୍ ଛାଡିଥିବା ବେଳେ ଦିନ ଦୁଇଟାରେ ଏହା ଭିଲ୍ଲିଭକମ୍ରେ ପହଞ୍ଚିବ। ୨ଟା ପରେ ଏହି ଜଳକୁ ସହରର ବିଭିନ୍ନ ପ୍ରାନ୍ତରରେ ପହଞ୍ଚାଯିବ ବୋଲି ଚେନ୍ନାଇର ମେୟର ପ୍ରକାଶ କରିଛନ୍ତି।
ହାଇଦ୍ରାବାଦର ଜନୈକ ତହସିଲଦାରଙ୍କ ଘରେ ତେଲେଙ୍ଗାନା ଦୁର୍ନୀତି ନିବାରଣ ବିଭାଗ ପକ୍ଷରୁ ଚଢାଉ କରାଯାଇଛି। ଏହି ଚଢାଉରେ ତେଲଙ୍ଗାନା ଏସିବିର ଅଧିକାରୀଙ୍କୁ ୯୩.୫ ଲକ୍ଷର ନଗଦ ରାଶି ସହିତ ୪୦୦ ଗ୍ରାମ୍ର ସୁନା ମିଳିଛି। ତହସିଲଦାର ବା ମଣ୍ଡଳ ରେଭିନ୍ୟୁ ଅଫିସର ଭି ଲାବଣ୍ୟଙ୍କ ଘରୁ ଏହି ଅର୍ଥ ରାଶି ଜବତ କରାଯାଇଛି। ହାଇଦ୍ରାବାଦର ହାୟତ ନଗରରେ ଥିବା ଲାବଣ୍ୟଙ୍କ ବାସଭବନରୁ ଏହି ଅର୍ଥ ଏବଂ ସୁନା ଜବତ କରାଯାଇଛି। ଜନୈକ ଭିଆର୍ଓ ଲାଞ୍ଚ ନେଉଥିବାର ଭିଡିଓ ଭାଇରାଲ୍ ହେବା ପରେ ଘଟଣାର ତଦନ୍ତ କରାଯାଇ ଲାବଣ୍ୟଙ୍କ ନାମ ସାମ୍ନାକୁ ଆସିଥିଲା। ଏହା ପରେ ଲାବଣ୍ୟ ଜଣେ ଚାଷୀଙ୍କ ନିକଟରୁ ୩୦ ହଜାର ଉତ୍କୋଚ ନେଉଥିବାରୁ ଭିଡିଓ ସାମ୍ନାକୁ ଆସିଥିଲା। ଉଲ୍ଲେଖଯୋଗ୍ୟ ଯେ, ଦୁଇ ବର୍ଷ ପୂର୍ବରୁ ତେଲେଙ୍ଗାନା ସରକାର ଲାବଣ୍ୟଙ୍କୁ ଶ୍ରେଷ୍ଠ ତହସିଲଦାର ଭାବରେ ସମ୍ମାନିତ କରିଥିଲେ।
ପାକିସ୍ତାନର ପଞ୍ଜାବର କ୍ବେଟାରେ ଗୁରୁବାର ଦୁଇଟି ଟ୍ରେନ୍ ମଧ୍ୟରେ ଦୁର୍ଘଟଣା ଘଟି ୧୪ଜଣ ପ୍ରାଣ ହରାଇଥିବା ବେଳେ ୭୯ ଜଣ ଆହତ ହୋଇଛନ୍ତି। କ୍ବେଟାକୁ ଆସୁଥିବା ଆକବର ଏକ୍ସପ୍ରେସ୍ ଭୁଲ୍ ଲାଇନ୍ରେ ଆସି ସାଦିକାବାଦର ୱାଲହାର ଷ୍ଟେସନ ନିକଟରେ ଏକ ମାଲବାହୀ ଟ୍ରେନ୍କୁ ଧକ୍କା ଦେବାରେ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଥିଲା। ପାକ୍ ସେନା ପକ୍ଷରୁ ତୁରନ୍ତ ଉଦ୍ଧାର ଓ ସହାୟତା କାର୍ଯ୍ୟ ଆରମ୍ଭ କରାଯିବା ସହ ଆହତ ଯାତ୍ରୀଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ ଏହି ଘଟଣାରେ ଦୁଃଖ ପ୍ରକାଶ କରିବା ସହ ମୃତ ବ୍ୟକ୍ତିଙ୍କ ପାଇଁ ୧୫ ଲକ୍ଷ ଓ ଆହତଙ୍କ ପ୍ରତି ୫ ଲକ୍ଷ ଟଙ୍କାର ସହାୟତା ଘୋଷଣା କରିଛନ୍ତି।
