Author: Samikhsya Bureau

ପୁରୀ-ହାଟିଆ ତପସ୍ୱିନୀ ଏକ୍ସପ୍ରେସରେ ନିଆଁ ଲାଗିଥିବା ଘଟଣାରେ ଅଭିଯୁକ୍ତ ଅଶୋକ ପ୍ରଧାନଙ୍କୁ ଆରଫିଏଫ୍‌ ଗିରଫ କରିଛି  ଗତ ୨୨ତାରିଖରେ ଏହି ଅଗ୍ନିକାଣ୍ଡ ହୋଇଥିଲା। ଉଲ୍ଲେଖଯୋଗ୍ୟ ଯେ, ପୁରୀ ଷ୍ଟେସନରେ ଠିଆ ହୋଇଥିବା ବେଳେ ପୁରୀ-ହାଟିଆ ଏକ୍ସପ୍ରେସରେ ନିଆଁ ଲାଗିଯାଇଥିଲା। ଟ୍ରେନର ୨,୩,୪ ଓ ୫ ନମ୍ବର ସ୍ଲିପର କୋଚ୍‌ରେ ନିଆଁ ଲାଗିଥିବା ବେଳେ ଏସ/୪ କୋଚ୍ ସଂପୂର୍ଣ୍ଣ ଜଳି ଯାଇଥିଲା। ଟ୍ରେନରେ କୌଣସି ଯାତ୍ରୀ ନଥିଲେ ଏବଂ ସବୁ ବଗି ଖାଲିଥିଲା।

Read More

ଲୋକସଭା ନିର୍ବାଚନର ଠିକ୍‌ ପୂର୍ବରୁ ତେଲେଙ୍ଗାନାର ମୁଖ୍ୟ ବିପକ୍ଷ ଦଳ କଂଗ୍ରେସକୁ ଝଟ୍‌କା ଲାଗିଛି। ୧୦ ଏମଏଲ୍‌ଏ ଟିଆରଏସ୍‌ରେ ମିଶିବା ପରେ କଂଗ୍ରେସର ଅନ୍ୟ ଜଣେ ବରିଷ୍ଠ ନେତା ପି. ସୁଧାକର ରେଡ୍ଡି ଆଜି ଇସ୍ତଫା ଦେଇଛନ୍ତି। ତେବେ ସେ ବିଜେପିରେ ମିଶିବେ ବୋଲି ଶୁଣିବାକୁ ମିଳୁଛି। ତେଲେଙ୍ଗାନା ବିଧାନ ପରିଷଦର ପୂର୍ବ ସଦସ୍ୟ ସୁଧାକର ରେଡ୍ଡି ପରିଷଦର ସଦସ୍ୟ ରୂପେ ନିଜ କାର୍ଯ୍ୟକାଳ ସମାପ୍ତ ହେବାର ଦୁଇ ଦିନ ପରେ ଏହି ନିର୍ଣ୍ଣୟ ନେଇଛନ୍ତି। ସେ ରାଜ୍ୟର ନେତାମାନଙ୍କର କାର୍ଯ୍ୟରେ ଅସନ୍ତୁଷ୍ଟ ରହିଥିବାବେଳେ ­ନିର୍ବାଚନରେ ଟିକେଟ ଦେବା ପାଇଁ କଂଗ୍ରେସ କୋଟି କୋଟି ଟଙ୍କା ଦାବି କରୁଛି ବୋଲି କହିଛନ୍ତି ସୁଧାକର। ଏଭଳି ଅଭିଯୋଗ ଆଣି ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କୁ ଏକ ଚିଠି ଲେଖି ଜଣାଇବା ସହ ଇସ୍ତଫା ଦେଇଛନ୍ତି ସୁଧାକର। “କଂଗ୍ରେସ ତା’ର ମୌଳିକ ଆଦର୍ଶ ଓ ଚିନ୍ତାଧାରା ହରାଇ ବସିଛି, ଦଳ ନେତା ବାଛିବା ସ୍ଥାନରେ ଦଳୀୟ…

Read More

ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରରୁ ପୁଣି ବିମାନସେବା ଆଜିଠାରୁ ଆରମ୍ଭ ହୋଇଛି। ଏହି ବିମାନ ବନ୍ଦରରୁ ତିନୋଟି ସହର ଦିଲ୍ଲୀ, କୋଲକାତା ଓ ହାଇଦ୍ରାବାଦକୁ ବିମାନ ଉଡିବ। ଏହାକୁ ନେଇ ସମସ୍ତ ବ୍ୟବସ୍ଥା ଶେଷ ହୋଇଥିବା ବେଳେ ଘରୋଇ ସଂସ୍ଥା ସ୍ପାଇସ୍ ଜେଟ୍ ଏହି ସେବା ଆରମ୍ଭ କରିଛି। ସ୍ପାଇସ୍ ଜେଟ୍‌ର ପ୍ରଥମ ବିମାନ ରବିବାର ଅପରାହ୍ନ ୩ଟା୪୦ରେ ଦିଲ୍ଲୀକୁ ଉଡାଣ ଭରିଛି। ଏହି ବିମାନରେ ୧୮୯ଟି ସିଟ୍ ରହିଛି। ଦ୍ୱିତୀୟ ବିମାନ ଅପରାହ୍ନ ୪ଟା୧୦ରେ ଝାରସୁଗୁଡାରୁ ହାଇଦ୍ରାବାଦ୍ ଏବଂ ତୃତୀୟ ବିମାନ ରାତି ୮ଟା୪୦ରେ କୋଲକାତା ପାଇଁ ଉଡାଣ କରିବ। ହାଇଦ୍ରାବାଦ୍ ଓ କୋଲକାତାକୁ ଉଡାଣ କରିବାକୁ ଥିବା ସ୍ପାଇସ୍ ଜେଟ୍‌ର କ୍ୟୁ-୪୦୦ ମଡେଲର ଦୁଇଟି ବିମାନରେ ୭୮ଟି ଲେଖାଏଁ ସିଟ୍ ରହିଛି। ଗତବର୍ଷ ସେପ୍ଟେମ୍ବର ୨୨ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଝାରସୁଗୁଡାରେ ବୀର ସୁରେନ୍ଦ୍ର ସାଏ ବିମାନବନ୍ଦରକୁ ଉଦଘାଟନ କରିଥିଲେ। ଝାରସୁଗୁଡା ବିମାନବନ୍ଦରକୁ କମର୍ସିଆଲ ବିମାନ…

