ସମୀକ୍ଷା ବ୍ୟୁରୋ ସକ୍ରିୟ ରାଜନୀତିକୁ ଆସିବେ ଢେଙ୍କାନାଳ ରାଜା କାମାକ୍ଷା ପ୍ରସାଦ ସିଂହଦେଓ। କଂଗ୍ରେସ ଚୟନ କମିଟ ତାଙ୍କ ନାମକୁ ସୁପାରିଶ କରିଛି। କାମାକ୍ଷା ପ୍ରସାଦ ଦୀର୍ଘ ଦିନ ଧରି ସକ୍ରିୟ ରାଜନୀତିରୁ ଦୂରେଇ ଯାଇଥିଲେ। ହଠାତ ତାଙ୍କ ନାମକୁ ଚୟନ କମିଟି ସୁପାରିଶ କରିବା ଅନେକଙ୍କୁ ଆଶ୍ଚର୍ଯ୍ୟ କରିଛି। କଂଗ୍ରେସ ଭବନନରେ ବସିଥିବା ଚୟନ କମିଟ ବିଧାନସଭା ଆସନ ସହିତ 16ଟି ଲୋକସଭା ଆସନ ପାଇଁ ମଧ୍ୟ 32 ଜଣଙ୍କ ନାମ ସୁପାରିଶ କରିଛି। ତେବେ ବାମଦଳ ସହିତ ଆସନ ବୁଝାମଣା ହେଉଥିବାରୁ ଦଳ 5ଟି ଆସନ ପାଇଁ ପ୍ରାର୍ଥୀଙ୍କ ନାମ ସୁପାରିଶ କରି ନାହିଁ। ଆଉ 16ଟି ଆସନ ପାଇଁ ଯେଉଁ ନାମ ଯାଇଛି ତାହା ହେଲା.. ସୁନ୍ଦରଗଡ-ଜର୍ଜ ତିର୍କି/ପ୍ରଫୁଲ ମାଝୀ ସମ୍ବଲପୁର-ଶରତ ପଟ୍ଟନାୟକ/ଅମର ପ୍ରଧାନ ବରଗଡ- କେଉଁଝର-ହରମୋହନ ସୋରେନ/ବନିତା ମାଝି ମୟୁରଭଂଜ- ବାଲେଶ୍ବର-ନବଜ୍ୟୋତି ପଟ୍ଟନାୟକ/ସୁଦର୍ଶନ ଦାସ ଭଦ୍ରଖ-ଅନନ୍ତ ପ୍ରସାଦ ସେଠୀ/ପଞ୍ଚାନନ ମଣ୍ଡଳ ଯାଜପୁର-ମାନସ ଜେନା/ଅର୍ଜୁନ ଚରଣ ଦାସ…
Author: Samikhsya Bureau
ସମୀକ୍ଷା ବ୍ୟୁରୋ ପ୍ରଦେଶ କଂଗ୍ରେସ କମିଟର ବସିଥିବା ଚୟନ କମିଟ 121ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀଙ୍କ ନାମ ସୁପାରିଶ କରିଛି। ଏଆଇସିସି ର ମୋହର ବାଜିବା ପରେ ଏହି ତାଲିକା ଚୁଡାନ୍ତ ହେବ। କମ୍ୟୁନିଷ୍ଟ ଦଳ ସହିତ କଂଗ୍ରେସ ବୁଝାମଣା କରୁଥିବାରୁ 8 ସ୍ଥାନରେ ପ୍ରାର୍ଥୀଙ୍କ ନାମ ସୁପାରିଶ କରାଯାଇ ନାହିଁ। ବର୍ତ୍ତମାନ ପ୍ରଦେଶ କଂଗ୍ରେସ ତରଫରୁ ସୁପାରିଶ କରିଥିବା ବିଭିନ୍ନ ବିଧାନସଭା ନିର୍ବାଚନ ମଣ୍ଡଳୀର ପ୍ରାର୍ଥୀମାନେ ହେଲେ.. ବଡମ୍ବା- ବିଭାସ ମହାନ୍ତି/ମନୋଜ ସାହୁ ବାଙ୍କୀ-ଦେବାଶିଷ ପଟ୍ଟନାୟକ/ ରବି ମଲ୍ଲିକ ଆଠଗଡ- ଉମାବଲ୍ଲଭ ରଥ/ବିଚିତ୍ରାନନ୍ଦ ମୁଦୁଲି ବାରବାଟୀକଟକ-ମହମ୍ମଦ ମୋକିମ/ସୁରେଶ ମହାପାତ୍ର ଚୈଦ୍ବାର କଟକ- ଜଗଦୀଶ ମହାନ୍ତି/ମାନସ ଚୈାଧୁରୀ କଟକ ସଦର – ବାଙ୍କନିଧି୍ ବେହେରା/ରତ୍ନାକର ବେହେରା ଖଣ୍ଡପଡ଼ା- ବିନୋଦିନି ମହାନ୍ତି ସାଲେପୁର- ପ୍ରକାଶ ଚନ୍ଦ୍ର ବେହେରା/ଗୁରୁପଦ ନନ୍ଦ ମାହାଙ୍ଗା-ଦେବେନ୍ଦ୍ର ସାହୁ/ପ୍ରଦୀପ୍ତ ଦାସ ପାଟକୁରା-ଜୟନ୍ତ ମହାନ୍ତି/ ଚିନ୍ମୟ ବେହୁରା କେନ୍ଦ୍ରାପଡା-ଗଣେଶ୍ବର ବେହେରା/ହଳଧର ସେଠୀ ଆଳି-ଦେବେନ୍ଦ୍ରନାଥ ଶର୍ମା/ ହଳଧର ସେଠୀ ରାଜନଗର-ଅଂଶୁମାନ ମହାନ୍ତି/ ମିଟୁ ଦାସ ମହାକାଳପଡା-ବିଭ୍ରାଂଶୁ ଲେଙ୍କା/ଲୋକନାଥ…
ବଲାଙ୍ଗୀର ଜିଲ୍ଲା ପାଟଣାଗଡ ଉପଖଣ୍ଡ ଚିକିତ୍ସାଳୟରୁ ନବଜାତ ଶିଶୁପୁତ୍ର ଚୋରି ହୋଇଥିବା ଅଭିଯୋଗ ହୋଇଛି। ପାଟଣାଗଡ ପୋଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି। ସୂଚନା ଅନୁଯାୟୀ, ପାଟଣାଗଡ ବ୍ଲକ ଅନ୍ତର୍ଗତ ଘସିଏନ ଗ୍ରାମର ରୁଦ୍ର ତାଣ୍ଡି (୩୫) ଏବଂ ସ୍ତ୍ରୀ ଜୟନ୍ତୀ ତାଣ୍ଡି(୩୦) । ଗତ ୩ ତାରିଖ ସନ୍ଧ୍ୟାରେ ପାଟଣାଗଡ଼ ସରକାରୀ ଡାକ୍ତରଖାନାରେ ଜୟନ୍ତୀଙ୍କ ଅସ୍ତ୍ରୋପଚାର ହୋଇ ଏକ ଶିଶୁ ପୁତ୍ର ଜନ୍ମ ହୋଇଥିଲା। ସେ ଡାକ୍ତରଖାନା ଶିଶୁ ବିଭାଗର ୬୭ ନଂ ବେଡ୍ରେ ଶିଶୁ ପୁତ୍ରଙ୍କ ସହିତ ଶୋଇଥିଲେ। କୌଣସି କାମରେ ତାଙ୍କ ସ୍ବାମୀ ଓ ଶାଶୁ ଡାକ୍ତରଖାନା ବାହାରକୁ ଯାଇଥିବାବେଳେ ଜଣେ ଅଚିହ୍ନା ମହିଳା ତାଙ୍କ ନିକଟରେ ବସିବା ସହ ସ୍ବାସ୍ଥ୍ୟାବସ୍ଥା ପଚାରି ବୁଝିଥିଲେ। ପରେ ଶିଶୁପୁତ୍ରଟିକୁ ଧରିବାକୁ ଇଚ୍ଛାକରି ଖେଳାଇବା ବାହାନାରେ ବାହାରକୁ ଚାଲି ଯାଇଥିବା ଜୟନ୍ତୀ ପ୍ରକାଶ କରିଛନ୍ତି। ମହିଳାଜଣଙ୍କ ଏକ ମୋଟରସାଇକେଲରେ ଜଣେ ଅଚିହ୍ନା ବ୍ୟକ୍ତିଙ୍କ ଶିଶୁପୁତ୍ରକୁ ନେଇ…
ବଲାଙ୍ଗୀର ଜିଲ୍ଲା ପଥରଚେପାଠାରେ ଆୟୋଜିତ ମିଶନ ଶକ୍ତି ସମାବେଶରେ ଯୋଗ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଉପସ୍ଥିତ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାଙ୍କୁ ସମ୍ବୋଧିତ କରିଥିଲେ ମୁଖ୍ୟମନ୍ତ୍ରୀ। ମିଶନ ଶକ୍ତିରେ ସଶକ୍ତ ହୋଇଥିବା ମହିଳାମାନଙ୍କୁ ସେମାନଙ୍କୁ ସଫଳତା ସକାଶେ ଅଭିନନ୍ଦନ ଜଣାଇବା ସହ କାର୍ଯ୍ୟକ୍ରମରେ ସାମିଲ୍ ହୋଇଥିବା ଅଗଣିତ ମହିଳାଙ୍କୁ ଧନ୍ୟବାଦ ଜଣାଇଥିଲେ ସେ। ୨୦୦୧ ମସିହାରେ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମ ଏବେ ୧୮ ବର୍ଷ ମଧ୍ୟରେ ଅନେକ ମହିଳାଙ୍କୁ ନିଜ ଗୋଡ଼ରେ ଛାଡ଼ି ହେବା ଶିଖାଇଛି। ୭ ଲକ୍ଷ ସ୍ୱୟଂ ସହାୟକ ଗୋଷ୍ଠୀର ଆଜି ୭୦ ଲକ୍ଷ ମହିଳା ସଶକ୍ତ। ସେମାନଙ୍କୁ ରାଜ୍ୟ ସରକାର ବିନା ସୁଧରେ ୩ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ, ଡିଜିଟାଲ୍ ସଶକ୍ତିକରଣ ସହାୟତା, ବ୍ଲକସ୍ତରୀୟ ମହାସଂଘ ପାଇଁ ସହାୟତା ପ୍ରଦାନ କରୁଛନ୍ତି। ପ୍ରତି ପଞ୍ଚାୟତରେ ମିଶନ ଶକ୍ତି ଗୃହ ନିର୍ମାଣ ଆଦି ହୋଇପାରିଛି।
ଗରିବ ଲୋକର ଖୁସି ମୋର ସବୁଠାରୁ ବଡ଼ ସନ୍ତୋଷ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ କହିଛନ୍ତି । ଆଜି ଭୁବନେଶ୍ବରର ଜନତା ମଇଦାନଠାରେ ଆୟୋଜିତ ଏକ ବିଶାଳ ଜନସମାବେଶରେ ଉଦ୍ବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଗରିବ ଲୋକଙ୍କ କଲ୍ୟାଣକୁ ତାଙ୍କ ସରକାର ପ୍ରାଥମିକତା ଦେଇ ଆସିଛି । ସେ ସବୁବେଳେ ଗରିବଙ୍କ ସାଥୀରେ ରହିଛନ୍ତି ଓ ସେମାନଙ୍କ ସ୍ବାର୍ଥର ସୁରକ୍ଷା ପାଇଁ କାମ କରିବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ମିଶନ୍ ଶକ୍ତିର ମା’ମାନଙ୍କୁ ସମ୍ବୋଧିତ କରି ତାଙ୍କୁ ବିକାଶର ସାରଥୀ ବୋଲି