ଗଣତନ୍ତ୍ରର ମହାନ ପର୍ବରେ ସାମିଲ ହେଲେ ବଲିଉଡ୍‌ ସେଲିବ୍ରିଟି

Published: Apr 29, 2019, 2:52 pm IST

ଆଜି ଦେଶର ୯ଟି ରାଜ୍ୟରେ ୭୨ ଲୋକସଭା ଆସନ ପାଇଁ ମତଦାନ ହେଉଛି। ଗଣତନ୍ତ୍ରର ଏହି ମହାନ ପର୍ବରେ ସାମିଲ ହୋଇଛନ୍ତି ବଲିଉଡ୍‌ ତାରକାମାନେ। ବିପୁଳ ପରିମାଣରେ ମତଦାନ କରିବା ସଚେତନତା ଅଭିଯାନରେ ଆମ ସିନେତରକା ମାନେ ସହଯୋଗ କରିବା ସହ ମତଦାନ ମଧ୍ୟ କରୁଛନ୍ତି। ମୁମ୍ବାଇରେ ରହୁଥିବା ସିନେ ତାରକାମାନେ ନିଜର ମତ ସାବ୍ୟସ୍ତ କରିଛନ୍ତି। ଅଭିନେତା ଅନୁପମ୍‌ ଖେର, ରେଖା, ସୋନାଲୀ ବେନ୍ଦ୍ରେ, କଂଗ୍ରେସ ପ୍ରାର୍ଥୀନୀ ତଥା ଅଭିନେତ୍ରୀ ଉର୍ମିଲା ମାତୋଣ୍ଡକର, ଭାଗ୍ୟଶ୍ରୀ ଓ ଅମୀର ଖାନ୍‌ ପ୍ରମୁଖ ମତଦାନ କରିଛନ୍ତି। ପ୍ରିୟଙ୍କା ଚୋପ୍ରା ମଧ୍ୟ ଭୋଟ ପାଇଁ ବିଦେଶ ରୁ ଇଣ୍ଡିଆକୁ ଆସିଛନ୍ତି ବୋଲି ଖବର ଶୁଣିବାକୁ ମିଳିଛି। ସେହିପରି କ୍ରିକେଟର ଭଗବାନ କୁହାଯାଉଥିବା ସଚିନ ତେନ୍ଦୁଲକର ତାଙ୍କ ପରିବାର ସାଥିରେ ପୋଲିଂ ବୁଥକୁ ଆସି ଭୋଟ ଦେବା ସହ ଲୋକଙ୍କୁ ଭୋଟଦେବା ପାଇଁ ଆହ୍ଵାନ ଦେଇଥିଲେ।

Related posts