Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଝୁଲା ସଂସଦର ସମ୍ଭାବନା; ପଶ୍ଚିମବଙ୍ଗ ଓ ଓଡିଶା ର ଫଳାଫଳ ଉପରେ ନିର୍ଭର କରୁଛି ନରେନ୍ଦ୍ର ମୋଦୀଙ୍କ ଭାଗ୍ୟ
ବିଶେଷ ଖବର

ଝୁଲା ସଂସଦର ସମ୍ଭାବନା; ପଶ୍ଚିମବଙ୍ଗ ଓ ଓଡିଶା ର ଫଳାଫଳ ଉପରେ ନିର୍ଭର କରୁଛି ନରେନ୍ଦ୍ର ମୋଦୀଙ୍କ ଭାଗ୍ୟ

May 17, 2019No Comments3 Mins Read
Share Facebook Twitter LinkedIn Email WhatsApp Copy Link

କେଦାର ମିଶ୍ର

ଆଜି ସନ୍ଧ୍ୟାରେ ୧୭ଶ ଲୋକସଭା ପାଇଁ ସାଧାରଣ ନିର୍ବାଚନ ଲାଗି ପ୍ରଚାର ଶେଷ ହେଉଛି। ଆସନ୍ତା ୧୯ ତାରିଖରେ ସପ୍ତମ ତଥା ଶେଷ ପର୍ଯାୟ ଲାଗି ଭୋଟ ଗ୍ରହଣ କରାଯିବ। ଶେଷ ପର୍ଯାୟରେ ଆଉ ୫୯ ଟି ଆସନରେ ଭୋଟ ଗ୍ରହଣ ବାକିଥିବା ବେଳେ ୪୮୩ ଆସନରେ ଭୋଟ ଗ୍ରହଣ ସରିଯାଇଛି। ମୋଟାମୋଟି ଏବେ ଦେଶର ଜନମତ କେଉଁ ଦିଗକୁ ଯିବ ତାର ଏକ ସ୍ପଷ୍ଟ ଚିତ୍ର ଜଣା ପଡିଯାଉଛି। ନିର୍ବାଚନ ଆରମ୍ଭ ସମୟରେ ପୁଲୱାମା ଆକ୍ରମଣ ଓ ତାର ପରବର୍ତ୍ତୀ ସାମରିକ ଉତ୍ତେଜନା କୁ କେନ୍ଦ୍ର କରି ରାଜନୀତି ଚଳଚଞ୍ଚଳ ଥିଲା। ଡିସେମ୍ବର ୨୦୧୭ ରେ ବିଜେପି ମଧ୍ୟପ୍ରେଦେଶ, ଛତିଶଗଡ ଓ ରାଜସ୍ଥାନ ବିଧାନସଭା ନିର୍ବାଚନରେ ହାରିବା ପରେ ଦଳ ଭିତରେ ଯେଉଁ ଆଶଙ୍କା ଥିଲା ତାହା ପୁଲୱାମା ଓ ବାଲାକୋଟ ମାଧ୍ୟମରେ ଦୂର ହୋଇ ଯାଇଥିଲା। ତେବେ ନିର୍ବାଚନ ଘୋଷଣା ପରେ ସେନାବାହିନୀକୁ ନେଇ ବିଜେପି ରାଜନୀତି ଖୁବ ବେଶୀ ପ୍ରଭାବଶାଳୀ ସାବ୍ୟସ୍ତ ହେଲାନାହିଁ।

