Author: Samikhsya Bureau

ଆଜି ସରିଲା ମାଟ୍ରିକ୍‌ ପରୀକ୍ଷା । ଶେଷଦିନରେ ସାମାଜିକ ବିଜ୍ଞାନ ପ୍ରଶ୍ନପତ୍ର ଭାଇରାଲ୍‌ ହୋଇଥିଲା । ପ୍ରଥମ ଦିନରୁ ମାଟ୍ରିକ୍‌ ପ୍ରଶ୍ନପତ୍ର ଭାଇରାଲ୍‌ ହୋଇ ଉଚ୍ଚ ଶିକ୍ଷା ବିଭାଗର ମୁଣ୍ଡବ୍ୟାଥାର କାରଣ ପାଲଟିଥିଲା । ମାଟ୍ରିକ୍‌ ପରୀକ୍ଷାକୁ ଶୃଙ୍ଖଳିତ ତଥା ସୁବ୍ୟବସ୍ଥିତ କରିବା ପାଇଁ ବହୁ ପଦକ୍ଷେପ ନିଆଯାଇଥିବାବେଳେ ସଂସ୍କୃତ ଓ ବିଜ୍ଞାନ ପ୍ରଶ୍ନପତ୍ର ଛାଡ଼ି ଦେଲେ ଅନ୍ୟାନ୍ୟ ସମସ୍ତ ବିଷୟର ପ୍ରଶ୍ନପତ୍ରଗୁଡ଼ିକ ଭାଇରାଲ୍‌ ହୋଇଥିଲା । ଆଜିର ଶେଷଦିନରେ ବି ବଲାଙ୍ଗୀରଠାରେ ପ୍ରଶ୍ନପତ୍ର ଭାଇରାଲ୍‌ ହୋଇଛି ।  ମାଲକାନଗିରି ଜିଲ୍ଲାର ପଡ଼ିଆ ହାଇସ୍କୁଲର ଗଣିତ ପରୀକ୍ଷାର ଓଏମ୍‌ଆର୍‌ ସିଟ୍‌ ଗାଏବ ହେବା ପରେ ୧୦୮ଜଣ ପରୀକ୍ଷାର୍ଥୀଙ୍କ ଭାଗ୍ୟ ଅନିଶ୍ଚିତତାରେ ରହିଛି । ସେହିପରି ତିନୋଟି କେନ୍ଦ୍ରରେ ବାତିଲ୍‌ ହୋଇଥିବା ଇଂରାଜୀ ପରୀକ୍ଷାକୁ ପୁର୍ନବାର କରିବା ଉପରେ ମଧ୍ୟ ନିଷ୍ପତ୍ତି ନିଆଯାଇନାହି । ମାଟ୍ରିକ୍ ପରୀକ୍ଷା ସରିବା ପରେ ବୋର୍ଡ ସଭାପତିଙ୍କ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ବୋର୍ଡ କର୍ତ୍ତୃପକ୍ଷ ଭାଇରାଲ…

Read More

ବିଜେଡିରେ ସାମିଲ ହେଲେ ପୂର୍ବତନ ପୂର୍ତ୍ତ ସଚିବ ନଳିନୀକାନ୍ତ ପ୍ରଧାନ । ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ନବୀନ ନିବାସରେ ବିଧିବଦ୍ଧ ଭାବେ ବିଜେଡ଼ିରେ ଯୋଗଦାନ କଲେ ନଳିନୀ । ଗତ ୨୮ ତାରିଖରେ ବ୍ୟକ୍ତିଗତ କାରଣ ଦର୍ଶାଇ ନଳିନୀକାନ୍ତ ବିଭାଗୀୟ ସଚିବ ପଦରୁ ଇସ୍ତଫା ଦେଇଥିଲେ । ତେବେ ନିର୍ବାଚନକୁ ଆଉ ମାତ୍ର ଦିନ କେଇଟା ବାକି ଥିବାବେଳେ ନଳିନୀଙ୍କ ରାଜନୀତିରେ ପ୍ରବେଶ କରିବା ପରେ ରାଜନୈତିକ କରିଡରରେ ହଟଚମଟ ସୃଷ୍ଟି କରିଛି ।  ପୂର୍ବରୁ ନଳିନୀ ରାଜନୀତିରେ ନୂଆ ଇନିଂସ ଆରମ୍ଭ କରିବେ ବୋଲି ଚର୍ଚ୍ଚା ହେଉଥିଲା ।  ସେପଟେ ନଳିନୀଙ୍କ ବିଜେଡିରେ ସାମିଲ ହେବା ନେଇ ଆଗାମୀ ନିର୍ବାଚନରେ ତାଙ୍କୁ ଦଳ ପ୍ରାର୍ଥୀ କରିବ ବୋଲି ଶୁଣିବାକୁ ମିଳୁଛି ।  ନଳିନୀ ପଶ୍ଚିମ ଓଡିଶାର ଗୁରୁତ୍ୱପୂର୍ଣ୍ଣ ଆସନ ଯଥା ସମ୍ବଲପୁର ସଂସଦୀୟ କ୍ଷେତ୍ରରୁ ଦଳୀୟ ଟିକେଟରେ ନିର୍ବାଚନ ଲଢିପାରନ୍ତି  ବୋଲି ସୂଚନା ରହିଛି…

Read More

ଅମିତାଭ ବଚ୍ଚନ ଓ ତାପସୀ ପନ୍ନୁଙ୍କ ଅଭିନୀତ ‘ବଦ୍‌ଲା’ ଆଜି ରିଲିଜ୍‌ ହୋଇଛି । ସୁଜୟ ଘୋଷଙ୍କ ନିର୍ଦ୍ଦେଶିତ ଏହି କ୍ରାଇମ୍‌ ଥ୍ରିଲର୍‌ ଫିଲ୍ମର ପ୍ରଯୋଜନା ଭାର ଗ୍ରହଣ କରିଛନ୍ତି ରେଡ୍‌ ଚିଲିଜ୍‌ ଏଣ୍ଟରଟେନ୍‌ମେଣ୍ଟ ଓ ଅଜ୍ୟୁର୍‌ ଏଣ୍ଟରଟେନମେଣ୍ଟ । ୨୦୧୭ର  ସ୍ପାନିଶ୍‌ ଫିଲ୍ମ ‘ଦ ଇନ୍‌ଭିଜିବଲ୍‌ ଗେଷ୍ଟ୍‌’ ର ଏହା ହେଉଛି ହିନ୍ଦୀ ରିମେକ୍‌ । ଏହି ଫିଲ୍ମରେ ଅମିତାଭ- ତାପସୀଙ୍କ ବ୍ୟତୀତ ଅମ୍ରିତା ସିଂ, ଟୋନି ଲ୍ୟୁକ୍‌, ମାନବ କୌଲ୍‌ ପ୍ରମୁଖ ଅଭିନୟ କରୁଛନ୍ତି । ସୁଜୟ ଘୋଷ ଏହି ଫିଲ୍ମରେ ପ୍ରଥମରୁ ଅମିତାଭଙ୍କ ସହ ବିଦ୍ୟା ବଲାନ୍‌ଙ୍କୁ ନେବାକୁ ଚାହିଁଥିଲେ । ତେବେ ଏହି ଫିଲ୍ମରେ ତାପସୀ ଓ ଅମିତାଭଙ୍କ ଅଭିନୟ ବେଶ୍‌ ଜୀବନ୍ତ ରହିଛି । ଏହି ଫିଲ୍ମରେ ଅମିତାଭଙ୍କ ଏକ ରାପ୍‌ ସଙ୍ଗ ରହିଛି । ପୂର୍ବରୁ ଅମିତାଭ-ତାପସୀଙ୍କ ଅଭିନୀତ ‘ପିଙ୍କ୍‌’ ବେଶ୍‌ ସଫଳ ରହିଥିଲା । ଏହି ଫିଲ୍ମଟି ଜାତୀୟ ପୁରସ୍କାର ମଧ୍ୟ…

Read More

ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ଏହି ଦିବସକୁ ସେଲିବ୍ରେଟ୍‌ କରିଛି ଗୁଗୁଲ୍ । ଆଜିର ଡୁଡୁଲ୍‌ରେ ମହିଳାଙ୍କ ବିଶେଷାଙ୍କ ରହିଛି । ପାଖାପାଖି ୧୧ଟି ଭାଷାରେ ମହିଳା ଲେଖାଯାଇଛି ଏହି ଡୁଡୁଲ୍‌ରେ ।  ହିନ୍ଦୀ, ଆରବିକ୍‌, ଫ୍ରେଞ୍ଚ୍‌, ବଙ୍ଗାଳୀ, ରୁଷିଆନ୍‌, ଜାପାନିସ୍‌, ଜର୍ମାନୀ, ଇଟାଲିଆନ୍‌, ଇଂରାଜୀ, ସ୍ପାନିଶ୍ ଏବଂ ପର୍ତ୍ତୁଗୀଜ୍‌ ପ୍ରମୁଖ ଭାଷାରେ ମହିଳା ଲେଖାଯାଇଛି । ଡୁଡୁଲ୍‌ରେ ଥିବା ପ୍ଲେ ବଟନ୍‌ରେ ଏକ ସ୍ଲାଇଡ୍‌ ଶୋ’ ଜରିଆରେ ସାରା ବିଶ୍ବର ସଫଳ ମହିଳାଙ୍କ ନିଜ ଭାଷାରେ ପ୍ରେରଣାଦାୟକ ବାର୍ତ୍ତା ରହିଛି । ଏହି ସ୍ଲାଇଡ୍‌ ଶୋ’ରେ ଆମେରିକା ମହାକାଶଚାରୀ ତଥା ଡ. ମାଇ ଜେମସନ୍‌, ମେକ୍ସିକୋର ଆର୍ଟିଷ୍ଟ ଫ୍ରିଡା କାହ୍‌ଲୋ, ଇଣ୍ଡିଆନ୍‌ ବକ୍ସର ମେରି କମ୍‌, ବ୍ରିଟିଶ୍‌ ଇରାକୀ ଆର୍କିଟେକ୍‌ ଜାହା ହଦିଦ୍‌ଙ୍କ ନାମ ରହିଛି । ପ୍ରତ୍ୟେକ ବର୍ଷ ମାର୍ଚ୍ଚ ୮ ତାରିଖରେ ଅନ୍ତର୍ଜାତୀୟ ମହିଳା ଦିବସ ପାଳନ କରାଯାଇଥାଏ । ପ୍ରଥମେ ଆମେରିକାର ସମାଜବାଦୀ ପାର୍ଟି ଫେବୃଆରୀ…

Read More

କଟକ ବଡ଼ ମେଡ଼ିକାଲରେ ଅଗ୍ନିକାଣ୍ଡ ଘଟିଛି। ଏହି ଅଗ୍ନିକାଣ୍ଡରେ କୌଣସି ଜୀବନ ହାନୀ ହୋଇ ନାହିଁ ।  ମାତ୍ର ଲକ୍ଷାଧିକ ଟଙ୍କାର ଜିନିଷପତ୍ର ପୋଡ଼ି ପାଉଁଶ ହୋଇ ଯାଇଥିବା ଜାଣିବାକୁ ମିଳିଛି। ମେଡିକାଲ୍‌ରେ ଥିବା ପାଥୋଲୋଜି ବିଭାଗର ଦୁଇଟି ରୁମ୍‌ରେ ନିଆଁ ଲାଗିଥିବା ହେତୁ ଏପରି ଭୟାନକ ଅଗ୍ନିକାଣ୍ଡ ଘଟିଥିବା ସୂଚନା ରହିଛି। ଏହି ଅଗ୍ନିକାଣ୍ଡ ସର୍ଟସର୍କିଟ ଯୋଗୁ ହୋଇଥିବା ସନ୍ଦେହ କରାଯାଉଛି। ଅଗ୍ନିକାଣ୍ଡରେ ମେଡିକାଲ୍‌ର ୧୦ରୁ ଊର୍ଧ୍ୱ ଏସି ପୋଡ଼ି ଜଳି ପାଉଁଶ ହୋଇ ଯାଇଥିବା ସୂଚନା ରହିଛି। ଅଗ୍ନିକାଣ୍ଡରେ ଲକ୍ଷାଧିକ ଟଙ୍କାର ଯନ୍ତ୍ରପାତି ପୋଡ଼ି ପାଉଁଶ ହୋଇଥିବା ସହ ଲକ୍ଷ ଲକ୍ଷ ଟଙ୍କାର ଆସବାପତ୍ର ମଧ୍ୟ ଜଳି ପୋଡ଼ି ନଷ୍ଟ ହୋଇଯାଇଛି। ଅଗ୍ନିଶମ ବାହିନୀ ଦ୍ୱାରା ନିଆଁକୁ ଆୟତ୍ତ କରାଯାଇଛି। ପୁଲିସ୍‌ ଏହି ଅଗ୍ନିକାଣ୍ଡ ଘଟଣାକୁ ନେଇତଦନ୍ତ ଆରମ୍ଭ କରିଛି।

