ଜାତୀୟ ତଦନ୍ତକାରୀ ସଂସ୍ଥା (ଏନ୍ଆଇଏ) ପକ୍ଷରୁ କର୍ଣ୍ଣାଟକରେ ଏକ ବୋମା ନିର୍ମାଣକାରୀ କମ୍ପାନୀ ଠାବ କରିଛି । ଏହି କାରଖାନାରୁ ଏନ୍ଆଇଏ ଆଇଡି ବିସ୍ଫୋରକ ଏବଂ ଗ୍ରେନେଡ୍ ଜବତ କରାଯାଇଛି । ଏହି ଘଟଣାରେ ତିନି ଜଣ ବାଂଲାଦେଶୀ ନାଗରିକଙ୍କୁ ମଧ୍ୟ ଗିରଫ କରାଯାଇଛି । ବର୍ଦ୍ଦଓ୍ବାନରେ ହୋଇଥିବା ବିସ୍ଫୋରଣ ସହିତ ଏହି କାରଖାନାର ସମ୍ପୃକ୍ତି ନେଇ ଏହି ଚଢାଉ କରାଯାଇଥିବା ବେଳେ ଏହି ତଥ୍ୟ ସାମ୍ନାକୁ ଆସିଛି । ଜାନୁୟାରୀ 2019ରେ ବର୍ଦ୍ଦଓ୍ବାନର ଏହି ବିସ୍ଫୋରଣ ପରେ ବେଙ୍ଗାଲୁରୁରେ ବୋମା ତିଆରି କାରଖାନା ରହିଥିବାର ସନ୍ଦେହ କରିଥିଲା । ଶେଷରେ ଏହି କାରଖାନାକୁ ଠାବ କରିବା ସହିତ ତିନି ଜଣଙ୍କୁ ଗିରଫ କରିଛି ଏନ୍ଆଇଏ ।
Author: Samikhsya Bureau
କର୍ଣ୍ଣାଟକରେ ରାଜନୀତି ସଂକଟ ଏବେ ପୂରା ସଙ୍ଗୀନ ଅବସ୍ଥାରେ ରହିଛି । ରାଜ୍ୟରେ ବିଜେପି ସରକାର ଗଠନ କରିବା ପାଇଁ ପ୍ରାଣପଣେ ଉଦ୍ୟମ କରୁଛି । ପୂର୍ବତନ ମୁଖ୍ୟମନ୍ତ୍ରୀ ଏବଂ ଭାରତୀୟ ଜନତା ପାର୍ଟିର ପ୍ରଦେଶ ଅଧ୍ୟକ୍ଷ ବିଏସ୍ ୟେଦୁରପ୍ପା ମୁଖ୍ୟମନ୍ତ୍ରୀ କୁମାରସ୍ୱାମୀଙ୍କ ଇସ୍ତଫା ଦାବି କରିଛନ୍ତି । ଏହି ମଧ୍ୟରେ ବିଧାନସଭା ଅଧ୍ୟକ୍ଷ କେଆର ରମେଶ କୁମାର ଇସ୍ତଫା ପତ୍ର ପଠାଇଥିବା ବିଧାୟକଙ୍କୁ ତାଗିଦ୍ କରି କହିଛନ୍ତି କି, ଯଦି ସେମାନେ ଇସ୍ତଫା ଦେବାକୁ ଚାହୁଁଛନ୍ତି ତେବେ ବ୍ୟକ୍ତିଗତ ଭାବରେ ଆସି ସାକ୍ଷାତ କରନ୍ତୁ । ପୋଷ୍ଟାଲ ସର୍ଭିସ୍ ଦ୍ୱାରା ପଠାଯାଇଥିବା ଇସ୍ତଫା ପତ୍ରକୁ ସ୍ୱୀକୃତି ଦିଆଯିବ ନାହିଁ । ଜଣେ ବାଚସ୍ପତି ହୋଇଥିବା କାରଣରୁ ସେ ସମ୍ବିଧାନର ନିୟମ ରକ୍ଷା କରିବେ । କର୍ଣ୍ଣାଟକରେ ଏବେ ଇସ୍ତଫା ପତ୍ର ପଠାଇଥିବା ବିଧାୟକଙ୍କ ସଂଖ୍ୟା ୧୩ରୁ ୧୫ରେ ପହଁଚିଲାଣି । ଏହା ପୂର୍ବରୁ ଗତକାଲି ନିର୍ଦ୍ଦଳୀୟ ବିଧାୟକ ଏଚ ନାଗେଶ…
ତାଇଓ୍ବାନକୁ 2.2 ବିଲିୟନ୍ ଡଲାରର ଅସ୍ତ୍ରଶସ୍ତ୍ର ରପ୍ତାନୀ କରିଛି ଆମେରିକା । ଚୀନ୍ ଏହି ନିଷ୍ପତ୍ତିକୁ ବିରୋଧ କରିଥିଲେ ମଧ୍ୟ ପେଣ୍ଟାଗନ୍ ପକ୍ଷରୁ ତାଇଓ୍ବାନକୁ ଏମ୍ 1ଏ2ଟି ଆବ୍ରାମ ଟ୍ୟାଙ୍କସ, ଷ୍ଟିଙ୍ଗର କ୍ଷେପଣାସ୍ତ୍ର ଏବଂ ଅନ୍ୟାନ୍ୟ ଅସ୍ତ୍ରଶସ୍ତ୍ର ଯୋଗଉଥିବା ନେଇ ଜଣାପଡିଛି । ତାଇଓ୍ବାନ୍କୁ ପେଣ୍ଟାଗନ୍ ପକ୍ଷରୁ 108ଟି ଏମ୍ 1ଏ2ଟି ଆବ୍ରାମ ଟ୍ୟାଙ୍କସ, 250ଟି ଷ୍ଟିଙ୍ଗର କ୍ଷେପଣାସ୍ତ୍ର ପ୍ରଦାନ କରାଯାଇଛି । ଆମେରିକା ପକ୍ଷରୁ ଏହି ଅସ୍ତ୍ର ଶସ୍ତ୍ର ଚୁକ୍ତି କରାଯିବା ଫଳରେ ଏହା ଆମେରିକା ଏବଂ ଚୀନ୍ ମଧ୍ୟରେ ଦ୍ବିପାକ୍ଷିକ ସମ୍ପର୍କକୁ ପ୍ରଭାବିତ କରିପାରେ ବୋଲି ଚୀନ୍ ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ ପ୍ରକାଶ କରାଯାଇଛି । ତାଇଓ୍ବାନ ରାଷ୍ଟ୍ରପତି ସାଇ ଇଙ୍ଗ ଓ୍ବେନ୍ ଆମେରିକାର ନିଷ୍ପତ୍ତିକୁ ସ୍ବାଗତ କରିଛନ୍ତି ।
