Author: Samikhsya Bureau

ସମୀକ୍ଷା ବ୍ୟୁରୋ ରଥଯାତ୍ରା ପୂର୍ବରୁ ଶ୍ରୀମନ୍ଦିର ଏକ ନୂଆ ରୂପରେ ଦେଖିବାକୁ ମିଳିଛି। ଶ୍ରୀମନ୍ଦିର ସାରା ପ୍ରଥମ ଥର ପାଇଁ ବିଭିନ୍ନ ଫୁଲରେ ସଜାଯାଇଛି।ତେବେ ଏହା ଶ୍ରୀମନ୍ଦିର ପ୍ରଶାସନ କରି ନାହିଁ। ନୂଆଦିଲ୍ଲୀର ପ୍ରତିଷ୍ଠିତ ଫୁଲ ବ୍ୟବସାୟୀ ତଥା ଜଗନ୍ନାଥ ଭକ୍ତ କେକେ ଶର୍ମା ମନ୍ଦିର ପ୍ରଶାସନର ଅନୁମତି ନେଇ ଏହି କାର୍ଯ୍ୟ କରିଛନ୍ତି। ଏଥିପାଇଁ ସଂପୂକ୍ତ ଭକ୍ତ ନୂଆଦିଲ୍ଲୀରୁ ପ୍ରାୟ 200 ଜଣ କାରୀଗର ଆଣି ଦୁଇଦିନ ଧରି କାମରେ ଲଗାଇଛନ୍ତି। ଆଜି ଅର୍ଥାତ ରଥଯାତ୍ରା ପୂର୍ବରୁ ଏହି କାର୍ଯ୍ୟ ସଂପୁର୍ଣ୍ଣ ହୋଇଛି। ଶ୍ରୀମନ୍ଦିରକୁ ଫୁଲରେ ସଜାଇବା ପାଇଁ ପ୍ରାୟ 30 ଟ୍ରିପ ଫୁଲ ଲାଗିଛି ବୋଲି କୁହାଯାଇଛି। ଯାହାର ଆନୁମାନିକ ମୂଲ୍ୟ ପ୍ରାୟ 20 ଲକ୍ଷ ଟଙ୍କା ହେବ। ଏହି ଫୁଲସଜାରେ ସେ ପ୍ରାୟ 50 ପ୍ରକାରର ଫୁଲ ବ୍ୟବହାର କରିଛନ୍ତି ବୋଲି କହିଛନ୍ତି। କେବଳ ଶ୍ରୀମନ୍ଦିର ନୁହେଁ ଗୁଣ୍ଡିଚା ମନ୍ଦିରକୁ ମଧ୍ୟ ଫୁଲରେ ସଜାଯାଇଛି। ଠାକୁର ଗୁଣ୍ଡିଚା…

Read More

ଚଳିତ ନିର୍ବାଚନରେ କଂଗ୍ରେସର ଶୋଚନୀୟ ଭାବେ ପରାଜୟ ବରଣ କରିବା ପରେ ତୃଣମୂଳ ଠାରୁ ସବୁ ସ୍ତରରେ କଂଗ୍ରେସର ସମୀକ୍ଷା ଚାଲିଛି। ଏଥିପାଇଁ କଂଗ୍ରେସର ଆମୂଳ ଚୂଳ ପରିବର୍ତ୍ତନ କରିବା ପାଇଁ ରାଜ୍ୟ କଂଗ୍ରେସ ପ୍ରଭାରୀ ଜିତେନ୍ଦ୍ର ସିଂ ସୂଚନା ଦେଇଛନ୍ତି। ଜିତେନ୍ଦ୍ର କହିଛନ୍ତି କି, ତୃଣମୂଳ ସ୍ତରରୁ ପୁଣି ଥରେ କଂଗ୍ରେସକୁ ମଜବୁତ କରିବା ପାଇଁ ଉଦ୍ୟମ କରାଯିବ। ଏଥିପାଇଁ ଆମୂଳଚୁଳ ପରିବର୍ତ୍ତନ ହେବ। ସଙ୍ଗଠନକୁ ସୁଦୃଢ କରିବା ପାଇଁ ନୂଆ ନୂଆ ଲୋକଙ୍କୁ ସୁଯୋଗ ଦିଆଯି । କଂଗ୍ରେସର ସାଙ୍ଗଠନିକ ସ୍ତରରେ ଖୁବ୍ ଶିଘ୍ର ପରିବର୍ତ୍ତନ କରାଯିବ। ବ୍ଲକ୍ ଜୋନ ସ୍ତରଠାରୁ ପିସିସି ପର୍ଯ୍ୟନ୍ତ ସବୁଠି ପରିବର୍ତନ ହେବ ବୋଲି ନିରଞ୍ଜନଙ୍କ ସହ ସାକ୍ଷାତ୍ କରିବା ପାଇଁ ଜିତେନ୍ଦ୍ର କହିଛନ୍ତି।

