ପାଟଣାଗଡ଼ ବିଧାୟକ ସରୋଜ ମେହେରଙ୍କୁ ଭୁବନେଶ୍ବର ସ୍ଥାନାନ୍ତର କରାଯାଇଛି। ଆଜି ଭୁବନେଶ୍ବର କୋର୍ଟରେ ବିଧାୟକଙ୍କ ଜାମିନ ଆବେଦନର ଶୁଣାଣୀ କରାଯିବ। ପାଟଣାଗଡ଼ ଜେଲରୁ ରାତି ୩ଟାରେ ତାଙ୍କୁ ଭୁବନେଶ୍ବର ସ୍ଥାନାନ୍ତର କରାଯାଇଥିଲା। ରବିବାର ସନ୍ଧ୍ୟାରେ ବିଧାୟକଙ୍କୁ ପ୍ରଥମେ ହସ୍ପିଟାଲରୁ ପାଟଣାଗଡ଼ ଜେଲକୁ ନିଆଯାଇଥିଲା। ସେଠାରୁ ତାଙ୍କୁ ଭୁବନେଶ୍ବର ସ୍ଥାନାନ୍ତର କରାଯାଇଛି। ନିମ୍ନମାନର ରାସ୍ତା କାମ ନେଇ ଜଣେ ଜେଇଙ୍କୁ ଦୁର୍ବ୍ୟବହାର ଓ ସର୍ବସାଧାରଣ ସମ୍ମୁଖରେ ଉଠବସ୍ କରାଇବା ଅଭିଯୋଗରେ ଗତ ୨୪ ତାରିଖରେ ବିଧାୟକ ସରୋଜ ମେହେର ଗିରଫ ହୋଇଥିଲେ। ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ପାଟଣାଗଡ଼ ଜେଲ୍ ପଠାଇ ଦିଆଯାଇଥିଲା। ଜେଲରେ ଅସୁସ୍ଥ ହୋଇ ପଡିବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।
Author: Samikhsya Bureau
ରାଜଧାନୀ ଭୁବନେଶ୍ୱରରେ ବେଧଡ଼କଭାବେ ଦିନକୁ ଦିନ ନିଶା କାରବାର ବଢ଼ିବାରେ ଲାଗିଛି। ଅଧିକାଂଶ ସମୟରେ ବ୍ରାଉନ ସୁଗାର ଓ ଗଞ୍ଜେଇ ଚାଲାଣକାରୀଙ୍କୁ ଧରୁଛି କମିଶନରେଟ୍ ପୋଲିସ। ଆଜି ଭୁବନେଶ୍ୱର ବିମାନ ବନ୍ଦରରୁ ବ୍ରାଉନସୁଗାର ଜବତ କରାଯାଇଛି। ସେପଟେ ଖଣ୍ଡଗିରିରେ ଗଞ୍ଜେଇ ଚାଲାଣକାରୀଙ୍କୁ ଧରାଯାଇଛି। ଦୁଇଟି ମାମଲାରେ ଦୁଇ ଜଣଙ୍କୁ ଗିରଫ କରାଯାଇଥିବା ସୂଚନା ମିଳିଛି। ଭୁବନେଶ୍ୱର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରୁ ୧୮ ଗ୍ରାମ ବ୍ରାଉନସୁଗାର ଜବତ କରାଯାଇଛି। ବ୍ରାଉନସୁଗାର ନେଇ ଯାଉଥିବା ଦିଲୀପ ମହାପାତ୍ର ନାମକ ଜଣେ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି। ତା’ ନିକଟରୁ ୧୯୦୦ ଟଙ୍କା ଓ ମୋବାଇଲ ଜବତ କରାଯାଇଛି। ସେହିପରି ଖଣ୍ଡଗିରିର କୋଳଥିଆ ନିକଟ ଏକ ଡୁପ୍ଲେକ୍ସରେ ଅବକାରୀ ଚଢ଼ଉ ବିଭାଗ ଚଢ଼ାଉ କରିଛି। ସେଠାରୁ ଅବକାରୀ ବିଭାଗ ୧୦ କ୍ୱିଣ୍ଟାଲ ଗଞ୍ଜେଇ ସହ ଜଣକୁ ଗିରଫ କରିଛି। ଗିରଫ ବ୍ୟକ୍ତି ଜଣକ ହେଲେ ବାଲେଶ୍ୱରର ସୁବଳ ସାମନ୍ତରାୟ। ସେ ଜଣେ ଆନ୍ତଃରାଜ୍ୟ ଗଞ୍ଜେଇ…
ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଅନୁଷ୍ଠିତ ଚଳିତ ବିଶ୍ବକପ୍ର 38 ତମ ମ୍ୟାଚ୍ରେ ଭାରତ 338 ରନ୍ର ପିଛା କରି 31 ରନ୍ରେ ପରାଜିତ ହୋଇଛି । 