ବର୍ଣ୍ଣନା କରିଛନ୍ତି । ତାଙ୍କ ସରକାର ମିଶନ ଶକ୍ତିର ମା’ମାନଙ୍କୁ ଜିରୋ ପ୍ରତିଶତ ସୁଧରେ ଋଣ ଦେଉଛି । ସେହିପରି ସହରରେ ରହୁଥିବା ବସ୍ତିବାସିନ୍ଦାମାନଙ୍କୁ ତାଙ୍କ ସରକାର ଜାଗା ମିଶନରେ ଅନ୍ତର୍ଭୁକ୍ତ କରାଇଛି । ମହାନଗର ନିଗମ ଅଂଚଳରେ ୧୦,୦୦ ବସ୍ତି ବାସିନ୍ଦାଙ୍କୁ ଆବାସ୍ ମିଶନ୍ ଯୋଜନାରେ ବାସଗୃହ ଆବଣ୍ଟନର ଶୁଭାରମ୍ଭ କରିଥିଲେ ।…
ବିଦ୍ୟୁତ୍ ଜାମଓ୍ବାଲଙ୍କ ଅଭିନୀତ ଚଳଚ୍ଚିତ୍ର ‘ଜଙ୍ଗ୍ଲୀର’ ଟ୍ରେଲର୍’ ଆଜି ରିଲିଜ୍ ହୋଇଛି । ପୂର୍ବରୁ ଚଳଚ୍ଚିତ୍ରର ପୋଷ୍ଟର ରିଲିଜ୍ ହୋଇଥିଲା । ହଲିଉଡ୍ର ପ୍ରସିଦ୍ଧ ନିର୍ଦ୍ଦେଶକ ଚକ୍ ରସେଲ୍ ଏହାର ନିର୍ଦ୍ଦେଶନା ଭାର ବହନ କରୁଥିବାବେଳେ ଭିନୀତ୍ ଜୈନ୍ ଏହାର ପ୍ରଯୋଜନା ଦାୟିତ୍ବ ସମ୍ଭାଳିଛନ୍ତି । ଏଥିରେ ବିଦ୍ୟୁତ୍ଙ୍କ ବ୍ୟତୀତ ପୂଜା ସାଓ୍ବନ୍ତ ଓ ଆଶା ଭଟ୍ଟ, ଅତୁଲ୍ କୁଲ୍କର୍ଣ୍ଣୀ ମଧ୍ୟ ଅଭିନୟ କରୁଛନ୍ତି । ଏହି ଫିଲ୍ମଟି ଏପ୍ରିଲ୍ ୫ରେ ମୁକ୍ତିଲାଭ କରିବ । ଫିଲ୍ମରେ ହାତୀ ଓ ମଣିଷର ବନ୍ଧୁତା ସହ ଜଙ୍ଗଲୀ ଜନ୍ତୁଙ୍କ ସହ ବନ୍ଧୁତ୍ବପୂର୍ଣ୍ଣ ସମ୍ପର୍କକୁ ମଧ୍ୟ ଦେଖାଯାଇଛି । ଏହି ଟ୍ରେଲର୍ରେ ବିଦ୍ୟୁତ୍ଙ୍କ ଏକ ଡାଇଲଗ୍ ‘ହମାରୀ ଦୋସ୍ତି ମେ କୋଇ ରୁଲ୍ ନହିଁ, ଔର ଏସି ଦୋସ୍ତି ଶିଖାନେ ବାଲେ କୋଇ ସ୍କୁଲ୍ ନହିଁ’ ବହୁତ ପ୍ରଭାବଶାଳୀ ରହିଛି । ଫିଲ୍ମର ଟ୍ରେଲର୍ରେ ପ୍ରାକୃତିକ ଦୃଶ୍ୟରାଜିର ଅନନ୍ୟ ସୌନ୍ଦର୍ଯ୍ୟ ଦେଖିବାକୁ ମିଳିଛି ।…
ରାଫେଲ୍ ଡିଲ୍ ଦସ୍ତାବିଜ୍ ଚୋରୀ ହେବା ଘଟଣାକୁ ନେଇ କେନ୍ଦ୍ରକୁ ପୁଣି ଘେରିଛି ବିରୋଧୀ କଂଗ୍ରେସ । କଂଗ୍ରେସ ତରଫରୁ ରଣଦୀପ୍ ସୁରେଜଓ୍ବାଲା ସରକାରଙ୍କୁ ରାଫେଲ୍ ଦୁର୍ନୀତିରେ ଘେରିବା ସହିତ କହିଛନ୍ତି ଯେ, ସମସ୍ତ ଘଟଣାର ପର୍ଦ୍ଦାଫାସ ହୋଇଯାଇଛି । ଚୌକିଦାରର ଚୋରି ସର୍ବସମ୍ମୁଖରେ ଧରାପଡିଛି । ଆଜି ରାଫେଲ୍ ଡିଲ୍କୁ ନେଇ ସୁପ୍ରିମ୍କୋର୍ଟରେ ଶୁଣାଣୀ ଥିବାବେଳେ ଏହା ଉପରେ ଏଜି ବେଣୁଗୋପାଳ ରାଫେଲ୍ ଡିଲ୍ ସମ୍ପର୍କିତ ତଥ୍ୟ ଚୋରି ହୋଇଥିବାର କହିଛନ୍ତି । ଏହାକୁ ନେଇ କଂଗ୍ରେସ ମୋଦିଙ୍କୁ ସିଧା ଟାର୍ଗେଟ୍ କରିଛି । ରଣଦୀପ୍ ସୁରଜେଓ୍ବାଲା କହିଛନ୍ତି – ଏବେ ପୂରା ନିଶ୍ଚୟ ହୋଇଗଲା ଯେ, ନରେନ୍ଦ୍ର ମୋଦି ଦେଶ ଓ ସଂସଦକୁ କଞ୍ଚା ମିଛ କହି ଅନ୍ଧାରରେ ରଖିଛନ୍ତି । ରାଫେଲ୍ ଡିଲ୍ରେ ଭ୍ରଷ୍ଟାଚାର ହୋଇଛି ଏବଂ ଏହା ସର୍ବସମ୍ମୁଖରେ ରହିଛି । ମୋଦି ସରକାରଙ୍କ ଦ୍ବାରା କିଣା ଯାଇଥିବା ୩୬ ରାଫେଲ୍ ଜାହାଜର ମୂଲ୍ୟ ୟୁପିଏ…