Read More

ମୋଦି ସରକାର ଭାରତୀୟ ଦଣ୍ଡ ସଂହିତା(ଆଇପିସି)ଅନ୍ତର୍ଗତ ଦେଶଦ୍ରୋହ ଆଇନକୁ ଉଚ୍ଛେଦ କରିବେ ନାହିଁ ବୋଲି ଘୋଷଣା କରିଛନ୍ତି। ଏନେଇ ରାଜ୍ୟସଭାରେ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ଲିଖିତ ଭାବେ ଉତ୍ତର ଉପସ୍ଥାପନ କରାଯାଇଛି। ଦେଶଦ୍ରୋହୀ, ଆତଙ୍କବାଦୀ ତଥା ବିଚ୍ଛିନ୍ନତାବାଦୀଙ୍କଠାରୁ ଦେଶକୁ ସୁରକ୍ଷିତ ରଖିବା ପାଇଁ ଏହି ଆଇନ ଅପରିହାର୍ଯ୍ୟ। କଂଗ୍ରେସ ପକ୍ଷରୁ ୨୦୧୯ ଲୋକସଭା ନିର୍ବାଚନରେ ଏହାର ଘୋଷଣା ପତ୍ରରେ ଦେଶଦ୍ରୋହ ଆଇନ ଉଚ୍ଛେଦ କରିବା ଲାଗ ପ୍ରତିଶ୍ରୁତି ଦିଆଯାଇଥିଲା। ଆଇପିସି ଧାରା ୧୨୪-କ ଅନ୍ତର୍ଗତ ବ୍ରିଟିଶ୍‌ ସମୟରୁ ପ୍ରଚଳିତ ଏହି ଆଇନର ଉଚ୍ଛେଦ କରାଯିବାର ଯୋଜନା ରହିଛି କି ନାହିଁ ପ୍ରଶ୍ନର ଉତ୍ତରରେ ସ୍ବରାଷ୍ଟ୍ର ରାଷ୍ଟ୍ର ମନ୍ତ୍ରୀ ନିତ୍ୟାନନ୍ଦ ରାୟ ଏହି ସୂଚନା ଦେଇଛନ୍ତି। ଭାରତୀୟ କାନୁନ ସଂହିତା (ଆଇପିସି)ର ଧାରା  ୧୨୪ଏରେ ଦେଶଦ୍ରୋହର ପରିଭାଷା ହେଉଛି, ଯଦି କୌଣସି ବ୍ୟକ୍ତି ସରକାର ବିରୋଧୀ ସାମଗ୍ରୀ ବିଷୟକୁ ଲେଖୁଛି ଅବା କହୁଛି କିମ୍ବା ଏହାକୁ ସମର୍ଥନ କରୁଛି, ସମ୍ପୃକ୍ତ ବ୍ୟକ୍ତି ଜଣକ…

Read More

କେନ୍ଦ୍ରର ମୋଦି ସରକାର ଦେଶର ତିନି ବିମାନବନ୍ଦରକୁ ଲିଜ୍‌ରେ ଦେବା ପ୍ରସ୍ତାବକୁ ମଂଜୁରୀ ଦେଇଛନ୍ତି। ବୁଧବାର ଦିନ ମୋଦି କ୍ୟାବିନେଟ୍‌ ବୈଠକ ଏନେଇ ନିଷ୍ପତ୍ତି ନିଆଯାଇଛି। ଅହମ୍ମଦାବାଦ, ଲକ୍ଷ୍ନୌ ଓ ମେଙ୍ଗଲୁର୍‌ ଏୟାର୍‌ପୋର୍ଟକୁ ଲିଜ୍‌ ଦେବା ପାଇ ନିଷ୍ପତ୍ତି ନେଇଛନ୍ତି। ଏବେ ଏହି ତିନି ଏୟାରପୋର୍ଟ, ଏୟାରପୋର୍ଟ ଅଥରିଟି ଅଫ୍‌ ଇଣ୍ଡିଆ ଅଧିକାରରେ ରହିଛି। ଆଜି କ୍ୟାବିନେଟ୍‌ ବୈଠକରେ ଧାନର ଏମ୍‌ଏସପି ମୂଲ୍ୟରେ ମଧ୍ୟ ବୃଦ୍ଧି। ଧାନ ସହିତ ଆଉ ୧୩ଟି ଶସ୍ୟର ଏମ୍‌ଏସପିରେ ମଧ୍ୟ ବୃଦ୍ଧି କରିବା ନେଇ ନିଷ୍ପତ୍ତି ନିଆଯାଇଛି।

Read More

କର୍ଣ୍ଣାଟକରେ ଏକ ସଡକ ଦୁର୍ଘଟଣାରେ ୧୨ ଜଣ ମୃତ ହୋଇଥିବାବେଳେ୨୦ରୁ ଉର୍ଦ୍ଧ୍ବ ଆହତ ହୋଇଛନ୍ତି । କର୍ଣ୍ଣାଟକର ଚିନ୍ତାମଣିଠାରେ ଏକ ଅଟୋ ରିକ୍ସା ଓ ବସ୍‌ ମଧ୍ୟରେ ଧକ୍କା ହୋଇ ଦୁର୍ଘଟଣା ଘଟିଛି । ଆହତଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ସ୍ଥାନୀୟ ପ୍ରଶାସନ ଓ ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାରକାର୍ଯ୍ୟ ଜାରି ରଖିଛି । ତେବେ ୨୦ଜଣ ଆହତଙ୍କ ମଧ୍ୟରେ କିଛି ଜଣ ଗଭୀର ଆହତ ହୋଇଥିବାର ସୂଚନା ମିଳିଛି ।

Read More

କଂଗ୍ରେସ ଅଧ୍ୟକ୍ଷ ପଦରୁ ଆନୁଷ୍ଠାନିକ ଭାବେ ରାହୁଲ୍‌ ଗାନ୍ଧି ଇସ୍ତଫା ଦେଇସାରିବା ପରେ ଏବେ କଂଗ୍ରେସର ନୂତନ ଅଧ୍ୟକ୍ଷକୁ ନେଇ ଚର୍ଚ୍ଚା ଚାଲିଛି । ତେବେ ମିଳିଥିବା ସୂଚନା ଅନୁସାରେ ଦଳର ମୋତିଲାଲ୍‌ ବୋରା ଦଳର ଅନ୍ତରୀଣ ଅଧ୍ୟକ୍ଷ ହୋଇପାରନ୍ତି । ଦଳର ସମ୍ବିଧାନ ଅନୁସାରେ ବରିଷ୍ଠତମ ମହାସଚିବ ହେବା କାରଣରୁ ମୋତିଲାଲ୍‌ ବୋରା ଅନ୍ତରୀଣ ଅଧ୍ୟକ୍ଷ ହୋଇପାରିବେ । କିନ୍ତୁ ଏପର୍ଯ୍ୟନ୍ତ ଏନେଇ କୌଣସି ଆନୁଷ୍ଠାନିକ ଘୋଷଣା କରାଯାଇନାହିଁ । ଦଳର ଅଧ୍ୟକ୍ଷ ଇସ୍ତଫା ଦେବା ପରେ ଦଳର ବରିଷ୍ଠ ମହାସଚିବ ଅସ୍ଥାୟୀ ରୂପେ ଦଳର ଅଧ୍ୟକ୍ଷ ପଦ ସମ୍ଭାଳିବେ । କଂଗ୍ରେସର ଦଳର କାର୍ଯ୍ୟକାରିଣୀ ସମିତି ଅନ୍ତରୀଣ ଅଧ୍ୟକ୍ଷ ଚୟନ କରେ ନାହିଁ । କଂଗ୍ରେସ ଦଳରେ ବେଶ୍‌ ବିଶ୍ବସ୍ତ ଭାବେ ମୋତିଲାଲ୍‌ ଜଣାଶୁଣା । କଂଗ୍ରେସର କୋଷାଧ୍ୟକ୍ଷ ସମ୍ଭାଳିଥିବାବେଳେ ବର୍ତ୍ତମାନ ଦଳର ମହାସଚିବ ରୂପେ କାର୍ଯ୍ୟରତ ।