338ରନ୍ର ପିଛା କରୁଥିବା ଭାରତ ନିର୍ଦ୍ଧାରିତ ଓଭରରେ 306/5 ରନ୍ ସଂଗ୍ରହ କରିଥିଲା । ଜବାବରେ ଭାରତ ପକ୍ଷରୁ ରୋହିତ ଶର୍ମା ଶତକ ହାସଲ କରିଥିଲେ ମଧ୍ୟ ଏହା ବିଜୟ ପାଇଁ ଯଥେଷ୍ଟ ନଥିଲା । ରୋହିତ ଶର୍ମା 109 ବଲ୍ରୁ 15 ଚୌକା ସହାୟତାରେ 102 ରନ୍ ସଂଗ୍ରହ କରିଥିଲେ । ଅନ୍ୟତମ ଓପ୍ନର କେ ଏଲ୍ ରାହୁଲ ଖାତା ଖୋଲିବା ପୂର୍ବରୁ ଓ୍ବୋକ୍ସଙ୍କ ଶିକାର ହୋଇଥିଲେ । ରୋହିତ ଏବଂ ଅଧିନାୟକ ବିରାଟ କୋହଲି(66) ଦ୍ବିତୀୟ ଓ୍ବିକେଟ୍ରେ 138 ରନ୍ ଯୋଡିଥିଲେ । କୋହଲିଙ୍କ ଓ୍ବିକେଟ ପତନ ପରେ ଋଷଭ ପନ୍ତ (32) ଏବଂ ହାର୍ଦ୍ଦିକ୍ ପାଣ୍ଡ୍ୟା (45) ଭଲ ଆରମ୍ଭ ପାଇଥିଲେ ମଧ୍ୟ ରନ୍ହାର ଚାପରେ ଓ୍ବିକେଟ ହରାଇଥିଲେ…
ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଅନୁଷ୍ଠିତ ଚଳିତ ବିଶ୍ବକପ୍ର 38 ତମ ମ୍ୟାଚ୍ରେ ଭାରତ ସମ୍ମୁଖରେ 338 ରନ୍ର ବିଜୟ ଲକ୍ଷ୍ୟ ଧାର୍ଯ୍ୟ କରିଛି ଇଂଲଣ୍ଡ । ଇଂଲଣ୍ଡ ପକ୍ଷରୁ ଜନି ବାୟାରେଷ୍ଟୋ ଶତକ ହାସଲ କରିଥିବା ବେଳେ ଭାରତ ପକ୍ଷରୁ ମହମ୍ମଦ ସାମି 5ଟି ଓ୍ବିକେଟ୍ ଅକ୍ତିଆର କରିଥିଲେ । ଟସ୍ ଜିତି ଇଂଲଣ୍ଡ ଅଧିନାୟକ ଇଅନ୍ ମୋର୍ଗାନ୍ ପ୍ରଥମେ ବ୍ୟାଟିଂର ନିଷ୍ପତ୍ତି ନେଇଥିଲେ । ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ଓଭରରେ ଇଂଲଣ୍ଡ 7 ଓ୍ବିକେଟ ହରାଇ 337 ରନ୍ ସଂଗ୍ରହ କରିଥିଲା । ଜନି ବାୟେରେଷ୍ଟୋ 109 ବଲ୍ରୁ 10 ଚୌକା ଏବଂ 6 ଛକ୍କା ସହାୟତାରେ 111 ରନ୍ ସଂଗ୍ରହ କରିଥିବା ବେଳେ ଜାସନ୍ ରୟ ଏବଂ ଷ୍ଟୋକ୍ସ ଅର୍ଦ୍ଧଶତକ ହାସଲ କରିଥିଲେ । ରୟ(66) ଏବଂ ବାୟେରେଷ୍ଟୋ ପ୍ରଥମ ଓ୍ବିକେଟ୍ରେ 160 ରନ୍ ଯୋଡିଥିଲେ । ଏହାପରେ ସାମି ନିୟମିତ ବ୍ୟବଧାନରେ ଓ୍ବିକେଟ ଅକ୍ତିଆର…
ବିଦ୍ୟା ବାଲାନ୍ ଅନୁରାଗ ବାସୁଙ୍କ ଆଗାମୀ ଫିଲ୍ମରେ କ୍ୟାମିଓ ଭୂମିକାରେ ନଜର ଆସିବେ । ଏହି ମଲ୍ଟିଷ୍ଟାରର ଫିଲ୍ମରେ ଏକ ଛୋଟ ଭୂମିକାରେ ନଜର ଆସିବା ନେଇ ଉଭୟ ବିଦ୍ୟା ଏବଂ ଅନୁରାଗ ବାସୁ ସ୍ପଷ୍ଟ କରିଛନ୍ତି । ଏହି ମଲ୍ଟି ଷ୍ଟାରର ଫିଲ୍ମରେ ଅଭିଷେକ ବଚ୍ଚନ, ରାଜକୁମାର ରାଓ, ଆଦିତ୍ୟ ରୟ କପୁରଙ୍କ ସହିତ ଦୁଇ ଦଙ୍ଗଲ ଗାର୍ଲ ଫାତିମା ସାନା ଶେଖ ଏବଂ ସାନ୍ୟା ମଲହୋତ୍ରା ପ୍ରମୁଖ ମୁଖ୍ୟ ଭୂମିକାରେ ନଜର ଆସିବେ । ଫିଲ୍ମର ଅନ୍ୟ ଜଣେ ଲିଡିଂ ଲେଡି ଚୟନ ଖୁବ୍ ଶୀଘ୍ର କରାଯିବ ବୋଲି ବାସୁ ସୂଚନା ଦେଇଛନ୍ତି । ଏହା ସହିତ ଏହି ଫିଲ୍ମଟି ଲାଇଫ୍ ଇନ୍ ଏ ମେଟ୍ରୋର ସିକ୍ବେଲ୍ ନୁହେଁ ବୋଲି ମଧ୍ୟ ବାସୁ ସ୍ପଷ୍ଟ କରିଛନ୍ତି । ଫିଲ୍ମଟି 2020 ଫେବୃୟାରୀରେ ରିଲିଜ୍ ହେବାକୁ ଯାଉଛି ।
ଉତରପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ କାରଣରୁ ଆସନ୍ତା ୫ ତାରିଖ ଯାଏଁ ବର୍ଷା ହେବାର ପୂର୍ବାନୁମାନ କରିଛି ଭୁବନେଶ୍ୱର ଆଂଚଳିକ ପାଣିପାଗ କେନ୍ଦ୍ର। ଏହାର ପ୍ରଭାବରେ ଆଜିଠାରୁ ବିଭିନ୍ନ ସ୍ଥାନରେ ବର୍ଷା ଆରମ୍ଭ ହୋଇଯିବ। ଏଥିପାଇଁ ୮ ଟି ଜିଲ୍ଲାକୁ ସତର୍କ ସୂଚନା ଦିଆଯାଇଛି। ସମ୍ବଲପୁର, ଦେବଗଡ, ସୋନପୁର, ଅନୁଗୁଳ, ବରଗଡ, ଝାରସୁଗୁଡା, ସୁନ୍ଦରଗଡ, ଢେଙ୍କାନାଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ସେହିପରି ୧୪ଟି ଜିଲ୍ଲାରେ ମଧ୍ୟମରୁ ସାମାନ୍ୟ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। ଭଦ୍ରକ, ଯାଜପୁର, ଜଗତସିଂହପୁର, କେନ୍ଦ୍ରାପଡା, କଟକ, ଢେଙ୍କାନାଳ, ମୟୂରଭଞ୍ଜ, ବୌଦ୍ଧ, ବଲାଙ୍ଗୀର, ନୂଆପଡା, କଳାହାଣ୍ଡି, କନ୍ଧମାଳ ଏବଂ ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, ନବରଙ୍ଗପୁରରେ ମଧ୍ୟମରୁ ସାମାନ୍ୟ ଧରଣର ବର୍ଷା ହେବ।
ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଐତିହାସିକ ପଦକ୍ଷେପ ନେଇ ରବିବାର ଉତ୍ତର କୋରିଆ ଗସ୍ତ କରି ରାଷ୍ଟ୍ରପତି କିମ୍ ଜୋଙ୍ଗ ଉନଙ୍କୁ ଭେଟିଛନ୍ତି। ଟ୍ରମ୍ପ ପ୍ରଥମ ରାଷ୍ଟ୍ରପତି ଭାବେ ଉତ୍ତର କୋରିଆରେ ପାଦ ରଖିଛନ୍ତି। କେବଳ ଏତିକି ନୁହେଁ, କିମ୍ ଜୋଙ୍ଗ ଉନଙ୍କୁ ଟ୍ରମ୍ପ ହ୍ବାଇଟ୍ ହାଉସକୁ ଆସିବା ଲାଗି ନିମନ୍ତ୍ରଣ କରିଛନ୍ତି। ଏହି ଅବସରରେ ଟ୍ରମ୍ପ ଉତ୍ତର କୋରିଆର ନେତା କିମ୍ ଜୋଙ୍ଗଙ୍କ ପ୍ରଶଂସା କରିଛନ୍ତି। ଟ୍ରମ୍ପ ଏବଂ କିମ୍ ଜୋଙ୍ଗ ଉନ ଏହି ସାକ୍ଷାତକୁ ଐତିହାସିକ ବୋଲି କହିଛନ୍ତି। ଟ୍ରମ୍ପ କହିଛନ୍ତି, ଉତ୍ତର କୋରିଆର ମାଟି ଉପରେ ପାଦ ରଖିବା ତାଙ୍କ ପାଇଁ ଗର୍ବର ବିଷୟ। ସେହିପରି ଏହି ସାକ୍ଷାତ ଟ୍ରମ୍ପଙ୍କ ସହିତ ତାଙ୍କର ଭଲ ସମ୍ପର୍କକୁ ଦର୍ଶାଉଛି ବୋଲି କିମ୍ ଜୋଙ୍ଗ କହିଛନ୍ତି। ସୂଚନାଯୋଗ୍ୟ, ନିକଟରେ ଉତ୍ତର କୋରିଆର ଏକ ମାଲବାହୀ ଜାହାଜ ବେଆଇନ ଭାବେ କୋଇଲା ନେଇଯାଉଥିବାବେଳେ ଆମେରିକା ତାହାକୁ ଜବତ କରିଥିଲା। ଏହାକୁ…
ଓଡିଶାର ବଡ ଯାତ୍ର ଭାବେ ପରିଚତ ରଥଯାତ୍ରାକୁ ଆଉ ମାତ୍ର ୪ ଦିନ ରହିଥିବା ବେଳେ ଏହାର ସୁରକ୍ଷା ବ୍ୟବସ୍ଥା କଡାକଡି କରିବା ପ୍ରଶାସନ ପାଇଁ ସବୁଠାରୁ ବଡ ଚ୍ୟାଲେଞ୍ଜ। ତେବେ ରଥଯାତ୍ରା ପାଇଁ ଆଜି ପୁଲିସ ଡିଜି ସୁରକ୍ଷା ବ୍ୟବସ୍ଥାକୁ ଅନୁଧ୍ୟାନ କରିଛନ୍ତି। ସୁରକ୍ଷା ବ୍ୟବସ୍ଥା ଉପରେ ଅନୁଧ୍ୟାନ କରିବା ସହ ପୁରୀ ଟାଉନ୍ ହଲରେ ଉଚ୍ଚ ଅଧିକାରୀଙ୍କ ସହ ଆଲୋଚନା କରିବା ପରେ ପ୍ରତିକ୍ରିୟା ରଖିଛନ୍ତି ଡିଜିପି ଆର୍ ପି ଶର୍ମା। ଆର୍ ପି ଶର୍ମାଙ୍କ ସୂଚନା ଅନୁଯାୟୀ ସମ୍ପୂର୍ଣ୍ଣ ପୁରୀ ସହର ସିସିଟିଭି ନଜରରେ ରହିବ। ସୁରକ୍ଷା ବ୍ୟବସ୍ଥା କଡାକଡି ପାଇଁ ୧୫୫ ପ୍ଲାଟୁନ୍ ଫୋର୍ସଙ୍କ ସମେତ ୨୪୦୦ ହୋମଗାର୍ଡ ଉପସ୍ଥିତ ରହିବେ। ଏହା ସହିତ ବୋମା ନିଷ୍କ୍ରିୟକାରୀର ୨ଟି ୟୁନିଟ ମୁତୟନ ରହିବେ। ସୁରକ୍ଷା ବ୍ୟବସ୍ଥାରେ ୬୫୦ ଜଣ ଏସ୍ଆଇଙ୍କ ସମେତ ୧୫ ଜଣ ଏସ୍ପି ପାହ୍ୟାର ଅଧିକାରୀ ମୁତୟନ ରହିବେ। ଡିଏସ୍ପି ପାହ୍ୟାର ୮୦…