ଶ୍ରୀଦେବୀ ଓ ବୋନିକପୁର୍ଙ୍କ ଝିଅ ଜାହ୍ନବୀ କପୁର୍ ଆଜି ୨୨ ବର୍ଷ ବୟସରେ ପାଦ ଦେଇଛନ୍ତି । ‘ଧଡକ୍’ ଜରିଆରେ ବଲିଉଡ୍ ଏଣ୍ଟ୍ରି କରିଥିବା ଜାହ୍ନବୀ ପ୍ରଥମ ଫିଲ୍ମରେ ବେଶ୍ ସଫଳତା ପାଇଛନ୍ତି । ନିକଟରେ ସେ ଗୁଞ୍ଜନ ସକ୍ସେନାଙ୍କ ବାୟୋପିକ୍ରେ ଅଭିନୟ କରୁଛନ୍ତି । ୧୯୯୭ ମାର୍ଚ୍ଚ ମାସରେ ଜନ୍ମଗ୍ରହଣ କରିଥିଲେ ଏହି ଅଭିନେତ୍ରୀ ଜଣକ । ଧୀରୁଭାଇ ଅମ୍ବାନୀ ଇଣ୍ଟରନ୍ୟାସନାଲ୍ ସ୍କୁଲରୁ ପାଠ ପଢା ସାରିବା ପରେ କାଲିଫୋର୍ଣ୍ଣିଆଠାରେ ଫିଲ୍ମ ଓ ଟେଲିଭିଜନ୍ରେ ଆକ୍ଟିଂ କୋର୍ସ କରିଛନ୍ତି । ୨୦୧୫ରେ ତାଙ୍କୁ ମହେଶ ବାବୁଙ୍କ ବିପକ୍ଷରେ ଅଭିନୟ କରିବାକୁ ସୁଯୋଗ ମିଳିଥିଲା, କିନ୍ତୁ ସେ ଏହାକୁ ଗ୍ରହଣ କରିନଥିଲେ । ଆଜି ଜନ୍ମଦିବସ ଅବସରରେ ଜାହ୍ନବୀ କପୁର୍ ପିତା ବୋନି କପୁର୍ ଓ ଭଉଣୀ ଖୁସି କପୁର୍ଙ୍କ ସହ ବନାରସ ଯାଇ ଗଙ୍ଗା ଆଳତୀ କରିଛନ୍ତି । ତାଙ୍କ ଜନ୍ମଦିବସ ଅବସରରେ ଭଉଣୀ ସୋନମ୍ କପୁର୍ ତାଙ୍କ ସାନବେଳର…
ଗୁଗୁଲ୍ ନୂଆ ଆପ୍ ’ବୋଲୋ’ ଲଞ୍ଚ କରିଛି । ପ୍ରାଥମିକ ସମୟରେ ଏହା ଶିଶୁଙ୍କୁ ହିନ୍ଦୀ ଓ ଇଂରାଜୀ ଶିଖିବାରେ ସାହାଯ୍ୟ କରିବ । ଏହି ଆପ୍ ଭଏସ୍ ଓ ଟେକ୍ସଟ ଟୁ ସ୍ପିଚ୍ ଉପରେ ଆଧାରିତ । ଏହାକୁ ସର୍ବପ୍ରଥମେ ଭାରତରେ ଲଞ୍ଚ କରାଯାଇଛି । ଏହି ଆପ୍ ଦ୍ବାରା ଶିଶୁମାନେ ଅତି ସହଜରେ ଇଂରାଜୀ ଶିଖିପାରିବେ । ଯେଉଁ ଶିଶୁମାନଙ୍କୁ ଉଚ୍ଚାରଣ କରିବାରେ ଟିକେ କଷ୍ଟ ହେଉଛି, ତାଙ୍କୁ ଏହା ସାହାଯ୍ୟ କରିବ । ଏହା ଅଫ୍ଲାଇନ୍ରେ ମଧ୍ୟ କାମ କରିବ । ଏଥିପାଇଁ କିନ୍ତୁ ୫୦ ଏମ୍ବିର ଏହି ଆପ୍କୁ ଡାଉନ୍ଲୋଡ୍ କରିବାକୁ ପଡ଼ିବ । ଏହା ପ୍ଲେଷ୍ଟୋର୍ରେ ନିଶୁଳ୍କ୍ ଉପଲବ୍ଧ । ଏହା ଏଣ୍ଡ୍ରୋୟେଡ୍ (୪.୪) କିଟ୍କେଟ୍ ତଥା ଏହା ପରବର୍ତ୍ତୀ ସଂସ୍କରଣରେ ମଧ୍ୟ ସହଜରେ ଉପଲବ୍ଧ ହୋଇପାରିବ । ଏଥିରେ ବଙ୍ଗାଳୀ ପରି ଅନ୍ୟାନ୍ୟ ପ୍ରାଦେଶିକ ଭାଷାକୁ ମଧ୍ୟ ସାମିଲ୍ କରାଯିବାକୁ ଯୋଜନା ରହିଛି…
ଭାରତରେ ବେରୋଜଗାରୀ ସଂଖ୍ୟା ଫେବୃଆରୀ ମାସରେ ଶିଖର ସ୍ଥାନରେ ପହଞ୍ଚିଛି । ସେଣ୍ଟର ଫର୍ ମନିଟରିଂ ଇଣ୍ଡିଆନ୍ ଇକୋନମି (ସିଏମ୍ଆଇଇ)ତରଫରୁ ଜାରି କରାଯାଇଥିବା ପରିସଂଖ୍ୟାନ ମୁତାବକ ଫେବୃଆରୀ ୨୦୧୯ରେ ବେରୋଜଗାରୀଙ୍କ ସଂଖ୍ୟା ୭.୨. ପ୍ରତିଶତରେ ପହଞ୍ଚିଛି । ୨୦୧୬ ଡିସେମ୍ବରରେ ୫.୯ ପ୍ରତିଶତ ଥିବାବେଳେ ଚଳିତ ବର୍ଷ ଫେବୃଆରୀରେ ଏହା ଦ୍ରୁତ ଗତିରେ ବୃଦ୍ଧି ପାଇଛି । ୨୦୧୬ ସେପ୍ଟେମ୍ବର ପରେ ଏହା ଦେଶର ସର୍ବୋଚ୍ଚ ବେକାରୀ ହାର । ଗତବର୍ଷ ଫେବ୍ରୁଆରିରେ ଏହି ହାର ୫.୯% ସ୍ତରରେ ଥିଲା । ସିଏମଆଇଇ ରିପୋର୍ଟରୁ ଜଣାପଡ଼ିଛି ଯେ, ବର୍ଷକ ଭିତରେ ନିଯୁକ୍ତି ଆଶାୟୀଙ୍କ ସଂଖ୍ୟା କମିଥିବା ବେଳେ ବେରୋଜଗାରଙ୍କ ସଂଖ୍ୟା ବଢ଼ିଛି । ଚଳିତ ବର୍ଷ ଫେବ୍ରୁଆରି ସୁଦ୍ଧା ଭାରତରେ ନିଯୁକ୍ତିରେ ଥିବା ଲୋକଙ୍କ ସଂଖ୍ୟା ୪୦ କୋଟି ଥିଲା । ବର୍ଷକ ପୂର୍ବରୁ ସେମାନଙ୍କ ସଂଖ୍ୟା କିନ୍ତୁ ୪୦.୬ କୋଟି ଥିଲା । ଚଳିତ ବର୍ଷ ଲୋକସଭା ନିର୍ବାଚନ ରହିଛି…