Read More

ଖୁବଶୀଘ୍ର ସୁପ୍ରିମ୍‌କୋର୍ଟଙ୍କ ରାୟ ତଥା ନିର୍ଦ୍ଦେଶ ଇଂରାଜୀ ସମେତ ଅନ୍ୟ ୬ଟି ଆଞ୍ଚଳିକ ଭାଷାରେ ପ୍ରକାଶ ପାଇବ । ଆଜି ସୁପ୍ରିମକୋର୍ଟ ଏଭଳି ନିଷ୍ପତ୍ତି ନେଇଛନ୍ତି। ଚଳିତ ମାସ ଶେଷ ଭାଗରୁ ହିଁ ସୁପ୍ରିମକୋର୍ଟଙ୍କ ୱେବସାଇଟ୍‌ରେ ଓଡ଼ିଆ, ଅହମୀୟା(ଆସାମ), ହିନ୍ଦୀ, କନ୍ନଡ଼, ମରାଠୀ ଓ ତେଲୁଗୁ ଭାଷାରେ ଅନୁବାଦ ହୋଇ ଉପଲବ୍ଧ ହେବ। ଏବେ ସୁପ୍ରିମକୋର୍ଟଙ୍କ ୱେବସାଇଟ୍‌ରେ କେବଳ ଇଂରାଜୀ ଭାଷାରେ ବିଭିନ୍ନ ରାୟ ଓ ତଥ୍ୟ ପ୍ରକାଶ ପାଉଛି। ଅନେକ ସମୟରେ ଆବେଦନକାରୀମାନେ ଇଂରାଜୀ ଭାଷା ପଢ଼ିବା ଓ ବୁଝିବାରେ ଅସୁବିଧାର ସମ୍ମୁଖୀନ ହେଉଥିବା ସାମ୍ନାକୁ ଆସୁଥିଲା। ଏହି କାରଣ ପାଇଁ ଏକାଧିକ ରାଜ୍ୟରୁ ଇଂରାଜୀ ରାୟକୁ ଅନୁବାଦ କରି ପ୍ରକାଶ କରିବାକୁ ନିବେଦନ କରାଯାଇଥିଲା। ଏହି କାରଣ ପାଇଁ ସୁପ୍ରିମକୋର୍ଟ ଆଞ୍ଚଳିକ ଭାଷାରେ ରାୟ ପ୍ରକାଶ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଆଜି ପ୍ରଧାନ ବିଚାରପତି ଜଷ୍ଟିସ୍‌ ରଞ୍ଜନ ଗୋଗୋଇ ଅନୁବାଦ ପାଇଁ ଆବଶ୍ୟକ ସଫ୍ଟୱେରକୁ ଅନୁମତି ଦେଇଛନ୍ତି। ୨୦୧୭ରେ କୋଚିଠାରେ…

Read More

କେନ୍ଦ୍ର ବଜେଟ୍ ପୂର୍ବରୁ ମୋଦି ସରକାର କୃଷକମାନଙ୍କୁ ଏକ ଖୁସି ଖବର ଦେଇଛନ୍ତି। କେନ୍ଦ୍ର ସରକାର ଆଜି କ୍ୟାବିନେଟ୍‌ ବୈଠକରେ ଖରିଫ୍‌ ଫସଲର ସର୍ବନିମ୍ନ ସହାୟକ ମୂଲ୍ୟରେ (ଏମ୍‌ଏସ୍‌ପି) ବୃଦ୍ଧି କରିଛନ୍ତି। ସୋୟାବିନ୍‌, ହରଡ, ମୁଗ, ସୂର୍ଯ୍ୟମୁଖୀ ଆଦି ଶସ୍ୟରେ ମଧ୍ୟ ମୂଲ୍ୟ ବୃଦ୍ଧି କରାଯାଇଛି। ଏହାଦ୍ବାରା ଚାଷୀଙ୍କୁ ଫାଇଦା ମିଳିବ। ସୋୟାବିନର ଦାମ୍ ୩୧୧ କ୍ୱିଂଟାଲ ପ୍ରତି ବୃଦ୍ଧି ହୋଇଥିବା ବେଳେ ସୂର୍ଯ୍ୟମୂଖୀର ଦାମ୍ ୨୬୨ ଟଙ୍କା, ହରଡ ଡାଲି ୧୨୫ ଟଙ୍କା ବୃଦ୍ଧି ହୋଇଛି। ତେବେ ବହୁ ଦିନ ଧରି କୃଷକମାନଙ୍କ ଦାବୀକୁ ପୂରଣ କରାଯାଇଛି। ଏହା ପୂର୍ବରୁ କୃଷକଙ୍କ ଆୟ ବୃଦ୍ଧି କରି ୨୦୨୨ ପର୍ଯ୍ୟନ୍ତ ଦୁଇଗୁଣ କରିବାକୁ ଲକ୍ଷ୍ୟ ରଖି କେନ୍ଦ୍ର ସରକାର ଖରିଫ-ବିପଣନ ସିଜନ ୨୦୧୯-୨୦କୁ ଦୃଷ୍ଟିରେ ରଖି ଧାନର ନ୍ୟୁନତମ ସମର୍ଥନ ମୂଲ୍ୟ ୩.୩ରୁ ୩.୪ ପ୍ରତିଶତ ବୃଦ୍ଧି କରିଥିଲେ।

