ଓଡ଼ିଶାରେ ୪ଟି ପର୍ଯ୍ୟାୟରେ ନିର୍ବାଚନ ହେବ । ଗତକାଲି ନିର୍ବାଚନ କମିସନ୍ ଏନେଇ ଘୋଷଣା କରିଛନ୍ତି। ତେବେ ନିର୍ବାଚନ କମିସନଙ୍କ ଏହି ନିଷତ୍ତିକୁ ବିରୋଧ କରିଛି ବିଜେଡ଼ି । ଓଡ଼ିଶାରେ କାହିକି ୪ଟି ପର୍ଯ୍ୟାୟରେ ନିର୍ବାଚନ ହେଉଛି ବୋଲି ବିଜେଡ଼ି ମୁଖପାତ୍ର ଅମର ପଟ୍ଟନାୟକ ପ୍ରଶ୍ନ କରିଛନ୍ତି । ଯେଉଁଠି ବିଜେପି ଦୁର୍ବଳ ଅଛି, ସେଠାରେ ଅଧିକ ପର୍ଯ୍ୟାୟରେ ନିର୍ବାଚନ କରାଯାଉଛି । ପୂର୍ବରୁ ମାଓବାଦୀ ସମସ୍ୟା ପାଇଁ ରାଜ୍ୟରେ ଦୁଇଟି ପର୍ଯ୍ୟାୟରେ ନିର୍ବାଚନ କରାଯାଉଥିଲା । ଅଧିକ ଆସନ ଥିବା ରାଜ୍ୟରେ ଗୋଟିଏ ପର୍ଯ୍ୟାୟରେ ନିର୍ବାଚନ ହେଉଥିବା ବେଳେ ଓଡ଼ିଶାରେ କାହିଁକି ୪ଟି ପର୍ଯ୍ୟାୟରେ ନିର୍ବାଚନ ହେଉଛି ବୋଲି ପ୍ରଶ୍ନ କରିଛନ୍ତି । ସେ ଅଭିଯୋଗ କରିଛନ୍ତି ନିର୍ବାଚନ କମିସନଙ୍କୁ ପ୍ରଭାବିତ କରି ଏପରି କରାଯାଇଛି। ରାଜ୍ୟର ନିର୍ବାଚନ ଅଧିକାରୀ ନିରପେକ୍ଷତା ଅବଲମ୍ବନ କରୁନାହାନ୍ତି ବୋଲି ଅଭିଯୋଗ କରିଛନ୍ତି। ବିଜେପି ଦ୍ବାରା ସିଇଓ ପ୍ରଭାବିତ ହୋଇଛନ୍ତି ବୋଲି ବିଜେଡ଼ି ଅଭିଯୋଗ…
Author: Samikhsya Bureau
ରମଜାନ ମାସରେ ନିର୍ବାଚନ ତାରିଖ ପଡିବା କାରଣରୁ ଏବେ ଏହାକୁ ନେଇ ବିବାଦ ସୃଷ୍ଟି ହୋଇଛି । ଏହାକୁ ନେଇ ଆରମ୍ଭ ହୋଇଗଲାଣି ରାଜନୈତିକ ବୟାନବାଜି । କିଛି ମୁସଲମାନ ନେତାମାନେ ଏବଂ ମୁସଲମାନ ଧର୍ମଗୁରୁମାନେ ରମଜାନ ମାସରେ ଭୋଟିଙ୍ଗ କରିବା ଉପରେ ପ୍ରଶ୍ନ କରିଛନ୍ତି । ତେବେ ଏହି ମାମଲାରେ ରାଜନୀତି ନକରିବା ପାଇଁ ଅଲ ଇଣ୍ଡିଆ ମଜଲିସ-ଏ-ଇତେହାଦୁଲ ମୁସଲିମିନ ଅଧ୍ୟକ୍ଷ ଅସଦୁଦୀନ ଓବୈସୀ କହିଛନ୍ତି । ସେ କହିଛନ୍ତି କି, ରମଜାନ ମାସରେ ନିର୍ବାଚନ ହେବା ବହୁତ ଭଲ କାରଣ ମୁସଲମାନ ଏହି ମାସରେ ଅଧିକ ଭୋଟ ଦେବେ ରମଜାନ କାରଣରୁ ଭୋଟିଙ୍ଗ ଉପରେ କୌଣସୀ ପ୍ରଭାବ ପଡିବ ନାହିଁ । ତେଣୁ ଏହାକୁ ନେଇ ରାଜନୀତି ନକରାଯାଉ । ଏହି ବିବାଦ ଏକ ଅର୍ଥହୀନ ବୋଲି କହିଛନ୍ତି । ଏହାକୁ ନେଇ ଅଯଥାରେ ବିବାଦ ସୃଷ୍ଟି ନ କରିବାକୁ ଓବୈସୀ କହିଛନ୍ତି । ଏହି ସମୟରେ ରୋଜା…
ଲୋକସଭା ନିର୍ବାଚନ ସହ ଜମ୍ମୁ-କାଶ୍ମୀରର ବିଧାନସଭା ନିର୍ବାଚନ ନ ହେବାକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ନ୍ୟାସନାଲ୍ କନ୍ଫେରନ୍ସ ନେତା ଫାରୁକ୍ ଅବଦୁଲ୍ଲା । ଫାରୁକ୍ କେନ୍ଦ୍ର ସରକାରଙ୍କୁ ସିଧା ଟାର୍ଗେଟ୍ କରି କହିଛନ୍ତି ଯେ, ଏହା ହେଉଛି ମୋଦି ସରକାରଙ୍କ ବିଫଳତା, ଯେଉଁଥିପାଇଁ କାଶ୍ମୀରର ଅବସ୍ଥା ଏହିପରି ରହିଛି । ଯେତେବେଳେ ସବୁ ଦଳ ରାଜ୍ୟରେ ଲୋକସଭା ନିର୍ବାଚନ ସହ ବିଧାନସଭା ନିର୍ବାଚନ ହେଉ ବୋଲି