Read More

ଆଜି ଜୟପୁର ଆସୁଛନ୍ତି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ। ପାଖାପାଖି ୪ ଘଣ୍ଟା ସେ ଏଠାରେ ରହିବା ସହ ଦୁଇଟି କାର୍ଯ୍ୟକ୍ରମରେ ଉଦ୍‌ବୋଧନ ଦେବେ। ଆଜି ମହିଳା ଦିବସ ଅବସରରେ ରାହୁଲ୍‌ ଗାନ୍ଧି ଜୟପୁରର ସ୍ଥାନୀୟ ଗାନ୍ଧୀ ଛକସ୍ଥିତ ଶିବ ସାଇ ଫଙ୍କସନ ହଲରେ ଆୟୋଜିତ ମହିଳା ସମାବେଶରେ ଯୋଗଦେବେ। ଅପରାହ୍ନରେ ଏକମ୍ବାରେ ଆୟୋଜିତ ପରିବର୍ତ୍ତନ ସଂକଳ୍ପ ସମାବେଶରେ ଚାଷୀଙ୍କୁ ଉଦବୋଧନ ଦେବେ। ତେବେ ନିକଟରେ ରାଫେଲ୍‌କୁ ନେଇ ବିବାଦୀୟ ସ୍ଥିତି ରହିବା ସହ ଏୟାର୍‌ ଷ୍ଟ୍ରାଇକ୍‌କୁ ନେଇ ମଧ୍ୟ ବେଶ୍‌ କିଛି ବିବାଦ ସୃଷ୍ଟି ହୋଇଛି । ନିକଟରେ କଂଗ୍ରେସର ଟିକେଟ୍‌ ବଣ୍ଟନକୁ ନେଇ ବେଶ୍‌ ଚର୍ଚ୍ଚା ରହିଥିବାବେଳେ ଏହି ସମୟରେ ରାହୁଲଙ୍କ ଓଡ଼ିଶା ଗସ୍ତ ବେଶ୍‌ ଗୁରୁତ୍ବପୂର୍ଣ୍ଣ ରହିଛି । କଂଗ୍ରେସ ପୁର୍ନବାର ସତ୍ତାକୁ ଫେରିବା ପାଇଁ ଅଣ୍ଟା ଭିଡ଼ିଥିବାବେଳେ ରାହୁଲ୍‌ଙ୍କ ଓଡ଼ିଶା ଗସ୍ତ ବେଶ୍‌ କିଛି ସମ୍ଭାବନା ସୃଷ୍ଟି କରୁଛି ।

Read More

ଅଯୋଧ୍ୟା ସ୍ଥିତ ରାମ ଜନ୍ମଭୂମି – ବାବ୍ରୀ ମସଜିଦ୍ ବିବାଦର ସମାଧାନ ପାଇଁ ଆଜି ସର୍ବୋଚ୍ଚ ନ୍ୟାୟାଳୟ ଏକ ଗୁରୁତ୍ବପୂର୍ଣ୍ଣ ରାୟ ଶୁଣାଇଛନ୍ତି। ସର୍ବୋଚ୍ଚ ନ୍ୟାୟାଳୟ ରାମଜନ୍ମଭୂମି-ବାବ୍ରୀ ମସଜିଦ୍‌ ବିବାଦରେ ମଧ୍ୟସ୍ଥତା କରିବା ପ୍ରସଙ୍ଗରେ ନିଜର ଶୁଣାଣି କରିଛନ୍ତି। ସର୍ବୋଚ୍ଚ ନ୍ୟାୟାଳୟ ଏହି ପ୍ରସଙ୍ଗର ସମାଧାନ ଲାଗି ଏକ ତିନି ଜଣିଆ ମଧ୍ୟସ୍ଥିଙ୍କୁ ନେଇ ଏକ ପ୍ୟାନେଲ ଗଠନ କରିଛନ୍ତି। ଜଷ୍ଟିସ୍‌ ଖଲି ଫୁଲ୍ଲାହଙ୍କୁ  ଏହି ପ୍ୟାନେଲ୍‌ର ଅଧ୍ୟକ୍ଷ ଭାବେ ନିଯୁକ୍ତି କରାଯାଇଥିବାବେଳେ ଏହି ମଧ୍ୟସ୍ଥି ମଣ୍ଡଳୀରେ ଶ୍ରୀ ଶ୍ରୀ ରବି ଶଙ୍କର ଓ ଶ୍ରୀରାମ ପାଞ୍ଚୁଙ୍କୁ ମଧ୍ୟ ସାମିଲ କରାଯାଇଛି।  ସର୍ବୋଚ୍ଚ ନ୍ୟାୟାଳୟ  ଏହି ମାମଲାରେ ମଧ୍ୟସ୍ଥି ମଣ୍ଡଳୀ ୮ ସପ୍ତାହ ମଧ୍ୟରେ ଷ୍ଟାଟର୍ସ ରିପୋର୍ଟ ପ୍ରଦାନ କରିବେ ବୋଲି କହିଛନ୍ତି । ପୂର୍ବ ଶୁଣାଣିରେ ଉଚ୍ଚ ନ୍ୟାୟାଳୟ କହିଥିଲେ ଯେ ଅଯୋଧ୍ୟା ଜମି ବିବାଦ ଏହା କେବଳ ଜମିଜମା ମାମଲା ନୁହେଁ,ବରଂ ଲୋକମାନଙ୍କ ଧାର୍ମିକ ଭାବନା ସହିତ ଜଡିତ।…