କଂଗ୍ରେସ ଅଧ୍ୟକ୍ଷ ରାହୁଲ୍ ଗାନ୍ଧି ନିଜ ପଦବୀରୁ ଇସ୍ତଫା ଦେବା ପରେ ବି ଦଳରେ ଇସ୍ତଫା ଦେବା ପର୍ବ ଜାରି ରହିଛି । ପଶ୍ଚିମବଙ୍ଗର କଂଗ୍ରେସ ଅଧ୍ୟକ୍ଷ ସୋମେନ ମିତ୍ରା ଆଜି ଇସ୍ତଫା ଦେଇଛନ୍ତି । ଏହା ପୂର୍ବରୁ କଂଗ୍ରେସ ମହାସଚିବ ଜ୍ୟୋତିରାଦିତ୍ୟ ସିନ୍ଧିଆ ସମେତ କେତେ ଜଣ ନେତା ନିଜ ପଦବୀରୁ ଇସ୍ତଫା ଦେଇ ସାରିଛନ୍ତି ଚଳିତ ଲୋକସଭାରେ କଂଗ୍ରେସର ବିଫଳତା ପରେ ଏହି ପରାଜୟ ପାଇଁ ସମେସ୍ତ ନିଜ ନିଜକୁ ଦାୟୀ କରି ଇସ୍ତଫା ଦେଉଛନ୍ତି । କଂଗ୍ରେସର କାନୁନ୍ ଓ ଆଇଟିସେଲ୍ର ଚେୟାରମ୍ୟାନ୍ ବିବେକ ତନ୍ଖା ମଧ୍ୟ ନିଜ ପଦବୀରୁ ଇସ୍ତଫା ଦେଇଛନ୍ତି । ସେହିପରି ଦିଲ୍ଲୀ, ମଧ୍ୟପ୍ରଦେଶ, ହରିୟାଣାର ଅନ୍ୟ ନେତାମାନେ ମଧ୍ୟ ନିଜ ପଦବୀରୁ ଇସ୍ତଫା ଦେଇଛନ୍ତି ।
ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଚଳିତ ବିଶ୍ବକପ୍ର ପ୍ରଥମ ସେମି ଫାଇନାଲ୍ ଅନୁଷ୍ଠିତ ହେବାକୁ ଯାଉଛି । ଏହି ମ୍ୟାଚ୍ରେ ଟସ୍ ଜିତି ନ୍ୟୁଜିଲ୍ୟାଣ୍ଡ ପ୍ରଥମେ ବ୍ୟାଟିଂ କରିବାର ନିଷ୍ପତ୍ତି ନେଇଛି । ସେମି ଫାଇନାଲ୍ ମ୍ୟାଚ୍ର ଚାପରୁ ବର୍ତ୍ତିବା ପାଇଁ ପ୍ରଥମେ ବ୍ୟାଟିଂ କରିବାର ନିଷ୍ପତ୍ତି ନେଇଛନ୍ତି ନ୍ୟୁଜିଲ୍ୟାଣ୍ଡ ଅଧିନାୟକ କେନ୍ ଓ୍ବିଲିୟମ୍ସନ୍ । 300ରୁ ଅଧିକ ରନ୍ ବିଜୟ ନିମନ୍ତେ ଯଥେଷ୍ଟ ହେବ ବୋଲି ଓ୍ବିଲିୟମ୍ସନ୍ ପ୍ରକାଶ କରିଛନ୍ତି । ଭାରତ ଏହି ମ୍ୟାଚ୍ରେ ନିଜର ପୁରୁଣା ଏକାଦଶ ଖେଳାଉଛି । ଆଶ୍ଚର୍ଯ୍ୟଜନକ ଭାବରେ 4ଟି ମ୍ୟାଚ୍ରୁ 14 ଓ୍ବିକେଟ୍ ଅକ୍ତିଆର କରିଥିବା ସାମିଙ୍କୁ ଏହି ମ୍ୟାଚ୍ରୁ ବାଦ ଦିଆଯିବା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।
ପୁରୀରେ ବସ୍ ଭିତରେ ନାବାଳିକାଙ୍କୁ ଦୁଷ୍କର୍ମ ଘଟଣାକୁ ନେଇ ତଦନ୍ତ ଚାଲିଛି । ରିପୋର୍ଟ ଆସିଲେ କାର୍ଯ୍ୟନୁଷ୍ଠାନ ହେବ ବୋଲି କହିଛନ୍ତି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା । ଏହି ଘଟଣାରେ ଆରଟିଓ ପୋଲିସକୁ ତଦନ୍ତରେ ସହଯୋଗ କରୁଛନ୍ତି । ବସ୍ରେ ଯାତ୍ରା କରୁଥିବା ଜଣେ ଆଦିବାସୀ ନାବାଳିକକୁ ବଳାତ୍କାର କରାଯାଇଛି । ଅଭିଯୁକ୍ତ ଜଣକ ବସ୍ର ହେଲ୍ପର ବୋଲି ଅଭିଯୋଗ ହୋଇଛି । ତେବେ ରଥଯାତ୍ରାରେ କଡ଼ା ସୁରକ୍ଷା ବ୍ୟବସ୍ଥା ଥିବାବେଳେ ଏଭଳି ଏକ ଅଭାବନୀୟ ଘଟଣା କିପରି ଘଟିଲା ବୋଲି ସାଧାରଣରେ ପ୍ରଶ୍ନ ଉଠିଛି ।
