Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ନିର୍ବାଚନ ଓଡିଶା ; ମୋଦୀ ହାୱାକୁ କାଟିଲା ନବୀନ ହାୱା- ଆପଣମାନେ ଖୁସି ତ!!
ବିଶେଷ ଖବର

ନିର୍ବାଚନ ଓଡିଶା ; ମୋଦୀ ହାୱାକୁ କାଟିଲା ନବୀନ ହାୱା- ଆପଣମାନେ ଖୁସି ତ!!

May 24, 2019No Comments3 Mins Read
Share Facebook Twitter LinkedIn Email WhatsApp Copy Link

କେଦାର ମିଶ୍ର

ସାରା ଦେଶରେ ନରେନ୍ଦ୍ର ମୋଦୀଙ୍କ ନେତୃତ୍ଵରେ ବିଜେପି ଓ ଏନଡିଏ ସରକାର ବିପୁଳ ଜନମତ ପାଇ ସରକାର ଗଢିଥିବା ବେଳେ, ଓଡିଶା କିନ୍ତୁ ମୋଦୀ ହାୱାରେ ଭାସିଯାଇନାହିଁ। ଉଭୟ ବିଧାନସଭା ଓ ଲୋକସଭାରେ ଗତ ୧୯ ବର୍ଷ ଧରି ଶାସନ କରୁଥିବା ବିଜୁ ଜନତା ଦଳ ବେଶ ଭଲ ପ୍ରଦର୍ଶନ କରିଛି। ବିଧାନସଭାରେ ବିଜେଡି ଦୁଇ ତୃତୀଯାଂଶରୁ ଅଧିକ  ଆସନ ଦାଖଲ (ଏ ରିପୋର୍ଟ ଲେଖାହେବା ବେଳକୁ ବିଜେଡି ୧୧୨ ଆସନରେ ଜିତିବା ସ୍ଥିତିରେ ଅଛି) କରିଛି। ଲୋକସଭାରେ ଯଦିଓ ବିଜେଡି ୨୦୧୪ ତୁଳନାରେ ଆଠଟି ଆସନ ହରାଇବାର ସମ୍ଭାବନା ରହିଛି, ତଥାପି ଓଡିଶାରେ ଲୋକସଭା ପାଇଁ ବିଜେପି ସବୁ ପୋଛିନେବା ବୋଲି ଯାହା କୁହାଯାଉଥିଲା ତାହା ଭୁଲ ପ୍ରମାଣିତ ହୋଇଛି। ଚାରୋଟି ନିର୍ବାଚନରେ ନିର୍ବାଚନ ଜିଣି ନିରଙ୍କୁଶ ଶାସନ କରି ଆସୁଥିବା ନବୀନ ପଟ୍ଟନାୟକଙ୍କ ଆଗରେ ନରେନ୍ଦ୍ର ମୋଦୀଙ୍କ କୁହୁକ ଫିକା ପଡିଯାଇଛି। ସବୁଠୁ ବଡ କଥା ହେଉଛି ରାତି ୧୨.୪୩ ସୁଦ୍ଧା ବିଜେଡ଼ିର ଭୋଟହାର ୪୪.୭% ରହିଛି। ଚାରୋଟି ଶାସନକାଳ ପରେ ମଧ୍ୟ ନିଜ ସପକ୍ଷରେ ଏତେ ପ୍ରଚଣ୍ଡ ଜନମତ ଆଣିପାରିବା, ଏକ ଐତିହାସିକ ସଫଳତା ନିଶ୍ଚୟ।

ଏଥର ନିର୍ବାଚନରେ ବିଜେଡି ମୁଖିଆ ନବୀନ ପଟ୍ଟନାୟକ ତାଙ୍କ ରାଜନୈତିକ ଜୀବନର ସବୁଠୁ ବଡ ବିରୋଧୀଙ୍କୁ ସାମ୍ନା କରିଥିଲେ। କେନ୍ଦ୍ରରେ ଅତ୍ୟନ୍ତ ଶକ୍ତିଶାଳୀ ଓ ଆକ୍ରାମକ ସରକାର ଗଢିଥିବା ବିଜେପିର ଦୃଷ୍ଟି ଓଡିଶା ଉପରେ ନିବଦ୍ଧ ରହିଥିଲା। ୨୦୧୭ ନିର୍ବାଚନ ପରଠୁ ଓଡିଶାରେ କ୍ଷମତା ଦଖଲ କରିବାକୁ ବିଜେପି ଏହାର ରାଷ୍ଟ୍ରୀୟ ସଭାପତି ଅମିତ ଶାହଙ୍କ ନେତୃତ୍ଵରେ ସ୍ଵତନ୍ତ୍ର ରଣନୀତି ଓ ପ୍ରଚାର କୌଶଳ ଅବଲମ୍ବନ କରୁଥିଲା। ଖୋଦ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଏଥର ନିର୍ବାଚନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିଦାକି  ନିଧାର୍ୟ ବୋଲି ଘୋଷଣା କରିଥିଲେ। ବିଜେପିର ଆକ୍ରମଣ ସହିତ ବିଜେଡି ଭିତରୁ ମଧ୍ୟ ନବୀନଙ୍କୁ କମ ବିରୋଧର ସାମ୍ନା କରିବାକୁ ପଡିନାହିଁ। ବିଜେଡିର ପୁରୁଖା ନେତା ଦାମୋଦର ରାଉତ, ବୈଜୟନ୍ତ ପଣ୍ଡା, ଅର୍ଜୁନ ଚରଣ ସେଠୀ ପ୍ରମୁଖ ଶେଷ ମୁହୂର୍ତ୍ତରେ ବିଜେପିରେ ମିଶି ନବୀନଙ୍କ ଉପରେ ପ୍ରଚଣ୍ଡ ଆକ୍ରମଣ ଆରମ୍ଭ କରିଥିଲେ। ସବୁ ପ୍ରକାର ଆକ୍ରମଣର ସଫଳ ମୁକାବିଲା କରି ନବୀନ ପରିଶେଷରେ ପ୍ରମାଣିତ କରିଛନ୍ତି ଯେ, ଓଡିଶାରେ ସେ ହିଁ ଅପରାଜେୟ।