ଚାହୁଁଛନ୍ତି ସେତେବେଳେ ଏହା କ’ଣ ପାଇଁ କରାଯାଉନାହିଁ । ଯଦି ଲୋକସଭା ନିର୍ବାଚନ ପାଇଁ କାଶ୍ମୀର ସ୍ଥିତି ଅନୁକୂଳ ରହିଛି, ତେବେ ବିଧାନସଭା ପାଇଁ କାହିଁକି ନୁହେଁ, ବୋଲି ଫାରୁକ୍ ପ୍ରଶ୍ନ କରିଛନ୍ତି । ସ୍ଥାନୀୟ ପଞ୍ଚାୟତ ନିର୍ବାଚନ ଶାନ୍ତିପୂର୍ଣ୍ଣ ସହିତ ହୋଇପାରିଲା, ଏଠାରେ ପର୍ଯ୍ୟାପ୍ତ ପରିମାଣରେ ସୁରକ୍ଷା ବଳ ଅଛନ୍ତି, ତେବେ ବିଧାନସଭା ନିର୍ବାଚନ ନ ହେବା ନେଇ କ୍ଷୋଭ ପ୍ରକାଶ କରିଛନ୍ତି ଫାରୁକ୍। ସୂଚନାଯୋଗ୍ୟ, ଜମ୍ମୁ କାଶ୍ମୀରର ସମ୍ବେଦନଶୀଳ ସ୍ଥିତି…
ନିର୍ବାଚନ ତାରିଖ ଘୋଷଣା ହେବା ପରେ ରାଜ୍ୟରେ ରାଜନୀତି ପୂରା ଜୋର ଧରିଛି। ଚୂଡ଼ାନ୍ତ ପ୍ରାର୍ଥୀ ତାଲିକାରେ ରାହୁଲଙ୍କ ମୋହର ବସାଇବାକୁ କଂଗ୍ରେସର ତୁଙ୍ଗନେତା ଦିଲ୍ଲୀରେ ଡେରା ପକାଇଛନ୍ତି। ଶାସକ ବିଜେଡ଼ି କେନ୍ଦ୍ରୀୟ ଅବହେଳା ପ୍ରତିବାଦରେ ଆରମ୍ଭ କରିଛି ‘ହକ୍ ମାଗୁଛି ଓଡ଼ିଶା’ ଅଭିଯାନ। ଓଡିଶା ପ୍ରତି କେନ୍ଦ୍ର ସରକାରର ପ୍ରତାରଣା, ଅବହେଳା, ବୈମାତୃକ ମନୋଭାବ ବିରୋଧରେ ରାସ୍ତାକୁ ଓହ୍ଲାଇଛି ଯୁବ ଓ ଛାତ୍ର ବିଜୁ ଜନତା ଦଳ । ଓଡିଶାକୁ ସ୍ୱତନ୍ତ୍ର ପାହ୍ୟା ମାନ୍ୟତା , ନିଯୁକ୍ତି, ମହାନଦୀ, ଜାତୀୟ ରାଜପଥ, ଟେଲିକମ, ରେଳବାଇ, ବ୍ୟାଙ୍କସେବା, କୋଇଲା, ସର୍ବନିମ୍ନ ସହାୟକ ମୂଲ୍ୟ, ଅନୁସୂଚିତ ଜାତି ଓ ଜନଜାତି ଛାତ୍ର ବୃତି, ଉଜ୍ଜଳା ଆଜି ୧୧ଟି ପ୍ରସଙ୍ଗ ନେଇ ଲଢ଼େଇ କରିବାକୁ ନିଷ୍ପତି ନେଇଛି ବିଜେଡି । ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଓଡିଶାର ପ୍ରତି ଜିଲ୍ଲାର ଗ୍ରାମପଂଚାୟତଠାରୁ ଆରମ୍ଭ କରି ଗାଁ ପର୍ଯ୍ୟନ୍ତ ପଥପ୍ରାନ୍ତ ସଭା କରି କେନ୍ଦ୍ର ସରକାରଙ୍କ ଅସଲ…
ନିର୍ବାଚନୀ ବିଗୁଲ ବାଜିବା ପରେ ବିଜେଡ଼ିର ପ୍ରାର୍ଥୀ ଚୟନ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ବାଚନ ତାରିଖକୁ ସ୍ବାଗତ କରିବା ସହିତ ବହୁତ ଶୀଘ୍ର ବିଜେଡ଼ିର ପ୍ରାର୍ଥୀ ତାଲିକା ପ୍ରକାଶିତ ହେବ ବୋଲି ସୂଚନା ଦେଇଛନ୍ତି । ଏହି ପରିପ୍ରେକ୍ଷୀରେ ନବୀନ ନିବାସରେ ଟିକେଟ୍ ପାଇଁ ଆଶାୟୀଙ୍କ ଭିଡ଼ ପରିଲକ୍ଷିତ ହୋଇଛି । ଆଜି ନୀବନଙ୍କୁ ଭେଟିଛନ୍ତି ସାଂସଦ ପ୍ରତ୍ୟୁଷା ରାଜେଶ୍ବରୀ, ପ୍ରଭାସ ସିଂ, ରୀତା ତରାଇ, ଅର୍କକେଶରୀ ଦେଓ ଓ ଶ୍ରୀମୟୀ ମିଶ୍ର ପ୍ରମୁଖ । ତେବେ ବିଜେଡ଼ିର ପ୍ରାର୍ଥୀ ତାଲିକା ଉପରେ ସମସ୍ତଙ୍କର ନଜର ରହିଛି । ବିଜେଡ଼ିର ବହୁ ପୁରୁଣା ସଦସ୍ୟ ହାତ ଛାଡ଼ିଥିବାବେଳେ ବହୁ ନୂଆ ତଥା ପୁରୁଣା ସହଯୋଗୀ ବିଜେଡ଼ିରେ ଯୋଗଦେଇଛନ୍ତି । ନିକଟରେ କଂଗ୍ରେସର ନବ ଦାଶ ଓ ଯୋଗେଶ ସିଂ, ସୁନିତା ବିଶ୍ବାଳ ପ୍ରମୁଖ ବିଜେଡ଼ିରେ ଯୋଗଦାନ କରିଥିବାବେଳେ ବିଜେଡ଼ିର ବୈଜୟନ୍ତ ପଣ୍ଡା, ଦାମ…
