ସୁପ୍ରିମକୋର୍ଟ ରାମ ଜନ୍ମଭୂମି-ବାବରୀ ମସଜିଦ୍ ବିବାଦକୁ ନେଇ ଆଜି ଶୁଣାଣି ହୋଇଛି । ପାଖାପାଖି ଦେଢ଼ ଘଂଟାର ଶୁଣାଣି ପରେ ସୁପ୍ରିମକୋର୍ଟ ମଧ୍ୟସ୍ଥତା ଉପରେ କୋର୍ଟ ନିଜର ରାୟ ସଂରକ୍ଷିତ କରିଛନ୍ତି । ୫ ଜଣିଆ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରି କହିଛନ୍ତି ଯେ, ସେ କହିଛନ୍ତି କି, ସେ ଅତି ଶୀଘ୍ର ଏହାର ଫଇସଲା ଶୁଣାଇବେ । ଏବେ ସେ ସମସ୍ତ ପକ୍ଷକୁ ମଧ୍ୟସ୍ଥି ପାଇଁ କିଛି ନାମ ମାଗିଛନ୍ତି । ତେବେ ସୁପ୍ରିମକୋର୍ଟ ଉଭୟ ପକ୍ଷକୁ କହିଥିଲେ କି, ଯଦି ସମ୍ଭବ ହୋଇପାରେ ତେବେ ମାମଲାକୁ ମଧ୍ୟସ୍ଥି ଦ୍ୱାରା ସମାଧାନ କରାଯାଉ । ସୁପ୍ରିମକୋର୍ଟ ବଡ ଟିପ୍ପଣୀ କରି କହିଛନ୍ତି କି, ଏହା କେବଳ ଜମି ମାମଲା ନୁହେଁ, ବରଂ ଲୋକଙ୍କ ଭାବନା ସହିତ ଜଡିତ ମାମଲା । ତେବେ ମଧ୍ୟସ୍ଥି ଜରିଆରେ ସମାଧାନ କରିବାକୁ ହିନ୍ଦୁ ମହାସଭାର ବିରୋଧ କରାଯାଇଥିବାବେଳେ ମୁସିଲିମ୍ ପକ୍ଷ ଓ ନିର୍ମୋହୀ…
Author: Samikhsya Bureau
ମହାନଦୀ ଜଳବିବାଦ ମାମଲାର ଆପୋଷ ବୁଝାମଣା ପାଇଁ ବସିଥିବା ବୈଠକ ବିଫଳ ହୋଇଛି। ଦୁଇ ରାଜ୍ୟର ବୈଠକରୁ କୌଣସି ନିଷ୍କର୍ଷ ବାହାରି ପାରିନଥିବା ସୂଚନା ମିଳିଛି । ସୂଚନାଯୋଗ୍ୟ ଯେ ଓଡିଶା ମଧ୍ୟବର୍ତ୍ତୀକାଳୀନ ଆବେଦନ ଉପରେ ଶୁଣାଣି ପୂର୍ବରୁ ହୋଇଛି । ତେବେ ମାର୍ଚ୍ଚ ୯ ତାରିଖରେ ଟ୍ରିବ୍ୟୁନାଲ ଏନେଇ ଚୂଡାନ୍ତ ରାୟ ଶୁଣାଇବେ । ଚୂଡାନ୍ତ ରାୟ ପୂର୍ବରୁ ପରସ୍ପରଙ୍କ ମଧ୍ୟରେ ଆପୋଷ ସମାଧାନ ଲାଗି ଉଭୟ ରାଜ୍ୟଙ୍କୁ ନିର୍ଦ୍ଦେଶ ଦେଇଥିଲେ ଟ୍ରିବ୍ୟୁନାଲ । ଅଣମୌସୁମୀରେ ୧.୭୪ ନିୟୁତ କୋଟି ଘନଫୁଟ ଜଳ ଦାବି କରୁଛି ଓଡ଼ିଶା। ପୂର୍ବରୁ ଡିସେମ୍ବର ୧୫ରେ ଓଡ଼ିଶା-ଛତିଶଗଡ଼ ମହାନଦୀ ଜଳ ବିବାଦର ଶୁଣାଣି ମହାନଦୀ ଟ୍ରିବ୍ୟୁନାଲରେ ହୋଇଥିଲା । ଏହି ଶୁଣାଣି ସମୟରେ ଛତିଶଗଡ଼ ବେଆଇନ ଭାବେ ମହାନଦୀ ପାଣିକୁ ଅବରୋଧ କରୁଥିବା ଓଡିଶା ନିଜର ଯୁକ୍ତି ଉପସ୍ଥାପନ କରିଥିଲା ।
ଚଳିତ ବର୍ଷ ଯୁକ୍ତଦୁଇ ପରୀକ୍ଷା ଆସନ୍ତା କାଲିଠାରୁ ଆରମ୍ଭ ହେବାକୁ ଯାଉଛି। ଏ ନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ବିଭାଗର ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ୩ ଲକ୍ଷ ୬୯ ହଜାର ୫୩୭ ଛାତ୍ରୀଛାତ୍ର ୧ହଜାର ୯୧ଟି ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ଦେବେ ବୋଲି ଜଣାପଡ଼ିଛି। ମାଟ୍ରିକ୍ ପରୀକ୍ଷା ଭଳି ଯେପରି ପ୍ରଶ୍ନପତ୍ର ଭାଇରାଲ ନ ହୁଏ ସେ ନେଇ ତ୍ରି-ସ୍ତରୀୟ ସ୍କ୍ବାର୍ଡ ନିଯୁକ୍ତ ହେବେ। ପରୀକ୍ଷା କେନ୍ଦ୍ରକୁ ମୋବାଇଲ, ସ୍ମାର୍ଟ ଓ୍ବାଚ୍,ଏବଂ କାଲ୍କୁଲେଟର ଆଦି ନେବା ପାଇଁ ବାରଣ ହୋଇଛି। ଏହାସହ ସିସିଟିଭି ମଧ୍ୟମରେ ସମ୍ପୂର୍ଣ୍ଣ ପରୀକ୍ଷା କେନ୍ଦ୍ରଉପରେ ନଜର ରଖାଯିବ। ସକାଳ ୯ରେ ପ୍ରଶ୍ନପତ୍ର ପରୀକ୍ଷା କେନ୍ଦ୍ରରେ ପହଞ୍ଚିବ ବୋଲି ଜଣାପଡ଼ିଛି। ୨୦୨ଟି ନୋଡାଲ୍ କେନ୍ଦ୍ରରୁ ପରୀକ୍ଷା କେନ୍ଦ୍ରକୁ ଗାଡ଼ି ଯୋଗେ ପ୍ରଶ୍ନପତ୍ର ପଠାଯିବ । ପରୀକ୍ଷା ପୂର୍ବରୁ ପ୍ରଶ୍ନପତ୍ର ଭାଇରାଲ୍ ହେଲେ ସମ୍ପୃକ୍ତ ଛାତ୍ରଛାତ୍ରୀ, ଶିକ୍ଷକ, ପରୀକ୍ଷା ପରିଚାଳକଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ ପଦକ୍ଷେପ ଗ୍ରହଣ କରାଯିବ ।…
ପୁଲୱାମା ଆତଙ୍କବାଦୀ ଆକ୍ରମଣକୁ ଦୁର୍ଘଟଣା ବୋଲି କହିଥିବା କଂଗ୍ରେସର ବରିଷ୍ଠ ନେତା ଦିଗ୍ବିଜୟ ସିଂହ ଆଜି ପୁଣି ଥରେ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି । କଂଗ୍ରେସର ଏହି ବରିଷ୍ଠ ନେତା ପିଏମ ମୋଦୀଙ୍କୁ ଚ୍ୟାଲେଞ୍ଜ କରି କହିଛନ୍ତି ଯେ ଯଦି ତାଙ୍କର ସାହସ ଅଛି ତେବେ ତାଙ୍କ ବିରୋଧରେ ଦେଶଦ୍ରୋହର ମାମଲରୁ ରୁଜୁ କରନ୍ତୁ । ଏହା ସହ ଦିଗବିଜୟ ସିଂହ ଉତ୍ତର ପ୍ରଦେଶର ଉପମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟଙ୍କ ଏକ ଭିଡିଓ ଟ୍ୱିଟ କରି କହି ପଚାରିଛନ୍ତି ଯେ ଏହାକୁ ନେଇ ପିଏମ ମୋଦୀ କଣ କହିବେ । ସେ ଟ୍ୱିଟ କରି କହିଛନ୍ତି ଯେ, ତାଙ୍କର ଯେଉଁ ଟ୍ୱିଟକୁ ନେଇ ସବୁ ମନ୍ତ୍ରୀ ମାନେ ଘେରି ପାକିସ୍ତାନ ସମର୍ଥକ କହୁଛନ୍ତି ଏବଂ ଦେଶଦ୍ରୋହ କହୁଛନ୍ତି । ତାହା ସେ ଦିଲ୍ଲୀରୁ ପୋଷ୍ଟ କରିଥିଲି ଯେଉଁଠାରେ ପୁଲିସ ବା ଆଇନ୍ ବ୍ୟବସ୍ଥା କେନ୍ଦ୍ର ସରକାର ଅଧିନରେ ରହିଛି । ଯଦି…
ଭାରତୀୟ ସେନା ଉପରେ ପାକିସ୍ତାନୀ ଆତଙ୍କବାଦୀମାନଙ୍କ ଆକ୍ରମଣକୁ ଫ୍ରାନ୍ସ, ଭୁଟାନ, ଚୀନ ସମେତ ଆମେରିକା ଆଦି ପଡ଼ୋଶୀ ରାଷ୍ଟ୍ର ତୀବ୍ର ନିନ୍ଦା କରିଥିଲେ। ପାକିସ୍ତାନ ନିଜ ଦେଶରେ ଥିବା ଆତଙ୍କବାଦୀମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଭାରତ ସହ ଶାନ୍ତି ପ୍ରତିଷ୍ଠା କରିବା ଉଚିତ ବୋଲି ଆମେରିକା କହିଥିଲା। ପାକିସ୍ତାନକୁ ପାଲଟା ଜବାବ ଦେବାକୁ ଯାଇ ଭାରତ ଯେଉଁ ଏୟାର୍ ଷ୍ଟ୍ରାଇକ୍ କରିଥିଲା ତାହାକୁ ମଧ୍ୟ ବିଭିନ୍ନ ଦେଶ ସମର୍ଥନ କରିଥିଲେ। ଏୟାର୍ ଷ୍ଟ୍ରାଇକ୍ ପରେ ପାକିସ୍ତାନର ଭାରତୀୟ ବାୟୁସେନାରେ ଏଫ୍-୧୬ର ପ୍ରବେଶ କରାଇ ଆଉ ଏକ ବିପଦକୁ ଡାକି ଆଣିଛି । ଆମେରିକା ପାକିସ୍ତାନ ବିରୋଧରେ ଏଫ୍-୧୬ ଯୁଦ୍ଧ ବିମାନର ଅପ ବ୍ୟବହାର କରିବା ଅଭିଯୋଗରେ ପ୍ରମାଣ ଖୋଜୁଥିବା ବେଳେ ପାକିସ୍ତାନକୁ ଆମେରିକା ପକ୍ଷରୁ ଆଉ ଏକ ଶକ୍ତ ଧକ୍କା ଲାଗିଛି। ଆମେରିକାକୁ ଯିବା ପାଇଁ ପାକିସ୍ତାନୀମାନଙ୍କ ଭିସା ଅବଧିକୁ କମାଇ ଦେଇଛନ୍ତି ଆମେରିକା ସରକାର। ଆମେରିକାର ଟ୍ରମ୍ପ୍…