ଦେଶର ପ୍ରମୁଖ ସିୟା ଧର୍ମଗୁରୁ ଓ ଅଲ୍ଇଣ୍ଡିଆ ମୁସଲିମ୍ ପସର୍ନାଲ୍ ଲ’ ବୋର୍ଡର ବରିଷ୍ଠ ସଦସ୍ୟ ମୌଲାନା କଲ୍ବେ ଜବାଦ୍ ଦେଶରେ ଏକ ନିର୍ଦ୍ଦିଷ୍ଟ ବର୍ଗଙ୍କୁ ଗୋଷ୍ଠୀକନ୍ଦଳ ଦ୍ବାରା ହତ୍ୟା ଘଟଣାକୁ ନିନ୍ଦା କରିଛନ୍ତି। ଏହି ଅପରାଧ ପାଇଁ ଫାଶୀର ପ୍ରାବଧନ ହେବା ନେଇ ଦାବି ରଖିଛନ୍ତି। ମୌଲାନା ଜଭାଦ୍ ଦେଶରେ ବଢି ଚାଲିଥିବା ‘ମବ୍ ଲିଚିଂ’ କୁ ନେଇ ନିନ୍ଦା କରିବା ସହ ଏପରି ଅପରାଧ ଘଟାଉଥିବା ଅପରାଧୀଙ୍କ ପାଇଁ କଡ଼ା ଦଣ୍ଡବିଧାନ ପାଇଁ ଯୁକ୍ତି ବାଢିଛନ୍ତି। ‘ମବ୍ ଲିଚିଂ’ ଏବେ ଏନ୍କାଉଣ୍ଟରର ଏକ ନୂଆ ରୂପ ପାଲଟିଛି। ଆଗରୁ ସରକାର ଏନ୍କାଉଣ୍ଟର କରୁଥିଲେ ଏବେ କିନ୍ତୁ ଜନତାଙ୍କୁ ଏନ୍କାଉଣ୍ଟର କରିବାର ଅଧିକାର ଦିଆହୋଇଛି। ଏପରି ଅପରାଧୀଙ୍କୁ ଦୁଇ ବର୍ଷର ଜେଲ୍ ଦଣ୍ଡ ଦେବା ଅପେକ୍ଷା ଫାଶୀର ସଜ୍ଜା କରିବା ଦରକାର। ଏପରି କରିବା ଦ୍ବାରା ଏହି ଅପରାଧକୁ କାବୁ କରିହେବ। ଏହି ଘଟଣା ଦ୍ବାରା ସରକାରଙ୍କ ବହୁତ ନିନ୍ଦା…
ଫିଫା ମହିଳା ବିଶ୍ବକପ୍ରେ ତୃତୀୟ ଥର ବିଜେତା ହେବା ନେଇ ଜର୍ମାନୀର ଆଶା ଆଶାରେ ରହି ଯାଇଛି। ସ୍ବିଡେନ୍ ୨-୧ ଗୋଲ୍ରେ ଜର୍ମାନୀକୁ ପରାସ୍ତ କରିବା ସହିତ ପ୍ରଥମ ଥର ପାଇଁ ସେମିରେ ପହଞ୍ଚି ଯାଇଛି। ସ୍ବିଡେନ୍ ପକ୍ଷରୁ ସୋଫିଆ ଜାକବ୍ସନ୍ ଏବଂ ସିଟ୍ନା ବ୍ଲାକ୍ଷ୍ଟେନସ୍ ପ୍ରତ୍ୟୋକ ଗୋଟିଏ ଲେଖାଏଁ ଗୋଲ ସ୍କୋର କରିଥିଲେ। ଏହି ବିଜୟ ସହିତ ୨୦୧୬ ଅଲମ୍ପିକ୍ସ ପରାଜୟର ପ୍ରତିଶୋଧ ନେଇଛି ସ୍ବିଡେନ୍। ସ୍ବିଡେନ୍ ନିଜର ଆସନ୍ତା ମୁକାବିଲା ବୁଧବାର ନେଦରଲ୍ୟାଣ୍ଡ ବିପକ୍ଷରେ ଖେଳିବ। ପ୍ରଥମ ସେମିଫାଇନାଲ ଲିଓନ୍ରେ ଅନୁଷ୍ଠିତ ହେବ। ମ୍ୟାଚ୍ର ୧୬ ତମ ମିନିଟ୍ରେ ଜର୍ମାନୀ ପକ୍ଷରୁ ଲିନା ମାଗୁଲ୍ ଗୋଲ୍ ସ୍କୋର କରି ଅଗ୍ରଣୀ ପ୍ରଦାନ କରିଥିଲେ ମଧ୍ୟ ସ୍ବିଡେନ୍ ବିଜୟୀ ହୋଇଥିଲା।