Read More

କେଦାର ମିଶ୍ର ୨୦୧୪ ସାଧାରଣ ନିର୍ବାଚନରେ ଭୋଟଦାନ କେନ୍ଦ୍ରକୁ ଆସି ନିଜର ମତଦାନ ସାବ୍ୟସ୍ତ କରିଥିବା ଭାରତୀୟ ମହିଳା ଭୋଟରଙ୍କ ସଂଖ୍ୟା ଥିଲା ୩୮,୭୯,୧୧,୩୩୦ ଓ ଏହା ଥିଲା ସମୁଦାୟ ଭୋଟରଙ୍କର ୪୭.୬୨ %। ଗତ ତିନୋଟି ଯାକ ସାଧାରଣ ନିର୍ବାଚନରେ ମହିଳା ଭୋଟରଙ୍କ ସଂଖ୍ୟାରେ ବ୍ୟାପକ ଅଭିବୃଦ୍ଧି ହୋଇଛି ଓ ପୁରୁଷଙ୍କ ତୁଳନାରେ ମହିଳା ଭୋଟର ପ୍ରାୟ ସମାନ ପରିମାଣରେ ଭୋଟ ଦେଇଛନ୍ତି। ୨୦୧୪ ସାଧାରଣ ନିର୍ବାଚନରେ ଏହି ଅନୁପାତ ଥିଲା ୪୮;୫୨। ଏତେ ସଂଖ୍ୟକ ମହିଳା ଭୋଟର ଥିବା ସତ୍ତ୍ୱେ ଆମର ସଂସଦ ଓ ବିଧାନସଭାଗୁଡିକରେ ମହିଳା ପ୍ରତିନିଧିଙ୍କ ସଂଖ୍ୟା ଏତେ କମ କାହିଁକି? ଲୋକସଭାର ୫୪୩ ସଦସ୍ୟଙ୍କ ଭିତରୁ ମହିଳା ସଦସ୍ୟଙ୍କ ସଂଖ୍ୟା ମାତ୍ର ୬୪ ଅର୍ଥାତ ୧୧.୮% । ରାଜ୍ୟସଭାରେ ସେମାନଙ୍କ ସଂଖ୍ୟା ୨୭ (୯.୧୧%)। ସେହିପରି ରାଜ୍ୟ ବିଧାନସଭା ଗୁଡିକରେ ଏହି ସଂଖ୍ୟା ଆହୁରି ନଗଣ୍ୟ। ଭାରତର ୩୫ ଟି ଯାକ ରାଜ୍ୟ ଓ…

Read More

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ୨୦ ଟଙ୍କିଆ କଏନ୍‌ ଜାରି କରିଛନ୍ତି। କେବଳ ୨୦ ନୁହେଁ ୧, ୨, ୫ ଓ ୧୦ ଟଙ୍କିଆ ନୂଆ କଏନ୍‌ର ମଧ୍ୟ ଉଦ୍‌ଘାଟନ କରିଛନ୍ତି। ଏହା ବିଶେଷ ଭାବେ ଦିବ୍ୟାଙ୍ଗମାନଙ୍କୁ ସହାୟକ ହେବ। ଏହିସବୁ କଏନ୍‌ ବା ମୁଦ୍ରାରେ କପର୍‌, ଜିଙ୍କ ଓ ନିକେଲ ଧାତୁ ରହିଥିବାବେଳେ ଏହାର ଗୋଟିଏ ପାର୍ଶ୍ୱରେ ଅଶୋକ ସ୍ତମ୍ଭ ସହ ସତ୍ୟମେବ ଜୟତେ ଲେଖା ରହିଛି। ଏହାର ପଛ ପାର୍ଶ୍ବରେ ମୁଦ୍ରାର ମୂଲ୍ୟ ସହ, ଟଙ୍କାର ସଙ୍କେତ ମଧ୍ୟ ରହିଛି । ୨୭ ମିଲି ମିଟର୍‌ ବ୍ୟାସବିଶିଷ୍ଟ ଏହି ମୁଦ୍ରା ୧୨ଟି ଧାର ଆକୃତିର ହେବ। ଏଥିରେ ୬୫% ତମ୍ବା, ୧୫% ଦସ୍ତା ଓ ୨୦% ନିକେଲ୍‌ ଭାଗ ରହିଥିବାବେଳେ ଏହାର ଦୁଇ ପଟରେ ଇଂରାଜୀ ଓ ହିନ୍ଦୀରେ ଲେଖା ରହିଛି ଭାରତ ଓ ଇଣ୍ଡିଆ। ଏହା ଉପରକୁ ରହିଛି ଟଙ୍କାର ଚିହ୍ନ। ମୁଦ୍ରାର ବାମ ପାର୍ଶ୍ୱରେ ରହିଛି…

Read More

ପାକିସ୍ତାନର ପୂର୍ବତନ ରାଷ୍ଟ୍ରପତି ପରଭେଜ ମୁଶାରଫ ଏକ ବୟାନରେ ପାକିସ୍ତାନର ଅସଲ ଚେହେରା ପଦାରେ ପକାଇଛନ୍ତି । ପାକିସ୍ତାନ ସରକାର ଏବଂ ସେନା କିଭଳି ଭାବେ ଆତଙ୍କବାଦୀ ସଂଗଠନକୁ ସମର୍ଥନ କରେ ତାହା ସେ ପ୍ରକାଶ କରିଛନ୍ତି । ଦୀର୍ଘବର୍ଷ ଧରି ପାକ୍ ସେନାମୁଖ୍ୟ ଏବଂ ପାକ୍ ରାଷ୍ଟ୍ରପତି ଥିବା ମୁଶାରଫଙ୍କ ଏହି ମନ୍ତବ୍ୟ ପାକିସ୍ତାନର ଦୋମୁହାଁ ଏବଂ ଆତଙ୍କବାଦକୁ ପ୍ରରୋଚିତ କରିବା କଥା ପଦାରେ ପକାଇ ଦେଇଛି । ତାଙ୍କ କାର୍ଯ୍ୟକାଳରେ ଜୈଶ-ଇ-ମହମ୍ମଦ ଏକ ଆତଙ୍କବାଦୀ ସଙ୍ଗଠନ ଥିଲା । ପାକ୍ ଗୁଇନ୍ଦା ବିଭାଗ ଆଇଏସଆଇ ଓ ସେନା ଏହାକୁ ଭାରତ ବିରୋଧରେ ବିସ୍ଫୋରଣ କରିବାରେ ସାହାଯ୍ୟ ଏବଂ ବ୍ୟବହାର କରୁଥିଲା । ସେ ୨୦୦୩ରେ ଜୈଶ ଉପରେ କଟକଣା ଜାରି ପାଇଁ ପ୍ରୟାସ କରିଥିବାର କହିଛନ୍ତି ।  ସେ ଆହୁରି ମଧ୍ୟ କହିଛନ୍ତି ଯେ, ତାଙ୍କ କାର୍ଯ୍ୟକାଳରେ ଦେଶର ପରିସ୍ଥିତି ଅଲଗା ଥିଲା । ତେଣୁ ଜୈଶ ବିରୋଧରେ…

