କେଦାର ମିଶ୍ର ଋଷଭ ନନ୍ଦ କିଏ? ପ୍ରମୋଦ ପଟ୍ଟନାୟକ କିଏ? ରାଜ୍ୟ ବିଜେପି ସଭାପତି ବସନ୍ତ ପଣ୍ଡାଙ୍କ ପୁତୁରା ବା ବିଜେଡି ସାଂସଦ ପ୍ରଶାନ୍ତ ନନ୍ଦଙ୍କ ପୁଅଙ୍କ ରାଜନୈତିକ ପ୍ରଭାବ କଣ? ଗତ କିଛିଦିନ ହେଲା ଏମିତି କିଛି ନାଁକୁ ନେଇ ଆମ ଗଣମାଧ୍ୟମରେ ଚର୍ଚ୍ଚା ଚାଲିଛି ଯେଉଁମାନେ ସପ୍ତାହେ ତଳେ ପ୍ରାୟ ଅପରିଚିତ ଥିଲେ। ହଠାତ ଅନାମଧେୟମାନେ ନାମଜାଦା ହେବାର କାରଣ କଣ? ଦଳ ବଦଳକାରୀଙ୍କୁ ଗୋଟେ ସମୟରେ ଭାରତର ଗଣମାଧ୍ୟମ ପ୍ରଚୁର ସମାଲୋଚନା କରୁଥିଲା। ଏକଦା ହରିୟାନାର ପୂର୍ବତନ ମୁଖ୍ୟମନ୍ତ୍ରୀ ବଂଶୀଲାଲଙ୍କ ଦଳବଦଳ ପ୍ରକ୍ରିୟାକୁ କଟାକ୍ଷ କରି “ଆୟାରାମ ଗୟାରାମ’ ଶବ୍ଦ ସୃଷ୍ଟି ହୋଇଥିଲା। ଏବେ କିନ୍ତୁ ସମୟ ବଦଳିଛି। ଦଳ ବଦଳକାରୀଙ୍କୁ ହିରୋ ବୋଲି ଦେଖାଇବାରେ ଆମେ ଆନନ୍ଦ ପାଉଛୁ। ନିର୍ବାଚନ ସମୟରେ ଟିକଟ ନପାଇ ଯେଉଁମାନେ ଦଳ ଛାଡନ୍ତି ସେମାନଙ୍କୁ ସବୁଠୁ ଦୁର୍ବଳ ନେତା ବୋଲି ବିବେଚନା କରାଯାଉଥିଲା। ଏବେ ସେମାନେ ସବୁଠୁ ଶକ୍ତିଶାଳୀ ହିରୋ।…
Author: Samikhsya Bureau
ସମୀକ୍ଷା ବ୍ୟୁରୋ ଲୋକସଭା ନିର୍ବାଚନ ପାଇଁ ବିଜେପି ନିଜର ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛି। ପ୍ରଥମ ସୂଚୀରେ ୧୮୪ଜଣ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି ବିଜେପି। ବିଜେପିର ନିର୍ବାଚନ ସମିତିର ସମ୍ପାଦକ ଜେପି ନଡ୍ଡା ଏହି ସୂଚୀ ଘୋଷଣା କରିଛନ୍ତି। ଓଡ଼ିଶା ସମେତ କର୍ଣ୍ଣାଟକ, ଜମ୍ମୁ-କଶ୍ମୀର, ରାଜସ୍ଥାନ, କେରଳ, ତ୍ରିପୁରା, ଅରୁଣାଚଳ ପ୍ରଦେଶ, ମହାରାଷ୍ଟ୍ର, ଆଣ୍ଡାମାନ ନିକୋବର, ବିହାର ଓ ଉତ୍ତର ପ୍ରଦେଶ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରାଯାଇଛି। ପ୍ରଥମ ପର୍ଯ୍ୟାୟ ଭୋଟ୍ ପାଇଁ ପ୍ରାର୍ଥିପତ୍ର ଦାଖଲର ଶେଷ ତାରିଖ ମାର୍ଚ୍ଚ ୨୫ ହୋଇଥିବାରୁ ବିଜେପି ଆଜି ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି। ପ୍ରାର୍ଥୀ ପତ୍ର ଘୋଷଣା ପରେ ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି। ଆସନ୍ତା ଲୋକସଭା ନିର୍ବାଚନରେ ବାରାଣାସୀରୁ ନିର୍ବାଚନ ଲଢିବେ ପ୍ରଧାନମନ୍ତ୍ରୀ ମୋଦୀ। ୨୦୧୪ ଲୋକସଭା ନିର୍ବାଚନରେ ମଧ୍ୟ ପିଏମ ମୋଦୀ ବାରାଣାସୀରୁ ନିର୍ବାଚନ ଲଢି ଜିତିଥିଲେ। ଚଳିତ ଥର ପୁରୀ ରୁ ମୋଦୀ…