ମହିଳାଙ୍କ ପାଇଁ ଅସୁରକ୍ଷିତ ହୋଇପଡ଼ିଛି କୋଲକାତା। ଗତ ସପ୍ତାହରେ ଜଣେ ପୂର୍ବତନ ମିସ୍ ଇଣ୍ଡିଆ ୟୁନିଭର୍ସଙ୍କୁ କେତେଜଣ ଦୁର୍ବୃତ୍ତ ପିଛା କରି ଆକ୍ରମଣ କରିଥିଲେ। ଶୁକ୍ରବାର ଅନ୍ତର୍ଜାତୀୟ ମହିଳା ବକ୍ସର ସୁମନ କୁମାରୀ ମଧ୍ୟ ସମାନ ଘଟଣା ସମ୍ପର୍କରେ ଫେସବୁକରେ ପୋଷ୍ଟ କରିଛନ୍ତି। ସୁମନ କୁମାରୀ କହିଛନ୍ତି, ଶୁକ୍ରବାର ପୂର୍ବାହ୍ନ ପ୍ରାୟ ୧୧ଟାରେ ଅଫିସ ଯିବାକୁ ବାହାରୁଥିବାବେଳେ ମୋମିନପୁର ଅଞ୍ଚଳରେ ଥିବା ତାଙ୍କ ଘର ନିକଟରେ ତାଙ୍କୁ ଜଣେ ବ୍ୟକ୍ତି ଆକ୍ରମଣ କରିଥିଲେ। କିନ୍ତୁ ସେ ତାଙ୍କୁ ଧକ୍କା ଦେଇ ଫିଙ୍ଗି ଦେଇଥିଲେ। ଫଳରେ ଅଭିଯୁକ୍ତ ଜଣକ ବସ୍ରେ ଉଠି ଚାଲିଯାଇଥିଲେ। ପରେ ସୁମନ ବସ୍କୁ ପିଛା କରିଥିଲେ। ପରବର୍ତ୍ତୀ ବସ୍ ଷ୍ଟପରେ ସମ୍ପୃକ୍ତ ବ୍ୟକ୍ତି ଓହ୍ଲାଇବା ପରେ ସୁମନ ତାଙ୍କୁ ଅଟକାଇ କାହିଁକି ଆକ୍ରମଣ କଲ ବୋଲି ପଚାରିଥିଲେ। ତେବେ ଅଭିଯୁକ୍ତ ପୁଣି ଥରେ ତାଙ୍କ ତଣ୍ଟି ଚିପି ଧରି ଆକ୍ରମଣ କରିଥିଲେ। ପରେ ପୁଲିସ ଏହି ଘଟଣାରେ ୩…
ରାଜ୍ୟରେ ୮ଟି ଜିଲ୍ଲାରେ ଝଡ଼ ବର୍ଷା ସହିତ ବଜ୍ରପାତ ହେବା ନେଇ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, କଟକ ଓ ଯାଜପୁରରେ ବଜ୍ରପାତ ହେବାର ଆଶଙ୍କା ରହିଛି। ଦିନ ୪ ଟା ଯାଏ ସତର୍କ ରହିବାକୁ ପାଣିପାଗ ବିଭାଗ ପରାମର୍ଶ ଦେଇଛି। ଏହି ସମୟରେ ଘରୁ ବାହାରକୁ ନ ବାହରିବା ପାଇଁ ପରାମର୍ଶ ଦିଆଯାଇଛି। ଏହା ସହିତ ଲଘୁଚାପ ପ୍ରଭାବରେ ବର୍ଷାର ସମ୍ଭାବନା ମଧ୍ୟ ରହିଛି।
ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଚଳିତ ବିଶ୍ବକପ୍ର ୩୮ ତମ ମ୍ୟାଚ୍ ଅନୁଷ୍ଠିତ ହେବାକୁ ଯାଉଛି । ଇଂଲଣ୍ଡ ଏହି ମ୍ୟାଚ୍ରେ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାର ନିଷ୍ପତ୍ତି ନେଇଛି । ଇଂଲଣ୍ଡ ଅଧିନାୟକ ଇଓନ୍ ମୋର୍ଜାନ୍ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାର ନିଷ୍ପତ୍ତି ନେଇଛନ୍ତି । ଏଜ୍ବାଷ୍ଟନ ପିଚ୍ ବ୍ୟାଟ୍ସମ୍ୟାନଙ୍କୁ ସୁହାଉଥିବାରୁ ଦଳ ୩୦୦ ରନ୍ ହାସଲ କରିବାର ଲକ୍ଷ୍ୟ ରଖିବ ବୋଲି ମୋର୍ଗାନ କହିଛନ୍ତି । ଭାରତ ପକ୍ଷରୁ ଏହି ମ୍ୟାଚ୍ରେ ବିଜୟ ଶଙ୍କରଙ୍କ ସ୍ଥାନରେ ଋଷଭ ପନ୍ତ ସ୍ଥାନ ପାଇଥିବା ବେଳେ ଇଂଲଣ୍ଡ ମଧ୍ୟ ଗୋଟିଏ ପରିବର୍ତ୍ତନ ସହିତ ପଡିଆକୁ ଓହ୍ଲାଉଛି । ମୋଇନ୍ ଅଲୀଙ୍କ ସ୍ଥାନରେ ଲିଆମ୍ ପ୍ଲଙ୍କେଟ୍ ଦଳକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି ।
ଭାରତକୁ ମୌସୁମୀ ଆସିସାରିଥିଲେ ମଧ୍ୟ ଗ୍ରୀଷ୍ମର ପ୍ରକୋପ କମିନାହିଁ । ଦେଶର ରାଜଧାନୀ ଦିଲ୍ଳୀରେ ଏବେ ଭୀଷଣ ଗରମ ଅନୁଭୂତ ହେଉଛି । ପ୍ରଚଣ୍ଡ ରୌଦ୍ରତାପକୁ ଦେଖି ସେଠାରେ ବିଦ୍ୟାଳୟଗୁଡ଼ିକରେ ଗ୍ରୀଷ୍ମକାଳୀନ ଛୁଟିକୁ ଆଉ ଗୋଟିଏ ସପ୍ତାହ ପାଇଁ ବଢାଇଦିଆଯାଇଛି । ଦିଲ୍ଲୀର ଉପମୁଖ୍ୟମନ୍ତ୍ରୀ ମନୀଷ୍ ସିସୋଦିଆ ଟୁଥଟ୍ କରି ରବିବାର ଦିନ ଏହି