ଭ୍ରଷ୍ଟାଚାର ବିରୋଧରେ ପୁଣିଥରେ ଆକ୍ସନ୍ ମୁଡରେ ସିବିଆଇ । ସିବିଆଇ ଆଜି ଦେଶବ୍ୟାପୀ ଚଢ଼ାଉ କରିଛି। ଓଡ଼ିଶା ସମେତ ପ୍ରାୟ ୧୯ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ୧୧୦ଟି ସ୍ଥାନରେ ଚଢ଼ାଉ କରାଯାଉଛି । ଦୁର୍ନୀତି, ଭ୍ରଷ୍ଟାଚାର ଓ ହେରଫେର ଭଳି ୩୦ଟି ଭିନ୍ନ ଭିନ୍ନ ମାମଲା ନେଇ ସିବିଆଇ ଚଢାଉ କରିଛି । କେନ୍ଦ୍ରସରକାର ଭ୍ରଷ୍ଟାଚାର ବିରୋଧରେ ଜିରୋ ଟଲରେନ୍ସ ନୀତି ଆପଣାଇଛନ୍ତି । ସିବିଆଇ ନିକଟରେ କମ୍ପାନୀ, ଫାର୍ମ, ପ୍ରମୋଟର୍ସ, ଡାଇରେକ୍ଟର୍, ବ୍ୟାଙ୍କ ଓ ଅଧିକାରୀଙ୍କ ବିରୋଧରେ ପ୍ରାୟ ୩୦ ନୂଆ ମାମଲା ରୁଜୁ ହୋଇଛି । ମୁମ୍ବାଇ, ଦିଲ୍ଲୀ, ଏନ୍ସିଆର୍, ପଞ୍ଜାବ, ହରିୟାଣା ଓ ଉତ୍ତର ପ୍ରଦେଶରେ ଚଢ଼ାଉ ଚାଲିଛି । ମୋଦି ସରକାର ଦ୍ୱିତୀୟ ଥର ଶାସନକୁ ଆସିବା ପରେ ଭ୍ରଷ୍ଟାଚାରଙ୍କ ବିରୋଧରେ ବଡ଼ କାର୍ଯ୍ୟାନୁଷ୍ଠାନ ନିଆଯାଉଛି ।
ନିଜର ଜନୈକ କର୍ମଚାରୀଙ୍କୁ ହତ୍ୟା କରିଥିବା ସର୍ବଣା ଭବନ ହୋଟେଲ ଚେନ୍ର ମାଲିକ ପି ରାଜଗୋପାଳଙ୍କ ମାମଲାରେ ହସ୍ତକ୍ଷେପ ପାଇଁ ମନା କରିଛନ୍ତି ସୁପ୍ରିମ୍କୋର୍ଟ । 18 ବର୍ଷ ପୂର୍ବର ନିଜର ଜନୈକ କର୍ମଚାରୀଙ୍କୁ ହତ୍ୟା କରିଥିବା ବେଳେ ମାର୍ଚ୍ଚ 2019ରେ ସୁପ୍ରିମ୍କୋର୍ଟ ଏହି ମାମଲାର ରାୟ ପ୍ରକାଶ କରିଥିଲେ । ସ୍ବାସ୍ଥ୍ୟଗତ କାରଣରୁ ଡାକ୍ତରଖାନାରେ ରହିଥିବା ରାଜଗୋପାଳଙ୍କୁ ଜୁଲାଇ 7 ସୁଦ୍ଧା ଆତ୍ମସମର୍ପଣ ପାଇଁ ସୁପ୍ରିମ୍କୋର୍ଟ ନିର୍ଦ୍ଦେଶ ଦେଇଥିଲେ । ମାତ୍ର ମଙ୍ଗଳବାର ରାଜଗୋପାଳଙ୍କ ଓକିଲ କପିଲ ଶିବଲ ପୁନର୍ବାର ଆବେଦନ କରିଥିଲେ । ରାଜଗୋପାଳଙ୍କୁ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସା ନିମନ୍ତେ ଶିବଲ ଆବେଦନ କରିଥିଲେ । କୋର୍ଟ ଏହି ଆବେଦନ ଉପରେ ଅସନ୍ତୋଷ ପ୍ରକାଶ କରିବା ସହିତ ପୂର୍ବରୁ କାହିଁକି ଏହା ଆବେଦନରେ ଦର୍ଶାଯାଇନଥିଲା ବୋଲି ପ୍ରଶ୍ନ କରିଥିଲେ । ଆସନ୍ତା ଶୁଣାଣି ପୂର୍ବରୁ ରାଜଗୋପାଳ ଆତ୍ମସମର୍ପଣ କରିବା ଉଚିତ୍ ଏବଂ କୋର୍ଟ ଏଥିରେ ହସ୍ତକ୍ଷେପ କରିବେ…