Read More

କଂଗ୍ରେସ ସଭାପତି ପଦରୁ ରାହୁଲ୍‌ ଗାନ୍ଧି ଇସ୍ତଫା ଦେଇଛନ୍ତି। ଚଳିତ ଲୋକସଭା ନିର୍ବାଚନର ଦଳର ପରାଜୟ ପରେ ବିଫଳତା ପାଇଁ ନିଜକୁ ଦାୟୀ କରି ଇସ୍ତଫା ଦେଇଛନ୍ତି ରାହୁଲ୍‌। ରାହୁଲ୍‌ ଗାନ୍ଧି ନିଜ ଇସ୍ତଫା ପତ୍ରକୁ ଟୁଇଟରରେ ପୋଷ୍ଟକରିଛନ୍ତି। ଦଳର ଅଭିବୃଦ୍ଧି ପାଇଁ ସମସ୍ତେ ଉତ୍ତରଦାୟୀ ରହିବେ ବୋଲି ରାହୁଲ୍‌ କହିଛନ୍ତି। କଂଗ୍ରେସର ଅଧ୍ୟକ୍ଷ ପଦରେ ରହିବା ତାଙ୍କ ପାଇଁ ଗର୍ବର ବିଷୟ ଥିଲା ବୋଲି କହିଛନ୍ତି ରାହୁଲ୍‌। ଲୋକସଭା ନିର୍ବାଚନରେ ଦଳର ପୁର୍ନସଂଗଠିତ ହେବା ନିତାନ୍ତ ଜରୁରୀ ବୋଲି କହିଛନ୍ତି ରାହୁଲ୍‌। ଦଳର ହାର ପାଇଁ ସାମୂହିକ ସ୍ତରରେ କଠିନ ନିଷ୍ପତ୍ତି ନେବାକୁ ପଡ଼ିବ। ଦଳର ନୂତନ ଅଧ୍ୟକ୍ଷ ପାଇଁ କଂଗ୍ରେସ ଦଳ ନିର୍ବାଚନ କରିବା ଦରକାର। ଦେଶ ଓ ଦଳ ପାଇଁ ଶେଷନିଃଶ୍ବାସ ଯାଏ ସେବା କରିବେ ବୋଲି କହିଛନ୍ତି ରାହୁଲ୍‌ ଗାନ୍ଧି।

Read More

ପାକିସ୍ତାନର ଲାହୋର ଅନ୍ତର୍ଜାତୀୟ ଏୟାରପୋର୍ଟରେ ଆଖିବୁଜା ଗୁଳିମାଡ଼ ହୋଇଛି। ଏଥିରେ ୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଆହତ ହୋଇଛି। ଏହି ଗୁଳିକାଣ୍ଡ ଯୋଗୁ ଏୟାରପୋର୍ଟରେ କିଛି ସମୟ ପାଇଁ ଭୟର ବାତାବରଣ ସୃଷ୍ଟି ହୋଇଥିଲା । ରନ୍‌ୱେରୁ ଏୟାରପୋର୍ଟକୁ ଆସୁଥିବା ବେଳେ ପୂର୍ବରୁ ଏଠାରେ ରହିଥିବା ଦୁଇ ଜଣ ବ୍ୟକ୍ତି ସେମାନଙ୍କ ଉପରକୁ ଗୁଳିମାଡ଼ କରିଥିଲେ। ଘଟଣା ସ୍ଥଳରେ ହିଁ ଉଭୟଙ୍କ ମୃତ୍ୟୁ ହୋଇଥିଲା। ଗୁଳିମାଡ଼ କରିଥିବା ଦୁଇ ବ୍ୟକ୍ତି ଅଶ୍ରଦ ଓ ଶାହାନଙ୍କୁ ଏୟାରପୋର୍ଟରେ ମୁତୟନ ଥିବା ସୁରକ୍ଷାକର୍ମୀ ଗିରଫ କରିଛନ୍ତି। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ସେମାନେ ଏଭଳି କରିଥିବା କହିଛନ୍ତି।।

Read More

ଲୋକସଭା ନିର୍ବାଚନର ପରିଣାମ ଆସିବା ପ୍ରାୟ ଏକମାସରୁ ଅଧିକ ହୋଇଗଲାଣି । ଏବେବି କଂଗ୍ରେସରେ ସଂକଟ ଟଳିନି । ପାର୍ଟିର ଅଧ୍ୟକ୍ଷ ରାହୁଲ୍‌ ଗାନ୍ଧି ଇସ୍ତଫା ଦେବା ପାଇଁ ଜିଦ୍‌ ଧରିଛନ୍ତି । ଏବଂ କଂଗ୍ରେସର ନୂଆ ଅଧ୍ୟକ୍ଷ ପାଇଁ ଦାବି କରୁଛନ୍ତି । ବୁଧବାର ଦିନ ରାହୁଲ୍‌ କହିଛନ୍ତି ଯେ, ସେ ପାର୍ଟିର ଅଧ୍ୟକ୍ଷ ହେବାକୁ ଚାହୁଁନାହାନ୍ତି, ତେଣୁ ଦଳ ଯେତେଶୀଘ୍ର ସମ୍ଭବ ଦଳର ନୂତନ ଅଧ୍ୟକ୍ଷଙ୍କୁ ଚୟନ କରିବା ଉଚିତ୍‌ । କଂଗ୍ରେସର ଆଗାମୀ ଅଧ୍ୟକ୍ଷ ବାଛିବା ପାଇଁ ତୁରନ୍ତ ନିର୍ବାଚନ ହେବା ଦରକାର ବୋଲି ରାହୁଲ୍‌ କହିଛନ୍ତି । ଯେକୌଣସି ପରିସ୍ଥିତିରେ ବି ରାହୁଲ୍‌ ଆଉ ଅଧ୍ୟକ୍ଷ ପଦରେ ରହିବାକୁ ଚାହୁଁନାହାନ୍ତି । ଦଳର ଅଧ୍ୟକ୍ଷ ଚୟନ କରିବା ବହୁତ ବିଳମ୍ବ ହେଲାଣି । ତେଣୁ ଦଳ ଖୁବ ଶୀଘ୍ର ଓ୍ବାର୍କିଂ କମିଟି ଡକାଇ ଏନେଇ ନିଷ୍ପତ୍ତି ନେଇ ଦଳର ନୂତନ ଅଧ୍ୟକ୍ଷକୁ ନିଯୁକ୍ତି କରିବାର ଆବଶ୍ୟକ…