ସମ୍ବନ୍ଧୀୟ ଘୋଷଣା କରିଛନ୍ତି । ଦିଲ୍ଲୀର ଭୀଷଣ ଖରାକୁ ଦେଖି ବିଦ୍ୟାଳୟଗୁଡ଼ିକରେ ୮ମ ଶ୍ରେଣୀପର୍ଯ୍ୟନ୍ତ ପିଲାଙ୍କୁ ଆଉ ଗୋଟିଏ ସପ୍ତାହର ଛୁଟି ଦେଇଛନ୍ତି । ୮ମ ପର୍ଯ୍ୟନ୍ତ ପିଲାମାନଙ୍କର ସ୍କୁଲ ଜୁଲାଇ ୮ ତାରିଖରେ ଖୋଲା ହେବ । ତେବେ ଅନ୍ୟ ଶ୍ରେଣୀର ପିଲାମାନଙ୍କ ପାଇଁ ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟକ୍ରମ ରହିଛି । ଏହି ନିୟମ ଦିଲ୍ଲୀର ପ୍ରାଇଭେଟ୍ ସ୍କୁଲରେ ମଧ୍ୟ ଲାଗୁ ହେବ ବୋଲି ମନୀଷ କହିଛନ୍ତି । ପାଣିପାଗ ବିଭାଗ ତରଫରୁ ସୂଚନା ରହିଛି ଯେ, ଆସନ୍ତା ମଙ୍ଗଳବାର ପର୍ଯ୍ୟନ୍ତ ରାଜ୍ୟରେ ଏହିପରି…
କଂଗ୍ରେସର ବିପର୍ଯ୍ୟୟ ଓ ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍ର ରିପୋର୍ଟ ପ୍ରସଙ୍ଗ ଉପରେ ନରସିଂହ ମିଶ୍ର ପ୍ରତିକ୍ରିୟା ରଖିଛନ୍ତ । କଂଗ୍ରେସର ଅନୁସନ୍ଧାନ ସରିନି ବୋଲି କହିଛନ୍ତି ନରସିଂହ । ବିଧାନସଭା ଆରମ୍ଭ ହୋଇଥିବାରୁ ତଥ୍ୟ ଅନୁସନ୍ଧାନ ସରିପାରିନାହିଁ । ୨ଟି କମିଟିର କାର୍ଯ୍ୟ ସରିଛି, ୪ର୍ଥ କମିଟିର କାର୍ଯ୍ୟ ଜାରି ରହିଛି । ବିଧାୟକମାନେ କମିଟିର ଆବାହକ ଥିବାରୁ ତଥ୍ୟ ସଂଗ୍ରହ ସରିପାରିନି ବୋଲି କହିଛନ୍ତି ନରସିଂହ । ବିଧାନସଭା ଅଧିବେଶନ ଶେଷ ହେବା ପରେ ରିପୋର୍ଟ ଆସିବ ବୋଲି କହିଛନ୍ତି ନରସିଂହ ମିଶ୍ର ।
ଜାତୀୟ ପୁରସ୍କାର ପ୍ରାପ୍ତ ଦଙ୍ଗଲ ଗାର୍ଲ ଜାଇରା ଓ୍ବାସିମ୍ ବଲିଉଡ୍ ଛାଡିବା ନେଇ ସୂଚନା ଦେଇଛନ୍ତି। ବଲିଉଡ୍ରେ କାମ କରିବା ତାଙ୍କର ଧର୍ମୀୟ ଭାବନାରେ ରହିଥିବା ବିଶ୍ବାସ ଏବଂ ଭରସାକୁ ଆଘାତ ପହଞ୍ଚାଉଥିବାରୁ ବଲିଉଡ ଛାଡିବା ନେଇ ନିଷ୍ପତ୍ତି ନେଇଛନ୍ତି ଜାଇରା। ନିଜର ସୋସିଆଲ ମିଡିଆ ପେଜ୍ରେ ଏକ ଚିଠି ଲେଖି ବଲିଉଡ୍କୁ ବିଦାୟ ଜଣାଇବାର ନିଷ୍ପତ୍ତି ନେଇଛନ୍ତି। ୫ ବର୍ଷ ପୂର୍ବରୁ ବଲିଉଡ୍ରେ ପ୍ରବେଶ କରିବାର ନିଷ୍ପତ୍ତି ମୋତେ ପ୍ରସିଦ୍ଧି ଆଣି ଦେଇଥିଲା। ଏହା ସହିତ ବଲିଉଡ୍ ମୋତେ ଯୁବ ସମାଜର ଆଦର୍ଶ ଭାବରେ ମଧ୍ୟ ପ୍ରତିଷ୍ଠିତ କରାଇଥିଲା। ମାତ୍ର ସଫଳତା ଏବଂ ବିଫଳତାକୁ ବର୍ତ୍ତମାନ ମୁଁ ବୁଝିବାରେ ଲାଗିଛି ଏବଂ ବଲିଉଡ୍ରେ ମୋ ସ୍ଥାନକୁ ନେଇ ମୁଁ ସନ୍ତୁଷ୍ଟ ନୁହେଁ ବୋଲି ଜାଇରା ଏକ ପୋଷ୍ଟରେ ଉଲ୍ଲେଖ କରିଛନ୍ତି। ନିଜର ପାଞ୍ଚ ବର୍ଷର ବଲିଉଡ୍ ଯାତ୍ରାରେ ତିନୋଟି ଫିଲ୍ମରେ ଅଭିନୟ କରିଥିବା ବେଳେ ଦୁଇଟି ଜାତୀୟ ପୁରସ୍କାର ଏବଂ…