Read More

ନିଜର ୧୯ ବର୍ଷର ଚଳଚ୍ଚିତ୍ର କ୍ୟାରିୟରରେ ପ୍ରଥମ ଥର ପାଇଁ ପୁଲିସ ଭୂମିକାରେ ନଜର ଆସିବେ ଅଭିନେତ୍ରୀ କରୀନା କପୁର ଖାନ୍। ତୈମୁର୍‌ ଜନ୍ମହେବା ପରେ ଫିଲ୍ମ ଦୁନିଆରୁ କିଛିଦିନ ହେବ ଦୂରେଇ ରହିଥିଲେ। ତେବେ କରୀନା ଖୁବଶୀଘ୍ର ଇରଫାନ ଖାନଙ୍କ ସହ ‘ହିନ୍ଦୀ ମିଡିୟମ୍-୨’ରେ ଦେଖିବାକୁ ମିଳିବ ବୋଲି ଜଣାପଡ଼ିଛି। ଏହି ଚଳଚ୍ଚିତ୍ରର ଶୁଟିଂ ଚଳିତ ବର୍ଷ ଏପ୍ରିଲ ମାସରୁ ଆରମ୍ଭ ହେବ। କରୀନାଙ୍କୁ ଚଳଚ୍ଚିତ୍ରର ସ୍କ୍ରିପ୍ଟ ବହୁତ ପସନ୍ଦ ଆସିଥିବା ଜଣାପଡ଼ିଛି। ଏଥିସହିତ ପ୍ରଥମ ଥର ପାଇଁ ପୁଲିସ ଭୂମିକାରେ ଅଭିନୟ କରିବା ପାଇଁ ସେ ଖୁବ୍ ଉତ୍ସାହିତ ଥିବା ମଧ୍ୟ କହିଛନ୍ତି। ଏହାପରେ କରଣ ଜୋହରଙ୍କ ‘ତକ୍ଷତ୍‌’ ଚଳଚ୍ଚିତ୍ରର ମଧ୍ୟ ନଜର ଆସିବେ କରୀନା। କରୀନା ଏବେ ଅକ୍ଷୟ କୁମାରଙ୍କ ସହ ‘ଗୁଡ୍‌ ନ୍ୟୁଜ୍‌’ ଚଳଚ୍ଚିତ୍ର ଶୁଟିଂରେ ବ୍ୟସ୍ତ ରହିଛନ୍ତି। ଏହି ଫିଲ୍ମରେ କରୀନା-ଅକ୍ଷୟଙ୍କ ବ୍ୟତୀତ କିଆରା ଆଡ୍‌ଭାନୀ ଓ ଦିଲ୍‌ଜିତ୍‌ ଦୋସାଞ୍ଜଙ୍କ ପ୍ରମୁଖଙ୍କୁ ଦେଖିବାକୁ ମିଳିବ।

Read More

କଟକରେ ବାର୍ଡ ଫ୍ଲୁ ଆତଙ୍କ । ବାର୍ଡ ଫ୍ଲୁ ନେଇ ଫୁଡ ସେଫ୍‌ଟି କର୍ମଚାରୀ କଟକ ସହରରେ ଥିବା ବିଭିନ୍ନ ଚିକେନ ସେଣ୍ଟରମାନଙ୍କରେ ନୋଟିସ ଲଗାଇଛନ୍ତି। ଏହାକୁ ନେଇ ୩ମାସ ପର୍ଯ୍ୟନ୍ତ ସହରରେ କୁକୁଡା ଓ କୁକୁଡା ଜାତ ଦ୍ରବ୍ୟ ବିକ୍ରି ଉପରେ ନିଷେଧାଦେଶ ଜାରି କରାଯାଇଛି। କଟକ ଖପୁରିଆସ୍ଥିତ ବତକ ପ୍ରଜନନ କେନ୍ଦ୍ରରେ ବାର୍ଡ ଫ୍ଲୁ ହେବା ଜଣା ପଡିବା ପରେ ସହରରେ ଏନେଇ ଆତଙ୍କ ଖେଳି ଯାଇଛି। ସତର୍କତାମୂଳକ ପଦକ୍ଷେପ ସ୍ୱରୂପ ଫୁଡ ସେଫ୍‌ଟି କର୍ମଚାରୀ ସହରରେ ଥିବା ବିଭିନ୍ନ ଚିକେନ୍‌ ସେଣ୍ଟରମାନଙ୍କରେ ନୋଟିସ୍‌ ଲଗାଇ ଲୋକମାନଙ୍କୁ ସଚେତନ କରିବା ପାଇଁ ଏହି ପଦକ୍ଷେପ ନିଆଯାଇଥିବା କୁହାଯାଉଛି। ୪୩୫ ବତକଙ୍କୁ ପୋତାଯାଇଛି, ବତକ ଖାଦ୍ୟ ଓ ଅଣ୍ଡା ପ୍ରଭୃତି ନଷ୍ଟ କରାଯାଇଛି।