ଇନ୍ଦୋର ପୁଣିଥରେ ଭାରତର ସବୁଠୁ ସ୍ବଚ୍ଛ ସହର ଭାବେ ବିବେଚିତ ହୋଇଛି । କେନ୍ଦ୍ର ସରକାଣଙ୍କ ସ୍ବଚ୍ଛତା ସର୍ବେକ୍ଷଣ ଜରିଆରେ ଏହା ତୃତୀୟଥର ପାଇଁ ଏହି ସହରଟି ରହିଛି । ରାଷ୍ଟ୍ରପତି ରାମନାଥ କୋବିନ୍ଦ ବୁଧବାର ଦିନ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ‘ଦ ସ୍ବଚ୍ଛ ସର୍ବେକ୍ଷଣ ଆଓ୍ବାର୍ଡ ୨୦୧୯’ ପ୍ରଦାନ କରିଛନ୍ତି । ନୂଆଦିଲ୍ଲୀର ନଗରପାଳିକା ପରିଷଦ କ୍ଷେତ୍ରକୁ ’ସବୁଠୁ ସ୍ବଚ୍ଛ ଛୋଟ ସହର’ର ପୁରସ୍କାର ମିଳିଛି, କେନ୍ଦ୍ର ସରକାର ଉତ୍ତରାଖଣ୍ଡର ଗୌଚରକୁ କେନ୍ଦ୍ର ସରକାର ‘ସର୍ବଶ୍ରେଷ୍ଠ ଗଂଗା ଟାଉନ୍’ ଘୋଷଣା କରିଛନ୍ତି । ସ୍ବଚ୍ଛତା ପୁରସ୍କାର କେନ୍ଦ୍ରୀୟ ଆବାସ ଓ ସହର ମନ୍ତ୍ରାଳୟ ତରଫରୁ ପ୍ରଦାନ କରାଯାଇଙଥାଏ । ଇନ୍ଦୋରକୁ ପ୍ରଶଂସା କରି କେନ୍ଦ୍ରୀୟ ଆବାସ ମନ୍ତ୍ରୀ ହରଦୀପ ସିଂହ ପୁରୀ ଟୁଇଟ୍ କରି କହିଛନ୍ତି , ‘ବହୁତ ଭଲ’ ! ଇନ୍ଦୋର ଲଗାତର ତୃତୀୟ ବର୍ଷ ପାଇଁ ମଧ୍ୟ ସ୍ବଚ୍ଛ ସହର ଭାବେ ପୁରସ୍କୃତ ହୋଇଛି ।
ବଂଶଧାରା ଟ୍ରିବ୍ୟୁନାଲରେ ଅନ୍ଧ୍ରପ୍ରଦେଶ ଓ ଓଡ଼ିଶା ଜଳ ବିବାଦ ମାମଲାରେ ଟ୍ରିବ୍ୟୁନାଲ ଅଧ୍ୟକ୍ଷ ମୁକୁନ୍ଦମ ଶର୍ମାଙ୍କ ଦ୍ୱାରା ଶୁଣାଣୀ ଆଜି ହୋଇଛି । ଓଡ଼ିଶା ନେରେଡ଼ି ଓ କାଟ୍ରାଗଡ଼ା ପ୍ରକଳ୍ପର ଯୁଗ୍ମ ସର୍ଭେ ଦାବି କରିଛି । ଏହି ମାମଲାର ଶୁଣାଣୀ ଏପ୍ରିଲ ୨ରୁ ଏପ୍ରିଲ ୪ ଯାଏଁ ଚାଲିବ । ସିଡବ୍ଲୁସିର ବିନା ଅନୁମତିରେ ପ୍ରକଳ୍ପ ହୋଇଥିବା ଓଡ଼ିଶା ଅଭିଯୋଗ କରିଥିଲା । ଦୁଇଟି ପ୍ରକଳ୍ପ ଉପରେ ଟ୍ରିବ୍ୟୁନାଲରେ ଓଡ଼ିଶା ୭ଟି ଅଭିଯୋଗ କରିଛି । ଏହି ମାମଲାର ଶୁଣାଣୀ ଏପ୍ରିଲ ୨ରୁ ଏପ୍ରିଲ ୪ ଯାଏଁ ଚାଲିବ । ଆଗାମୀ ଶୁଣାଣୀରେ ଜବାବ ଦେବେ ଉଭୟ ଆନ୍ଧ୍ର ଓ କେନ୍ଦ୍ର ସରକାର । ଏପ୍ରିଲ ୨ରେ କେନ୍ଦ୍ର ସରକାର ୩ ଓ ୪ରେ ଆନ୍ଧ୍ର ସରକାର ଜବାବ ଦେବେ ।
ବାଲାକୋଟ ଏୟାର ଷ୍ଟ୍ରାଇକରେ ଆତଙ୍କୀଙ୍କ ମୃତ ସଂଖ୍ୟାକୁ ନେଇ ଉଭୟ ବିରୋଧୀ ଓ ଶାସକ ଭିତରେ ଟଣାଓଟରା ଚାଲିଛି । ବିରୋଧୀ ଏହି ଏୟାର୍ ଷ୍ଟ୍ରାଇକ୍ରେ କେତେଜଣ ଆତଙ୍କବାଦୀ ମୃତ୍ୟୁ ଘଟିଛି ବୋଲି ପଚାରୁଥିବାବେଳେ ଶାସକଙ୍କ ତରଫରୁ ଭିନ୍ନ ଭିନ୍ନ ଉତ୍ତର ଆସୁଛି । ଅମିତ୍ ଶାହା ୨୫୦ ଜଣ କହୁଥିବାବେଳେ ଯୋଗୀ ୪୦୦ ଜଣ ଓ ସିହ୍ନା ୩୦୦ ଜଣ ବୋଲି କହୁଛନ୍ତି । ତେବେ ଏହି ଘଟଣାକୁ ନେଇ ଗୃହମନ୍ତ୍ରୀ ରାଜନାଥ ସିଂହ ଜବାବ୍ ଦେଇ କହିଛନ୍ତି ଯେ, ଯଦି କଂଗ୍ରେସ ନେତା କେତେ ଆତଙ୍କୀ ମରିଛନ୍ତି ଜାଣିବାକୁ ଚାହୁଁଛନ୍ତି, ତେବେ ସେମାନେ ପାକିସ୍ତାନ ଯାଇ ଏକଥା ପଚାରନ୍ତୁ ନ ହେଲେ ମୃତ ଦେହ ଗଣନ୍ତୁ । ତେବେ ଏହା ଉପରେ ଏୟାର୍ ଚିଫ୍ ଏକ ସାମ୍ବାଦିକ ସମ୍ମିଳନୀ କରି ସଫେଇ ଦେଇଥିଲେ ଯେ ସେମାନଙ୍କ କାମ ହେଉଛି ଲକ୍ଷ୍ୟ ଭେଦ କରିବା, ମୃତ ସଂଖ୍ୟ ଗଣିବା ନୁହେଁ ।…
ପ୍ରଧାନ ବିଚାରପତି ଜଷ୍ଟିସ୍ ରଞ୍ଜନ ଗୋଗୋଇଙ୍କ ନେତୃତ୍ୱାଧୀନ ଜଷ୍ଟିସ୍ ସଞ୍ଜୟ କିଷନ୍ କୌଲ୍ ଏବଂ ଜଷ୍ଟିସ୍ କେଏମ୍ ଜୋସେଫଙ୍କୁ ନେଇ ଗଠିତ ତିନି ଜଣିଆ ଖଣ୍ଡପୀଠ ମୁକ୍ତ ଅଦାଲତରେ ରାଫେଲ୍ ଡିଲ୍ ସଂକ୍ରାନ୍ତ ରାୟର ସମୀକ୍ଷା ପାଇଁ ଆଗତ ପିଟିସନ୍ଗୁଡ଼ିକର ଶୁଣାଣି କରୁଛନ୍ତି। ଆରମ୍ଭରେ ସୁପ୍ରିମ୍ କୋର୍ଟ କହିଲେ କି, ଫେବ୍ରୁଆରି ପୂର୍ବରୁ ଦାଖଲ ହୋଇ ନ ଥିବା କୌଣସି ଅତିରିକ୍ତ ସତ୍ୟପତ୍ର ବା ଅନ୍ୟକୌଣସି ଦଲିଲ୍ର ଶୁଣାଣି କରିବେ ନାହିଁ। କେନ୍ଦ୍ର ସରକାରଙ୍କ ତରଫରୁ ଏଜି କେ କେ ବେଣୁଗୋପାଳ ସୁପ୍ରିମ୍ କୋର୍ଟଙ୍କୁ କହିଲେ କି, ଆଡ୍ଭୋକେଟ୍ ପ୍ରଶାନ୍ତ ଭୂଷଣ ଦେଇଥିବା ରାଫେଲ୍ ଡିଲ୍ ସଂକ୍ରାନ୍ତ ଦଲିଲ୍ ପ୍ରତିରକ୍ଷା ମନ୍ତ୍ରାଳୟରୁ ଚୋରି ହୋଇଛି। ସରକାରୀ କର୍ମଚାରୀଙ୍କ ଦ୍ୱାରା କେତେକ ନିର୍ଦ୍ଦିଷ୍ଟ କାଗଜପତ୍ର ଚୋରି ହୋଇଥିବା ବିଷୟରେ ତଦନ୍ତ ଚାଲିଛି। ଏହି କାଗଜପତ୍ର ଚୋରି ହେବା ପରେ ପ୍ରଘଟ ହୋଇ ଖବରକାଗଜମାନଙ୍କରେ ପ୍ରକାଶ ପାଇଛି ବୋଲି ଏଜି ସୁପ୍ରିମ୍କୋର୍ଟଙ୍କୁ କହିଛନ୍ତି ।…
ଚଳିତ ବର୍ଷ ସାହିତ୍ୟ ପାଇଁ ଦୁଇଟି ନୋବେଲ୍ ପୁରସ୍କାର ପ୍ରଦାନ କରାଯିବ । ସ୍ବିଡିସ୍ ଏକାଡେମୀ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି । ଗତବର୍ଷ ଯୌନ କେଳେଙ୍କାରୀକୁ ନେଇ ସାହିତ୍ୟ ପାଇଁ ନୋବେଲ୍ ପୁରସ୍କାରକୁ ବାତିଲ୍ କରାଯିବା ପରେ ଚଳିତ ବର୍ଷ ସାହିତ୍ୟ ପାଇଁ ଦୁଇଟି ପୁରସ୍କାର ଦେବାକୁ ନିଷ୍ପତ୍ତି ନିଆଯାଇଛି । ଏକାଡେମୀ ପକ୍ଷରୁ ଷ୍ଟକହୋମଠାରେ ପ୍ରକାଶିକ ଏକ ବିବୃତ୍ତିରେ ଏହା ପ୍ରକାଶ କରାଯାଇଛି । ୨୦୧୮-୨୦୧୯ ପାଇଁ ଏହି ପୁରସ୍କାର ପ୍ରଦାନ କରାଯିବ । ୧୯୪୯ ମସିହାରୁ ସାହିତ୍ୟ ପାଇଁ ନୋବେଲ୍ ପୁରସ୍କାର ଦିଆଯାଉଥିଲା । ପ୍ରଥମଥର ପାଇଁ ଗତବର୍ଷ ଏହି ପୁରସ୍କାରକୁ ବନ୍ଦ ରଖାଯାଇଥିଲା ।
ଅଭିନେତା ଆୟୁଷ୍ମାନ ଖୁରାନା ଅନୁଭବ ସିହ୍ନାଙ୍କ ଅପ୍କମିଙ୍ଗ୍ ଫିଲ୍ମ ‘ଆର୍ଟିକିଲ୍ ୧୫’ରେ ଜଣେ ପୋଲିସ୍ ଅଫିସର ଭୂମିକାରେ ନଜର ଆସିବେ । ଆୟୁଷ୍ମାନ୍ ପ୍ରଥମ ଥର ପାଇଁ ଏହି ଚରିତ୍ରରେ ନଜର ଆସିବେ । ନିକଟରେ ରିଲିଜ୍ ହୋଇଥିବା ଆୟୁଷ୍ମାନ୍ଙ୍କ ‘ବଧାଇ ହୋ’, ଓ ‘ଅନ୍ଧାଧୁନ୍’ ବେଶ୍ ସଫଳ ରହିଥିଲା । ତେବେ ଏହି ଫିଲ୍ମରେ ଏକ ଗୁରୁତ୍ବପୂର୍ଣ୍ଣ ଭୂମିକାରେ ନଜର ଆସିବେ । ଏହି ଫିଲ୍ମରେ ଆୟୁଷ୍ମାନଙ୍କ ବ୍ୟତୀତ ଈଶା ତଲ୍ଓ୍ବାର, ମନୋଜ ପାଓ୍ବା, ସଂଜୟ ଗୁପ୍ତା, କୁମୁଦ ମିଶ୍ର, ଏମ୍ ନାସିର୍, ଆଶିଷ୍ ବର୍ମା, ସୁଶୀଲ୍ ପାଣ୍ଡେ, ଶୁଭ୍ରଜ୍ୟୋତି ଭାରତ ଓ ଜସୀନ୍ ଆୟୁବ୍ ପ୍ରମୁଖ ନଜର ଆସିବେ । ନିର୍ମାତା ନିର୍ଦ୍ଦେଶକ ଅନୁଭବ ସିହ୍ନା ପ୍ରତ୍ୟେକ ଫିଲ୍ମରେ କିଛି ଅଲଗା କରି ଦେଖାଇଥା’ନ୍ତି । ଚଳିତ ବର୍ଷ ଆସିଥିବା ତାପସୀ ପନ୍ନୁ ଓ ଋଷି କପୁର୍ଙ୍କ ଅଭିନୀତ ‘ମୁଲ୍କ’ କ୍ରିଟିକ୍ଙ୍କ ସମେତ ଦର୍ଶକଙ୍କ ମଧ୍ୟ ବିଶେଷ ଆକର୍ଷଣ…