ଚାକିରୀ ଏବଂ ଶିକ୍ଷା କ୍ଷେତ୍ରରେ ଗରିବ ସବର୍ଣ୍ଣଙ୍କୁ ଦିଆଯାଉଥିବା ୧୦ ପ୍ରତିଶତ ଆରକ୍ଷଣ ମାମଲାରେ ଦାୟର ହୋଇଥିବା ଯାଚିକା ଉପରେ ଉଚ୍ଚତମ ନ୍ୟାୟାଳୟ ଦ୍ଵାରା ମାର୍ଚ୍ଚ ୨୮ରେ ଶୁଣାଣି କରାଯିବ। ତେବେ ସରକାର ସମ୍ବିଧାନ ସଂଶୋଧନ କରି ଆର୍ଥିକ ରୂପରେ ପଛୁଆ ବର୍ଗଙ୍କୁ ଆରକ୍ଷଣ ଦେଇଛନ୍ତି । ଯାହାକୁ ଏବେ ଅଦାଲତରେ ଚ୍ୟାଲେଞ୍ଜ କରାଯାଇଛି। ମୁଖ୍ୟ ବିଚାରପତି ରଂଜନ ଗୋଗେଇ ଏହି ମାମଲ ସମ୍ବନ୍ଧରେ କହିଛନ୍ତି ଯେ, ଏହି ମାମଲାରେ କୌଣସି ଅନ୍ତରୀଣ ଆଦେଶ ଜାରି କରାଯାଇନାହିଁ । ଏହି ମାମଲାକୁ ସାମ୍ବିଧାନିକ ପୀଠକୁ ପଠାଇବାକୁ ନେଇ ଆଗାମୀ ୨୮ ତାରିଖରେ ଶୁଣାଣି କରାଯିବ। ପୂର୍ବ ଶୁଣାଣିରେ ଏହି ମାମଲାରେ କେନ୍ଦ୍ରକୁ ନୋଟିସ୍ ଜାରି କରି ଉତ୍ତର ମାଗିଥିଲେ ମାନ୍ୟବର ସୁପ୍ରିମ୍କୋର୍ଟ କିନ୍ତୁ ଏହି ଆଇନ୍ ଉପରେ କୌଣସି ପ୍ରକାରର ରୋକ୍ ଲଗାଇବାକୁ ମନା କରିଥିଲେ । ତେବେ ଏହି ମାମଲାରେ ଦାୟର କରାଯାଇଥିବା ଯାଚିକାରେ ଇନ୍ଦ୍ରା ସାହାଣୀ ମାମଲାରେ ସମ୍ବିଧାନ…
ଆଜି ରାଷ୍ଟ୍ରପତି ଭବନରେ ପଦ୍ମ ପୁରସ୍କାର ସମାରୋହ ଅନୁଷ୍ଠିତ ହୋଇଛି । ଏହି ଅବସରରେ ସେଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ଉପସ୍ଥିତ ଅଛନ୍ତି । ବହୁ ବିଶିଷ୍ଟ ବ୍ୟକ୍ତିମାନଙ୍କୁ ରାଷ୍ଟ୍ରପତି ପୁରସ୍କାର ପ୍ରଦାନ କରି ସମ୍ମାନିତ କରିଛନ୍ତି । ଚଳିତ ବର୍ଷ ସମୁଦାୟ ୧୧୨ ଜଣଙ୍କୁ ମନୋନୀତ କରାଯାଇଥିବା ବେଳେ ପ୍ରଥମ ପର୍ଯ୍ୟାୟରେ ଆଜି ୫୬ ଜଣଙ୍କୁ ପୁରସ୍କାର ପ୍ରଦାନ କରାଯାଇଛି । ବିଶିଷ୍ଟ ସାମ୍ବାଦିକ କୁଳଦୀପ ନାୟାର (ମରଣୋତ୍ତର), ଅଭିନେତା-ନିର୍ଦ୍ଦେଶକ ପ୍ରଭୁଦେବା, ଗାୟକ ଶଙ୍କର ମହାଦେବନ୍, ଅଭିନତୋ ମୋହନଲାଲ୍, ଗ୍ରାଣ୍ଡ ମାଷ୍ଟର ହରିକା ଦ୍ରୋଣାବଲୀ, ଶରଥ ଅଚନ୍ତ, କରିଆ ମୁଣ୍ଡ, ହୁକୁମଦେବ ନାରାୟଣ ଯାଦବ, ସୁଖଓ୍ବିନ୍ଦର ସିଂହ ଢିଙ୍କର ପ୍ରମୁଖଙ୍କୁ ପଦ୍ମ ପୁରସ୍କାରରେ ସମ୍ମାନିତ କରାଯାଇଛି । ରାଷ୍ଟ୍ରପତି ରାମନାଥ କୋବିନ୍ଦ ସମ୍ମାନଜନକ ପଦ୍ମ ପୁରସ୍କାର ସାହସ, କଳା, ରାଜନୀତି, ସାହିତ୍ୟ, ବିଜ୍ଞାନ, ଚିକିତ୍ସା, ସାମାଜିକ କାର୍ଯ୍ୟକର୍ତ୍ତା, ଡିଜିଟାଲ୍ ଅଗ୍ରଦୂତ ତଥା ପରୋପକାରୀ ଲୋକଙ୍କୁ ଏହି ସମ୍ମାନରେ ସମ୍ମାନିତ…
ବିଜେଡିରେ ମିଶିଲେ ଖୋର୍ଦ୍ଧାର ପୂର୍ବତନ ବିଧାୟକ ଜ୍ୟୋତିରିନ୍ଦ୍ର ନାଥ ମିତ୍ର (ଜିତୁ ମିତ୍ର)। ଆଜି ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ସେ ବିଜେଡିରେ ମିଶିଥିଲେ। ସେ ଦୁଇ ଥର ଖୋର୍ଦ୍ଧା ବିଧାନସଭା ନିର୍ବାଚନମଣ୍ଡଳୀରୁ ନିର୍ବାଚିତ ହୋଇ ବିଧାନସଭାକୁ ଯାଇଛନ୍ତି। ୨୦୦୦ରେ ସେ ସ୍ୱାଧୀନ ପ୍ରାର୍ଥୀ ଭାବେ ବିଜୟୀ ହୋଇ ବିଧାନସଭାକୁ ଯାଇଥିଲେ। ୨୦୦୪ରେ ସେ ବିଜେଡିରୁ ଲଢ଼ି ବିଧାନସଭାକୁ ଯାଇଥିଲେ। ୨୦୧୪ ନିର୍ବାଚନ ବେଳେ ଜିତୁ ମିତ୍ର ବିଜେଡି ଛାଡ଼ି ବିଜେପି ଟିକେଟ୍ରେ ପ୍ରାର୍ଥୀ ହୋଇଥିଲେ। ତେବେ ସେ ହାରି ଯାଇଥିଲେ। ଏହି ଆସନରେ ରାଜେନ୍ଦ୍ର କୁମାର ସାହୁ ବିଜେଡି ଟିକେଟ୍ରେ ଲଢ଼ି ଜିତିଥିଲେ।
ଗତକାଲି ସାଧାରଣ ନିର୍ବାଚନ ପାଇଁ ତାରିଖ ଘୋଷଣା କରିଛନ୍ତି ନିର୍ବାଚନ କମିସନ୍। ମୋଟ ୭ଟି ପର୍ଯାୟରେ ନିର୍ବାଚନ ହେବ। ଏପ୍ରିଲ ୧୧ ତାରିଖରେ ହେବ ପ୍ରଥମ ପର୍ଯ୍ୟାୟ ନିର୍ବାଚନ। ମେ’ ମାସ ୧୯ ତାରିଖରେ ସପ୍ତମ ଅର୍ଥାତ୍ ଶେଷ ପର୍ଯ୍ୟାୟ ନିର୍ବାଚନ ହେବ। ସେହିପରି ଓଡିଶାରେ ୪ଟି ପର୍ଯ୍ୟାୟରେ ଏପ୍ରିଲ ୧୧, ୧୮, ୨୩ ଏବଂ ୨୯ ତାରିଖରେ ମତଦାନ ହେବ। ୨୧ଟି ଲୋକସଭା ଏବଂ ୧୪୭ଟି ବିଧାନସଭା ଆସନ ପାଇଁ ଏକାସଙ୍ଗେ ମତଦାନ ନିଆଯିବ। ମେ’ ୨୩ ତାରିଖରେ ନିର୍ବାଚନ ଫଳାଫଳ ପ୍ରକାଶ ପାଇବ। ତେବେ ନିର୍ବାଚନୀ ତାରିଖ ଘୋଷଣା ନେଇ ଆଜି ପ୍ରତିକ୍ରିୟା ରଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ନିର୍ବାଚନ ତାରିଖ ଘୋଷଣାକୁ ସ୍ୱାଗତ କରିବା ସହିତ ନିର୍ବାଚନ ପାଇଁ ପ୍ରସ୍ତୁତ ଅଛନ୍ତି ବୋଲି କହିଛନ୍ତି ନବୀନ। ଏଥିସହିତ ଖୁବ୍ ଶୀଘ୍ର ପ୍ରଥମ ପର୍ଯ୍ୟାୟ ତାଲିକା ପ୍ରକାଶ ପାଇବା ନେଇ କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ନିର୍ବାଚନରେ ବିଜେଡ଼ି…
ଲୋକସଭା ନିର୍ବାଚନ ଓ ଦେଶର ୪ଟି ବିଧାନସଭା ନିର୍ବାଚନ ପାଇଁ ବିଗୁଲ୍ ବାଜି ଗଲାଣି। ୨୦୧୯ ଲୋକସଭା ନିର୍ବାଚନ ପାଇଁ ନିର୍ବାଚନ କମିଶନର ତାରିଖ ଘୋଷଣା କରିଛନ୍ତି। ନିର୍ବାଚନ ଆୟୋଗ ୫୪୩ ଲୋକସଭାରେ ୭ଟି ପର୍ଯ୍ୟାୟରେ ନିର୍ବାଚନ ପାଇଁ ତାରିଖ ଘୋଷଣା କରିଛନ୍ତି। ଲୋକସଭା ସହିତ ଓଡ଼ିଶାରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ଓଡ଼ିଶାରେ ୪ଟି ପର୍ଯ୍ୟାୟରେ ଲୋକସଭା ଓ ବିଧାନସଭା ନିର୍ବାଚନ ଏକକାଳୀନ ହେବ। ଏପ୍ରିଲ ୧୧, ୧୮, ୨୩ ଓ ୨୯ରେ ମତଦାନ ହେବ ଏବଂ ମେ ୨୩ରେ ଫଳାଫଳ ଘୋଷଣା ହେବ। ତେବେ ରାଜ୍ୟ ନିର୍ବାଚନୀ ନେଇ ବିସ୍ତୃତ ନିର୍ବାଚନୀ ସୂଚୀ ପ୍ରକାଶ ପାଇଛି। ୨୧ ଲୋକସଭା ଓ ୧୪୭ ବିଧାନସଭା ପାଇଁ ସୂଚୀ ପ୍ରକାଶ ପାଇଛି। ପ୍ରଥମ ପର୍ଯ୍ୟାୟ ଏପ୍ରିଲ୍ ୧୧ରେ ହେବାକୁ ଥିବା ୪ଟି ଲୋକସଭା ଆସନ ସହିତ ୨୮ଟି ବିଧାନସଭା ମଣ୍ଡଳୀରେ ଭୋଟ୍ ଗ୍ରହଣ ଅନୁଷ୍ଠିତ ହେବ। ପ୍ରଥମ ପର୍ଯ୍ୟାୟରେ କଳାହାଣ୍ଡି, ନବରଙ୍ଗପୁର,…