Read More

ରାଜସ୍ଥାନର ଯୋଧପୁରଠାରେ ଭାରତୀୟ ବାୟୁସେନାର ଏକ ମିଗ-୨୭ ଯୁଦ୍ଧ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇ ଜଳିଯାଇଛି। ତେବେ ବିମାନର ପାଇଲଟ ପାରାଚ୍ୟୁଟ ଯୋଗେ ସୁରକ୍ଷିତ ଭାବେ ଓହ୍ଲାଇବାରେ ସଫଳ ହୋଇଛନ୍ତି। ଅଧିକାରୀଙ୍କ କହିବା ଅନୁସାରେ ବିମାନ ଦୁର୍ଘଟଣାରେ ଧନଜୀବନର କୌଣସି କ୍ଷତି ହୋଇନାହିଁ। ଏହି ମାମଲାର ତଦନ୍ତ ନିର୍ଦେଶ ଦିଆଯାଇଛି। ମିଗ-୨୭ ଯୁଦ୍ଧ ବିମାନ ସିରୋହିର ଗୋଣ୍ଡାନା ଶିବଗଞ୍ଜ ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଅଧିକାରୀଙ୍କ ଅନୁଯାୟୀ ନିୟମିତ ଅଭିଯାନ ପାଇଁ ବାୟୁ ସେନା ଘାଟିରୁ ସକାଳ ପ୍ରାୟ ୧୧ଟା ୪୫ ସମୟରେ ବିମାନଟି ଉଡ଼ାଣ ଭରିଥିଲା। କିଛି ସମୟ ପରେ ପାଇଲଟଙ୍କୁ ବିମାନ ଇଞ୍ଜିନ ଖରାପ ଥିବାର ସଂକେତ ମିଳିଥିଲା। ଏହାପରେ ପାଇଲଟ ସୁରକ୍ଷିତ ଭାବେ ବିମାନରୁ ବାହାରି ଯାଇଥିଲେ। କିଛି ଦୂର ଯିବା ପରେ ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇ ଖସିପଡ଼ିଥିଲା। ଏହାର ତଦନ୍ତ ନିର୍ଦେଶ ଦିଆଯାଇଛି ବୋଲି ବାୟୁସେନା ପକ୍ଷରୁ କୁହାଯାଇଛି। ଏହା ପୂର୍ବରୁ ରାଜସ୍ଥାନର ବିକାନେର ଜିଲାରେ ବାୟୁସେନାର ଏକ…

Read More

କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଆସନ୍ତା ସାଧାରଣ ନିର୍ବାଚନରେ ଦୁଇଟି ଆସନରେ ନିର୍ବାଚନ ଲଢିବାକୁ ଯାଉଛନ୍ତି। ଯାହାକୁ ନେଇ ଏବେ ରାଜନୈତିକ ବୟନାବାଜି ଆରମ୍ଭ ହୋଇଛି। ଏହାରି ମଧ୍ୟରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ରାହୁଲ ଗାନ୍ଧୀଙ୍କୁ ଘେରିଛନ୍ତି। କଂଗ୍ରେସ ଏହି ଘୋଷଣା ପରେ ଅମିତ ଶାହା କହିଛନ୍ତି ଯେ ମୋଦୀ ଲହରୀରେ ଡରିଯାଇଛନ୍ତି ରାହୁଲ। ସେଥିପାଇଁ  କେରଳରୁ ନିର୍ବାଚନ ଲଢିବାକୁ ଯାଉଛନ୍ତି । ରାହୁଲଙ୍କ ୱାୟନାଡରୁ ଲଢିବାକୁ ନେଇ କଂଗ୍ରେସର ଘୋଷଣାକୁ ମହାମେଣ୍ଟରେ ଥିବା ସିପିଆଇ ମଧ୍ୟ ବିରୋଧ କରିଛି। ସିପିଆଇର ବରିଷ୍ଠ ନେତା ପ୍ରକାଶ କାରାତ କହିଛନ୍ତି ଯେ କଂଗ୍ରେସ, ବିଜେପି ସହ ନଲଢି ସିପିଆଇ ସହ ଲଢିବାକୁ ଯାଉଛି ଯାହାକୁ ଆମେ ଦୃଢ ବିରୋଧ କରିବୁ। ଉତ୍ତର ପ୍ରଦେଶର ନଗୀନାରେ ଜନସଭାକୁ ସମ୍ବୋଧିତ କରି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା କଂଗ୍ରେସ ଉପରେ ପ୍ରବଳ ବର୍ଷିଛନ୍ତି।

Read More

ଦେଶ କୁ ଏକ ଉଚ୍ଚ ସ୍ଥାନ ଦେବାପାଇଁ ଦେଶ ଏକ ବଳିଷ୍ଠ ଏବଂ ନିଷ୍ପତ୍ତି ନେଇ ପାରୁଥିବା ପ୍ରତିନିଧି ଆବଶ୍ୟକ କରୁଛି ବୋଲି ପୂର୍ବତନ ମୁଖ୍ୟମନ୍ତ୍ରୀ ପ୍ରକାଶ ସିଂ ବାଦଲ କହିଛନ୍ତି। ଶନିବାର ଗାନ୍ଧୀନଗର ଠାରେ ବିଜେପି ଅଧ୍ୟକ୍ଷ ଅମିତ ଶାହା ନିଜର ପ୍ରାର୍ଥୀ ପତ୍ର ଦାଖଲ କରିବା ଅବସରରେ କରାଯାଇଥିବା ଏକ ସଭାରେ ସେ ଏହା କହିଛନ୍ତି। ଶ୍ରୀଯୁକ୍ତ ବାଦଲ କହିଲେ ଯେ ଯଦିଓ ଆମ ଦେଶ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରତିନିଧିତ୍ଵ ରେ ସୁରକ୍ଷା ସାମର୍ଥ୍ୟ ଏବଂ ବୈଜ୍ଞାନିକ ଗବେଷଣାରେ  ପୃଥିବୀର ପାଞ୍ଚଟି ପ୍ରମୁଖ ଅର୍ଥନୀତି ମଧ୍ୟରେ ଏକ ଗ୍ଲୋବାଲ ସୁପର ପାୱାର ହୋଇ ପାରିଛି  ତଥାପି ଦେଶ ଏକ ବଳିଷ୍ଠ, ଶକ୍ତିଶାଳୀ ଏବଂ ଏକ ସ୍ଵଚ୍ଛ ପ୍ରତିନିଧିତ୍ଵର ଆବଶ୍ୟକ କରୁଛି। କେବଳ ମୋଦୀ ହିଁ ଏହିଭଳି ବଳିଷ୍ଠ ନେତୃତ୍ଵ ପ୍ରଦାନ କରିବାରେ ସକ୍ଷମ ବୋଲି ସେ କହିଛନ୍ତି। ବାଦଲ ଅମିତ ଶାହଙ୍କୁ ମୋଦୀଙ୍କ ପରେ  ଦେଶରେ ଏକ…