ନିର୍ବାଚନ ପାଇଁ ଏବେ ଜୋରସୋର୍ରେ ଚାଲିଛି ଦଳବଦଳ ରାଜନୀତି ଓ ମିଶ୍ରଣ ପର୍ବ। ପ୍ରତିଦିନି କିଛି ନେତା ଗୋଟିଏ ଦଳ ଛାଡ଼ି ଅନ୍ୟ ଦଳରେ ଯୋଗ ଦେଉଥିବା ବେଳେ ଆଉ କିଛି ବ୍ୟକ୍ତି ସକ୍ରିୟ ରାଜନୀତିରେ ଭାଗ ନେବା ପାଇଁ ଦଳରେ ଯୋଗ ଦେଉଛନ୍ତି। ଆଜି ବିଜେଡି ନେତା ତଥା ରାଜ୍ୟସଭା ସଦସ୍ୟ ପ୍ରଶାନ୍ତ ନନ୍ଦଙ୍କ ପୁଅ ରିଷଭ ନନ୍ଦ ବିଜେପିରେ ଯୋଗଦେଇଛନ୍ତି। ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଆୟୋଜିତ ମିଶ୍ରଣ ପର୍ବରେ ରିଷଭ ବିଧିବଦ୍ଧ ଭାବେ ପଦ୍ମ ଧରିଛନ୍ତି । ଏହି ଅବସରରେ ରାଜ୍ୟ ବିଜେପି ସଭାପତି ବସନ୍ତ ପଣ୍ଡା, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା ଓ କେଭି ସିଂହଦେଓ ପ୍ରମୁଖଙ୍କ ଉପସ୍ଥିତ ରହିଥିଲେ ।
ଆଜି ଅରୁଣାଚଳପ୍ରଦେଶ ଏବଂ ସିକ୍କିମ୍ ପାଇଁ ବିଜେପି ତା’ର ପ୍ରାର୍ଥୀ ତାଲିକା ଘୋଷଣା କରିଛି। ଏହି ତାଲିକାରେ ସିକ୍କିମ୍ ପାଇଁ ୧୨ ଜଣଙ୍କ ନାମ ଓ ଅରୁଣାଚଳ ପାଇଁ ୬ଜଣଙ୍କ ନାମ ଘୋଷଣା କରାଯାଇଛି। ବିଜେପିର ସେଣ୍ଟ୍ରାଲ ଇଲେକ୍ସନ୍ କମିଟି ସିଇସି ବୈଠକରେ ଏହାର ଅନୁମୋଦନ ପରେ ଏହି ତାଲିକା ଘୋଷଣା କରାଯାଇଛି। ଏହି ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ, ଅର୍ଥମନ୍ତ୍ରୀ ଅରୁଣ ଜେଟ୍ଲୀ, ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜଙ୍କ ସହିତ ସିଇସିର ଅନ୍ୟ ସଦସ୍ୟମାନେ ଯୋଗ ଦେଇଥିଲେ।
ସମାଜବାଦୀ ପାର୍ଟିର ବରିଷ୍ଠ ନେତା ତଥା ମହାସଚିବ ରାମ ଗୋପାଲ ଯାଦବ ପୁଲ୍ଓ୍ବାମା ଆତଙ୍କୀ ଆକ୍ରମଣକୁ ନେଇ ଏକ ବିବାଦୀୟ ବୟାନ ଦେଇଛନ୍ତି। ଏକ କାର୍ଯ୍ୟକ୍ରମରେ ଯୋଗଦେଇ ରାମଗୋପାଲ କହିଛନ୍ତି ଯେ, ଭୋଟ୍ ପାଇଁ ୪୦ ଜଣ ଯବାନଙ୍କ ପ୍ରାଣବଳି ଚଢାଗଲା। ଯେତେବେଳେ ସରକାର ବଦଳିଯିବେ, ସେତେବେଳେ ଏହି ଘଟଣାର ଯାଞ୍ଚ ପ୍ରକ୍ରିୟା ଆରମ୍ଭ କରାଯିବ ଏବଂ ଏଥିରେ ବହୁତ ବଡ଼ ବଡ଼ ନେତା ଓ ଲୋକ ଫସିବେ। ଏହି ଆକ୍ରମଣ ପାଇଁ ଷଡଯନ୍ତ୍ର କରାଯାଇଥିଲା ଓ ଭୋଟ୍ ପାଇଁ ଯବାନଙ୍କୁ ମାରିଦିଆଗଲା। ଏହା ପୂର୍ବରୁ କଂଗ୍ରେସ ନେତା ବିକେ ହରିପ୍ରସାଦ ମଧ୍ୟ ପୁଲୱାମା ଆକ୍ରମଣକୁ ନେଇ କହିଥିଲେ ଯେ ପିଏମ ନରେନ୍ଦ୍ର ମୋଦୀ ଏବଂ ପାକ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ମିଶି ଏହି କାଣ୍ଡ କରିଛନ୍ତି। ମହାରାଷ୍ଟ୍ର ନବନିର୍ମାଣ ସେନାର ପ୍ରମୁଖ ରାଜ ଠାକ୍ରେ ପୁଲ୍ଓ୍ବାମା ଆକ୍ରମଣ ଘଟଣାରେ ସରକାରଙ୍କୁ ପ୍ରଶ୍ନ କରିବା ସହିତ ସୁରକ୍ଷା ସଂସ୍ଥା ସମୂହକୁ ଘେରିଥିଲେ।…