ନିର୍ବାଚନ ତାରିଖ ଘୋଷଣା ହେବା ପରେ ଏହାକୁ ନେଇ ବିବାଦ ଦେଖାଦେଇଛି। ଏପ୍ରିଲ୍ ୧୧ ଠାରୁ ମେ ୧୯ ପର୍ଯ୍ୟନ୍ତ ସାତଟି ପର୍ଯ୍ୟାୟରେ ସାରା ଭାରତ ବର୍ଷରେ ଭୋଟିଂ ଅନୁଷ୍ଠିତ ହେବ। ଜୁନ୍ ୩ରେ ଲୋକସଭାର କାର୍ଯ୍ୟକାଳ ସରିବାକୁ ରହିଛି। ଏହି ସମୟରେ ଲୋକସଭା ନିର୍ବାଚନ ତାରିଖକୁ ନେଇ ବିବାଦ ଆରମ୍ଭ ହୋଇଯାଇଛି। ମୁସଲିମ୍ ଧର୍ମଗୁରୁ ଓ ମୁସଲିମ୍ ନେତାମାନେ ଏହି ତାରିଖକୁ ନେଇ ଅସନ୍ତୁଷ୍ଟ ରହିଛନ୍ତି। ରାମଜାନ ମାସରେ ଏହି ନିର୍ବାଚନୀ ତାରିଖକୁ ନେଇ ସେମାନେ ବିରୋଧ କରିଛନ୍ତି। ମୁସଲିମ୍ ଧର୍ମଗୁରୁ ଓ କିଛି ଦଳର ମୁସଲିମ୍ ନେତାମାନେ ରାମଜାନ ମାସରେ ମତଦାନକୁ ମନା କରିଛନ୍ତି। ଲକ୍ଷ୍ନୌର ମୁସଲିମ୍ ଧର୍ମଗୁରୁ ଖାଲିଦ୍ ରଶୀଦ୍ ଫିରଗୀ, ବଙ୍ଗଳାର ମମତା ସରକାରଙ୍କ ମନ୍ତ୍ରୀ ଫିରହାଦ କରୀମ୍ ଓ ଦିଲ୍ଲୀର ଆପ୍ ବିଧାୟକ ଅମାନତୁଲ୍ଲା ରାମଜାନ ସମୟରେ ନିର୍ବାଚନ ହେବାକୁ ନେଇ ଅସନ୍ତୁଷ୍ଟ ରହିଛନ୍ତି। ମାସ ସାରା ମୁସଲିମ୍ଧର୍ମାବଲମ୍ବୀ ରୋଜା କରିବା ସମୟରେ ନିର୍ବାଚନରେ…
ଏନ୍କାଉଣ୍ଟରରେ ନିହତ ହୋଇଛି ପୁଲୱାମା ଆତଙ୍କବାଦୀ ଆକ୍ରମଣ ଘଟଣାର ମାଷ୍ଟରମାଇଣ୍ଡ ମୁଦାସୀର ଅହମଦ୍ ଖାନ୍ ଓ ସଜ୍ଜାଦ । ଏହି ଦୁହିଁଙ୍କ ସହିତ ଜୈଶ୍-ଇ-ମହମ୍ମଦର ଆଉ ଜଣେ ଆତଙ୍କବାଦୀ ମଧ୍ୟ ନିହତ ହୋଇଛନ୍ତି। ଦକ୍ଷିଣ କାଶ୍ମୀର ତ୍ରାଲ୍ ଅଞ୍ଚଳରେ ଗତକାଲି ମଧ୍ୟରାତ୍ରରେ ହୋଇଥିବା ଏନ୍କାଉଣ୍ଟରରେ ମୁଦାସୀର ଓ ସଜ୍ଜାଦ ନିହତ ହୋଇଥିବା କୁହାଯାଉଛି। ତ୍ରାଲର ପିଙ୍ଗଲିଶ୍ ଅଞ୍ଚଳରେ ମୁଦାସୀର ଓ ଆଉ କିଛି ଆତଙ୍କବାଦୀ ଥିବା ନେଇ ସୂଚନା ପାଇବା ପରେ ସୁରକ୍ଷାକର୍ମୀମାନେ ସେଠାରେ ସର୍ଚ୍ଚ ଅପରେସନ୍ ଆରମ୍ଭ କରିଥିଲେ। ଜୈଶ୍ ଆତଙ୍କବାଦୀ ମୁଦାସୀର ଅହମଦ୍ ଖାନ୍ ପୁଲୱାମା ଘଟଣାର ମାଷ୍ଟରମାଇଣ୍ଡ ଥିବାେବେଳେ ଏହି ଆତଙ୍କୀ ଆକ୍ରମଣରେ ବ୍ୟବହାର କରାଯାଇଥିବା କାର୍ର ମାଲିକ ଥିଲେ ସଜ୍ଜାଦ । ୨୩ ବର୍ଷୀୟ ମୁଦାସୀର ଜଣେ ଇଲେକ୍ଟ୍ରିସିଆନ୍। ସେ ସ୍ନାତକ ଡିଗ୍ରୀ ହାସଲ କରିବା ପରେ ଇଲେକ୍ଟ୍ରିକାଲ୍ରେ ଆଇଟିଆଇ କରିଥିଲା ବୋଲି ସୂଚନା ମିଳିଛି । ପୁଲୱାମାରେ ଆକ୍ରମଣ ପାଇଁ ସେ ଗାଡ଼ି ଓ…
କେଦାର ମିଶ୍ର ଓଡିଶାରେ ଯେଉଁ ସଂବାଦପତ୍ର ବା ଟେଲିଭିଜନ ଚାନେଲର ମାଲିକଙ୍କ ନାଁ ନେବେ, ସେ କୌଣସି ନା କୌଣସି ରାଜନୈତିକ ଦଳ ସହ ପ୍ରତ୍ୟକ୍ଷ ଭାବରେ ସଂପୃକ୍ତ। କେବଳ ସଂପୃକ୍ତି ନୁହେଁ, ଏମାନେ ସିଧାସଳଖ ରାଜନୈତିକ କ୍ଷମତା କେନ୍ଦ୍ରର ଜଣେ ଜଣେ ଚତୁର ଅଂଶୀଦାର। କ୍ଷମତା ଦଖଲ ପାଇଁ ଗଣମାଧ୍ୟମ ଏମାନଙ୍କ ଲାଗି ସିଡି ଭାବରେ କାମ କରିଥାଏ। ଦେଖେଇକି ହେଉ ବା ଲୁଚେଇକି, ଗଣମାଧ୍ୟମ ସଂସ୍ଥାର ମାଲିକ ଯେଉଁ ଦଳରେ ଥାନ୍ତି ସେଇ ରାସ୍ତାରେ ଆମର ସାମ୍ବାଦିକତା ନିଲାମ ହୁଏ। କହିବାରେ ବିଲକୁଲ ଦ୍ଵିଧା ନାହିଁ ଯେ, ମାତ୍ର ହାତ ଗଣତି କିଛି ସାମ୍ବାଦିକଙ୍କୁ ବାଦ ଦେଲେ ବାକି ସବୁ ଏଠି ମାଲିକଙ୍କ କଥାକୁହା ଶୁଆପକ୍ଷୀ। ମାଲିକ ଯାହା କହିଲେ ଆମେ ତାକୁ ରଟିଲୁ। ଛାଡନ୍ତୁ, ସାମ୍ବାଦିକ ଯେହେତୁ ଚାକିରିଆ ସେ ମାଲିକ ତିଆରି କରିଥିବା ନିୟମ ମାନିବାକୁ ବାଧ୍ୟ। ହେଲେ, ଏଠି କ୍ଷମତା କେନ୍ଦ୍ରର ଅଂଶୀଦାର ହୋଇ…
ପ୍ରେସ ଇନଫରମେସନ ବ୍ୟୁରୋ ବା ପିଆଇବିର ପ୍ରମୁଖ ମହାନିର୍ଦ୍ଦେଶକ ସୀତାଂଶୁ କରଙ୍କ କାର୍ଯ୍ୟକାଳକୁ ଆଉ 6 ମାସ ପାଇଁ ବୃଦ୍ଧି କରାଯାଇଛି। ଏହି କାର୍ଯ୍ୟକାଳ ବୃଦ୍ଧିକୁ କ୍ୟାବିନେଟ ଅନୁମୋଦନ କରିଛନ୍ତି। ଭାରତୀୟ ସୂଚନା ସେବାର ଏହି ବରିଷ୍ଠ ଅଧିକାରୀଙ୍କ କାର୍ଯ୍ୟକାଳ ଚଳିତ ମାର୍ଚ୍ଚ 31 ତାରିଖରେ ଶେଷ ହେଉଥିଲା। ବର୍ତ୍ତମାନ ନିର୍ବାଚନ ପ୍ରସ୍ତୁତି ଆରମ୍ଭ ହୋଇଯାଇଥିବାରୁ ପିଆଇବିର ଦାୟିତ୍ବ ବଢିଯାଇଛି। ବିଭିନ୍ନ ସମୟରେ ଗଣମାଧ୍ୟମକୁ ନିର୍ବାଚନ ସଂପର୍କିତ ଖବର ପ୍ରଦାନ କରିବାର ଆବଶ୍ୟକତା ରହିଛି। ଯେହେତୁ ସାଂତାଶୁଙ୍କ ଏ କ୍ଷେତ୍ରରେ ପ୍ରାୟ 35 ବର୍ଷର ଅଭିଜ୍ଞତା ରହିଛି ସେଥିପାଇଁ ତାଙ୍କ କାର୍ଯ୍ୟକାଳକୁ ବୃଦ୍ଧି କରାଯାଇଛି। ପ୍ରଥମେ ସୀତାଂଶୁ ଅଲ ଇଣ୍ଡିଆ ରେଡିଓ ନ୍ୟୁଜ ବିଭାଗରେ କାମ ଆରମ୍ଭ କରିଥିଲେ। ଏହାପରେ ଦୂରଦର୍ଶନରେ ସେ ପ୍ରାୟ ଦୀର୍ଘ ବର୍ଷ ଧରି କାର୍ଯ୍ୟ କରିବା ପରେ ପିଆଇବିର ମୁଖ୍ୟ ଭାବରେ ଦାୟିତ୍ବ ଗ୍ରହଣ କରିଛନ୍ତି। ତାଙ୍କର ଏହି କାର୍ଯ୍ୟକାଳ ବୃଦ୍ଧିକୁ ଓଡିଶାର ବିଭିନ୍ନ ମହଲରେ…
ସମୀକ୍ଷା ବ୍ୟୁରୋ ଏପ୍ରିଲ 11 ତାରିଖରେ ହେବ କଳାହାଣ୍ଡି ଓ ବ୍ରହ୍ମପୁର ସମେତ 4ଟି ଲୋକସଭା ଆସନରେ ନିର୍ବାଚନ। ସେହିପରି ଏପ୍ରିଲ 18 ତାରିଖରେ ହେବ ବରଗଡ ଓ ସୁନ୍ଦରଗଡ ସମେତ ଆଉ ଦୁଇଟି ଲୋକସଭା ଆସନରେ ଭୋଟ ଗ୍ରହଣ। ନିର୍ବାଚନ କମିଶନରଙ୍କ ତରଫରୁ ଘୋଷଣା କରାଯାଇଥିବା ଭୋଟ ଗ୍ରହଣ ତାରିଖ ଅନୁସାରେ ଓଡିଶାରେ ଏପ୍ରିଲ 11 ତାରିଖ, ଏପ୍ରିଲ 18 ତାରିଖ,ଏପ୍ରିଲ 23 ତାରିଖ ଏବଂ ଏପ୍ରିଲ 29 ତାରିଖରେ ହେବ ଭୋଟ ଗ୍ରହଣ। ଭୋଟ ଗ୍ରହଣ ପାଇଁ ଘୋଷଣା ହୋଇଥିବା ଓଡିଶାର 21ଟି ଲୋକସଭା ନିର୍ବାଚନ ମଣ୍ଡଳୀର ତାରିଖ ହେଲା.. ଏପ୍ରିଲ 11 ତାରିଖ 1-କଳାହାଣ୍ଡି 2-ନବରଂଗପୁର 3-ବ୍ରହ୍ମପୁର 4-କୋରାପୁଟ ଏପ୍ରିଲ 18 ତାରିଖ 1-ବରଗଡ 2-ସୁନ୍ଦରଗଡ 3-ବଲାଙ୍ଗିର 4-କନ୍ଧମାଳ 5-ଆସିକା ଏପ୍ରିଲ 23 ତାରିଖରେ 1-ସମ୍ବଲପୁର 2-କେଉଁଝର 3-ଢେଙ୍କାନାଳ 4-କଟକ 5-ପୁରୀ 6-ଭୁବନେଶ୍ବର ଏପ୍ରିଲ 29 ତାରିଖ 1-ମୟୁରଭଂଜ 2-ବାଲେଶ୍ବର 3-ଭଦ୍ରକ 4-ଯାଜପୁର 5-କେନ୍ଦ୍ରାପଡା 6-ଜଗତସିଂହପୁର ଏହି…