‘ମଖନା’ ଗୀତକୁ ନେଇ ହନି ସିଂହଙ୍କ ବିରୋଧରେ ମାମଲା ରୁଜୁ। ବଲିଉଡ଼୍ର ବିଖ୍ୟାତ ପଞ୍ଜାବୀ ଗାୟକ ୟୋ ୟୋ ହନି ସିଂଙ୍କ ପିଛା ଛାଡ଼ୁନି ବିବାଦ। ଏବେ ପୁଣି ତାଙ୍କ ନାଁରେ ଏକ ମାମଲା ରୁଜୁ ହୋଇଛି। ହନିଙ୍କ ଗୀତ ‘ମଖନା’ରେ ମହିଳାଙ୍କୁ ନେଇ ବିବାଦୀୟ ଶବ୍ଦ ବ୍ୟବହାର କରିବା ବିରୋଧରେ ମାମଲା ରୁଜୁ ହୋଇଛି। ପଞ୍ଜାବ ରାଜ୍ୟ ମହିଳା କମିଶନ ଏହି ଅଭିଯୋଗ କରିଛି। ରାଜ୍ୟ ମହିଳା ଆୟୋଗର ଅଧ୍ୟକ୍ଷା ମନୀଷା ଗୁଲାଟୀଙ୍କ କହିବା ମୁତାବକ, ମଖନା ଗୀତରେ ହନି ସିଂହ ନିଜକୁ ‘ୱମେନାଇଜର’ କହିଥିବାବେଳେ ମହିଳାଙ୍କ ଚରିତ୍ରକୁ ନେଇ ଆପତ୍ତିଜନକ ଟିପ୍ପଣୀ ଦେଇଛନ୍ତି। ଏଥିପାଇଁ ତାଙ୍କୁ କାରଣ ଦର୍ଶାଅ ପାଇଁ ଦାବି କରାଯାଇଛି। ମହିଳା ଆୟୋଗର ଅଭିଯୋଗ ଅନୁଯାୟୀ ହନି ଓ ଭୂଷଣ କୁମାରଙ୍କ ବିରୋଧରେ ମୋହାଲୀର ମଟୌର ଥାନାରେ ମାମଲା ରୁଜୁ ହୋଇଛି। ଉଭୟଙ୍କ ଉପରେ ୨୯୪ (ଗୀତ ମାଧ୍ୟମରେ ଅଶ୍ଳୀଳତା ପ୍ରଦର୍ଶନ) ଏବଂ ୫୦୬ (ଧମକାଇବା)…
ତେଲେଙ୍ଗାନା ରାଷ୍ଟ୍ରୀୟ ସମିତିର ଜନୈକ ନେତାଙ୍କୁ ମାଓବାଦୀ ମାନେ ଅପହରଣ କରିଥିବା ନେଇ ଅଭିଯୋଗ ହୋଇଛି। କୋଥୁର ଜିଲ୍ଲାର ପୂର୍ବତନ ମଣ୍ଡଳ ପରିଷଦ ସଭାପତିଙ୍କୁ ମାଓବାଦୀ ମାନେ ଅପହରଣ କରି ନେଇଛନ୍ତି। ସୋମବାର ବିଳମ୍ବିତ ରାତ୍ରିରେ ଭଦ୍ରାଚଳମର ଚାର୍ଲା ମଣ୍ଡଳ ଜଙ୍ଗଲରେ ଏହି ଅପହରଣ ଅନୁଷ୍ଠିତ ହୋଇଥିଲା। ଏନ୍ ଶ୍ରୀନିବାସ ରାଓ ନିଜ ଘରେ ରହିଥିବା ବେଳେ ତାଙ୍କୁ ମାଓବାଦୀ ମାନେ ଅପହରଣ କରି ନେଇଥିଲେ। ସ୍ଥାନୀୟ ଅଞ୍ଚଳରେ ରହିଥିବା ଜମିଜମା ମାମଲାକୁ ନେଇ ଏହି ଅପହରଣ କରାଯାଇଥିବା ଜଣାପଡିଛି। ଏହି ଘଟଣା ପରେ ପୋଲିସ୍ ପକ୍ଷରୁ ଏକ ସର୍ଚ୍ଚ ଅପରେସନ୍ କରାଯାଇଛି।
ବଜେଟ୍ର ଗୋଟିଏ ଦିନ ପରେ ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟରେ ବୃଦ୍ଧି ଘଟିଥିବା ବେଳେ ଆଜି ଏଥିରେ ହ୍ରାସ ଘଟିଛି । ଇଣ୍ଡିଆନ ଅଏଲର ତଥ୍ୟାନୁସାରେ, ଦିଲ୍ଲୀରେ ଆଜି ପେଟ୍ରୋଲ ଦର ୭୨.୯୦ ଥିବା ବେଳେ ଡିଜେଲ ୬୬.୪୯ଟଙ୍କା ରହିଛି। ସେହିପରି ମୁମ୍ବାଇରେ ପେଟ୍ରୋଲ ଦର ୭୮.୫୨ଟଙ୍କା, ଜିଜେଲ ୬୯.୬୯ ଟଙ୍କା, କୋଲକାତାରେ ପେଟ୍ରୋଲ ୭୫.୧୨ ଓ ଡିଜେଲ ୬୮.୪୮ ଟଙ୍କା ରହିଛି। ଦେଶର ତୈଳ ମାର୍କେଟିଂ କମ୍ପାନୀ ଏଚପିସିଏଲ, ବିପିସିଏଲ, ଆଇଓସି ପ୍ରତିଦିନ ପେଟ୍ରୋଲ, ଡିଜେଲ ମୂଲ୍ୟର ସମୀକ୍ଷା କରିଥାନ୍ତି। ନୂତନ ଦର ସକାଳ ୬ଟାରୁ ଲାଗୁ ହୋଇଥାଏ। ୧୫ ଦିନର ଦରକୁ ଦେଖି ତୈଳ ଦର ନିରୂପଣ କରାଯାଇଥାଏ। ଏହା ବ୍ୟତୀତ ଟଙ୍କା ଏବଂ ଡଲାରର ବିନିମୟ ଦର ମଧ୍ୟ ତୈଳ ଦରକୁ ପ୍ରଭାବିତ କରିଥାଏ।