Read More

କେନ୍ଦ୍ରରେ ମୋଦି ସରକାର ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପ୍ରସ୍ତାବକୁ ଅଗ୍ରାହ୍ୟ କରିଛନ୍ତି। ମମତା ବାନାର୍ଜୀ ପଶ୍ଚିମବଙ୍ଗର ନାମ ବଦଳାଇ କେବଳ ବଙ୍ଗଳା କରିବାକୁ କେନ୍ଦ୍ର ସରକାରଙ୍କୁ ପ୍ରସ୍ତାବ ଦେଇଥିଲେ। ଏହି ପ୍ରସ୍ତାବକୁ ଗୃହ ମନ୍ତ୍ରାଳୟ ଅସ୍ବୀକାର କରିଛି। ଗୃହମନ୍ତ୍ରାଳୟ ତରଫରୁ ସ୍ପଷ୍ଟ କହିଛନ୍ତି ଯେ, ପଶ୍ଚିମବଙ୍ଗର ନାମ ପରିବର୍ତ୍ତନ କରାଯିବନି। ବୁଧବାର ଏକ ପ୍ରଶ୍ନର ଉତ୍ତରରେ କେନ୍ଦ୍ରୀୟ ସ୍ବରାଷ୍ଟ୍ର ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ ରାଜ୍ୟସଭାରେ ଏସମ୍ପର୍କରେ ସୂଚନା ଦେଇଛନ୍ତି। ରାଜ୍ୟର ନାମ ପରିବର୍ତ୍ତନ ପାଇଁ ସମ୍ବିଧାନ ସଂଶୋଧନର ଆବଶ୍ୟକତା ରହିଥାଏ ବୋଲି ନିତ୍ୟାନନ୍ଦ କହିଛନ୍ତି। ପୂର୍ବରୁ ୨୦୧୧ରେ ମଧ୍ୟ ମମତା ବାନାର୍ଜୀ ସରକାର ରାଜ୍ୟର ନାମ ବଦଳାଇ ’ପଶ୍ଚିମ ବଙ୍ଗ’ ରଖିବାକୁ ପ୍ରସ୍ତାବ ଦେଇଥିଲେ। ସେହିସମୟରେ ମଧ୍ୟ ଏହି ପ୍ରସ୍ତାବ କେନ୍ଦ୍ର ସରକାରଙ୍କ ତରଫରୁ ଖାରଜ ହୋଇଥିଲା। ରାଜ୍ୟର ନାମ ପରିବର୍ତ୍ତନ ପ୍ରକିୟା ୨୦୧୬ରେ ଆରମ୍ଭ ହୋଇଥିଲା ବୋଲି ପଶ୍ଚିମବଙ୍ଗ ସହରୀ ବିକାଶ ମନ୍ତ୍ରୀ ଫିର୍‌ହାଦ୍‌ ହକିମ୍‌ କହିଛନ୍ତି।

Read More

ଆସନ୍ତା କାଲି ଅର୍ଥାତ୍‌ ଗୁରୁବାର ଦିନ ମହାପ୍ରଭୁଙ୍କର ବିଶ୍ବପ୍ରସିଦ୍ଧ ରଥଯାତ୍ରା। ଶ୍ରୀଜୀଉଙ୍କର ନବଦିନାତ୍ମକ ଯାତ୍ରା ପାଇଁ ସମସ୍ତ ପ୍ରସ୍ତୁତି ଏବେ ଚୂଡ଼ାନ୍ତ ପର୍ଯ୍ୟାୟରେ। ଆଜି ମହାପଭ୍ରୁଙ୍କ ପାଇଁ ପ୍ରସ୍ତୁତ ତିନି ରଥ ସିଂହଦ୍ବାର ଅଭିମୁଖେ କରାଯାଇଛି।  ଆଜି ମହାପ୍ରଭୁଙ୍କର ଉଭା ଯାତ୍ରା ଅନୁଷ୍ଠିତ ହୋଇଛି। ଏହି ପବିତ୍ର ତିଥିରେ ନିର୍ଦ୍ଧାରିତ ସମୟ ପୂର୍ବାହ୍ନ ସାଢ଼େ ୧୧ଟାରେ ରଥଖଳାରେ ଥିବା ତିନିରଥରେ ତିନିବାଡ଼ରୁ ଆସିଥିବା ଆଜ୍ଞାମାଳ ଲାଗି କରାଯାଇଥିଲା। ତିନିଜଣ ପୂଜା ପଣ୍ଡା ଏହି ଆଜ୍ଞାମାଳ ଆଣି ଲାଗି କରିଥିଲେ। ଏହାପରେ ତିନିରଥକୁ ସିଂହଦ୍ୱାର ସମ୍ମୁଖୁ ଟାଣି ନେଇଥିଲେ ପୋଲିସ ଓ ଭକ୍ତ। ପ୍ରଥମେ ଜଗନ୍ନାଥଙ୍କ ନନ୍ଦିଘୋଷ ଏହାପରେ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ଶେଷରେ ବଡ଼ଠାକୁର ବଳଭଦ୍ରଙ୍କ ତାଳଧ୍ୱଜ ରଥକୁ ସିଂହଦ୍ୱାରକୁ ନିଆଯାଇଥିଲା। ରଥଗୁଡିକୁ ସଜାଯାଇ ରଖାଯାଇଛି। ଗୁରୁବାରଦିନ ଏହି ରଥରେ ବସି ଚତୁର୍ଦ୍ଧାମୂର୍ତ୍ତି ଗୁଣ୍ଡିଚା ମନ୍ଦିରକୁ ଯିବେ।