Read More

ନିର୍ବାଚନ ହେବାକୁ ଆଉ ଅଳ୍ପ ସମୟ। ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଆସନ୍ତା ୧୧ ତାରିଖରୁ ଆରମ୍ଭ ହେବାକୁ ଯାଉଛି। ପ୍ରତ୍ୟେକ ଦଳ ନିଜର ରଣନୀତି ପ୍ରସ୍ତୁତ କରିସାରି ରଣାଙ୍ଗନକୁ ଓହ୍ଲାଇଲେଣି। ଏବେ ଓଡ଼ିଶାରେ ରାଜନୀତି ପରିବେଶ ବେଶ୍‌ ଉଷ୍ମ। ଓଡ଼ିଶା ରାଜନୀତିରେ ବିଜେଡ଼ି, ବିଜେପି ଓ କଂଗ୍ରେସ ମଧ୍ୟରେ ଜୋର୍‌ସୋର୍‌ରେ ଚାଲିଛି ରାଜନୀତି ପ୍ରତିଦ୍ବନ୍ଦ୍ବିତା। ଉଭୟ ଉଭୟଙ୍କୁ ଟାର୍ଗେଟ୍‌ କରିବା ସହ ଆରୋପ ପ୍ରତ୍ୟାରୋପ ଜୋର୍‌ସୋର୍‌ ଚାଲିଛି। ତେବେ ଏହି କ୍ଷେତ୍ରରେ ଶାସକ ବିଜେଡ଼ି ଓ ବିଜେପି ବେଶ୍‌ ଚର୍ଚ୍ଚାରେ ରହିଛନ୍ତି। ରାଜ୍ୟର ବିଭିନ୍ନ ପ୍ରସଙ୍ଗରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରାୟ ସବୁସମୟରେ ବିଜେଡ଼ିକୁ ଘେରୁଥିବାବେଳେ  ଆଜି ବିଜେଡ଼ି ମୁଖପାତ୍ର ସସ୍ମିତ ପାତ୍ର ଧର୍ମେନ୍ଦ୍ରଙ୍କୁ ଟାର୍ଗେଟ କରିଛନ୍ତି। ଓଡ଼ିଶା ପାଇଁ ବିଜେପି ପ୍ରାୟ ସମସ୍ତ ପ୍ରାର୍ଥୀ ତାଲିକା ଘୋଷଣା କରିସାରିଥିବାବେଳେ ଧର୍ମେନ୍ଦ୍ର ପ୍ରଧାନଙ୍କ ନାଁ ଏପର୍ଯ୍ୟନ୍ତ ଘୋଷଣା କରାଯାଇନାହିଁ। ଏହି ପରିପ୍ରେକ୍ଷୀରେ ସସ୍ମିତ ପାତ୍ର ତାଙ୍କୁ ଆଜି ଘେରିଛନ୍ତି। ସେ କହିଛନ୍ତି…

Read More

ଜ୍ୟୋତି ନନ୍ଦ ଗୋଟିଏ ଦଳୀୟ ବିଜ୍ଞାପନ ଉପରେ କିଛି ବିଚାରକୁ ଆପଣମାନଙ୍କ ସହ ସହଭାଗ କରିବାକୁ ଇଚ୍ଛାପ୍ରକାଶ କରୁଛି। ଆଶା ଏହି ନିର୍ବାଚନ ସମୟରେ ଯେତେବେଳେ ସବୁଦଳ ନିଜନିଜର କ୍ଷେତ୍ରଫଳକୁ ସଜାଡିନେବାରେ  ବ୍ୟସ୍ତ ଅଛନ୍ତି ଠିକ୍ ସେତେବେଳେ ଆମକୁ ନିଜନିଜର ଖୁଆଡମନସ୍କତାରୁ ଟିକିଏ ଉପରକୁ ଯାଇ ଏହି ସମସ୍ତ ଘଟଣାକ୍ରମକୁ ନିରେଖି ଦେଖିବାର ଅଛି। ସଂଭବତଃ ଯେଉଁମାନଙ୍କର ଆଖି ଆଗରେ ଗାଢରଂଗର ଚଷମାମାନେ ଚକାପକେଇ ବସିଯାଇଛନ୍ତି ସେମାନଙ୍କୁ ଏହି ବିଚାରର ଅକୀର୍ତ୍ତନ ସେତେ ରୋଚକ ହେବନାହିଁ। ଆଜି ସକାଳୁ ଏକ ସଂବାଦପତ୍ରରେ ଏକ ପ୍ରମୁଖ ରାଜନୈତିକ ଦଳର ବିଜ୍ଞାପନ ଦେଖିବାକୁ ମିଳିଲା। ସେହି ବିଜ୍ଞାପନରେ ଜଣେ ପୋଷାକପ୍ରିୟ ଓ ନିଜକୁ ପ୍ରଧାନ ସେବକ  ଆଉ ଏବେ ଚୌକିଦାର ବୋଲି କହୁଥିବା ନେତା-ବିଶେଷଙ୍କ ଛବି ରହିଛି। ସେ ଆଜି ଏଠାକୁ ଆସି ତାଙ୍କର ନିର୍ବାଚନ ପ୍ରଚାର କରିବେ। ଆଗରୁ ଭାରତର ଯେତେ ଯେତେ ପ୍ରଧାନମନ୍ତ୍ରୀ କୌଣସି ସ୍ଥାନକୁ ନିର୍ବାଚନ ପ୍ରଚାର ପାଇଁ…