ରାଜ୍ୟ ବିଜେଡି କାର୍ଯ୍ୟାଳୟରେ ବିଜେଡିର ପ୍ରଥମ ଇସ୍ତାହାର କମିଟି ଅନୁଷ୍ଠିତ ହୋଇଛି। ଆଗାମୀ ନିର୍ବାଚନୀ ଇସ୍ତାହାରରେ କେଉଁ ପ୍ରସଙ୍ଗ ଗୁଡିକ ସ୍ଥାନ ପାଇବ ସେନେଇ ବୈଠକରେ ଆଲୋଚନା ହୋଇଛି। ଏନେଇ ଇସ୍ତାହାର କମିଟି ଉପାଧ୍ୟକ୍ଷ ତଥା ରାଜ୍ୟସଭା ସାଂସଦ ସୌମ୍ୟରଞ୍ଜନ ପଟ୍ଟନାୟକ ବାସ୍ତବବାଦୀ ନିର୍ବାଚନ ଇସ୍ତାହାର ପ୍ରସ୍ତୁତରେ ଗୁରୁତ୍ବାରୋପ କରିଛନ୍ତି। ସେ ଏହି ଅବସରରେ କହିଛନ୍ତି ଯେ, ଚଳିତଥର ଲୋକଙ୍କ ସମସ୍ୟା ଓ ସମାଧାନ ନେଇ ନିର୍ବାଚନୀ ଇସ୍ତାହାର ଦିଆଯିବ ଏବଂ ତାହା ସଠିକ ରୂପେ କାର୍ଯ୍ୟକାରୀ ହେବ। ସେହିପରି ଏହି କମିଟି ଅନ୍ୟତମ ଉପାଧ୍ୟକ୍ଷ ତଥା ରାଜ୍ୟସଭା ସାଂସଦ ପ୍ରସନ୍ନ ଆଚାର୍ଯ୍ୟ ମଧ୍ୟ ଇସ୍ତାହାର କମିଟି ନେଇ କହିଛନ୍ତି ଯେ, ଓଡ଼ିଶାର ସବୁ ଅଂଚଳର ସବୁ ବର୍ଗର ଲୋକଙ୍କ ମତ ନିଆଯାଇଛି। ଦଳ ପକ୍ଷରୁ ସଠିକ ନିର୍ବାଚନୀ ଇସ୍ତାହାର ପ୍ରସ୍ତୁତ କରାଯାଉଛି। ଘରେ ଘରେ ଶଙ୍ଖ କାର୍ଯ୍ୟକ୍ରମ ମାଧ୍ୟମରେ ଲୋକଙ୍କ ମତାମତକୁ ସଂଗ୍ରହ କରାଯାଇଛି। ଏହାସହ କୃଷି, ଶ୍ରମିକ ଓ…
କାବୁଲ୍ରେ ନୂତନ ବର୍ଷ ପାଳନ ଅବସରରେ ବିସ୍ଫୋରଣ ଘଟି ୩୦ରୁ ଅଧିକ ଲୋକ ମୃତାହତ ହାେଇଥିବା ବେଳେ ୨୩ରୁ ଅଧିକ ଲୋକ ଆହତ ହାେଇଛନ୍ତି। ନୂତନ ବର୍ଷ ପାଳନ ଅବସରେର ଦର୍ଘାରେ ଭିଡ ଜମା ହାେଇଥିବା ବେଳେ ଏକାଥରେକ ଏକରୁ ଅଧିକ ବିସ୍ଫୋରଣ ଘଟିଥିଲା। ବିସ୍ଫୋରଣରେ ବ୍ୟବହୃତ ପଦାର୍ଥ ସମ୍ପର୍କରେ ସୂଚନା ମିଳିନାହିଁ। ପ୍ରତ୍ୟକ୍ଷଦର୍ଶୀଙ୍କ ମତରେ ଏକାଥରେକ ତିନୋଟି ବିସ୍ଫାେରଣ ହାେଇଥିଲା। କାର୍ତ୍ତେ ଶଖି ଅଞ୍ଚଳରେ ୨ଟି ବିସ୍ଫୋରଣ ହାେଇଥିବାବେଳେ ଖାମାରେ ଅନ୍ୟ ବିସ୍ଫୋରଣ ଘଟିଛି। ଆଫଗାନ ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ୬ ମୃତ୍ୟୁ ଏବଂ ୨୩ ଆହତ ହୋଇଥିବା କୁହାଯାଇଛି। ଉଦ୍ଧାର କାର୍ଯ୍ୟପାଇଁ ଉଦ୍ଧାରକାରୀ ଦଳ ଏବଂ ସୁରକ୍ଷା ବାହିନୀ ମୁତୟନ ରହିଛନ୍ତି। ତେବେ ଏହି ଆକ୍ରମଣ ଘଟଣା ପାଇଁ କୌଣସି ଆତଙ୍କୀ ସଙ୍ଗଠନ ନିଜକୁ ଦାୟୀ କରିନାହାନ୍ତି।
ବିଏସ୍ପି ସୁପ୍ରିମୋ ମାୟାବତୀ ଆସନ୍ତା ଲୋକସଭା ନିର୍ବାଚନରେ ପ୍ରତିଦ୍ବନ୍ଦିତା କରିବେ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି । ମାତ୍ର ପ୍ରଧାନମନ୍ତ୍ରୀ ପଦବୀ ପାଇଁ ଆଶାୟୀ ରହିଛନ୍ତି ମାୟାବତୀ । ପୂର୍ବରୁ ସେ ପ୍ରଧାନମନ୍ତ୍ରୀ ଦୌଡରେ ନଥିବା ଏବଂ ସମର୍ଥକ ମାନେ ଏପରି ପୋଷ୍ଟର ଲଗାଇଥିବା କହିଥିଲେ ମାୟାବତୀ । ବତ୍ତର୍ମାନର ପରସ୍ଥିତିକୁ ଆଖି ଆଗରେ ରଖି ଦେଶ ଏବଂ ପାର୍ଟିର ହିତ ପାଇଁ ଲୋକସଭା ନିର୍ବାଚନରେ ଭାଗ ନେଉନାହିଁ ବୋଲି ମାୟାବତୀ କହିଛନ୍ତି । ଏହି ନିଷ୍ପତ୍ତିରେ ପାର୍ଟିର କର୍ମକର୍ତ୍ତା ମାନେ ନିରୁତ୍ସାହିତ ନହେବା ପାଇଁ ମଧ୍ୟ ମାୟାବତୀ କହିଛନ୍ତି । ୧୯୯୫ରେ ପ୍ରଥମ ଥର ୟୁପିର ମୁଖ୍ୟମନ୍ତ୍ରୀ ହେବା ସମୟରେ ମଧ୍ୟ ବିଧାନସଭାର ସଦସ୍ୟ ନଥିଲେ ବୋଲି ଟ୍ବିଟ୍ଟର ଜରିଆରେ ସେୟାର କରିଛନ୍ତି ମାୟାବତୀ । ମାୟାବତୀଙ୍କ ମନ୍ତବ୍ୟର କିଛି ଘଣ୍ଟା ପରେ କଂଗ୍ରେସ ପକ୍ଷରୁ ଏହି ମାମଲାରେ କୌଣସି ମନ୍ତବ୍ୟ ଦେବାକୁ ମନା କରାଯାଇଥିଲେ ମଧ୍ୟ କଂଗ୍ରେସ ମୁଖପାତ୍ର…
କଂଗ୍ରେସ ନେତା କପିଲ୍ ସିବଲ୍ ସମ୍ଝୋତା ଏକ୍ସପ୍ରେସ୍ ବମ୍ ବିସ୍ଫୋରଣ ମାମଲାର ଶୁଣାଣିକୁ ନେଇ ନିଜର ପ୍ରତିକ୍ରିୟା ରଖିଛନ୍ତି । ଏହି ବିସ୍ଫୋରଣରେ ୬୮ଜଣଙ୍କ ମୃତ୍ୟୁ ହୋଇଥିଲା । ଏନ୍ଆଇଏ ୮ଜଣ ଅଭିଯୁକ୍ତଙ୍କୁ ଦୋଷୀ ଅଭିହିତ କରିଥିଲେ । କିନ୍ତୁ ଏହି ମାମଲାର ଶୁଣାଣୀରେ ସମସ୍ତ ଦୋଷୀଙ୍କୁ ପ୍ରମାଣ ଅଭାବରୁ ଦୋଷମୁକ୍ତ କରିଦିଆଯାଇଛି । ଏହାକୁ ନେଇ କପିଲ୍ ସିବଲ୍ ଭାରତୀୟ ନ୍ୟାୟିକ ପ୍ରକ୍ରିୟାକୁ ସମାଲୋଚନା କରିବା ସହ କହିଛନ୍ତି ଯେ, ଏହି ମାମଲାର ଶୁଣାଣୀ ପାଇଁ ଅପରାଧିକ ନ୍ୟାୟ ପ୍ରଣାଳୀ ପାଇଁ ଗର୍ବ କରିବା ଉଚିତ୍ । ୨୦୦୭ ଫେବୃୟାରୀ ୧୮ରେ ହରିୟାଣାର ପାନିପତ୍ ନିକଟରେ ସମ୍ଝୌତା ଏକ୍ସପ୍ରେସ ଟ୍ରେନ୍ ଅମୃତସରର ଅଟ୍ଟାରି ଅଭିମୁଖେ ଆସୁଥିବାବେଳେ ସେଥିରେ ବିସ୍ଫୋରଣ ଘଟିଥିଲା। ଏଥିରେ ୬୮ ଜଣଙ୍କର ମୃତ୍ୟୁ ହୋଇଥିଲା । ଏଥିରେ ଅଧିକାଂଶ ଯାତ୍ରୀ ପାକିସ୍ତାନୀ ଥିଲେ । ଏହି ମାମଲାର ଶୁଣାଣୀରେ ଏକ ସ୍ବତନ୍ତ୍ର ଅଦାଲତ ବୁଧବାର ଦିନ ମୁଖ୍ୟ…
ଜମ୍ମୁ ଓ କଶ୍ମୀର ରାଜୌରି ଜିଲ୍ଲା ଅନ୍ତର୍ଗତ ନିୟନ୍ତ୍ରଣ ରେଖା ପାର୍ଶ୍ୱସ୍ଥ ଫର୍ଓ୍ଵାର୍ଡ ଅଞ୍ଚଳ ଏବଂ ପୋଷ୍ଟଗୁଡ଼ିକରେ ପ୍ରବଳ ସେଲିଙ୍ଗ୍ ମାଡ଼ କରି ଅସ୍ତ୍ରବିରତି ଉଲ୍ଲଂଘନ କରିବା କାରଣରୁ ଜଣେ ଭାରତୀୟ ଯବାନ ସହିଦ ହୋଇଛନ୍ତି। ଶହୀଦ୍ ହୋଇଥିବା ଯବାନ୍ ଜଣକ ହେଉଛନ୍ତି ୨୪ ବର୍ଷୀୟ ୟଶ୍ ପଲ୍। ୪୮ ଘଣ୍ଟା ମଧ୍ୟରେ ୨ ଜଣ ଯବାନ ଶହୀଦ୍ ହୋଇଛନ୍ତି। ଏହା ପୂର୍ବରୁ ମାର୍ଚ୍ଚ ୧୦ ତାରିଖରେ ମଧ୍ୟ ପାକିସ୍ତାନୀ ସୈନ୍ୟ ଜମ୍ମୁକଶ୍ମୀରର ପୁଞ୍ଚ ଜିଲ୍ଲାର ନିୟନ୍ତ୍ରଣ ରେଖା ପାର୍ଶ୍ବର ୪ଟି ସ୍ଥାନରେ ଅସ୍ତ୍ରବିରତି ଉଲ୍ଲଂଘନ କରିଥିଲେ। ଜାନୁଆରି ମାସ ଠାରୁ ନିୟନ୍ତ୍ରଣ ରେଖା ଅଞ୍ଚଳରେ ପାକିସ୍ତାନୀ ସେନା ୧୧୦ ଥର ଅସ୍ତ୍ରବିରତି ଉଲ୍ଲଂଘନ କରି ସାରିଲେଣି। ବାଲାକୋଟ୍ ଆକ୍ରମଣ ପରେ ପାକିସ୍ତାନ ବହୁବାର ଅସ୍ତ୍ରବିରତି ଉଲ୍ଲଂଘନ କରୁଛି।