ସୁରକ୍ଷା ବଳଙ୍କ ସହିତ ଏନ୍କାଉଣ୍ଟରରେ ଜଣେ ମହିଳା ନକ୍ସଲ ନିହତ ହୋଇଛନ୍ତି। ମଙ୍ଗଳବାର ସକାଳୁ ସୁରକ୍ଷାବଳଙ୍କ ସହିତ ସଙ୍ଗଠିତ ହୋଇଥିବା ଏହି ଏନ୍କାଉଣ୍ଟର ଦବାଂକୋଟା ଜଙ୍ଗଲରେ ଅନୁଷ୍ଠିତ ହୋଇଥିଲା। ସୁରକ୍ଷା ବଳ ଏବଂ ପୋଲିସର ମିଳିତ ସର୍ଚ୍ଚ ଅପରେସନ୍ ସକାଳ ୬ଟାରେ କରାଯାଇଥିଲା ଏବଂ ଏହି ଏନ୍କାଉଣ୍ଟର ସଙ୍ଗଠିତ ହୋଇଥିଲା ବୋଲି ପି ସୁନ୍ଦରାଜ କହିଛନ୍ତି। ରାୟପୁରରୁ ୫୦୦ କିମି ଦୂରରେ ଅବସ୍ଥାପିତ ଦବାଙ୍କୋଟା ଗ୍ରାମରେ ସଙ୍ଗଠିତ ଏହି ଏନ୍କାଉଣ୍ଟରରେ ଜଣେ ମହିଳା ନକ୍ସଲ ନିହତ ହୋଇଛନ୍ତି। ଉଭୟ ପକ୍ଷଙ୍କ ମଧ୍ୟରେ ଘଟଣାସ୍ଥଳରୁ ନକ୍ସଲମାନେ ଫେରାର ହୋଇଯାଇଥିବା ଜଣା ପଡିଛି। ଘଟଣାସ୍ଥଳରୁ ଏକାଧିକ ବ୍ୟକ୍ତିଙ୍କ ରକ୍ତନମୁନା ମିଳିଥିବା ନେଇ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି।
ଓ୍ବିମ୍ବିଲଡନ୍ରେ ଅଭ୍ୟାସ ପିଚ୍ ଖରାପ କରିବା ମାମଲାରେ ପୂର୍ବତନ ଚାମ୍ପିୟନ୍ ସେରେନା ଓ୍ବିଲିୟମ୍ସଙ୍କୁ ୧୦ ହଜାର ଡଲାର ଅର୍ଥରାଶିରେ ଦଣ୍ଡିତ କରାଯାଇଛି। ଓ୍ବିମ୍ବିଲଡନ୍ର କ୍ବାର୍ଟର ଫାଇନାଲ୍ରେ ପହଞ୍ଚି ସାରିଥିବା ବେଳେ ସୋମବାର କାର୍ଲା ସୁଆରେଜ୍ଙ୍କୁ ପରାସ୍ତ କରି କ୍ବାର୍ଟରରେ ପହଞ୍ଚିଛନ୍ତି ସେରେନା। ଇଟାଲୀର ଫାବିଓ ଫୋଗନିନିଙ୍କୁ ୩ ହଜାର ଡଲାରର ଅର୍ଥ ଦଣ୍ଡାଦେଶ ପ୍ରଦାନ କରାଯାଇଛି। ତୃତୀୟ ରାଉଣ୍ଡ ପରାଜୟ ପରେ ଓ୍ବିମ୍ବିଲଡନ୍ରେ ବୋମା ପଡିଯିବା ଦରକାର ବୋଲି କହିଥିବାରୁ ଏହି ଦଣ୍ଡାଦେଶ କରାଯାଇଛି। ଅଷ୍ଟ୍ରେଲିଆର ନିକ୍ କିର୍ଗିଓସ୍ଙ୍କ ଉପରେ ଦୁଇଟି ଅର୍ଥ ଦଣ୍ଡ ଲଗା ହୋଇଛି। ପ୍ରଥମ ରାଉଣ୍ଡରେ ନିକ୍ଙ୍କୁ ୩ ହଜାର ଡଲାରର ଅର୍ଥଦଣ୍ଡ ପ୍ରଦାନ କରାଯାଇଥିବା ବେଳେ ଦ୍ବିତୀୟ ରାଉଣ୍ଡ ପାଇଁ ୫ ହଜାର ଡଲାର ପ୍ରଦାନ କରାଯିବ। ଅଣ ଖେଳୁଆଡ ମନୋଭାବ ପାଇଁ ଏହି ଦଣ୍ଡାଦେଶ ପ୍ରଦାନ କରାଯାଇଛି। ଦ୍ବିତୀୟ ରାଉଣ୍ଡରେ କିର୍ଗିଓସ୍ ନାଦାଲଙ୍କ ନିକଟରୁ ୪ଟି ସେଟ୍ରେ ପରାସ୍ତ ହୋଇଥିଲେ।
ମହାରାଷ୍ଟ୍ର ନବନିର୍ମାଣ ସେନାର ଅଧ୍ୟକ୍ଷ ରାଜ୍ ଠାକ୍ରେ ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପୂର୍ବରୁ ୟୁପିଏ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ଭେଟିଛନ୍ତି। ଏହି ବୈଠକ ପରେ ଉଭୟ ଦଳଙ୍କ ମଧ୍ୟରେ ମେଣ୍ଟ ହେବାର ସମ୍ଭାବନା ସୃଷ୍ଟି ହୋଇଛି। ଉଭୟ ନେତାଙ୍କ ମଧ୍ୟରେ ବୈଠକ ସୋନିଆଙ୍କ ବାସଭବନରେ ଅନୁଷ୍ଠିତ ହୋଇଥିଲା। ମୁଖ୍ୟ ନିର୍ବାଚନ କମିଶନର ସୁନୀଲ ଅରୋରାଙ୍କୁ ଭେଟିବାକୁ ଦିଲ୍ଲୀ ଆସିଥିବା ଠାକ୍ରେ ଏକ ସଙ୍ଗରେ ସୋନିଆଙ୍କୁ ଭେଟିଛନ୍ତି। ନିର୍ବାଚନରେ ଇଭିଏମ୍ ପରିବର୍ତ୍ତେ ବାଲାଟ୍ ପେପରର ବ୍ୟହାର ନେଇ ଅରୋରାଙ୍କୁ ଭେଟି ଦାବି ଜଣାଇଥିଲେ। ଚଳିତ ଲୋକସଭା ନିର୍ବାଚନରେ ମହାରାଷ୍ଟ୍ର ନବ ନିର୍ମାଣ ସେନା ପ୍ରତିଦ୍ବନ୍ଦିତା କରି ନଥିବା ବେଳେ କଂଗ୍ରେସ ଏନ୍ସିପି ସହିତ ମେଣ୍ଟ କରିଥିଲା। ଏହି ମେଣ୍ଟ ବିଫଳ ହୋଇଥିବା ବେଳେ କଂଗ୍ରେସ ଏବଂ ଏମ୍ଏନ୍ଏସ୍ର ନୂତନ ସମୀକରଣ ଦେଖିବାକୁ ମିଳିପାରେ ବୋଲି କୁହାଯାଉଛି।
ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ବିଶ୍ୱକପର ପ୍ରଥମ ସେମିଫାଇନାଲ ମଙ୍ଗଳବାର ଖେଳାଯିବ । ମଂଚେଷ୍ଟରସ୍ଥିତ ଓଲ୍ଡ ଟ୍ରାଫେଡ ଷ୍ଟାଡିୟମରେ ଭାରତୀୟ ସମୟ ଅନୁସାରେ ଅପରାହ୍ଣ 3ଟାରେ ଏହି ମ୍ୟାଚ ଖେଳିବ । ବହୁ ପ୍ରତୀକ୍ଷିତ ଏହି ମ୍ୟାଚ ପାଇଁ ଭାରତ ଓ ନ୍ୟୁଜିଲାଣ୍ଡ ଟିମ ଅପେକ୍ଷା ଉଭୟ ଦେଶର ପ୍ରଶଂସକମାନେ ଅଧିକ ଉତ୍ସାହିତ ଅଛନ୍ତି । ବର୍ତ୍ତମାନ ପର୍ଯ୍ୟନ୍ତ ଖେଳାଯାଇଥିବା ଚଳିତ ବିଶ୍ୱକପରେ ଟିମ ଇଣ୍ଡିଆ ନିଜକୁ ଶକ୍ତିଶାଳୀ ଟିମ ବୋଲି ପରିଚୟ ଦେଇ ସାରିଛି । ଭାରତୀୟ ଟିମ 9ଟି ମ୍ୟାଚ ଖେଳି 7ଟିରେ ବିଜୟ ହାସଲ କରିଥିବା ବେଳେ କେବଳ ଇଂଲଣ୍ଡ ଠାରୁ ପରାସ୍ତ ହୋଇଛି । ନ୍ୟୁଜିଲାଣ୍ଡ ବିପକ୍ଷରେ ଭାରତର ମ୍ୟାଚ ବର୍ଷା ଯୋଗୁଁ ବାତିଲ ହୋଇଥିଲା । ଏଯାଏଁ ଭାରତ ଦକ୍ଷିଣଆଫ୍ରିକା, ଅଷ୍ଟ୍ରେଲିଆ, ପାକିସ୍ତାନ, ୱେଷ୍ଟଇଣ୍ଡିଜ, ବାଂଲାଦେଶ, ଶ୍ରୀଲଙ୍କା ଓ ଆଫଗାନିସ୍ତାନକୁ ପରାସ୍ତ କରିଛି । ଅଙ୍କ ତାଲିକାରେ 15 ପଏଣ୍ଟ ହାସଲ କରି ପ୍ରଥମ…
ପୁରୀରେ ବିଶ୍ୱ ପ୍ରସିଦ୍ଧ ରଥ ଯାତ୍ରା ଚାଲିଥିବାବେଳେ ଏକ ଲଜ୍ଜା ଜନକ ଘଟଣା ଘଟିଯାଇଛି। ବସ୍ରେ ଯାତ୍ରା କରୁଥିବା ଜଣେ ଆଦିବାସୀ ନାବାଳିକକୁ ବଳାତ୍କାର କରାଯାଇଛି। ଅଭିଯୁକ୍ତ ଜଣକ ବସ୍ର ହେଲ୍ପର ବୋଲି ଅଭିଯୋଗ ହୋଇଛି। ଆଦିବାସୀ ନାବାଳିକା ଜଣକ କେନ୍ଦୁଝରରୁ ପୁରୀକୁ ମହାପ୍ରଭୁଙ୍କ ରଥଯାତ୍ରା ଦେଖିବାକୁ ଆସିଥିଲା। ବସ୍ ଷ୍ଟାଣ୍ଡ୍ରେ ଥିବାବେଳେ ବସ୍ର ଜଣେ ହେଲପର୍ ତାଙ୍କୁ ବଳାତ୍କାର କରିଛନ୍ତି। ଶରଧାବାଲି ନିକଟରେ ନାବାଳିକାଟି କାନ୍ଦୁଥିବା ଦେଖି କୁମ୍ଭାରପଡ଼ା ପୋଲିସ ଘଟଣା ସ୍ଥଳରେ ପହଁଚିଥିଲା। ପିସିଆର୍ ଭ୍ୟାନ୍ ଘଟଣା ସ୍ଥଳରେ ପହଞ୍ଚି ନାବାଳିକାକୁ ଉଦ୍ଧାର କରି ଥାନାକୁ ଚଲାଇ ଚଲାଇ ନେଇଥିବା ଜଣାପଡ଼ିଛି। ଏ ନେଇ ଥାନାରେ କୌଣସି ଅଭିଯୋଗ ହୋଇ ନ ଥିଲେ ମଧ୍ୟ ପୋଲିସ ତଦନ୍ତ ଆରମ୍ଭ କରିଛି।