ସୁପ୍ରିମକୋର୍ଟ ରାମ ଜନ୍ମଭୂମି-ବାବରୀ ମସଜିଦ୍ ବିବାଦକୁ ନେଇ ଆଜି ଶୁଣାଣି ହୋଇଛି । ପାଖାପାଖି ଦେଢ଼ ଘଂଟାର ଶୁଣାଣି ପରେ ସୁପ୍ରିମକୋର୍ଟ ମଧ୍ୟସ୍ଥତା ଉପରେ କୋର୍ଟ ନିଜର ରାୟ ସଂରକ୍ଷିତ କରିଛନ୍ତି । ୫ ଜଣିଆ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରି କହିଛନ୍ତି ଯେ, ସେ କହିଛନ୍ତି କି, ସେ ଅତି ଶୀଘ୍ର ଏହାର ଫଇସଲା ଶୁଣାଇବେ । ଏବେ ସେ ସମସ୍ତ ପକ୍ଷକୁ ମଧ୍ୟସ୍ଥି ପାଇଁ କିଛି ନାମ ମାଗିଛନ୍ତି । ତେବେ ସୁପ୍ରିମକୋର୍ଟ ଉଭୟ ପକ୍ଷକୁ କହିଥିଲେ କି, ଯଦି ସମ୍ଭବ ହୋଇପାରେ ତେବେ ମାମଲାକୁ ମଧ୍ୟସ୍ଥି ଦ୍ୱାରା ସମାଧାନ କରାଯାଉ । ସୁପ୍ରିମକୋର୍ଟ ବଡ ଟିପ୍ପଣୀ କରି କହିଛନ୍ତି କି, ଏହା କେବଳ ଜମି ମାମଲା ନୁହେଁ, ବରଂ ଲୋକଙ୍କ ଭାବନା ସହିତ ଜଡିତ ମାମଲା । ତେବେ ମଧ୍ୟସ୍ଥି ଜରିଆରେ ସମାଧାନ କରିବାକୁ ହିନ୍ଦୁ ମହାସଭାର ବିରୋଧ କରାଯାଇଥିବାବେଳେ ମୁସିଲିମ୍ ପକ୍ଷ ଓ ନିର୍ମୋହୀ…
ମହାନଦୀ ଜଳବିବାଦ ମାମଲାର ଆପୋଷ ବୁଝାମଣା ପାଇଁ ବସିଥିବା ବୈଠକ ବିଫଳ ହୋଇଛି। ଦୁଇ ରାଜ୍ୟର ବୈଠକରୁ କୌଣସି ନିଷ୍କର୍ଷ ବାହାରି ପାରିନଥିବା ସୂଚନା ମିଳିଛି । ସୂଚନାଯୋଗ୍ୟ ଯେ ଓଡିଶା ମଧ୍ୟବର୍ତ୍ତୀକାଳୀନ ଆବେଦନ ଉପରେ ଶୁଣାଣି ପୂର୍ବରୁ ହୋଇଛି । ତେବେ ମାର୍ଚ୍ଚ ୯ ତାରିଖରେ ଟ୍ରିବ୍ୟୁନାଲ ଏନେଇ ଚୂଡାନ୍ତ ରାୟ ଶୁଣାଇବେ । ଚୂଡାନ୍ତ ରାୟ ପୂର୍ବରୁ ପରସ୍ପରଙ୍କ ମଧ୍ୟରେ ଆପୋଷ ସମାଧାନ ଲାଗି ଉଭୟ ରାଜ୍ୟଙ୍କୁ ନିର୍ଦ୍ଦେଶ ଦେଇଥିଲେ ଟ୍ରିବ୍ୟୁନାଲ । ଅଣମୌସୁମୀରେ ୧.୭୪ ନିୟୁତ କୋଟି ଘନଫୁଟ ଜଳ ଦାବି କରୁଛି ଓଡ଼ିଶା। ପୂର୍ବରୁ ଡିସେମ୍ବର ୧୫ରେ ଓଡ଼ିଶା-ଛତିଶଗଡ଼ ମହାନଦୀ ଜଳ ବିବାଦର ଶୁଣାଣି ମହାନଦୀ ଟ୍ରିବ୍ୟୁନାଲରେ ହୋଇଥିଲା । ଏହି ଶୁଣାଣି ସମୟରେ ଛତିଶଗଡ଼ ବେଆଇନ ଭାବେ ମହାନଦୀ ପାଣିକୁ ଅବରୋଧ କରୁଥିବା ଓଡିଶା ନିଜର ଯୁକ୍ତି ଉପସ୍ଥାପନ କରିଥିଲା ।
ଚଳିତ ବର୍ଷ ଯୁକ୍ତଦୁଇ ପରୀକ୍ଷା ଆସନ୍ତା କାଲିଠାରୁ ଆରମ୍ଭ ହେବାକୁ ଯାଉଛି। ଏ ନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ବିଭାଗର ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ୩ ଲକ୍ଷ ୬୯ ହଜାର ୫୩୭ ଛାତ୍ରୀଛାତ୍ର ୧ହଜାର ୯୧ଟି ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ଦେବେ ବୋଲି ଜଣାପଡ଼ିଛି। ମାଟ୍ରିକ୍ ପରୀକ୍ଷା ଭଳି ଯେପରି ପ୍ରଶ୍ନପତ୍ର ଭାଇରାଲ ନ ହୁଏ ସେ ନେଇ ତ୍ରି-ସ୍ତରୀୟ ସ୍କ୍ବାର୍ଡ ନିଯୁକ୍ତ ହେବେ। ପରୀକ୍ଷା କେନ୍ଦ୍ରକୁ ମୋବାଇଲ, ସ୍ମାର୍ଟ ଓ୍ବାଚ୍,ଏବଂ କାଲ୍କୁଲେଟର