ସିନେଟର କମଳା ହ୍ୟାରିସ୍ଙ୍କ ଉପରେ ବର୍ଣ୍ଣବୈଷମ୍ୟବାଦ ଆକ୍ରମଣର ଅଭିଯୋଗ ଆସିଛି। ରାଷ୍ଟ୍ରପତି ଦୌଡରେ ରହିଥିବା ୧୨ ଜଣ ପ୍ରାର୍ଥୀଙ୍କ ମଧ୍ୟରେ ରହିଥିବା ଦୁଇ କୃଷ୍ଣକାୟ ପ୍ରାର୍ଥୀଙ୍କ ମଧ୍ୟରେ କମଳା ହ୍ୟାରିସ୍ ଅନ୍ୟତମ। ଗୁରୁବାର ରାତିରେ ପୂର୍ବତନ ଉପ ରାଷ୍ଟ୍ରପତି ଜୋ ବିଡେନ୍ଙ୍କ ସହିତ ଏକ ବିତର୍କରେ ଭାଗ ନେବା ପରେ କମଳାଙ୍କ ଉପରେ ଏହି ଆକ୍ରମଣ ହୋଇଛି। ବର୍ଣ୍ଣବୈଷମ୍ୟବାଦକୁ ନେଇ ବିଡେନ୍ଙ୍କ ସହିତ ଆଲୋଚନା ପରେ ବିଭିନ୍ନ ସୋସିଆଲ ମିଡିଆ ସାଇଟ୍ରେ ଏହି କାଲିଫର୍ଣ୍ଣିଆ ସିନେଟରଙ୍କୁ ଆକ୍ରମଣ କରାଯାଇଛି। କମଳା ସମ୍ପୂର୍ଣ୍ଣ ଭାବରେ କୃଷ୍ଣକାୟ ନୁହନ୍ତି ବୋଲି କିଛି ଲୋକ ଅଭିଯୋଗ କରିଥିବା ବେଳେ କିଛି ଲୋକ ସେ ଆମେରିକୀୟ ନୁହଁନ୍ତି ବୋଲି ସମାଲୋଚନା କରିଥିଲେ। ଏପରି ବର୍ଣ୍ଣବୈଷମ୍ୟବଦ ବିରୋଧରେ ସାଧାରଣ ଜନତା ମତ ପ୍ରଦାନ କରିବା ଉଚିତ୍ ବୋଲି ହ୍ୟାରିସ୍ଙ୍କ ମୁଖପାତ୍ର ଲିଲି ଆଡାମ୍ସ ଟ୍ବିଟ୍ଟର ଜରିଆରେ କହିଛନ୍ତି।
ଉତ୍ତରପ୍ରଦେଶ କାନୁନ୍ ବ୍ୟବସ୍ଥା ଉପରେ ପ୍ରଶ୍ନ ଉଠାଇଥିଲେ କଂଗ୍ରେସର ମହାସଚିବ ପ୍ରିୟଙ୍କା ଗାନ୍ଧି। ଯୋଗୀ ଆଦିତ୍ୟନାଥ ପ୍ରିୟଙ୍କାଙ୍କୁ ଜବାବ ଦେଇ କଟାକ୍ଷ କରି କହିଛନ୍ତି ଯେ, ଏହା ଅଙ୍ଗୁର ଖଟା ପରି ଘଟଣା। କଂଗ୍ରେସର ପାର୍ଟି ଅଧ୍ୟକ୍ଷ ନିର୍ବାଚନ ହାରିଯାଇଛନ୍ତି, ଏବେ ଦିଲ୍ଲୀ-ଇଟଲୀ, ଇଂଲଣ୍ଡରେ ବସି କମେଣ୍ଟ କରିବାକୁ ପଡୁଛି, କାରଣ ଏମିତି କରିକି ଚର୍ଚ୍ଚାରେ ରହିହେବ। ଉତ୍ତରପ୍ରଦେଶରେ ବଢି ଚାଲିଥିବା ଅପରାଧିକ କାର୍ଯ୍ୟକଳାପ ତଥା ଅପରାଧିକ ଘଟଣାକୁ ଦେଖି ପ୍ରିୟଙ୍କା ଗାନ୍ଧି ଯୋଗୀ ସରକାରଙ୍କୁ ଟାର୍ଗେଟ କରିଥିଲେ। ଅପରାଧୀମାନେ ମୁକ୍ତ ଭାବେ ବିଚରଣ କରୁଥିବାବେଳେ ରାଜ୍ୟରେ ଗୋଟିଏ ପରେ ଗୋଟିଏ ଅପରାଧିକ ଘଟଣା ଘଟି ଚାଲିଛି। କିନ୍ତୁ ରାଜ୍ୟର ବିଜେପି ସରକାର ଉଁ କି ଚୁଁ କରୁନାହିଁ। ଉତ୍ତରପ୍ରଦେଶ ସରକାର ଅପରାଧୀଙ୍କ ନିକଟରେ ବୋଧେ ଆତ୍ମସମର୍ପଣ କରିଦେଇଛନ୍ତି ବୋଲି ପ୍ରିୟଙ୍କା ଟୁଇଟ୍ କରିଥିଲେ।
ଚଳିତ କ୍ରିକେଟ ବିଶ୍ବକପ୍ରେ ମୁକାବିଲା କରିବାକୁ ଯାଉଛନ୍ତି ଆୟୋଜକ ଇଂଲଣ୍ଡ ଏବଂ ବିରାଟ କୋହଲିଙ୍କ ଭାରତ। ଟୁର୍ଣ୍ଣାମେଣ୍ଟର ଏକମାତ୍ର ଅପରାଜେୟ ଦଳ ଭାରତ ୬ଟି ମ୍ୟାଚ୍ରୁ ୫ଟିରେ ବିଜୟ ହାସଲ କରିଥିବା ବେଳେ ସେମିରେ ପ୍ରବେଶ କରିବା ପାଇଁ ଭାରତକୁ ମାତ୍ର ଗୋଟିଏ ବିଜୟ ଆବଶ୍ୟକ। ଅପରପକ୍ଷରେ ସେମି ଫାଇନାଲ ଦୌଡରେ ରହିବାକୁ ହେଲେ ଇଂଲଣ୍ଡକୁ ମଧ୍ୟ ଏହି ମ୍ୟାଚ୍ରେ ବିଜୟୀ ହେବାକୁ ପଡିବ। ଭାରତ ପକ୍ଷରୁ ଦୁଇ ଓପ୍ନରଙ୍କ ସହିତ ଅଧିନାୟକ ବିରାଟ କୋହଲି ଭଲ ଫର୍ମରେ ରହିଛନ୍ତି। ଅନ୍ୟପକ୍ଷରେ ମହମ୍ମଦ ସାମି ଏବଂ ଜଶ୍ପ୍ରୀତ୍ ବୁମ୍ରା ମଧ୍ୟ ଚମତ୍କାର ଫର୍ମରେ ରହିଛନ୍ତି। ଇଂଲଣ୍ଡ ପକ୍ଷରୁ ଷ୍ଟୋକ୍ସ, ରୁଟ୍, ବାୟେରେଷ୍ଟୋ ଏବଂ ଜାସନ୍ ରୟ ଭଲ ପ୍ରଦର୍ଶନ କରିଛନ୍ତି। ଏହି ମ୍ୟାଚ୍ରେ ବିଜୟୀ ହେବା ପାଇଁ ଖେଳାଳିଙ୍କୁ ଭଲ ପ୍ରଦର୍ଶନ କରିବାକୁ ପଡିବ। ଗତ ଦୁଇଟି ମ୍ୟାଚ୍ରୁ ୮ଟି ଓ୍ବିକେଟ୍ ଅକ୍ତିଆର କରିଥିବା ସାମି ପୁନର୍ବାର ଏହି ମ୍ୟାଚ୍ରେ ଖେଳିବାର…