ନୂଆଦିଲ୍ଲୀର ବିଜ୍ଞାନ ଭବନରେ ମୁଖ୍ୟ ନିର୍ବାଚନ କମିଶନର ସୁନୀଲ ଅରୋରା ଏକ ପ୍ରେସମିଟରେ ନିର୍ବାଚନ ତାରିଖ ଘୋଷଣା କରିଛନ୍ତି। ୭ଟି ପର୍ଯ୍ୟାୟରେ ଦେଶରେ ନିର୍ବାଚନ ହେବ। ଏପ୍ରିଲ ୧୧ତାରିଖରେ ପ୍ରଥମ ପର୍ଯ୍ୟାୟ ମତଦାନ ହେବ। ଦ୍ବିତୀୟ ପର୍ଯ୍ୟାୟ ମତଦାନ ଏପ୍ରିଲ ୧୮ରେ, ତୃତୀୟ ପର୍ଯ୍ୟାୟ ଏପ୍ରିଲ ୨୩ରେ ଓ ଚତୁର୍ଥ ପର୍ଯ୍ୟାୟ ଭୋଟଗ୍ରହଣ ଏପ୍ରିଲ ୨୯ରେ ହେବ। ପଞ୍ଚମ ପର୍ଯ୍ୟାୟ ମତଦାନ ମେ ୬ରେ, ଷଷ୍ଠ ପର୍ଯ୍ୟାୟ ମତଦାନ ମେ ୧୨ରେ ଓ ସପ୍ତମ ପର୍ଯ୍ୟାୟ ମତଦାନ ମେ ୧୯ ତାରିଖରେ ହେବ। ଓଡିଶାରେ ୪ଟି ପର୍ଯ୍ୟାୟରେ ମତଦାନ ଅନୁଷ୍ଠିତ ହେବ। ଏପ୍ରିଲ ୧୧ରେ ଓଡିଶାରେ ପ୍ରଥମ ପର୍ଯ୍ୟାୟ ମତଦାନ ହେବ। ଚତୁର୍ଥ ପର୍ଯ୍ୟାୟର ଅର୍ଥାତ ଏପ୍ରିଲ ୨୯ରେ ଓଡିଶାରେ ଶେଷ ପର୍ଯ୍ୟାୟ ଭୋଟ ଗ୍ରହଣ ହେବ। ଏପ୍ରିଲ ୧୧ରେ ଓଡିଶାର ୪ଟି ଲୋକସଭା ଆସନ, ଏପ୍ରିଲ ୧୮ରେ ୫ଟି ଆସନ, ଏପ୍ରିଲ ୨୩ରେ ୬ଟି ଆସନ ଓ ଏପ୍ରିଲ ୨୯ରେ…
ଦେଶରେ ୨୦୧୯ ସାଧାରଣ ନିର୍ବାଚନ ପାଇଁ ଆଜିଠୁ ଆଦର୍ଶ ଆଚରଣ ବିଧି ଲାଗୁ ହୋଇଛି। ନୂଆଦିଲ୍ଲୀର ବିଜ୍ଞାନ ଭବନରେ ମୁଖ୍ୟ ନିର୍ବାଚନ କମିଶନର ସୁନୀଲ ଅରୋରା ଏକ ପ୍ରେସମିଟରେ ନିର୍ବାଚନ ତାରିଖ ଘୋଷଣା କରିଛନ୍ତି। ୭ଟି ପର୍ଯ୍ୟାୟରେ ଦେଶରେ ନିର୍ବାଚନ ହେବ। ଏପ୍ରିଲ ୧୧ତାରିଖରେ ପ୍ରଥମ ପର୍ଯ୍ୟାୟ ମତଦାନ ହେବ। ଦ୍ବିତୀୟ ପର୍ଯ୍ୟାୟ ମତଦାନ ଏପ୍ରିଲ ୧୮ରେ, ତୃତୀୟ ପର୍ଯ୍ୟାୟ ଏପ୍ରିଲ ୨୩ରେ ଓ ଚତୁର୍ଥ ପର୍ଯ୍ୟାୟ ଭୋଟଗ୍ରହଣ ଏପ୍ରିଲ ୨୯ରେ ହେବ। ପଞ୍ଚମ ପର୍ଯ୍ୟାୟ ମତଦାନ ମେ ୬ରେ, ଷଷ୍ଠ ପର୍ଯ୍ୟାୟ ମତଦାନ ମେ ୧୨ରେ ଓ ସପ୍ତମ ପର୍ଯ୍ୟାୟ ମତଦାନ ମେ ୧୯ ତାରିଖରେ ହେବ। ଓଡିଶାରେ ୪ଟି ପର୍ଯ୍ୟାୟରେ ମତଦାନ ଅନୁଷ୍ଠିତ ହେବ। ଏପ୍ରିଲ ୧୧ରେ ଓଡିଶାରେ ପ୍ରଥମ ପର୍ଯ୍ୟାୟ ମତଦାନ ହେବ। ଚତୁର୍ଥ ପର୍ଯ୍ୟାୟର ଅର୍ଥାତ ଏପ୍ରିଲ ୨୯ରେ ଓଡିଶାରେ ଶେଷ ପର୍ଯ୍ୟାୟ ଭୋଟ ଗ୍ରହଣ ହେବ। ଏପ୍ରିଲ ୧୧ରେ ଓଡିଶାର ୪ଟି ଲୋକସଭା ଆସନ,…
ପୁଲୱାମା ଆକ୍ରମଣ ଘଟଣାର ମାଷ୍ଟରମାଇଣ୍ଡ ଜଣେ ୨୩ ବର୍ଷୀୟ ଇଲେକ୍ଟ୍ରିସିଆନ ମୁଦାସିର ଅହମଦ ଖାନ ଓରଫ ମହମ୍ମଦ ଭାଇ । ସେ ଜୈଶ-ଇ-ମହମ୍ମଦ ଆତଙ୍କବାଦୀ ସଂଗଠନର ଜଣେ ସଦସ୍ୟ । ଗତ ମାସ ୧୪ ତାରିଖରେ ଆତଙ୍କବାଦୀଙ୍କ ଆକ୍ରମଣରେ ୪୦ଜଣ ସିଆରପିଏଫ ଯବାନ ପ୍ରାଣ ହରାଇଥିଲେ । ଜଣେ ସରକାରୀ ଅଧିକାରୀଙ୍କ କହିବା ଅନୁଯାୟୀ, ମୁଦାସିର ବିସ୍ଫୋରଣରେ ବ୍ୟବହୃତ ଗାଡି ଓ ବିସ୍ଫୋରକ ମୁଦାସିର ହିଁ ଜବତ କରିଥିଲା । ମହଲାର ଟ୍ରାଲ ଅଞ୍ଚଳର