ଇଟାଲୀର ନାପୋଲିରେ ଅନୁଷ୍ଠିତ ହୋଉଥିବା ୩୦ ତମ ବିଶ୍ବ ବିଶ୍ବବିଦ୍ୟାଳୟ କ୍ରୀଡ଼ାରେ ଓଡ଼ିଆ ଧାବିକା ତଥା ଅଲିମ୍ପିଆନ ଦୂତୀ ଚାନ୍ଦ ୨୦୦ ମି. ଦୌଡ଼ର ଫାଇନାଲରେ ପ୍ରବେଶ କରିଛନ୍ତି। ଗୁରୁବାର ୨୦୦ ମି. ମହିଳା ବିଭାଗ ସେମିଫାଇନାଲ ଦୌଡ଼କୁ ଦୂତୀ ୨୩.୨୪ ସେକେଣ୍ଡରେ ଅତିକ୍ରମ କରି ଫାଇନାଲ ଯୋଗ୍ୟତା ହାସଲ କରିଛନ୍ତି। ଦୁତି ପୂର୍ବରୁ ଭାରତୀୟ ଭାବେ ୧୦୦ ମି. ଦୌଡ଼କୁ ୧୧.୩୨ ସେକେଣ୍ଡରେ ଅତିକ୍ରମ କରି ସ୍ବର୍ଣ୍ଣ ପଦକ ହାସଲ କରିଥିଲେ। କିଟ୍ ବିଶ୍ବବିଦ୍ୟାଳୟ ପକ୍ଷରୁ ପ୍ରତିନିଧିତ୍ବ କରୁଥିବା ଦୂତୀ ପ୍ରଥମ ଭାରତୀୟ ଭାବରେ ୧୦୦ ମି. ବର୍ଗରେ ସ୍ବର୍ଣ୍ଣ ପଦକ ହାସଲ କରିବାରେ ସକ୍ଷମ ହୋଇଥିଲେ।
ଆଜି ହେଉଛି ବାହୁଡା ଯାତ୍ରା। ପ୍ରଭୁ ଶ୍ରୀଜଗନ୍ନାଥ, ବଡଭାଇ ବଳଭଦ୍ର ଏବଂ ଭଉଣୀ ସୁଭଦ୍ରାଙ୍କୁ ଧରି ଶ୍ରୀମନ୍ଦିର ବାହୁଡିବେ। ସେଥିପାଇଁ ଆଜି ଗୁଣ୍ଡିଚା ମନ୍ଦିର ଚଳଚଞ୍ଚଳ ହୋଇ ଉଠିଛି। ଆଜି ସକାଳୁ ତିନିଠାକୁରଙ୍କ ବିଭିନ୍ନ ରିତିନିତି କରାଯାଇଛି। ଶ୍ରୀମନ୍ଦିର ପ୍ରଶାସନ ଅନୁସାରେ ଆଜି ସକାଳ ୭ଟାରୁ ତିନିଠାକରୁଙ୍କ ସେନପଟା ଲାଗି କରାଯିବା ପରେ ବାହୁଡା ପାଇଁ ସମସ୍ତ ପ୍ରସ୍ତୁତି ଆରମ୍ଭ ହେବ। ଏହାପରେ ଦିନ ୧୨ ଟା ବେଳେ ପହଣ୍ଡି ବିଜେ ଆରମ୍ଭ କରାଯିବ। ଦିନ ୨ ଟା ୩୦ ମିନିଟରେ ଛେରା ପହଁରା କରାଯିବ। ଅପରାହ୍ନ ୪ଟାରେ ରଥଟଣା ଯିବ ବୋଲି ନିଷ୍ପତି ନିଆଯାଇଛି। ତେବେ ରଥଯାତ୍ରା ବେଳେ ବିଭିନ୍ନ ନିତି ସଅଳ ହୋଇଥିଲା। ଫଳରେ ରଥଟଣା କାର୍ଯ୍ୟ ନିର୍ଦ୍ଦାରିତ ସମୟ ପୂର୍ବରୁ ଆରମ୍ଭ ହୋଇଯାଇଥିଲା। ତିନିଠାକରୁ ସିଂହ ଦୁଆରକୁ ଆସିବା ପରେ ଆସନ୍ତାକାଲି ସୁନାବେଶ ଅନୁଷ୍ଠିତ ହେବ।