ସ୍ୱଚ୍ଛ ଭାରତକୁ ନେଇ ଭାରତ ସରକାର ବହୁଳ ପ୍ରଚାର ପ୍ରସାର କରୁଥିବାବେଳେ ଅସଲ ଚିତ୍ର ସାମ୍ନାକୁ ଆସିଛି । ବିଶ୍ୱର ୧୦ ସର୍ବାଧିକ ପ୍ରଦୂଷିତ ସହର ମଧ୍ୟରେ ଭାରତର ୭ଟି ସହର ସ୍ଥାନ ପାଇଛନ୍ତି। ସେହିପରି ବିଶ୍ୱର ୧ ନମ୍ବର ପ୍ରଦୂଷିତ ସହର ଭାବେ ଗୁରୁଗ୍ରାମ ରହିଛି। । ସର୍ବାଧିକ ପ୍ରଦୂଷିତ ସହର ଭାବେ ପ୍ରଥମ ୫ଟି ସ୍ଥାନରେ ପାକିସ୍ତାନର ଫୈସଲାବାଦ ସହ ୪ଟି ଭାରତୀୟ ସହର ରହିଛନ୍ତି। ଗୁରୁଗ୍ରାମ ପ୍ରଥମରେ ଥିବା ବେଳେ ଦ୍ବିତୀୟରେ ଗାଜିଆବାଦ, ତୃତୀୟରେ ପାକିସ୍ତାନର ଫୈସଲାବାଦ, ଚତୁର୍ଥରେ ଫରିଦାବାଦ, ପଞ୍ଚମରେ ଭିୱାଡି, ଷଷ୍ଠରେ ନୋଏଡା, ସପ୍ତମରେ ପାଟନା, ଅଷ୍ଟମରେ ଚୀନ୍ର ହୋଟାନ, ନବମରେ ଲକ୍ଷ୍ନୌ ଓ ଦଶମରେ ପାକିସ୍ତାନର ଲାହୋର ସହର ରହିଛି। ଆଇକ୍ୟୁ ଏୟାର ଭିଜୁଆଲ ଓ ଗ୍ରୀନ୍ ପିସ୍ ସଂସ୍ଥା ପକ୍ଷରୁ କରାଯାଇଥିବା ସର୍ଭେରୁ ଏଭଳି ତଥ୍ୟ ସାମ୍ନାକୁ ଆସିଛି।
ଆମେରିକାର ପୂର୍ବତନ ବିଦେଶ ସଚିବ ହିଲାରୀ କ୍ଲିଣ୍ଟନ ଆସନ୍ତା ୨୦୨୦ ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ପ୍ରତିଦ୍ବନ୍ଦ୍ବିତା କରିବେ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି । ନ୍ୟୁୟର୍କ ସ୍ଥିତ ଏକ ଟେଲି ସାକ୍ଷାତ୍କାରରେ ଏହା ଘୋଷଣା କରିଛନ୍ତି । ସେ କହିଛନ୍ତି ଯେ, ସେ ରାଷ୍ଟ୍ରପତି ପଦ ପାଇଁ ଆଶାୟୀ ନୁହଁନ୍ତି । କିନ୍ତୁ ପୂର୍ବ ଭଳି କାମ କରିବେ ଓ ନିଜ ମତ ରଖିବେ । ସେ ୨୦୧୬ ରାଷ୍ଟ୍ରପତି ଦୌଡ଼ରେ ଆଗରେ ରହିଥିଲେ । କିନ୍ତୁ ଡୋନାଲଡ୍ ଟ୍ରମ୍ପ୍ଠାରୁ ପରାସ୍ତ ହୋଇଥିଲେ ।
ବଲିଉଡ୍ ଅଭିନେତା କାର୍ତ୍ତିକ ଆର୍ଯ୍ୟନ୍ ପୁଣି ଚର୍ଚ୍ଚାରେ ରହିଛନ୍ତି । ନିକଟରେ ରିଲିଜ୍ ହୋଇଥିବା ତାଙ୍କ ଅଭିନୀତ ଫିଲ୍ମ ‘ଲୁକା ଛୁପି’ ବକ୍ସ ଅଫିସ୍ରେ ୧୦କୋଟିରୁ ଅଧିକ ଆୟ କରିସାରିଛି। ପୁଣି ଏକ ଫିଲ୍ମକୁ ନେଇ କାର୍ତ୍ତିକ ଚର୍ଚ୍ଚାରେ ରହିଛନ୍ତି । ନିକଟରେ କାର୍ତ୍ତିକ ଆର୍ଯ୍ୟନ୍ ଓ ସାରା ଅଲ୍ଲୀ ଖାନ୍ଙ୍କୁ ନେଇ ବଲିଉଡ୍ରେ ବେଶ୍ ଚର୍ଚ୍ଚା କରାଯାଇଥିଲା। ସାରା କାର୍ତ୍ତିକ୍ଙ୍କୁ ଡେଟ୍ କରିବାକୁ ଚାହୁଁଛନ୍ତି ବୋଲି ‘କଫି ଉଇଥ୍ କରନ୍’ ଶୋ’ରେ ବାପା ସୈଫ୍ ଅଲ୍ଲୀ ଖାନ୍ଙ୍କ ସମ୍ମୁଖରେ ପ୍ରକାଶ କରିଥିଲେ। ତେବେ କାର୍ତ୍ତିକ ଏ ସମ୍ପର୍କରେ କିଛି ମତ ରଖିନଥିଲେ । ସାରାଙ୍କର ଏହି ଇଚ୍ଛା ଖୁବ୍ ଶୀଘ୍ର ପୂରଣ ହେବାକୁ ଯାଉଛି। ସୂଚନା ଅନୁସାରେ ସାରା କାର୍ତ୍ତିକଙ୍କ ସହିତ ଏକ ଫିଲ୍ମ କରିବାକୁ ଯାଉଛନ୍ତି। ‘ଲଭ୍ ଆଜ୍ କଲ୍’ର ଦ୍ୱିତୀୟ ଭାଗ ବୋଲି ଜଣାପଡ଼ିଛି। ଫିଲ୍ମରେ କାର୍ତ୍ତିକ ଆର୍ଯ୍ୟନ୍, ସାରା ଅଲ୍ଲୀ ଖାନ୍ ଓ ତାଙ୍କ ବାପା…