Read More

୧୩ ପଏଣ୍ଟ ରୋଷ୍ଟର ଜରିଆରେ ବିଶ୍ଵ ବିଦ୍ୟାଳୟରେ ନିଯୁକ୍ତିକୁ ନେଇ ସମଗ୍ର ଦେଶରେ ଜାରି ଆନ୍ଦୋଳନ ପରେ କେନ୍ଦ୍ର ୨୦୦ ପଏଣ୍ଟ ରୋଷ୍ଟରକୁ ଅନୁମତି ଦେଇଛନ୍ତି। ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ କ୍ୟାବିନେଟ୍ ମିଟିଂ ପରେ ସୂଚନା ଦେଇଛନ୍ତି ଯେ, କେନ୍ଦ୍ର କ୍ୟାବିନେଟର ଏହି ନିଷ୍ପତ୍ତି ପରେ ସଂରକ୍ଷିତ ବର୍ଗର ଅନୁସୂଚିତ ଜାତି, ଜନଜାତି ଓ ପଛୁଆ ବର୍ଗକୁ ବିଶ୍ଵ ବିଦ୍ୟାଳୟରେ ଅଧ୍ୟାପକ ହିସାବରେ ପ୍ରତିନିଧିତ୍ଵ ମିଳିପାରିବ। ଏତଦ୍‌ବ୍ୟତୀତ ସରକାର ୫୦ଟି ନୂଆ କେନ୍ଦ୍ରୀୟ ବିଦ୍ୟାଳୟ ଖୋଲିବା ପାଇଁ ମଧ୍ୟ ନିଷ୍ପତ୍ତି ନେଇଛନ୍ତି । ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ମନ୍ତ୍ରିମଣ୍ଡଳର ବୈଠକରେ ରୋଷ୍ଟର ଲାଗୁ ପାଇଁ ତଥା ୫୦ଟି ନୂଆ କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟ ପ୍ରସ୍ତାବକୁ ମଂଜୁରୀ ଦେଇଛନ୍ତି । ଓଡ଼ିଶାରେ କେନ୍ଦୁଝରର ଚମ୍ପୁଆ ଓ ଆନନ୍ଦପୁରରେ ଖୋଲିବ କେନ୍ଦ୍ରୀୟ ବିଦ୍ୟାଳୟ, ଗଞ୍ଜାମର ଛତ୍ରପୁର ଓ ରାୟଗଡ଼ାର ଗୁଣୁପୁରରେ ଆଦି ୪ଟି ସ୍ଥାନରେ କେନ୍ଦ୍ରୀୟ ବିଦ୍ୟାଳୟ ଖୋଲିବ ବୋଲି ସୂଚନା ରହିଛି ।

Read More

ଆଗାମୀ ସାଧାରଣ ନିର୍ବାଚନ ପରିପ୍ରେକ୍ଷୀରେ ପ୍ରାର୍ଥୀ ଚୟନ ସଂପର୍କରେ ୬ ତାରିଖ ଦିନ ପ୍ରଦେଶ ନିର୍ବାଚନ କମିଟିର ଗୁରୁତ୍ୱପୂର୍ଣ୍ଣ ବୈଠକ କଂଗ୍ରେସ ଭବନ ଠାରେ ଅନୁଷ୍ଠିତ ହୋଇଥିଲା। ଯେଉଁଥିରେ ପ୍ରାର୍ଥୀ ଚୟନକୁ ନେଇ ପିଇସିର ସଦସ୍ୟମାନଙ୍କ ଠାରୁ ପରାମର୍ଶ ନିଆଯାଇଥିଲା। ଜିତିବା ସମ୍ଭାବନା ଓ ଅନ୍ୟାନ୍ୟ ଦିଗକୁ ବିଚାରକୁ ନିଆଯାଇଥିବା ପ୍ରାର୍ଥୀ ତାଲିକା ପ୍ରସ୍ତୁତ ହୋଇଛି। ଆଗାମୀ ନିର୍ବାଚନ ପାଇଁ ଟିକେଟ୍ ବଣ୍ଟନକୁ ନେଇ କଂଗ୍ରେସ ମହଲରେ କସରତ ଜାରି ରହିଛି। ପ୍ରତ୍ୟେକ ଆସନରେ ପ୍ରାୟତଃ ଏକାଧିକ ପ୍ରାର୍ଥୀଙ୍କ ନାଁ ସୁପାରିସ୍ କରାଯାଇଛି। ଏହି ତାଲିକାକୁ ଚୂଡାନ୍ତ ନିଷ୍ପତ୍ତି ପାଇଁ କେନ୍ଦ୍ରୀୟ ନିର୍ବାଚନ କମିଟି (ସିଇସି)କୁ ପଠାଇ ଦିଆଯାଇଛି। ଯାହାକି ସିଇସିର ଅନୁମୋଦନ ପରେ ଆନୁଷ୍ଠାନିକ ଭାବରେ ଗଣମାଧ୍ୟମରେ ପ୍ରକାଶ କରାଯିବ। ପରିବାରବାଦରୁ ବାହାରି କଂଗ୍ରେସ ଟିକେଟ୍ ବଣ୍ଟନକୁ ନେଇ ନୂଆ ଫର୍ମୁଲା ବାହାର କରିଛି। ଫର୍ମୁଲା ଅନୁଯାୟୀ ଗୋଟିଏ ପରିବାରକୁ ଏକାଧିକ ଟିକେଟ୍ ମିଳିବ ନାହିଁ। ବାପା ଚାହିଁଲେ ତାଙ୍କ…