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କର ଦ୍ୱିତୀୟ କାର୍ଯ୍ୟକାଳର ପ୍ରଥମ ‘ମନ୍ କି ବାତ୍’ କାର୍ଯ୍ୟକ୍ରମରେ ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି। ମନ କୀ ବାତ୍ ଦେଶ ଓ ସମାଜ ପାଇଁ ଆଇନା ସଦୃଶ। ଦେଶବାସୀଙ୍କ ଚିଠି ତାଙ୍କୁ ପ୍ରେରଣା ଦେଉଛି। ଏହାଦ୍ୱାରା ତାଙ୍କର ଚିନ୍ତାଧାରାରେ ପରିବର୍ତ୍ତନ ମଧ୍ୟ ହେଉଛି। ଏହା ସହିତ ମୋଦି ୪୪ ବର୍ଷ ତଳେ ଦେଶରେ ୧୯୭୫ରେ ଜାରି ହୋଇଥିବା ଜରୁରୀକାଳୀନ ପରିସ୍ଥିତି ସମ୍ପର୍କରେ ମଧ୍ୟ କହିଛନ୍ତି। ଏହା କେବଳ ରାଜନୀତି କ୍ଷେତ୍ରରେ ନୁହେଁ, କିମ୍ବା ରାଜନେତା, ଆନ୍ଦୋଳନ ପର୍ଯ୍ୟନ୍ତ ସୀମିତ ନଥିଲା। ଏହା ଜନ ସାଧାରଣଙ୍କ ମନରେ ଆକ୍ରୋଶ ଥିଲା। ଲୁଚି ଯାଇଥିବା ଲୋକତନ୍ତ୍ରର ଏକ ସ୍ୱର ଥିଲା। ଲୋକତନ୍ତ୍ର ଯେତେବେଳେ କେହି ଛିନ୍ନ କରେ ସେହି ସମୟରେ ଆଧିକାର କଣ ବୋଲି ପରିଲକ୍ଷିତ ହୋଇ ଥାଏ। ଭାରତବାସୀ ଗର୍ବରେ କହିପାରିବେ କି, ଲୋକତନ୍ତ୍ର ଆମର ସଂସ୍କାର, ଲୋକତନ୍ତ୍ର ଆମ ସଂସ୍କୃତି। ଏହି ଅବସରରେ ମୋଦି କହିଛନ୍ତି ଯେ,୨୦୧୯…
ମଧ୍ୟପ୍ରଦେଶ ଇନ୍ଦୋର ନଗର ନିଗମର ଅଧିକାରୀଙ୍କୁ କ୍ରିକେଟ୍ ବ୍ୟାଟ୍ରେ ପିଟିବା ଅଭିଯୋଗରେ ଜେଲରେ ଥିବା ବିଧାୟକ ତଥା କ୍ରିକେଟ୍ ବ୍ୟାଟ୍ସମ୍ୟାନ୍ ଆକାଶ ବିଜୟବର୍ଗୀୟଙ୍କ ଜାମିନ ମଞ୍ଜୁର ହୋଇଛି। ଭୋପାଳ କୋର୍ଟ ତାଙ୍କୁ ଜାମିନ ପ୍ରଦାନ କରିବା ପରେ ସେ ଏବେ ଜେଲରୁ ମୁକୁଳିଛନ୍ତି। ଜେଲରେ ବହୁତ ଭଲ ସମୟ ସେ କଟାଇଛନ୍ତି ଏବଂ ଆଗାମୀ ଦିନରେ ଲୋକଙ୍କ ସେବା ଜାରି ରଖିବେ ବୋଲି ଆକାଶ ବିଜୟବର୍ଗୀୟ କହିଛନ୍ତି। ଆକାଶ ହେଉଛନ୍ତି ବରିଷ୍ଠ ବିଜେପି ନେତା କୈଳାସ ବିଜୟବର୍ଗୀୟାଙ୍କ ପୁଅ ଓ ସେ ପ୍ରଥମ ଥର ଇନ୍ଦୋର-୩ ଆସନରୁ ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି। ବୁଧବାର ଗିରଫ ପରେ ଅଦାଲତ ତାଙ୍କୁ ଆସନ୍ତା ୭ତାରିଖ ଯାଏ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଥିଲେ। ଦୁଇ ଥର ତାଙ୍କର ଜାମିନ ନାମଞ୍ଜୁର ହୋଇଥିଲା। ଶନିବାର ଭୋପାଳ ଜିଲ୍ଲା ଫାଷ୍ଟ ଟ୍ରାକ୍ କୋର୍ଟ ତାଙ୍କୁ ଜାମିନ ପ୍ରଦାନ କରିଥିଲେ। କିନ୍ତୁ ଶନିବାର ଦିନ କିଛି କାଗଜପତ୍ର ଜନିତ…