ପାଞ୍ଚ ବର୍ଷର ଶାସନ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜ ସରକାରର ସଫଳତା ଆଧାରରେ ଭୋଟ ନ ମାଗି, କଂଗ୍ରେସକୁ ଗାଳି ଦେବାକୁ ମୁଖ୍ୟ ପ୍ରସଙ୍ଗ କଲେ। ଏହି ନିର୍ବାଚନ ପ୍ରଚାରରେ ହଠାତ ପଣ୍ଡିତ ଜବାହାରଲାଲ ନେହେରୁ ଓ ରାଜୀବ ଗାନ୍ଧୀ ଚର୍ଚ୍ଚା ର କେନ୍ଦ୍ରବିନ୍ଦୁ ପାଲଟିଗଲେ। ନରେନ୍ଦ୍ର ମୋଦୀ ନିଜ ସଫଳତାର ମୂଳ ଭାବରେ ଗାନ୍ଧୀ ପରିବାରର ବିଫଳତା ବୋଲି ବୋଧେ ଭାବିନେଲେ! ଯାହାର ପରିଣତି ସ୍ଵରୂପ ନିର୍ବାଚନ ପ୍ରଚାରରେ କୌଣସି ବାସ୍ତବ ପ୍ରସଙ୍ଗ ଆଉ ଆଲୋଚିତ ହେଲାନାହିଁ। ରାଜନୀତିର ଗମ୍ଭୀର ଚିନ୍ତନ ସ୍ଥାନରେ ପ୍ରଧାନମନ୍ତ୍ରୀ ଆମ୍ବ ଖାଆନ୍ତି କି ନାଇଁ, ଯଦି ଖାଆନ୍ତି ତାକୁ ଚୁଚୁମି କି ନା କାଟିକରି ଖାଆନ୍ତି, ତାହା ଚର୍ଚ୍ଚାରେ ରହିଲା। ଏପରିକି ପ୍ରଧାନମନ୍ତ୍ରୀ ମନି ପର୍ସ ଧରନ୍ତି କି ନାଇଁ, ତାହା ମଧ୍ୟ ଚର୍ଚ୍ଚାରେ ରହିଲା। ମୂଳତଃ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୦୧୯ ନିର୍ବାଚନକୁ ଏକ ଅଣରାଜନୈତିକ ନିର୍ବାଚନ କରିବାକୁ ପ୍ରବଳ ପ୍ରୟାସ କରିଥିଲେ।

ତେବେ ପ୍ରଧାନମନ୍ତ୍ରୀ ରାଜନୀତି ଚର୍ଚ୍ଚା ରୁ ଯେତେ ଦୂରେଇବାକୁ ଚାହିଁଲେ ମଧ୍ୟ ନିର୍ବାଚନ ରାଜନୀତିର ସବୁଠୁ ବଡ ଖେଳ,ଏହାକୁ ଅସ୍ଵୀକାର କରି ନିର୍ବାଚନ ଲଢି ହେବନାହିଁ। ନିର୍ବାଚନର ପ୍ରଥମ  ପର୍ୟାୟରୁ ଶେଷ ପର୍ଯାୟ ପର୍ଯନ୍ତ ପ୍ରଧାନମନ୍ତ୍ରୀ ବାରମ୍ବାର ପ୍ରସଙ୍ଗ ବଦଳାଇଛନ୍ତି ଓ ବିଜେପିର ଏକମାତ୍ର ଏଜେଣ୍ଡା ଯେ କେବଳ ନରେନ୍ଦ୍ର ମୋଦୀ, ତାହା ପ୍ରମାଣିତ କରିଛନ୍ତି। ତେବେ ଛଅ ଟି ପର୍ଯାୟର ନିର୍ବାଚନ ଫଳାଫଳ ବିଜେପି ଲାଗି ଖୁବ ଉତ୍ସାହଜନକ ନୁହେଁ ବୋଲି ଏବେ ଦିଲ୍ଲୀ ମହଲରେ ଚର୍ଚ୍ଚା ଚାଲିଛି। ବିଶେଷକରି ଉତ୍ତରପ୍ରଦେଶରେ ପ୍ରବଳ ବିଜେପି ବିରୋଧୀ ହାୱା ବିଷୟରେ ସବୁଠି ଚର୍ଚ୍ଚା ଚାଲିଛି। ଉତ୍ତର ପ୍ରଦେଶରେ ଗତଥର ବିଜେପିକୁ ୮୦ ରୁ ୭୩ ଆସନ ମିଳିଥିବା ବେଳେ ଚଳିତ ନିର୍ବାଚନରେ ସମାଜବାଦୀ ଓ ବହୁଜନ ସମାଜ ପାର୍ଟିର ମେଣ୍ଟ ବିଜେପିର ବାଟ ଓଗାଳିଛି। ମେଣ୍ଟ ଅତି କମରେ ୪୦ ରୁ ୫୦ ଆସନ ଏଥର ପାଇବ ବୋଲି ଏବେ ଆକଳନ କରାହେଉଛି।