କର୍ଣ୍ଣାଟକର ଧରଓ୍ବାଡ଼ ଜିଲ୍ଲା କୁମାରେଶ୍ବର ନଗରରେ ଏକ ନିର୍ମାଣାଧୀନ କୋଠା ଭୁଶୁଡ଼ିବା ଘଟଣାରେ ମୃତ୍ୟୁ ସଂଖ୍ୟା ୧୧କୁ ବଢ଼ିଛି। ଉଦ୍ଧାରକାରୀ ଟିମ ଉଦ୍ଧାର କାର୍ଯ୍ୟରେ ଲାଗିଛନ୍ତି। ଏହି କୋଠା ଭିତରୁ ୫୫ ଜଣ ଲୋକଙ୍କୁ ଉଦ୍ଧାର କରାଯାଇଛି। ସୂଚନାଯୋଗ୍ୟ କୁମାରେଶ୍ୱର ନଗରରେ ନିର୍ମାଣାଧୀନ କୋଠା ଅଚାନକ ଭୁଶୁଡ଼ି ପଡ଼ିଥିଲା। କୋଠା ଭୁଶୁଡ଼ି ଯିବା ପରେ ଏଥିରେ ଅନେକ ଲୋକ ବାହାରକୁ ବାହାରି ପାରି ନଥିଲେ। ସୂଚନା ମିଳିବା ପରେ ପୋଲିସ, ଏନଡିଆରଏଫ ଟିମ ଓ ପ୍ରଶାସନ ଘଟଣାସ୍ଥଳକୁ ପହଂଚି ଉଦ୍ଧାର କାମ ଆରମ୍ଭ କରିଦେଇଥିଲା।
ମଧ୍ୟମ ଦୂରଗାମୀ ଧାବିକା ଟିଣ୍ଟୁ ଲୁକା ନିଜର ଏକ ଦଶନ୍ଧିର ଅନ୍ତର୍ଜାତୀୟ କ୍ୟାରିୟରକୁ ଅଲ୍ବିଦା ଜଣାଇବା ସହିତ ଅବସର ଗ୍ରହଣ କରିଛନ୍ତି। ଟିଣ୍ଟୁଙ୍କ କୋଚ୍ ପିଟି ଉଷା ଦୌଡକୁଦ ଫେଡେରେସନ୍କୁ ପତ୍ର ଲେଖି ଚଳିତ ବର୍ଷର ଦୌଡକୁଦ ପ୍ରତିଯୋଗିତାରୁ ଟିଣ୍ଟୁଙ୍କ ନାମ ବାଦ ଦେବା ଲାଗି ଅନୁରୋଧ କରିଛନ୍ତି। ପାଦରେ ଆଘାତ ଯୋଗୁଁ ଜାକାର୍ତ୍ତାରେ ଅନୁଷ୍ଠିତ ୨୦୧୮ଏସିଆନ୍ ଗେମ୍ସରେ ଭାଗ ନେଇପାରିନଥିବାରୁ ଟିଣ୍ଟୁ ଏପରି ନିଷ୍ପତ୍ତି ନେଇଥିବା ଜଣାପଡିଛି। ୨୯ ବର୍ଷୀୟା ଟିଣ୍ଟୁ ଏସିଆନ୍ ଗେମ୍ସରେ ତିନୋଟି ପଦକ ଜିତିଛନ୍ତି। ଇଞ୍ଚିଅନ୍ରେ ରୌପ୍ୟ ଏବଂ ବ୍ରୋଞ୍ଜ ପଦକ ଜିତିଥିବା ବେଳେ ଗୁଆଙ୍ଗଝୌରେ ବ୍ରୋଞ୍ଜ ପଦକ ହାସଲ କରିଥିଲେ। ଉତ୍ତର କେରଳର ଭାଲାଥୋଡରୁ ଆସିଥିବା ଏହି ଆଥଲେଟ ଜଣକ ବର୍ତ୍ତମାନ ଭାରତୀୟ ରେଳବାଇର ସାଲେମ ଶାଖାରେ କାର୍ଯ୍ୟରତ ଅଛନ୍ତି। ୮୦୦ ମିଟର ଦୌଡରେ ଭାରତର ଏହି ଏକ ନମ୍ବର ଧାବିକା ନିଜର ବ୍ୟକ୍ତିଗତ ଶ୍ରେଷ୍ଠ ଟାଇମିଂ ୧.୫୯.୧୭ ୨୦୧୦ରେ କ୍ରୋଏସିଆରେ ହାସଲ କରିଥିଲେ।
ନ୍ୟୁଜିଲ୍ୟାଣ୍ଡର ଦୁଇଟି ମସଜିଦ୍ ଆକ୍ରମଣ ପରେ ପ୍ରଧାନମନ୍ତ୍ରୀ ଜାସିଣ୍ଡା ଆର୍ଡେର୍ନ ଦେଶରେ ଆସଲ୍ଟ ରାଇଫଲ୍ ଏବଂ ଅର୍ଦ୍ଧ ସ୍ବୟଂଚାଳିତ ରାଇଫଲ୍ ବିକ୍ରୀ ଉପରେ କଟକଣା ଜାରି କରିଛନ୍ତି। ଏହା ସହିତ ବଜାରରେ ଉପଲବ୍ଧ ଥିବା ସମସ୍ତ ଅର୍ଦ୍ଧ ସ୍ବୟଂଚାଳିତ ଏବଂ ଆସଲ୍ଟ ରାଇଫଲ୍କୁ ସରକାର କିଣିନେବେ। ଉଲ୍ଲେଖଯୋଗ୍ୟ ଯେ, ଏକ ସପ୍ତାହ ପୂର୍ବରୁ କ୍ରୀଷ୍ଟଚର୍ଚ୍ଚରେ ହାେଇଥବା ମସ୍ଜିଦ୍ ଆକ୍ରମଣରେ ପ୍ରାୟ ୫୦ ଲୋକ ନିହତ ହାେଇଥିଲେ। ସେ ଆହୁରି କହିଛନ୍ତି କି, ରାଇଫଲ୍ଗୁଡ଼ିକୁ ଅଧିକ ଗୁଳି ଫୁଟାଇବାରେ ସହାୟକ ହେଉଥିବା ମାଗାଜିନ୍ ଓ ବମ୍ପ୍ ଷ୍ଟକ୍ଗୁଡ଼ିକୁ ମଧ୍ୟ ନିଷିଦ୍ଧ କରାଯିବ। ଏପ୍ରିଲ୍ ୧୧ ତାରିଖ ସୁଦ୍ଧା ଦେଶରେ ନୂତନ ଆଇନ ପ୍ରଚଳନ କରାଯିବ ଓ ନିଷିଦ୍ଧ ଅସ୍ତ୍ରଶସ୍ତ୍ରଗୁଡ଼ିକ ପ୍ରତ୍ୟାହାର ଲାଗି ‘ବାୟବ୍ୟାକ୍’ ଯୋଜନା ମଧ୍ୟ କରାଯିବ।