ନାଗପୁରରେ ଟିମ୍ ଇଣ୍ଡିଆକୁ ବିଜୟ ଭେଟି ଦେଲେ ବିଜୟ ଶଙ୍କର। ଶେଷ ଓଭରରେ ଅଷ୍ଟ୍ରେଲିଆର ଦୁଇଟି ଓ୍ୱିକେଟ ଖସାଇ ବିଜୟ ମୁଣ୍ଡି ମାରିଥିଲେ ଅଲରାଉଣ୍ଡର ବିଜୟ ଶଙ୍କର। ଶେଷ ଓଭରରେ ଅଷ୍ଟ୍ରେଲିଆକୁ ଜିତିବା ପାଇଁ ୧୧ ରନ୍ ଦରକାର ଥିବା ବେଳେ ଭାରତକୁ ଆବଶ୍ୟକ ଥିଲା ୨ଟି ଓ୍ୱିକେଟ। ତେବେ ଭ୍ରମଣକାରୀ ଦଳ ୮ ରନ୍ ଦୂରରେ ରହି ଯାଇଥିଲା। ଭାରତ ପ୍ରଥମେ ବ୍ୟାଟିଂ କରି ୨୫୦ ରନ୍ କରିଥିଲା। ଜବାବରେ କଙ୍ଗାରୁ ବାହିନୀ ୨୪୨ରନରେ ଅଲ ଆଉଟ୍ ହୋଇଥିଲା। ଏହାଥିଲା ଭାରତର ଦିନିକିଆରେ ୫୦୦ତମ ବିଜୟ। ଏହି ମ୍ୟାଚରେ ବିରାଟ କୋହଲି ୪୦ତମ ଶତକ ହାସଲ କରିଥିଲେ।
କେଦାର ମିଶ୍ର ୨୦୧୯ ସାଧାରଣ ନିର୍ବାଚନରେ ଓଡିଶାରୁ ଲୋକସଭାକୁ ପଠାଇବା ପାଇଁ ଶାସକ ବିଜୁ ଜନତା ଦଳ ନୂଆ ମୁହଁ ଖୋଜୁଛି। ବର୍ତ୍ତମାନ ଲୋକସଭା ସଦସ୍ୟ ଥିବା ପୁରୁଖା ନେତାଙ୍କୁ ବିଶ୍ରାମ ଦେଇ ସେମାନଙ୍କ ସ୍ଥାନରେ ନୂଆ ନେତାଙ୍କୁ ଲୋକସଭା ନିର୍ବାଚନରେ ପ୍ରାର୍ଥୀ କରାଯିବ ବୋଲି ଏବେ ସ୍ପଷ୍ଟ ସୂଚନା ମିଳୁଛି। ଗତ କାଲି ଢେଙ୍କାନାଳ ଲୋକସଭା ସଦସ୍ୟ ତଥା ବିଜୁ ଜନତା ଦଳର ବରିଷ୍ଠ ନେତା ତଥାଗତ ଶତପଥୀ ଆଗାମୀ ଲୋକସଭା ନିର୍ବାଚନ ଲଢିବେ ନାହିଁ ବୋଲି ନିଜର ନିଷ୍ପତ୍ତି ଶୁଣାଇ ଦେଇଛନ୍ତି। ଶ୍ରୀ ଶତପଥୀ ବିଜେଡି ଟିକେଟରେ ଗତ ଚାରୋଟି ଯାକ ଲୋକସଭା ନିର୍ବାଚନ ଲଢି ବିଜୟଲାଭ କରିଥିଲେ। ହଠାତ ତାଙ୍କର ରାଜନୈତିକ ସନ୍ୟାସ ପଛରେ ସେ ଯଦିଓ ବ୍ୟକ୍ତିଗତ କାରଣ ଦର୍ଶାଉଛନ୍ତି, ଏହା ପଛରେ କିନ୍ତୁ ବିଜେଡି ମୁଖିଆଙ୍କର ସ୍ପଷ୍ଟ ଇଙ୍ଗିତ ଥାଇପାରେ ବୋଲି ସୂଚନା ମିଳୁଛି। ଯେଉଁମାନେ ଏକାଧିକ ଥର ଲୋକସଭାକୁ ଗଲେଣି ସେମାନଙ୍କୁ ଏଥର…
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦୁଇ ଦିବସୀୟ ଗୁଜରାଟ ଗସ୍ତରେ ଅଛନ୍ତି। ଏହି ଗସ୍ତରେ ଆଜି ପିଏମ ଅସଙ୍ଗଠିତ କ୍ଷେତ୍ରର ଶ୍ରମିକଙ୍କ ପାଇଁ ପେନସନ ଯୋଜନାର ଶୁଭାରମ୍ଭ କରିଛନ୍ତି। ଏହି ଯୋଜନା ଔପଚାରିକ ଭାବେ ଅହମ୍ମଦାବାଦରେ ଆରମ୍ଭ କରାଯାଇଛି । ଫେବୃଆରୀ ୧ରେ ଅନ୍ତରୀଣ ବଜେଟ୍ ଅସଙ୍ଗଠିତ କ୍ଷେତ୍ରର ଶ୍ରମିକଙ୍କ ପାଇଁ ଏହି ଯୋଜନା ଘୋଷଣା କରାଯାଇଥିଲା । ଏହି ଯୋଜନାରେ ଶ୍ରମିକଙ୍କୁ ପ୍ରତ୍ୟେକ ମାସରେ ୩୦୦୦ ଟଙ୍କା ପେନସନ ରୂପେ ମିଳିବ। ଏହି ଯୋଜନାକୁ ନେଇ ଅଧିସୂଚନା ପ୍ରଥମରୁ ହିଁ ଜାରି ହୋଇ ସାରିଛି। ଅଧିସୂଚନା ଜାରି ହେବା ପରେ ଫେବୃଆରୀ ୧୫ରେ ଏହି ସ୍କିମ ପାଇଁ ପଞ୍ଜିକରଣ ମଧ୍ୟ ଆରମ୍ଭ ହୋଇ ଯାଇଥିଲା। ଯୋଜନାର ଅନ୍ତିମ ରୂପ ଦେବାର ଦାୟିତ୍ଵ ଏଲଆଇସିକୁ ଦିଆଯାଇଛି। ଯୋଜନା ଆଧାରରେ ପଞ୍ଜିକରଣ ପାଇଁ ଏଲଆଇସିର ବଡ଼ ନେଟଓ୍ଵର୍କର ବ୍ୟବହାର କରାଯାଉଛି। କିନ୍ତୁ ପେନସନ ପାଇବା ପାଇଁ କିଛି ସର୍ତ୍ତ ରହିଛି। ସର୍ତ୍ତ ମୁତାବକ, ଲାଭାର୍ଥୀଙ୍କୁ…
ଆସନ୍ତା ସାଧାରଣ ନିର୍ବାଚନରେ ଓଡ଼ିଶାରେ ସିପିଏମ୍ ସହିତ କଂଗ୍ରେସ ମେଣ୍ଟ କରିବ ବୋଲି ଚର୍ଚ୍ଚା ହେଉଥିଲା। ଏପରିକି ଆସନ ବୁଝାମଣା ନେଇ ମଧ୍ୟ ଆଲୋଚନା ହେଉଥିଲା। ହେଲେ ଏହି ଚର୍ଚ୍ଚାର ଅବସାନ ଘଟିଛି। ଆସନ୍ତା ସାଧାରଣ ନିର୍ବାଚନରେ ଓଡ଼ିଶାରେ କଂଗ୍ରେସ ସହ ସିପିଏମ୍ ମେଣ୍ଟ କରିବନି। ବିଜେପି ଓ ବିଜେଡିକୁ ଶାସନ କ୍ଷମତାଠାରୁ ଦୂରେଇ ରଖିବା ପାଇଁ କଂଗ୍ରେସ ସହ ୨ଟି ଜାଗାରେ ପାରସ୍ପରିକ ବୁଝାମଣା ହେବ ବୋଲି ସିପିଏମ୍ ମହାସଚିବ ସୀତାରାମ ୟେଚୁରୀ ସ୍ପଷ୍ଟ କରିଛନ୍ତି । ବଣାଇ ବିଧାନସଭା ଆସନରେ ସିପିଏମ୍ ପ୍ରାର୍ଥୀଙ୍କୁ କଂଗ୍ରେସ ସମର୍ଥନ କରିବ। ସେହିପରି ସୁନ୍ଦରଗଡ଼ ଲୋକସଭା ଆସନରେ କଂଗ୍ରେସକୁ ସିପିଏମ୍ ସମର୍ଥନ କରିବ । ବିଜେପି, ବିଜେଡି ବିରୋଧରେ ଭୋଟ ହେଉଛି ମୁଖ୍ୟ ଲକ୍ଷ୍ୟ ବୋଲି ସୀତରାମ କହିଛନ୍ତି ।
ପାକିସ୍ତାନ ଆତଙ୍କବାଦୀ ସଂଗଠନ ଜୈସ୍-ଇ-ମହମ୍ମଦର ମୁଖ୍ୟ ମୌଲାନା ମାସୁଦ ଆଝାରର ଭାଇ ଅବଦୁଲ ରାଉଫ୍ ଅସଗର ସମେତ ୪୪ଜଣ ଆତଙ୍କବାଦୀକୁ ପାକିସ୍ତାନ ପୁଲିସ ଗିରଫ କରିଥିବା ସୂଚନା ମିଳିଛି। ଚାପରେ ପଡ଼ି ପାକିସ୍ତାନ ପ୍ରତିବନ୍ଧକ ଥିବା ସଙ୍ଗଠନ ଦ୍ୱାରା ଜଡ଼ିତ ଥିବା ଏହି ୪୪ଜଣ ଆତଙ୍କବାଦୀଙ୍କୁ ଗିରଫ କରିଥିବା କୁହାଯାଉଛି। ଗିରଫ ଆତଙ୍କବାଦୀଙ୍କ ମଧ୍ୟରେ ମୁଫତି ଅବଦୁଲ ରାଉଫ ଅସଗର ଓ ଜେଏମ୍ ପ୍ରମୁଖ ମସୁଦ ଆଝାରର ଭାଇ ସାମିଲ ଅଛି। ରାଉଫ୍ ଅସଗରକୁ ବିଚାର ବିଭାଗ ହେପାଜତରେ ରଖାଯାଇଛି। ଏହି ଖବରର ଘୋଷଣା ପାକିସ୍ତାନର ଆଭ୍ୟନ୍ତରୀଣ ବ୍ୟାପାର ମନ୍ତ୍ରୀ ସହରୟାର ଅଫ୍ରିଦି ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି। ପାକିସ୍ତାନ ଆତଙ୍କବାଦୀଙ୍କୁ ପ୍ରୋତ୍ସାହନ ଦେଉଥିବା ଅଭିଯୋଗ ନେଇ ତୁରନ୍ତ ଏଦିଗରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କୁହାଯାଇଥିଲା। ଏହାପରେ ଏହି ପଦକ୍ଷେପ ପାକିସ୍ତାନ ଅନ୍ତର୍ଜାତୀୟ ସମୁଦାୟ ପକ୍ଷରୁ ଦିଆଯାଇଥିବା ଚାପ ହେତୁ ନେଇଥିବା କୁହାଯାଉଛି।