Read More

ସମଗ୍ର ଦେଶରେ ଗ୍ରୀଷ୍ମ ଋତୁ ଅନୁଭୂତ ହେଉଥିବାବେଳେ ତା’ର କରାଳ ରୂପ ପ୍ରସାର ହେବାକୁ ଲାଗିଲାଣି। ଗ୍ରୀଷ୍ମ ଋତୁର ଆରମ୍ଭରେ କେରଳରେ ଲୁ ପାଇଁ ଦୁଇଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୪୪ ଜଣ ଗଭୀର ଭାବରେ ପ୍ରଭାବିତ ହୋଇଛନ୍ତି। କେରଳରେ ବର୍ତ୍ତମାନ ଦିନକୁ ଦିନ ତାପମାତ୍ରା ବଢିବାରେ ଲାଗିଛି। ମିଳିଥିବା ସୂଚନା ଅନୁସାରେ ଉପନଗର ପରସାଲା ନିକଟବର୍ତ୍ତୀ ମୁରିଉଥୋମ୍‌ର ଜଣେ କୃଷକ ଉନ୍ନୀକୃଷ୍ଣନ୍‌ ଓ ପଲକ୍କଡ ସହରର ନୈଲୁରର ଜଣେ ମହିଳା ଶ୍ରମିକଙ୍କର ଗତକାଲି ଲୁ ପାଇଁ ମୃତ୍ୟୁ ହୋଇଛି। କେରଳର ଥିରୁଅନନ୍ତପୁରମ୍‌, କୋଲ୍ଲମ, ପଥାନ୍ନମଥିଟ୍‌ଟା, ଅଲ୍ଲାପୁଝା, କୋଟ୍ଟୟମ୍‌, ଇଡୁକ୍କି, ଏର୍ଣ୍ଣାକୁଲମ୍‌, ତ୍ରିଶୁର୍‌, ମଲ୍ଲପୁରମ୍‌, କୋଝିକୋଡ, କନ୍ନୁର  ଓ କାସରଗୋଡ଼ ଜିଲ୍ଲାରେ ଅଧିକ ତାପାମାତ୍ରା ରହିଛି। ଏହି ସମସ୍ତ ଜିଲ୍ଲାରେ ୪୪ ଜଣ ପାଖାପାଖି ଲୋକେ ଲୁ’ରେ ପ୍ରଭାବିତ ହୋଇଛନ୍ତି।

Read More

ଦିଲ୍ଲୀରେ ଆସନ୍ତା ସାଧାରଣ ନିର୍ବାଚନ ପାଇଁ ରାଜ୍ୟର ଶାସକ ଦଳ ଆମ୍ ଆଦମୀ ପାର୍ଟି ସହିତ କଂଗ୍ରେସର ମେଣ୍ଟ ହେବ ନାହିଁ। ଏ ନେଇ କଂଗ୍ରେସ କିମ୍ବା ଅଧ୍ୟକ୍ଷ ରାହୁଲ ଗାନ୍ଧି କୌଣସି ବିଧିବଦ୍ଧ ସୂଚନା ଦେଇନଥିଲେ ମଧ୍ୟ ଗତକାଲି ହୋଇଥିବା ବୈଠକରେ ଏହି ସମ୍ପର୍କିତ ସୂଚନା ରହିଛି।  ଦିଲ୍ଲୀରେ ମେଣ୍ଟ ହେବ କି ନାହିଁ, ଏ ନେଇ ପୂର୍ବତନ ମୁଖ୍ୟମନ୍ତ୍ରୀ ଶୀଲା ଦୀକ୍ଷିତଙ୍କ ଘରେ ବିଳମ୍ବିତ ରାତି ଯାଏ ଦଳର ବରିଷ୍ଠ ନେତା ପିସି ଚାକୋ, କେ.ସି ଭେନୁଗୋପାଳଙ୍କ ସହ ବୈଠକ ବସିଥିଲା। ଏବେ ଆପ ସହ ମେଣ୍ଟ କଲେ ଭବିଷ୍ୟତରେ ଏହା  କଂଗ୍ରେସ ପାଇଁ କ୍ଷତିକାରକ ହେବ ବୋଲି ଅଧ୍ୟକ୍ଷ ରାହୁଲ ଗାନ୍ଧି ଓ ପୂର୍ବତନ ଅଧ୍ୟକ୍ଷ ସୋନିଆ ଗାନ୍ଧିଙ୍କୁ ମଧ୍ୟ ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତୀ ଅବଗତ କରାଇଥିବା ଜଣାପଡ଼ିଛି। ସୂଚନାଯୋଗ୍ୟ, ଦିଲ୍ଲୀ କଂଗ୍ରେସର କିଛି ନେତା ରାଜ୍ୟରେ ବିଜେପିକୁ ରୋକିବା ପାଇଁ ଆମ ଆଦମି ପାର୍ଟି ସହ…

Read More

ଲୋକସଭା ନିର୍ବାଚନ ପାଇଁ  ନିର୍ବାଚନ ତାରିଖ ଘୋଷଣା ହେବା ପରଠାରୁ ନିର୍ବାଚନ ଆଚାର ସଂହିତା ଲାଗୁ କରାଯାଇଛି। ଏନେଇ ଏକ ଗାଇଡଲାଇନ୍‌ ମଧ୍ୟ ଜାରି କରାଯାଇଛି। ବିହାର ବକ୍ସରରେ ପ୍ରଚାର ବେଳେ କେନ୍ଦ୍ରମନ୍ତ୍ରୀ ଅଶ୍ବିନୀ କୁମାର ଚୌବେ ଆଚରଣ ବିଧି ଉଲ୍ଲଂଘନ କରିଛନ୍ତି। ନିର୍ବାଚନ ଅଧିକାରୀ କେନ୍ଦ୍ରମନ୍ତ୍ରୀଙ୍କୁ ଏ ବାବଦରେ ଅବଗତ କରାଇବାରୁ ସେ ଖୋଲାଖୋଲି ଧମକ ଦେବା ସହିତ ଜେଲ ପଠାଇବାକୁ ଆହ୍ବାନ କରିଛନ୍ତି। ସୂଚନାଯୋଗ୍ୟ ଶନିବାର ଦିନ ବକ୍ସର ଲୋକସଭା ଆସନ ପାଇଁ ପ୍ରାର୍ଥୀ ହୋଇଥିବା କେନ୍ଦ୍ରମନ୍ତ୍ରୀ ଅଶ୍ଵିନୀ କୁମାର ଚୌବେ ଏକ ରାଲି କରୁଥିଲେ ଯାହାକି ବିନା ଅନୁମତିରେ ହୋଇଥିବା ଜଣାପଡ଼ିଛି। ପ୍ରଚାର ପାଇଁ ସମୟ ସରିଯାଇଥିବାବେଳେ ରାଲିରେ ସାମିଲ ଥିବା ବାଇକ ପାଇଁ ମଧ୍ୟ ଆବଶ୍ୟକ ଅନୁମତି ନିଆଯାଇନଥିଲା। ଏହାପରେ ସବ ଡ଼ିଭିଜନାଲ ମାଜିଷ୍ଟ୍ରେଟ ତଥା ନିର୍ବାଚନ ଅଧିକାରୀ କେକେ ଉପାଧ୍ୟାୟ କେନ୍ଦ୍ରମନ୍ତ୍ରୀଙ୍କୁ ପ୍ରଚାର ବେଳେ ଅଟକାଇଥିଲେ। ଏହାପରେ କେନ୍ଦ୍ରମନ୍ତ୍ରୀ ଜଣଙ୍କ ନିର୍ବାଚନ ଅଧିକାରୀ ଜଣଙ୍କୁ…