Read More

ଭାରତୀୟ ଦଳର ମଧ୍ୟକ୍ରମ ବ୍ୟାଟସ୍‌ମ୍ୟାନ ଅମ୍ବାତି ରାୟୁଡ଼ୁ ଅନ୍ତର୍ଜାତୀୟ କ୍ରିକେଟ୍‌ରୁ ସନ୍ନ୍ୟାସ ନେବାକୁ ଘୋଷଣା କରିଛନ୍ତି। ଚଳିତ ବିଶ୍ୱ କପ୍‌ରେ ତାଙ୍କୁ ଚୟନ ନ କରାଯିବାରୁ ସେ ଏହି ନିଷ୍ପତ୍ତି ନେଇଥିବା କୁହାଯାଉଛି। ବିଶ୍ୱ କପ୍‌ ପାଇଁ ଚୟନ ବେଳେ ଅମ୍ବାତିଙ୍କୁ ଦଳରେ ସାମିଲ କରାଯାଇ ନ ଥିଲା। ବିବାଦୀୟ ଟ୍ୱିଟ୍‌କୁ ନେଇ ବେଶ୍‌ ଚର୍ଚ୍ଚାରେ ଥିବା ଅମ୍ବାତିଙ୍କୁ ରିଜର୍ଭ ତାଲିକାରେ ରଖାଯାଇଥିଲା। ଆହତ କାରଣରୁ ଶିଖର ଧାୱନ ଓ ବିଜୟ ଶଙ୍କରଦଳରୁ ବିଦା ହେବା ପରେ ମଧ୍ୟ ବିସିସିଆଇ ଅମ୍ବାତିଙ୍କୁ ସୁଯୋଗ ନ ଦେଇ ମୟଙ୍କ ଅଗ୍ରଓ୍ବାଲଙ୍କୁ ସୁଯୋଗ ମିଳିଛି। ଯେଉଁଥିପାଇଁ ସେ ସନ୍ନ୍ୟାସ ନେବାକୁ ଘୋଷଣା କରିଥିବା ଆଲୋଚନା ହେଉଛି। ଅମ୍ବାତି ଦିନିକିଆରେ ୧୬୯୪ ରନ୍‌ କରିଛନ୍ତି। ତାଙ୍କର ସର୍ବୋଚ୍ଚ ରନ୍‌ ସ୍କୋର ରହିଛି ୧୨୪। ସେ ୩ଟି ଶତକ ଓ ୧୦ଟି ଅର୍ଦ୍ଧଶତକ କରିଛନ୍ତି।

Read More

ବିଜେଡ଼ି ବିଧାୟକମାନଙ୍କୁ ଆଜି ଦଳ ସୁପ୍ରିମୋ ନବୀନ ପଟ୍ଟନାୟକ ଗୁରୁମନ୍ତ୍ର ଦେଇଛନ୍ତି । କିପରି ଭାବେ ଦଳର ସାଙ୍ଗଠନିକ ସ୍ଥିତି ସୁଦୃଢ କରିବା ନେଇ ଆଲୋଚନା କରିଛନ୍ତି । ନବୀନ ଏହି ବୈଠକରେ ନବନିର୍ବାଚିତ ଓ ପୁରୁଣା ବିଧାୟକଙ୍କୁ କିଛି ଗୁରୁତ୍ୱପୂର୍ଣ୍ଣ ପରାମର୍ଶ ଦେଇଛନ୍ତି । ପ୍ରାତଃଭୋଜନ ଦେଇ ନବ ନିର୍ବାଚିତ ବିଧାୟକଙ୍କ ସହ ବୈଠକ କରିଥିଲେ ନବୀନ । ଏହି ଅବସରରେ ସରଳ ଓ ନମ୍ର ହେବାକୁ ପରାମର୍ଶ ଦେଇଛନ୍ତି ନବୀନ। ସରକାରଙ୍କ ସଫଳ ଯୋଜନାକୁ ଲୋକଙ୍କ ନିକଟରେ ପହଞ୍ଚାଇବାକୁ ପରାମର୍ଶ ଦେଇଛନ୍ତି ନବୀନ ପଟ୍ଟନାୟକ। ଅର୍ଥଲୋଭ ଛାଡ଼ି ଲୋକଙ୍କ ସେବା କରିବାକୁ ଉପଦେଶ ଦେଇଛନ୍ତି ନବୀନ। ଲଗାତାର ପଞ୍ଚମ ଥର ପାଇଁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଆସନରେ ବସିଥିବା ବିଜେଡ଼ି ମୁଖିଆ ନବନିର୍ବାଚିତ ଓ ପୁରୁଣା ବିଧାୟକଙ୍କୁ ନେଇ ବୈଠକ ବସିଥିଲା।

Read More

ସୁପ୍ରିମକୋର୍ଟ ଓ ହାଇକୋର୍ଟରେ ନିଯୁକ୍ତ ହେଉଥିବା ବିଚାରପତିଙ୍କୁ ନେଇ ଗମ୍ଭୀର ପ୍ରଶ୍ନ ଉଠାଇଛନ୍ତି ଆହ୍ଲାବାଦ ହାଇକୋର୍ଟ ବିଚାରପତି ରଙ୍ଗନାଥ ପାଣ୍ଡେ। ବିଚାରପତି ନିଯୁକ୍ତିରେ ପରିବାରବାଦ ଓ ଜାତିବାଦ କରାଯାଉଥିବା ନେଇ ସେ ସଙ୍ଗୀନ ଅଭିଯୋଗ କରିଛନ୍ତି। ସେ ଏ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଚିଠି ଲେଖିଛନ୍ତି। ବିଭିନ୍ନ ହାଇକୋର୍ଟରେ ବିଚାରପତି ନିଯୁକ୍ତିରେ କୌଣସି ନିର୍ଦ୍ଦିଷ୍ଟ ମାପଦଣ୍ଡ ନାହିଁ। ଏହି ସମୟରେ କେବଳ ପରିବାରବାଦ ଓ ଜାତିବାଦ ଚାଲିଛି। ବିଚାରପତି ନିଯୁକ୍ତି ପ୍ରକ୍ରିୟା ବନ୍ଦ ଗୃହରେ ଚା’ ଓ ଦାଓ୍ବତରେ କରାଯାଉଛି ବୋଲି ଅଭିଯୋଗ କରିଛନ୍ତି। ଏହାଦ୍ବାରା ନ୍ୟାୟପାଳିକାର ଗରିମା କ୍ଷୁର୍ଣ୍ଣ ହେଉଛି ବୋଲି କହିଛନ୍ତି ଜଷ୍ଟିସ୍‌ ରଙ୍ଗନାଥ ପାଣ୍ଡେ। ପ୍ରଧାନମନ୍ତ୍ରୀ ମୋଦିଙ୍କ ପାଖକୁ ଚିଠି ଲେଖି ରଙ୍ଗନାଥ କହିଛନ୍ତି ଯେ, ‘ମାନନୀୟ ସର୍ବୋଚ୍ଚ ନ୍ୟାୟାଳୟର ନ୍ୟାୟଧୀଶର ଚୟନ ପ୍ରକ୍ରିୟା ବନ୍ଦ ଗୃହରୁ ବାହାରି ସାର୍ବଜନୀନ ହେଉ। ସାଧାରଣ ପୃଷ୍ଠଭୂମିରୁ ଆସିଥିବା ବ୍ୟକ୍ତିବିଶେଷ ପ୍ରତିଯୋଗିତା ପରୀକ୍ଷାରେ ଯୋଗ୍ୟତା ସିଦ୍ଧ କରି ବିଚାରପତି…