ଭାରତରେ ରିଲିଜ୍ ହୋଇ ବେଶ୍ ସଫଳତା ହାସଲ କରିଥିବା ‘ଅନ୍ଧାଧୁନ୍’ ଏବେ ଚୀନରେ କମାଲ ଦେଖାଇବ । ଆୟୁଷ୍ମାନ ଖୁରାନା ଓ ତବୁଙ୍କ ଅଭିନୀତ ଏହି ଫିଲ୍ମ ଆସନ୍ତା ମାସ ୩ ତାରିଖରେ ଚୀନ୍ରେ ରିଲିଜ ହେବ। ଏନେଇ ଫିଲ୍ମ ନିର୍ମାତା ଏକ ପୋଷ୍ଟର ରିଲିଜ କରିଛନ୍ତି। ପୋଷ୍ଟରରେ ଚାଇନିଜ୍ ଭାଷାରେ ଫିଲ୍ମର ଶୀର୍ଷକ ଲେଖାଯାଇଛି । ତେବେ ଫିଲ୍ମର ଶୀର୍ଷକ ‘ଅନ୍ଧାଧୁନ୍’ରୁ ‘ପିଆନୋ ପ୍ଲେୟାର୍’କୁ ପରିବର୍ତ୍ତନ କରାଯାଇଛି । ଏହା ଚୀନରେ ସ୍ଥାନୀୟ ଭାଷାରେ ରିଲିଜ କରାଯିବ ବୋଲି ସୂଚନା ଦିଆଯାଇଛି। ଚୀନ୍ର ୫ ହଜାର ହଲ୍ରେ ଫିଲ୍ମର ସ୍କ୍ରିନିଂ କରାଯିବ। ଫିଲ୍ମର ମୁଖ୍ୟ ଭୂମିକାରେ ନଜର ଆସିଥିଲେ ଆୟୁଷ୍ମାନ ଖୁରାନା, ତବୁ ଏବଂ ରାଧିକା ଆପ୍ତେ। ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ଶ୍ରୀରାମ୍ ରାଘବନ୍ ।
ଆସନ୍ତା ମାର୍ଚ୍ଚ ୨୩ରୁ ଆରମ୍ଭ ହେବାକୁ ଯାଉଥିବା କ୍ରିକେଟ ମହାକୁମ୍ଭ ଆଇପିଏଲ୍ରେ କୌଣସି ରାଜନୈତିକ ବିଜ୍ଞାପନ ଦେଖିବାକୁ ମିଳିବ ନାହିଁ। ପ୍ରସାରଣ ଅଧିକାର ହାସଲ କରିଥିବା ଷ୍ଟାର ଇଣ୍ଡିଆ ପକ୍ଷରୁ ଏନେଇ ବିସିସିଆଇକୁ ଅନୁରୋଧ କରାଯାଇଥିଲେ ମଧ୍ୟ ବିସିସିଆଇ ପକ୍ଷରୁ ଏହାକୁ ପ୍ରତ୍ୟାଖ୍ୟାନ କରାଯାଇଛି। ଏ ନେଇ ବିସିସିଆଇ ପକ୍ଷରୁ ସ୍ପଷ୍ଟୀକରଣ ଦିଆଯାଇ କୁହାଯାଇଛି ଯେ, ବୋର୍ଡ଼ ସଦାସର୍ବଦା ଏହାର ନିୟମ ପାଳନ କରିଥାଏ। କୌଣସି ପ୍ରକାରର ରାଜନୈତିକ କିମ୍ବା ଧାର୍ମିକ ବିଜ୍ଞାପନ କୌଣସି ଦ୍ବିପାକ୍ଷିକ, ଆନ୍ତର୍ଜାତୀୟ କିମ୍ବା ଘରୋଇ ମ୍ୟାଚ୍ରେ ପ୍ରଦର୍ଶନ କରାଯିବ ନାହିଁ। ସୂଚନାଯୋଗ୍ୟ ଯେ, ଚଳିତ ବର୍ଷ ଲୋକସଭା ନିର୍ବାଚନ ସମୟରେ ହିଁ ଆଇପିଏଲ୍ ଖେଳାଯାଉଛି।
ବିଜେପିର ବରିଷ୍ଠ ନେତା ଦାମୋଦର ରାଉତଙ୍କ ପତ୍ନୀଙ୍କ ପରଲୋକ ହୋଇଯାଇଛି। ତାଙ୍କ ନାଁ ସ୍ନେହଲତା ମହାପାତ୍ର। ମୃତ୍ୟୁ ବେଳକୁ ତାଙ୍କୁ ୭୨ ବର୍ଷ ହୋଇଥିଲା। ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ତାଙ୍କର ପରଲୋକ ହୋଇଯାଇଛି । ତାଙ୍କ ମୃତ୍ୟୁରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ବିଜେପି ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା, କେନ୍ଦ୍ର ପେଟ୍ରୋଲିୟମ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ କେଭି ସିଂହଦେଓ ପ୍ରମୁଖ ଦାମଙ୍କ ବାସଭବନରେ ପହଞ୍ଚି ତାଙ୍କ ପତ୍ନୀଙ୍କ ଶେଷ ଦର୍ଶନ କରିବା ସହିତ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇଛନ୍ତି। ନିକଟରେ ଦାମ ରାଉତ ବିଜେପିରେ ଯାେଗ ଦେଇଛନ୍ତି। ବିଜୁ ପଟ୍ଟନାୟକଙ୍କ ଆନୁଗତ୍ୟ ଥିବା ଦାମୋଦର ରାଉତ ବିଜେଡ଼ି ପ୍ରତି ବିଷୋଦ୍ଗାର କରିବା ସହିତ ବିଜେଡ଼ି ସୁପ୍ରିମୋ ବିପକ୍ଷରେ ରାଜନୀତି କରୁଛନ୍ତି । ଏପରିସ୍ଥଳେ ମୁଖ୍ୟମନ୍ତ୍ରୀ ଦାମଙ୍କ ଘରକୁ ଯାଇ ଦୁଃଖଦ ଘଟଣାରେ ଶୋକବ୍ୟକ୍ତ କରିବା ଓଡ଼ିଶା ରାଜନୈତିକ ପାଣିପାଗକୁ ଅଧିକ ସରଗରମ କରିଛି।
ତାମିଲନାଡୁ ବିଧାନସଭାର ସଦସ୍ୟ ତଥା ଏଆଇଡିଏମ୍କେର ବରିଷ୍ଠ ନେତା ଆର୍ .କନଗରାଜ୍ଙ୍କର ହୃଦଘାତରେ ଆଜି ସକାଳେ ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୬୭ ବର୍ଷ ହୋଇଥିଲା। କନଗରାଜ୍ ତାମିଲନାଡୁର ସୁଲ୍ଲୁର ବିଧାନସଭା ନିର୍ବାଚନ ମଣ୍ଡଳୀରୁ ବିଜୟୀ ହୋଇ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ସେ ଦୀର୍ଘ ଦିନ ଧରି ଅସୁସ୍ଥ ରହିଥିଲେ। ତାଙ୍କ ମୃତ୍ୟୁ ଖବର ପାଇ ବହୁ ଏଆଇଡିଏମ୍କେ ନେତା ଆର କନଗରାଜଙ୍କର ବାସଭବନରେ ପହଞ୍ଚିଛନ୍ତି। ଆର କନଗରାଜଙ୍କ ବିୟୋଗରେ ସୁଲ୍ଲର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ତାଙ୍କ ମୃତ୍ୟୁରେ ତାମିଲନାଡୁର ମୁଖ୍ୟମନ୍ତ୍ରୀ ଗଭୀର ଶୋକ ପ୍ରକାଶ କରିବା ସହ ରାଜ୍ୟ ଜଣେ ଦକ୍ଷ ବିଧାୟକଙ୍କୁ ହରାଇଲା ବୋଲି କହିଛନ୍ତି।
ସାରା ଦେଶରେ ରଙ୍ଗର ପର୍ବ ହୋଲି ଅତି ଆନନ୍ଦ ଓ ଉଲ୍ଲାସର ସହ ପାଳନ କରାଯାଉଛି । ଭାରତର ଅଧିକାଂଶ ସ୍ଥାନରେ ଆଜି ହୋଲି ଉତ୍ସବ ପାଳନ କରାଯାଉଥିବାବେଳେ ଗତକାଲି ସାରା ଭାରତ ବର୍ଷରେ ହୋଲି ପର୍ବ ପାଳନ କରାଯିବ । ହୋଲି ହେଉଛି ସେହ୍ନ, ପ୍ରେମ, ମିଳନ ଓ ଭାଇଚାରର ପ୍ରତୀକ । ସବୁ ଧର୍ମ ଓ ଜାତି ନିର୍ବିଶେଷରେ ଭାରତୀୟମାନେ ଭାରତୀୟତା ରଙ୍ଗରେ ରଙ୍ଗାୟିତ ହୋଇଥା’ନ୍ତି । ସେଥିପାଇଁ ତ କୁହାଯାଇଥାଏ – ବୁରା ନା ମାନୋ ହୋଲି ହୈ । ହିନ୍ଦୁଙ୍କ ରଙ୍ଗର ପର୍ବ ହୋଲିକୁ ନେଇ ଗୁଗୁଲ୍ ଭି ରଙ୍ଗରେ ରଙ୍ଗୀନ୍ ହୋଇଛି । ଗୁଗୁଲ୍ର ଡୁଡୁଲ୍ରେ ଭାରତୀୟ ସଂସ୍କୃତିର ଝଲ୍କ ଦେଖିବାକୁ ମିଳିଛି । ଏଥିରେ ହୋଲି ପର୍ବର ଭରପୂର ଚିତ୍ର ରହିଛି । ନାଚ ଗୀତ ସହିତ ରଙ୍ଗ ଓ ଅବିରର ସମ୍ମିଶ୍ରଣ ଏହି ଡୁଡୁଲ୍ରେ ରହିଛି ।