Read More

ଭୁବନେଶ୍ୱର ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନବନ୍ଦର (ବିପିଆଇଏ) ୨୦୧୮ ବର୍ଷ ପାଇଁ ଶ୍ରେଷ୍ଠ ବିମାନବନ୍ଦର ଭାବେ ସମ୍ମାନଜନକ ଏୟାରପୋର୍ଟ ସର୍ଭିସ୍‌ କ୍ୱାଲିଟି ପୁରସ୍କାର ପାଇବା ପାଇଁ ଯୋଗ୍ୟ ବିବେଚିତ ହୋଇଛି। ଭୁବନେଶ୍ୱର ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନବନ୍ଦରର ଆକାର ଓ ଅଞ୍ଚଳକୁ ଦୃଷ୍ଟିରେ ରଖି ଏହି ପୁରସ୍କାର ମିଳିଥିବା ସୂଚନା ରହିଛି । ୨୦ରୁ ୫୦ ଲକ୍ଷ ଯାତ୍ରୀ କ୍ଷମତା ବିଭାଗରେ ଏହି ପୁରସ୍କାର ମିଳିବ ।   ଏହି ମାନ୍ୟତାରେ ଭୁବନେଶ୍ୱର ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନବନ୍ଦର ପଛକୁ ଚଣ୍ଡିଗଡ଼ ବିମାନବନ୍ଦର, ଦେବୀ ଅହଲ୍ୟାବାଈ ହୋଲକର ବିମାନବନ୍ଦର ଇନ୍ଦୋର, ଏସ୍‌ଏମ୍‌ ବଦାଉରଦ୍ଦିନ୍‌ ବିମାନବନ୍ଦର ଇଣ୍ଡୋନେସିଆ ଏବଂ ୟିଚାଙ୍ଗ୍‌ ସାନ୍‌ସିଆ ବିମାନବନ୍ଦର ଚୀନ୍‌ ରହିଥିବା ଜାଣିବାକୁ ମିଳିଛି। ବିଶ୍ୱ ସ୍ତରରେ ପ୍ରସ୍ତୁତ ହେଉଥିବା ହେଉଥିବା ବିମାନବନ୍ଦରର ଏହି ମାନ୍ୟତା ତାଲିକାରେ ଭୁବନେଶ୍ୱର ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନବନ୍ଦର ସ୍ଥାନ ପାଇବା ଉଭୟ ରାଜ୍ୟ ଓ ଦେଶ ପାଇଁ ନିହାତି ଭାବେ ଗୌରବର ବିଷୟ।

Read More

ଭଦ୍ରକ-ନାରାୟଣଗଡ଼ ତୃତୀୟ ରେଳଲାଇନ୍‌ ପାଇଁ ମିଳିଛି କ୍ୟାବିନେଟ୍‌ ମଞ୍ଜୁରୀ। କେନ୍ଦ୍ରୀୟ କ୍ୟାବିନେଟ୍‌ର ଆର୍ଥିକ ବ୍ୟାପାର ପକ୍ଷରୁ ଏହି ପ୍ରକଳ୍ପକୁ ଅନୁମୋଦନ କରାଯାଇଛି। ୧୫୫ କିଲୋମିଟର ରେଳପଥ ନିର୍ମାଣ ଲାଗି ମୋଟ ୧୮୬୫.୩୧ କୋଟି ଟଙ୍କାର ବ୍ୟୟ ଅଟକଳ ପ୍ରସ୍ତୁତ କରାଯାଇଛି। ୨୦୨୩-୨୪ରେ ଏହି ପ୍ରକଳ୍ପ ଶେଷ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ ହୋଇଛି। ୩୭.୨ ଲକ୍ଷ ଶ୍ରମ ସୃଷ୍ଟି ହେବ ବୋଲି ଅରୁଣ ଜେଟ୍‌ଲୀ କହିଛନ୍ତି । ନୟାଗଡ ଭଦ୍ରକ ରେଳ ଲାଇନ ମୁଖ୍ୟତଃ ଷ୍ଟିଲ୍ ପ୍ଲାଣ୍ଟ ଗୁଡ଼ିକ ଲାଗି ବ୍ୟବହୃତ ହେଉଥିବା କୋଇଲା ପରିବହନ ଲାଗି ବ୍ୟସ୍ତ ରହିଥାଏ। ତୃତୀୟ ରେଳ ଲାଇନ୍‌ ନିର୍ମାଣ ହେବା ଦ୍ୱାରା ଏହି ପରିବହନ ସହଜ ହୋଇପାରିବ।

Read More

ସ୍ୱଚ୍ଛ ସର୍ବେକ୍ଷଣ ରିପୋର୍ଟରେ ଓଡ଼ିଶାର ବ୍ରହ୍ମପୁର ସ୍ୱଚ୍ଛ ସହର ରୂପେ ଆଗରେ ରହିଛି । ୨୧୬ ସ୍ଥାନରେ ଅଛି ବ୍ରହ୍ମପୁର । ପୂର୍ବରୁ ୩୦୫ ସ୍ଥାନରେ ରହିଥିଲା ବ୍ରହ୍ମପୁର । ଭୁବନେଶ୍ୱର ଏହି ତାଲିକାରେ ସ୍ୱଚ୍ଛ ସହର ଭାବେ ୨୮୮ ସ୍ଥାନରେ ରହି  ଦ୍ୱିତୀୟରେ ରହିଛି । ପୂର୍ବରୁ ଓଡ଼ିଶାର ରାଜଧାନୀ ଭୁବନେଶ୍ୱର ୨୪୫ ସ୍ଥାନରେ ରହିଥିଲା । ଏହି କ୍ରମରେ ତାଲିକାରେ ତୃତୀୟରେ ବାଲେଶ୍ୱର ,ଚତୁର୍ଥରେ ବାରିପଦା, ପଞ୍ଚମରେ ସମ୍ବଲପୁର, ଷଷ୍ଠରେ ପୁରୀ,ସପ୍ତମରେ ରାଉରକେଲା, ଅଷ୍ଟମରେ କଟକ ଏବଂ ନବମରେ ଭଦ୍ରକ ସ୍ଥାନ ପାଇଛି   । ସ୍ମାର୍ଟ ସିଟି ଓ ସହରକୁ ସହରକୁ ସବୁଜ ସୁନ୍ଦର ତଥା ନିର୍ମଳ କରିବା ପାଇଁ ବିଏମ୍‌ସି (ଭୁବନେଶ୍ୱର ମୁନ୍ୟୁସିପାଲିଟି ଅଥରିଟି) ଅନେକଗୁଡ଼ିଏ ପଦକ୍ଷେପ ନେଇଥିବାବେଳେ ଏସବୁ ଭେଳିକି ସଦୃଶ ହୋଇଛି । ନିକଟରେ ପଲିଥିନ୍‌କୁ ବ୍ୟାନ୍‌ କରାଯାଇଥିବାବେଳେ ଭୁବନେଶ୍ୱର ସହରରେ ପଲିଥନ୍‌ର ବହୁଳ ବ୍ୟବହାର କରାଯାଉଛି । ନିୟମକୁ କଡ଼ାକଡ଼ି କରିବା ସହ…