ବାସିନ୍ଦା ମୁଦାସିର ୨୦୧୭ ମସିହାରେ ଜୈଶ-ଇ-ମହମ୍ମଦ ଆତଙ୍କବାଦୀ ସଂଗଠନରେ ଯୋଗ ଦେଇଥିଲା । ଆତଙ୍କବାଦୀ ନୁର ଅହମ୍ମଦ ତାନ୍ତ୍ରୀ ଦ୍ବାରା ସେ ଏହି ଆତଙ୍କବାଦୀ ସଂଗଠନରେ ଯୋଗ ଦେଇଥିଲା । ମୁଦାସିର ସ୍ନାତକ ପରେ ଇଲେକେଟ୍ରିକାଲରେ ଆଇଟିଆଇ କରିଛି । ତାର ବାପା ଜଣେ ଦିନ ମଜୁରିଆ। ଏବେ ମୁଦାସିର ଫେରାର ଅଛି। ପୋଲିସ ତାକୁ ଖୋଜୁଛି ।
ବୁର୍ଲାରେ ଜଣେ ସ୍ବାଇନ ଫ୍ଳୁ ରୋଗୀ ଆଜି ଚିହ୍ନଟ ହୋଇଛନ୍ତି । ସେ ଗତ ୩ ଦିନ ହେଲା ଅସୁସ୍ଥ ହୋଇ ବୁର୍ଲା ବଡମେଡିକାଲରେ ଚିକିତ୍ସିତ ହେଉଛନ୍ତି । ତାଙ୍କର ରକ୍ତ ନମୁନାରୁ ସେ ସ୍ବାଇନ ଫ୍ଳୁରେ ଆକ୍ରାନ୍ତ ହୋଇଥିବା ଜଣାପଡିଛି । ସ୍ବାଇନ ଫ୍ଲୁ ଦେଖାଦେଇଥିବାରୁ ବଡମେଡିକାଲ କର୍ତ୍ତୃପକ୍ଷ ଏଥିପାଇଁ ଏକ ସ୍ବତନ୍ତ୍ର ୱାର୍ଡ ତିଆରି କରିଛନ୍ତି । ଏହି ୱାର୍ଡରେ କେବଳ ସ୍ବାଇନ ଫ୍ଲୁ ରୋଗୀମାନଙ୍କୁ ଚିକିତ୍ସା କରାଯିବ । ଦୀର୍ଘ ଦିନ ପରେ ପୁଣି ସ୍ବାଇନ ଫ୍ଲୁ ରୋଗୀ ଚିହ୍ନଟ ହୋଇଥିବାରୁ ମେଡିକାଲ କର୍ତ୍ତୃପକ୍ଷଙ୍କ ଚିନ୍ତା ବଢିଯାଇଛି । ତେବେ ଠିକ ଭାବେ ରୋଗୀଙ୍କ ଚିକିତ୍ସା କରାଯିବ ବୋଲି ବଡମେଡିକାଲ କର୍ତ୍ତୃପକ୍ଷ କହିଛନ୍ତି ।
ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ଦିନିକିଆ ଆନ୍ତର୍ଜାତିକ କ୍ରିକେଟ ମ୍ୟାଚରେ ଶିଖର ଧାୱନ ୯୭ ବଲରେ ଶତକ ହାସଲ କରିଛନ୍ତି । ଏହା ତାଙ୍କର ଷୋଡଶ ଶତକ । ୨୫.୨ ଓଭରରେ ଶିଖର ଧାୱନ ଓ ରୋହିତ ଶର୍ମା ଭାରତକୁ ୧୫୦ରନରେ ପହଞ୍ଚାଇଥିଲେ । ଏହି ମ୍ୟାଚରେ ରୋହିତ ତାଙ୍କର ୪୦ତମ ଅର୍ଦ୍ଧଶତକ ମଧ୍ୟ ହାସଲ କରିଛନ୍ତି ।
ଭୁବନେଶ୍ବର ବାଣୀବିହାର ହଷ୍ଚେଲରେ ଅଣଛାତ୍ରମାନେ ଥିବା ନେଇ ପୋଲିସ ପକ୍ଷରୁ ଯାଞ୍ଚ କରାଯାଇଛି । ଯାଞ୍ଚରେ ଧରାପଡିଥିବା ଅଣଛାତ୍ରମାନଙ୍କୁ ହଷ୍ଟେଲରୁ ବାହାର କରାଯାଇଛି । ଉତ୍କଳ ବିଶ୍ବବିଦ୍ୟାଳୟ କୁଳପତିଙ୍କ ନିର୍ଦ୍ଦେଶରେ ଏହି ଯାଞ୍ଚ କରାଯାଇଛି । ଅଣଛାତ୍ରମାନଙ୍କ ଯୋଗୁ ବାଣୀବିହାରରେ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହେଉଥିବାରୁ କର୍ତ୍ତୃପକ୍ଷ ଏଭଳି ପଦକ୍ଷେପ ନେଇଛନ୍ତି । ଏହି ଯାଞ୍ଚ ବେଳେ ବାଣୀବିହାର ପରିସରରେ ୪ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଥିଲା । ସହିଦନଗର ଥାନାରେ ପୋଲିସକୁ ଆକ୍ରମଣ ଘଟଣାରେ ବାଣୀବିହାର ହଷ୍ଟେଲରେ ରହୁଥିବା କେତେଜଣ ଅଣଛାତ୍ର ସଂପୃକ୍ତ ଥିବା ଜଣାପଡିଥିଲା । ଏହାପରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଛି । ଆଜି ଅପରାହ୍ନ ସୁଦ୍ଧା ଶତାଧିକ ଅଣଛାତ୍ରଙ୍କୁ ହଷ୍ଟେଲରୁ ବାହାର କରାଯାଇଛି ।