ଉତ୍ତରପ୍ରଦେଶରେ ଅଖିଲେଶ ଯାଦବଙ୍କ ସମାଜବାଦୀ ପାର୍ଟି(ସପା) ଓ ମାୟାବତୀଙ୍କ ବହୁଜନ ସମାଜ ପାର୍ଟି(ବିଏସ୍ପି)ଙ୍କ ମେଣ୍ଟରେ ଆଜି ଆର୍ଏଲ୍ଡି ସାମିଲ ହୋଇଛି। ଆର୍ଏଲ୍ଡି ମେଣ୍ଟରେ ସାମିଲ ହେବା ପରେ ସପା-ବିଏସ୍ପି ମେଣ୍ଟ ପକ୍ଷରୁ ଦଳକୁ ଉତ୍ତର ପ୍ରଦେଶର ୮୦ଟି ଲୋକସଭା ଆସନରୁ ୩ଟି ମିଳିଛି। ଆଜି ଅଖିଲେଶ ଯାଦବ ଆରଏଲ୍ଡି ନେତା ଜୟନ୍ତ ଚୌଧୁରୀଙ୍କ ସହ ଏକ ସାମ୍ବାଦିକ ସମ୍ମିଳନୀ କରିଛନ୍ତି । “ଆରଏଲ୍ଡି ଉତ୍ତର ପ୍ରଦେଶର ମଥୁରା, ବାଗପତ ଓ ମୁଜାଫରନଗର ଆସନରେ ପ୍ରାର୍ଥୀ ଦେବ। ତେବେ କଂଗ୍ରେସ ପାଇଁ ୨ଟି ଆସନ(ଆମେଥି ଓ ରାଏବରେଲୀ) ଛାଡ଼ିଦିଆଯାଇଛି ବୋଲି ସୂଚନା ଦେଇଛନ୍ତି ଅଖିଳେଶ । ଉତ୍ତର ପ୍ରଦେଶର ୮୦ଟି ଯାକ ଆସନରେ ବିଜେପିକୁ ହରାଇବା ପାଇଁ ମହାମେଣ୍ଟ ଲଢ଼େଇ କରିବ।”
ସମ୍ପ୍ରତି ବାଲାକୋଟ୍ ଏୟାର୍ ଷ୍ଟ୍ରାଇକ୍ ନେଇ ରାଜନୀତି ବେଶ୍ ସରଗରମ ରହିଛି । ବିରୋଧୀ ସରକାରଙ୍କୁ ଏହି ଆକ୍ରମଣର ପ୍ରମାଣ ମାଗୁଥିବାବେଳେ ସରକାର ଏହାର ଜବାବ ରଖୁଛନ୍ତି । ତେବେ ଏହି ସମୟରେ ପ୍ରତିରକ୍ଷାମନ୍ତ୍ରୀ ନିର୍ମଳା ସୀତାରମଣ ଏକ ବୟାନ ଦେଇଛନ୍ତି । ପାକିସ୍ତାନର ବାଲାକୋଟ୍ରେ ଥିବା ଆତଙ୍କବାଦୀ ସଂଗଠନ ଜୈସ୍-ଇ-ମହମ୍ମଦ (ଜେଇଏମ୍)ର ଟ୍ରେନିଂ କ୍ୟାମ୍ପ ଉପରେ ଭାରତୀୟ ବାୟୁସେନା ଯେଉଁ ଏୟାର ଷ୍ଟ୍ରାଇକ୍ କଲା, ତାହାର ନିର୍ବାଚନ ସହ କୌଣସି ପ୍ରକାରର ସଂପର୍କ ନାହିଁ। ପାକିସ୍ତାନ ମାଟିରେ ଯେଉଁ ଏୟାର ଷ୍ଟ୍ରାଇକ୍ କରାଗଲା, ତାହା ଏକ ସାମରିକ କାର୍ଯ୍ୟାନୁଷ୍ଠାନ ନ ଥିଲା। ପାକିସ୍ତାନ ମାଟିରେ ଭାରତ ବିରୋଧରେ ଆତଙ୍କବାଦୀ ହାମ୍ଲା ପାଇଁ ଯେଉଁ ଷଡ୍ଯନ୍ତ୍ର ଚାଲିଥିଲା ସେ ସଂପର୍କରେ ଗୁଇନ୍ଦା ସୂଚନା ଆଧାରରେ ଏହି ଏୟାର ଷ୍ଟ୍ରାଇକ୍ କରାଯାଇଥିଲା ବୋଲି ଆଜି ସ୍ପଷ୍ଟ କରି ଦେଇଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣ। ତେବେ, ନିର୍ଦ୍ଦିଷ୍ଟ ଭାବେ କେତେ ସଂଖ୍ୟାରେ ଆତଙ୍କବାଦୀ…
ଜ୍ୟୋତି ନନ୍ଦ ଏଇ କାନ୍ଥଟି ଏବେ ଅଛି କି ନାହିଁ ମୋର ସଠିକ ଧାରଣା ନାହିଁ। ନ ଥିବାର ଯଥେଷ୍ଟ ସଂଭାବନା ରହିଛି। ଗୋଟିଏ ଯୁଦ୍ଧର ବିଭୀଷିକାକୁ ସହି ନେବାର ସାମର୍ଥ୍ୟ କୌଣସି ଏକ ସାଧାରଣ କାନ୍ଥର କ’ଣ କେବେ ରହିପାରିବ ? ଯେତେବେଳେ ସେହି କାନ୍ଥଟି କୌଣସି ଦୁର୍ଗର କାନ୍ଥ ନୁହଁ ? ତଥାପି କିଏ ଜାଣେ ? ହୁଏତ କେତେବେଳେ କ’ଣ ? କାନ୍ଥଟିରେ ଯାହା ଲେଖାଯାଇଛି ତାହାର ଅନୁବାଦଟି ପଢିଲା ପରେ ମୋ ମନ ଗଭୀର ବିଷାଦରେ ଭରିଗଲା। ଅର୍ଜୁନର ବିଷାଦଯୋଗ ଭଳି ଇତିହାସ ପାଠ ଏକ ବିଷାଦଯୋଗ। ପିଲା ମାନଙ୍କ ସହ ଅନେକ ଐତିହାସିକ ଯୁଦ୍ଧ ବିଷୟରେ ମୁଁ ପଢିଛି। ଯୁଦ୍ଧ ଏକ ରାଜନୈତିକ ଆବଶ୍ୟକତା,ତାହାର ପକ୍ଷ ଓ ପ୍ରତିପକ୍ଷ ମାନଙ୍କର ନିଜ ନିଜ ଦେଶର ଦୃଷ୍ଟିକୋଣକୁ ନେଇ ତିଆରି କରାଯାଉଥିବା ଜନମତ ଥାଏ, ଇତିହାସ ସାରା ଶୁଭୁଥିବା ବିଜେତାର ଲଗାମବଂଧା ଘୋଡାଟାପୁର କର୍କଶ ଶବ୍ଦକୁ…