Read More

ଜର୍ମାନୀ କାର ନିର୍ମାତା କମ୍ପାନୀ ଭକସୱାଗନକୁ ୫୦୦ କୋଟି ଟଙ୍କା ଜୋରିମନା ଦେବାକୁ ପଡ଼ିବ। କେନ୍ଦ୍ର ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (ସିପିସିବି) ଆଇନକୁ ଏହି ଉଲ୍ଲଂଘନ କରୁଥିବାର ପ୍ରମାଣ ମିଳିବା ପରେ ନ୍ୟାସନାଲ ଗ୍ରୀନ ଟ୍ରିବ୍ୟୁନାଲ ଏହି ଜୋରିମନା ଲଗାଇଛନ୍ତି । ୨ ମାସ ମଧ୍ୟରେ ଜୋରିମାନା ପୈଠ କରିବାକୁ ଜର୍ମାନୀର ଏହି କାର କମ୍ପାନୀକୁ ନିର୍ଦ୍ଦେଶ ଦେଇଛନ୍ତି। ସୂଚନାଯୋଗ୍ୟ, ଭକସୱାଗନ ତାର ସମସ୍ତ ଡିଜେଲ କାରରେ ପ୍ରଦୂଷଣ ମାତ୍ରାକୁ ଲୁଚାଇବାକୁ ଏକ ଠକେଇ ଯନ୍ତ୍ରାଂଶ ଲଗାଇଥିଲା। ପରିଣାମ ସ୍ଵରୂପ ପ୍ରଦୂଷଣ ପରୀକ୍ଷାରେ ଭକସୱାଗନର କାରଗୁଡ଼ିକ ମୁକ୍ତି ପାଇଯାଉଥିଲେ। ଏହି ଠକେଇ ଧରାପଡ଼ିବା ପରେ ଏନଜିଟି ଭକସୱାଗନ କମ୍ପାନୀକୁ ଜୋରିମାନା ପୈଠ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ବାୟୁ ପ୍ରଦୂଷଣ ବଢାଇବା ମାମଲାରେ ଭକସଙଓ୍ବାଗନ୍‌ଙ୍କୁ ୧୦୦ କୋଟି ଟଙ୍କା ଜୋରିମାନା ଭରିବାକୁ କମ୍ପାନୀକୁ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ଏନଜିଟିଙ୍କ ନିର୍ଦ୍ଦେଶକୁ ଖାତିର ନକରି କମ୍ପାନୀ କେବଳ ନିଜର ଏକ ବିଜ୍ଞପ୍ତି ପ୍ରକାଶ…

Read More

ଫୁଲ୍‌ଓ୍ବାମା ଆତଙ୍କୀ ଆକ୍ରମଣ ପରେ ଭାରତ ଓ ପାକିସ୍ତାନ  ମଧ୍ୟରେ ସମ୍ପର୍କ ଦିନକୁ ଦିନ ବହୁତ ଖରାପ ହେବାରେ ଲାଗିଛି । ଭାରତ ଓ ପାକିସ୍ତାନ ମଧ୍ୟରେ ପୁଣି ଥରେ ସ୍ବାଭାବିକ ସମ୍ପର୍କକୁ ଫେରାଇ ଆଣିବା ଦିଗରେ ଚୀନ୍‌ ଲାଗିପଡିଛି । ଏପରିକି ସେ ଭାରତ ସହ ଏହି ବିଷୟରେ କଥାବାର୍ତ୍ତା କରିବାକୁ ମଧ୍ୟ ରାଜି ହୋଇଥିବା ଜଣାଯାଇଛି । ପାକିସ୍ତାନରେ ଦ୍ବିଦିବସୀୟ ଗସ୍ତ କରି ଚୀନ୍‌ର ଉପ ବିଦେଶ ମନ୍ତ୍ରୀ କୋଙ୍ଗ୍‌ ଶୁ ଆନ୍ୟୁ କହିଛନ୍ତି ଭାରତ ଓ ପାକିସ୍ତାନ ମଧ୍ୟରେ ସମ୍ପର୍କକୁ ପୁର୍ବାବସ୍ଥାକୁ ଫେରାଇ ଆଣିବାକୁ ଚୀନ୍‌ ଚେଷ୍ଟିତ ରହିଛି । ସବୁ ଦେଶର ପ୍ରଭୁତ୍ବ ଓ କ୍ଷେତ୍ରୀୟ ଅଖଣ୍ଡତାର ସମ୍ମାନ କରାଯିବା ସହିତ ଅନ୍ତରାଷ୍ଟ୍ରୀୟ ସମ୍ବନ୍ଧର ମାନକକୁ ମଧ୍ୟ ପାଳନ କରିବା ଆବଶ୍ୟକ ।  ଏହି ଅବସରରେ ଚୀନ୍‌ର ଉପ ବିଦେଶ ମନ୍ତ୍ରୀ କହିଛନ୍ତି ଯେ, ଭାରତ ଓ ପାକିସ୍ତାନ ଏପରି କୌଣସି କାର୍ଯ୍ୟ କରନ୍ତୁ ନାହିଁ,…

Read More

ପୁଲ୍‌ଓ୍ବାମା ଆକ୍ରମଣ ପରଠାରୁ କାଶ୍ମୀର ନାଗରିକଙ୍କ ଉପରେ ବିଭିନ୍ନ ରାଜ୍ୟରେ ଆକ୍ରମଣ ଜାରି ରହିଛି । ଏହି ପରିପ୍ରେକ୍ଷୀରେ ଉତ୍ତରପ୍ରଦେଶର ଲକ୍ଷ୍ନୌର ଜଣେ କାଶ୍ମୀରୀ ବ୍ୟବସାୟୀଙ୍କ ଉପରା ଆକ୍ରମଣ କରାଯାଇଛି । ପୀଡ଼ିତ ଜଣକ ହେଲେ ମହମ୍ମଦ ଅଫଜଲ । ଜମ୍ମୁ କାଶ୍ମୀରର କୁଲଗାମର ଚିଲର ନୁରାବାଗ ଅଞ୍ଚଳର ହୋଇଥିବାବେଳେ ଲକ୍ଷ୍ନୌର ହସନଗଞ୍ଜ ଅନ୍ତର୍ଗତ ଡାଲିଗଞ୍ଜ ପୋଲି ଉପରେ ସେ ଡ୍ରାଏ ଫ୍ରୁଟ୍ସ ବିକ୍ରି କରନ୍ତି । ସେ ବ୍ୟବସାୟ କରୁଥିବାବେଳେ ସ୍ଥାନୀୟ ୩/୪ ଯୁବକ ତାଙ୍କୁ କ’ଣ ପାଇଁ ଏଠି କାମ କରୁଛୁ କହି ମାରପିଟ୍‌ କରିଥିଲେ । ସ୍ଥାନୀୟ ଲୋକମାନଙ୍କ ଦ୍ବାରା ଅଫଜଲ୍‌ ଉଦ୍ଧାର ହୋଇଥିଲେ । ଏନେଇ ଅଫଜଲ୍‌ ସ୍ଥାନୀୟ ଥାନାରେ ଏତଲା ଦେବା ପରେ ପୁଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । କାଶ୍ମୀର ନାଗରିକଙ୍କ ଉପରେ ଆକ୍ରମଣ କରାଗଲେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବାକୁ ସୁପ୍ରିମ୍‌କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