Read More

ବିଜେଡ଼ି  ଛାଡ଼ିଲେ ରଘୁନାଥ ମହାନ୍ତି।  ବ୍ୟକ୍ତିଗତ କାରଣ ଦର୍ଶାଇ ଦଳର ପ୍ରାଥମିକ ସଦସ୍ୟ ଓ ଉପସଭାପତି ପଦରୁ ସେ ଇସ୍ତଫା ଦେଇଛନ୍ତି। କାଲି ଉଠା ଜଳ ସେଚନ ନିଗମ ଅଧ୍ୟକ୍ଷ ପଦରୁ ଦେଇଥିଲେ। ଇସ୍ତଫା ପତ୍ରରେ ସେ ବ୍ୟକ୍ତିଗତ କାରଣ ଦର୍ଶାଇଛନ୍ତି। ତେବେ ଇସ୍ତଫା ଦେବା ପରେ ସେ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ଯେ, ବିଜୁ ଜନତା ଦଳ ପଥ ଭ୍ରଷ୍ଟ ହୋଇଯାଇଛି, କିଛି ନ୍ୟସ୍ତ ସ୍ବାର୍ଥଗୋଷ୍ଠୀଙ୍କ ଚକ୍ରାନ୍ତରେ ଦଳ ପ୍ରଭାବିତ ହୋଇଯାଇଛି। ବିଜୁଙ୍କ ଆଦର୍ଶରେ ଅନୁପ୍ରାଣିତ ବରିଷ୍ଠ ନେତାଙ୍କୁ ଦଳ କୋଣଠେସା କରିଛି ବୋଲି କହିଛନ୍ତି ରଘୁନାଥ। ତେବେ ସେ ନିର୍ବାଚନ ଲଢିବା ନ ଲଢିବା ନେଇ କୌଣସି ସୂଚନା ଦେଇନାହାନ୍ତି।  

Read More

ବିହାରର ସରଣ ଜିଲ୍ଲା ଛପରାରର ଗୌତମସ୍ଥାନ ନିକଟରେ ଆଜି ଏକ ଟ୍ରେନ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। ୧୯୦୪୬ ଛପରା-ସୁରତ ତପ୍ତିଗଙ୍ଗା ଏକ୍ସପ୍ରେସର ୧୩ଟି ବଗି ଲାଇନ୍‌ଚ୍ୟୁତ ହୋଇଥିବା ଜଣାପଡ଼ିଛି। ତେବେ ମିଳିଥିବା ସୂଚନା ଅନୁଯାୟୀ ଏଥିରେ ୪ଜଣ ଗୁରୁତର ଆହତ ହୋଇଛନ୍ତି। ସକାଳ ୯ଟା ୪୫ରେ ଏହି ଦୁର୍ଘଟଣା ହୋଇଥିବା ଜଣାପଡ଼ିଛି। ରେଳ ବିଭାଗର କର୍ମଚାରୀମାନେ ଘଟଣା ସ୍ଥଳରେ ପହଞ୍ଚି ଉଦ୍ଧାରକାର୍ଯ୍ୟ ଆରମ୍ଭ କରିଛନ୍ତି। ଦୁର୍ଘଟଣାର କାରଣ ବର୍ତ୍ତମାନ ସୁଦ୍ଧା ଜଣାପଡିନାହିଁ।

Read More

ଲୋକସଭା ନିର୍ବାଚନ ପାଇଁ  ରାଜନୀତି ବେଶ୍‌ ସରଗରମ ରହିଛି। ସବୁ ରାଜନୈତିକ ଦଳମାନେ ନିଜର ରଣନୀତି ପ୍ରସ୍ତୁତ କରିସରିଲେଣି। ଆସନ୍ତା ଲୋକସଭା ନିର୍ବାଚନରେ ଦୁଇଟି ଆସନରୁ ନିର୍ବାଚନ ଲଢିବେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ। କଂଗ୍ରେସ ମହଲରେ ଏହାକୁ ନେଇ ଚର୍ଚ୍ଚା ଜୋର ଧରିଥିଲା। ତେବେ ଆଜି ବିଧିବଦ୍ଧ ଭାବରେ ରାହୁଲ୍‌ ଦୁଇଟି ସିଟ୍‌ରୁ ଚଳିତ ନିର୍ବାଚନ ଲଢିବେ ବୋଲି ଘୋଷଣା କରାଯାଇଛି। ରାହୁଲ ପାରମ୍ପରିକ ଆମେଥି ସହିତ କେରଳର ଓ୍ବାୟନାଡରୁ ନିର୍ବାଚନ ଲଢିବେ। କେରଳ କଂଗ୍ରେସ ପକ୍ଷରୁ ରାହୁଲ୍‌ଙ୍କୁ ଏହି ଆସନରୁ ଲଢିବା ପାଇଁ ଅନୁରୋଧ କରାଯାଇଥିଲା। ରାହୁଲ ଗାନ୍ଧୀ ବର୍ତ୍ତମାନ ଆମେଥିରୁ ସାଂସଦ ଅଛନ୍ତି। କଂଗ୍ରେସ ମୁଖପାତ୍ର ରଣଦୀପ୍‌ ସୁର୍ଜେଓ୍ବାଲା ଏ ସମ୍ପର୍କରେ ଘୋଷଣା କରି କହିଛନ୍ତି ଯେ, ଆମେଥି ରାହୁଲ୍‌ଙ୍କ ମନରେ ରହିଛି ଓ ସବୁବେଳେ ରହିବ। ଆମେଥିକୁ ରାହୁଲ୍‌ ତାଙ୍କ କର୍ମଭୂମି ବୋଲି ମାନନ୍ତି, ତେଣୁ ସେ ଆମେଥିରୁ ଲଢିବା ସହିତ ଓ୍ବାୟନଡ଼ରୁ ମଧ୍ୟ ନିର୍ବାଚନ…