ଓଡିଶାରେ ୨୦୧୪ରେ ମୋଦୀ ହାୱା ଯେମିତି ବିଫଳ ହୋଇଥିଲା, ଏଥର ମଧ୍ୟ ତାହା ହିଁ ଘଟିଛି। ତେବେ ୨୦୧୪ ତୁଳନାରେ ବିଜେପିର ଲାଭ ଓଡିଶାରେ ବଢିଛି। ଲୋକସଭା କ୍ଷେତ୍ରରେ ବିଜେପି ବରଗଡ, ବଲାଙ୍ଗୀର,କଳାହାଣ୍ଡି, ସମ୍ବଲପୁର, ସୁନ୍ଦରଗଡ,ମୟୂରଭଞ୍ଜ,ବାଲେଶ୍ଵର ଓ ଭୁବନେଶ୍ଵରରେ ଆଗୁଆ ରହିଛି। ଭୋଟହାର ଦୃଷ୍ଟିରୁ ମଧ୍ୟ ବିଜେପି ବେଶ ଲାଭବାନ ହୋଇଛି। ତେବେ ବିଧାନସଭା ରେ ବିଜେପି ଯେଉଁ ମିଶନ୧୨୦+ ର ଲକ୍ଷ୍ୟ ରଖିଥିଲା, ତାହା ୨୦ ଆଖପାଖ ଆସନରେ ସୀମିତ ରହିଛି।

ଏହି ନିର୍ବାଚନରେ ନବୀନ ପଟ୍ଟନାୟକଙ୍କ ପ୍ରଚାର ଶୈଳୀ ଥିଲା ନିଆରା। ଦୀର୍ଘ ବସଯାତ୍ରା ସହିତ ଟାଣଖରାରେ ମୁଖ୍ୟମନ୍ତ୍ରୀ ୧୨୦ରୁ ଅଧିକ ସଭା କରିଥିଲେ। ଅଳ୍ପ କଥା କିନ୍ତୁ ସ୍ପଷ୍ଟ ପ୍ରତିଶ୍ରୁତି ଥିଲା ନବୀନଙ୍କ ପ୍ରଚାରର ମୂଳ ଭିତ୍ତି। ପୁରୁଷ ବିଶ୍ଵକପ ହକି ଆୟୋଜନ ସମୟରୁ ଆରମ୍ଭ ହୋଇଥିବା “ଆପଣମାନେ ଖୁସି ତ- ମୁଁ ବି ବହୁତ ଖୁସି” ର ବାର୍ତ୍ତା ବେଶ ଭଲଭାବରେ ଲୋକଙ୍କ ପାଖରେ ପହଞ୍ଚିଥିଲା। ବିରୋଧୀ ଏହାକୁ ଯେତେ ବିକୃତ କରି ବିଦ୍ରୂପ କରୁଥିଲେ ମଧ୍ୟ, ଲୋକଙ୍କ ଭିତରେ ଏହା ଏକ ଭିନ୍ନ ପ୍ରଭାବ ସୃଷ୍ଟି କରିଥିଲା। ତେବେ ରାଜ୍ୟରେ ବିଜେଡି ଓ କେନ୍ଦ୍ରରେ ବିଜେପି ଭଳି ଦ୍ଵୈତ ଭୋଟଦାନର ପ୍ରକ୍ରିୟାରୁ ବିଜେପିକୁ କିଛି ଲାଭ ମିଳିଛି। ବରଗଡ ଲୋକସଭା ଆସନର ୭ ଟି ଯାକ ବିଧାନସଭା ଆସନରେ ବିଜେଡି ଜିତିଥିବା ବେଳେ ଲୋକସଭା ଆସନ କିନ୍ତୁ ବିଜେପି ହାତକୁ ଚାଲିଯାଇଛି। ଭୁବନେଶ୍ବରରେ ମଧ୍ୟ ସେଇ ସମାନ ପ୍ରକ୍ରିୟା ଦେଖିବାକୁ ମିଳିଛି। ଭୁବନେଶ୍ୱର ଲୋକସଭା ଆସନ ଅନ୍ତର୍ଗତ ସାତୋଟି ଆସନରୁ ୬ ଟି ବିଜେଡି ଓ ଗୋଟିଏ କଂଗ୍ରେସ ଜିଣିଥିବା ବେଳେ, ଲୋକସଭା ଆସନ ବିଜେପି ହାତକୁ ଯାଇଛି।