ଆଦି ନେବା ପାଇଁ ବାରଣ ହୋଇଛି। ଏହାସହ ସିସିଟିଭି ମଧ୍ୟମରେ ସମ୍ପୂର୍ଣ୍ଣ ପରୀକ୍ଷା କେନ୍ଦ୍ରଉପରେ ନଜର ରଖାଯିବ। ସକାଳ ୯ରେ ପ୍ରଶ୍ନପତ୍ର ପରୀକ୍ଷା କେନ୍ଦ୍ରରେ ପହଞ୍ଚିବ ବୋଲି ଜଣାପଡ଼ିଛି। ୨୦୨ଟି ନୋଡାଲ୍ କେନ୍ଦ୍ରରୁ ପରୀକ୍ଷା କେନ୍ଦ୍ରକୁ ଗାଡ଼ି ଯୋଗେ ପ୍ରଶ୍ନପତ୍ର ପଠାଯିବ । ପରୀକ୍ଷା ପୂର୍ବରୁ ପ୍ରଶ୍ନପତ୍ର ଭାଇରାଲ୍ ହେଲେ ସମ୍ପୃକ୍ତ ଛାତ୍ରଛାତ୍ରୀ, ଶିକ୍ଷକ, ପରୀକ୍ଷା ପରିଚାଳକଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ ପଦକ୍ଷେପ ଗ୍ରହଣ କରାଯିବ ।…
ପୁଲୱାମା ଆତଙ୍କବାଦୀ ଆକ୍ରମଣକୁ ଦୁର୍ଘଟଣା ବୋଲି କହିଥିବା କଂଗ୍ରେସର ବରିଷ୍ଠ ନେତା ଦିଗ୍ବିଜୟ ସିଂହ ଆଜି ପୁଣି ଥରେ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି । କଂଗ୍ରେସର ଏହି ବରିଷ୍ଠ ନେତା ପିଏମ ମୋଦୀଙ୍କୁ ଚ୍ୟାଲେଞ୍ଜ କରି କହିଛନ୍ତି ଯେ ଯଦି ତାଙ୍କର ସାହସ ଅଛି ତେବେ ତାଙ୍କ ବିରୋଧରେ ଦେଶଦ୍ରୋହର ମାମଲରୁ ରୁଜୁ କରନ୍ତୁ । ଏହା ସହ ଦିଗବିଜୟ ସିଂହ ଉତ୍ତର ପ୍ରଦେଶର ଉପମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟଙ୍କ ଏକ ଭିଡିଓ ଟ୍ୱିଟ କରି କହି ପଚାରିଛନ୍ତି ଯେ ଏହାକୁ ନେଇ ପିଏମ ମୋଦୀ କଣ କହିବେ । ସେ ଟ୍ୱିଟ କରି କହିଛନ୍ତି ଯେ, ତାଙ୍କର ଯେଉଁ ଟ୍ୱିଟକୁ ନେଇ ସବୁ ମନ୍ତ୍ରୀ ମାନେ ଘେରି ପାକିସ୍ତାନ ସମର୍ଥକ କହୁଛନ୍ତି ଏବଂ ଦେଶଦ୍ରୋହ କହୁଛନ୍ତି । ତାହା ସେ ଦିଲ୍ଲୀରୁ ପୋଷ୍ଟ କରିଥିଲି ଯେଉଁଠାରେ ପୁଲିସ ବା ଆଇନ୍ ବ୍ୟବସ୍ଥା କେନ୍ଦ୍ର ସରକାର ଅଧିନରେ ରହିଛି । ଯଦି…
ଭାରତୀୟ ସେନା ଉପରେ ପାକିସ୍ତାନୀ ଆତଙ୍କବାଦୀମାନଙ୍କ ଆକ୍ରମଣକୁ ଫ୍ରାନ୍ସ, ଭୁଟାନ, ଚୀନ ସମେତ ଆମେରିକା ଆଦି ପଡ଼ୋଶୀ ରାଷ୍ଟ୍ର ତୀବ୍ର ନିନ୍ଦା କରିଥିଲେ। ପାକିସ୍ତାନ ନିଜ ଦେଶରେ ଥିବା ଆତଙ୍କବାଦୀମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଭାରତ ସହ ଶାନ୍ତି ପ୍ରତିଷ୍ଠା କରିବା ଉଚିତ ବୋଲି ଆମେରିକା କହିଥିଲା। ପାକିସ୍ତାନକୁ ପାଲଟା ଜବାବ ଦେବାକୁ ଯାଇ ଭାରତ ଯେଉଁ ଏୟାର୍ ଷ୍ଟ୍ରାଇକ୍ କରିଥିଲା ତାହାକୁ ମଧ୍ୟ ବିଭିନ୍ନ ଦେଶ ସମର୍ଥନ କରିଥିଲେ। ଏୟାର୍ ଷ୍ଟ୍ରାଇକ୍ ପରେ ପାକିସ୍ତାନର ଭାରତୀୟ ବାୟୁସେନାରେ ଏଫ୍-୧୬ର ପ୍ରବେଶ କରାଇ ଆଉ ଏକ ବିପଦକୁ ଡାକି ଆଣିଛି । ଆମେରିକା ପାକିସ୍ତାନ ବିରୋଧରେ ଏଫ୍-୧୬ ଯୁଦ୍ଧ ବିମାନର ଅପ ବ୍ୟବହାର କରିବା ଅଭିଯୋଗରେ ପ୍ରମାଣ ଖୋଜୁଥିବା ବେଳେ ପାକିସ୍ତାନକୁ ଆମେରିକା ପକ୍ଷରୁ ଆଉ ଏକ ଶକ୍ତ ଧକ୍କା ଲାଗିଛି। ଆମେରିକାକୁ ଯିବା ପାଇଁ ପାକିସ୍ତାନୀମାନଙ୍କ ଭିସା ଅବଧିକୁ କମାଇ ଦେଇଛନ୍ତି ଆମେରିକା ସରକାର। ଆମେରିକାର ଟ୍ରମ୍ପ୍…