ସମୀକ୍ଷା ବ୍ୟୁରୋ ପାଟକୁରା ଉପ ନିର୍ବାଚନ କେବଳ ଏକ ପ୍ରହେଳିକା ମାତ୍ର। ସେଠାରେ ବିଜେପି ପ୍ର୍ରାର୍ଥୀ ବିଜୟ ମହାପାତ୍ରଙ୍କୁ ହରାଇବା ଲାଗି ଉଭୟ ବିଜେଡି ଓ ବିଜେପି ଚାହୁଁ ଥିବାରୁ, ନିର୍ବାଚନ ପୂର୍ବବର୍ତ୍ତୀ ଉଷ୍ମତା ଏବେ ଦେଖିବାକୁ ମିଳୁନାହିଁ। ବିଜେଡି ନିଜ ପ୍ରଚାର ଅଭିଯାନରେ କେବଳ ବିଜୟ ମହାପାତ୍ରଙ୍କୁ ଲକ୍ଷ୍ୟ କରି ବିରୋଧ ପ୍ରକଟ କରୁଥିବା ବେଳେ ବିଜେପି ଦଳ ଓ ଏହାର ନେତା ନରେନ୍ଦ୍ର ମୋଦୀଙ୍କ ବିରୋଧରେ କିଛି ନ କହିବାକୁ ଏକ ପ୍ରକାର ଅଘୋଷିତ ନିଷ୍ପତ୍ତି ନେଇଛି। ସେହିପରି ବିଜେପି ଦଳର ତୁଙ୍ଗ ନେତାମାନେ ନବୀନ ପଟ୍ଟନାୟକଙ୍କ ବିରୋଧରେ କିଛି କହିବାକୁ ଚାହୁଁ ନାହାନ୍ତି। ବିଜୟଙ୍କ ପ୍ରଭାବ ହିଁ ବିଜେଡ଼ିକୁ ହରାଇବାକୁ ଯଥେଷ୍ଟ ବୋଲି କହି ବିଜେପି ନିଜକୁ ପାଟକୁରା ଅଭିଯାନରେ କୂଟନୈତିକ ଭାବରେ ଦୂରେଇ ରଖିଛି। ୨୦୧୮ ବିଜେପୁର ଉପ ନିର୍ବାଚନରେ ବିଜେପି ନିଜର ସବୁ କଳ ବଳ କୌଶଳ ଖଟାଇ ଜିଣିବାକୁ ଉଦ୍ୟମ କରିଥିଲା। ବିଜେପୁରରେ…
ସମୀକ୍ଷା ବ୍ୟୁରୋ ପୂର୍ବତ୍ତନ ସାଂସଦ ତଥା ଲ ମେକର ଜୟ ପଣ୍ଡା 13 ମାସ ହେଲା ଆଉ ସାଂସଦ ନାହାଁନ୍ତି। ହେଲେ ସେ ନୂଆଦିଲ୍ଲୀସ୍ଥିତ 02 ମହାଦେବ ରୋଡସ୍ଥିତ ସରକାରୀ ବାସଭବନକୁ ଏ ପର୍ଯ୍ୟନ୍ତ ମାଡିବସିଛନ୍ତି। ଏପରି ଅଭିଯୋଗ କରିଛନ୍ତି ତାଙ୍କୁ ନିର୍ବାଚନରେ ପରାସ୍ତ କରିଥିବା ଅଭିନେତା ତଥା ସାଂସଦ ଅନୁଭବ ମହାନ୍ତି। ସେ ତାଙ୍କ ଟୁଇଟରେ ଲେଖିଛନ୍ତି ଯେ ଏକଦା ଆଇନି ତିଆରି କରୁଥିବା ଜୟ ପଣ୍ଡା ଖୋଦ ଆଇନି ଭାଙ୍ଗୁଛନ୍ତି। ସେ ଗତ 13 ମାସ ଧରି ଆଉ ସାଂସଦ ନାହିଁନ୍ତି। ନିକଟରେ ସେ କେନ୍ଦ୍ରାପଡାରୁ ହାରିଛନ୍ତି। ହେଲେ ସେ ଏ ପର୍ଯ୍ୟନ୍ତ ସରକାରୀ ବାସଭବନକୁ ମାଡି ବସିଛନ୍ତି ବୋଲି ଅନୁଭବ କହିଛନ୍ତି। ତାଙ୍କର ଆଇନି ପ୍ରତି ସମ୍ମାନ ନାହିଁ ବୋଲି ଅନୁଭବ କହିଛନ୍ତି। ସେତିକି ନୁହେଁ ଜୟ ପଣ୍ଡା ତାଙ୍କ ସୁରକ୍ଷା କର୍ମିଙ୍କୁ ମଧ୍ୟ କହିଛନ୍ତି ଯେ କୌଣସି ନୂଆ ସାଂସଦଙ୍କୁ ଭିତରକୁ ଛାଡିବେ ନାହିଁ। ଏପରିକି…