କେଦାର ମିଶ୍ର କର୍ଣ୍ଣାଟକରେ ଯେଉଁ ସରକାର ୨୩, ମଇ, ୨୦୧୮ ରେ ଶପଥ ଗ୍ରହଣ କଲା, ପ୍ରଥମ ଦିନରୁ ହିଁ ସେ ସରକାର ଭେଣ୍ଟିଲଟରରେ ରହି ଆସିଛି। ପ୍ରଥମ ଓ ଦ୍ଵିତୀୟ ବୃହତ୍ତମ ଦଳ ସେଠି ସରକାର ଗଠନର ସୁଯୋଗ ପାଇଲେ ନାହିଁ। କାରଣ ତୃତୀୟ ପକ୍ଷ ପାଖରେ ଥିବା ସଂଖ୍ୟା ହିଁ ନିର୍ଣ୍ଣାୟକ ସାବ୍ୟସ୍ତ ହେଲା। ୨୨୫ ସଂଖ୍ୟା ବିଶିଷ୍ଟ କର୍ଣ୍ଣାଟକ ବିଧାନସଭାର ନିର୍ବାଚନ ଫଳାଫଳରେ କୌଣସି ଦଳକୁ ପୂର୍ଣ୍ଣ ବହୁମତ ମିଳି ନଥିଲା। ଏହାର ପରିଣତି ସ୍ୱରୂପ ମାତ୍ର ୩୭ ଆସନ ପାଇଥିବା ଧର୍ମ ନିରପେକ୍ଷ ଜନତା ଦଳର ନେତା ଏଚ.ଡି.କୁମାରସ୍ଵାମୀ କଂଗ୍ରେସର ୭୯ ବିଧାୟକଙ୍କ ସମର୍ଥନରେ ମୁଖ୍ୟମନ୍ତ୍ରୀ ହେଲେ। ୭୯+୩୭=୧୧୬ ଆସନକୁ ନେଇ ସରକାର ଗଢିବାରେ କିଛି ଅସୁବିଧା ନଥିଲା। ହେଲେ ଅଳ୍ପ ବହୁମତର ସରକାରକୁ ଅସ୍ଥିର କରି ନିଜ ନିଜ କ୍ଷମତା ଦଖଲର ଷଡଯନ୍ତ୍ର ଏ ପ୍ରକାର ପୃଷ୍ଠଭୂମିରେ ପ୍ରଶସ୍ତ ହୋଇଯାଏ। ଯଦିଓ ଦଳ ବଦଳ…
ସମୀକ୍ଷା ବ୍ୟୁରୋ ଏଣିକ ପଦ୍ମଶ୍ରୀ ପୁରସ୍କାର ପାଇଥିବା ଅବହେଳିତ ବ୍ୟକ୍ତିମାନଙ୍କୁ ମାସିକ ୧୦ ହଜାର ଟଙ୍କା ପ୍ରଦାନ କରାଯିବ। ସଂସ୍କୃତି ବିଭାଗ ତରଫରୁ ଆସିଥିବା ସୁପାରିଶକୁ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ କରିଛନ୍ତି। ନିକଟରେ ପଦ୍ମଶ୍ରୀ ପୁରସ୍କାର ପ୍ରାପ୍ତ ବ୍ୟକ୍ତିମାନେ ଦୟନୀୟ ଜୀବନ ବିତାଉଛନ୍ତି ବୋଲି ଗଣମାଧ୍ୟମରେ ଚର୍ଚ୍ଚା ହୋଇଥିଲା। ସେମାନଙ୍କ ମଧ୍ୟରେ ଜଳପୁରୁଷ ଦଇତାରି ନାୟକ,କମଳା ପୂଜାରୀ,ଜିତେନ୍ଦ୍ରୀୟ ହରିପାଲ ପ୍ରମୁଖ ଦେଶର ସର୍ବୋଚ୍ଚ ବେସାମରିକ ପୁରସ୍କାର ପାଇଥିଲେ ମଧ୍ୟ ସେମାନଙ୍କ ଅବସ୍ଥା ଭଲ ନାହିଁ ବୋଲି କୁହାଯାଇଥିଲା। ଏହିପରି ଅନେକ ବ୍ୟକ୍ତି ଅଛନ୍ତି ଯେଉଁମାନେ ଏପରି ସମ୍ମାନ ହାସଲ କରିଥିଲେ ମଧ୍ୟ ସେମାନଙ୍କ ନିକଟରେ ବଞ୍ଚିବାର ସାମର୍ଥ୍ୟ ନାହିଁ। ଏହିପରି ଅଭିଯୋଗ ଆସିବା ପରେ ସଂସ୍କୃତି ବିଭାଗ ସେମାନଙ୍କୁ ସରକାରୀ ସାହାଯ୍ୟ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ଏକ ସୁପାରିଶ କରିଥିଲେ। ତାହାକୁ ଆଧାର କରି ମୁଖ୍ୟମନ୍ତ୍ରୀ ଏହାକୁ ଅନୁମୋଦନ କରିଛନ୍ତି। ତେବେ ଏହିପରି ବିଶେଷ ବ୍ୟକ୍ତିଙ୍କୁ ବାଛିବା ପାଇଁ…