ସେହିପରି ମହାରାଷ୍ଟ୍ର, ମଧ୍ୟପ୍ରଦେଶ, ବିହାର, ରାଜସ୍ଥାନ, ଗୁଜରାଟ, ଛତିଶଗଡ, ହରିୟାନା ଓ କର୍ଣ୍ଣାଟକ ରେ ଗତଥର ଭଳି ସମାନ ଫଳାଫଳ ବିଜେପି ଖାତାକୁ ଆସୁନାହିଁ। ତେଣୁ ଉତ୍ତର ଭାରତ ଓ ପଶ୍ଚିମ ଭାରତର ରାଜ୍ୟ ଗୁଡିକରେ ବିଜେପି ଯେଉଁ କ୍ଷତି ସହିବ ତାହା ଓଡିଶା ଓ ପଶ୍ଚିମବଙ୍ଗରେ ଭରଣା ହୋଇ ପାରିବ ବୋଲି ବିଜେପି ଚିନ୍ତା କରୁଛି। ଓଡିଶାରେ ୧୨ଓ ପଶ୍ଚିମ ବଙ୍ଗରେ ୨୨ ଟି ଆସନ ପାଇବାକୁ ବିଜେପି ଆଶା ରଖିଛି। ତେବେ ଓଡିଶାରେ କେଉଁ ୧୨ଟି ଆସନ ବିଜେପି ପାଇବ ଓ ଏହା ପଛରେ ନିର୍ବାଚନୀ ଯୁକ୍ତି କଣ, ତାହା ବିଜେପିକୁ ଜଣା ନାହିଁ। ବିଜେପିର ଯୁକ୍ତି ହେଲା ଗୋଟିଏ ଲୋକସଭା ଆସନର କୌଣସି ବିଧାନସଭା ଆସନ ନ ଜିତିଲେ ମଧ୍ୟ ଲୋକସଭା ଆସନ ବିଜେପି ଖାତାକୁ ଆସିବ। ଯଦି ସତରେ ତାହା ଘଟେ ଏହା ଭାରତୀୟ ନିର୍ବାଚନୀ ଇତିହାସରେ ଏକ ବିସ୍ମୟକର ଘଟଣା ବୋଲି ଆମକୁ ମାନିବାକୁ  ପଡିବ।

ପ୍ରଥମଥର ଲାଗି ଓଡିଶା ନିର୍ବାଚନରେ ଏଥର ଭୋଟ ବିଭାଜନର ପ୍ରଶ୍ନ ଉଠିଛି। ଲୋକସଭାରେ ଓ ବିଧାନସଭା ରେ ଭିନ୍ନ ଭିନ୍ନ ଦଳର ପ୍ରାର୍ଥୀଙ୍କୁ ଭୋଟ ଦେବାର ପ୍ରବଣତା ଦେଖିବାକୁ ମିଳିଛି। ତେବେ ଏ ପ୍ରକାର ପ୍ରବଣତା ବିଜେପିକୁ କେତୋଟି ଆସନ ଦେବ, ତାହା କହିବା ମୁସ୍କିଲ। ଭୋଟ ପ୍ରତିଶତ ବଢିଲେ ଯେ ଦଳର ଆସନ ସଂଖ୍ୟା ବଢିବ, ତାହା ବିଲକୁଲ କହିହେବ ନାହିଁ। ଏହା ଆଗରୁ ବିଜେଡି ବିରୋଧରେ ବିଜେପିର ଯେଉଁ ମୁହଁ ଫୁଟାଣି ଥିଲା ଆଜି ଆଉ ତାହା ନାହିଁ। ବିଜେପିର କେନ୍ଦ୍ରୀୟ ନେତୃତ୍ୱ ଏବେ ନବୀନ ପଟ୍ଟନାୟକଙ୍କ ସ୍ତୁତି ଗାନରେ ଲାଗି ପଡିଛନ୍ତି। ଏଥିରୁ ଅନ୍ତତଃ ଗୋଟିଏ କଥା ସ୍ପଷ୍ଟ ଯେ ବିଜେପିର ଓଡିଶା ଆଶା ନବୀନଙ୍କ ଭରସାରେ ଚାଲିଛି। ପଶ୍ଚିମବଙ୍ଗରେ ବିଜେପି ଏଥର ଏକ ପ୍ରକାର “କର ବା ମର” ସଂଘର୍ଷ କରୁଛି। ତ୍ରିଣମୂଳ ନେତ୍ରୀ ତଥା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏବେ ନରେନ୍ଦ୍ର ମୋଦୀଙ୍କ ଏକ ନମ୍ବର ଶତ୍ରୁ ଭାବରେ ଉଭା ହୋଇଛନ୍ତି। ପଶ୍ଚିମ ବଙ୍ଗ ନିର୍ବାଚନରେ ବ୍ୟାପକ ହିଂସା ଓ ବିଜେପି ତଥା ତୃଣମୂଳ ଭିତରେ ଯେଉଁ କଟୁ ସଂଘର୍ଷ ଚାଲିଛି, ସେଥିରୁ ଗୋଟେ କଥା ଜଣ ପଡୁଛି ଯେ, ବିଜେପି ଲାଗି ପଶ୍ଚିମବଙ୍ଗ ହିଁ ଶେଷ ଆଶା।