ଆଜି ନାଗପୁରଠାରେ ଅନୁଷ୍ଠିତ ଦ୍ବିତୀୟ ଦିନିକିଆରେ ବିରାଟ ବାହିନୀ ଅଷ୍ଟ୍ରେଲିଆ ବିରୋଧରେ ୨୫୧ ରନ୍ର ଲକ୍ଷ୍ୟ ରଖିଛି । ଭାରତ ୪୮.୨ ଓଭରରେ ସମସ୍ତ ଓ୍ବିକେଟ୍ ହରାଇ ୨୫୦ ରନ୍ କରିଛି । ମହାରାଷ୍ଟ୍ରର ନାଗପୁରସ୍ଥିତ ବିଦର୍ଭ କ୍ରିକେଟ୍ ଆସୋସିଏସନ୍ ଷ୍ଟାଡିୟମ୍ରେ ଅଷ୍ଟ୍ରେଲିଆ ଟସ୍ ଜିଣି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା । ଏହି ମ୍ୟାଚ୍ରେ ଅଧିନାୟକ ବିରାଟ ନିଜର ୪୦ ତମ ଶତକ (୧୧୬ ରନ୍, ୧୨୦ ବଲ୍, ୧୦ ଚୌକା) ହାସଲ କରିଛନ୍ତି। ପେଟ କମିନ୍ସ ୪ ଓ୍ଵିକେଟ ନେଇଥିବା ବେଳେ ଆଦାମ ଜାମ୍ପା ୨ଟି ଓ୍ଵିକେଟ ନେଇଥିଲେ। ନାଥନ କଲଟର୍ ନାଇଲ, ଗ୍ଲେନ ମ୍ୟାକ୍ସୱେଲ ଓ ନାଥାନ ଲାୟନଙ୍କୁ ଗୋଟେ ଗୋଟେ ଓ୍ବିକେଟ୍ ନେଇଛନ୍ତି।
କଂଗ୍ରେସ ଓ ଆମ୍ଆଦ୍ମୀ ପାର୍ଟି ମଧ୍ୟରେ ହେବାକୁ ମେଣ୍ଟ ଆଶା ମଉଳି ଗଲା ପରେ ଆମ୍ ଆଦ୍ମୀ ପାର୍ଟି ଅଧ୍ୟକ୍ଷ ଅରବିନ୍ଦ କେଜ୍ରୀଓ୍ବାଲ କଂଗ୍ରେସକୁ ଟାର୍ଗେଟ୍ କରିଛନ୍ତି । କଂଗ୍ରେସ ଉପରେ ଆରୋପ ଲଗାଇ କେଜ୍ରୀଓ୍ବାଲ କହିଛନ୍ତି ଯେ, ପରୋକ୍ଷରେ ବିଜେପି ସହ କଂଗ୍ରେସ ମିଶି ଯାଇଛି ଏବଂ ଏହାଦ୍ବାରା ବିଜେପିକୁ ଲୋକସଭା ନିର୍ବାଚନରେ ଲାଭ ମିଳୁଛି । ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଟ୍ବିଟ୍ କରି କହିଛନ୍ତି ଯେ – ଯେଉଁ ସମୟରେ ସାରା ଦେଶବାସୀ ମୋଦି-ଶାହାଙ୍କ ଯୋଡ଼ିକୁ ହରାଇବାକୁ ଚାହୁଁଛନ୍ତି, କଂଗ୍ରେସ ବିଜେପି ଭୋଟ୍କୁ ଭାଗ ଭାଗ କରି ବିଜେପିକୁ ସାହାଯ୍ୟ କରୁଛି । ବିଜେପି ଓ କଂଗ୍ରେସ ମଧ୍ୟରେ ଗୁପ୍ତ ବୁଝାମଣା ରହିଛି । ତେବେ ଦିଲ୍ଲୀ କଂଗ୍ରେସ-ବିଜେପିର ମେଣ୍ଟକୁ ଲଢିବାକୁ ପ୍ରସ୍ତୁତ ରହିଛି । ଲୋକ ଏହି ମେଣ୍ଟକୁ ହରାଇଦେବେ । ବିଜେପିକୁ ଶାସନର ହଟାଇବା ପାଇଁ କଂଗ୍ରେସ ସହ ହାତ ମିଳାଇ ଚାହୁଁଥିଲେ ଅରବିନ୍ଦ କେଜ୍ରୀଓ୍ବାଲ ।…