ଦ୍ଵୈତ ଭୋଟ ଦାନର ପ୍ରକ୍ରିୟା ପଛରେ ନରେନ୍ଦ୍ର ମୋଦୀଙ୍କ ପ୍ରତି ବିଜେଡ଼ିର ପରୋକ୍ଷ ସମର୍ଥନ ମଧ୍ୟ ଅନେକଟା ଦାୟୀ। ବିଜେଡି ବିଜେପିର କୌଣସି ବି ଯୋଜନା ବା ପ୍ରଚାରକୁ ବିଶେଷ ବିରୋଧ କରିନାହିଁ। ଏହାର ସୁଫଳ ବିଜେପି ଲୋକସଭା ଆସନରେ ଗୋଟାଇଛି। କେତୋଟି ଛୋଟ ଛୋଟ ବିଫଳତାକୁ ବାଦ ଦେଲେ, ନବୀନ ଏହି ନିର୍ବାଚନରେ ବିଜେଡ଼ିକୁ ଅପରାଜେୟ କରି ଦେଇଛନ୍ତି। ନବୀନଙ୍କ ନେତୃତ୍ବକୁ ନରେନ୍ଦ୍ର ମୋଦୀ ବା ଅମିତ ଶାହ ମଧ୍ୟ ଓଡିଶାରେ ଛୁଇଂବା ଅସମ୍ଭବ, ଏକଥା ବିଜେଡି ପୁଣିଥରେ ପ୍ରମାଣିତ କରିଛି।

Share. Facebook Twitter LinkedIn Email WhatsApp Copy Link

Related Posts

ଗଂଜାମ ଜିଲ୍ଲା ସ୍ତରୀୟ ସ୍ବାଧୀନତା ଦିବସରେ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ, ଅଭିଭାଷଣ ଦେଇ କହିଲେ..

August 15, 2026

‘ମିଛ କହିବାର ସ୍ଥାନ ନୁହେଁ ଲାଲକିଲ୍ଲା’: ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଅଖିଳେଶ ଯାଦବଙ୍କ କଟାକ୍ଷ

August 15, 2026

“୯୯% ସରକାରୀ ଚାକିରିରେ ଦୁର୍ନୀତି”: ଅଭିଯୋଗ ସହ ବାବା ରାମଦେବଙ୍କ ଚେତାବନୀ

August 15, 2026

ଭୁଲ ପ୍ରଥା ଆଗକୁ ବଢାଉଛନ୍ତି ରାହୁଲ: ଲାଲକିଲ୍ଲା ସମାରୋହରେ ଯୋଗନଦେବାରୁ ବିଜେପିର ଟାର୍ଗେଟ

August 15, 2026
Latest News

୨୦୨୭ ଦିନିକିଆ ବିଶ୍ୱକପ୍ ତାରିଖ ପ୍ରକାଶ: ମହାତ୍ମା ଗାନ୍ଧୀଙ୍କ ସହ ରହିଛି ସଂଯୋଗ

August 16, 2026

ଜାଣନ୍ତୁ ଅଗଷ୍ଟ ୧୬ ର ରାଶିଫଳ: ପାଞ୍ଚୋଟି ରାଶିର ବ୍ୟକ୍ତିମାନେ ହଠାତ ପାଇବେ ଶୁଭ ଖବର

August 16, 2026

ବଲାଙ୍ଗୀରରୁ ଅପହରଣ, ଭୁବନେଶ୍ୱରରୁ ଉଦ୍ଧାର: ବ୍ୟବସାୟୀଙ୍କୁ ନେଇ ରହସ୍ୟ ଘେରରେ ଅପହରଣ ମାମଲା

August 15, 2026

ରେଙ୍ଗାଳି ଡ୍ୟାମ୍‌ର ୩ ଗେଟ୍‌ ଖୋଲା: ତଳମୁଣ୍ଡରେ ବନ୍ୟା ଆଶଙ୍କା

August 15, 2026

ସେଲଫି ନେବା ବେଳେ ଘଟିଲା ଅଘଟଣ: ପୋଲ ତଳକୁ ଖସିପଡ଼ିଲେ ଯୁବତୀ

August 15, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.