Read More

ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ବର୍ତ୍ତମାନ ଛତିଶଗଡ ଆଡେ ମୁହାଁଇଛି। ଫଳରେ ଆଗାମୀ ୨ଦିନ ପାଗ ଶୁଖିଲା ରହିବ ବୋଲି ଭୁବନେଶ୍ୱର ଆଂଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି। ଗତ ୩ଦିନ ଧରି ରାଜ୍ୟର ଅଧିକାଂଶ ଜିଲ୍ଲାରେ ଲଘୁଚାପ ଜନିତ ବର୍ଷା ହେଉଥିଲା। ଆସନ୍ତା ଦୁଇ ଦିନ ପାଗ ଶୁଖିଲା ରହିବ। ଫଳରେ ରଥଯାତ୍ରାରେ ପାଗ ମୁଖ୍ୟତଃ ଶୁଖିଲା ରହିବା ନେଇ ଅନୁମାନ କରାଯାଉଛି। କିନ୍ତୁ ଉପକୂଳ ଏବଂ ଦକ୍ଷିଣ ଓଡିଶାର କିଛି ସ୍ଥାନରେ ସାମାନ୍ୟ ବର୍ଷା ହେବ। ଆହୁରି ମଧ୍ୟ ବର୍ଷା ପାଇଁ କୌଣସି ୱର୍ଣ୍ଣିଂ ଜାରି ହୋଇ ନଥିବା ସହ ମତ୍ସ୍ୟଜୀବୀମାନେ ସମୁଦ୍ର ମଧ୍ୟକୁ ଯାଇପାରିବେ ବୋଲି ବିଭାଗ କହିଛି। ଏତତ ବ୍ୟତୀତ ଆସନ୍ତା ୫ ତାରିଖରୁ ରାଜ୍ୟର ଅନେକ ସ୍ଥାନରେ ମୌସୁମୀ ବର୍ଷା ଜାରି ରହିବ ବୋଲି ପାଣିପାଗ ବିଭାଗ ତରଫରୁ ସୂଚନା ରହିଛି । ଜୁନରେ ମୌସୁମୀ ସକ୍ରିୟ ନଥିଲା ତେବେ ଆଗକୁ ମୌସୁମୀ ବର୍ଷା…

Read More

ଆଜିଠାରୁ ରାଜ୍ୟରେ ଯୁକ୍ତ ଦୁଇ ନାମ ଲେଖା ଆରମ୍ଭ ହୋଇଛି। ପ୍ରଥମ ପର୍ଯ୍ୟାୟ କଟ୍‌ ଅଫ ମାର୍କର ଆଡ଼୍‌ମିଶନ୍‌ ହେବ। ଏହା ଆସନ୍ତା ୬ ତାରିଖ ଯାଏ ଚାଲିବ। ପ୍ରଥମ ବର୍ଷ ଲାଗି ୩ଲକ୍ଷ ୭୫ ହଜାର ୯୫୮ ଜଣ ଛାତ୍ରଛାତ୍ରୀ ଆବେଦନ କରିଛନ୍ତି। ସେମାନଙ୍କ ମଧ୍ୟରୁ ପ୍ରଥମ ପର୍ଯ୍ୟାୟରେ ୩ଲକ୍ଷ  ୩୩ହଜାର ୫୭୩ ଛାତ୍ରଛାତ୍ରୀ ମନୋନୀତ ହୋଇଛନ୍ତି। ଗତକାଲି ପ୍ରଥମ କଟ୍ ଅଫ୍ ମାର୍କ ପ୍ରକାଶ ପାଇଥିଲା। ଜୁଲାଇ ୧୨ ରେ ଦ୍ୱିତୀୟ କଟ୍ ଅଫ୍ ପ୍ରକାଶ ପାଇବ। ସିଟ୍ ବଳକା ପଡ଼ିଲେ ସ୍ପଟ୍ ଆଡମିଶନ୍ କରାଯିବ। ଜୁଲାଇ ୨୯ରୁ ଯୁକ୍ତ ଦୁଇ ପ୍ରଥମ ବର୍ଷ ପାଠ ପଢା ଆରମ୍ଭ ହେବ। ତେବେ ଆଡମିଶନ୍‌ରେ କିଛି ବ୍ୟତିକ୍ରମ ଦେଖାଦେଇଛି। ଇଣ୍ଟିମସନ୍‌ ଲେଟର୍‌ ଠିକ୍‌ ରୂପେ ଡାଉନ୍‌ଲୋଡ୍‌ ହୋଇପାରିନଥିବାରୁ ପିଲାମାନେ ଆଡମିସନ୍‌ କରିପାରୁନାହାନ୍ତି। ସେହିପରି ମାଇଗ୍ରେସନ୍‌ ସାର୍ଟିଫିକେଟ୍‌କୁ ନେଇ ମଧ୍ୟ କିଛି ଅସୁବିଧା ଦେଖାେଦଇଛି। ଏହାକୁ ନେଇ ଅଭିଭାବକ ଓ ଛାତ୍ରଛାତ୍ରୀଙ୍କ…