Read More

କେଦାର ମିଶ୍ର ମୋହନ ଜେନା ବିଜେପିର ଲୋକସଭା ପ୍ରାର୍ଥୀ ହେଲେ କେତେ ଭୋଟ ପାଇବେ ? ଆଜି ଏ ପ୍ରଶ୍ନ ମୋହନ ଜେନାଙ୍କର ଜଣେ ବନ୍ଧୁ ତାଙ୍କର ଆଉ ଜଣେ ବନ୍ଧୁଙ୍କୁ ପଚାରିଥିଲେ। ବନ୍ଧୁ ଜଣକ ବିଦ୍ରୂପମିଶା ହସ ହସି ଉତ୍ତର ଦେଇଥିଲେ, ସେ ତ କାହାର ନୁହନ୍ତି, ତାଙ୍କୁ ଭୋଟ ଦେବ କିଏ ! ନିର୍ବାଚନ ସମୟରେ ଏମିତି ବିଚିତ୍ର ପ୍ରଶ୍ନ ଓ ଉତ୍ତର ସବୁ ମିଳିଥାଏ। ନିର୍ବାଚନର ଧାରା ଓ ତାର ଗତି ବିଷୟରେ ଜାଣିବାକୁ ଏ ପ୍ରଶ୍ନ ଓ ଉତ୍ତର ସବୁ ବେଶ ଗୁରୁତ୍ୱପୂର୍ଣ୍ଣ। ଯାଜପୁରର ପୂର୍ବତନ ଲୋକସଭା ସଦସ୍ୟ ମୋହନ ଜେନା ଆଜି ଯେତେବେଳେ ଭାରତୀୟ ଜନତା ପାର୍ଟିର ଗେରୁଆ ଟୋପି ପିନ୍ଧିଲେ, ସେ ସମୟରେ ତାଙ୍କର ବନ୍ଧୁମାନେ ତାଙ୍କ ଭବିଷ୍ୟତର ଆକଳନ ଯେ କ୍ରୂର ଭାଷାରେ କେରିବେ ସେକଥା ଆମେ ଭାବି ପାରୁନାହୁଁ। ସତ କହିବାକୁ ଗଲେ ମୋହନ ଜେନା ଏବେ ଆଉ ଯାଜପୁର…

Read More

ନିର୍ବାଚନ ସମୟରେ ବ୍ୟାପକ ଟଙ୍କା କାରବାର ଉପରେ ରୋକ ଲଗାଇବା ପାଇଁ କଡା ଆଭିମୁଖ୍ୟ ଗ୍ରହଣ କରିଛନ୍ତି ରାଜ୍ୟ ନିର୍ବାଚନ ଅଧିକାରୀ । ଟଙ୍କା କାରବାରକୁ ବନ୍ଦ କରିବା ପାଇଁ ନିର୍ଦ୍ଦେଶ ମଧ୍ୟ ଦେଇଛନ୍ତି । ତେବେ ଏହାର ଉଲ୍ଲଂଘନ ହେଉଥିବାର ଦେଖିବାକୁ ମିଳିଛି । ଆଜି ଚମ୍ପୁଆର କଂଗ୍ରେସ ପ୍ରାର୍ଥୀ ଯଦୁମଣି ବାରିକଙ୍କ କାରରୁ ୧ଲକ୍ଷ ୯୫ହଜାର ଟଙ୍କା ଜବତ ହୋଇଛି ।  ଆଜି ଚମ୍ପୁଆ କଂଗ୍ରେସ ପ୍ରାର୍ଥୀ ଯଦୁମଣିଙ୍କ କାରକୁ ପୋଲିସ ଶଙ୍କରପୁର ଛକରେ ଅଟକାଇଥିଲା । କାର ଭିତରୁ ୧ଲକ୍ଷ ୯୫ହଜାର ଟଙ୍କା ପୋଲିସ ଜବତ କରିଥିଲା । ଏହାସହ ଦଳୀୟ ବ୍ୟାନର, ପୋଷ୍ଟର ମଧ୍ୟ ମିଳିଥିଲା ।