Read More

୨୦୦୨ରେ ହୋଇଥିବା ଗୁଜରାଟ ଦଙ୍ଗାରେ ସମ୍ପୃକ୍ତ ଥିବା ବାବୁ ବଜରଙ୍ଗୀଙ୍କୁ ଜାମିନ ମିଳିଛି। ସୁପ୍ରିମକୋର୍ଟଙ୍କ ଦ୍ୱାରା ଏହି ଜାମିନ ମଞ୍ଜୁର କରାଯାଇଛି। ସ୍ବାସ୍ଥ୍ୟଗତ କାରଣ ଦର୍ଶାଇବାରୁ ତାଙ୍କୁ ଏହି ଜାମିନ ମିଳିଛି। ନରୋଦା ପଟିୟା ମାମଲାରେ ସେ ଦୋଷୀ ସାବ୍ୟସ୍ତ ହୋଇଥିଲେ। ସୂଚନାଯୋଗ୍ୟ, ବାବୁ ବଜରଙ୍ଗୀଙ୍କ ପ୍ରକୃତ ନାଁ ହେଲା ବାବୁଭାଇ ପଟେଲ । ଗୁଜରାଟରେ ୨୦୦୨ରେ ସାବରମତି ଏକ୍ସପ୍ରେସ୍‌ କାଣ୍ଡ ପରେ ହୋଇଥିବା ଦଙ୍ଗାକୁ ନେଇ ସବୁବେଳେ ବାବୁ ବଜରଙ୍ଗୀ ଚର୍ଚ୍ଚାରେ ରହି ଆସୁଥିଲେ। ୨୦୦୭ରେ ହୋଇଥିବା ଏକ ଷ୍ଟିଙ୍ଗ ଅପରେଶନରେ ସେ ନରୋଦା ପଟିୟା ନରସଂହାରରେ ସମ୍ପୃକ୍ତ ଥିଲେ ବୋଲି ଜଣାପଡ଼ିଥିଲା ।

Read More

ବୁଧବାର ଦିନ ରୁଷୀୟ ପାର୍ଲାମେଣ୍ଟ୍‌ ଗୋଟାଏ ବିବାଦୀୟ ଆଇନ୍‌ ପାସ୍‌ କରିଛି। ଦେଶ, ସମାଜ, ସରକାର ବା ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍‌ଙ୍କ ସମେତ କୌଣସି ସରକାରୀ କର୍ମଚାରୀଙ୍କୁ ଅସମ୍ମାନ ହେବା ପରି ଅନ୍‌ଲାଇନ୍‌ ପୋଷ୍ଟ୍‍ କରୁଥିବା ଲୋକଙ୍କୁ ଏହି ଆଇନ୍‌ ବଳରେ ଜରିମାନା ଓ ଜେଲ୍‌ ଦଣ୍ଡ ଦିଆଯାଇ ପାରିବ। ଅନ୍‌ଲାଇନ୍‌ ବ୍ୟବହାରକାରୀମାନଙ୍କ ପାଇଁ ଭାରତୀୟ ମୁଦ୍ରାରେ ପ୍ରାୟ ୧, ୦୬ଲକ୍ଷ ଟଙ୍କା ଜରିମାନା ରଖାଯାଇଥିବା ବେଳେ ଥରକୁ ଥର ଏ ଭଳି ପୋଷ୍ଟ୍‍ କରୁଥିବା ବ୍ୟକ୍ତିବିଶେଷଙ୍କ ଲାଗି ଏହାର ଦୁଇଗୁଣା ଜରିମାନା ପଡ଼ିବ। ଏବଂ ୧୫ ଦିନ ପାଇଁ ଜେଲ୍‌ ଦଣ୍ଡର ମଧ୍ୟ ବ୍ୟବସ୍ଥା କରାଯାଇଛି । ସେହିପରି କୌଣସି ମିଥ୍ୟା ଖବର ପ୍ରସାରଣ କରୁଥିବା ଗଣମାଧ୍ୟମ ଓ୍ବେବସାଇଟ୍‌କୁ ମଧ୍ୟ ଏହି ଆଇନ୍‌ ବଳରେ ଋଷୀୟ ସରକାରୀ ଅଧିକାରୀମାନେ ବ୍ଲକ୍‌ କରିବାର ବ୍ୟବସ୍ଥା ରହିଛି ।

Read More

ଗୁଜୁରାଟର ପାଟିଦାର୍‌ ନେତା ହାର୍ଦ୍ଦିକ ପଟେଲ୍‌ ଆଗାମୀ ମାର୍ଚ୍ଚ ୧୨ ତାରିଖରେ ବିଧିବଦ୍ଧଭାବେ କଂଗ୍ରେସରେ ଯୋଗ ଦେବେ ବୋଲି ଜଣାଯାଇଛି। ଖାଲି ସେତିକି ନୁହେଁ ହାର୍ଦ୍ଦିକ ପଟେଲ୍‌ ଗୁଜୁରାଟର ଜାମନଗର ଲୋକସଭା ନିର୍ବାଚନ ମଣ୍ଡଳୀରୁ କଂଗ୍ରେସ ଟିକେଟରେ ନିର୍ବାଚନ ଲଢିବେ ବୋଲି ମଧ୍ୟ ଜଣାଯାଇଛି। ବର୍ତ୍ତମାନ ଜାମନଗରରୁ ଲୋକସଭା ସଦସ୍ୟ ଅଛନ୍ତି ପୁନମବେନ୍‌ ମାଦମ୍‌। ସେ ଭାରତୀୟ ଜନତା ପାର୍ଟର ପ୍ରାର୍ଥୀ ଭାବେ ନିର୍ବାଚିତ ହୋଇଛନ୍ତି। ହାର୍ଦ୍ଦିକ ପଟେଲ୍‌ ଅହମ୍ମଦବାଦଠାରେ କଂଗ୍ରେସ କାର୍ଯ୍ୟକାରୀ ସମିତିର ବୈଠକ ଅବସରରେ ଦଳରେ ବିଧିବଦ୍ଧ ଭାବେ ଯୋଗ ଦେବେ ବୋଲି କୁହାଯାଉଛି।

Read More