ଶାହିଦ୍ କପୁର ଓ କିଆରା ଆଡ଼ଭାନୀଙ୍କ ଅଭିନୀତ ଫିଲ୍ମ ‘କବିର୍ ସିଂ’ ରେକର୍ଡ କରୁଛି । ମାତ୍ର ୧୩ ଦିନ ଭିତରେ ୨୦୦ କୋଟି କ୍ଲବ୍ରେ ପ୍ରବେଶ କରିସାରିବା ପରେ ଏବେ ବିଦେଶରେ ଜଲ୍ଓ୍ବା ଦେଖାଇବା ଆରମ୍ଭ କରିଛି । ଅଷ୍ଟ୍ରେଲିଆରେ ଭାରତୀୟ ଫିଲ୍ମ ଭାବେ ସବୁଠାରୁ ଅଧିକ ଆୟ କରିଥିବା ଫିଲ୍ମ ତାଲିକାର ଶୀର୍ଷରେ ପହଞ୍ଚିଛି ‘କବିର ସିଂ’। ‘କବିର ସିଂ’ ଅଷ୍ଟ୍ରେଲିଆରେ ‘ଉରି’, ‘ଗଲି ବୟ’, ‘ଭାରତ’ ସହ ଦକ୍ଷିଣ ଭାରତୀୟ ଫିଲ୍ମ ‘ପେଟା’ ଓ ‘ମହର୍ଷି’କୁ ମଧ୍ୟ ପଛରେ ପକାଇ ଦେଇଛି। ବହୁତ ଶୀଘ୍ର ଏହି ଫିଲ୍ମଟି ୩୦୦ କୋଟି କ୍ଲବ୍ରେ ପ୍ରବେଶ କରିବ ବୋଲି ସୂଚନା ରହିଛି । ଦକ୍ଷିଣ ଭାରତୀୟ ଫିଲ୍ମ ‘ଅର୍ଜୁନ୍ ରେଡ୍ଡି’ର ଏହା ହିନ୍ଦୀ ରିମେକ୍ ।
ଝାରସୁଗୁଡ଼ା ବେଦାନ୍ତ କାରଖାନା ଜିଏପି ପ୍ଲାଣ୍ଟରେ ନିଆଁ ଲାଗିବା ପରେ ଏନେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ସମଗ୍ର କାରଖାନା ସିଲ କରି ଅଗ୍ନି ନିରାପତ୍ତା ସୁରକ୍ଷା ଯାଂଚ ସହକାରୀ ନିର୍ଦ୍ଦେଶକ ନିର୍ଦ୍ଦେଶ ଦେଇଛନ୍ତି । ଆଜି ଜିଏପି ପ୍ଳାଣ୍ଟକୁ ଫ୍ୟାକ୍ଟ୍ରି ଓ ବଏଲର ବିଭାଗ ସହକାରୀ ନିର୍ଦ୍ଦେଶକ ସୁରକ୍ଷା ଯାଂଚ କରାଯିବା ପାଇଁ ସିଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ସିଲ ସହ ସମଗ୍ର କାରଖାନାରେ ଅଗ୍ନି ନିରାପତ୍ତା ସୁରକ୍ଷା ଯାଂଚ ହେବା ପରେ ରିପୋର୍ଟ ଆସିଲେ ସମୀକ୍ଷା କରାଯିବ । ଶନିବାର ଦିନ ଝାରସୁଗୁଡ଼ା ଝାରସୁଗୁଡ଼ାର ଆଲୁମିନିୟମ ଉତ୍ପାଦ କାରଖାନାରେ ଭୟାଭହ ଅଗ୍ନିକାଣ୍ଡ ଘଟିଥିଲା । ଏହି ଅଗ୍ନିକାଣ୍ଡରେ ୭ଜଣ ଆହତ ହୋଇଥିଲେ।
ନିର୍ବାଚନୀ ଅନିୟମିତତା ଅଭିଯୋଗ ନେଇ ରାଉରକେଲା ବିଧାୟକ ସାରଦା ନାୟକ ଓ ସାନଖେମୁଣ୍ଡି ବିଧାୟକ ରମେଶ ଜେନାଙ୍କ ନାଁରେ ମାମଲା ଦାୟର ହୋଇଛି। ସାରଦାଙ୍କ ନାଁରେ ପରାଜିତ ବିଜେପି ପ୍ରାର୍ଥୀ ନିହାର ରାୟ ମାମଲା ଦାୟର କରିଛନ୍ତି। ଅଫିସ୍ ଅଫ୍ ପ୍ରଫିଟ୍ ଓ ମିଥ୍ୟା ସତ୍ୟପାଠ ଅଭିଯୋଗରେ ଏହି ମାମଲା ରୁଜୁ ହୋଇଛି। ନିର୍ବାଚନ ଅସିଦ୍ଧ ସହ ନିହାରଙ୍କୁ ବିଜୟୀ ଘୋଷଣା ଲାଗି ଆବେଦନ ହୋଇଛି। ସେହିପରି ସାନଖେମୁଣ୍ଡି ବିଧାୟକ ରମେଶ ଜେନାଙ୍କ ନାଁରେ ନନ୍ଦିନୀ ଦେବୀ ମାମଲା କରିଛନ୍ତି। ରମେଶ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ ଅବମାନନା କରିଥିବା ଅଭିଯୋଗ ଆଣିଛନ୍ତି ନନ୍ଦିନୀ ଦେବୀ। ରାଉରକେଲାରେ ବିଜେଡିର ସାରଦା ନାୟକ ବିଜେପିର ନିହାର ରାୟଙ୍କ ଠାରୁ ୧୦,୪୬୦ ଭୋଟରେ ବିଜୟୀ ହୋଇଥିବା ବେଳେ ସାନଖେମୁଣ୍ଡିରୁ କଂଗ୍ରେସର ରମେଶ ଜେନା ବିଜେଡିର ନନ୍ଦିନୀ ଦେବୀଙ୍କୁ ୨୩, ୫୩୧ ଭୋଟ୍ରେ ପରାସ୍ତ କରିଥିଲେ।