Read More

ଟିକେଟ ପାଇବାକୁ ନେଇ ବିଜେଡ଼ି ଦଳ ଭିତରେ ଅସନ୍ତୋଷ ବଢିବାରେ ଲାଗିଛି। ଆଜି ସକାଳେ ଭଦ୍ରକ ସାଂସଦ ବିଜେଡ଼ି ଦଳ ଛାଡ଼ିଥିବାବେଳେ ବିଜେପି କାର୍ଯ୍ୟାଳୟରେ ଯୋଗଦେଇ ବିଧିବଦ୍ଧ ଭାବରେ ବିଜେପିରେ ସାମିଲ୍‌ ହୋଇଛନ୍ତି। ୮ ଥର ସାଂସଦ ରହିଥିବା ଅର୍ଜୁନ୍‌ ସେଠୀ ଏଥର ବିଜେଡ଼ି ତରଫରୁ ଟିକେଟ ପାଇନଥିବାବେଳେ ତାଙ୍କ ପୁତ୍ର ଅଭିମନ୍ୟୁଙ୍କୁ ପ୍ରାର୍ଥୀ କରିବା ପାଇଁ ଅନୁରୋଧ କରିଥିଲେ ବିଜେଡି ସୁପ୍ରିମୋଙ୍କୁ। କିନ୍ତୁ ତାଙ୍କ ପୁତ୍ରକୁ ଟିକେଟ୍‌ ମିଳିନଥିବାରୁ ସେ କ୍ଷୋଭ ପ୍ରକାଶ କରି ବିଜେଡ଼ି ଛାଡ଼ିଥିଲେ।  ତେବେ ଅର୍ଜୁନ୍‌ ଏବଂ ତାଙ୍କ ପୁତ୍ର ଅଭିମନ୍ୟୁ ଉଭୟ ବିଜେପିରେ ସାମିଲ୍‌ ହୋଇଛନ୍ତି। ଯାଜପୁରର ସାଂସଦ ମୋହନ ଜେନା ମଧ୍ୟ ଆଜି ବିଜେପିରେ ସାମିଲ୍‌ ହୋଇଛନ୍ତି। ରାଜ୍ୟ ବିଜେପିର ମିଶ୍ରଣ ପର୍ବରେ ବିଜେଡ଼ିର ଏହି ନେତାମାନେ ବିଜେପି ଦଳରେ ସାମିଲ୍‌  ହୋଇଛନ୍ତି। ସେହିପରି ଟିକେଟ ବଣ୍ଟନ ଅସନ୍ତୁଷ୍ଟ ହୋଇ ସୋରର ପୂର୍ବତନ ବିଧାୟକ ସୁରେନ୍ଦ୍ର ପରମାଣିକ ଆଜି ଦଳ ଛାଡ଼ିଛନ୍ତି। ସେ ୨୦୧୪ରେ …

Read More

ଶନିବାର ନାମାଙ୍କନ ପତ୍ର ଦାଖଲ କରିଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା। ୨୦୧୯ ନିର୍ବାଚନ ପାଇଁ ଗାନ୍ଧିନଗର ଲୋକସଭା ଆସନରୁ ପ୍ରାର୍ଥୀପତ୍ର ଭରିଛନ୍ତି ବିଜେପି ଚାଣକ୍ୟ। ଅହମ୍ମଦାବାଦରେ ଏକ ଜନସଭାକୁ ସମ୍ବୋଧିତ କରି ଶାହା  ବିରାଟ ଶୋଭାଯାତ୍ରାରେ ବାହାରି ନାମାଙ୍କନ ଦାଖଲ କରିଥିଲେ। ଏହି ନାମାଙ୍କନ ପତ୍ର ଦାଖଲ ଉତ୍ସବରେ କଂଗ୍ରେସକୁ ସମାଲୋଚନା କରିଛନ୍ତି ଶାହା। ବାଲାକୋଟ ଏୟାର ଷ୍ଟ୍ରାଇକ୍‌ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସମସ୍ତ ଶ୍ରେୟ ଦଇ ଶାହା କହିଥିଲେ ମୋଦି ମନମୋହନଙ୍କ ପରି ମୌନ ରହୁଥିବା ଲୋକ ନୁହନ୍ତି। ପାକିସ୍ତାନ ଏୟାର ଷ୍ଟ୍ରାଇକ୍‌ ପାଇଁକ ପ୍ରସ୍ତୁତ ନଥିବା ବେଳେ ମୋଦିଙ୍କ ପାଇଁ ଏହା ସମ୍ଭବ ହେଲା। ଦେଶର ୪୦ ବୀର ଯବାନ ପ୍ରାଣ ହରାଇବା ପରେ ପାକିସ୍ତାନ ଏହାର ସମସ୍ତ ସାମରିକ ବାହିନୀକୁ ସୀମାରେ ଛିଡା କରାଇଥିଲା। ତେଣୁ ଏୟାର ଷ୍ଟ୍ରାଇକ୍‌ କରିବା ଜରୁରୀ ଥିଲା। ସେହିପରି ବାଲାକୋଟ ଏୟାର ଷ୍ଟ୍ରାଇକ୍‌ର ପ୍ରମାଣ ମାଗୁ୍ଥିବା ରାହୁଲ…

Read More

କିଙ୍ଗଫିଶର ପକ୍ଷରୁ ଏହାର ଏକ ନୂତନ ଉତ୍ପାଦ ଲଞ୍ଚ କରାଯାଇଛି। ଇନ୍‌ଷ୍ଟାଣ୍ଟ ବିଅର ମିକ୍ସ ନାମକ ଏହି ଉତ୍ପାଦର ଲଞ୍ଚ ନେଇ କିଙ୍ଗଫିସର ପକ୍ଷରୁ ଘୋଷଣା କରାଯାଇଥିବା ବେଳେ ବର୍ତ୍ତମାନ ଏହାର ପରୀକ୍ଷଣ ଚାଲୁ ରହିଛି। ଫ୍ରିଜ୍‌ ଡ୍ରାଇଙ୍ଗ ଟିଏମ୍‌ ଟେକ୍ନୋଲୋଜି ପକ୍ଷରୁ ଏହାର ପେଟେଣ୍ଟ କରାଯାଇଥିବା ବେଳେ ଏହା ପ୍ୟାକେଟ୍‌ରେ ଉପଲବ୍ଧ ହେବ ବୋଲି ଜଣାପଡିଛି। ଏହାକୁ ପାଣି ସହିତ ମିଶାଇ ବିଅର ପ୍ରସ୍ତୁତ କରିହେବ। ଫ୍ରିଜ୍‌ରେ ଅଧିକ ସ୍ଥାନର ଆବଶ୍ୟକତାକୁ ଦୂର କରିବା ସହିତ ଗ୍ରାହକ ମାନଙ୍କ ସୁବିଧା ନିମନ୍ତେ ଏହି ଉତ୍ପାଦ ପ୍ରସ୍ତୁତ କରାଯାଇଛି ବୋଲି କିଙ୍ଗଫିଶର ପକ୍ଷରୁ କୁହାଯାଇଛି।

Read More