Read More

ରଥଯାତ୍ରା ପୂର୍ବରୁ ଲୋକାର୍ପିତ ହୋଇଛି ଶ୍ରୀମନ୍ଦିର ସ୍ବତନ୍ତ୍ର ଓ୍ବେବ ପୋର୍ଟାଲ। shreejagannath.inର ପୋର୍ଟାଲ୍‌କୁ ଉଦ୍‌ଘାଟନ କରିଛନ୍ତି ଗଜପତି ମହାରାଜା ଦିବ୍ୟସିଂହ ଦେବ। ଏଥିରେ ଜଗନ୍ନାଥ ସଂସ୍କୃତି, ନୀତି, ଇତିହାସ ବେଶ ଓ ପରମ୍ପରା ସମ୍ପର୍କରେ ସର୍ବସାଧାରଣଙ୍କୁ ସୂଚନା ମିଳିବ। ଏଥିରେ ଓଡ଼ିଆ, ବଙ୍ଗଳା, ହିନ୍ଦୀ ଓ ଇଂରାଜୀ ଭାଷାରେ ସୂଚନା ମିଳିପାରିବ। ଏହି ପୋର୍ଟାଲ ମାଧ୍ୟମରେ ଜନସାଧାରଣ ଭକ୍ତ ନିବାସ ବୁକିଂ କରିବା ସହ ଅନଲାଇନରେ ବିବାହ କାର୍ଡ ନିମନ୍ତ୍ରଣ ମଧ୍ୟ ପଠାଇ ପାରିବେ। ଏହି ଅବସରରେ ପୁରୀ ବିଧାୟକ ଜୟନ୍ତ ଷଡଙ୍ଗୀ, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ୍ତ ମହାପାତ୍ର, ଏଡିଜି ସଂଜୀବ ପଣ୍ଡା, IG ସୌମେନ୍ଦ୍ର ପ୍ରିୟଦର୍ଶୀ ଓ ସେବାୟତମାନେ ଉପସ୍ଥିତଥିଲେ।

Read More

ଆଜି ନବୀନ ନିବାସରେ ବିଜେଡି ବିଧାୟକଙ୍କ ବୈଠକ ଅନୁଷ୍ଠିତ ହେବ। ଦଳୀୟ ଆଭ୍ୟନ୍ତରୀଣ ବ୍ୟାପାର ଏବଂ ଆଗାମୀ ଉପ ନିର୍ବାଚନ ପ୍ରସଙ୍ଗରେ ବୈଠକରେ ଆଲୋଚନା ହେବା ନେଇ ସୂଚନା ମିଳିଛି। ଲଗାତାର ପଞ୍ଚମ ଥର ପାଇଁ ବିଜୁ ଜନତା ଦଳ ରାଜ୍ୟରେ ସଂଖ୍ୟା ଗରିଷ୍ଠତା ଲାଭ କରିଛି। ଏହାସହ ଅନେକ ନୂଆ ମୁହଁ ବିଧାୟକ ହୋଇଛନ୍ତି। ଆଜି ଦିନ ୧୦ଟା ୩୦ରୁ ଦଳର ସମସ୍ତ ପୁରୁଣା ଏବଂ ନବ ନିର୍ବାଚିତ ବିଧାୟକଙ୍କ ସହ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଲୋଚନା କରିବେ। ପ୍ରଥମେ ସେ ନବ ନିର୍ବାଚିତ ବିଧାୟକଙ୍କ ସହ ଆଲୋଚନା କରିବେ। ଏହାପରେ ସେ ପୁରୁଣା ବିଧାୟକଙ୍କ ସହ ଆଲୋଚନା କରିବା ନେଇ ଜଣାପଡିଛି। ଦଳର ସାଙ୍ଗଠନିକ ସ୍ଥିତି ପ୍ରସଙ୍ଗରେ ବୈଠକରେ ଆଲୋଚନା ହେବା ନେଇ ସମ୍ଭାବନା ରହିଛି। ଏହାସହ ଆଗାମୀ ଦିନରେ ପାଟକୁରା ନିର୍ବାଚନ ଏବଂ ବିଜେପୁରରେ ଉପ ନିର୍ବାଚନ ରହିଛି। ଏପରିକି ପୌର ନିର୍ବାଚନ…

Read More

କେଦାର ମିଶ୍ର ଦେଶର ଗୃହମନ୍ତ୍ରୀ ୨, ଜୁଲାଇ, ୨୦୧୯ରେ କାଶ୍ମୀର ପ୍ରସଙ୍ଗରେ ଜବାବ ଦେବାକୁ ଯାଇ କହୁଛନ୍ତି, ୧,ଜାନୁଆରୀ,୧୯୪୯ରେ କରିଥିବା ଭୁଲ  ପାଇଁ ନେହେରୁ ସରକାରକୁ ଜବାବ ଦେବାକୁ ପଡିବ। ପାଞ୍ଚବର୍ଷ କ୍ଷମତାରେ ରହିସାରିବା ପରେ ଆଜି ମଧ୍ୟ ମୋଦୀ ସରକାର କୌଣସି ପ୍ରଶ୍ନର ଉତ୍ତର ଦେବାକୁ ପ୍ରସ୍ତୁତ ନୁହେଁ! ଦେଶର ସବୁ ସମସ୍ୟା ଲାଗି ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ଜୱାହରଲାଲ ନେହେରୁଙ୍କୁ ଦାୟୀ କରିବା ବିଜେପିର ଅଭ୍ୟାସ ପାଲଟି ଯାଇଛି। ସତୁରୀ ବର୍ଷର କଂଗ୍ରେସ ଶାସନ ବୋଲି କହି କହି ନିଜେ ମୋଦୀ-ଶାହ ଯୋଡି ପାଞ୍ଚ ବର୍ଷ ଶାସନ କରିସାରି ଏବେ ଆଉ ପାଞ୍ଚ ବର୍ଷ ଲାଗି ନିର୍ବାଚନ ଜିଣି ସାରିଛନ୍ତି। ଗତ ପାଞ୍ଚ ବର୍ଷ ଭିତରେ କାଶ୍ମୀର ସମସ୍ୟା ଅଧିକରୁ ଅଧିକ ଖରାପ ହୋଇ ଚାଲିଛି। ଗତ ପାଞ୍ଚ ବର୍ଷର ହିସାବ ମାଗିଲେ ୭୦ ବର୍ଷ ତଳର ଗପ କୁହା ଯାଉଛି। ୧, ଜାନୁଆରୀ ୧୯୪୯ ରେ କଣ…

Read More