ତାମିଲ୍ ସୁପରଷ୍ଟାର୍ ଅଜିଥ୍ କୁମାରଙ୍କ ନୂଆ ଫିଲ୍ମ ତଥା ପ୍ରଯୋଜକ ବୋନି କପୁର୍ଙ୍କ ଦ୍ବାରା ନିର୍ମିତ ବଲିଉଡ୍ ଫିଲ୍ମ ‘ପିଙ୍କ୍’ର ତାମିଲ୍ ରିମେକର ପୋଷ୍ଟର ରିଲିଜ୍ ହୋଇଛି । ଏହି ଫିଲ୍ମର ଶୀର୍ଷକ ‘ନେରେକୋଣ୍ଡା ପାରାଭି’ ରଖାଯାଇଛି । ଏହି ଫିଲ୍ମରେ ଅଜିଥ୍ କୁମାରଙ୍କ ସହ ଶ୍ରଦ୍ଧା ଶ୍ରୀନାଥ, ଅଭିରାମୀ ଭେଙ୍କେଟଚେଲମ୍ ଏବଂ ଏଣ୍ଡ୍ରିଆ ତୈରାଙ୍ଗ ପ୍ରମୁଖ ଅଭିନୟ କରୁଛନ୍ତି । ଏହି ଫିଲ୍ମର ନିର୍ଦ୍ଦେଶନା ଭାର ଗ୍ରହଣ କରିଛନ୍ତି ଏଚ୍ ଭି ବିନୋଥ । ତେବେ ଏହି ଫିଲ୍ମଟି ଅଫିସିଆଲି ରିମେକ୍ ହୋଇଥିବାବେଳେ କିଛିକାଂଶରେ ଟିକିଏ ଭିନ୍ନତା ଦେଖିବାକୁ ମିଳିବ । ତେବେ ଏହା ହେଉଛି ବୋନି କପୁର୍ଙ୍କ ପ୍ରଥମ ତାମିଲ୍ ପ୍ରଯୋଜିତ ଫିଲ୍ମ । ଏହାକୁ ନେଇ ଜାହ୍ନବୀ କପୁର୍ ନିଜ ଇନ୍ଷ୍ଟାଗ୍ରାମ୍ରେ ଏହି ଫିଲ୍ମର ପୋଷ୍ଟରକୁ ସେୟାର କରିବା ସହ ପାପାଙ୍କର ଏଇଟା ଫାଷ୍ଟ ତାମିଲ୍ ଫିଲ୍ମ ବୋଲି ଟ୍ବିଟ୍ କରିଛନ୍ତି । ପ୍ରଯୋଜକ ବୋନି କପୁର୍…
ବଲିଉଡ୍ ଅଭିନେତା ଭିକି କୌଶଲ୍ଙ୍କ ହାତରେ ଏବେ ଫିଲ୍ମର ଅଫର୍ । ‘ଉରି – ଦ ସର୍ଜିକାଲ୍ ଷ୍ଟ୍ରାଇକ୍’ ପରେ ପରେ ଏହି ଅଭିନେତାଜଣକ ବହୁତ ବ୍ୟସ୍ତ ହୋଇପଡିଛନ୍ତି । ନିକଟରେ ତାଙ୍କୁ ରାକେଶ ଶର୍ମାଙ୍କ ବାୟୋପିକ୍ରେ ଶାହରୁଖ୍ଙ୍କ ବଦଳରେ ନଜର ଆସିବେ ବୋଲି ସୂଚନା ରହିଥିବାବେଳେ କରନ୍ ଜୋହର୍ଙ୍କ ମଲ୍ଟି ଷ୍ଟାର୍ର ଫିଲ୍ମ ତଖତ୍ରେ ମଧ୍ୟ ଏକ ଦମଦାର୍ ରୋଲ୍ରେ ନଜର ଆସିବେ । ଲୋକପ୍ରିୟ ନିର୍ଦ୍ଦେଶକ ସୁଜିତ୍ ସରକାର୍ ତାଙ୍କ ଅପ୍କମିଙ୍ଗ୍ ଫିଲ୍ମରେ ଭିକି କୌଶଲ୍ଙ୍କୁ ନେଉଥିବାର ସୂଚନା ରହିଛି । ତେବେ ଏହି ଫିଲ୍ମଟି ସ୍ବାଧୀନତା ସଂଗ୍ରାମୀ ସର୍ଦ୍ଦାର ଉଧମ ସିଂହଙ୍କ ଜୀବନୀକୁ ନେଇ ପ୍ରସ୍ତୁତ ହେଉଛି । ‘ଗ୍ୟାଙ୍ଗସ୍ ଅଫ୍ ଓ୍ବେସପୁର୍’ରେ ଏକ ଛୋଟ ରୋଲ୍ରେ ନଜର ଆସିଥିବା ଭିକି ପରବର୍ତ୍ତୀ ସମୟରେ ‘ମସାନ୍’ ଫିଲ୍ମରେ ନଜର ଆସିଥିଲେ । ଏହା ପରେ ପରେ ‘ବମ୍ବେ ଭେଲ୍ଭେଟ୍’, ‘ରାଜି’ ଫିଲ୍ମ ପରେ ସେ ‘ଉରି’ ଫିଲ୍ମରେ…
ଜମ୍ମୁ-କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଏବଂ ପିଡିପିର ଅଧ୍ୟକ୍ଷ ମେହବୁବା ମୁଫତୀ ପୁଣି ଚର୍ଚ୍ଚାକୁ ଆସିଛନ୍ତି । ଏୟାର ଇଣ୍ଡିଆ ଦ୍ୱାରା ଜାରି କରାଯାଇଥିବା ଏଡଭାଇଜରୀ ଉପରେ ଟାର୍ଗେଟ କରିଛନ୍ତି । ଏୟାର ଇଣ୍ଡିଆ ଦ୍ୱାରା କ୍ରିୟୁ ମେମ୍ବର ଏବେ ସବୁ ବିମାନର ଘୋଷଣାର ଶେଷରେ ପୁରା ଜୋଶର ସହ ଜୟ ହିନ୍ଦ କହିବାକୁ ଆଡଭାଇଜରୀ ଜାରୀ କରିବା ପରେ ମେହବୁବା ମୁଫତୀ ଏହା ଉପରେ ଟ୍ୱିଟ କରି ପୁଣି ଥିରେ ବିବାଦୀୟ ହୋଇପଡିଛନ୍ତି । ସେ ଏହି ଟ୍ବିଟ୍ରେ ଲେଖିଛନ୍ତି ଯେ, ମୁଁ ଆଶ୍ଚର୍ଯ୍ୟ ଯେ ସାଧାରଣ ନିର୍ବାଚନ ମୁଣ୍ଡ ଉପରେ ରହିଛି, ଏଭଳି ସମୟରେ ସରକାର ଦେଶଭକ୍ତିର ଜୋଶରେ ଆସି ଆକାଶକୁ ବି ଛାଡୁନାହାନ୍ତି ।’ ଏୟାର ଇଣ୍ଡିଆର ଡାଇରେକ୍ଟର ଅପରେସନ ଅମିତାଭ ସିଂହ ଏହି ଆଡ୍ଭାଇଜାରୀ ଜାରି କରିଥିଲେ ।