ପଶ୍ଚିମବଙ୍ଗ ରାଜନୀତି ରେ ଭୟଙ୍କର ଧୃବୀକରଣ ଯୋଗୁଁ ବିଜେପି ଲାଭବାନ ହେବ ବୋଲି ବିଜେପି ତରଫରୁ ପ୍ରଚାର ଚାଲିଛି। ତେବେ ବାସ୍ତବ କ୍ଷେତ୍ରରେ ମମତା ଦିଦିଙ୍କୁ ମାତ ଦେବା ଭଳି ପରିସ୍ଥିତି ବଙ୍ଗଳାରେ ଆସିନାହିଁ। ଓଡିଶା ଓ ବଙ୍ଗଳା କୁ ମିଶେଇ ବିଜେପି ୧୫ ଆସନ ପାଇଲେ ବହୁତ ବଡ ସଫଳତା ହେବ। ବର୍ତ୍ତମାନର ପରିସ୍ଥିତି ଓ ପୃଷ୍ଠଭୂମିରୁ ଏକଥା କୁହାଯାଇପାରେ ଯେ ଆମେ ଏକ ଝୁଲା ଭବିଷ୍ୟତ ଆଡକୁ ଗତି କରୁଛୁ।

BJD BJP mamatabanarjee naveen pattanaik Odisha TMC westbengal
Share. Facebook Twitter LinkedIn Email WhatsApp Copy Link

Related Posts

ପୁରୀରେ ପ୍ରାଣ ହରାଇଥିବା ମୃତକଙ୍କ ପରିବାରକୁ ୧୦ ଲକ୍ଷ ସହାୟତା ଘୋଷଣା

July 20, 2026

ଡିମ୍ପଲ ଯାଦବଙ୍କ ସମେତ ଅନେକ ଏସପି ସାଂସଦ ଅଟକ: ସମାଜବାଦୀ ପାର୍ଟିର ଦାବି

July 20, 2026

ସତରେ କ’ଣ NEET ଫଳାଫଳରେ ଅନିୟମିତତା ହୋଇଛି?: ଜାଣନ୍ତୁ NTA ର ପ୍ରତିକ୍ରିୟା

July 20, 2026

ଇରାନରେ କିଛି ବଡ଼ ଘଟଣା ଘଟିବ?: ନିଜ ନାଗରିକମାନଙ୍କୁ ତୁରନ୍ତ ଦେଶ ଛାଡିବାକୁ ଅନୁରୋଧ କଲା ଭାରତ

July 20, 2026
Latest News

ପୁରୀରେ ପ୍ରାଣ ହରାଇଥିବା ମୃତକଙ୍କ ପରିବାରକୁ ୧୦ ଲକ୍ଷ ସହାୟତା ଘୋଷଣା

July 20, 2026

କେଜିବିଭି ୱାର୍ଡେନଙ୍କ ନିମନ୍ତେ ପାଞ୍ଚଦିନିଆ ଆବାସିକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ

July 20, 2026

ରାଜ୍ୟରେ କମ୍ ବର୍ଷା ଯୋଗୁଁ ସୃଷ୍ଟି ହୋଇଥିବା ସ୍ଥିତିକୁ ନେଇ ଉଚ୍ଚସ୍ତରୀୟ ବୈଠକ

July 20, 2026

ଆଜିଠାରୁ ସଂସଦରେ ଆରମ୍ଭ ହେଲା ମୌସୁମୀ ଅଧିବେଶନ: ଏହା ପୂର୍ବରୁ କ’ଣ ଥିଲା ପ୍ରଧାନମନ୍ତ୍ରୀଙ୍କ ବକ୍ତବ୍ୟ?

July 20, 2026

ସୋଆର ପ୍ରତିଷ୍ଠାତା ସଭାପତିଙ୍କ ଦ୍ୱାରା ପ୍ଲାଷ୍ଟିନେସନ୍ ବିଷୟକ ପୁସ୍ତକ ଉନ୍ମୋଚିତ

July 20, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.