ପୁଲ୍ଓ୍ବାମା ଆତଙ୍କୀ ଆକ୍ରମଣ ପରେ ପାକିସ୍ତାନକୁ ଆତଙ୍କୀ କାର୍ଯ୍ୟକଳାପ ପାଇଁ କଠୋର ନିନ୍ଦା କରାଯାଉଛି। ପାକିସ୍ତାନକୁ ଆମେରିକା ପୁଣି ଥରେ ଚେତାବନୀ ଦେଇଛି। ନିଜ ଦେଶରେ ଥିବା ଆତଙ୍କୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ କରିବା ପାଇଁ ପାକିସ୍ତାନକୁ ଆମେରିକା ତାଗିଦ୍ ମଧ୍ୟ କରିବା ସହିତ ଭାରତରେ ଯଦି ଆଉ କୌଣସି ଆତଙ୍କୀ କାର୍ଯ୍ୟକଳାପ ହୁଏ, ତେବେ ପାକିସ୍ତାନ ପାଇଁ ବେଶ୍ ମହଙ୍ଗା ସାବ୍ୟସ୍ତ ହେବ ବୋଲି ଆମେରିକା କଡ଼ା ଚେତାବନୀ ଦେଇଛି। ହ୍ବାଇଟ୍ ହାଉସ୍ ପକ୍ଷରୁ କୁହାଯାଇଛି ଯେ, ଭାରତ ଉପରେ ପାକିସ୍ତାନରେ ରହୁଥିବା ଆତଙ୍କବାଦୀଙ୍କ ପକ୍ଷରୁ ପୁଣି ଥରେ ଆକ୍ରମଣ କଲେ ଏଥର ପାକିସ୍ତାନର ଅବସ୍ଥା ଗୁରୁତର ହେବ। ତେଣୁ ପାକିସ୍ତାନ ଆତଙ୍କବାଦୀ ସଂଗଠନଗୁଡ଼ିକର ଆତଙ୍କୀ କାର୍ଯ୍ୟକ୍ରମରେ ଅଙ୍କୁଶ ଲଗାଇବାର ଆବଶ୍ୟକତା ରହିଛି। ବିଶ୍ୱଶାନ୍ତି ବ୍ୟାହତ ହେବାଭଳି କାର୍ଯ୍ୟଠାରୁ ପାକିସ୍ତାନ ଦୂରେଇ ରହିବା ସହ ଜୈସ୍-ଏ- ମହମ୍ମଦ ଓ ଲଶ୍କର-ଏ – ତୋଏବା ପରି ଆତଙ୍କୀ ସଂଗଠନ ପ୍ରତି ନିରନ୍ତର କାର୍ଯ୍ୟାନୁଷ୍ଠାନ…
କଂଗ୍ରେସ ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀଙ୍କ ଉତ୍ତର ପ୍ରଦେଶ ଗସ୍ତ ନେଇ ଏକ ନୂଆ ବିବାଦ ମୁଣ୍ଡ ଟେକିଛି। ଏହି ଗସ୍ତ ସମୟରେ ପ୍ରିୟଙ୍କା ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲ ବାହାଦୂର ଶାସ୍ତ୍ରୀଙ୍କୁ ଅବମାନନା କରିଥିବା ନେଇ ଅଭିଯୋଗ ଆଣିଛନ୍ତି ବିଜେପି କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ। ଶ୍ରୀମତି ଇରାନୀ ଅଭିଯୋଗ ଆଣିଛନ୍ତି ଯେ, ଶାସ୍ତ୍ରୀଙ୍କ ପ୍ରତିମୂର୍ତ୍ତିରେ ଚଢାଯାଇଥିବା ମାଳ ପ୍ରଥମେ ପ୍ରିୟଙ୍କାଙ୍କୁ ପିନ୍ଧା ଯାଇଥିଲା। ନିଜେ ବ୍ୟବହାର କରିଥିବା ମାଳ ଶାସ୍ତ୍ରୀଙ୍କ ପ୍ରତିମୂର୍ତ୍ତୀରେ ପିନ୍ଧାଇବା ଶାସ୍ତ୍ରୀଙ୍କୁ ଅବମାନନା ବୋଲି ସେ କହିଛନ୍ତି। ଇରାନୀଙ୍କ ଏହି ମନ୍ତବ୍ୟକୁ ସମଥର୍ନ କରିଛନ୍ତି ଶାସ୍ତ୍ରୀଙ୍କ ଅଣନାତି ସିଦ୍ଧାର୍ଥ ନାଥ ସିଂ। ଗାନ୍ଧୀ-ଭଦ୍ରା ପରିବାର କେବେବି ଶାସ୍ତ୍ରୀଙ୍କୁ ସମ୍ମାନ ପ୍ରଦାନ କରିନାହିଁ। ମାତ୍ର ଏପରି ବ୍ୟବହାର କେବଳ ଆମକୁ ଦୁଃଖ ଦେଉନାହିଁ ବରଂ ଏହା ସେମାନଙ୍କ ଖରାପ ସଂସ୍କୃତିର ପରିଚୟ ପ୍ରଦାନ କରୁଛି ବୋଲି ଉତ୍ତର ପ୍ରଦେଶ ସରକାରରେ ମନ୍ତ୍ରୀ ରହିଥିବା ଶ୍ରୀ ସିଂ ପ୍ରକାଶ କରିଛନ୍ତି।